କାଜିରଙ୍ଗା କେବଳ ଏକ ଜାତୀୟ ପାର୍କ ନୁହେଁ-ଏହା ଆସାମର ଆତ୍ମା, ଭାରତର ଜୈବ ବିବିଧତାର ଏକ ଅମୂଲ୍ୟ ରତ୍ନ, ୟୁନେସ୍କୋ ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ବିଶ୍ବ ଐତିହ୍ୟ ସ୍ଥଳ : ପ୍ରଧାନମନ୍ତ୍ରୀ
ଯେତେବେଳେ ପ୍ରକୃତିକୁ ସଂରକ୍ଷିତ କରାଯାଏ, ତାହାସହିତ ସୁଯୋଗ ବଢିଥାଏ; ବିଗତ କିଛି ବର୍ଷ ହେଲା କାଜିରଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ଏହା ସହିତ ହୋମଷ୍ଟେ, ଗାଇଡ୍ ସେବା, ପରିବହନ, ହସ୍ତଶିଳ୍ପ ଓ କ୍ଷୁଦ୍ରଶିଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବପିଢି ଜୀବିକାର ନୂଆ ସୁଯୋଗ ପାଇପାରିଛନ୍ତି : ପ୍ରଧାନମନ୍ତ୍ରୀ
ଦୀର୍ଘକାଳ ଧରି ବିଶ୍ବାସ କରାଯାଉଥିଲା ଯେ ପ୍ରକୃତି ଓ ପ୍ରଗତି ପରସ୍ପରର ବିପରୀତ ଓ ଉଭୟ ପରସ୍ପର ସହ ଆଗେଇପାରିବେ ନାହିଁ। ଆଜି ଭାରତ ବିଶ୍ବକୁ ଦେଖାଇଛି ଯେ ଉଭୟ ଏକାଠି ଆଗକୁ ବଢିପାରିବେ: ପ୍ରଧାନମନ୍ତ୍ରୀ
ଉତ୍ତର-ପୂର୍ବାଞ୍ଚଳ ଏବେ ବିକାଶ କ୍ଷେତ୍ରରେ ପଛୁଆ ନୁହେଁ,ଏହା ଏବେ ଦେଶର ହୃଦୟ ଓ ଦିଲ୍ଲୀର ନିକଟତର ହୋଇଛି : ପ୍ରଧାନମନ୍ତ୍ରୀ

ଆସାମର ପ୍ରକୃତିପ୍ରେମୀ ଲୋକମାନଙ୍କୁ ମୋର ହୃଦୟପୂର୍ଣ୍ଣ ପ୍ରଣାମ।

ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ , ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା , କେନ୍ଦ୍ରରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ , ପବିତ୍ର ମାର୍ଗେରିତା , ଆସାମ ମନ୍ତ୍ରୀ ଅତୁଲ ବୋରା , ଚରଣ ବୋରୋ , କୃଷ୍ଣେନ୍ଦୁ ପାଉଲ , କେଶବ ମହନ୍ତ , ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆସାମର ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ପାଗ ଥଣ୍ଡା ଅଛି, ଗାଁଗୁଡ଼ିକ ଏଠାରୁ ବହୁତ ଦୂରରେ ଅଛି । ତଥାପି  ଯେତେ ଦୂର ପର୍ଯ୍ୟନ୍ତ ମୋର ଦୃଷ୍ଟି ପହଞ୍ଚୁଛି, ମତେ କେବଳ ଲୋକମାନେ ହିଁ ଦେଖାଯାଉଛନ୍ତି । ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଲେ, ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ ।

ଆଜି, ମୁଁ ପୁଣି ଥରେ କାଜିରଙ୍ଗା ଆସିବାର ସୌଭାଗ୍ୟ ପାଇଛି।  ମୋର ପୂର୍ବ ଗସ୍ତର କିଛି ସ୍ମୃତି ମାନେ ପଡୁଛି । ଦୁଇବର୍ଷ ତଳେ ସେ କାଜିରଙ୍ଗାରେ ହାସଲ କରିଥିବା ସ୍ମୃତି ମୋ  ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ମଧ୍ୟରେ ଅନ୍ୟତମ।  । ମୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ରାତ୍ରୀଯାପନ କରିବାର ସୁଯୋଗ ପାଇଲି, ଏବଂ ପରଦିନ ସକାଳେ ହାତୀ ସଫାରି ଯିବା ସମୟରେ, ମୁଁ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଅନୁଭବ କରିଥିଲି ।
 


ବନ୍ଧୁଗଣ,

ମୁଁ ଯେତେବେଳେ ଆସାମକୁ ଆସେ, ସବୁବେଳେ ମୋତେ ଏକ ଭିନ୍ନ ପ୍ରକାରର ଆନନ୍ଦ ଅନୁଭବ ହୁଏ । ଏହି ଭୂମି ବୀରମାନଙ୍କ ଭୂମି। ଏହା ସେହି ପୁଅ ଏବଂ ଝିଅମାନଙ୍କର ଭୂମି ଯେଉଁମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରନ୍ତି । ଗତକାଲି ମୁଁ ଗୁଆହାଟୀରେ ବାଗୁରୁମ୍ବା ଡାହୌ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେଠାରେ ଆମର ବୋଡୋ ସମ୍ପ୍ରଦାୟର ଝିଅମାନେ ବାଗୁରୁମ୍ବା ନୃତ୍ୟ  ପ୍ରଦର୍ଶନ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ବାଗୁରୁମ୍ବାର ଏତେ ସୁନ୍ଦର ପ୍ରଦର୍ଶନ, ଦଶହଜାରରୁ ଅଧିକ କଳାକାରଙ୍କ ଉର୍ଜା, ଖାମର ତାଳ, ସିଫୁଙ୍ଗର ସୁର ସେହି ମନୋମୁଗ୍ଧକର ମୁହୂର୍ତ୍ତଗୁଡ଼ିକ ସମସ୍ତଙ୍କୁ ଆକର୍ଷିତ କରିଥିଲା। ବାଗୁରୁମ୍ବାର ଅନୁଭୂତି ଚିତ୍ତାକର୍ଷକ ଥିଲା ଓ ହୃଦୟକୁ ଛୁଇଁଥିଲା। ଆସାମର ଆମ କଳାକାରମାନେ ସତ୍ୟରେ ଅଦ୍ଭୁତ କାମ କରିଦେଖାଇଛନ୍ତି। ସେମାନଙ୍କର କଠିନ ପରିଶ୍ରମ, ପ୍ରସ୍ତୁତି, ସମନ୍ୱୟ ଏ ସବୁକିଛି ଅତ୍ୟନ୍ତ ସୁନ୍ଦର ଥିଲା। ମୁଁ ପୁଣି ଥରେ ଆଜି ବାଗୁରୁମ୍ବା ଡାହୌ ମହୋତ୍ସବରେ ଜଡିତ ସମସ୍ତ କଳାକାରଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଜଣାଉଛି, ଏବଂ ଏହି କାର୍ଯ୍ୟକ୍ରମକୁ ଦେଶ ଏବଂ ବିଶ୍ୱରେ ପହଞ୍ଚାଇବା ପାଇଁ ସେ ସମସ୍ତ ସୋସିଆଲ ମିଡିଆ ଇନଫ୍ଲୁଏନସରମାନଙ୍କୁ  ମଧ୍ୟ ଅଭିନନ୍ଦନ  ଜଣାଉଛି  ; ମୁଁ ଗତକାଲିଠାରୁ ଦେଖୁଛି ଯେ ଡାହୌ ପରମ୍ପରାର ଏହି ଉତ୍କୃଷ୍ଟ ନୃତ୍ୟ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଦେଶ ଏବଂ ବିଶ୍ୱର ଲୋକ କଳା ସଂସ୍କୃତିର ଏହି ଭାରତୀୟ ଦୃଷ୍ଟିକୋଣକୁ ଏବଂ  ତାହାର ଶକ୍ତିକୁ ଚିହ୍ନିବେ ଏଥି ସହିତ  ଏହି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ସମସ୍ତ ସାମାଜିକ ପ୍ରଭାବକାରୀମାନେ  ମଧ୍ୟ  ଅଭିନନ୍ଦନର ଅଧିକାରୀ ଅଟନ୍ତି । ମିଡିଆର ସାଥୀମାନଙ୍କ ପାଇଁ, ଗତକାଲି ସନ୍ଧ୍ୟାର ସମୟଟି ବହୁତ ବ୍ୟସ୍ତ ଥିଲା, କିନ୍ତୁ ଆଜି ସକାଳଠାରୁ ଅନେକ ଟିଭି ମିଡିଆ ଚ୍ୟାନେଲ୍‌ ଏହି କାର୍ଯ୍ୟକ୍ରମକୁ ପୁନଃପ୍ରସାରଣ କରିବା ଆରମ୍ଭ କରିଛନ୍ତି। ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ଏହି କାର୍ଯ୍ୟକ୍ରମଟି  କେତେ ଭବ୍ୟ ଥିଲା।
ବନ୍ଧୁଗଣ,

ଗତ ବର୍ଷ, ମୁଁ ଝୁମୁର ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିଥିଲି। ଏଥର, ମୋତେ ମାଘ ବିହୁ ଅବସରରେ ଆସିବାର ସୁଯୋଗ ମିଳିଛି। ଗୋଟିଏ ମାସ ପୂର୍ବରୁ, ମୁଁ ଏଠାକୁ ବିଭିନୟ ବିକାଶମୂଳକ  ପ୍ରକଳ୍ପର ଶିଳାନ୍ୟାସ ପାଇଁ ଆସିଥିଲି। ଗୁଆହାଟୀରେ ସଂପ୍ରସାରିତ ଲୋକପ୍ରିୟ ଗୋପୀନାଥ ବର୍ଦୋଳୋଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିସ୍ତାର କରାଯାଇଛି। ମୁଁ ଏହାର ନୂତନ ଟର୍ମିନାଲ କୋଠା ଉଦଘାଟନ କରିଥିଲି । ଏଥି  ସହିତ, ମୁଁ ନାମରୂପରେ ଆମୋନିଆ-ୟୁରିଆ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ  ମଧ୍ୟ କରିଥିଲି । ଏପରି ସମସ୍ତ ଅବସର ବିଜେପି ସରକାରଙ୍କ , 'ବିକାଶ ଭି, ବୀରାସତ ଭି' (ବିକାଶ ଏବଂ ଐତିହ୍ୟ) ମନ୍ତ୍ରକୁ ଆହୁରି ମଜବୁତ କରିଛି। କିଛି ବନ୍ଧୁ ମାନେ ଏଠାରେ ଫଟୋ ଆଣିଛନ୍ତି ଏବଂ ଏହିପରି ଠିଆ ହୋଇଛନ୍ତି, ସେମାନେ କ୍ଳାନ୍ତ ହୋଇଯିବେ। ଆପଣମାନେ ସେଗୁଡ଼ିକୁ ପଠାନ୍ତୁ, ମୁଁ ଗ୍ରହଣ କରିବି; ଆଗରେ ସଂଗ୍ରହ କରି ରଖନ୍ତୁ। ଏସ୍‌ପିଜିର ସାଥୀମାନେ, ଯେଉଁମାନେ ଛବି ଆଣିଛନ୍ତି ସେମାନଙ୍କଠାରୁ ଛବିଗୁଡ଼ିକ ନେଇନିଅନ୍ତୁ। ଯଦି ପଛପଟେ ଠିକଣା ଲେଖା ଥାଏ, ମୋର ଚିଠି ନିଶ୍ଚୟ ଆସିବ। ଏଠାରେ ମଧ୍ୟ,କିଛି ଯୁବକ ଦୀର୍ଘ ସମୟ ଧରି କାନ୍ଧେ କାନ୍ଧ ଲଗାଇ ଦଣ୍ଡାୟମାନ ଅଛନ୍ତି। ମୁଁ ସମସ୍ତ କଳାକାରଙ୍କୁ ଧନ୍ୟବାଦ ଜଣାଉଛି; ଆପଣମାନଙ୍କର  ଏହି ପ୍ରେମ ଏବଂ  ଏହି ଭାବନା ପାଇଁ, ମୁଁ ଆପଣମାନଙ୍କୁ ମୋର  ସମ୍ମାନ ଜଣାଉଛି । ଦୟାକରି ତୁମେ ସମସ୍ତେ ବସିଯାଅ। ଯେଉଁମାନେ ଏଠାରେ ଅଛନ୍ତି ସେମାନେ ଫଟୋ ଉଠାଇପାରିବେ, ସେମାନଙ୍କୁ ବିରକ୍ତ କରନ୍ତୁ ନାହିଁ।

ବନ୍ଧୁଗଣ,

ଆସାମର ଇତିହାସରେ କାଳିଆବୋର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ସ୍ଥାନ ଆସାମର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରବେଶ ପଥ ଏବଂ ଉପର ଆସାମ ପାଇଁ ସଂଯୋଗୀକରଣର ପ୍ରମୁଖ କେନ୍ଦ୍ର ମଧ୍ୟ ଅଟେ । ଏହି ସ୍ଥାନରୁ ମହାନ ଯୋଦ୍ଧା ଲଚିତ ବୋରଫୁକନ ମୋଗଲ ଆକ୍ରମଣକାରୀଙ୍କୁ ବିତାଡ଼ିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ତାଙ୍କ ନେତୃତ୍ୱରେ, ଆସାମର ଲୋକମାନେ ସାହସ, ଏକତା ଏବଂ ଦୃଢ଼ ନିଷ୍ଠାର ସହିତ ମୋଗଲ ସେନାକୁ ପରାସ୍ତ କରିଥିଲେ। ଏହା କେବଳ ଏକ ସାମରିକ ବିଜୟ ନଥିଲା; ଏହା ଆସାମର ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସର ବିଜୟ  ଥିଲା। ଅତୀତରେ, ସମଗ୍ର ପଶ୍ଚିମ ଆସାମର ଦାୟିତ୍ୱ ଏଠାରୁ ପରିଚାଳିତ ହେଉଥିଲା।  କାଳିଆବୋର ଆହୋମ ଶାସନକାଳରୁ ରଣନୈତିକ ଗୁରୁତ୍ୱ ବହନ କରିଆସୁଛି। ମୁଁ ଖୁସି ଯେ ବିଜେପି ସରକାରଙ୍କ ଅଧୀନରେ, ଏହି ଅଞ୍ଚଳ ଏବେ ସଂଯୋଗୀକରଣ ଏବଂ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି।
 

ବନ୍ଧୁଗଣ,

ଆଜି, ବିଜେପି ସମଗ୍ର ଦେଶର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଗତ ଦେଢ଼ ବର୍ଷ ଧରି, ଦେଶର ବିଜେପି ପ୍ରତି ବିଶ୍ୱାସ ନିରନ୍ତର ବୃଦ୍ଧି ପାଉଛି। ନିକଟରେ ବିହାରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା; ସେଠାରେ, ୨୦  ବର୍ଷ ପରେ ମଧ୍ୟ, ଜନସାଧାରଣ ବିଜେପିକୁ ରେକର୍ଡ ସଂଖ୍ୟକ ଭୋଟ୍‌ ଦେଇ  ବିଜୟୀ କରିଛନ୍ତି। ମାତ୍ର ଦୁଇ ଦିନ ପୂର୍ବରୁ, ମହାରାଷ୍ଟ୍ରର ବଡ଼ ସହରଗୁଡ଼ିକରେ ମେୟର ଏବଂ କାଉନସିଲରଙ୍କ ପାଇଁ ନିର୍ବାଚନ ଫଳାଫଳ ଆସିଛି। ଏହା ଦର୍ଶାଉଛି ଯେ ବିଶ୍ୱର ସବୁଠାରୁ ବଡ଼ କର୍ପୋରେସନ ମଧ୍ୟରୁ ଗୋଟିଏ ମୁମ୍ବାଇ, ସେଠାରେ ଜନସାଧାରଣ ପ୍ରଥମ ଥର ପାଇଁ ବିଜେପିକୁ ରେକର୍ଡ ଜନାଦେଶ ଦେଇଛନ୍ତି। ମୁମ୍ବାଇରେ ବିଜୟ ହେଉଛି ଏବଂ କାଜିରଙ୍ଗାରେ ଉତ୍ସବ ପାଳନ କରାଯାଉଛି। ମହାରାଷ୍ଟ୍ରର ଅଧିକାଂଶ ସହରର ଜନସାଧାରଣ ବିଜେପିକୁ ସେବା କରିବାର ସୁଯୋଗ ଦେଇଛନ୍ତି।
ବନ୍ଧୁଗଣ,

ଏହା ପୂର୍ବରୁ, କେରଳର ଜନସାଧାରଣମାନେ ମଧ୍ୟ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି। ପ୍ରଥମ ଥର ପାଇଁ ସେଠାରେ ଜଣେ ବିଜେପି ମେୟର ନିଯୁକ୍ତି  ପାଇଛନ୍ତି ; କେରଳର ରାଜଧାନୀ ତିରୁବନନ୍ତପୁରମରେ, ବିଜେପି ଆଜି ସେବା କରୁଛି।

ବନ୍ଧୁଗଣ,

ନିକଟ ଅତୀତରେ ଯାହା ବି ନିର୍ବାଚନ ଫଳାଫଳ ଆସିଛି, ସେମାନଙ୍କର ଜନାଦେଶ ସ୍ପଷ୍ଟ। ଆଜି ଦେଶର ଭୋଟର ସୁଶାସନ ଏବଂ ବିକାଶ ଚାହାଁନ୍ତି। ସେମାନେ ବିକାଶ ଏବଂ ଐତିହ୍ୟ ଉଭୟ ଉପରେ ଧ୍ୟାନ ଦିଅନ୍ତି। ସେଥିପାଇଁ ସେମାନେ ବିଜେପିକୁ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ,

ଏହି ନିର୍ବାଚନରୁ ଆଉ ଏକ ବାର୍ତ୍ତା ମିଳୁଛି: ଦେଶ କଂଗ୍ରେସର ନକାରାତ୍ମକ ରାଜନୀତିକୁ ନିରନ୍ତର ପ୍ରତ୍ୟାଖ୍ୟାନ କରୁଛି। ମୁମ୍ବାଇ ସହରରେ ଯେଉଁଠାରେ କଂଗ୍ରେସ ଜନ୍ମ ହୋଇଥିଲା, ଆଜି ତାଙ୍କ ସ୍ଥାନ ଚତୁର୍ଥ କିମ୍ବା ପଞ୍ଚମ ନମ୍ବରକୁ ଖସି ଆସିଛି । ଯେଉଁ ମହାରାଷ୍ଟ୍ରରେ, କଂଗ୍ରେସ ବର୍ଷ ବର୍ଷ ଧରି ଶାସନ କରିଆସୁଥିଲା, ସେଠାରେ ଆଜି କଂଗ୍ରେସ ସମ୍ପୂର୍ଣ୍ଣ ସଙ୍କୁଚିତ ହୋଇଯାଇଛି। କଂଗ୍ରେସ ଦେଶର ବିଶ୍ୱାସ ହରାଇଛି କାରଣ କଂଗ୍ରେସର ବିକାଶ ପାଇଁ କୌଣସି ଏଜେଣ୍ଡା ନାହିଁ। ଏପରି କଂଗ୍ରେସ କେବେ ମଧ୍ୟ ଆସାମ  କିମ୍ବା କାଜିରଙ୍ଗା ପାଇଁ କିଛି ଭଲ କରିପାରିବ ନାହିଁ।

ବନ୍ଧୁଗଣ,

 ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା କାଜିରଙ୍ଗାର ସୌନ୍ଦର୍ଯ୍ୟ ବିଷୟରେ କହିଥିଲେ ଯେ : 
“ଆମାର କାଜିରଙ୍ଗା ଧନ୍ୟୋ, ପ୍ରକୃତିର ଧୁନିଆ କୋଲତ ଖେଳି, ଆମାର ମନ ହଲ ପୁଣ୍ୟୋ।” (ଆମ କାଜିରଙ୍ଗା ଧନ୍ୟ, ପ୍ରକୃତିର ସୁନ୍ଦର କୋଳରେ ଖେଳୁଛି, ଆମ ମନ ପବିତ୍ର ହୋଇଯାଉଛି)। ଏହି ଶବ୍ଦଗୁଡ଼ିକରେ କାଜିରଙ୍ଗା ପ୍ରତି ପ୍ରେମର ଭାବନା ରହିଛି, ଏବଂ ପ୍ରକୃତି ପ୍ରତି ଆସାମୀ ଲୋକଙ୍କର ସ୍ନେହ ମଧ୍ୟ ଅଛି। କାଜିରଙ୍ଗା କେବଳ ଏକ ଜାତୀୟ ଉଦ୍ୟାନ ନୁହେଁ; କାଜିରଙ୍ଗା ହେଉଛି ଆସାମର ଆତ୍ମା ଏବଂ  ପ୍ରାଣ ; ଏହା ଭାରତର ଜୈବ-ବିବିଧତାର ଏକ ଅମୂଲ୍ୟ ମଣି ମଧ୍ୟ। ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଛି।
 

ବନ୍ଧୁଗଣ,

କାଜିରଙ୍ଗା ଏବଂ ଏଠାରେ ଥିବା ବନ୍ୟପ୍ରାଣୀଙ୍କୁ ରକ୍ଷା କରିବା କେବଳ ପରିବେଶକୁ ସୁରକ୍ଷା ଦେବା ନୁହେଁ; ଏହା ଆସାମର ଭବିଷ୍ୟତ ଏବଂ ଆସନ୍ତା ପିଢ଼ିମାନଙ୍କ ପ୍ରତି ଆମର ଦାୟିତ୍ୱ ମଧ୍ୟ।  କେବଳ ମୋଦିଙ୍କ ନୁହେଁ, ଏହା ଆପଣଙ୍କର ମଧ୍ୟ ଦାୟିତ୍ୱ, ଏବଂ ଏହି ଭାବନାକୁ ମନେ ରଖି, ଆଜି ଆସାମର ଏହି ଭୂମିରୁ ନୂଆ ପ୍ରକଳ୍ପଗୁଡ଼ିକର ଆରମ୍ଭ ହେଉଛି, ଯାହାର ପ୍ରଭାବ ବହୁତ ବ୍ୟାପକ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,

କାଜିରଙ୍ଗା ହେଉଛି ଏକଶୃଙ୍ଗୀ ଗଣ୍ଡାର ବାସସ୍ଥାନ। ପ୍ରତିବର୍ଷ ବନ୍ୟା ସମୟରେ ଯେତେବେଳେ ବ୍ରହ୍ମପୁତ୍ରର ଜଳସ୍ତର ବୃଦ୍ଧି ପାଏ, ଏଠାରେ ସବୁଠାରୁ ବଡ଼ ସମସ୍ୟା  ଦେଖାଯାଏ। ତା'ପରେ ବନ୍ୟପ୍ରାଣୀମାନେ ଉଚ୍ଚ ସ୍ଥାନ ଖୋଜିବାକୁ ବାହାରନ୍ତି। ଏହି ରାସ୍ତାରେ ସେମାନଙ୍କୁ ଜାତୀୟ ରାଜପଥ ପାର କରିବାକୁ ପଡ଼ିଥାଏ। ଏପରି ସମୟରେ ଗଣ୍ଡା, ହାତୀ ଏବଂ ହରିଣ ରାସ୍ତା କଡ଼ରେ ଫସି ଯାଆନ୍ତି। ଆମର ପ୍ରୟାସ ହେଉଛି ଯେ ରାସ୍ତା ମଧ୍ୟ ଚାଲୁ ରହୁ  ଏବଂ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହୁ । ଏହି ଦୃଷ୍ଟିକୋଣ ଅନୁଯାୟୀ, କାଳିଆବୋରରୁ ନୁମାଲିଗଡ଼ ପର୍ଯ୍ୟନ୍ତ ପ୍ରାୟ ୯୦ କିଲୋମିଟର ଲମ୍ବା ଏକ କରିଡର ପ୍ରସ୍ତୁତ କରାଯାଉଛି। ଏଥିରେ ପ୍ରାୟ ୭  ହଜାର କୋଟି ଟଙ୍କା ବ୍ୟୟ ହେବ। ଏଥିରେ, ପ୍ରାୟ ୩୫ କିଲୋମିଟର ଲମ୍ବା ଏକ ଉଚ୍ଚ ବନ୍ୟପ୍ରାଣୀ କରିଡର ମଧ୍ୟ ନିର୍ମାଣ କରାଯିବ। ଏଠାରେ ଉପରୁ ଯାନବାହାନ ଚଳାଚଳ ହେବ  ଏବଂ ତଳେ ବନ୍ୟପ୍ରାଣୀଙ୍କ ଗତିବିଧି ବିନା କୌଣସି ବାଧାରେ ଜାରି ରହିବ। ଏକଶୃଙ୍ଗୀ ଗଣ୍ଡା, ହାତୀ କିମ୍ବା ବାଘ ହେଉ, ସେମାନଙ୍କର ପାରମ୍ପରିକ ଗତିବିଧି ପଥକୁ ଧ୍ୟାନରେ ରଖି ଡିଜାଇନ୍ ପ୍ରସ୍ତୁତ କରାଯାଇଛି।

ବନ୍ଧୁଗଣ,

ଏହି କରିଡର ଉପର ଆସାମ ଏବଂ ଅରୁଣାଚଳ ପ୍ରଦେଶର ସଂଯୋଗୀକରଣକୁ ମଧ୍ୟ ଉନ୍ନତ କରିବ। କାଜିରଙ୍ଗା ଏଲିଭେଟେଡ୍ କରିଡର ଏବଂ ନୂତନ ରେଳ ସେବାରୁ, ଆସାମବାସୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ। ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ଆସାମବାସୀ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଯେତେବେଳେ ପ୍ରକୃତି ସୁରକ୍ଷିତ ରହେ  ସୁଯୋଗ ମଧ୍ୟ ସୃଷ୍ଟି ହୁଏ। ଗତ କିଛି ବର୍ଷ ମଧ୍ୟରେ, କାଜିରଙ୍ଗାରେ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି। ହୋମଷ୍ଟେ, ଗାଇଡ୍ ସେବା, ପରିବହନ, ହସ୍ତଶିଳ୍ପ ଏବଂ କ୍ଷୁଦ୍ରଶିଳ୍ପ  ବ୍ୟବସାୟ ମାଧ୍ୟମରେ, ସ୍ଥାନୀୟ ଯୁବକମାନେ ଜୀବିକାର ନୂତନ  ସୁଯୋଗ  ପାଇଛନ୍ତି।

ବନ୍ଧୁଗଣ,

ଆଜି, ମୁଁ ଆପଣମାନଙ୍କୁ ଏବଂ  ସରକାରଙ୍କୁ ଆଉ ଏକ ଜିନିଷ ପାଇଁ ବିଶେଷ ଭାବରେ ପ୍ରଶଂସା କରିବି। ଗୋଟିଏ ସମୟ ଥିଲା ଯେତେବେଳେ କାଜିରଙ୍ଗାରେ ଗଣ୍ଡା ଶିକାର ଘଟଣା ଆସାମ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଥିଲା। ୨୦୧୩  ଏବଂ ୨୦୧୪ ମସିହାରେ, ଡଜନ ଡଜନ ଏକ-ଶୃଙ୍ଗୀ ଗଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ବିଜେପି ସରକାର ନିଷ୍ପତ୍ତି ନେଇଥିଲା ଯେ ଆମେ ଏହାକୁ ଆଗକୁ ବଢ଼ିବାକୁ ଦେବୁ ନାହିଁ, ଏଭଳି ଆଉ ଚାଲିବ ନାହିଁ। ଏହା ପରେ, ଆମେ ସୁରକ୍ଷା ବ୍ୟବସ୍ଥାକୁ ନୂତନ ଭାବରେ ମଜବୁତ କରିଥିଲୁ। ବନ ବିଭାଗକୁ ଆଧୁନିକ ସମ୍ବଳ ଦିଆଗଲା , ତଦାରଖ ବ୍ୟବସ୍ଥାକୁ ସଶକ୍ତ କରାଗଲା, ଏବଂ 'ବନ ଦୁର୍ଗା' ରୂପରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରାଗଲା। ଏହାର ସୁଖଦ ପରିଣାମ  ମଧ୍ୟ ସାମ୍ନାକୁ ଆସିଛି। ୨୦୧୫  ମସିହାରେ, ଗଣ୍ଡା ଶିକାରର ଗୋଟିଏ ବି ଘଟଣା ସାମ୍ନାକୁ ଆସିନାହିଁ।  ତେଣୁ, ଆପଣମାନେ ଏବଂ ସରକାର, ସମସ୍ତେ ଅଭିନନ୍ଦନର ପାତ୍ର ଅଟନ୍ତି । ବିଜେପି ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଏବଂ ଆସାମବାସୀଙ୍କ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
 

ବନ୍ଧୁଗଣ,

ବହୁତ ଦିନ ଧରି ବିଶ୍ୱାସ ରହିଥିଲା ଯେ ପ୍ରକୃତି ଏବଂ ପ୍ରଗତି ପରସ୍ପରର ବିପରୀତ; କୁହାଯାଉଥିଲା ଯେ ଏହି ଦୁଇଟି ଯାକ ଏକାସଙ୍ଗେ ଚାଲିପାରେ ନାହିଁ । କିନ୍ତୁ ଆଜି, ଭାରତ ବିଶ୍ୱକୁ ଦେଖାଉଛି ଯେ ଅର୍ଥନୀତି ସହିତ ପରିବେଶ ବିଜ୍ଞାନ ଉଭୟ ଏକାଠି ଆଗକୁ ବଢ଼ିପାରିବେ। ଗତ ଦଶନ୍ଧିରେ, ଦେଶରେ ଜଙ୍ଗଲ ଏବଂ ବୃକ୍ଷର ପରିମାଣ ବୃଦ୍ଧି ପାଇଛି। 'ଏକ ପେଡ୍ ମା କେ ନାମ' ଅଭିଯାନରେ ଲୋକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ଏହି ଅଭିଯାନ ଅଧୀନରେ, ଏପର୍ଯ୍ୟନ୍ତ ୨୬୦  କୋଟିରୁ ଅଧିକ ଗଛ ଲଗାଯାଇଛି। ୨୦୧୪ ପରେ, ଦେଶରେ ବାଘ ଏବଂ ହାତୀ ସଂରକ୍ଷଣ ସଂଖ୍ୟା ବୃଦ୍ଧି ପାଇଛି। ସଂରକ୍ଷିତ ଅଞ୍ଚଳ ଏବଂ ସମ୍ପ୍ରଦାୟ କ୍ଷେତ୍ରରେ ମଧ୍ୟ  ବ୍ୟାପକ ବିସ୍ତାର ହୋଇଛି। ବହୁ ଦିନ ପୂର୍ବରୁ ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାବାଘଗୁଡ଼ିକୁ ଏବେ ପୁନଃ ପ୍ରଚଳିତ ହୋଇଛି । ଆଜି ଚିତାବାଘ  ଲୋକଙ୍କ ପାଇଁ ଏକ ନୂତନ ଆକର୍ଷଣ ପାଲଟିଛି। ଆମେ ଆର୍ଦ୍ରଭୂମି ସଂରକ୍ଷଣ ଉପରେ ମଧ୍ୟ ନିରନ୍ତର କାର୍ଯ୍ୟ କରୁଛୁ। ଆଜି ଭାରତ ଏସିଆର ସର୍ବବୃହତ ରାମସର ନେଟୱାର୍କରେ ପରିଣତ ହୋଇଛି। ରାମସର ସ୍ଥଳ ସଂଖ୍ୟା ଅନୁସାରେ, ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଅଛି। ଏବେ ଆମର ଆସାମ ମଧ୍ୟ ବିଶ୍ୱକୁ ଦେଖାଉଛି ଯେ ବିକାଶ ସହିତ ପରମ୍ପରାକୁ କିପରି ସଠିକ୍ ଭାବେ ପରିଚାଳନା କରାଯାଇପାରେ ଏବଂ ସେଥି ସହ ପ୍ରକୃତିକୁ କିପରି ସୁରକ୍ଷା କରାଯାଇପାରେ।
ବନ୍ଧୁଗଣ,

ଉତ୍ତର-ପୂର୍ବର ସବୁଠାରୁ ବଡ଼ ସମସ୍ୟା ଥିଲା  ସବୁକ୍ଷେତ୍ରରେ ଦୂରତା । ହୃଦୟର ଦୂରତା, ସ୍ଥାନର ଦୂରତା; ଦଶନ୍ଧି ଧରି, ଏଠାକାର ଲୋକମାନେ ଅନୁଭବ କରୁଥିଲେ ଯେ ଦେଶର ବିକାଶ ଅନ୍ୟତ୍ର ହେଉଛି ଏବଂ ସେମାନଙ୍କୁ ପଛରେ ପକାଇ ଦିଆଯାଉଛି। ଏହାର ପ୍ରଭାବ କେବଳ ଅର୍ଥନୀତି ଉପରେ ନୁହେଁ ବରଂ ବିଶ୍ୱାସ ଉପରେ ମଧ୍ୟ ପଡ଼ିଥିଲା। ବିଜେପି ଏହି ଭାବନାକୁ ବଦଳାଇବାର କାମ କରିଥିଲା; ଡବଲ-ଇଞ୍ଜିନ୍ ସରକାର ଉତ୍ତର-ପୂର୍ବର ବିକାଶକୁ ପ୍ରାଥମିକତା ଦେଇଥିଲା। ଆସାମକୁ ସଡ଼କ, ରେଳ, ବିମାନ ଏବଂ ଜଳପଥ ମାଧ୍ୟମରେ ସଂଯୋଗ କରିବା ପାଇଁ ଏକକାଳୀନ କାର୍ଯ୍ୟ  ଆରମ୍ଭ ହୋଇଥିଲା।

ବନ୍ଧୁଗଣ,

ଯେତେବେଳେ ଆମେ ରେଳ ସଂଯୋଗ ବୃଦ୍ଧି କରୁ, ଏହାର ଲାଭ ସାମାଜିକ ଏବଂ ଆର୍ଥିକ ସ୍ତରରେ ହୋଇଥାଏ । ତେଣୁ, ଉତ୍ତର-ପୂର୍ବ ପାଇଁ ସଂଯୋଗର ବିସ୍ତାର ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କଂଗ୍ରେସ କେବେବି ଏହାକୁ ଗୁରୁତ୍ୱ ଦେଇନାହିଁ। ମୁଁ ଆପଣଙ୍କୁ ଏକ ସଂଖ୍ୟା ଦେଉଛି। ଯେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ଆସାମକୁ ବହୁତ କମ୍ ରେଳ ବଜେଟ ମିଳୁଥିଲା। ପ୍ରାୟ ୨  ହଜାର କୋଟି ଟଙ୍କା; ଏବେ ବିଜେପି ସରକାରରେ, ଏହାକୁ ବାର୍ଷିକ ପ୍ରାୟ ୧୦  ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏବେ ମୁଁ ଆପଣଙ୍କୁ ପଚାରୁଛି, ଆପଣ ଏହି ସଂଖ୍ୟା ମନେ ରଖିଛନ୍ତି କି?  ଆପଣ ଭୁଲିଯାଇଛନ୍ତି କି? ମୁଁ ଆପଣଙ୍କୁ ପୁଣି ଥରେ ମନେ ପକାଇ ଦେଉଛି: କଂଗ୍ରେସ ସମୟରେ ଆସାମକୁ ରେଳବାଇ ପାଇଁ ଦୁଇ ହଜାର କୋଟି ଟଙ୍କା ମିଳୁଥିଲା, ବିଜେପି ସରକାର ଆସିବା ପରେ, ଆସାମକୁ କେତେ ମିଳୁଛି - ୧୦ ହଜାର କୋଟି ଟଙ୍କା। ଅର୍ଥାତ୍, କଂଗ୍ରେସ ଆସାମକୁ ରେଳବାଇ ପାଇଁ ଯେତିକି ଟଙ୍କା ଦେଉଥିଲା, ତା’ଠାରୁ ବିଜେପି ଆସାମକୁ ପାଞ୍ଚ ଗୁଣ ଅଧିକ ଟଙ୍କା ଦେଉଛି।

ବନ୍ଧୁଗଣ,

ଏହି ବର୍ଦ୍ଧିତ ନିବେଶରୁ, ଭିତ୍ତିଭୂମି ନିର୍ମାଣ ବଡ଼ ପରିମାଣରେ ହୋଇଛି। ନୂତନ ରେଳ ଲାଇନ , ଦୋହରୀକରଣ ଏବଂ ବିଦ୍ୟୁତୀକରଣ ମାଧ୍ୟମରେ, ରେଳବାଇର କ୍ଷମତା ବୃଦ୍ଧି ପାଇଛି ଏବଂ ଲୋକଙ୍କ ପାଇଁ ସୁବିଧା ମଧ୍ୟ  ବୃଦ୍ଧି ପାଇଛି। ଆଜି କାଳିଆବୋରରୁ ଆରମ୍ଭ ହେଉଥିବା ତିନୋଟି ନୂତନ ଟ୍ରେନ୍ ସେବା ମଧ୍ୟ ଆସାମର ରେଳ ସଂଯୋଗୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଂପ୍ରସାରଣ। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗୁଆହାଟୀକୁ କୋଲକାତା ସହିତ ସଂଯୋଗ କରିବ। ଏହି ଆଧୁନିକ ସ୍ଲିପର ଟ୍ରେନ୍ ଦୀର୍ଘ ଦୂରତା ଯାତ୍ରାକୁ ଅଧିକ ଆରାମଦାୟକ କରିବ। ଏହା ସହିତ, ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆରମ୍ଭ କରାଯାଉଛି। ଏହି ଟ୍ରେନଗୁଡ଼ିକର ରୁଟ୍‌ରେ ଆସାମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ ଅନ୍ତର୍ଭୁକ୍ତ, ଯାହା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧାସଳଖ ଲାଭ ଦେବ। ଏହି ଟ୍ରେନଗୁଡ଼ିକ ଆସାମର ବ୍ୟବସାୟୀମାନଙ୍କୁ ନୂତନ ବଜାର ସହିତ ସଂଯୋଗ କରିବ; ଛାତ୍ରମାନେ ଶିକ୍ଷା ପାଇଁ ନୂତନ ସୁଯୋଗ ସହଜରେ ପାଇପାରିବେ ଏବଂ ଆସାମ ଲୋକଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯିବା ଆସିବା ସହଜ ହୋଇଯିବ। ସଂଯୋଗୀକରଣର ଏହି ସଂପ୍ରସାରଣ ବିଶ୍ୱାସ ସୃଷ୍ଟି କରେ ଯେ ଉତ୍ତର-ପୂର୍ବ ଆଉ ବିକାଶର ସୀମାରେ ନାହିଁ। ଉତ୍ତର-ପୂର୍ବ ଆଉ ଦୂର ନୁହେଁ; ଉତ୍ତର-ପୂର୍ବ ଏବେ ହୃଦୟର ନିକଟତର ଏବଂ ଦିଲ୍ଲୀର ମଧ୍ୟ ନିକଟତର।
 

ବନ୍ଧୁଗଣ,

ଆଜି ଆପଣମାନଙ୍କ ମଧ୍ୟରେ ଆସାମ ସମ୍ମୁଖୀନ ଏକ ବଡ଼ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିବା ମଧ୍ୟ ଆବଶ୍ୟକ। ଏହି ଚ୍ୟାଲେଞ୍ଜଟି  ହେଉଛି ଆସାମର ପରିଚୟ ଓ  ସଂସ୍କୃତିକୁ ରକ୍ଷା କରିବା। ଆପଣମାନେ ମୋତେ କୁହନ୍ତୁ, ଆସାମର ପରିଚୟକୁ ରକ୍ଷା କରିବା ଉଚିତ କି ନାହିଁ? , ସମସ୍ତେ ଉତ୍ତର ଦିଅନ୍ତୁ ,  ଆସାମର ପରିଚୟକୁ ରକ୍ଷା କରିବା ଉଚିତ କି ନାହିଁ? ଆପଣଙ୍କ ପରିଚୟ ଗଠନ ହେବା ଉଚିତ କି ନାହିଁ? ଆପଣଙ୍କ ପୂର୍ବପୁରୁଷଙ୍କ ଐତିହ୍ୟକୁ ରକ୍ଷା କରିବା ଉଚିତ କି ନାହିଁ? ଆଜି, ଆସାମରେ ବିଜେପି ସରକାର ଯେଉଁଭଳି ଭାବରେ ଅନୁପ୍ରବେଶଙ୍କ  ବିରୋଧରେ କାର୍ଯ୍ୟ କରୁଛି, ଯେପରି ଭାବରେ ଆମର ଜଙ୍ଗଲ, ଐତିହାସିକ ସାଂସ୍କୃତିକ ସ୍ଥଳ ଏବଂ ଆପଣଙ୍କ ଜମିକୁ ଅବୈଧ ଦଖଲରୁ ମୁକ୍ତ କରୁଛି, ତାହାକୁ ଆଜି ବହୁତ ପ୍ରଶଂସା କରାଯାଉଛି। ଏହା ଠିକ୍ ହେଉଛି କି ନାହିଁ? ଏହା ହେବା ଉଚିତ କି ନାହିଁ? ଏହା ଆପଣଙ୍କ ଭଲ ପାଇଁ କି ନାହିଁ? କିନ୍ତୁ ଆପଣମାନେ କିଛି   ମୁହୂର୍ତ୍ତ ପାଇଁ ମଧ୍ୟ ଭାବନ୍ତୁ,  କଂଗ୍ରେସ ଆସାମ ସହିତ କ’ଣ କରିଥିଲା? କେବଳ ସରକାର ଗଠନ କରିବା ପାଇଁ, କିଛି ଭୋଟ ପାଇବା ପାଇଁ, ଏହା ଆସାମର ମାଟିକୁ ଅନୁପ୍ରବେଶକାରୀଙ୍କ ହାତରେ ଟେକି ଦେଇଥିଲା। କଂଗ୍ରେସ ଦଶନ୍ଧି ଧରି ଆସାମରେ ସରକାର ଗଠନ କରିଥିଲା। ଏହି ସମୟ ମଧ୍ୟରେ, ଅନୁପ୍ରବେଶ ନିରନ୍ତର ବୃଦ୍ଧି ପାଉଥିଲାଏବଂ ଏହି ଅନୁପ୍ରବେଶକାରୀମାନେ କ’ଣ କରିଥିଲେ? ସେମାନଙ୍କୁ ଆସାମର ଇତିହାସ, ଏଠାକାର ସଂସ୍କୃତି କିମ୍ବା ଆମ ବିଶ୍ୱାସ ପ୍ରତି କୌଣସି ଚିନ୍ତା ନଥିଲା; ତେଣୁ ସେମାନେ ସବୁଠି ସ୍ଥାନ ଦଖଲ କରିଥିଲେ। ଅନୁପ୍ରବେଶ ଯୋଗୁଁ ପଶୁ କରିଡୋରରେ ମଧ୍ୟ ଦଖଲ ହେଲା, ଅବୈଧ ଶିକାରକୁ ପ୍ରୋତ୍ସାହନ ମିଳିଲା, ଏବଂ ଚୋରାଚାଲାଣ ସହ ଅନ୍ୟାନ୍ୟ ଅପରାଧ ମଧ୍ୟ ବୃଦ୍ଧି ପାଇଥିଲା ।

ବନ୍ଧୁଗଣ,

ଏହି ଅନୁପ୍ରବେଶକାରୀମାନେ ଜନସଂଖ୍ୟାର ସନ୍ତୁଳନକୁ ବିଗାଡୁଛନ୍ତି, ଆମ ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି, ଗରିବ ଏବଂ ଯୁବକମାନଙ୍କ ନିଯୁକ୍ତି ଛଡ଼ାଇ ନେଉଛନ୍ତି, ଏବଂ ଆଦିବାସୀ ଅଞ୍ଚଳର ଲୋକମାନଙ୍କୁ ଠକି ଜମି ଦଖଲ କରୁଛନ୍ତି। ଏହା ଆସାମ ଏବଂ ଦେଶ ଉଭୟର ସୁରକ୍ଷା ପାଇଁ ଏକ ବହୁତ ବଡ଼ ବିପଦ ସୃଷ୍ଟି କରୁଛି ।

ବନ୍ଧୁଗଣ,

ଆପଣମାନଙ୍କୁ କଂଗ୍ରେସ ପ୍ରତି ବହୁତ ସତର୍କ ରହିବାକୁ ପଡିବ। କଂଗ୍ରେସର କେବଳ ଗୋଟିଏ ନୀତି ଅଛି: ଅନୁପ୍ରବେଶକାରୀଙ୍କୁ ବଞ୍ଚାଅ, ଅନୁପ୍ରବେଶକାରୀଙ୍କ ସହାୟତାରେ କ୍ଷମତା ହାସଲ କର ! ସାରା ଦେଶରେ, କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଏହା କରୁଛନ୍ତି। ବିହାରରେ ମଧ୍ୟ, ସେମାନେ ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ପାଇଁ ଯାତ୍ରା ଏବଂ ରାଲି ବାହାର କରିଥିଲେ । କିନ୍ତୁ ବିହାରର ଜନସାଧାରଣ କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ କରିଦେଲେ। ଏବେ ଆସାମର ଲୋକଙ୍କ ପାଳି; ମୁଁ ବିଶ୍ୱାସ କରୁଛି ଯେ କଂଗ୍ରେସକୁ ଆସାମ ଭୂମିରୁ ମଧ୍ୟ ଉଚିତ ଜବାବ ମିଳିବ।

ବନ୍ଧୁଗଣ,

ଆସାମର ବିକାଶ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ନୂତନ ଦ୍ୱାର ଖୋଲି ଦେଉଛି। ଆସାମ ପୂର୍ବ ଦିଗରେ କାର୍ଯ୍ୟ ନୀତିକୁ ଦିଗଦର୍ଶନ ଦେଉଛି। ଯେତେବେଳେ ଆସାମ ଆଗକୁ ବଢ଼େ, ଉତ୍ତର-ପୂର୍ବାଞ୍ଚଳ ଆଗକୁ ବଢ଼େ। ଯେତେବେଳେ ଉତ୍ତର-ପୂର୍ବାଞ୍ଚଳ ଆଗକୁ ବଢ଼େ, ଭାରତ ଆଗକୁ ବଢ଼େ। ଆମର ପ୍ରୟାସ ଏବଂ ଆସାମର ଲୋକଙ୍କ ବିଶ୍ୱାସ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ନୂତନ ଉଚ୍ଚତାରେ ପହଞ୍ଚାଇବ। ଏହି ବିଶ୍ୱାସ ସହିତ, ମୁଁ ପୁଣି ଥରେ ଆଜିର ପ୍ରକଳ୍ପ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ମୋ ସହିତ କୁହନ୍ତୁ-
 


ଭାରତ ମାତା କି ଜୟ।

ଭାରତ ମାତା କି ଜୟ।

ଏ ବର୍ଷ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ହୋଇଛି; ଏହା ପବିତ୍ର ସ୍ମରଣର ସମୟ।
ମୋ ସହିତ କହନ୍ତୁ—-
ବନ୍ଦେ ମାତରମ୍। 
ବନ୍ଦେ ମାତରମ୍। 
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets devotees and participants of Matua Dharma Mela
March 16, 2026

The Prime Minister, Shri Narendra Modi has greeted all the devotees and participants of the Matua Dharma Mela. This special occasion is associated with the Jayanti of Purna Brahma Shree Shree Harichand Thakur Ji. “I offer my humble Pranams to him. His thoughts and teachings continue to give strength and hope to several people. They awakened a powerful movement for dignity, equality and devotion. He inspired generations to walk the path of righteousness, harmony and collective upliftment”, Shri Modi stated.

The Prime Minister remarked that the rich and vibrant traditions of Matua culture reflect a deep spiritual strength and an unbreakable commitment to equality. It significantly enriches the social fabric of our nation. “Over the past decade, our Government has been deeply committed to the welfare, empowerment and dignity of the Matua community”, Shri Modi said.

The Prime Minister posted on X:

“My heartfelt greetings and best wishes to all devotees and participants of the Matua Dharma Mela.

This special occasion is associated with the Jayanti of Purna Brahma Shree Shree Harichand Thakur Ji. I offer my humble Pranams to him. His thoughts and teachings continue to give strength and hope to several people. They awakened a powerful movement for dignity, equality and devotion. He inspired generations to walk the path of righteousness, harmony and collective upliftment.

The rich and vibrant traditions of the Matua culture reflect a deep spiritual strength and an unbreakable commitment to equality. It significantly enriches the social fabric of our nation. Over the past decade, our Government has been deeply committed to the welfare, empowerment and dignity of the Matua community.” 

 

“মতুয়া ধর্মমেলায় আগত সমস্ত ভক্ত এবং অংশগ্রহণকারীদের জানাই আমার আন্তরিক শুভেচ্ছা ও অভিনন্দন।

এই বিশেষ তিথিটি পূর্ণ ব্রহ্ম শ্রী শ্রী হরিচাঁদ ঠাকুরজির জয়ন্তীর সঙ্গে যুক্ত। আমি তাঁকে আমার সশ্রদ্ধ প্রণাম নিবেদন করছি। তাঁর আদর্শ এবং শিক্ষা আজও অগণিত মানুষকে শক্তি ও আশার আলো দিয়ে চলেছে এবং সম্মান, সাম্য ও ভক্তির এক শক্তিশালী আন্দোলনের জন্ম ঘটিয়েছে। তিনি প্রজন্ম থেকে প্রজন্মান্তরকে ন্যায়ের পথ, সম্প্রীতি এবং সমষ্টিগত উন্নয়নের পথে চলার অনুপ্রেরণা জুগিয়েছেন।

মতুয়া সংস্কৃতির এই সমৃদ্ধ এবং প্রাণবন্ত ঐতিহ্য এক গভীর আধ্যাত্মিক শক্তি এবং সাম্যের প্রতি অটুট অঙ্গীকারকে প্রতিফলিত করে। এটি আমাদের দেশের সামাজিক কাঠামোকে উল্লেখযোগ্যভাবে সমৃদ্ধ করেছে। গত এক দশকে, আমাদের সরকার মতুয়া সম্প্রদায়ের কল্যাণ, ক্ষমতায়ন এবং মর্যাদার প্রতি সম্পূর্ণ দায়বদ্ধ থেকে কাজ করে চলেছে।”