ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ସ୍ୱାଧୀନତା ସଂଗ୍ରାମର ଜଣେ ମହାନାୟକ ନଥିଲେ ବରଂ ସ୍ୱାଧୀନ ଭାରତର ଜଣେ ଦୂରଦ୍ରଷ୍ଟା ମଧ୍ୟ ଥିଲେ; ସେ ଏପରି ଏକ ରାଷ୍ଟ୍ରର ପରିକଳ୍ପନା କରିଥିଲେ ଯାହା ଆକାରରେ ଆଧୁନିକ ହୋଇଥିବ କିନ୍ତୁ ଭାରତର ପ୍ରାଚୀନ ଚେତନା ସହ ଜଡ଼ିତ ଥିବ: ପ୍ରଧାନମନ୍ତ୍ରୀ
ପରାକ୍ରମ ଦିବସର ପ୍ରେରଣା ବିକାଶ ପାଇଁ ଭାରତର ସଂକଳ୍ପକୁ ମଜବୁତ କରିବ: ପ୍ରଧାନମନ୍ତ୍ରୀ
ଶକ୍ତି କିପରି ହାସଲ କରାଯାଇପାରିବ, ତାହାକୁ କିଭଳି ପରିଚାଳନା କରାଯାଇପାରିବ ଏବଂ ବ୍ୟବହାର କିପରି କରାଯିବ ତାହା ଆଜିର ଭାରତ ଜାଣିଛି: ପ୍ରଧାନମନ୍ତ୍ରୀ

ନମସ୍କାର ! 
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି.କେ. ଜୋଶୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନ୍‌ଏ ଟ୍ରଷ୍ଟର ଅଧ୍ୟକ୍ଷ, ବ୍ରିଗେଡିୟର ଆର୍‌.ଏସ୍‌. ଛିକାରା ଜୀ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣକାରୀ ଏବଂ ଆଇଏନ୍‌ଏର ଜଣେ ଚିରନ୍ତରନ ବ୍ୟକ୍ତିତ୍ୱ ଲେଫ୍ଟନାଣ୍ଟ ଆର୍‌. ମାଧବନ ଜୀ,
୨୩ ଜାନୁଆରୀର ଏହି ଗୌରବମୟ ତାରିଖ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ, ନେତାଜୀଙ୍କ ପରାକ୍ରମ, ତାଙ୍କର ସାହସ, ଆଜିର ତାରିଖ ଆମକୁ ପ୍ରେରଣା ଦିଏ ଏବଂ ନେତାଜୀଙ୍କ ପ୍ରତି ସମ୍ମାନରେ ମଧ୍ୟ ଭରିଦିଏ ।
ବନ୍ଧୁଗଣ,
ବର୍ଷ ବର୍ଷ ଧରି, ପରାକ୍ରମ ଦିବସ ଦେଶର ଜାତୀୟ ଭାବନାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି । ଏହା ଏକ ଖୁସିର ସଂଯୋଗ ଯେ, ଜାନୁଆରୀ ୨୩ରେ ପରାକ୍ରମ ଦିବସ ଏବଂ ଜାନୁଆରୀ ୨୫ରେ ଭୋଟର ଦିବସ ପାଳନ କରାଯାଏ । ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ, ୨୯ ଜାନୁଆରୀରେ ବିଟିଂ ରିଟ୍ରିଟ ଏବଂ ୩୦ ଜାନୁଆରୀରେ ପୂଜ୍ୟ ବାପୁଙ୍କ ପୁଣ୍ୟତିଥି ପର୍ଯ୍ୟନ୍ତ ଗଣତନ୍ତ୍ରର ମହାପର୍ବ ପାଳନ କରିବାର ଏକ ନୂତନ ପରମ୍ପରା ପାଲଟିଛି । ଏହି ଅବସରରେ, ମୁଁ ଆପଣମାନଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ପରାକ୍ରମ ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ଭାଇ ଓ ଭଉଣୀମାନେ,
୨୦୨୬ ମସିହାରେ, ମୁଖ୍ୟ ପରାକ୍ରମ ଦିବସ ପାଳନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅନୁଷ୍ଠିତ ହେଉଛି । ପରାକ୍ରମ, ସାହସ ଏବଂ ବଳିଦାନରେ ପରିପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଇତିହାସରେ ସେଲ୍ୟୁଲାର ଜେଲରେ ବନ୍ଦୀ ବୀର ସାଭରକରଙ୍କ ପରି ଅଗଣିତ ଦେଶପ୍ରେମୀଙ୍କ କାହାଣୀ ଅନ୍ତର୍ଭୁକ୍ତ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଏହାର ସମ୍ପର୍କ ଏହି ପରାକ୍ରମ ଦିବସ ପାଳନକୁ ଆହୁରି ସ୍ୱତନ୍ତ୍ର କରିଥାଏ । ଆଣ୍ଡାମାନ ଭୂମି ଏହି ବିଶ୍ୱାସର ପ୍ରତୀକ ଯେ ସ୍ୱାଧୀନତାର ଧାରଣା କେବେ ଶେଷ ହୁଏ ନାହିଁ । ଏଠାରେ ଅନେକ ବିପ୍ଳବୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା, ଅନେକ ସଂଗ୍ରାମୀ ଏଠାରେ ନିଜ ଜୀବନ ବଳିଦାନ ଦେଇଥିଲେ, କିନ୍ତୁ ସ୍ୱାଧୀନତା ସଂଗ୍ରାମର ନିଆଁ ଲିଭିବା ପରିବର୍ତ୍ତେ ଆହୁରି ପ୍ରଜ୍ୱଳିତ ହୋଇ ଚାଲିଥିଲା । ଏହାର ଫଳସ୍ୱରୂପ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଏହି ଭୂମି ଆଜି ସ୍ୱାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟ ଦେଖିଲା । ୧୯୪୭ ପୂର୍ବରୁ, ଡିସେମ୍ବର ୩୦ ତାରିଖରେ, ଯେତେବେଳେ ଏହି ଘଟଣାକୁ ୭୫ ବର୍ଷ ପୂର୍ତ୍ତି ହୋଇଥିଲା, ମୁଁ ଆଣ୍ଡାମାନର ସେହି ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ କରିବାର ସୌଭାଗ୍ୟ ପାଇଥିଲି । ଜାତୀୟ ସଙ୍ଗୀତର ତାଳେ ତାଳେ, ସମୁଦ୍ର କୂଳରେ ପ୍ରବଳ ପବନରେ ତ୍ରିରଙ୍ଗା ଉଡୁଥିଲା, ଯେପରି କହୁଥିଲା, “ଦେଖ! ଆଜି ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ ହୋଇଛି ।”
ଭାଇ ଓ ଭଉଣୀମାନେ,
ସ୍ୱାଧୀନତା ପରେ, ଆଣ୍ଡାମାନ ଏବଂ ନିକୋବାର ଦ୍ୱିୀପପୁଞ୍ଜର ଏହି ଗୌରବମୟ ଇତିହାସକୁ ସଂରକ୍ଷଣ କରାଯିବା ଉଚିତ ଥିଲା । ତଥାପି, ସେତେବେଳେ କ୍ଷମତାରେ ଥିବା ଲୋକଙ୍କ ମଧ୍ୟରେ ଏକ ଅସୁରକ୍ଷିତ ଭାବନା ଥିଲା । ସେମାନେ ସ୍ୱାଧୀନତାର ଶ୍ରେୟ କେବଳ ଗୋଟିଏ ପରିବାର ମଧ୍ୟରେ ସୀମିତ ରଖିବାକୁ ଚାହୁଁଥିଲେ । ଏହି ରାଜନୈତିକ ପ୍ରୟାସରେ, ଦେଶର ଇତିହାସକୁ ଅଣଦେଖା କରାଯାଇଥିଲା! ଏପରିକି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ଦାସତ୍ୱ ସହିତ ଜଡିତ ରହିବାକୁ ଦିଆଯାଇଥିଲା । ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ, ଏହାର ଦ୍ୱୀପପୁଞ୍ଜଗୁଡିକ ବ୍ରିଟିଶ ଅଧିକାରୀଙ୍କ ନାମରେ ଜଣାଶୁଣା ଥିଲା । ଆମେ ଏହି ଐତିହାସିକ ଅନ୍ୟାୟର ଅନ୍ତ କରିଦେଲୁ । ସେଥିପାଇଁ ପୋର୍ଟ ବ୍ଲେୟ।।ର ଆଜି ଶ୍ରୀବିଜୟପୁରମ୍ ହୋଇସାରଛି । ଶ୍ରୀବିଜୟପୁରମ୍‌, ଏହି ନୂତନ ନାମ, ଏହି ପରିଚୟ, ନେତାଜୀଙ୍କ ବିଜୟକୁ ସ୍ମରଣ କରେ । ସେହିପରି ଅନ୍ୟ ଦ୍ୱୀପପୁଞ୍ଜଗୁଡିକୁ ସ୍ୱରାଜ ଦ୍ୱୀପ, ସହିତ ଦ୍ୱୀପ ଏବଂ ସୁଭାଷ ଦ୍ୱୀପ ନାମରେ ନାମିତ କରାଯାଇଥିଲା । ୨୦୨୩ ମସିହାରେ, ଆଣ୍ଡାମାନ ଦ୍ୱୀପପୁଞ୍ଜର ୨୧ଟି ଦ୍ୱୀପପୁଞ୍ଜକୁ ମଧ୍ୟ ୨୧ ଜଣ ପରମବୀର ଚକ୍ର ବିଜେତା, ଭାରତୀୟ ସେନାର ସାହସୀ ଯୋଦ୍ଧାଙ୍କ ନାମରେ ନାମିତ କରାଯାଇଥିଲା । ଆଜି, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ଦାସତ୍ୱର ନାମ ଲିଭାଇ ଦିଆଯାଉଛି ଏବଂ ସ୍ୱାଧୀନ ଭାରତର ନୂତନ ନାମ ତାହାର ପରିଚୟ ସୃଷ୍ଟି କରୁଛି ।
ବନ୍ଧୁଗଣ,
ନେତାଜୀ, ସୁଭାଷ ଚନ୍ଦ୍ର ବୋଷ କେବଳ ସ୍ୱାଧୀନତା ସଂଗ୍ରାମର ଜଣେ ନାୟକ ନଥିଲେ ବରଂ ସ୍ୱାଧୀନ ଭାରତର ଜଣେ ମହାନ ଦୂରଦୃଷ୍ଟିଦାତା ମଧ୍ୟ ଥିଲେ । ସେ ଏପରି ଏକ ଭାରତର କଳ୍ପନା କରିଥିଲେ, ଯାହା ଆକୃତିରେ ଆଧୁନିକ ଥିଲା କିନ୍ତୁ ତାହାର ଆତ୍ମା ପୁରାତନ ଚେତନା ସହ ଜଡିତ ଥିଲା । ଆଜିର ପିଢ଼ିକୁ ନେତାଜୀଙ୍କ ଦୃଷ୍ଟିକୋଣ ବିଷୟରେ ପରିଚିତ କରାଇବା ଆମର ଦାୟିତ୍ୱ ଏବଂ ମୁଁ ଖୁସି ଯେ ଆମ ସରକାର ଏହି ଦାୟିତ୍ୱକୁ ବହୁତ ଭଲ ଭାବରେ ନିର୍ବାହ କରୁଛି । ଆମେ ଦିଲ୍ଲୀର ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପାଇଁ ଏକ ସଂଗ୍ରହାଳୟ ନିର୍ମାଣ କରିଛୁ । ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ସେନାର ଅବଦାନକୁ ମଧ୍ୟ ଦେଶ ସ୍ମରଣ କରିଛି । ଆମେ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରତିଷ୍ଠା କରିଛୁ । ଏହି ବିଭିନ୍ନ କୃତିଗୁଡିକ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ । ଏଗୁଡିକ ଆମର ଯୁବ ପିଢ଼ି ଏବଂ ଭବିଷ୍ୟତ ପାଇଁ ମଧ୍ୟ ଅନନ୍ତ ପ୍ରେରଣାର ଉତ୍ସ । ଆମର ଆଦର୍ଶ ପ୍ରତି ଏହି ସମ୍ମାନ, ସେମାନଙ୍କଠାରୁ ପ୍ରେରଣା, ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଏକ ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ପ୍ରୋତ୍ସାହିତ କରେ ।
ବନ୍ଧୁଗଣ,
ଏକ ଦୁର୍ବଳ ରାଷ୍ଟ୍ର ନିଜର ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଥାଏ । ସେଥିପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସର୍ବଦା ଏକ ଶକ୍ତିଶାଳୀ ରାଷ୍ଟ୍ରର ସ୍ୱପ୍ନ ଦେଖିଥିଲେ । ଆଜି, ଏକବିଂଶ ଶତାବ୍ଦୀର ଭାରତ ମଧ୍ୟ ନିଜକୁ ଏକ ଶକ୍ତିଶାଳୀ ଏବଂ ଦୃଢ଼ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରୁଛି । ତୁମେ ନିକଟରେ ଅପରେସନ ସିନ୍ଦୁର ଦେଖିଛ, ଯେଉଁମାନେ ଭାରତକୁ କ୍ଷତବିକ୍ଷତ କରିଥିଲେ ସେମାନଙ୍କ ଘରେ ପ୍ରବେଶ କରି ଆମେ ତାଙ୍କୁ ମାଟିରେ ମିଶାଇ ଦେଇଥିଲୁ । ଆଜି, ଭାରତ ଶକ୍ତି ବଢ଼ାଇବା, ଏହାର ପରିଚାଳନା କରିବା ଏବଂ ବ୍ୟବହାର କରିବା ମଧ୍ୟ ଜାଣିଛି । ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଏକ ଶକ୍ତିଶାଳୀ ଭାରତର ଦୃଷ୍ଟିକୋଣକୁ ଅନୁସରଣ କରି, ଆଜି ଆମେ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିବଦ୍ଧ । ପୂର୍ବରୁ ଭାରତ କେବଳ ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ନିର୍ଭର କରୁଥିଲା । ଆଜି ଆମର ପ୍ରତିରକ୍ଷା ରପ୍ତାନି ୨୩,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ଭାରତରେ ନିର୍ମିତ ବ୍ରହ୍ମୋସ ଏବଂ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ଅନେକ ଦେଶର ଦୃଷ୍ଟି ଆକର୍ଷଣ କରୁଛି । ଆମେ ସ୍ୱଦେଶୀର ଶକ୍ତି ମାଧ୍ୟମରେ ଭାରତର ସଶସ୍ତ୍ର ବାହିନୀକୁ ଆଧୁନିକୀକରଣ କରୁଛୁ ।
ଭାଇ ଓ ଭଉଣୀମାନେ,
ଆଜି, ଆମେ ୧୪୦ କୋଟି ଦେଶବାସୀ, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକାଠି କାମ କରୁଛୁ । ଏକ ବିକଶିତ ଭାରତର ଏହି ପଥ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦ୍ୱାରା ମଜବୁତ ହୋଇଛି ଏବଂ ଏହାକୁ ସ୍ୱଦେଶୀର ମନ୍ତରୁ ଶକ୍ତି ମିଳୁଛି । ମୁଁ ଆତ୍ମବିଶ୍ୱାସୀ, ପରାକ୍ରମ ଦିବସର ପ୍ରେରଣା ଆମକୁ ଏହିପରି ଭାବରେ ଏକ ବିକଶିତ ଭାରତ ଆଡକୁ ଯାତ୍ରା କରିବା ପାଇଁ ଶକ୍ତି ଯୋଗାଇବ । ପୁଣିଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ଭାରତ ମାତାର ଜୟ!
ବନ୍ଦେ ମାତରମ୍‌!
ବନ୍ଦେ ମାତରମ୍‌!
ବନ୍ଦେ ମାତରମ୍‌!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."