ବିଗତ କିଛି ବର୍ଷହେଲା ରୋଜଗାର ମେଳା ଏକ ଅନୁଷ୍ଠାନରେ ପରିଣତ ବୋଇଛି, ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଯୁବତୀ ବିଭିନ୍ନ ସରକାରୀ ବିଭାଗରୁ ନିଯୁକ୍ତି ପତ୍ର ପାଉଛନ୍ତି: ପ୍ରଧାନମନ୍ତ୍ରୀ
ଆଜି ଭାରତ ବିଶ୍ବର ସବୁଠୁ ଯୁବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ, ଆମ ସରକାର ନିୟମିତଭାବେ ଭାରତର ଯୁବପିଢି ପାଇଁ ଦେଶ ବିଦେଶରେ ନୂଆ ନୂଆ ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି: ପ୍ରଧାନମନ୍ତ୍ରୀ
ଆଜି ଭାରତ ସରକାର ବିଭିନ୍ନ ଦେଶମାନଙ୍କ ସହ ବାଣିଜ୍ୟ ଓ ଗତିଶୀଳତା ରାଜିନାମା କରୁଛନ୍ତି, ଯାହାକି ଭାରତୀୟ ଯୁବପିଢିଙ୍କ ପାଇଁ ଅଗଣିତ ସୁଯୋଗ ଖୋଲିଦେବ: ପ୍ରଧାନମନ୍ତ୍ରୀ
ଦେଶରେ ଜୀବନଧାରଣ ଓ ବ୍ୟବସାୟକୁ ସରଳ କରିବା ଲକ୍ଷ୍ୟରେ ଭାରତ ଆଜି ଏକ ସଂସ୍କାର ଏକ୍ସପ୍ରେସରେ ସବାର ହୋଇଛି : ପ୍ରଧାନମନ୍ତ୍ରୀ

ସବୁ ଯୁବ ବନ୍ଧୁମାନଙ୍କୁ ମୋର ଶୁଭାଭିବାଦନ,

୨୦୨୬ ବର୍ଷ ଆରମ୍ଭ ଆମ ଜୀବନରେ ନୂଆ ଆନନ୍ଦର ଅୟମାରମ୍ଭ । ଏହାସହ ଗତକାଲି ବସନ୍ତ ପଞ୍ଚମୀ ସରିବା ପରେ ଆପଣମାନଙ୍କ ଜୀବନରେ ଏକ ନୂଆ ବସନ୍ତ ଆସିଛି । ସମ୍ବିଧାନ ପ୍ରତି ଆପଣମାନଙ୍କ କର୍ତ୍ତବ୍ୟବୋଧତା ବି ଏହି ସମୟ ସୂଚିତ କରୁଛି । କାକତାଳୀୟ ନ୍ୟାୟରେ ଏବେ ଦେଶରେ ସାଧାରଣତନ୍ତ୍ର ଦିବସର ମାହୋଲ ରହିଛି । ଗତକାଲି ଜାନୁୟାରୀ ୨୩ ତାରିଖରେ ସୁଭାଷ ବୋଷଙ୍କ ଜୟନ୍ତୀରେ ଆମେ ପରାକ୍ରମ ଦିବସ ପାଳନ କରିଛେ । ଆସନ୍ତାକାଲି ଜାନୁୟାରୀ ୨୫ ତାରିଖରେ ଆମେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଯାଉଛେ । ତାପରେ ଜାନୁୟାରୀ ୨୬ରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରିବା । ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଦିବସ । ଆଜିର ଦିନରେ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବେ ସମ୍ବିଧାନ ଗ୍ରହଣ କରିଥିଲା । ଏହି ମହତ୍ୱପୂର୍ଣ୍ଣ ଦିନରେ ୬୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି ।

ଆଜି ଆପଣମାନେ ସରକାରୀ ଚାକିରି ପାଇଁ ବିଧିବଦ୍ଧ ଭାବେ ନିଯୁକ୍ତି ପତ୍ର ପାଇଛନ୍ତି । ପ୍ରକାରାନ୍ତରେ ଦେଶ ନିର୍ମାଣ ଲାଗି ଏହା ଏକ ନିମନ୍ତ୍ରଣ ପତ୍ର । ବିକଶିତ ଭାରତର ସମ୍ବିଧାନକୁ ପ୍ରମୂର୍ତ କରିବାର ଏହା ଏକ ସ୍ୱୀକୃତି ପତ୍ର । ଆପଣମାନଙ୍କ ଭିତରୁ ଅନେକ ଏହି ଦେଶର ସୁରକ୍ଷାକୁ ମଜଭୂତ କରିବେ । ଶିକ୍ଷା ଓ ସ୍ୱାସ୍ଥ୍ୟ ଇକୋ ସିଷ୍ଟମକୁ ଏହା ଆହୁରି ସଶକ୍ତ କରିବ । ଆର୍ଥିକ ସେବା, ଊର୍ଜ୍ଜା ନିରାପତା, ସରକାରୀ କମ୍ପାନୀର ବିକାଶ ପରି ବିଭିନ୍ନ କ୍ଷେତ୍ରରେ ଅନେକ ଯୁବକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିପାରିବେ । ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରୁଛି ।

 

ବନ୍ଧୁଗଣ,

ଯୁବକମାନଙ୍କୁ ଦକ୍ଷତା ସହ ଯୋଡିବା, ସେମାନଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଆମ ସରକାରଙ୍କର ଲକ୍ଷ୍ୟ । ମିଶନ ମୋଡରେ ସରକାରୀ ନିଯୁକ୍ତି ସୃଷ୍ଟି କରିବା ପାଇଁ ରୋଜଗାର ମେଳା ଆରମ୍ଭ କରାଯାଇଛି । ଗତ କିଛି ବର୍ଷ ଧରି ରୋଜଗାର ମେଳା ଏକ ଅନୁଷ୍ଠାନରେ ପରିଣତ ହୋଇଛି । ଏହା ମାଧ୍ୟମରେ ଲକ୍ଷା ଲକ୍ଷ ଯୁବକ ଯୁବତୀ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଉଛନ୍ତି । ଏହି ମିଶନକୁ ଆଗକୁ ନେବା ଲକ୍ଷ୍ୟରେ ଆଜି ସାରା ଦେଶର ୪୦ଟି ସ୍ଥାନରେ ରୋଜଗାର ମେଳା ହେଉଛି । ଏସବୁ ସ୍ଥାନରେ ଉପସ୍ଥିତ ରହିଥିବା ଯୁବକମାନଙ୍କୁ ମୁଁ ସ୍ୱାଗତ କରୁଛି ।

ବନ୍ଧୁଗଣ, 

ଆଜି ସାରା ବିଶ୍ୱରେ ଭାରତ ସବୁଠାରୁ କନିଷ୍ଠତମ ଦେଶ । ଭାରତର ଯୁବଶକ୍ତିଙ୍କ ପାଇଁ ଆମ ସରକାରଙ୍କ ନେତୃତ୍ୱରେ ଆଜି ଦେଶରେ ଓ ସାରା ବିଶ୍ୱରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଅନେକ ଦେଶଙ୍କ ସହ ଆଜି ଭାରତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷରିତ କରୁଛି । ଭାରତର ଯୁବଶକ୍ତିଙ୍କ ପାଇଁ ଏହି ରାଜିନାମା ସବୁ ନୂଆ ନବୀନ ସୁଯୋଗ ଆଣୁଛି ।

ବନ୍ଧୁଗଣ,

ଅତୀତରେ ଆଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ଭାରତ ପ୍ରଚୁର ପୁଞ୍ଜି ବିନିଯୋଗ କରିଥିଲା । ଏଇଥିପାଇଁ ନିର୍ମାଣ ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । ଭାରତର ଷ୍ଟାର୍ଟଅପ ଇକୋ ସିଷ୍ଟମ ବି ଦ୍ରୁତ ଗତିରେ ଅଗ୍ରସର ହେଉଥିଲା । ଆଜି ଭାରତରେ ପ୍ରାୟ ଦୁଇ ଲକ୍ଷ ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛି । ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକ ଏସବୁ ସେକ୍ଟରରେ କାମ କରୁଛନ୍ତି । ସେହିପରି ଡିଜିଟାଲ ଇଣ୍ଡିଆ ନୂଆ ଅର୍ଥନୀତି ସୃଷ୍ଟି କରିଛି । ଆନିମେସନ ଓ ଡିଜିଟାଲ ମିଡିଆ କ୍ଷେତ୍ରରେ ଭାରତ ଏକ ବୈଶ୍ୱିକ କେନ୍ଦ୍ରରେ ପରିଣତ ହେବାରେ ଲାଗିଛି । ଭାରତର କ୍ରିଏଟର ଅର୍ଥନୀତି ବି ଦ୍ରୁତ ଗତିରେ ବିକାଶ ଲାଭ କରିଛି ଯେଉଁଥିରେ ଅନେକ ଯୁବକ ନୂଆ ସୁଯୋଗ ପାଉଛନ୍ତି ।

 

ଯୁବ ବନ୍ଧୁଗଣ,

ଆଜି ଯେଉଁଭଳି ଭାବେ ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢିବାରେ ଲାଗିଛି ତାହା ଅନେକ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିଛି । ସାରା ବିଶ୍ୱରେ ଭାରତ ହିଁ ଏକମାତ୍ର ବୃହତ ଅର୍ଥନୀତିର ଦେଶ ଯିଏ ଗୋଟିଏ ଶତାବ୍ଦୀ ଭିତରେ ଜିଡିପିକୁ ଦୁଇଗୁଣା କରିପାରିଛି । ଏଫଡିଆଇ ବା ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆଜି ଭାରତରେ ଶତାଧିକ ଦେଶ ପୁଞ୍ଜି ବିନିଯୋଗ କରୁଛନ୍ତି । ୨୦୧୪ ପୂର୍ବ ଦଶବର୍ଷ ସହ ତୁଳନା କଲେ ଅଢେଇ ଗୁଣା ଏଫଡିଆଇ ଭାରତକୁ ଆସିପାରିଛି । ଅଧିକ ଏଫଡିଆଇ ଅର୍ଥ ଭାରତବର୍ଷର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ।

ବନ୍ଧୁଗଣ,

ଆଜି ଭାରତ ମାନୁଫାକଚରିଂ କ୍ଷେତ୍ରରେ ଏକ ବୃହତ ଶକ୍ତି ଭାବେ ଉଭା ହୋଇଛି । ଇଲେକ୍ଟ୍ରୋନିକ୍ସ, ଔଷଧ, ଟୀକା, ପ୍ରତିରକ୍ଷା, ଅଟୋ ନିର୍ମାଣ ଓ ରପ୍ତାନୀ କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶ ଘଟିଛି । ୨୦୧୪ ପରଠାରୁ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଷେତ୍ରରେ ଭାରତର ଛଅ ଦଫା ବିକାଶ ଘଟିଛି । ଆଜି ଏହା ୧୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଶିଳ୍ପରେ ପରିଣତ ହୋଇପାରିଛି । ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଆମେ ଚାରି ଲକ୍ଷ କୋଟି ଟଙ୍କା ପାର ହୋଇପାରିଛେ । ଭାରତର ଅଟୋ ଶିଳ୍ପ ଏକ ଦ୍ରୁତ ବିକଶିତ ସେକ୍ଟରରେ ପରିଣତ ହୋଇପାରିଛି । ୨୦୨୫ରେ ଭାରତରେ ଦୁଇ ଚକିଆ ବାଇକ ବିକ୍ରିରୁ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି । ଲୋକମାନଙ୍କର କ୍ରୟ ଶକ୍ତି ବଢିଥିବା ଏହା ସୂଚାଉଛି । ଆୟକର ଓ ଜିଏସଟି ରିହାତି କ୍ଷେତ୍ରରେ ଅନେକ ସୁଫଳ ମିଳିଛି । ସାରା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ବହୁ ଉଦାହରଣ ରହିଛି ।

ବନ୍ଧୁଗଣ, 

ଆଜିର କାର୍ଯ୍ୟକ୍ରମରେ ଆଠ ହଜାରରୁ ଊର୍ଦ୍ଧ୍ୱ ଝିଅ ନିଯୁକ୍ତି ପତ୍ର ପାଇଛନ୍ତି । ଗତ ୧୧ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଦୁଇଗୁଣା ମହିଳା ଭାଗିଦାରୀ ଦେଖିବାକୁ ମିଳିଛି । ସରକାରଙ୍କର ମୁଦ୍ରା ଓ ଷ୍ଟାର୍ଟ ଅପ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଆମ ଝିଅମାନେ ବିପୁଳ ଭାବରେ ସୁଫଳ ପାଇଛନ୍ତି । ମହିଳାମାନଙ୍କ ଆତ୍ମ ନିଯୁକ୍ତି ୧୫ ପ୍ରତିଶତ ବୃଦ୍ଧି ପାଇଛି । ଯଦି ଏମଏସଏମଇ କିମ୍ବା ଷ୍ଟାର୍ଟ ଅପ କଥା ମୁଁ କୁହେ ତେବେ ଏଥିରେ ମହିଳା ପ୍ରତିଷ୍ଠାତା ଓ ନିର୍ଦ୍ଦେଶକମାନଙ୍କ  ସଂଖ୍ୟା ଅଧିକ ରହିଛି । ସମବାୟ କ୍ଷେତ୍ର କିମ୍ବା ଗାଁରେ କାମ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକରେ ମହିଳାମାନଙ୍କ ଭାଗିଦାରୀ ଯଥେଷ୍ଟ ରହିଛି ।

 

ବନ୍ଧୁଗଣ,

ଆଜି ସଂସ୍କାର ଏକ୍ସପ୍ରେସରେ ଦେଶ ଯାତ୍ରା କରୁଛି । ଉଭୟ ଜୀବନ ଓ ବ୍ୟବସାୟକୁ ସରଳ କରିବା ପାଇଁ ଏହା ଅଭିପ୍ରେତ । ଜିଏସଟିର ନେକ୍ସଟ ଜେନେରେସନ ସଂସ୍କାର ସମସ୍ତଙ୍କୁ ଲାଭ ଦେଇଛି । ଏହା ମାଧ୍ୟମରେ ଆମ ଯୁବ ଉଦ୍ୟୋଗପତିମାନେ ଲାଭାନ୍ୱିତ ହେଉଛନ୍ତି । ଆମ ଏମଏସଏମଇ ବି ଲାଭାନ୍ୱିତ ହେଉଛି । ନିକଟରେ ଐତିହାସିକ ଶ୍ରମ ଆଇନରେ ଦେଶରେ ସଂସ୍କାର ଆସିଲା । ଏହା ମାଧ୍ୟମରେ ଶ୍ରମିକ, କର୍ମଚାରୀ, ବ୍ୟବସାୟୀ ଖୁବ ଉପକୃତ ହେବେ । ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ନୂଆ ଶ୍ରମ କୋଡ ସାମାଜିକ ସୁରକ୍ଷା ଆଣିଲା ।

ବନ୍ଧୁଗଣ,

ଯେବେ ସଂସ୍କାର ଏକ୍ସପ୍ରେସ କଥା ଚାରିଆଡେ ଚର୍ଚ୍ଚା ହେଉଛି ସେହି ସ୍ଥାନରେ ମୁଁ ଆପଣଙ୍କୁ ଏକ କାମ ଦେବି । ଗତ ପାଂଚ-ସାତ ବର୍ଷ ଭିତରେ କେଉଁ ବାଟରେ ବା କେଉଁ ମାଧ୍ୟମରେ ଆପଣ ସରକାରଙ୍କୁ ଯୋଗାଯୋଗ କରିଛନ୍ତି । ଆପଣ କୌଣସି ସରକାରୀ ଅଫିସରେ କାମ କରିଛନ୍ତି କି । ଅନ୍ୟ ମାଧ୍ୟମରେ କଥା ହୋଇଛନ୍ତି କି । ଆପଣ କେବେ ଅସୁବିଧା ଅନୁଭବ କରିଛନ୍ତି କି । ସେକଥା ଥରେ ଖାଲି ଭାବନ୍ତୁ । ଏବେ ଆପଣ ସେସବୁ କଥା ବିଚାର କରିବେ । ଆପଣଙ୍କ କାର୍ଯ୍ୟକାଳ ଭିତରେ ଅନ୍ୟ ନାଗରିକଙ୍କ ପ୍ରତି ତାହା ହେବାକୁ ଦେବେ ନାହିଁ । ସରକାରଙ୍କର ଏକ ଅଂଶ ହିସାବରେ ଆପଣ ଆପଣଙ୍କ ବାଟରେ ଆପଣ ବି କିଛି ସଂସ୍କାର କାର୍ଯ୍ୟକ୍ରମ କରିପାରିବେ । ଏଭଳି ଆଭିମୁଖ୍ୟ ନେଇ ଅଗ୍ରସର ହେଲେ ଅଧିକରୁ ଅଧିକ ଲୋକେ ଲାଭାନ୍ୱିତ ହେବେ ।

ସ୍ଥାନୀୟ କ୍ଷେତ୍ରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ମନୋବୃତି ଓ ଇଜ ଅଫ ଡୁଇଙ୍ଗ ବିଜିନେସ ଓ ଇଜ ଅଫ ଲିଭିଂକୁ ଏହା ଆହୁରି ମଜଭୂତ କରିବ । ଆପଣ ଆଉ ଗୋଟିଏ କଥା ବି ମନେ ରଖିବା ଉଚିତ । ଦ୍ରୁତ ଗତିରେ ପରିବର୍ତନଶୀଳ ପ୍ରଯୁକ୍ତିଗତ ବିଦ୍ୟା କ୍ଷେତ୍ରରେ ଦେଶର ଆବଶ୍ୟକତା ଓ ପ୍ରାଥମିକତା ବି ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ଏହି ପରିବର୍ତନଶୀଳ ସମୟରେ ଆପଣ ନିଜକୁ ଅପଡେଟ ରଖିବା ବି ଉଚିତ । ଆଇ ଗଟ କର୍ମଯୋଗୀ ପ୍ଲାଟଫର୍ମର ଆପଣ ସଦୁପଯୋଗ କରିବା ଉଚିତ । ଆଇ ଗଟ କର୍ମଯୋଗୀ ପ୍ଲାଟଫର୍ମରେ ଏତେ କମ ସମୟ ଭିତରେ ଦେଢ କୋଟି ସରକାରୀ କର୍ମଚାରୀ ତାଲିମ ନେବା ସହ ନିଜକୁ ସଶକ୍ତ କରିପାରିଛନ୍ତି ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ସାଧାରଣ ସରକାରୀ କର୍ମଚାରୀ, ଆମେ ସମସ୍ତ ସେବକ ଓ ଆମ ସମସ୍ତଙ୍କର ଗୋଟିଏ ସାଧାରଣ ମନ୍ତ୍ର ରହିଛି । ତାହା ହେଲା ନାଗରିକ ଦେବୋ ଭବ ଅର୍ଥାତ ନାଗରିକଟିଏ ଦେବତାଙ୍କ ସହ ସମାନ । ଏହି ମନ୍ତ୍ରକୁ ନେଇ ଆମକୁ କାମ କରିବାକୁ ପଡିବ । ଆପଣଙ୍କ ଜୀବନରେ ନୂଆ ବସନ୍ତ ଆସିବା ପରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା । ଆଉ ଆପଣମାନଙ୍କ ମାଧ୍ୟମରେ ହିଁ ୨୦୪୭ ସୁଦ୍ଧା ବିକଶିତ ଭାରତ ତିଆରି ହୋଇପାରିବ । ମୋ ପକ୍ଷରୁ ଆନ୍ତରିକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
 in 4 iPhones are now made in India as Apple ramps up production by 53 per cent

Media Coverage

in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on collective strength and resolve for progress and well-being of the nation
March 11, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on collective strength and resolve for progress and well-being of the nation:

“स्वस्ति पन्थामनुचरेम सूर्याचन्द्रमसाविव।

पुनर्ददाताघ्नता जानता सङ्गमेमहि॥”

The Prime Minister said that boundless strength of the people of India is the axis of the nation's development. Through our capabilities and mutual trust, we have realized every resolve and will continue to do so in the future.

The Subhashitam conveys that, may we continuously walk on the auspicious path like the sun and the moon. May we move forward together with mutual nonviolence, harmony, and wisdom, and with each others’ support towards progress and well-being.

The Prime Minister wrote on X;

“भारतवासियों की असीम शक्ति ही देश के विकास की धुरी है। अपने सामर्थ्य और परस्पर विश्वास से हम हर संकल्प को साकार करते आए हैं और आगे भी करते रहेंगे।

स्वस्ति पन्थामनुचरेम सूर्याचन्द्रमसाविव।

पुनर्ददाताघ्नता जानता सङ्गमेमहि॥”