ଶିକ୍ଷାକୁ କର୍ମସଂସ୍ଥାନ ଓ ଔଦ୍ୟୋଗିକ ସାମର୍ଥ୍ୟ ସହ ସଂଯୋଗ କରିବା ପାଇଁ ବଜେଟରେ ହୋଇଛି ଉଦ୍ୟମ: ପ୍ରଧାନମନ୍ତ୍ରୀ

ନମସ୍କାର!!!

ଶିକ୍ଷା, ଦକ୍ଷତା, ଗବେଷଣା ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ଯୋଗ ଦେଇଥିବା ଆପଣମାନେ ସମସ୍ତେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଅନେକ ଅନେକ ଅଭିନନ୍ଦନ।

ଆଜି ଏହି ବିଚାର ଆଲୋଚନା ଏପରି ଏକ ସମୟରେ ହେଉଛି ଯେତେବେଳେ ଦେଶ ନିଜର ବ୍ୟକ୍ତିଗତ, ବୌଦ୍ଧିକ, ଶିଳ୍ପ ଦୃଷ୍ଟିକୋଣ ଏବଂ ପ୍ରତିଭାକୁ ଦିଗ ପ୍ରଦାନ କରୁଥିବା ଇକୋସିଷ୍ଟମକୁ ବଦଳାଇବା ଦିଗରେ ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହାକୁ ଆହୁରି ଗତି ଦେବା ଲାଗି ଆପଣମାନଙ୍କ ଠାରୁ ବଜେଟ ପୂର୍ବରୁ ମଧ୍ୟ ପରାମର୍ଶ ଲୋଡ଼ାଯାଇଥିଲା। ନୂତନ ଶିକ୍ଷା ନୀତି ସମ୍ପର୍କରେ ମଧ୍ୟ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ସହିତ ବିଚାର-ବିମର୍ଶ କରିବାର ସୌଭାଗ୍ୟ ମିଳିଥିଲା। ଏବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ।

ବନ୍ଧୁଗଣ,

ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ଦେଶର ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିବା ଅତ୍ୟନ୍ତ ଜରୁରି। ନିଜର ଶିକ୍ଷା, ଜ୍ଞାନ, ଦକ୍ଷତା ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଲେ ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିପାରିବ। ତାଙ୍କର ପାଠପଢ଼ା ତାଙ୍କୁ କାମ କରିବା ଲାଗି ଅବସର ଏବଂ ଜରୁରି ଦକ୍ଷତା ପ୍ରଦାନ କରୁଛି ଏହି ଅନୁଭବ ହେଲେ ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିପାରିବ।

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି, ଏହି ଚିନ୍ତାଧାରା ସହିତ ପ୍ରସ୍ତୁତ କରାଯାଇଛି। ପ୍ରି-ନର୍ସରୀଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ, ରାଷ୍ଟ୍ରୀୟ ଶିକ୍ଷା ନୀତିର ପ୍ରତ୍ୟେକ ବ୍ୟବସ୍ଥାକୁ ଶୀଘ୍ରାତିଶୀଘ୍ର ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଲାଗି ଏବେ ଆମକୁ ଦ୍ରୁତ ଗତିରେ କାମ କରିବାକୁ ହେବ। କରୋନା କାରଣରୁ ଯଦି ଗତି ସାମାନ୍ୟ ଧିମା ହୋଇଯାଇଛି ତା’ହେଲେ ଏହାର ପ୍ରଭାବରୁ ବାହାରି ଆମକୁ ଆହୁରି ଗତି ବଢ଼ାଇବା ମଧ୍ୟ ଜରୁରି ଏବଂ ଆଗକୁ ବଢ଼ାଇବା ମଧ୍ୟ ଜରୁରି।

ଚଳିତ ବର୍ଷର ବଜେଟ ମଧ୍ୟ ଏ ଦିଗରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହେବ। ଚଳିତ ବର୍ଷର ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ବ୍ୟତୀତ ଶିକ୍ଷା, ଦକ୍ଷତା, ଗବେଷଣା ଏବଂ ନବୋନ୍ମେଷ କ୍ଷେତ୍ର ପ୍ରତି ସବୁଠୁ ଅଧିକ ଗୁରୁତ୍ୱାରୋପ କରାଯାଇଛି। ଦେଶର ବିଶ୍ବବିଦ୍ୟାଳୟ, କଲେଜ ଏବଂ ଗବେଷଣା ଓ ବିକାଶ ସଂଗଠନରେ ଉନ୍ନତ ସମନ୍ବୟ ଆଜି ଆମ ଦେଶର ସବୁଠୁ ବଡ଼ ଆବଶ୍ୟକତା ପାଲଟିଯାଇଛି। ଏହାକୁ ଧ୍ୟାନରେ ରଖି ଗ୍ଲୁ ଗ୍ରାଣ୍ଟର ବ୍ୟବସ୍ଥା କରାଯାଇଛି, ଯାହାର ଅନ୍ତର୍ଗତ ଏବେ 9 ସହରରେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇପାରିବ।

ସାଥୀଗଣ,

ଆପ୍ରେଣ୍ଟିସିପ, ଦକ୍ଷତା ବିକାଶ ଏବଂ ଉନ୍ନତିକରଣ ଉପରେ ଏହି ବଜେଟରେ ଯେପରି ଧ୍ୟାନ ଦିଆଯାଇଛି ତାହା ଅଭୂତପୂର୍ବ। ଚଳିତ ବଜେଟରେ ଏହାକୁ ନେଇ ଯେତେ ଅଧିକ ବ୍ୟବସ୍ଥା କରାଯାଇଛି, ଉଚ୍ଚ ଶିକ୍ଷାକୁ ନେଇ ଦେଶର ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ବିଗତ ବର୍ଷଗୁଡ଼ିକରେ ଶିକ୍ଷାକୁ ନିଯୁକ୍ତି ଆଧାରିତ ଏବଂ ଉଦ୍ୟମିତା ସାମର୍ଥ୍ୟ ସହିତ ଯୋଡ଼ିବା ଲାଗି ପ୍ରୟାସ କରାଯାଇଛି। ଏହି ବଜେଟ ସେଗୁଡ଼ିକୁ ଆହୁରି ବିସ୍ତାର ପ୍ରଦାନ କରିବ।

ଏହିସବୁ ପ୍ରୟୋଗର ପରିଣାମ ଫଳରେ ଆଜି ବୈଜ୍ଞାନିକ ପ୍ରକାଶନୀ ମାମଲାରେ ଭାରତ ଦୁନିଆର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସାମିଲ ହୋଇପାରିଛି। ପିଏଚଡି କରୁଥିବା ଗବେଷକଙ୍କ ସଂଖ୍ୟା ଏବଂ ଷ୍ଟାର୍ଟ ଅପ ଇକୋସିଷ୍ଟମ ମାମଲାରେ ମଧ୍ୟ ଆମେ ଦୁନିଆର ଶ୍ରେଷ୍ଠ ତିନୋଟି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇସାରିଛୁ।

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ଦୁନିଆର ଶ୍ରେଷ୍ଠ 50 ଅଭିନବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି। ଆହୁରି ଏଥିରେ ମଧ୍ୟ ନିରନ୍ତର ସୁଧାର ଆସୁଛି। ଉଚ୍ଚ ଶିକ୍ଷା, ଗବେଷଣା ଓ ନବୋନ୍ମେଷକୁ ନିରନ୍ତର ପ୍ରୋତ୍ସାହନ ଫଳରେ ଆମର ଛାତ୍ରଛାତ୍ରୀ ଏବଂ ଯୁବବୈଜ୍ଞାନିକମାନଙ୍କ ପାଇଁ ଅବସର ବୃଦ୍ଧି ପାଇବାରେ ଲାଗିଛି। ଆହୁରି ଭଲ କଥା ହେଉଛି, ଗବେଷଣା ଓ ବିକାଶରେ ଝିଅମାନଙ୍କର ଭାଗିଦାରୀ ମଧ୍ୟ ସନ୍ତୋଷଜନକ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି।

ସାଥୀଗଣ,

ପ୍ରଥମ ଥର ଦେଶର ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକରେ ଅଟକଳ ଇନକ୍ୟୁବେସନ ସେଣ୍ଟର ପର୍ଯ୍ୟନ୍ତ ସବୁଦିଗକୁ ଜୋର ଦିଆଯାଉଛି।  ଦେଶରେ ଷ୍ଟାର୍ଟଅପ୍ସଗୁଡ଼ିକ ପାଇଁ ହ୍ୟାକାଥନର ଏକ ନୂଆ ପରମ୍ପରା ସୃଷ୍ଟି ହୋଇସାରିଛି, ଯାହା ଦେଶର ଯୁବକ ଏବଂ ଇଣ୍ଡଷ୍ଟ୍ରୀ, ଉଭୟ ପାଇଁ ବହୁତ ବଡ଼ ଶକ୍ତି ହୋଇପାରିଛି। ନବୋନ୍ମେଷର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ଜାତୀୟ ପ୍ରୟାସ ବଳରେ ସାଢ଼େ ତିନି ହଜାରରୁ ଅଧିକ ଷ୍ଟାର୍ଟଅପ ସୃଷ୍ଟି କରାଯାଇପାରିଛି।

ସେହିପରି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ, ପରମ ଶିବାୟ, ପରମ ଶକ୍ତି ଓ ପରମ ବ୍ରହ୍ମା ନାମରେ ତିନୋଟି ସୁପର କମ୍ପ୍ୟୁଟର ଆଇଆଇଟି ବିଏଚୟୁ, ଆଇଆଇଟି ଖଡ଼ଗପୁର ଏବଂ ଆଇଆଇଏସଇଆର ପୁଣେରେ ପ୍ରତିଷ୍ଠା କରାଯାଇସାରିଛି। ଚଳିତ ବର୍ଷ ଦେଶର ଏକ ଡଜନରୁ ଅଧିକ ସଂସ୍ଥାନରେ ଏପରି ସୁପର କମ୍ପ୍ୟୁଟର ପ୍ରତିଷ୍ଠା କରାଯିବା ଲାଗି ଯୋଜନା କରାଯାଇଛି। ଆଇଆଇଟି ଖଡ଼ଗପୁର, ଆଇଆଇଟି ଦିଲ୍ଲୀ ଏବଂ ବିଏଚୟୁରେ ତିନୋଟି ସୂକ୍ଷ୍ମ ବିଶ୍ଲେଷଣ ଏବଂ ବୈଷୟିକ ସହାୟତା ସଂସ୍ଥାନ (ସାଥୀ) ମଧ୍ୟ ସେବା ପ୍ରଦାନ କରୁଛନ୍ତି।

ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଆଜି ଏଥିପାଇଁ ଜରୁରି କାରଣ ବର୍ତ୍ତମାନର ସରକାରଙ୍କ ସଂକଳ୍ପ, ଆଭିମୁଖ୍ୟକୁ ଏହା ଦର୍ଶାଉଛି। ଏକବିଂଶ ଶତାବ୍ଦୀରେ ଭାରତକୁ ଉନବିଂଶ ଶତାବ୍ଦୀର ଚିନ୍ତାଧାରାକୁ ପଛରେ ଛାଡ଼ି ଆଗକୁ ଦୌଡ଼ିବାକୁ ହେବ।

ସାଥୀଗଣ,

ଆମ ଶାସ୍ତ୍ରରେ କୁହାଯାଇଛି-

ବ୍ୟୟେ କୃତେ ବର୍ଦ୍ଧତେ ଏବଂ ନିତ୍ୟଂ ବିଦ୍ୟାଧନଂ ସର୍ବଧନ ପ୍ରଧାନମ॥

ଅର୍ଥାତ ବିଦ୍ୟା ହେଉଛି ଏପରି ସମ୍ପତ୍ତି ଯାହାକୁ ନିଜ ପାଖରେ ସୀମିତ ରଖିବା ଫଳରେ ନୁହେଁ ବରଂ ବାଣ୍ଟିବା ଫଳରେ ବୃଦ୍ଧି ପାଇଥାଏ। ସେଥିପାଇଁ ବିଦ୍ୟାଧନ, ବିଦ୍ୟାଦାନ ଶ୍ରେଷ୍ଠ ହୋଇଥାଏ। ଜ୍ଞାନ, ଗବେଷଣାକୁ ସୀମିତ ରଖିବା ଦେଶର ସାମର୍ଥ୍ୟ ପ୍ରତି ବହୁତ ବଡ଼ ଅନ୍ୟାୟ। ଏହି ଚିନ୍ତାଧାରାକୁ ନେଇ ମହାକାଶ, ଆଣବିକ ଶକ୍ତି, ଡିଆରଡିଓ, କୃଷି ଆଦି ଅନେକ କ୍ଷେତ୍ରର ଦ୍ୱାର ଯୁବକମାନଙ୍କ ପାଇଁ ଉନ୍ମୁକ୍ତ କରାଯାଉଛି।

ନିକଟରେ ଆହୁରି ଦୁଇଟି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି, ଯେଉଁଥିରେ ନବୋନ୍ମେଷ, ଗବେଷଣା ଓ ବିକାଶର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ବହୁତ ବଡ଼ ଲାଭ ମିଳିବ। ଦେଶରେ ପ୍ରଥମ ଥର ପାଇଁ ପାଣିପାଗ ବିଜ୍ଞାନ (ମେଟେରୋଲୋଜି) ସହ ଜଡ଼ିତ ଅନ୍ତର୍ଜାତୀୟ ମାନକ ପାଇଁ ପ୍ରଭାବୀ ହେଉଥିବା ଭାରତୀୟ ସମାଧାନ ମିଳିସାରିଛି। ଏହି ସିଷ୍ଟମକୁ ଲଗାତାର ମଜବୁତ କରାଯାଉଛି। ଫଳରେ ଗବେଷଣା ଓ ବିକାଶ ଏବଂ ଆମ ଉତ୍ପାଦର ବୈଶ୍ବିକ ଦକ୍ଷତା ଆହୁରି ବୃଦ୍ଧି ପାଇବ।

ଏହା ବ୍ୟତୀତ ନିକଟରେ ଜିଓ-ସ୍ପାଟିଆଲ ଡାଟାକୁ ନେଇ ବହୁତ ବଡ଼ ସଂସ୍କାର କରାଯାଇଛି। ଏବେ ମହାକାଶ ତଥ୍ୟ ଏବଂ ଏହା ସହ ଆଧାରିତ ମହାକାଶ ପ୍ରଯୁକ୍ତିକ ଦେଶର ଯୁବକମାନଙ୍କ ଲାଗି, ଦେଶର ଯୁବ ଉଦ୍ୟମୀମାନଙ୍କ ଲାଗି, ଷ୍ଟାର୍ଟଅପ ଲାଗି, ଖୋଲି ଦିଆଯାଇଛି। ମୁଁ ଆପଣମାନଙ୍କୁ ସମସ୍ତ ସାଥୀମାନଙ୍କୁ ଅନୁରୋଧ କରୁଛି ଯେ ଏହି ସଂସ୍କାରଗୁଡ଼ିକର ଅଧିକରୁ ଅଧିକ ଉପଯୋଗ କରନ୍ତୁ, ଲାଭ ଉଠାନ୍ତୁ।

ସାଥୀଗଣ,

ଚଳିତ ବର୍ଷ ବଜେଟରେ ସଂସ୍ଥା ନିର୍ମାଣ ଏବଂ ଆକ୍ସେସ ଉପରେ ଆହୁରି ଜୋର ଦିଆଯାଇଛି। ଦେଶରେ ପ୍ରଥମ ଥର ଜାତୀୟ ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯାଉଛି। ଏଥିପାଇଁ 50 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହାଫଳରେ ଗବେଷଣା ସହ ଜଡ଼ି ସଂସ୍ଥାନଗୁଡ଼ିକର ପ୍ରଶାସନିକ ଢାଞ୍ଚା ଠାରୁ ଆରମ୍ଭ କରି ଗବେଷଣା ଓ ବିକାଶ, ଶିକ୍ଷାଦାନ ଏବଂ ଶିଳ୍ପ ସହ ସମ୍ପର୍କକୁ ବଳ ମିଳିବ। ବାୟୋଟେକ୍ନୋଲୋଜି ସହ ଜଡ଼ିତ ଗବେଷଣା ଲାଗି ବଜେଟରେ 100 ପ୍ରତିଶତରୁ ଅଧିକ ବୃଦ୍ଧି ସରକାରଙ୍କ ପ୍ରାଥମିକତାକୁ ଦର୍ଶାଉଛି।

ସାଥୀଗଣ,

ଭାରତରେ ଔଷଧ ଏବଂ ଟୀକା ସହିତ ଜଡ଼ିତ ଗବେଷଣା, ଭାରତକୁ ସୁରକ୍ଷା ଓ ସମ୍ମାନ ଉଭୟ ପ୍ରଦାନ କରିଛି। ନିଜର ଏହି ସାମର୍ଥ୍ୟକୁ ଆହୁରି ସଶକ୍ତ କରିବା ଲାଗି ସରକାର ଆରମ୍ଭରୁ 7ଟି ଜାତୀୟ ଫାର୍ମାସ୍ୟୁଟିକାଲ ଶିକ୍ଷା ଓ ଗବେଷଣା ସଂସ୍ଥାନକୁ ଜାତୀୟ ଗୁରୁତ୍ୱ ବହନ କରୁଥିବା ଶିକ୍ଷାନୁଷ୍ଠାନ ଭାବେ ଘୋଷଣା କରିସାରିଛନ୍ତି। ଏହି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ନେଇ ଘରୋଇ କ୍ଷେତ୍ରର ଆମର ଉଦ୍ୟୋଗଗୁଡ଼ିକର ଭୂମିକା ଅତ୍ୟନ୍ତ ପ୍ରଶଂସନୀ। ମୋର ବିଶ୍ୱାସ ରହିଛି ଯେ ଏହି ଭୂମିକା ଆଗାମୀ ଦିନରେ ଆହୁରି ଅଧିକ ସମ୍ପ୍ରସାରିତ ହେବ।

ସାଥୀଗଣ,

ଏବେ ବାୟୋଟେକ୍ନୋଲୋଜି କ୍ଷମତାର ପରିସର ଦେଶର ଖାଦ୍ୟ ସୁରକ୍ଷା, ଦେଶର ପୁଷ୍ଟିସାଧନ, ଦେଶର କୃଷି କଲ୍ୟାଣରେ କିଭଳି ବ୍ୟାପକ ଭାବେ ବିନିଯୋଗ ହୋଇପାରିବ, ସେଥିପାଇଁ ପ୍ରୟାସ କରାଯାଉଛି। କୃଷକମାନଙ୍କ ଆୟ ବୃଦ୍ଧି ଲାଗି ସେମାନଙ୍କର ଜୀବନକୁ ଉନ୍ନତ କରିବା ଲାଗି ବାୟୋଟେକ୍ନୋଲୋଜି ସହ ଜଡ଼ିତ ଗବେଷଣାରେ ଯେଉଁ ସାଥୀମାନେ ସମ୍ପୃକ୍ତ ରହିଛନ୍ତି, ସେମାନଙ୍କ ଠାରୁ ଅନେକ କିଛି ଆଶା କରାଯାଉଛି। ଉଦ୍ୟୋଗ ଜଗତ ସମସ୍ତ ସାଥୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ଏଥିରେ ନିଜର ଭାଗିଦାରୀ ବଢ଼ାନ୍ତୁ। ଦେଶରେ 10ଟି ବାୟୋଟେକ ୟୁନିଭର୍ସିଟି ରିସର୍ଚ୍ଚ ଜଏଣ୍ଟ ଇଣ୍ଡଷ୍ଟ୍ରୀ ଟ୍ରାନ୍ସଲେସନାଲ କ୍ଲଷ୍ଟର (ଉର୍ଜିତ) ନିର୍ମାଣ କରାଯାଉଛି। ଯାହାଫଳରେ ଏଥିରେ ହେଉଥିବା ଉଦ୍ଭାବନ ଓ ନବୋନ୍ମେଷଗୁଡ଼ିକୁ ଶିଳ୍ପ ଜଗତଗୁଡ଼ିକ ଦ୍ରୁତ ଗତିରେ ଉପଯୋଗ କରିପାରିବେ।  ସେହିପରି ଦେଶର 100ରୁ ଅଧିକ ଆକାଂକ୍ଷୀ ଜିଲ୍ଲାରେ ବାୟୋଟେକ କିଷାନ ପ୍ରୋଗ୍ରାମ, ହିମାଲୟନ ବାୟୋ ରିସୋର୍ସ ମିଶନ ପ୍ରୋଗ୍ରାମ କିମ୍ବା କନସର୍ଟିଅମ ପ୍ରୋଗ୍ରାମ ଅନ ମେରିଟାଇମ ବାୟୋଟେକ୍ନୋଲୋଜି ଟେଟଓ୍ବର୍କ, ଆଦି ଆରମ୍ଭ କରାଯାଇଛି। ଏଥିରେ ଗବେଷଣା ଓ ଉଦ୍ୟୋଗ ଜଗତର ଭାଗିଦାରୀ କିଭଳି ଉନ୍ନତ ହୋଇପାରିବ, ସେଥିପାଇଁ ଆମକୁ ମିଳିମିଶି କାମ କରିବାକୁ ହେବ।

ସାଥୀଗଣ,

ଭବିଷ୍ୟତର ଇନ୍ଧନ, ସବୁଜ ଇନ୍ଧନ ଆଦି ନିମନ୍ତେ ଇନ୍ଧନ କ୍ଷେତ୍ରରେ ଆମର ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରି ଅଟେ। ସେଥିପାଇଁ ବଜେଟରେ ଘୋଷିତ ହାଇଡ୍ରୋଜେନ ମିଶନ ଏକ ବହୁତ ବଡ଼ ସଂକଳ୍ପ। ଭାରତ ହାଇଡ୍ରୋଜେନ ବାହନ ପରୀକ୍ଷଣ କରିସାରିଛି। ଏବେ ହାଇଡ୍ରୋଜେନକୁ ପରିବହନ ଇନ୍ଧନ ଭାବେ ବ୍ୟବହାର କରିବା ଏବଂ ଏଥିପାଇଁ ଆମେ ଶିଳ୍ପ ପ୍ରସ୍ତୁତ ହେବା ଲାଗି ଏବେ ଆମକୁ ମିଶି ଆଗକୁ ବଢ଼ିବାକୁ ହେବ। ସେଥିପାଇଁ ସମୁଦ୍ର ସମ୍ପତ୍ତି ସହ ଜଡ଼ିତ ଗବେଷଣାରେ ମଧ୍ୟ ଆମକୁ ଆମର ସାମର୍ଥ୍ୟ ବଢ଼ାଇବାର ଆବଶ୍ୟକତା ରହିଛି। ସରକାର ଡିପ୍ ସି ମିଶନ (ଗଭୀର ସମୁଦ୍ର ଅଭିଯାନ) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ମିଶନ, ଲକ୍ଷ୍ୟ ଆଧାରିତ ହେବ ଏବଂ ବହୁକ୍ଷେତ୍ରୀୟ ଆଭିମୁଖ୍ୟ ନେଇ ଆଗକୁ ବଢ଼ିବ। ଯାହାଫଳରେ ନୀଳ ଅର୍ଥବ୍ୟବସ୍ଥାର ସାମର୍ଥ୍ୟକୁ ଆମେ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିପାରିବା।

ସାଥୀଗଣ,

ଶିକ୍ଷାନୁଷ୍ଠାନ, ଗବେଷଣା ସହ ଜଡ଼ିତ ସଂସ୍ଥାନ ଏବଂ ଶିଳ୍ପ ଜଗତର ସହଯୋଗକୁ ଆମେ ଅଧିକ ମଜଭୁତ କରୁଛୁ। ଆମେ ନୂଆ ଗବେଷଣା ପତ୍ର ପ୍ରକାଶ କରିବା ଉପରେ ଧ୍ୟାନ ଦେବା ସହିତ ସାରା ବିଶ୍ୱରେ ଯେଉଁସବୁ ଗବେଷଣାପତ୍ର ପ୍ରକାଶିତ ହେଉଛି, ସେ ପର୍ଯ୍ୟନ୍ତ ଭାରତର ଗବେଷକ ଏବଂ ଛାତ୍ରଛାତ୍ରୀଙ୍କୁ ପହଞ୍ଚାଇବା ସୁବିଧାଜନକ କରିବା ଲାଗି ପଦକ୍ଷେପ ଗ୍ରହଣ କରିବୁ କାରଣ ଏହା ବର୍ତ୍ତମାନ ସମୟର ଚାହିଦା। ସରକାର ନିଜ ସ୍ତରରେ ଏହାକୁ ନେଇ କାମ କରୁଛନ୍ତି, କିନ୍ତୁ ଶିଳ୍ପଜଗତକୁ ମଧ୍ୟ ଏଥିରେ ନିଜ ଆଡ଼କୁ ଯୋଗଦାନ କରିବାକୁ ହେବ।

ଆମକୁ ମନେ ରଖିବାକୁ ହେବ ଆକ୍ସେସ (ପହଞ୍ଚ) ଏବଂ ଇନକ୍ଲୁଜନ (ସମାବେଶନ) ଅନିର୍ବାର୍ଯ୍ୟ ହୋଇଯାଇଛି। ଆହୁରି ଆଫୋର୍ଡେବ୍ଲିଟି (ସୁଲଭତା) ପାଇଁ ଆକ୍ସେସ ହେଉଛି ସବୁଠୁ ବଡ଼ ପୂର୍ବ ଆବଶ୍ୟକତା। ଆହୁରି ଗୋଟିଏ ପ୍ରମୁଖ ଦିଗ ଯାହା ଉପରେ ଆମକୁ ଧ୍ୟାନ ଦେବାକୁ ହେବ ତାହା ହେଲା ଗ୍ଲୋବାଲକୁ ଲୋକାଲ ସହିତ ଯୋଡ଼ିବା। ଆଜି ସାରା ବିଶ୍ୱରେ ଭାରତୀୟ ପ୍ରତିଭାର ଖୁବ ଅଧିକ ଚାହିଦା ରହିଛି। ସେଥିପାଇଁ ଜରୁରି ହେଉଛି ଗ୍ଲୋବାଲ ଡିମାଣ୍ଡ (ବୈଶ୍ୱିକ ଚାହିଦା)କୁ ଦେଖି ଦକ୍ଷତା ସେଟ୍ କୁ ମ୍ୟାପିଂ କରିବା ଏବଂ ଏହାର ଆଧାର ଉପରେ ଦେଶର ଯୁବକମାନଙ୍କୁ ପ୍ରସ୍ତୁତ କରିବା।

ଅନ୍ତର୍ଜାତୀୟ କ୍ୟାମ୍ପସଗୁଡ଼ିକୁ ଭାରତରେ ଆଣିବା ବିଷୟରେ ଆଲୋଚନା ହେଉ କିମ୍ବା ପୁଣି ଅନ୍ୟ ଦେଶର ଶ୍ରେଷ୍ଠ ପ୍ରଚଳନଗୁଡ଼ିକ ସହ ସହଭାଗିତାକୁ ଗ୍ରହଣ କରିବା, ଏଥିପାଇଁ ଆମକୁ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ହେବ। ଦେଶର ଯୁବକମାନଙ୍କୁ ଉଦ୍ୟୋଗ ପାଇଁ ପ୍ରସ୍ତୁତ କରିବା ସହିତ ନୂତନ ଆହ୍ବାନ, ବଦଳୁଥିବା ପ୍ରଯୁକ୍ତି ସହିତ ଦକ୍ଷତା ଉନ୍ନତିକରଣର ପ୍ରଭାବୀ ବ୍ୟବସ୍ଥା ସମ୍ପର୍କରେ ଏକ ସଂଗଠିତ ପ୍ରୟାସ କରିବାର ଆବଶ୍ୟକତା ରହିଛି। ଏହି ବଜେଟରେ  ଇଜ ଅଫ ଡୁଇଂ ଆପ୍ରେଣ୍ଟିସିପ ପ୍ରୋଗ୍ରାମ ଫଳରେ ମଧ୍ୟ ଇଣ୍ଡଷ୍ଟ୍ରୀ ଓ ଦେଶର ଯୁବକମାନଙ୍କୁ ଅନେକ ଲାଭ ମିଳିବାକୁ ଯାଉଛି। ମୋର ବିଶ୍ୱାସ ରହିଛି ଯେ ଏଥିରେ ମଧ୍ୟ ଶିଳ୍ପ ଜଗତର ଭାଗିଦାରୀରେ ବିସ୍ତାର ହେବ।

ବନ୍ଧୁଗଣ, 

ଦକ୍ଷତା ବିକାଶ ହେଉ କିମ୍ବା ପୁଣି ଗବେଷଣା ଓ ନବୋନ୍ମେଷ, ତାହା ବୁଝିବା ଶକ୍ତି ବିନା ସମ୍ଭବ ନୁହେଁ। ସେଥିପାଇଁ ନୂଆ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଏହି ସବୁଠୁ ବଡ଼ ସୁଧାର ଅଣାଯାଉଛି। ଏହି ୱେବିନାରରେ ବସିଥିବା ସମସ୍ତ ବିଶେଷଜ୍ଞ, ଶିକ୍ଷାବିତଙ୍କ ଠାରୁ ଆଉ ଭଲ ଭାବେ କିଏ ଜାଣିପାରିବ ଯେ ବୁଝିବାଶକ୍ତି ଭାଷାର ଏକ ବହୁତ ବଡ଼ ଯୋଗଦାନ ରହିଛି। ନୂଆ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାର ଅଧିକରୁ ଅଧିକ ଉପଯୋଗକୁ ପ୍ରୋତ୍ସାହନ ଦିଆଯାଇଛି।

ସମସ୍ତ ଶିକ୍ଷାବିତ, ପ୍ରତ୍ୟେକ ଭାଷାର ବିଶେଷଜ୍ଞମାନଙ୍କର ଦାୟିତ୍ୱ ହେଉଛି ଦେଶ ଓ ଦୁନିଆର ଶ୍ରେଷ୍ଠ ବିଷୟବସ୍ତୁଗୁଡ଼ିକୁ ଭାରତୀୟ ଭାଷାରେ କିଭଳି ଭାବେ ପ୍ରସ୍ତୁତ କରାଯିବ। ଟେକ୍ନୋଲୋଜିର ଏହି ଯୁଗରେ ଏହା ସମ୍ପୂର୍ଣ୍ଣ ଭାବେ ସମ୍ଭବ ଅଟେ। ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଭାରତୀୟ ଭାଷାରେ ଏକ ଚମତ୍କାର ବିଷୟବସ୍ତୁ ଦେଶର ଯୁବକମାନଙ୍କୁ କିପରି ଭାବେ ମିଳିପାରିବ ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ। ଡାକ୍ତରୀ ଶିକ୍ଷା, ଇଞ୍ଜିନିୟରିଂ, ପ୍ରଯୁକ୍ତି, ମ୍ୟାନେଜମେଣ୍ଟ,  ଏପରି ସମସ୍ତ ବିଶେଷଜ୍ଞତା ପାଇଁ ଭାରତୀୟ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଜରୁରି ଅଟେ।

ମୁଁ ଆପଣମାନଙ୍କୁ ନିଶ୍ଚିତ ଭାବେ ଅନୁରୋଧ କରିବି ଯେ ଆମ ଦେଶରେ ପ୍ରତିଭାମାନଙ୍କର ଅଭାବ ନାହିଁ। ଗାଁ, ଗରିବ, ଯେଉଁମାନଙ୍କୁ ନିଜ ଭାଷା ବ୍ୟତୀତ ଅନ୍ୟ କିଛି ଜଣାନାହିଁ ସେମାନଙ୍କର ପ୍ରତିଭା ମଧ୍ୟ କମ ନୁହେଁ। ଭାଷା କାରଣରୁ ଆମ ଗାଁ ଓ ଗରିବଙ୍କ ପ୍ରତିଭାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଭାରତୀୟ ପ୍ରତିଭା ଆମ ଗାଁରେ, ଗରିବଙ୍କ ଘରେ ରହିଛି। କେହି ଜଣେ ଭାରତୀୟ ପ୍ରତିଭା ବଡ଼ ଭାଷା ଠାରୁ ବଞ୍ଚିତ ରହିବା ଅନୁଚିତ । ଆମ ଦେଶର ପିଲାମାନଙ୍କ ଠାରେ ପ୍ରଚୁର ପ୍ରତିଭା ପୂରିରହିଛି ଏବଂ ତେଣୁ ସେହି ପ୍ରତିଭାଗୁଡ଼ିକୁ ଉପଯୋଗ କରିବା ଲାଗି ଏତେ ବଡ଼ ଦେଶକୁ ଯୋଡ଼ିବାର ଆବଶ୍ୟକତା ରହିଛି। ସେଥିପାଇଁ ଭାଷାର ବାଧକ ଠାରୁ ବାହାରି ସେମାନଙ୍କର ଭାଷାରେ ହିଁ ଆମକୁ ସେମାନଙ୍କ ପ୍ରତିଭାର ପରିପୋଷଣ କରିବାର ସୁଯୋଗ ଦେବାକୁ ହେବ। ଏହା ମିଶନ ମୋଡରେ କରିବାର ଆବଶ୍ୟକତା ରହିଛି। ବଜେଟରେ ଘୋଷିତ ଜାତୀୟ ଭାଷା ଅନୁବାଦ ମିଶନ ମାଧ୍ୟମରେ ଏଥିପାଇଁ ବହୁତ ବଡ଼ ପ୍ରୋତ୍ସାହନ ମିଳିବ।

ସାଥୀଗଣ,

ଏ ସମସ୍ତ ବ୍ୟବସ୍ଥା, ସଂସ୍କାର, ଏସବୁ ସମସ୍ତଙ୍କ ଭାଗିଦାରୀ ମାଧ୍ୟମରେ ସମ୍ପୂର୍ଣ୍ଣ ହେବ। ସରକାର, ଶିକ୍ଷାବିତ, ବିଶେଷଜ୍ଞ, ଶିଳ୍ପଜଗତ, ସମସ୍ତେ ମିଶି ସହଭାଗିତା ଆଭିମୁଖ୍ୟ ନେଇ ଉଚ୍ଚ ଶିକ୍ଷା କ୍ଷେତ୍ରକୁ କିପରି ଆଗକୁ ବଢ଼ାଇବେ ସେ ସମ୍ପର୍କରେ ଆଜିର ଆଲୋଚନାରେ ଆପଣମାନଙ୍କର ପରାମର୍ଶ ଅତ୍ୟନ୍ତ ମୂଲ୍ୟବାନ ସାବ୍ୟସ୍ତ ହେବ। ବିଶେଷ କାମରେ ଆସିବ। ମୁଁ ଜାଣିବାକୁ ପାଇଛି ଯେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ସହିତ ଜଡ଼ିତ ଛଅଟି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ।

ଏଥିରୁ ବାହାରୁଥିବା ପରାମର୍ଶ ଏବଂ ସମାଧାନ ଉପରେ ଦେଶ ଅନେକ ଆଶାବାଦୀ ରହିଛି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଏବେ ନୀତିରେ, ବଜେଟରେ ପରିବର୍ତ୍ତନ ଆଣିବାର ସମୟ ସରିଯାଇଛି। ଏବେ ଆସନ୍ତା ଏପ୍ରିଲ 1 ତାରିଖ ଠାରୁ ନୂଆ ବଜେଟ ଲାଗୁ ହେବ। ଆଗାମୀ 365 ଦିନ ନୂଆ ବଜେଟ, ନୂଆ ସ୍କିମ କିଭଳି ଭାବେ ଦ୍ରୁତ ଗତିରେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ହିନ୍ଦୁସ୍ତାନର ଅଧିକ ଭୂ-ଭାଗ, ଅନ୍ତିମ ବ୍ୟକ୍ତିଙ୍କ ନିକଟରେ ଏହା କିପରି ଭାବେ ପହଞ୍ଚି ପାରିବ ସେ ସମ୍ପର୍କରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା, ନିଷ୍ପତ୍ତି ନେବାର ବେଳ ଆସିଛି। ଯେଉଁସବୁ ଛୋଟ-ମୋଟ ବାଧା ରହିଛି ସେଗୁଡ଼ିକୁ କିପରି ଦୂର କରାଯାଇ ବଜେଟ କାର୍ଯ୍ୟକାରୀ କରିବା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।  ଅଧିକ ଧ୍ୟାନ ଦିଆଗଲେ ନୂଆ ବଜେଟର ସର୍ବାଧିକ ଲାଭ ମିଳିପାରିବ।  ଆମ ପାଖରେ ଯେତିକି ସମୟ ଅଛି ତାହାର ସର୍ବାଧିକ ଉପଯୋଗ କରିବାର ଲକ୍ଷ୍ୟ ରହିଛି।

ମୋର ବିଶ୍ୱାସ ରହିଛି ଯେ ଆପଣମାନଙ୍କ ପାଖରେ ଅଭିଜ୍ଞତା ରହିଛି, ଭିନ୍ନ ଭିନ୍ନ କ୍ଷେତ୍ରର ଅନୁଭବ ରହିଛି। ଆପଣମାନଙ୍କର ବିଚାର, ଅଭିଜ୍ଞତା ଏବଂ କିଛି ନା କିଛି ଦାୟିତ୍ୱ ନେବାର ପ୍ରସ୍ତୁତି ନିଶ୍ଚିତ ଭାବେ ଆମକୁ ବାଞ୍ଛିତ ଫଳ ପ୍ରଦାନ କରିବ। ମୁଁ ଆପଣମାନଙ୍କୁ ଏହି ୱେବିନାରରେ ଉତ୍ତମ ବିଚାର ଆଦାନପ୍ରଦାନ କରି ଉପଯୁକ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ଅନେକ ଅନେକ ଶୁଭକାମନା ଜଣାଉଛି।

ଅନେକ ଅନେକ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Key Partner In Indian Ocean': PM Modi's Landmark Address In Seychelles Parliament

Media Coverage

'Key Partner In Indian Ocean': PM Modi's Landmark Address In Seychelles Parliament
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.