Unveils stamp and coin commemorating 75 years of the establishment of the Supreme Court of India
“75 years of the Supreme Court - this is the journey of the Constitution of India and its constitutional values! This is the journey of India evolving as a democracy!”
“75 years of the Supreme Court further enhance the glory of India as the Mother of Democracy”
“140 crore citizens of India have only one dream in Azadi Ka Amrit Kaal – Viksit Bharat, New India”
“Spirit of Bhartiya Nyaya Sanhita is 'Citizen First, Dignity First and Justice First'”

କାର୍ଯ୍ୟକ୍ରମରେ ଉପସ୍ଥିତ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଜୀ, ଜଷ୍ଟିସ୍ ଶ୍ରୀ ସଞ୍ଜିବ ଖାନ୍ନାଜୀ, ଜଷ୍ଟିସ୍ ବି ଆର ଗଭଇଜୀ, ଦେଶର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲଜୀ, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀଜୀ, ସୁପ୍ରିମ କୋର୍ଟ ବାର୍ କାଉନସିଲର ଅଧ୍ୟକ୍ଷ ଶ୍ରୀମାନ୍ କପିଳ ସିବଲଜୀ, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାଇ ମନନ କୁମାର ମିଶ୍ରଜୀ, ସୁପ୍ରିମ କୋର୍ଟର ସମସ୍ତ ବିଚାରପତିବୃନ୍ଦ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ଜିଲ୍ଲା ଜଜବୃନ୍ଦ, ଅନ୍ୟ ମହାନୁଭବଗଣ, ଦେବୀ ଏବଂ ସଜ୍ଜନବୃନ୍ଦ!

 

ଆପଣମାନେ ଏତେ ଗମ୍ଭୀର ଭାବରେ ଏଠାରେ ରହିଛନ୍ତି ଏବଂ ମତେ ଲାଗୁଛି ଯେ ଏ ସମାରୋହ ନିଶ୍ଚିତ ଭାବରେ ବେଶ୍ ଗମ୍ଭୀର ହେବ । କିଛି ଦିନ ପୂର୍ବରୁ ମୁଁ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବିଲି ସମାରୋହରେ ଯୋଗ ଦେଇଥିଲି । ଏବଂ ଆଜି ସୁପ୍ରିମ୍ କୋର୍ଟର ୭୫ତମ ବର୍ଷ ପୂର୍ତ୍ତି ଯାତ୍ରା ଉପଲକ୍ଷେ ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରାଯାଇଛି । ସୁପ୍ରିମ କୋର୍ଟର ୭୫ ବର୍ଷ, ଏହା କେବଳ ଏକ ସଂସ୍ଥାର ଯାତ୍ରା ନୁହେଁ । ଏହି ଯାତ୍ରା – ଭାରତର ସମ୍ବିଧାନ ଏବଂ ସାମ୍ବିଧାନିକ ମୂଲ୍ୟର ମଧ୍ୟ । ଏହି ଯାତ୍ରା- ଏକ ଲୋକତନ୍ତ୍ର ଭାବରେ ଭାରତର ଏବଂ ପରିପକ୍ୱ ହେବାର ଯାତ୍ରା ଏବଂ ଏହି ଯାତ୍ରା ଆମର ସମ୍ବିଧାନ ନିର୍ମାତାମାନଙ୍କର, ନ୍ୟାୟପାଳିକାରେ ଅନେକ ମନୀଷିମାନଙ୍କ ପର୍ଯ୍ୟାପ୍ତ ଓ ମହତ୍ତ୍ୱପୂର୍ଣ୍ଣ ଏବଂ ପର୍ଯ୍ୟାପ୍ତ ଯୋଗଦାନ ରହିଛି । ଏଥିରେ ପିଢ଼ି ପିଢ଼ିର, ସେହିସବୁ କୋଟି କୋଟି ଦେଶବାସୀଙ୍କର ମଧ୍ୟ ଯୋଗଦାନ ରହିଛି ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ନ୍ୟାୟପାଳିକା ଉପରେ ନିଜର ଭରସା ରଖିଆସିଛନ୍ତି । ଭାରତର ଲୋକମାନେ କେତେବେଳେ ସୁପ୍ରିମ୍ କୋର୍ଟ ଉରେ, ହାମର ନ୍ୟାୟପାଳିକା ଉପରେ ଅବିଶ୍ୱାସ କରିନାହାନ୍ତି । ସେଥିପାଇଁ ସୁପ୍ରିମ୍ କୋର୍ଟର ଆତି ଏହି ୭୫ ବର୍ଷ, ମଦର ଅଫ୍ ଡେମୋକ୍ରାସି ଭାବରେ ଭାରତର ଗୌରବକୁ ଆହୁରି ଅଧିକ ବୃଦ୍ଧି କରୁଛି । ଏହା ଆମର ସେହି ସାଂସ୍କୃତିକ ଉଦଘୋଷକୁ ଶକ୍ତି ପ୍ରଦାନ କରୁଛି ଯାହା କହିଥାଏ- ‘ସତ୍ୟମେବ ଜୟତେ, ନାନୃତମ୍’ । ବର୍ତ୍ତମାନ ସମୟରେ ଦେଶ ନିଜର ସ୍ୱାଧୀନତାର ୭୫ତମ ବର୍ଷ ପୂରଣ କରିଛି ଏବଂ ସମ୍ବିଧାନର ୭୫ତମ ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛି ।  ସେଥିପାଇଁ ଏହି ଅବସର ମଧ୍ୟ ଗର୍ବ କରିବାର ଅବସର, ଗୌରବ ଅନୁଭବ କରିବାର ଅବସର ଏବ ପ୍ରେରଣାର ଅବସର । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନ୍ୟାୟ ବିଦ୍ୱାନଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ବଧେଇ ଜଣାଉଛି । ଏହି ଅବସରରେ ରାଷ୍ଟ୍ରୀୟ ଜିଲ୍ଲା ନ୍ୟାୟପାଳିକା ସମ୍ମେଳନର ଯେଉଁ ମହତ୍ତ୍ୱପୂର୍ଣ୍ଣ ଆୟୋଜନ ହେଉଛି, ମୁଁ ସେଥିପାଇଁ ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଦେଉଛି ।

 

ସାଥୀଗଣ,

ଆମ ଲୋକତନ୍ତ୍ରରେ ନ୍ୟାୟପାଳିକା ସମ୍ବିଧାନର ରକ୍ଷକ ବୋଲି ବିବେଚନା କରାଯାଇଛି । ଏହା ନିଜେ  ଏକ ବହୁତ ବଡ଼ ଦାୟିତ୍ୱ ଅଟେ । ଆମେ ସନ୍ତୁଷ୍ଟିର ସହିତ କହିପାରିବା ଯେ ସୁପ୍ରିମ୍ କୋର୍ଟ, ଆମର ନ୍ୟାୟପାଳିକା ଏହି ଦାୟିତ୍ୱକୁ ନିଷ୍ଠାର ସହ ନିର୍ବହନ କରିବାର ପ୍ରୟାସ କରିଆସିଛନ୍ତି । ସ୍ୱାଧୀନତା ପ୍ରାପ୍ତି ପରେ ନ୍ୟାୟପାଳିକା ନ୍ୟାୟର ଭାବନାର ସୁରକ୍ଷା କରିଛି, ଜରୁରିକାଳୀନ ପରସ୍ଥିତି କାଳ ଭଳି ଅବଧି ମଧ୍ୟ ଆସିଥିଲା । ସେତେବେଳେ ନ୍ୟାୟପାଳିକା ସମ୍ବିଧାନର ସୁରକ୍ଷା ନିମନ୍ତେ ବିଶେଷ ଭୂମିକା ନିର୍ବାହ କରିଥିଲା । ମୌଳିକ ଅଧିକାର ଉପରେ ହୋଇଥିବା ପ୍ରଚଣ୍ଡ ପ୍ରହାର, ସେତେବେଳେ ସୁପ୍ରିମ୍ କୋର୍ଟ ଏହାର ସୁରକ୍ଷା ମଧ୍ୟ କରିଥିଲା ଏବଂ କେବଳ ସେତିକି ନୁହେଁ, ଯେବେ ଯେବେ ଦେଶର ସୁରକ୍ଷାର ପ୍ରଶ୍ନ ଆସିଛି, ସେତେବେଳେ ନ୍ୟାୟପାଳିକା ରାଷ୍ଟ୍ରହିତ ସର୍ବୋପରିକୁ ସ୍ମରଣ ରଖି ଭାରତର ଏକତାର ମଧ୍ୟ ସୁରକ୍ଷା କରିଆସିଛି । ଏହିସବୁ ଉପଲବଧି ଭିତରେ ମୁଁ ଏହି ସ୍ମରଣୀୟ ୭୫ ବର୍ଷ ନିମନ୍ତେ ଆପଣମାନଙ୍କୁ ସମସ୍ତ ବିଦ୍ୱାନଜନଙ୍କୁ ବହୁତ ବଧାଇ ଜଣାଉଛି ।

 

ସାଥୀଗଣ,

ବିଗତ ୧୦ ବର୍ଷ ମଧ୍ୟରେ ନ୍ୟାୟକୁ ସୁଗମ କରିବା ନିମନ୍ତେ ଦେଶରେ ଅନେକ ପ୍ରକାର ପ୍ରୟାସ କରାଯାଇଛି । ବିଚାରାଳୟର ଆଧୁନିକୀକରଣ ନିମନ୍ତେ ମିଶନ ସ୍ତରରେ କାର୍ଯ୍ୟ କରାଯାଉଛି । ଏଥିରେ ସୁପ୍ରିମ୍ କୋର୍ଟ ଏବଂ ନ୍ୟାୟପାଳିକାର ସହଯୋଗର ବିରାଟ ଭୂମିକା ରହିଛି । ଆଜି, ଜିଲ୍ଲା ନ୍ୟାୟପାଳିକାର ଏହି କାର୍ଯ୍ୟକ୍ରମ ମଧ୍ୟ ଏହାର ଆଉ ଏକ ଉଦାହରଣ ବୋଲି ବିବେଚନା କରାଯାଇପାରେ । ଏହା ପୂର୍ବରୁ, ଏଠାରେ କିଛି ଲୋକ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସୁପ୍ରିମ୍ କୋର୍ଟ ଏବଂ ଗୁଜରାଟ ହାଇକୋର୍ଟ ମିଳିତ ଭାବେ ‘ସର୍ବଭାରତୀୟ ଜିଲ୍ଲା ନ୍ୟାୟପାଳିକା ସମ୍ମିଳନୀର ଆୟୋଜନ ମଧ୍ୟ କରିଥିଲା । ଏଭଳି ପ୍ରକାର ଆୟୋଜନ, ଇଜ୍ ଅଫ୍ ଜଷ୍ଟିସ୍ ନିମନ୍ତେ ବହୁତ ଜରୁରି ଅଟେ । ମୋତେ ସୂଚୀତ କରାଯାଇଛି ଯେ ଏଠାରେ ମଧ୍ୟ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ କେତେଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ବିଚାର ପାଇଁ ପଡ଼ି ରହିଥିବା ବାକିଆ ମାମଲା ଗୁଡ଼ିକର ପରିଚାଳନା, ମାନବ ସମ୍ବଳ ଏବଂ ନ୍ୟାୟପାଳିକାର ଉନ୍ନତିକରଣ । ଆପଣମାନେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ନିମନ୍ତେ ସ୍ଥିର କରିଛନ୍ତି । ମୋତେ ଖୁସି ଲାଗୁଛି ଯେ ଏହା ସହିତ ଆଗାମୀ ଦୁଇ ଦିନରେ ଏକ ଅଧିବେଶନ ନ୍ୟାୟିକ ନିରାମୟତା ଉପରେ ମଧ୍ୟ ରଖାଯାଉ । ବ୍ୟକ୍ତିଗତ ନିରାମୟତା... ସାମାଜିକ ନିରାମୟତା ସର୍ବପ୍ରଥମେ ଆବଶ୍ୟକ ବୋଲି ମୋର ମତ । ଏହା ଫଳରେ ଆମେ ଆମର କାର୍ଯ୍ୟ ସଂସ୍କୃତିରେ ସ୍ୱାସ୍ଥ୍ୟକୁ ମଧ୍ୟ ଆବଶ୍ୟକ ଗୁରୁତ୍ୱ ଦେବାକୁ ସହାୟତା ମିଳିପାରିବ ।

 

ସାଥୀଗଣ,

ଆମେମାନେ ସଭିଏଁ ଏହା ଉତ୍ତମ ରୂପେ ଜାଣୁ ଯେ ଆଜି ସ୍ୱାଧୀନତାର ଅମୃତକାଳରେ ୧୪୦ କୋଟି ଦେଶବାସୀଙ୍କର ଗୋଟିଏ ସ୍ୱପ୍ନ ରହିଛି- ବିକଶିତ ଭାରତ, ନୂତନ ଭାରତ ! ନୂତନ ଭାରତ ଅର୍ଥାତ୍ ଚିନ୍ତା ଓ ସଂକଳ୍ପରେ ଏକ ଆଧୁନିକ ଭାରତ! ଆମର ନ୍ୟାୟପାଳିକା ଏହି ପରିକଳ୍ପନାର ଏକ ସୁଦୃଢ଼ ସ୍ତମ୍ଭ । ବିଶେଷ କରି, ଆମର ଜିଲ୍ଲା ନ୍ୟାୟପାଳିକା । ଜିଲ୍ଲା ନ୍ୟାୟପାଳିକା, ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଏକ ଆଧାର କହିଲେ ଅତ୍ୟୁକ୍ତି ହେବନାହିଁ । ଦେଶର ସାଧାରଣ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ସର୍ବପ୍ରଥମେ ଆପଣମାନଙ୍କ ଦ୍ୱାରକୁ ହିଁ ବାଡ଼ିଆ ଯାଇଥାଏ । ସେଥିପାଇଁ, ଏହା ହେଉଛି ନ୍ୟାୟପ୍ରାପ୍ତିର ପ୍ରଥମ କେନ୍ଦ୍ର, ଏହା ଶିଢ଼ିର ପ୍ରଥମ ପାହାଚ । ତେଣୁ ଏହାକୁ ପ୍ରତ୍ୟେକ ସ୍ତରରୁ ସକ୍ଷମ ଏବଂ ଆଧୁନିକ କରିବା ଏହା ଦେଶର ପ୍ରାଥମିକତା ନିଶ୍ଚୟ । ମୋର ବିଶ୍ୱାସ, ଏହି ଜାତୀୟ ସମ୍ମିଳନୀ, ଏଥିରେ ହେବାକୁ ଥିବା ବିଚାର ବିମର୍ଶ, ଦେଶର ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବ ।

 

ସାଥୀଗଣ,

ଯେକୌଣସି ଦେଶର ବିକାଶର ଯଦି କିଛି ସବୁଠାରୁ ସାର୍ଥକ ପାରାମିଟର ଥାଏ, ତେବେ ତାହା ହେଉଛି ସାଧାରଣ ମଣିଷଙ୍କ ଜୀବନ ସ୍ତର ! ସାଧାରଣ ମଣିଷଙ୍କ ଜୀବନ ସ୍ତର, ତାଙ୍କର ଇଜ୍ ଅଫ୍ ଲିଭିଂରୁ ହିଁ ବିବେଚନା କରାଯାଇଥାଏ । ସରଳ-ସୁଗମ ନ୍ୟାୟ, ଏହା ଇଜ୍ ଅଫ୍ ଲିଭିଂର ଅନିବାର୍ଯ୍ୟ ସର୍ତ୍ତ । ଏହା ସେତିକିବେଳେ ସମ୍ଭବପର ହେବ, ଯେତେବେଳେ ଆମର ଜିଲ୍ଲା ନ୍ୟାୟାଳୟଗୁଡ଼ିକ ଆଧୁନିକ ସଂସାଧନ ଏବଂ ପ୍ରଯୁକ୍ତିରେ ସଜ୍ଜିତ ହୋଇପାରିବ । ଆମେ ସମସ୍ତେ ଏକଥା ଉତ୍ତମ ରୂପେ ଜାଣୁ ଯେ ଆଜି ଜିଲ୍ଲା କୋର୍ଟଗୁଡ଼ିକରେ ପାଖାପାଖି ସାଢ଼େ ଚାରି କୋଟି ମାମଲା ଫଇସଲା ହେବା ପାଇଁ ପଡ଼ିରହିଛି । ନ୍ୟାୟରେ ଏଭଳି ବିଳମ୍ବକୁ ହଟାଇବା ନିମନ୍ତେ ବିଗତ ଗୋଟିଏ ଦଶନ୍ଧି ଭିତରେ ଅନେକ ସ୍ତରରେ କାର୍ଯ୍ୟ ଆରମ୍ଭ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ଦେଶ ନ୍ୟାୟିକ ସଂସାଧନର ବିକାଶ ନିମନ୍ତେ ପାଖାପାଖି ୮ ହଜାର କୋଟି ଟଙ୍କା ବ୍ୟୟ କରିଛି । ଆପଣମାନଙ୍କୁ ଆଉ ଗୋଟିଏ ତଥ୍ୟ ପ୍ରଦାନ କରିବି ଯାହା ଶୁଣିଲେ ଆପଣମାନେ ଖୁସି ହେବେ... ବିଗତ ୨୫ ବର୍ଷରେ ଯେତିକି ରାଶି ନ୍ୟାୟିକ ସଂସାଧନ ଉପରେ ବ୍ୟୟ କରାଯାଇଛି, ତାହାର ୭୫ ପ୍ରତିଶତ ବିଗତ ୧୦ ବର୍ଷରେ ହିଁ ବ୍ୟୟ କରାଯାଇଛି । ଏହି ୧୦ ବର୍ଷରେ ଜିଲ୍ଲା ନ୍ୟାୟପାଳିକା ନିମନ୍ତେ ସାଢ଼େ ୭ ହଜାରରୁ ଅଧିକ କୋର୍ଟ ହଲ୍ ଏବଂ ୧୧ ହଜାର ଆବାସିକ ୟୁନିଟ୍ ପ୍ରସ୍ତୁତ କରାଯାଇଛି ।

 

ସାଥୀଗଣ,

ମୁଁ ଯେତେବେଳେ ଲିଗାଲ୍ ଫ୍ରାଟରନିଟି ମଧ୍ୟକୁ ଆସିଥାଏ, ସେତେବେଳେ ଇ-କୋର୍ଟ ବିଷୟ ଆସିବା ଖୁବ୍ ସ୍ୱାଭାବିକ । ଟେକ୍ନୋଲୋଜିର ଏହି ହସ୍ତକ୍ଷେପ/ ନବସୃଜନ ଦ୍ୱାରା କେବଳ ନ୍ୟାୟିକ ପ୍ରକ୍ରିୟାରେ କ୍ଷିପ୍ରତା ଆସିନାହିଁ ... ଏହା ଓକିଲମାନଙ୍କ ଠାରୁ ନେଇ ଫେରାଦକାରୀଙ୍କ ପର୍ଯ୍ୟନ୍ତ, ସବୁ ପ୍ରକାର ସମସ୍ୟାକୁ ମଧ୍ୟ ତ୍ୱରିତ ହ୍ରାସ କରିଛି । ଏବଂ ମୁଁ ଯାହା କହିଛି, ଏହିସବୁ ପ୍ରୟାସରେ ସୁପ୍ରିମ୍ କୋର୍ଟଙ୍କ ଇ-କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

 

ସାଥୀଗଣ,

ବିଗତ ବର୍ଷ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟକୁ ମଧ୍ୟ ସ୍ୱୀକୃତି ମିଳିସାରିଛି । ଆମେ ଏକ ସମନ୍ୱିତ ପ୍ରଯୁକ୍ତି ପ୍ଲାଟଫର୍ମ ପ୍ରସ୍ତୁତ କରିବା ଦିଗରେ ଆଗକୁ ଅଗ୍ରସର ହେଉଛୁ । ଏହା ଅଧୀନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅପ୍ଟିକାଲ କ୍ୟାରେକ୍ଟର ଚିହ୍ନଟ ଭଳି ମୁଣ୍ଡ ଟେକୁଥିବା ପ୍ରଯୁକ୍ତିର ଉପଯୋଗ ହୋଇପାରିବ । ଆମେ ବାକିଆ ପଡ଼ିଥିବା ମାମଲାଗୁଡ଼ିକୁ ବିଶ୍ଳେଷଣ କରିପାରିବା, ଭବିଷ୍ୟତର ମୋକଦ୍ଦମାଗୁଡ଼ିକ ସମ୍ପର୍କରେ ମଧ୍ୟ ଅନୁମାନ ଲଗାଇ ପାରିବ । ପୁଲିସ, ଫରେନସିକ୍, ଜେଲ ଏବଂ କୋର୍ଟ... ପ୍ରଯୁକ୍ତି ଏହିସବୁ ସଂସ୍ଥାଗୁଡ଼ିକୁ ସମନ୍ୱିତ କରିପାରିବ ଏବଂ ଏହାର କାମକୁ ତ୍ୱରାନ୍ୱିତ କରିପାରିବ । ଆମେମାନେ ଏଭଳି ଏକ ନ୍ୟାୟ ବ୍ୟବସ୍ଥା ଦିଗରେ ଆଗକୁ ଅଗ୍ରସର ହେଉଛେ, ଯାହା ସମ୍ପୂର୍ଣ୍ଣ ଭାବରେ ଭବିଷ୍ୟତର ମୁକାବିଲା ପାଇଁ ପ୍ରସ୍ତୁତ ରହିବ ।

 

ସାଥୀଗଣ,

ଆପଣମାନେ ଜାଣନ୍ତି ଯେ ଏଭଳି ବିରାଟ ପରିବର୍ତ୍ତନରେ ସଂସାଧନ ଏବଂ ପ୍ରଯୁକ୍ତି ସହିତ ନିୟମାବଳୀ, ନୀତିର ମଧ୍ୟ ବିଶେଷ ଭୂମିକା ରହିଛି । ସେଥିପାଇଁ ସ୍ୱାଧୀନତାର ୭ ଦଶନ୍ଧି ପରେ ଦେଶ ପ୍ରଥମ ଥର ପାଇଁ ଆମର ଆଇନ ଢାଞ୍ଚାରେ ଏତେ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଭାରତୀୟ ନ୍ୟାୟ ସଂହିତା ରୂପରେ ଆମକୁ ନୂତନ ଭାରତୀୟ ନ୍ୟାୟ ବିଧାନ ମିଳିଛି । ଭାରତୀୟ ନ୍ୟାୟ ସଂହିତା ରୂପରେ ଆମେ ନୂତନ ଭାରତୀୟ ନ୍ୟାୟ ବିଧାନ ମିଳିଛି । ଏହି ଆଇନର ଭାବନା ହେଉଛି – ‘ପ୍ରଥମେ ନାଗରିକ, ପ୍ରଥମେ ମର୍ଯ୍ୟାଦା ଏବଂ ପ୍ରଥମେ ନ୍ୟାୟ ।’ ଆମର ଅପରାଧ ଆଇନ ଶାସକ ଏବଂ ଭୃତ୍ୟବାଲା ଉପନିବେଶବାଦୀ ଚିନ୍ତାଧାରାରୁ ମୁକ୍ତ ହୋଇଛି । ରାଜଦ୍ରୋହ ଭଳି ବ୍ରିଟିଶ୍ ଆଇନର ଉଚ୍ଛେଦ କରାଯାଇଛି । ନ୍ୟାୟ ସଂହିତାର ଚିନ୍ତାଧାରା, ନାଗରିକମାନଙ୍କୁ ଶାସ୍ତି ପ୍ରଦାନ କରିବାକୁ କେବଳ ବୁଝାଏନାହିଁ । ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମଧ୍ୟ ବୁଝାଇଥାଏ । ଏଥିପାଇଁ, ମହିଳା ଏବଂ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ନିମନ୍ତେ ଏକ ସୁଦୃଢ଼ ଆଇନ ବ୍ୟବସ୍ଥା କରାଯାଇଛି.. ଦ୍ୱିତୀୟ କଥାଟି ହେଲା, ପ୍ରଥମ ଥର ସାଧାରଣ ଅପରାଧ ପାଇଁ ଶାସ୍ତି ଭାବରେ ଗୋଷ୍ଠୀ ସେବାର ପ୍ରାବଧାନ କରାଯାଇଛି । ଭାରତୀୟ ସାକ୍ଷ୍ୟ ଅଧିନିୟମ ଅଧୀନରେ ସାକ୍ଷ୍ୟ ଭାବରେ ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ ରେକର୍ଡକୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅଧୀନରେ ଇଲେକ୍ଟ୍ରୋନିକ୍ ମୋଡ଼ରେ ସମନ ପଠାଯିବାର ବ୍ୟବସ୍ଥା ହୋଇଛି । ଏହା ଫଳରେ ନ୍ୟାୟପାଳିକା ନିକଟରେ ପଡ଼ିରହିଥିବା ମାମଲାର ବୋଝ ମଧ୍ୟ କମ୍ ହୋଇପାରିବ । ମୋର ନିବେଦନ ହେବ... ସୁପ୍ରିମ୍ କୋର୍ଟକୁ ମାର୍ଗଦର୍ଶନ କରିବାରେ ଜିଲ୍ଲା ନ୍ୟାୟପାଳିକାକୁ ଏହି ନୂତନ ବ୍ୟବସ୍ଥା ଅନୁସାରେ ତାଲିମ ପ୍ରଦାନ କରିବା ନିମନ୍ତେ ନୂତନ ପଦକ୍ଷେପ ଗ୍ରହଣ ଜରୁରି ଅଟେ । ଆମର ବିଚାରପତିମାନେ ଏବଂ ଓକିଲ ସାଥୀମାନେ ମଧ୍ୟ ଏହି ଅଭିଯାନର ଅଂଶବିଶେଷ ବନି ପାରିବେ । ଜନତା ମଧ୍ୟ ଏହି ନୂତନ ବ୍ୟବସ୍ଥା ସହିତ ପରିଚିତ ହୁଅନ୍ତୁ, ଏଥିରେ ମଧ୍ୟ ଆମର ଓକିଲ ଏବଂ ବାର୍ ଆସୋସିଏସନର ବିଶେଷ ଭୂମିକା ରହିବ ।

 

ସାଥୀଗଣ,

ମୁଁ ଦେଶ ଏବଂ ସମାଜର ଆଉ ଗୋଟିଏ ଜ୍ୱଳନ୍ତ ବିଷୟକୁ ଆପଣମାନଙ୍କ ସମ୍ମୁଖରେ ଉଠାଇବାକୁ ଚାହେଁ । ଆଜି ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର, ଶିଶୁମାନଙ୍କ ସୁରକ୍ଷା ସମାଜ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି । ଦେଶରେ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଅନେକ କଠୋର ଆଇନର ପ୍ରାବଧାନ କରାଯାଇଛି । ୨୦୧୯ରେ ସରକାର, ଫାଷ୍ଟ୍ ଟ୍ରାକ୍ ସ୍ପେଶାଲ କୋର୍ଟ ସ୍ଥାପନାର ଯୋଜନା ପ୍ରସ୍ତୁତ କରିଥିଲେ । ଏହା ଅଧୀନରେ ଠୋସ୍ ସାକ୍ଷୀମାନଙ୍କ ନିମନ୍ତେ ସାକ୍ଷ୍ୟପ୍ରଦାନ କେନ୍ଦ୍ରର ପ୍ରାବଧାନ କରାଯାଇଛି । ଏଥିରେ ମଧ୍ୟ ଜିଲ୍ଲା ମନିଟରିଂ କମିଟିର ଭୂମିକା ମହତ୍ତ୍ୱପୂର୍ଣ୍ଣ ହୋଇପାରିବ । ଏହି କମିଟିରେ ଜିଲ୍ଲା ଜଜ୍, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଆରକ୍ଷୀ ମଧ୍ୟ ସାମିଲ ହୋଇଥାଆନ୍ତି । ଅପରାଧ ନ୍ୟାୟ ବ୍ୟବସ୍ଥାରେ ବିଭିନ୍ନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିମନ୍ତେ । ସେମାନଙ୍କର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମକୁ ଏହି କମିଟିଗୁଡ଼ିକୁ ଅଧିକ ସକ୍ରିୟ କରିବାର  ଆବଶ୍ୟକତା ଅଛି । ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସହିତ ସଂଯୁକ୍ତ ମାମଲାଗୁଡ଼ିକ ଯେତେ ଶୀଘ୍ର ଫଇସଲା ହେବ, ଦେଶର ଅଧା ଜନବସତିକୁ ସୁରକ୍ଷା ସେତିକି ମାତ୍ରାରେ ଭରସା ମିଳିପାରିବ ।

 ମୋର ବିଶ୍ୱାସ ଯେ ଏଠାରେ ଯେଉଁସବୁ ବିଚାର ବିମର୍ଷ ହେବ, ତାହା ଦେଶ ପାଇଁ ବହୁମୂଲ୍ୟ ସମାଧାନ ପନ୍ଥା ବାହରିବ- ‘ସମସ୍ତଙ୍କ ପାଇଁ ନ୍ୟାୟ’ ମାର୍ଗ ମଜଭୁତ ହେବ । ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଏହି ପବିତ୍ର ସମାରୋହ ଏବଂ ସମାଗମ ତଥା ଚିନ୍ତନ ମନନରୁ ଅବଶ୍ୟ ଅମୃତ ନିଷ୍କର୍ଷ ବାହାରିବ, ଏହି ଆଶା ଓ ବିଶ୍ୱାସର ସହିତ ଅନେକ ଅନେକ ଶୁଭକାମନା ଦେଉଛି ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.