“ନିକଟରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଚିତ୍ର ବଜେଟ୍‌ରେ ସୁସ୍ପଷ୍ଟ”
“ଆମ ନିଜ ଦେଶରେ ଉପକରଣ ବିକଶିତ ହେଲେ ଏଥିରେ ଅନନ୍ୟ ଓ ଆଶ୍ଚର୍ଯ୍ୟଜନକ ପରିଣାମ ଉପଲବ୍ଧ ହେବ”
“ଚଳିତବର୍ଷ ବଜେଟରେ ନିର୍ମାଣ କ୍ଷେତ୍ରରେ ଗବେଷଣା, ପରିପାଟୀ ଓ ବିକାଶର ଏକତ୍ତଉତ୍କୃଷ୍ଟ ବ୍ଲୁ ପ୍ରିଣ୍ଟ ରହିଛି”
“୫୪ହଜାରେ କୋଟି ଟଙ୍କାର ଉପକରଣ ଆହରଣ ନିମନ୍ତେ ଘରୋଇ ଚୁକ୍ତି ହୋଇଛି । ଏହା ବ୍ୟତୀତ ୪.୫ଲକ୍ଷ କୋଟି ଟଙ୍କାର ଆହରଣ ପ୍ରକ୍ରିୟା ବିଭିନ୍ନ ସ୍ତରରେ ରହିଛି”
“ଏକ ବଳିଷ୍ଠ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସ୍ୱଚ୍ଛ, ସମୟ ଭିତ୍ତିକ, ବାସ୍ତବ ଦୃଷ୍ଟିକୋଣ ସମ୍ପନ୍ନ ପରୀକ୍ଷାନିରୀକ୍ଷା ପଦ୍ଧତି ଓ ପ୍ରମାଣନ ଆବଶ୍ୟକ”

ନମସ୍କାର!

ଆଜିର ୱେବିନାରର ବିଷୟ, Atma-Nirbharta in Defence - Call to Action, ଦେଶର ଉଦେଶ୍ୟକୁ ସ୍ପଷ୍ଟ କରିଥାଏ । ଗତ କିଛି ବର୍ଷ ଧରି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରତା ଉପରେ ଯେଉଁ ସହଯୋଗ ଦେଉଛି ତାହାର ପ୍ରତିବଦ୍ଧତା ଚଳିତ ବର୍ଷ ବଜେଟରେ ମଧ୍ୟ ଦେଖିବେ ।

ସାଥୀମାନେ,

ଦାସତ୍ୱ କାଳରେ ଏବଂ ସ୍ୱାଧୀନତା ପରେ ପରେ ଯଥାଶୀଘ୍ର ଆମର ପ୍ରତିରକ୍ଷା ଉତ୍ପାଦନର ଶକ୍ତି ବହୁତ ଅଧିକ ଥିଲା । ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯଦିଓ ପରବର୍ତ୍ତୀ ବର୍ଷଗୁଡ଼ିକରେ ଆମର ଏହି ଶକ୍ତି ଦୁର୍ବଳ ହୋଇ ରହିଥିଲା, କିନ୍ତୁ ଏହା ଦର୍ଶାଏ ଯେ ସେତେବେଳେ ଭାରତରେ କ୍ଷମତାର ଅଭାବ କେବେ ନ ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଭାବ ନାହିଁ ।

ସାଥୀମାନେ,

ସୁରକ୍ଷାର ଯେଉଁ ମୂଳ ସିଦ୍ଧାନ୍ତ ରହିଛି, ତାହା ହେଉଛି ଆପଣଙ୍କର ନିଜର କଷ୍ଟୋମାଇଜ ଏବଂ ସ୍ୱତନ୍ତ୍ର ସିଷ୍ଟମ ରହିବା ଉଚିତ, ସେତେବେଳେ ଯାଇ ଏହା ଆପଣଙ୍କୁ ସାହାଯ୍ୟ କରିବ । ଯଦି ୧ଠଟି ଦେଶରେ ସମାନ ପ୍ରକାରର ପ୍ରତିରକ୍ଷା ଉପକରଣ ଥିବ, ତେବେ ଆପଣଙ୍କର ସେନ୍ୟବାହିନୀର କୌଣସି ସ୍ୱତନ୍ତ୍ରତା ରହିବ ନାହିଁ । ସ୍ୱତନ୍ତ୍ରତା ଏବଂ ଆଶ୍ଚର୍ଯ୍ୟଜନକ ଉପାଦାନ ଏହା ସେତେବେଳେ ହୋଇପାରିବ, ଯେତେବେଳେ ଉପକରଣଗୁଡ଼ିକ ଆପଣଙ୍କ ନିଜ ଦେଶରେ ବିକଶିତ ହେବ ।

ସାଥୀମାନେ,

ଚଳିତ ବର୍ଷ ବଜେଟରେ ଦେଶ ମଧ୍ୟରେ ଅନୁସନ୍ଧାନ, ଡିଜାଇନ ଏବଂ ବିକାଶ ଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଏକ ଜୀବନ୍ତ ଇକୋ ସିଷ୍ଟମର ବିକାଶ ପାଇଁ ଏକ ବ୍ଳୁ ପ୍ରିଣ୍ଟ ଅଛି । ପ୍ରତିରକ୍ଷା ବଜେଟର ପ୍ରାୟ ୭ଠ ପ୍ରତିଶତ କେବଳ ଘରୋଇ ଶିଳ୍ପ ପାଇଁ ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ୨ଠଠରୁ ଅଧିକ ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଯନ୍ତ୍ରପାତିର ପଜେଟିଭ ଇନଡିଜେନାଇଜେସନ ତାଲିକା ପ୍ରକାଶ କରିଛି । ଏହି ତାଲିକା ଘୋଷଣା ହେବା ପରେ ଘରୋଇ କ୍ରୟ ପାଇଁ ୫୪ ହଜାର କୋଟି ଟଙ୍କା ମୂଲ୍ୟର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହାବ୍ୟତୀତ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯନ୍ତ୍ରପାତି ଉପକରଣ ସମ୍ବନ୍ଧୀୟ କ୍ରୟ ପ୍ରକ୍ରିୟା ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଅଛି । ଖୁବଶୀଘ୍ର ତୃତୀୟ ତାଲିକା ମଧ୍ୟ ଆସିବାକୁ ଯାଉଛି । ଏହା ଦର୍ଶାଉଛି ଯେ, ଆମେ ନିଜ ଦେଶରେ ହେଉଥିବା ପ୍ରତିରକ୍ଷା ଉତ୍ପାଦନକୁ କିପରି ସମର୍ଥନ କରୁଛୁ ।

ସାଥୀମାନେ,

ଯେତେବେଳେ ଆମେ ବାହାରୁ ଅସ୍ତ୍ରଶସ୍ତ୍ର ଆଣିଥାଉ ସେତେବେଳେ ତାହାର ପ୍ରକ୍ରିୟା ଏତେ ଲମ୍ବା ହୋଇଥାଏ ଯେ ଯେତେବେଳେ ସେଗୁଡ଼ିକ ଆମ ସୁରକ୍ଷାବାହିନୀ ନିକଟରେ ପହଂଚି ଥାଏ, ସେତେବେଳକୁ ସେମାନଙ୍କ ମଧ୍ୟରୁ ଅନେକ ପୁରୁଣା ହୋଇଯାଇ ଥାନ୍ତି । ଏହାର ସମାଧାନ ମଧ୍ୟ ଆତ୍ମନିର୍ଭର ଭାରତ ଅଭିଯାନ ଏବଂ ମେକ ଇନ ଇଣ୍ଡିଆରେ ଅଛି। ମୁଁ ଦେଶର ସୈନ୍ୟବାହିନୀକୁ ମଧ୍ୟ ପ୍ରଶଂସା କରିବି ଯେ ସେମାନେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାର ମହତ୍ୱ ବୁଝାଇବାକୁ ଯାଇ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ଆଜି ଆମ ସୈନ୍ୟବାହିନୀ ପାଖରେ ଭାରତରେ ଯେଉଁ ଯନ୍ତ୍ରପାତି ତିଆରି ହୋଇଛି ସେମାନଙ୍କର ଆତ୍ମବିଶ୍ୱାସ, ଗର୍ବ ମଧ୍ୟ ନୂତନ ଶିଖରକୁ ପହଞ୍ଚôଛି ଏବଂ ଏଥିରେ ଆମେ ସୀମାରେ ଠିଆ ହୋଇଥିବା ସୈନିକମାନଙ୍କ ଭାବନାକୁ ମଧ୍ୟ ବୁଝିବା ଉଚିତ । ମୋର ମନେ ଅଛି, ଯେତେବେଳେ ମୁଁ କୌଣସି କ୍ଷମତା କରିଡରରେ ନ ଥିଲି, ମୋ ପାର୍ଟିରେ କାମ କରୁଥିଲି, ପଞ୍ଜାବ ମୋର କର୍ମ କ୍ଷେତ୍ର ଥିଲା, ମୋତେ ଥରେ ୱାଘା ସୀମାରେ ରହୁଥିବା ଯବାନମାନଙ୍କ ସହିତ ବାର୍ତ୍ତାଳପ କରିବାର ସୁଯୋଗ ମିଳିଥିଲା । ସେଠାରେ ଯେଉଁ ଯବାନମାନେ ପ୍ରହରା ଦେଉଥିଲେ ସେମାନେ ମୋ ସହିତ ଆଲୋଚନା ସମୟରେ ମୋ ସାମ୍ନାରେ ଗୋଟିଏ କଥା କହିଥିଲେ ଏବଂ ସେହି କଥା ମୋ ହୃଦୟକୁ ସ୍ପର୍ଶ କରିଥିଲା । ସେ କହିଥିଲେ ଯେ, ୱାଘା ସାମୀରେ ଥିବା ଭାରତର ଯେଉଁ ଫାଟକ ଅଛି, ତାହା ଆମର ଶତ୍ରୁର ଫାଟକ ଠାରୁ ଟିକିଏ ଛୋଟ । ଆମର ଗେଟ ମଧ୍ୟ ବଡ଼ ହେବା ଉଚିତ, ଆମର ପତାକା ତା’ଠାରୁ ଅଧିକ ହେବା ଉଚିତ । ଏହା ହେଉଛି ଆମର ଯବାନମାନଙ୍କର ଭାବନା । ଆମ ଦେଶର ସୈନିକମାନେ ଏହି ଭାବନାର ସହିତ ସୀମାରେ ରହିଥାନ୍ତି । ଭାରତରେ ନିର୍ମିତ ଜିନିଷଗୁଡ଼ିକୁ ନେଇ ତାଙ୍କ ମନରେ ଏକ ଅଲଗା ସ୍ୱାଭିମାନ ରହିଛି । ସେଥିପାଇଁ ଆମର ଯେଉଁ ପ୍ରତିରକ୍ଷା ଉପକରଣ ଅଛି, ତାଙ୍କ ପାଇଁ ଆମକୁ ଆମର ସୈନିକମାନଙ୍କ ଭାବନାକୁ ସମ୍ମାନ ଦେବା ଉଚିତ । ଏହା ଆମେ ସେତେବେଳେ କରିପାରିବା ଯେତେବେଳେ ଆମେ ଆତ୍ମନିର୍ଭରଶୀଳ ହେବା ।

ସାଥୀମାନେ,

ପୂର୍ବେ ଯୁଦ୍ଧ ଭିନ୍ନ ଭିନ୍ନ ଉପାୟରେ ହେଉଥିଲା, ଆଜି ଅଲଗା ଉପାୟରେ ହେଉଛି । ପୂର୍ବରୁ ଯୁଦ୍ଧର ଉପକରଣରେ ପରିବର୍ତ୍ତନ ଆସିବାକୁ ଦଶନ୍ଧି ସମୟ ଲାଗୁଥିଲା କିନ୍ତୁ ଆଜି ଯୁଦ୍ଧ ଅସ୍ତ୍ରରେ ଦେଖୁ ଦେଖୁ ଅନେକ ପରିବର୍ତ୍ତନ ଆସୁଛି । ଆଜି ଯେଉଁ ଅସ୍ତ୍ର ଅଛି ତାହା ପୁରୁଣା ହେବାକୁ ସମୟ ନିଏ ନାହିଁ । ଯେଉଁ ଆଧୁନିକ ଟେକ୍ନୋଲୋଜି ଉପରେ ଆଧାରିତ ଅସ୍ତ୍ରଶସ୍ତ୍ରଗୁଡ଼ିକ ଅଛି ତାହା ମଧ୍ୟ ଅତିଶୀଘ୍ର ପୁରୁଣା ହୋଇଯାଉଛି । ଭାରତର ଯେଉଁ ଆଇଟିର ଶକ୍ତି ଅଛି, ତାହା ଆମର ବହୁତ ବଡ଼ ସାମର୍ଥ୍ୟ ଅଟେ । ଆମେ ଏହି ଶକ୍ତିକୁ ଆମର ପ୍ରତିରକ୍ଷା କ୍ଷେତ୍ରରେ ଯେତେ ଅଧିକ ବ୍ୟବହାର କରିବୁ, ଆମେ ସେତେ ଅଧିକ ଆମର ସୁରକ୍ଷା ଉପରେ ନିଶ୍ଚିତ ରହିବୁ । ଯେମିତି ବର୍ତ୍ତମାନ ସାଇବର ସୁରକ୍ଷା ପ୍ରସଙ୍ଗକୁ ନିଅନ୍ତୁ। ବର୍ତ୍ତମାନ ତାହା ମଧ୍ୟ ଏକ ଯୁଦ୍ଧର ଅସ୍ତ୍ରରେ ପରିଣତ ହୋଇଛି ଏବଂ ତାହା କେବଳ ଡିଜିଟାଲ କାର୍ଯ୍ୟକଳାପରେ ସୀମିତ ହୋଇ ରହିନାହିଁ । ଏହା ରାଷ୍ଟ୍ରର ସୁରକ୍ଷାର ବିଷୟ ପାଲଟିଯାଇଛି ।

ସାଥୀମାନେ,

ଏହା ଆପଣମାନେ ଭଲ ଭାବେ ଜାଣିଛନ୍ତି ଯେ, ପ୍ରତିରକ୍ଷା କ୍ଷେତ୍ରରେ ସର୍ବଦା କି ପ୍ରକାରର ପ୍ରତିଯୋଗିତା ରହିଆସିଛି । ପୂର୍ବେ ବାହାର କମ୍ପାନିଗୁଡ଼ିକରୁ ସାମଗ୍ରୀଗୁଡ଼ିକ କିଣାଯାଉଥିଲା, ସେଥିରେ ପ୍ରାୟ ବିଭିନ୍ନ ଅଭିଯୋଗ ଆସୁଥିଲା । ମୁଁ ଏହା ଭିତରକୁ ଯିବାକୁ ଚାହେଁନାହିଁ କିନ୍ତୁ ଏହି କଥା ସତ୍ୟ ଯେ ପ୍ରତ୍ୟେକ ଜିନିଷ କ୍ରୟ କରିବାରେ ବିବାଦ ସୃଷ୍ଟି ହୋଇଥାଏ, ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ ଏବଂ ଭ୍ରଷ୍ଟାଚାରର ଦ୍ୱାର ମଧ୍ୟ ଖୋଲି ଯାଇଥାଏ । କେଉଁ ଅସ୍ତ୍ର ଭଲ, କେଉଁ ଅସ୍ତ୍ର ଖରାପ, କେଉଁ ଅସ୍ତ୍ର ଆମ ପାଇଁ ଉପଯୋଗୀ, କେଉଁ ଅସ୍ତ୍ର ଅନୁପଯୋଗୀ ଏହାକୁ ନେଇ ମଧ୍ୟ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଯାଇଥାଏ । ଏହା ଅତି ଯତ୍ନର ସହିତ କରାଯାଇଥାଏ । ଏହା କର୍ପୋରେଟ ଜଗତର ଯୁଦ୍ଧର ଏକ ଅଂଶ ଅଟେ । ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ଆମେ ଏହିପରି ଅନେକ ସମସ୍ୟାର ସମାଧାନ ମଧ୍ୟ ପାଇପାରୁଛୁ ।

ସାଥୀମାନେ,

ଯେତେବେଳେ ଆମେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ସଂକଳ୍ପକୁ ନେଇ ଆଗକୁ ବଢ଼ିଥାଉ ସେତେବେଳେ କ’ଣ ପରିଣାମ ଆସିଥାଏ, ଏହାର ଏକ ବଡ଼ ଉଦାହରଣ ହେଉଛି ଆମର ଅର୍ଡିନାନ୍ସ କାରଖାନା । ଆମର ପ୍ରତିରକ୍ଷା ସଚିବ ଏହାର ଏକ ବଡ଼ ବର୍ଣ୍ଣନା କଲେ । ଗତବର୍ଷ ପୂର୍ବରୁ ଆମେ ୭ଟି ନୂତନ ପ୍ରତିରକ୍ଷା/ ଅଣ୍ଡରଟେକିଂର ନିର୍ମାଣ କରିଥିଲୁ । ଆଜି ସେମାନେ ଦ୍ରୁତ ଗତିରେ ବ୍ୟବସାୟକୁ ବିସ୍ତାର କରୁଛନ୍ତି । ନୂତନ ବଜାରରେ ପହଂଚିଛନ୍ତି । ରପ୍ତାନି ପାଇଁ ମଧ୍ୟ ଅର୍ଡର ନେଉଛନ୍ତି । ଏହା ମଧ୍ୟ ଅତ୍ୟନ୍ତ ଖୁସିର ବିଷୟ ଯେ ଗତ ୫/୬ ବର୍ଷ ମଧ୍ୟରେ ଆମେ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ୬ ଗୁଣ ବୃଦ୍ଧି କରିଛୁ । ଆଜି ଆମେ ୭୫ରୁ ଅଧିକ ଦେଶକୁ ମେକ ଇନ ଇଣ୍ଡିଆ ପ୍ରତିରକ୍ଷା ଉପକରଣ ଏବଂ ସେବା ଯୋଗାଉଛୁ । ମେକ ଇନ ଇଣ୍ଡିଆକୁ ସରକାରଙ୍କ ପ୍ରୋତ୍ସାହନର ଫଳସ୍ୱରୂପ ଗତ ୭ ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପାଇଁ ୩୫ଠରୁ ଅଧିକ ନୂତନ ଶିଳ୍ପକୁ ଲାଇସେନ୍ସ ପ୍ରଦାନ କରାଯାଇ ସାରିଛି ଯାହାକି ୨ଠଠ୧ରୁ ୨ଠ୧୪ ପର୍ଯ୍ୟନ୍ତ ୧୪ ବର୍ଷ ମଧ୍ୟରେ କେବଳ ୨ଠଠ ଲାଇସେନ୍ସ ପ୍ରଦାନ କରାଯାଇଥିଲା ।

ସାଥୀମାନେ,

ବେସରକାରୀ କ୍ଷେତ୍ର ମଧ୍ୟ ଡିଆରଡିଓ ଏବଂ ପ୍ରତିରକ୍ଷା ପିଏସୟୁ ସହିତ ସମାନ ହେବା ଉଚିତ । ସେଥିପାଇଁ ପ୍ରତିରକ୍ଷା ଆରଆଣ୍ଡଡି ବଜେଟରେ ୨୫%, ଶିଳ୍ପ, ଷ୍ଟାର୍ଟଅପ ଏବଂ ଏକାଡେମୀ ପାଇଁ ରଖାଯାଇଛି । ବଜେଟରେ ସ୍ୱତନ୍ତ୍ର ଭାବେ ପ୍ରପୋଜ ଭାଇକେଲ ମଡେଲ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା କେବଳ ବିକ୍ରେତା କିମ୍ବା ଯୋଗାଣକାରୀଙ୍କ ବ୍ୟତୀତ ଅଂଶୀଦାର ଭାବରେ ଘରୋଇ ଶିଳ୍ପର ଭୂମିକା ପ୍ରତିଷ୍ଠା କରିବ । ସ୍ପେଶ ଏବଂ ଡ୍ରୋନ କ୍ଷେତ୍ରରେ ମଧ୍ୟ ଘରୋଇ କ୍ଷେତ୍ର ପାଇଁ ଆମେ ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି କରିଛୁ । ଉତ୍ତର ପ୍ରଦେଶ ଏବଂ ତାମିଲନାଡୁର ପ୍ରତିରକ୍ଷା କରିଡର ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ ସହିତ ସେମାନଙ୍କର ଏକୀକରଣ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆବଶ୍ୟକ ଶକ୍ତି ପ୍ରଦାନ କରିବ ।

ସାଥୀମାନେ,

ଟ୍ରାଏଲ, ଟେଷ୍ଟିଂ ଏବଂ ସାର୍ଟିଫିକେସନ ବ୍ୟବସ୍ଥାର ସ୍ୱଚ୍ଛତା, ସମୀୟସୀମା, ପ୍ରାଗମେଟିକ୍ ଏବଂ ନିଷ୍ପକ୍ଷ ହେବା ଏକ ପ୍ରମାଣୀକରଣ ପ୍ରତିରକ୍ଷା ଶିଳ୍ପର ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସ୍ୱାଧୀନ ବ୍ୟବସ୍ଥା, ସମସ୍ୟାର ସମାଧାନରେ ଉପଯୋଗୀ ପ୍ରମାଣିତ ହୋଇପାରେ । ଏହାଦ୍ୱାରା ଦେଶରେ ଆବଶ୍ୟକ କୌଶଳ ସେଟର ନିର୍ମାଣରେ ମଧ୍ୟ ସାହାଯ୍ୟ ହେବ ।

ସାଥୀମାନେ,

ଆପଣ ସମସ୍ତଙ୍କ ସହିତ ଦେଶ ଅନେକ ଆଶା ଏବଂ ବିଶ୍ୱାସ ନେଇ ଯୋଡ଼ି ହୋଇଛି । ମୋତେ ବିଶ୍ୱାସ ଅଛି ଯେ ଏହି ଆଲୋଚନା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ନୂତନ ଉପାୟ ଖୋଲିବ । ମୁଁ ଆଜି ସମସ୍ତ ହିତାଧିକାରୀଙ୍କ ଠାରୁ ଜାଣିବାକୁ ଚାହୁଁଛି, ଆମେ ଆପଣଙ୍କୁ ଲମ୍ବା ଭାଷଣ ଦେବାକୁ ଚାହୁଁନାହୁଁ । ଏହି ଦିନଟି ଆପଣଙ୍କ ପାଇଁ । ଆପଣ ବ୍ୟବହାରିକ ଜିନିଷ ସହିତ ଆସନ୍ତୁ, ମୋତେ କୁହନ୍ତୁ । ବର୍ତ୍ତମାନ ବଜେଟ ସ୍ଥିର ହୋଇସାରିଛି, ନୂତନ ବଜେଟ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି, ଆମକୁ ଏହି ପ୍ରସ୍ତୁତି ପାଇଁ ପୂରା ମାସ ଅଛି । ଆସନ୍ତୁ ଆମେ ଏତେ ଦ୍ରୁତ ଗତିରେ କାମ କରିବା ଯେ ଏପ୍ରିଲ ୧ରୁ ଜିନିଷଗୁଡ଼ିକ ଭୂମିରେ ଆସିବା ଆରମ୍ଭ ହୋଇଯିବ, ଏହା ଏକ୍ସରସାଇଜ ଅଟେ ନା ଏଥିପାଇଁ ଅଟେ । ଆମେ ବଜେଟକୁ ମଧ୍ୟ ଏକମାସ ପ୍ରିପୋନ କରିବାର ପଦ୍ଧତି ପ୍ରସ୍ତୁତ କରୁଛି । ଏହା ପଛରେ ଥିବା ଉଦେଶ୍ୟ ହେଉଛି ଯେ ପ୍ରକୃତରେ ବଜେଟର ପ୍ରକୃତ କାର୍ଯ୍ୟକାରିତା ଉପରୁ ସମସ୍ତ ବିଭାଗ, ଷ୍ଟେକ ହୋଲ୍ଡରର୍ସମାନଙ୍କୁ, ଷ୍ଟେକ ହୋଲ୍ଡରଙ୍କୁ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମଡେଲ ପାଇଁ ପ୍ରସ୍ତୁତ ହେବା ପାଇଁ ପୂର୍ଣ୍ଣ ସୁଯୋଗ ପାଇବା ଉଚିତ ଯାହା ଦ୍ୱାରା ଆମର ସମୟ ନଷ୍ଟ ହେବ ନାହିଁ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଏହା ଦେଶ ପ୍ରେମର କାର୍ଯ୍ୟ ଅଟେ । ଏହା ଦେଶ ପାଇଁ ଏକ ସେବା କାର୍ଯ୍ୟ । ଆସନ୍ତୁ, ଲାଭ କେବେ ହେବ, ଏହା କେତେ ହେବ, ପରେ ଚିନ୍ତା କରିବା, ପ୍ରଥମେ ଆମେ କିପରି ଦେଶକୁ ଶକ୍ତିଶାଳୀ କରିପାରିବା ସେ ବିଷୟରେ ଚିନ୍ତା କରିବା । ମୁଁ ଆପଣଙ୍କୁ ନିମନ୍ତ୍ରଣ ଜଣାଉଛି ଏବଂ ମୁଁ ଖୁସି ଯେ ଆଜି ଆମର ସୈନ୍ୟବାହିନୀ ସେନାର ଆମର ତିନୋଟି ଅଙ୍ଗ, ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଏହି କାର୍ଯ୍ୟଗୁଡ଼ିକରେ ପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ଏବଂ ପ୍ରୋତ୍ସାହନ ଦେଉଛନ୍ତି । ବର୍ତ୍ତମାନ ଆମର ବ୍ୟକ୍ତିଗତ ପାର୍ଟିର ଲୋକମାନେ ଏହି ସୁଯୋଗ ହରାଇବା ଉଚିତ ନୁହେଁ । ମୁଁ ପୁଣିଥରେ ଆପଣଙ୍କୁ ନିମନ୍ତ୍ରଣ କରୁଛି ।

ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Total Urea stocks currently at 61.14 LMT, up from 55.22 LMT in March 2025

Media Coverage

Total Urea stocks currently at 61.14 LMT, up from 55.22 LMT in March 2025
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review the situation and mitigating measures in the context of ongoing West Asia Conflict
March 22, 2026
Short, Medium and Long term measures to ensure continued availability of essential needs discussed in detail
Alternate sources of fertilizers for farmers were also discussed to ensure continued availability in the future
Several measures discussed to diversify sources of imports required by chemicals, pharmaceuticals, petrochemicals and other industrial sectors
New export destinations to promote Indian goods to be developed in near future
PM instructs that all arms of government should work together to ensure least inconvenience to citizens
PM directs that a group of Ministers and Secretaries be created to work dedicatedly in a whole of government approach
PM instructs for sectoral groups to work in consultation with all stakeholders
PM asks for proper coordination with state governments to ensure no black-marketing and hoarding of important commodities

Prime Minister Shri Narendra Modi chaired a meeting of the Cabinet Committee on Security to review the situation and ongoing and proposed mitigating measures in the context of ongoing West Asia Conflict.

The Cabinet Secretary gave a detailed presentation on the global situation and mitigating measures taken so far and being planned by all concerned Ministries/Departments of Government of India. The expected impact and measures taken to address it across sectors like agriculture, fertilisers, food security, petroleum, power, MSMEs, exporters, shipping, trade, finance, supply chains and all affected sectors were discussed. The overall macro-economic scenario in the country and further measures to be taken were also discussed.

The ongoing conflict in West Asia will have significant short, medium and long term impact on the global economy and its effect on India were assessed and counter-measures, both immediate and long-term, were discussed.

Detailed assessment of availability for critical needs of the common man, including food, energy and fuel security was made. Short term, Medium term and Long term measures to ensure continued availability of essential needs were discussed in detail.

The impact on farmers and their requirement for fertiliser for the Kharif season was assessed. The measures taken in the last few years to maintain adequate stocks of fertilizers will ensure timely availability and food security. Alternate sources of fertilizers were also discussed to ensure continued availability in the future.

It was also determined that adequate supply of coal stocks at all power plants will ensure no shortage of electricity in India.

Several measures were discussed to diversify sources of imports required by chemicals, pharmaceuticals, petrochemicals and other industrial sectors. Similarly new export destinations to promote Indian goods will be developed in the near future.

Several measures proposed by different ministries will be prepared and implemented in the coming days after consultation with all stakeholders.

PM directed that a group of ministers and secretaries be created to work dedicatedly in a whole of government approach. PM also instructed for sectoral groups to work in consultation with all stakeholders.

PM said that the conflict is an evolving situation and the entire world is affected in some form. In such a situation, all efforts must be made to safeguard the citizens from the impact of this conflict. PM instructed that all arms of government should work together to ensure least inconvenience to the citizens. PM also asked for proper coordination with state governments to ensure no black-marketing and hoarding of important commodities.