ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେରଳର କୋଚିଠାରେ ୪,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ
“ଆଜି ଭାରତ ଯେତେବେଳେ ବୈଶ୍ୱିକ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି ଆମେ ଦେଶର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ”
“ବନ୍ଦର, ଜାହାଜ ଚଳାଚଳ ଓ ଦେଶର ଆଭ୍ୟନ୍ତରୀଣ ଜଳପଥରେ ବ୍ୟାବସାୟିକ ସୁଗମତା ନିମନ୍ତେ ଗତ ଦଶବର୍ଷ ମଧ୍ୟରେ ଅନେକ ସଂସ୍କାର ଅଣାଯାଇଛି”
“ବୈଶ୍ୱିକ ବାଣିଜ୍ୟର ସାମର୍ଥ୍ୟ ଓ ସ୍ଥାନ ପାଇଁ ବିଶ୍ୱ ଭାରତକୁ ସ୍ୱୀକୃତି ଦେଇଛି”
“ବିକଶିତ ଭାରତ ନିମନ୍ତେ ଭାରତର ସାମୁଦ୍ରିକ ଶକ୍ତି ପ୍ରଦର୍ଶନ ପାଇଁ ସାମୁଦ୍ରିକ ଅମୃତକାଳ ଭବିଷ୍ୟତ ନକ୍ସାରେ ବ୍ୟବସ୍ଥା ହୋଇଛି”
“କୋଚିର ନୂତନ ଶୁଷ୍କ ପୋତାଶ୍ରୟ ଭାରତରେ ଜାତୀୟ ଗର୍ବ” “ଦେଶର ନଗରୀଗୁଡିକ ସହ ଆଧୁନିକ ଓ ସବୁଜ ଜଳ ସଂଯୋଗ ନିମନ୍ତେ କୋଚି ବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି”

କେରଳରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଜୀ, ମୋ କ୍ୟାବିନେଟ୍ ସହଯୋଗୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!

ମୁଁ ଶ୍ରୀ ସର୍ବାନନ୍ଦ ସୋନୋୱାଲଜୀଙ୍କ ଟିମ୍, ଶ୍ରୀପଦ ୟେସୋ ନାଏକ ଜୀ ଏବଂ ଆମର ସହଯୋଗୀ ଶ୍ରୀ ଭି ମୁରଲୀଧରନ ଜୀ ଏବଂ ଶ୍ରୀ ଶାନ୍ତନୁ ଠାକୁରଜୀଙ୍କୁ କୃତଜ୍ଞତା ଜଣାଉଛି ।

ଏଠିକାର କେରଳବାସୀଙ୍କୁ ମୋର ଶୁଭେଚ୍ଛା।

ଆଜିର ଦିନଟି ମୋ ପାଇଁ ବହୁତ ସୌଭାଗ୍ୟର ଦିନ ଅଟେ। ସକାଳେ ମୁଁ ଗୁରୁବାୟୁର ମନ୍ଦିରରେ ଭଗବାନ ଗୁରୁବାୟୁରପ୍ପନଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ମିଳିଲା। ଏବେ କେରଳର ଈଶ୍ବରରୂପୀ ଜନତାଜନାର୍ଦ୍ଦନଙ୍କୁ ମୁଁ ଦେଖିବାକୁ ପାଉଛି। କେରଳର ବିକାଶ ଉତ୍ସବରେ ଭାଗ ନେବାର ସୁଯୋଗ ମୋତେ ମିଳିଛି ।

ସାଥୀମାନେ,

କିଛି ଦିନ ତଳେ ଅଯୋଧ୍ୟାରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ସମୟରେ ମୁଁ ନାଲାମ୍ବାଲମ୍ ବିଷୟରେ କହିଥିଲି - କେରଳରେ ଅବସ୍ଥିତ ରାମାୟଣ ସହ ଜଡିତ ଚାରିଟି ପବିତ୍ର ମନ୍ଦିର । କେରଳ ବାହାରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଏହି ମନ୍ଦିରଗୁଡିକ ରାଜା ଦଶରଥଙ୍କ ଚାରି ପୁତ୍ରଙ୍କ ସହିତ ଜଡିତ । ଏହା ବାସ୍ତବରେ ସୌଭାଗ୍ୟର ବିଷୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାହେବାର କିଛି ଦିନ ପୂର୍ବରୁ ମୁଁ ତ୍ରିପ୍ରାୟରର ଶ୍ରୀରାମସ୍ୱାମୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ପାଇଛି । ମହାନ କବି ଏଚ୍ଛତଚନଙ୍କ ଦ୍ୱାରା ରଚିତ ମାଲାୟାଲମ ରାମାୟଣର ଶବ୍ଦ ଶୁଣିଲେ ଆନନ୍ଦ ମିଳିଥାଏ । ଏହାବ୍ୟତୀତ କେରଳର ଅନେକ ପ୍ରତିଭାବାନ କଳାକାରଙ୍କ ଆକର୍ଷଣୀୟ ପରିବେଷଣ ଏକ ସ୍ଥାୟୀ ଛାପ ଛାଡ଼ିଛି। କେରଳର ଲୋକମାନେ କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରିଛନ୍ତି, ଯାହା ଆମକୁ ଅବଧପୁରୀକଥା ମନେ ପକାଇଦେଉଥିବା ପରିବେଶ ସୃଷ୍ଟି କରିଛି, ଯେମିତି ପୂରା କେରଳ ଅବଧପୁରୀ।

 

ସାଥୀମାନେ,

ଆମ ଦେଶର ପ୍ରତ୍ୟେକ ରାଜ୍ୟ 'ଆଜାଦି କା ଅମୃତକାଳ' ସମୟରେ ଭାରତର ବିକାଶରେ ଯୋଗଦାନ ଦେବାରେ ଅନନ୍ୟ ଭୂମିକା ନିର୍ବାହ କରିଥାନ୍ତି। ଯେଉଁ ଯୁଗରେ ଭାରତ ସମୃଦ୍ଧ ହୋଇଥିଲା, ବିଶ୍ୱ ଜିଡିପିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥିଲା, ସେତେବେଳେ ଆମର ବନ୍ଦର ଏବଂ ବନ୍ଦର ସହର ଆମର ଶକ୍ତି ଥିଲା । ବର୍ତମାନ ଭାରତ ପୁଣି ଥରେ ବିଶ୍ୱ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଥିବାରୁ ଆମେ ଆମର ସାମୁଦ୍ରିକ ସାମର୍ଥ୍ୟ ବୃଦ୍ଧି ରେ ସକ୍ରିୟ ଭାବରେ ଜଡିତ ଅଛୁ । କୋଚି ଭଳି ଉପକୂଳବର୍ତ୍ତୀ ସହରର କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଉତ୍ସର୍ଗୀକୃତ। ସାଗରମାଳା ପ୍ରକଳ୍ପ ମାଧ୍ୟମରେ ବନ୍ଦର ର କ୍ଷମତା ବୃଦ୍ଧି ଏବଂ ବନ୍ଦର ଭିତ୍ତିଭୂମିରେ ପୁଞ୍ଜିନିବେଶ ପାଇଁ ପ୍ରୟାସ ଜାରି ରହିଛି ।

ସାଥୀମାନେ,

ଆଜି ଏଠାରେ ଦେଶର ସର୍ବବୃହତ ଶୁଖିଲା ଡକ୍ ମିଳିଛି। ଏହାବ୍ୟତୀତ ଜାହାଜ ନିର୍ମାଣ, ଜାହାଜ ମରାମତି ଏବଂ ଏଲପିଜି ଆମଦାନୀ ଟର୍ମିନାଲ ସମ୍ବନ୍ଧୀୟ ଭିତ୍ତିଭୂମି ମଧ୍ୟ ଆଜି ଉଦଘାଟିତ ହୋଇଛି। ଏହି ବିକାଶ କେରଳ ଏବଂ ଭାରତର ଦକ୍ଷିଣ ଅଞ୍ଚଳର ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତ । 'ମେଡ୍ ଇନ୍ ଇଣ୍ଡିଆ' ବିମାନବାହୀ ଜାହାଜ ଆଇଏନଏସ୍ ବିକ୍ରାନ୍ତ ନିର୍ମାଣ କରିବାର ଐତିହାସିକ ଗୌରବ ରହିଛି କୋଚିନ୍ ଶିପୟାର୍ଡ। ଏହି ନୂତନ ସୁବିଧା ସହିତ ଶିପୟାର୍ଡର କ୍ଷମତା ବହୁଗୁଣିତ ହେବ । ଏହି ସୁବିଧା ପାଇଁ ମୁଁ କେରଳବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଗତ ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ବନ୍ଦର, ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳପଥ କ୍ଷେତ୍ରରେ 'ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍' ବୃଦ୍ଧି କରିବା ପାଇଁ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଏହି ସଂସ୍କାର ବନ୍ଦରଗୁଡ଼ିକ ପାଇଁ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିଛି ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିଛି । ଭାରତୀୟ ନାବିକଙ୍କ ସମ୍ବନ୍ଧୀୟ ଆଇନରେ ସଂଶୋଧନ ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ସେମାନଙ୍କ ସଂଖ୍ୟା ୧୪୦ ପ୍ରତିଶତ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଜଳପଥର ଉପଯୋଗ ଦେଶ ଭିତରେ ଉଭୟ ଯାତ୍ରୀ ଏବଂ ମାଲ ପରିବହନକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିଛି।

 

ସାଥୀମାନେ,

ସାମୂହିକ ପ୍ରୟାସ କଲେ ଫଳାଫଳ ଅଧିକ ଅନୁକୂଳ ହୋଇଥାଏ। ଗତ ୧୦ ବର୍ଷ ମଧ୍ୟରେ ଆମ ବନ୍ଦରଗୁଡ଼ିକ ବାର୍ଷିକ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛନ୍ତି। ଏକ ଦଶନ୍ଧି ପୂର୍ବେ, ଜାହାଜଗୁଡ଼ିକ ଆମ ବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାର ସମୟର ସମ୍ମୁଖୀନ ହୋଇଥିଲେ ଏବଂ ସେମାନଙ୍କୁ ଓହ୍ଲାଇବାକୁ ବହୁତ ସମୟ ଲାଗିଥିଲା । ଆଜି ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଜାହାଜ ପରିବର୍ତ୍ତନ ସମୟ ଦୃଷ୍ଟିରୁ ଭାରତ ବିଶ୍ୱର ଅନେକ ବିକଶିତ ଦେଶକୁ ପଛରେ ପକାଇଦେଇଛି ।

ସାଥୀମାନେ,

ବର୍ତମାନ ବିଶ୍ୱ ବାଣିଜ୍ୟକ୍ଷେତ୍ରରେ ଭାରତର ଭୂମିକାକୁ ସମଗ୍ର ବିଶ୍ୱ ସ୍ୱୀକୃତି ଦେଉଛି । ଜି-୨୦ ଶିଖର ସମ୍ମିଳନୀରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ପ୍ରସ୍ତାବକୁ ଅନୁମୋଦନ କରିବା ଏହି ପ୍ରତିବଦ୍ଧତାର ଉଦାହରଣ। ଏହି କରିଡର ଭାରତର ବିକାଶକୁ ଯଥେଷ୍ଟ ତ୍ୱରାନ୍ୱିତ କରିବ ଏବଂ ଆମର ଉପକୂଳ ଅର୍ଥନୀତିକୁ ବୃଦ୍ଧି କରିବ । ନିକଟରେ 'ମେରିଟାଇମ୍ ଅମୃତ କାଳ ଭିଜନ'ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏକ ବିକଶିତ ଭାରତ ପାଇଁ ଆମେ କିପରି ଆମର ସାମୁଦ୍ରିକ ଶକ୍ତିକୁ ସୁଦୃଢ଼ କରିବୁ ତାହାର ଏକ ରୋଡମ୍ୟାପ୍ ଏଥିରେ ଅନ୍ତର୍ଭୁକ୍ତ । ଭାରତକୁ ବିଶ୍ୱସ୍ତରରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆମେ ମେଗା ବନ୍ଦର, ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି କ୍ଲଷ୍ଟର ଭଳି ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛୁ ।

ସାଥୀମାନେ,

କେରଳରେ ଆଜି ଉଦ୍ ଘାଟିତ ହୋଇଥିବା ତିନୋଟି ପ୍ରକଳ୍ପ ସାମୁଦ୍ରିକ କ୍ଷେତ୍ରରେ ଏହି ଅଞ୍ଚଳର ଉପସ୍ଥିତିକୁ ଆହୁରି ବଢ଼ାଇବ। ନୂତନ ଭାବେ ପ୍ରଚଳନ ହୋଇଥିବା ଶୁଖିଲା ଡକ୍ ଭାରତ ପାଇଁ ଜାତୀୟ ଗୌରବର ଉତ୍ସ। ଏହାର ନିର୍ମାଣ କେବଳ ବଡ଼ ବଡ଼ ଜାହାଜ ଏବଂ ଜାହାଜର ଡକିଂକୁ ସକ୍ଷମ କରେ ନାହିଁ ବରଂ ଜାହାଜ ନିର୍ମାଣ ଏବଂ ମରାମତି କାର୍ଯ୍ୟକଳାପକୁ ମଧ୍ୟ ସହଜ କରେ, ଯାହା ବିଦେଶ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିଥାଏ । ଏହି ପଦକ୍ଷେପ ପୂର୍ବରୁ ବିଦେଶକୁ ପଠାଯାଇଥିବା ପାଣ୍ଠିକୁ ଦେଶକୁ ପୁନଃନିର୍ଦ୍ଦେଶିତ କରିବ, ଯାହା ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି କ୍ଷେତ୍ରରେ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବ ।

 

ସାଥୀମାନେ,

ଆଜି ଅନ୍ତର୍ଜାତୀୟ ଜାହାଜ ମରାମତି ସୁବିଧା ମଧ୍ୟ ଉଦଘାଟିତ ହୋଇଛି। ଏହି ପ୍ରକଳ୍ପ କୋଚିକୁ ଭାରତ ଏବଂ ଏସିଆର ଏକ ପ୍ରମୁଖ ଜାହାଜ ମରାମତି କେନ୍ଦ୍ର ଭାବରେ ଅବସ୍ଥାପିତ କରିଛି | ଏହି ପ୍ରକଳ୍ପ ସହିତ କୋଚି ଭାରତ ଏବଂ ଏସିଆର ଏକ ପ୍ରମୁଖ ଜାହାଜ ମରାମତି କେନ୍ଦ୍ର ହେବାକୁ ଯାଉଛି | ଆଇଏନ୍ଏସ୍ ବିକ୍ରାନ୍ତ ନିର୍ମାଣ ସମୟରେ କେତେ ଏମ୍ ଏସ୍ ଏମ୍ ଇକୁ ସମର୍ଥନ ମିଳିଥିଲା ତାହା ଆମେ ଦେଖିଛୁ। ସେହିଭଳି ଜାହାଜ ନିର୍ମାଣ ଓ ମରାମତି ପାଇଁ ଗୁରୁତ୍ୱପୂର୍ଣ୍ଣ ସୁବିଧା ସୁଯୋଗ ସୃଷ୍ଟି ହେବା ସହ ଏମଏସଏମଇ ପାଇଁ ଏକ ନୂଆ ଇକୋସିଷ୍ଟମ ବିକଶିତ କରାଯାଉଛି । ନବନିର୍ମିତ ଏଲପିଜି ଆମଦାନୀ ଟର୍ମିନାଲ କୋଚି, କୋଏମ୍ବାଟୁର, ଇରୋଡ, ସାଲେମ, କାଲିକଟ, ମଦୁରାଇ ଏବଂ ତ୍ରିଚିର ଏଲପିଜି ଆବଶ୍ୟକତା ପୂରଣ କରିବ ଏବଂ ଏହି ଅଞ୍ଚଳରେ ଶିଳ୍ପ ଏବଂ ଅର୍ଥନୈତିକ ବିକାଶକୁ ସମର୍ଥନ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସାଥୀମାନେ,

ଆଧୁନିକ ଓ ସବୁଜ ଜ୍ଞାନକୌଶଳରେ ସଜ୍ଜିତ 'ମେଡ୍ ଇନ୍ ଇଣ୍ଡିଆ' ଜାହାଜ ଉତ୍ପାଦନ କ୍ଷେତ୍ରରେ କୋଚିନ୍ ଶିପୟାର୍ଡ ଏବେ ଅଗ୍ରଣୀ ସ୍ଥାନରେ ରହିଛି। କୋଚି ୱାଟର ମେଟ୍ରୋ ପାଇଁ ନିର୍ମିତ ହୋଇଥିବା ବୈଦ୍ୟୁତିକ ଜାହାଜ ଗୁଡ଼ିକ ପ୍ରଶଂସନୀୟ । ଅଯୋଧ୍ୟା, ବାରଣାସୀ, ମଥୁରା ଓ ଗୌହାଟୀ ପାଇଁ ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଯାତ୍ରୀବାହୀ ବିମାନ ମଧ୍ୟ ଏଠାରେ ନିର୍ମାଣ କରାଯାଉଛି। ତେଣୁ କୋଚିନ୍ ଶିପୟାର୍ଡ ଦେଶର ସହରଗୁଡ଼ିକରେ ଆଧୁନିକ ଏବଂ ସବୁଜ ଜଳ ଯୋଗାଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ମୋତେ ସୂଚନା ଦିଆଯାଇଛି ଯେ ଆପଣ ନିକଟରେ ନରୱେକୁ 'ଜିରୋ ଏମିସନ୍ ଇଲେକ୍ଟ୍ରିକ୍ କାର୍ଗୋ ଫେରି' ପ୍ରଦାନ କରିଛନ୍ତି। ହାଇଡ୍ରୋଜେନ ଇନ୍ଧନରେ ଚାଲୁଥିବା ବିଶ୍ୱର ପ୍ରଥମ ଫିଡର କଣ୍ଟେନର ଜାହାଜ ର ନିର୍ମାଣ କାର୍ଯ୍ୟ ଆମର 'ମେକ୍ ଇନ୍ ଇଣ୍ଡିଆ - ମେକ୍ ଫର୍ ଦି ୱାର୍ଲ୍ଡ'ର ଲକ୍ଷ୍ୟ ସହିତ ସମାନ। ଭାରତକୁ ହାଇଡ୍ରୋଜେନ ଇନ୍ଧନ ଭିତ୍ତିକ ପରିବହନ ଦିଗରେ ପ୍ରୋତ୍ସାହିତ କରିବା ର ଆମର ମିଶନକୁ ଆଗକୁ ବଢ଼ାଉଛି କୋଚିନ ଶିପୟାର୍ଡ । ମୋର ବିଶ୍ୱାସ ଯେ ଖୁବ ଶୀଘ୍ର ଦେଶକୁ ସ୍ୱଦେଶୀ ହାଇଡ୍ରୋଜେନ ଇନ୍ଧନ ସେଲ ଫେରି ମଧ୍ୟ ମିଳିବ ।

 

ସାଥୀମାନେ,

ଆମର ମତ୍ସ୍ୟଜୀବୀମାନେ ବ୍ଲୁ ଇକୋନୋମି ଏବଂ ବନ୍ଦର-ନେତୃତ୍ୱାଧୀନ ବିକାଶରେ ଅବିଚ୍ଛେଦ୍ୟ ଅଟନ୍ତି । ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ମାଛ ଧରିବା ପାଇଁ ଆଧୁନିକ ଭିତ୍ତିଭୂମିର ସକ୍ରିୟ ବିକାଶ କରୁଛି। ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଅତ୍ୟାଧୁନିକ ଡଙ୍ଗା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀମାନଙ୍କୁ ସବସିଡି ପ୍ରଦାନ କରୁଛନ୍ତି। କୃଷକଙ୍କ ଭଳି ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡର ସୁବିଧା ପ୍ରଦାନ କରାଯାଇଛି | ଏଭଳି ପ୍ରୟାସ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଉଭୟ ମାଛ ଉତ୍ପାଦନ ଓ ରପ୍ତାନି ବହୁଗୁଣିତ ବୃଦ୍ଧି ପାଇଛି କେନ୍ଦ୍ର ସରକାର ଏବେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣରେ ଭାରତର ଅଂଶ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ଭବିଷ୍ୟତରେ ଆମ ମତ୍ସ୍ୟଜୀବୀଙ୍କ ଆୟ ରେ ଯଥେଷ୍ଟ ବୃଦ୍ଧି ଘଟିବ ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆସିବ । କେରଳର ଦ୍ରୁତ ବିକାଶ କାମନା କରି ମୁଁ ପୁଣି ଥରେ ଏହି ନୂତନ ପ୍ରକଳ୍ପ ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi