Summit is an addition of a new chapter to the Indo-German Partnership: PM
Year 2024 marks the 25th anniversary of the Indo-German Strategic Partnership, making it a historic year: PM
Germany's "Focus on India" document reflects the world recognising the strategic importance of India: PM
India has made significant strides, becoming a leading country in mobile and electronics manufacturing: PM
India is making rapid advancements in physical, social, and digital infrastructure: PM
Prime Minister calls for a partnership between India's dynamism and Germany's precision

ଗୁଟେନ ଆବେଣ୍ଡ

ଷ୍ଟଟଗାର୍ଡର ନ୍ୟୁଜ ୯ ଗ୍ଲୋବାଲ ଶିଖର ସମ୍ମିଳନୀକୁ ଆସିଥିବା ସମସ୍ତ ବନ୍ଧୁଙ୍କୁ ମୋର ନମସ୍କାର !

ମନ୍ତ୍ରୀ ୱିନଫ୍ରିଡ, କ୍ୟାବିନେଟରେ ମୋର ସହଯୋଗୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏହି ଶିଖର ସମ୍ମିଳନୀରେ ସାମିଲ ହେଉଥିବା ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!

ଭାରତ-ଜର୍ମାନ ଭାଗିଦାରୀରେ ଆଜି ଏକ ନୂଆ ଅଧ୍ୟାୟ ଯୋଡି ହେଉଛି । ଭାରତର ଟିଭି-୯ ପକ୍ଷରୁ ଫାଉ ଏଫ ବେ ଷ୍ଟୁଟଗାର୍ଟ ଏବଂ ବାଡେନ-ୱାର୍ଟେମବର୍ଗଙ୍କ ସହ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଇଛି । ମୁଁ ଖୁସି ଯେ ଆଜିର ସୂଚନା ଯୁଗରେ ଭାରତର ଏକ ମିଡିଆ ଗ୍ରୁପ୍ ଜର୍ମାନୀ ଏବଂ ଜର୍ମାନୀ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି । ଏହା ଦ୍ୱାରା ଭାରତବାସୀ ଜର୍ମାନୀ ଓ ଜର୍ମାନୀବାସୀଙ୍କୁ ବୁଝିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ ହେବ । ମୋତେ ଏହି କଥା ନେଇ ଖୁସି ଲାଗୁଛି ଯେ ନ୍ୟୁଜ୍ ୯ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ଆରମ୍ଭ ହେଉଛି ।

ସାଥୀମାନେ

ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ଭାରତ-ଜର୍ମାନୀ: ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ରୋଡମ୍ୟାପ୍ । ଏବଂ ଏହି ବିଷୟବସ୍ତୁ ମଧ୍ୟ ଉଭୟ ଦେଶର ଦାୟିତ୍ୱପୂର୍ଣ୍ଣ ଭାଗିଦାରୀର ପ୍ରତୀକ । ଗତ ଦୁଇ ଦିନ ମଧ୍ୟରେ ଆପଣମାନେ ସମସ୍ତେ ଅର୍ଥନୈତିକ ପ୍ରସଙ୍ଗ ସହିତ କ୍ରୀଡ଼ା ଏବଂ ମନୋରଞ୍ଜନ ପ୍ରସଙ୍ଗ ସହିତ ବହୁତ ଗୁଡିଏ ଜଡିତ ସକାରାତ୍ମକ ଆଲୋଚନା କରିଛନ୍ତି।

 

ସାଥୀମାନେ

ୟୁରୋପ... ଭୂରାଜନୈତିକ ସମ୍ବନ୍ଧ ୧ ବାଣିଜ୍ୟ ଓ ନିବେଶ... ଉଭୟ ପରିପ୍ରେକ୍ଷୀରେ ଏହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କ୍ଷେତ୍ର ଅଟେ। ଏବଂ ଜର୍ମାନୀ ହେଉଛି ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀମାନଙ୍କ ମଧ୍ୟ ଅନ୍ୟତମ। ୨୦୨୪ରେ ଭାରତ-ଜର୍ମାନ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂରଣ ହୋଇଛି। ଏବଂ ଏହି ଭାଗିଦାରୀ ପାଇଁ ଚଳିତ ବର୍ଷ ଐତିହାସିକ ଏବଂ ସ୍ୱତନ୍ତ୍ର ଥିଲା । ଗତ ମାସରେ ଚାନସେଲର ସ୍କୋଲ୍ଜ ତାଙ୍କର ତୃତୀୟ ଭାରତ ଗସ୍ତରେ ଆସିଥିଲେ। ୧୨ ବର୍ଷ ପରେ ଦିଲ୍ଲୀରେ ଜର୍ମାନ ବ୍ୟବସାୟର ଏସିଆ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜର୍ମାନୀ ଫୋକସ୍ ଅନ୍ ଇଣ୍ଡିଆ ଡକ୍ୟୁମେଣ୍ଟ ଜାରି କରିଛି। ଖାଲି ସେତିକି ନୁହେଁ, ଭାରତ ପାଇଁ କୁଶଳୀ ଶ୍ରମ ରଣନୀତି ମଧ୍ୟ ପ୍ରକାଶ ପାଇଥିଲା। ଏହା ହେଉଛି ଜର୍ମାନୀ ଦ୍ୱାରା ନିଆଯାଇଥିବା ପ୍ରଥମ ଦେଶ-ନିର୍ଦ୍ଦିଷ୍ଟ ରଣନୀତି ।

ସାଥୀମାନେ

ଭାରତ-ଜର୍ମାନ ରଣନୈତିକ ଭାଗିଦାରୀକୁ ହୁଏତ ୨୫ ବର୍ଷ ବିତିଗଲାଣି, କିନ୍ତୁ ଆମର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଶତାବ୍ଦୀ ପୁରୁଣା । ୟୁରୋପର ପ୍ରଥମ ସଂସ୍କୃତ ବ୍ୟାକରଣ ପୁସ୍ତକ ସୃଷ୍ଟି କରିଥିବା ବ୍ୟକ୍ତି ଜଣକ ଜଣେ ଜର୍ମାନ ଥିଲେ । ତାମିଲ ଏବଂ ତେଲୁଗୁ ଭାଷାରେ ପୁସ୍ତକ ଛାପିବାରେ ଜର୍ମାନୀ ୟୁରୋପର ପ୍ରଥମ ଦେଶ ହୋଇଛି । ଏବେ ଜର୍ମାନୀରେ ପ୍ରାୟ ୩ ଲକ୍ଷ ଭାରତୀୟ ବସବାସ କରୁଛନ୍ତି। ଜର୍ମାନ ବିଶ୍ୱବିଦ୍ୟାଳୟରେ ୫୦ ହଜାରରୁ ଅଧିକ ଭାରତୀୟ ଛାତ୍ର ଅଧ୍ୟୟନ କରୁଛନ୍ତି, ଯାହା ଏଠାରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ଗୋଷ୍ଠୀ ଅଟେ । ଭାରତ-ଜର୍ମାନ ସମ୍ପର୍କର ଆଉ ଏକ ଦିଗ ଭାରତରେ ଦୃଶ୍ୟମାନ ହେଉଛି। ବର୍ତ୍ତମାନ ଭାରତରେ ୧୮୦୦ରୁ ଅଧିକ ଜର୍ମାନୀ କମ୍ପାନୀ କାର୍ଯ୍ୟ କରୁଛନ୍ତି । ଗତ ୩-୪ ବର୍ଷ ମଧ୍ୟରେ ଏହି କଂପାନିଗୁଡ଼ିକ ୧୫ ବିଲିୟନ ଡଲାର ନିବେଶ କରିଛନ୍ତି। ଆଜି ଦୁଇ ଦେଶ ମଧ୍ୟରେ ପାଖାପାଖି ୩୪ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ଚାଲିଛି । ଆଗାମୀ ବର୍ଷଗୁଡ଼ିକରେ ଏହି ବାଣିଜ୍ୟ ଆହୁରି ଅଧିକ ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି । ମୁଁ ଏହା କହୁଛି କାରଣ, ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ପାରସ୍ପରିକ ଭାଗିଦାରୀ କ୍ରମାଗତ ଭାବରେ ସୁଦୃଢ଼ ହୋଇଛି ।

 

ସାଥୀମାନେ,

ଆଜି ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ୍ରଟେ। ବିଶ୍ୱର ପ୍ରତ୍ୟେକ ଦେଶ, ବିକାଶ ପାଇଁ ଭାରତ ସହ ଭାଗିଦାରୀ କରିବାକୁ ଚାହୁଁଛନ୍ତି । ଜର୍ମାନୀର ଫୋକସ୍ ଅନ୍ ଇଣ୍ଡିଆ ଡକ୍ୟୁମେଣ୍ଟ ମଧ୍ୟ ଏହାର ଏକ ବଡ଼ ଉଦାହରଣ। ଆଜି ସମଗ୍ର ବିଶ୍ୱ ଭାରତର ରଣନୈତିକ ଗୁରୁତ୍ୱକୁ କିପରି ସ୍ୱୀକାର କରୁଛି ତାହା ଏହି ଦସ୍ତାବିଜରେ ଦର୍ଶାଯାଇଛି । ବିଗତ ୧୦ ବର୍ଷ ଧରି ଭାରତରେ ଚାଲିଥିବା ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନର ମନ୍ତ୍ର ବିଶ୍ୱ ଚିନ୍ତାଧାରାରେ ଏହି ପରିବର୍ତ୍ତନ ପଛରେ ଏକ ବଡ଼ ଭୂମିକା ଗ୍ରହଣ କରିଛି । ଭାରତ ସବୁ କ୍ଷେତ୍ର, ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୀତି ପ୍ରସ୍ତୁତ କରିଛି। ଏକବିଂଶ ଶତାବ୍ଦୀରେ ଦ୍ରୁତ ଅଭିବୃଦ୍ଧି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ଲାଲଫିତାପ କୁ ଦୂର କରି ଆମେ ଇଜ୍ ଅଫ୍ ଡୁଇଂ ବିଜନେସରେ ଉନ୍ନତି ଆଣିଛୁ । ଭାରତ ତିରିଶ ହଜାରରୁ ଅଧିକ ଅନୁପାଳନ ଉଚ୍ଛେଦ କରିଛି, ଭାରତ ବ୍ୟାଙ୍କଗୁଡିକୁ ସୁଦୃଢ଼ କରିଛି, ଯାହାଦ୍ୱାରା ବିକାଶ ପାଇଁ ଠିକ୍ ସମୟରେ ଏବଂ ସୁଲଭ ପୁଞ୍ଜି ଉପଲବ୍ଧ ହେବ । ଆମେ ଜିଏସଟିର ଏକ ଦକ୍ଷ ବ୍ୟବସ୍ଥା ଆଣି ଜଟିଳ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କରିଛୁ । ଆମେ ଦେଶରେ ଏକ ପ୍ରଗତିଶୀଳ ଏବଂ ସ୍ଥିର ନୀତି ନିର୍ଦ୍ଧାରଣ ପରିବେଶ ସୃଷ୍ଟି କରିଛୁ ଯାହା ଦ୍ୱାରା ଆମର ବ୍ୟବସାୟ ଆଗକୁ ବଢ଼ିପାରିବ । ଆଜି ଭାରତରେ ଏଭଳି ଏକ ମଜଭୁତ ଭିତ୍ତିଭୂମି ନିର୍ମାଣ ହୋଇଛି, ଯାହା ଉପରେ ବିକଶିତ ଭାରତର ଭବ୍ୟ ଭବନ ନିର୍ମାଣ ହେବ। ଆଉ ଏଥିରେ ଜର୍ମାନୀ ଭାରତର ଭରସାଯୋଗ୍ୟ ଅଂଶୀଦାର ହେବ ।

ସାଥୀମାନେ

ଜର୍ମାନୀର ବିକାଶ ଯାତ୍ରାରେ ଉତ୍ପାଦନ ଏବଂ ଇଞ୍ଜିନିୟରିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଆଜି ବିଶ୍ୱର ସର୍ବବୃହତ ଉତ୍ପାଦନ କେନ୍ଦ୍ର ହେବା ଦିଗରେ ଆଗେଇ ଚାଲିଛି । ଆଜି ଭାରତ ମେକ୍ ଇନ୍ ଇଣ୍ଡିଆରେ ସାମିଲ ହୋଇଥିବା ଉତ୍ପାଦନକାରୀଙ୍କୁ ଉତ୍ପାଦନ ସମ୍ବନ୍ଧୀୟ ପ୍ରୋତ୍ସାହନ ପ୍ରଦାନ କରୁଛି। ଏବଂ ମୁଁ ଆପଣଙ୍କୁ ଜଣାଇ ଖୁସି ହେବି ଯେ ଆମର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇଛି । ଆଜି ଭାରତ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ଦେଶ ହୋଇପାରିଛି। ଆଜି ଭାରତ ହେଉଛି ବିଶ୍ୱର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ଦେଶ । ଏହା ଦ୍ୱିତୀୟ ବୃହତ୍ତମ ଇସ୍ପାତ ଏବଂ ସିମେଣ୍ଟ ନିର୍ମାତା ଏବଂ ଚତୁର୍ଥ ବୃହତ୍ତମ ଚାରି ଚକିଆ ଯାନ ନିର୍ମାତା । ଭାରତର ସେମିକଣ୍ଡକ୍ଟର ଶିଳ୍ପ ମଧ୍ୟ ଖୁବ୍ ଶୀଘ୍ର ବିଶ୍ୱରେ ନିଜର ପତାକା ଉଡାଇବାକୁ କରିବାକୁ ଯାଉଛି । କାରଣ ଗତ କିଛି ବର୍ଷ ମଧ୍ୟରେ ଆମ ସରକାର ଭିତ୍ତିଭୂମି ଉନ୍ନତି, ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ, ବ୍ୟବସାୟ କରିବାର ସହଜତା ଏବଂ ସ୍ଥିର ଶାସନ ପାଇଁ କ୍ରମାଗତ ଭାବେ ନୀତି ପ୍ରଣୟନ କରିବା ସହ ନୂତନ ନିଷ୍ପତ୍ତି ନେଇଛନ୍ତି। ଯେ କୌଣସି ଦେଶର ଦ୍ରୁତ ବିକାଶ ପାଇଁ ଆମେ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ଉପରେ ପୁଞ୍ଜିନିବେଶ ବୃଦ୍ଧି କରିବା ଜରୁରୀ । ଭାରତରେ ଏହି ତିନୋଟି କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଖୁବ୍ ଦ୍ରୁତ ଗତିରେ ଚାଲିଛି। ଡିଜିଟାଲ ଟେକ୍ନୋଲୋଜି ଉପରେ ଆମର ନିବେଶ ଏବଂ ଉଦ୍ଭାବନର ପ୍ରଭାବ ଆଜି ବିଶ୍ୱ ଦେଖୁଛି । ଭାରତ ହେଉଛି ବିଶ୍ୱର ସବୁଠାରୁ ଅନନ୍ୟ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଥିବା ଦେଶ ।

 

ସାଥୀମାନେ

ଆଜି ଭାରତରେ ଅନେକ ଜର୍ମାନ କମ୍ପାନୀ ଅଛନ୍ତି । ମୁଁ ଏହି କମ୍ପାନୀଗୁଡ଼ିକୁ ନିବେଶ ଏବଂ ଅଭିବୃଦ୍ଧି ପାଇଁ ନିମନ୍ତ୍ରଣ କରୁଛି । ଏମିତି ଅନେକ ଜର୍ମାନୀ କମ୍ପାନୀ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଭାରତରେ ନିଜର ବେସ୍ ସ୍ଥାପନ କରିନାହାଁନ୍ତି । ମୁଁ ସେମାନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରୁଛି। ଏବଂ ଦିଲ୍ଲୀରେ ଜର୍ମାନ କମ୍ପାନୀଗୁଡିକର ଏସିଆ ପାସିଫିକ୍ ସମ୍ମିଳନୀରେ ମୁଁ କହିଥିଲି, ଭାରତର ପ୍ରଗତି ସହିତ ଯୋଡ଼ିହେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଭାରତର ଗତିଶୀଳତା... ଜର୍ମାନୀର ପ୍ରିସିସନ୍ ଙ୍କୁ ଭେଟିବା... ଜର୍ମାନୀର ଇଞ୍ଜିନିୟରିଂ, ଭାରତର ଉଦ୍ଭାବନ, ଏହା ଆମ ସମସ୍ତଙ୍କ ପ୍ରୟାସ ହେବା ଉଚିତ୍ । ପୃଥିବୀର ଏକ ପ୍ରାଚୀନ ସଭ୍ୟତା ଭାବରେ, ଆମେ ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ସ୍ୱାଗତ କରିଛୁ ଏବଂ ସେମାନଙ୍କୁ ଆମ ଦେଶର ଏକ ଅଂଶ ରେ ପରିଣତ କରିଛୁ । ବିଶ୍ୱପାଇଁ ଏକ ସମୃଦ୍ଧ ଭବିଷ୍ୟତ ନିର୍ମାଣରେ ଆମର ସହଭାଗୀ ହେବାକୁ ମୁଁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି ।

ଧନ୍ୟବାଦ।

ଡାଙ୍କେ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMVBRY creates 7 million jobs, 1 million workers get incentives: PM Modi

Media Coverage

PMVBRY creates 7 million jobs, 1 million workers get incentives: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to President of India, Smt. Droupadi Murmu
June 20, 2026

The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu.

The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country.

Shri Modi noted that through her many years in public life, the President has served the nation in an outstanding manner and has been especially passionate about the wellbeing of the underprivileged and marginalised.

The Prime Minister stated that her steadfast dedication to India’s development is very motivating.

Shri Modi prayed for her long and healthy life in the service of the nation and said that he looks forward to meeting her later in the day at a programme in Odisha.

The Prime Minister wrote on X;

“Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.

Through her many years in public life, she has served the nation in an outstanding manner, especially passionate about the wellbeing of the underprivileged and marginalised. Her steadfast dedication to India’s development is very motivating.

May she be blessed with a long and healthy life in the service of the nation. I look forward to meeting her later today at the programme in Odisha.

@rashtrapatibhvn”