ଅନାଲୋଚିତ ଆଦିବାସୀ ବୀର ତଥା ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
“ମାନଗଡ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ଲୋକଙ୍କ ସମ୍ମିଳିତ ଐତିହ୍ୟ”
“ଗୋବିନ୍ଦ ଗୁରୁଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଭାରତର ପରମ୍ପରା ଏବଂ ଆଦର୍ଶର ପ୍ରତିନିଧି ଥିଲେ”
“ଆଦିବାସୀ ସମ୍ପ୍ରଦାୟ ବିନା ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ପୂର୍ଣ୍ଣ ହେବ ନାହିଁ”
“ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ମାନଗଡର ସମ୍ପୂର୍ଣ୍ଣ ବିକାଶ ପାଇଁ ଏକ ରୋଡ୍ ମ୍ୟାପ୍ ଲାଗି ମିଳିତ ଭାବେ କାମ କରିବେ”

 

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ଥାନର ଆଦରଣୀୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶ୍ରୀ ଅଶୋକ ଗେହଲଟ ଜୀ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଏବଂ ଆଦିବାସୀ ସମାଜର ବରିଷ୍ଠ ନେତା ଶ୍ରୀ ମଙ୍ଗୁଭାଇ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂ ଚୌହାନ ଜୀ, ମନ୍ତ୍ରୀ ପରିଷଦର ମୋର ସହକର୍ମୀ ଶ୍ରୀ ଫଗନ ସିଂହ କୁଲସ୍ତେ ଜୀ, ସାଂସଦଗଣ, ବିଧାୟକଗଣ ଏବଂ ମୋର ପୁରୁଣା ମିତ୍ର ଆଦିବାସୀ ସମାଜର ସେବାରେ ଯେଉଁମାନେ ନିଜର ଜୀବନ ସମର୍ପିତ କରିଛନ୍ତି ଏମିତି ଭାଇ ମହେଶ ଜୀ ଏବଂ ବିଶାଳ ସଂଖ୍ୟାରେ ଆସିଥିବା, ଦୂର-ଦୂରାନ୍ତରୁ ମାନଗଡ଼ ଧାମ ଆସିଥିବା ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।

ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୋତେ ପୁଣିଥରେ ମାନଗଡ଼ର ଏହି ପବିତ୍ର ଭୂମିକୁ ଆସି ମୁଣ୍ଡ ନୁଅଁଇବାର ସୁଯୋଗ ମିଳିଛି । ମୁଖ୍ୟମନ୍ତ୍ରୀ ଭାବରେ ଅଶୋକ ଜୀ ଏବଂ ମୁଁ ଅନେକ ବର୍ଷ ଧରି ଏକାଠି କାମ କରିଛି ଏବଂ ଅଶୋକ ଜୀ, ଯାହା ଆମର ମୁଖ୍ୟମନ୍ତ୍ରୀମାନଙ୍କ ଗୋଷ୍ଠୀ ଥିଲା, ସେ ସବୁଠାରୁ ବରିଷ୍ଠ ଥିଲେ, ସେ ବର୍ତ୍ତମାନ ସୁଦ୍ଧା ବରିଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି । ଏବଂ ବର୍ତ୍ତମାନ ଆମେ ଯେଉଁ ମଂଚ ଉପରେ ବସିଛୁ, ସେଥିରେ ମଧ୍ୟ ଅଶୋକ ଜୀ ବରିଷ୍ଠ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କର ଏଠାକୁ ଆସିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

ସାଥୀମାନେ,

ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମ ସମସ୍ତଙ୍କର ମାନଗଡ଼ ଧାମକୁ ଆସିବା, ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦଦାୟକ ଏବଂ ପ୍ରେରଣାଦାୟକ ଅଟେ । ମାନଗଡ଼ ଧାମ, ଆଦିବାସୀ ବୀର - ବୀରାଙ୍ଗନାମାନଙ୍କର ତପ - ତ୍ୟାଗ - ତପସ୍ୟା ଏବଂ ଦେଶଭକ୍ତିର ପ୍ରତିବିମ୍ବ ଅଟେ । ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରର ଲୋକମାନଙ୍କର ସାଧାରଣ ଐତିହ୍ୟ ଅଟେ । ପହରଦିନ ଅର୍ଥାତ ୩ଠ ଅକ୍ଟୋବରକୁ ଗୋବିନ୍ଦ ଗୁରୁଜୀଙ୍କର ପୂଣ୍ୟ ତିଥି ଥିଲା । ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଗୋବିନ୍ଦ ଗୁରୁଜୀଙ୍କୁ ପୁନଃ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ଗୋବିନ୍ଦ ଗୁରୁଜୀଙ୍କ ତପ - ତପସ୍ୟା, ତାଙ୍କ ବିଚାରଧାରା ଏବଂ ଆଦର୍ଶକୁ ପ୍ରଣାମ କରୁଛି ।

ଭାଇ ଓ ଭଉଣୀମାନେ,

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମାନଗଡ଼ର ଯେଉଁ କ୍ଷେତ୍ର ଗୁଜରାଟରେ ପଡ଼ିଥାଏ, ମୋତେ ତାହାର ସେବା କରିବାର ସୌଭାଗ୍ୟ ମିଳିଲା, ସେହି କ୍ଷେତ୍ରରେ ଗୋବିନ୍ଦ ଗୁରୁ ନିଜ ଜୀବନର ଅନ୍ତିମ ବର୍ଷ ମଧ୍ୟ ବିତାଇଥିଲେ । ତାଙ୍କର ଶକ୍ତି, ତାଙ୍କର ଶିକ୍ଷା ଆଜି ମଧ୍ୟ ଏହି ମାଟିରେ ଅନୁଭବ ହେଉଛି । ମୁଁ ବିଶେଷ ଭାବରେ ଆମର କଟାରା କନକମଲ ଜୀଙ୍କର ଏବଂ ଏଠିକାର ସମାଜକୁ ମଧ୍ୟ ଆଜି ମଥା ନୁଅାଁଇ ପ୍ରଣାମ କରିବାକୁ ଚାହୁଁଛି । ଯେତେବେଳେ ମୁଁ ପୂର୍ବେ ଆସୁଥିଲି, ଏଠିକାର ସମ୍ପୂର୍ଣ୍ଣ ସ୍ଥାନଟି ନିଛାଟିଆ ଥିଲା ଏବଂ ମୁଁ ଆଗ୍ରହ ପ୍ରକାଶ କରିଥିଲି । ବନ ମହୋତ୍ସବ ଦ୍ୱାରା ଆଜି ମୋତେ ଏତେ ସନ୍ତୋଷ ହେଲା ଚତୁଃପାଶ୍ୱର୍ରେ ମୋତେ ସବୁଜିମା ଦେଖିବାକୁ ମିଳୁଛି । ମୁଁ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ ବନ ବିକାଶ ପାଇଁ ଯେଉଁମାନେ କାର୍ଯ୍ୟ କରିଛନ୍ତି, ଏହି କ୍ଷେତ୍ରକୁ ଯେଭଳି ଭାବରେ ସବୁଜ ସୁନ୍ଦର କରିଛନ୍ତି, ମୁଁ ସେଥିପାଇଁ ଏଠିକାର ସମସ୍ତ ସାଥୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ସେହି କ୍ଷେତ୍ରରେ ଯେତେବେଳେ ବିକାଶ ହେଲା, ଯେବେ ସଡ଼କ ହେଲା, ସେତେବେଳେ ସେଠିକାର ଲୋକମାନଙ୍କର ଜୀବନଧାରଣରେ ଉନ୍ନତି ଆସିଲା, ଗୋବିନ୍ଦ ଗୁରୁଙ୍କ ଶିକ୍ଷାଗୁଡ଼ିକର ମଧ୍ୟ ବିସ୍ତାର ହେଲା ।

ସାଥୀମାନେ,

ଗୋବିନ୍ଦ ଗୁରୁ ଯେପରି ମହାନ ସ୍ୱତନ୍ତ୍ରତା ସେନାନୀ ଭାରତର ପରମ୍ପରାର, ଭାରତର ଆଦର୍ଶର ପ୍ରତିନିଧି ଥିଲେ । ସେ କୌଣସି ରାଜକୁମାରୀ ରାଜ୍ୟର ରାଜା ନ ଥିଲେ, କିନ୍ତୁ ପୁଣି ସେ ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ନାୟକ ମଧ୍ୟ ଥିଲେ। ନିଜ ଜୀବନରେ ସେ ନିଜ ପରିବାରକୁ ହରାଇଥିଲେ; କିନ୍ତୁ ସାହସ କେବେ ହରାଇ ନ ଥିଲେ । ସେ ପ୍ରତ୍ୟେକ ଆଦିବାସୀଙ୍କୁ, ପ୍ରତ୍ୟେକ କମଜୋର - ଗରୀବ ଏବଂ ଭାରତବାସୀଙ୍କୁ ନିଜ ପରିବାର ମାନିନେଲେ । ଗୋବିନ୍ଦ ଗୁରୁ ଯଦି ଆଦିବାସୀ ସମାଜର ଶୋଷଣ ବିରୋଧରେ ଇଂରେଜ ଶାସନ ସହିତ ସଂଘର୍ଷର ବିଗୁଲ ବଜାଇଥିଲେ, ତା’ ସହିତ ନିଜ ସମାଜର କୁସଂସ୍କାର ବିରୋଧରେ ସେ ଆଂଦୋଳନ କରିଥିଲେ । ସେ ଏକ ସମାଜ ସଂସ୍କାରକ ମଧ୍ୟ ଥିଲେ । ସେ ଏକ ଆଧ୍ୟାତ୍ମିକ ଗୁରୁ ମଧ୍ୟ ଥିଲେ । ସେ ଏକ ସନ୍ଥ ମଧ୍ୟ ଥିଲେ । ସେ ଜଣେ ଲୋକ ନେତା ମଧ୍ୟ ଥିଲେ । ତାଙ୍କ ଜୀବନରେ ଆମେ ସାହସ, ଶୌର୍ଯ୍ୟର ଯେତେ ମହାନ ଦର୍ଶନ ହେଉଥିଲା, ସେତିକି ହିଁ ଉଚ୍ଚା ତାଙ୍କର ଦାର୍ଶନିକ ଏବଂ ବୌଦ୍ଧିକ ଚିନ୍ତନ ମଧ୍ୟ ଥିଲା । ଗୋବିନ୍ଦ ଗୁରୁଙ୍କର ସେହି ଚିନ୍ତନ, ସେହି ବୋଧ ଆଜି ତାଙ୍କର ‘ଘୃଣୀ’ ଭାବରେ ମାନଗଡ଼ ଧାମରେ ଅଖଣ୍ଡ ରୂପରେ ପ୍ରଜ୍ୱଳିତ ହେଉଛି ଏବଂ ତାଙ୍କର ‘ସମ୍ପ ସଭା’ ଦେଖନ୍ତୁ । ଶବ୍ଦ ମଧ୍ୟ କେତେ ମାର୍ମିକ ଅଟେ । ‘ସମ୍ପ ସଭା’ ସମାଜର ପ୍ରତ୍ୟେକଙ୍କ ଆଦର୍ଶ ମନରେ ସମ୍ପ ଭାବ ସୃଷ୍ଟି କରିଥାଏ । ସେଥିପାଇଁ ଅନେକ ‘ସମ୍ପ ସଭା’ର ଆଦର୍ଶ ଆଜି ମଧ୍ୟ ଏକତା, ଭଲପାଇବା ଏବଂ ଭାଇଚାରାର ପ୍ରେରଣା ଦେଉଛି । ତାଙ୍କ ଭାଗବତ ଅନୁସରଣକାରୀ ଆଜି ମଧ୍ୟ ଭାରତର ଆଧ୍ୟାତ୍ମିକତାକୁ ଆଗକୁ ବଢ଼ାଉଛି ।

ସାଥୀମାନେ,

୧୭ ନଭେମ୍ବର ୧୯୧୩କୁ ମାନଗଡ଼ରେ ଯେଉଁ ନରସଂହାର ହୋଇଥିଲା, ତାହା ଇଂରେଜ ହୁକୁମତରେ କ୍ରୁରତାର ପରାକାଷ୍ଠା ଥିଲା । ଗୋଟିଏ ପଟେ ସ୍ୱାଧୀନତାରେ ନିଷ୍ଠା ରଖୁଥିବା ନିରୀହ ଆଦିବାସୀ ଭାଇ-ଭଉଣୀ, ଅନ୍ୟପଟେ ଦୁନିଆକୁ ଦାସତ୍ୱ କରିବାର ଚିନ୍ତାଧାରା । ମାନଗଡ଼ର ଏହି ପାହାଡ଼ରେ ଇଂରେଜୀ ହୁକୁମତ ଏକ ହଜାର ପାଞ୍ଚ ଶହରୁ ଅଧିକ ଯବୁକଙ୍କୁ, ବୟୋଜ୍ୟେଷ୍ଠଙ୍କୁ, ମହିଳାମାନଙ୍କୁ ଘେରୀ ତାଙ୍କୁ ମରଣମୁହଁରେ ପକାଇଥିଲେ, ଆପଣ କଳ୍ପନା କରିପାରିବେ ଏକା ସହ ଦେଢ଼ ହଜାରରୁ ଅଧିକ ଲୋକଙ୍କର ଜଘନ୍ୟ ହତ୍ୟା କରିବାର ପାପ କରାଗଲା । ଦୁର୍ଭାଗ୍ୟବଶତଃ ଆଦିବାସୀ ସମାଜର ଏହି ସଂଘର୍ଷ ଏବଂ ବଳିଦାନକୁ ସ୍ୱାଧୀନତା ପରେ ଲେଖା ଯାଇଥିବା ଇତିହାସରେ ଯେଉଁ ସ୍ଥାନ ମିଳିବା ଦରକାର ଥିଲା, ତାହା ମିଳିଲା ନାହିଁ । ସ୍ୱାଧୀନତାର ଅମୃତ ମହୋତ୍ସବରେ ଆଜି ଦେଶ ସେହି ଆବଶ୍ୟକତାକୁ ପୂରଣ କରୁଛି । ଆଜି ଦେଶ ସେହି ଦଶକ ପୂର୍ବର ଭୁଲକୁ ସୁଧାରିବାକୁ ଲାଗିଛି ।

ସାଥୀମାନେ,

ଭାରତର ଅତୀତ, ଭାରତର ଇତିହାସ, ଭାରତର ବର୍ତ୍ତମାନ ଏବଂ ଭାରତର ଭବିଷ୍ୟତ ଆଦିବାସୀ ସମାଜ ବିନା ପୂରା ହୋଇପାରିବ ନାହିଁ । ଆମର ସ୍ୱାଧୀନତାର ଲଢ଼େଇର ମଧ୍ୟ ପର୍ଯ୍ୟାୟ କ୍ରମେ ଇତିହାସର ପ୍ରତ୍ୟେକଟି ଫର୍ଦ୍ଦରେ ଆଦିବାସୀଙ୍କ ବୀରତ୍ୱର କାହାଣୀ ଲିପିବଦ୍ଧ ହୋଇ ରହିଛି । ୧୮୫୭ର କ୍ରାନ୍ତିରେ ମଧ୍ୟ ପୂର୍ବରୁ, ବିଦେଶୀ ଶାସନ ବିରୋଧରେ ଆଦିବାସୀ ସମାଜ ବିଗୁଲ ବଜାଇଥିଲା । ୧୭୮ଠ, ଆପଣ ଚିନ୍ତା କରନ୍ତୁ ୧୮୫୭ରୁ ମଧ୍ୟ ପୂର୍ବରୁ ୧୭୮ଠରେ ସଂଥାଲରେ ତିଲକା ମାଝୀଙ୍କ ନେତୃତ୍ୱରେ ‘ଦାମିନ ସତ୍ୟାଗ୍ରହ’ ଲଢ଼ା ଯାଇଥିଲା । ୧୮୩ଠ-୩୨ର ବୁଦ୍ଦୁ ଭଗତଙ୍କ ନେତୃତ୍ୱରେ ଦେଶ ‘ଲରକା ଆଂଦୋଳନ’ର ସାକ୍ଷୀ ହେଲେ । ୧୮୫୫ରେ ସ୍ୱାଧୀନତାର ଏହି ଜ୍ୱାଳା ‘ସିଧୁ କାରୁ କ୍ରାନ୍ତି’ ରୂପରେ ପ୍ରଜ୍ୱଳିତ ହେଲା । ଏହିଭଳି ଭାବରେ, ଭଗବାନ ବିର୍ସା ମୁଣ୍ଡା ଲକ୍ଷ ଲକ୍ଷ ଆଦିବାସୀମାନଙ୍କ ମଧ୍ୟରେ କ୍ରାନ୍ତିର ଜ୍ୱାଳା ପ୍ରଜ୍ଜ୍ୱଳିତ କଲେ । ସେ ବହୁତ କମ ବୟସରେ ଚାଲି ଯାଇଥିଲେ । କିନ୍ତୁ ତାଙ୍କର ଯେଉଁ ଶକ୍ତି, ତାଙ୍କର ଦେଶଭକ୍ତି ଏବଂ ତାଙ୍କର ସାହସ ‘ତାହା ଭଗତ ଆଂଦୋଳନ’ ଭଳି କ୍ରାନ୍ତିର ଆଧାର ହେଲା ।

ସାଥୀମାନେ,

ଦାସତ୍ୱର ଆରମ୍ଭ ଶତାବ୍ଦୀରୁ ନେଇ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ, ଆପଣ ଏମିତି କୌଣସି ମଧ୍ୟ ଅବଧି ଦେଖିବେ ନାହିଁ, ଯେତେବେଳେ ଆଦିବାସୀ ସମାଜ ସ୍ୱାଧୀନତା ସଂଗ୍ରାମର ମଶାଲକୁ ଥମିବାକୁ ଦେଇ ନ ଥିଲେ । ଆନ୍ଧ୍ର ପ୍ରଦେଶରେ ‘ଅଲ୍ଲୁରୀ ସୀତାରାମ ରାଜୁ ଗାରୁ’ଙ୍କ ନେତୃତ୍ୱରେ ଆଦିବାସୀମାନେ ସମାଜ ‘ରମ୍ପା କ୍ରାନ୍ତି’କୁ ଏକ ନୂତନ ଆଧାର ଦେଇ ଦେଇଥିଲେ । ଏବଂ ରାଜସ୍ଥାନର ଏହି ଭୂମି ତା’ ଠାରୁ ମଧ୍ୟ ବହୁ ପୂର୍ବରୁ ଆଦିବାସୀ ସମାଜର ଦେଶଭକ୍ତିର ସାକ୍ଷୀ ରହିଥିଲା । ଏହି ଭୂମିରେ ଆମର ଆଦିବାସୀ ଭାଇ-ଭଉଣୀ ମହାରାଣା ପ୍ରତାପଙ୍କ ସହିତ ତାଙ୍କର ଶକ୍ତି ହୋଇ ଠିଆ ହୋଇଥିଲେ ।

ସାଥୀମାନେ,

ଆମେ ଆଦିବାସୀ ସମାଜର ବଳିଦାନର ଋଣୀ ଅଟୁ । ଆମେ ଅନେକ ଯୋଗଦାନର ରାଣୀ ଅଟୁ । ଏହି ସମାଜର, ଏହି ପ୍ରକୃତିରୁ ନେଇ ପର୍ଯ୍ୟାବରଣ ପର୍ଯ୍ୟନ୍ତ, ସଂସ୍କୃତିରୁ ନେଇ ପରମ୍ପରା ପର୍ଯ୍ୟନ୍ତ, ଭାରତର ଚରିତ୍ରକୁ ସହଜ ଏବଂ ସଜାଇଛୁ । ଆଜି ସମୟ ହେଉଛି ଦେଶ ଏହି ଋଣ ପାଇଁ, ଏହି ଯୋଗଦାନ ପାଇଁ ଆଦିବାସୀ ସମାଜର ସେବା କରି ତାଙ୍କୁ ଧନ୍ୟବାଦ କରିବା । ଗତ ୮ ବର୍ଷରୁ ଏହି ଭାବନା ଆମର ପ୍ରୟାସକୁ ଶକ୍ତି ଦେଉଛି । ଆଜିଠାରୁ କିଛିଦିନ ପରେ, ୧୫ ନଭେମ୍ବରକୁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଦେଶ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବ । ଆଦିବାସୀ ସମାଜର ଅତୀତ ଏବଂ ଇତିହାସକୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଆଜି ସମଗ୍ର ଦେଶରେ ଆଦିବାସୀ ସ୍ୱତନ୍ତ୍ରତା ସେନାନୀମାନଙ୍କୁ ସମିର୍ପିତ ବିଶେଷ ମିଉଜିୟମ ନିର୍ମାଣ କରାଯାଉଛି । ଯେଉଁ ସୁନ୍ଦର ଐତିହ୍ୟରୁ ଆମର ପିଢ଼ି ବଂଚିତ ରହିଥିଲେ, ତାହା ବର୍ତ୍ତମାନ ତାଙ୍କର ଚିନ୍ତନର, ତାଙ୍କର ଭାବନାର ଏବଂ ତାଙ୍କର ପ୍ରେରଣାର ଅଂଶ ହେବ ।

ଭାଇ ଏବଂ ଭଉଣମାନେ,

ଦେଶରେ ଆଦିବାସୀ ସମାଜର ବିସ୍ତାର ଏବଂ ତାହାର ଭୂମିକା ଏତେ ବୃଦ୍ଧି ଘଟିଛି ଯେ ଆମକୁ ତା’ ପାଇଁ ସମର୍ପିତ ଭାବନା ନେଇ କାମ କରିବାକୁ ଆବଶ୍ୟକତା ରହିଛି । ରାଜସ୍ଥାନ ଏବଂ ଗୁଜରାଟରୁ ନେଇ ପୂର୍ବୋତ୍ତର ଏବଂ ଓଡ଼ିଶା ପର୍ଯ୍ୟନ୍ତ, ବିବିଧତାପୂର୍ଣ୍ଣ ଆଦିବାସୀ ସମାଜର ସେବା ପାଇଁ ଆଜି ଦେଶ ସ୍ପଷ୍ଟ ନୀତି ସହିତ କାର୍ଯ୍ୟ କରୁଛି । ‘ବନବନ୍ଧୁ କଲ୍ୟାଣ ଯୋଜନା’ ମାଧ୍ୟମରେ ଆଜି ଜନଜାତୀୟ ଅଂଚଳକୁ ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାରର ଅବସରଗୁଡ଼ିକ ସହିତ ଯୋଡ଼ଯାଉଛି । ଆଜି ଦେଶରେ ବନକ୍ଷେତ୍ର ମଧ୍ୟ ବଢୁଛି, ବନ ସମ୍ପଦକୁ ମଧ୍ୟ ସୁରକ୍ଷିତ କରାଯାଉଛି ଏବଂ ତା’ ସହିତ ଆଦିବାସୀ କ୍ଷେତ୍ର ଡିଜିଟାଲ ଇଣ୍ଡିଆ ସହିତ ମଧ୍ୟ ସଂଯୋଗ କରାଯାଉଛି । ପାରମ୍ପରିକ କୋଶଳ ସହିତ ଆଦିବାସୀ ଯୁବକମାନଙ୍କୁ ଆଧୁନିକ ଶିକ୍ଷାର ମଧ୍ୟ ସୁଯୋଗ ମିଳିବ, ଏଥିପାଇଁ ‘ଏକଲବ୍ୟ ଆବାସିକ ବିଦ୍ୟାଳୟ’ ମଧ୍ୟ ଖୋଲାଯାଉଛି । ଏଠାରେ ଏହି କାର୍ଯ୍ୟକ୍ରମ ପରେ ମୁଁ ଜାମ୍ବଘୋଡ଼ା ଯାଉଛି ଯେଉଁଠାରେ ଗୋବିନ୍ଦ ଗୁରୁଜୀଙ୍କ ନାମରେ ହୋଇଥିବା ବିଶ୍ୱବିଦ୍ୟାଳୟର ସୁନ୍ଦର ପ୍ରଶାସନିକ କ୍ୟାମ୍ପସର ଲୋକାର୍ପଣ କରିବି ।

ସାଥୀମାନେ,

ଆଜି ଆପଣମାନଙ୍କ ମଧ୍ୟକୁ ଆସିଛି, ତେବେ ଆଉ ଗୋଟିଏ କଥା କହିବାକୁ ମୋର ମନ କହୁଛି । ଆପଣ ଦେଖିଥିବେ, କାଲି ସନ୍ଧ୍ୟାରେ ମୋତେ, ଅହମ୍ମଦାବାଦରୁ ଉଦୟପୁର ବ୍ରଡଗେଜ ଲାଇନ ଉପରେ ଚାଲିବାକୁ ଥିବା ଟ୍ରେନକୁ ସବୁଜ ପତାକା ଦେଖାଇବାର ସୁଯୋଗ ମିଳିଲା । ୩ଠଠ କିଲୋମିଟର ଲମ୍ବା ଏହି ରେଳ ଲାଇନର ବ୍ରଡଗେଜରେ ପରିବର୍ତ୍ତନ ହେବା ରାଜସ୍ଥାନର ଆମର ଭାଇ ଓ ଭଉଣୀମାନଙ୍କ ପାଇଁ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ପରିବର୍ତ୍ତନ ଦ୍ୱାରା ରାଜସ୍ଥାନର ଅନେକ ଆଦିବାସୀ କ୍ଷେତ୍ର, ଗୁଜରାଟର ଆଦିବାସୀ କ୍ଷେତ୍ର ସହିତ ଯୋଡ଼ି ହୋଇଯିବ । ଏହି ନୂତନ ରେଳ ଲାଇନରୁ ରାଜସ୍ଥାନର ପର୍ଯ୍ୟଟନକୁ ମଧ୍ୟ ବଡ଼ ଲାଭ ମିଳିବ, ଏଠିକାର ଶିଳ୍ପର ବିକାଶରେ ମଧ୍ୟ ସାହାଯ୍ୟ ମିଳିବ । ଏହାଦ୍ୱାରା ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର ମଧ୍ୟ ନୂତନ ସମ୍ଭାବନା ସୃଷ୍ଟି ହେବ।

ସାଥୀମାନେ,

ବର୍ତ୍ତମାନ ଏଠାରେ ମାନଗଡ଼ ଧାମର ସମ୍ପୂର୍ଣ୍ଣ ବିକାଶର ଆଲୋଚନା ମଧ୍ୟ ହୋଇଛି । ମାନଗଡ଼ ଧାମର ସୁନ୍ଦର ବିସ୍ତାର ପାଇଁ ପ୍ରବଳ ଇଚ୍ଛା ଆମ ସମସ୍ତଙ୍କର ଅଛି । ଏଥିପାଇଁ ରାଜସ୍ଥାନ, ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରକୁ ମିଶାଇ କାମ କରିବାର ଆବଶ୍ୟକତା ରହିଛି । ମୋର ଏଠାରେ ଚାରିଟି ରାଜ୍ୟ ଏବଂ ସରକାରଙ୍କୁ ଅନୁରୋଧ କରିବି ଯେ ଏହି ଦିଗରେ ବିସ୍ତୃତ ଚର୍ଚ୍ଚା କରିବା, ଗୋଟିଏ ରୋଡ ମ୍ୟାପ ପ୍ରସ୍ତୁତ କରିବା, ଯାହାକି ଗୋବିନ୍ଦ ଗୁରୁଜୀଙ୍କ ଏହି ସ୍ମୃତି ସ୍ଥଳ ମଧ୍ୟ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିବା । ମୋତେ ବିଶ୍ୱାସ ଅଛି, ମାନଗଡ଼ ଧାମର ବିକାଶ, ଏହି କ୍ଷେତ୍ରକୁ ନୂତନ ପିଢ଼ି ପାଇଁ ପ୍ରେରଣାକୁ ଏକ ଜାଗ୍ରତ ସ୍ଥଳ କରିବ ଏବଂ ଏହା ମଧ୍ୟ ମୁଁ ବିଶ୍ୱାସ ଦେଉଛି, କାରଣ କେତେ ଦିନରୁ ଆମର ଆଲୋଚନା ଚାଲିଛି । ଯେତେଶୀଘ୍ର, ଯେତେ ଅଧିକ କ୍ଷେତ୍ର ଆମେ ନିର୍ଦ୍ଧାରିତ କରିବେ, ତାହାହେଲେ ପୁଣି ସବୁ ମିଳିମିଶି ଏବଂ ଭାରତ ସରକାରଙ୍କ ନେତୃତ୍ୱରେ ଆମେ ଏହାର ଏବଂ ଅଧିକ ବିକାଶ କରିପାରିବା । ଏହାକୁ କୌଣସି ରାଷ୍ଟ୍ରୀୟ ସ୍ମାରକ କହିପାରିବେ, କେହି ସଂକଳିତ ବ୍ୟବସ୍ଥା କହିପାରିବେ, ନାମ କେହି ମଧ୍ୟ ଦେଇପାରିବେ, କିନ୍ତୁ ଭାରତ ସରକାର ଏବଂ ଏହି ଚାରୋଟି ରାଜ୍ୟର ଜନଜାତୀୟ ସମାଜ ସହିତ ସିଧାସଳଖ ସମ୍ବନ୍ଧ ରହିଛି । ଏହି ଚାରୋଟି ରାଜ୍ୟ ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏହାକୁ ନୂତନ ଶିଖରକୁ ନେଇଯିବାକୁ ହେବ, ଏହି ଦିଗରେ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଗୋବିନ୍ଦ ଗୁରୁଙ୍କ ଶ୍ରୀ ଚରଣରେ ମୁଁ ପ୍ରଣାମ କରୁଛି, ତାଙ୍କର ଧ୍ୱନିରୁ ମିଳିଥିବା ପ୍ରେରଣାରୁ ଆଦିବାସୀ ସମାଜର କଲ୍ୟାଣର ସଂକଳ୍ପ ନେଇ ଆମେ ସମସ୍ତେ ବାହାରିବା, ଏହା ମୋର ଆପଣ ସମସ୍ତଙ୍କୁ ପ୍ରାର୍ଥନା ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”