ଭାରତ ସାମୁଦ୍ରିକ କ୍ଷେତ୍ରରେ ଶକ୍ତିଶାଳୀ ହେବା ସହ ନୀଳ ଅର୍ଥନୀତିରେ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟରଖିଛି : ପ୍ରଧାନମନ୍ତ୍ରୀ
୨୦୩୦ସୁଦ୍ଧା ଭାରତ ୨୩ଟି ଜଳପଥ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ପୁଞ୍ଜି ବିନିଯୋଗକ୍ଷମ ପ୍ରକଳ୍ପର ତାଲିକା ପ୍ରସ୍ତୁତ କରିଛି । ଏଥିରେ ୨.୨୫ଲକ୍ଷ କୋଟିର ପୁଞ୍ଜିବିନିଯୋଗ ସାମ୍ଭବନା ରହିଛି -ପ୍ରଧାନମନ୍ତ୍ରୀ
ସରକାର ଜଳପଥରେ କରୁଥିବା ପୁଞ୍ଜିନିବେଶ ଆଗରୁ କେବେ ଦେଖା ନ ଥିଲା-ପ୍ରଧାନମନ୍ତ୍ରୀ

ମୋର ମନ୍ତ୍ରୀମନ୍ତ୍ରଣ୍ଡଳର ସହଯୋଗୀ ଶ୍ରୀ ମନସୁଖ ଭାଇ ମାଣ୍ଡବ୍ୟ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ସମ୍ମାନିତ ଅତିଥିବୃନ୍ଦ,

ପ୍ରିୟ ବନ୍ଧୁଗଣ,

ମୁଁ ଆପଣ ସମସ୍ତଙ୍କୁ ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୧କୁ ସ୍ୱାଗତ କରୁଛି । ଏହି ଶିଖର ସମ୍ମିଳନୀ ଆଲୋଚ୍ୟ କ୍ଷେତ୍ର ସହ ଜଡିତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଏକତ୍ର କରିଛି । ମୁଁ ଦୃଢ ନିଶ୍ଚିତ ଯେ ଏକତ୍ରିତ ଭାବେ ଆମେ ସାମୁଦ୍ରିକ ଅର୍ଥନୀତିରେ ଅଭିବୃଦ୍ଧି ଆଣିବା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରିପାରିବା ।

ବନ୍ଧୁଗଣ,

ଭାରତ ଏ କ୍ଷେତ୍ରରେ ଏକ ସ୍ୱାଭାବିକ ନେତୃତ୍ୱର ଅଧିକାରୀ । ଆମ ରାଷ୍ଟ୍ରର ଏକ ସମୃଦ୍ଧ ସାମୁଦ୍ରିକ ଇତିହାସ ରହିଛି । ଆମ ଉପକୂଳରେ ଅନେକ ସଭ୍ୟତାର ଅଭ୍ୟୁଦୟ ଘଟିଛି । ହଜାର ହଜାର ବର୍ଷ ଧରି ଆମ ବନ୍ଦରଗୁଡିକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର ହୋଇ ରହିଆସିଛି । ଆମ ସମୁଦ୍ର ତଟ ଆମକୁ ବିଶ୍ୱ ସହ ସଂଯୋଗ କରିଛି ।

ବନ୍ଧୁଗଣ,

ଏହି ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ମାଧ୍ୟମରେ ମୁଁ ସମଗ୍ର ବିଶ୍ୱକୁ ଭାରତକୁ ଆସି ଆମର ବିକାଶ ଧାରାରେ ସାମିଲ୍ ହେବା ପାଇଁ ଆମନ୍ତ୍ରଣ କରିବାକୁ ଚାହୁଁଛି । ସାମୁଦ୍ରିକ କ୍ଷେତ୍ରରେ ବିକାଶ କରି ବିଶ୍ୱର ଅଗ୍ରଣୀ ନୀଳ ଅର୍ଥନୀତି ଭାବେ ଉଭା ହେବା ସକାଶେ ଭାରତ ଅତ୍ୟନ୍ତ ଗମ୍ଭୀର । ଆମର ପ୍ରମୁଖ ଲକ୍ଷ୍ୟନିବିଷ୍ଟ କ୍ଷେତ୍ରଗୁଡିକ ମଧ୍ୟରେ ରହିଛି: ସାମ୍ପ୍ରତିକ ଭିତିଭୂମୀରେ ଉନ୍ନତି, ନୂତନ ପିଢୀର ଭିତିଭୂମୀ ସୃଷ୍ଟି, ସଂସ୍କାର ଯାତ୍ରାର ବେଗ ବୃଦ୍ଧି । ଏହିସବୁ ପଦକ୍ଷେପଗୁଡିକ ଦ୍ୱାରା ଆମେ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସୁଦୃୃଢ କରିବା ପାଇଁ ଲକ୍ଷ୍ୟ ରଖିଛୁ ।

ବନ୍ଧୁଗଣ,

ମୁଁ ଯେତେବେଳେ ସାମ୍ପ୍ରତିକ ଭିତିଭୂମୀ ଉନ୍ନୀତକରଣ ବିଷୟରେ କହେ, ମୁଁ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଏ । କୌଣସି ବିକ୍ଷିପ୍ତ ଆଭିମୁଖ୍ୟ ପଦ୍ଧତି ପରିବର୍ତେ ଆମେ ସମଗ୍ର କ୍ଷେତ୍ର ଉପରେ ଧ୍ୟାନ ଦେଇଛୁ । ଏବଂ ଏହାର ଆଖିଦୃଶିଆ ଫଳାଫଳ ମିଳିଛି । ୨୦୧୪ ମସିହାରେ ପ୍ରମୁଖ ବନ୍ଦରଗୁଡିକର କ୍ଷମତା ବାର୍ଷିକ ୮୭୦ ମିଲିୟନ୍ ଟନ୍ କ୍ଷମତା ଥିବାବେଳେ ବର୍ତମାନ ଏହା ବାର୍ଷିକ ୧୫୫୦ ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ଉତ୍ପାଦକତା ବୃଦ୍ଧି କେବଳ ଆମ ବନ୍ଦରଗୁଡିକୁ ସାହାଯ୍ୟ କରିନାହିଁ, ବରଂ ଆମର ଉତ୍ପାଦକୁ ଅଧିକ ପ୍ରତିଯୋଗୀ କରି ଅର୍ଥନୀତିରେ ସାମଗ୍ରିକ ଉନ୍ନତି ଆଣିପାରିଛି । ଭାରତୀୟ ବନ୍ଦରଗୁଡିକରେ ବର୍ତମାନ ସିଧାସଳଖ ବନ୍ଦର ବିତରଣ, ସିଧାସଳଖ ବନ୍ଦର ପ୍ରବେଶ ଏବଂ ତଥ୍ୟର ସୁଗମ ପ୍ରବାହ ପାଇଁ ଏକ ଉନ୍ନୀତ ବନ୍ଦର ସମୁଦାୟ ବ୍ୟବସ୍ଥା ରହିଛି । ଆମ ବନ୍ଦରଗୁଡିକରେ ପ୍ରବେଶମୁଖୀ ଓ ପ୍ରସ୍ଥାନମୁଖୀ ପଣ୍ୟ ଜାହାଜର ଅପେକ୍ଷା ସମୟ ହ୍ରାସ ପାଇଛି । ଆମେ ବନ୍ଦର ଅଂଚଳରେ ଭଣ୍ଡାରଣ ବ୍ୟବସ୍ଥା ବିକଶିତ କରିବାରେ ପ୍ରଚୁର ପୁଞ୍ଜି ବିନିଯୋଗ କରିବା ସହିତ ବନ୍ଦରାଂଚଳକୁ ଶିଳ୍ପସଂସ୍ଥାଗୁଡିକୁ ଆକର୍ଷିତ କରିବା ନିମନ୍ତେ ପ୍ରତିଟି କାର୍ଯ୍ୟକୁ ଡିଜିଟାଲ ବ୍ୟବସ୍ଥା ବିକାଶ ଭିତିଭୂମି ବିକଶିତ କରୁଛୁ । ବନ୍ଦରଗୁଡିକ ଘରୋଇ ଜାହାଜ ପୁନଃ ବ୍ୟବହାର ଏବଂ ଦୀର୍ଘସ୍ଥାୟୀ ଉଝଳା କାର୍ଯ୍ୟ ଦ୍ୱାରା ‘ବର୍ଜ୍ୟବସ୍ତୁରୁ ସମ୍ପଦ’କୁ ପ୍ରୋତ୍ସାହିତ କରିବ । ବନ୍ଦର କ୍ଷେତ୍ରରେ ଘରୋଇ ନିବେଶକୁ ଆମେ ଉତ୍ସାହିତ କରିବୁ ।

ବନ୍ଧୁଗଣ,

ଯୋଗାଯୋଗ ବ୍ୟବସ୍ଥାର ବୃଦ୍ଧି ନିମନ୍ତେ ଅନେକଗୁଡିଏ କାର୍ଯ୍ୟ ଦକ୍ଷତାର ସହିତ କରାଯାଉଛି । ଆମେ ଆମ ବନ୍ଦରଗୁଡିକୁ ଉପକୂଳ ଅର୍ଥନୈତିକ ଜୋନ୍‌, ବନ୍ଦର ଭିତିକ ସ୍ମାର୍ଟ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସହିତ ଯୋଡୁଛୁ । ଏହା ବନ୍ଦର ନିକଟରେ ବିଶ୍ୱସ୍ତରୀୟ ନିର୍ମାଣ ଗତିବିଧିକୁ ପ୍ରୋତ୍ସାହିତ କରିବା ସହ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ବନ୍ଧୁଗଣ,

ଯେତେବେଳେ ନୂତନ ଭିତିଭୂମୀ ସୃଷ୍ଟିର କଥା ଉଠୁଛି, ମୁଁ ସେତେବେଳେ ଅତି ଆନନ୍ଦର ସହ ଏକଥା ଆପଣମାନଙ୍କୁ ଜଣାଉଛି ଯେ, ଭଧବାନ, ପାରାଦୀପ ଓ କାଣ୍ଡଲାର ଦୀନଦୟାଲ ବନ୍ଦରକୁ ବିଶ୍ୱସ୍ତରୀୟ ଭିତିଭୂମି ନିର୍ମାଣ ଦ୍ୱାରା ବୃହତ ବନ୍ଦର ଭାବେ ବିକଶିତ କରାଯାଉଛି । ଆମ ସରକାର ଜଳପଥରେ ଏଭଳି ନିବେଶ କରୁଛନ୍ତି, ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା । ମାଲ୍ ପରିବହନକୁ ପରିବେଶ ଅନୁକୂଳ ଏବଂ ବ୍ୟୟସାପେକ୍ଷ କରିବା ନିମନ୍ତେ ଘରୋଇ ଜଳପଥଗୁଡିକ ବେଶ୍ ସହାୟକ ହେଉଥିବାର ଜଣାପଡିଲା । ଆସନ୍ତା ୨୦୩୦ ସମିହା ସୁଦ୍ଧା ୨୩ଟି ଜଳପଥକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଭିତିଭୂମୀ ସମ୍ପ୍ରସାରଣ, ଜଳପଥର ବିକାଶ, ନୌବାଣିଜ୍ୟିକ ସହାୟତା ଏବଂ ନଦୀ ସୂଚନା ବ୍ୟବସ୍ଥା ସୃଷ୍ଟି ମାଧ୍ୟମରେ ଏହାକୁ କାର୍ଯକାରୀ କରିବୁ । ବାଂଲାଦେଶ, ନେପାଳ, ଭୁଟାନ୍ ଏବଂ ମ୍ୟାଁମାର ସହିତ ଆଂଚଳିକ ସଂଯୋଗକୁ ଇଷ୍ଟର୍ଣ୍ଣ ୱାଟର କନେକ୍ଟିଭିଟି ଟ୍ରାନ୍ସପୋର୍ଟ ଗ୍ରୀଡ୍ ମାଧ୍ୟମରେ ମଜବୁତ୍ କରାଯାଇ ଆଂଚଳିକ ବାଣିଜ୍ୟ ଓ ସହଯୋଗକୁ ପ୍ରଭାବଶାଳୀ କରାଯିବ ।

ବନ୍ଧୁଗଣ,

ସହଜରେ ବଂଚିବା ନିମନ୍ତେ ସାମୁଦ୍ରିକ ଭିତିଭୂମୀ ଏକ ଫଳପ୍ରଦ ମାର୍ଗ । ଆମ ନଦୀଗୁଡିକୁ ଉନ୍ନତ କରିବା ପାଇଁ ରୋ-ରୋ ଓ ରା-ପାକ୍ସ ପ୍ରକଳ୍ପଗୁଡିକ ଉଲ୍ଲେଖନୀୟ ଉପାଦାନ । ସାମୁଦ୍ରିକ ବିମାନ ଚଳାଚଳକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ୧୬ଟି ସ୍ଥାନରେ ଜଳ ଅବତରଣ ସୁବିଧା ବିକଶିତ କରାଯାଉଛି । ୫ଟି ଜାତୀୟ ଜଳପଥରେ ନଦୀ କୃଜ୍ ଟର୍ମିନାଲ ଭିତିଭୂମୀ ଓ ଜେଟି ବ୍ୟବସ୍ଥା ବିକଶିତ ହେଉଛି ।

ବନ୍ଧୁଗଣ,

୨୦୨୩ ମସିହା ସୁଦ୍ଧା ଭିତିଭୂମୀ ବିକାଶ ଏବଂ ସମ୍ପ୍ରସାରଣ ମାଧ୍ୟମରେ ଆମେ କେତେକ ନିର୍ଦ୍ଦିଷ୍ଟ ବନ୍ଦରରେ ଘରୋଇ ଓ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଭାରତର ବିସ୍ତୃତ ଉପକୂଳରେ ୧୮୯ଟି ବତୀଘର ଅଛି । ପର୍ଯ୍ୟଟନର ବିକାଶ ପାଇଁ ୭୮ଟି ବତୀଘର ପାଶ୍ୱର୍ବର୍ତୀ ସ୍ଥାନରେ ଆମେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ରହିଥିବା ବତୀଘର ଏବଂ ଏହାର ଆଖପାଖ ଅଂଚଳର ବିକାଶକୁ ଅନନ୍ୟ ସାମୁଦ୍ରିକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା । କେତେକ ପ୍ରମୁଖ ରାଜ୍ୟ ଓ କୋଚି, ମୁମ୍ବାଇ, ଗୁଜରାଟ ଏବଂ ଗୋଆ ଭଳି ପ୍ରମୁଖ ସହରରେ ସହରାଂଚଳ ଜଳ ପରିବହନ ବ୍ୟବସ୍ଥା ପ୍ରଚଳନ ପାଇଁ ପଦକ୍ଷେପ ନିଆଯାଉଛି ।

ବନ୍ଧୁଗଣ,

ଅନ୍ୟ ସମସ୍ତ କ୍ଷେତ୍ର ପରି, ସାମୁଦ୍ରିକ କ୍ଷେତ୍ର ସହ ଜଡିତ କାର୍ଯ୍ୟ ମଧ୍ୟ ସମନ୍ୱୟ ଆଧାରରେ ହେଉ ଏହା ଆମେ ସୁନିଶ୍ଚିତ କରୁଛୁ । ନିକଟରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ନାମକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ନାମରେ ନାମିତ କରି ଆମେ ଏହାର ପରିସରକୁ ବ୍ୟାପକ କରିଛୁ । ମନ୍ତ୍ରଣାଳୟ ସାମୁଦ୍ରିକ ଜାହାଜ ଚଳାଚଳ ଓ ନୌବାଣିଜ୍ୟ, ସାମୁଦ୍ରିକ ବାଣିଜ୍ୟ ପାଇଁ ଶିକ୍ଷା ଓ ତାଲିମ୍‌, ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି ଶିଳ୍ପ, ଜାହାଜ ଭଙ୍ଗା, ମାଛ ଧରା ଡଙ୍ଗା ଶିଳ୍ପ ଏବଂ ଭାସମାନ କାରିଗରୀ ଶିଳ୍ପ ଆଦି କ୍ଷେତ୍ରରେ ଉତ୍କର୍ଷ ଆଣିବା ପାଇଁ ପ୍ରୟାସରତ ।

ବନ୍ଧୁଗଣ,

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ନିବେଶଯୋଗ୍ୟ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକର ୩୧ ବିଲିଅନ୍ ଡଲାର ବା ୨.୨୫ ଲକ୍ଷ କୋଟି ଟଙ୍କାର ନିବେଶ ସାମର୍ଥ୍ୟ ରହିଛି । ଏହା ଆମର ସାମୁଦ୍ରିକ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବ ।

ବନ୍ଧୁଗଣ,

ମାରିଟାଇମ ଇଣ୍ଡିଆ ଭିଜନ୍ ୨୦୩୦ର ଶୁଭାରମ୍ଭ କରାଯାଇଛି । ଏହା ସରକାରଙ୍କ ଅଗ୍ରାଧିକାର ସ୍ପଷ୍ଟ କରୁଛି । ସାଗର ମନ୍ଥନ: ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ର ସଚେତନତା କେନ୍ଦ୍ରର ମଧ୍ୟ ଆଜି ଶୁଭାରମ୍ଭ କରାଯାଇଛି । ସାମୁଦ୍ରିକ ନିରାପତା, ତଲାସୀ ଓ ଉଦ୍ଧାର କ୍ଷମତା, ସୁରକ୍ଷା ଏବଂ ସାମୁଦ୍ରିକ ପରିବେଶ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଏହା ସୂଚନା ବ୍ୟବସ୍ଥା । ବନ୍ଦରଭିତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୬ ମସିହାରେ ସରକାର ସାଗରମାଳା ପ୍ରକଳ୍ପର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ, ୨୦୧୫ରୁ ୨୦୩୫ ମସିହା ମଧ୍ୟରେ ୮୨ ବିଲିୟନ୍ ଆମେରିକୀୟ ଡଲାର ବା ୬ଲକ୍ଷ କୋଟି ଟଙ୍କା ବ୍ୟୟରେ ୫୭୪ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ଚିହ୍ନଟ ହୋଇଛି ।

ବନ୍ଧୁଗଣ,

ଘରୋଇ ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି ବଜାର ଉପରେ ମଧ୍ୟ ଭାରତ ସରକାର ଧ୍ୟାନକେନ୍ଦ୍ରୀତ କରୁଛନ୍ତି । ଘରୋଇ ଜାହାଜ ନିର୍ମାଣକୁ ଉତ୍ସାହିତ କରିବା ସକାଶେ ଆମେ ଭାରତୀୟ ଜାହାଜ କାରଖାନା ପାଇଁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ନୀତି ଅନୁମୋଦନ କରିଛୁ । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି କ୍ଲଷ୍ଟରଗୁଡିକ ବିକଶିତ କରାଯିବ । ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ସୃଷ୍ଟି ପାଇଁ ଘରୋଇ ଜାହାଜ ପୁନଃ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଭାରତ ଜାହାଜ ପୁନଃ ପ୍ରକ୍ରିୟାକରଣ ଆଇନ୍ ୨୦୧୯ ପ୍ରଣୟନ କରିଛି ଏବଂ ହଂକଂ ଅନ୍ତର୍ଜାତୀୟ ସମ୍ମିଳନୀ ସହିତ ସହମତ ହୋଇଛି ।

ବନ୍ଧୁଗଣ,

ଆମେ ଆମ ସର୍ବୋତମ ରୀତିକୁ ବିଶ୍ୱ ସହ ବାଂଟିବାକୁ ଚାହୁଁ । ଏବଂ ବିଶ୍ୱର ସର୍ବୋତମ ରୀତିରୁ ଆମେ ମଧ୍ୟ ଶିକ୍ଷାଲାଭ କରିବାକୁ ଚାହୁଁ । ବିମସଟେକ୍ ଓ ଭାରତ ମହାସାଗର ଅଂଚଳ ରାଷ୍ଟ୍ର ସହ ଆମର ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ଜାରି ରଖିବା ଉପରେ ଗୁରୁତ୍ୱ ଦେଇ ଭାରତ ୨୦୨୬ ମସିହା ସୁଦ୍ଧା ଭିତିଭୂମୀ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ଓ ପାରସ୍ପରିକ ସହମତି ବୃଦ୍ଧି କରିବାକୁ ଯୋଜନା କରୁଛି । ଦ୍ୱୀପାଂଚଳ ଭିତିଭୂମୀ ଓ ପରିବେଶର ସାମଗ୍ରିକ ବିକାଶ ଦିଗରେ ମଧ୍ୟ ଭାରତ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ନବିକରଣୀୟ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ବିଶେଷ ଆଗ୍ରହୀ । ସମଗ୍ର ଦେଶର ପ୍ରମୁଖ ବନ୍ଦରଗୁଡିକରେ ଆମେ ସୌର ଓ ପବନଭିତିକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଛୁ । ଭାରତୀୟ ବନ୍ଦରଗୁଡିକରେ ୩ଟି ପର୍ଯ୍ୟାୟରେ ୨୦୩୦ ମସିହା ସୁଦ୍ଧା ସମଗ୍ର ଉର୍ଜାର ୬୦ ପ୍ରତିଶତରୁ ଅଧିକ ନବିକରଣୀୟ ଶକ୍ତି ବ୍ୟବହାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

ବନ୍ଧୁଗଣ,

ଭାରତର ସୁଦୀର୍ଘ ଉପକୂଳ ଆପଣଙ୍କୁ ଅପେକ୍ଷା କରିଛି । ଭାରତର କଠିନ ପରିଶ୍ରମୀ ଲୋକମାନେ ଆପଣଙ୍କୁ ଅପେକ୍ଷା କରିଛନ୍ତି । ଆମ ବନ୍ଦରରେ ନିବେଶ କରନ୍ତୁ । ଆମ ଲୋକମାନଙ୍କ ଉପରେ ନିବେଶ କରନ୍ତୁ । ଭାରତକୁ ଆପଣଙ୍କ ପସନ୍ଦର ବାଣିଜ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଦିଅନ୍ତୁ । ବ୍ୟବସାୟ ବାଣିଜ୍ୟ ପାଇଁ ଭାରତୀୟ ବନ୍ଦରଗୁଡିକୁ ଆପଣଙ୍କ ପସନ୍ଦର ବନ୍ଦର ହେବାକୁ ଦିଅନ୍ତୁ । ଏହି ଶିଖର ସମ୍ମିଳନୀ ପାଇଁ ମୋର ଶୁଭେଚ୍ଛା । ଏହି ଆଲୋଚନା ବ୍ୟାପକ ଓ ଫଳପ୍ରଦ ହେଉ ।

ଧନ୍ୟବାଦ ।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
First Deputy PM of Russia Denis Manturov calls on PM Modi
April 02, 2026
First Deputy PM Manturov briefs PM on progress in trade, fertilizers, connectivity and people-to-people ties
PM recalls the successful visit of President Putin to India in December 2025
PM expresses satisfaction at the sustained efforts towards implementation of the Summit outcomes
PM extends warm greetings to President Putin

The First Deputy Prime Minister of the Russian Federation, H.E. Denis Manturov, called on Prime Minister Shri Narendra Modi today.

First Deputy PM Manturov briefed PM on the progress in various areas of mutually beneficial cooperation, including trade and economic partnership, fertilizers, connectivity and people-to-people ties.

PM recalled the successful visit of President Putin to India in December 2025 for the 23rd India-Russia Annual Summit.

He expressed satisfaction at the sustained efforts being made by both sides towards implementation of the outcomes from the Annual Summit, aimed at further strengthening the India- Russia Special and Privileged Strategic Partnership.

PM extended warm greetings to President Putin and said that he looked forward to their continued exchanges.