Launches new Complaint Management System portal of CVC
“For a developed India, trust and credibility are critical”
“Earlier governments not only lost people’s confidence but they also failed to trust people”
“We have been trying to change the system of scarcity and pressure for the last 8 years. The government is trying to fill the gap between supply and demand”
“Technology, service saturation and Aatmnirbharta are three key ways of tackling corruption”
“For a developed India, we have to develop such an administrative ecosystem with zero tolerance on corruption”
“Devise a way of ranking departments on the basis of pending corruption cases and publish the related reports on a monthly or quarterly basis”
“No corrupt person should get political-social support”
“Many times the corrupt people are glorified in spite of being jailed even after being proven to be corrupt. This situation is not good for Indian society”
“Institutions acting against the corrupt and corruption like the CVC have no need to be defensive”
“When you take action with conviction, the whole nation stands with you”

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂ ମହାଶୟ, ପ୍ରିନ୍‌ସିପାଲ୍ ସେକ୍ରେଟାରି ଡା.ପି. କେ ମିଶ୍ରା, ଶ୍ରୀ ରାଜୀବ ଗୌବା, ସିଭିସି ଶ୍ରୀ ସୁରେଶ୍ ପଟେଲ୍, ଅନ୍ୟ ସମସ୍ତ କମିଶନର୍ସ, ଦେବୀ ଓ ସଜ୍ଜନଗଣ!

ଏହି ସତର୍କତା ସପ୍ତାହ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇଛି। ସର୍ଦ୍ଦାର ସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସଚ୍ଚୋଟତା, ପାରଦର୍ଶିତା ଏବଂ ଏଥିରୁ ପ୍ରେରିତ ସର୍ବସାଧାରଣ ସେବାର ନିର୍ମାଣ ପାଇଁ ସମର୍ପିତ ରହିଛି। ଏବଂ ଏହି କମିଟମେଣ୍ଟ ସହିତ ଆପଣ ସତର୍କତା କୁ ନେଇ ଜାଗୃତିର ଏହି ଅଭିଯାନ ଚଲାଇଛି। ଚଳିତ ଥର ଆପଣ ସମସ୍ତ ‘ବିକଶିତ ଭାରତ ପାଇଁ ଦୁର୍ନୀତି ମୁକ୍ତ ଭାରତ’, ଏହି ସଙ୍କଳ୍ପ ସିହତ ସତର୍କତା ସପ୍ତାହ ପାଳନ କରୁଛନ୍ତି। ଏହି ସଙ୍କଳ୍ପ ଆଜିର ସମୟର ଆବଶ୍ୟକତା ଅଟେ, ପ୍ରାସଙ୍ଗିକ ଅଟେ ଏବଂ ଦେଶବାସୀଙ୍କ ପାଇଁ ସେହିପରି ମହତ୍ତ୍ବପୂର୍ଣ୍ଣ ଅଟେ।

ବନ୍ଧୁଗଣ,

ବିକଶିତ ଭାରତ ପାଇଁ, ବିଶ୍ବାସ ଏବଂ ବିଶ୍ବସନୀୟନତା, ଏହି ଦୁଇଟି ବହୁତ ଆବଶ୍ୟକ ଅଟେ। ସରକାରଙ୍କ ଉପରେ ଜନ ସାଧାରଣଙ୍କର ବଢ଼ୁଥିବା ବିଶ୍ବାସ, ସାଧାରଣ ଜନତାଙ୍କର ଆତ୍ମବିଶ୍ବାସ ବଢ଼ାଉଛି। ଆମର ଏଠାରେ ସମସ୍ୟା ଏହା ମଧ୍ୟ ରହିଛି ଯେ ସରକାର ଜନତାଙ୍କର ବିଶ୍ବାସ ହରାଇଛି, ଜନତାଙ୍କ ଉପରେ  ମଧ୍ୟ ବିଶ୍ବାସ କରିବାରେ ପଛରେ ରହିଛି। ଦାସତ୍ବର ଦୀର୍ଘ ସମୟ ଧରି ଆମକୁ ଭ୍ରଷ୍ଟାଚାର, ଶୋଷଣ, ସମ୍ବଳ ଉପରେ ନିୟନ୍ତ୍ରଣର ଯେଉଁ ଲିଗାସି ମିଳିଛି, ତାହାକୁ ଦୁର୍ଭାଗ୍ୟ ସହିତ ସ୍ବାଧୀନତା ପରେ ଆହୁରି ଅଧିକ ସଂପ୍ରସାରିତ ହେଲା ଏବଂ ଏହାର ବହୁତ କ୍ଷତି ଚାରି ଚାରି ପୀଢ଼ି ଉଠାଇଛନ୍ତି।

କିନ୍ତୁ ସ୍ବାଧୀନତାର ଏହି ଅମୃତ କଳାରେ ଆମକୁ ଦଶକ ଧରି ଚାଲି ଆସୁଥିବା ଏହି ପରିପାଯିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବା ଆବଶ୍ୟକ। ଚଳିତ ଥର 15 ଅଗଷ୍ଟରେ ଲାଲ୍ କିଲାରୁ ମଧ୍ୟ ମୁଁ କହିଛି ଯେ ଗତ ବର୍ଷ ଧରି ଶ୍ରମ, ସାଧନା, କିଛି ପଦକ୍ଷେପ, ଏହା ପରେ ଏବେ ଭ୍ରଷ୍ଟାଚାର ବିପକ୍ଷରେ ନିର୍ଣ୍ଣାୟକ ସଂଗ୍ରାମର ସମୟ ଆସି ଯାଇଛି। ଏହି ସନ୍ଦେଶକୁ ବୁଝି କରି, ଏହି ମାର୍ଗ ଉପରେ ଚାଲି ଆମେ ବିକଶିତ ଭାରତ ଦିଗରେ ଦ୍ରୁତ ଗତିରେ ଯାଇ ପାରିବା।

ବନ୍ଧୁଗଣ,

ଆମର ଦେଶରେ ଭ୍ରଷ୍ଟାଚାର ଆଡ଼କୁ ଦେଶବାସୀଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦୁଇଟି ବଡ଼ କାରଣ ରହିଛି – ଗୋଟିଏ ହେଉଛି ସୁବିଧାର ଅଭାବ ଏବଂ ଦ୍ବିତୀୟ ଯି ହେଉଛି ସରକାରଙ୍କ ଅନାବଶ୍ୟକ ଚାପ। ଦୀର୍ଘ ସମୟ ଧରି ଆମର ଏଠାରେ ସୁବିଧା, ସୁଯୋଗର ଅଭାବ ରହି ଆସିଛି, ଏକ ଗ୍ୟାପ୍, ଏକ ବ୍ୟବଧାନକୁ ବଢ଼ିବାକୁ ଦିଆଗଲା। ଏହା ଦ୍ବାରା ଅନୁପଯୁକ୍ତ ପ୍ରତିଯୋଗୀତା ଆରମ୍ଭ ହେଲା ଯେଉଁଥିରେ ଯେକୌଣସି ଲାଭକୁ, କୌଣସି ସୁବିଧାକୁ ଅନ୍ୟ ଠାରୁ ଆଗରୁ ପାଇବାର ଦୌଡ଼ ଆରମ୍ଭ ହୋଇଗଲା। ଏହି ପ୍ରତିଯୋଗୀତା ଭ୍ରଷ୍ଟାଚାରର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏକ ପ୍ରକାର ଭାବରେ ସାର-ପାଣିର କାମ କଲା। ରାସନ ଦୋକାନରେ ଲାଇନ୍, ଗ୍ୟାସ କନେକ୍‌ସନ ଠାରୁ ନେଇ ସିଲିଣ୍ଡର ଭରିବାରେ ଲାଇନ୍, ବିଲ୍ ପଇଠ ହେଉ, ଆଡମିସନ ନେବା ହେୁ, ଲାଇସେନ୍ସ ନେବା ହେଉ, କୌଣସି ଅନୁମତି ନେବା ହେଉ, ସବୁ ସ୍ଥାନରେ ଲାଇନ୍। ଏହି ଲାଇନ୍ ଯେତେ ଲମ୍ବା, ଭ୍ରଷ୍ଟାଚାର ମଧ୍ୟ ସେତିକି ମାତ୍ରାରେ ଅଧିକ ଏବଂ ଏହି ପ୍ରକାରର ଭ୍ରଷ୍ଟାଚାରର ସବୁଠାରୁ ଅଧିକ କ୍ଷତି ଯଦି କାହାରିକୁ ଉଠାଇବାକୁ ହୋଇଥାଏ, ତେବେ ସେମାନେ ହେଉଛନ୍ତି ଦେଶର ଗରିବ ଓ ମଧ୍ୟମ ବର୍ଗର ବ୍ୟକ୍ତିମାନେ।

ଯେତେବେଳେ ଦେଶର ଗରିବ ଓ ମଧ୍ୟମ ବର୍ଗ, ନିଜର ଶକ୍ତି ଏହି ସମ୍ବଳକୁ ସଂଗ୍ରହ କରିବାରେ ଲଗାଇ ଦେବେ ତେବେ ଦେଶ କିପରି ଆଗକୁ ବଢ଼ିବ, କିପରି ବିକଶିତ ହେବ? ଏଥିପାଇଁ ଗତ 8 ବର୍ଷ ଧରି ଅଭାବ ଓ ଚାପ ରେ ଥିବା ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ପ୍ରଚେଷ୍ଟା କରାଯାଉଛି, ଡିମାଣ୍ଡ ଏବଂ ସପ୍ଲାଇର ଗ୍ୟାପକୁ ଦୂର କରିବାର ପ୍ରଚେଷ୍ଟା କରାଯାଉଛି। ଏଥିପାଇଁ ଆମେ ଅନେକ ରାସ୍ତାକୁ ବାଛିଛୁ।

ତିନିଟି ପ୍ରମୁଖ ବିଷୟ ଆଡ଼କୁ ମୁଁ ଧ୍ୟାନ ଆକର୍ଷିତ କରିବାକୁ ଚାହିଁବି। ଏକ ଆଧୁନିକ ଟେକ୍‌ନୋଲୋଜିର ରାସ୍ତା, ଦ୍ବିତୀୟ ଟି ହେଉଛି ମୂଳ ସୁବିଧାର ସାଚୁରେସନର ଲକ୍ଷ୍ୟ ଏବଂ ତୃତୀୟ ହେଉଛି ଆତ୍ମନିର୍ଭରଶୀଳତାର ରାସ୍ତା। ଏବେ ଯେପରି ରାସନର ଉଦାହରଣ ନିଅନ୍ତୁ। ଗତ 8 ବର୍ଷ ଧରି ଆମେ ପିଡିଏସ୍ କୁ ଟେକ୍‌ନୋଲୋଜି ସହିତ ଯୋଡ଼ିଛୁ ଏବଂ କୋଟି କୋଟି ଜାଲ୍ ହିତାଧିକାରୀଙ୍କୁ ସିଷ୍ଟମରୁ ବାହାର କରି ଦେଇଛୁ।

ଏହିପରି, ଡିବିଟି ଦ୍ବାରା ଏବେ ସରକାରଙ୍କ ଦ୍ବାରା ଦିଆ ଯାଉଥିବା ଲାଭ ପ୍ରତ୍ୟକ୍ଷ ଭାବରେ ହିତାଧିକାରୀଙ୍କ ନିକଟରେ ପହଞ୍ଚା ଯାଉଛି। ଏହି ଗୋଟିଏ ପଦକ୍ଷେପ ମାଧ୍ୟମରେ ଏ ପର୍ଯ୍ୟନ୍ତ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଭୁଲ୍ ହାତକୁ ଯିବାରୁ ରୋକା ଯାଇ ପାରିଛି। କ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାରେ ଲାଞ୍ଚ, କଳା ଧନ ବା ଡିଟେକ୍ଟ କରିବା କେତେ ଜଟିଳ, ଏହା ଆମେ ସବୁ ଜାଣିଛୁ।

ଏବେ ଡିଜିଟାଲ୍ ବ୍ୟବସ୍ଥାରେ ଟ୍ରାନ୍‌ଜାକ୍‌ସନର ସମ୍ପୂର୍ଣ୍ଣ ବିବରଣୀ ବହୁତ ସହଜରେ ଉପଲବ୍ଧ ହେଉଚି। ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ- ଜିଇଏମ୍ ପରି ବ୍ୟବସ୍ଥା ଦ୍ବାରା ସରକାରୀ କ୍ରୟରେ କେତେ ପାରଦର୍ଶିତା ଆସିଛି, ଯେଉଁମାନେ ଏହା ସହିତ ସାମିଲ୍ ହୋଇଛନ୍ତି, ସେମାନେ ଏହାର ମହତ୍ତ୍ବ ବୁଝି ପାରିଛନ୍ତି, ଅନୁଭବ କରିପାରିଛନ୍ତି।

ବନ୍ଧୁଗଣ,

କୌଣସି ସରକାରୀ ଯୋଜନା ପ୍ରତି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା, ସାଚୁରେସନର ଲକ୍ଷ୍ୟକୁ ପ୍ରାପ୍ତ କରିବା, ସମାଜରେ ଭେଦଭାବକୁ ସମାପ୍ତ କରିଥାଏ ଏବଂ ଦୁର୍ନୀତିର ସମ୍ଭାବନାକୁ ମଧ୍ୟ ସମାପ୍ତ କରି ଦେଇଥାଏ। ଯେତେବେଳେ ସରକାର ଓ ସରକାରଙ୍କ ବିଭିନ୍ନ ବିଭାଗ, ନିଜେ ଆଗକୁ ବଢ଼ି ପ୍ରତି ଯୋଗ୍ୟ ବ୍ୟକ୍ତିଙ୍କୁ ସନ୍ଧାନ କରୁଛନ୍ତି, ତାଙ୍କର ଦ୍ବାରକୁ ଯାଇ ପହଞ୍ଚୁଛନ୍ତି, ତେଣୁ ଯେଉଁ ମଧ୍ୟସ୍ଥି ମଝିରେ ରହିଛନ୍ତି, ତାଙ୍କର ଭୂମିକା ମଧ୍ୟ ସମାପ୍ତ ହୋଇ ଯାଇଥାଏ। ଏଥିପାଇଁ ଆମର ସରକାର ଦ୍ବାରା ପ୍ରତି ଯୋଜନାରେ ସାଚୁରେସନର ସିଦ୍ଧାନ୍ତକୁ ଗ୍ରହଣ କରାଯାଇଛି। ହର ଘର ଜଳ, ପ୍ରତି ଗରିବଙ୍କୁ ପକ୍କା ଛାତ, ପ୍ରତି ଗରିବଙ୍କୁ ବିଜୁଳି ସଂଯୋଗ, ପ୍ରତି ଗରିବଙ୍କୁ ଗ୍ୟାସ କନେକସନ ଏହି ଯୋଜନା ଗୁଡ଼ିକ ସରକାରଙ୍କ ଏହି ନୀତିକୁ ଦର୍ଶାଇଥାଏ।

ବନ୍ଧୁଗଣ,

ବିଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳତା ମଧ୍ୟ ଦୁର୍ନୀତିର ଏକ ବଡ଼ କାରଣ ରହିଛି। ଆପଣ ଜାଣିଛନ୍ତି କିପରି ଦଶକ ଧରି ଆମର ପ୍ରତିରକ୍ଷା କ୍ଷେତ୍ରକୁ ବିଦେଶ ଉପରେ ନିର୍ଭରଶୀଳ କରି ରଖାଗଲା। ଏହି କାରଣରୁ ବହୁତ ଦୁର୍ନୀତି ହୋଇଛି। ଆଜି ଆମେ ଡିଫେନ୍ସ ସେକ୍ଟରରେ ଆତ୍ମନିର୍ଭରତା ପାଇଁ ଯେଉଁ ପ୍ରଚେଷ୍ଟା କରୁଛୁ, ଏହା ଦ୍ବାରା ଏହି ସବୁ ଦୁର୍ନୀତିର ସମ୍ଭାବନା ସମାପ୍ତ ହୋଇ ଯାଇଛି। ରାଫାଏଲ୍ ଠାରୁ ନେଇ ଫାଇଟର ଜେଟ୍‌ସ ଏବଂ ଟ୍ରାନ୍‌ସପୋର୍ଟ ଏୟାରକ୍ରାଫ୍‌ଟ ପର୍ଯ୍ୟନ୍ତ ଭାରତ ନିଜେ ପ୍ରସ୍ତୁତ କରିବା ଦିଗରେ ଆଗକୁ ବଢ଼ୁଛି। କେବଳ ପ୍ରତିରକ୍ଷା ନୁହେଁ, ବରଂ ଅନ୍ୟ ଆବଶ୍ୟକତା ପାଇଁ ଆମକୁ ବିଦେଶରୁ କ୍ରୟ, ଯେପରି ଖୁବ କମ୍ ଏହା ଉପରେ ନିର୍ଭର ରହିବାକୁ ପଡ଼ିବ, ଆତ୍ମନିର୍ଭରତାର ଏପରି ପ୍ରଚେଷ୍ଟାକୁ ଆଜି ପ୍ରୋତ୍ସାହନ ପ୍ରଦାନ କରାଯାଉଛି।

ବନ୍ଧୁଗଣ,

ସିଭିସି ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ସଭିଙ୍କ ପ୍ରଚେଷ୍ଟାକୁ ପ୍ରୋତ୍ସାହିତ କରୁଥିବା ସଙ୍ଗଠନ ଅଟେ। ଗତ ଥର ମୁଁ ଆପଣ ସଭିଙ୍କୁ ପ୍ରିଭେନ୍‌ଟିଭ୍ ଭିଜିଲାନ୍‌ସ ଉପରେ ଧ୍ୟାନ ଦେବା ପାଇଁ ଆଗ୍ରହ କରିଥିଲି। ମୋତେ କୁହାଯାଇଛି ଯେ ଆପଣ ଏହି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଯେଉଁ 3 ମାସର ଅଭିଯାନ ଚାଲୁ ରଖା ଯାଇଛି, ତାହା ମଧ୍ୟ ପ୍ରଶଂସନୀୟ ଅଟେ। ମୁଁ ଆପଣଙ୍କୁ ଏବଂ ଆପଣଙ୍କ ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଉଛି। ଏବଂ ଏଥିପାଇଁ ଅଡିଟର, ଇନ୍‌ସପେକ୍‌ସନର ଏକ ପାରମ୍ପରିକ ଉପାୟ ଗ୍ରହଣ କରାଯାଉଚି। କିନ୍ତୁ ଏହାକୁ ଆହୁରି ଆଧୁନିକ, ଅଧିକ ଟେକ୍‌ନୋଲୋଜି ଡ୍ରିଭେନ୍ କିପରି କରାଯିବ, ଏହାକୁ ନେଇ ମଧ୍ୟ ଆପଣ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି ଏବଂ ଏହା ଚିନ୍ତା କରିବା ମଧ୍ୟ ଆବଶ୍ୟକ।

ବନ୍ଧୁଗଣ,

ଦୁର୍ନୀତି ବିପକ୍ଷରେ ସରକାର ଯେଉଁ ଇଚ୍ଛା ଶକ୍ତି ପ୍ରକାଶ କରିଛନ୍ତି, ସେହିପରି ଇଚ୍ଛା ଶକ୍ତି ସମସ୍ତ ବିଭାଗକୁ ଦେଖାଇବାର ଆବଶ୍ୟକତା ରହିଛି। ବିକଶିତ ଭାରତ ପାଇଁ ଆମକୁ ଏପରି ଏକ ଆଡମିନିଷ୍ଟ୍ରେଟିଭ୍ ଇକୋସିଷ୍ଟମ ବିକଶିତ କରିବାକୁ ହେବ, ଯାହା ଭ୍ରଷ୍ଟାଚାର ଉପରେ ଜିରୋ ଟଲରେନ୍‌ସ ରଖିଥାଏ। ଏହା ଆଜି ସରକାରଙ୍କ ନୀତିରେ, ସରକାରଙ୍କ ଇଚ୍ଛାଶକ୍ତିରେ, ସରକାରଙ୍କ ନିଷ୍ପତ୍ତିରେ, ଆପଣ ସବୁ ସ୍ଥାନରେ ଦେଖିପାରିବେ। କିନ୍ତୁ ଏହି ଭାବନା ଆମର ପ୍ରଶାସନିକ ବ୍ୟବସ୍ଥାର ଡିଏନଏ ରେ ମଧ୍ୟ ମଜବୁତ ଭାବରେ ରହିବା ଆବଶ୍ୟକ। ଏକ ଭାବନା ଏହା ମଧ୍ୟ ରହିଛି ଯେ ଯେଉଁ ଭ୍ରଷ୍ଟ ଅଫିସରମାନେ ରହିଛନ୍ତି, ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ, ତାହା ଆପରାଧିକ ହେଉ ବା ବିଭାଗୀୟ, ବର୍ଷ ବର୍ଷ ଧରି ଚାଲି ଆସୁଛି। କଣ ଆମେ ଦୁର୍ନୀତି ସମ୍ବନ୍ଧିତ ଡିସିପ୍ଲିନାରି ପ୍ରୋସିଡିଂକୁ ମିଶନ୍ ମୋଡରେ, ଏକ ଅବଧି ନିର୍ଦ୍ଧାରିତ କରି ସମ୍ପୂର୍ଣ୍ଣ କରିପାରିବା? କାରଣ ଝୁଲୁଥିବା ଖଣ୍ଡା ତାଙ୍କୁ ମଧ୍ୟ ଚିନ୍ତିତ କରାଇଥାଏ। ଯଦି ସେ ନିର୍ଦ୍ଦୋଶ ଏବଂ ଏହି ଚକ୍ରରେ ଆସି ଯାଇଛନ୍ତି ତେବେ ତାଙ୍କୁ ଏହି ବିଷୟର ଦୁଃଖ ସାରା ଜୀବନରେ ରହିଥାଏ ଯେ ମୁଁ ସଚ୍ଚୋଟ ଭାବରେ ଜୀବନ ଯାପନ କଲି ଏବଂ ମୋତେ ଫସାଇ ଦିଆଗଲା ଏବଂ ଏହାର ନିଷ୍ପତ୍ତି ମଧ୍ୟ କରାଯାଉ ନାହିଁ। ଯେଉଁମାନେ ଖରାପ କାମ କରିଛନ୍ତି, ତାଙ୍କର କ୍ଷତି ହେଉଛି କିନ୍ତୁ ଯେଉଁମାନେ କରି ନାହାନ୍ତି ବା ନିର୍ଦ୍ଦୋଶ ଏହି ଝୁଲୁଥିବା ଖଣ୍ଡା କାରଣରୁ ସରକାରଙ୍କ ପାଇଁ ଏବଂ ଜୀବନ ପାଇଁ ଏହି ପ୍ରକାର ଭାବରେ ବୋଝ ହୋଇଯାଏ। ଆମର ହିଁ ବନ୍ଧୁମାନଙ୍କୁ ଏହି ପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଝୁଲାଇ ରଖିବାର ଲାଭ କଣ।

ବନ୍ଧୁଗଣ,

ଏହି ପ୍ରକାରର ଆରୋପ ଉପରେ ଯେତେ ଶୀଘ୍ର ନିଷ୍ପତ୍ତି ହେବ, ସେତିକି ପରିମାଣରେ ପ୍ରଶାସନିକ ବ୍ୟବସ୍ଥାରେ ପାରଦର୍ଶିତା ଆସିବ, ତାଙ୍କର ଶକ୍ତି ବଢ଼ିବ। ଯେଉଁ ଆପରାଧିକ କେସ୍ ରହିଛି, ସେଥିରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟାନୁଷ୍ଠାନ କରାଯିବା, ତାହାର କ୍ରମାଗତ ଭାବରେ ମନିଟରିଂ କରାଯିବାର ଆବଶ୍ୟକତା ରହିଛି। ଆଉ ଗୋଟିଏ କାମ ଯାହାକୁ କରାଯାଇପାରିବ ତାହା ହେଉଛି ପେଣ୍ଡିଂ କରପ୍‌ସନ କେସ ଆଧାରରେ ଡିପାର୍ଟମେଣ୍ଟସର ରାଙ୍କିଂ। ଏବେ ଏଥିରେ ମଧ୍ୟ ସ୍ବଚ୍ଛତା ପାଇଁ ଯେପରି ଆମେ ପ୍ରତିଯୋଗୀତା କରୁଛୁ, ଏଥିରେ ମଧ୍ୟ କରିବା ଉଚିତ୍। ଦେଖିବା ଯେ କେଉଁ ଡିପାର୍ଟମେଣ୍ଟ ଏଥିରେ ପଛରେ ରହିଛି, ଏହାର କାରଣ କଣ ଅଟେ। ଏବଂ କେଉଁ ଡିପାର୍ଟମେଣ୍ଟ ରହିଛି ଯାହା ବହୁତ ଦ୍ରୁତ ଗତିରେ ସମସ୍ୟାକୁ ଗମ୍ଭୀରତାର ସହିତ ନେଇ ଆଗକୁ ବଢ଼ୁଛି। ଏବଂ ଏଥିରେ ସାମିଲ୍ ରିପୋର୍ଟସର ମାସିକ ବା ତ୍ରୟ ମାସିକ ପବ୍ଲିକେସନ, ଭିନ୍ନ ଭିନ୍ନ ବିଭାଗକୁ ଦୁର୍ନୀତି ବିପକ୍ଷରେ ଚାଲୁ ରହିଥିବା କେସକୁ ଦ୍ରୁତ ଗତିରେ ସମାଧାନ କରିବା ପାଇଁ ପ୍ରେରିତ କରିବ।

ଆମକୁ ଟେକ୍‌ନୋଲୋଜି ମାଧ୍ୟମରେ ଆଉ ଏକ କାମ କରିବା ଆବଶ୍ୟକ। ଅନେକ ସମୟରେ ଦେଖା ଯାଇଛି ଯେ ଭିଜିଲାନ୍‌ସ କ୍ଲିୟରାନ୍‌ସ ରେ ବହୁତ ସମୟ ଲାଗି ଯାଇଥାଏ। ଏହି ପ୍ରକ୍ରିୟାକୁ ମଧ୍ୟ ଟେକ୍‌ନୋଲୋଜି ସହାୟତାରେ ଷ୍ଟ୍ରିମଲାଇନ୍ କରାଯାଇପାରେ। ଆଉ ଏକ ବିଷୟ ଯାହାକୁ ମୁଁ ଆପଣଙ୍କ ନିକଟରେ ରଖିବାକୁ ଚାହୁଁଛି ତାହା ହେଉଛି ସର୍ବସାଧାରଣ ଅଭିଯୋଗର। ସରକାରଙ୍କ ବିଭିନ୍ନ ବିଭାଗରେ ସାଧାରଣ ଲୋକଙ୍କ ଦ୍ବାରା ଅଭିଯୋଗ ପଠା ଯାଇଥାଏ। ଏହାର ସମାଧାନ ପାଇଁ ମଧ୍ୟ ଏକ ସିଷ୍ଟମ କରାଯାଇଛି।

କିନ୍ତୁ ଯଦି ସର୍ବସାଧାରଣ ଅଭିଯୋଗର ଡାଟାକୁ ଆମେ ଅଡିଟ୍ କରିପାରିବା, ତେବେ ଏହା ଜାଣିପାରିବା ଯେ କୌଣସି ଏକ ନିର୍ଦ୍ଦିଷ୍ଟ ବିଭାଗ ରହିଛି କି ଯେଉଁଥିରେ ଅଧିକରୁ ଅଧିକ ଅଭିଯୋଗ ଆସୁଛି। କୌଣସି ସ୍ବତନ୍ତ୍ର ବ୍ୟକ୍ତି ଅଛନ୍ତି କି ଯେଉଁଠାରେ ସବୁ ବିଷୟ ଅଟକୁଛି। କଣ ଆମର କିଛି ପ୍ରୋସେସିଂ ପଦ୍ଧତି ରହିଛି ଯେଉଁଥିରେ ସମସ୍ୟା ରହିଛି, ଯେଉଁ କାରଣରୁ ସମସ୍ୟା ଦେଖା ଯାଉଛି। ମୋତେ ଲାଗୁଛି ଏପରି କରି ଆପଣ ଏହି ବିଭାଗରେ ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବେ। ଆମକୁ ଏହି ଅଭିଯୋଗ ଗୁଡ଼ିକୁ ଭିନ୍ନ ଭାବରେ ଦେଖିବା ଉଚିତ୍ ନୁହେଁ। ସମ୍ପୂର୍ଣ୍ଣ ଭାବରେ କାନଭାସ୍ ଉପରେ ରଖି ସମସ୍ତ ପ୍ରକାର ବିଶ୍ଳେଷଣ କରିବା ଉଚିତ୍। ଏବଂ ଏଥିରେ ଜନତାଙ୍କର ମଧ୍ୟ ସରକାର ଓ ପ୍ରଶାସନିକ ବିଭାଗ ଉପରେ ବିଶ୍ବାସ ଆହୁରି ଅଧିକ ବଢ଼ିବ।

ବନ୍ଧୁଗଣ,

ଦୁର୍ନୀତି ଉପରେ ଦୃଷ୍ଟି ରଖିବା ପାଇଁ ଆମେ ସମାଜର ଭାଗିଦାରୀ, ସାଧାରଣ ନାଗରିକଙ୍କ ଭାଗିଦାରୀକୁ ଆମେ ଅଧିକରୁ ଅଧିକ କିପରି ପ୍ରୋତ୍ସାହିତ କରିପାରିବା, ତାହା ଉପରେ ମଧ୍ୟ କରିବା ଆବଶ୍ୟକ। ଏଥିପାଇଁ ଦୁର୍ନୀତି କରୁଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି ସେ କୌଣସି ପ୍ରକାରେ ଖସିଯିବା ଉଚିତ୍ ନୁହେଁ। ଏହା ଆପଣଙ୍କ ପରି ସଂସ୍ଥାର ଦାୟୀତ୍ବ ଅଟେ।

କୌଣସି ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କୁ ରାଜନୈତିକ-ସାମାଜିକ ସୁରକ୍ଷା ମିଳିବା ଉଚିତ୍ ନୁହେଁ, ପ୍ରତି ଭ୍ରଷ୍ଟାଚାରି ସମାଜ ଦ୍ବାରା କାଠଗଢ଼ା ମଧ୍ୟରେ ଛିଡ଼ା କରାଯିବା ଉଚିତ୍, ଏପରି ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଆମେ ଦେଖିଛୁ ଯେ ଜେଲ ଦଣ୍ଡ ମିଳିବା ସତ୍ତ୍ବେ, ଦୁର୍ନୀତି ପ୍ରମାଣିତ ହେବା ସତ୍ତ୍ବେ ମଧ୍ୟ ଅନେକ ସମୟରେ ଦୁର୍ନୀତିକାରୀଙ୍କୁ ଗୌରବାନ୍ବିତ କରାଯାଇଥାଏ। ମୁଁ ତ ଦେଖୁଛି, ଏପରି ବ୍ୟକ୍ତିମାନଙ୍କ ସହିତ ହାତ ମିଳାଇ ଫଟୋ ଉଠାଇବାରେ ମଧ୍ୟ ସେମାନେ ଦ୍ବିଧା ପ୍ରକାଶ କରୁ ନାହାନ୍ତି।

ଏପରି ସ୍ଥିତି ଭାରତୀୟ ସମାଜ ପାଇଁ ଠିକ୍ ନୁହେଁ। ଆଜି ମଧ୍ୟ କିଛି ଲୋକ ଦୋଷୀ ଭାବରେ ପ୍ରମାଣିତ ହୋଇ ସାରିଥିବା କିନ୍ତୁ ଦୁର୍ନୀତିକାରୀଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏବେ ତ ଦୁର୍ନୀତିକାରୀଙ୍କୁ ବଡ଼ ବଡ଼ ସମ୍ମାନ ଦେବା ପାଇଁ ଓକିଲାତି କରାଯାଉଛି, ଏପରି କେବେ ଦେଶରେ ଆମେ ଶୁଣି ନଥିଲୁ। ଏପରି ଲୋକ, ଏପରି ଶକ୍ତିଙ୍କୁ ମଧ୍ୟ ସମାଜ ଦ୍ବାରା ନିଜର କର୍ତ୍ତବ୍ୟର ବୋଧ କରାଯିବାର ବହୁତ ଆବଶ୍ୟକତା ରହିଛି। ଏଥିରେ ମଧ୍ୟ ଆପଣଙ୍କ ବିଭାଗ ଦ୍ବାରା କରାଯାଇଥିବା ଦୃଢ଼ ପଦକ୍ଷେପର ବଡ଼ ଭୂମିକା ରହିଛି।

ବନ୍ଧୁଗଣ,

ଆଜି ଯେତେବେଳେ ମୁଁ ଆପଣଙ୍କ ମଧ୍ୟକୁ ଆସିଛି ସେତେବେଳେ ଆଉ କିଛି କଥା କହିବା ପାଇଁ ସ୍ବାଭାବିକ ଭାବରେ ଆଗ୍ରହ ସୃଷ୍ଟି ହେଉଛି। ଦୁର୍ନୀତି ଓ ଦୁର୍ନୀତିକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରୁଥିବା ସିଭିସି ପରି ସଙ୍ଗଠନକୁ ଏବଂ ଏଠାରେ ସଭିଏ ଆପଣଙ୍କ ଏଜେନ୍ସିର ଲୋକମାନେ ବସିଛନ୍ତି, ଆପଣଙ୍କୁ ଡିଫେନସିଭ୍ ହେବାର କୌଣସି ଆବଶ୍ୟକତା ନାହିଁ। ଯଦି ଦେଶର ଉନ୍ନତି ପାଇଁ କାମ କରୁଛନ୍ତି, ତେବେ ଅପରାଧବୋଧରେ ବଞ୍ଚିବାର ଆବଶ୍ୟକତା ନାହିଁ ବନ୍ଧୁଗଣ। ଆମକୁ ପଲିଟିକାଲ୍ ଏଜେଣ୍ଡା ଉପରେ କାମ କରିବାର ଆବଶ୍ୟକତା ନାହିଁ।

କିନ୍ତୁ ଦେଶର ସାଧାରଣ ଲୋକମାନଙ୍କର ଯେଉଁ ସମସ୍ୟା ଦେଖା ଯାଉଛି ସେଥିରୁ ମୁକ୍ତି ଦେବାର କାମ ହେଉଛି ଆମର। ଏହି କାମ ଆମକୁ କରିବାକୁ ହେବ। ଏବଂ ଯେଉଁମାନଙ୍କର ନିହିତ ସ୍ବାର୍ଥ ରହିଛି ସେମାନେ ପାଟି କରିବେ, ସେମାନେ ଏହି ଅନୁଷ୍ଠାନ ଗୁଡ଼ିକୁ ଚାପିବାକୁ ଚେଷ୍ଟା କରିବେ। ଏହି ଅନୁଷ୍ଠାନରେ ରହିଥିବା ସମର୍ପିତ ଲୋକମାନଙ୍କୁ ବଦନାମ କରିବାର ଚେଷ୍ଟା କରିବେ। ଏହା ସବୁ ହୋଇପାରିବ। ମୁଁ ଦୀର୍ଘ ସମୟ ଧରି ଏହି ବ୍ୟବସ୍ଥାରୁ ବାହାରିଛି ବନ୍ଧୁଗଣ। ଦୀର୍ଘ ସମୟ ଧରି ହେଡ୍ ଅଫ୍ ଗଭର୍ଣ୍ଣମେଣ୍ଟ ଭାବରେ ମୋତେ କାମ କରିବାର ସୁଯୋଗ ମିଳିଛି। ମୁଁ ବହୁତ ଗାଳି ଶୁଣିଛି, ବହୁତ ଆରୋପ ଶୁଣିଛି ବନ୍ଧୁଗଣ, କିଛି ବାକି ନାହିଁ ମୋ ପାଇଁ।

କିନ୍ତୁ ଜନତା ଜନାର୍ଦ୍ଦନ ଈଶ୍ବରର ରୂପ ଅଟେ, ସେ ସତ୍ୟକୁ ଜାଣିଥାନ୍ତି, ସତ୍ୟକୁ ଦେଖିଥାନ୍ତି ଏବଂ ସୁଯୋଗ ଆସିବା କ୍ଷେତ୍ରରେ ସତ୍ୟ ସହିତ ମଧ୍ୟ ରହିଥାନ୍ତି। ମୁଁ ନିଜର ଅନୁଭବରେ ଏହା କହୁଛି ବନ୍ଧୁଗଣ। ସଚ୍ଚୋଟତାର ସହିତ କାମ କରନ୍ତୁ, ଯେଉଁ ଦାୟୀତ୍ବ ମିଳିଛି ସେହି ଦିଗରେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ। ଆପଣ ଦେଖିବେ ଈଶ୍ବର ସର୍ବଦା ଆପଣଙ୍କ ସହିତ ରହିବେ, ଜନତା ଜନାର୍ଦ୍ଦନ ଆପଣଙ୍କ ସହିତ ରହିବେ, କିଛି ଲୋକ ପାଟି କରିବେ, କାରଣ ତାଙ୍କର ନିଜର ସ୍ବାର୍ଥ ରହିଛି ଓ ତାଙ୍କର ଗୋଡ଼ ସର୍ବଦା ଦୁର୍ନୀତି ମଧ୍ୟରେ ରହିଥାଏ।

ଏବଂ ଏଥିପାଇଁ ମୁଁ ସର୍ବଦା କହୁଛି, ଦେଶ ପାଇଁ, ସଚ୍ଚୋଟତାର ସହିତ କାମ କରିବା ସମୟରେ କିଛି ବି ଯଦି ଏହି ପ୍ରକାର ବିବାଦ ଦେଖା ଦିଏ, ଯଦି ଆମେ ସଚ୍ଚୋଟତାର ରାସ୍ତାରେ ଚାଳିବା, ସଚ୍ଚୋଟତାର ସହିତ କାମ କରିବା, ତେବେ ଡିଫେନ୍‌ସିଭ୍ ହେବାର କୌଣସି ଆବଶ୍ୟକତା ନାହିଁ।

ଆପଣ ସଭିଏଁ ସାକ୍ଷୀ ଅଟନ୍ତି ଯେତେବେଳେ ଆପଣ ବିଶ୍ବାସର ସହିତ ଆକ୍ସନ ନେଇଥାନ୍ତି, ଅନେକ ସୁଯୋଗ ଆପଣଙ୍କ ଜୀବନରେ ଆସିଥିବ, ସମାଜ ସର୍ବଦା ଆପଣଙ୍କ ସହିତ ଛିଡ଼ା ହେବ ବନ୍ଧୁଗଣ। ଦୁର୍ନୀତିମୁକ୍ତ ଦେଶ ଓ ଦୁର୍ନୀତିମୁକ୍ତ ସମାଜ ପ୍ରସ୍ତୁତ କରିବା ପାଇଁ ସିଭିସି ପରି ସଂସ୍ଥା କୁ ନିରନ୍ତର ସତର୍କ ରହିବାକୁ ହେବ, କାରଣ ଏକୁଟିଆ ଆମେ କଣ କରିପାରିବା, ଚାରି ଛଅ ଜଣ ଲୋକ ଗୋଟିଏ ଅଫିସରେ ବସି କଣ କରିପାରିବେ। ସମ୍ପୂର୍ଣ୍ଣ ବ୍ୟବସ୍ଥା ଯେପର୍ଯ୍ୟନ୍ତ ତାଙ୍କ ସହିତ ସାମିଲ୍ ହୋଇ ନାହିଁ, ଏହି ଉତ୍ସାହକୁ ନେଇ ଯାଉ ନାହିଁ, ସେତେବେଳେ ବ୍ୟବସ୍ଥା ମଧ୍ୟ ବେଳେ ବେଳେ ସଠିକ୍ ଭାବରେ କାମ କରିପାରିବ ନାହିଁ।

ବନ୍ଧୁଗଣ,

ଆପଣଙ୍କର ବହୁତ ବଡ଼ ଦାୟୀତ୍ବ ରହିଛି। ଆପଣଙ୍କ ଆହ୍ବାନ ମଧ୍ୟ ସମୟ ସହିତ ପରିବର୍ତ୍ତନ ହେଉଛି। ଏବଂ ଏଥିପାଇଁ ଆପଣଙ୍କର ଆଚରଣ, ବ୍ୟବହାର କାର୍ଯ୍ୟ ପ୍ରଣାଳୀରେ ନିରନ୍ତର ଗତିଶୀଳତାର ଆବଶ୍ୟକତା ରହିଛି। ମୋର ବିଶ୍ବାସ ରହିଛି ଯେ ଆପଣ ଅମୃତ କାଳରେ ପାରଦର୍ଶି ଏବଂ ପ୍ରତିଯୋଗୀ ଇକୋସିଷ୍ଯମର ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ମୋତେ ଭଲ ଲାଗିଲା ଆଜି କିଛି ସ୍କୁଲ୍ ଛାତ୍ରଙ୍କୁ ଏଠାକୁ ଡକା ଯାଇଛି। ସଭିଏ ରଚନା ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଏକ କ୍ରମାଗତ ସ୍ପିଚ୍ ପ୍ରତିଯୋଗୀତାର ପରମ୍ପରା ମଧ୍ୟ ବିକଶିତ କରାଯାଇପାରିବ। କିନ୍ତୁ ଗୋଟିଏ ବିଷୟ ଆଡ଼କୁ ମୋର ଧ୍ୟାନ ଗଲା, ଆପଣଙ୍କର ଧ୍ୟାନ ମଧ୍ୟ ଯାଇଥିବ। ଆପଣ ମଧ୍ୟ ଏହାକୁ ଦେଖିଥିବେ, ବହୁତ ଲୋକ ଏହାକୁ ଦେଖିଥିବେ, ବହୁତ ଲୋକମାନେ ଯାହା ଦେଖିଲେ ତାହା ଉପରେ ଚିନ୍ତା କରିଥିବେ। ମୁଁ ମଧ୍ୟ ଦେଖିଲି, ମୁଁ ମଧ୍ୟ ଚିନ୍ତା କଲି। ମାତ୍ର 20 ପ୍ରତିଶତ ପୁରୁଷ ଦୁର୍ନୀତି ବିପକ୍ଷରେ ସଂଗ୍ରାମରେ ପୁରସ୍କାର ପାଇଛନ୍ତି, 80 ପ୍ରତିଶତ ଝିଅ ଏହାକୁ ପାଇଛନ୍ତି। ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ଝିଅ, ଅର୍ଥାତ୍ ଅର୍ଥାତ୍ ଏହି 20 କୁ 80 କିପରି କରିବା କାରଣ ସମାଧାନ ତ ତାଙ୍କ ହାତରେ ରହିଛି। ଏହି ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ଦୁର୍ନୀତି ବିପକ୍ଷରେ ସେହିପରି ଶକ୍ତି ସୃଷ୍ଟି ହେଉ, ଯାହା ଏହି ଝିଅ ମାନଙ୍କର ରହିଛି , ସେତେବେଳେ ହିଁ ଉଜ୍ଜ୍ବଳ ଭବିଷ୍ୟତର ରାସ୍ତା ସୃଷ୍ଟି ହୋଇପାରିବ।

କିନ୍ତୁ ଆପଣଙ୍କର ଏହି ପ୍ରିଭେନଟିଭ୍ ଏହି ଦୃଷ୍ଟିରେ ଏହି ଅଭିଯାନ ଭଲ କାରଣ ପିଲାମାନଙ୍କ ମନରେ ଦୁର୍ନୀତି ବିପକ୍ଷରେ ଏକ ଘୃଣା ଭାବନା ସୃଷ୍ଟି ହେବା ଆବଶ୍ୟକ। ଯେପର୍ଯ୍ୟନ୍ତ ଦୁର୍ନୀତି ବିପକ୍ଷରେ ଘୃଣା ଭାବନା ସୃଷ୍ଟି ହେବ ନାହିଁ, ସ୍ବଚ୍ଛତାର ମହତ୍ତ୍ବ ବିଷୟରେ ବୁଝା ଯାଇ ପାରିବ ନାହିଁ। ଏବଂ ଦୁର୍ନୀତି କୁ କଦାପି ଅଣଦେଖା କରିବା ଉଚିତ୍ ନୁହେଁ। ଏହା ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଇଥାଏ। ଆଉ ମୁଁ ମଧ୍ୟ ଜାଣିଛି, ଏହା ଉପରେ ବାରମ୍ବାର ଆଲୋଚନା କରିବାକୁ ପଡ଼ିବ, ବାରମ୍ବାର କହିବାକୁ ପଡ଼ିବ, ବାରମ୍ବାର ସତର୍କ ରହିବାକୁ ପଡ଼ିବ।

କିଛି ଲୋକମାନେ ନିଜର ଶକ୍ତିକୁ ଏଥିପାଇଁ ମଧ୍ୟ ବ୍ୟବହାର କରନ୍ତି ଯେ କିପରି ଆଇନ୍ ବାହାରେ ରହି ଏହା କରାଯାଇ ପାରିବ, ସେହି ଜ୍ଞାନର ଉପଯୋଗ ସେମାନେ ମଧ୍ୟ କରିଥାନ୍ତି, ପରାମର୍ଶ ମଧ୍ୟ ଏଥିପାଇଁ ଦିଅନ୍ତି, ଏହାର ସୀମା ବାହାରେ କଲେ କୌଣସି ସମସ୍ୟା ହେବ ନାହିଁ। କିନ୍ତୁ ଏବେ ସୀମା ବୃଦ୍ଧି ପାଇବାରେ ଲାଗିଚି। ଆଜି ନୁହେଁ ତ କାଲି, କେବେ ନା କେବେ ତ ସମସ୍ୟା ଆସିବ ଏବଂ ବଞ୍ଚିବା ଜଟିଳ ହୋଇଯିବ। ଟେକ୍‌ନୋଲଜି କିଛି ନା କିଛି ପ୍ରମାଣ ଛାଡ଼ି ଚାଲିଯିବ। ଯେତେ ଅଧିକ ଟେକ୍‌ନୋଲୋଜିର ଶକ୍ତିର ବ୍ୟବହାର ହେବ, ଆମେ ସେହିଭଳି ଭାବରେ ବ୍ୟବସ୍ଥାରେ ଉନ୍ନତି ଆଣି ପାରିବା ଓ ସମାଜକୁ ଦୁର୍ନୀତିମୁକ୍ତ କରିପାରିବା। ଆମକୁ ଏଥିପାଇଁ ଚେଷ୍ଟା କରିବାକୁ ହେବ।

ମୋର ଆପଣ ସଭିଙ୍କୁ ବହୁତ ବହୁତ ଶୁଭ କାମନା।

ଧନ୍ୟବାଦ ଭାଇମାନେ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi reviews projects with investment of Rs 30,000 crore under PRAGATI meeting

Media Coverage

PM Modi reviews projects with investment of Rs 30,000 crore under PRAGATI meeting
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.