“ବୁଦ୍ଧଙ୍କ ବାର୍ତ୍ତା ସମଗ୍ର ବିଶ୍ୱ ପାଇଁ, ବୁଦ୍ଧଙ୍କ ଧାମ ମାନବିକତା ପାଇଁ ”
“ବୁଦ୍ଧ ସାର୍ବଜନୀନ କାରଣ ବୁଦ୍ଧ ନିଜ ଭିତରୁ ଆରମ୍ଭ କରିବାକୁ କହିଥିଲେ । ବୁଦ୍ଧଙ୍କ ବୁଦ୍ଧତ୍ୱ ଏକ ସର୍ବୋଚ୍ଚ ଦାୟିତ୍ୱର ଭାବନା”
“ବୁଦ୍ଧ ଆଜି ମଧ୍ୟ ଭାରତର ସମ୍ବିଧାନର ପ୍ରେରଣା, ବୁଦ୍ଧଙ୍କ ଧାମ ଚକ୍ର ଭାରତର ତ୍ରିରଙ୍ଗା ଉପରେ ବସି ଆମକୁ ଗତି ଦେଉଛନ୍ତି ।”
“ଭାରତ ଆତ୍ମର୍ନିଭରଶୀଳ ହେବା ପାଇଁ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ‘ଆପ ଦୀପୋ ଭବ' ପ୍ରେରଣା ବୋଲି ସେ କହିଛନ୍ତି ।”

ନମୋ ବୁଦ୍ଧାୟ!

ଏହି ପବିତ୍ର ମଙ୍ଗଳ କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତରପ୍ରଦେଶର ରାଜ୍ୟାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ମହାଶୟା, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି.କିଷନ ରେଡ୍ଡୀ ମହାଶୟ, ଶ୍ରୀ କିରଣ ରିଜିଜୁ ମହାଶୟ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ମହାଶୟ, ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା, ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀମାନ ନମଲ ରାଜପକ୍ଷେ ମହାଶୟ, ଶ୍ରୀଲଙ୍କାରୁ ଆସିଥିବା ଅତି ପୂଜନୀୟ, ଆମର ଅନ୍ୟାନ୍ୟ ଅତିଥିଗଣ, ମ୍ୟାଁମାର, ଭିଏତନାମ, କମ୍ବୋଡିଆ, ଥାଇଲ୍ୟାଣ୍ଡ, ଲାଓ ପିଡିଆର, ଭୁଟାନ ଏବଂ ଦକ୍ଷିଣ କୋରିଆରେ ଥିବା ଭାରତର ମହାମହିମ ରାଷ୍ଟ୍ରଦୂତଗଣ, ଶ୍ରୀଲଙ୍କା, ମଙ୍ଗୋଲିୟା, ଜପାନ, ସିଙ୍ଗାପୁର, ନେପାଳ ଏବଂ ଅନ୍ୟ ଦେଶର ବରିଷ୍ଠ ରାଜନାୟକ, ସମସ୍ତ ସମ୍ମାନିତ ଭିକ୍ଷୁଗଣ, ଆଉ ଗଭବାନ ବୁଦ୍ଧଙ୍କର ସମସ୍ତ ଅନୁଗାମୀ ସାଥୀଗଣ!

ଆଶ୍ୱିନ ମାସର ପୂର୍ଣ୍ଣିମାର ଏହି ପବିତ୍ର ଦିନ, କୁଶୀନଗରର ପବିତ୍ର ଭୂମି, ଆଉ ନିଜର ଶରୀର-ଅଂଶ – ରେଲିକ୍ସର ରୂପରେ ଭଗବାନ ବୁଦ୍ଧଙ୍କର ସାକ୍ଷାତ ଉପସ୍ଥିତି ! ଭଗବାନ ବୁଦ୍ଧଙ୍କର କୃପାରୁ ଆଜିକାର ଦିନରେ କେତେଗୁଡ଼ିଏ ଅଲୌକିକ ସଙ୍ଗତ, କେତେଗୁଡ଼ିଏ ଆଲୌକିକ ସଂଯୋଗ ଏକାସଙ୍ଗେ ଏକାଠି ପ୍ରକଟ ହେଉଛନ୍ତି । ଏବେ ଏଠାକୁ ଆସିବା ପୂର୍ବରୁ ମୋତେ କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଛି। କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ମାଧ୍ୟମରେ ସମଗ୍ର ବିଶ୍ବର କୋଟି- କୋଟି ବୁଦ୍ଧ ଅନୁଗାମୀଙ୍କୁ ଏଠାକୁ ଆସିବାର ସୁଯୋଗ ମିଳିବ, ସେମାନଙ୍କର ଯାତ୍ରା ସହଜ ହେବ। ଏହି ଅନ୍ତର୍ଜାତୀୟ ବିମାନବନ୍ଦରରେ ଶ୍ରୀଲଙ୍କାରୁ ପହଞ୍ଚିଥିବା ପ୍ରଥମ ବିମାନରେ ଅତି- ପୂଜନୀୟ ମହାସଂଘ, ସମ୍ମାନିତ ଭିକ୍ଷୁଗଣ, ଆମର ସାଥୀଗଣ, କୁଶୀନଗରରେ ପଦାର୍ପଣ କରିଛନ୍ତି । ଆପଣ ସମସ୍ତଙ୍କର ଉପସ୍ଥିତି ଭାରତ ଏବଂ ଶ୍ରୀଲଙ୍କାର ହଜାର- ହଜାର ବର୍ଷ ପୁରାତନ ଆଧ୍ୟାତ୍ମିକ, ଧାର୍ମିକ ଏବଂ ସାଂସ୍କୃତିକ ପରମ୍ପରାର ହେଉଛି ପ୍ରତୀକ।

ସାଥୀଗଣ,

ଆମେ ସମସ୍ତେ ଜାଣିଛନ୍ତି ଯେ ଶ୍ରୀଲଙ୍କାକୁ ବୌଦ୍ଧ ଧର୍ମର ସନ୍ଦେଶ, ସର୍ବପ୍ରଥମେ ଭାରତରୁ ସମ୍ରାଟ ଅଶୋକଙ୍କର ପୁତ୍ର ମହେନ୍ଦ୍ର ଏବଂ ପୁତ୍ରୀ ସଂଘମିତ୍ରା ନେଇଯାଇଥିଲେ। ଏହା ବିଶ୍ୱାସ କରାଯାଏ ଯେ ଆଜିକାର ହିଁ ଦିନରେ ‘ଅର୍ହତ ମହିନ୍ଦା’ ଫେରି ଆସି ନିଜ ପିତାଙ୍କୁ ଜଣାଇଥିଲେ ଯେ ଶ୍ରୀଲଙ୍କା ବୁଦ୍ଧଙ୍କର ସନ୍ଦେଶକୁ କିଭଳି ଉର୍ଜ୍ଜାର ସହିତ ଅଙ୍ଗୀକାର କରିଛି । ଏହି ସମାଚାର ଏହି ବିଶ୍ୱାସକୁ ବୃଦ୍ଧି କରିଥିଲା, ଯେ ବୁଦ୍ଧଙ୍କର ସନ୍ଦେଶ ହେଉଛି ସମଗ୍ର ବିଶ୍ୱ ପାଇଁ, ବୁଦ୍ଧଙ୍କର ଧର୍ମ ହେଉଛି ମାନବତା ପାଇଁ । ତେଣୁ, ଆଜିକାର ଏହି ଦିନ ଆମ ସମସ୍ତଙ୍କର ଦେଶର ଶତାବ୍ଦୀ- ଶତାବ୍ଦୀ ପୁରାତନ ସାଂସ୍କୃତିକ ସମ୍ବନ୍ଧ ଗୁଡ଼ିକୁ ନୂତନ ଉର୍ଜ୍ଜା ପ୍ରଦାନ କରିବାର ମଧ୍ୟ ହେଉଛି ଗୋଟିଏ ଦିନ। ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଯେ ଆପଣ ଆଜି ଭଗବାନ ବୁଦ୍ଧଙ୍କର ମହା- ପରିନିର୍ବାଣ ସ୍ଥଳରେ ତାଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି । ମୁଁ ଶ୍ରୀଲଙ୍କା ଏବଂ ଅନ୍ୟ ସମସ୍ତ ଦେଶରୁ ଆସିଥିବା ଆମର ସମ୍ମାନିତ ଅତିଥିଗଣଙ୍କର ମଧ୍ୟ ହାର୍ଦ୍ଦିକ ସ୍ୱାଗତ କରୁଛି। ଆମର ଯେଉଁ ଅତିପୂଜନୀୟ ମହାସଂଘ, ଆମକୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଆଦରୂର୍ବକ ପ୍ରଣାମ କରୁଛି । ଆପଣ ଆମ ସମସ୍ତଙ୍କୁ ଭଗବାନ ବୁଦ୍ଧଙ୍କର ଅବଶେଷ ସ୍ୱରୂପ -ରେଲିକ୍ସର ଦର୍ଶନର ସୌଭାଗ୍ୟ ପ୍ରଦାନ କଲେ । ଏଠାରେ କୁଶୀନଗରରେ ଏହି କାର୍ଯ୍ୟକ୍ରମରେ ପୂଜନୀୟ ମହାସଂଘ, ଆମକୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଆଦରପୂର୍ବକ ପ୍ରଣାମ କରୁଛି । ଆପଣ ଆମ ସମସ୍ତଙ୍କୁ ଭଗବାନ ବୁଦ୍ଧଙ୍କର ଅବଶେଷ ସ୍ୱରୂପ -ରେଲିକ୍ସର ଦର୍ଶନର ସୌଭାଗ୍ୟ ପ୍ରଦାନ କଲେ। ଏଠାରେ କୁଶୀନଗରରେ ଏହି କାର୍ଯ୍ୟକ୍ରମ ପରେ ଆପଣ ମୋର ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ଯାଉଛନ୍ତି । ଆପଣଙ୍କର ପବିତ୍ର ଚରଣରଜ, ସେଠାରେ ମଧ୍ୟ ପଡ଼ିବ, ସେଠାରେ ମଧ୍ୟ ସୌଭାଗ୍ୟ ଆଣି ଆସିବ।

ସାଥୀଗଣ,

ମୁଁ ଆଜି ଆନ୍ତର୍ଜାତୀୟ ବୌଦ୍ଧ ମହାସମ୍ମିଳନୀର ସମସ୍ତ ସଦସ୍ୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଆପଣ ଯେଉଁଭଳି ଭାବେ ଆଧୁନିକ ବିଶ୍ୱରେ ଭଗବାନ ବୁଦ୍ଧଙ୍କର ସନ୍ଦେଶକୁ ବିସ୍ତାର ପ୍ରଦାନ କରୁଛନ୍ତି, ତାହା ହେଉଛି ବାସ୍ତବିକ ବହୁତ ପ୍ରଶଂସନୀୟ। ଆଜି ଏହି ଅବସରରେ ମୁଁ ମୋର ପୁରାତନ ସହଯୋଗୀ ଶ୍ରୀ ଶକ୍ତି ସିହ୍ନା ମହାଶୟଙ୍କୁ ମଧ୍ୟ ସ୍ମରଣ କରୁଛି । ଆନ୍ତର୍ଜାତୀୟ ବୌଦ୍ଧ ମହାସମ୍ମିଳନୀର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଶକ୍ତି ସିହ୍ନା ମହାଶୟଙ୍କର କିଛି ଦିନ ପୂର୍ବେ ସ୍ୱର୍ଗବାସ ହୋଇଛି । ଭଗବାନ ବୁଦ୍ଧଙ୍କ ଠାରେ ତାଙ୍କର ଆସ୍ଥା, ତାଙ୍କର ସମର୍ମଣ ହେଉଛି ଆମ ସମସ୍ତଙ୍କ ପ।ଇଁ ଏକ ପ୍ରେରଣା।

ସାଥୀଗଣ,

ଆଣମାନେ ସମସ୍ତେ ଜାଣନ୍ତି, ଆଜି ହେଉଛି ଆଉ ଏକ ଗୁରୁତ୍ୱୂର୍ଣ୍ଣ ଅବସର- ଭଗବାନ ବୁଦ୍ଧଙ୍କର ତୁଷିତାରୁ ଫେରି ଧରା ଧାମକୁ ଆସିବାର ! ଏଥିପାଇଁ, ଆଶ୍ୱିନ ପୂର୍ଣ୍ଣିମାରେ ଆମର ଭିକ୍ଷୁଗଣ ନିଜର ତିନି ମାସର ‘ବର୍ଷାବାସ’କୁ ମଧ୍ୟ ପୂରଣ କରନ୍ତି । ଆଜି ମୋତେ ମଧ୍ୟ ବର୍ଷାବାସ ପରେ ସଂଘ ଭିକ୍ଷୁକଙ୍କର ‘ଚୀୱର ଦାନ’ ନିମନ୍ତେ ସୌଭାଗ୍ୟ ମିଳିଛି । ଭଗବାନ ବୁଦ୍ଧଙ୍କର ଏହି ବୋଧ ହେଉଛି ଅଦ୍ଭୁତ, ଯିଏ ଏଭଳି ପରମ୍ପରା ସବୁକୁ ଜନ୍ମ ଦେଇଛି ! ବର୍ଷା ମାସରେ ଆମର ପ୍ରକୃତି, ଆମର ଆଖ- ପାଖର ଗଛ- ଲତା, ନୂତନ ଜୀବନ ପାଇଥାଆନ୍ତି । ଜୀବ-ମାତ୍ରଙ୍କ ପ୍ରତି ଅହିଂସାର ସଂକଳ୍ପ ଏବଂ ବୃକ୍ଷରେ ମଧ୍ୟ ପରମାତ୍ମାଙ୍କୁ ଦେଖିବାର ଭାବ, ବୁଦ୍ଧଙ୍କର ଏହି ସନ୍ଦେଶ ହେଉଛି ଏତେ ଜୀବନ୍ତ ଯେ ଆଜି ମଧ୍ୟ ଆମର ଭିକ୍ଷୁ ସେହି ଭାବନାଗୁଡ଼ିକୁ ସେହିଭଳି ପାଳନ କରି ବଞ୍ଚୁଛନ୍ତି। ଯେଉଁ ସାଧକମାନେ ସବୁବେଳେ କ୍ରିୟାଶୀଳ ରୁହନ୍ତି, ସବୁବେଳେ ଗତିଶୀଳ ରୁହନ୍ତି, ସେମାନେ ଏହି ତିନି ମାସରେ ଟିକେ ରହି ଯାଆନ୍ତି, ଫଳରେ କୌଣସି ସ୍ଥାନରେ ଅଙ୍କୁରିତ ହେଉଥିବା କୌଣସି ଏକ ବୀଜ ତାଙ୍କ ଦ୍ୱାରା ମାଡି ହୋଇ ନ ଯାଉ, ପ୍ରସ୍ଫୁଟିତ ହେଉଥିବା ପ୍ରକୃତିରେ ଅବରୋଧ ନ ଆସିଯାଉ ! ଏହି ବର୍ଷାବାସ ନା କେବଳ ବାହାରର ପ୍ରକୃତିକୁ ପ୍ରସ୍ଫୁଟିତ କରିଥାଏ, ବରଂ ଆମର ଭିତରର ପ୍ରକୃତିକୁ ମଧ୍ୟ ସଂଶୋଧିତ କରିବାର ସୁଯୋଗ ପ୍ରଦାନ କରିଥାଏ।

ସାଥୀଗଣ,

ଧମ୍ମର ନିର୍ଦ୍ଦେଶ ରହିଛି- ଯଥାପି ରୁଚିରଂ ପୁଷ୍ପଂ, ବର୍ଣ୍ଣବନ୍ତଂ ସୁଗନ୍ଧକଂ। ଏବଂ ଶୁଭାଷିତା ବାଚା, ସଫଲାହୋତି କୁବ୍ୱତୋ।।

ଅର୍ଥାତ, ଉତମ ବାଣୀ ଏବଂ ଉତମ ବିଚାର ଗୁଡ଼ିକର ଯଦି ସେତିକି ହିଁ ନିଷ୍ଠାର ସହିତ ଆଚରଣ ମଧ୍ୟ କରାଯିବ, ତେବେ ତାହାର ପରିଣାମ ସେଭଳି ହିଁ ହୋଇଥାଏ, ଯେଭଳି ଫୁଲ ସହିତ ସୁଗନ୍ଧର! କାରଣ ଆଚରଣ ବିନା ଉତ୍ତମରୁ ଅତି ଉତ୍ତମ କଥା, ସୁଗନ୍ଧ ବିନା ଫୁଲ ଭଳି ହୋଇଥାଏ। ଦୁନିଆରେ ଯେଉଁଠି- ଯେଉଁଠି ମଧ୍ୟ ବୁଦ୍ଧଙ୍କର ବିଚାର ଗୁଡ଼ିକୁ ସଠିକ ଭାବେ ଆତ୍ମସାତ କରାଯ।ଇଛି, ସେଠାରେ କଠିନରୁ ଅତି କଠିନ ପରିସ୍ଥିତିରେ ମଧ୍ୟ ପ୍ରଗତିର ପଥ ନିର୍ମିତ ହୋଇଛି । ବୁଦ୍ଧ ଏଥଇପାଇଁ ହେଉଛନ୍ତି ବୈଶ୍ୱିକ, କାରଣ ନିଜ ଭିତରୁ ଆରମ୍ଭ କରିବାକୁ ହିଁ ବୁଦ୍ଧ ବୋଲି କୁହାଯାଏ । ଭଗବାନ ବୁଦ୍ଧଙ୍କର ବୁଦ୍ଧତ୍ୱ ହେଉଛି- ସେନ୍ସ ଅଫ୍ ଅଲଟିମେଟ ରେସପନସିବିଲିଟି ବା ଦାୟିତ୍ୱବୋଧର ଜ୍ଞାନ । ଅର୍ଥାତ, ଆମର ଆଖପାଖରେ, ଆମ ବ୍ରହ୍ମାଣ୍ଡରେ ଯାହା କିଛି ମଧ୍ୟ ହେଉଛି, ଆମେ ତାହାକୁ ନିଜ ସହିତ ଯୋଡ଼ିକରି ଦେଖୁଛୁ, ତାହାର ଦାୟିତ୍ୱ ନିଜେ ନେଉଛୁ। ଯାହା କିଛି ଘଟିତ ହେଉଛି ସେଥିରେ ଯଦି ଆମେ ନିଜର ସକରାତ୍ମକ ପ୍ରୟାସ ଯୋଡ଼ି ଦେବା, ତେବେ ଆମେ ସୃଜନକୁ ଗତି ପ୍ରଦାନ କରିବା । ଆଜି ଯେତେବେଳେ ଦୁନିଆ ପର୍ଯ୍ୟାବରଣ ସଂରକ୍ଷଣର କଥା କହୁଛି, ଜଳବାୟୁ ପରିବର୍ତନ ଚିନ୍ତା ବ୍ୟକ୍ତ କରୁଛି, ତେବେ ତାହା ସହିତ ଅନେକ ଗୁଡ଼ିଏ ପ୍ରଶ୍ନ ଉଠୁଛି । କିନ୍ତୁ, ଯଦି ଆମେ ବୁଦ୍ଧଙ୍କର ସନ୍ଦେଶକୁ ଆପଣାଇ ନେଉଛେ, ତେବେ ‘କାହାକୁ କରିବାକୁ ଅଛି’, ଏହି ସ୍ଥାନରେ କ’ଣ କରିବାକୁ ହେବ’, ଏହାର ମାର୍ଗ ନିଜକୁ ନିଜେ ଦେଖା ଯାଇଥାଏ ।

ସାଥୀଗଣ,

ହଜାର- ହଜାର ବର୍ଷ ପୂର୍ବେ ଭଗବାନ ବୁଦ୍ଧ ଯେତେବେଳେ ଏହି ଧରାପୃଷ୍ଠରେ ଥିଲେ, ସେତେବେଳେ ଆଜି ଭଳି ବ୍ୟବସ୍ଥା ନ ଥିଲା କିନ୍ତୁ ପୁଣି ମଧ୍ୟ ବୁଦ୍ଧ ବିଶ୍ୱର କୋଟି- କୋଟି ଲୋକମାନଙ୍କ ପାଖରେ ପହଞ୍ଚି ଯାଇଥିଲେ, ସେମାନଙ୍କର ଅନ୍ତର୍ମନରେ ଯୋଡ଼ି ହୋଇଯାଇଥିଲେ। ମୁଁ ଭିନ୍ନ –ଭିନ୍ନ ଦେଶରେ, ବୌଦ୍ଧ ଧର୍ମ ସହିତ ଜଡ଼ିତ ମନ୍ଦିର ମାନଙ୍କରେ, ବିହାର ଗୁଡ଼ିକରେ ଏହି କଥାକୁ ସାକ୍ଷାତ ଅନୁଭବ କରିଛି । ମୁଁ ଦେଖିଛି, କ୍ୟାଣ୍ଡିରୁ କ୍ୟୋଟୋ ପର୍ପ୍ୟନ୍ତ, ହନୋଇରୁ ହମ୍ବନଟୋଟା ପର୍ପ୍ୟନ୍ତ, ଭଗବାନ ବୁଦ୍ଧ ନିଜ ବିଚାରଧାରା ମାଧ୍ୟମରେ, ମଠ, ଅବଶେଷ ଏବଂ ସଂସ୍କୃତି ମାଧ୍ୟମରେ, ପ୍ରତ୍ୟେକ ସ୍ଥାନରେ ଅଛନ୍ତି । ଏହା ହେଉଛି ମୋର ସୌଭାଗ୍ୟ ଯେ, ମୁଁ କ୍ୟାଣ୍ଡିରେ ଶ୍ରୀ ଡଲାଡା ମୈଲାଗୋୱା ସେଠାକୁ ଦର୍ଶନ କରିବାକୁ ପହଞ୍ଚିଯାଇଥିଲି, ସିଙ୍ଗାପୁରରେ ତାଙ୍କର ଦନ୍ତ-ଅବଶେଷକୁ ମୁଁ ଦର୍ଶନ କରିଛି, ଆଉ କ୍ୟୋଟୋରେ କିଙ୍କା-କୁଜି ଯିବାର ସୁଯୋଗରେ ତାଙ୍କର ଦନ୍ତ-ଅବଶେଷକୁ ମୁଁ ଦର୍ଶନ କରିଛି, ଆଉ କ୍ୟୋଟୋରେ କିଙ୍କା-କୁଜି ଯିବାର ସୁଯୋଗ ମୋତେ ମିଳିଛି। ଏହିଭଳି ଭାବେ, ଦକ୍ଷିଣ-ପୂର୍ବ ଦେଶର ଭିକ୍ଷୁକମାନଙ୍କର ଆଶୀର୍ବାଦ ମଧ୍ୟ ମୋତେ ମିଳିଥିଲା । ଭିନ୍ନ- ଭିନ୍ନ ଦେଶ, ଭିନ୍ନ- ଭିନ୍ନ ପରିବେଶ, କିନ୍ତୁ ମାନବତାର ଆତ୍ମାରେ ଅବସ୍ଥାପିତ ବୁଦ୍ଧ ସମସ୍ତଙ୍କୁ ଯୋଡ଼ୁଛନ୍ତି । ଭାରତ ଭଗବାନ ବୁଦ୍ଧଙ୍କର ଏହି ଶିକ୍ଷାକୁ ନିଜର ବିକାଶ ଯାତ୍ରାର ଅଂଶ କରିଛି, ତାହାକୁ ଅଙ୍ଗୀକାର କରିଛି । ଆମେ ଜ୍ଞାନକୁ, ମହାନ ସନ୍ଦେଶକୁ, ମହାନ ଆତ୍ମାଙ୍କ ବିଚାରଗୁଡ଼ିକୁ ବାନ୍ଧିବାରେ କେବେ ହେଲେ ବିଶ୍ୱାସ କରି ନାହାଁନ୍ତି । ତାହାକୁ ବାନ୍ଧି ରଖିବା ଏହା ଆମର ଚିନ୍ତାଧାରା ନୁହେଁ, ଆମେ ଯାହା କିଛି ମଧ୍ୟ ଆମର ଥିଲା, ତାହାକୁ ମାନବତା।ଇଁ ‘ମମଭାବ’ ଦ୍ୱାରା ଅିର୍ତ କରିଛନ୍ତି। ଏଥିପାଇଁ, ଅହିଂସା, ଦୟା, କରୁଣା ଭଳି ମାନବୀୟ ମୂଲ୍ୟକୁ ଆଜି ମଧ୍ୟ ସେତିକି ହିଁ ସହଜ ଭାବନେଇ ଭାରତର ଅନ୍ତର୍ମନରେ ବସାଇ କରି ରଖିଛି । ଏଥଇପାଇଁ, ବୁଦ୍ଧ ଆଜି ମଧ୍ୟ ଭାରତର ସମ୍ବିଧାନପ।ଇଁ ପ୍ରେରଣା ହୋଇ ରହିଛନ୍ତି, ବୁଦ୍ଧଙ୍କର ଧମ୍ମ-ଚକ୍ର ଭାରତର ତିରଙ୍ଗା ଉପରେ ବିରାଜମାନ ହୋଇ ଆମକୁ ଗତି ପ୍ରଦାନ କରୁଛି । ଆଜି ମଧ୍ୟ ଭାରତର ସଂସଦକୁ କେହି ଯାଆନ୍ତି ତେବେ ଏହି ମନ୍ତ୍ର ଉପରେ ନିଶ୍ଚିତ ଭାବେ ଦୃଷ୍ଟି ପଡ଼ିଥାଏ- ‘ଧର୍ମ ଚକ୍ର ପ୍ରବର୍ତନାୟ’!

ସାଥୀଗଣ,

ସାଧାରଣତଃ ଏହି ଧାରଣ​‌ ରହିଥାଏ ଯେ, ବୌଦ୍ଧ ଧର୍ମର ପ୍ରଭାବ ଭାରତରେ, ମୁଖ୍ୟତଃ ପୂର୍ବ ଭାରତରେ ହିଁ ଅଧିକ ଥିଲା । କିନ୍ତୁ ଯଦି ଆମେ ଇତିହାସକୁ ଅତି ନିକଟରୁ ଦେଖିବା, ବୁଝି ପାରିବା ଯେ ବୁଦ୍ଧ ଯେତିକି ପୂର୍ବକୁ ପ୍ରଭାବିତ କରିଛନ୍ତି, ସେ ପାଶ୍ଚାତ୍ୟ ଏବଂ ଦକ୍ଷିଣକୁ ମଧ୍ୟ ସେତିକି ପ୍ରଭାବିତ କରିଛନ୍ତି । ଗୁଜରାଟର ବଡ଼ନଗର, ଯାହା ମୋର ଜନ୍ମସ୍ଥାନ ମଧ୍ୟ, ଅତୀତରେ ବୌଦ୍ଧ ଧର୍ମ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା । ଅଦ୍ୟାବଧି ଆମେ କେବଳ ହୁଏନସାଂଙ୍କ ଉଦ୍ଧୃତି ମାଧ୍ୟମରେ ଏହି ଇତିହାସ ଜାଣିଥିଲୁ, କିନ୍ତୁ ବର୍ତ୍ତମାନ ବଡ଼ନଗରରେ ଖନନରୁ ପ୍ରତ୍ନତାତ୍ତ୍ୱିକ ମଠ ଏବଂ ସ୍ତୁପଗୁଡିକ ମଧ୍ୟ ଦେଖିବାକୁ ମିଳିଛି । ଗୁଜୁରାଟର ଏହି ଅତୀତ ହେଉଛି ଏଇ ପ୍ରମାଣ ଯେ, ବୁଦ୍ଧ ମାର୍ଗ ଏବଂ ସୀମା ବାହାରେ ଥିଲେ । ଗୁଜୁରାଟର ମାଟିରେ ଜନ୍ମ ହୋଇଥିବା ମହାତ୍ମା ଗାନ୍ଧୀ ବୁଦ୍ଧଙ୍କ ସତ୍ୟ ଏବଂ ଅହିଂସା ବାର୍ତ୍ତାଗୁଡ଼ିକର ହେଉଛନ୍ତି ଆଧୁନିକ ବାହକ।

ସାଥୀଗଣ,

ଆଜି ଭାରତ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅମୃତ ମହୋତ୍ସବରେ, ଆମେ ଆମର ଭବିଷ୍ୟତ ପାଇଁ, ମାନବିକତାର ଭବିଷ୍ୟତ ପାଇଁ ଏକ ସଂକଳ୍ପ ନେଉଛୁ । ଆମର ଏହି ଅମୃତ ସଂକଳ୍ପର କେନ୍ଦ୍ରରେ ଭଗବାନ ବୁଦ୍ଧଙ୍କ ସନ୍ଦେଶ ରହିଛି ଯାହା କହୁଛି-

ଅପ୍ପମାଦୋ ଅମତପଦଂ,

ଅମାଦୋ ମଚ୍ଚୁନୋପଦଂ।

ଅପ୍ପମତ୍ତା ନ ମିୟନ୍ତି

ୟେ ପମତ୍ତା ୟଥା ମତା।

ଅର୍ଥାତ ପ୍ରସାଦ ନ କରିବା ହେଉଛି ଅମୃତ ପଦ, ଆଉ ପ୍ରସାଦ ହିଁ ହେଉଛି ମୃତ୍ୟୁ। ଏଥିପାଇଁ ଆଜି ନୂତନ ଶକ୍ତି ନେଇ ଆଗକୁ ବଢୁଛି, ସମଗ୍ର ବିଶ୍ୱକୁ ସାଙ୍ଗରେ ନେଇ ଆଗକୁ ବଢୁଛି। ଭଗବାନ ବୁଦ୍ଧ କହିଥିଲେ-

‘ଅପ୍ପ ଦୀପୋ ଭବ’

ଅର୍ଥାତ, ତୁମେ ସ୍ବୟଂ ନିଜେ ନିଜର ପ୍ରଦୀପ ହୁଅ । ଯେତେବେଳେ ଜଣେ ବ୍ୟକ୍ତିର ଆତ୍ମା ସ୍ବୟଂ-ଆଲୋକିତ ହୁଏ, ସେତେବେଳେ ସେ ଦୁନିଆକୁ ମଧ୍ୟ ଆଲୋକ ଦେଇଥାଏ । ଭାରତ ପାଇଁ ଆତ୍ମନିର୍ଭର ହେବା ଲାଗି ଏହା ହେଉଛି ପ୍ରେରଣା । ଏହା ହେଉଛି ସେହି ପ୍ରେରଣା ଯାହା ଆମକୁ ବିଶ୍ବର ପ୍ରତ୍ୟେକ ଦେଶର ପ୍ରଗତିରେ ସହଭାଗୀ ହେବାକୁ ଶକ୍ତି ପ୍ରଦାନ କରେ । ନିଜର ଏହି ବିଚାରକୁ ଆଜି ଭାରତ 'ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱାସ ଏବଂ ସାବକା ପ୍ରୟାସ'( ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର  ବିଶ୍ବାସ ଏବଂ ସମସ୍ତଙ୍କର ପ୍ରୟାସ) ମନ୍ତ୍ର ସହିତ ଆଗକୁ ବଢୁଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ, ଭଗବାନ ବୁଦ୍ଧଙ୍କ ଏହି ଚିନ୍ତାଧାରାକୁ ଅନୁସରଣ କରି ଆମେ ସମସ୍ତେ ମାନବିକତାର କଲ୍ୟାଣ ପାଇଁ ମାର୍ଗ ପ୍ରଶସ୍ତ କରିବା ।

ଏହି କାମନା ସହିତ, ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ!

ଭବତୁ ସବ୍ବ ମଙ୍ଗଳଂ |

ନାମୋ ବୁଦ୍ଧାୟ ।।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived