ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ କଲେ ସମ୍ବର୍ଦ୍ଧିତ
“ଗୋଆର ଜନସାଧାରଣ ମୁକ୍ତି ଆନ୍ଦୋଳନ ଓ ସ୍ୱରାଜରେ କୌଣସି ଢିଲା ଦେଇ ନ ଥିଲେ । ଭାରତର ଇତିହାସରେ ସେମାନେ ମୁକ୍ତି ମଶାଲ ଜାଜ୍ଜଲ୍ୟମାନ ରଖିଥିଲେ”
“ଭାରତ ଏକ ଉତ୍ସାହ ଯେଉଁଠି ନିଜଠାରୁ ଦେଶର ସ୍ଥାନ ସର୍ବୋଚ୍ଚ ଓ ଗୋଟିଏ ମାତ୍ର ମନ୍ତ୍ର ଦେଶ ପ୍ରଥମ, ଗୋଟିଏ ସଂକଳ୍ପ ଏକ ଭାରତ, ଶ୍ରେଷ୍ଠ ଭାରତ”
“ସର୍ଦ୍ଦାର ପଟେଲ ଆଉ କିଛି ବର୍ଷ ବଞ୍ଚିଥିଲେ ଗୋଆର ମୁକ୍ତି ଏତେ ଅଧିକ ଦିନ ଲାଗି ନ ଥାନ୍ତା”
“ଅନ୍ୟଆଡେ ଯେତେବେଳେ କାମ ଆରମ୍ଭ ହୁଏ ବା ଅଗ୍ରଗତି ପଥରେ ଥାଏ, ଗୋଆରେ ତାହା ଶେଷ ହୋଇଥାଏ”
“ପୋପ୍ ଫ୍ରାନ୍‌‌ସିସଙ୍କ ସହ ସାକ୍ଷାତ ଓ ତାଙ୍କର ଭାରତର ସୁଦୃଢ ଗଣତନ୍ତ୍ର ଓ ବିବିଧତା ପ୍ରତି ଅନୁରାଗର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ”
“ଦେଶ ଗୋଆବାସୀ ମନୋହର ପାରିକରଙ୍କ ସାଧୁତା, ମେଧା ଓ ଅଧ୍ୟବସାୟର ପ୍ରତିଫଳନ ଦେଖିଛି”

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଗୋଆର ସମସ୍ତ ଭାଇ ଭଉଣୀଙ୍କୁ ମୋର ନମସ୍କାର । ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପସ୍ଥିତ ଗୋଆର ରାଜ୍ୟପାଳ ଶ୍ରୀ ପି. ଏସ୍‌. ଶ୍ରୀଧରନ୍ ପିଲ୍ଲଇ ମହୋଦୟ, ଗୋଆର ଉର୍ଜାବାନ୍ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମହୋଦୟ, ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାୱଲେକର ମହୋଦୟ, ମନୋହର ଅଜଗାଓଁକର ମହୋଦୟ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀପଦ ନାୟକ ମହୋଦୟ, ଗୋଆ ବିଧାନସଭାର ବାଚସ୍ପତି ରାଜେଶ ପଟନେକର ମହୋଦୟ, ଗୋଆ ସରକାରର ସମସ୍ତ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ, ସମସ୍ତ ଅଧିକାରୀଗଣ ଏବଂ ଗୋଆର ମୋର ଭାଇ ଓ ଭଉଣୀମାନେ ।

ମହଜ୍ୟା ମୋଗାଛ ଗୋୟକାରାଁପୋ ଗୋଁୟ ମୁକ୍ତିଚ୍ୟା, ହୀରକ ମହୋତ୍ସବୀ ବର୍ଷା ନିମତାନ, ତୁମକା ସଗଛ୍ୟାଙ୍କ, ମନା କାଝଜାସାୱ ପରବିଁ । ସୈମାନ ନଟଲେଲ୍ୟା ମୋଗାଝ ମନଶାଂଚ୍ୟା, ହୟା, ଭାଙ୍ଗରଝ୍ୟା ଗୋୟାଁତ, ୟେବନ ହ୍ମାକା ଖୁପ ଖୋସ ଭୋଗତା! ଗୋଆର ମାଟିକୁ, ଗୋଆର ପବନକୁ, ଗୋଆର ସମୁଦ୍ରକୁ ପ୍ରକୃତିର ଅପୂର୍ବ ବରଦାନ ମିଳିଛି । ଏବଂ ଆଜି ସମଗ୍ର ଗୋଆବାସୀଙ୍କ ଏହି ଉତ୍ସାହ, ଗୋଆର ପବନରେ ମୁକ୍ତିର ଗୌରବକୁ ଆହୁରି ବୃଦ୍ଧି କରୁଛି । ଆଜି ଆପଣମାନଙ୍କ ମୁଖରେ ଗୋଆର ଗୌରବଶାଳୀ ଇତିହାସର ଗର୍ବ ଦେଖି ମୁଁ ମଧ୍ୟ ଆପଣମାନଙ୍କ ଭଳି ଖୁସି ଏବଂ ଆନନ୍ଦିତ । ମତେ କୁହାଯାଇଛି ଯେ ଏହି ସ୍ଥାନ ଖୁବ୍ ଛୋଟ ହୋଇଗଲା । ତେଣୁ ପାଖରେ ଏହିଭଳି ଦୁଇଟି ବଡ ମଂଚ ନିର୍ମାଣ କରାଯାଇଛି ଏବଂ ସବୁ ଲୋକ ସେଠାରେ ବସିଛନ୍ତି ।

ବନ୍ଧୁଗଣ,

ଆଜି ଗୋଆ କେବଳ ନିଜ ମୁକ୍ତିର ହୀରକ ଜୟନ୍ତୀ ପାଳନ କରୁନାହିଁ, ବରଂ ୬୦ ବର୍ଷର ଏହି ଯାତ୍ରାର ସ୍ମୃତି ଆମ ସମ୍ମୁଖରେ ରହିଛି । ଆଜି ଆମ ସମ୍ମୁଖରେ ଆମର ସଂଘର୍ଷ ଏବଂ ବଳିଦାନର ଗାଥା ମଧ୍ୟ ରହିଛି । ଆମ ସମ୍ମୁଖରେ ଲକ୍ଷ ଲକ୍ଷ ଗୋଆବାସୀଙ୍କ ପରିଶ୍ରମ ଏବଂ ନିଷ୍ଠାର ସେହି ସୁଫଳ ରହିଛି ଯାହା କାରଣରୁ ଆମେ ଅଳ୍ପ ସମୟରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛୁ । ଏବଂ ସାମ୍ନାରେ ଯେତେବେଳେ ଗର୍ବ କରିବା ପାଇଁ ଏତେ କିଛି ରହିଛି, ସେତେବେଳେ ଭବିଷ୍ୟତ ପାଇଁ ନୂଆ ସଙ୍କଳ୍ପ ଆପଣା ଛାଏଁ ପ୍ରସ୍ତୁତ ହୋଇଯାଇଥାଏ । ନୂଆ ସ୍ୱପ୍ନ ଆପଣା ଛାଏଁ ଆକାର ନେବା ଆରମ୍ଭ କରିଥାଏ । ଏହା ମଧ୍ୟ ଆଉ ଏକ ସୁଖଦ ସଂଯୋଗ ଯେ ଗୋଆ ମୁକ୍ତିର ଏହି ହୀରକ ଜୟନ୍ତୀ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ପାଳନ କରାଯାଉଛି । ଏଥିପାଇଁ ଗୋଆର ସ୍ୱପ୍ନ ଏବଂ ଗୋଆର ସଙ୍କଳ୍ପ ଆଜି ଦେଶକୁ ଶକ୍ତି ପ୍ରଦାନ କରୁଛି ।

ବନ୍ଧୁଗଣ,

ଏବେ ଏଠାକୁ ଆସିବା ପୂର୍ବରୁ ମତେ ଆଜାଦ ମୈଦାନରେ ଶହୀଦ ସ୍ମାରକୀଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ସୌଭାଗ୍ୟ ମଧ୍ୟ ମିଳିଲା । ଶହୀଦମାନଙ୍କୁ ପ୍ରଣାମ କରିବା ପରେ ମୁଁ ମୀରାମରରେ ସେଲ ପରେଡ ଏବଂ ଫ୍ଲାଇ ପାଷ୍ଟର ସାକ୍ଷୀ ମଧ୍ୟ ପାଲଟିଗଲି । ଏଠାକୁ ଆସି ମଧ୍ୟ ଅପରେସନ ବିଜୟର ବୀରମାନଙ୍କୁ, ଅବସରପ୍ରାପ୍ତ ସୈନିକମାନଙ୍କୁ ରାଷ୍ଟ୍ର ପକ୍ଷରୁ ସମ୍ମାନିତ କରିବାର ସୁଯୋଗ ମିଳିଲା । ଏତେ ସୁଯୋଗ, ଅଭିଭୂତ କଲା ଭଳି ଏତେ ଅନୁଭବ, ଆଜି ଗୋଆ ଏକ ସଙ୍ଗରେ ଦେଇଛି । ଏହା ହିଁ ତ ହେଉଛି ସହୃଦୟ, ଚଳଚଂଚଳ ଗୋଆର ସ୍ୱଭାବ । ଏହି ସ୍ନେହ ପାଇଁ, ଏହି ଆତ୍ମୀୟତା ପାଇଁ, ମୁଁ ଗୋଆବାସୀଙ୍କୁ କୃତଜ୍ଞତା ଜଣାଉଛି ।

ବନ୍ଧୁଗଣ,

ଆଜି ଆମେ ଗୋଟିଏ ପଟେ ଗୋଆ ମୁକ୍ତି ଦିବସ ପାଳନ କରୁଛୁ ତ ଅନ୍ୟ ପଟେ ଗୋଆର ବିକାଶ ପାଇଁ ନୂତନ ପଦକ୍ଷେପମାନ ମଧ୍ୟ ଗ୍ରହଣ କରୁଛୁ । ଏବେ ଏଠାରେ ଗୋଆ ସରକାରଙ୍କ  ଭିନ୍ନ ଭିନ୍ନ ବିଭାଗକୁ, ଏଜେନ୍ସେିକୁ ଆତ୍ମନିର୍ଭର ଭାରତ ଏବଂ ସ୍ୱୟଂପୂର୍ଣ୍ଣ ଗୋଆର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପୁରସ୍କୃତ କରାଗଲା । ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ଗୋଆର ପଂଚାୟତଗୁଡିକୁ, ମ୍ୟୁନିପାଲିଟିଗୁଡିକୁ ମଧ୍ୟ ପୁରସ୍କାର ପ୍ରଦାନ କରାଗଲା । ଏଥିସହ, ଆଜି ପୁନଃନିର୍ମିତ କିଲ୍ଲା - ଅଗୁଆଡା ଜେଲ ସଂଗ୍ରହାଳୟ, ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବ୍ଲକ୍‌, ଦକ୍ଷିଣ ଗୋଆ ଜିଲ୍ଲା ହସ୍ପିଟାଲ ଏବଂ ଡାଭୋରଲିମର ଗ୍ୟାସ ଇନସ୍ୟୁଲେଟେଡ ସବ-ଷ୍ଟେସନର ମଧ୍ୟ ଲୋକାର୍ପଣ କରାଗଲା । ଗୋଆ ମେଡିକାଲ କଲେଜ ଏବଂ ମୋପା ବିମାନ ବନ୍ଦରରେ ବିମାନ ଚଳାଚଳ କୌଶଳ ବିକାଶ କେନ୍ଦ୍ରର ମଧ୍ୟ ଆଜି ଶୁଭାରମ୍ଭ ହୋଇଯାଇଛି । ମୁଁ ଆପଣ ସମସ୍ତଙ୍କୁ ଏହି ସବୁ ସଫଳତା ପାଇଁ, ଏହିସବୁ ବିକାଶ ପ୍ରକଳ୍ପ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଅମୃତ ମହୋତ୍ସବ କାଳରେ ଦେଶ ପ୍ରତ୍ୟେକ ଦେଶବାସୀଙ୍କୁ ‘ସବକା ପ୍ରୟାସ’ ପାଇଁ ଆହ୍ୱାନ କରିଛି । ଗୋଆର ମୁକ୍ତି ସଂଗ୍ରାମ ଏହି ମନ୍ତ୍ରର ଏକ ବଡ ଉଦାହରଣ ଅଟେ । ଏବେ ମୁଁ ଆଜାଦ ମୈଦାନରେ ଶହୀଦ ସ୍ମାରକୀକୁ ନିରୀକ୍ଷଣ କରୁଥିଲି । ଏହାକୁ ଚାରିଟି ହାତର ଆକୃତି ଭଳି ରୂପ ଦିଆଯାଇଛି । ଏହା ଏହି କଥାର ପ୍ରତୀକ ଯେ ଗୋଆର ମୁକ୍ତି ପାଇଁ କିଭଳି ଦେଶର ଚାରି କୋଣରୁ ଏକ ସଙ୍ଗେ ହାତ ଉଠିଥିଲା । ଆପଣମାନେ ଦେଖନ୍ତୁ, ଗୋଆ ଏକ ଏଭଳି ସମୟରେ ପର୍ତୁଗାଲ ଅଧୀନକୁ ଯାଇଥିଲା ଯେତେବେଳେ ଦେଶର ଅନ୍ୟ ବଡ ବଡ ଭୂଖଣ୍ଡରେ ମୋଗଲମାନଙ୍କ ସାମ୍ରାଜ୍ୟ ଥିଲା । ଏହା ପରେ ଦେଶ କେତେ ଯେ ରାଜନୈତିକ ଝଡ ଦେଖିଛି, କ୍ଷମତାର କେତେ ଯେ ଉତ୍‌ଥାନ ପତନ ଘଟିଛି । କିନ୍ତୁ ସମୟ ଓ କ୍ଷମତାର ଅଦଳ ବଦଳ ମଧ୍ୟରେ ଶତାଦ୍ଦୀ ଶତାଦ୍ଦୀର ବ୍ୟବଧାନ ପରେ ମଧ୍ୟ ନାଁ ଗୋଆ ନିଜର ଭାରତୀୟତାକୁ ଭୁଲିଲା, ନାଁ ଭାରତ କେବେ ମଧ୍ୟ ନିଜର ଗୋଆକୁ ଭୁଲିଲା । ଏହା ଏକ ଏଭଳି ସମ୍ପର୍କ; ଯାହା ସମୟ ସହିତ ଆହୁରି ସଶକ୍ତ ହୋଇଛି । ଗୋଆର ମୁକ୍ତି ସଂଗ୍ରାମ, ଏକ ଏଭଳି ଅମର ଜ୍ୟୋତି ଯାହା ଇତିହାସର ହଜାର ହଜାର ଝଡ ଝଞ୍ଜାକୁ ସହ୍ୟ କରି ମଧ୍ୟ ପ୍ରଜ୍ଜ୍ୱଳିତ ରହିଛି, ଅଟଳ ରହିଛି । କୁଂକଲଲୀ ସଂଗ୍ରାମଠାରୁ ନେଇ ଛତ୍ରପତି ଶିବାଜୀ ମହାରାଜ ଏବଂ ସଂଭାଜୀଙ୍କ ନେତୃତ୍ୱରେ ବୀର ମରାଠାମାନଙ୍କ ସଂଘର୍ଷ ପର୍ଯ୍ୟନ୍ତ, ଗୋଆ ପାଇଁ ନିରନ୍ତର ପ୍ରୟାସ କରାଯାଇଛି, ସମସ୍ତଙ୍କ ତରଫରୁ ପ୍ରୟାସ କରାଯାଇଛି ।

ବନ୍ଧୁଗଣ,

ଦେଶ ତ ଗୋଆ ପୂର୍ବରୁ ସ୍ୱାଧୀନ ହୋଇଥିଲା । ଦେଶର ଅଧିକାଂଶ ଲୋକଙ୍କୁ ସେମାନଙ୍କର ଅଧିକାର ମିଳି ସାରିଥିଲା । ଏବେ ସେମାନଙ୍କ ନିକଟରେ ନିଜର ସ୍ୱପ୍ନକୁ ସାକାର କରିବାର ସମୟ ଥିଲା । ସେମାନଙ୍କ ନିକଟରେ ବିକଳ୍ପ ଥିଲା ଯେ, ସେମାନେ ଶାସନ କ୍ଷମତା ପାଇଁ ସଂଘର୍ଷ କରିପାରିଥାଆନ୍ତେ, ପଦ ପ୍ରତିଷ୍ଠା ହାସଲ କରି ପାରିଥାଆନ୍ତେ । କିନ୍ତୁ କେତେ ଯେ ଯୋଦ୍ଧା ସେସବୁ ତ୍ୟାଗ କରି ଗୋଆର ସ୍ୱାଧୀନତା ପାଇଁ ସଂଘର୍ଷ ଓ ବଳିଦାନର ମାର୍ଗ ବାଛି ନେଲେ । ଗୋଆବାସୀ ମଧ୍ୟ ମୁକ୍ତି ଏବଂ ସ୍ୱରାଜ ପାଇଁ ଆନ୍ଦୋଳନକୁ କେବେ ବି ମନ୍ଥର ହେବାକୁ ଦେଇ ନଥିଲେ । ସେମାନେ ଭାରତର ଇତିହାସରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାଧୀନତାର ବହ୍ନିକୁ ପ୍ରଜ୍ଜଳିତ ରଖିଥିଲେ । ଏହାର କାରଣ ଏହି ଯେ ଭାରତ କେବଳ ଏକ ରାଜନୈତିକ କ୍ଷମତା ନୁହେଁ । ଭାରତ ମାନବତାର ସ୍ୱାର୍ଥରକ୍ଷା କରୁଥିବା ଏକ ବିଚାରଧାରା ଅଟେ, ଏକ ପରିବାର ଅଟ । ଭାରତ ଏକ ଏଭଳି ଭାବନା ଅଟେ ଯେଉଁଠାରେ ରାଷ୍ଟ୍ର ‘ସ୍ୱୟଂ’ ଠାରୁ ଉର୍ଦ୍ଧ୍ୱରେ ହୋଇଥାଏ, ସର୍ବୋପରି ହୋଇଥାଏ । ଯେଉଁଠାରେ ଗୋଟିଏ ହିଁ ମନ୍ତ୍ର ହୋଇଥାଏ- ରାଷ୍ଟ୍ର ପ୍ରଥମ । ନେସନ୍ ଫାଷ୍ଟ । ଯେଉଁଠାରେ ଗୋଟିଏ ହିଁ ସଙ୍କଳ୍ପ ହୋଇଥାଏ – ଏକ ଭାରତ, ଶ୍ରେଷ୍ଠ ଭାରତ । ଆପଣମାନେ ଦେଖନ୍ତୁ, ଲୁଇଦ ଦି ମିନେଝିସ ବ୍ରାଗାନଝା,ତ୍ରିସ୍ତାବ ବ୍ରାଗାନଝା ଦ କୁହ୍ନା, ଜ୍ୟୁଲିଓ ବିନେଝିସଙ୍କ ଭଳି ନାଁ ହେଉ, ପୁରୁଷୋତମ କାକୋଡକର, ଲକ୍ଷ୍ମୀକାନ୍ତ ଭେଁବରେଙ୍କ ଭଳି ସେନାନୀ ହୁଅନ୍ତୁ ଅବା ପୁଣି ବାଲା ରାୟା ମାପାରିଙ୍କ ଭଳି ଯୁବକମାନଙ୍କ ବଳୀଦାନ, ଆମର କେତେ ଯେ ଯୋଦ୍ଧା ସ୍ୱାଧୀନତା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିଲେ, ଯନ୍ତ୍ରଣା ସହିଲେ, ବଳିଦାନ ଦେଲେ, କିନ୍ତୁ ଏହି ଆନ୍ଦୋଳନକୁ ବନ୍ଦ ହେବାକୁ ଦେଲେ ନାହିଁ । ସ୍ୱାଧୀନତାର ଠିକ୍ ପୂର୍ବରୁ ରାମ ମନୋହର ଲୋହିଆ ଜୀଙ୍କଠାରୁ ନେଇ ସ୍ୱାଧୀନତା ପରେ ଜନସଂଘର କେତେ ଯେ ନେତାଙ୍କ ପର୍ଯ୍ୟନ୍ତ ଏହି ମୁକ୍ତି ଆନ୍ଦୋଳନ ନିରନ୍ତର ଭାବେ ଚାଲିଥିଲା । ମନେପକାନ୍ତୁ, ମୋହନ ରାଣାଡେ ଜୀଙ୍କୁ ଯିଏ ଗୋଆର ମୁକ୍ତି ପାଇଁ ଆନ୍ଦୋଳନ କରିବା ସକାଶେ ଜେଲ ଯାଇଥିଲେ । ତାଙ୍କୁ ବର୍ଷ ବର୍ଷ ଧରି ଜେଲରେ ଯାତନା ଭୋଗିବାକୁ ପଡିଲା । ଗୋଆର ସ୍ୱାଧୀନତା ପରେ ମଧ୍ୟ ତାଙ୍କୁ ଅନେକ ବର୍ଷ ଜେଲରେ ରହିବାକୁ ପଡିଲା । ସେତେବେଳେ ରାଣା ଜୀଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଅଟଳ ଜୀ ଦେଶର ସଂସଦରେ ସ୍ୱର ଉତୋଳନ କରିଥିଲେ । ଆଜାଦ ଗୋମାନ୍ତକ ଦଳ ସହ ଯୋଡି ହୋଇଥିବା କେତେ ଯେ ନେତାଗଣ ମଧ୍ୟ ଗୋଆ ଆନ୍ଦୋଳନ ପାଇଁ ନିଜର ସର୍ବସ୍ୱ ଅର୍ପଣ କରି ଦେଇଥିଲେ । ପ୍ରଭାକର ତ୍ରିବିକ୍ରମ ବୈଦ୍ୟ, ବିଶ୍ୱନାଥ ଲୱାଣ୍ଡେ, ଜଗନ୍ନାଥ ରାଓ ଯୋଶୀ, ନାନା କାଜରେକର, ସୁଧୀର ଫଡକେ, ଏଭଳି କେତେ ଯେ ବୀର ଥିଲେ ଯେଉଁମାନେ ଗୋଆ, ଦାମନ, ଡିଉ, ଦାଦରା ଓ ନଗର ହାବେଳୀର ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ, ଏହି ଆନ୍ଦୋଳନକୁ ଦିଗଦର୍ଶନ ଦେଇଥିଲେ, ଶକ୍ତି ଦେଇଥିଲେ ।

ବନ୍ଧୁଗଣ,

ଗୋଆ ମୁକ୍ତି ବିମୋଚନ ସମିତିର ସତ୍ୟାଗ୍ରହରେ ୩୧ ସତ୍ୟାଗ୍ରହଙ୍କୁ ନିଜର ପ୍ରାଣବଳୀ ଦେବାକୁ ପଡିଥିଲା ।

ଆପଣମାନେ ଚିନ୍ତା କରନ୍ତୁ, ଏହି ଶହୀଦମାନଙ୍କ ବିଷୟରେ ପଞ୍ଜାବର ବୀର କର୍ଣ୍ଣେଲ ସିଂହ ବେଣୀପାଲଙ୍କ ଭଳି ବୀରମାନଙ୍କ ବିଷୟରେ ଏମାନଙ୍କ ଭିତରେ ଏକ ବ୍ୟତିବ୍ୟସ୍ତତା ଥିଲା କାରଣ ସେହି ସମୟରେ ଦେଶର ଗୋଟିଏ ଭାଗ ସେତେବେଳେ ମଧ୍ୟ ପରାଧୀନ ଥିଲା, କିଛି ଦେଶବାସୀଙ୍କୁ ସେତେବେଳେ ମଧ୍ୟ ସ୍ୱାଧୀନତା ମିଳି ନଥିଲା । ଏବଂ ଆଜି ମୁଁ ଏହି ଅବସରରେ ଏକଥା ମଧ୍ୟ କହିବି ଯେ, ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଉ କିଛି ବର୍ଷ ଜିବୀତ ରହିଥାଆନ୍ତେ, ତାହାହେଲେ ଗୋଆକୁ ନିଜର ମୁକ୍ତି ପାଇଁ ଏତେ ଅପେକ୍ଷା କରିବାକୁ ପଡି ନଥାନ୍ତା ।

ବନ୍ଧୁଗଣ,

ଗୋଆର ଇତିହାସ ସ୍ୱରାଜ ପାଇଁ ଭାରତ କେବଳର ସଙ୍କଳ୍ପର ହିଁ ପ୍ରତୀକ ନୁହେଁ । ଏହା ଭାରତର ଏକତା ଏବଂ ଅଖଣ୍ଡତାର ମଧ୍ୟ ଜୀବନ୍ତ ପ୍ରମାଣ ଅଟେ । ଗୋଆ ପ୍ରତ୍ୟେକ ବିଚାରଧାରାକୁ ଶାନ୍ତିର ସହ ବିକଶିତ ହେବା ପାଇଁ ସୁଯୋଗ ଦେଇଛି । କିଭଳି ଏକସଙ୍ଗରେ ପ୍ରତ୍ୟେକ ମତ ଧର୍ମ ସମ୍ପ୍ରଦାୟ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ରେ ରଙ୍ଗ ଭରନ୍ତି, ଗୋଆ ଏହା କରି ଦେଖାଇଛି । ଗୋଆ ସେହି ସ୍ଥାନ ଅଟେ, ଯାହା ଜର୍ଜିଆର ସେଂଟ କୁଇନ୍ କେଟେୱାନ୍‌ଙ୍କ ପବିତ୍ର ଅବଶେଷକୁ ଯୁଗ ଯୁଗ ପର୍ଯ୍ୟନ୍ତ ସାଇତି ରଖିଥିଲା । ଏବେ କିଛି ମାସ ପୂର୍ବରୁ ହିଁ ଭାରତ ସେଂଟ କୁଇନ୍ କେଟେୱାନଙ୍କ ପବିତ୍ର ଅବଶେଷକୁ ଜର୍ଜିଆ ସରକାରଙ୍କୁ ଅର୍ପଣ କରିଛି । ସେଂଟ କୁଇନ୍ କେଟେୱାନଙ୍କ ଏହି ପବିତ୍ର ଅବଶେଷ ୨୦୦୫ରେ ଏଠାକାର ସେଂଟ ଅଗଷ୍ଟିନ୍ ଚର୍ଚ୍ଚରୁ ହିଁ ମିଳିଥିଲା ।

ବନ୍ଧୁଗଣ,

ଯେତେବେଳେ ଗୋଆର ସ୍ୱାଧୀନତା ପାଇଁ ସଂଘର୍ଷ ଚାଲିଲା, ସେତେବେଳେ ସମସ୍ତେ ଏକଜୁଟ ହୋଇ ଲଢିଥିଲେ, ଏକାଠି ସଂଘର୍ଷ କରିଥିଲେ । ବିଦେଶୀ ଶାସନ ବିରୁଦ୍ଧରେ ପିନଟୋସ କ୍ରାନ୍ତିର ତ ଏଠାକାର ସ୍ଥାନୀୟ ଖ୍ରୀଷ୍ଟିଆନମାନେ ହିଁ ନେତୃତ୍ୱ ନେଇଥିଲେ । ଏହା ହିଁ ଭାରତର ପରିଚୟ ଅଟେ । ଏଠାରେ ମତ ମତାନ୍ତର ସବୁର ଗୋଟିଏ ହିଁ ଅର୍ଥ ଅଟେ – ମାନବତାର ସେବା । ମାନବ ମାତ୍ରର ସେବା । ସମଗ୍ର ବିଶ୍ୱ ଭାରତର ଏହି ଏକତା, ଏହି ବିବିଧତାଭରା ପରିଚୟର ପ୍ରଶଂସା କରେ । ଏବେ ମୁଁ କିଛି ଦିନ ପୂର୍ବରୁ ଇଟାଲି ଏବଂ ଭାଟିକାନ୍ ସିଟି ଯାଇଥିଲି । ସେଠାରେ ମତେ ପୋପ ଫ୍ରାନସିସ ଜୀଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ଭାରତ ପ୍ରତି ତାଙ୍କର ଭାବନା ମଧ୍ୟ ସେହିପରି ଅଭିଭୂତ କରିଦେବା ଭଳି ଥିଲା । ମୁଁ ତାଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ ମଧ୍ୟ କଲି । ଏବଂ ମୁଁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଜଣାଇବାକୁ ଚାହୁଁଛି, ଯାହା ସେ ମୋର ନିମନ୍ତ୍ରଣ ପରେ କହିଥିଲେ – ପୋପ ଫ୍ରାନସିସ୍ କହିଥିଲେ – “ଦିସ ଇଜ୍ ଦ ଗ୍ରେଟେଷ୍ଟ ଗିଫ୍ଟ ୟୁ ହାଭ ଗିଭେନ ମି” “ଏହା ଆପଣ ମତେ ଦେଇଥିବା ସବୁଠାରୁ ଶ୍ରେଷ୍ଠ ଉପହାର” । ଏହା ଭାରତର ବିବିଧତା, ଆମର ଚଳଚଂଚଳ ଗଣତନ୍ତ୍ର ପ୍ରତି ତାଙ୍କର ସ୍ନେହ ଅଟେ ।

ବନ୍ଧୁଗଣ,

ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ, ଯୁଗ ଯୁଗ ଧରି ଏହାର ପରିଚୟ ହୋଇ ରହିଆସିଛି । କିନ୍ତୁ ଏବେ ଏଠାରେ ଯେଉଁ ସରକାର ଅଛନ୍ତି, ସେ ଗୋଆର ଆଉ ଏକ ପରିଚୟକୁ ସଶକ୍ତ କରୁଛନ୍ତି । ଏହି ନୂତନ ପରିଚୟ ହେଉଛି – ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମ ରହିବାର, ଶ୍ରେଷ୍ଠତ୍ୱ ହାସଲ କରୁଥିବା ରାଜ୍ୟର ପରିଚୟ । ଅବଶିଷ୍ଟ ସ୍ଥାନରେ ଯେତେବେଳେ କାର୍ଯ୍ୟ ଆରମ୍ଭ ହୋଇଥାଏ, କିମ୍ବା କାମ ଅଗ୍ରଗତୀ କରୁଥିବା ବେଳେ, ଗୋଆ ସେତେବେଳେ ସେହି କାର୍ଯ୍ୟକୁ ସମ୍ପୁର୍ଣ୍ଣ ମଧ୍ୟ କରି ଦେଇଥାଏ । ପର୍ଯ୍ୟଟନ ସ୍ଥଳୀ ଭାବେ ଗୋଆ ଲୋକଙ୍କର ପସନ୍ଦର ସ୍ଥାନ ରହିଆସିଛି, କିନ୍ତୁ ଯେତେବେଳେ ସୁଶାସନର ପ୍ରଶ୍ନ ଉଠେ, ସେତେବେଳେ ଗୋଆ ଶୀର୍ଷରେ ଥାଏ । ମୁଣ୍ଡ ପିଛା ଆୟ ହେଉ, ତେବେ ବି ଗୋଆ ଶୀର୍ଷରେ! ଖୋଲାରେ ଶୌଚ ମୁକ୍ତ ରାଜ୍ୟ ଭାବେ ଗୋଆ ଶତ ପ୍ରତିଶତ ସଫଳତା ହାସଲ କରିଛି! ବିଦ୍ୟାଳୟଗୁଡିକରେ ବାଳିକାମାନଙ୍କ ପାଇଁ ପୃଥକ୍ ଶୌଚାଳୟର ସୁବିଧା ପ୍ରଦାନ ହେଉ, ଗୋଆ ଶତ ପ୍ରତିଶତ ସଫଳ! ଫୁଲ୍ ମାର୍କ! ଘରକୁ ଘର ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ ହେଉ, ଏଥିରେ ମଧ୍ୟ ଗୋଆ ଶତ ପ୍ରତିଶତ ସଫଳ! ‘ହର ଘର ଜଲ’, ପ୍ରତି ଘରକୁ ଜଳ ଯୋଗାଣ ପାଇଁ ନଳ ସଂଯୋଗ ହେଉ – ଏଥିରେ ମଧ୍ୟ ଗୋଆ ଶତ ପ୍ରତିଶତ ସଫଳ! ଆଧାର ପଞ୍ଜିକରଣରେ ମଧ୍ୟ ଗୋଆ ଶତ ପ୍ରତିଶତ କାର୍ଯ୍ୟ ସମ୍ପୁର୍ଣ୍ଣ କରିଛି । ଖାଦ୍ୟ ସୁରକ୍ଷା ବିଷୟରେ ମଧ୍ୟ ଗୋଆ ପ୍ରଥମ ସ୍ଥାନରେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧିନରେ ସବୁଦିନିଆ ସଡକ ସଂଯୋଗ ହେଉ, ଗୋଆର କାମ ଶତ ପ୍ରତିଶତ । ଜନ୍ମ ପଞ୍ଜିକରଣ ହେଉ, ସେଥିରେ ମଧ୍ୟ ଗୋଆର ରେକର୍ଡ ଶତ ପ୍ରତିଶତ । ଏହି ତାଲିକା ଏତେ ଲମ୍ବା ଯେ ଗଣୁ ଗଣୁ ବୋଧେ ସମୟ କମ୍ ପଡିଯିବ । ପ୍ରମୋଦ ଜୀ, ଆପଣଙ୍କୁ ଏବଂ ଆପଣଙ୍କ ପୁରା ଟିମକୁ ମୋ ତରଫରୁ ଶୁଭେଚ୍ଛା । ଗୋଆ ଯାହା କିଛି ହାସଲ କରିଛି ତାହା ଅଦ୍ଭୁତପୂର୍ବ ଅଟେ । ଗୋଆର ଲୋକମାନେ ଯାହା କରି ଦେଖାଇଛନ୍ତି, ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ ଅଟେ । ଏବେ ଆପଣମାନଙ୍କର ଏକ ନୂଆ ଉପଲବ୍ଧି ପାଇଁ ମୁଁ ଗୋଆ ସରକାରଙ୍କୁ ଏବଂ ସମସ୍ତ ଗୋଆବାସୀଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଏହି ଉପଲବଧି ହେଉଛି - ଶତ ପ୍ରତିଶତ ଟିକାକରଣର । ଗୋଆରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେଇଛନ୍ତି । ଦ୍ୱିତୀୟ ଡୋଜର ଅଭିଯାନ ମଧ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଏହି କୃତୀତ୍ୱ ହାସଲ କରିବାରେ ଆପଣମାନେ ଦେଶର ପ୍ରଥମ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ମୁଁ ଏଥିପାଇଁ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଭାଇ ଓ ଭଉଣୀମାନେ,

ଗୋଆର ଏହି ଉପଲବ୍ଧିଗୁଡିକୁ, ଏହି ନୂତନ ପରିଚୟକୁ ଯେତେବେଳେ ମୁଁ ମଜବୁତ ହେବାର ଦେଖୁଛି ସେତେବେଳେ ମତେ ମୋର ଘନିଷ୍ଠ ସାଥୀ ମନୋହର ପାରିକର ଜୀଙ୍କ କଥା ମଧ୍ୟ ମନେ ପଡୁଛି । ସେ କେବଳ ଗୋଆର ବିକାଶକୁ ନୂତନ ଶିଖର ପର୍ଯ୍ୟନ୍ତ ପହଂଚାଇ ନଥିଲେ, ବରଂ ଗୋଆର ସାମର୍ଥ୍ୟର ମଧ୍ୟ ବିସ୍ତାର କରିଥିଲେ । ଗୋଆର ଲୋକ କେତେ ଯେ ସଚ୍ଚୋଟ ହୋଇଥାଆନ୍ତି, କେତେ ଯେ ପ୍ରତିଭାବାନ୍ ଏବଂ ପରିଶ୍ରମୀ, ଦେଶ ଗୋଆର ଚରିତ୍ରକୁ ମନୋହର ଜୀଙ୍କ ଭିତରେ ଦେଖୁଥିଲା । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ, ଜଣେ କିପରି ନିଜ ରାଜ୍ୟ, ନିଜ ଲୋକଙ୍କ ପାଇଁ କାର୍ଯ୍ୟ କରିପାରେ, ତାଙ୍କ ଜୀବନରେ ଆମେ ଏହା ପ୍ରତ୍ୟକ୍ଷ ଭାବେ ଦେଖିଛୁ । ମୁଁ ଏହି ଅବସରରେ ମୋର ପରମ ମିତ୍ର ଏବଂ ଗୋଆର ମହାନ୍ ସୁପୁତ୍ର ମନୋହର ପାରିକର ଜୀଙ୍କୁ ମଧ୍ୟ ପ୍ରଣାମ କରୁଛି ।

ବନ୍ଧୁଗଣ,

ଗୋଆର ବିକାଶ ପାଇଁ, ଗୋଆରେ ପର୍ଯ୍ୟଟନର ଅପାର ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ଯେଉଁ ଅଭିଯାନ ପାରିକର ଜୀ ଆରମ୍ଭ କରିଥିଲେ, ତାହା ଆଜି ମଧ୍ୟ ସେତିକି ଉତ୍ସାହର ସହ ଜାରି ରହିଛି । କରୋନାର ଏତେ ବଡ ବୈଶ୍ୱିକ ମହାମାରୀରୁ ମଧ୍ୟ ଗୋଆ ଯେଉଁ ତୀବ୍ର ଗତିରେ ମୁକ୍ତ ହେବାରେ ଲାଗିଛି, ସେଥିରେ ଏହାର ଦର୍ଶନ ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ପର୍ଯ୍ୟଟନ ଉଦ୍ୟୋଗଗୁଡିକୁ ଏକ ନୂତନ ଶିଖରରେ ପହଂଚାଇବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଭିସା ନିୟମକୁ ସରଳ କରିବା ହେଉ, ଇ- ଭିସା ସୁବିଧା ଥିବା ଦେଶଗୁଡିକର ସଂଖ୍ୟା ବୃଦ୍ଧି କରିବା ହେଉ, ସବୁ ଦିଗରୁ ପର୍ଯ୍ୟଟନ ଶିଳ୍ପକୁ ସମର୍ଥନ ଦେବାର କାମ ହୋଇଛି । ଏବେ ନିକଟରେ ଯେଉଁ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା ତାହାର ସଫଳତା ମଧ୍ୟ ଦର୍ଶାଉଛି ଯେ ଗୋଆରେ ପର୍ଯ୍ୟଟନ ଶିଳ୍ପ କିଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ବନ୍ଧୁଗଣ,

ଯେଉଁଭଳି ଗୋଆ ସରକାର ଏଠାରେ ସୁନ୍ଦର ସଡକ ନିର୍ମାଣ କରିଛନ୍ତି, ଭିତିଭୂମୀ ଏବଂ ସେବାକୁ ସୁଦୃଢ କରିଛନ୍ତି, ତାହା ଦ୍ୱାରା ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ବୃଦ୍ଧି ପାଇଛି । ସେହିଭଳି ଆଜି ସମଗ୍ର ଦେଶରେ ରାଜପଥ, ଏକ୍ସପ୍ରେସ ସଡକ ଏବଂ ହାଇଟେକ ଭିତିଭୂମୀକୁ ଆଧୁନିକ କରାଯାଉଛି, ଆଜି ରେଳବାଇର କାୟାକଳ୍ପ ହେଉଛି, ଦେଶର ସମସ୍ତ ସହରରେ ବିମାନ ବନ୍ଦର ପ୍ରତିଷ୍ଠା କରାଯାଉଛି । ଏହାଦ୍ୱାରା ଲୋକମାନଙ୍କ ଯାତ୍ରା ସହଜ ହେଉଛି । ସେମାନେ ଯଦି ଗୋଆ ଆସିବା ପାଇଁ ଭାବୁଛନ୍ତି, ତାହାହେଲେ ରାସ୍ତାର ଚିନ୍ତା କରି ସେମାନଙ୍କୁ ଏହି ଯୋଜନାକୁ ବାତିଲ କରିବାକୁ ପଡୁ ନାହିଁ । ଏହି ମିଶନକୁ ଏବେ ଆହୁରି ଗତି ପ୍ରଦାନ ପାଇଁ, ଶକ୍ତି ପ୍ରଦାନ ପାଇଁ, ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଗାମୀ ବର୍ଷ ଗୁଡିକରେ ଏହି ମିଶନ୍ ଗତି ଶକ୍ତି ଦେଶରେ ଭିତିଭୂମୀ ଏବଂ ପର୍ଯ୍ୟଟନର ଏକ ନୂଆ ଯୁଗର ସୂତ୍ରପାତ କରିବ ।

ବନ୍ଧୁଗଣ,

ଗୋଆରେ ଯଦି ଗୋଟିଏ ପଟେ ଏହି ସିମାହୀନ ଦରିଆ ରହିଛି, ତ ଅନ୍ୟ ପଟରେ ଏଠାକାର ଯୁବକମାନଙ୍କର ସମୁଦ୍ର ଭଳି ଅସୁମାରୀ ସ୍ୱପ୍ନ ରହିଛି । ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେହିଭଳି ବ୍ୟାପକ ଲକ୍ଷ୍ୟ ମଧ୍ୟ ଆବଶକ । ମୁଁ ଏହା କହିପାରିବି ଯେ ପ୍ରମୋଦ ସାୱନ୍ତ ଜୀ ଏହିଭଳି ଭାବରେ ବିଶାଳ ଲକ୍ଷ୍ୟ ସହ ଆଜି କାର୍ଯ୍ୟ କରୁଛନ୍ତି । ଆଜି ଗୋଆରେ, ସ୍କୁଲରେ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ନିମନ୍ତେ କୋଡିଙ୍ଗ ଏବଂ ରୋବୋଟିକ୍ସକୁ ପ୍ରୋତ୍ସାହିତ କରାଯାଉଛି, ବୈଷୟିକ ଶିକ୍ଷାକୁ ରିହାତିଯୁକ୍ତ କରାଯାଉଛି, ଉଚ୍ଚତର ଶିକ୍ଷା ପାଇଁ ସରକାର ୫୦ ପ୍ରତିଶତ ଫି ଛାଡ ମଧ୍ୟ କରୁଛନ୍ତି । ଆଜି ଏଠାରେ ଯେଉଁ ବିମାନ ଚଳାଚଳ କୌଶଳ ବିକାଶ କେନ୍ଦ୍ରର ଲୋକାର୍ପଣ କରାଯାଇଛି, ତାହା ମଧ୍ୟ ଏବେ ଯୁବକ ଯୁବତୀମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ । ଏହିଭଳି ଆଜି ଯଦି ଦେଶ ‘ଆତ୍ମନିର୍ଭର ଭାରତ ଅଭିଯାନ’ ର ସଙ୍କଳ୍ପ ସହିତ ନିଜ ଗୋଡରେ ଛିଡା ହେବାରେ ଲାଗିଛି, ତାହାହେଲେ ଗୋଆ ‘ସ୍ୱୟଂପୂର୍ଣ୍ଣ ଗୋଆ’ ମିଶନ୍ ଜରିଆରେ ଦେଶକୁ ଶକ୍ତି ଯୋଗାଉଛି । ମତେ ଏହି ମିଶନର ସ୍ୱୟଂ ପୂର୍ଣ୍ଣ ମିତ୍ର ମାନଙ୍କ ସହ ମଧ୍ୟ କଥା ହେବାର, ଭର୍ଚୁଆଲ ମାଧ୍ୟମରେ କଥା ହେବାର ସୁଯୋଗ ମିଳିଥିଲା । ଆପଣମାନେ ସମସ୍ତେ ଏକଜୁଟ ହୋଇ ଯେଉଁଭଳି ଗୋଆକୁ ଆତ୍ମନିର୍ଭର କରାଇବା ଦିଗରେ ଅଗ୍ରସର ହେଉଛନ୍ତି, ଯେଉଁଭଳି ବର୍ତମାନ ସରକାର ନିଜେ ଘରକୁ ଘର ପହଂଚୁଛନ୍ତି, ସରକାରୀ ସେବାଗୁଡିକୁ ଯେଉଁଭଳି ଅନ୍‌ଲାଇନ୍ ମାଧ୍ୟମରେ ନାଗରିକମାନଙ୍କ ନିକଟରେ ପହଂଚୁଛି, ଯେଉଁଭଳି ଦୃତ ଗତିରେ ଭ୍ରଷ୍ଟାଚାର ପାଇଁ ସବୁ ଦୁଆର ଗୋଆରେ ବନ୍ଦ ହେବାରେ ଲାଗିଛି, ଏହା ହିଁ ତ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ ର ତାହା ସଙ୍କଳ୍ପ ଅଟେ । ଯାହାକୁ ଗୋଆ ଆଜି ପୂର୍ଣ୍ଣ ହେଉଥିବାର ଦେଖୁଛି ।

ବନ୍ଧୁଗଣ,

ଆଜି ଯେଭଳି ଆଜାଦୀ କା ଅମୃତ ମହୋତ୍ସବରେ ଦେଶ ସ୍ୱାଧୀନତାର ଶହେ ବର୍ଷ ନିମନ୍ତେ ନୂଆ ସଙ୍କଳ୍ପ ନେଉଛି, ସେହିପରି ମୁଁ ଆହ୍ୱାନ କରୁଛି, ଯେ ଗୋଆ ନିଜର ମୁକ୍ତିର ୭୫ ବର୍ଷ  ପୂରଣ ହେବା ବେଳେ କେଉଁଠି ପହଂଚିବ, ଏଥିପାଇଁ ନୂତନ ସଙ୍କଳ୍ପ ନେଉ, ନୂଆ ଲକ୍ଷ୍ୟ ସ୍ଥିର କରୁ । ଏଥିପାଇଁ ଯେଉଁ ନିରନ୍ତରତା ଏପର୍ଯ୍ୟନ୍ତ ଗୋଆରେ ଦେଖାଦେଇଛି ତାହା ଆଗକୁ ମଧ୍ୟ ଜାରି ରହିବା ଉଚିତ୍ । ଆମକୁ ଅଟକିବାର ନାହିଁ, ନିଜର ବେଗକୁ ହ୍ରାସ କରିବାକୁ ଦେବାର ନାହିଁ । ଗୋଁୟ ଆନି ଗାଁୟକାରାଂଚି, ତୋଖଣାୟ କରିତ, ତିତକି ଥୋଡିଚ! ତୁମଙ୍କା ସଗଝ୍ୟାଙ୍କ, ପରତ ଏକ ଫାୱଟ, ଗୋୟଁ ମୁକ୍ତିଦିସାର୍ଚି, ପରବିଁ ଦିବନ, ସଗଝ୍ୟାଖାତିର, ବରି ଭଲାୟକି ଆନି ୟଶ ମାଗତାଂ! ବହୁତ ବହୁତ ଧନ୍ୟବାଦ । ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
States benefit from GST reform

Media Coverage

States benefit from GST reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”