India is now the fastest-growing country in the world and Assam has emerged as one of the fastest-growing states in the nation as well: PM
Today, the entire nation is moving forward in unity to build a developed India; the North East has a significant role to play in fulfilling this resolve: PM
Twenty-five years of the 21st century have passed and the next chapter of this century belongs to the East and the North East: PM
Rapid development in any region requires robust connectivity, that is why our government has placed strong emphasis on enhancing connectivity in the North East: PM
We have expanded the AIIMS network and medical colleges across the country. In Assam, dedicated cancer hospitals have also been established: PM
There are conspiracies underway to alter the demographics of border regions, posing a threat to national security. Therefore, a nationwide Demography Mission is being launched: PM

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ। ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଥିବା ମୋର ସହଯୋଗୀ ଶ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଜୀ, ଆସାମ ସରକାରର ସମସ୍ତ ମନ୍ତ୍ରୀମାନେ, ସାଂସଦ ଓ ବିଧାୟକଗଣ, ଅନ୍ୟ ଜନପ୍ରତିନିଧି ଓ ଲଗାତର ବର୍ଷା ସତ୍ତ୍ୱେ ଏତେ ବଡ଼ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଥିବା ମୋର ପ୍ରିୟର ଭାଇ ଓ ଭଉଣୀମାନେ, ନମୋସ୍କାର । …  

ଅହୋମର ବିକାଶ ଯାତ୍ରାର ଏଇ ଐତିହାସିକ ଦିନଟୁତ ଦରଙ୍ଗବାସିର ଲାଁଗତେ, ହମାଁଗ୍ର ଅଁହୋମବାସିକ ମୟ ଆନ୍ତରିକ ଓଲୋଗ ଆରୁ ଅଭିନୋନ୍ଦୋନ ଜୋନାଇଶୁ। 

 

ବନ୍ଧୁଗଣ,

ଅପରେସନ ସିନ୍ଦୂର ପରେ ଗତକାଲି ମୁଁ ପ୍ରଥମ ଥର ପାଇଁ ଆସାମ ଆସିଛି। ମାଆ କାମାକ୍ଷାଙ୍କ ଆଶୀର୍ବାଦରୁ ଅପରେସନ ସିନ୍ଦୂରକୁ ବହୁତ ବଡ଼ ସଫଳତା ମିଳିଛି। ଏଥିପାଇଁ ଆଜି ମାଆ କାମାକ୍ଷାଙ୍କ ଏହି ମାଟିକୁ ଆସି ଏକ ଅଲଗା ପୁଣ୍ୟ ଅନୁଭବ ହେଉଛି। ଏବଂ ଏହା ମଧ୍ୟ ଆଉ ଏକ ଖୁସିର କଥା ଯେ, ଏହି ଅଞ୍ଚଳରେ ଆଜି ଜନ୍ମାଷ୍ଟମୀ ପାଳନ କରାଯାଉଛି। ଆପଣ ସମସ୍ତଙ୍କ ଗହଣରେ ଜନ୍ମାଷ୍ଟମୀର ଏହି ପବିତ୍ର ପର୍ବ ଅବସରରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି। ଲାଲକିଲ୍ଲାରୁ ମୁଁ କହିଥିଲି, ଚକ୍ରଧାରୀ ମୋହୟେ ମଙ୍ଗଳଦାୟୀ ତ ହେଉଛି ସେହି ସ୍ଥାନ ଯେଉଁଠି ସଂସ୍କୃତିର ତ୍ରିବେଣୀ ଇତିହାସର ଗୌରବ ଓ ଭବିଷ୍ୟତର ଆଶା ସମସ୍ତଙ୍କ ସଂଗମ ଏକା ସାଙ୍ଗରେ ହୋଇଥାଏ। ଏହି ଅଞ୍ଚଳ ମଧ୍ୟ ହେଉଛି ଆସାମର ପରିଚୟର କେନ୍ଦ୍ରବିନ୍ଦୁ। ପ୍ରେରଣାନଙ୍କୁ ସ୍ମରଣ କରିଥିଲି, ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲି ଏବଂ ମୁଁ ଭବିଷ୍ୟତର ସୁରକ୍ଷା ନୀତିରେ ଏକ ସୁଦର୍ଶନ ଚକ୍ରର କଳ୍ପନା ଲୋକଙ୍କ ସାମ୍ନାରେ ରଖିଥିଲି।   

ବନ୍ଧୁଗଣ,

ଆମର ପରାକ୍ରମରେ ଭରପୁର ଏହି ଭୂମିରେ ଆପଣ ସମସ୍ତ ଜନତା ଜନାର୍ଦ୍ଦନଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇ ମୁଁ ଧନ୍ୟ ହୋଇଗଲି।

ଭାଇ ଓ ଭଉଣୀମାନେ

କିଛି ଦିନ ଆଗରୁ ହିଁ ଆମେ ଭାରତ ରତ୍ନ ସୁଧା କଣ୍ଠ ଭୂପେନ୍ଦ୍ର ହଜାରୀ ଜୀ ଙ୍କ ଜନ୍ମଦିନ ପାଳନ କରିଛୁ। ଗତକାଲି ତାଙ୍କର ସମ୍ମାନରେ ହୋଇଥିବା ଏକ ବଡ଼ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମତେ ମିଳିଥିଲା। ଆସାମର ଏପରି ମହାନ ସନ୍ତାନମାନେ, ଆମର ପୂର୍ବପୁରୁଷମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ଆଜି ବିଜେପିର ଡବଲ ଇଂଜିନ ସରକାର ତାକୁ ପୁରା ସଚ୍ଚୋଟତାର ସହିତ ପୂରଣ କରିବାରେ ଲାଗି ପଡ଼ିଛି।

ଭାଇ ଓ ଭଉଣୀମାନେ,

ଗତକାଲି ଯେତେବେଳ ମୁଁ ଭୂପେନ ଦା ଜୀଙ୍କ ଜନ୍ମଦିନ ଶତବାର୍ଷିକୀର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି, ରାତିରେ ମୁଖ୍ୟମନ୍ତ୍ରୀ ଜୀ ଗୋଟିଏ କଥା କହିଥିଲେ ଓ ଆଜି ସକାଳେ ମତେ ଗୋଟିଏ ଭିଡିଓ ମଧ୍ୟ ଦେଖାଇଲେ। ଏହା ଦେଖି ମତେ ଗଭୀର ଆଘାତ ଲାଗିଲା। କଂଗ୍ରେସ ପାର୍ଟିର ଅଧ୍ୟକ୍ଷଙ୍କ ବୟାନ ସେ ମତେ ଦେଖାଇଲେ। ଯେଉଁ ଦିନ ଭାରତ ସରକାର ଦେଶର ଏହି ମହାନ ସୁପୁତ୍ରଙ୍କୁ, ଆସାମର ଗୌରବ ଭୂପେନ ଦା ହଜାରିକା ଜୀ ଙ୍କୁ ଭାରତ ରତ୍ନ ଦେଇଥିଲେ, ସେହି ଦିନ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ବୟାନ ଦେଇଥିଲେ, ସେତେବେଳେ ମୁଁ ତାକୁ ଧ୍ୟାନ ଦେଇପାରିନଥିଲି। ଆଜି ମୁଁ ତାହା ଦେଖିଲି। କଂଗ୍ରେସ ଦଳର ଅଧ୍ୟକ୍ଷ କହିଥିଲେ, ନାଚୁଥିବା ଗାଉଥିବା ଲୋକଙ୍କୁ ଏ ମୋଦୀ ଭାରତ ରତ୍ନ ଦେଉଛି।

 

ବନ୍ଧୁଗଣ,   

୧୯୬୨ ରେ ଚୀନ ସହିତ ଯେଉଁ ଯୁଦ୍ଧ ହେଲା, ତା ପରେ ପଣ୍ଡିତ ନେହରୁ ଜୀ ଯାହା କହିଥିଲେ, ସେହି ଘା ଉତ୍ତର ପୂର୍ବାଞ୍ଚଳର ଲୋକଙ୍କ ସେହି ଘା ଆଜି ବି ଶୁଖି ନାହିଁ। ବରଂ ସେହି ଘା ରେ କଂଗ୍ରେସର ବର୍ତ୍ତମାନ ପୀଢି ଲୁଣ ଛିଞ୍ଚିବାର କାମ କରୁଛି। ସାଧାରଣତଃ ମତେ ଯେତେ ବି ଗାଳି ଦିଅ, ମୁଁ ତ ହେଉଛି ଭଗବାନ ଶିବଙ୍କ ଭକ୍ତ, ସବୁ ବିଷ ପିଇ ହଜମ କରି ଦିଏ। କିନ୍ତୁ ଲଜ୍ଜାହୀନ ଭାବେ ଆଉ କାହାର ଅପମାନ ହେବାର ଦେଖିଲେ ମୁଁ ସହି ପାରେ ନାହିଁ। ଆପଣମାନେ ମତେ କୁହନ୍ତୁ, ଭୂପେନ ଦା ଙ୍କୁ ଭାରତ ରତ୍ନ ଦେବାର ମୋର ନିଷ୍ପତ୍ତି ଠିକ୍ କି ନୁହେଁ? ପୁରା ଶକ୍ତି ଲଗାଇ ଜୋର୍ ରେ କୁହନ୍ତୁ,ଠିକ୍ କି ନୁହେଁ? ଭୂପେନ ଦା ଙ୍କୁ ଭାରତ ରତ୍ନ ଦିଆଗଲା, ତାକୁ ପରିହାସ କଲା କଂଗ୍ରେସ, ତାହା ଭୁଲ କଲା କି ନାହିଁ ? ଆସାମର ପୁଅକୁ , ଭାରତର ସୁପୁତ୍ରକୁ କଂଗ୍ରେସ ଏପରି ଅପମାନ କରିବାରୁ ବହୁତ କଷ୍ଟ ହେଲା।    

ବନ୍ଧୁଗଣ,

ମୁଁ ଜାଣେ, ସେମାନଙ୍କର ପୂରା ବ୍ୟବସ୍ଥା ଆଜି ମୋ ଉପରେ ଆକ୍ରମଣ କରିବେ, କହିବେ ମୋଦୀ ପୁଣି କନ୍ଦାକଟା କରୁଛି। ମୋ ପାଇଁ ତ ଜନତା ଜନାର୍ଦ୍ଦନ ହେଉଛନ୍ତି ମୋର ଭଗବାନ, ଆଉ ମୋର ଭଗବାନଙ୍କ ପାଖକୁ ଯାଇ ମୋର ଆତ୍ମାର ସ୍ୱର ଯଦି ନ ବାହାରିବ ତ କେଉଁଠି ବାହାରିବ ? ଏମାନେ ହେଉଛନ୍ତି ମୋର ମାଲିକ, ଏମାନେ ହେଉଛନ୍ତି ମୋର ପୂଜନୀୟ, ଏମାନେ ହେଉଛନ୍ତି ମୋର ରିମୋଟ କଣ୍ଟ୍ରୋଲ, ମୋର ଆଉ କୌଣସି ରିମୋଟ କଣ୍ଟ୍ରୋଲ ନାହିଁ, ୧୪୦କୋଟି ଦେଶବାସୀ ହିଁ ହେଉଛନ୍ତି ମୋର ରିମୋଟ କଣ୍ଟ୍ରୋଲ। ସେମାନଙ୍କର ତ ଏତେ ଅହଙ୍କାର ଯେ, ନାମଦାର ଯେତେବେଳେ କାମଦାରକୁ ମାଡ଼ ମାରେ ଏବଂ କାମଦାରର ପାଟିରୁ ଚିତ୍କାର ବାହାରେ, ସେତେବେଳେ ତା ଉପରେ ଆହୁରି ଅତ୍ୟାଚାର କରନ୍ତି। କହନ୍ତି, କାନ୍ଦିବାକୁ ମଧ୍ୟ ତୋର ଅଧିକାର ନାହିଁ, ତୁ କାମଦାର ହୋଇ ନାମଦାର ଆଗରେ କେମିତି କାନ୍ଦି ପାରିବୁ? ଏପରି ଅହଙ୍କାର ସାଧାରଣ ଜୀବନରେ ଶୋଭା ପାଏ ନାହିଁ। ଆସାମର ଲୋକେ, ଦେଶର ଲୋକେ, ସଂଗୀତ ପ୍ରେମୀ ଲୋକେ, କଳାପ୍ରେମୀ ଲୋକେ, ଭାରତର ଆତ୍ମା ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିବା ଲୋକେ କଂଗ୍ରେସକୁ ଜବାବ ମାଗିବା ଉଚିତ – ଭୂପେନ ଦା ଙ୍କୁ କଂଗ୍ରେସ ଅପମାନ କାହିଁକି କଲା?

 

ଭାଇ ଓ ଭଉଣୀମାନେ,

ଆସାମର ଏହି ସାଂସ୍କୃତିକ ପରମ୍ପରାର ସମ୍ମାନ-ସଂରକ୍ଷଣ ଓ ଆସାମର ଦ୍ରୁତ ବିକାଶ ହେଉଛି ଏହି ଡବଲ ଇଂଜିନ ସରକାରର ପ୍ରାଥମିକତା। ଏସ୍‌ପିଜି ମାନେ, ସେହି ଭାଇ ଜଣକ ଏକ ଚିତ୍ର ଆଙ୍କି କରି ଆଣିଛନ୍ତି। ବୋଧହୁଏ ସେହି ଚିତ୍ରକୁ ସେ ମତେ ଦେବାକୁ ଚାହାନ୍ତି। ତାଙ୍କୁ ମୁଁ ଅନୁରୋଧ କରୁଛି, ସେହି ଚିତ୍ରର ପଛ ପଟେ ଆପଣ ନିଜର ନାମ ଠିକଣା ଲେଖି ଦିଅନ୍ତୁ। ମୁଁ ଆପଣଙ୍କୁ ନିଶ୍ଚିତ ଭାବେ ଚିଠି ଲେଖିବି। ଆପଣ ମୋ ମାଆଙ୍କ ବହୁତ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ଆସାମର ଏହି ଭଲପାଇବା ମୁଁ କେବେ ବି ଭୁଲି ପାରିବି ନାହିଁ। ସେ ଯୁବକ ଜଣକ କେତେ ସମୟ ହେଲାଣି ଏକ ଗାମୁଛା ଧରି ଛିଡ଼ା ହୋଇଛନ୍ତି, ତାହା ବି ଆଣନ୍ତୁ। ମୋ ପାଇଁ ତ ଏହା ହେଉଛି ଜନ୍ମାଷ୍ଟମୀର ପ୍ରସାଦ। ଆସାମର କୌଣସି ଗରିବ ମାଆ ଏହି ଗାମୁଛା ବୁଣି ଥିବେ। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କ ଏହି ପ୍ରସାଦ ପାଇଁ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ। ମତେ ମିଳିଯିବ, ଦେଇ ଦିଅନ୍ତୁ ଭାଇ, ମତେ ମିଳି ଯିବ। ଆପଣଙ୍କ ନିକଟରେ ମୁଁ ବହୁତ କୃତଜ୍ଞ। ତାଙ୍କ ପାଖରେ ଆଉ ଏକ ଗାମୁଛା ବି ଅଛି, ତାକୁ ବୋଧହୁଏ ସେ ହିମନ୍ତାଙ୍କୁ ଦେବାକୁ ଚାହୁଁଛନ୍ତି, ହିମନ୍ତାଙ୍କୁ ଦେବାକୁ ଚାହୁଁଛନ୍ତି। ଠିକ୍ ଅଛି, ଯେଉଁଠି ଯିବାର ଅଛି, ଠିକ୍ ଜାଗାକୁ ଯିବ, ଆପଣଙ୍କ ଭଲ ପାଇବା ପାଇଁ ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ, ବହୁତ ପିଲା କିଛି କିଛି ଚିତ୍ର ଆଙ୍କି କରି ଆଣିଛନ୍ତି। ତାକୁ ବି ନେଇ ଆସନ୍ତୁ ଭାଇ, କେତେ ଭଲ ପାଇବା ଅଜାଡ଼ି ଦେଉଛନ୍ତି ଲୋକେ। ଏଇ ଛୋଟ ଛୋଟ ପିଲା, ଏପରି ସୌଭାଗ୍ୟ କେଉଁଠି ମିଳେ ଭାଇ। ଧନ୍ୟବାଦ ବନ୍ଧୁ, ଧନ୍ୟବାଦ ଭାଇ, ଆପଣ ଦୁଇ ଜଣ ଭାଇ-ଭାଇ ଅଟନ୍ତି କି, ନା, ବାଃ ଦୁଇ ଜଣ ଯାକ କଳା ଟି ସାର୍ଟ ପିନ୍ଧି କରି ଆସିଛନ୍ତି। କିନ୍ତୁ ବହୁତ ବହୁତ ଧନ୍ୟବାଦ ବନ୍ଧୁ ।

ବନ୍ଧୁଗଣ,

ସରକାର ଓ ଆସାମବାସୀଙ୍କ ମିଳିତ ପ୍ରୟାସରେ ଆଜି ଆସାମ ଦେଶ ଓ ଦୁନିଆରେ ଚମତ୍କାର କରୁଛି। ଦେଖନ୍ତୁ ଭାଇ, ସେହି ଝିଅ କଣ ନେଇ କରି ଆସିଛି, ତାକୁ ନେଇ ଯାଆନ୍ତୁ, ଝିଅକୁ ତ ବିଲକୁଲ ନିରାଶ କରିପାରିବି ନାହିଁ। ଧନ୍ୟବାଦ ଝିଅ, ଆପଣ ତା ପଛରେ ନିଜ ନାଁ ଲେଖିଛନ୍ତି ତ। ଯଦି ଲେଖିଛନ୍ତି, ମୁଁ ନିଶ୍ଚିତ ଭାବେ ଆପଣଙ୍କୁ ଚିଠି ଲେଖିବି। ଆପଣ ନିଜର ନାଁ ଓ ଠିକଣା ଲେଖି ଦିଅନ୍ତୁ ଝିଅ।

ବନ୍ଧୁଗଣ,

ଆଜି ଭାରତ ସବୁଠୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବାର ଦେଶ ପାଲଟିଛି। ସେହିପରି ଆସାମ ମଧ୍ୟ ଦେଶର ସବୁଠୁ ଅଧିକ ଗତିରେ ଅଭିବୃଦ୍ଧି କରୁଥିବାର ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଗୋଟିଏ ସମୟ ଥିଲା ଯେତେବେଳେ ଆସାମ ବିକାଶରେ ପଛୁଆ ଥିଲା, ଦେଶ ସହିତ ପାଦ ମିଳାଇ ପାରୁନଥିଲା।  କିନ୍ତୁ ଆଜି ଆସାମ ପ୍ରାୟ ୧୩ ପ୍ରତିଶତ ଅଭିବୃଦ୍ଧି ହାର ସହିତ ଆଗକୁ ବଢୁଛି।

 

ବନ୍ଧୁଗଣ,

୧୩ ପ୍ରତିଶତ ଅଭିବୃଦ୍ଧି, ୧୩ ପ୍ରତିଶତ ଅଭିବୃଦ୍ଧି, ଏହା ହେଉଛି ଏକ ବହୁତ ବଡ଼ ସଫଳତା। ଏହା ହେଉଛି ଆପଣଙ୍କ ସଫଳତା, ଆପଣଙ୍କ ନାଁରେ କରତାଳି ହୋଇଯାଉ। ଆମର ନାଁରେ ତ ଆପଣମାନେ ବହୁତ ତାଳି ମାରନ୍ତି, ଆଜି ମୁଁ ଆପଣମାନଙ୍କର ଝାଳବୁହା ପରିଶ୍ରମ ପାଇଁ ତାଳି ମାରୁଛି। ଏହି ସଫଳତା ହେଉଛି ଆସାମବାସୀଙ୍କ ପରିଶ୍ରମ ଓ ବିଜେପିର ଡବଲ ଇଂଜିନ ସରକାରଙ୍କ ମିଳିତ ପ୍ରୟାସର ପରିଣାମ। ମୁଁ ବହୁତ ଖୁସି ଯେ, ଆସାମର ଜନତା ଏହି ପାର୍ଟନରସିପ୍‌କୁ ଆହୁରି ମଜଭୁତ କରୁଛି। ଏଥିପାଇଁ ତ ପ୍ରତ୍ୟେକ ନିର୍ବାଚନରେ ହିମନ୍ତ ଜୀ ଓ ତାଙ୍କ ଟିମ୍‌କୁ ବାରମ୍ବାର ପ୍ରବଳ ସମର୍ଥନ ମିଳୁଛି। କିଛି ଦିନ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆସାମ ଆମ ସମସ୍ତଙ୍କୁ ଐତିହାସିକ ବିଜୟ ପ୍ରଦାନ କରିଛି, ନିଜର ଆଶୀର୍ବାଦ ଦେଇଛି।

 

ବନ୍ଧୁଗଣ,

ଆସାମକୁ ଭାରତର ବିକାଶର ଅଭିବୃଦ୍ଧି ଇଂଜିନ କରିବାର ଲକ୍ଷ୍ୟ ନେଇ କାମ କରୁଛି ଭାଜପା ସରକାର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଆମର ଏହି ସଂକଳ୍ପର ଏକ ଅଂଶ ଅଟେ। ଏବେ କିଛି ସମୟ ଆଗରୁ ଏହି ମଞ୍ଚରୁ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଆମର ଡବଲ ଇଂଜିନ ସରକାର, ଆସାମକୁ ଶୀର୍ଷସ୍ତରର ଯୋଗାଯୋଗର ରାଜ୍ୟ ଏବଂ ଶୀର୍ଷସ୍ତରର ସ୍ୱାସ୍ଥ୍ୟସେବା ହବ୍‌ ଭାବେ ବିକଶିତ କରୁଛି। ଏହି ପ୍ରକଳ୍ପଗୁଡ଼ିକ ସେହି ସଂକଳ୍ପକୁ ଆହୁରି ସଶକ୍ତ କରିବ। ଦରାଙ୍ଗ ମେଡିକାଲ କଲେଜ ଓ ହସପିଟାଲ ପାଇଁ, ଜାତୀୟ ରାଜପଥ ପାଇଁ, ରିଙ୍ଗ ରୋଡ୍ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।

ବନ୍ଧୁଗଣ,

ଆଜି ପୂରା ଦେଶ ବିକଶିତ ଭାରତର ନିର୍ମାଣ କରିବା ପାଇଁ ଏକଜୁଟ ହୋଇ ଆଗକୁ ବଢୁଛି। ଖାସ୍ କରି ଆମର ଯେଉଁ ଯୁବ ସାଥୀ ଅଛନ୍ତି, ସେମାନଙ୍କ ପାଇଁ ବିକଶିତ ଭାରତ ହେଉଛି ଏକ ସ୍ୱପ୍ନ ବି ଓ ଏକ ସଂକଳ୍ପ ବି । ଏହି ସଂକଳ୍ପର ସିଦ୍ଧି ପାଇଁ ଆମର ଉତ୍ତର ପୂର୍ବାଞ୍ଚଳର ବହୁତ ବଡ଼ ଭୂମିକା ଅଛି। ଆପଣମାନଙ୍କୁ ବହୁତ ମୁଁ ବହୁତ ଶ୍ରଦ୍ଧା କରେ, ସମ୍ମାନ କରେ ବୋଲି ଏହା ମୁଁ କହୁ ନାହିଁ, ଉତ୍ତର ପୂର୍ବାଞ୍ଚଳ ପ୍ରତି ମୋର ଦୁର୍ବଳତା ଅଛି, କେବଳ ସେଥିପାଇଁ ଏହା ମୁଁ କହୁ ନାହିଁ। ମୁଁ ଏଥିପାଇଁ କହୁଛି ଯେ, ଏହା ପଛରେ ଠୋସ୍ କାରଣ ଅଛି। ସ୍ୱାଧୀନତା ପରେ ବଡ଼ ସହର, ବଡ଼ ଅର୍ଥନୀତି, ବଡ଼ ବଡ଼ କାରଖାନା, ପଶ୍ଚିମ ଓ ଦକ୍ଷିଣ ଭାରତରେ ହିଁ ପ୍ରତିଷ୍ଠା ହେଲା। ସେତେବେଳେ ପୂର୍ବ ଭାରତର ବହୁତ ବଡ଼ ଅଞ୍ଚଳ, ବହୁତ ବଡ଼ ଜନସଂଖ୍ୟା ବିକାଶର ଦୌଡ଼ରେ ପଛରେ ପଡ଼ିଗଲେ। ବର୍ତ୍ତମାନ ଭାଜପା ସରକାର ଏହି ସ୍ଥିତିକୁ ପରିବର୍ତ୍ତନ କରୁଛି। ଏକବିଂଶ ଶତାବ୍ଦୀର ୨୫ ବର୍ଷ ବିତି ଯାଇଛି। ଯେଉଁ ଏକବିଂଶ ଶତାବ୍ଦୀର ଗୀତ ଆମେ ଗାଉଛୁ, କଂଗ୍ରେସ ଯୁଗରୁ ଶୁଣି ଆସୁଥିଲୁ, ଏକବିଂଶ ଶତାବ୍ଦୀ ଆସୁଛି, ଏକବିଂଶ ଶତାବ୍ଦୀ ଆସୁଛି, ସେହି ଏକବିଂଶ ଶତାବ୍ଦୀ ଆସି କରି ତାର ଏକ ଚତୁର୍ଥାଂଶ ସମୟ ତ ପୂରି ଗଲାଣି। ଏବେ ଏକବିଂଶ ଶତାବ୍ଦୀର ପରବର୍ତ୍ତୀ ଅଂଶ ପୂର୍ବର ହେବ, ଉତ୍ତର-ପୂର୍ବାଞ୍ଚଳର ହେବ। ଏବେ ଆପଣଙ୍କ ସମୟ ଆସିଛି, ଆସାମର, ଉତ୍ତର-ପୂର୍ବାଞ୍ଚଳର ସମୟ ଆସିଛି, ଆପଣଙ୍କ ସମୟ ଆସିଛି। ମୋର ଯୁବ ବନ୍ଧୁମାନେ, ଏବେ ସମୟ ଆପଣଙ୍କ ହାତମୁଠାରେ । ଭାଇ, ଆଉ ଏକ ପୁଅ କିଛି ନେଇ କରି ଆସିଛନ୍ତି, ତାକୁ ନେଇ ଆସନ୍ତୁ ଭାଇ, ଏମାନେ ମଧ୍ୟ ଏବେ ମୋର ସମସ୍ୟା ଜାଣି ଗଲେଣି। ମାଆର ଚିତ୍ର ନେଇ ଆସୁଛନ୍ତି, ତ ମନ ହେଉଛି ଯେମିତି ହେଉ ନେଇ ଯାଏ ମୁଁ। ଦେଇ ଦିଅନ୍ତୁ ପୁଅ, ସେ ମୋ ସହିତ ଅଛନ୍ତି। ଚିତ୍ର ପଛରେ ନିଜର ନାଁ ଓ ଠିକଣା ଲେଖି ଦିଅନ୍ତୁ। ମୁଁ ନେଇଯିବି, ଆପଣଙ୍କୁ ମୁଁ ଚିଠି ବି ଲେଖିବି। ତାକୁ ନେଇ କରି ଏସ୍‌ପିଜିଙ୍କୁ ଦେଇ ଦିଅନ୍ତୁ ଭାଇ ।

 

ବନ୍ଧୁଗଣ,

କୌଣସି ଅଞ୍ଚଳର ବିକାଶ ପାଇଁ ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା ବହୁତ ଜରୁରୀ ଅଟେ। ସେଥିପାଇଁ ଆମ ସରକାରର ଅଧିକ ଗୁରୁତ୍ୱ ଉତ୍ତର ପୂର୍ବାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଉପରେ ଅଛି। ସଡ଼କ, ରେଳ, ବିମାନ ସେବା ପରି ଭୌତିକ ଯୋଗାଯୋଗ, 5G ଇଣ୍ଟରନେଟ, ବ୍ରଡ୍ ବ୍ୟାଣ୍ଡ ପରି ଡିଜିଟାଲ କନେକ୍‌ଟିଭିଟି ଯୋଗୁଁ ଆପଣମାନଙ୍କୁ ସୁବିଧା ମିଳିଛି। ଜୀବନ ସହଜ ହୋଇଛି, ବ୍ୟବସାୟ କରିବା ସହଜ ହୋଇଛି। ଏହି କନେକଟିଭିଟିରେ ଆପଣମାନଙ୍କ ପାଇଁ ଭ୍ରମଣ କରିବା ସହଜ ହୋଇଛି, ପର୍ଯ୍ୟଟନ ବଢ଼ିଛି ଓ ଏହା ଦ୍ୱାରା ଏଠାକାର ଆମର ଯୁବ ବନ୍ଧୁଙ୍କ ପାଇଁ ଚାକିରି, ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିଛି।

ବନ୍ଧୁଗଣ,

ଆସାମକୁ ମଧ୍ୟ ଯୋଗାଯୋଗର ଏହି ମହାଅଭିଯାନର ବହୁତ ଲାଭ ମିଳିଛି। ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି। ସ୍ୱାଧୀନତାର ୬ ଦଶନ୍ଧି ଯାଏଁ ଦିଲ୍ଲୀରେ କଂଗ୍ରେସର ସରକାର ଥିଲା। ଆସାମରେ ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ ଥିଲା, କିନ୍ତୁ କଂଗ୍ରେସ ୬୦-୬୫ ବର୍ଷରେ ବ୍ରହ୍ମପୁତ୍ର ଉପରେ କେବଳ ୩ଟି ସେତୁ ନିର୍ମାଣ କରିଥିଲା। ତା ପରେ ସେବା କରିବାକୁ ଆପଣ ଆମକୁ ସୁଯୋଗ ଦେଲେ। ଗୋଟିଏ ଦଶନ୍ଧିରେ ଆମର ସରକାର ୬ଟି ବଡ଼ ବଡ଼ ସେତୁ ନିର୍ମାଣ କରିଛି, ୬ଟି ବଡ଼ ବଡ଼ ସେତୁ। ଏବେ ଆପଣମାନେ ମତେ କୁହନ୍ତୁ, ଏତେ କାମ କରିବୁ ତ ଆପଣମାନେ ଖୁସି ହେବେ କି ନାହିଁ? ଆପଣଙ୍କ ଆଶୀର୍ବାଦ ମିଳିବ କି ନାହିଁ? ଆପଣଙ୍କ ଭଲ ପାଇବା ମିଳିବ କି ନାହିଁ ? ଆପଣ ଖୁସି ତ ? ମୁଁ ଆହୁରି କାମ କରିବାକୁ ଚାହୁଁଛି, ଆପଣମାନେ କେବଳ ଆଶୀର୍ବାଦ କରି ଚାଲନ୍ତୁ। ଆଜି କୁରୁବା-ନାରେଙ୍ଗୀ ସେତୁର ଶିଳାନ୍ୟାସ ହୋଇଛି। ଏହି ସେତୁ ଦ୍ୱାରା ଗୁଆହାଟୀ ଓ ଦରାଙ୍ଗ ମଧ୍ୟରେ ଦୂରତା ମାତ୍ର କେଇ ମିନିଟ୍ ହୋଇଯିବ। ଏହା ଦ୍ୱାରା ସାଧାରଣ ଲୋକଙ୍କର ସମୟ ଓ ପଇସା ଉଭୟ ବଞ୍ଚିଯିବ। ପରିବହନ ଶସ୍ତା ହେବ, କମ୍ ସମୟ ଲାଗିବ, ଟ୍ରାଫିକ ଯନ୍ତ୍ରଣା କମ୍ ହେବ ଏବଂ ଏହା ଦ୍ୱାରା ଖର୍ଚ୍ଚ ବି କମିବ।

ବନ୍ଧୁଗଣ,

ନୂଆ ରିଙ୍ଗ୍ ରୋଡ୍ ରେ ଆପଣଙ୍କୁ ବହୁତ ଲାଭ ମିଳିବ। ଯେତେବେଳେ ଏହା ନିର୍ମିତ ହୋଇଯିବ, ଉପର ଆସାମ ଆଡ଼କୁ ଯାଉଥିବା ଗାଡ଼ିକୁ ସହର ଭିତରେ ଯିବାକୁ ପଡ଼ିବ ନାହିଁ। ଏହି ରିଙ୍ଗ୍ ରୋଡ୍ ୫ଟି ଜାତୀୟ ରାଜପଥ, ୨ଟି ରାଜ୍ୟ ରାଜପଥ, ଗୋଟିଏ ବିମାନବନ୍ଦର, ୩ଟି ରେଳ ଷ୍ଟେସନ ଓ ଗୋଟିଏ ଆନ୍ତଃ ଜଳପଥ ଟର୍ମିନାଲ ସହିତ ଆପଣଙ୍କୁ ସଂଯୋଗ କରିବାର କାମ କରିବ। ଅର୍ଥାତ ଆସାମରେ ପ୍ରଥମ ଥର ପାଇଁ ସିମ୍‌ଲେସ୍ ବହୁମୁଖୀ ଯୋଗାଯୋଗର ପୂରା ନେଟଓ୍ୱର୍କ ହେବ। ଏହା ହିଁ ହେଉଛ ଡବଲ୍ ଇଂଜିନ ବିଜେପି ସରକାରର ବିକାଶ ମଡେଲ।

 

ବନ୍ଧୁଗଣ,

ଆମେ କେବଳ ଆଜିର ନୁହେଁ ବରଂ ଆଗାମୀ ୨୫-୫୦ ବର୍ଷର ଆବଶ୍ୟକତା ଅନୁସାରେ ଦେଶକୁ ପ୍ରସ୍ତୁତ କରୁଛୁ। କାରଣ ୨୦୪୭ରେ ଯେତେବେଳେ ସ୍ୱାଧୀନତାର ଶହେ ବର୍ଷ ହେବ, ସେତେବେଳେ ବିକଶିତ ଭାରତ ନିର୍ମାଣ କରିବାକୁ ପଡ଼ିବ ବନ୍ଧୁଗଣ। ଆପଣଙ୍କ ପାଇଁ ନିର୍ମାଣ କରିବାକୁ ପଡ଼ିବ, ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିକଶିତ ଭାରତ ନିର୍ମାଣ କରିବାକୁ ପଡ଼ିବ। ଏଥିପାଇଁ ମୁଁ ଲାଲକିଲ୍ଲାରୁ ଘୋଷଣା କରିଥିଲି ଏବେ ଜିଏସ୍‌ଟିରେ ନେକ୍ସଟ ଜେନେରେସନ୍ ସଂସ୍କାର ଆସିବ। ଆଜି ସେହି ସଂସ୍କାରର ଖୁସି ଖବର ନେଇ ଆପଣଙ୍କ ପାଖକୁ ମୁଁ ଆସିଛି। ଆଜିଠାରୁ ଠିକ୍ ୯ ଦିନ ପରେ, ନବରାତ୍ରିର ପ୍ରଥମ ଦିନ ହେବ, ଜିଏସ୍‌ଟି ହାର ବହୁତ କମି ଯିବ। ଏହା ଦ୍ୱାରା ଆସାମର, ଦେଶର ପ୍ରତ୍ୟେକ ପରିବାରକୁ ଫାଇଦା ମିଳିବ। ଦୈନନ୍ଦିନ ବ୍ୟବହୃତ ହେଉଥିବା ବହୁ ସାମଗ୍ରୀ ଆହୁରି ଶସ୍ତା ହେବ। ଆମେ ସିମେଣ୍ଟ ଉପରୁ ଟ୍ୟାକ୍ସ ହ୍ରାସ କରିଛୁ। ଏହା ଦ୍ୱାରା ଯିଏ  ଘର ନିର୍ମାଣ କରିବ, ସେମାନଙ୍କର ଖର୍ଚ୍ଚ କମିବ। କ୍ୟାନସର ପରି ଅନେକ ଗୁରୁତର ରୋଗର ଅନେକ ମହଙ୍ଗା ଔଷଧ ଶସ୍ତା ହୋଇଯିବ, ବୀମା କରାଇବା ଶସ୍ତା ହୋଇଯିବ ଓ ଯେଉଁ ଯୁବବନ୍ଧୁ ମୋଟର ସାଇକଲ କିଣିବାର ଅଛି, ନୂଆ କାର୍ କିଣିବାର ଅଛି, ସେସବୁ ମଧ୍ୟ ଶସ୍ତା ହୋଇଯିବ। ଆଜିକାଲି ଆପଣମାନେ ଦେଖିଥିବେ, ମୋଟର କମ୍ପାନୀଗୁଡ଼ିକରେ ଏପରି ଭିଡ଼ ହେଉଛି ଏପରି ଭିଡ଼ ହେଉଛି ଯେ, ସେମାନେ ବିଜ୍ଞାପନ ଦେଉଛନ୍ତି ୬୦ ହଜାର କମ୍, ୮୦ ହଜାର କମ୍, ୧ ଲକ୍ଷ କମ୍, ଲଗାତର ଭାବେ ଏ ସଂପର୍କିତ ବିଜ୍ଞାପନ ଦେଉଛନ୍ତି। ଅର୍ଥାତ ମାଆ ଭଉଣୀ ହୁଅନ୍ତୁ, ଯୁବବର୍ଗ ହୁଅନ୍ତୁ, ଚାଷୀ ହୁଅନ୍ତୁ, ଦୋକାନୀ ହୁଅନ୍ତୁ - ସମସ୍ତଙ୍କୁ ଲାଭ ମିଳିବ। ଏହି ନିଷ୍ପତ୍ତି ଆପଣଙ୍କ ପର୍ବର ଖୁସିକୁ ଆହୁରି ବଢ଼ାଇବ।

ବନ୍ଧୁଗଣ,

ଏହି ପର୍ବରେ ଆପଣଙ୍କୁ ମୋର ଗୋଟିଏ କଥା ଧ୍ୟାନରେ ରଖିବାକୁ ପଡ଼ିବ। ମୁଁ ନିଜର କଥା କହିବି ? ଆପଣ କହିବେ ତ ମୁଁ କହିବି? କହିବି ? ସମସ୍ତେ ହାତ ଉପରକୁ କରି କୁହନ୍ତୁ, ମୁଁ କହିବି କି ? ମୋର କଥା ମାନିବେ? ବସନ୍ତୁ ପୁଅ ବସନ୍ତୁ, ଧନ୍ୟବାଦ ପୁଅ ଧନ୍ୟବାଦ । ତାଙ୍କୁ କଷ୍ଟ ଦିଅନ୍ତୁ ନାହିଁ। ତାଙ୍କୁ ଶାରୀରିକ କଷ୍ଟ ହେଉଛି। ପ୍ଲିଜ୍ ତାଙ୍କୁ ହଇରାଣ କରନ୍ତୁ ନାହିଁ। ନେଇଯିବି, କ୍ୟାମେରାମ୍ୟାନ ଟିକେ ସେହି ଚିଠି ତାଙ୍କଠାରୁ ନେଇ ଯାଆନ୍ତୁ, ଚିଠି ନେଇ ଯାଆନ୍ତୁ। କୌଣସି ଯୁବକ ଚିଠି ନେଇ ଯାଆନ୍ତୁ, ବସନ୍ତୁ ପୁଅ, ଆପଣ ହଇରାଣ ହୁଅନ୍ତୁ ନାହିଁ। ତାଙ୍କୁ ହଇରାଣ କରନ୍ତୁ ନାହିଁ। ଆରେ ଭାଇ, ତାଙ୍କୁ କଷ୍ଟ ହେଉଛି। ଆପଣଙ୍କୁ ମୋର ପ୍ରଣାମ ଭାଇ, ତାଙ୍କୁ ଦୟାକରି କେହି ହଇରାଣ କରନ୍ତୁ ନାହିଁ। ମତେ ଏହା ଭଲ ଲାଗେ ନାହିଁ ଭାଇ। ଦୟାକରି ଆପଣ ଏପର୍ଯ୍ୟନ୍ତ ଆସନ୍ତୁ, ଟିକେ କଷ୍ଟ କରି ଆସନ୍ତୁ, ମୁଁ ଆପଣଙ୍କ ନିକଟରେ କୃତଜ୍ଞ।    

 

ବନ୍ଧୁଗଣ,

ପୁଣି ଥରେ ଟିକେ ହାତ ଟେକି କୁହନ୍ତୁ, ମୁଁ ଯାହା କହିବି, ମୋର କଥା ମାନିବେ ତ ? ଏପରି ନୁହେଁ ସମସ୍ତଙ୍କ ହାତ ଉପରକୁ ହେବା ଉଚିତ, ସେପଟେ ବି, ଏପଟେ ବି, ମୋର କଥା ମାନିବେ ତ ? ନିଶ୍ଚିତ ମାନିବେ ? ଏତିକି କରନ୍ତୁ, ଦେଶ ଆଗକୁ ମାଡ଼ି ଯିବ ବନ୍ଧୁଗଣ, ମୋ ପାଇଁ ନୁହେଁ, ମୁଁ ଦେଶ ପାଇଁ ଆପଣଙ୍କୁ ମାଗୁଛି। ମୁଁ ଆପଣଙ୍କ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାଗୁଛି । ଏବଂ ଆପଣଙ୍କୁ ଏହା କହୁଛି ଯେ, ଆପଣ ମତେ ପ୍ରତିଶ୍ରୁତି ଦିଅନ୍ତୁ। ଏବେ ଯାହା ବି କିଣିବେ, ସ୍ୱଦେଶୀ ସାମଗ୍ରୀ କିଣିବେ। କିଣିବେ ? ସ୍ୱଦେଶୀ ସାମଗ୍ରୀ କିଣିବେ ? ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବେ ? ଏବଂ ମୋର ସ୍ୱଦେଶୀର ବ୍ୟାଖ୍ୟା ବହୁତ ସରଳ। କମ୍ପାନୀ ଯେକୌଣସି ଦେଶରୁ ଆସିଥାଉ ନା କାହିଁକି, ନାଁ ଯେକୌଣସି ଦେଶର ହୋଇଥାଏ ପଛକେ, କିନ୍ତୁ ସେହି ସାମଗ୍ରୀ ହିନ୍ଦୁସ୍ତାନରେ ନିର୍ମିତ ହୋଇଥିବା କଥା। ପଇସା ଦୁନିଆର ଯେକୌଣସି ଦେଶ ଲଗାଇ ଥାଉ ନା କାହିଁକି, କିନ୍ତୁ ଝାଳ ମୋ ଦେଶର ଯୁବକମାନଙ୍କର ଲାଗିଥାଉ। ଯାହା ବି ମେଡ୍ ଇନ୍ ଇଣ୍ଡିଆ ହେଉ, ସେଥିରେ ମୋର ଭାରତ ମାଟିର ମହକ ଥିବା ଜରୁରୀ। ଏପରି ସାମଗ୍ରୀ କିଣିବେ ନା ?  କିଣିବେ ନା ? ଟିକେ ହାତ ଉପର କରି କୁହନ୍ତୁ, କିଣିବେ ତ ? ସମସ୍ତେ ଏକଜୁଟ ହୋଇ ଜୋର୍ ରେ କୁହନ୍ତୁ, କିଣିବେ ତ ? ଜୋର୍‌ ରେ କୁହନ୍ତୁ, କିଣିବେ ? କାହାକୁ ଉପହାର ଦେବାର ଅଛି ତ ସ୍ୱଦେଶୀ ସାମଗ୍ରୀ ଦେବେ ? ଯେଉଁ ଦୋକାନୀ ସାମଗ୍ରୀ ବିକନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି, ଦୋକାନରେ ବୋର୍ଡ ଲଗାନ୍ତୁ, ଲଗାଇବେ? ନିଜ ଗାଁର ପ୍ରତ୍ୟେକ ଦୋକାନରେ ବୋର୍ଡ ଲଗାଇବେ ?ସେଥିରେ ବୋର୍ଡ ଲଗାଇ ଗର୍ବର ସହିତ କୁହନ୍ତୁ, ଏହା ହେଉଛି ସ୍ୱଦେଶୀ ସାମଗ୍ରୀ। ଗର୍ବର ସହିତ କୁହନ୍ତୁ ଏହା ହେଉଛି ସ୍ୱଦେଶୀ।

ଦେଖନ୍ତୁ, ସ୍ୱଦେଶୀର ଶକ୍ତି ମୁଁ କହୁଛି। ପ୍ରାୟ ୫୦ ବର୍ଷ ତଳର କଥା। ମୁଁ କିଛି ଦିନ କନ୍ୟାକୁମାରୀରେ ରହୁଥିଲି। ଏବଂ ଗୋଟିଏ ଗାମୁଛା ବହୁ ବର୍ଷ ଧରି ମୁଁ ବ୍ୟବହାର କରୁଥିଲି। ମୋ ବ୍ୟାଗରେ ସବୁବେଳେ ତିନି ଚାରିଟି ଗାମୁଛା ରହିଥାଏ। ତ ଏମିତିରେ ମୁଁ ଗୋଟିଏ ଗାମୁଛା ଏପରି ଧରି କନ୍ୟାକୁମାରୀରେ ବୁଲୁଥିଲି। ତ କିଛି ଲୋକ ଦୌଡ଼ି ଦୌଡ଼ି ଆସିଲେ ଓ ମତେ ନମସ୍ତେ କରି ଧରି ପକାଇଲେ। ପଚାରିଲେ, ଆପଣ କଣ ଆସାମର? ମୁଁ କହିଲି, ନା । ମୁଁ ତ ଗୁଜରାଟର। ସେମାନେ କହିଲେ, ଆମେ ଗାମୁଛା ଦେଖିଲୁ ତ ସେଥିପାଇଁ ଆପଣଙ୍କୁ ଧରି ପକାଇଲୁ। ନିଜ ମାଟିରେ ଏହି ଶକ୍ତି ଥାଏ, ସ୍ୱଦେଶୀର ଏହି ଶକ୍ତି ଥାଏ।କୌଣସି ପରିଚୟ ନ ଥିଲା। କିନ୍ତୁ ଆସାମର ଲୋକେ ସେହି ଦିନ ମତେ ବହୁତ ଶ୍ରଦ୍ଧାରେ ପୋତି ପକାଇଲେ। କାରଣ ମୋ ବେକରେ ଗାମୁଛା ପଡ଼ିଥିଲା ବନ୍ଧୁଗଣ। ସ୍ୱଦେଶୀରେ ଏପରି ଶକ୍ତି ଥାଏ ଏବଂ ଏଥିପାଇଁ ମୁଁ କହେ, ଆପଣମାନେ ମତେ ପ୍ରତିଶ୍ରୁତି ଦିଅନ୍ତୁ, ଆମେ ସ୍ୱଦେଶୀ କିଣିବା। ଭୋକାଲ ଫର୍ ଲୋକାଲ୍, ଲୋକାଲ୍ ପାଇଁ ଭୋକାଲ୍ ହୁଅନ୍ତୁ। ଏଥିପାଇଁ ଆମ ସମସ୍ତଙ୍କ ପ୍ରୟାସ ଦେଶକୁ ମଜଭୁତ କରିବ।

 

ବନ୍ଧୁଗଣ,

ବିଗତ ବର୍ଷରେ ଦେଶର ଆଉ ଏକ କ୍ଷେତ୍ରରେ ବହୁତ ବଡ଼ କାମ ହୋଇଛି। ସେହି କ୍ଷେତ୍ର ହେଉଛି ସ୍ୱାସ୍ଥ୍ୟର, ଆରୋଗ୍ୟର। ଆଗରୁ କେବଳ ବଡ଼ ବଡ଼ ସହରରେ ହସପିଟାଲ ଥିଲା, ଚିକିତ୍ସା ପାଇଁ ଆମେ ସେଠାକୁ ଯାଉଥିଲେ। ବହୁତ ମହଙ୍ଗା ପଡୁଥିଲା। ଆମେ ଏମ୍ସର, ମେଡିକାଲ କଲେଜର ନେଟଓ୍ୱର୍କ ଦେଶର କୋଣ ଅନୁକୋଣରେ ବିସ୍ତାର କରି ଦେଇଛୁ। ବର୍ତ୍ତମାନ ଆପଣ ବସି ଯାଆନ୍ତୁ ଭାଇ, ମତେ କହିବାକୁ ଦିଅନ୍ତୁ। ଏବେ ଆପଣ ବସି ଯାଆନ୍ତୁ, ଆପଣ ବସନ୍ତୁ, ଆପଣ ବସନ୍ତୁ, ଆପଣ ବସନ୍ତୁ। ଆରେ ତାଙ୍କୁ ଆପଣମାନେ ହଇରାଣ କରୁଛନ୍ତି। ଭାଇ କ୍ୟାମେରାମ୍ୟାନ, ତାଙ୍କଠାରୁ ଚିଠି ନେଇଯିବେ। ମୋର ସେହି ଦିବ୍ୟାଙ୍ଗ ଭାଇଙ୍କୁ ଆପଣମାନେ କାହିଁକି ହଇରାଣ କରୁଛନ୍ତି। ଧନ୍ୟବାଦ ବନ୍ଧୁ। ଏଠାରେ ଆସାମରେ ତ ବିଶେଷ କରି କ୍ୟାନସର ହସ୍‌ପିଟାଲ ମଧ୍ୟ ନିର୍ମାଣ କରାଯାଇଛି। ଗତ ୧୧ ବର୍ଷରେ ଭାରତର ମେଡିକାଲ କଲେଜର ସଂଖ୍ୟା ଦୁଇ ଗୁଣା ହୋଇଛି। ଅର୍ଥାତ ସ୍ୱାଧୀନତାର ୬୦-୬୫ ବର୍ଷରେ ଯେତିକି ମେଡିକାଲ କଲେଜ ତିଆରି ହୋଇଥିଲା, ଗତ ୧୧ ବର୍ଷରେ ଆମେ ସେତିକି ହସପିଟାଲ ନିର୍ମାଣ କରିଛୁ। କୁହନ୍ତୁ, ୬୦-୭୦ ବର୍ଷରେ ଯେତିକି କାମ ହୋଇଥିଲା, ସେତିକି କାମ ଆମେ ୧୦-୧୧ ବର୍ଷରେ କରିଛୁ ବନ୍ଧୁଗଣ। ଏଠାରେ ଆସାମରେ ମଧ୍ୟ ୨୦୧୪ ଆଗରୁ ମାତ୍ର ୬ଟି ମେଡିକାଲ କଲେଜ ଥିଲା। ଏବେ ଏବେ ଦରାଙ୍ଗରେ ମେଡିକାଲ କଲେଜ ମଧ୍ୟ ନିର୍ମାଣ ହୋଇଯିବ। ତ ଏଠାରେ ୨୪ଟି ମେଡିକାଲ କଲେଜ ହେବ। ଆପଣଙ୍କୁ ମଧ୍ୟ ଜଣା ଅଛି, ଯେତେବେଳେ ମେଡିକାଲ କଲେଜ ନିର୍ମିତ ହୁଏ,  ଚିକିତ୍ସାର ଉନ୍ନତ ବ୍ୟବସ୍ଥା ହେବା ସହିତ ଅଧିକରୁ ଅଧିକ ଯୁବ ଡାକ୍ତର ସୃଷ୍ଟି ହେବାର ମଧ୍ୟ ସୁଯୋଗ ମିଳିଥାଏ। ଆଗରୁ ମେଡିକାଲ ସିଟ୍ କମ୍ ଥିବାରୁ ଅଧିକ ଯୁବ ଡାକ୍ତର ତିଆରି ହୋଇପାରୁନଥିଲେ। ଗତ ୧୧ ବର୍ଷରେ ଦେଶର ମେଡିକାଲ କଲେଜ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହୋଇଛି।  କେବଳ ଏତିକି ନୁହେଁ, ଆମେ ଆଉ ଏକ ଲକ୍ଷ୍ୟ ରଖିଛୁ। ଆସନ୍ତା ୪-୫ ବର୍ଷରେ ଆମେ ୧ ଲକ୍ଷ ନୂଆ  ମେଡିକାଲ ସିଟ୍ ଯୋଡ଼ିବାକୁ ଯାଉଛୁ। ଏକ ଲକ୍ଷ ନୂଆ ମେଡିକାଲ ସିଟ୍, ୧ ଲକ୍ଷ ଯୁବକ ଯୁବତୀଙ୍କୁ ଡାକ୍ତର କରିବୁ।

ବନ୍ଧୁଗଣ,

ଆମେ ଏମିତି କାମ କରୁ, ଯଦି ଦେଶରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର କାମ କରୁ ତ ୧ ଲକ୍ଷ ନୂଆ ଡାକ୍ତର ତିଆରି କରିବାର କାମ ମଧ୍ୟ କରୁ।

ବନ୍ଧୁଗଣ,

ଆସାମ ହେଉଛି ଦେଶଭକ୍ତିର ଭୂମି, ବିଦେଶୀ ଆକ୍ରମଣକାରୀଙ୍କଠାରୁ ଦେଶକୁ ସୁରକ୍ଷା ହେଉ କି ସ୍ୱାଧୀନତା ସଂଗ୍ରାମରେ ବଳିଦାନ ହେଉ, ଆସାମର ବହୁତ ବଡ଼ ଭୂମିକା ରହିଛି। ପଥରୁଘାଟର ଚାଷୀ ସତ୍ୟାଗ୍ରହକୁ ଦେଶ ଅବା କେମିତି ଭୁଲି ପାରିବ, ସେହି ଐତିହାସିକ ସ୍ଥାନ ଏଠାରୁ ବେଶି ଦୂର ନାହିଁ। ଆଜି ଯେତେବେଳେ ବଳିଦାନର ଏପରି ପବିତ୍ର ମାଟିରେ ମୁଁ ଠିଆ ହୋଇଛି,  କଂଗ୍ରେସର ଆଉ ଏକ କଳା କାରନାମା ଉପରୁ ପରଦା ଉଠାଇବାର ଅଛି। କଂଗ୍ରେସ ନିଜର ରାଜନୀତି ପାଇଁ ଏପରି ପ୍ରତ୍ୟେକ ବ୍ୟକ୍ତି, ଏପରି ପ୍ରତ୍ୟେକ ଚିନ୍ତାଧାରା ସହିତ ଛିଡ଼ା ହୁଏ, ଯାହା କି ଭାରତ ବିରୋଧୀ। ଏବେ ଅପରେସନ ସିନ୍ଦୂର ସମୟରେ ମଧ୍ୟ ଏହା ଆମେ ଦେଖିଲେ। ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା, ତ ପୁରା ଦେଶ ଆତଙ୍କବାଦରେ ଲହୁଲୁହାଣ ହେଉଥିଲା। କଂଗ୍ରେସ ଚୁପଚାପ୍ ଠିଆ ହୋଇ ରହୁଥିଲା। ଆଜି ଆମର ସେନା ଅପରେସନ ସିନ୍ଦୂର କରୁଛି, ପାକିସ୍ତାନର କୋଣ ଅନୁକୋଣକୁ ଯାଇ ଆତଙ୍କବାଦୀଙ୍କ ସର୍ଦ୍ଦାରଙ୍କୁ ନିପାତ କରୁଛି। କିନ୍ତୁ କଂଗ୍ରେସ ଦେଶର ସେନା ବଦଳରେ ପାକିସ୍ତାନର ସେନା ସହିତ ଛିଡ଼ା ହୋଇଯାଏ, କଂଗ୍ରେସର ଲୋକ ଆମର ସେନା ବଦଳରେ ଆତଙ୍କବାଦୀଙ୍କୁ ପୋଷୁଥିବା ଏଜେଣ୍ଡାକୁ ଆଗକୁ ନିଅନ୍ତି। ପାକିସ୍ତାନର ମିଛ, କଂଗ୍ରେସର ଏଜେଣ୍ଡା ହୋଇଯାଏ। ଏଥିପାଇଁ ସବୁବେଳେ ଆପଣ କଂଗ୍ରେସ ପ୍ରତି ସାବଧାନ ରୁହନ୍ତୁ।

 

 

 

ବନ୍ଧୁଗଣ,

କଂଗ୍ରେସ ପାଇଁ ନିଜର ଭୋଟବ୍ୟାଙ୍କର ହିତ ହିଁ ସବୁଠୁ ବଡ଼। କଂଗ୍ରେସ କେବେ ବି ଦେଶ ହିତର ପରବାୟ କରେ ନାହିଁ। ଆଜି କଂଗ୍ରେସ ଦେଶବିରୋଧୀଙ୍କ, ଅନୁପ୍ରବେଶକାରୀଙ୍କର ମଧ୍ୟ ବହୁତ ବଡ଼ ରକ୍ଷକ ହୋଇ ଯାଇଛି। କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା, ସେତେବେଳେ ଅନୁପ୍ରବେଶକାରୀଙ୍କୁ ପ୍ରୋତ୍ସାହନ ଦେଉଥିଲା। ଆଜି କଂଗ୍ରେସ ଚାହୁଁଛି ଅନୁପ୍ରବେଶକାରୀ ସବୁ ଦିନ ପାଇଁ ଭାରତରେ ରହନ୍ତୁ ଓ ଭାରତର ଭବିଷ୍ୟତ ଅନୁପ୍ରବେଶକାରୀମାନେ ନିର୍ଣ୍ଣୟ କରନ୍ତୁ। ଗୋଟିଏ ସମୟରେ ମଙ୍ଗଳଦୋଇ ଆସାମର ପରିଚୟ ରକ୍ଷା କରିବା ପାଇଁ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ ବହୁତ ବଡ଼ ଆନ୍ଦୋଳନ ଦେଖିଛି। କିନ୍ତୁ ଆଗର କଂଗ୍ରେସ ସରକାର ଆପଣମାନଙ୍କୁ ଏହାର ବି ସଜା ଦେଇଛି। ଆପଣଙ୍କଠାରୁ ଏହାର ପ୍ରତିଶୋଧ ନେଇଛି। କଂଗ୍ରେସ ଏଠାକାର ଜମି ଉପରେ ବେଆଇନ ଜବରଦଖଲ ହେବାକୁ ଦେଇଛି। ଆମର ଆସ୍ଥାର ସ୍ଥାନ ଉପରେ, ଆମର ଚାଷୀଙ୍କ, ଆଦିବାସୀଙ୍କର ହକ୍ ର ଜମି ଉପରେ ଡକାୟତି କରାଗଲା। ବିଜେପି-ଏନ୍‌ଡିଏ ସରକାର ହେବା ପରେ ଏବେ ସେହି ପରିସ୍ଥିତି ବଦଳିବାକୁ ଯାଉଛି। ଏଠାକାର ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଉଛି। ହେମନ୍ତା ଜୀ ଙ୍କ ନେତୃତ୍ୱରେ ଆସାମରେ ଲକ୍ଷ ଲକ୍ଷ ବିଘା ଜମିନ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରାଗଲାଣି। ଦରାଙ୍ଗ ଜିଲ୍ଲାରେ ମଧ୍ୟ ବହୁତ ଜମିରୁ ଜବରଦଖଲ ହଟାଯାଇଛି। ଏଠାରେ ଗୋରୁଖୁଣ୍ଟି ଅଞ୍ଚଳରେ ମଧ୍ୟ କଂଗ୍ରେସ ସମୟରେ ଅନୁପ୍ରବେଶକାରୀଙ୍କ କବ୍‌ଜା ଥିଲା। ଆଜି ସେହି ଜମିକୁ ଫେରାଇ ଅଣାଯାଇଛି। ଏବେ ସେଠାରେ ଚାଷୀଙ୍କ ପାଇଁ ଗୋରୁଖୁଣ୍ଟି କୃଷି ପରିଯୋଜନା ଚାଲିଛି। ଏଠାକାର ଯୁବବର୍ଗ ଏବେ କୃଷି ସୈନିକ ହୋଇ ଚାଷ କରୁଛନ୍ତି। ସୋରିଷ, ମକା, ହରଡ଼, ରାଶି, କଖାରୁ ସବୁ କିଛି ଏଠାରେ ଚାଷ ହେଉଛି। ଅର୍ଥାତ ଯେଉଁ ଜମି ଦିନେ ଅନୁପ୍ରବେଶକାରୀଙ୍କ ଦଖଲରେ ଥିଲା, ଆଜି ସେହି ଜମି ଆସାମର କୃଷି ବିକାଶ କେନ୍ଦ୍ରରେ ପରିଣତ ହୋଇଛି।

 

ବନ୍ଧୁଗଣ,

ଦେଶର ସାଧନ ସମ୍ବଳ ଉପରେ ଭାଜପାର ସରକାର ଅନୁପ୍ରବେଶକାରୀଙ୍କୁ କବଜା କରିବାକୁ ଦେବ ନାହିଁ। ଭାରତର ଚାଷୀ, ଭାରତର ଯୁବବର୍ଗ, ଆମର ଆଦିବାସୀଙ୍କ ହକ୍ ଛଡ଼ାଇ ନେବାକୁ ଆମେ କାହାକୁ ଦେବୁ ନାହିଁ। ଏଇ ଅନୁପ୍ରବେଶକାରୀ ଆମର ମାଆ ଭଉଣୀଙ୍କ ସହିତ ଅତ୍ୟାଚାର କରନ୍ତି, ଏହା ହେବାକୁ ଦିଆଯିବ ନାହିଁ। ଅନୁପ୍ରବେଶ ଜରିଆରେ ସୀମାନ୍ତ ଅଞ୍ଚଳରେ ଜନସଂଖ୍ୟାର ସ୍ୱରୂପକୁ ପରିବର୍ତ୍ତନ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏହା ଦେଶର ସୁରକ୍ଷା ପାଇଁ ବଡ଼ ବିପଦ। ସେଥିପାଇଁ ଏବେ ଦେଶରେ ଏକ ଜନସଂଖ୍ୟା ସ୍ୱରୂପ ମିଶନ ଆରମ୍ଭ କରାଯାଉଛି। ଭାଜପାର ଲକ୍ଷ୍ୟ ହେଉଛି –ଅନୁପ୍ରବେଶକାରୀଙ୍କଠାରୁ ଦେଶକୁ ରକ୍ଷା କରିବା, ଅନୁପ୍ରବେଶକାରୀଙ୍କଠାରୁ ଦେଶକୁ ମୁକ୍ତି ଦେବା। ଆଉ ମୁଁ ସେଇ ରାଜନେତାଙ୍କୁ ମଧ୍ୟ କହିବାକୁ ଚାହୁଁଛି, ଆପଣ ଯେଉଁ ଚ୍ୟାଲେଞ୍ଜ ନେଇ ମୈଦାନକୁ ଆସନ୍ତୁ ନା କାହିଁକି, ମୁଁ ଛାତି ଦେଖାଇ ସେହି ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଅଛି। ଆଉ ଲେଖି ନିଅ, ମୁଁ ଦେଖିବି, ଅନୁପ୍ରବେଶକାରୀଙ୍କୁ ରକ୍ଷା କରିବାକୁ ତୁମେ କେତେ ଶକ୍ତି ପ୍ରୟୋଗ କରିବ ଓ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଆମେ କିପରି ଆମର ଜୀବନ ବାଜିରେ ଲଗାଇ ଦେବୁ, ହେଇଯାଉ ମୁକାବିଲା। ଅନୁପ୍ରବେଶକାରୀଙ୍କୁ ରକ୍ଷା କରିବାକୁ ବାହାରିଥିବା ଲୋକଙ୍କୁ ଭୋଗିବାକୁ ପଡ଼ିବ। ମୋର କଥା ଶୁଣି କରି ରଖ, ଏଇ ଦେଶ ସେମାନଙ୍କୁ କେବେ ବି କ୍ଷମା କରିବ ନାହିଁ।

ବନ୍ଧୁଗଣ,

ଆସାମର ପରମ୍ପରାକୁ ରକ୍ଷା କରିବା ପାଇଁ, ଆସାମର ଦ୍ରୁତ ବିକାଶ କରିବା ପାଇଁ ଆମକୁ ମିଳିମିଶି କାମ କରିବାକୁ ପଡ଼ିବ। ଆମେ ଆସାମକୁ, ଉତ୍ତର-ପୂର୍ବାଞ୍ଚଳକୁ ବିକଶିତ ଭାରତର ଅଭିବୃଦ୍ଧି ଇଂଜିନ କରିବାକୁ ପଡ଼ିବ। ପୁଣି ଥରେ ବିକାଶ ପରିଯୋଜନା ପାଇଁ ଆପଣ ସମସ୍ତଙ୍କୁ ମୁଁ ଶୁଭକାମନା ଦେଉଛି। ମୋ ସହିତ କୁହନ୍ତୁ, ଭାରତ ମାତା କୀ ଜୟ। ଦୁଇ ହାତ ଉଠାଇ ପୁରା ଶକ୍ତି ସହିତ ଆଓ୍ୱାଜ ଆସିବା ଉଚିତ। ଭାରତ ମାତା କୀ ଜୟ। ଭାରତ ମାତା କୀ ଜୟ। ଭାରତ ମାତା କୀ ଜୟ।  ଭାରତ ମାତା କୀ ଜୟ। ଭାରତ ମାତା କୀ ଜୟ। ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IRCTC disables 3cr user IDs, flags 6cr; scales up AI-based kitchen monitoring

Media Coverage

IRCTC disables 3cr user IDs, flags 6cr; scales up AI-based kitchen monitoring
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam emphasizing nature's conservation on World Environment Day
June 05, 2026

Prime Minister Shri Narendra Modi today extended his best wishes to everyone on World Environment Day, applauding all those passionate about environmental conservation.

The Prime Minister remarked that this day serves to reaffirm the commitment to protecting the environment and furthering sustainable growth, highlighting the numerous government initiatives over the last decade that have expanded green cover and increased the population of several animal species.

Shri Modi noted that the people of India have demonstrated how collective efforts, robust policies, belief in science, and innovation can significantly improve the environment.

The Prime Minister observed that India takes immense pride in its biological diversity, which supports countless species and livelihoods through diverse ecosystems.

Highlighting noteworthy strides in special species recovery, Shri Modi pointed out that conservation efforts for the Great Indian Bustard, snow leopards, sloth bears, and Cheetahs offer a glimpse of how sustained commitment can help restore wildlife and ecosystems.

The Prime Minister added that initiatives like ‘Ek Ped Maa Ke Naam’ have made significant contributions towards adding nearly 1.1 lakh hectares of forest every year.

Shri Modi affirmed that guided by the principle of ‘One Earth, One Family and One Future’, India will continue working towards a cleaner, greener, and more sustainable planet through the spirit of Mission LiFE.

The Prime Minister emphasized that this deep cultural ethos is beautifully reflected in traditional Indian wisdom, sharing a sacred Sanskrit Subhashitam to reinforce the message of environmental stewardship.

In a series of posts on X, the Prime Minister shared:

"Best wishes to everyone on World Environment Day. I would like to applaud all those passionate about environmental conservation. This is a day to reaffirm our commitment to protecting our environment and furthering growth that is sustainable. Numerous efforts by our Government over the last decade highlight our work in this direction. Some of India’s key successes include expanding green cover and a rise in the population of several animals. The people of India have shown how collective efforts, policies, belief in science and innovation can improve our environment.” 

“We in India are very proud of our biological diversity. Our diverse ecosystems support countless species and livelihoods. Our efforts in special recovery have also been noteworthy. Conservation efforts for the Great Indian Bustard, snow leopards, sloth bears and Cheetahs have given a glimpse of how sustained commitment can help restore wildlife and ecosystems. Initiatives such as ‘Ek Ped Maa Ke Naam’ have made significant contributions towards adding nearly 1.19 lakh hectares of forest every year.” 

“Guided by the principle of ‘One Earth, One Family and One Future’, we will continue working towards a cleaner, greener and more sustainable planet through the spirit of Mission LiFE.” 

“प्रकृति का संरक्षण केवल एक दायित्व नहीं, बल्कि हमारी संस्कृति और संस्कारों का भी अभिन्न हिस्सा है।

मधु वाता ऋतायते मधु क्षरन्ति सिन्धवः।
माध्वीर्नः सन्त्वोषधीः॥"

May the air flow pleasantly and beneficially around us, may the rivers provide life-giving and nourishing water, and may herbs and plants bring health and well-being to all living beings.