ଭାରତର ଜି-୨ଠ ସଭାପତିତ୍ୱ ଅବସରରେ ଏହାର ଲୋଗୋ ଓ ୱେବସାଇଟକୁ ଆଭାସୀ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
“ଜି-୨ଠ ଲୋଗୋରେ ସାର୍ବଜନୀନ ଭ୍ରାତୃତ୍ୱ ମନୋଭାବ ପ୍ରତିଫଳିତ”
“ଜି-୨ଠରେ ଅଧ୍ୟକ୍ଷତା ଭାରତ ପାଇଁ କେବଳ ମାତ୍ର କୂଟନୀତିକ ବୈଠକ ନୁହେଁ, ଏହା ନୂତନ ଦାୟିତ୍ୱ ଓ ଭାରତ ଉପରେ ବିଶ୍ୱର ଆସ୍ଥା”
“ପରିବେଶ ଆମ ପାଇଁ ଏକ ବୈଶ୍ୱିକ ସମସ୍ୟା ଓ ବ୍ୟକ୍ତିଗତ ଦାୟିତ୍ୱ”
“ଆମେ ନିଜର ପ୍ରଗତି ପାଇଁ ସଂଗ୍ରାମ କରୁଥିବାବେଳେ ବିଶ୍ୱ ପ୍ରଗତି ଉପରେ ମଧ୍ୟ ଆମ ନଜର ଥାଏ”
“ପରିବେଶ ଆମ ପାଇଁ ଏକ ବୈଶ୍ୱିକ ସମସ୍ୟା ଓ ବ୍ୟକ୍ତିଗତ ଦାୟିତ୍ୱ”
“ପ୍ରଥମ କି ତୃତୀୟ ବିଶ୍ୱ ନୁହେଁ, ଏକମାତ୍ର ବିଶ୍ୱ ହେବା ଉଚିତ ଓ ସେଥିପାଇଁ ଆମର ଉଦ୍ୟମ ରହିବ”
“ଜି-୨ଠ କେବଳ ଦିଲ୍ଲୀ ବା ଅଳ୍ପ କେତେକ ସ୍ଥାନରେ ସୀମିତ ରହିବ ନାହିଁ । ପ୍ରତ୍ୟେକ ନାଗରିକ, ରାଜ୍ୟ ସରକାର ଓ ରାଜନୀତିକ ଦଳ ଏଥିରେ ଅଂଶଗ୍ରହଣ କରିବା ଉଚିତ”

ନମସ୍କାର,

ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଜି-୨ଠ ଏଭଳି ଦେଶଗୁଡ଼ିକର ସମୁହ ଅଟେ ଯାହାର ଆର୍ଥିକ ସାମର୍ଥ୍ୟ ବିଶ୍ୱର ୮୫ ପ୍ରତିଶତ ଜିଡିପିର ପ୍ରତିନିଧିତ୍ୱ କରିଥାଏ । ଜି-୨ଠ ସେହି ୨ଠଟି ଦେଶର ସମୁହ ଅଟେ; ଯାହା ବିଶ୍ୱର ୭୫ ପ୍ରତିଶତ ବାଣିଜ୍ୟର ପ୍ରତିନିଧିତ୍ୱ କରିଥାଏ । ଜି-୨ଠ ଜନସଂଖ୍ୟା ସମାହିତ ଅଛି ଏବଂ ଭାରତ, ବର୍ତ୍ତମାନ ଏହି ଜି-୨ଠ ସମୁହର ନେତୃତ୍ୱ କରିବାକୁ ଯାଉଛି, ଏହାର ଅଧ୍ୟକ୍ଷତା କରିବାକୁ ଯାଉଛି ।

ଆପଣ କଳ୍ପନା କରିପାରିବେ ଯେ ସ୍ୱାଧୀନତାର ଅମୃତ କାଳରେ ଦେଶ ସମ୍ମୁଖରେ କେତେ ବଡ଼ ସୁଯୋଗ ଆସିଛି । ଏହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଗର୍ବର ବିଷୟ ଅଟେ, ତାହାର ଗୌରବକୁ ବଢ଼ାଇବାର ଏହା କଥା ଅଟେ । ଏବଂ ମୋତେ ଖୁସି ଲାଗୁଛି ଯେ ଜି-୨ଠ ସମ୍ମିଳନୀକୁ ନେଇ, ଭାରତରେ ହେବାକୁଥିବା ଏହା ସହିତ ଜଡ଼ିତ ଆୟୋଜନକୁ ନେଇ, ଉତ୍ସୁକତା ଏବଂ ସକ୍ରିୟତା କ୍ରମାଗତ ଭାବେ ବୃଦ୍ଧି ଘଟୁଛି । ଆଜି ଯେଉଁ ଏହି ଲୋଗେ ଉଦଘାଟନ ହୋଇଛି, ତାହାର ନିର୍ମାଣରେ ମଧ୍ୟ ଦେଶବାସୀଙ୍କର ବଡ଼ ଭୂମିକା ରହିଛି । ଆମେ ଲୋଗୋ ପାଇଁ ଦେଶବାସୀଙ୍କ ଠାରୁ ତାଙ୍କର ମହୁମୂଲ୍ୟ ମତାମତ ମାଗିଥିଲୁ ଏବଂ ମୋତେ ଜାଣି ବହୁତ ଭଲ ଲାଗିଲା ଯେ ସରକାରଙ୍କୁ ହଜାର ହଜାର ସଂଖ୍ୟାରେ ଲୋକମାନେ ନିଜର ରଚନାତ୍ମକ ବିଚାର ପଠେଇଲେ । ଆଜି ସେହି ବିଚାର, ସେହି ମତାମତ ଏତେ ବଡ଼ ବୈଶ୍ୱିକ ଆୟୋଜନର ପରିଚୟ ପାଲଟିଯାଇଛି । ମୁଁ ଏହି ପ୍ରୟାସ ପାଇଁ ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଜି-୨ଠର ଏହି ଲୋଗୋ କେବଳ ଗୋଟିଏ ପ୍ରତୀକ ଚିହ୍ନ ନୁହେଁ । ଏହା ଏକ ସଂଦେଶ ମଧ୍ୟ ଅଟେ । ଏହା ଏକ ଭାବନା ଅଟେ, ଯାହା ଆମର ରଙ୍ଗରେ ରହିଛି । ଏହା ଏକ ସଂକଳ୍ପ ଅଟେ, ଯାହା ଆମର ଚିନ୍ତାରେ ସାମିଲ ରହିଛି । ‘ବସୁଧୈବ କୁଟୁମ୍ବକମ’ର ମନ୍ତ୍ର ମାଧ୍ୟମରେ ବିଶ୍ୱ ବନ୍ଧୁତ୍ୱର ଯେଉଁ ଭାବନାକୁ ଆମେ ଜିତି ଆସିଛୁ । ସେହି ବିଚାର ଏହି ଲୋଗୋ ଏବଂ ଥିମରେ ପ୍ରତିବିମ୍ବିତ ହେଉଛି । ଏହି ଲୋଗୋରେ ପଦ୍ମର ଫୁଲ, ଭାରତର ପୌରାଣିକ ଅସ୍ତିତ୍ୱ, ଆମର ଆସ୍ଥା, ଆମର ବୌଦ୍ଧିକତାକୁ ଚିତ୍ରିତ କରୁଛି ।

ଆମର ଏଠାରେ ଅଦ୍ୱୈତର ଚିନ୍ତନ ଜୀବ ମାତ୍ରର ଏକତ୍ୱର ଦର୍ଶନ ରହିଛି । ଏହି ଦର୍ଶନ, ଆଜିର ବୈଶ୍ୱିକ ଦ୍ୱନ୍ଦ ଏବଂ ଦ୍ୱିବିଧାଗୁଡ଼ିକର ସମାଧାନର ମାଧ୍ୟ ହେଲେ, ଏହି ଲୋଗୋ ଏବଂ ଥିମ ମାଧ୍ୟମରେ, ଆମେ ଏହି ସଂଦେଶ ଦେଇଛୁ । ଯୁଦ୍ଧରୁ ମୁକ୍ତି ପାଇଁ ବୁଦ୍ଧଙ୍କର ଯେଉଁ ସଂଦେଶ ଅଛି, ହିଂସାର ପ୍ରତିରୋଧରେ ମହାତ୍ମା ଗାନ୍ଧୀଙ୍କର ଯେଉଁ ସମାଧାନ ଅଛି, ଜି-୨ଠ ମାଧ୍ୟମରେ ଭାରତ ତାହାର ବୈଶ୍ୱିକ ପ୍ରତିଷ୍ଠାକୁ ନୂତନ ଶକ୍ତି ଦେଉଛି ।

ସାଥୀମାନେ,

ସମଗ୍ର ଦୁନିଆରେ ଯେତେବେଳେ ସଂକଟ ଲାଗି ରହିଛି ଏବଂ ବିଶୃଙ୍ଖଳା ଦେଖାଦେଇଛି ସେଇ ସମୟରେ ଭାରତର ଜି-୨ଠ ଆସୁଛି । ବ୍ୟାଘାତ, ଦ୍ୱନ୍ଦ୍ୱ ଏବଂ ଅନେକ ଅନିଶ୍ଚିତତା ଭିତରେ ସମଗ୍ର ବିଶ୍ୱ ଗତି କରୁଛି । ଜି-୨ଠ ଲୋଗୋରେ ଥିବା କମଳର ପ୍ରତୀକ ଏହି ସମୟରେ ଦେଉଛି ଆଶାର ଏକ ପ୍ରନିନିଧିତ୍ୱ ସଦୃଶ । ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ପଦ୍ମ ବା କମଳ ଫୁଲ ଫୁଟିଥାଏ । ଯଦିଓ ବିଶ୍ୱ ଏବେ ଏକ ଗଭୀର ସଂକଟରେ ଅଛି ତଥାପି ଆମେ ଅଗ୍ରଗତି କରି ବିଶ୍ୱକୁ ଏକ ଉତ୍ତମ ସ୍ଥାନ ଦେଇପାରିବା । ଭାରତୀୟ ସଂସ୍କୃତିରେ ଉଭୟ ଜ୍ଞାନ ଏବଂ ସମୃଦ୍ଧିର ଦେବୀ କମଳ ଲତା ଉପରେ ବସିଛନ୍ତି । ଆଜି ସମଗ୍ର ବିଶ୍ୱ ଏହାକୁ ଅଧିକ ଆବଶ୍ୟକ କରୁଛି । ଅଂଶୀଦାର ଭାବରେ ଜ୍ଞାନ ଯାହା ଆମ ପରିସ୍ଥିତିକୁ ଦୂର କରିବାରେ ସାହାଯ୍ୟ କରୁଛି ଏବଂ ସମୃଦ୍ଧିର ସମୃଦ୍ଧତା ଯାହା ଶେଷ ପର୍ଯ୍ୟାୟରେ ଶେଷ ବ୍ୟକ୍ତିଙ୍କ ନିକଟରେ ପହଂଚିପାରୁଛି ।

ଏହି କାରଣରୁ ଜି-୨ଠ ଲୋଗୋରେ ପୃଥିବୀ ମଧ୍ୟ ଏକ ଲତା ଉପରେ ରଖାଯାଇଛି । ଲୋଗୋରେ ଥିବା କମଳ ପଦ୍ମ ଫୁଲର ୨ଟି ପାଖୁଡ଼ା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେମାନେ ସାତ ମହାଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଏହି ସାତଟି ପାଖୁଡ଼ା ହେଉଛି ସଂଗୀତର ସର୍ବଭାରତୀୟ ଭାଷାର ସୂର । ସଂଗୀତରେ ଯେତେବେଳେ ସାତଟି ସୂର ଏକାଠି ହୁଏ, ସେମାନେ ସେତେବେଳେ ସମ୍ପୂର୍ଣ୍ଣ ସମନ୍ୱୟ ସୃଷ୍ଟି କରନ୍ତି । କିନ୍ତୁ ପ୍ରତ୍ୟେକ ସୂରର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ସେହିଭଳି ବିବିଧତାକୁ ସମ୍ମାନ ଦେଉଥିବା ବେଳେ ଜି-୨ଠ ବିଶ୍ୱକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି ।

ସାଥୀମାନେ,

ଏହି କଥା ସତ ଯେ ଦୁନିଆରେ ଯେତେବେଳେ ଜି-୨ଠ ଭଳି ବଡ଼ ପ୍ଲାଟଫର୍ମ୍ସର କୌଣସି ସମ୍ମିଳନୀ ହୋଇଥିଲା, ତେବେ ତାହା ନିଜର କୂଟନୀତିକ ଏବଂ ଭୂ-ରାଜନୀତିକ ହୋଇଥାଏ । ଏହା ସ୍ୱାଭାବିକ ମଧ୍ୟ ଅଟେ । କିନ୍ତୁ ଭାରତ ପାଇଁ ଏହି ସମ୍ମିଳନୀ କେବଳ ଏକ ଡିପ୍ଲେମେଟିକ ମିଟିଂ ନ ଥିଲା । ଭାରତ ଏହାକୁ ନିଜ ପାଇଁ ଏକ ନୂଆ ଦାୟିତ୍ୱ ଭାବରେ ଦେଖୁଛି । ଆଜି ବିଶ୍ୱରେ ଭାରତକୁ ଜାଣିବାକୁ, ଭାରତକୁ ବୁଝିବାକୁ ଏକ ଅଦ୍ଭୁତପୂର୍ବ ଜିଜ୍ଞାସା ରହିଛି । ଆଜି ଭାରତକୁ ଗୋଟିଏ ନୂତନ ଆଲୋକରେ ଅଧ୍ୟୟନ କରାଯାଉଛି । ଆମର ବର୍ତ୍ତମାନର ସଫଳତାଗୁଡ଼ିକର ଆକଳନ କରାଯାଉଛି, ଆମର ଭବିଷ୍ୟତକୁ ନେଇ ଅଦ୍ଭୁତପୂର୍ବର୍ ଆଶା ପ୍ରକଟିତ ହେଉଛି ।

ଏମିତି ଭାବରେ ଆମ ଦେଶବାସୀଙ୍କର ଦାୟିତ୍ୱ ରହିଛି ଯେ ଆମେ ଏହି ଆଶାଗୁଡ଼ିକୁ ଉପେକ୍ଷାଗୁଡ଼ିକୁ ବହୁ ଅଧିକ ଭାବରେ ଉନ୍ନତି କରି ଦେଖାଇବାକୁ ଅଛି । ଏହା ଆମର ଦାୟିତ୍ୱ ଅଟେ ଯେ ଆମେ ଭାରତର ଚିନ୍ତା ଏବଂ ସାମର୍ଥ୍ୟରୁ, ଭାରତର ସଂସ୍କୃତି ଏବଂ ସମାଜଶକ୍ତିରୁ ବିଶ୍ୱକୁ ପରିଚିତ କରାଇବ । ଏହା ଆମର ଦାୟିତ୍ୱ ଯେ ଆମେ ଆମର ହଜାର ହଜାର ବର୍ଷର ପୁରୁଣା ସଂସ୍କୃତିର ବୌଦ୍ଧିକତା ଏବଂ ସେଥିରେ ସମାହିତ ଆଧୁନିକତାରୁ ବିଶ୍ୱର ଜ୍ଞାନବର୍ଦ୍ଧନ କରିବ ।

ଯେଉଁଭଳି ଭାବରେ ଆମେ ଶତାବ୍ଦୀ ଧରି ଏବଂ ସହଶ୍ରାଦ୍ଧିରୁ ମଧ୍ୟ ‘ଜୟ-ଜଗତ’ର ବିଚାରକୁ ଜିତି ଆସିଛୁ, ଆଜି ଆମେ ତାହାକୁ ଜୀବନ୍ତ କରି ଆଧୁନିକ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିବାକୁ ହେବ । ଆମକୁ ସମସ୍ତଙ୍କୁ ଯୋଡ଼ିବାକୁ ହେବ। ସମସ୍ତଙ୍କ ବୈଶ୍ୱିକ କର୍ତ୍ତବ୍ୟର ବୋଧ କରାଇବାକୁ ହେବ । ବିଶ୍ୱ ଭବିଷ୍ୟତରେ ତାହାର ନିଜର ଭାଗିଦାରୀ ପାଇଁ ଜାଗ୍ରତ କରିବାକୁ ହେବ । ପ୍ରେରିତ କରିବାକୁ ହେବ ।

ସାଥୀମାନେ,

ଆଜି ଯେତେବେଳେ ଭାରତ ଜି-୨ଠର ଅଧ୍ୟକ୍ଷତା କରିବାକୁ ଯାଉଛି, ତେବେ ଏହି ଆୟୋଜନ ଆମରି ପାଇଁ, ୧୩ଠ କୋଟଇ ଭାରତୀୟମାନଙ୍କ ଶକ୍ତି ଏବଂ ସାମର୍ଥ୍ୟର ପ୍ରତିନିଧିତ୍ୱ ଅଟେ । ଆଜି ଭାରତ ଏହି ଶିଖରରେ ପହଂଚିଛି । କିନ୍ତୁ, ଏହା ପଛରେ ଆମର ହଜାର ବର୍ଷର ବହୁତ ବଡ଼ ଯାତ୍ରା ଯୋଡ଼ି ହୋଇଛି । ଆମେ ହଜାର ବର୍ଷର ଉକ୍ରର୍ଷ ଏବଂ ବୈଭବ ମଧ୍ୟ ଦେଖିଛୁ । ଆମେ ବିଶ୍ୱର ସବୁଠାରୁ ଅନ୍ଧକାରମୟ ସମୟ ମଧ୍ୟ ଦେଖିଛୁ । ଆମେ ଶତାବ୍ଦୀ ଧରି ଦାସତ୍ୱ ଏବଂ ଅନ୍ଧକାରରେ ଜିଇଁବାର ବହୁତ କଷ୍ଟର ଦିନ ଆମେ ଦେଖିଛୁ । ଅନେକ ଆକ୍ରାନ୍ତ ଏବଂ ଅତ୍ୟାଚାରର ସମ୍ମୁଖିନ ହେବାକୁ ଯାଇ, ଭାରତ ଏକ ଜୀବନ୍ତ ଇତିହାସକୁ ଏକତ୍ରିତ କରିବାରେ ଆଜି ଏ ପର୍ଯ୍ୟନ୍ତ ପହଂଚିଛି ।

ସେହି ଅନୁଭବ ଆଜି ଭାରତର ବିକାଶ ଯାତ୍ରାରେ ତାହାର ସବୁଠାରୁ ବଡ଼ ଶକ୍ତି ଅଟେ, ସ୍ୱାଧୀନତା ପରେ ଆମେ ଶୂନରୁ ଆରମ୍ଭ କରି, ଶିଖରକୁ ଲକ୍ଷ୍ୟ କରି, ଏକ ବଡ଼ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ଗତ ୭୫ ବର୍ଷରେ ଯେତେ ମଧ୍ୟ ସରକାର ରହିଥିଲେ, ସେହି ସମସ୍ତଙ୍କ ପ୍ରୟାସ ସାମିଲ ରହିଛି, ସମସ୍ତ ସରକାର ଏବଂ ନାଗରିକମାନେ ନିଜ ନିଜ ଉପାୟରେ ମିଶି ଭାରତକୁ ଆଗକୁ ନେବାରେ ପ୍ରୟାସ କରିଥିଲେ । ଆମେ ଏହି ଉତ୍ସାହରୁ ଆଜି ଏକ ନୂତନ ଶକ୍ତି ସହିତ ପୂରା ଦୁନିଆକୁ ସାଥିରେ ନେଇ ଆଗକୁ ବଢ଼ିବାକୁ ହେବ ।

ସାଥୀମାନେ,

ଭାରତର ହଜାର ବର୍ଷ ପୁରାତନ ସଂସ୍କୃତି ଆମକୁ ଆଉ ଗୋଟିଏ କଥା ଶିଖାଇଛି । ଯେତେବେଳେ ଆମେ ପ୍ରଗତି ପାଇଁ ପ୍ରୟାସ କରିଥାଉ, ସେତେବେଳେ ଆମେ ବୈଶ୍ୱିକ ପ୍ରଗତିର ପରିକଳ୍ପନା ମଧ୍ୟ କରିଥାନ୍ତି । ଆଜି ଭାରତ ବିଶ୍ୱର ଏତେ ସମୃଦ୍ଧ ଏବଂ ସଜୀବ ଲୋକତନ୍ତ୍ର ଅଟେ । ଆମ ନିକଟରେ ଲୋକତନ୍ତ୍ରର ସଂସ୍କାର ମଧ୍ୟ ଅଛି ଏବଂ ଗଣତନ୍ତ୍ରର ମା’ ଭାବରେ ଗୌରବଶାଳୀ ପରମ୍ପରା ମଧ୍ୟ ଅଛି । ଭାରତ ନିକଟରେ ଯେତେ ବୈଶିଷ୍ଟ୍ୟତା ଅଛି, ସେତିକି ମଧ୍ୟ ବିବିଧତା ରହିଛି । ଏହି ଗଣତନ୍ତ୍ର, ଏହି ବିବିଧତା, ଏହି ଦେଶଜ ଆପ୍ରୋଚ, ଏହା ସହିତ ଭାବନା, ଏହି ସ୍ଥାନୀୟ ଜୀବନଶୈଳୀ, ଏହି ବୈଶ୍ୱିକ ଚିନ୍ତାଧାରା, ଆଜି ବିଶ୍ୱ ଏହି ବିଚାରେ ଆମର ସମସ୍ତ ଆହ୍ୱାନର ସମାଧାନ ଦେଖୁଛି ।

ଏବଂ, ଜି-୨ଠ ଏଥିପାଇଁ ଏକ ବଡ଼ ଅବସର ଭାବରେ କାର୍ଯ୍ୟରେ ଆସିପାରିବ । ଆମେ ଦୁନିଆକୁ ଏହା ଦେଖାଇପାରିବା ଯେ କେମିତି ଗଣତନ୍ତ୍ର ଯେତେବେଳେ ଏକ ବ୍ୟବସ୍ଥା ସହିତ ଏକ ସଂସ୍କାର ଏବଂ ସଂସ୍କୃତି ପାଲଟି ଯାଇଥାଏ, ତେବେ ଅବରୋଧର ସୀମା ଶେଷ ହୋଇ ଯାଇଥାଏ ।

ଆମେ ଦୁନିଆର ପ୍ରତ୍ୟେକ ମଣିଷକୁ ଆଶ୍ୱସ୍ତ କରିପାରିବୁ ଯେ ପ୍ରଗତି ଏବଂ ପ୍ରକୃତି ଦୁଇଟିଯାକ ଜଣେ ଅନ୍ୟଜଣଙ୍କ ସହିତ ଚାଲିପାରିବ । ଆମକୁ ଶତତ ବିକାଶକୁ କେବଳ ସରକାରଙ୍କ ବ୍ୟବସ୍ଥା ପରିବର୍ତ୍ତେ ବ୍ୟକ୍ତିଗତ ଜୀବନଶୈଳୀର ଅଂଶ ମଧ୍ୟ ହେବାକୁ ହେବ, ଏହାର ବିସ୍ତାର କରିବାକୁ ହେବ । ବାତାବରଣ ଆମ ପାଇଁ ବୈଶ୍ୱିକ କାରଣ ସହିତ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ ହେବା ଦରକାର ।

ସାଥୀମାନେ,

ଆଜି ବିଶ୍ୱ ଚିକିତ୍ସା ସ୍ଥାନରେ ଆରୋଗ୍ୟର ଅନ୍ୱେଷଣ କରୁଛି । ଆମର ଆୟୁର୍ବେଦ, ଆମର ଯୋଗ, ଯାହାକୁ ନେଇ ଦୁନିଆରେ ଏକ ନୂତନ ବିଶ୍ୱାସ ଏବଂ ଉତ୍ସାହ ଅଛି, ଆମେ ତାହାର ବିସ୍ତାର ପାଇଁ ଏକ ବୈଶ୍ୱିକ ବ୍ୟବସ୍ଥା ତିଆରି କରିପାରିବା । ଆଗାମୀ ବର୍ଷ ବିଶ୍ୱ ଇଣ୍ଟର ନାସନାଲ ଇୟର ଅଫ ମିଲେଟସ ପାଳନ କରିବାକୁ ଯାଉଛି, କିନ୍ତୁ ଆମେ ଶତାବ୍ଦୀରୁ ଅନେକଗୁଡ଼ିଏ ମୋଟା ଶସ୍ୟକୁ ନିଜ ଘର ରୋଷେଇ ଘରେ ସ୍ଥାନ ଦେଇଛୁ ।

ସାଥୀମାନେ,

ଅନେକ କ୍ଷେତ୍ରରେ ଭାରତର ଉପଲବ୍ଧିମାନ ଏମିତି ଅଛି, ଯାହା ବିଶ୍ୱର ଅନ୍ୟ ଦେଶମାନଙ୍କ ଠାରୁ ମଧ୍ୟ କାମରେ ଆସିପାରିବ । ଉଦାହରଣ ସ୍ୱରୂପ, ଭାରତ ଡିଜିଟାଲ ଟେକ୍ନୋଲୋଜୀର ଉପଯୋଗ ଯେଉଁଭଳି ଭାବରେ ବିକାଶ ପାଇଁ କରିଛି, ତା’ ସହିତ ଭ୍ରଷ୍ଟାଚାରକୁ ଶେଷ କରିବାକୁ ଯେଉଁ ଉଦ୍ୟମ କରିଛି, ବାଣିଜ୍ୟରେ ସୁଗମତା ଏବଂ ଜିଇଁବାରେ ସୁଗମତାକୁ ବଢ଼ାଇବା ପାଇଁ ଯାହା କରାଯାଇଛି, ଏ ସମସ୍ତ ବିକାଶଶୀଳ ଦେଶମାନଙ୍କ ପାଇଁ ମୋଡେଲ ହୋଇଛି, ଟେମ୍ପଲେଟ୍ସ ହୋଇଛି ।

ଏହିଭଳି ଭାବରେ, ଆଜି ଭାରତ ମହିଳା ସଶକ୍ତିକରଣ, ତା’ଠାରୁ ବୃଦ୍ଧି ଘଟି ମହିଳା ନେତୃତ୍ୱରେ ବିକାଶ ଦିଗରେ ପ୍ରଗତି କରୁଛି । ଆମର ଜନଧନ ଆକାଉଣ୍ଟ ଏବଂ ମୁଦ୍ରା ଭଳି ଯୋଜନାମାନ ମହିଳାମାନଙ୍କ ବିତ୍ତୀୟ ସମାବେଶନକୁ ସୁନିଶ୍ଚିତ କରିଛି । ଏମିତି ବିଭିନ୍ନ କ୍ଷେତ୍ରରେ ଆମର ଅନୁଭବ ବିଶ୍ୱକୁ ବଡ଼ ସାହାଯ୍ୟ କରିପାରିବ ଏବଂ ଜି-୨ଠରେ ଭାରତର ଅଧ୍ୟକ୍ଷତା, ଏହି ସମସ୍ତ ସଫଳ ଅଭିଯାନକୁ ବିଶ୍ୱ ପର୍ଯ୍ୟନ୍ତ ନେବାରେ ଏକ ପ୍ରମୁଖ ମାଧ୍ୟମ ହୋଇଆସୁଛି ।

ସାଥୀମାନେ,

ଆଜିର ବିଶ୍ୱ ସାମୁହିକ ନେତୃତ୍ୱ ଦିଗରେ ବହୁତ ଆଶାର ସହିତ ଦେଖୁଛି । ସେ ଜି-୭ ହେଉ, ଜି-୭୭ ହେଉ କିମ୍ବା ୟୁଏନଜିଏ ହେଉ । ଏହି ପରିବେଶରେ, ଜି-୨ଠର ସଭାପତି ଭାବରେ ଭାରତର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଭାରତ ଗୋଟିଏ ପଟେ ବିକଶିତ ଦେଶରୁ ଘନିଷ୍ଠ ବନ୍ଧୁତ୍ୱ ରଖିଥାଏ, ଏବଂ ଏହା ସହିତ ବିକାଶଶୀଳ ଦେଶର ଦୃଷ୍ଟିକୋଣକୁ ମଧ୍ୟ ଭଲ ଭାବରେ ବୁଝିଥାଏ, ତାହାର ଅଭିବ୍ୟକ୍ତି କରିଥାଏ । ଏହି ଆଧାର ଉପରେ ଆମେ ଆମର ଜି-୨ଠ ଅଧ୍ୟକ୍ଷତା ଭାବରେ ରୂପରେଖ ‘ଗ୍ଲୋବାଲ ସାଉଥ‘ର ସେହି ସମସ୍ତ ବନ୍ଧୁମାନଙ୍କ ସହିତ ମିଶି ନିର୍ମାଣ କରିବେ ଯେଉଁ ବିକାଶର ପଥରେ ଦଶନ୍ଧି ଧରି ଭାରତର ସହଯାତ୍ରୀ ରହିଛି ।

ଆମରି ପ୍ରୟାସ ରହିବ ଯେ ବିଶ୍ୱରେ କୌଣସି ମଧ୍ୟ ପ୍ରଥମ ବିଶ୍ୱ କିମ୍ବା ତୃତୀୟ ବିଶ୍ୱ ନ ହେଉ, ବରଂ କେବଳ ଗୋଟିଏ ବିଶ୍ୱ ହେଉ । ଭାରତ, ପୁରା ବିଶ୍ୱକୁ ଏକ ସାମାନ୍ୟ ଉଦେଶ୍ୟ ପାଇଁ, ଗୋଟିଏ ଉନ୍ନତ ଭବିଷ୍ୟତ ପାଇଁ, ସାଥୀରେ ନେବା ପାଇଁ ଦୃଷ୍ଟିକୋଣ ଉପରେ କାର୍ଯ୍ୟ କରୁଛି । ଭାରତ, ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରୀଡର ମନ୍ତ୍ର ସହିତ ବିଶ୍ୱର ଅକ୍ଷୟ ଶକ୍ତି ବିପ୍ଳବର ଆହ୍ୱାନ କରିଛନ୍ତି । ଭାରତ ଗୋଟିଏ ଧରିତ୍ରୀ, ଗୋଟିଏ ସ୍ୱାସ୍ତ୍ୟର ମନ୍ତ୍ର ସହିତ ବୈଶ୍ୱକି ସ୍ୱାସ୍ଥ୍ୟକୁ ସଶକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି । ଏବଂ ବର୍ତ୍ତମାନ ଜି-୨ଠରେ ମଧ୍ୟ ଆମର ମନ୍ତ୍ର ହେଉଛି- ‘ଗୋଟିଏ ଧରିତ୍ରୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।’ ଭାରତର ଏହି ବିଚାର, ଏହି ସଂସ୍କାର, ବିଶ୍ୱ କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ ।

ସାଥୀମାନେ,

ଆଜି ମୋର ଦେଶର ସମସ୍ତ ରାଜ୍ୟ ସରକାର, ସମସ୍ତ ରାଜନୈତିକ ଦଳରୁ ମଧ୍ୟ ଗୋଟିଏ ଅନୁରୋଧ ଅଛି । ଏହି ଆୟୋଜନ କେବଳ କେନ୍ଦ୍ର ସରକାରଙ୍କର ନୁହେଁ । ଏହି ଆୟୋଜନ ଆମ ଭାରତୀୟଙ୍କର ଆୟୋଜନ ଅଟେ । ଜି-୨ଠ ଆମ ପାଇଁ ‘ଅତିଥି ଦେବୋ ଭବ’ର ନିଜସ୍ୱ ପରମ୍ପରାକୁ ଦର୍ଶନ କରାଇବାର ମଧ୍ୟ ଏକ ବଡ଼ ସୁଯୋଗ ଅଟେ । ଏହି ଜି-୨ଠ ସହିତ ଜଡ଼ିତ ଆୟୋଜନ କେବଳ ଦିଲ୍ଲୀ କିମ୍ବା କିଛି କିଛି ଗୋଟିଏ ସ୍ଥାନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏହା ଅନ୍ତର୍ଗତ ଦେଶର କୋଣ ଅନୁକୋଣରେ କାର୍ଯ୍ୟକ୍ରମ ହେବ । ଆମର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ବିଶେଷତା ରହିଛି, ଆମର ଐତିହ୍ୟ ରହିଛି । ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସଂସ୍କୃତି ଅଛି, ନିଜର ସୌନ୍ଦର୍ଯ୍ୟ ରହିଛି, ନିଜସ୍ୱ ଆଭା ଅଛି, ନିଜସ୍ୱ ଆତିଥ୍ୟ ରହିଛି ।

ରାଜସ୍ଥାନର ଆତିଥ୍ୟ ଆମନ୍ତ୍ରଣ ଅଛି- ଆମ ଦେଶକୁ ଆସନ୍ତୁ! ଗୁଜରାଟର ଆନ୍ତରିକଭରା ଅଭିନନ୍ଦନ- ଆପଣମାନଙ୍କୁ ସ୍ୱାଗତ! ଏହି ଭଲପାଇବା କେରଳର ମଲାୟାଲାମରେ ଦେଖିଛି- ଏଲ୍ଲାୱାର୍କ୍କୁମ ସ୍ୱାଗତମ ‘ଅତୁଲ୍ୟ ଭାରତର ହୃଦୟ’ । ମଧ୍ୟ ପ୍ରଦେଶ କହୁଛି- ଆପଣଙ୍କୁ ସ୍ୱାଗତ! ପଶ୍ଚିମ ବଙ୍ଗଳାରେ ମିଠା ବଙ୍ଗଳାରେ ଆପଣଙ୍କୁ ସ୍ୱାଗତ ହୋଇଥାଏ- ଆପଣଙ୍କୁ ସ୍ୱାଗତ ଜାନାଇ! ତାମିଲନାଡୁ, କଦଏଗଲ ମୁଡି-ମଦିଲୟେ, ସେ କହିଥାଏ- ଥଂଗଲ ୱଖ ନଲ-ୱର- ୱାହୁହଅ!, ୟୁପିର ଆଗ୍ରହ ହୋଇଥାଏ- ୟୁପି ଯଦି ଦେଖିନାହାନ୍ତି ତେବେ ଭାରତ ଦେଖିନାହଁ । ହିମାଚଳ ପ୍ରଦେଶ ଏକ ଗନ୍ତବ୍ୟସ୍ଥଳ, ଯାହାକି ସବୁ ଋତୁରେ ଏବଂ ସବୁ କାରଣରୁ ଅର୍ଥାତ ‘ପ୍ରତ୍ୟେକ ଋତୁରେ ପ୍ରତ୍ୟେକ କାରଣ’ ପାଇଁ, ଆମକୁ ଡାକିଥାଏ । ଉତ୍ତରାଖଣ୍ଡ ‘ସିମ୍ପଲି ହାଭେନ’ ଅଟେ । ଏହି ଆତିଥ୍ୟ, ଏହି ବିବିଧତା ବିଶ୍ୱକୁ ବିସ୍ମିତ କରିଥାଏ । ଜି-୨ଠ ମାଧ୍ୟମରେ ଆମକୁ ଆମର ଏହି ଭଲପାଇବାକୁ ଦୁନିଆ ପର୍ଯ୍ୟନ୍ତ ପହଂଚାଇବାକୁ ହେବ ।

ସାଥୀମାନେ,

ବର୍ତ୍ତମାନ ଆସନ୍ତା ସପ୍ତାହରେ ମୁଁ ଇଣ୍ଡୋନେସିଆ ଯିବି । ସେଠାରେ ବିଧିବଦ୍ଧ ଭାବରେ ଭାରତକୁ ଜି-୨ଠର ଅଧ୍ୟକ୍ଷତା ଦିଆଯିବାର ଘୋଷଣା ହେବ । ମୁଁ ଦେଶର ସମସ୍ତ ରାଜ୍ୟକୁ, ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି, ସେମାନେ ସେଥିରେ ନିଜ ରାଜ୍ୟର ଭୂମିକାକୁ ଅଧିକରୁ ଅଧିକ ବିସ୍ତାର କରନ୍ତୁ । ଏହି ଅବସରରେ ନିଜ ରାଜ୍ୟ ପାଇଁ ଲାଭ ଉଠାନ୍ତୁ । ଦେଶର ସମସ୍ତ ନାଗରିକ, ବୁଦ୍ଧିଜୀବୀ ମଧ୍ୟ ଏହି ଆୟୋଜନର ଅଂଶୀଦାର ହେବା ପାଇଁ ଆଗୁ ଆସନ୍ତୁ। ବର୍ତ୍ତମାନ ଉଦଘାଟନ ହୋଇଥିବା ୱେବସାଇଟରେ ଆପଣ ସମସ୍ତଙ୍କର ଏଥିପାଇଁ ଆପଣଙ୍କ ପରାମର୍ଶ ଦେଇପାରିବେ, ଆପଣଙ୍କ ବିଚାର ପ୍ରକଟ କରିପାରିବେ ।

ବିଶ୍ୱ କଲ୍ୟାଣ ପାଇଁ ଭାରତ କେମିତି ନିଜର ଭୂମିକାକୁ ବଢ଼ାଇବ, ଏହି ଦିଗରେ ଆପଣଙ୍କ ମତାମତ ଏବଂ ଭାଗିଦାରୀ ଜି-୨ଠ ଭଳି ଆୟୋଜନର ସଫଳତାକୁ ନୂତନ ଶିଖର ଦେବ । ମୋତେ ବିଶ୍ୱାସ ଅଛି, ଏହି ଆୟୋଜନ କେବଳ ଭାରତ ପାଇଁ ସ୍ମରଣୀୟ ହୋଇ ରହିବ ନାହିଁ, ବରଂ ଭବିଷ୍ୟତରେ ମଧ୍ୟ ବିଶ୍ୱ ଇତିହାସରେ ଏହାର ଆକଳନ ଏକ ମହତ୍ୱପୂର୍ଣ୍ଣ ସୁଯୋଗ ଭାବରେ ମୁଁ କରିବି ।

ଏହି କାମନା ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ହାର୍ଦ୍ଦିକ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Samsung to manufacture AI data center HVAC products in India, expanding to Asia-Pacific

Media Coverage

Samsung to manufacture AI data center HVAC products in India, expanding to Asia-Pacific
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.