ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନକୁ ନବୀକରଣ ପାଇଁ ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି
ଉଦୟପୁର ରେଳ ଷ୍ଟେସନର ପୁନଃନିର୍ମାଣ ଏବଂ ଗେଜ୍ ରୂପାନ୍ତର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
“ରାଜ୍ୟର ବିକାଶ ସହିତ ଦେଶର ବିକାଶ ମନ୍ତ୍ର ଉପରେ ଭାରତ ସରକାର ବିଶ୍ୱାସ କରନ୍ତି”
“ଜୀବନର ସହଜତା”ବୃଦ୍ଧି ପାଇଁ ଆମେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରୁଛୁ ”
ଅତୀତର ସ୍ୱଳ୍ପକାଳୀନ ଚିନ୍ତାଧାରା ଦେଶ ପାଇଁ ବହୁ ମୂଲ୍ୟରେ ଭିତ୍ତିଭୂମି ନିର୍ମାଣରେ ଅବହେଳା ସୃଷ୍ଟି କରିଛି
ଆଗାମୀ 25 ବର୍ଷରେ ବିକଶିତ ଭାରତର ସଙ୍କଳ୍ପ ପଛରେ ଆଧୁନିକ ଭିତ୍ତିଭୂମି ଏକ ଶକ୍ତି ରୂପରେ ସୃଷ୍ଟି ହେଉଛି
“ଆଜିର ଭାରତ ଏକ ଆକାଂକ୍ଷିତ ସମାଜ ଅଟେ”
ଖୁବ୍ ଶୀଘ୍ର ରାଜସ୍ଥାନ 100 ପ୍ରତିଶତ ରେଳ ବିଦ୍ୟୁତିକରଣର ରାଜ୍ୟ ମଧ୍ୟରୁ ଗୋଟିଏ ହେବ
“ସରକାର ଏକ ସେବା ଭାବନା ସହିତ କାର୍ଯ୍ୟ କରୁଛନ୍ତି ଏବଂ ଏହାକୁ ଭକ୍ତି ଭାବନା ଭଳି କରୁଛନ୍ତି”

ଭଗବାନ ଶ୍ରୀନାଥ ଜୀ କୀ ଜୟ!

ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ମହୋଦୟ, ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀମାନ ଅଶୋକ ଗେହଲୋଟ ମହାଶୟ, ବିଧାନସଭାର ବାଚସ୍ପତି ଶ୍ରୀମାନ ସି.ପି ଯୋଶୀ ମହାଶୟ, ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀ ଭଜନ ଲାଲା ଜାଟବ ମହାଶୟ, ସଂସଦରେ ମୋର ସାଥୀ ଏବଂ ରାଜସ୍ଥାନ ଭାଜପା ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ପ୍ରକାଶ ଯୋଶୀ ମହାଶୟ, ସଂସଦରେ ମୋର ସାଥୀ ଭଉଣୀ ଦୀୟାକୁମାରୀ ମହାଶୟା, ସଂସଦରେ ମୋର ସାଥୀ   ଶ୍ରୀମାନ କନକମଲ କଟାରା ମହାଶୟ, ସାଂସଦ ଶ୍ରୀ ଅର୍ଜୁନଲାଲ ମୀନା ମହାଶୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ଭଗବାନ ଶ୍ରୀନାଥ ଜୀ ଏବଂ ମେୱାରର ଏହି ବୀର ଧରଣୀରେ ମୋତେ ପୁଣି ଥରେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି। ଏଠାକୁ ଆସିବା ପୂର୍ବରୁ ମୋତେ ଭଗବାନ ଶ୍ରୀନାଥ ଜୀଙ୍କ ଦର୍ଶନର ସୌଭାଗ୍ୟ ମିଳିଲା। ମୁଁ ଶ୍ରୀନାଥ ଜୀଙ୍କ ନିକଟରେ ସ୍ୱାଧୀନତାର ଏହି ଅମୃତ କାଳରେ ବିକଶିତ ଭାରତର ସଂକଳ୍ପର ସିଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଛି।

ସାଥୀଗଣ,

ଆଜି ଏଠାରେ ରାଜସ୍ଥାନର ବିକାଶ ସହିତ ଜଡ଼ିତ 5 ହଜାର କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନର ଯୋଗାଯୋଗକୁ ନୂତନ ଶୀଖରକୁ ନେଇଯିବ। ଉଦୟପୁର ଏବଂ ଶ୍ୟାମଲାଜୀଙ୍କ ମଧ୍ୟରେ ଜାତୀୟ ରାଜପଥ 8କୁ ଛଅ ଥାକିଆ କରାଯିବା ଦ୍ୱାରା ଉଦୟପୁର, ଡୁଙ୍ଗରପୁର ଏବଂ ବାଁସୱାଡ଼ା ଅଞ୍ଚଳକୁ ବହୁତ ଲାଭ ମିଳିବ। ଏହାଦ୍ୱାରା ଶାମଲାଜୀ ଏବଂ କାୟା ମଧ୍ୟରେ ଦୂରତା ହ୍ରାସ ପାଇବ। ବିଲାଡା ଏବଂ ଯୋଧପୁର ସେକ୍ସନର ନିର୍ମାଣ ଦ୍ୱାରା ଯୋଧପୁର ଏବଂ ସୀମାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବା ବହୁତ ସୁଲଭ ହୋଇଯିବ । ଏହାର ଏକ ବଡ଼ ଲାଭ ଏହା ମଧ୍ୟ ହେବ ଯେ ଜୟପୁରରୁ ଯୋଧପୁରର ଦୂରତା ମଧ୍ୟ 3 ଘଣ୍ଟା ହ୍ରାସ ପାଇବ। ଚାରଭୂଜା ଏବଂ ନିମ୍ନ ଓଡ଼ନର ପ୍ରକଳ୍ପ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ କୁମ୍ଭଲଗଡ଼, ହଳଦୀଘାଟୀ ଏବଂ ଶ୍ରୀନାଥ ଜୀଙ୍କ ଦର୍ଶନ କରିବା ବହୁତ ହିଁ ସହଜ ହୋଇଯିବ। ଶ୍ରୀ ନାଥଦ୍ୱାରାରୁ ଦେବଗଡ଼ ମଦାରିଆର ରେଳ ଲାଇନ୍, ମେୱାରରୁ ମାରୱାଡ଼କୁ ସଂଯୋଗ କରିବ। ଏହା ଦ୍ୱାରା ମାର୍ବଲ, ଗ୍ରାନାଇଟ୍, ଏବଂ ଖଣିଜ ଉଦ୍ୟୋଗକୁ ଏବଂ ବ୍ୟବସାୟୀଙ୍କୁ ବହୁତ ସହାୟତା ମିଳିବ। ମୁଁ ସମସ୍ତ ରାଜସ୍ଥାନ ବାସୀଙ୍କୁ ଏହି ବିକାଶ କାର୍ଯ୍ୟ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

 

ଭାଇ ଓ ଭଉଣୀମାନେ,

ଭାରତ ସରକାର, ରାଜ୍ୟର ବିକାଶ ଦ୍ୱାରା ଦେଶର ବିକାଶର ମନ୍ତ୍ର ଉପରେ ବିଶ୍ୱାସ କରନ୍ତି। ରାଜସ୍ଥାନ, ଦେଶର ସବୁଠାରୁ ବଡ଼ ରାଜ୍ୟ ମଧ୍ୟରୁ ହେଉଛି ଗୋଟିଏ । ରାଜସ୍ଥାନ, ଭାରତର ଶୌର୍ଯ୍ୟ, ଭାରତର ପରମ୍ପରା, ଭାରତର ସଂସ୍କୃତିର ହେଉଛି ବାହକ । ରାଜସ୍ଥାନ ଯେତିକି ବିକଶିତ ହେବ, ଭାରତର ବିକାଶକୁ ମଧ୍ୟ ସେତିକି ଗତି ମିଳିବ। ଆଉ ଏଥିପାଇଁ ଆମ ସରକାର, ରାଜସ୍ଥାନରେ ଆଧୁନିକ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଆଉ ଯେତେବେଳେ ମୁଁ ଆଧୁନିକ ଭିତ୍ତିଭୂମିର କଥା କହୁଛି, ସେତେବେଳେ ଏହାର ଅର୍ଥ କେବଳ ରେଳ ଏବଂ ସଡ଼କ ହିଁ ନୁହେଁ। ଆଧୁନିକ ଭିତ୍ତିଭୂମି ସହର ଏବଂ ଗାଁ ସହିତ ଯୋଗାଯୋଗ ବୃଦ୍ଧି କରିଥାଏ, ଦୂରତା ହ୍ରାସ କରିଥାଏ। ଆଧୁନିକ ଭିତ୍ତିଭୂମି, ସମାଜରେ ସୁବିଧାମାନ ବୃଦ୍ଧି କରିଥାଏ, ସମାଜକୁ ଯୋଡ଼ିଥାଏ। ଆଧୁନିକ ଭିତ୍ତିଭୂମି, ଡିଜିଟାଲ ସୁବିଧାଗୁଡ଼ିକୁ ମଧ୍ୟ ବୃଦ୍ଧି କରିଥାଏ, ଲୋକଙ୍କ ଜୀବନକୁ ସହଜ କରିଥାଏ। ଆଧୁନିକ ଭିତ୍ତିଭୂମି, ପରମ୍ପରା ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ବିକାଶକୁ ମଧ୍ୟ ଗତି ଦେଇଥାଏ । ଯେତେବେଳେ ଆମେ ଆଗାମୀ 25 ବର୍ଷରେ ବିକଶିତ ଭାରତର ସଂକଳ୍ପର କଥା କହୁଛୁ, ସେତେବେଳେ ତାହାରି ମୂଳରେ ଏହି ଭିତ୍ତିଭୂମି ଏକ ନୂତନ ଶକ୍ତି ଭାବେ ବିକଶିତ ହେଉଛି । ଆଜି ଦେଶରେ ଚାରିଆଡେ ଭିତ୍ତିଭୂମି ଉପରେ ଅଭୂତପୂର୍ବ ନିବେଶ ହେଉଛି ଏବଂ ଅଭୂତପୂର୍ବ ଗତିରେ କାର୍ଯ୍ୟ ଚାଲୁ ରହିଛି। ରେଳବାଇ ହେଉ, ରାଜପଥ ହେଉ, ବିମାନବନ୍ଦର ହେଉ, ପ୍ରତ୍ୟେକ କ୍ଷେତ୍ରରେ ଭାରତ ସରକାର ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି। ଚଳିତ ବର୍ଷର ବଜେଟରେ ମଧ୍ୟ ଭାରତ ସରକାର ଭିତ୍ତିଭୂମି କ୍ଷେତ୍ରରେ 10 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସାଥୀଗଣ,

ଯେତେବେଳେ ଭିତ୍ତିଭୂମି ଉପରେ ଏତେ ନିବେଶ ହୋଇଥାଏ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ସେହି କ୍ଷେତ୍ରର ବିକାଶ ଉପରେ ପଡ଼ିଥାଏ, ସେହି କ୍ଷେତ୍ରରେ ରୋଜଗାରର ସୁଯୋଗ ଉପରେ ପଡ଼ିଥାଏ । ଯେତେବେଳେ ନୂତନ ସଡ଼କମାନ ନିର୍ମାଣ ହୋଇଥାଏ, ନୂତନ ରେଳ ଲାଇନ୍ ନିର୍ମାଣ ହୋଇଥାଏ, ଯେତେବେଳେ ଗାଁରେ ପିଏମ ଆବାସ ଯୋଜନାର କୋଟି- କୋଟି ଘର ନିର୍ମାଣ ହୋଇଥାଏ, କୋଟି- କୋଟି ଶୌଚାଳୟ ନିର୍ମାଣ ହୋଇଥାଏ, ଯେତେବେଳେ ଗାଁରେ ଲକ୍ଷ- ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛାଇ ଦିଆଯାଇଥାଏ, ପ୍ରତ୍ୟେକ ଘରକୁ ଜଳ ଯୋଗାଣ ପାଇଁ ପାଇପ୍ ବିଛା ଯାଇଥାଏ, ସେତେବେଳେ ଏହାର ଲାଭ ଯେଉଁ ସ୍ଥାନୀୟ ଛୋଟ-ମୋଟ ବ୍ୟବସାୟୀ ପାଇଥାନ୍ତି, ଯେଉଁମାନେ ଏହିଭଳି ଜିନିଷର ଯୋଗାଣ କରିଥାଆନ୍ତି, ସେହି ଛୋଟ- ମୋଟ ଦୋକନୀଙ୍କୁ ମଧ୍ୟ, ସେହି ଅଞ୍ଚଳର ଶ୍ରମିକଙ୍କୁ ମଧ୍ୟ ଏଥିଯୋଗୁଁ ବହୁତ ଲାଭ ମିଳିଥାଏ। ଭାରତ ସରକାରଙ୍କର ଏହି ଯୋଜନାଗୁଡ଼ିକ ଦ୍ୱାରା ଅର୍ଥବ୍ୟବସ୍ଥାକୁ ଏକ ନୂତନ ଗତି ଦେଇଛି।

କିନ୍ତୁ ସାଥୀଗଣ, ଆମ ଦେଶରେ କିଛି ଲୋକ ଏଭଳି ବିକୃତ ଚିନ୍ତାଧାରାର ଶୀକାର ହୋଇ ସାରିଛନ୍ତି, ଏତେ ନକରାତ୍ମକତାରେ ଭରି ରହିଛନ୍ତି । ଦେଶରେ କିଛି ମଧ୍ୟ ଭଲ କାର୍ଯ୍ୟ ହୋଇଥିବାର ସେମାନେ ଦେଖିବାକୁ ଚାହାଁନ୍ତି ନାହିଁ । ଆଉ ସେମାନଙ୍କୁ କେବଳ ବିବାଦ ସୃଷ୍ଟି କରିବା ଭଲ ଲାଗିଥାଏ। ଏବେ ଆପଣମାନେ କିଛି ଶୁଣିଥିବେ । ଯେପରି କିଛି ଲୋକ ଉପଦେଶ ଦେଉଛନ୍ତି ଯେ ଅଟା ପ୍ରଥମେ ନା ଡାଟା ପ୍ରଥମେ, ସଡ଼କ ପ୍ରଥମେ ନା ଉପଗ୍ରହ ପ୍ରଥମେ। କିନ୍ତୁ ଇତିହାସ ସାକ୍ଷୀ ରହିଛି ଯେ ସ୍ଥାୟୀ ବିକାଶ ପାଇଁ, ଦ୍ରୁତ ବିକାଶ ପାଇଁ, ମୌଳିକ ବ୍ୟବସ୍ଥା ଗୁଡ଼ିକ ସହିତ ହିଁ ଆଧୁନିକ ଭିତ୍ତିଭୂମି ନିର୍ମାଣ କରିବା ମଧ୍ୟ ଜରୁରୀ ହୋଇଥାଏ । ଯେଉଁ ଲୋକ ପ୍ରତ୍ୟେକ ପଦକ୍ଷେପରେ, ପ୍ରତ୍ୟେକ କଥାକୁ ଭୋଟର ତରାଜୁରେ ତଉଲି ଥାଆନ୍ତି, ସେମାନେ କେବେ ମଧ୍ୟ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନା କରି ପାରି ନ ଥାଆନ୍ତି।

 

ଆମେ ଅନେକ ଥର ଦେଖିଛୁ, ଗାଁରେ ପାଣି ଟାଙ୍କି ନିର୍ମାଣ ହୋଇଛି, କିନ୍ତୁ ତାହା 4-5 ବର୍ଷରେ ହିଁ ଗ୍ରାମବାସୀମାନଙ୍କ ପାଇଁ ବହୁତ ଛୋଟ ହୋଇ ଯାଇଥାଏ। କେତେ ହିଁ ସଡ଼କ ଅବା ଫ୍ଲାଏ ଓଭର ଏଭଳି ହୋଇଥାଏ ଯାହା 4-5 ବର୍ଷରେ ଅପର୍ଯ୍ୟାପ୍ତ ଭଳି ଲାଗିଥାଏ। ଆମ ଦେଶରେ ଏଭଳି ଚିନ୍ତାଧାରା ଯୋଗୁଁ ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇ ନାହିଁ । ଏହାର ବହୁତ ବଡ଼ କ୍ଷତି ଦେଶକୁ ସହିବାକୁ ପଡ଼ିଛି। ଯଦି ପୂର୍ବରୁ ହିଁ ମାନି ନିଅନ୍ତୁ ବ୍ୟାପକ ସଂଖ୍ୟାରେ ମେଡିକାଲ କଲେଜ ନିର୍ମାଣ କରାଯାଇ ଥାଆନ୍ତା ତେବେ ପୂର୍ବରୁ ହିଁ ଦେଶରେ ଡାକ୍ତରମାନଙ୍କର ଏତେ ପରିମାଣରେ ଅଭାବ ରହି ନ ଥାଆନ୍ତା । ଯଦି ପୂର୍ବରୁ ହିଁ ରେଳ ଲାଇନଗୁଡ଼ିକର ବିଜୁଳୀକରଣ ହୋଇ ଯାଇ ଥାଆନ୍ତା, ତେବେ ଆଜି ହଜାର-ହଜାର କୋଟି-କୋଟି ଟଙ୍କା ଖର୍ଚ୍ଚ କରି ଏହି କାର୍ଯ୍ୟ କରିବାର ଆବଶ୍ୟକତା ପଡ଼ି ନ ଥାଆନ୍ତା । ଯଦି ପୂର୍ବରୁ ହିଁ ପ୍ରତ୍ୟେକ ଘରକୁ ପାଇପ୍ ମାଧ୍ୟମରେ ଜଳ ଆସିବାକୁ ଲାଗି ଥାଆନ୍ତା, ତେବେ ଆଜି ସାଢ଼େ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଜଳ ଜୀବନ ମିଶନ ଆରମ୍ଭ କରିବାକୁ ପଡ଼ି ନ ଥାଆନ୍ତା। ନକରାତ୍ମକତାରେ ଭରି ରହିଥିବା ଲୋକମାନଙ୍କ ଠାରେ ନା ହିଁ ଦୃଷ୍ଟିକୋଣ ରହିଥାଏ ଆଉ ନା ହିଁ ସେମାନେ ରାଜନୈତିକ ସ୍ୱାର୍ଥରୁ ଉପରକୁ ଉଠି କିଛି ଚିନ୍ତା କରି ପାରନ୍ତି।

ଆପଣମାନେ ଚିନ୍ତା କରନ୍ତୁ, ଯଦି ନାଥଦ୍ୱାରାର ଜୀବନ ରେଖା କୁହା ଯାଉଥିବା ନନ୍ଦସମନ୍ଦ ବନ୍ଧ କିମ୍ବା ଟାଁଟୋଲ ବନ୍ଧ ନିର୍ମାଣ କରାଯାଇ ନ ଥାଆନ୍ତା ତେବେ କ’ଣ ହୋଇ ଥାଆନ୍ତା ? ଆଉ ଆମେ ତ ରାଜସ୍ଥାନ ଏବଂ ଗୁଜରାଟର ଲୋକମାନଙ୍କର ମୁଖରେ ଲାଖା ବଞ୍ଜାରାଙ୍କର ନାମ ବାରମ୍ବାର ଆସିଥାଏ, ଆମେ ଲାଖା ବଞ୍ଜାରାଙ୍କର ଚର୍ଚ୍ଚା କରିଥାଉ । ପାଣି ପାଇଁ ଲାଖା ବଞ୍ଜାରା ନିଜ ଜୀବନକୁ ସମର୍ପିତ କରି ଦେଇଥିଲେ । ପରିସ୍ଥିତି ଏଭଳି ଥିଲା ଯେ ଯଦି ପାଣି ପାଇଁ ଏତେ କାର୍ଯ୍ୟ କରିବାବାଲା ଏବଂ ଯାହାଙ୍କର ଚାରିପଟେ ଜଳଉତ୍ସ କିଏ କରିଛନ୍ତି ତେବେ କୁହନ୍ତି ଲାଖା ବଞ୍ଜାରା, ସେଠାରେ ପୋଖରୀ କିଏ କରିଛନ୍ତି ତେବେ କୁହନ୍ତି ଲାଖା ବଞ୍ଜାରା, ଏହା ଗୁଜରାଟରେ ମଧ୍ୟ କୁହା ଯାଇଥାଏ, ରାଜସ୍ଥାନରେ ମଧ୍ୟ କୁହା ଯାଇଥାଏ। ଅର୍ଥାତ ପ୍ରତ୍ୟେକଙ୍କୁ ଏହା ଲାଗିଥାଏ ଯେ ଭାଇ ପାଣିର ସମସ୍ୟାର ସମାଧାନ ଯଦି କିଏ କରୁଥିଲା ତେବେ ଲାଖା ବଞ୍ଜାରା କରୁଥିଲେ। କିନ୍ତୁ ଆଜି ପରିସ୍ଥିତି ଏଭଳି ରହିଛି ଯେ ଏହି ଲାଖା ବଞ୍ଜାରା, ନିର୍ବାଚନରେ ଠିଆ ହୋଇଯାଆନ୍ତି ତେବେ ଏହି ନକରାତ୍ମକ ଚିନ୍ତାଧାରା ରଖୁଥିବା ଲୋକ ତାହାଙ୍କୁ ମଧ୍ୟ ହରାଇବା ପାଇଁ ମଇଦାନକୁ ଆସିଯିବେ। ସେଥିପାଇଁ ମଧ୍ୟ ରାଜନୈତିକ ଦଳମାନଙ୍କୁ ଯୋରଦାର କରି ଏକାଠି କରିବେ।

ସାଥୀଗଣ,

ଦୂରଦୃଷ୍ଟି ସହିତ ଭିତ୍ତିଭୂମି ନ ହେବାର କ୍ଷତି ରାଜସ୍ଥାନ ମଧ୍ୟ ବହୁତ ସହ୍ୟ କରିଛି । ଏହି ମରୁଭୂମିରେ ଯୋଗାଯୋଗ ଅଭାବରୁ ଯିବା ଆସିବାରେ କେତେ ଅସୁବିଧା ହେଉଥିଲା, ଏହା ଆପଣମାନେ ଭଲ ଭାବେ ଜାଣିଛନ୍ତି । ଆଉ ଏହି ଅସୁବିଧା କେବଳ ଯିବା ଆସିବା ମଧ୍ୟରେ ସୀମିତ ହୋଇ ରହି ନ ଥିଲା, ବରଂ ଏହାଦ୍ୱାରା ଚାଷ-ବାସ, ବ୍ୟବସାୟ-କାରବାର ସବୁକିଛି କଷ୍ଟ ହେଉଥିଲା। ଆପଣମାନେ ଦେଖନ୍ତୁ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ବର୍ଷ 2000ରେ ଅଟଳ ମହାଶୟଙ୍କ ସରକାର ଆରମ୍ଭ କରିଥିଲେ । ଏହା ପରେ 2014 ପର୍ଯ୍ୟନ୍ତ ପ୍ରାୟ 3 ଲକ୍ଷ ୮୦ ହଜାର କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରାଯାଇଛି । ଏହା ପରେ ମଧ୍ୟ ଦେଶର ଲକ୍ଷ- ଲକ୍ଷ ଗାଁ ଏପରି ରହି ଯାଇଥିଲା, ଯେଉଁଠାରେ ସଡ଼କ ସହିତ ସମ୍ପର୍କ ଯୋଡା ହୋଇ ନ ଥିଲା । 2014ରେ ଆମେ ସଂକଳ୍ପ ନେଲୁ ଯେ ପ୍ରତ୍ୟେକ ଗାଁକୁ ପକ୍କା ସଡ଼କ ପହଞ୍ଚାଇ ରହିବୁ। ବିଗତ 9 ବର୍ଷ ମଧ୍ୟରେ ଆମେ ପ୍ରାୟତଃ ସାଢ଼େ 3 ଲକ୍ଷ କିଲୋମିଟର ନୂତନ ସଡ଼କ ଗାଁମାନଙ୍କରେ ନିର୍ମାଣ କରିଛୁ । ଏଥିମଧ୍ୟରୁ 70 ହଜାର କିଲୋମିଟରରୁ ଅଧିକ ସଡ଼କ ଏଠାରେ ଆମର ଏହି ରାଜସ୍ଥାନର ଗାଁମାନଙ୍କରେ ନିର୍ମାଣ କରାଯାଇଛି । ଏବେ ଦେଶର ଅଧିକାଂଶ ଗାଁକୁ ପକ୍କା ସଡ଼କ ସହିତ ସଂଯୋଗ କରାଯାଇ ସାରିଛି । ଆପଣ କଳ୍ପନା କରନ୍ତୁ, ଯଦି ଏହି କାର୍ଯ୍ୟ ପୂର୍ବରୁ ହୋଇ ସାରି ଥାଆନ୍ତା, ତେବେ ଗାଁ- ବସ୍ତିରେ ରହୁଥିବା ଆମର ଭାଇ-ଭଉଣୀଙ୍କୁ କେତେ ପରିମାଣରେ ସହଜ ହୋଇ ଯାଇ ଥାଆନ୍ତା।

 

ସାଥୀଗଣ,

ଭାରତ ସରକାର ଆଜି ଗାଁ ପର୍ଯ୍ୟନ୍ତ ସଡ଼କ ପହଞ୍ଚାଇବା ସହିତ ହିଁ, ସହରଗୁଡ଼ିକୁ ମଧ୍ୟ ଆଧୁନିକ ରାଜପଥ ସହିତ ଯୋଡ଼ିବାରେ ଲାଗି ପଡ଼ିଛନ୍ତି । 2014 ପୂର୍ବରୁ ଦେଶରେ ଯେଉଁ ଗତିରେ ଜାତୀୟ ରାଜପଥର ନିର୍ମାଣ ହେଉଥିଲା, ଏବେ ତାହାଠାରୁ ଦୁଇ ଗୁଣ ଦ୍ରୁତ ଗତିରେ, ଦୁଇଗୁଣ ସ୍ପିଡ଼ରେ କାର୍ଯ୍ୟ କରାଯାଉଛି। ଏହାର ମଧ୍ୟ ଲାଭ ରାଜସ୍ଥାନର ଅନେକ ଜିଲ୍ଲାଗୁଡ଼ିକୁ ମିଳିଛି । କିଛି ସମୟ ପୂର୍ବରୁ ହିଁ ମୁଁ ଦୌସାରେ ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସୱେ ତାହାର ଏକ ପ୍ରମୁଖ ସେକ୍ସନର ଲୋକାର୍ପଣ କରିଛି।

ଭାଇ ଓ ଭଉଣୀମାନେ,

ଆଜି ଭାରତର ସମାଜ ହେଉଛି ଆକାଂକ୍ଷୀ ସମାଜ, ହେଉଛି ଆସ୍ପିରେସନ ସୋସାଇଟି। ଆଜି ଏକବିଂଶ ଶତାବ୍ଦୀର ଏହି ଦଶକରେ ଲୋକ, କମ୍ ସମୟରେ ଅଧିକରୁ ଅଧିକ ଦୂର ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହୁଁଛନ୍ତି, ଅଧିକରୁ ଅଧିକ ସୁବିଧାମାନ ଚାହୁଁଛନ୍ତି । ସରକାରରେ ରହିଥିବା କାରଣରୁ, ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ଯେ ଭାରତର ଲୋକମାନଙ୍କର ଏହି ଆକାଂକ୍ଷାକୁ, ରାଜସ୍ଥାନର ଲୋକମାନଙ୍କର ଏହି ଆକାଂକ୍ଷାକୁ ଆମେ ସମସ୍ତେ ମିଳିମିଶି ପୂରଣ କରିବା । ଆମେ ସମସ୍ତେ ଜାଣିଛେ ଯେ ସଡ଼କ ସହିତ ହିଁ, କେଉଁଠାକୁ ଶୀଘ୍ର ଯିବା ଆସିବା କରିବା ପାଇଁ ରେଳବାଇ କେତେ ଜରୁରୀ ହୋଇଥାଏ । ଆଜି ମଧ୍ୟ ଗରିବ କିମ୍ବା ମଧ୍ୟବିତ୍ତବର୍ଗଙ୍କୁ ସପରିବାର ସହ କେଉଁଠିକୁ ଯିବାର ଅଛି, ତେବେ ତାଙ୍କର ପ୍ରଥମ ପସନ୍ଦ ରେଳ ହିଁ ହୋଇଥାଏ। ଏଥିପାଇଁ ଆଜି ଭାରତ ସରକାର, ନିଜର ଦଶକ- ଦଶକ ପୁରୁଣା ରେଳ ନେଟୱର୍କକୁ ସୁଧାରୁଛନ୍ତି, ଆଧୁନିକ କରୁଛନ୍ତି । ଆଧୁନିକ ଟ୍ରେନ ହେଉ, ଆଧୁନିକ ରେଳ ଷ୍ଟେସନ ହେଉ, ଆଧୁନିକ ରେଲୱେ ଟ୍ରାକ ଗୁଡିକ ହେଉ, ଆମେ ପ୍ରତ୍ୟେକ ସ୍ତରରେ ଏକା ସହିତ ଚାରି ଦିଗରେ କାର୍ଯ୍ୟ କରୁଛନ୍ତି । ଆଜି ରାଜସ୍ଥାନକୁ ମଧ୍ୟ ତାହାର ପ୍ରଥମ ବନ୍ଦେ ଭାରତ ଏକ୍ସେପ୍ରେସ ମିଳି ଯାଇଛି । ଏହିଠାରେ ମାୱଲୀ- ମାରୱାଡ଼ ଗେଜ ପରିବର୍ତ୍ତନର ଦାବୀ ମଧ୍ୟ କେବେଠାରୁ ଚାଲି ଆସୁଥିଲା । ଏହା ଏବେ ପୂରଣ ହେଉଛି । ଏହିଭଳି ଭାବେ ଅହମ୍ମଦାବାଦ- ଉଦୟପୁର ମଧ୍ୟରେ ସମଗ୍ର ରୁଟକୁ ବ୍ରଡଗେଜରେ ପରିବର୍ତ୍ତନର କାର୍ଯ୍ୟ ମଧ୍ୟ କିଛି ମାସ ପୂର୍ବରୁ ପୂରଣ ହୋଇଛି । ଏହି ନୂତନ ରୁଟରେ ଯେଉଁ ଟ୍ରେନ ଚାଲୁଛି, ତାହାର ବହୁତ ଲାଭ ଉଦୟପୁର ଏବଂ ଆଖପାଖର ଲୋକମାନଙ୍କୁ ହିଁ ହେଉଛି।

ସାଥୀଗଣ,

ସମଗ୍ର ରେଳ ନେଟୱର୍କକୁ ଜଗୁଆଳୀ ବିହୀନ ଫାଟକ ଗୁଡ଼ିକରୁ ମୁକ୍ତ କରିବା ପରେ, ଆମେ ଏବେ ଦ୍ରୁତ ଗତିରେ ସମଗ୍ର ନେଟୱର୍କକୁ ବିଦ୍ୟୁତକରଣ କରୁଛୁ । ଆମେ ଉଦୟପୁର ରେଲୱେ ଷ୍ଟେସନ ଭଳି ହିଁ ଦେଶର ଶହ-ଶହ ରେଲୱେ ଷ୍ଟେସନକୁ ଆଧୁନିକ କରୁଛୁ, ସେଗୁଡ଼ିକର ଦକ୍ଷତା ବଢ଼ାଉଛୁ। ଆଉ ଏହିସବୁ ସହିତ ହିଁ, ଆମେ ମାଲଗାଡ଼ିଗୁଡ଼ିକ ପାଇଁ ସ୍ୱତନ୍ତ୍ର ଟ୍ରାକ୍, ଉତ୍ସର୍ଗୀକୃତ ଫ୍ରେଟ କରିଡର ନିର୍ମାଣ କରୁଛୁ।

 

ସାଥୀଗଣ,

ବିଗତ 9 ବର୍ଷ ମଧ୍ୟରେ ରାଜସ୍ଥାନର ରେଳ ବଜେଟ ମଧ୍ୟ 2014 ତୁଳନାରେ 14 ଗୁଣ ବଢ଼ିଛି। ବିଗତ 9 ବର୍ଷ ମଧ୍ୟରେ ରାଜସ୍ଥାନର ପ୍ରାୟ 75 ପ୍ରତିଶତ ରେଳ ନେଟୱର୍କର ବିଦ୍ୟୁତକରଣ କରାଯାଇ ସାରିଛି । ଏହିଠାରେ ଗେଜ ପରିବର୍ତନ ଏବଂ ଦୋହରୀକରଣର ବହୁତ ବଡ଼ ଲାଭ ଡୁଙ୍ଗରପୁର, ଉଦୟପୁର, ଚିତୌଡ଼, ପାଲି, ସିରୋହୀ ଏବଂ ରାଜସମନ୍ଦ ଭଳି ଜିଲ୍ଲାଗୁଡ଼ିକୁ ମିଳିଛି। ସେହି ଦିନ ଦୂରରେ ନାହିଁ ଯେତେବେଳେ ରାଜସ୍ଥାନ ମଧ୍ୟ ରେଳ ଲାଇନଗୁଡ଼ିକର ଶତ ପ୍ରତିଶତ ବିଦ୍ୟୁତକରଣ ବାଲା ରାଜ୍ୟଗୁଡ଼ିକ ମଧ୍ୟରେ ସାମିଲ ହୋଇଯିବ।

ଭାଇ ଓ ଭଉଣୀମାନେ,

ରାଜସ୍ଥାନର ଉନ୍ନତ ହେଉଥିବା ଯୋଗାଯୋଗ ସହିତ ଏଠାକାର ପର୍ଯ୍ୟଟନକୁ, ଆମର ତୀର୍ଥସ୍ଥଳଗୁଡ଼ିକୁ ବହୁତ ବଡ଼ ଲାଭ ହେଉଛି । ମେୱାରର ଏହି ଅଞ୍ଚଳ ତ’ ହେଉଛି ହଲଦୀଘାଟୀର ଭୂମି। ରାଷ୍ଟ୍ରରକ୍ଷା ଲାଗି ରାଣା ପ୍ରତାପଙ୍କର ଶୌର୍ଯ୍ୟ, ଭାମାଶାହଙ୍କ ସମର୍ପଣ ଏବଂ ବୀର ପନ୍ନାଧାୟଙ୍କର ତ୍ୟାଗର ଗାଥାଗୁଡ଼ିକ ଏହି ମାଟିର ପ୍ରତ୍ୟେକଟି ଧୂଳିକଣାରେ ବିଦ୍ୟମାନ ହୋଇ ରହିଛି । କାଲି ହିଁ ଦେଶ ମହାରାଣା ପ୍ରତାପ ଜୀଙ୍କର ଜୟନ୍ତିରେ ତାଙ୍କୁ ପୁଣ୍ୟ ଭାବନାର ସହିତ ସ୍ମରଣ କଲା । ନିଜ ପରମ୍ପରାର ଏହି ପୁଞ୍ଜିକୁ ଆମକୁ ଅଧିକରୁ ଅଧିକ ଦେଶ- ଦୁନିଆ ପର୍ଯ୍ୟନ୍ତ ନେଇିଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଆଜି ଭାରତ ସରକାର ନିଜର ଔତିହ୍ୟର ବିକାଶ ପାଇଁ ଭିନ୍ନ- ଭିନ୍ନ ସର୍କିଟରେ କାର୍ଯ୍ୟ କରୁଛନ୍ତି । କୃଷ୍ଣା ସର୍କିଟ ମାଧ୍ୟମରେ ଭଗବାନ ଶ୍ରୀ କୃଷ୍ଣଙ୍କ ସହିତ ଜଡ଼ିତ ତୀର୍ଥଗୁଡ଼ିକୁ, ତାଙ୍କ ସହିତ ଜଡ଼ିତ ଆସ୍ଥା ସ୍ଥଳଗୁଡ଼ିକୁ ଯୋଡ଼ା ଯାଉଛି। ଏହିଠାରେ ରାଜସ୍ଥାନରେ ମଧ୍ୟ ଗୋବିନ୍ଦ ଦେବ ଜୀ, ଖାଟୁ ଶ୍ୟାମ ଜୀ ଏବଂ ଶ୍ରୀନାଥ ଜୀଙ୍କ ଦର୍ଶନକୁ ସହଜ କରିବା ପାଇଁ କୃଷ୍ଣ ସର୍କିଟର ବିକାଶ କରାଯାଉଛି।

ଭାଇ ଓ ଭଉଣୀମାନେ,

ଭାରତ ସରକାର, ସେବାଭାବକୁ ହିଁ ଭକ୍ତିଭାବ ଧରି ନେଇ ଦିନ-ରାତି କାର୍ଯ୍ୟ କରୁଛନ୍ତି । ଜନତା- ଜନାର୍ଦ୍ଦନଙ୍କ ଜୀବନକୁ ସହଜ କରିବା, ହେଉଛି ଆମର ସରକାରଙ୍କର ସୁଶାସନର ପ୍ରାଥମିକତା। ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସୁଖ, ସୁବିଧା ଏବଂ ସୁରକ୍ଷାର କିଭଳି ବିସ୍ତାର ହେବ, ଏଥିପାଇଁ ନିରନ୍ତର କାର୍ଯ୍ୟ ଚାଲୁ ରହିଛି । ଶ୍ରୀନାଥ ଜୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ବଜାୟ ରହୁ, ଏହି କାମନା ସହିତ ଆପଣ ସମସ୍ତଙ୍କୁ ବିକାଶ କାର୍ଯ୍ୟଗୁଡ଼ିକ ପାଇଁ ପୁଣିଥରେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ବହୁତ- ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win