ଭାରତ ତାହାର ମୁକ୍ତି ସଂଗ୍ରାମୀଙ୍କୁ ଭୁଲିବ ନାହିଁ: ପ୍ରଧାନମନ୍ତ୍ରୀ
ଗତ ୬ ବର୍ଷ ମଧ୍ୟରେ ଅକୀର୍ତ୍ତିତ ନାୟକମାନଙ୍କର ଇତିହାସକୁ ସଂରକ୍ଷିତ କରିବା ପାଇଁ ସଚେତନ ଉଦ୍ୟମ ଜାରି ରହିଛି: ଶ୍ରୀ ମୋଦୀ
ଆମେ ଆମର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପରମ୍ପରା ପାଇଁ ଗର୍ବିତ: ପ୍ରଧାନମନ୍ତ୍ରୀ

ମଞ୍ଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରହଲ୍ଲାଦ ପଟେଲ ମହାଶୟ, ଲୋକସଭାର ମୋର ସାଥୀ ସାଂସଦ ଶ୍ରୀ ସି.ଆର ପାଟିଲ ମହାଶୟ, ଅହମ୍ମଦାବାଦର ନବନିର୍ବାଚିତ ମେୟର ଶ୍ରୀମାନ କିରୀଟ ସିଂହ ଭାଇ, ସାବରମତୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ କାର୍ତିକେୟ ସାରାଭାଇ ମହାଶୟ ଏବଂ ସାବରମତୀ ଆଶ୍ରମ ପାଇଁ ଯେଉଁମାନଙ୍କର ଜୀବନ ସମର୍ପିତ ଆଦରଣୀୟ ଅମୃତ ମୋଦୀ ମହାଶୟ, ସାରା ଦେଶରୁ ଆମ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଏବଂ ମୋର ଯୁବ ସାଥୀଗଣ!

ଆଜି ସକାଳେ ଯେତେବେଳେ ମୁଁ ଦିଲ୍ଲୀରୁ ବାହାରିଲି, ତେବେ ବହୁତ ଅଦ୍ଭୁତ ସଂଯୋଗ ଘଟିଥିଲା। ଅମୃତ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ଆଜି ଦେଶର ରାଜଧାନୀରେ ଅମୃତ ବର୍ଷା ମଧ୍ୟ ହୋଇଛି ଏବଂ ବରୁଣ ଦେବ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହା ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆମେ ସ୍ୱାଧୀନ ଭାରତର ଏହି ଐତିହାସିକ ସମୟର ସାକ୍ଷୀ ପାଲଟୁଛେ । ଆଜି ଦାଣ୍ଡି ଯାତ୍ରାର ପୂର୍ତି ଅବସରରେ ଆମେ ବାପୁଙ୍କର ଏହି କର୍ମସ୍ଥଳୀରେ ଇତିହାସ ସୃଷ୍ଟି ହେଉଥିବା ଦେଖି ପାରୁଛେ ଏବଂ ଇତିହାସର ଅଂଶ ମଧ୍ୟ ହୋଇ ପାରୁଛେ । ଆଜି ସ୍ୱାଧୀନତାର ଅମୃତ ମହୋତ୍ସବର ପ୍ରାରମ୍ଭ ହେଉଛି, ହେଉଛି ପ୍ରଥମ ଦିନ । ଅମୃତ ମହୋତ୍ସବ 15 ଅଗଷ୍ଟ 2022 ର ୭୫ ସପ୍ତାହ ପୂର୍ବରୁ ଆଜି ଆରମ୍ଭ ହୋଇଛି ଏବଂ 15 ଅଗଷ୍ଟ 2023 ପର୍ଯ୍ୟନ୍ତ ଚାଲିବ। ଆମର ଏଠାରେ ମାନ୍ୟତା ରହିଛି ଯେ ଯେତେବେଳେ ଏଭଳି କୌଣସି ଅବସର ଆସିଥାଏ, ସେତେବେଳେ ସମଗ୍ର ତୀର୍ଥର ଏକ ସଙ୍ଗେ ସଙ୍ଗମ ହୋଇଥାଏ । ଆଜି ଗୋଟିଏ ରାଷ୍ଟ୍ର ଭାବେ ଭାରତ ପାଇଁ ମଧ୍ୟ ହେଉଛି ଏଭଳି ପବିତ୍ର ଅବସର। ଆଜି ଆମ ସ୍ୱାଧୀନତା ସଂଗ୍ରାମର କେତେ ପୁଣ୍ୟତୀର୍ଥ, କେତେ ପବିତ୍ର କେନ୍ଦ୍ର, ସାବରମତୀ ଆଶ୍ରମ ସହିତ ସାମିଲ ହେଉଛନ୍ତି ।

ସ୍ୱାଧୀନତା ସଂଗ୍ରାମର ପରାକାଷ୍ଠାକୁ ପ୍ରଣାମ କରିଥିବା ଆଣ୍ଡାମାନର ସେଲ୍ୟୁଲାର ଜେଲ, ଅରୁଣାଚଳ ପ୍ରଦେଶରୁ ‘ଆଂଗ୍ଲୋ-ଇଣ୍ଡିଆନ ଯୁଦ୍ଧ’ର ସାକ୍ଷୀ କେକର ମୋନିଗ୍ନର ମାଟି, ମୁମ୍ବଇର ଅଗଷ୍ଟ କ୍ରାନ୍ତୀ ମୈଦାନ, ପଞ୍ଜାବର ଜାଲିୟାଁୱାଲା ବାଗ, ଉତ୍ତର ପ୍ରଦେଶର ମେରଠ୍‍, କାକୋରୀ ଏବଂ ଝାନ୍ସୀ, ସାରା ଦେଶର ଏଭଳି କେତେ ହିଁ ତୀର୍ଥ ସ୍ଥାନରେ ଆଜି ଏକ ସମୟରେ ଅମୃତ ମହୋତ୍ସବର ଶୁଭାରମ୍ଭ ହେଉଛି । ଏଭଳି ଲାଗୁଛି ଯେପରି ସ୍ୱାଧୀନତାର ଅସଂଖ୍ୟ ସଂଘର୍ଷ, ଅସଂଖ୍ୟ ବଳିଦାନର ଏବଂ ଅସଂଖ୍ୟ ତପସ୍ୟାର ଉର୍ଜ୍ଜା ସମଗ୍ର ଭାରତରେ ଏକ ସଙ୍ଗେ ପୁନଃଜାଗୃତ ହେଉଛି । ମୁଁ ଏହି ପୁଣ୍ୟ ଅବସରରେ ବାପୁଙ୍କ ଚରଣରେ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ମୁଁ ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜକୁ ନିଜେ ଆହୁତ କରିଥିବା, ଦେଶକୁ ନେତୃତ୍ୱ ଦେଇଥିବା ସମସ୍ତ ମହାନ ବିଭୁତିମାନଙ୍କ ଚରଣରେ ଆଦରପୂର୍ବକ ପ୍ରଣାମ କରୁଛି, ସେମାନଙ୍କୁ କୋଟି-କୋଟି ବନ୍ଦନା କରୁଛି । ମୁଁ ସେହି ସମସ୍ତ ବୀର ଯବାନମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ସ୍ୱାଧୀନତା ପରେ ମଧ୍ୟ ରାଷ୍ଟ୍ରରକ୍ଷାର ପରମ୍ପରାକୁ ଜୀବିତ ରଖିଛନ୍ତି, ଦେଶର ରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଶହୀଦ ହୋଇଛନ୍ତି । ଯେଉଁ ପୁଣ୍ୟ ଆତ୍ମାମାନେ ସ୍ୱାଧୀନ ଭାରତର ପୁନଃନିର୍ମାଣରେ, ପ୍ରଗତିର ଗୋଟିଏ ଗୋଟିଏ ଇଟା ରଖିଲେ, 75 ବର୍ଷରେ ଦେଶକୁ ଏ ପର୍ଯ୍ୟନ୍ତ ଆଣିଲେ, ମୁଁ ସେହି ସମସ୍ତଙ୍କର ଚରଣରେ ମଧ୍ୟ ନିଜର ପ୍ରଣାମ ଜଣାଉଛି।

ସାଥୀଗଣ,

ଯେତେବେଳେ ଆମେ ପରାଧୀନତାର ସେହି ସମୟକୁ କଳ୍ପନା କରୁଛେ, ଯେଉଁଠାରେ କୋଟି-କୋଟି ଲୋକ ଶତାବ୍ଦୀ-ଶତାବ୍ଦୀ ଧରି ସ୍ୱାଧୀନତାର ଏକ ସକାଳର ପ୍ରତୀକ୍ଷା କରୁଥିଲେ, ସେତେବେଳେ ଏହି ଅନୁଭବ ଆହୁରି ବଢ଼ି ଯାଇଥିଲା ଯେ ସ୍ୱାଧୀନତାର 75 ବର୍ଷର ସୁଯୋଗ ହେଉଛି କେତେ ଐତିହାସିକ, ହେଉଛି କେତେ ଗୌରବଶାଳୀ । ଏହି ପର୍ବରେ ଶାଶ୍ୱତ ଭାରତର ପରମ୍ପରା ମଧ୍ୟ ରହିଛି, ସ୍ୱାଧୀନତା ସଂଗ୍ରାମର ପ୍ରତିଛବି ମଧ୍ୟ ରହିଛି, ଏବଂ ସ୍ୱାଧୀନ ଭାରତକୁ ଗୌରବାନ୍ୱିତ କରୁଥିବା ପ୍ରଗତି ମଧ୍ୟ ରହିଛି । ଏଥିପାଇଁ, ଏବେ ଆପଣଙ୍କ ସାମ୍ନାରେ ଯେଉଁ ଉପସ୍ଥାପନା ରଖାଗଲା, ସେଥିରେ ଅମୃତ ମହୋତ୍ସବର 5ଟି ସ୍ତମ୍ଭ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସ୍ୱାଧୀନତା ସଂଗ୍ରାମ, 75 ବର୍ଷର ଚିନ୍ତାଧାରା, 75 ବର୍ଷର ଉପଲବ୍ଧି, 75 ବର୍ଷର କାର୍ଯ୍ୟ, ଏବଂ 75 ବର୍ଷରେ ସଂକଳ୍ପ, ଏହି ପାଞ୍ଚ ସ୍ତମ୍ଭ ସ୍ୱାଧୀନତା ସଂଗ୍ରାମ ସହିତ ସ୍ୱାଧୀନ ଭାରତର ସ୍ୱପ୍ନ ଏବଂ କର୍ତବ୍ୟକୁ ଦେଶ ସାମ୍ନାରେ ରଖି ଆଗକୁ ବଢ଼ିବାର ପ୍ରେରଣା ଦେବ । ଏହି ସନ୍ଦେଶର ଆଧାରରେ ଆଜି ଅମୃତ ମହୋତ୍ସବର ୱେବସାଇଟ ସହିତ ଚରଖା ଅଭିଯାନ ଏବଂ ଆତ୍ମନିର୍ଭର ଉନ୍ମେଷକେନ୍ଦ୍ର (ଇନକ୍ୟୁବେଟର)ର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଭାଇ ଓ ଭଉଣୀମାନେ,

ଇତିହାସ ସାକ୍ଷୀ ରହିଛି, ଯେ କୌଣସି ରାଷ୍ଟ୍ରର ଗୌରବ ସେତେବେଳେ ଜାଗ୍ରତ ରହିଥାଏ, ଯେତେବେଳେ ସେ ନିଜର ସ୍ୱାଭିମାନ ଏବଂ ବଳିଦାନର ପରମ୍ପରାକୁ ଆଗାମୀ ପିଢ଼ୀଙ୍କୁ ମଧ୍ୟ ଶିଖାଇଥାଏ, ସଂସ୍କାରିତ କରିଥାଏ, ସେମାନଙ୍କୁ ଏଥିପାଇଁ ନିରନ୍ତର ପ୍ରେରଣା ଦେଇଥାଏ। କୌଣସି ରାଷ୍ଟ୍ରର ଭବିଷ୍ୟତ ସେତେବେଳେ ଉଜ୍ଜ୍ୱଳ ହୋଇଥାଏ, ଯେତେବେଳେ ସେ ନିଜ ଅତୀତର ଅନୁଭବ ଏବଂ ପରମ୍ପରାର ଗର୍ବ ସହିତ ପ୍ରତିକ୍ଷଣ ଯୋଡି ହୋଇ ରହିଥାଏ । ପୁଣି ଭାରତ ପାଖରେ ଗର୍ବ କରିବାର ଅଗାଧ ଭଣ୍ଡାର ରହିଛି, ସମୃଦ୍ଧ ଇତିହାସ ରହିଛି, ଚେତନାମୟ ସାଂସ୍କୃତିକ ପରମ୍ପରା ରହିଛି । ଏଥିପାଇଁ ସ୍ୱାଧୀନତାର 75 ବର୍ଷର ଏହି ଅବସର ଏକ ଅମୃତ ଭଳି ବର୍ତ୍ତମାନର ପିଢୀକୁ ପ୍ରାପ୍ତ ହେବ । ଏକ ଏଭଳି ଅମୃତ ଯାହା ଆମକୁ ପ୍ରତିକ୍ଷଣ ଦେଶ ପାଇଁ ବଞ୍ଚିବା, ଦେଶ ପାଇଁ କିଛି କରିବା ନିମନ୍ତେ ପ୍ରେରଣା ଦେବ।

ସାଥୀଗଣ,

ଆମର ବେଦଗୁଡ଼ିକର ବାକ୍ୟ ହେଉଛି- ମୃତ୍ୟୋଃ ମୁକ୍ଷୀୟ ମାମୃତାତ୍‍। ଅର୍ଥାତ, ଆମେ ଦୁଃଖ, କଷ୍ଟ, କ୍ଳେଶ ଏବଂ ବିନାଶରୁ ବାହାରି ଅମୃତ ଆଡ଼କୁ ବଢ଼ିବା, ଅମରତା ଆଡକୁ ବଢ଼ିବା । ଏହି ସଂକଳ୍ପ ମଧ୍ୟ ହେଉଛି ସ୍ୱାଧୀନତାର ଏହି ଅମୃତ ମହୋତ୍ସବ । ସ୍ୱାଧୀନତାର ଅମୃତ ମହୋତ୍ସବ ଅର୍ଥାତ ସ୍ୱାଧୀନତାର ଉର୍ଜ୍ଜାର ଅମୃତ, ସ୍ୱାଧୀନତାର ଅମୃତ ମହୋତ୍ସବ ଅର୍ଥାତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରେରଣାର ଅମୃତ । ସ୍ୱାଧୀନତାର ଅମୃତ ମହୋତ୍ସବ ଅର୍ଥାତ - ନୂତନ ବିଚାରର ଅମୃତ। ନୂତନ ସଂକଳ୍ପର ଅମୃତ। ସ୍ୱାଧୀନତାର ଅମୃତ ମହୋତ୍ସବ ଅର୍ଥାତ- ଆତ୍ମନିର୍ଭରତାର ଅମୃତ । ଆଉ ଏଥିପାଇଁ, ଏହି ମହୋତ୍ସବ ରାଷ୍ଟ୍ରର ଜାଗରଣର ହେଉଛି ମହୋତ୍ସବ। ଏହି ମହୋତ୍ସବ ହେଉଛି, ସୁରାଜ୍ୟର ସ୍ୱପ୍ନକୁ ପୂରଣ କରିବାର ମହୋତ୍ସବ। ଏହି ମହୋତ୍ସବ ହେଉଛି, ବିଶ୍ୱ ଶାନ୍ତିର, ବିକାଶର ମହୋତ୍ସବ।

ସାଥୀଗଣ,

ଅମୃତ ମହୋତ୍ସବର ଶୁଭାରମ୍ଭ ଦାଣ୍ଡିଯାତ୍ରା ଦିନ ହେଉଛି । ସେହି ଐତିହାସିକ କ୍ଷଣକୁ ପୁନର୍ଜିବିତ କରିବା ପାଇଁ ଏକ ଯାତ୍ରା ମଧ୍ୟ ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଅଦ୍ଭୁତ ସଂଯୋଗ ହେଉଛି ଯେ ଦାଣ୍ଡି ଯାତ୍ରାର ପ୍ରଭାବ ଏବଂ ସନ୍ଦେଶ ମଧ୍ୟ ହେଉଛି ସେହିଭଳି, ଯାହା ଆଜି ଦେଶ ଅମୃତ ମହୋତ୍ସବ ମାଧ୍ୟମରେ ନେଇ ଆଗକୁ ବଢ଼ୁଛି । ଗାନ୍ଧିଜୀଙ୍କର ଏହି ଗୋଟିଏ ଯାତ୍ରା ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ପ୍ରେରଣା ସହିତ ଜନ-ଜନଙ୍କୁ ଯୋଡି ଦେଇଥିଲା। ଏହି ଗୋଟିଏ ଯାତ୍ରାରୁ ନିଜ ସ୍ୱାଧୀନତାକୁ ନେଇ ଭାରତର ଦୃଷ୍ଟିଭଙ୍ଗୀ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା । ଏଭଳି ଐତିହାସିକ ଏବଂ ଏହା ଏଭଳି କାରଣ, ବାପୁଙ୍କ ଦାଣ୍ଡି ଯାତ୍ରାରେ ସ୍ୱାଧୀନତାର ଆଗ୍ରହ ସହିତ ଭାରତର ସ୍ୱଭାବ ଏବଂ ଭାରତର ସଂସ୍କାରଗୁଡ଼ିକର ମଧ୍ୟ ସମାବେଶ ଥିଲା।

ଆମର ଏଠାରେ ଲୁଣକୁ ମଧ୍ୟ ତାହାର ମୂଲ୍ୟ ସହିତ ତୁଳନା କରାଯାଏ ନାହିଁ । ଆମର ଏଠାରେ ଲୁଣର ଅର୍ଥ ହେଉଛି–ସଚ୍ଚୋଟତା। ଆମର ଏଠାରେ ଲୁଣର ଅର୍ଥ ହେଉଛି – ବିଶ୍ୱାସ। ଆମର ଏଠାରେ ଲୁଣର ଅର୍ଥ ହେଉଛି- ବିଶ୍ୱାସନୀୟତା । ଆମେ ଆଜି ମଧ୍ୟ କହୁଛେ ଯେ ଆମେ ଦେଶର ଲୁଣ ଖାଇଛୁ । ଏହା ଏଥିପାଇଁ ନୁହେଁ, କାରଣ ଲୁଣ କୌଣସି ବହୁତ ମୂଲ୍ୟବାନ ଜିନିଷ ନୁହେଁ । ଏହା ଏଥିପାଇଁ କାରଣ ଲୁଣ ଆମର ଏଠାରେ ହେଉଛି ଶ୍ରମ ଏବଂ ସମାନତାର ପ୍ରତୀକ । ସେହି ସମୟରେ ଲୁଣ ଭାରତର ଆତ୍ମନିର୍ଭରତାର ଏକ ପ୍ରତୀକ ଥିଲା। ଇଂରେଜମାନେ ଭାରତର ଏହି ମୂଲ୍ୟବୋଧ ସହିତ, ଏହି ଆତ୍ମନିର୍ଭରତା ଉପରେ ମଧ୍ୟ ପ୍ରହାର କରିଥିଲେ । ଭାରତର ଲୋକମାନଙ୍କୁ ଇଂଲଣ୍ଡରୁ ଆସୁଥିବା ଲୁଣ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଗାନ୍ଧିଜୀ ଦେଶର ଏହି ପୁରୁଣା କଷ୍ଟକୁ ବୁଝିଲେ, ଜନ-ଜନ ସହିତ ଜଡ଼ିତ ସେହି ଶିରା-ପ୍ରଶିରାକୁ ଧରିଲେ। ଆଉ ଦେଖୁ-ଦେଖୁ ଏହି ଆନ୍ଦୋଳନ ପ୍ରତ୍ୟେକ ଭାରତୀୟଙ୍କ ଆନ୍ଦୋଳନ ପାଲଟିଗଲା, ପ୍ରତ୍ୟେକ ଭାରତୀୟଙ୍କ ସଂକଳ୍ପ ହୋଇଗଲା।

ସାଥୀଗଣ,

ଏହିଭଳି ସ୍ୱାଧୀନତା ସଂଗ୍ରାମରେ ଭିନ୍ନ-ଭିନ୍ନ ସଂଗ୍ରାମଗୁଡ଼ିକର, ଭିନ୍ନ-ଭିନ୍ନ ଘଟଣାଗୁଡ଼ିକ ମଧ୍ୟ ହେଉଛି ନିଜର ପ୍ରେରଣା, ହେଉଛି ନିଜର ସନ୍ଦେଶ, ଯାହାକୁ ଆଜି ଭାରତ ଗ୍ରହଣ କରି ଆଗକୁ ବଢ଼ି ପାରିବ। 1857ର ସ୍ୱାଧୀନତା ସଂଗ୍ରାମ, ମହାତ୍ମାଗାନ୍ଧିଙ୍କ ବିଦେଶରୁ ପ୍ରତ୍ୟାବର୍ତନ, ଦେଶକୁ ସତ୍ୟାଗ୍ରହର ଶକ୍ତି ପୁଣି ମନେପକାଇବା, ଲୋକମାନ୍ୟ ତିଳକଙ୍କ ପୂର୍ଣ୍ଣ ସ୍ୱରାଜ୍ୟର ଆହ୍ୱାନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଆଜାଦ ହିନ୍ଦ ଫୌଜର ଦିଲ୍ଲୀ ଯାତ୍ରା, ଦିଲ୍ଲୀ ଚଲେ, ଏହି ସ୍ଳୋଗାନ ଆଜି ମଧ୍ୟ ହିନ୍ଦୁସ୍ତାନ ଭୁଲି ପାରିବ ନାହିଁ ? 1942ର ଅବିସ୍ମରଣୀୟ ଆନ୍ଦୋଳନ ଇଂରେଜ ଭାରତ ଛାଡର ସେହି ଉଦଘୋଷ ଏଭଳି କେତେ ଅଗଣିତ ସୋପାନ ଅଛି ଯେଉଁଥିରୁ ଆମେ ପ୍ରେରଣା ନେଉଛେ, ଶକ୍ତି ନେଉଛେ । ଏଭଳି କେତେ ପୂଣ୍ୟାତ୍ମା ସଂଗ୍ରାମୀ ଅଛନ୍ତି ଯେଉଁମାନଙ୍କ ପ୍ରତି ଦେଶ ପ୍ରତିଦିନ ନିଜର କୃତଜ୍ଞତା ବ୍ୟକ୍ତ କରୁଛି।

1957ର ବିପ୍ଳବର ମଙ୍ଗଳ ପାଣ୍ଡେ, ତାନ୍ତ୍ୟା ଟୋପେଙ୍କ ଭଳି ବୀର ହୁଅନ୍ତୁ, ଇଂରେଜମାନଙ୍କୁ ସେନାବାହିନୀ ସମ୍ମୁଖରେ ନିର୍ଭିକ ଗର୍ଜନ କରୁଥିବା ରାଣୀ ଲକ୍ଷ୍ମୀବାଈ ହୁଅନ୍ତୁ, କିନ୍ନୁରର ରାଣୀ ଚେନ୍ନମା ହୁଅନ୍ତୁ, ରାଣୀ ଗାଇଡିନ୍ଲ୍ୟୁ ହୁଅନ୍ତୁ, ଚନ୍ଦ୍ରଶେଖର ଆଜାଦ, ରାମପ୍ରସାଦ ବିସ୍ମିଲ, ଭଗତ ସିହଂ, ସୁଖଦେବ, ରାଜଗୁରୁ, ଅଶଫାକଉଲ୍ଲା ଖାଁ, ଗୁରୁ ରାମ ସିଂହ, ଟିଟୁସ ମହାଶୟ, ପଲ ରାମାସାମୀଙ୍କ ଭଳି ବୀର ହୁଅନ୍ତୁ, କିମ୍ବା ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର, ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଖାନ ଅବ୍ଦୁଲ ଗଫର ଖାନ, ବୀର ସାଭରକରଙ୍କ ଭଳି ଅଗଣିତ ଜନନାୟକ ! ଏହି ସମସ୍ତ ମହାନ ବ୍ୟକ୍ତିତ୍ୱ ସ୍ୱାଧୀନତାର ଆନ୍ଦୋଳନର ହେଉଛନ୍ତି ପଥ ପ୍ରଦର୍ଶକ । ଆଜି ଏମାନଙ୍କର ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ ଆମେ ସାମୁହିକ ସଂକଳ୍ପ ନେଉଛୁ, ସେମାନଙ୍କଠାରୁ ପ୍ରେରଣା ନେଉଛୁ।

ସାଥୀଗଣ,

ଆମ ସ୍ୱାଧୀନତା ସଂଗ୍ରାମରେ ଏମିତି ମଧ୍ୟ କେତେ ଆନ୍ଦୋଳନ ଅଛି, କେତେ ହିଁ ସଂଘର୍ଷ ରହିଛି ଯାହା ଦେଶ ସମ୍ମୁଖରେ ସେହି ରୂପରେ ଆସି ନାହିଁ ଯେଭଳି ରୂପରେ ଆସିବା ଦରକାର ଥିଲା। ଏହି ପ୍ରତ୍ୟେକଟି ସଂଗ୍ରାମ, ସଂଘର୍ଷ ନିଜକୁ ନିଜ ମଧ୍ୟରେ ହେଉଛି ଭାରତର ଅସତ୍ୟ ବିରୁଦ୍ଧରେ ସତ୍ୟର ସଶକ୍ତ ଘୋଷଣା, ଏହି ପ୍ରତ୍ୟେକଟି ସଂଗ୍ରାମ ହେଉଛି ଭାରତର ସ୍ୱାଧୀନ ସ୍ୱଭାବର ପ୍ରମାଣ, ଏହି ସଂଗ୍ରାମ ଏହି କଥାର ମଧ୍ୟ ସାକ୍ଷାତ ପ୍ରମାଣ ହେଉଛି ଯେ ଅନ୍ୟାୟ, ଶୋଷଣ ଏବଂ ହିଂସା ବିରୁଦ୍ଧରେ ଭାରତର ଯେଉଁ ଚେତନା ଭଗବାନ ରାମଚନ୍ଦ୍ର ଯୁଗରେ ଥିଲା, ମହାଭାରତର କୁରୁକ୍ଷେତ୍ରରେ ଥିଲା, ହଳଦୀଘାଟର ରଣଭୂମିରେ ଥିଲା, ଶିବାଜୀଙ୍କ ଉଦଘୋଷରେ ଥିଲା, ସେହି ଶାଶ୍ୱତ ଚେତନା, ସେହି ଅଦମ୍ୟ ଶୌର୍ଯ୍ୟ, ଭାରତର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ସମାଜ ସ୍ୱାଧୀନତାର ଲଢ଼େଇରେ ନିଜ ଭିତରେ ପ୍ରଜ୍ଜ୍ୱଳିତ କରି ରଖିଥିଲେ। ଜନନୀ ଜନ୍ମଭୂମିଶ୍ଚ, ସ୍ୱର୍ଗାଦପୀ ଗରୀୟସୀ, ଏହି ମନ୍ତ୍ର ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ।

ଆପଣମାନେ ଦେଖନ୍ତୁ ଆମର ଏହି ଇତିହାସକୁ, କୋଲ ଆନ୍ଦୋଳନ ହେଉ କିମ୍ବା ‘ହୋ ସଂଘର୍ଷ’, ଖାସୀ ଆନ୍ଦୋଳନ ହେଉ କିମ୍ବା ସଂଥାଲ କ୍ରାନ୍ତି, କଛୋହା କଛାର ନାଗା ସଂଘର୍ଷ ହେଉ କିମ୍ବା କୁକା ଆନ୍ଦୋଳନ, ଭୀଲା ଆନ୍ଦୋଳନ ହେଉ କିମ୍ବା ମୁଣ୍ଡା କ୍ରାନ୍ତି, ସନ୍ନ୍ୟାସୀ ଆନ୍ଦୋଳନ ହେଉ କିମ୍ବା ରମୋସୀ ସଂଘର୍ଷ, କିତୁର ଆନ୍ଦୋଳନ, ତ୍ରାବଣକୋର ଆନ୍ଦୋଳନ, ବାରଦୋଳି ସତ୍ୟାଗ୍ରହ, ଚମ୍ପାରଣ ସତ୍ୟାଗ୍ରହ, ସମ୍ବଲପୁର ସଂଘର୍ଷ, ଚୁଆର ସଂଘର୍ଷ, ବୁନ୍ଦେଲ ସଂଘର୍ଷ, ଏଭଳି କେତେ ହିଁ ସଂଘର୍ଷ ଏବଂ ଆନ୍ଦୋଳନ ଦେଶର ପ୍ରତ୍ୟେକ ଭୂଭାଗକୁ , ପ୍ରତ୍ୟେକ କାଳଖଣ୍ଡରେ ସ୍ୱାଧୀନତାର ଜ୍ୟୋତିରେ ପ୍ରଜ୍ଜ୍ୱଳିତ ରଖିଲେ। ଏହି ସମୟରେ ଆମର ଶିଖ ଗୁରୁଙ୍କ ପରମ୍ପରା ଦେଶର ସଂସ୍କୃତି, ନିଜର ଆମର ରୀତି-ନୀତିର ରକ୍ଷା କରିବା ପାଇଁ, ଆମକୁ ନୂତନ ଉର୍ଜ୍ଜା ପ୍ରଦାନ କଲେ, ପ୍ରେରଣା ଦେଲେ, ତ୍ୟାଗ ଏବଂ ବଳିଦାନର ରାସ୍ତା ଦେଖାଇଲେ। ଆଉ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷ ରହିଛି, ଯାହାକୁ ଆମେ ବାରମ୍ବାର ମନେ ପକାଇବା ଦରକାର।

ସାଥୀଗଣ,

ସ୍ୱାଧୀନତାର ଆନ୍ଦୋଳନର ଏହି ଜ୍ୟୋତିକୁ ନିରନ୍ତର ଜାଗ୍ରତ କରିବାର କାର୍ଯ୍ୟ, ପୂର୍ବ-ପଶ୍ଚିମ-ଉତର-ଦକ୍ଷିଣ, ପ୍ରତ୍ୟେକ ଦିଗରେ, ପ୍ରତ୍ୟେକ କ୍ଷେତ୍ରରେ, ଆମ ସନ୍ଥମାନେ, ମହନ୍ତମାନେ, ଆଚାର୍ଯ୍ୟମାନେ ନିରନ୍ତର ଭାବେ କରିଥିଲେ । ଗୋଟିଏ ପ୍ରକାରରେ ଭକ୍ତି ଆନ୍ଦୋଳନ ରାଷ୍ଟ୍ରବ୍ୟାପୀ ସ୍ୱାଧୀନତାର ଆନ୍ଦୋଳନର ପିଠିକା ପ୍ରସ୍ତୁତ କରିଥିଲେ । ପୂର୍ବରେ ଚୈତନ୍ୟ ମହାପ୍ରଭୁ, ରାମକୃଷ୍ଣ ପରମହଂସ ଏବଂ ଶ୍ରୀମନ୍ତ ଶଙ୍କର ଦେବଙ୍କ ଭଳି ସନ୍ଥମାନଙ୍କର ବିଚାର ସମାଜକୁ ଦିଗ ପ୍ରଦାନ କରିଥିଲା, ନିଜ ଲକ୍ଷ୍ୟରେ କେନ୍ଦ୍ରିତ କରି ରଖିଲେ। ପଶ୍ଚିମରେ ମୀରାବାଈ, ଏକନାଥ, ତୁକାରାମ, ରାମଦାସ, ନରସୀ ମେହେତା ହୁଅନ୍ତୁ, ଉତ୍ତରରେ, ସନ୍ଥ ରାମାନନ୍ଦ, କବୀରଦାସ, ଗୋସ୍ୱାମୀ ତୁଳସୀ ଦାସ, ସୁରଦାସ, ଗୁରୁ ନାନକଦେବ, ସନ୍ଥ ରୈଦାସ, ଦକ୍ଷିଣରେ ମଧ୍ୱାଚାର୍ଯ୍ୟ, ନିମ୍ବକାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ହୁଅନ୍ତୁ, ଭକ୍ତିକାଳର ଏହି ସମୟରେ ମଲିକ ମୋହମ୍ମଦ ଜାୟସୀ, ରସଖାନ, ସୁରଦାସ, କେଶବଦାସ, ବିଦ୍ୟାପତି ଭଳି ମହାନୁଭବମାନେ ନିଜର ରଚନାଗୁଡ଼ିକ ଦ୍ୱାରା ସମାଜକୁ ନିଜର ସଂସ୍କାର ପାଇଁ ପ୍ରେରଣା ଦେଲେ।

ଏଭଳି ଅନେକ ବ୍ୟକ୍ତିତ୍ୱଙ୍କ କାରଣରୁ ଏହି ଆନ୍ଦୋଳନ କ୍ଷେତ୍ରର ସୀମାରୁ ବାହାରକୁ ବାହାର କରି ସମଗ୍ର ଭାରତର ଜନ-ଜନଙ୍କୁ ଆପଣଙ୍କ ମଧ୍ୟରେ ସାଉଁଟି ନେଇଥିଲେ। ସ୍ୱାଧୀନତାର ଏହି ଅସଂଖ୍ୟ ଆନ୍ଦୋଳନରେ ଏଭଳି କେତେ ହିଁ ସଂଗ୍ରାମୀ, ସନ୍ଥ ଆତ୍ମମାନେ, ଏଭଳି ଅନେକ ବୀର ବଳିଦାନୀ ଅଛନ୍ତି ଯାହାଙ୍କର ଏକ-ଏକ ଗାଥା ନିଜକୁ ନିଜ ମଧ୍ୟରେ ଇତିହାସର ହେଉଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ! ଆମକୁ ଏହି ମହାନାୟକ, ମହାନାୟିକା, ସେମାନଙ୍କ ଜୀବନ ଇତିହାସକୁ ମଧ୍ୟ ଦେଶ ସମ୍ମୁଖରେ ପହଞ୍ଚାଇବାକୁ ପଡ଼ିବ । ଏହି ଲୋକମାନଙ୍କର ଜୀବନ ଗାଥାମାନ, ସେମାନଙ୍କ ଜୀବନର ସଂଘର୍ଷ, ଆମର ସ୍ୱାଧୀନତାର ଆନ୍ଦୋଳନର ଉତଥାନ-ପତନ, କେବେ ସଫଳତା, କେବେ ଅସଫଳତା, ଆମର ଆଜିକାର ପିଢ଼ୀଙ୍କର ଜୀବନର ପ୍ରତ୍ୟେକ ପାଠ ଶିଖାଇବ। ଏକଜୁଟତା କ’ଣ ହୋଇଥାଏ, ଲକ୍ଷ୍ୟକୁ ପ୍ରାପ୍ତ କରିବାର ଜିଦି କ’ଣ ହୋଇଥାଏ, ଜୀବବନର ପ୍ରତ୍ୟେକ ରଙ୍ଗ, ସେମାନେ ଆହୁରି ଭଲ ଭାବେ ଉନ୍ନତ ଉପାୟରେ ବୁଝିପାରିବେ।

ଭାଇ ଓ ଭଉଣୀମାନେ,

ଆପଣମାନଙ୍କର ମନେ ଥିବ, ଏହି ଭୂମିର ବୀର ସନ୍ତାନ ଶ୍ୟାମଜୀ କୃଷ୍ଣ ବର୍ମା, ଇଂରେଜମାନଙ୍କ ମାଟିରେ ରହି, ସେମାନଙ୍କ ନାକ ତଳେ, ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସ୍ୱାଧୀନତା ପାଇଁ ସଂଘର୍ଷ କରି ଚାଲିଥିଲେ । କିନ୍ତୁ ତାଙ୍କର ଅସ୍ଥିଗୁଡ଼ିକ ସାତ ଦଶକ ପର୍ଯ୍ୟନ୍ତ ଅପେକ୍ଷା କରି ଚାଲିଥିଲେ ଯେ କେବେ ସେମାନଙ୍କୁ ଭାରତମାତାର କୋଳ ଭାଗ୍ୟରେ ମିଳିବ। ଶେଷରେ, 2003 ରେ ବିଦେଶରୁ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଅସ୍ଥିଗୁଡ଼ିକୁ ନିଜ କାନ୍ଧରେ ଉଠାଇ ନେଇ ଆସିଥିଲେ। ଏଭଳି କେତେ ହିଁ ସଂଗ୍ରାମୀ ଅଛନ୍ତି, ଦେଶ ଉପରେ ନିଜର ସବୁକିଛି ସମର୍ପିତ କରିଦେବା ଭଳି ଲୋକ। ଦେଶର କୋଣ-ଅନୁକୋଣରୁ କେତେ ହିଁ ଦଳିତ, ଆଦିବାସୀ, ମହିଳା ଏବଂ ଯୁବକ ଅଛନ୍ତି ଯେଉଁମାନେ ଅସଂଖ୍ୟ ତପ ଏବଂ ତ୍ୟାଗ କଲେ । ଚିନ୍ତା କରନ୍ତୁ, ତମିଲନାଡ଼ୁର 32 ବର୍ଷିୟ ଯୁବକ କୋଡି କାଥ୍‍ କୁମରନ୍‍, ସେମାନଙ୍କୁ ମନେ ପକାନ୍ତୁ ଇଂରେଜମାନେ ସେହି ଯୁବକଙ୍କ ମୁଣ୍ଡକୁ ଗୁଳି ମାରିଦେଲେ, କିନ୍ତୁ ସେ ମରିବା ସମୟରେ ମଧ୍ୟ ଦେଶର ପତାକାକୁ ମାଟିରେ ପଡ଼ିବାକୁ ଦେଲେ ନାହିଁ । ତମିଲନାଡ଼ୁରେ ତାଙ୍କ ନାମରେ ହିଁ କୋଡ଼ି କାଥ୍‍ ଶବ୍ଦ ଯୋଡିହୋଇଗଲା, ଯାହାର ଅର୍ଥ ହେଉଛି ପତାକାକୁ ରକ୍ଷା କଲାବାଲା! ତମିଲନାଡ଼ୁର ହିଁ ବେଲୁ ନାଚିୟାର ସେ ପ୍ରଥମ ମହାରାଣୀ ଥିଲେ, ଯିଏ ଇଂରେଜ ଶାସକଙ୍କ ବିରୁଦ୍ଧରେ ଲଢ଼େଇ ଲଢ଼ିଥିଲେ।

ଏହିଭଳି ଭାବେ, ଆମ ଦେଶର ଆଦିବାସୀ ସମାଜ ନିଜର ବୀରତା ଏବଂ ପରାକ୍ରମ ଦ୍ୱାରା କ୍ରମାଗତ ଭାବେ ବିଦେଶୀ ଶାସକଙ୍କୁ ଆଣ୍ଠେଇବା ପାଇଁ ବାଧ୍ୟ କରିବାର କାର୍ଯ୍ୟ କରିଥିଲେ। ଝାଡ଼ଖଣ୍ଡରେ ଭଗବାନ ବିର୍ସାମୁଣ୍ଡା, ସେ ଇଂରେଜଙ୍କୁ ଆହ୍ୱାନ ଦେଇଥିଲେ, ତେବେ ମୁର୍ମୁ ଭାଇମାନେ ସଂସ୍ଥାଲ ଆନ୍ଦୋଳନର ନେତୃତ୍ୱ ନେଲେ । ଓଡ଼ିଶାରେ ଚକରା ବିସୋୟୀ ଲଢ଼େଇ ଆରମ୍ଭ କରିଥିଲେ, ଆଉ ଲକ୍ଷ୍ମଣ ନାୟକ ଗାନ୍ଧିବାଦୀ ଉପାୟରେ ଚେତନା ଜାଗ୍ରତ କରିଥିଲେ। ଆନ୍ଧ୍ରପ୍ରଦେଶରେ ମଣ୍ୟମ ବୀରୁଡୁ ଅର୍ଥାତ ଜଙ୍ଗଲର ହୀରା ଅଲ୍ଲୁରୀ ସୀରାରାମ ରାଜୁ ରମ୍ପା ଆନ୍ଦୋଳନର ବିଗୁଲ ଫୁଙ୍କିଥିଲେ। ପାସଲ୍‍ଥା ଖୁନଗଚେରା ମିଜୋରାମର ପାହାଡିଆ ଅଞ୍ଚଳରେ ଇଂରେଜମାନଙ୍କ ସହିତ ମୁକାବିଲା କରିଥିଲେ। ଏମିତି ହିଁ, ଗେମଧର କୋଁୱର, ଲସିତ ବେରଫୁକନ ଏବଂ ସିରତ ସିଂହ ଭଳି ଅସାମ ଏବଂ ପୂର୍ବୋତ୍ତରର ଅନେକ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗଦାନ ଦେଇଛନ୍ତି। ଏଠାରେ ଗୁଜରାଟରେ ବଡୋଦରା ପାଖରେ ଜାଁବୁଘୋଡା ଯିବା ରାସ୍ତାରେ ଆମର ନାୟକ ଜାତିର ଆଦିବାସୀମାନଙ୍କର ବଳିଦାନ କିପରି ଭୁଲି ପାରିବା, ମାନଗଢ଼ରେ ଗୋବିନ୍ଦ ଗୁରୁଙ୍କ ନେତୃତ୍ୱରେ ହଜାର-ହଜାର ଆଦିବାସୀଙ୍କ ନରସଂହାର ହେଲା, ସେମାନେ ଲଢ଼େଇ ଲଢ଼ିଥିଲେ। ଦେଶ ଏମାନଙ୍କର ବଳିଦାନକୁ ସର୍ବଦା ମନେ ରଖିବ।

ସାଥୀଗଣ,

ମାଆ ଭାରତୀଙ୍କର ଏଭଳି ବୀର ସନ୍ତାନମାନଙ୍କ ଇତିହାସ ଦେଶର କୋଣ-ଅନୁକୋଣରେ, ଗାଁ-ଗାଁରେ ଅଛି । ଦେଶ ଇତିହାସର ଏହି ଗୌରବକୁ ସଜାଇବା ପାଇଁ ଗତ ଛଅ ବର୍ଷ ଧରି ସଜାଗ ପ୍ରୟାସ କରି ଚାଲିଛି । ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ରରେ ଏହି ଦିଗରେ ପ୍ରୟାସ କରାଯାଉଛି । ଦାଣ୍ଡିଯାତ୍ରା ସହିତ ଜଡ଼ିତ ସ୍ଥଳର ପୁନରୁଦ୍ଧାର ଦେଶ ଦୁଇ ବର୍ଷ ପୂର୍ବରୁ ହିଁ କରି ସାରିଛି । ଏହି ଅବସରରେ ମୋତେ ଦାଣ୍ଡିକୁ ଯିବାର ସୌଭାଗ୍ୟ ମିଳିଥିଲା। ଆଣ୍ଡାମାନରେ ଯେଉଁଠି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ତ୍ରିରଙ୍ଗା ଉଡାଇଥିଲେ, ଦେଶ ସେହି ବିସ୍ମୃତ ଇତିହାସକୁ ମଧ୍ୟ ଭବ୍ୟ ଆକାର ଦେଇଛି। ଆଣ୍ଡାମାନ ନିକୋବରର ଦ୍ୱୀପଗୁଡ଼ିକୁ ସ୍ୱାଧୀନତା ସଂଗ୍ରାମର ନାମ ଅନୁସାରେ ନାମକରଣ କରାଯାଇଛି । ଆଜାଦ ହିନ୍ଦ ସରକାରଙ୍କ 75ବର୍ଷ ପୂରଣ ହେବା ଅବସରରେ ଲାଲକିଲ୍ଲାରେ ମଧ୍ୟ ଆୟୋଜନ କରାଗଲା, ତ୍ରିରଙ୍ଗା ଉଡାଗଲା ଆଉ ନେତାଜୀ ସୁଭାଷ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଗଲା । ଗୁଜରାଟରେ ସର୍ଦ୍ଦାର ପଟେଲଙ୍କର ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ତାଙ୍କର ଅମର ଗୌରବକୁ ସମଗ୍ର ଦୁନିଆ ପର୍ଯ୍ୟନ୍ତ ପହଞ୍ଚାଉଛି । ଜାଲିୟାଁୱାଲା ବାଗରେ ସ୍ମାରକ ହେଉ କିମ୍ବା ପାଇକ ଆନ୍ଦୋଳନର ସ୍ମୃତିରେ ସ୍ମାରକ, ସବୁ ଉପରେ କାର୍ଯ୍ୟ ହୋଇଛି । ବାବା ସାହେବଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକ ଦଶକ-ଦଶକ ଧରି ଭୁଲି ଯାଇଥିଲେ, ସେଗୁଡ଼ିକର ମଧ୍ୟ ବିକାଶ ଦେଶ ପଞ୍ଚତୀର୍ଥ ରୂପରେ କରିଛି । ଏସବୁ ସହିତ ହିଁ, ଦେଶ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଇତିହାସକୁ ଦେଶ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ, ଆଗାମୀ ପିଢ଼ୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆମର ଆଦିବାସୀଙ୍କ ସଂଘର୍ଷର କଥାଗୁଡ଼ିକୁ ଯୋଡ଼ି ଦେଶରେ ସଂଗ୍ରହାଳୟ ମାନ ନିର୍ମାଣ କରିବାର ପ୍ରୟାସ ଆରମ୍ଭ କରାଯାଇଛି।

ସାଥୀଗଣ,

ସ୍ୱାଧୀନତା ଆନ୍ଦୋଳନର ଇତିହାସ ଭଳି ସ୍ୱାଧୀନତା ପରର 75 ବର୍ଷର ଯାତ୍ରା, ସାଧାରଣ ଭାରତୀୟଙ୍କ ପରିଶ୍ରମ, ନବସୃଜନ, ଉଦ୍ୟମଶୀଳତାର ହେଉଛି ପ୍ରତିବିମ୍ବ । ଆମେ ଭାରତୀୟମାନେ ହୁଏତ ଦେଶରେ ରହୁ କିମ୍ବା ବିଦେଶରେ, ଆମେ ନିଜ ପରିଶ୍ରମ ଦ୍ୱାରା ନିଜକୁ ପ୍ରମାଣିତ କରିଛୁ । ଆମକୁ ଗର୍ବ ହୁଏ ଆମର ସମ୍ବିଧାନ ଉପରେ । ଆମକୁ ଗର୍ବ ହୁଏ ଆମର ଗଣତାନ୍ତ୍ରିକ ପରମ୍ପରା ଉପରେ । ଭାରତ ଗଣତନ୍ତ୍ରର ଜନନୀ, ଆଜି ମଧ୍ୟ ଗଣତନ୍ତ୍ରକୁ ଦୃଢ଼ତା ପ୍ରଦାନ କରି ଆଗକୁ ବଢ଼ୁଛି । ଜ୍ଞାନ ବିଜ୍ଞାନରେ ସମୃଦ୍ଧ ଭାରତ, ଆଜି ମଙ୍ଗଳରୁ ନେଇ ଚନ୍ଦ୍ରମା ପର୍ଯ୍ୟନ୍ତ ନିଜର ଛାପ ଛାଡିଯାଇଛି । ଆଜି ଭାରତର ସେନାବାହିନୀର ଅପାର ସାମର୍ଥ୍ୟ ରହିଛି, ତେବେ ଆର୍ଥିକ ରୂପରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଆଜି ଭାରତର ଷ୍ଟାର୍ଟଅପ୍ସ ଇକୋସିଷ୍ଟମ, ଦୁନିଆରେ ଆକର୍ଷଣର କେନ୍ଦ୍ର ପାଲଟିଛି, ଭାରତ ହେଉଛି ଚର୍ଚ୍ଚାର ବିଷୟ । ଆଜି ଦୁନିଆର ପ୍ରତ୍ୟେକ ମଞ୍ଚରେ ଭାରତର କ୍ଷମତା ଏବଂ ଭାରତର ପ୍ରତିଭା ଗୁଞ୍ଜରିତ ହେଉଛି। ଆଜି ଭାରତ ଅଭାବର ଅନ୍ଧକାରରୁ ବାହାରକୁ ବାହାରି 130 କୋଟିରୁ ଅଧିକ ଆକାଂକ୍ଷାଗୁଡ଼ିକର ପୂରଣ କରିବା ପାଇଁ ଆଗକୁ ବଢ଼ୁଛି।

ସାଥୀଗଣ,

ଏହା ମଧ୍ୟ ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ଯେ ସ୍ୱାଧୀନ ଭାରତର 75 ବର୍ଷ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀର 125 ବର୍ଷ ଆମେ ଏକା ସହିତ ପାଳନ କରୁଛୁ। ଏହି ସଙ୍ଗମ କେବଳ ମାତ୍ର ତିଥିର ହିଁ ନୁହେଁ ବରଂ ଅତୀତ ଏବଂ ଭବିଷ୍ୟତର ଭାରତର ଦୃଷ୍ଟିକୋଣର ମଧ୍ୟ ହେଉଛି ଅଦ୍ଭୁତ ସଂଗମ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ ଯେ ଭାରତର ଲଢ଼େଇ କେବଳ ବ୍ରିଟିଶ ସମ୍ରାଜ୍ୟବାଦ ବିରୁଦ୍ଧରେ ନୁହେଁ, ବରଂ ଏହା ହେଉଛି ବିଶ୍ୱସ୍ତରୀୟ ସାମ୍ରାଜ୍ୟବାଦ ବିରୁଦ୍ଧରେ । ନେତାଜୀ ଭାରତର ସ୍ୱାଧୀନତାକୁ ସମଗ୍ର ମାନବତା ପାଇଁ ଜରୁରୀ ବୋଲି କହିଥିଲେ। ସମୟ ସହିତ ନେତାଜୀଙ୍କ ଏହି କଥା ସିଦ୍ଧ ହେଲା । ଭାରତ ସ୍ୱାଧୀନ ହେଲା ତେବେ ଦୁନିଆର ଅନ୍ୟାନ୍ୟ ଦେଶମାନଙ୍କରେ ମଧ୍ୟ ସ୍ୱାଧୀନତାର ସ୍ୱର ମଧ୍ୟ ଜୋରଦାର ହେଲା ଆଉ ବହୁତ ହିଁ କମ୍‍ ସମୟ ମଧ୍ୟରେ ସାମ୍ରାଜ୍ୟବାଦର ପରିସର ମଧ୍ୟ ଛୋଟ ହୋଇଗଲା । ଆଉ ସାଥୀଗଣ, ଆଜି ମଧ୍ୟ ଭାରତର ଉପଲବ୍ଧିମାନ ଆଜି କେବଳ ଆମ ନିଜର ନୁହେଁ, ବରଂ ଏହା ହେଉଛି ସମଗ୍ର ଦୁନିଆକୁ ଆଲୋକ ପ୍ରଦାନକାରୀ, ସମଗ୍ର ମାନବତା ମଧ୍ୟରେ ଆଶା ସଞ୍ଚାର କରିବାକୁ ଯାଉଛି । ଭାରତର ଆତ୍ମନିର୍ଭରତା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଆମର ବିକାଶ ସମଗ୍ର ଦୁନିଆର ବିକାଶ ଯାତ୍ରାକୁ ଗତି ପ୍ରଦାନ କରିବ।

କରୋନା କାଳରେ ଏହା ମଧ୍ୟ ଆମ ସମ୍ମୁଖରେ ପ୍ରତ୍ୟକ୍ଷ ସିଦ୍ଧ ମଧ୍ୟ ହେଉଛି । ମାନବତାକୁ ମହାମାରୀର ସଙ୍କଟରୁ ବାହାର କରିବା ପାଇଁ ଭ୍ୟାକ୍ସିନ ନିର୍ମାଣରେ ଭାରତର ଆତ୍ମନିର୍ଭରତା ଯୋଗୁଁ ଆଜି ସମଗ୍ର ଦୁନିଆକୁ ଲାଭ ହେଉଛି । ଆଜି ଭାରତ ପାଖରେ ଭ୍ୟାକ୍ସିନର ସାମର୍ଥ୍ୟ ରହିଛି ତେବେ ବସୁଧୈବ କୁଟୁମ୍ବକମର ଭାବ ସହିତ ଆମେ ସମସ୍ତଙ୍କ ଦୁଃଖ ଦୂର କରିବା କାର୍ଯ୍ୟ କରି ପାରୁଛେ। ଆମେ କାହାକୁ ଦୁଃଖ ଦେଇନାହୁଁ, କିନ୍ତୁ ଅନ୍ୟମାନଙ୍କର ଦୁଃଖକୁ କମ୍‍ କରିବାରେ ନିଜକୁ ସମର୍ପଣ କରି ଦେଇଛୁ । ଏହା ହେଉଛି ଭାରତର ଆଦର୍ଶ, ଏହା ହେଉଛି ଭାରତର ଶାଶ୍ୱତ ଦର୍ଶନ, ଏହା ହେଉଛି ଆତ୍ମନିର୍ଭର ଭାରତର ତତ୍ୱଜ୍ଞାନ । ଆଜି ଦୁନିଆର ଅନ୍ୟ ଦେଶମାନେ ଭାରତକୁ ଧନ୍ୟବାଦ, ଭାରତ ଉପରେ ନିଜର ବିଶ୍ୱାସ ଜାହିର କରୁଛନ୍ତି। ଏହା ହେଉଛି ନୂତନ ଭାରତର ସୂର୍ଯ୍ୟୋଦୟର ପ୍ରଥମ ଛଟା, ଏହା ହେଉଛି ଆମର ଭବ୍ୟ ଭବିଷ୍ୟତର ପ୍ରଥମ ଆଭା।

ସାଥୀଗଣ,

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି– ‘ସମ-ଦୁଃଖ-ସୁଖମ ଧୀରମ୍‍ ସଃ ଅମୃତତ୍ୱାୟ କଳ୍ପତେ’। ଅର୍ଥାତ, ଯିଏ ସୁଖ-ଦୁଃଖ, ଆରାମ ଆହ୍ୱାନ ଭିତରେ ମଧ୍ୟ ଧୈର୍ଯ୍ୟ ସହିତ ଅଟଳ ସ୍ଥିର ଏବଂ ସମଭାବାପନ୍ନ ରହିଥାଏ, ସେ ହିଁ ଅମୃତ ପ୍ରାପ୍ତ କରିଥାଏ, ଅମରତ୍ୱ ପ୍ରାପ୍ତ କରିଥାଏ। ଅମୃତ ମହୋତ୍ସବରୁ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ଅମୃତ ପ୍ରାପ୍ତ କରିବାର ଆମର ମାର୍ଗରେ ଏହି ମନ୍ତ୍ର ହେଉଛି ଆମର ପ୍ରେରଣା। ଆସନ୍ତୁ, ଆମେ ସମସ୍ତେ ଦୃଢ଼ ସଂକଳ୍ପ ହୋଇ ଏହି ରାଷ୍ଟ୍ର ଯଜ୍ଞରେ ନିଜର ଭୂମିକା ତୁଲାଇବା।

ସାଥୀଗଣ,

ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ଦେଶବାସୀଙ୍କ ପରାମର୍ଶରେ, ସେମାନଙ୍କର ମୌଳିକ ବିଚାରଧାରାରରୁ ଅସଂଖ୍ୟ ଚିନ୍ତାଧାରା ବାହାରିବ। କିଛି କଥା ଏବେ ମୁଁ ଯେତେବେଳେ ଆସୁଥିଲି ମୋ ମନକୁ ଆସୁଥିଲା। ଜନଭାଗିଦାରୀ, ଜନସାଧାରଣଙ୍କୁ ଯୋଡିବା, ଦେଶର ଏପରି କୌଣସି ନାଗରିକ ନ ଥିବେ ଯିଏ ଏହି ଅମୃତ ମହୋତ୍ସବର ଏକ ଅଂଶ ହେବାକୁ ଚାହୁଁ ନ ଥିବେ। ଏବେ ଯେପରି ଧରି ନିଅନ୍ତୁ ଏକ ଛୋଟ ଉଦାହରଣ ଦେଉଛି – ଏବେ ସମସ୍ତ ସ୍କୁଲ କଲେଜ, ସ୍ବାଧୀନତା ସହ ଜଡିତ 75 ଟି ଘଟଣାର ସଂକଳନ କରିବେ, ପ୍ରତ୍ୟେକ ବିଦ୍ୟାଳୟ ନିଷ୍ପତ୍ତି ନେବେ ଆମ ବିଦ୍ୟାଳୟ ସ୍ବାଧୀନତାର 75 ଟି ଘଟଣାର ସଂକଳନ କରିବ, 75 ଗୋଷ୍ଠୀ କରିବେ, ସେହି ଘଟଣାଗୁଡ଼ିକ ଉପରେ 75 ଜଣ ଛାତ୍ର 75 ଗୋଷ୍ଠୀ ଯେଉଁଥିରେ ଆଠ ଶହ, ହଜାର, ଦୁଇ ହଜାର ବିଦ୍ୟାର୍ଥୀ ରହି ପାରିବେ, ଗୋଟିଏ ବିଦ୍ୟାଳୟ ଏହା କରିପାରିବ । ଆମ ଶିଶୁ ମନ୍ଦିରର ଛୋଟ-ଛୋଟ ପିଲାମାନେ, ବାଳ ମନ୍ଦିରର ପିଲାମାନେ, ସ୍ୱାଧୀନତା ଆନ୍ଦୋଳନ ସହିତ ଜଡିତ 75 ଜଣ ମହାପୁରୁଷଙ୍କ ତାଲିକା ପ୍ରସ୍ତୁତ କରିବେ, ତାଙ୍କ ବେଶଭୁଷା ପରିଧାନ କରି, ତାଙ୍କର ଗୋଟିଏ ଗୋଟିଏ ବାକ୍ୟ କହିବେ, ତାହାର ଏକ ପ୍ରତିଯୋଗିତା ହେଉ, ବିଦ୍ୟାଳୟରେ ଭାରତର ମାନଚିତ୍ରରେ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡିତ 75 ଟି ସ୍ଥାନ ଚିହ୍ନଟ କରାଯାଉ, ପିଲାମାନଙ୍କୁ କୁହାଯାଉ, ଭାଇ କୁହ ବରର୍ଦେଳୀ କେଉଁଠାରେ ? ଚମ୍ପାରଣ କେଉଁଠି ? ଆଇନ କଲେଜର ଛାତ୍ର-ଛାତ୍ରୀମାନେ ଏଭଳି 75 ଟି ଘଟଣା ଖୋଜନ୍ତୁ ଆଉ​‌ ମୁଁ ପ୍ରତ୍ୟେକ କଲେଜକୁ ଅନୁରୋଧ କରିବି, ମୁଁ ପ୍ରତ୍ୟେକ ଆଇନ ବିଦ୍ୟାଳୟକୁ 75 ଟି ଘଟଣା ଖୋଜିବାକୁ ଅନୁରୋଧ କରିବି, ଯେଉଁଥିରେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲାବେଳେ ଆଇନଗତ ଯୁଦ୍ଧ ଚାଲିଥିଲା। ସେତେବେଳେ ଆଇନଗତ ଯୁଦ୍ଧ କେମିତି ଚାଲିଲା ? କେଉଁ ଲୋକମାନେ ଆଇନଗତ ଲଢେଇ ଲଢୁଥିଲେ? ସ୍ୱାଧୀନତା ସଂଗ୍ରାମରର ବୀରମାନଙ୍କୁ ବଞ୍ଚାଇବା ପାଇଁ କିପରି ଚେଷ୍ଟା କରାଯାଇଥିଲା ? ବ୍ରିଟିଶ ସାମ୍ରାଜ୍ୟର ନ୍ୟାୟପାଳିକାର ମନୋଭାବ କ’ଣ ଥିଲା? ଆମେ ସବୁ କିଛି କଥା ଲେଖିବା। ଯେର୍ଉମାନଙ୍କର ନାଟକ ଲେଖିବାର ଆଗ୍ରହ ଅଛି, ସେମାନେ ନାଟକ ଲେଖନ୍ତୁ। ଚିତ୍ରକଳାର ବିଦ୍ୟାର୍ଥୀ ସେହି ଘଟଣାଗୁଡିକ ଉପରେ ଚିତ୍ର ବା ପେଣ୍ଟିଂ ଆଙ୍କନ୍ତୁ, ଯେଉଁମାନଙ୍କ ଗୀତ ଲେଖିବାର ଇଚ୍ଛା ଅଛି, ସେମାନେ ଗୀତ ଲେଖନ୍ତୁ, କବିତା ଲେଖିବାକୁ ଇଚ୍ଛା ଅଛି କବିତା ଲେଖନ୍ତୁ । ପ୍ରାରମ୍ଭିକ ଅବସ୍ଥାରେ ଏହା ହସ୍ତଲିଖନ ହେଉ । ପରେ, ଏହାକୁ ଡିଜିଟାଲ୍ ସ୍ବରୂପ ମଧ୍ୟ ଦିଆଯିବ ଏବଂ ମୁଁ ଚାହେଁ ଯେ ପ୍ରତ୍ୟେକ ସ୍କୁଲ-କଲେଜର ଏହିଭଳି ପ୍ରୟାସ ହେଉ, ସେହି ସ୍କୁଲ-କଲେଜ ଐତିହ୍ୟ ପାଲଟି ଯାଉ। ଆଉ ଏହି କାର୍ଯ୍ୟକୁ ଅଗଷ୍ଟ 15 ତାରିଖ ପୂର୍ବରୁ କରିବାକୁ ପ୍ରୟାସ କରାଯାଉ। ଆପଣ ଦେଖିବେ, ଏକ ସଂପୂର୍ଣ୍ଣ ବୈଚାରିକ ପ୍ରତିଷ୍ଠାନ ପ୍ରସ୍ତୁତ ହୋଇଯିବ। ପରେ ଏହା ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଦେଶବ୍ୟାପୀ ମଧ୍ୟ ପ୍ରତିଯୋଗିତା ଆୟୋଜିତ ହୋଇ ପାରିବ।

ଆମର ଯୁବକମାନେ, ଆମର ବିଦ୍ବାନମାନେ ଦାୟିତ୍ବ ନିଅନ୍ତୁ ସେମାନେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ଇତିହାସ ଲେଖାରେ ଦେଶର ପ୍ରୟାସକୁ ସଂମ୍ପୂର୍ଣ୍ଣ କରିବେ। ସ୍ୱାଧୀନତା ଆନ୍ଦୋଳନ ଏବଂ ପରେ ଆମେ ଆମ ସମାଜର ଯେଉଁ ସଫଳତା ରହିଛି, ତାହାକୁ ବିଶ୍ୱ ସାମ୍ନାକୁ ଅଧିକ ଜୋରଦାର ଭାବେ ଆଣିବା । ମୁଁ କଳା-ସାହିତ୍ୟ, ନାଟ୍ୟ ଜଗତ, ଚଳଚ୍ଚିତ୍ର ଜଗତ ଏବଂ ଡିଜିଟାଲ ମନୋରଞ୍ଜନ ସହିତ ଜଡିତ ଲୋକଙ୍କୁ ଅନୁରୋଧ କରିବି, ଯେତେ ଅନନ୍ୟ କାହାଣୀ ଆମ ଅତୀତରେ ବିଛେଇ ହୋଇ ପଡି ଯାଇଛି, ସେଗୁଡିକୁ ଅନୁସନ୍ଧାନ କରନ୍ତୁ, ଜୀବନ୍ତ ରୂପ ଦିଅନ୍ତୁ, ଆଗାମୀ ପିଢୀ ପାଇଁ ପ୍ରସ୍ତୁତ କରନ୍ତୁ। ଅତୀତରୁ ଶିକ୍ଷା କରି ଭବିଷ୍ୟତ ଗଠନର ଦାୟିତ୍ବ ଆମ ଯୁବକମାନଙ୍କୁ ଉଠାଇବାକୁ ପଡିବ । ବିଜ୍ଞାନ ହେଉ, ପ୍ରଯୁକ୍ତିବିଦ୍ୟା ହେଉ, ଚିକିତ୍ସା ହେଉ, ରାଜନୀତି ହେଉ, କଳା ଅବା ସଂସ୍କୃତି ହେଉ, ଆପଣ ଯେଉଁ କ୍ଷେତ୍ରରେ ଦକ୍ଷ ଅଟନ୍ତି, ନିଜ ଦକ୍ଷତାର ଫଳ ଆସନ୍ତାକାଲି, କିପରି ଉନ୍ନତ ହେବ ସେଥିପାଇଁ ପ୍ରୟାସ କରନ୍ତୁ।

 

ମୋର ବିଶ୍ୱାସ ଅଛି ଯେ, ଯେତେବେଳେ 130 କୋଟି ଦେଶବାସୀ ଯେତେବେଳେ ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଯୋଡି ହେବେ, ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ପ୍ରେରଣା ନେବେ, ସେତେବେଳେ ଭାରତ ଏହାର ସବୁଠୁ ବଡ଼ ଲକ୍ଷ୍ୟ ପୂରଣ କରିବ। ଯଦି ଆମେ ଦେଶ ପାଇଁ, ସମାଜ ପାଇଁ, ପ୍ରତ୍ୟେକ ହିନ୍ଦୁସ୍ତାନୀ ଯଦି ଗୋଟିଏ ପାଦ ଚାଲିଥାଏ, ତେବେ ଦେଶ 130 କୋଟି ପାଦ ଆଗକୁ ବଢିଯାଇଥାଏ। ଭାରତ ପୁଣି ଥରେ ଆତ୍ମନିର୍ଭର ହେବ, ବିଶ୍ୱକୁ ଏକ ନୂତନ ଦିଗ ଦେଖାଇବ। ଏହି ଶୁଭକାମନା ସହିତ, ଆଜି ଯେଉଁମାନେ ଦାଣ୍ଡି ଯାତ୍ରା ପାଇଁ ଯାଉଛନ୍ତି, ସେମାନେ ଆଜି କୌଣସି ବଡ଼ ଆଡମ୍ବର ବିନା ଏକ ଛୋଟ ସ୍ବରୂପରେ ଆଜି ତାହାର ଆରମ୍ଭ ହେଉଛି । କିନ୍ତୁ ଆଗକୁ ଚାଲିବା ସହିତ ଦିନ ଗଡିବା ସହିତ ଆମେ ଅଗଷ୍ଟ 15 ତାରିଖ ନିକଟରେ ପହଞ୍ଚିବା, ଏହା ସମଗ୍ର ହିନ୍ଦୁସ୍ତାନକୁ ନିଜ ଭିତରେ ସାମିଲ କରି ନେଇ ଥିବେ । ଏତେ ବଡ଼ ମହୋତ୍ସବ ପାଲଟି ଯିବ,ଏହା ମୋର ବିଶ୍ବାସ ରହିଛି। ପ୍ରତ୍ୟେକ ନାଗରିକଙ୍କର ସଂକଳ୍ପ ରହିବ, ପ୍ରତ୍ୟେକ ସଂସ୍ଥାର ସଂକଳ୍ପ ରହିବ, ଦେଶକୁ ଆଗକୁ ନେବାକୁ ପ୍ରତ୍ୟେକ ସଂକଠନର ସଂକଳ୍ପ ରହିବ, ଦେଶକୁ ଆଗକୁ ନେଇଯିବା। ସ୍ୱାଧୀନତା ପ୍ରେମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏହା ସଠିକ ମାର୍ଗ ହେବ।

ଏହି କାମନା ସହିତ, ଏହି ଶୁଭକାମନା ସହିତ ମୁଁ ପୁଣି ଥରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ! ମୋ ସହିତ କୁହନ୍ତୁ

ଭାରତ ମାତା କୀ…….ଜୟ ! ଭାରତ ମାତା କୀ……. ଜୟ! ଭାରତ ମାତା କୀ……. ଜୟ !

ବନ୍ଦେ…… ମାତରମ ! ବନ୍ଦେ…… ମାତରମ ! ବନ୍ଦେ…… ମାତରମ !

ଜୟ ହିନ୍ଦ….. ଜୟ ହିନ୍ଦ ! ଜୟ ହିନ୍ଦ….. ଜୟ ହିନ୍ଦ! ଜୟ ହିନ୍ଦ….. ଜୟ ହିନ୍ଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.