୧୩ଟି କ୍ଷେତ୍ରରେ ପିଏଲଆଇ ସୂଚାଏ ସରକାରଙ୍କ ଅଙ୍ଗୀକାରବଦ୍ଧତା: ପ୍ରଧାନମନ୍ତ୍ରୀ
କ୍ଷେତ୍ରରେ ଜଡିତ ସମଗ୍ର ପଦ୍ଧତି ପାଇଁ ଲାଭଦାୟକ ପିଏଲଆଇ: ପ୍ରଧାନମନ୍ତ୍ରୀ
ନିର୍ମାଣ ପାଇଁ ଦୃତଗତି ଓ ଗୁଣବତା ବୃଦ୍ଧି ଜରୁରୀ: ପ୍ରଧାନମନ୍ତ୍ରୀ
ଭାରତରେ ନିର୍ମାଣ ବିଶ୍ୱ ପାଇଁ: ପ୍ରଧାନମନ୍ତ୍ରୀ
ଭାରତ ସମଗ୍ର ବିଶ୍ୱରେ ନିଜର ସ୍ଥିତି ଜାହିର କରିପାରିଛି। ଏହି ନୂତନ ଉପଲବ୍ଧତାକୁ ବଜାୟ ରଖିବାକୁ ଆବଶ୍ୟକ ରଣନୀତି: ପ୍ରଧାନମନ୍ତ୍ରୀ

ନମସ୍କାର!

ଏତେ ସଂଖ୍ୟାରେ ଭାରତର ସମସ୍ତ କୋଣରୁ ଆପଣମାନଙ୍କ ସମସ୍ତଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ୱେବିନାରରେ ସମ୍ମିଳିତ ହେବା ଏହାର ମହତ୍ତ୍ୱକୁ ନିଜେ ଦର୍ଶାଉଛି । ମୁଁ ହୃଦୟର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଏହି ୱେବିନାରକୁ ସ୍ୱାଗତ କରୁଛି । ଆପଣମାନେ ଏହି ପ୍ରସଙ୍ଗ ସହିତ ସୁପରିଚିତ ଯେ ବଜେଟରେ କରାଯାଇଥିବା ଆର୍ଥିକ ପ୍ରାବଧାନକୁ ନେଇ ଚଳିତ ଥରେ ଏକ ବିଚାର ମନକୁ ଆସିଲା ଏବଂ ଏହାର ଏକ ନୂତନ ପ୍ରୟୋଗ ଆମେ କରୁଛି। ଯଦି ଏହି ପ୍ରୟୋଗ ସଫଳ ହେଲା ତେବେ ହୁଏତ ଭବିଷ୍ୟତରେ ଏଥିରୁ ବହୁତ ଲାଭ ମିଳିପାରିବ । ଏପର୍ଯ୍ୟନ୍ତ ଏଭଳି କେତେଗୁଡ଼ିଏ ୱେବିନାର ଅନୁଷ୍ଠିତ ହୋଇସାରିଛି । ମୋତେ ଦେଶର ଗଣ୍ୟମାନ୍ୟ ଏଭଳି ହଜାର ହଜାର ଲୋକମାନଙ୍କ ଠାରୁ ବଜେଟ ସମ୍ପର୍କରେ କଥାବାର୍ତ୍ତା କରିବାର ଅବସର ପ୍ରାପ୍ତ ହୋଇଛି ।

ପୁରା ଦିନ ୱେବିନାର ଚାଲିବ ଏବଂ ବହୁତ ବଢ଼ିଆ ରୋଡମ୍ୟାପ୍‍, ପ୍ରବର୍ତ୍ତନ ନିମନ୍ତେ ବହୁତ ଉତ୍ତର ପରାମର୍ଶମାନ ଆପଣମାନଙ୍କ ସମସ୍ତଙ୍କ ତରଫରୁ ଆସିବ । ଏଭଳି ଲାଗୁଛି ଯେ ସରକାରଙ୍କ ଠାରୁ ଆହୁରି ଦୁଇ ପାଦ ଅଧିକ ବେଗରେ ଆପଣମାନେ ଯିବାଭଳି ମାନସିକତାରେ ଅଛନ୍ତି । ଏହା ତ ମୋ ପାଇଁ ଅତି ଖୁସିର କଥା ଏବଂ ମୋର ବିଶ୍ୱାସ ଯେ ଆଜିର କେତେଗୁଡ଼ିଏ ଆଲୋଚନାର ଆମେମାନେ ପ୍ରୟାସ କରିବା ଯେ ଦେଶର ବଜେଟ ଏବଂ ଦେଶ ପାଇଁ ନୀତି ପ୍ରଣୟନ କେବଳ ଏକ ସରକାରୀ ପ୍ରକ୍ରିୟା ହୋଇ ରହିଯିବା ଉଚିତ ହେବନାହିଁ। ଦେଶର ବିକାଶ ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକ ହିତଧାରକଙ୍କର ଏଥିରେ ସକ୍ରିୟ ଅଂଶଗ୍ରହଣ କରିବା ମଧ୍ୟ ଆବଶ୍ୟକ । ଏହି କ୍ରମରେ ଉତ୍ପାଦନ କ୍ଷେତ୍ର ମେକ୍‍ ଇନ୍‍ ଇଣ୍ଡିଆକୁ ଶକ୍ତି ପ୍ରଦାନ କରିବା ନିମନ୍ତେ ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ ସାଥୀଗଣଙ୍କ ସହିତ ଆଲୋଚନା କରାଯାଉଛି । ବିଗତ ସପ୍ତାହରେ ମୁଁ ଯାହା ଏବେ ଆପଣମାନଙ୍କୁ ସୂଚୀତ କରିଥିଲି, ପୃଥକ୍‍ ପୃଥକ୍‍ କ୍ଷେତ୍ରର ଲୋକମାନଙ୍କ ସହିତ ବେଶ୍‍ ଫଳପ୍ରସୂ ଆଲୋଚନା ହୋଇଛି, ବହୁତ ମହତ୍ତ୍ୱପୂର୍ଣ୍ଣ ଓ ଅଭିନବ ପରାମର୍ଶମାନ ମିଳିଛି । ଆଜି ଏହି ୱେବିନାରର ଗୁରୁତ୍ୱ ବିଶେଷ କରି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସହି ସଂଶ୍ଳିଷ୍ଟ ରହିଛି ।

ସାଥୀଗଣ,

ବିଗତ ୬ – ୭ ବର୍ଷ ଭିତରେ ପୃଥକ୍‍ ପୃଥକ୍‍ ସ୍ତରରେ ମେକ୍‍ ଇନ୍‍ ଇଣ୍ଡିଆକୁ ପ୍ରୋତ୍ସାହନ କରିବା ନିମନ୍ତେ ଅପେକ ସଫଳ ପ୍ରୟାସ କରାଯାଇଆସୁଛି । ସେଥିରେ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ଅତୀବ ପ୍ରଶଂସନୀୟ ରହିଛି । ଏବେ ଏହି ପ୍ରୟାସଗୁଡ଼ିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବା ନିମନ୍ତେ ଆହୁରି ବଡ଼ ପଦକ୍ଷେପ ଉଠାଯିବା ଆବଶ୍ୟକ । ସେଥିପାଇଁ ନିଜର ସ୍ପିଡ଼୍‍ ଏବଂ ସ୍କେଲକୁ ମଧ୍ୟ ଅଧିକ ବ୍ୟାପକ କରିବା ଦରକାର । ଏବଂ କରୋନା ମହାମାରୀ ଯୋଗୁ ବିଗତ ଏକ ବର୍ଷର ଅନୁଭବ ପରେ ମୁଁ ଏକଥା ନେଇ ସୁନିଶ୍ଚିତ ହୋଇଛି ଯେ ଭାରତ ପାଇଁ ଏହା କେବଳ ଗୋଟିଏ ସୁଯୋଗ ନୁହେଁ । ଭାରତ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ଏକ ଦାୟି୍‍ତ୍ୱ ମଧ୍ୟ । ବିଶ୍ୱ ପାଇଁ ଭାରତର ଏହା ହେଉଛି ଏକ ଦାୟିତ୍ୱ । ଏବଂ ସେଇଥିପାଇଁ ଆମକୁ ଅତି ଦ୍ରୁତ ଗତିରେ ଏହି ଦିଗରେ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଆପଣମାନେ ଏକଥା ଭଲଭାବେ ଜାଣନ୍ତି ଯେ ଉତ୍ପାଦନ, ଅର୍ଥ ବ୍ୟବସ୍ଥାର ପ୍ରତ୍ୟେକ ଭାବକୁ କିଭଳି ପରିବର୍ତ୍ତନ କରିଛି । କେମିତି ଏହାର ପ୍ରଭାବ ସୃଷ୍ଟି କରିଛି, କେମିତି ଏକ ଇକୋସିଷ୍ଟମ ସୃଷ୍ଟି ହୋଇଛି । ଆମ ସମ୍ମୁଖରେ ସାରା ବିଶ୍ୱର ଉଦାହରଣ ରହିଛି ଯେଉଁଠାରେ ନିଜ ଦେଶର ଉତ୍ପାଦନ କ୍ଷମତା ବୃଦ୍ଧିକରି ଦେଶର ବିକାଶକୁ ଗତି ପ୍ରଦାନ କରାଯାଇଛି । ଆମର ବର୍ଦ୍ଧିଷ୍ଣୁ ଉତ୍ପାଦନ କ୍ଷମତା, ଦେଶରେ କର୍ମନିଯୁକ୍ତି ସୃଷ୍ଟିକୁ ମଧ୍ୟ ସେତିକି ପରିମାଣରେ ସହାୟକ ହୋଇପାରିଛି ।

ଭାରତ ମଧ୍ୟ ଏବେ ଏହି କାର୍ଯ୍ୟଧାରା ସହିତ ଖୁବ୍‍ ଜୋରରେ କାର୍ଯ୍ୟ କରିବାକୁ ଆଗ୍ରହୀ । ଆଗକୁ ବଢ଼ିବାକୁ ପ୍ରୟାସୀ । ଏହି କ୍ଷେତ୍ରରେ ଆମର ସରକାର ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ଗୋଟିକ ପରେ ଗୋଟିଏ ସଂସ୍କାର ଯୋଜନା କାର୍ଯ୍ୟକାରୀ କରିଚାଲିଛି । ଆମର ନୀତି ଏବଂ ରଣନୀତି, ପ୍ରତି କ୍ଷେତ୍ରରେ ଅତି ସ୍ପଷ୍ଟ । ଆମର ଚିନ୍ତାଧାରା ହେଉଛି- ସର୍ବନିମ୍ନ ସରକାର, ସର୍ବାଧିକ ସୁଶାସନ । ଏବଂ ଆମର ପ୍ରତ୍ୟାଶ ହେଉଛି ସର୍ବନିମ୍ନ ପ୍ରତିକ୍ରିୟା ଓ ସର୍ବନିମ୍ନ ତ୍ରୁଟି । ଭାରତର କମ୍ପାନୀମାନ ଏବଂ ଭାରତରେ କରାଯାଉଥିବା ଉତ୍ପାଦନକୁ ବୈଶ୍ୱିକ ସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ କରିବା ନିମନ୍ତେ ଆମେ ଦିନ ରାତି ଏକାକାର କରି କାର୍ଯ୍ୟ କରିବାକୁ ପଡ଼ିବ । ଆମର ଉତ୍ପାଦନ ମୂଲ, ଉତ୍ପାଦର ଗୁଣବତ୍ତା ଏବଂ ବୈଶ୍ୱିକ ବଜାରରେ ଏହାର ସକ୍ରିୟତାର ନିଜସ୍ୱ ପରିଚୟ ସୃଷ୍ଟି କରିବା, ଏହିପାଇଁ ଆମକୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ଏବଂ ଆମର ଉତ୍ପାଦ ବ୍ୟବହାରକାରୀମାନଙ୍କ ପାଇଁ ସୁଗମ ଓ ସରଳ ହେବା ଆବଶ୍ୟକ । ସେଗୁଡ଼ିକ ପ୍ରଯୁକ୍ତିରେ ସର୍ବାଧୁନିକ ହେବା ଦରକାର । ସେସବୁ ଉତ୍ପାଦର ମୂଲ୍ୟ ସୁଲଭ ହୋଇଥିବା ଉଚିତ । ଦୀର୍ଘ ସମୟ ପର୍ଯ୍ୟନ୍ତ ତାହା ପୋଷଣୀୟ ମଧ୍ୟ ହୋଇଥିବା ବାଂଛନୀୟ । କୋର୍‍ କମ୍ପିଟେନ୍ସି ସହିତ ସଂଶ୍ଳିଷ୍ଟ କ୍ଷେତ୍ରରେ ସର୍ବାଧୁନିକ ପ୍ରଯୁକ୍ତି ଏବଂ ନିବେଶକୁ ଆମେ ସଦାବେଳେ ଅଧିକରୁ ଅଧିକ ଆକର୍ଷିତ କରିବାକୁ ପଡ଼ିବ । ଏବଂ ନିଶ୍ଚିତ ଭାବେ ଏହିସବୁ ଶିଳ୍ପରେ ଆପଣମାନେ ସମସ୍ତ ସାଥୀମାନଙ୍କ ସକ୍ରିୟ ଭାବେ ଭାଗୀଦାର ହୋଇ ସାମିଲ ହେବା ଆବଶ୍ୟକ । ସରକାର ଏହା ଉପରେ ଆଲୋକପାତ କରିବା ସହିତ ଆପଣମାନଙ୍କୁ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଛନ୍ତି । ତାହା ଇଜ୍‍ ଅଫ୍‍ ଡୁଇଂ ବିଜିନେସ ଉପରେ ବଳ ଦେବା ପାଇଁ ହୋଇଥାଉ, କମ୍ପ୍ଲିଆନ୍ସ ବୋଝକୁ କମ୍‍ କରିବା ସକାଶେ ମଲ୍ଟି ମଡ଼େଲ ଭିତ୍ତିଭୂମି ସୃଷ୍ଟି କରିବା କଥା ହୋଇଥାଉ ଅବା ଜିଲ୍ଲା ସ୍ତରୀୟ ରପ୍ତାନୀ ହବ୍‍ର ନିର୍ମାଣ ହେଉ, ପ୍ରତ୍ୟେକ ସ୍ତରରେ ଏବେ କାମ କରାଯାଉଛି ।

ଆମ ସରକାର ଏକଥା ସ୍ୱୀକାର କରନ୍ତି ଯେ ପ୍ରତ୍ୟେକ ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ସମାଧାନ କରିବା ପରିବର୍ତ୍ତେ ଅଧିକ ସମସ୍ୟା ହିଁ ସୃଷ୍ଟି କରିଥାଏ । ଏବଂ ସେଇଥିପାଇଁ ଆମେ ଆତ୍ମ- ନିୟନ୍ତ୍ରଣ, ଆତ୍ମ- ପ୍ରମାଣନ, ଆତ୍ମ ପ୍ରମାଣପତ୍ର ପ୍ରଦାନ ଅର୍ଥାତ୍‍ ଏକ ପ୍ରକାର ଦେଶର ନାଗରିକମାନଙ୍କ ଉପରେ ହିଁ ଭରସା କରି ଆଗକୁ ବଢ଼ିବାକୁ ହେବ । ଏହି କଥା ଉପରେ ହିଁ ଆମେ ଅଧିକ ଜୋର ଦେଉଛୁ । ଆମର ପ୍ରୟାସ ଯେ ଚଳିତ ବର୍ଷ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ୬ ହଜାରରୁ ଅଧିକ କମ୍ପ୍ଲିଆନ୍ସକୁ କମ୍‍ କରାଯିବ । ଏହି ପରିପ୍ରେକ୍ଷୀରେ ଆପଣମାନଙ୍କ ସିଦ୍ଧାନ୍ତ, ଆପଣମାନଙ୍କ ପରାମର୍ଶ ବହୁତ ମହତ୍ତ୍ୱ ବହନ କରେ । ହୋଇପାରେ ଯେ ଏହି ୱେବିନାରରେ ଆମକୁ ଅଧିକ ସମୟ ମିଳିନପାରେ, ଆପଣମାନେ ମୋତେ ଲିଖିତ ଭାବେ ପରାମର୍ଶ ପଠାଇପାରନ୍ତି । ଆମେ ସେସବୁକୁ ଗମ୍ଭୀରତାର ସହିତ ନେବୁ କାରଣ କମ୍ପ୍ଲିଆନ୍ସର ବୋଝ କମ୍‍ ହେବା ଦରକାର। ପ୍ରଯୁକ୍ତି ଆସି ଆମ ପାଖରେ ପହଞ୍ଚି ସାରିଛି, ପ୍ରତ୍ୟେକ କଥା ପାଇଁ ଏ ଫର୍ମ ଭର, ସେ ଫର୍ମ ଭର, ଏଭଳି କଥାରୁ ସଭିଏଁ ମୁକ୍ତି ଚାହାନ୍ତି । ଏହା ସମସ୍ତଙ୍କର ଭାବନା । ଏହି ଭଳି ଭାବେ ସ୍ଥାନୀୟ ଶ୍ରମ ଉପରେ ରପ୍ତାନୀକୁ ପ୍ରୋତ୍ସାହନ ଦେବା ନିମନ୍ତେ ରପ୍ତାନୀକାରୀ ଏବଂ ଉତ୍ପାଦନକାରୀଙ୍କୁ ବୈଶ୍ୱିକ ପ୍ଲାଟଫର୍ମ ଉପଲବ୍ଧ କରିବା ନିମନ୍ତେ ଆଜି ସରକାର ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ତାହା ଏମଏସଏମଇ ହୋଇଥାଉ, କୃଷକ ହୋଇଥାନ୍ତୁ, ଛୋଟମୋଟ ହସ୍ତଶିଳ୍ପୀ ହୋଇଥାନ୍ତୁ, ସମସ୍ତଙ୍କୁ ରପ୍ତାନୀ ନିମନ୍ତେ ବେଶ୍‍ ସହଯୋଗ ମିଳିବ ।

ସାଥୀଗଣ,

ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ପଛରେ ମଧ୍ୟ ଉତ୍ପାଦନ ଏବଂ ରପ୍ତାନୀର ବିସ୍ତାର କରିବାର ଭାବନା ଆମ ମନରେ ରହିଛି । ବିଶ୍ୱବ୍ୟାପୀ ଉତ୍ପାଦକ କମ୍ପାନୀମାନେ ଭାରତକୁ ନିଜର ବେସ୍‍ କରନ୍ତୁ ଏବଂ ଆମର ଘରୋଇ ଶିଳ୍ପସଂସ୍ଥାମାନେ, ଆମର ଏମଏସଏମଇମାନଙ୍କ ସଂଖ୍ୟା ଓ ସାମର୍ଥ୍ୟର ବିସ୍ତାର ଘଟୁ, ଏହି ଚିନ୍ତାଧାରା ସହିତ ଆମେ ଏହି ୱେବିନାରରେ ସୁଦୃଢ଼ ଯୋଜନାମାନଙ୍କୁ ଯଦି ଆମେ ରୂପ ପ୍ରଦାନ କରିପାରିବ ତେବେ ଯେଉଁ ଚିନ୍ତାଧାରା ଓ ଆଦର୍ଶକୁ ନେଇ ଚଳିତ ବର୍ଷର ବଜେଟ ଆସିଛି ତାହା ପରିଣାମକାରୀ ବୋଲି ସିଦ୍ଧ ହୋଇପାରିବ। ଏହି ଯୋଜନାର ଉଦ୍ଦେଶ୍ୟକ ଭିନ୍ନ ଭିନ୍ନ କ୍ଷେତ୍ରରେ ଭାରତୀୟ ଉଦ୍ଦ୍ୟୋଗୀମାନଙ୍କ ମୂଳ ସାମର୍ଥ୍ୟ ଓ ରପ୍ତାନୀ କ୍ଷେତ୍ରରେ ବୈଶ୍ୱିକ ଉପସ୍ଥିତିର କ୍ଷେତ୍ରକୁ ବଢ଼ାଇପାରିବ । ସୀମିତ କ୍ଷେତ୍ରରେ, ସୀମିତ ଦେଶରେ, ସୀମିତ ସାମଗ୍ରୀକୁ ନେଇ ଏବଂ ଭାରତର ଦୁଇ ଚାରିଟି କୋଟରେ ହିଁ ରପ୍ତାନୀ କରିବା ସ୍ଥିତିକୁ ଆମକୁ ବଦଳାଇବାକୁ ପଡ଼ିବ । ଭାରତର ପ୍ରତ୍ୟେକ ଜିଲ୍ଲା ରପ୍ତାନୀକାରୀ କାହିଁକି ହୋଇ ନପାରିବ? ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଭାରତରୁ କାହିଁକି ସାମଗ୍ରୀ ଆମଦାନୀ ନକରିବେ? ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ କାହିଁକି ଭାରତୀୟ ସାମଗ୍ରୀ ନ ପହଞ୍ଚିବ? ପ୍ରତ୍ୟେକ ପ୍ରକାର ସାମଗ୍ରୀ କାହିଁକି ବିଦେଶକୁ ରପ୍ତାନୀ କରାନଯିବ? ପୂର୍ବର ଯୋଜନା ଏବଂ ବର୍ତ୍ତମାନର ଯୋଜନାରେ ଆପଣମାନେ ମଧ୍ୟ ଏକ ସ୍ପଷ୍ଟ ଅନ୍ତର ଥିବା ସହଜରେ ଲକ୍ଷ୍ୟ କରିପାରିବେ । ପୂର୍ବରୁ ଶିଳ୍ପ ପ୍ରୋତ୍ସାହନ ଏକ ଓପନ ଏଣ୍ଡେଡ୍‍ ଇନପୁଟ୍‍ ଆଧାରିତ ସବସିଡ଼ି ପ୍ରବଧାନ ଭାବେ ରହିଥିଲା । କିନ୍ତୁ ଏବେ ଏହାକୁ ଏକ ପ୍ରତିଯୋଗୀତା ଭିତ୍ତିକ ପ୍ରକ୍ରିୟା ମାଧ୍ୟମରେ ଲକ୍ଷ୍ୟ ହାସଲକାରୀ କାର୍ଯ୍ୟକ୍ରମ ଆଧାରିତ ଯୋଜନାରେ ପରିଣତ କରାଯାଇଛି । ପ୍ରଥମ ଥର ପାଇଁ ୧୩ଟି କ୍ଷେତ୍ରକୁ ଏଭଳି ପ୍ରକାର ଯୋଜନା ଅଧୀନରେ ରଖିବା ନିମନ୍ତେ ଆମେ ପ୍ରତବଦ୍ଧତା ପ୍ରଦର୍ଶନ କରିଛୁ ।

ସାଥୀଗଣ,

ଏ ଯେଉଁ ପିଏଲଆଇ ବ୍ୟବସ୍ଥା ଯେଉଁ କ୍ଷେତ୍ରମାନଙ୍କ ନିମନ୍ତେ ରହିଛି, ସେଗୁଡ଼ିକୁ ତ ଲାଭ ମିଳିବ ହିଁ ମିଳିବ । ପୁଣି ଏହି କ୍ଷେତ୍ରମାନଙ୍କ ସହିତ ଜଡ଼ିତ ରହିଥିବା ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ମଧ୍ୟ ଏହା ବେଶ୍‍ ଉପକାରସିଦ୍ଧ ହୋଇପାରିବ । ଅଟୋ ଏବଂ ଫାର୍ମାରେ ପିଏଲଆଇ ଦ୍ୱାର, ଅଟୋ ଯନ୍ତ୍ରାଂଶ, ଚିକିତ୍ସା ଉପକରଣ ଏବଂ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଆବଶ୍ୟକ କଞ୍ଚାମାଲ ସହିତ ସଂଶ୍ଳିଷ୍ଟ ବିଦେଶୀ ନିର୍ଭରତାକୁ ମଧ୍ୟ ଏହା ହ୍ରାସ କରିବ । ଅତ୍ୟାଧୁନିକ ଆଡ଼ଭାନ୍ସଡ଼୍‍ ସେଲ୍‍ ବ୍ୟାଟେରୀ, ସୌର ପିଭି ମଡ୍ୟୁଲ୍‍ ଏବଂ ସ୍ପେସିଆଲିଟି ଷ୍ଟୀଲକୁ ମିଳିବାକୁ ଥିବା ଫାଇଦା ଦ୍ୱାରା ଦେଶର ଶକ୍ତି କ୍ଷେତ୍ର ମଧ୍ୟ ଆଧୁନିକ ହୋଇପାରିବ । ଆମର ନିଜର କଞ୍ଚାମାଲ, ଆମର ନିଜର ଶ୍ରମ, ଆମ ନିଜର କୌଶଳ, ଆମ ନିଜର ବୁଦ୍ଧି, ଆମେ କେତେ ବଡ଼ ଲମ୍ଫ ଲଗାଇ ପାରିବା । ସେହିଭଳି ଭାବେ ବୟନଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ମିଳିବାକୁ ଥିବା ପିଏଲଆଇ ଦ୍ୱାରା ଆମର ସମ୍ପୂର୍ଣ୍ଣ କୃଷି କ୍ଷେତ୍ର ଲାଭବାନ ହୋଇପାରିବ । ଆମର କୃଷକ, ପଶୁପାଳକ, ମତ୍ସ୍ୟଜୀବୀ, ଅର୍ଥାତ୍‍ ସଂପୂର୍ଣ ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ, ସେମାନଙ୍କର ଆୟ ବୃଦ୍ଧିରେ ଏହି ବ୍ୟବସ୍ଥା ସହାୟକ ହେବ ।

ଏଇ ଆପଣମାନେ କାଲି ହିଁ ଦେଖିଥିବେ ଯେ ଭାରତର ପ୍ରସ୍ତାବ ପ୍ରଦାନ ପରେ, ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅର୍ଥାତ୍‍, ଆଉ ମାତ୍ର ଦୁଇ ବର୍ଷ ପରେ, ଅନ୍ତରାଷ୍ଟ୍ରୀୟ ମାଣ୍ଡିଆ ବର୍ଷ ଘୋଷଣା କରିଛନ୍ତି । ଭାରତର ଏହି ପ୍ରସ୍ତାବକୁ ୭୦ରୁ ଅଧିକ ରାଷ୍ଟ୍ର ସମର୍ଥନ ଜଣାଇଥିଲେ । ପୁଣି ମିଳିତ ଜାତିସଂଘ ସାଧାରଣ ପରିଷଦରେ ଏହି ପ୍ରସ୍ତାବ ସର୍ବସମ୍ମିତିରେ ଗୃହୀତ ହୋଇଥିଲା । ଏହା ଦେଶର ଗୌରବ ବୃଦ୍ଧି କରିବା ଭଳି ଏକ ଘଟଣା । ଏହା ଆମର କୃଷକମାନଙ୍କ ନିମନ୍ତେ ମଧ୍ୟ ଏକ ବିରାଟ ଅବସର ଏବଂ ଏଥିରେ ଖାସ୍‍ କରି ଆମର ଛୋଟ ଛୋଟ କୃଷକ, ଯେଉଁଠାରେ ଜଳସେଚନର ସୁବିଧା କମ୍‍ ହୋଇଥିବ ଏବଂ ଯେଉଁଠାରେ କେବଳ ମୋଟା ଶସ୍ୟ ହିଁ ଉତ୍ପନ୍ନ ହେଉଥିବ, ସେହି ମୋଟା ଖାଦ୍ୟଶସ୍ୟର ଉପକାରୀତା ବିଶ୍ୱସାରା ପହଞ୍ଚାଇବାର କାମ ମିଳିତ ଜାତିସଂଘ ମାଧ୍ୟମରେ କରିବାକୁ ଆମେ ଦେଇଥିବା ପ୍ରସ୍ତାବକୁ ୨୦୨୩ ମସିହା ନିମନ୍ତେ ସ୍ୱୀକୃତ କରାଯାଇଛି । ଭାରତର କ୍ଷୁଦ୍ର ଚାଷୀମାନଙ୍କ ନିମନ୍ତେ ଯେଉଁଠାରେ ଜଳସେଚନର ସୁବିଧା ଉପଲବ୍ଧ ନାହିଁ ସେହିଭଳି ଦୁର୍ଗମ କ୍ଷେତ୍ରରେ ଚାଷକୁ, ଅରମର ଗରିବ କୃଷକ ଭାଇମାନଙ୍କ ସକାଶେ ଏହି ମୋଟା ଫସଲ କେତେ ମହତ୍ତ୍ୱ ରଖେ, ଏଥିରେ କେତେ ପୌଷ୍ଟିକତା ଭରି ରହିଛି, ସେଥିରେ କେତେ ପ୍ରକାର ବିବିଧତା ରହିଛି, ସାରା ବିଶ୍ୱରେ ଏହା ସୁଲଭ ମୂଲ୍ୟରେ କେମିତି ପହଞ୍ଚି ପାରିବ, ଏବେ ଆମମାନଙ୍କ ସମ୍ମୁଖରେ ଏହା ଏକ ବିରାଟ ଅବସର ଭାବେ ଉଭା ହୋଇଛି । ଆମେ ଯେମିତି ଭାବେ ଯୋଗକୁ ସମଗ୍ର ବିଶ୍ୱରେ ପ୍ରଚାରିତ, ପ୍ରସାରିତ ଓ ପ୍ରତିଷ୍ଠିତ କରିଛୁ, ସେହିଭଳି ଢ଼ଙ୍ଗରେ ଆମେ ସମସ୍ତେ ମିଳିମିଶି, ବିଶେଷ କରି କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ମାଣ୍ଡିଆକୁ ଅର୍ଥାତ, ମୋଟା ଶସ୍ୟକୁ ମଧ୍ୟ ସମଗ୍ର ବିଶ୍ୱରେ ପହଞ୍ଚାଇ ପାରିବା ।

୨୦୨୩ ବର୍ଷରେ ପାଦ ଥାପିବା ନିମନ୍ତେ ଏବେ ଆମ ନିକଟରେ କିଛି ସମୟ ରହିଛି । ଆମେ ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ନିଜକୁ ପ୍ରସ୍ତୁତ କରିବା ସହିତ ସମଗ୍ର ବିଶ୍ୱରେ ଏହି ଅଭିଯାନ ଆରମ୍ଭ କରିପାରିବା । ଯେମିତି ଭାବେ କରୋନାରୁ ରକ୍ଷା କରିବା ସକାଶେ ମେଡ଼୍‍ ଇନ୍‍ ଇଣ୍ଡିଆ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି, ସେମିତି ଭାବେ ଲୋକଙ୍କୁ ବିଭିନ୍ନ ପ୍ରକାର ବେମାରୀରୁ ସୁରକ୍ଷିତ ରଖିବା ନିମନ୍ତେ ଭାରତରେ ଉତ୍ପାଦିତ ମାଣ୍ଡିଆ ମଧ୍ୟ ଏକ ମୋଟା ଶସ୍ୟ ଯାହାର ପୌଷ୍ଟିକତା ମୂଲ୍ୟ ଢ଼େର୍‍ ବେଶୀ ଓ ଉପଯୋଗୀ ହୋଇପାରିବ । ମିଲେଟ ଅର୍ଥାତ୍‍, ମାଣ୍ଡିଆ ଭଳି ମୋଟା ଶସ୍ୟର ପୌଷ୍ଟିକ କ୍ଷମତା ସହିତ ଆମେ ସଭିଏଁ ଭଲ ଭାବେ ସୁପରିଚିତ । ଗୋଟିଏ ସମୟରେ ରୋଷେଇଘରେ ଏଭଳି ମାଣ୍ଡିଆ ବେଶ୍‍ ପ୍ରମୁଖତା ବହନ କରୁଥିଲା । ଏବେ ଏହି ଧାରାକୁ ପୁଣି ଥରେ ଆମକୁ ଫେରାଇ ଆଣିବାକୁ ପଡ଼ିବ । ଭାରତର ଏଭଳି ଉଦ୍ୟମ ପରେ, ମିଳିତ ଜାତିସଂଘ ଦ୍ୱାରା ୨୦୨୩ ମସିହାକୁ ଅନ୍ତରାଷ୍ଟ୍ରୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା, ଦେଶ ଏବଂ ବିଦେଶରେ ମାଣ୍ଡିଆର ଚାହିଦା ଦ୍ରୁତ ଗତିରେ ବୃଦ୍ଧି କରିବ । ଏହା ଦ୍ୱାରା ଆମର କୃଷକମାନେ ଓ ବିଶେଷ କରି ଦେଶର ଛୋଟ ଛୋଟ କୃଷକମାନେ ସବୁଠାରୁ ଅଧିକ ଲାଭବାନ ହୋଇପାରିବେ । ସେଥିପାଇଁ ମୋର କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନିବେଦନ ଯେ ଏହି ଅବସରର ସେମାନେ ପୂର୍ଣ୍ଣ ଫାଇଦା ଉଠାନ୍ତୁ । ମୁଁ ତ ଆଜି ମଧ୍ୟ ଆପଣମାନଙ୍କ ଏହି ୱେବିନାରରୁ କୌଣସି ପରାମର୍ଶ ନିଷ୍କର୍ଷ ଭାବେ ଆସୁ, ତାହା ଆଶା କରେ । ଆପଣମାନେ ଏକ ଛୋଟ ଟାସ୍କ ଫୋର୍ସ ଗଠନ କରୁନ୍ତ ଯେଉଁଥିରେ ସରକାରୀ- ଘରୋଇ ସହଭାଗୀତାର ମଡ଼େଲ ରହୁ ଏବଂ ଆମେ ଏହି ମାଣ୍ଡିଆ ମିଶନକୁ କେମିତି ଆଗକୁ ବଢ଼ାଯାଇ ପାରିବ, ତାହା ସମଗ୍ର ବିଶ୍ୱରେ ପହଞ୍ôଚ ପାରିବ, ଏହା ଉପରେ ଆମେ ଆଗକୁ ଚିନ୍ତା କରିପାରିବା । ଏଥିରୁ ଏପରି କେଉଁ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ଯାହା ବିଶ୍ୱର ଭିନ୍ନ ଭିନ୍ନ ଦେଶର ଖାଦ୍ୟଋଚି ଓ ସ୍ୱାଦୁର ଅନୁକୂଳ ମଧ୍ୟ ହୋଇପାରିବ ଏବଂ ତାହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ମଧ୍ୟ ହୋଇଥିବ ।

ସାଥୀଗଣ,

ଚଳିତ ବର୍ଷ ବଜେଟରେ ପିଏଲଆଇ ଯୋଜନା ସହିତ ସଂଶ୍ଳିଷ୍ଟ ଏହି ଯୋଜନାମାନଙ୍କ ନିମନ୍ତେ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଉତ୍ପାଦନର ହାରର ୫ ପ୍ରତିଶତ ପ୍ରୋତ୍ସାହନ ରାଶି ଭାବେ ଦିଆଯାଇଛି । ଅର୍ଥାତ୍‍, ପିଏଲଆଇ ଯୋଜନା ଦ୍ୱାରା ହିଁ ଆଗାମୀ ୫ ବର୍ଷ ମଧ୍ୟରେ ପାଖାପାଖି ୫୨୦ ବିଲିୟନ ଡଲାର ମୂଲ୍ୟର ଉତ୍ପାଦନ ଯୋଜନା ଭାରତରେ ହେବାର ଆକଳନ କରାଯାଇଛି । ଏକଥା ମଧ୍ୟ ଅନୁମାନ ଲଗାଯାଇଛି ଯେ ଯେଉଁସବୁ କ୍ଷେତ୍ରମାନଙ୍କ ସକାଶେ ପିଏଲଆଇ ଯୋଜନା ପ୍ରସ୍ତୁତ କରାଯାଇଛି, ସେହିସବୁ କ୍ଷେତ୍ରରେ ଏବେ ଯେତିକି କର୍ମଶକ୍ତି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ସଂଖ୍ୟା ପାଖାପାଖି ଦୁଇ ଗୁଣ ହୋଇଯିବ । ରୋଜଗାର ସୃଷ୍ଟିରେ ବହୁତ ବଡ଼ ପ୍ରଭାବ ପିଏଲଆଇ ଯୋଜନାକୁ ହେବାକୁ ଯାଉଛି । ଶିଳ୍ପକୁ ତ ଉତ୍ପାଦନ ଓ ରପ୍ତାନୀ ଦ୍ୱାରା ଅଧିକ ଫାଇଦା ହୋଇଥାଏ । ଦେଶର ଉପାର୍ଜନ ମଧ୍ୟ ବୃଦ୍ଧି ପାଇଥାଏ । ଏହାର ଲାଭ ଯେତେବେଳେ ଦୁଇଗୁଣ ହୋଇଯିବ ସେଥିରୁ ଫାଇଦା ଆମର କୃଷକମାନେ ହିଁ ପାଇପାରିବେ ।

ସାଥୀଗଣ,

ପିଏଲଆଇ ସହିତ ସଂଶ୍ଳିଷ୍ଟ ସକଳ ପ୍ରକାର ଘୋଷଣା ଏବେ କରାଯାଇଛି, ଏହା ଉପରେ ଦ୍ରୁତ ଗତି ବିଚାର ଆଲୋଚନା ମଧ୍ୟ କରାଯାଉଛି । ଆଇଟି ହାର୍ଡୱେର ଏବଂ ଟେଲିକମ୍‍ ଉପକରଣ ଉତ୍ପାଦନ ସହିତ ସଂଶ୍ଳିଷ୍ଟ ଦୁଇଟି ପିଏଲଆଇ ଯୋଜନାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି କ୍ଷେତ୍ର ସହିତ ଯୋଡ଼ିହୋଇ ରହିଥିବା ସାଥୀମାନେ ଏହାର ଆକଳନ ଏବେସୁଦ୍ଧା କରିସାରିଥିବେ । ଆଇଟି ହାର୍ଡୱେର ପ୍ରସଙ୍ଗରେ ଆଗାମୀ ୪ ବର୍ଷ ମଧ୍ୟରେ ପାଖାପାଖି ୩.୨୫ ଟ୍ରିଲିୟନ ଟଙ୍କାର ଉତ୍ପାଦନ ହେବାର ଅନୁମାନ କରାଯାଉଛି । ଏହି ଯୋଜନା ଅଧୀନରେ ୫ ବର୍ଷ ମଧ୍ୟରେ ଘରୋଇ ମୂଲ୍ୟ ଯୁକ୍ତକରଣ ଏବେ ଥିବା ୫- ୧୦ ପ୍ରତିଶତରୁ ବୃଦ୍ଧିପାଇ ୨୦-୨୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ । ଏହିଭଳି ଭାବେ ଟେଲିକମ୍‍ ଉପକରଣ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆଗାମୀ ୫ ବର୍ଷ ଭିତରେ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିବ । ସେଥିରେ ମଧ୍ୟ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ରପ୍ତାନୀ କରିବା ସ୍ଥିତିରେ ଆମେ ପହଞ୍ଚି ପାରିବା । ଫାର୍ମା କ୍ଷେତ୍ରରେ ତ ଆଗାମୀ ୫- ୬ ବର୍ଷ ଭିତରେ ଏକ ପ୍ରକାର ଲକ୍ଷ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପିଏଲଆଇ ଅଧୀନରେ ହେବାର ସମ୍ଭାବନାକୁ ଆମେ କଦାପି ଅସ୍ୱୀକାର କରିପାରିବାନାହିଁ । ବହୁତ ବଡ଼ ଲକ୍ଷ୍ୟ ନେଇ ଆମେ ଆଗକୁ ଅଗ୍ରସର ହେଉଛୁ । ଏହା ଦ୍ୱାରା ଫାର୍ମା କାରବାର ପାଖାପାଖି ୩ ଲକ୍ଷ ଟଙ୍କା ଏବଂ ରପ୍ତାନୀରେ ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହେବାର ଅନୁମାନ କରାଯାଉଛି ।

ସାଥୀଗଣ,

ଭାରତରେ ଆଜି ଯେଉଁ ବିମାନ ମାଧ୍ୟମରେ, ପ୍ରତିଷେଧକ ଟିକାର ଲକ୍ଷ ଲକ୍ଷ ଡୋଜ ସାରା ବିଶ୍ୱରେ ପହଞ୍ଚାଯାଉଛି, ସେସବୁ ବିମାନ ଖାଲି ଫେରୁନାହିଁ । ସେହି ବିମାନରେ ଭାରତ ପ୍ରତି ବୃଦ୍ଧି ପାଉଥିବା ଆସ୍ଥା, ଭରସା, ଭାରତ ପ୍ରତି ଆତ୍ମୀୟତା ସେହିସବୁ ଦେଶର ଲୋକମାନଙ୍କର ସ୍ନେହ, ଏବଂ ଯେଉଁ ବୟୋବୃଦ୍ଧ ବେମାର ସେମାନଙ୍କର ଆଶୀର୍ବାଦ, ଏକ ଭାବନାତ୍ମକ ସୂତ୍ରକୁ ନେଇ ଆମର ବିମାନଗୁଡ଼ିକ ସ୍ୱଦେଶ ଲେଉଟୁଛନ୍ତି । ଏବଂ ସଂକଟର ଘଡ଼ିରେ ଆମ ପ୍ରତି ଏହି ଯେଉଁ ଆସ୍ଥା ଓ ଭରସା ଓ ବିଶ୍ୱାସ ସୃଷ୍ଟି ହେଉଛି, ତାହା କେବଳ ପ୍ରଭାବ ସୃଷ୍ଟି କରିବନାହିଁ । ଏହି ଭରସା ଚିରଞ୍ଜିବୀ ହୋଇଥାଏ, ଅମର ହୋଇଥାଏ, ପ୍ରେରକ ହୋଇଥାଏ । ଭାରତ ଆଜି ଯେଉଁଭଳି ଭାବେ ମାନବତାର ସେବା କାର୍ଯ୍ୟରେ ନିୟୋଜିତ ଅଛି ଏବଂ ନମ୍ରତାର ସହିତ କାର୍ଯ୍ୟ କରିଚାଲିଛିଟ୍ଟ ଆମେ କେହି ଅହଂକାରର ସହିତ ତାହା କରୁନାହୁଁ ... ଆମେ କର୍ତ୍ତବ୍ୟର ଭାବନା ମନରେ ଧାରଣ କରି ତାହା ସଂପାଦନ କରୁଛୁ । ‘ସେବା ପରମୋ ଧର୍ମ’- ଆମର ଏହି ସଂସ୍କାର । ସାରା ଦୁନିଆରେ ଭାରତ ପାଇଁ ଏହା ଏକ ବହୁତ ବଡ଼ ବ୍ରାଣ୍ଡରେ ପରିଣତ ହୋଇସାରିଛି । ଭାରତର ଏହି ଚିନ୍ତନ, ଭାରତର ଏହି ପରିଚୟ ନିରବଚ୍ଛିନ୍ନ ଭାବେ ଅଧିକରୁ ଅଧିକ ଉଚ୍ଚତାରେ ପହଞ୍ôଚବାରେ ଲାଗିଛି । ଏବଂ ଏଭଳି ଭରସା କେବଳ ଟିକା ପର୍ଯ୍ୟନ୍ତ ସୀମିତ ନୁହେଁ । କେବଳ ଫାର୍ମା କ୍ଷେତ୍ରର ସାମଗ୍ରୀ ପର୍ଯ୍ୟନ୍ତ ବ୍ୟାପ୍ତ ନୁହେଁ । ଯେତେବେଳେ ଗୋଟିଏ ରାଷ୍ଟ୍ର ବ୍ରାଣ୍ଡ୍‍ରେ ପରିଣତ ହୁଏ ସେତେବେଳେ ତା’ର ପ୍ରତ୍ୟେକ ସାମଗ୍ରୀ ପ୍ରତି ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସମ୍ମାନ ବୃଦ୍ଧି ପାଇଥାଏ, ଶ୍ରଦ୍ଧା ବଢ଼ି ଯାଇଥାଏ ଏବଂ ସେମାନେ ସେହି ଦେଶର ସାମଗ୍ରୀକୁ ଅଧିକ ପସନ୍ଦ କରିଥାନ୍ତି ।

ଆମର ଔଷଧ, ଆମର ଚିକିତ୍ସା କ୍ଷେତ୍ରର ପ୍ରଫେସନାଲ, ଭାରତରେ ପ୍ରସ୍ତୁତ ମେଡ଼ିକାଲ ସାମଗ୍ରୀ, ଏସବୁ ପ୍ରତି ଆଜି ବିଶ୍ୱରେ ଭରସା ବୃଦ୍ଧି ପାଇଛି । ଏହି ଭରସାକୁ ସମ୍ମାନ ପ୍ରଦାନ କରିବା ସକାଶେ, ଏହି ସମୟର ଲାଭ ଉଠାଇବା ଲାଗି ଆମର ଦୂରଗାମୀ ରଣନୀତି କ’ଣ ହେବା ଦରକାର, ଏହା ଉପରେ ଏବେ ଫାର୍ମା ସେକ୍ଟରକୁ କାମ କରିବାକୁ ପଡ଼ିବ । ଏବଂ ସାଥୀଗଣ, ଭାରତ ପ୍ରତି ସୃଷ୍ଟି ହୋଇଥିବା ଏହି ଭରସା, ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ପାଥେୟ କରି ଆମକୁ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ, ଏଭଳି ସୁଯୋଗକୁ ଆମେ ହାତଛଡ଼ା କରିବା ଉଚିତ ନୁହେଁ । ମୁଁ ଆପଣମାନଙ୍କୁ ଏକଥା ଦୃଢ଼ତାର ସହ କହିବାକୁ ଚାହେଁ । ଏବଂ ସେଥି ନିମନ୍ତେ ଏହି ସକାରାତ୍ମକ ପରିସ୍ଥିତିଗୁଡ଼ିକରେ ପ୍ରତ୍ୟେକ କ୍ଷେତ୍ରକୁ ନିଜ ନିଜର ରଣନୀତି ଉପରେ ବ୍ୟାପକ ବିଚାର ଆଲୋଚନା ଆରମ୍ଭ କରିଦେବା ଦରକାର । ଏଭଳି ସମୟ ଓ ସୁଯୋଗକୁ ହାତଛଡ଼ା କରିବା ଅନୁଚିତ । ଏ ସମୟ କିଛି ପାଇବାର, ଦେଶ ପାଇଁ କିଛି ହାସଲ କରିବାର, ଆପଣମାନଙ୍କ ନିଜ ନିଜ କମ୍ପାନୀମାନଙ୍କ ସକାଶେ କିଛି ପ୍ରାପ୍ତିର ଅବସର । ଏବଂ ସାଥୀଗଣ, ମୁଁ ଆଜି ଯେଉଁ କଥା ଆପଣମାନଙ୍କୁ କହୁଛି, ସେସବୁ କାର୍ଯ୍ୟ ସଂପାଦନ କରିବା ଆଦୌ ମୁସ୍କିଲ କାର୍ଯ୍ୟ ନୁହେଁ । ପିଏଲଆଇ ଯୋଜନାର ସଫଳତାର କାହାଣୀ ମଧ୍ୟ ସେସବୁକୁ ସଂପୂର୍ଣ୍ଣ ରୂପେ ସମର୍ଥନ ଜଣାଉଛି । ହଁ, ଏକଥା ସତ, ଓ ସମ୍ଭବପର । ଏହିଭଳି ଏକ ସଫଳତାର କାହାଣୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରର । ଗତ ବର୍ଷ ଆମେ ମୋବାଇଲ ଫୋନ୍‍ ଏବଂ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶର ନିର୍ମାଣ ନିମନ୍ତେ ପିଏଲଆଇ ଯୋଜନାର ଶୁଭାରମ୍ଭ କରିଥିଲୁ । କରୋନା ମହାମାରୀ ସମୟରେ ଏହି କ୍ଷେତ୍ରରେ ଗତ ବର୍ଷ ୩୫ ହଜାର କୋଟି ଟଙ୍କାର ସାମଗ୍ରୀ ଉତ୍ପାଦିତ ହୋଇଥିଲା । କରୋନା ସମୟରେ ସୁଦ୍ଧା ୩୫ ହଜାର କୋଟି ଟଙ୍କାର ଉତ୍ପାଦନ । କେବଳ ସେତିକି ନୁହେଁ, କରୋନାର ଏହି କାଳଖଣ୍ଡ ଭିତରେ ଏହି କ୍ଷେତ୍ରରେ ପାଖାପାଖି ୧୩୦୦ କୋଟି ଟଙ୍କାର ନୂତନ ନିବେଶ ମଧ୍ୟ ହାସଲ କରାଯାଇଛି । ଏହା ଫଳରେ ହଜାର ହଜାର ନୂତନ କର୍ମନିଯୁକ୍ତିର ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହୋଇପାରିଛି ।

ସାଥୀଗଣ,

ପିଏଲଆଇ ଯୋଜନାର ଏକ ବ୍ୟାପକ ପ୍ରଭାବ ଦେଶର ଏମଏସଏମଇ ଇକୋସିଷ୍ଟମ ଉପରେ ମଧ୍ୟ ପଡ଼ିବାକୁ ଯାଉଛି । ମୁଁ ଏକଥା ଏଇଥିପାଇଁ କହୁଛି କାରଣ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ଆଙ୍କର ୟୁନିଟ୍‍ ସୃଷ୍ଟି ହେବ, ତାହାର ପୂର୍ଣ୍ଣ ଭାଲ୍ୟୁ ଚେନ୍‍ରେ ଏକ ଗୋଟିଏ ନୂତନ ଯୋଗାଣକାରୀ ବେସ୍‍ ମଧ୍ୟ ଆବଶ୍ୟକ ପଡ଼ିବ । ଏ ଯେଉଁ ଆନସିଲିଆରୀ ୟୁନିଟ୍‍ ହେବ, ସେମାନେ ଅଧିକତର ଏମଏସଏମଇ କ୍ଷେତ୍ରରେ ହିଁ ସୃଷ୍ଟି ହେବ । ଏମଏସଏମଇକୁ ଏଭଳି ଅବସର ନିମନ୍ତେ ପ୍ରସ୍ତୁତ କରିବା କାମ ପୂର୍ବରୁ ହିଁ ଆରମ୍ଭ କରାଯାଇ ସାରିଛି । ଏମଏସଏମଇର ସଂଜ୍ଞାରେ ପରିବର୍ତ୍ତନ କରାଯିବା ଠାରୁ ନେଇ ସେଥିରେ ନିବେଶର ସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ଏହିସବୁ ନିଷ୍ପତ୍ତି ଗ୍ରହଣ ଦ୍ୱାରା ଏଭଳି କ୍ଷେତ୍ରକୁ ସର୍ବାଧିକ ଲାଭ ମିଳିପାରୁଛି । ଆଜିର ଦିନରେ ଆମେ ଏଠାରେ ଯେତେବେଳେ ଏକତ୍ରିତ ହୋଇଛେ, ସେତେବେଳେ ଆପଣମାନଙ୍କ ଠାରୁ ଆମେ ସକଳ ପ୍ରକାର ସକାରାତ୍ମକ ସହଭାଗୀତାର ଆଶା କରୁଛୁ । ପିଏଲଆଇ ସହିତ ସଂଶ୍ଳିଷ୍ଟ ହେବାରେ ଯଦି କେଉଁଠାରେ ଆପଣମାନଙ୍କୁ କୌଣସି ପ୍ରକାର ସମସ୍ୟା ଆସୁଛି, ଯଦି ସେଥିରେ କୌଣସି ପ୍ରକାର ସୁଧାର କରାଯାଇପାରିବ, ଯେଉଁସବୁ କଥା ଆପଣମାନେ ଜରୁରି ବୋଲି ଚିନ୍ତା କରୁଛନ୍ତି, ସେସବୁ ଆପଣମାନେ ନିଶ୍ଚିତ ରୂପେ ଉପସ୍ଥାପନ କରନ୍ତୁ, ମୋ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାନ୍ତୁ ।

ସାଥୀଗଣ,

ସଂକଟର ଘଡ଼ିରେ ଆମେ ଦେଖିଛୁ ଯେ ସାମୂହିକ ପ୍ରୟାସ ଦ୍ୱାରା ଆମେ ବଡ଼ରୁ ବଡ଼ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା । ସହଯୋଗୀତାର ଏହି କାର୍ଯ୍ୟପନ୍ଥା ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ । ଏବେ ଶିଳ୍ପସଂସ୍ଥା ସହିତ ଜଡ଼ିତ ସମସ୍ତ ସାଥୀଙ୍କୁ ଆଗକୁ ବଢ଼ି ନୂତନ ଅବସରର ସୁଯୋଗ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ଶିଳ୍ପ ସଂସ୍ଥାମାନଙ୍କୁ ଏବେ ଦେଶ ଏବଂ ଦୁନିଆ ନିମନ୍ତେ ସର୍ବୋତ୍ତମ ଗୁଣାତ୍ମକ ମାନଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ । ଶିଳ୍ପକୁ ଦ୍ରୁତ ବେଗରେ ଆଗକୁ ଆଗେଇବାକୁ ପଡ଼ିବ, ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱର ଆବଶ୍ୟକତା ହିସାବରେ ସେମାନଙ୍କୁ ଅଭିନବତ୍ୱର ସନ୍ଧାନ କରିବାକୁ ପଡ଼ିବ । ଗବେଷଣା ଓ ବିକାଶରେ ନିଜର ଭାଗୀଦାରୀ ବଢ଼ାଇବାକୁ ହେବ । ମାନବ ସମ୍ବଳର କୌଶଳକୁ ଅଧିକ ଉନ୍ନତ କରିବା ଏବଂ ନୂତନ ପ୍ରଯୁକ୍ତିର ଉପଯୋଗ କରି ଭାରତର ଶିଳ୍ପସଂସ୍ଥାମାନଙ୍କୁ ଆଗକୁ ବଢ଼ି କାର୍ଯ୍ୟ କରିବାକୁ ପଡ଼ିବ । ତା’ହେଲେ ଯାଇ ଆମେ ବୈଶ୍ୱିକ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବା । ମୋର ବିଶ୍ୱାସ ଯେ ଆଜିର ଏହି ମନ୍ଥନ କାର୍ଯ୍ୟକ୍ରମରେ ‘ମେକ୍‍ ଇନ୍‍ ଇଣ୍ଡିଆ, ମେକ୍‍ ଫର୍‍ ଦି ୱାର୍ଲ୍ଡ’ର ଯାତ୍ରାକୁ ଆପଣମାନେ ସମସ୍ତେ ନିଜ ନିଜର ବିଚାର, ଆପଣମାନଙ୍କ ସମସ୍ତଙ୍କ ପରାମର୍ଶ ଦ୍ୱାରା ଏତେ ଶକ୍ତି ପ୍ରାପ୍ତ ହେବ, ନୂତନ ସାମର୍ଥ୍ୟ ମିଳିବ, ନୂତନ ଗତି ମିଳିବ ଓ ନୂତନ ଉତ୍ସାହ ମିଳିପାରିବ ଯେ ଆମର ଭବିଷ୍ୟତର ଯାତ୍ରା ସୁଗମ ହୋଇପାରିବ ।

ମୁଁ ପୁଣି ଥରେ ଆପଣମାନଙ୍କୁ ନିବେଦନ କରିବ ଯେ ଆପଣମାନଙ୍କୁ ଯେଉଁ ଯେଉଁ ସମସ୍ୟା ମନକୁ ଆସୁଛି, ସଂସ୍କାରକୁ ନେଇ ଯାହା ଯାହା ସୁପରାମର୍ଶ ଦେବାକୁ ଚାହୁଁଛନ୍ତି, ତାହା ମୋତେ ଅବଶ୍ୟ ପହଞ୍ଚାନ୍ତୁ । ଖୋଲା ମନରେ ପହଞ୍ଚାନ୍ତୁ । ସରକାର ଆପଣମାନଙ୍କର ପ୍ରତ୍ୟେକ ପରାମର୍ଶ, ପ୍ରତ୍ୟେକ ସମସ୍ୟା ସମାଧାନ କରିବା ସକାଶେ ପ୍ରସ୍ତୁତ ଅଛନ୍ତି । ମୁଁ ପୁଣି ଥରେ କହିବି ଯେ ସରକାରଙ୍କ ପ୍ରୋତ୍ସାହନରେ ଯାହା କିଛି ବ୍ୟବସ୍ଥା ରହିଛି, ଆପଣମାନଙ୍କୁ କେବେ ଏମିତି ଲାଗିଛି ଯେ ବିଶ୍ୱରେ ଯେଉଁ ସାମଗ୍ରୀ ଉପଲବ୍ଧ ରହିଛି ସେସବୁ ଠାରୁ ଆମ ସାମଗ୍ରୀ ଶସ୍ତାରେ ହିଁ ବିକ୍ରି ହୋଇପାରିବ । ଏକଥା ନିଜ ଜାଗାରେ ଠିକ୍‍ ଲାଗୁଥାଇପାରେ । କିନ୍ତୁ ଏକଥା ମାନି ଚଳନ୍ତୁ ଯେ ସେହିସବୁ ମଧ୍ୟରେ ସବୁଠାରୁ ବଡ଼ କଥାଟି ହେଲା ଗୁଣାତ୍ମକ ମାନ । ଆମ ଉତ୍ପାଦ ଗୁଣାତ୍ମକ ମାନ ଦୃଷ୍ଟିରୁ କେତେ ପ୍ରତିଦ୍ୱନ୍ଦ୍ୱୀ, ପୁଣି ଦୁନିଆ ଏଥିପାଇଁ ଦି’ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ଅଛି କି ନାହିଁ, ତାହା ମଧ୍ୟ ଜାଣିବା ଦରକାର । ଆଜି ଭାରତ ଏକ ବ୍ରାଣ୍ଡ୍‍ର ପରିଣତ ହୋଇସାରିଛି । ଏବେ ଆପଣମାନଙ୍କୁ କେବଳ ନିଜର ଉତ୍ପାଦର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ଆପଣମାନଙ୍କୁ ଏଥିପାଇଁ ଅଧିକ କିଛି ପରିଶ୍ରମ କରିବାକୁ ପଡ଼ିବନାହିଁ । ଯଦି ଶ୍ରମ ସ୍ୱୀକାର କରିବାକୁ ହେବ ତ ଉତ୍ପାଦନ ମାନ ଉପରେ ହିଁ କରିବାକୁ ପଡ଼ିବ । ପିଏଲଆଇର ଅଧିକତର ଫାଇଦା ପିଏଲଆଇରେ ଅଧିକ ସୁବିଧା କେମିତି ମିଳିପାରିବ, ତାହା ସେଥିରେ ନାହିଁ । ପିଏଲଆଇର ସର୍ବାଧିକ ଲାଭ ଉତ୍ପାଦନର ଗୁଣାତ୍ମକ ମାନ ଉପରେ ଜୋର ଦେବା ଉପରେ ହିଁ ନିହିତ । ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଜିର ଆଲୋଚନାରେ ଧ୍ୟାନ ଦିଆଯିବା ଉଚିିତ, ସେଥିରୁ ଅଧିକ ଲାଭ ମିଳିପାରିବ ।

ଆପଣମାନେ ଏତେ ସଂଖ୍ୟାରେ ଚଳିତ ଥର ଆସି ଆମ ସହ ଏକଜୁଟ ହୋଇଛନ୍ତି, ଆପଣମାନେ ସାରା ଦିନ ଏଠାରେ ବସିରହିବେ । ମୁଁ ଆପଣମାନଙ୍କର ଆଉ ଅଧିକ ସମୟ ନେବାକୁ ଚାହୁଁନାହିଁ । ମୋ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ଏହି ସମାରୋହକୁ ଆସିଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହ କୃତଜ୍ଞତା ବ୍ୟକ୍ତ କରୁଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”