For ages, conservation of wildlife and habitats has been a part of the cultural ethos of India, which encourages compassion and co-existence: PM Modi
India is one of the few countries whose actions are compliant with the Paris Agreement goal of keeping rise in temperature to below 2 degree Celsius: PM

ମୋର ପ୍ରିୟ ବନ୍ଧୁଗଣ!

ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନରେ ପ୍ରବାସୀ ପ୍ରଜାତିର ତ୍ରୟୋଦଶ ସିଓପି ସମ୍ମିଳନୀକୁ ଆପଣ ସମସ୍ତଙ୍କୁ ସ୍ଵାଗତ କରି ମୁଁ ଆନନ୍ଦ ଅନୁଭବ କରୁଛି ।

ଭାରତ ବିଶ୍ଵର ସର୍ବାଧିକ ବିବିଧତାପୂର୍ଣ୍ଣ ଦେଶ ମଧ୍ୟରୁ ଅନ୍ୟତମ । ବିଶ୍ଵର 2.4 ପ୍ରତିଶତ ଭୌଗଳିକ କ୍ଷେତ୍ରଧାରୀ ଭାରତ ବିଶ୍ଵ ଜୈବବିବିଧତାରେ ପ୍ରାୟ 8 ପ୍ରତିଶତର ଯୋଗଦାନ ରଖିଛି । ଭାରତ ବିବିଧ ପରିବେଶ ସମ୍ବନ୍ଧୀୟ ବାସସ୍ଥଳୀରେ ସମୃଦ୍ଧ ଏବଂ ଏଠାରେ ଜୈବବିବିଧତାର 4ଟି ପ୍ରମୁଖ କ୍ଷେତ୍ର ରହିଛି । ଏଗୁଡିକ ହେଲା ପୂର୍ବ ହିମାଳୟ, ପଶ୍ଚିମ ଘାଟ, ଭାରତ-ମିଆଁମାର ଭୂଭାଗ ଓ ଆଣ୍ଡାମାନ ଓ ନିକୋବାର ଦୀପ ସମୂହ । ଏହାବ୍ୟତୀତ ସାରା ବିଶ୍ୱରୁ ଆସୁଥିବା ପାଖାପାଖି 500 ପ୍ରଜାତିର ପକ୍ଷୀଙ୍କ ବାସସ୍ଥଳୀ ହେଉଛି ଭାରତ ।

ଭାଇ ଓ ଭଉଣୀମାନେ,

ପ୍ରାଚୀନ କାଳରୁ ବନ୍ୟପ୍ରାଣୀ ଓ ସେମାନଙ୍କ ବାସସ୍ଥଳୀର ସଂରକ୍ଷଣ ଭାରତର ସାଂସ୍କୃତିକ ଚଳଣିର ଅଂଶବିଶେଷ ହୋଇ ରହିଆସିଛି, ଯାହା କରୁଣା ଏବଂ ସହାବସ୍ଥାନକୁ ପ୍ରୋତ୍ସାହିତ କରିଥାଏ । ଆମ ବେଦରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ କଥା କୁହାଯାଇଛି । ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ହତ୍ୟା ଉପରେ ଅଙ୍କୁଶ ଲଗାଇବା ଲାଗି ସମ୍ରାଟ ଅଶୋକ ଜୋର ଦେଇଥିଲେ । “ଗାନ୍ଧୀଜୀଙ୍କ ଠାରୁ ପ୍ରେରଣା ଲାଭ କରି ଅହିଂସା ତଥା ଜୀବ ପ୍ରକୃତିର ସଂରକ୍ଷଣ ସିଦ୍ଧାନ୍ତକୁ ଦେଶର ସମ୍ବିଧାନରେ ଉପଯୁକ୍ତ ସ୍ଥାନ ଦିଆଯାଇଛି, ଯାହା ଅନେକ ଆଇନ ଓ ବିଧାନରେ ପରିଲକ୍ଷିତ ହୋଇଛି” ।

ଅନେକ ବର୍ଷ ଧରି ହୋଇଥିବା ନିରନ୍ତର ପ୍ରୟାସର ଉତ୍ସାହପୂର୍ଣ୍ଣ ଫଳାଫଳ ମିଳିଛି । ସଂରକ୍ଷିତ ଅଞ୍ଚଳ ସଂଖ୍ୟା 2014ରେ 745ରୁ ବୃଦ୍ଧି ପାଇ 2019ରେ 870ରେ ପହଞ୍ଚିଯାଇଛି । ଏହାର ପରିଧି ପାଖାପାଖି 1 ଲକ୍ଷ 70 ହଜାର ବର୍ଗକିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇଛି । ଭାରତରେ ଘନ ଜଙ୍ଗଲ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ଏହାର ପରିଧି ଦେଶର ମୋଟ ଭୌଗଳିକ କ୍ଷେତ୍ରର 1.67 ପ୍ରତିଶତ ହୋଇସାରିଛି ।

ସଂରକ୍ଷଣ, ସ୍ଥାୟୀ ଜୀବନ ଶୈଳୀ ଏବଂ ସବୁଜ ବିକାଶ ମଡେଲ ଆଧାରରେ ଭାରତ ଜଳବାୟୁ ଅଭିଯାନର ନେତୃତ୍ଵ ନେଉଛି । ଏ ଦିଗରେ ଆମ ପକ୍ଷରୁ କରାଯାଉଥିବା ପ୍ରୟାସରେ 450 ମେଗାୱାଟ ଅକ୍ଷୟ ଶକ୍ତି ବିକାଶ ଲକ୍ଷ୍ୟ ହାସଲ କରିବା, ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ, ସ୍ମାର୍ଟ ସହର ନିର୍ମାଣ ଓ ଜଳ ସଂରକ୍ଷଣ ଆଦି ସାମିଲ ରହିଛି ।

ଅନ୍ତର୍ଜାତୀୟ ସୌର ଶକ୍ତି ମେଣ୍ଟ, ବିପର୍ଯୟ ପ୍ରଶମନକାରୀ ଭିତ୍ତିଭୂମି ସଂଘ ଓ ସ୍ଵିଡେନ ସହିତ ଔଦ୍ୟୋଗିକ ପରିବର୍ତ୍ତନ ଲାଗି ନେତୃତ୍ଵ ଭଳି କାର୍ଯ୍ୟରେ ବ୍ୟାପକ ମାତ୍ରାରେ ବିଭିନ୍ନ ଦେଶ ପକ୍ଷରୁ ଉତ୍ସାହଜନକ ଭାଗିଦାରୀ ଦେଖିବାକୁ ମିଳିଛି । ଭାରତ ସେ ସବୁ ହାତଗଣତି ଦେଶ ମଧ୍ୟରେ ସାମିଲ ରହିଛି, ଯେଉଁଠି ତାପମାତ୍ରା ବୃଦ୍ଧି ପରିମାଣକୁ 2 ଡିଗ୍ରୀ ସେଲସିୟସ ତଳେ ରଖିବା ଲାଗି ପ୍ୟାରିସ ରାଜିନାମାର ଲକ୍ଷ୍ୟ ଅନୁରୂପ କାର୍ଯ୍ୟ କରାଯାଉଛି ।

ବନ୍ଧୁଗଣ,

ଭାରତ ପ୍ରଜାତି ସଂରକ୍ଷଣ ପ୍ରକଳ୍ପ / କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବା ଆରମ୍ଭ କରିଦେଇଛି । ଏହାର ଉନ୍ନତ ଫଳାଫଳ ବାହାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଘ୍ର ଅଭୟାରଣ୍ୟଗୁଡିକର ସଂଖ୍ୟା 9ରୁ ବୃଦ୍ଧି ପାଇ 50 ପର୍ଯ୍ୟନ୍ତ ପହଞ୍ଚିପାରିଛି । ବର୍ତ୍ତମାନ ଭାରତରେ 2970 ବାଘ ରହିଛନ୍ତି । 2022 ସୁଦ୍ଧା ବାଘଙ୍କ ସଂଖ୍ୟା ଦ୍ଵିଗୁଣିତ କରିବା ଲାଗି ଭାରତ ନିଜର ଲକ୍ଷ୍ୟ 2 ବର୍ଷ ପୂର୍ବରୁ ହାସଲ କରିସାରିଛି । ମୁଁ ଏଠାରେ ଉପସ୍ଥିତ ବାଘ ଶୃଙ୍ଖଳା ରାଷ୍ଟ୍ର ଓ ଅନ୍ୟ ଲୋକମାନଙ୍କୁ ଆହ୍ଵାନ କରୁଛି ଯେ ସେମାନେ ନିଜର ଅଭୂତପୂର୍ବ ପ୍ରୟାସ ବିନିମୟ କରିବା ଜରିଆରେ ବାଘ ସଂରକ୍ଷଣ ଦିଗରେ ମିଳିତଭାବେ ଆଗେଇ ଆସନ୍ତୁ ।

ବିଶ୍ଵସ୍ତରରେ ଏସୀୟ ହାତୀଙ୍କ ସଂଖ୍ୟାର 60 ପ୍ରତିଶତରୁ ଅଧିକ ଭାଗକୁ ଭାରତ ସମର୍ଥନ କରୁଅଛି । ଆମ ରାଜ୍ୟଗୁଡିକ 30ଟି ହାତୀ ଅଭୟାରଣ୍ୟକୁ ଚିହ୍ନଟ କରିଛନ୍ତି । ଭାରତ ଏସୀୟ ହାତୀଙ୍କ ସଂରକ୍ଷଣ ଲାଗି ମାନକ ପ୍ରତିଷ୍ଠା କରିଛି ଓ ଅନେକ ପଦକ୍ଷେପ ଗ୍ରହଣ କରିଛି ।

ଆମେ ଉଚ୍ଚ ହିମାଳୟ କ୍ଷେତ୍ରର ଚିତା ବାଘ ଏବଂ ଏହାର ପ୍ରାକୃତିକ ବାସସ୍ଥଳୀର ସଂରକ୍ଷଣ ଲାଗି ବରଫ ଚିତା ପ୍ରକଳ୍ପ (ପ୍ରୋଜେକ୍ଟ ସ୍ନୋ ଲିଓପାଡ)ର ଆରମ୍ଭ କରିଛୁ । ଭାରତ ନିକଟରେ 12ଟି ଦେଶକୁ ନେଇ ବୈଶ୍ଵିକ ବରଫ ଚିତା ବାଘ ପ୍ରାକୃତିକ ଆବାସସ୍ଥଳୀ ପରିଚାଳନା ସମିତିର ଆୟୋଜନ କରିଥିଲା । ଏହି ଅବସରରେ ନୂଆଦିଲ୍ଲୀ ଘୋଷଣା ପତ୍ର ଜାରି କରାଯାଇଥିଲା, ଯେଉଁଥିରେ ବରଫ ଚିତା ବାଘର ସଂରକ୍ଷଣ ଲାଗି ବିଭିନ୍ନ ଦେଶ ମଧ୍ୟରେ ଦେଶ ଆଧାରିତ ଫ୍ରେମ ୱାର୍କ ବିକାଶ ବିଷୟରେ ଉଲ୍ଲେଖ କରାଯାଇଥିଲା । ମୁଁ ଖୁସିର ସହ ଏହା କହିବାକୁ ଚାହେଁ ଯେ, ଭାରତ ଜନଭାଗିଦାରୀ ଜରିଆରେ ପାର୍ବତ୍ୟ ପ୍ରାକୃତିକ ପରିସଂସ୍ଥାନର ସଂରକ୍ଷଣ ସହିତ ସବୁଜ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ।

ବନ୍ଧୁଗଣ,

ଗୁଜରାଟର ଗିର କ୍ଷେତ୍ର ହେଉଛି ଏସୀୟ ସିଂହଙ୍କ ଏକମାତ୍ର ବାସସ୍ଥଳୀ । ଏଗୁଡିକ ଆମ ଦେଶର ଗୌରବ । ଆମେ ଏସୀୟ ସିଂହଙ୍କ ସଂରକ୍ଷଣ ଲାଗି 2019 ଠାରୁ ଏସୀୟ ସିଂହ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରୁଛୁ । ମୁଁ ଆନନ୍ଦର ସହିତ ଏହି ସୂଚନା ଦେବାକୁ ଚାହେଁ ଯେ, ଆଜି ଏସୀୟ ସିଂହଙ୍କ ସଂଖ୍ୟା 523 ହୋଇଯାଇଛି ।

ଭାରତର ଆସାମ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏକ ଶିଙ୍ଘ ବିଶିଷ୍ଟ ଗଣ୍ଡା ଦେଖିବାକୁ ମିଳନ୍ତି । ଭାରତ ସରକାର 2019ରେ “ଭାରତୀୟ ଏକ ଶିଙ୍ଘ ଗଣ୍ଡାଙ୍କ ପାଇଁ ଜାତୀୟ ସଂରକ୍ଷଣ ରଣନୀତି” ଆରମ୍ଭ କରିଛନ୍ତି ।

ଲୁପ୍ତପ୍ରାୟ ପକ୍ଷୀ “ଗ୍ରେଟ ଇଣ୍ଡିଆନ ବଷ୍ଟର୍ଡ”କୁ ଗୁରୁତ୍ଵ ଦେଇ “ଜିଆଇବିଆଇ – ଦ ଗ୍ରେଟ” ଶୁଭଙ୍କରର ସୃଷ୍ଟି କରିଛନ୍ତି ।

ବନ୍ଧୁଗଣ,

ପ୍ରବାସୀ ପ୍ରଜାତିଙ୍କ ଉପରେ ଗାନ୍ଧୀନଗରଠାରେ ମିଳିତ ଜାତିସଂଘ ବୁଝାମଣାର ଅଂଶୀଦାରମାନଙ୍କ ତ୍ରୟୋଦଶ ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇ ଭାରତ ସମ୍ମାନିତ ହୋଇଛି ।

ଆପଣମାନେ ଦେଖିଥିବେ ଯେ, ସିଏମଏସ ସିଓପି-13ର ଲୋଗୋ ଦକ୍ଷିଣ ଭାରତର ପାରମ୍ପରିକ “କୋଲମ” ଦ୍ଵାରା ଅନୁପ୍ରାଣିତ ପ୍ରକୃତି ସହିତ ସାମଞ୍ଜସ୍ୟ ରକ୍ଷା କରି ରହିବାରେ ଏହାର ବିଶେଷ ଗୁରୁତ୍ଵ ରହିଛି ।

ବନ୍ଧୁଗଣ,

ଆମେ ପାରମ୍ପରିକ ଢଙ୍ଗରେ “ଅତିଥି ଦେବୋ ଭବ” ମନ୍ତ୍ରକୁ ବ୍ୟବହାର କରିଥାଉ । ଏହା ସିଏମଏସ ସିଓପି-13ର ବାର୍ତ୍ତା ଓ ବିଷୟବସ୍ତୁରେ ପ୍ରତିଫଳିତ ପ୍ରବାସୀ ପ୍ରଜାତିଗୁଡିକ ପୃଥିବୀକୁ ଯୋଡିଥାନ୍ତି ଏବଂ ଏକ ସଙ୍ଗେ ଘରକୁ ଆସିବା ସମୟରେ ଆମେ ସେମାନଙ୍କୁ ସ୍ଵାଗତ କରିଥାଉ । ଏହି ପ୍ରଜାତିଗୁଡିକ ବିନା ପାସପୋର୍ଟ ଓ ଭିସାରେ ବିଭିନ୍ନ ଦେଶ ବୁଲିଥାନ୍ତି । ଏହି ପ୍ରଜାତିଗୁଡିକ ଶାନ୍ତି ଓ ସମୃଦ୍ଧିର ସନ୍ଦେଶବାହକ ହୋଇଥିବାରୁ ଏଗୁଡ଼ିକର ରକ୍ଷା କରିବା ଆମର ଦାଇତ୍ଵ ।

ଭାଇ ଓ ଭଉଣୀମାନେ,

ଭାରତ ଆସନ୍ତା 3 ବର୍ଷ ଲାଗି ଏହି ବୁଝାମଣାର ଅଧ୍ୟକ୍ଷତା କରିବ । ନିଜର କାର୍ଯ୍ୟକାଳ ସମୟରେ ଭାରତ ଦ୍ରୁତଗତିରେ ନିମ୍ନଲିଖିତ କ୍ଷେତ୍ରରେ କାର୍ଯ୍ୟ କରିବ ।

ପ୍ରବାସୀ ପକ୍ଷୀଙ୍କ ଲାଗି ଭାରତ ହେଉଛି ମଧ୍ୟ ଏସୀୟ ଉଡାଣ ମାର୍ଗର ଅଂଶବିଶେଷ । ମଧ୍ୟ ଏସୀୟ ଉଡାଣ ମାର୍ଗ ଓ ପକ୍ଷୀଙ୍କ ବାସସ୍ଥଳୀର ସୁରକ୍ଷା ଲାଗି ଭାରତ ପକ୍ଷରୁ ମଧ୍ୟ ଏସିଆ ଉଡାଣ ମାର୍ଗରେ ପ୍ରବାସୀ ପକ୍ଷୀଙ୍କ ସଂରକ୍ଷଣ ଲାଗି ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି । ଭାରତ ଏ ସଙ୍କ୍ରାନ୍ତରେ ଅନ୍ୟ ଦେଶଗୁଡ଼ିକର କାର୍ଯ୍ୟ ଯୋଜନା ପ୍ରସ୍ତୁତିରେ ସହଯୋଗ କରିବା ଲାଗି ଆନନ୍ଦର ସହିତ ଆଗ୍ରହୀ ହେବ । ସମସ୍ତ ଏସୀୟ ଉଡାଣ ମାର୍ଗ କ୍ଷେତ୍ର ଦେଶଗୁଡ଼ିକର ସକ୍ରିୟ ସହଯୋଗ ମାଧ୍ୟମରେ ପ୍ରବାସୀ ପକ୍ଷୀଙ୍କ ସଂରକ୍ଷଣକୁ ନୂତନ ସ୍ୱରୂପ ପ୍ରଦାନ କରିବା ଲାଗି ଆମେ ଇଚ୍ଛୁକ । ମୁଁ ଏକ ସହଭାଗୀ ମଞ୍ଚ ପ୍ରସ୍ତୁତ କରି ଗବେଷଣା, ଅଧ୍ୟୟନ, ମୂଲ୍ୟାଙ୍କନ, କ୍ଷମତା, ବିକାଶ ଓ ସଂରକ୍ଷଣ କାର୍ଯ୍ୟକ୍ରମ ଚଳାଇବା ଲାଗି ସଂସ୍ଥାଗତ ବ୍ୟବସ୍ଥା କରିବା ଲାଗି ମଧ୍ୟ ଚାହୁଁଛି ।

ବନ୍ଧୁଗଣ,

ଭାରତର ସମୁଦ୍ର ଉପକୂଳ 7500 କିଲୋମିଟର ଏବଂ ଭାରତର ସାମୁଦ୍ରିକ ଜଳ ଜୈବବିବିଧତା ସମ୍ପନ୍ନ । ଏଥିରେ ଅସଂଖ୍ୟ ପ୍ରଜାତି ବାସ କରନ୍ତି । ଆସିଆନ ଓ ଅନ୍ୟ ପୂର୍ବ ଏସିଆ ସମ୍ମିଳନୀର ଦେଶଗୁଡିକ ସହିତ ସହଯୋଗକୁ ସୁଦୃଢ କରିବା ଲାଗି ଭାରତ ପ୍ରସ୍ତାବ ଦେଉଛି । ଏହା ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ପ୍ରୟାସ (ଆଇପିଓଆଇ) ଅନୁରୂପ ହେବ, ଯେଉଁଥିରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ । 2020 ସୁଦ୍ଧା ଭାରତ ସାମୁଦ୍ରିକ କଇଁଚ ନୀତି ଓ ସାମୁଦ୍ରିକ ପରିଚାଳନା ନୀତିର ଶୁଭାରମ୍ଭ କରିବ । ଏହାଫଳରେ ମାଇକ୍ରୋ ପ୍ଲାଷ୍ଟିକରୁ ଉତ୍ପନ୍ନ ପ୍ରଦୂଷଣ ସମସ୍ୟାର ମଧ୍ୟ ମୁକାବିଲା କରାଯାଇପାରିବ । ଏକକ ଉପଯୋଗୀ ପ୍ଲାଷ୍ଟିକ ପରିବେଶ ସଂରକ୍ଷଣ ପାଇଁ ଆହ୍ଵାନ । ତେଣୁ ଭାରତ ଏହାର ଉପଯୋଗ ହ୍ରାସ କରିବା ଲାଗି ମିଶନ ମୋଡରେ କାମ କରୁଛି ।

ବନ୍ଧୁଗଣ,

ଭାରତରେ ଅନେକ ସଂରକ୍ଷିତ କ୍ଷେତ୍ରର ସୀମା ଓ ପଡୋଶୀ ଦେଶର ସଂରକ୍ଷିତ କ୍ଷେତ୍ର ସୀମା ପରସ୍ପର ସହ ଯୋଡି ହୋଇ ରହିଛି । “ସୀମାପାର ସଂରକ୍ଷିତ କ୍ଷେତ୍ର” ପ୍ରତିଷ୍ଠା ଜରିଆରେ ବନ୍ୟାପ୍ରାଣୀଙ୍କ ସଂରକ୍ଷଣରେ ସହଯୋଗ ଫଳରେ ଅନେକ ସକାରାତ୍ମକ ପରିଣାମ ମିଳିବ ।

ବନ୍ଧୁଗଣ,

ମୋ ସରକାର ସ୍ଥାୟୀ ବିକାଶ ମାର୍ଗରେ ଦୃଢ ଭାବେ ଭରସା କରିଥାଏ । ଆମେ ଏହା ସୁନିଶ୍ଚିତ କରୁଛୁ ଯେ, ପରିବେଶକୁ କ୍ଷତି ନ ଘଟାଇ ବିକାଶ ହେଉ । ଆମେ ପରିସଂସ୍ଥାନ ଦୃଷ୍ଟିରୁ ଦୁର୍ବଳ କ୍ଷେତ୍ରରେ ବିକାଶ ସୁନିଶ୍ଚିତ କରିବା ଲାଗି ରେଖାକାର ଭିତ୍ତିଭୂମି ନୀତି ସହ ଜଡିତ ଦିଶା ନିର୍ଦ୍ଦେଶ ଜାରି କରିଛୁ ।

ପରବର୍ତ୍ତୀ ପିଢି ପାଇଁ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଲାଗି ଲୋକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର କରାଯାଉଛି । ମୋ ସରକାର “ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ” ସହିତ ଆଗକୁ ବଢୁଅଛି । ଦେଶରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଏବେ ଯୁଗ୍ମ ବନୀକରଣ ପରିଚାଳନା ସମିତି ଏବଂ ପରିସଂସ୍ଥାନ ବିକାଶ ସମିତି ସହ ଯୋଡାଯାଉଛି । ସେମାନଙ୍କୁ ବନ୍ୟ ଜୀବ ସଂରକ୍ଷଣରେ ସାମିଲ କରାଯାଉଛି ।

ବନ୍ଧୁଗଣ,

ମୋର ସଂପୂର୍ଣ୍ଣ ଭରସା ରହିଛି ଯେ, ଏହି ସମ୍ମିଳନୀ ପ୍ରଜାତି ଏବଂ ପ୍ରାକୃତିକ ବାସସ୍ଥଳୀ ସଂରକ୍ଷଣ କ୍ଷେତ୍ରରେ ଅଭିଜ୍ଞତା ବିନିମୟ କରିବା ଓ କ୍ଷମତା ନିର୍ମାଣ ଲାଗି ଉତ୍କୃଷ୍ଟ ମଞ୍ଚ ଉପଲବ୍ଧ କରାଇବ । ମୋର ବିଶ୍ଵାସ ଅଛି ଯେ, ଆପଣମାନଙ୍କୁ ଭାରତର ଆତିଥେୟ ଏବଂ ସମୃଦ୍ଧ ବିବିଧତାର ଅଦ୍ଭୁତ ଅନୁଭବ ଲାଭ କରିବାର ସମୟ ମିଳିବ ।

ଧନ୍ୟବାଦ ।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 3, 2026
July 03, 2026

Appreciation for PM Modi’s Vision for Building a Resilient India in an Uncertain World