ଜାମ୍ମୁ-କାଶ୍ମୀର, ତେଲଙ୍ଗାନା ଏବଂ ଓଡ଼ିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶରେ ସହାୟକ ଦେବ: ପ୍ରଧାନମନ୍ତ୍ରୀ
ଆଜି ଦେଶ ବିକଶିତ ଭାରତର ସଂକଳ୍ପକୁ ହାସଲ କରିବା ଦିଗରେ ଅଗ୍ରସର ଏବଂ ଏଥିପାଇଁ ଭାରତୀୟ ରେଳବାଇର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ଆମେ ଭାରତରେ ରେଳବାଇର ବିକାଶକୁ ଚାରୋଟି ମାନଦଣ୍ଡରେ ଆଗକୁ ବଢ଼ାଉଛୁ। ପ୍ରଥମ-ରେଳ ଭିତ୍ତିଭୂମିର ଆଧୁନିକୀକରଣ, ଦ୍ୱିତୀୟ-ରେଳ ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧା, ତୃତୀୟ-ଦେଶର ପ୍ରତ୍ୟେକ କୋଣରେ ରେଳ ସଂଯୋଗ, ଚତୁର୍ଥ-ନିଯୁକ୍ତି ସୃଷ୍ଟି ଓ ଶିଳ୍ପକୁ ସହାୟତା କରିବା ପାଇଁ ରେଳବାଇର ଉପଯୋଗ : ପ୍ରଧାନମନ୍ତ୍ରୀ
ଆଜି ଭାରତ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣର ନିକଟତର ହୋଇଛି, ଆମେ ରେଳବାଇର ପ୍ରସାରକୁ ମଧ୍ୟ ନିରନ୍ତର ବିସ୍ତାର କରିଛୁ: ପ୍ରଧାନମନ୍ତ୍ରୀ

ନମସ୍କାର ଜୀ ।

ତେଲେଙ୍ଗାନାର ରାଜ୍ୟପାଳ ଶ୍ରୀ ଜିଷ୍ଣୁ ଦେବ ବର୍ମାଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରି ବାବୁ ଜୀ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଜି କିଶନ ରେଡ୍ଡୀ ଜୀ, ଜିତେନ୍ଦ୍ର ସିଂହ ଜୀ, ଭି ସୋମୈୟା ଜୀ, ରବନୀତ ସିଂ ବିଟ୍ଟୁ ଜୀ, ବନ୍ଦୀ ସଞ୍ଜୟ କୁମାର ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।

ଆଜି ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ଉତ୍ସବ । ଏହା ତାଙ୍କ ଚିନ୍ତାଧାରା, ତାଙ୍କ ଜୀବନ ଆମକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ ପାଇଁ ପ୍ରେରଣା ଦେଇଥାଏ। ମୁଁ ସମସ୍ତଙ୍କୁ ଗୁରୁ ଗୋବିନ୍ଦ ସିଂହଜୀଙ୍କ ପ୍ରକାଶ ଉତ୍ସବର ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ

୨୦୨୫ ଆରମ୍ଭରୁ ଭାରତ ଯୋଗାଯୋଗର ଦ୍ରୁତ ଗତି ବଜାୟ ରଖିଛି । ଗତକାଲି, ମୁଁ ଦିଲ୍ଲୀ-ଏନସିଆରରେ ନମୋ ଭାରତ ଟ୍ରେନର ଏକ ଚମତ୍କାର ଅନୁଭୂତି ପାଇଲି, ଦିଲ୍ଲୀ ମେଟ୍ରୋର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କଲି। ଗତକାଲି ଭାରତ ଏକ ବଡ଼ ସଫଳତା ହାସଲ କରିଛି, ଆମ ଦେଶରେ ମେଟ୍ରୋ ନେଟୱାର୍କ ଏକ ହଜାର କିଲୋମିଟରରୁ ଅଧିକ ହୋଇଯାଇଛି।  ଆଜି ଏଠାରେ କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଉତ୍ତରରେ ଜମ୍ମୁ-କଶ୍ମୀର, ପୂର୍ବରେ ଓଡ଼ିଶା ଏବଂ ଦକ୍ଷିଣରେ ତେଲେଙ୍ଗାନା - ଆଜି ଦେଶର ଏକ ବୃହତ ଅଞ୍ଚଳ ପାଇଁ 'ନ୍ୟୁ ଏଜ୍ କନେକ୍ଟିଭିଟି' ଦୃଷ୍ଟିରୁ ବହୁତ ବଡ଼ ଦିନ। ଏହି ତିନୋଟି ରାଜ୍ୟରେ ଆଧୁନିକ ବିକାଶର ଆରମ୍ଭ ଦର୍ଶାଉଛି ଯେ ସମଗ୍ର ଦେଶ ଏବେ ପର୍ଯ୍ୟାୟକ୍ରମେ ଆଗକୁ ବଢୁଛି । ଆଉ 'ସବକା ସାଥ, ସବକା ବିକାଶ'ର ଏହି ମନ୍ତ୍ର ବିକଶିତ ଭାରତର ସ୍ୱପ୍ନକୁ ରଙ୍ଗ ଦେଉଛି । ଆଜି ଏହି ଅବସରରେ ମୁଁ ଏହି ତିନୋଟି ରାଜ୍ୟର ଜନସାଧାରଣ ଏବଂ ସମସ୍ତ ଦେଶବାସୀଙ୍କୁ ଏହି ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଉଛି । ଆଉ ଏହା ମଧ୍ୟ ଏକ ସଂଯୋଗ ଯେ ଆଜି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଜନ୍ମଦିନ ଅଟେ, ମୁଁ ତାଙ୍କୁ ମଧ୍ୟ ଆଜି ସମସ୍ତଙ୍କ ପକ୍ଷରୁ ବହୁତ –ବହୁତ ଶୁଭକାମନା ଜଣାଉଛି ।

ସାଥୀମାନେ

ଆଜି ଦେଶ ଏକ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବାରେ ଲାଗିଛି, ଏବଂ ଏଥିପାଇଁ ଭାରତୀୟ ରେଳବାଇର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଦେଖିଛୁ ଯେ ଗତ ଦଶନ୍ଧି ମଧ୍ୟରେ ଭାରତୀୟ ରେଳବାଇର ଏକ ଐତିହାସିକ ପରିବର୍ତ୍ତନ ହୋଇଛି । ରେଳ ଭିତ୍ତିଭୂମିରେ ମଧ୍ୟ ଦୃଶ୍ୟମାନ ପରିବର୍ତ୍ତନ ଆସିଛି। ଏହା ଦେଶର ଭାବମୂର୍ତ୍ତିକୁ ବଦଳାଇ ଦେଇଛି ଏବଂ ଦେଶବାସୀଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଛି।

ସାଥୀମାନେ

ଭାରତରେ ରେଳବିକାଶର ଚାରୋଟି ମାନଦଣ୍ଡ ଉପରେ ଆମେ ଆଗେଇ ଚାଲିଛୁ । ପ୍ରଥମତଃ ରେଳ ଭିତ୍ତିଭୂମିର ଆଧୁନିକୀକରଣ, ଦ୍ଵିତୀୟ, ରେଳ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା, ତୃତୀୟ- ଦେଶର କୋଣ ଅନୁକୋଣରେ ରେଳବାଇର ସଂଯୋଗ, ଚତୁର୍ଥ- ରେଳବାଇରୁ ରୋଜଗାର ସୃଷ୍ଟି, ଶିଳ୍ପକୁ ସହାୟତା। ଆଜିର କାର୍ଯ୍ୟକ୍ରମ ମଧ୍ୟ ସେହି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଏହି ନୂତନ ଡିଭିଜନ, ନୂତନ ରେଳ ଟର୍ମିନାଲ ଭାରତୀୟ ରେଳବାଇକୁ ଏକବିଂଶ ଶତାବ୍ଦୀର ଆଧୁନିକ ରେଳପଥରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ଏହା ଦ୍ୱାରା ଦେଶରେ ଅର୍ଥନୈତିକ ସମୃଦ୍ଧିର ଇକୋସିଷ୍ଟମର ବିକାଶ, ରେଳପଥର ପରିଚାଳନାରେ ସହାୟକ ହେବ, ଅଧିକ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବ ଏବଂ ନୂତନ ନିଯୁକ୍ତି ସୃଷ୍ଟି ହେବ ।

 

ସାଥୀମାନେ

୨୦୧୪ରେ ଆମେ ଭାରତୀୟ ରେଳବାଇର ଆଧୁନିକୀକରଣ ର ସ୍ୱପ୍ନ ନେଇ କାମ ଆରମ୍ଭ କରିଥିଲୁ । ବନ୍ଦେ ଭାରତ ଟ୍ରେନ୍, ଅମୃତ ଭାରତ ଏବଂ ନମୋ ଭାରତ ରେଳର ସୁବିଧା ବର୍ତ୍ତମାନ ଭାରତୀୟ ରେଳବାଇର ନୂତନ ମାନଦଣ୍ଡ ପାଲଟିଛି । ଆଜିର ଆକାଂକ୍ଷୀ ଭାରତ ଅଳ୍ପ ସମୟ ମଧ୍ୟରେ ଆହୁରି ଅନେକ କିଛି ହାସଲ କରିବାକୁ ଚାହୁଁଛି । ଆଜିକାଲି ଲୋକମାନେ କମ୍ ସମୟ ମଧ୍ୟରେ ଲମ୍ବା ଦୂରତା ଯାତ୍ରା କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଦେଶର ପ୍ରତ୍ୟେକ ସ୍ଥାନରେ ହାଇସ୍ପିଡ୍ ଟ୍ରେନ୍ ର ଚାହିଦା ବଢ଼ିବାରେ ଲାଗିଛି। ଆଜି ବନ୍ଦେ ଭାରତ ଟ୍ରେନ୍ ୫୦ରୁ ଅଧିକ ରୁଟରେ ଚଳାଚଳ କରୁଛି। ୧୩୬ ବନ୍ଦେ ଭାରତ ସେବା ଲୋକଙ୍କ ଯାତ୍ରାକୁ ଆନନ୍ଦଦାୟକ କରୁଛି। ବନ୍ଦେ ଭାରତର ନୂଆ ସ୍ଲିପର ଭର୍ସନ କିପରି ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ ଚାଲିଛି ତାହାର ଏକ ଭିଡିଓ ମୁଁ ଦୁଇ-ତିନି ଦିନ ତଳେ ଦେଖୁଥିଲି ଏବଂ କେବଳ ମୁଁ ନୁହେଁ, ଯେ କୌଣସି ଭାରତୀୟ ଏହା ଦେଖିବାକୁ ଚାହିଁବେ। ଏଭଳି ଅନୁଭୂତି କେବଳ ଆରମ୍ଭ, ସେହି ସମୟ ଦୂର ନୁହେଁ ଯେତେବେଳେ ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ମଧ୍ୟ ଚାଲିବ।


ସାଥୀମାନେ

ପ୍ରଥମ ଷ୍ଟେସନରୁ ଆରମ୍ଭ କରି ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ, ଭାରତୀୟ ରେଳବାଇର ଯାତ୍ରାକୁ ଏକ ସ୍ମରଣୀୟ ଅନୁଭୂତି ରେ ପରିଣତ କରିବା ଆମର ଲକ୍ଷ୍ୟ । ଏଥିପାଇଁ ଦେଶର ୧୩୦୦ରୁ ଅଧିକ ଅମୃତ ଷ୍ଟେସନର ପୁନରୁଦ୍ଧାର ମଧ୍ୟ କରାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ରେଳ ଯୋଗାଯୋଗ ମଧ୍ୟ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ୨୦୧୪ ସୁଦ୍ଧା ଦେଶରେ ମାତ୍ର ୩୫ ପ୍ରତିଶତ ରେଳ ଲାଇନରେ ବିଦ୍ୟୁତସଂଯୋଗ ହୋଇପାରିଛି। ଆଜି ଭାରତରେ ରେଳ ଲାଇନର ଶତ ପ୍ରତିଶତ ବିଦ୍ୟୁତୀକରଣ ହେଉଛି । ଆମେ ରେଳବାଇର ପହଂଚକୁ ମଧ୍ୟ କ୍ରମାଗତ ଭାବରେ ବିସ୍ତାର କରିଛୁ । ବିଗତ ୧୦ ବର୍ଷ ମଧ୍ୟରେ ୩୦ ହଜାର କିଲୋମିଟରରୁ ଅଧିକ ନୂଆ ରେଳ ଧାରଣା ବିଛାଯାଇଛି, ଶହ ଶହ ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ନିର୍ମାଣ କରାଯାଇଛି। ଏବେ ବ୍ରଡ୍ ଗେଜ୍ ଲାଇନ୍ ରେ ମାନବ ବିହୀନ କ୍ରସିଂ ଶେଷ ହୋଇଛି। ଏହା ଦ୍ୱାରା ଦୁର୍ଘଟଣା ମଧ୍ୟ ହ୍ରାସ ପାଇବା ସହ ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ଡେଡିକେଟେଡ୍ ଫ୍ରେଟ୍ କରିଡର ଭଳି ଆଧୁନିକ ରେଳ ନେଟୱାର୍କର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଶେଷ ହେଉଛି । ଏହି ସ୍ୱତନ୍ତ୍ର କରିଡର ନିର୍ମାଣ ହେଲେ ସାଧାରଣ ଟ୍ରାକ୍ ଉପରେ ଚାପ କମିବା ସହ ହାଇସ୍ପିଡ୍ ଟ୍ରେନ୍ ଚଳାଇବାର ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ସାଥୀମାନେ

ରେଳବାଇରେ ଆଜି କୟାକଳ୍ପର ଯେଉଁ ଅଭିଯାନ ଚାଲିଛି, ଚାଲିଥିବା ପୁନରୁଦ୍ଧାର ଅଭିଯାନ, ମେଡ୍ ଇନ୍ ଇଣ୍ଡିଆକୁ ଯେପରି ପ୍ରୋତ୍ସାହନ ଦିଆଯାଉଛି, ମେଟ୍ରୋ ପାଇଁ ଅତ୍ୟାଧୁନିକ କୋଚ୍ ପ୍ରସ୍ତୁତ କରାଯାଉଛି, ରେଳବାଇ ପାଇଁ, ଷ୍ଟେସନର ପୁନଃବିକାଶ କରାଯାଉଛି, ଷ୍ଟେସନଗୁଡ଼ିକରେ ସୌର-ପ୍ୟାନେଲ ଲଗାଯାଉଛି, 'ୱାନ୍ ଷ୍ଟେସନ୍, ୱାନ୍ ପ୍ରଡକ୍ଟ' ପାଇଁ ଷ୍ଟଲ୍ ଲଗାଯାଉଛି। ଏହା ମଧ୍ୟ ରେଳବାଇରେ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଗତ ୧୦ ବର୍ଷ ମଧ୍ୟରେ ରେଳବାଇରେ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ଥାୟୀ ସରକାରୀ ଚାକିରି ମିଳିଛି। ଆମକୁ ମନେ ରଖିବାକୁ ହେବ ଯେ ଯେଉଁ କାରଖାନାଗୁଡ଼ିକରେ ନୂତନ ଟ୍ରେନ୍ ର କୋଚ୍ ନିର୍ମାଣ କରାଯାଉଛି, ସେହି କାରଖାନାଗୁଡ଼ିକ ପାଇଁ କଞ୍ଚାମାଲ ଅନ୍ୟ କାରଖାନାରୁ ଆସୁଛି। ସେଠାରେ ଚାହିଦା ବଢ଼ିବା ଅର୍ଥ ଅଧିକ ନିଯୁକ୍ତି ସୁଯୋଗ। ରେଳବାଇ ସହ ଜଡିତ ବିଶେଷ ଦକ୍ଷତାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।

 

ସାଥୀମାନେ

ଆଜି ଯେଉଁ ଭଳି ଭାବରେ ରେଳ ନେଟୱାର୍କ ର ସମ୍ପ୍ରସାରଣ ହେଉଛି ସେହି ଅନୁଯାୟୀ ନୂଆ ମୁଖ୍ୟାଳୟ ଓ ଡିଭିଜନ ମଧ୍ୟ ନିର୍ମାଣ କରାଯାଉଛି । ଜମ୍ମୁ-ଡିଭିଜନର ଲାଭ ଜମ୍ମୁ-କଶ୍ମୀର ସହିତ ହିମାଚଳ ପ୍ରଦେଶ ଏବଂ ପଞ୍ଜାବର ଅନେକ ସହରକୁ ମଧ୍ୟ  ହେବ। ଏହାଦ୍ୱାରା ଲେହ-ଲଦାଖର ଲୋକମାନେ ମଧ୍ୟ ଉପକୃତ ହେବେ।

ସାଥୀମାନେ

ଆମର ଜମ୍ମୁ-କଶ୍ମୀର ଆଜି ରେଳ ଭିତ୍ତିଭୂମିରେ ନୂଆ ରେକର୍ଡ ସ୍ଥାପନ କରୁଛି। ଉଧମପୁର-ଶ୍ରୀନଗର-ବାରାମୁଲା ରେଳଲାଇନ ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରକଳ୍ପ ଜମ୍ମୁ-କଶ୍ମୀରକୁ ଭାରତର ଅନ୍ୟାନ୍ୟ ଅଂଶ ସହ ଯୋଡ଼ିବ। ଏହି ପ୍ରକଳ୍ପ ଅଧୀନରେ ବିଶ୍ୱର ସର୍ବୋଚ୍ଚ ରେଲୱେ ଚେନାବ ବ୍ରିଜ୍ ର କାର୍ଯ୍ୟ ଶେଷ ହୋଇଛି। ଦେଶର ପ୍ରଥମ କେବୁଲ୍ ଷ୍ଟେଡ୍ ରେଳ ସେତୁ ଅଞ୍ଜି ଖଡ଼ ସେତୁ ମଧ୍ୟ ଏହି ପ୍ରକଳ୍ପର ଏକ ଅଂଶ। ଏହି ଦୁଇଟି ଯାକ ଇଞ୍ଜିନିୟରିଂର ଅତୁଳନୀୟ ଉଦାହରଣ । ଏହା ଦ୍ୱାରା ଏହି ଅଞ୍ଚଳରେ ଅର୍ଥନୈତିକ ଉନ୍ନତି ଓ ସମୃଦ୍ଧି ବୃଦ୍ଧି ପାଇବ।

ସାଥୀମାନେ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ଏତେ ବଡ଼ ସାମୁଦ୍ରିକ ତଟ ଦେଖିବାକୁ ମିଳିଛି। ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ବିପୁଳ ସମ୍ଭାବନା ରହିଛି। ଆଜି ଓଡ଼ିଶାରେ ନୂଆ ରେଳ ଧାରଣା ସହ ଜଡ଼ିତ ଅନେକ ପ୍ରକଳ୍ପ ଉପରେ କାମ ଚାଲିଛି। ଏଥିରେ ୭୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଉଛି। ରାଜ୍ୟରେ ୭ଟି ସ୍ପିଡ୍ ପାୱାର କାର୍ଗୋ ଟର୍ମିନାଲ ଆରମ୍ଭ ହୋଇଛି, ଯାହା ବାଣିଜ୍ୟ ଓ ଶିଳ୍ପକୁ ପ୍ରୋତ୍ସାହନ ଦେଉଛି। ଆଜି ବି ଓଡ଼ିଶାର ରାୟଗଡ଼ା ରେଳ ଡିଭିଜନର ଶିଳାନ୍ୟାସ, ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ଏହା ଦ୍ୱାରା ଓଡ଼ିଶାରେ ପର୍ଯ୍ୟଟନ, ବାଣିଜ୍ୟ ଓ ରୋଜଗାର ବୃଦ୍ଧି ପାଇବ। ବିଶେଷକରି ଆଦିବାସୀ ପରିବାର ସଂଖ୍ୟା ଅଧିକ ଥିବା ଦକ୍ଷିଣ ଓଡ଼ିଶା ପାଇଁ ଏହା ବେଶ୍ ଲାଭଦାୟକ ହେବ। ଏହି ଭିତ୍ତିଭୂମି ଜନମନ ଯୋଜନା ଅଧୀନରେ ଆମେ ବିକଶିତ କରୁଥିବା ଅତି ପଛୁଆ ଆଦିବାସୀ ଅଞ୍ଚଳ ପାଇଁ ବରଦାନ ସାବ୍ୟସ୍ତ ହେବ।

 

ସାଥୀମାନେ

ଆଜି ମୋତେ ତେଲେଙ୍ଗାନାର ଚର୍ଲପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ଉଦଘାଟନ କରିବାର ସୁଯୋଗ ମିଳିଛି। ଆଉଟର ରିଙ୍ଗରୋଡ ସହ ଏହି ଷ୍ଟେସନର ସଂଯୋଗ ଏହି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ । ଷ୍ଟେସନରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଲିଫ୍ଟ, ଏସ୍କେଲେଟର ଭଳି ସୁବିଧା ରହିଛି। ଆଉ ଏକ ବିଶେଷ କଥା ହେଉଛି ଏହି ଷ୍ଟେସନକୁ ସୌର ଶକ୍ତି ଦ୍ୱାରା ପରିଚାଳିତ କରାଯାଉଛି । ନୂତନ ରେଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚିଗୁଡ଼ା ଭଳି ସହରର ବର୍ତ୍ତମାନର ଟର୍ମିନାଲ ଉପରେ ଚାପକୁ ବହୁତ ହ୍ରାସ କରିବ । ଏହା ଦ୍ୱାରା ଲୋକଙ୍କ ପାଇଁ ଯାତ୍ରା ଅଧିକ ସୁବିଧାଜନକ ହେବ । ଅର୍ଥାତ୍ ଇଜ୍ ଅଫ୍ ଲିଭିଂ ସହିତ ଇଜ୍ ଅଫ୍ ଡୁଇଂ ବିଜନେସ୍ କୁ ମଧ୍ୟ ପ୍ରୋତ୍ସାହନ ମିଳିବ।

ସାଥୀମାନେ

ଆଜି ଦେଶରେ ଆଧୁନିକ ଭିତ୍ତିଭୂମି ନିର୍ମାଣର ଏକ ମହାଯଜ୍ଞ ଚାଲିଛି। ଭାରତର ଏକ୍ସପ୍ରେସ୍ ୱେ, ଜଳପଥ, ମେଟ୍ରୋ ନେଟୱାର୍କ ଦ୍ରୁତ ଗତିରେ ବିସ୍ତାର ହେଉଛି । ଆଜି ଦେଶର ବିମାନ ବନ୍ଦରରେ ସର୍ବୋତ୍ତମ ସୁବିଧା ଉପଲବ୍ଧ ହେଉଛି। ୨୦୧୪ରେ ଦେଶରେ ବିମାନବନ୍ଦର ସଂଖ୍ୟା ୭୪ ଥିବା ବେଳେ ଏବେ ଏହା ୧୫୦କୁ ବୃଦ୍ଧି ପାଇଛି। ୨୦୧୪ ସୁଦ୍ଧା ମାତ୍ର ୫ଟି ସହରରେ ମେଟ୍ରୋ ସୁବିଧା ଥିବା ବେଳେ ଆଜି ୨୧ଟି ସହରରେ ମେଟ୍ରୋ ସୁବିଧା ରହିଛି। ଭାରତୀୟ ରେଳବାଇକୁ ମଧ୍ୟ ଏହି ସ୍କେଲ ଏବଂ ସ୍ପିଡ୍ ସହ ମେଳ ଖାଇବା ପାଇଁ କ୍ରମାଗତ ଭାବେ ଅପଗ୍ରେଡ୍ କରାଯାଉଛି।

ସାଥୀମାନେ

ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ ବିକଶିତ ଭାରତର ରୋଡମ୍ୟାପ୍ ର ଏକ ଅଂଶ, ଯାହା ଆଜି ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏକ ମିଶନରେ ପରିଣତ ହୋଇଛି । ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି ଏହି ଦିଗରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବୁ । ଏହି ସବୁ ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଆପଣଙ୍କୁ ବହୁତ- ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Saratchandra Chattopadhyay on his 150th birth anniversary
September 15, 2026

The Prime Minister, Shri Narendra Modi has paid homage to renowned Bengali writer Saratchandra Chattopadhyay on his 150th birth anniversary. Remembering the eminent writer, Shri Modi highlighted the enduring significance of his literary works, which have been translated into every Indian language and several foreign languages. He noted that Saratchandra Chattopadhyay’s writings provide an accurate and sensitive portrayal of 19th-century India, particularly Bengali society in rural areas.

The Prime Minister posted on X:

Homage to noted Bengali writer, the versatile Saratchandra Chattopadhyay on his 150th birth anniversary.

His works, translated into every Indian language and several foreign languages, are remembered for their accurate depiction of 19th century India, especially Bengali society in rural areas. Equally noteworthy was his commitment to social reform, women’s rights and nationalism.

I call upon more youngsters to read his writings in the times to come.

প্রখ্যাত বাঙালি লেখক, বহুমুখী প্রতিভার অধিকারী শরৎচন্দ্র চট্টোপাধ্যায়ের ১৫০তম জন্মবার্ষিকীতে জানাই বিনম্র শ্রদ্ধাঞ্জলি।

ভারতের সমস্ত ভাষায় এবং একাধিক আন্তর্জাতিক ভাষায় অনূদিত তাঁর সাহিত্যকর্মগুলি উনিশ শতকের ভারত, বিশেষ করে গ্রামীণ অঞ্চলের বাঙালি সমাজকে সঠিকভাবে চিত্রিত করার জন্য স্মরণীয় হয়ে রয়েছে। সামাজিক সংস্কার, নারী অধিকার এবং জাতীয়তাবাদের প্রতি তাঁর দায়বদ্ধতাও সমানভাবে স্মরণীয়।

আগামী দিনের তরুণ-তরুণীকে আমি আরও বেশি করে তাঁর রচনা পড়ার জন্য আহ্বান জানাচ্ছি।