ବ୍ୟାପକ ରୂପାନ୍ତରଣ ଏବଂ ସ୍ଥାୟୀ ପରିଣାମ ପାଇଁ, ସମାଜ ଏବଂ ସରକାର ମିଳିତ ଭାବରେ କାର୍ଯ୍ୟ କରିବା ଜରୁରୀ; ସେଇଥିପାଇଁ, ଆଜି ଶିକ୍ଷା କ୍ଷେତ୍ରରେ ପଦକ୍ଷେପ ତୃଣମୂଳ ସ୍ତରର ବାସ୍ତବତାକୁ ଗୁରୁତ୍ୱ ଦେଇ ପରିଚାଳନା କରାଯାଉଛି, ଜାତୀୟ ଶିକ୍ଷା ନୀତି ଏହାର ଏକ ପ୍ରମୁଖ ଉଦାହରଣ: ପ୍ରଧାନମନ୍ତ୍ରୀ
ଛୋଟ ଛୋଟ ସହରରେ ବଡ଼ ବଡ଼ ଷ୍ଟାର୍ଟଅପ୍‍ ଜନ୍ମ ନେଉଛନ୍ତି; ଷ୍ଟାର୍ଟଅପ୍ ରେ ମହିଳାଙ୍କ ଅଂଶଗ୍ରହଣ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି; ଏକଦା ଯେଉଁ କ୍ଷେତ୍ରଗୁଡ଼ିକୁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା, ତାହା ଏବେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛି: ପ୍ରଧାନମନ୍ତ୍ରୀ
ଯଦି କୋଭିଡ-୧୯ ମହାମାରୀ ଚଳିତ ଶତାବ୍ଦୀର ସବୁଠୁ ବଡ଼ ସଙ୍କଟ ଥିଲା, ତା'ହେଲେ ପଶ୍ଚିମ ଏସିଆରେ ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଚଳିତ ଦଶନ୍ଧିର ଏକ ପ୍ରମୁଖ ସଙ୍କଟ। ଆମେ ଯେପରି ମିଳିତ ଭାବେ ମହାମାରୀର ମୁକାବିଲା କରିଛୁ, ଆମେ ନିଃସନ୍ଦେହରେ ଏହି ସଙ୍କଟକୁ ମଧ୍ୟ ଦୂର କରିପାରିବା: ପ୍ରଧାନମନ୍ତ୍ରୀ
ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟର ପ୍ରଭାବ ଆମ ନାଗରିକମାନଙ୍କ ଉପରେ ଯେପରି ସର୍ବନିମ୍ନ ସ୍ତରରେ ପଡ଼ିବ ସେଥିପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଆଜି ପୁଣି ଥରେ ଆମ ସମସ୍ତଙ୍କୁ ମିଳିମିଶି ନିଜ କର୍ତ୍ତବ୍ୟ ନିର୍ବାହ କରିବାର ଆବଶ୍ୟକତା ରହିଛି ଏବଂ ଦେଶର ସମ୍ବଳ ଉପରୁ ବୋଝ ଲାଘବ କରିବାକୁ ପଡିବ : ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ନାଗରିକ ସରକାରଙ୍କ ଆହ୍ୱାନ କ୍ରମେ ସେମାନଙ୍କ ଦାୟିତ୍ୱ ତୁଲାଇବା ପାଇଁ ଆଗେଇ ଆସିଥିଲେ, ଯେତେବେଳେ ଦେଶ ଯୁଦ୍ଧ କିମ୍ବା ଅନ୍ୟ ବଡ଼ ସଙ୍କଟ ଦେଇ ଗତି କରୁଥିଲା, ଆମେ ଆମର କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ଉଚିତ ବିଗତ ଦଶନ୍ଧିଗୁଡିକରେ, ଭାରତର ନାଗରିକ ଭାବେ
ସମସ୍ତ ଛୋଟ ବଡ଼ ପ୍ରୟାସ ମାଧ୍ୟମରେ ଆମଦାନୀ ହେଉଥିବା ସାମଗ୍ରୀର ଉପଯୋଗ ହ୍ରାସ କରିବା ସହ ବୈଦେଶିକ ମୁଦ୍ରା ଖର୍ଚ୍ଚ କରୁଥିବା କାର୍ଯ୍ୟରୁ ମଧ୍ୟ ଦୂରେଇ ରହିବା ଉଚିତ; ଏପରି ସମସ୍ତ ବ୍ୟକ୍ତିଗତ କାର୍ଯ୍ୟରୁ ଦୂରେଇ ରହିବା ଉଚିତ ଯାହାଦ୍ୱାରା ବୈଦେଶିକ ମୁଦ୍ରା ଖର୍ଚ୍ଚ ହୋଇଥାଏ : ପ୍ରଧାନମନ୍ତ୍ରୀ
‘ଭୋକାଲ ଫର ଲୋକାଲ'କୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ଆହ୍ୱାନ; ଆମେ ବିଦେଶୀ ସାମଗ୍ରୀ ପରିବର୍ତ୍ତେ ସ୍ଥାନୀୟ ଉତ୍ପାଦକୁ ଆପଣାଇବା ଉଚିତ ଏବଂ ଆମ ଗ୍ରାମ, ଆମ ସହର ଏବଂ ଆମ ଦେଶର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଉଚିତ : ପ୍ରଧାନମନ୍ତ୍ରୀ
"କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ" ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।
ସରା ଦେଶରେ ସଂସ୍ଥାନର ବିସ୍ତାରିତ ଅନୁଷ୍ଠାନିକ ପଦଚିହ୍ନକୁ ତାଲିକାଭୁକ୍ତ କରି ସର୍ଦ୍ଦାର ଧାମର ଶିକ୍ଷା ମିଶନର ୭୫ ବର୍ଷର ବିଶେଷତ୍ୱକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୨୦୨୧ ଗସ୍ତକୁ ମନେ ପକାଇଥିଲେ
ଏହି ସମୟରେ ବାଳିକା ଛାତ୍ରାବାସର ଭୂମି ପୂଜନ ସମାରୋହ ହୋଇଥିଲା। ଏହା ସହ ସୁରଟ, ରାଜକୋଟ, ଭୁଜ୍, ମେହସାନା ଏବଂ ଦିଲ୍ଲୀ ପ୍ରଭୃତି ସ୍ଥାନରେ ସଂସ୍ଥାନର ଆନୁଷ୍ଠାନିକ ଉପସ୍ଥିତି ବିଷୟରେ ସେ ଉଲ୍ଲେଖ କରିଥିଲେ
ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଏକ ନୂତନ ହଜାର କ୍ଷମତା ବିଶିଷ୍ଟ ବାଳିକା ହଷ୍ଟେଲର ଭୂମିପୂଜନ ଉତ୍ସବରେ ସେ ଆଖିଦୃଶିଆ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ

ଭାରତ ମାତାର ବିଜୟ

ଭାରତ ମାତାର ବିଜୟ

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସିଂଘଭି ଜୀ,କେନ୍ଦ୍ରମନ୍ତ୍ରୀ ଏବଂ ପ୍ରତିଷ୍ଠାତା ଟ୍ରଷ୍ଟି ମନସୁଖ ଭାଇ ମାଣ୍ଡଭ୍ୟ, ସର୍ଦ୍ଦାରଧାମର ସଭାପତି ଗଗଜୀ ଭାଇ ସୁତାରିଆ ଜୀ, ଦୁଷ୍ୟନ୍ତ ଭାଇ ପଟେଲ, ପଙ୍କଜ ଭାଇ ପଟେଲ, ରାଜ୍ୟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମା ଜୀ, ମଞ୍ଚରେ ଉପସ୍ଥିତ ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ସମସ୍ତ ଦାତା, ଟ୍ରଷ୍ଟି, ସମ୍ମାନିତ ଅତିଥି ଏବଂ ଗୁଜରାଟର ପ୍ରତ୍ୟେକ କୋଣରୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ।

ଆଜି ଏକ ପବିତ୍ର ପର୍ବଠାରୁ କମ୍ ନୁହେଁ । ଏଠାକୁ ଆସିବା ପୂର୍ବରୁ,ମୁଁ ସୋମନାଥ ମନ୍ଦିରରେ ଥିଲି । ସୋମନାଥ ମନ୍ଦିର ପୁନପ୍ରତିଷ୍ଠାର ୭୫ ବର୍ଷ ପୂର୍ଣ୍ଣ ହୋଇଛି । ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ମାଧ୍ୟମରେ ସୋମନାଥ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ପୂରଣ ହୋଇଥିଲା । ଏହି ଅବସରରେ ପ୍ରଭାସ ପାଟନରେ ସୋମନଥ ଅମୃତ ମହୋତ୍ସବ ପାଳନ କରାଯାଉଛି । ଏବଂ ସେହିଦିନ ଭଦୋଦରାରେ, ସର୍ଦ୍ଦାର ଧାମ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି । ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ କମ୍ପ୍ଲେକ୍ସର ଉଦଘାଟନ, ଶିକ୍ଷାଗତ ସହାୟତା ଯୋଜନାର ଶୁଭାରମ୍ଭ  ଏବଂ ନୂତନ ପ୍ରକଳ୍ପର ଶିଳାନ୍ୟାସ - ଏହି ସମସ୍ତ ପଦକ୍ଷେପ ଭବିଷ୍ୟତରେ ରାଷ୍ଟ୍ର ନିର୍ମାଣର ପ୍ରଭାବଶାଳୀ ଉପକରଣ ହେବ । ଗୋଟିଏ ପ୍ରକାରେ,ଏହି ପ୍ରତିଷ୍ଠାନ ଗୁଡ଼ିକ ଆମର ଯୁବପିଢ଼ିଙ୍କ ଭବିଷ୍ୟତ କ୍ୟାରିଅର ପାଇଁ ଲଞ୍ଚିଙ୍ଗ ପ୍ୟାଡ ଭାବେ କାର୍ଯ୍ୟ କରିବ । ଏହି ମହାନ କାର୍ଯ୍ୟ ପାଇଁ ମୁଁ ଆପଣମାନଙ୍କୁ ଏବଂ ସମାଜର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆଜି ଆପଣଙ୍କ ପାଖକୁ ଆସିବା ମୋତେ ଆଉ ଏକ ଆନନ୍ଦ ଦେଇଛି । ବଙ୍ଗଳା, ଆସାମ ଏବଂ ପୁଡୁଚେରୀର ନିର୍ବାଚନ ଫଳାଫଳ ସାରା ଦେଶରେ ଉତ୍ସାହର ପରିବେଶ ସୃଷ୍ଟି କରିଛି । ଏହା ସହିତ, ଆପଣମାନେ ସମସ୍ତେ ମିଶି ଇତିହାସ ସୃଷ୍ଟି କରିଛନ୍ତି - ଗୁଜରାଟ ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନର ଫଳାଫଳ ମଧ୍ୟ ଉଲ୍ଲେଖନୀୟ ହୋଇଛି, ଏବଂ ଏହା ସାରା ଦେଶରେ ଆଲୋଚନା ହେଉଛି ।

ବନ୍ଧୁଗଣ,

ଗୁଜରାଟର ଲୋକମାନେ ସର୍ବଦା ରାଜନୈତିକ ସ୍ଥିରତାକୁ ମୂଲ୍ୟ ଦେଇଛନ୍ତି । ଏହା ସେମାନଙ୍କ ରାଜନୈତିକ ଦୂରଦୃଷ୍ଟିକୁ ପ୍ରତିଫଳିତ କରେ । ସେମାନେ ରାଜନୈତିକ ସ୍ଥିରତାର ଗୁରୁତ୍ୱ ବୁଝନ୍ତି, କାରଣ ଯେଉଁଠାରେ ରାଜନୈତିକ ସ୍ଥିରତା ଥାଏ, ସେଠାରେ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୁଏ । ଗୁଜରାଟ ଏହା ବହୁତ ପୂର୍ବରୁ ବୁଝିଥିଲା । ଆଜି ଗୁଜରାଟର ଅଭିବୃଦ୍ଧି ଏବଂ ଗୋଟିଏ ପରେ ଗୋଟିଏ ନିର୍ବାଚନ ଫଳାଫଳରେ ଫଳାଫଳ ଦୃଶ୍ୟମାନ ହେଉଛି ।

 

ବନ୍ଧୁଗଣ,

ଆପଣମାନଙ୍କ ପାଖକୁ ଆସିବା ଏବଂ ଆପଣଙ୍କ କାର୍ଯ୍ୟକ୍ରମରେ ଭାଗ ନେବା ମୋ ପାଇଁ ସର୍ବଦା ଆନନ୍ଦଦାୟକ ଅଭିଜ୍ଞତା; ଘରକୁ ଫେରିବା ପରି ଅନୁଭବ ହୁଏ । କାରଣ ଆପଣଙ୍କ ମଧ୍ୟରେ, ଜଣେ ସମାଜର ଶକ୍ତି ଅନୁଭବ କରେ । ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ପ୍ରକୃତ ପରିବର୍ତ୍ତନ ଘଟେ, ଏହା ସମାଜର ସାମୂହିକ ଶକ୍ତି ମାଧ୍ୟମରେ ହାସଲ ହୁଏ । ବିଶେଷକରି ଯେଉଁ ସମ୍ପ୍ରଦାୟଗୁଡ଼ିକ ଶିକ୍ଷାକୁ ପ୍ରାଥମିକତା ଦେଇଛନ୍ତି ଏବଂ ଶିକ୍ଷାରେ ସମାନ ଅଂଶଗ୍ରହଣକୁ ନିଜର ଲକ୍ଷ୍ୟ କରିଛନ୍ତି ସେମାନେ ସର୍ବଦା ଅଗ୍ରଗତି କରିଛନ୍ତି ଏବଂ ନୂତନ ଉଚ୍ଚତାରେ ପହଞ୍ଚିଛନ୍ତି ।

ସେଥିପାଇଁ, ଭାଇ ଓ ଭଉଣୀମାନେ,

ସର୍ଦ୍ଦାର ଧାମର ପ୍ରତ୍ୟେକ ପ୍ରୟାସରେ, ଯେତେବେଳେ ମୋତେ ସୁଯୋଗ ମିଳେ, ମୁଁ ସର୍ବଦା ଆପଣମାନଙ୍କ ସହିତ ଠିଆ ହେବାକୁ ଚେଷ୍ଟା କରେ । ଯେପରି ଗଗଜୀ ଭାଇ ବିସ୍ତାରିତ ଭାବେ ବର୍ଣ୍ଣନା କରିଛନ୍ତି,୨୦୨୧ରେ ମୁଁ ଅହମ୍ମଦାବାଦରେ ଏକ ସର୍ଦ୍ଦାର ଧାମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ଯେଉଁଠାରେ ଏକ ବାଳିକା ଛାତ୍ରାବାସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗତବର୍ଷ ଏହାର ଉଦଘାଟନ ହୋଇଥିଲା । ଆଜି, ହଜାର ହଜାର ଝିଅ ସେଠାରେ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ସ୍ୱପ୍ନକୁ ନୂତନ ଦିଗଦର୍ଶନ ଦେଉଛନ୍ତି । ସୁରତ, ରାଜକୋଟ, ଭୁଜ, ମେହସାଣା ଏବଂ ଦିଲ୍ଲୀରେ ସର୍ଦ୍ଦାର ଧାମର ଏପରି ଅନେକ ପ୍ରତିଷ୍ଠାନରେ ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିଉଠୁଛି । ଆଜି ମଧ୍ୟ ଅହମ୍ମଦାବାଦର ନିକୋଲରେ ଏକ ହଜାର ଝିଅଙ୍କ ପାଇଁ ଏକ ନୂତନ ଛାତ୍ରାବାସର ଭିତ୍ତିସ୍ତ୍ରସ୍ତର ସ୍ଥାପନ କରାଯାଇଛି ।

ବନ୍ଧୁଗଣ,

ପରିବର୍ତ୍ତନକୁ ବ୍ୟାପକ ଏବଂ ଏହାର ଫଳାଫଳ ସ୍ଥାୟୀ କରିବା ପାଇଁ,ସମାଜ ଏବଂ ସରକାରଙ୍କୁ ଏକାଠି କାମ କରିବାକୁ ପଡ଼ିବ । ସେଥିପାଇଁ ବର୍ତ୍ତମାନ ତଳସ୍ତରର ବାସ୍ତବତା ଉପରେ ଆଧାରିତ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । ଜାତୀୟ ଶିକ୍ଷା ନୀତି ଏହାର ଏକ ପ୍ରମୁଖ ଉଦାହରଣ । ଆଜି, ଯୁବପିଢ଼ିଙ୍କ ରାସ୍ତାରୁ ପ୍ରତିବନ୍ଧକ ହଟାଯାଉଛି । ଭାଷା ଉପରେ ଆଧାରିତ ଭେଦଭାବ ଶେଷ ହେଉଛି । ଧ୍ୟାନ ଆଉ କେବଳ ପୁସ୍ତକ ଏବଂ ଡିଗ୍ରୀ ଉପରେ ନାହିଁ । ଦକ୍ଷତା ବିକାଶ ଏବଂ ନବସୃଜନକୁ ଶିକ୍ଷାର ଏକ ଅଂଶ କରାଯାଇଛି । ଗବେଷଣାରେ ଆଗ୍ରହୀ ଯୁବକଯୁବତୀମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇ ଦିଆଯାଉଛି । ଡିଗ୍ରୀ ସମାପ୍ତ କରିବା ପରେ ଯୁବକମାନେ ଯେପରି ଅଭିଜ୍ଞତା ବିନା ଭ୍ରମଣ ନ କରନ୍ତି, ସେଥିପାଇଁ ଶିକ୍ଷାର୍ଥୀ ସୁଯୋଗ ପ୍ରଦାନ କରାଯାଉଛି । କଳ୍ପନା କରନ୍ତୁ ଯେ ଭବିଷ୍ୟତରେ ଦେଶରେ କେତେବଡ଼ ଦକ୍ଷ କର୍ମଶକ୍ତି ରହିବ । ଏହାର ସବୁଠାରୁ ବଡ଼ ଲାଭ ଭାରତର ଉତ୍ପାଦନ କ୍ଷେତ୍ରକୁ ମିଳିବ ।

 

ବନ୍ଧୁଗଣ,

ଗୁଜରାଟର ଯୁବକଯୁବତୀମାନେ ସ୍ୱାଭାବିକ ଭାବରେ ଉଦ୍ୟୋଗୀ ଶକ୍ତିର ଅଧିକାରୀ । ଆଜି, ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରୁଛି । ଛୋଟ ସହରରୁ ଯୁବକମାନେ ମଧ୍ୟ ଉଦ୍ୟୋଗୀ ହେଉଛନ୍ତି । ଛୋଟ ସହରରୁ ବଡ଼ ଷ୍ଟାର୍ଟଅପ୍ ଭାବେ ଉଭା ହେଉଛନ୍ତି । ଷ୍ଟାର୍ଟଅପସରେ ମହିଳାମାନଙ୍କର ଅଂଶଗ୍ରହଣ ନିରନ୍ତର ବୃଦ୍ଧି ପାଉଛି । ଥରେ ବିପଦପୂର୍ଣ୍ଣ ବୋଲି ବିବେଚିତ କ୍ଷେତ୍ର ଗୁଡ଼ିକ ଏବେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି । ଗତ ୧୦-୧୨ ବର୍ଷ ମଧ୍ୟରେ ଦେଶର କ୍ରୀଡ଼ାଠାରୁ ମହାକାଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସଫଳତା ଏହାର ସବୁଠାରୁ ବଡ଼ ପ୍ରମାଣ । ଏବଂ ଆମର ଗୁଜରାଟର ପୁଅ ଓ ଝିଅମାନେ ଏଥିରୁ ବହୁତ ଲାଭ ପାଉଛନ୍ତି ।

ବନ୍ଧୁଗଣ,

ସମାଜରେ ପ୍ରଗତିର ସର୍ବୋତ୍ତମ ମୂଳଦୁଆ ହେଉଛି ଏହାର ମହିଳାମାନଙ୍କ ଅଂଶଗ୍ରହଣ- ଏହାର ଅନ୍ୟ ଅଧା । ଗୁଜରାଟ ଏହାକୁ ଦୁଇ ଦଶନ୍ଧି ପୂର୍ବରୁ ବୁଝିଥିଲା ଏବଂ ଏହି ଦିଗରେ ଦୃଢ଼ ପଦକ୍ଷେପ ନେଇଥିଲା ।

ବନ୍ଧୁଗଣ,

ଆଜି ସାରା ଦେଶରେ ଗୁଜରାଟ ମଡେଲର ସମାନ ସଫଳତା ପୁନରାବୃତ୍ତି ହେଉଛି । କୋଟି କୋଟି ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟ ଦିଆଯାଇଛି । ଶୌଚାଳୟ, ନଳକୂପ ପାଣି ସଂଯୋଗ ଏବଂ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ମୁଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି । ପରିବାର ମଧ୍ୟରେ ମହିଳାମାନେ ସୁସ୍ଥ ରହିବା ପାଇଁ ଆୟୁଷ୍ମାନ ଭାରତ ଏବଂ ମାତୃବନ୍ଦନ ଭଳି ଯୋଜନା ସୁରକ୍ଷା କବଚ ଭାବରେ କାର୍ଯ୍ୟ କରୁଛି ।

ବନ୍ଧୁଗଣ,

ପୂର୍ବରୁ, ଅନେକ କ୍ଷେତ୍ରର ଦ୍ୱାର ଝିଅମାନଙ୍କ ପାଇଁ ବନ୍ଦ ଥିଲା । ଆଜି, ମହିଳାମାନେ ସେହି କ୍ଷେତ୍ରଗୁଡ଼ିକରେ ନେତା ଭାବରେ ଉଭା ହେଉଛନ୍ତି । ମହିଳା କ୍ୟାଡେଟମାନେ ଏବେ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ତାଲିମ ନେଉଛନ୍ତି । ଆମର ଝିଅମାନେ ଯୁଦ୍ଧ ପାଇଲଟ ହେଉଛନ୍ତି । ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ନାରୀ ଶକ୍ତି ବନ୍ଦନ ସଂଶୋଧନ ମାଧ୍ୟମରେ, ଆମେ ଏହି ଦିଗରେ ଆଉ ଏକ ପ୍ରୟାସ କରିଛୁ । ରାଜନୈତିକ କାରଣରୁ ଏହା ପାରି ହୋଇପାରିଲା ନାହିଁ, କିନ୍ତୁ ମୁଁ ଆପଣମାନଙ୍କୁ ଏବଂ ଦେଶର ମହିଳାମାନଙ୍କୁ ଆଶ୍ୱସ୍ତି ଦେଉଛି ଯେ ଆମେ ଏହି ଦିଗରେ ପ୍ରୟାସ ଜାରି ରଖିବୁ ।

 

ବନ୍ଧୁଗଣ,

ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ସମାଜର ମଧ୍ୟ ଖୁସି । ମୁଁ ଖୁସି ଯେ ସର୍ଦ୍ଦାରଧାମ ଏହି ଦାୟତ୍ୱକୁ ପୂର୍ଣ୍ଣ ସମର୍ପଣ ସହିତ ପାଳନ କରୁଛନ୍ତି । ମୁଁ ଏହି ପ୍ରୟାସ ପାଇଁ ଆପଣମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଗୁଜରାଟର ସବୁଠାରୁ ବଡ଼ ଶକ୍ତି ମଧ୍ୟରୁ ଗୋଟିଏ ହେଉଛି ଯେ, ଏଠାକାର ସମାଜ ସମୟର ଦିଗକୁ ଶୀଘ୍ର ଚିହ୍ନିପାରେ । ପରିବର୍ତ୍ତନକୁ ସୁଯୋଗରେ ପରିଣତ କରିବା, ନୂତନ ସମ୍ଭାବନାକୁ ଗ୍ରହଣ କରିବା ଏବଂ ଭବିଷ୍ୟତ ପାଇଁ ଶୀଘ୍ର ପ୍ରସ୍ତୁତି କରିବା ସର୍ବଦା ଗୁଜରାଟର କାର୍ଯ୍ୟ ସଂସ୍କୃତିର ଏକ ଅଂଶ ହୋଇ ଆସିଛି । ଆଜି ବିଶ୍ୱ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆଡକୁ ଗତି କରୁଥିବାରୁ, ଗୁଜରାଟ ମଧ୍ୟ ନୂତନ ଗତି ସହିତ ଆଗକୁ ବଢ଼ୁଛି । ସେମି କଣ୍ଡକ୍ଟର ନିର୍ମାଣ, ଅନ୍ତରୀକ୍ଷ, ଉନ୍ନତ ଇଞ୍ଜିନିୟରିଂ, ସବୁଜ ଶକ୍ତି ଏବଂ ଆର୍ଥିକ ସେବାରେ, ଗୁଜରାଟ ଏକ ନୂତନ ପରିଚୟ ସୃଷ୍ଟି କରୁଛି । ସାନନ୍ଦରେ ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଉତ୍ପାଦନ କରାଯାଉଛି । କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ମଧ୍ୟ ଉତ୍ପାଦନ ଆରମ୍ଭ ହୋଇଛି । ଧୋଲେରା ଏବଂ ସୁରଟରେ ମଧ୍ୟ ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପ ଆଗକୁ ବଢ଼ୁଛି ।

ବନ୍ଧୁଗଣ,

ଆମେ ଭାରତ ଏବଂ ଗୁଜରାଟକୁ ବିଶ୍ୱ ଯୋଗାଣ ଶୃଙ୍ଖଳର ପ୍ରମୁଖ କେନ୍ଦ୍ର କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ଆଗାମୀ ବର୍ଷ ଗୁଡ଼ିକରେ, ଭଦୋଦରା ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଠାରେ ନିର୍ମିତ ମେଟ୍ରୋ କୋଚ୍ ଅନ୍ୟ ଦେଶକୁ ରପ୍ତାନି କରାଯାଉଛି । ସାଭଲିରେ ଆଧୁନିକ ରେଳ ବ୍ୟବସ୍ଥା ଏବଂ କୋଚ୍ ତିଆରି ହେଉଛି । ଇଞ୍ଜିନିୟରିଂ, ଭାରୀ ଯନ୍ତ୍ରପାତି, ରାସାୟନିକ ଏବଂ ଔଷଧ, ବିଦୁ୍ୟତ ଉପକରଣ ଏବଂ ଏମଏସଏମଇ କ୍ଷେତ୍ରରେ ଭଦୋଦରା ଏକ ଦୃଢ଼ ଉତ୍ପାଦନ କେନ୍ଦ୍ର ପାଲଟିଛି । ଏଠାରେ ଗତିଶକ୍ତି ବିଶ୍ୱବିଦ୍ୟାଳୟ ପରିବହନ ଏବଂ ଲଜିଷ୍ଟିକ୍ସରେ ବୃତ୍ତିଗତମାନଙ୍କୁ ପ୍ରସ୍ତୁତ କରୁଛି । ଏବେ ଭଦୋଦରା ମଧ୍ୟ ମହାକାଶ କ୍ଷେତ୍ରରେ ଏକ ନୂତନ ପରିଚୟ ଆଡ଼କୁ ଗତି କରୁଛି । ଏଠାରେ ବିମାନ ନିର୍ମାଣ ପ୍ରକଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

 

ବନ୍ଧୁଗଣ,

ଗୁଜରାଟ ଏବଂ ଦେଶର ଏହି ବିକାଶ ପ୍ରୟାସ ମଧ୍ୟରେ, ଆଉ ଏକ ପ୍ରସଙ୍ଗ କ୍ରମଶଃ ସମ୍ବେଦନଶୀଳ ହେବାରେ ଲାଗିଛି । ଗତ କିଛି ବର୍ଷ ଧରି, ବିଶ୍ୱ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି । ପ୍ରଥମେ କରୋନା ସଙ୍କଟ, ତା’ପରେ ବିଶ୍ୱ ଆର୍ଥିକ ଚ୍ୟାଲେଞ୍ଜ ଏବଂ ଏବେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା । ଏହି ପରିସ୍ଥିତି ଗୁଡ଼ିକ ସମସ୍ତ ବିଶ୍ୱକୁ ନିରନ୍ତର ପ୍ରଭାବିତ କରୁଛି ଏବଂ ଭାରତ ଏଥିରୁ ଅସ୍ପୃଶ୍ୟ ନୁହେଁ । ଯଦି କରୋନା ମହାମାରୀ ଏହି ଶତାବ୍ଦୀର ସବୁଠାରୁ ବଡ଼ ସଙ୍କଟ ଥିଲା, ତେବେ ପଶ୍ଚିମ ଏସିଆରେ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଏହି ଦଶକର ସବୁଠାରୁ ବଡ଼ ସଙ୍କଟ ମଧ୍ୟରୁ ଗୋଟିଏ । ଯେପରି ଆମେ ଏକାଠି ମହାମାରୀକୁ ପରାସ୍ତ କରିଛୁ, ସେହିପରି ଆମେ ଏହି ସଙ୍କଟକୁ ମଧ୍ୟ ପରାସ୍ତ କରିବୁ ।

ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ଯେ ଏହି ପ୍ରତିକୂଳ ପରିସ୍ଥିତି ସାଧାରଣ ନାଗରିକଙ୍କ ଉପରେ ସର୍ବନିମ୍ନ ପ୍ରଭାବ ପକାଇବ । କିନ୍ତୁ ଏପରି ସମୟରେ, ଦେଶକୁ ଜନ ଭାଗିଦାରୀର ଶକ୍ତିର ବହୁତ ଆବଶ୍ୟକତା ଅଛି । ଭାରତର ନାଗରିକ ଭାବରେ, ଆମକୁ ଆମର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ପଡ଼ିବ । ପୂର୍ବ ଦଶନ୍ଧିଗୁଡ଼ିକରେ ମଧ୍ୟ,ଯେତେବେଳେ ଦେଶ ଯୁଦ୍ଧ କିମ୍ବା ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ନାଗରିକମାନେ ସରକାରଙ୍କ ଡାକରାରେ ପ୍ରତିକ୍ରିୟା ଦେଇ ସେମାନଙ୍କ ଦାୟିତ୍ୱ ପୂରଣ କରିଥିଲେ । ଆଜି ମଧ୍ୟ, ଆମକୁ ସମସ୍ତେ ଦେଶର ସମ୍ବଳ ଉପରେ ବୋଝ ହ୍ରାସ କରିବା ପାଇଁ ଏକାଠି କାମ କରିବାକୁ ପଡ଼ିବ । ଭାରତ ଅନେକ ଉତ୍ପାଦ ଆମଦାନୀ କରି ଲକ୍ଷ ଲକ୍ଷ କୋଟି ଟଙ୍କା ବୈଦେଶିକ ମୁଦ୍ରାରେ ଖର୍ଚ୍ଚ କରୁଛି । ସେହି ସମୟରେ ଆମଦାନୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଯୋଗାଣ ଶୃଙ୍ଖଳା ଗୁରୁତର ଭାବରେ ବିପର୍ଯ୍ୟସ୍ତ ହୋଇଛି । ତେଣୁ ଦେଶ ଏକ ଦ୍ୱିଗୁଣିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ।

ଯେପରି ଗୋଟିଏ ପାତ୍ର ଟୋପାଏ ଟୋପାଏରେ ପୂରଣ ହୁଏ,ସେହିପରି ଆମକୁ ମଧ୍ୟ ପ୍ରତ୍ୟେକ ଛୋଟ ପ୍ରୟାସ ଦ୍ୱାରା ଆମଦାନୀ ଉତ୍ପାଦର ବ୍ୟବହାର ହ୍ରାସ କରିବାକୁ ପଡ଼ିବ ଏବଂ ଅନାବଶ୍ୟକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରୁଥିବା ବ୍ୟକ୍ତିଗତ କାର୍ଯ୍ୟକଳାପକୁ ଏଡ଼ାଇବାକୁ ପଡ଼ିବ ।

ବନ୍ଧୁଗଣ,

ଭାରତର ଆମଦାନୀର ଏକ ପ୍ରମୁଖ ଅଂଶ ଅଶୋଧିତ ତୈଳ । ଦୁର୍ଭାଗ୍ୟବଶତଃ, ବିଶ୍ୱର ଅଧିକାଂଶ ତେଲ ଯୋଗାଣ କରୁଥିବା ଅଞ୍ଚଳ ବର୍ତ୍ତମାନ ସଂଘର୍ଷ ଏବଂ ଯୁଦ୍ଧରେ ଫସି ରହିଛି । ତେଣୁ, ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ,ଆମ ସମସ୍ତଙ୍କୁ ଏକାଠି ଛୋଟ ଛୋଟ ପ୍ରତିଶ୍ରୁତି ନେବାକୁ ପଡ଼ିବ । ମୁଁ ଗତକାଲି କର୍ଣ୍ଣାଟକ ଓ ତେଲଙ୍ଗାନାରେ ଏହା ବିଷୟରେ କହିଥିଲି, ଏବଂ ଆଜି ମୁଁ ପୁଣିଥରେ ଗୁଜରାଟରେ ଏହାକୁ ଗୁରୁତ୍ୱ ଦେଉଛି । ଏବଂ ଯେହେତୁ ମୋର ତୁମ ଉପରେ ଅଧିକ ଅଧିକାର ଅଛି, ମୁଁ ସ୍ନେହର ସହିତ ଏହା କହିବି: ଯେଉଁଠାରେ ସମ୍ଭବ ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର ହ୍ରାସ କରନ୍ତୁ । ମେଟ୍ରୋ ସେବା, ଇଲେକ୍ଟ୍ରିକ ବସ୍ ଏବଂ ସାର୍ବଜନୀନ ପରିବହନକୁ ଅଧିକ ବ୍ୟବହାର କରନ୍ତୁ । କାରପୁଲିଂକୁ ପ୍ରୋତ୍ସାହିତ କରନ୍ତୁ । ଯେଉଁମାନଙ୍କର କାର ଅଛି ସେମାନେ ଅଧିକ ଲୋକଙ୍କ ସହିତ ଏକାଠି ଯାତ୍ରା କରିବା ଉଚିତ । ଯେଉଁମାନଙ୍କର ଇଲେକ୍ଟ୍ରିକ ଯାନ ଅଛି ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆସିବା ଉଚିତ ।

 

ବନ୍ଧୁଗଣ,

ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଅନେକ ଜିନିଷକୁ ସହଜ କରିଛି । ପ୍ରଯୁକ୍ତିବିଦ୍ୟା ଆମକୁ ବହୁତ ଲାଭ ଦେଇପାରେ । ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଉଭୟ ଭର୍ଚୁଆଲ ବୈଠକ ଏବଂ ଘରୁ କାମ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଗୁରୁତ୍ୱପୂର୍ଣ୍ଣ । ମୁଁ କିଛି ସ୍କୁଲକୁ କିଛି ସମୟ ପାଇଁ ଅନଲାଇନ ଶ୍ରେଣୀ ପାଇଁ ବ୍ୟବସ୍ଥା ଉପରେ କାମ କରିବାକୁ ଅନୁରୋଧ କରିବି ।

ବନ୍ଧୁଗଣ,

କେବଳ ଇନ୍ଧନ ନୁହେଁ,ବରଂ ଖାଦ୍ୟ ତେଲ ଆମଦାନି ମଧ୍ୟ ପ୍ରଚୁର ପରିମାଣର ବୈଦେଶିକ ମୁଦ୍ରା ବ୍ୟବହାର କରେ । ଯଦି ଆମେ ସଂଯମତା ଅବଲମ୍ବନ କରିବା ଏବଂ ରନ୍ଧନ ତେଲର ବ୍ୟବହାର ହ୍ରାସ କରିବା, ତେବେ ଦେଶ ଏବଂ ଆମର ସ୍ୱାସ୍ଥ୍ୟ ଉଭୟ ଲାଭବାନ ହେବେ । ଏବଂ ମୁଁ ବିଶେଷ କରି ସୁରଟର ଲୋକମାନଙ୍କୁ ଏହା କହୁଛି ।

ସେହିପରି ଆପଣଙ୍କ ପରିବାରର ସଦସ୍ୟ ଭାବରେ, ମୁଁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି: ସୁନା ଆମଦାନୀ ମଧ୍ୟ ବିପୁଳ ପରିମାଣର ବିଦେଶୀ ମୁଦ୍ରାକୁ ବାହାରକୁ ନେଇଯାଏ । ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ, ଆମେ ସୁନା କିଣିବା ସ୍ଥଗିତ ରଖିବା ଉଚିତ । ବର୍ତ୍ତମାନ ସୁନାର କୌଣସି ଆବଶ୍ୟକତା ନାହିଁ ।

ବନ୍ଧୁଗଣ,

ଆଜି ସମୟର ଆବଶ୍ୟକତା ହେଉଛି “ଭୋକାଲ ଫର ଲୋକାଲ୍”କୁ ଏକ ଜନଆନେ୍ଦାଳନ କରିବା । ବିଦେଶୀ ସାମଗ୍ରୀକୁ ସ୍ଥାନୀୟ ଉତ୍ପାଦ ସହିତ ବଦଳାନ୍ତୁ । ଆପଣଙ୍କ ଗାଁ, ସହର ଏବଂ ଦେଶର ଉଦ୍ୟୋଗୀମାନଙ୍କୁ ସଶକ୍ତ କରନ୍ତୁ । ଏଠାରେ ବସିଥିବା ଅନେକ ଲୋକ ଉକ୍ରୃଷ୍ଟ ଏବଂ ବିଶ୍ୱସ୍ତରୀୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି ।

 

ବନ୍ଧୁଗଣ,

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ପୃଷ୍ଠଭୂମିରୁ ଆସିଛୁ । କୃଷି କ୍ଷେତ୍ରରେ, ଆମେ ସ୍ୱଦେଶୀ ସାର ଏବଂ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ଉଚିତ । ସୌରପମ୍ପ ଡିଜେଲ ପମ୍ପର ସ୍ଥାନ ନେବା ଉଚିତ । ଆମେ କୃଷକଙ୍କ ପୁଅ ଏବଂ ଝିଅ: ଆମକୁ ପ୍ରଥମେ ଆମର କ୍ଷେତ ଏବଂ ମାତା ପୃଥିବୀକୁ ରକ୍ଷା କରିବାକୁ ପଡ଼ିବ । ରାସାୟନିକ ସାର ମାଧ୍ୟମରେ ଆମ ମାଟିକୁ ନଷ୍ଟ କରିବା ଉଚିତ ନୁହେଁ । ତେଣୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ଆପଣଙ୍କ ଗାଁର ପ୍ରତ୍ୟେକ ଚାଷୀଙ୍କୁ ରାସାୟନିକ ସାରରୁ ମୁକ୍ତି ଏବଂ ପ୍ରାକୃତିକ କୃଷି ଦିଗରେ ମାର୍ଗଦର୍ଶନ କରନ୍ତୁ ।

ବନ୍ଧୁଗଣ,

ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ପ୍ରଯୁଜ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି - ଦୟାକରି କିଛି ଚିନ୍ତା କରନ୍ତୁ ନାହିଁ । ଏହା ଫ୍ୟାଶନ ହୋଇଗଲାଣି ଯେ ଛୁଟି ଆରମ୍ଭ ହେବା ମାତ୍ରେ, ପିଲାମାନଙ୍କୁ ବିଦେଶକୁ ଟିକେଟ ଦିଆଯାଇଥାଏ । ଲୋକମାନେ ବିଦେଶରେ ଛୁଟି ବିତାଉଛନ୍ତି । ଗ୍ରୀଷ୍ମ ଛୁଟି ପାଖେଇ ଆସୁଛି । ଆଜିକାଲି ବିଦେଶ ଯାତ୍ରା ଏବଂ ବିଦେଶରେ ଡେଷ୍ଟିନେସନ ବିବାହ ଏକ ବର୍ଦ୍ଧିତ ଧାରା ପାଲଟିଛି । ପୂର୍ବରୁ ଲୋକମାନେ ମୋତେ ନିମନ୍ତ୍ରଣ ପଠାଉଥିଲେ; ଏବେ ସେମାନେ ପଠାନ୍ତି ନାହିଁ, କାରଣ ବିବାହ ବିଦେଶରେ ଅନୁଷ୍ଠିତ ହେଉଛି । କିନ୍ତୁ ଏହା ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ ମଧ୍ୟ କରିଥାଏ ।

ବନ୍ଧୁଗଣ,

ଏହି ବିଷୟରେ ଚିନ୍ତା କରନ୍ତୁ - ଭାରତରେ କ’ଣ ଏପରି କୌଣସି ସୁନ୍ଦର ସ୍ଥାନ ନାହିଁ ଯେଉଁଠାରେ ଆମେ ଆମର ଛୁଟି ବିତାଇପାରିବା? ଆସନ୍ତୁ ଆମେ ଅମ ପିଲାମାନଙ୍କୁ ଆମର ଇତିହାସ ଶିଖାଇବା ଏବଂ ନିଜ ସ୍ଥାନ ଉପରେ ଗର୍ବ କରିବା । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଭାରତ ଭିତରେ ଛୁଟି ବିତାଇବା । ଏବଂ ବିବାହ ପାଇଁ ମଧ୍ୟ,ମୁଁ ବିଶ୍ୱାସ କରେ ନାହିଁ ଯେ ଭାରତ ଠାରୁ ଅଧିକ ପବିତ୍ର ସ୍ଥାନ କିଛି ହୋଇପାରେ । ଯେତେବେଳେ ଏଠାରେ ବିବାହ ହୁଏ, ଆମ ପୂର୍ବପୁରୁଷଙ୍କ ମାଟି ମଧ୍ୟ ଆମକୁ ଆଶୀର୍ବାଦ ଦିଏ ।

ବିବାହ ପାଇଁ ମଧ୍ୟ, ଭାରତରେ ଅନେକ ସୁନ୍ଦର ସ୍ଥାନ ଅଛି, ଏବଂ ଆମକୁ ସେଗୁଡ଼ିକୁ ବାଛିବା ଉଚିତ । ଗୁଜରାଟରେ ହିଁ ଅଗଣିତ ସୁନ୍ଦର ସ୍ଥାନ ରହିଛି । ମୁଁ ବିଶେଷ କରି ମୋର ପାଟିଦାର ଭାଇମାନଙ୍କୁ କହୁଛି ଯେ, ଏବେ ଆପଣ ଷ୍ଟାଚୁ୍ୟ ଅଫ ୟୁନିଟିରେ ବିବାହ ଆୟୋଜନ କରିବା ଉଚିତ, ଯେଉଁଠାରେ ସର୍ଦ୍ଦାର ସାହେବ ନିଜେ ପ୍ରତ୍ୟେକ ବିବାହକୁ ଆଶୀର୍ବାଦ ଦେବେ । ଯେପରି ଶାନ୍ତି ଏବଂ ଆଧ୍ୟାତ୍ମିକତା ପାଇଁ ହରିଦ୍ୱାର ଏବଂ ଋଷିକେଶରେ ବ୍ୟବସ୍ଥା କରାଯାଉଛି, ସେହିପରି ବିବାହ ପାଇଁ ଷ୍ଟାଚୁ୍ୟ ଅଫ ୟୁନିଟିରେ ସମାନ ସୁବିଧା ବିକଶିତ ହେବା ଉଚିତ ।

ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଷ୍ଟାଚୁ୍ୟ ଅଫ ୟୁନିଟି ଏବଂ ଏକତା ନଗର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହୋଇଛି । ଆମେ କ’ଣ ଯଥାସମ୍ଭବ ଲୋକମାନଙ୍କୁ ଷ୍ଟାଚୁ୍ୟ ଅଫ ୟୁନିଟି ପରିଦର୍ଶନ ପାଇଁ ଉତ୍ସାହିତ କରିବାକୁ ସଂକଳ୍ପ ନେଇପାରିବା? ଅନେକ ଭାରତୀୟ ବିଦେଶରେ ବାସ କରନ୍ତି; ମୁଁ ସେମାନଙ୍କୁ କହୁଛି ଯେ ବିଦେଶୀ ପରିବାରମାନଙ୍କୁ ଭାରତ ଦେଖିବାକୁ ଆଣିବା ସେମାନଙ୍କର ଦାୟିତ୍ୱ । ଆପଣ ଜାଣିଥିବା ପ୍ରତ୍ୟେକ ପରିବାରକୁ, ଭାରତରେ କିମ୍ବା ବିଦେଶରେ, ଯେଉଁମାନେ ଏ ପର୍ଯ୍ୟନ୍ତ ଷ୍ଟାଚୁ୍ୟ ଅଫ ୟୁନିଟି ପରିଦର୍ଶନ କରିନାହାନ୍ତି, ଅତି କମରେ ଗୋଟିଏ ଯାତ୍ରା କରିବାକୁ ପ୍ରେରଣା ଦିଅନ୍ତୁ । ଏକତା ନଗର ମଧ୍ୟ ବିବାହ ପାଇଁ ଏକ ସୁନ୍ଦର ସ୍ଥାନ ହୋଇପାରିବ । ଷ୍ଟାଚୁ୍ୟ ଅଫ ୟୁନିଟିର ସୁବିଧା ଗୁଡ଼ିକ ଉକ୍ରୃଷ୍ଟ ଏବଂ ଆମେ ସମସ୍ତେ ଗର୍ବ ଅନୁଭବ କରୁଛୁ ଯେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏହି ଦେଶର କୌଣସି ନାଗରିକ ଏଥିରେ ଗର୍ବ ଅନୁଭବ ନ କରିପାରିବେ ନାହିଁ ।

ବନ୍ଧୁଗଣ,

ମୁଁ ଯେଉଁ ପ୍ରୟାସ ବିଷୟରେ କହିଲି ତାହା ସବୁ ଛୋଟ ପ୍ରୟାସ; ମୁଁ ତୁମକୁ କିଛି କଷ୍ଟକର କରିବାକୁ କହିନାହିଁ । କିନ୍ତୁ ମନେରଖ, ଯେତେବେଳେ ୧୪୦ କୋଟି ଭାରତୀୟ ଗୋଟିଏ ସଂକଳ୍ପ ନେଇ ଏକାଠି ଆଗକୁ ବଢ଼ନ୍ତି, ସେତେବେଳେ ଛୋଟ ପ୍ରୟାସ ମଧ୍ୟ ଦେଶର ସବୁଠାରୁ ବଡ଼ ଶକ୍ତି ହୋଇଯାଏ । ଯେତେବେଳେ ୧୪୦ କୋଟି ଲୋକ ଗୋଟିଏ ପାଦ ଆଗକୁ ବଢ଼ନ୍ତି, ଦେଶ ୧୪୦ କୋଟି ପାଦ ଆଗକୁ ବଢ଼େ ।

ତେଣୁ ପୁଣି ଥରେ, ଆମକୁ ଏକ ହେବା ଉଚିତ ଯାହାଦ୍ୱାରା କୌଣସି ସଙ୍କଟ ଆମର ପ୍ରଗତି ଏବଂ ବିକାଶରେ ବାଧା ସୃଷ୍ଟି କରିପାରିବ ନାହିଁ । ମୁଁ ବିଶ୍ୱାସ କରେ ଯେ ଏକାଠି ଆମେ ଏହି ସଂକଳ୍ପଗୁଡ଼ିକୁ ପୂରଣ କରି ଦେଶକୁ ମଜବୁତ କରିବୁ ।

ଏବଂ ମୁଁ ଗଗଜୀ ଭାଇଙ୍କୁ ଗୋଟିଏ କଥା ମଧ୍ୟ କହିବାକୁ ଚାହୁଁଛି । ଆପଣ ମୋତେ ସର୍ଦ୍ଦାର ଗୌରବ ରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଯେତେବେଳେ ଏକ ପୁରସ୍କାରରେ ସର୍ଦ୍ଦାର ସାହେବଙ୍କ ନାମ ଥାଏ, ଦାୟିତ୍ୱ ବହୁତ ବଢ଼ିଯାଏ । ଗୋଟିଏ ପ୍ରକାରେ, ଗଗଜୀ ଭାଇ ମୋତେ ଚତୁରତାର ସହତ ବାନ୍ଧି ରଖିଛନ୍ତି ଏବଂ ମୋତେ ପଛକୁ ହଟିବାକୁ କହିନାହାନ୍ତି । ହୁଏତ ମୋ ଭାଗ୍ୟରେ ଲେଖାଯାଇଛି ଯେ ସର୍ଦ୍ଦାର ସାହେବଙ୍କ ସମସ୍ତ ସ୍ୱପ୍ନ ଏବଂ ଅଧୁରା କାମ ମୋ ଦ୍ୱାରା ସମାପ୍ତ ହେବ ।

ଆଜି ଏହି ସମ୍ମାନ ଏବଂ ପୁରସ୍କାର ପାଇବା ପରେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆପଣଙ୍କ ଆଶୀର୍ବାଦ ସହିତ ଗୁଜରାଟ ମାଟିରୁ ମୁଁ ଯେଉଁ ଶକ୍ତି ଓ ମୂଲ୍ୟବୋଧ ପାଇଛି ତାହା ନିଶ୍ଚିତ କରିବ ଯେ ମୁଁ ସର୍ଦ୍ଦାର ସାହେବଙ୍କ ସ୍ୱପ୍ନ ପୂରଣ କରିବା ପାଇଁ କାମ କରିବାରୁ କେବେ ପଛକୁ ହଟବି ନାହିଁ । ଗୁଜରାଟ ମୋର ସ୍ୱଭାବକୁ ଭଲ ଭାବେ ଜାଣେ - ପଛକୁ ହଟିବା ଏପରି କିଛି ନୁହେଁ ଯାହା ମୁଁ ଜାଣିଛି ।

ଏହି ସମ୍ମାନ ମୋ ପାଇଁ ବହୁତ ମହତ୍ୱପୂର୍ଣ୍ଣ । ମୁଁ ଥରେ ଜେନେରାଲ କାରିଆପ୍ପାଙ୍କ ବିଷୟରେ ଏକ କାହାଣୀ ପଢ଼ିଥିଲି । ତାଙ୍କୁ ସମ୍ମାନିତ କରିବା ପାଇଁ ତାଙ୍କ ଗାଁରେ ଏକ ସମାରୋହ ହେବାକୁ ଯାଉଥିଲା, ଏବଂ ସେ ଅତ୍ୟନ୍ତ ଖୁସି ହୋଇଥିଲେ । ଯେତେବେଳେ ଲୋକମାନେ ପଚାରିଲେ କାରଣ, ସେ କହିଲେ ଯେ ସାରା ବିଶ୍ୱରେ ତାଙ୍କୁ ସାମରିକ ପରମ୍ପରା ଅନୁସାରେ ସଲାମ ଏବଂ ସମ୍ମାନ ମିଳିଛି କିନ୍ତୁ ଘରେ ସମ୍ମାନ ପାଇବାର ଆନନ୍ଦ ସମ୍ପୂର୍ଣ୍ଣ ଭିନ୍ନ ।

ଆଜି, ଭାରତର ପ୍ରଧାନମନ୍ତ୍ରୀଙ୍କୁ ସାରା ବିଶ୍ୱରେ ସମ୍ମାନ କରାଯାଏ,କାରଣ ଭାରତ ଶକ୍ତିଶାଳୀ ହେଉଛି । କିନ୍ତୁ ଯେତେବେଳେ ଜଣେ ନିଜ ଲୋକଙ୍କ ଠାରୁ, ନିଜ ପରିବାରରୁ ଆଶୀର୍ବାଦ ପାଏ, ସେତେବେଳେ କାମ କରିବାର ଶକ୍ତି ବହୁତ ବଢ଼ିଯାଏ ।

ଏହି ସର୍ଦ୍ଦାର ରତ୍ନ ପୁରସ୍କାର ରୂପରେ ଆପଣମାନେ ମୋତେ ଯେଉଁ ଆଶୀର୍ବାଦ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ଗଭୀର କୃତଜ୍ଞ, ଏବଂ ମୁଁ ଏହି ଋଣକୁ ବିନମ୍ରତାର ସହିତ ଗ୍ରହଣ କରୁଛି ।

ପୁଣିଥରେ, ଆପଣ ଯେଉଁ ସ୍ୱପ୍ନ ଓ ସଂକଳ୍ପକୁ ନେଇ ଆଗକୁ ବଢ଼ୁଛନ୍ତି ତାହା ପୂରଣ କରିବା ପାଇଁ ଈଶ୍ୱର ଆପଣଙ୍କୁ ଶକ୍ତି ଦିଅନ୍ତୁ । ସର୍ଦ୍ଦାର ସାହେବଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହୁ, ଏବଂ ଆପଣ ପଙ୍କଜ ଭାଇଙ୍କ ପରି ସାଥୀ ପାଇ ଚାଲିଥାନ୍ତୁ । ଏଠାରେ ବସିଥିବା ଆମେ ତିନିଜଣ ଏକ ବିଶେଷ ସମ୍ପର୍କ ବହନ କରୁ- ପଙ୍କଜ ଭାଇ, ନରହରି ଅମିନ ଏବଂ ମୁଁ - ଆମେ ସମସ୍ତେ ନବନିର୍ମାଣ ଆନେ୍ଦାଳନର ସନ୍ତାନ । ମୁଁ ଖୁସି ଯେ ଆଜି ପଙ୍କଜ ଭାଇ ମଧ୍ୟ ଏକ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାନ

ନମସ୍କାର ସର୍ଦ୍ଦାର! ନମସ୍କାର ସର୍ଦ୍ଦାର! ଧନ୍ୟବାଦ  । ଧନ୍ୟବାଦ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.