“ଆଧୁନିକ ତଥା ବିକଶିତ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିଛନ୍ତି”
“ରୋଜଗାର ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି”
“ଜାତୀୟ ସଫଳତା ସର୍ଭେରେ ମଧ୍ୟପ୍ରଦେଶ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଲମ୍ଫ ଦେଇଛି”
“ଆପଣ ସର୍ବଦା ମନେ ରଖିବା ଉଚିତ ଯେ ଆପଣଙ୍କ ଶିକ୍ଷା କେବଳ ବର୍ତ୍ତମାନର ନୁହେଁ ବରଂ ଦେଶର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ନୂତନ ଭାବେ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ନମସ୍କାର,

ମଧ୍ୟପ୍ରଦେଶର ଯୁବକମାନଙ୍କୁ ସରକାରୀ ଚାକିରି ଯୋଗାଇବାର ଅଭିଯାନ ଦ୍ରୁତ ଗତିରେ ଚାଲିଛି । ଭିନ୍ନ  ଭିନ୍ନ ଜିଲ୍ଲାରେ ରୋଜଗାର ମେଳା ଆୟୋଜନ କରି ବିଭିନ୍ନ ପଦବୀରେ ହଜାର ହଜାର ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିମଧ୍ୟରୁ 22 ହଜାର 400ରୁ ଅଧିକ ଯୁବକମାନଙ୍କୁ ଶିକ୍ଷକ ପଦ ପାଇଁ ନିଯୁକ୍ତି ଦିଆଯାଇଛି। ଆଜି ମଧ୍ୟ ଅନେକ ଯୁବକଙ୍କୁ ନିଯୁକ୍ତି ପତ୍ର ମିଳିଛି । ମୁଁ ସମସ୍ତ ଯୁବକଙ୍କୁ ଶିକ୍ଷାଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାମିଲ ଦେଇଥିବାରୁ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ସାଥୀଗଣ,

କେନ୍ଦ୍ର ସରକାର ଆଧୁନିକ ତଥା ବିକଶିତ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିଛନ୍ତି । ଏହି ନୀତି ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ, ସମ୍ପର୍ଣ୍ଣ ବିକାଶ, ଜ୍ଞାନ, କୌଶଳ, ସଂସ୍କୃତି ଏବଂ ଭାରତୀୟ ମୂଲ୍ୟବୋଧର ସମ୍ବର୍ଦ୍ଧନ ଉପରେ ଗୁରୁତ୍ୱ ଦେଉଛି । ଏହି ନୀତିକୁ ପ୍ରଭାବଶାଳ ଭାବରେ କାର୍ଯ୍ୟକାରୀ କରିବାରେ ଶିକ୍ଷକମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମଧ୍ୟପ୍ରଦେଶରେ ବ୍ୟାପକ ଭାବେ ଶିକ୍ଷକ ନିଯୁକ୍ତି ଅଭିଯାନ ଏହି ଦିଗରେ ହେଉଛି ଏକ ବଡ ପଦକ୍ଷେପ । ମୋତେ ଅବଗତ କରାଯାଇଛି ଯେ ମୋଟ ନୂତନ ନିଯୁକ୍ତି ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଶିକ୍ଷକ ଆଦିବାସୀ ଅଞ୍ଚଳର ବିଦ୍ୟାଳୟରେ ନିଯୁକ୍ତ ହେବେ । ଏତେ ବ୍ୟାପକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦ୍ବାରା ଗ୍ରାମାଞ୍ଚଳର ପିଲାମାନେ ସର୍ବାଧିକ ଉପକୃତ ହେବେ, ଆମର ଭବିଷ୍ୟତ ପିଢୀ ମଧ୍ୟ ଉପକୃତ ହେବେ । ମୁଁ ଖୁସି ଯେ ଏମପି ସରକାର ଚଳିତ ବର୍ଷ 1 ଲକ୍ଷରୁ ଅଧିକ ସରକାରୀ ପଦବୀରେ ନିଯୁକ୍ତି ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା 60 ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ କରିବାର ଲକ୍ଷ୍ୟ ରହିଛି । ଏହି ପ୍ରୟାସର ପରିଣାମ ହେଉଛି ଜାତୀୟ ସଫଳତା ସର୍ଭେରେ ଏମପି ଶିକ୍ଷା କ୍ଷେତ୍ରରେ ଗୁଣବତ୍ତାରେ ଏକ ବହୁତ ବଡ଼ ଲମ୍ଫ ପ୍ରଦାନ କରିଛି । ଏହି ମାନ୍ୟତାରେ, ଏମପି 17 ତମ ସ୍ଥାନରୁ 5 ନମ୍ବରରେ ପହଞ୍ଚିଛି, ଅର୍ଥାତ୍ 12 ନମ୍ବରର ଲମ୍ଫ ପ୍ରଦାନ କରିଛି, ଏବଂ ତାହା ମଧ୍ୟ ବିନା ହୋ- ହାଲ୍ଲାରେ, ବିନା ପାଟି ତୁଣ୍ଡରେ, ବିଜ୍ଞାପନରେ ଟଙ୍କା ଖର୍ଚ୍ଚ ନକରି, ଚୁପଚାପ୍, ଏହି ପ୍ରକାର କାର୍ଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ସମର୍ପଣ ଭାବ ଆବଶ୍ୟକ।  ସମର୍ପଣ ବିନା ଏହା  ସମ୍ଭବ ନୁହେଁ । ଏକ ପ୍ରକାରରେ ସାଧନା ଭାବ ଆବଶ୍ୟକ, ଶିକ୍ଷା ପ୍ରତି ଭକ୍ତି ଭାବ ଆବଶ୍ୟକ । ମୁଁ  ମଧ୍ୟପ୍ରଦେଶର ସମସ୍ତ ବିଦ୍ୟାର୍ଥୀଙ୍କୁ, ମଧ୍ୟପ୍ରଦେଶର ସମସ୍ତ ଶିକ୍ଷକଙ୍କୁ, ଏମପି  ସରକାରଙ୍କୁ ଶିକ୍ଷା କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ସିଦ୍ଧି ତଥା ଏହି ନିରବ ସାଧନା ପାଇଁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ସ୍ବାଧୀନତାର ଅମୃତ କାଳରେ ଦେଶ ବଡ଼ ଲକ୍ଷ୍ୟ ଏବଂ ନୂତନ ସଂକଳ୍ପ ସହିତ ଆଗକୁ ବଢୁଛି । ଏହି ଲକ୍ଷ୍ୟ ହାସଲ ପାଇଁ ଯେଉଁ ବିକାଶ କାର୍ଯ୍ୟ କରାଯାଉଛି, ତାହା ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରୁଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ଆଜି ଦ୍ରୁତ ଗତିରେ ଯେଉଁ  ଭିତ୍ତିଭୂମି ନିର୍ମାଣର ଗତି ବୃଦ୍ଧି ପାଇଛି ତାହା ଦ୍ବାରା ମଧ୍ୟ ନିଯୁକ୍ତିର ନୂତନ ସମ୍ଭାବନା ସୃଷ୍ଟି କରୁଛି । ଯେପରି କିଛି ଦିନ ପୂର୍ବରୁ  ଭୋପାଳ ଏବଂ ଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଛି । ଏହି ଟ୍ରେନ   ଚଳାଚଳ ହେବାରୁ ପେସାଦାର, ଏବଂ ବ୍ୟବସାୟୀମାନେ କେବଳ ଏହି ଟ୍ରେନରୁ ସୁବିଧା ପାଇବେ ନାହିଁ, ବରଂ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇବ । ଏକ ଷ୍ଟେସନ୍- ଏକ ଉତ୍ପାଦ ଏବଂ ଏକ ଜିଲ୍ଲା- ଏକ ଉତ୍ପାଦ ଭଳି ସ୍କିମ୍ ମାଧ୍ୟମରେ ସ୍ଥାନୀୟ ଉତ୍ପାଦଗୁଡିକ ବହୁ ଦୂର ଦୂରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁଛି। ଏହି ସମସ୍ତ ଯୋଜନା ରୋଜଗାର ବୃଦ୍ଧି ଏବଂ ଆୟ ବୃଦ୍ଧିରେ ସାହାୟତା କରୁଛି । ଏହା ସହିତ ମୁଦ୍ରା ଯୋଜନା ଦ୍ବାରା ମଧ୍ୟ ସେହି ଲୋକମାନଙ୍କୁ ବହୁତ ସାହାଯ୍ୟ କରିଛି, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ବହୁତ ଦୁର୍ବଳ ଥିଲେ କିନ୍ତୁ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଥିଲେ । ସରକାର ଯୋଜନା ଓ ନୀତି ସ୍ତରରେ ପରିବର୍ତ୍ତନ କରିଛନ୍ତି, ଯାହାଦ୍ବାରା ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ମଧ୍ୟ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି।

ସାଥୀଗଣ,

ରୋଜଗାର ଏବଂ ସ୍ବରୋଜଗାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଯୁବକମାନଙ୍କୁ ତାଲିମ ପ୍ରଦାନ ପାଇଁ ସାରା ଦେଶରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି । ଚଳିତ ବର୍ଷର ବଜେଟରେ 30ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତୀୟ କେନ୍ଦ୍ର ଖୋଲିବାକୁ ଘୋଷଣା କରାଯାଇଛି । ଏଥିରେ ଯୁବକମାନଙ୍କୁ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତାଲିମ ଦିଆଯିବ। ଚଳିତ ବର୍ଷର ବଜେଟରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଛୋଟ କାରିଗରମାନଙ୍କୁ ତାଲିମ ପ୍ରଦାନ ଏବଂ ଏମଏସଏମଇ ସହିତ ଯୋଡିବା ପାଇଁ ଏକ ପଦକ୍ଷେପ ନିଆଯାଇଛି।

ସାଥୀଗଣ,

ଏମପିରେ ଯେଉଁ ହଜାର ହଜାର ଯୁବକଙ୍କୁ ଶିକ୍ଷକଙ୍କ ଭାବରେ ନିଯୁକ୍ତି ହୋଇଛି, ସେମାନଙ୍କୁ ମୁଁ ପୁଣି ଥରେ କହିବାକୁ ଚାହେଁ । ଆପଣମାନେ ନିଜ ଜୀବନର ଗତ 10-15 ବର୍ଷକୁ ଦେଖନ୍ତୁ । ଆପଣମାନେ ଜାଣି ପାରିବେ ଯେ ଆପଣମାନଙ୍କ ଜୀବନରେ ସର୍ବାଧିକ ପ୍ରଭାବ ପକାଇଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବରେ ଆପଣମାନଙ୍କର ମାତା ଏବଂ ଆପଣମାନଙ୍କର ଶିକ୍ଷକ । ଯେଭଳି ଭାବେ ସେମାନେ ଆପଣମାନଙ୍କ ହୃଦୟରେ ଅଛନ୍ତି, ଆପଣମାନଙ୍କର ଶିକ୍ଷକ ଆପଣମାନଙ୍କ ହୃଦୟରେ ଅଛନ୍ତି, ସେହିପରି  ଆପଣମାନଙ୍କୁ ମଧ୍ୟ ବିଦ୍ୟାର୍ଥୀମାନଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିବାକୁ ପଡିବ । ଆପଣମାନେ ସବୁବେଳେ ଏହି କଥା ମନେ ରଖିବା ଉଚିତ ଯେ ଆପଣମାନଙ୍କର ଶିକ୍ଷା, କେବଳ ଦେଶର ବର୍ତ୍ତମାନର ନୁହେଁ ବରଂ ଭବିଷ୍ୟତକୁ ମଧ୍ୟ ଗଢି ତୋଳିବ। ଆପଣମାନଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା କେବଳ ଜଣେ ବିଦ୍ୟାର୍ଥୀ ନୁହେଁ ବରଂ ସମାଜରେ ମଧ୍ୟ ପରିବର୍ତ୍ତନ ଆଣିବ। ଆପଣ ଯେଉଁ ମୂଲ୍ୟବୋଧକୁ ଆଗକୁ ବଢାଇବେ ତାହା କେବଳ ଆଜିର ପିଢୀ ଉପରେ ନୁହେଁ ବରଂ ଆଗାମୀ ଅନେକ ପିଢୀ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସର୍ବଦା ପିଲାମାନଙ୍କର ଶିକ୍ଷା ଏବଂ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସମର୍ପିତ ହୋଇ ରହିବେ। ଆଉ ଗୋଟିଏ କଥା ଯାହା ମୁଁ ସବୁବେଳେ ମୋ ପାଇଁ କହିଥାଏ, ମୁଁ ସର୍ବଦା କହିଥାଏ ଯେ ମୁଁ ମୋର ଅନ୍ତରରେ ଥିବା ବିଦ୍ୟାର୍ଥୀକୁ କେବେ​​‌ ମରିବାକୁ ଦେବି ନାହିଁ । ଆପଣ ଜଣେ ଶିକ୍ଷକ ହୋଇପାରନ୍ତି କିନ୍ତୁ ସର୍ବଦା ଆପଣଙ୍କ ଭିତରେ ଥିବା​‌ ବିଦ୍ୟାର୍ଥୀକୁ ସର୍ବଦା ଜାଗ୍ରତ ରଖନ୍ତୁ, ସର୍ବଦା ସଚେତନ କରି ରଖନ୍ତୁ। ଆପଣଙ୍କ ଭିତରେ ଥିବା​‌ ବିଦ୍ୟାର୍ଥୀକୁ ହିଁ ଆପଣଙ୍କୁ ଜୀବନର ଅନେକ ନୂତନ ଶିଖରରେ ପହଞ୍ଚାଇବ । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ବହୁତ- ବହୁତ ଶୁଭକାମନା।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.