ଆଇଆଇଟି ଧରୱାଡକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ବିଶ୍ୱର ସବୁଠାରୁ ଦୀର୍ଘତମ ରେଳ ପ୍ଲାଟଫର୍ମ ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି
ପୁନଃବିକଶିତ ହୋସାପେଟେ ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି ଯାହା ହାମ୍ପି ସ୍ମାରକୀ ଶୈଳୀରେ ଡିଜାଇନ୍ ହୋଇଛି
ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
“ଡବଲ ଇଞ୍ଜିନ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଗ୍ରାମ ଏବଂ ପଡାର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହ ଉଦ୍ୟମ କରୁଛନ୍ତି” “ଧରୱାଡ ହେଉଛି ସ୍ୱତନ୍ତ୍ର । ଏହା ଭାରତୀୟ ସାଂସ୍କୃତିକ ସ୍ପନ୍ଦନର ପ୍ରତିଛବି”
“ଧରୱାଡରେ ଆଇଆଇଟିର ନୂତନ କ୍ୟାମ୍ପସ୍ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବ । ଭବିଷ୍ୟତର ବିକାଶ ପାଇଁ ଏହା ଯୁବକ ମାନସିକତା ପ୍ରତିପୋଷଣ କରିବ”
“ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଆରମ୍ଭ କରି ପ୍ରକଳ୍ପର ଉଦଘାଟନ ପର୍ଯ୍ୟନ୍ତ ଡବଲ୍ ଇଞ୍ଜିନ ସରକାର ଦ୍ରୁତ ବେଗରେ କାମ କରୁଛି”
“ଉତ୍ତମ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍‍ । ଅଧିକ ସଂଖ୍ୟକ ଗୁଣାତ୍ମକ ଅନୁଷ୍ଠାନ ଅଧିକରୁ ଅଧିକ ଲୋକଙ୍କ ପାଇଁ ଉତ୍ତମ ଶିକ୍ଷାର ସୁନିଶ୍ଚିତ କରିବ”
“ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ମାର୍ଟ ଶାସନ ହୁବାଲି-ଧରୱାଡ ଅଞ

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଜଗଦଗୁରୁ ବସବେଶ୍ୱର ଅବରିଗେ ନନ୍ନା ନମସ୍କାରଗଛୁ ।

କଲେ, ସହିତ୍ୟ ମତୁ ସଂସ୍କୃତିୟା ଇ ନାଡିଗେ,

କର୍ଣ୍ଣାଟକ ଦା ଏଲ୍ଲା ସହୋଦରୀୟାରିଗେ ନନ୍ନା ନମସ୍କାରଗଛୁ ।

ସାଥୀଗଣ,

ମୋତେ ଚଳିତ ବର୍ଷର ଆରମ୍ଭରେ ମଧ୍ୟ ହୁବଲୀ ଆସିବାର ସୌଭାଗ୍ୟ ମିଳିଥିଲା । ଯେଉଁଭଳି ଭାବେ ହୁବଲୀର ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ସଡ଼କ କଡ଼ରେ ଠିଆ ହୋଇ ମୋତେ ଆଶୀର୍ବାଦ ଦେଲେ, ସେହି ମୁହୂର୍ତ୍ତକୁ ମୁଁ କେବେ ହେଲେ ମଧ୍ୟ ଭୁଲି ପାରିବି ନାହିଁ, ଏତେ ଭଲ ପାଇବା, ଏତେ ଆଶୀର୍ବାଦ । ବିଗତ ସମୟରେ ମୋତେ କର୍ଣ୍ଣାଟକର ଅନେକ ଅଞ୍ଚଳକୁ ଯିବାର ସୁଯୋଗ ମିଳିଛି । ବେଙ୍ଗାଲୁରୁରୁ ନେଇ ବେଲାଗାବୀ ପର୍ଯ୍ୟନ୍ତ, କଲବୁର୍ଗୀରୁ ନେଇ ଶିମୋଗା ପର୍ଯ୍ୟନ୍ତ, ମହୀଶୂରରୁ ନେଇ ତୁମକୁରୁ ପର୍ଯ୍ୟନ୍ତ, କନ୍ନଡିଗା ଲୋକମାନେ ମୋତେ ଯେପରି ସ୍ନେହ ଦେଇଛନ୍ତି, ନିଜରପଣିଆ ଦେଖାଇଛନ୍ତି, ଗୋଟିଏରୁ ବଳି ଆରେକ, ଆପଣମାନଙ୍କର ଏହି ଭଲପାଇବା, ଆପଣମାନଙ୍କର ଏହି ଆଶୀର୍ବାଦ ହେଉଛି ଅଭୀଭୂତ କରି ଦେବା ଭଳି । ଏହି ସ୍ନେହ ହେଉଛି ଆପଣମାନଙ୍କର ମୋ ଉପରେ ରହିଥିବା ଏକ ଋଣ ସଦୃଶ, ହେଉଛି କରଜ ଆଉ ଏହି ଋଣକୁ ମୁଁ କର୍ଣ୍ଣାଟକର ଜନତାଙ୍କର ଲାଗାତାର ଭାବେ ସେବା କରି ଏହି ଋଣ ସୁଝିବି । କର୍ଣ୍ଣାଟକର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଖୁସିରେ ଭରି ଯାଉ, ଏଠାକାର ଯୁବକମାନଙ୍କୁ ଆଗକୁ ବଢ଼ିବାର, ରୋଜଗାର କରିବାର ନୂତନ ସୁଯୋଗ କ୍ରମାଗତ ଭାବେ ମିଳୁ, ଏଠାକାର ଭଉଣୀ- ଝିଅମାନେ ଆହୁରି ସଶକ୍ତ ହୁଅନ୍ତୁ, ଏହି ଦିଗରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛୁ । ଭାଜପାର ଡବଲ ଇଞ୍ଜିନର ସରକାର, କର୍ଣ୍ଣାଟକର ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସାହି- ବସ୍ତିର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରୁଛନ୍ତି । ଆଜି ଧାରୱାଡର ଏହି ମାଟିରେ ବିକାଶର ଏକ ନୂତନ ଧାରା ବାହାରୁଛି । ବିକାଶର ଏହି ଧାରା ହୁବଲୀ, ଧାରୱାଡ ସହିତ ହିଁ, ସମ୍ପୂର୍ଣ୍ଣ କର୍ଣ୍ଣାଟକର ଭବିଷ୍ୟତକୁ ସିଞ୍ଚନ କରିବାର କାର୍ଯ୍ୟ କରିବ, ତାହାକୁ ପୁଷ୍ପିତ ଏବଂ ପଲ୍ଲବିତ କରିବାର କାର୍ଯ୍ୟ କରିବ ।

ସାଥୀଗଣ,

ଶତାବ୍ଦୀ- ଶତାବ୍ଦୀ ଧରି ଆମର ଧାରୱାଡ଼ ମଲେନାଡ଼ୁ ଏବଂ ବୟାଲୁ ସିମେ ଏହା ମଧ୍ୟରେ ଗେଟୱେ ଟାଉନ, ଅର୍ଥାତ ପ୍ରବେଶ ଦ୍ୱାର ଭାବେ ଜଣା ଯାଇଥାଏ । ଭିନ୍ନ- ଭିନ୍ନ କ୍ଷେତ୍ରର ଯାତ୍ରୀମାନଙ୍କ ପାଇଁ ଏହି ନଗରୀ ଏକ ରହଣୀସ୍ଥଳ ଭାବେ ହୋଇଥାଏ । ଏହା ପ୍ରତ୍ୟେକଙ୍କ ସ୍ୱାଗତ ଖୋଲା ହୃଦୟର ସହିତ କରିଛି, ଆଉ ପ୍ରତ୍ୟେକଙ୍କ ଠାରୁ ଶିକ୍ଷାକରି ନିଜକୁ ସମୃଦ୍ଧ ମଧ୍ୟ କରିଛି । ଏଥିପାଇଁ ଧାରୱାଡ଼ କେବଳ ଏକ ଗେଟୱେ ହିଁ ହୋଇ ରହି ନାହିଁ, ବରଂ ଏହା କର୍ଣ୍ଣାଟକ ଏବଂ ଭାରତର ଜୀବନ୍ତତାର ଏକ ପ୍ରତିବିମ୍ବ ହୋଇ ଯାଇଛି । ଏହା କର୍ଣ୍ଣାଟକର ସାଂସ୍କୃତିକ ରାଜଧାନୀ ରୂପେ ଜଣା ଯାଇଥାଏ । ଧାରୱାଡର ପରିଚୟ ସାହିତ୍ୟ ସହିତ ରହିଛି, ଯିଏ ଡଃ. ଡି.ଆର.ବେନଦ୍ରେଙ୍କ ଭଳି ସାହିତ୍ୟକାର ଦେଇଛି । ଧାରୱାଡର ପରିଚୟ ସମୃଦ୍ଧ ସଂଗୀତ ସହିତ ରହିଛି, ଯିଏ ପଣ୍ଡିତ ଭୀମସେନ ଯୋଶୀ, ଭଙ୍ଗୁଭାଇ ହଙ୍ଗଲ ଏବଂ ବାସବରାଜ ରାଜଗୁରୁଙ୍କ ଭଳି ସଙ୍ଗୀତଜ୍ଞ ଦେଇଛି । ଧାରୱାଡର ମାଟି ପଣ୍ଡିତ କୁମାର ଗନ୍ଧର୍ବ, ପଣ୍ଡିତ ମଲ୍ଲିକାର୍ଜୁନ ମାନସୁରଙ୍କ ଭଳି ମହାନରତ୍ନମାନଙ୍କୁ ଦେଇଛି । ଆଉ ଧାରବାଡ଼ର ପରିଚିତି ଏଠାକାର ସ୍ୱାଦ ସହିତ ମଧ୍ୟ ରହିଛି। ଏଭଳି କିଏ ଥିବେ, ଯିଏ ଗୋଟିଏ ଥର ‘ଧାରୱାଡ଼ ପେଡା’ର ସ୍ୱାଦ ଚାଖିଥିବେ ଆଉ ଦ୍ୱିତୀୟ ଥର ଏହାକୁ ଖାଇବା ପାଇଁ ତାଙ୍କର ମନ ହୋଇ ନ ଥିବ । କିନ୍ତୁ ଆମର ସାଥୀ ପ୍ରହଲ୍ଲାଦ ଯୋଶୀ ମୋର ସ୍ୱାସ୍ଥ୍ୟର ବହୁତ ଯତ୍ନ ନିଅନ୍ତି, ତେଣୁ ସେ ଆଜି ମୋତେ ପେଡ଼ା ତ’ ଦେଲେ କିନ୍ତୁ ବନ୍ଦ ବାକ୍ସରେ ଦେଲେ ।

ସାଥୀଗଣ,

ଆଜି ଧାରୱାଡ଼ରେ ଆଇଆଇଟିର ଏହି ନୂତନ କ୍ୟାମ୍ପସ ପାଇଁ ଦେହରୀ ଖୁସି ହୋଇଛି । ଏଠାରେ ହିନ୍ଦୀ ବୁଝାପଡ଼େ ଗୋଟିଏ ପଟେ । ଏହି କ୍ୟାମ୍ପସ, ଧାରୱାଡ଼ର ପରିଚୟକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବ ।

ସାଥୀଗଣ,

ଏଠାକୁ ଆସିବା ପୂର୍ବରୁ ମୁଁ ଏବେ ମଣ୍ଡ୍ୟାରେ ଥିଲି । ମଣ୍ଡ୍ୟାରେ ମୋତେ ‘ବେଙ୍ଗାଲୁରୁ- ମହୀଶୂର ଏକ୍ସପ୍ରେସ ୱେ’ କର୍ଣ୍ଣାଟକର ଏବଂ ଦେଶର ଜନତାଙ୍କୁ ସମର୍ପିତ କରିବାର ସୌଭାଗ୍ୟ ମିଳିଲା । ଏହି ଏକ୍ସପ୍ରେସ ୱେ କର୍ଣ୍ଣାଟକକୁ ବିଶ୍ୱର ସଫ୍ଟଓୟାର ଏବଂ ଟେକ୍ନୋଲୋଜି କେନ୍ଦ୍ର ରୂପେ ଆହୁରି ଆଗକୁ ନେଇଯିବାର ପଥ ପ୍ରସ୍ତୁତ କରିବ । ଏବେ କିଛି ଦିନ ପୂର୍ବରୁ ବେଲଗାବୀରେ କେତେକ ବିକାଶ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ହୋଇଥିଲା । ଶିମୋଗାରେ କୁବେମ୍ପୁ ବିମାନବନ୍ଦର ଶୁଭାରମ୍ଭ ମଧ୍ୟ ହୋଇଥିଲା । ଆଉ, ଏବେ ଧାରୱାଡ଼ରେ ଆଇଆଇଟିର ଏହି ନୂତନ କ୍ୟାମ୍ପସ କର୍ଣ୍ଣାଟକର ବିକାଶ ଯାତ୍ରାରେ ନୂତନ ଅଧ୍ୟାୟ ଲେଖୁଛି । ଏକ ଅନୁଷ୍ଠାନ ରୂପରେ ଏଠାକାର ହାଇ-ଟେକ୍ ସୁବିଧାମାନ ଆଇଆଇଟି- ଧାରୱାଡ଼କୁ ବିଶ୍ୱର ସର୍ବୋତ୍କୃଷ୍ଟ ଅନୁଷ୍ଠାନ ବରାବର ପହଞ୍ଚିବାର ପ୍ରେରଣା ଦେବ ।

ସାଥୀଗଣ,

ଏହି ସଂସ୍ଥାନ, ହେଉଛି ଭାଜପା ସରକାରଙ୍କର ସଂକଳ୍ପରୁ ସିଦ୍ଧିର ଉଦାହରଣ । 4 ବର୍ଷ ପୂର୍ବେ ଫେବୃଆରୀ 2019ରେ ମୁଁ ଏହି ଆଧୁନିକ ଅନୁଷ୍ଠାନର ଶିଳାନ୍ୟାସ କରିଥିଲି । ମଝିରେ କରୋନା ସମୟ ଥିଲା, କାମ କରିବାରେ ଅନେକ ଅସୁବିଧା ରହିଥିଲା । କିନ୍ତୁ ତାହା ପରେ ମଧ୍ୟ ମୁଁ ଖୁସି ଯେ ଏହି 4 ବର୍ଷ ମଧ୍ୟରେ ଆଇଆଇଟି- ଧାରୱାଡ଼କୁ ଆଜି ଏକ ଭବିଷ୍ୟତ ଆଧାରିତ ଅନୁଷ୍ଠାନ ରୂପେ ପ୍ରସ୍ତୁତ ହୋଇ ଯାଇଛି । ଶିଳାନ୍ୟାସରୁ ଲୋକାର୍ପଣ ପର୍ଯ୍ୟନ୍ତ, ଡବଲ ଇଞ୍ଜିନ ସରକାର ଏହି ଗତିରେ କାର୍ଯ୍ୟ କରୁଛନ୍ତି ଆଉ ମୋର ତ ଏହି ସଂକଳ୍ପ ରହିଥାଏ ଯେ ଯାହାର ଶିଳାନ୍ୟାସ ଆମେ କରିବା, ତାହାର ଉଦଘାଟନ ମଧ୍ୟ ଆମେ ହିଁ କରିବା । ହୋଇଥାଏ, ଚାଲୁଥାଏ, ଶିଳାନ୍ୟାସ କର ପଥର ରଖ ଆଉ ଭୁଲିଯାଅ ସେହି ସମୟ ଚାଲି ଯାଇଛି ।

ସାଥୀଗଣ,

ସ୍ୱାଧୀନତା ପରେ କେତେ ଦଶକ ପର୍ଯ୍ୟନ୍ତ ଆମର ଏଠାରେ ଏହି ଚିନ୍ତାଧାରା ରହିଥିଲା ଯେ ଉତ୍ତମ ଶିକ୍ଷଣ ସଂସ୍ଥାନଗୁଡ଼ିକର ବିସ୍ତାର ହେବ ତେବେ ତାହାର ବ୍ରାଣ୍ଡ ଉପରେ ପ୍ରଭାବ ପଡ଼ିବ । ଏହି ଚିନ୍ତାଧାରା ଦେଶର ଯୁବକମାନଙ୍କର ବହୁତ କ୍ଷତି କରିଛି । କିନ୍ତୁ ଏବେ ନୂତନ ଭାରତ, ଯୁବକ ଭାରତ, ଏହି ପୁରୁଣା ଚିନ୍ତାଧାରାକୁ ପଛରେ ଛାଡ଼ିଦେଇ ଆଗକୁ ବଢ଼ୁଛି । ଉତ୍ତମ ଶିକ୍ଷା ପ୍ରତ୍ୟେକ ସ୍ଥାନରେ ପହଞ୍ଚି​ବା​‌ ଦରକାର, ପ୍ରତ୍ୟେକଙ୍କୁ ମିଳିବା ଦରକାର । ଯେତେ ଅଧିକ ଭଲ ଅନୁଷ୍ଠାନ ହେବ, ସେତେ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ଉତମ ଶିକ୍ଷା ପହଞ୍ଚି ପାରିବ । ଏହା ହେଉଛି କାରଣ ଯେ ବିଗତ ୯ ବର୍ଷ ମଧ୍ୟରେ ଭାରତରେ ଭଲ ଶିକ୍ଷଣ ଅନୁଷ୍ଠାନର ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି । ଆମେ ଏଆଇଆଇଏମ୍ସର ସଂଖ୍ୟା ତିନି ଗୁଣ କରି ଦେଲୁ । ସ୍ୱାଧୀନତା ପରର 7ଦଶକ ମଧ୍ୟରେ ଯେଉଁଠି ଦେଶରେ କେବଳ 380 ମେଡିକାଲ କଲେଜ ଥିଲା, ସେହିଠାରେ ବିଗତ ୯ ବର୍ଷରେ 250 ମେଡିକାଲ କଲେଜ ଖୋଲାଯାଇଛି । ଏହି 9 ବର୍ଷ ମଧ୍ୟରେ ଦେଶରେ ଅନେକ ନୂତନ ଆଇଆଇଏମ ଏବଂ ଆଇଆଇଟି ଖୋଲାଯାଇଛି । ଆଜିକାର ଏହି କାର୍ଯ୍ୟକ୍ରମ ମଧ୍ୟ ହେଉଛି ଭାଜପା ସରକାରଙ୍କର ଏହି ପ୍ରତିବଦ୍ଧତାର ପ୍ରତୀକ ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ଭାରତ, ନିଜ ସହରଗୁଡ଼ିକୁ ଆଧୁନିକ କରି ଆଗକୁ ବଢ଼ୁଛି । ଭାଜପା ସରକାର ହୁବଲୀ-ଧାରୱାଡ଼କୁ ସ୍ମାର୍ଟ ସହର ଯୋଜନାରେ ସାମିଲ କରିଥିଲେ । ଆଜି ଏହା ମାଧ୍ୟମରେ ଏଠାରେ ଅନେକ ସ୍ମାର୍ଟ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ହୋଇଛି । ଏହା ବ୍ୟତୀତ ଗୋଟିଏ ସ୍ପୋର୍ଟସ କମ୍ପ୍ଲେକ୍ସର ଆଧାରଶିଳା ରଖା ଯାଇଛି । ଟେକ୍ନୋଲୋଜି, ଭିତ୍ତିଭୂମି ଏବଂ ସ୍ମାର୍ଟ ଶାସନ କାରଣରୁ ଆଗାମୀ ଦିନମାନଙ୍କରେ ହୁବଲୀ ଧାରବାଡ଼ର ଏହି ଅଂଚଳ ବିକାଶର ନୂତନ ଶୀଖର ପର୍ଯ୍ୟନ୍ତ ପହଂଚି ପାରିବ ।

ସାଥୀଗଣ,

ସମଗ୍ର କର୍ଣ୍ଣାଟକରେ ଶ୍ରୀ ଜୟଦେବ ହସ୍ପିଟାଲ ଅଫ୍ କାର୍ଡିଓଭାସ୍କୁଲାର ସାଇନନ୍ସ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଉପରେ ମଧ୍ୟ ବହୁତ ବିଶ୍ୱାସ କରାଯାଉଛି । ଏହାର ସେବାଗୁଡ଼ିକ ବେଙ୍ଗାଲୁରୁ, ମହୀଶୂର ଏବଂ କଲବୁର୍ଗୀରେ ମିଳୁଅଛି । ଆଜି ହୁବଲୀରେ ଏହାର ନୂତନ ଶାଖାର ଆଧାରଶୀଳା ରଖାଯାଇଛି, ଏହା ନିର୍ମାଣ ହେବା ପରେ ଏହି ଅଞ୍ଚଳର ଲୋକମାନଙ୍କୁ ବହୁତ ବଡ଼ ସୁବିଧା ହୋଇଯିବ । ଏହି ଅଞ୍ଚଳ ପୂର୍ବରୁ ହିଁ ହେଉଛି ସ୍ୱାସ୍ଥ୍ୟ ସୁରକ୍ଷା ହବ୍ । ଏବେ ନୂତନ ହସ୍ପିଟାଲ ଫଳରେ ଏଠାକାର ଲୋକମାନଙ୍କୁ ଆହୁରି ଅଧିକ ସୁବିଧା ହେବ ।

ସାଥୀଗଣ,

ଧାରୱାଡ଼ ଏବଂ ତାହାର ଆଖପାଖର ଅଞ୍ଚଳରେ ସ୍ବଚ୍ଛ ପିଇବା ପାଣି ଉପଲବ୍ଧ କରାଇବା ପାଇଁ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିମିଶି କାର୍ଯ୍ୟ କରୁଛନ୍ତି । ଜଳ ଜୀବନ ମିଶନ ମାଧ୍ୟମରେ ଏଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଯୋଜନାର ଶିଳାନ୍ୟାସ ହୋଇଛି । ଏହାଦ୍ୱାରା ରେଣୁକା ସାଗର ଜଳାଶୟ ଏବଂ ମାଲାପ୍ରଭା ନଦୀର ଜଳ, ନଳ ମାଧ୍ୟମରେ ଶହେ ପଚିଶ ଲକ୍ଷରର ଅଧିକ ଘରଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚାଯିବ । ଧାରୱାଡ଼ରେ ଯେତେବେଳେ ନୂତନ ଜଳ ପରିଚାଳନା ପ୍ଲାଣ୍ଟ(ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ) ନିର୍ମିତ ହୋଇ ପ୍ରସ୍ତୁତ ହୋଇଯିବ, ସେତେବେଳେ ଏହାଦ୍ୱାରା ସମଗ୍ର ଜିଲ୍ଲାର ଲୋକମାନଙ୍କୁ ଲାଭ ହେବ । ଆଜି ତୁପରିହଲ୍ଲା ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପର ଆଧାରଶିଳା ମଧ୍ୟ ରଖା ଯାଇଛି । ଏହି ପ୍ରକଳ୍ପ ଦ୍ୱାରା ବନ୍ୟା ଦ୍ୱାରା ହେଉଥିବା କ୍ଷତିକୁ କମ କରାଯାଇ ପାରିବ ।

ସାଥୀଗଣ,

ଆଜି ଆଉ ଗୋଟିଏ କଥା ପାଇଁ ମୁଁ ଖୁବ ଆନନ୍ଦିତ । କର୍ଣ୍ଣାଟକ ଯୋଗାଯୋଗ କ୍ଷେତ୍ରରେ ଆଜି ଆଉ ଏକ ମାଇଲ ଖୁଣ୍ଟକୁ ଛୁଇଁ ଦେଇଛି । ଆଉ କର୍ଣ୍ଣାଟକକୁ ଏହି ଗୌରବ ଆଣି ଦେଇ ପାରିଥିବା ସୌଭାଗ୍ୟ ହୁବଲୀକୁ ମିଳିଛି । ଏବେ ସିଦ୍ଧରୂପା ସ୍ୱାମୀଜୀ ଷ୍ଟେସନରେ ବିଶ୍ୱର ସବୁଠାରୁ ବଡ଼ ପ୍ଲାଟଫର୍ମ ରହିଛି । କିନ୍ତୁ ଏହା କେବଳ ଏକ ରେକର୍ଡ ନୁହେଁ, ଏହା କେବଳ ଏକ ପ୍ଲାଟଫର୍ମର ବିସ୍ତାର ନୁହେଁ । ଏହି ବିସ୍ତାର ହେଉଛି ସେହି ଚିନ୍ତାଧାରାର, ଯେଉଁଥିରେ ଆମେ ଭିତିଭୂମିକୁ ପ୍ରାଥମିକତା ଦେଉଛେ । ହୋସପେଟ-ହୁବଲୀ-ନିତାଇଘାଟ ସେକ୍ସନକୁ ବିଦ୍ୟୁତୀକରଣ ଏବଂ ହୋସପେଟ ଷ୍ଟେସନର ଆଧୁନିକୀକରଣ ଆମର ଏହି ଚିନ୍ତାଧାରାକୁ ଶକ୍ତି ଦେଇଥାଏ । ଏହି ରୁଟରେ ବୃହତ ସ୍ତରରେ ଉଦ୍ୟୋଗଗୁଡ଼ିକ ପାଇଁ କୋଇଲାର ପରିବହନ ହୋଇଥାଏ । ଏହି ଲାଇନର ବିଦ୍ୟୁତୀକରଣ ପରେ ଡିଜେଲ ଉପରେ ରହିଥବବା ନିର୍ଭରଶୀଳତା କମ୍ ହେବ ଏବଂ ପରିବେଶର ସୁରକ୍ଷା ହେବ । ଏହି ସମସ୍ତ ପ୍ରୟାସଗୁଡ଼ିକ ଦ୍ୱାରା ଅଞ୍ଚଳର ଆର୍ଥିକ ବିକାଶକୁ ଗତି ମିଳି ପାରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ।

ଭାଇ ଓ ଭଉଣୀମାନେ,

ଉତ୍ତମ ଭିତିଭୂମି, ଆଧୁନିକ ଭିତ୍ତିଭୂମି, କେବଳ ଆଖିକୁ ଭଲ ଦିଶିବା ପାଇଁ ହୋଇ ନ ଥାଏ, ଏହା ଜୀବନକୁ ସହଜ କରିବା ଭଳି ହୋଇଥାଏ । ଏହା ସ୍ୱପ୍ନକୁ ସାକାର କରିବାର ରାସ୍ତା ନିର୍ମାଣ କରିଥାଏ । ଯେତେବେଳେ ଆମର ଏଠାରେ ଉତ୍ତମ ସଡ଼କ ନ ଥିଲା, ଉତ୍ତମ ହସ୍ପାତାଳ ନ ଥିଲା, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୟସର ଲୋକମାନଙ୍କୁ କେତେ ଅସୁବିଧା ହେଉଥିଲା । କିନ୍ତୁ ଆଜି ଯେତେବେଳେ ନୂତନ ଭାରତରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି, ସେତେବେଳେ ସମସ୍ତଙ୍କୁ ଏହାର ଲାଭ ମିଳୁଛି । ଉତ୍ତମ ସଡ଼କ ଠାରୁ ସ୍କୁଲ- କଲେଜ ଯାଉଥିବା ଯୁବକମାନଙ୍କୁ ସହଜ ହୋଇଥାଏ । ଆଧୁନିକ ହାଇୱେ ଫଳରେ କୃଷକଙ୍କୁ, ଶ୍ରମିକଙ୍କୁ, ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ, ଅଫିସ ଆସୁଥିବା ଲୋକମାନଙ୍କୁ, ମଧ୍ୟବିତ୍ତଙ୍କୁ, ପ୍ରତ୍ୟେକଙ୍କୁ ଲାଭ ହୋଇଥାଏ। ଏଥିପାଇଁ ସମସ୍ତେ ଉତ୍ତମ ଆଧୁନିକ ଭିତ୍ତିଭୂମି ଚାହାଁନ୍ତି । ଆଉ ମୁଁ ଖୁସି ଯେ ବିଗତ 9 ବର୍ଷରେ ଦେଶ କ୍ରମାଗତ ଭାବେ ନିଜର ଭିତିଭୂମିକୁ ଆଧୁନିକ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ବିଗତ 9 ବର୍ଷ ମଧ୍ୟରେ ଦେଶର ଗାଁମାନଙ୍କରେ ପିଏମ୍ ସଡ଼କ ଯୋଜନା ମାଧ୍ୟମରେ ସଡ଼କଗୁଡ଼ିକର ନେଟୱର୍କ ଦୁଇଗୁଣରୁ ଅଧିକ ହୋଇ ଯାଇଛି । ଜାତୀୟ ରାଜପଥ ନେଟୱର୍କରେ 55%ରୁ ଅଧିକ ବୃଦ୍ଧି ହୋଇ ସାରିଛି । କେବଳ ସଡ଼କ ହିଁ ନୁହେଁ, ବରଂ ଦେଶରେ ଆଜି ବିମାନବନ୍ଦର ଏବଂ ରେଳବାଇର ମଧ୍ୟ ଅଦ୍ଭୂତପୂର୍ବ ବିସ୍ତାର ହେଉଛି । ବିଗତ 9 ବର୍ଷ ମଧ୍ୟରେ ଦେଶରେ ବିମାନବନ୍ଦରର ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇ ସାରିଛି ।

ସାଥୀଗଣ,

ବର୍ଷ 2024 ପୂର୍ବରୁ ଦେଶରେ ଇଣ୍ଟଟରନେଟର, ଭାରତର ଡିଜିଟାଲ ଶକ୍ତିର ଚର୍ଚ୍ଚା ବହୁତ କମ୍ ହେଉଥିଲା । କିନ୍ତୁ ଆଜି ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡିଜିଟାଲ ଅର୍ଥନୀତି ମଧ୍ୟରୁ ହେଉଛି ଗୋଟିଏ । ଏହା ଏଥିପାଇଁ ହୋଇ ପାରିଲା କାରଣ ଆମେ ଶସ୍ତା ଇଣ୍ଟରନେଟ ଉପଲବ୍ଧ କରାଇ ଦେଲୁ, ପ୍ରତିଟି ଗାଁକୁ ଇଣ୍ଟରନେଟ ସୁବିଧା ପହଞ୍ଚାଚାଇଲୁ । ବିଗତ 9 ବର୍ଷ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ଅଢ଼େଇ ଲକ୍ଷ ବ୍ରଡବ୍ୟାଣ୍ଡ ସଂଯୋଗ ଦିଆ ଯାଇଛି, ପ୍ରତିଦିନ ଅଢ଼େଇ ଲକ୍ଷ ସଂଯୋଗ ।

ଭିତ୍ତିଭୂମିର ବିକାଶରରେ ଏହି ଗତି ଏଥିପାଇଁ ଆସୁଛି, କାରଣ ଆଜି ଦେଶ ଏବଂ ଦେଶବାସୀଙ୍କ ଆବଶ୍ୟକତା ଅନୁସାରେ ଭିତ୍ତିଭୂମି ନିର୍ମାଣ କରାଯାଉଛି । ପୂର୍ବରୁ ରାଜନୈତିକ ଲାଭ- କ୍ଷତିକୁ ଦେଖି ହିଁ ରେଳ, ସଡ଼କ ଏଭଳି ପ୍ରକଳ୍ପଗୁଡ଼ିକର ଘୋଷଣା ହେଉଥିଲା । ଆମେ ସମ୍ପୂର୍ଣ୍ଣ ଦେଶ ପାଇଁ ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ନେଇକରି ଆସିଛୁ, ଫଳରେ ଯେଉଁଠାରେ ସମଗ୍ର ଦେଶରେ ଆବଶ୍ୟକତା ରହିଛି, ସେହିଠାରେ ଦ୍ରୁତ ଗତିରେ ଭିତିଭୂମି ନିର୍ମାଣ ହୋଇ ପାରୁ ।

ସାଥୀଗଣ,

ଆଜି ଦେଶରେ ସାମାଜିକ ଭିତ୍ତିଭୂମି ଉପରେ ମଧ୍ୟ ଅଦ୍ଭୂତପୂର୍ବ କାର୍ଯ୍ୟ ହେଉଅଛି । ବର୍ଷ 2014 ପର୍ଯ୍ୟନ୍ତ ଦେଶର ଏକ ବୃହତ ଜନସଂଖ୍ୟାଙ୍କ ପାଖରେ ପକ୍କା ଘର ନ ଥିଲା । ଶୌଚାଳୟ ଅଭାବ କାରଣରୁ ଆମର ଭଉଣୀମାନଙ୍କୁ କେତେ କଷ୍ଟ ଉଠାଇବାକୁ ପଡ଼ୁଥିଲା । କାଠ- ପାଣିର ବ୍ୟବସ୍ଥା କରିବାରେ ହିଁ ଭଉଣୀମାନଙ୍କର ସବୁ ସମୟ ଅତିବାହିତ ହୋଇ ଯାଉଥିଲା । ଗରିବଙ୍କ ପାଇଁ ହସ୍ପାତାଳର ଅଭାବ ରହିଥିଲା । ହସ୍ପାତାଳରେ ଚିକିତ୍ସା ବ୍ୟୟ ବହୁଳ ରହୁଥିଲା । ଆମେ ଗୋଟି-ଗୋଟି କରି ଏହି ସବୁ ସମସ୍ୟା ଗୁଡ଼ିକର ସମାଧାନ କଲୁ । ଗରିବଙ୍କୁ ନିଜର ପକ୍କା ଘର ମିଳିଲା, ବିଜୁଳି-ଗ୍ୟାସ ସଂଯୋଗ ମିଳିଲା, ଶୌଚାଳୟ ମିଳିଲା । ଏବେ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ଜଳର ସୁବିଧା ମିଳୁଅଛି । ଘର- ଗାଁ ନିକଟରେ ଉତ୍ତମ ହାସ୍ପାତାଳ ନିର୍ମାଣ କରାଯାଉଛି, ଭଲ କଲେଜ- ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ଅର୍ଥାତ ଆଜି ଆମେ ଆମ ଯୁବକମାନଙ୍କୁ ସବୁ ପ୍ରକାରର ସାଧନ ଯୋଗାଇ ଦେଉଛେ, ଯାହା ଆଗାମୀ 25 ବର୍ଷ ମଧ୍ୟରେ ସଂକଳ୍ପକୁ ସିଦ୍ଧି କରିବାରେ ସେମାନଙ୍କୁ ସାହାଯ୍ୟ କରିବ ।

ସାଥୀଗଣ,

ଆଜି ଯେତେବେଳେ ମୁଁ ଭଗବାନ ବସବେଶ୍ୱରଙ୍କ ଧରଣୀକୁ ଆସିଛି ସେତତେବେଳେ ନିଜକୁ ଆହୁରି ଧନ୍ୟ ମନେ କରୁଛି । ଭଗବାନ ବସବେଶ୍ୱରଙ୍କ ଅନେକ ଯୋଗଦାନଗୁଡ଼ିକ ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି- ଅନୁଭବ ମଣ୍ଡପମର ସ୍ଥାପନା । ଏହି ଗଣତାନ୍ତ୍ରିକ ବ୍ୟବସ୍ଥାର ଅଧ୍ୟୟନ ସମଗ୍ର ବିଶ୍ୱରେ ହୋଇଥାଏ । ଆଉ ଏଭଳି ଅନେକ କଥା ରହିଛି, ଯେଉଁ କାରଣରୁ ଆମେ ନିଶ୍ଚିତ ହୋଇ କହି ପାରୁଛୁ ଯେ ଭାରତ କେବଳ ସର୍ବବୃହତ ଗଣତନ୍ତ୍ର ହିଁ ନୁହେଁ, ଭାରତ ହେଉଛି ଗଣତନ୍ତ୍ରର ଜନନୀ ମଧ୍ୟ । ଏହା ମୋର ସୌଭାଗ୍ୟ ରହି ଆସିଛି ଯେ ମୋତେ କିଛି ବର୍ଷ ପୂର୍ବେ ଲଣ୍ଡନରେ ଭଗବାନ ବସବେଶ୍ୱରଙ୍କ ପ୍ରତିମାର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଲଣ୍ଡନରେ ଭଗବାନ ବସବେଶ୍ୱର, ଗଣତନ୍ତ୍ରର ସୁଦୃଢ଼ ମୂଳଦୁଆର ପ୍ରତୀକ ଅନୁଭବ ମଣ୍ଡପମ୍ । ସେ ଭଗବାନ ବସବେଶ୍ୱର ଲଣ୍ଡନର ମାଟିରେ ତାଙ୍କର ମୂର୍ତ୍ତି କିନ୍ତୁ ଏହା ହେଉଛି ଦୁର୍ଭାଗ୍ୟର କଥା ଯେ ଲଣ୍ଡନରେ ହିଁ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇବାର କାର୍ଯ୍ୟ କରାଗଲା । ଭାରତର ଗଣତନ୍ତ୍ରର ମୂଳ, ଆମର ଶତାବ୍ଦୀ ଶତାବ୍ଦୀର ଇତିହାସରୁ ସିଞ୍ଚନ କରାଯାଇଛି । ବିଶ୍ୱର କୌଣସି ମଧ୍ୟ ଶକ୍ତି ଭାରତର ଗଣତାନ୍ତ୍ରିକ ପରମ୍ପରାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଏହା ପରେ ମଧ୍ୟ କିଛି ଲୋକ ଭାରତର ଗଣତନ୍ତ୍ରକୁ କ୍ରମାଗତ ଭାବେ କାଠଗଡ଼ାରେ ଠିଆ କରାଉଛନ୍ତି । ଏଭଳି ଲୋକମାନେ ଭଗବାନ ବସବେଶ୍ୱରଙ୍କ ଅପମାନ କରୁଛନ୍ତି । ଏଭଳି ଲୋକ କର୍ଣ୍ଣାଟକର ଲୋକମାନଙ୍କର, ଭାରତର ମହାନ ପରମ୍ପରାର, ଭାରତର 130 କୋଟି ସଚେତନ ନାଗରିକଙ୍କର ଅପମାନ କରୁଛନ୍ତି । ଏଭଳି ଲୋକମାନଙ୍କ ଠାରୁ କର୍ଣ୍ଣାଟକର ଲୋକମାନଙ୍କୁ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି ।

 

ସାଥୀଗଣ,

କର୍ଣ୍ଣାଟକ ବିଗତ ବର୍ଷରେ ଯେଉଁଭଳି ଭାବେ ଭାରତକୁ ଟେକ-ଫ୍ୟୁଚର ରୂପେ ପରିଚିତି ପ୍ରଦାନ କରାଇଛନ୍ତି, ତାହାକୁ ଆହୁରି ଆଗକୁ ବଢ଼ାଇବାର ହେଉଛି ଏହା ଉପଯୁକ୍ତ ସମୟ । କର୍ଣ୍ଣାଟକ ହେଉଛି ହାଇଟେକ୍ ଭାରତର ଇଞ୍ଜିନ । ଏହି ଇଞ୍ଜିନକୁ ଡବଲ ଇଞ୍ଜିନର ସରକାରଙ୍କର ଶକ୍ତି ମିଳିବା ହେଉଛି ବହୁତ ଜରୁରୀ ।

ସାଥୀଗଣ,

ଆଉ ଥରେ ପୁଣି ହୁବଲୀ- ଧାରୱାଡ଼ର ଲୋକମାନଙ୍କର ବିକାଶର ପ୍ରକଳ୍ପଗୁଡ଼ିକ ପାଇଁ ବହୁତ- ବହୁତ ଶୁଭେଚ୍ଛା, ବହୁତ- ବହୁତ ଶୁଭକାମନା । ମୋ ସହିତ କୁହନ୍ତୁ- ଭାରତ ମାତା କୀ ଜୟ । ଦୁଇ ହାତ ଉପରକୁ ଉଠାଇ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ ।

ବହୁତ- ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.