“କାଳକ୍ରମେ ଇନ୍ଦୋରର ଭଲ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଅହଲ୍ୟା ବାଈଙ୍କ ପ୍ରେରଣା ଭୁଲି ହେବ ନାହିଁ ଓ ଆଜି ମଧ୍ୟ ଇନ୍ଦୋର ସ୍ୱଚ୍ଛତା ଓ ନାଗରିୟ କର୍ତ୍ତବ୍ୟକୁ ମନେ ପକାଇଦିଏ”
“ବର୍ଜ୍ୟରୁ ଗୋବର୍ଦ୍ଧନ, ଗୋବରଧନରୁ ସ୍ୱଚ୍ଛ ଇନ୍ଧନ, ସ୍ୱଚ୍ଛ ଇନ୍ଧନରୁ ଶକ୍ତି ଏକ ଜୀବନଚକ୍ର”
“ଆଗାମୀ ଦୁଇବର୍ଷରେ ୭୫ଟି ବୃହତ ପୌର ପାଳିକାରେ ସ୍ଥାପିତ ହେବ ଗୋବରଧନ ବାୟୋ ସିଏନଜି ପ୍ଲାଣ୍ଟ”
“ସରକାର ଅସ୍ଥାୟୀ ସମାଧାନ ପରିବର୍ତ୍ତେ ସ୍ଥାୟୀ ସମାଧାନ ଦେବା ପାଇଁ ଚେଷ୍ଟା କରୁଛନ୍ତି”
“୨୦୧୪ ମସିହା ପରଠାରୁ ବର୍ଜ୍ୟବସ୍ତୁ ପରିଚାଳନା ଚାରିଗୁଣ ବୃଦ୍ଧି ପାଇଛି । ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ମୁକ୍ତ ହେବା ଲାଗି ୧୬ଶହରୁ ଅଧିକ ସଂସ୍ଥା କାମରେ ଲାଗିଛନ୍ତି”
“ଅଧିକାଂଶ ଭାରତୀୟ ନଗରୀଗୁଡିକୁ ୱାଟର ପ୍ଲସ କରିବାକୁ ସରକାରଙ୍କ ଉଦ୍ୟମଜାରି ରହିଛି । ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହା ଉପରେ ଗୁରୁତ୍ୱ ଦିଆଯାଉଛି”
“ସଫାଇ କର୍ମଚାରୀଙ୍କ ଉଦ୍ୟମ ଓ ଉତ୍ସର୍ଗୀକୃତ ଭାବନା ଯୋଗୁଁ ଆମେ ସେମାନଙ୍କ ନିକଟରେ ଋଣୀ”

ନମସ୍କାର!

ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁ ଭାଇ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀ ଜୀ, ଡକ୍ଟର ବିରେନ୍ଦ୍ର କୁମାର ଜୀ, କୌଶଲ କିଶୋର ଜୀ, ମଧ୍ୟ ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ-ବିଧାୟକଗଣ, ଇଂଦୋର ସମେତ ମଧ୍ୟ ପ୍ରଦେଶର ଅନେକ ସହର ସହିତ ଜଡ଼ିତ ଭାଇ ଓ ଭଉଣୀମାନେ, ଅନ୍ୟାନ୍ୟ ଗଣମାନ୍ୟ ଅତିଥି ମଧ୍ୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି ।

ଆମେ ଯେତେବେଳେ ଛୋଟ ଥିଲୁ, ଯେତେବେଳେ ପାଠ ପଢୁଥିଲୁ ସେତେବେଳେ ଇଂଦୋର ନାମ ଆସିବା ମାତ୍ରେ ସବୁଠାରୁ ପ୍ରଥମେ ଦେବୀ ଅହିଲ୍ୟାବାଈ ହୋଲ୍କର, ମାହେଶ୍ୱର ଏବଂ ଅନେକ ସେବା ଭାବର ଧ୍ୟାନ ମନକୁ ନିଶ୍ଚିତ ଭାବେ ଆସୁଥିଲା । ସମୟ ସହିତ ଇଂଦୋର ବଦଳିଲା, ବହୁତ ଉନ୍ନତି ପାଇଁ ବଦଳିଲା । କିନ୍ତୁ ଦେବୀ ଅହିଲ୍ୟା ଜୀଙ୍କ ପ୍ରେରଣାକୁ ଇଂଦୋର ତିଳେ ମାତ୍ର ହଜିବାକୁ ଦେଇ ନାହିଁ। ଦେବୀ ଅହିଲ୍ୟା ଜୀଙ୍କ ସହିତ ଆଜି ଇଂଦୋର ନାମ ଆସିବା ମାତ୍ରେ ମନରେ ଆସିଥାଏ- ସ୍ୱଚ୍ଛତା । ଇଂଦୋରର ନାମ ଆସିବା ମାତ୍ରେ ମନରେ ଆସିଥାଏ- ନାଗରିକ କର୍ତ୍ତବ୍ୟ, ଇଂଦୋରର ଲୋକମାନେ ଯେତିକି ଭଲ, ସେତିକି ହିଁ ସୁନ୍ଦର ସେମାନେ ତାଙ୍କର ସହରକୁ କରି ଦେଇଛନ୍ତି । ଏବଂ ଆପଣ କେବଳ ଆପଲ ଖାଇବାକୁ ଭଲ ପାଆନ୍ତି ନାହିଁ, ଇଂଦୋରର ଲୋକମାନେ ନିଜ ସହରକୁ କିପରି ସେବା କରିବେ ଜାଣନ୍ତି ।

ସ୍ୱଚ୍ଛତା ପାଇଁ ଇଂଦୋରର ଅଭିଯାନକୁ ଆଜି ଏକ ନୂତନ ଶକ୍ତି ପ୍ରଦାନ କରିବାକୁ ଯାଉଛି। ଇଂଦୋରକୁ ଆଜି ଓଦା ବର୍ଜ୍ୟବସ୍ତୁରୁ ବାୟୋ-ସିଏନଜି ତିଆରି କରିବାର ଯେଉଁ ଗୋବର-ଧନ ପ୍ଲାଣ୍ଟ ତିଆରି ହୋଇଛି, ସେଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା। ମୁଁ ଶିବରାଜ ସିଂହ ଜୀ ଏବଂ ତାଙ୍କର ଦଳକୁ ବିଶେଷ ଭାବେ ପ୍ରଶଂସା କରିବାକୁ ଚାହିଁବି । ଯେଉଁମାନେ ଏହି କାର୍ଯ୍ୟକୁ ଏତେ କମ ସମୟ ମଧ୍ୟରେ ସମ୍ଭବ କରିପାରିଛନ୍ତି । ମୁଁ ଆଜି ସୁମିତ୍ରା ତାଈଙ୍କୁ ମଧ୍ୟ କୃତଜ୍ଞତା ଜଣାଇବି । ଯିଏ ସାଂସଦ ଭାବରେ ଇଂଦୋରର ପରିଚୟକୁ ନୂତନ ଶିଖରକୁ ପହଞ୍ଚାଇ ପାରିଥିଲେ । ଇଂଦୋରର ବର୍ତ୍ତମାନର ସାଂସଦ ମୋର ସାଥୀ ଭାଇ ସଙ୍କର ଲାଲୱାନୀ ଜୀ ମଧ୍ୟ ତାଙ୍କର ଆଦର୍ଶକୁ ଅନୁସରଣ କରି ଯେଉଁ ପଥ ପ୍ରସ୍ତୁତ କରିଛନ୍ତି ସେହି ପଥରେ ଇଂଦୋରକୁ ଆଗକୁ ବଢ଼ିବା ପାଇଁ ଏବଂ ଏହାକୁ ଆହୁରି ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଏବଂ ସାଥୀମାନେ,

ଆଜି ଯେତେବେଳେ ମୁଁ ଇଂଦୋରର ଏତେ ପ୍ରଶଂସା କରୁଛି, ସେତେବେଳେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀର ମଧ୍ୟ କଥା କହିବି। ମୋତେ ଖୁସି ଲାଗୁଛି ଯେ କାଶୀ ବିଶ୍ୱନାଥ ଧାମରେ ଦେବୀ ଅହିଲ୍ୟାବାଈ ହୋଲ୍କର ଜୀଙ୍କର ବହୁତ ସୁନ୍ଦର ପ୍ରତିମୂର୍ତ୍ତି ରଖାଯାଇଛି । ଇଂଦୋରର ଲୋକମାନେ ଯେତେବେଳେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଯିବେ, ସେତେବେଳେ ସେଠାରେ ତାଙ୍କୁ ଦେବୀ ଅହଲ୍ୟାବାଈ ଜୀଙ୍କର ମୂର୍ତ୍ତି ମଧ୍ୟ ଦର୍ଶନ କରିବାକୁ ମିଳିବ। ଆପଣଙ୍କୁ ଆପଣଙ୍କ ସହର ଉପରେ ଆହୁରି ଗର୍ବ ଅନୁଭବ ହେବ ।

ସାଥୀମାନେ,

ଆମ ସହରକୁ ପ୍ରଦୂଷଣରୁ ମୁକ୍ତ ରଖିବା, ଏବଂ ଆର୍ଦ୍ର ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବା ପାଇଁ ଆଜିର ଏହି ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସହରର ଘରୁ ବାହାରୁଥିବା ଓଦା ବର୍ଜ୍ୟବସ୍ତୁ ହେଉ, ଗାଁର ପଶୁପାଳନ ଠାରୁ- ଚାଷ ଜମିରୁ ମିଳୁଥିବା ଅଳିଆ ହେଉ, ଏହା ସବୁ ଗୋଟିଏ ଗୋବର-ଧନ ହିଁ ଅଟେ। ବର୍ଜ୍ୟବସ୍ତୁ ଏବଂ ପଶୁ ପାଳନରୁ ଗୋବର-ଧନ, ତା’ପରେ ଗାଈ ଗୋବରରୁ ସ୍ୱଚ୍ଛ ଇନ୍ଧନ, ତା’ପରେ ସ୍ୱଚ୍ଛ ଇନ୍ଧନରୁ ଶକ୍ତି ଧନ, ଏହି ଶୃଙ୍ଖଳା ଜୀବନ ଧନର ଗଠନ କରିଥାଏ । ଏହି ଶୃଙ୍ଖଳାର ପ୍ରତ୍ୟେକ କଡ଼ି କିଭଳି ଭାବରେ ପରସ୍ପର ସହିତ ସଂଯୁକ୍ତ ଅଟନ୍ତି, ଏହାର ପ୍ରତ୍ୟକ୍ଷ ପ୍ରମାଣ ଭାବରେ, ଇଂଦୋରର ଏହି ଗୋବର-ଧନ କାରଖାନା ବର୍ତ୍ତମାନ ଅନ୍ୟ ସହରଗୁଡ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ।

ମୁଁ ଖୁସି ଯେ ଆସନ୍ତା ଦୁଇବର୍ଷ ମଧ୍ୟରେ ଦେଶର ୭୫ଟି ବଡ଼ ପ୍ରମୁଖ ସଂସ୍ଥାରେ ଏହିପରି ଗୋବର-ଧନ ବାୟୋ-ସିଏନଜି ପ୍ଲାଣ୍ଟ ସ୍ଥାପନ ଉପରେ କାର୍ଯ୍ୟ ଚାଲିଛି । ଏହି ଅଭିଯାନ ଭାରତର ସହରଗୁଡ଼ିକୁ ପରିଷ୍କାର କରିବା, ପ୍ରଦୂଷଣମୁକ୍ତ କରିବା, ସ୍ୱଚ୍ଛ ଶକ୍ତି କରିବା ଦିଗରେ ବହୁତ ସାହାଯ୍ୟ କରିବ । କେବଳ ସହରରେ ନୁହେଁ ବରଂ ଦେଶର ଗ୍ରାମରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଗୋବର-ଧନ ବାୟୋ-ଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯାଉଛି। ଏଥିରୁ ଆମର ଗୋରୁ ଚାଷୀମାନେ ଗୋବରରୁ ମଧ୍ୟ ଅତିରିକ୍ତ ଆୟ କରିବା ଆରମ୍ଭ କରି ଦେଇଛନ୍ତି। ଆମ ଗାଁ ଏବଂ ଗ୍ରାମାଞ୍ଚଳର କୃଷକମାନେ ଅସହାୟ ପ୍ରାଣୀମାନଙ୍କ ଦ୍ୱାରା ଯେଉଁ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି, ତାହା ମଧ୍ୟ ଏହି ପ୍ରକାରର ଗୋବର-ଧନ ପ୍ଲାଣ୍ଟ ଠାରୁ କମ ହେବ। ଏହି ସମସ୍ତ ପ୍ରୟାସ, ଭାରତର ଜଳବାୟୁ ପ୍ରତିବଦ୍ଧତାକୁ ପୂରଣ କରିବାରେ ମଧ୍ୟ ସାହାଯ୍ୟ କରିବ।

ସାଥୀମାନେ,

ଗୋବର-ଧନ ଯୋଜନା ଅର୍ଥାତ ବର୍ଜ୍ୟରୁ ସମ୍ପତ୍ତି ପ୍ରସ୍ତୁତି କରିବାରେ ଆମର ଅଭିଯାନ ଯେଉଁ ପ୍ରଭାବ ହେଉଛି ତାହା ବିଷୟରେ ଅଧିକରୁ ଅଧିକ ଲୋକ ଜାଣିପାରିବେ, ତାହା ସେତିକି ଭଲ । ଗୋବର-ଧନ ବାୟୋ-ସିଏନଜି ପ୍ଲାଣ୍ଟରୁ ଇନେ୍ଦାରକୁ ପ୍ରତିଦିନ ୧୭ରୁ ୧୮ ହଜାର କିଲୋ ବାୟୋ-ସିଏନଜି ମିଳିବ, ଏହା ବ୍ୟତୀତ ୧ଠଠ ଟନ ଜୈବିକ ଖତ ମଧ୍ୟ ଏଠାରୁ ପ୍ରତିଦିନ ଉତ୍ପାଦିତ ହେବ । ସିଏନଜି ଯୋଗୁ ପ୍ରଦୂଷଣ କମ ହେବ ଏବଂ ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜୀବନର ସହଜତା ବୃଦ୍ଧିପାଇବ । ସେହିଭଳି ଏଠାରେ ଯେଉଁ ଜୈବିକ ଖତ ଉତ୍ପାଦନ ହେବ, ସେଥିରେ ଆମର ପୃଥିବୀ ମାକୁ ମଧ୍ୟ ନୂତନ ଜୀବନ ମିଳିପାରିବ, ଆମ ପୃଥିବୀର କାୟାକଳ୍ପ ପୁନଃଜୀବିତ ହେବ ।

ଅନୁମାନ କରାଯାଉଛି ଯେ ଏହି ପ୍ଲାଣ୍ଟରେ ଯେଉଁ ସିଏନଜି ଉତ୍ପାଦିତ ହେବ ପ୍ରତିଦିନ ଇଂଦୋର ସହରରେ ପ୍ରାୟ ୪ଠଠ ବସ ଚଳାଚଳ ହୋଇପାରିବ । ଏହି ପ୍ଲାଣ୍ଟରୁ ଶହ ଶହ ଯୁବଗୋଷ୍ଠୀ ପାଇଁ କିଛି ନା କିଛି ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ ଅର୍ଥାତ ଏହା ଗ୍ରୀନ୍ ଜବ୍ସ (ସବୁଜ ଚାକିରି)କୁ ବଢ଼ାଇବାରେ ମଧ୍ୟ ସହାୟକ ହେବ ।

ଭାଇ ଓ ଭଉଣୀମାନେ,

କୌଣସି ଆହ୍ୱାନର ମୁକାବିଲା କରିବା ପାଇଁ ଦୁଇଟି ଉପାୟ ଅଛି । ପ୍ରଥମ ଉପାୟ ହେଉଛି ଆହ୍ୱାନର ତୁରନ୍ତ ସମାଧାନ କରିବା । ଦ୍ୱିତୀୟଟି ହେଉଛି ସେହି ଆହ୍ୱାନର ମୁକାବିଲା କରିବା ଯେପରି ସମସ୍ତେ ତାହାର ସ୍ଥାୟୀ ସମାଧାନ ପାଇପାରିବେ। ଗତ ୭ ବର୍ଷ ମଧ୍ୟରେ ଆମ ସରକାର ଯେଉଁ ଯୋଜନାଗୁଡ଼ିକ କରିଛନ୍ତି, ସେହି ଯୋଜନାଗୁଡ଼ିକ ସ୍ଥାୟୀ ସମଧାନ ଦେବାକୁ ଯାଉଛି, ଏକାଥରକେ ଅନେକ ଲକ୍ଷ୍ୟ ହାସଲ କରିବାକୁ ଯାଉଛି ।

ସ୍ୱଚ୍ଛ ଭାରତ ଅଭିଯାନକୁ ନିଅନ୍ତୁ । ଏଥିରେ ସ୍ୱଚ୍ଛତା ସହିତ, ମାଆ ଭଉଣୀମାନଙ୍କର ସମ୍ମାନ, ରୋଗରୁ ସୁରକ୍ଷିତ ରହିବା, ଗାଁ ଏବଂ ସହରକୁ ସୌନ୍ଦର୍ଯ୍ୟକରଣ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ଅନେକ କାର୍ଯ୍ୟ ଏକକାଳୀନ କରାଯାଇଛି । ବର୍ତ୍ତମାନ ଆମରଧ୍ୟାନ ହେଉଛି ଘରୁ, ରାସ୍ତାର ଗଳିରୁ ବାହାରୁଥିବା ଅଳିଆ ଆବର୍ଜନା ବାହାର କରିବା ଏବଂ ସହରଗୁଡ଼ିକୁ ଅଳିଆ ପର୍ବତରୁ ମୁକ୍ତ କରିବା । ଏଥିମଧ୍ୟରୁ ଇଂଦୋର ଏକ ମହାନ ମଡେଲ ଭାବେ ଉଭା ହୋଇଛି । ଆପଣ ଏହା ମଧ୍ୟ ଜାଣିଛନ୍ତି ଯେ ଏହି ନୂତନ କାରଖାନା ଯେଉଁଠାରେ ସ୍ଥାପିତ ହୋଇଛି ସେଠାରେ ଦେବଗୁଡ଼ରିଆରେ ଆବର୍ଜନା ପର୍ବତ ଥିଲା । ପ୍ରତ୍ୟେକ ଇଂଦୋର ବାସିନ୍ଦା ଏହାଦ୍ୱାରା ଅସୁବିଧା ଭୋଗ କରୁଥିଲେ । କିନ୍ତୁ ବର୍ତ୍ତମାନ ଇଂଦୋର ମୁନିସିପାଲିଟି କର୍ପୋରେସନ ଏହି ୧ଠଠ ଏକର ଡମ୍ପିଂ ସାଇଡକୁ ସବୁଜ ଜୋନରେ ପରିଣତ କରିଛି ।

ସାଥୀମାନେ,

ଆଜି ଦେଶର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ଟନ ଆବର୍ଜନା, ହଜାର ହଜାର ଏକ ଜମିକୁ ଦଶନ୍ଧି ଧରି ଦଖଲ କରିଛି । ଏହି ସହରଗୁଡ଼ିକ ପାଇଁ ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ଯୋଗୁ ହେଉଥିବା ରୋଗର ଏହା ମଧ୍ୟ ଏକ ପ୍ରମୁଖ କାରଣ ଅଟେ । ସେଥିପାଇଁ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହି ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରାଯାଉଛି । ଲକ୍ଷ୍ୟ ହେଉଛି ଆସନ୍ତା ୨-୩ ବର୍ଷ ମଧ୍ୟରେ ଆମ ସହରଗୁଡ଼ିକୁ ଏହି ଅଳିଆ ପର୍ବତରୁ ମୁକ୍ତ କରିବା, ସେଗୁଡ଼ିକୁ ସବୁଜ ଜୋନରେ ପରିଣତ କରାଯାଇ ପାରିବ ।

ଏଥିପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଦିଆଯାଉଛି । ଏହା ମଧ୍ୟ ଏକ ଭଲ କଥା ଯେ ୨ଠ୧୪ ବର୍ଷ ତୁଳନାରେ ବର୍ତ୍ତମାନ ଦେଶରେ ସହରୀ ବର୍ଜ୍ୟବସ୍ତୁ ନିଷ୍କାସନ କ୍ଷମତା ଚାରିଗୁଣ ବୃଦ୍ଧି ପାଇଛି । ଦେଶକୁ ଏକକ ବ୍ୟବହାର ପ୍ଲାଷ୍ଟିକରୁ ମୁକ୍ତ କରିବା ପାଇଁ ୧୬ଠଠରୁ ଅଧିକ ସ୍ଥାନରେ ସାମଗ୍ରୀ ପୁନରୁଦ୍ଧାର ସୁବିଧା ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହା ଆମର ପ୍ରୟାସ ଯେ ଆଗାମୀ କିଛିବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ସହରରେ ଏଭଳି ବ୍ୟବସ୍ଥାଗୁଡ଼ିକ ନିର୍ମାଣ କରାଯିବା ଉଚିତ । ଏହିପରି ଆଧୁନିକ ପ୍ରଣାଳୀଗୁଡ଼ିକ ମଧ୍ୟ ଭାରତର ବୃତ୍ତାକାର ଅର୍ଥନୀତିକୁ ଏକ ନୂତନ ଶକ୍ତି ପ୍ରଦାନ କରୁଛନ୍ତି ।

ସାଥୀମାନେ,

ଏକ ସ୍ୱଚ୍ଛ ସହରରୁ ଆଉ ଏକ ନୂତନ ସମ୍ଭାବନା ଜନ୍ମ ନେଇଥାଏ । ପର୍ଯ୍ୟଟନର ଏହା ହେଉଛି ଏକ ନୂଆ ସମ୍ଭାବନା । ଆମ ଦେଶରେ ଏମିତି କୌଣସି ସହର ନାହିଁ, ଯାହାର ଐତିହାସିକ ସ୍ଥଳ ନାହିଁ, ପବିତ୍ର ସ୍ଥଳ ନାହିଁ । ଯାହାକିଛି ଅଭାବ ଅଛି ତାହା ହେଉଛି ସ୍ୱଚ୍ଛତାର ଅଭାବ । ଯେତେବେଳେ ସହରଗୁଡ଼ିକ ପରିଷ୍କାର ହେବ ଅନ୍ୟ ସ୍ଥାନରୁ ଲୋକମାନେ ମଧ୍ୟ ସେଠାକୁ ଆସିବାକୁ ମନ ବଳାଇବେ, ଅଧିକ ଲୋକ ଆସିବେ । ବର୍ତ୍ତମାନ ଯେମିତି ଅନେକ ଲୋକ ଅଛନ୍ତି ସେମାନେ କେବଳ ଇଂଦୋର ଆସନ୍ତି ଯେ ଦେଖିବା, ସଫା କରିବା ପାଇଁ ଆପଣଙ୍କର ଏଠାରେ କିଭଳି କାର୍ଯ୍ୟ କରାଯାଇଛି, ଟିକେ ଯାଇ ଦେଖିବା ଏହା ଠିକ କି ନାହିଁ । ଯେଉଁଠାରେ ସ୍ୱଚ୍ଛତା ରହିଥାଏ, ସେଠାରେ ପର୍ଯ୍ୟଟନ ରହିଥାଏ, ସେଠାରେ ଏକ ସମ୍ପୂର୍ଣ୍ଣ ଭାବେ ନୂତନ ଅର୍ଥନୀତି ମଧ୍ୟ ଆରମ୍ଭ ହୋଇଯାଇଥାଏ ।

ସାଥୀମାନେ,

ସମ୍ପ୍ରତି ଇଂଦୋର ୱାଟର ପ୍ଲସ ହେବାର ସଫଳତା ହାସଲ କରିଛି । ଏହା ମଧ୍ୟ ଅନ୍ୟ ସହରକୁ ଦିଗ ଦେଖାଉଥିବା ଏକ କାର୍ଯ୍ୟ । ଯେତେବେଳେ କୌଣସି ଏକ ସହରର ଜଳ ଉତ୍ସଗୁଡ଼ିକ ପରିଷ୍କାର ହୁଏ, ଡ୍ରେନର ଅପରିଷ୍କାର ଜଳ ସେଥିରେ ପଡ଼େ ନାହିଁ ସେତେବେଳେ ସେହି ସହରରେ ଏକ ଭିନ୍ନ ଜୀବନ୍ତ ଶକ୍ତି ଆସିଥାଏ । ସରକାରଙ୍କ ପ୍ରୟାସ ରହିଛି ଯେ ଭାରତର ଅଧିକରୁ ଅଧିକ ସହର ୱାଟର ପ୍ଲସରେ ପରିଣତ ହେଉ । ଏଥିପାଇଁ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏକ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ଥିବା ଲୋକ ଯେଉଁ ମୁନିସିପାଲିଟି ସଂସ୍ଥା ଅଧିନରେ ରହିଛନ୍ତି ସେଠାରେ ବର୍ଜ୍ୟ ଜଳର ପ୍ରକ୍ରିୟାକରଣ ପାଇଁ ସୁବିଧା ମାନ ବୃଦ୍ଧି କରାଯାଉଛି ।

ଭାଇ ଏବଂ ଭଉଣୀମାନେ,

ଯଦି ସମସ୍ୟାଗୁଡ଼ିକୁ ଚିହ୍ନି ଏକ ଆନ୍ତରିକତାର ସହ ପ୍ରୟାସ କରାଯିବ ତେବେ ପରିବର୍ତ୍ତନ ସମ୍ଭବ ହୋଇପାରିବ । ଆମ ପାଇରେ ତେଲର କୂଅ ନାହିଁ, ପେଟ୍ରୋଲିୟମ ପାଇଁ ଆମକୁ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିଥାଏ, କିନ୍ତୁ ଆମ ପାଖରେ ବର୍ଷ ବର୍ଷ ଧରି ଇଥାନଲ, ଜୈବ ଇନ୍ଧନ ତିଆରି କରିବାକୁ ସମ୍ବଳ ଅଛି । ଏହି ଟେକ୍ନୋଲୋଜୀ ମଧ୍ୟ ବହୁ ପୂର୍ବରୁ ଆସିଥିଲା । ଏହା ଆମର ସରକାର ଯିଏ, ଏହି ଟେକ୍ନୋଲୋଜୀର ବ୍ୟବହାର ଉପରେ ବହୁତ ଅଧିକ ଗୁରୁତ୍ୱ ଦେଇଛନ୍ତି । ୭-୮ ପୂର୍ବେ ଭାରତରେ ଇଥାନଲ ମିଶ୍ରଣ ମାତ୍ର ଶତକଡ଼ା ୧, ଶତକଡ଼ା ୧.୫, ଶତକଡ଼ା ୨ରୁ ଆଗକୁ ବଢ଼ି ପାରୁ ନ ଥିଲା । ଆଜି ପେଟ୍ରୋଲରେ ଇଥାନଲ ମିଶ୍ରଣର ହାର ପାଖାପାଖି ପ୍ରାୟ ଶତକଡ଼ା ୮ରେ ପହଂଚିଛି । ଗତ ୭ ବର୍ଷରେ ମିଶ୍ରଣ ପାଇଁ ଇଥାନଲର ଯୋଗାଣ ମଧ୍ୟ ବହୁଗୁଣିତ ହୋଇଛି ।

୨ଠ୧୪ ମସିହା ପୂର୍ବରୁ ଦେଶରେ ପ୍ରାୟ ୪ଠ କୋଟି ଲିଟର ଇଥନାଲ ମିଶ୍ରଣ ପାଇଁ ଯୋଗାଇ ଦିଆଯାଉଥିଲା । ଆଜି ଭାରତରେ ୩ଠଠ କୋଟି ଲିଟରରୁ ଅଧିକ ଇଥାନଲ ମିଶ୍ରଣ ପାଇଁ ଯୋଗାଇ ଦିଆଯାଉଛି । କେଉଁଠି ୪ଠ କୋଟି ଲିଟର ଏବଂ କେଉଁଠି ୩ଠଠ କୋଟି ଲିଟର! ଏହା ଦ୍ୱାରା ଆମର ଚିନି ମିଲର ଅବସ୍ଥାରେ ଉନ୍ନତି ଆସିଛି ଏବଂ ଆଖୁ ଚାଷୀଙ୍କୁ ବହୁତ ସାହାଯ୍ୟ ମିଳିପାରିଛି ।

ସାଥୀମାନେ,

ଅନ୍ୟ ଏକ ବିଷୟ ହେଉଛି ନଡ଼ା ବା ଶୁଖିଲା ଘାସ । ଆମର କୃଷକମାନେ ଏବଂ ସହରରେ ରହୁଥିବା ଲୋକମାନେ ଏହି ନଡ଼ା ଯୋଗୁ ମଧ୍ୟ ବହୁତ ଅସୁବିଧାରେ ପଡୁଛନ୍ତି । ଆମେ ଏହି ବଜେଟରେ ନଡ଼ା ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । କୋଇଲାଚାଳିତ ବିଦୁତ କାରଖାନାରେ ନଡ଼ାର ମଧ୍ୟ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଚାଷୀଙ୍କ ସମସ୍ୟା ଦୂର ହେବ ଏବଂ କ୍ଷେତରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଚାଷୀ ଅତିରିକ୍ତ ଆୟ ମଧ୍ୟ ପାଇପାରିବେ ।

ସେହିଭଳି ଆମେ ଏହା ମଧ୍ୟ ଦେଖୁଛୁ ଯେ ପୂର୍ବରୁ ସୌର ଶକ୍ତି- ସୋଲାର ପାୱାରକୁ ନେଇ ଅନେକ ଉଦାସୀନତା ଥିଲା।୨ଠ୧୪ ପରଠାରୁ ଆମ ସରକାର ସାରା ଦେଶରେ ସୌର ଶକ୍ତିର ଉତ୍ପାଦନ ବୃଦ୍ଧି କରିବାକୁ ଅଭିଯାନ ଚଳାଇଛନ୍ତି। ଏହାର ପରିଣାମ ସ୍ୱରୂପ ଆଜି ଭାରତ ସୋଲାର ଶକ୍ତିରୁ ବିଦୁତ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଶୀର୍ଷ-୫ ଦେଶ ମଧ୍ୟରେ ନିଜର ସ୍ଥାନ ପାଇଛି । ଏହି ସୋଲାର-ପାୱାରର ଶକ୍ତିରୁ ଆମ ସରକାର କୃଷକମାନଙ୍କୁ ଅନ୍ନଦାତା ସହିତ ତଥା ଶକ୍ତିଦାତା ମଧ୍ୟ ହୋଇପାରିଛନ୍ତି, ଅନ୍ନଦାତା ଶକ୍ତିଦାତା ହେବା ଉଚିତ । ସାରା ଦେଶରେ ଚାଷୀଙ୍କୁ ଲକ୍ଷ ଲକ୍ଷ ସୋଲାର ପମ୍ପ ମଧ୍ୟ ଦିଆଯାଉଛି ।

ଭାଓ ଓ ଭଉଣୀମାନେ,

ଆଜି ଭାରତ ଯାହା କିଛି ହାସଲ କରୁଛି ସେଥିରେ ଟେକ୍ନୋଲୋଜୀ ଏବଂ ଉଦ୍ଭାବନ ସହିତ ଭାରତୀୟଙ୍କ କଠିନ ପରିଶ୍ରମର ମଧ୍ୟ ଏକ ବଡ଼ ସହଯୋଗ ରହିଛି। ଏହି କାରଣରୁ ଆଜି ଭାରତ ସବୁଜ ଏବଂ ସ୍ୱଚ୍ଛ ଭବିଷ୍ୟତ ପାଇଁ ବଡ଼ ଲକ୍ଷ୍ୟ ସ୍ଥିର କରିବାକୁ ସକ୍ଷମ ହୋଇପାରିଛି। ଆମର ଯୁବଗୋଷ୍ଠୀ, ଆମର ଭଉଣୀମାନେ, ଆମର ଲକ୍ଷ ଲକ୍ଷ ସଫା କରୁଥିବା ସଫେଇ କର୍ମଚାରୀଙ୍କ ଉପରେ ଅତୁଟ ବିଶ୍ୱାସ ସହିତ ଆମେ ଆଜି ଆଗକୁ ବଢୁଛୁ। ଭାରତର ଯୁବଗୋଷ୍ଠୀ ନୂତନ ଜ୍ଞାନକୌଶଳ, ନୂତନ ଉଦ୍ଭାବନ ସହିତ ଜନସଚେତନତା କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଯେପରି ମୋତେ କୁହାଯାଇଛି ଯେ ଇନେ୍ଦାରର ସଚେତନ ଭଉଣୀମାନେ ଅଳିଆର ପରିଚାଳନାକୁ ଏକ ଭିନ୍ନ ସ୍ତରକୁ ନେଇଯାଇଛନ୍ତି। ଇଂଦୋରର ଲୋକମାନେ ଅଳିଆକୁ ୬ଟି ଭାଗରେ ଅଲଗା ଅଲଗା କରିଥାନ୍ତି, ଯାହାଦ୍ୱାରା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଏବଂ ପୁନଃ ବ୍ୟବହାର ସଠିକ ଭାବରେ ହୋଇପାରିବ। ଯେକୌଣସି ସହରର ଲୋକଙ୍କର ଏହି ଭାବନା, ଏହି ପ୍ରୟାସ, ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ସାହାଯ୍ୟ କରିବ । ସ୍ୱଚ୍ଛତା ସହିତ ପୁନଃ ବ୍ୟବହାରର ମୂଲ୍ୟବୋଧକୁ ମଧ୍ୟ ସଶକ୍ତ କରିବା ଦେଶ ପାଇଁ ଏହା ଏକ ମହତ ସେବା ହେବ । ଏହା ହେଉଛି ଜୀବନ ଦର୍ଶନ ଅର୍ଥାତ ପରିବେଶ ପାଇଁ ଜୀବନଶୈଳୀ, ଜୀବନ ଜୀଇଁବାର ଶୈଳୀ ଅଟେ ।

ସାଥୀମାନେ,

ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଇନେ୍ଦାର ସହିତ ଦେଶରେ ଥିବା ଲକ୍ଷ ଲକ୍ଷ ସଫେଇ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଶୀତ ହେଉ ବା ଗ୍ରୀଷ୍ମ ହେଉ, ତୁମେ ତୁମର ସହରକୁ ସଫା କରିବା ପାଇଁ ସକାଳୁ ସକାଳୁ ବାହାରି ପଡ଼ିଥାଅ । କରୋନାର ଏହି କଠିନ ସମୟରେ ମଧ୍ୟ ତୁମେମାନେ ଯେଉଁ ସେବା ଭାବ ଦେଖାଇଛ ଏବଂ ଏତେ ଲୋକଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛ ସେଥିପାଇଁ ଆମ ଦେଶର ପ୍ରତ୍ୟେକ ସଫେଇ କର୍ମଚାରୀ ଭାଇ ଏବଂ ଭଉଣୀମାନଙ୍କ ପ୍ରତି ମୁଁ ଅତ୍ୟନ୍ତ ଋଣି ଅଟେ । ନିଜର ସହରଗୁଡ଼ିକୁ ସଫା ରଖିôବା ଦ୍ୱାରା, ଅପରିଷ୍କାର ବିସ୍ତାର ନ କରି, ନିୟମ ଅନୁସରଣ କରି ଆମେ ସେମାନଙ୍କୁ ସାହାଯ୍ୟ କରିପାରିବା ।

ମୋର ମନେ ଅଛି, ପ୍ରୟାଗରାଜରେ କୁମ୍ଭମେଳା ସମୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁନିଆରେ ପ୍ରଥମ ଥର ପାଇଁ ଭାରତର କୁମ୍ଭ ମେଳା ଏକ ନୂତନ ପରିଚୟ ପାଇଲା । ଏହା ପୂର୍ବରୁ ଭାରତର କୁମ୍ଭ ମେଳାର ପରିଚୟ ଥିଲା ଆମର ସାଧୁ-ମହାତ୍ମାମାନଙ୍କୁ ନେଇ । କିନ୍ତୁ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ଯୋଗୀ ଜୀଙ୍କ ନେତୃତ୍ୱରେ ପ୍ରୟାଗରାଜ ଠାରେ ହୋଇଥିବା କୁମ୍ଭ ମେଳା ତା’ର ପରିଚୟ ସ୍ୱଚ୍ଛ କୁମ୍ଭ ଭାବରେ ପାଇଛି। ସମଗ୍ର ବିଶ୍ୱରେ ଆଲୋଚନା ହୋଇଥିଲା। ଦୁନିଆର ଖବରକାଗଜରେ ସେ ସମ୍ପର୍କରେ କିଛି ନା କିଛି ଲେଖା ଯାଇଥିଲା । ଏହାର ସକାରାତ୍ମକ ପ୍ରଭାବ ମୋ ମନ ଉପରେ ପଡ଼ିଲା। ତେଣୁ ଯେତେବେଳେ ମୁଁ କୁମ୍ଭ ମେଳାରେ ପବିତ୍ର ସ୍ନାନ କରିବାକୁ ଯାଇଥିଲି, ସେତେବେଳେ ସ୍ନାନ କରିବା ପରେ ମୁଁ ଏହି ସଫେଇ କର୍ମଚାରୀଙ୍କ ପାଇଁ କୃତଜ୍ଞତା ଅନୁଭବ କଲି ଯେ ମୁଁ ଏହି ସଫେଇ କର୍ମଚାରୀଙ୍କ ପାଦ ଧୋଇ ଦେଇଥିଲି। ତାଙ୍କୁ ସମ୍ମାନ କରିଥିଲି। ମୁଁ ତାଙ୍କ ଠାରୁ ଆଶୀର୍ବାଦ ନେଇଥିଲି । ଆଜି ମୁଁ ଦିଲ୍ଲୀରୁ ଇନେ୍ଦାରର ସମସ୍ତ ଭାଇ-ଭଉଣୀମାନଙ୍କୁ ପ୍ରଣାମ କରୁଛି। ମୁଁ ତାଙ୍କୁ ନମସ୍କାର କରୁଛି। ଏହି କରୋନା କାଳରେ ଆପଣମାନେ ଏହି ପରିଷ୍କାର ପରିଚ୍ଛନ୍ନତାର ଅଭିଯାନକୁ ଯଦି ଜାରି ରଖି ନ’ଥାନ୍ତେ ତେବେ ଆମେ ଜାଣିନୁ ଯେ ଆମକୁ କେତେ ନୂଆ ନୂଆ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା । ଆପଣ ଏହି ଦେଶର ସାଧାରଣ ମଣିଷକୁ ବଞ୍ଚାଇବାରେ, ଆପଣଙ୍କୁ କିଭଳି ଡାକ୍ତରଙ୍କ ପାଖକୁ ଯିବାକୁ ନ ପଡ଼େ, ଏଥିପାଇଁ ଯାହା କିଛି ଚିନ୍ତା କରିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ପ୍ରଣାମ କରୁଛି।

ଭାଇ, ଭଉଣୀମାନେ,

ଏହା ସହିତ ମୁଁ ମୋର ଭାଷଣକୁ ଏହିଠାରେ ସମାପ୍ତ କରିବି । ପୁଣି ଥରେ ସମସ୍ତ ଇଂଦୋରବାସୀଙ୍କୁ ବିଶେଷକରି ମୋର ମାଆ ଏବଂ ଭଉଣୀମାନଙ୍କୁ, କାରଣ ସେମାନେ ଏହି କାର୍ଯ୍ୟ କରିବାକୁ ଯେଉଁ ପଦକ୍ଷେପ ନେଇଛନ୍ତି, ଅଳିଆ-ଆବର୍ଜନା ପକାନ୍ତୁ ନାହିଁ, ଏହାକୁ ପୃଥକ କରନ୍ତୁ, ହେ ମୋର ମାଆ ଏବଂ ଭଉଣୀମାନେ, ଅନେକ ଅନେକ ଅଭିନନ୍ଦନ, ସେଠାରେ ଥିବା ଅଧିକାରୀ ଏବଂ ମୋର ବାଲ୍ - ସେନା, ଯିଏ କାହାକୁ ଘରେ ଅଳିଆ ପକାଇବାକୁ ଦେଇ ନଥାନ୍ତି । ସମଗ୍ର ଭାରତରେ ସ୍ୱଚ୍ଛତା ଅଭିଯାନକୁ ସଫଳ କରିବାରେ ମୋର ବାଲ୍ - ସେନା ମୋତେ ବହୁତ ସାହାଯ୍ୟ କରିଛି । ୩-୩, ୪-୪-୪ ବର୍ଷର ପିଲାମାନେ ସେମାନଙ୍କ ଜେଜେ ବାପାଙ୍କୁ କହିଛନ୍ତି ଯେ ଏଠାରେ ଅଳିଆ ପକାନ୍ତୁ ନାହିଁ । ଚକୋଲେଟ ଖାଇଛନ୍ତି, ଏହାକୁ ଏଠାରେ ପକାନ୍ତୁ ନାହିଁ, ଏଠାରେ କାଗଜ ପକାନ୍ତୁ ନାହି । ଏଭଳି ଭାବରେ ବାଲ୍ - ସେନାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ମଧ୍ୟ ଆମର ଭାରତର ଭବିଷ୍ୟତର ମୂଳଦୁଆକୁ ମଜବୁତ କରିବ । ଆଜି ମୁଁ ସମସ୍ତଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଇବା ବେଳେ ମୁଁ ଆପଣ ସମସ୍ତଙ୍କୁ ବାୟୋ-ସିଏନଜି ପ୍ଲାଣ୍ଟ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି!

ବହୁତ ବହୁତ ଧନ୍ୟବାଦ! ନମସ୍କାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."