୧ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଆମେ ଗବେଷଣାର ସହଜତା ଉପରେ ଧ୍ୟାନ ଦେଉଛୁ ଯାହା ଦ୍ଵାରା ଭାରତରେ ଏକ ଆଧୁନିକ ନବସୃଜନ ଇକୋସିଷ୍ଟମ ବିକଶିତ ହୋଇପାରିବ: ପ୍ରଧାନମନ୍ତ୍ରୀ
ଯେତେବେଳେ ବିଜ୍ଞାନ ବିଶାଳତା ସହ ମିଶେ, ନବସୃଜନ ସମାବେଶୀ ହୁଏ, ଯେତେବେଳେ ପ୍ରଯୁକ୍ତି ପରିବର୍ତ୍ତନର ବାହକ ହୁଏ, ସେତେବେଳେ ମହାନ ସଫଳତାର ଭିତ୍ତି ସ୍ଥାପନ ହୁଏ : ପ୍ରଧାନମନ୍ତ୍ରୀ
ଭାରତ ଆଉ କେବଳ ପ୍ରଯୁକ୍ତିର ଗ୍ରାହକ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପରିବର୍ତ୍ତନର ନେତୃତ୍ବ ନେଉଛି: ପ୍ରଧାନମନ୍ତ୍ରୀ
ଆଜି ଭାରତରେ ବିଶ୍ୱର ସବୁଠାରୁ ସଫଳ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଅଛି: ପ୍ରଧାନମନ୍ତ୍ରୀ
ଆଜି ଭାରତ ନୈତିକ ଏବଂ ମାନବ-କେନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ ବୈଶ୍ବିକ ଢାଞ୍ଚା ଗଠନ କରୁଛି: ପ୍ରଧାନମନ୍ତ୍ରୀ

ଆମ ମଧ୍ୟରେ ଉପସ୍ଥିତ ଦେଶର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ, ନୋବେଲ ପୁରସ୍କାର ବିଜେତା ସାର ଆଣ୍ଡ୍ରେ ଗାଇମ, ସମସ୍ତ ବୈଜ୍ଞାନିକ, ଉଦ୍ଭାବକ, ଶିକ୍ଷାବିତ୍, ଭାରତ ଏବଂ ବିଦେଶର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ! 
ଆଜିର କାର୍ଯ୍ୟକ୍ରମ ବିଜ୍ଞାନ ସହିତ ଜଡିତ, କିନ୍ତୁ ମୁଁ ପ୍ରଥମେ କ୍ରିକେଟରେ ଭାରତର ଚମତ୍କାର ବିଜୟ ବିଷୟରେ କହିବି। ଏହି ଅଭୂତପୂର୍ବ ବିଜୟରେ ସାରା ଦେଶ ଉତ୍ସବମୁଖର । ଏହା ଭାରତର ପ୍ରଥମ ମହିଳା ବିଶ୍ୱକପ୍। ମୁଁ ଆମର ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଉଛି। ଆମେ ତୁମ ପାଇଁ ଗର୍ବିତ। ତୁମର ସଫଳତା କୋଟି କୋଟି ଭାରତୀୟଙ୍କୁ ପ୍ରେରିତ ଦେବ।
ବନ୍ଧୁଗଣ,
ଗତକାଲି, ଭାରତ ମଧ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜଗତରେ ନିଜର ବିଜୟ ବାନା ଉଡାଇଛି। ଭାରତୀୟ ବୈଜ୍ଞାନିକମାନେ ଭାରତର ସବୁଠାରୁ ଓଜନଦାର ଯୋଗାଯୋଗ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛନ୍ତି। ମୁଁ ଏହି ମିଶନରେ ସାମିଲ ସମସ୍ତ ବୈଜ୍ଞାନିକଙ୍କୁ ଏବଂ ଇସ୍ରୋକୁ ମଧ୍ୟ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି।
 

ବନ୍ଧୁଗଣ,
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଜଗତରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏକବିଂଶ ଶତାବ୍ଦୀରେ ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତି ଓ ଆବିଷ୍କାର କ୍ଷେତ୍ରରେ ସାରା ବିଶ୍ୱର ବିଶେଷଜ୍ଞମାନେ ଏକାଠି ହୋଇ ଦିଗ ଦେଖାଇବା ଜରୁରୀ । ତେବେ ସେହି ଦୃଷ୍ଟିରୁ ଆଜି ସମ୍ମିଳନୀ ଆୟୋଜିତ ହୋଇଛି । ଅନେକ ମନ୍ତ୍ରୀ, ବେସରକାରୀ ସେକ୍ଟର, ଷ୍ଟାର୍ଟ ଅପ, ଛାତ୍ରମାନେ ଆଜି ଏକାଠି ହୋଇପାରିଛନ୍ତି । ଏହା ଖୁବ ଗର୍ବର କଥା ଯେ ଆଜି ଆମ ଗହଣରେ ଜଣେ ନୋବେଲ ବିଜେତା ଉପସ୍ଥିତ ଅଛନ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଏହି ଅବସରରେ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀ ହେଉଛି ଅନେକ ପରିବର୍ତ୍ତନର କାଳଖଣ୍ଡ । ଗ୍ଲୋବାଲ ଅର୍ଡରରେ ଆମେ ଏବେ ନୂଆ ସିଫ୍ଟ ଦେଖିବାକୁ ପାଉଛେ । ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତି ଓ ଆବିଷ୍କାର ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ଭାରତ ଆଗକୁ ବଢିଛି । ରିସର୍ଚ୍ଚ ଫଣ୍ଡିଂ ହେଉଛି ଏକ ପ୍ରକୃଷ୍ଟ ଉଦାହରଣ । ଦୀର୍ଘ ସମୟ ଧରି ଜୟ ଜବାନ, ଜୟ କିଷାନ ସ୍ଲୋଗାନ ସହ ଆପଣ ପରଚିତ ଅଛନ୍ତି । ରିସର୍ଚ୍ଚ କ୍ଷେତ୍ରରେ ଅଗ୍ରଗତି ଦେଖିଲେ ଆମେ ଏବେ ଏହା ସହ ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ଯୋଡିଛେ । ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ବି ଆମେ କରିଛୁ । ଗବେଷଣା, ବିକାଶ ଓ ଆବିଷ୍କାର ଯୋଜନା ବି ଆମେ ଆରମ୍ଭ କରିଛୁ । ଆଉ ଏଥିପାଇଁ ଆମେ ଏକ ଲକ୍ଷ କୋଟି ଟଙ୍କା ଫିକ୍ସଡ ବି କରିଛୁ । ଆପଣ ଭାବୁଥିବେ ଯେ ଏହି ଏକ ଲକ୍ଷ କୋଟି ଟଙ୍କା ମୋଦୀ ପାଖରେ ରହିଯିବ, ତେଣୁ ଆପଣମାନେ ବୋଧହୁଏ ତାଳି ମାରୁ ନାହାନ୍ତି । ଏହି ଏକ ଲକ୍ଷ କୋଟି ଟଙ୍କା ଆପଣମାନଙ୍କ ଦକ୍ଷତା ବୃଦ୍ଧି ଓ ଆପଣମାନଙ୍କ ଲାଗି ନୂଆ ସୁଯୋଗ ଆଣିଦେବ । ବେସରକାରୀ ସେକ୍ଟରରେ ବି ଗବେଷଣା ଓ ବିକାଶ କରିବା ଆମ ଲକ୍ଷ୍ୟ । ପ୍ରଥମଥର ଲାଗି ହାଇ ରିକ୍ସ ଓ ପ୍ରଭାବଶାଳୀ ପ୍ରକଳ୍ପରେ ପୁଞ୍ଜି ନିବେଶ କରାଯାଇଛି । 
ବନ୍ଧୁଗଣ, 
ଆବିଷ୍କାର କ୍ଷେତ୍ରରେ ଭାରତରେ ଆଧୁନିକ ଇକୋ ସିଷ୍ଟମ ଲାଗୁ କରିବା ଲାଗି ଆମେ ଇଜ ଅଫ ଡୁଇଙ୍ଗ ରିସର୍ଚ୍ଚ ଆରମ୍ଭ କରିଛୁ । ଆର୍ଥିକ ନିୟମାବଳୀ ଓ ପ୍ରାପ୍ତି ଯୋଜନାରେ ଆମେ ଅନେକ ସଂଶୋଧନ କରିଛୁ । ରେଗୁଲେସନ, ଇନସେନଟିଭ ଓ ସପ୍ଲାଇ ଚେନରେ ଆମେ ଆବଶ୍ୟକ ସଂସ୍କାର ବି କରିଛୁ  ଫଳରେ ଲ୍ୟାବରୁ ବଜାରକୁ ଏହାର ପ୍ରାରମ୍ଭିକ ମଡେଲ ଆସିପାରିବ । 
ବନ୍ଧୁଗଣ,  
ଗତ କିଛି ବର୍ଷ ଭିତରେ ଭାରତବର୍ଷକୁ ଏକ ଇନୋଭେସନର ହବରେ ପରିଣତ କରିବାକୁ ତିଆରି କରାଯାଇଥିବା ଯୋଜନା ଓ ନିଷ୍ପତିର ଏବେ ପ୍ରଭାବ ଦେଖିବାକୁ ମିଳୁଛି । ଅତି ଆନନ୍ଦର ସହ ଆପଣମାନଙ୍କ ଆଗରେ ମୁଁ କିଛି ତଥ୍ୟ ରଖିବାକୁ ଚାହୁଁଛି । ଅତି ସହଜରେ ଖୁସି ହେବା ଲୋକ ମୁଁ ନୁହେଁ । ତେବେ ଅତୀତର କିଛି ଫଳାଫଳ ମୋତେ ଖୁସି କରିପାରିଛି । ଆଗକୁ ବି ଖୁସି କରିବ । ଆଗକୁ ମୋତେ ବହୁ ବାଟ ଯିବାର ରହିଛି । ଗତ ଶତାବ୍ଦୀରେ ଆମର ରାସ୍ତା ଓ ପୂର୍ତ ବିଭାଗ ଖର୍ଚ୍ଚ ଦ୍ୱିଗୁଣା ହୋଇଛି । ଭାରତରେ ପଞ୍ଜିକୃତ ହୋଇଥିବା ପେଟେଣ୍ଟ ୧୭ ଗୁଣା ବଢିଛି । ଷ୍ଟାର୍ଟ ଅପ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସ୍ୱଚ୍ଛ ଊର୍ଜ୍ଜା, ଆଡଭାନ୍ସଡ ମାଟେରିଆଲ୍ସ କ୍ଷେତ୍ରରେ ଆଜି ଛଅ ହଜାରରୁ ଅଧିକ ଗୁଢ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧିତ ଅନେକ ଷ୍ଟାର୍ଟ ଅପ କାମ କରୁଛି । ଭାରତର ସେମି କଣ୍ଡକ୍ଟର କ୍ଷେତ୍ରକୁ ଏବେ ହାତକୁ ନିଆଯାଇଛି । ୨୦୧୪ ମସିହାରେ ଭାରତର ବାୟୋ ଇକୋନୋମିକ ମୂଲ୍ୟ ୧୦ ବିଲିୟନ ଡଲାର ରହିଥିଲା । ଆଜି ଏହା ୧୪୦ ବିଲିୟନ ଡଲାରରେ ପହଞ୍ଚିଛି ।
 

ବନ୍ଧୁଗଣ,   
ଗତ କିଛି ବର୍ଷ ଧରି ଗ୍ରୀନ ହାଇଡ୍ରୋଜେନ, କ୍ୱାଂଟମ କମ୍ପ୍ୟୁଟିଙ୍ଗ, ଗଭୀର ସମୁଦ୍ର ଗବେଷଣା, ବିରଳ ଖଣିଜ ପଦାର୍ଥ କ୍ଷେତ୍ରରେ ବି ଆମେ ନିଜ ଛାପ ଛାଡିପାରିଛେ । 
ବନ୍ଧୁଗଣ,
ଆବିଷ୍କାର ଓ ପ୍ରଯୁକ୍ତି ବିଦ୍ୟାର ଉତ୍କର୍ଷରେ ପହଞ୍ଚିଛି ଯେବେ ପରିବର୍ତ୍ତନର ସ୍ୱର ଆସିଲା ସେବେ ଅଧିକ ସଫଳତା ଲାଗି କ୍ଷେତ୍ର ପ୍ରସ୍ତୁତ ହେଲା । ଗତ ୧୦-୧୧ ବର୍ଷରେ ଭାରତରେ ପରିବର୍ତ୍ତନ ଏହାର ପ୍ରକୃଷ୍ଟ ଉଦାହରଣ । ପ୍ରଯୁକ୍ତି ବିଦ୍ୟାରେ ଭାରତ କେବଳ ଖାଉଟି ହୋଇ ରହିନାହିଁ ବରଂ ଏହା ମାଧ୍ୟମରେ ପରିବର୍ତ୍ତନର ଏକ ସ୍ୱର ପାଲଟିଛି । କୋଭିଡ ସମୟରେ ଆମେ ରେକର୍ଡ ସଂଖ୍ୟକ ଟୀକା ଉତ୍ପାଦନରେ ସଫଳ ହୋଇପାରିଛେ । ବିଶ୍ୱର ସବୁଠାରୁ ବଡ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ।
ବନ୍ଧୁଗଣ,
ଏତେ ବଡ ସଂଖ୍ୟାରେ ବିଭିନ୍ନ ଯୋଜନା ଓ ନିୟମର ସଫଳ ରୂପାୟନ କିପରି ସମ୍ଭବ । ଏହା ସମ୍ଭବ ହୋଇପାରିଛି କେବଳ ଆଜି ବିଶ୍ୱର ପ୍ରଥମ ଓ ସବୁଠାରୁ ସଫଳ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ପାଇଁ । ଏବଂ ସେହି ଦେଶ ହେଉଛି ଭାରତବର୍ଷ । ଦୁଇ ଲକ୍ଷ ଗ୍ରାମପଞ୍ଚାୟତକୁ ଆମେ ଆଜି ଅପ୍ଟିକାଲ ଫାଇବରରେ ଯୋଡି ପାରିଛେ । ଆମେ ମୋବାଇଲ ଡାଟାକୁ ଗଣତାନ୍ତ୍ରିକ କରିପାରିଛେ । 
ବନ୍ଧୁଗଣ,  
ବର୍ଷ ବର୍ଷ ଧରି ଆମେ ମହାବିକାଶ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରି ଚନ୍ଦ୍ର ଓ ମଙ୍ଗଳ ପାଖରେ ପହଞ୍ଚିଛେ । ମହାବିକାଶ ବିଜ୍ଞାନର ସଫଳତାକୁ ଆମେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚାଇ ପାରିଛେ । ଏବଂ ନିଶ୍ଚିତପକ୍ଷେ ଏହି ସଫଳତା ପାଇଁ ଆପଣମାନେ ବହୁତ କିଛି ଦେଇଛନ୍ତି ।
ବନ୍ଧୁଗଣ,
ଆବିଷ୍କାରର ମୁଖ୍ୟ ହିତାଧିକାରୀମାନେ ନେତା ହୁଅନ୍ତି । ମହିଳାମାନେ ହେଉଛନ୍ତି ଏହାର ପ୍ରମୁଖ ଉଦାହରଣ । ଯେବେ ମହାକାଶ ଅଭିଯାନ କଥା କୁହାଯାଏ ସେବେ ଭାରତୀୟ ମହିଳା ବୈଜ୍ଞାନିକଙ୍କ କଥା ପଡେ । ଗତ ଶତାବ୍ଦୀରେ ମହିଳାମାନଙ୍କ ଦ୍ୱାରା ପେଟେଣ୍ଟ ଫିଲିଙ୍ଗ ଶହେରୁ କମ ଥିଲା । ଏବେ ଏହା ବାର୍ଷିକ ହାରରେ ପାଞ୍ଚ ହଜାର ପାର କରିଛି । ଷ୍ଟେମ ଶିକ୍ଷାରେ ମହିଳାଙ୍କର ୪୩ ପ୍ରତିଶତ ଭାଗିଦାରୀ ରହିଛି ଯାହା ଗ୍ଲୋବାଲ ଆଭରେଜଠାରୁ ଅଧିକ । ବିଦେଶ ଗସ୍ତରେ ଥିବା ବେଳେ ଦିନେ ଗୋଟିଏ ଲିଫ୍ଟରେ ଜଣେ ବିଦେଶୀ ବୈଦେଶିକ ମନ୍ତ୍ରୀଙ୍କ ସହ ଯାଉଥିଲି । କୌତୂହଳ ବଶତଃ ଭାରତରେ ଝିଅମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପଢନ୍ତି କି ବୋଲି ସେ ମୋତେ ପଚାରିଲେ । ଯେତେ ବେଳେ ଭାରତରେ ଏମାନଙ୍କ ସହ ସଂଖ୍ୟା ଅଧିକ ବୋଲି ମୁଁ କହିଲି ସେ ବିସ୍ମିତ ହେଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଧିକ ଯୋଗଦାନ ରହିଛି ବୋଲି ପରିସଂଖ୍ୟାନ କହିଛି ।

 

ବନ୍ଧୁଗଣ,   
ଇତିହାସର ଅନେକ ଫର୍ଦ୍ଦ ରହିଛି ଯାହା ଆମକୁ ସବୁବେଳେ ପ୍ରେରଣା ଦେଇଥାଏ । କିଛି ବର୍ଷ ପୂର୍ବେ ଆମ ଦେଶର ଶିଶୁମାନେ ଚନ୍ଦ୍ରାୟନ ଦେଖିଲେ । ସେମାନେ ଉଭୟ ଉତଥାନ-ପତନ, ସଫଳତା-ବିଫଳତା ବି ଦେଖିଲେ । ମହାକାଶ ବିଜ୍ଞାନୀ ଶୁଭ୍ରାଂଶୁ ଶୁକ୍ଳାଙ୍କ ମହାକାଶ ଷ୍ଟେସନରେ ରହଣି ସମ୍ପର୍କରେ ଜାଣିଲେ । ନୂଆ ପିଢି ମଧ୍ୟରେ ଦେଖିବାକୁ ମିଳିଥିବା ଏହି କୌତୁହଳର ଆମେ ଭରପୂର ସୁଯୋଗ ନେବା କଥା ।
ବନ୍ଧୁଗଣ,    
ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଆବିଷ୍କାର ପ୍ରତି ଆମେ ଯେତେ ଫୋକସ କରି ପାରିବା ସେତେ ଆମ ଦେଶ ପାଇଁ ଭଲ । ଏହି ଦୃଷ୍ଟିକୋଣ ନେଇ ସାରା ଦେଶରେ ୧୦ ହଜାର ଅଟଳ ଟିଙ୍କରିଙ୍ଗ ଲାବ ପ୍ରତିଷ୍ଠା କରାଯାଇଛି । ଏସବୁ ଲାବରେ ଏକ କୋଟିରୁ ଊର୍ଦ୍ଧ୍ୱ ଯୁବ ପିଢି ଏବେ ଅଭ୍ୟାସ ପର୍ବ ଜାରି ରଖିଛନ୍ତି । ଏହାର ସଫଳତାକୁ ଦେଖି ଏବେ ଆମେ ଆଉ ୨୫ ହଜାର ନୂଆ ଅଟଳ ଟିଙ୍କରିଙ୍ଗ ଲାବ ତିଆରି କରିବାକୁ ଯାଉଛୁ । ଗତ କିଛି ବର୍ଷ ଭିତରେ ଅନେକ ବିଶ୍ୱବିଦ୍ୟାଳୟ ଗଢି ଉଠିଛି । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ପ୍ରତିଷ୍ଠା ହୋଇଛି । ଜାତୀୟ ନୂଆ ଶିକ୍ଷାନୀତିରେ ଆଂଚଳିକ ଭାଷାରେ ସ୍ଥାନୀୟ ଯୁବ ପିଢି ଷ୍ଟେମ କୋର୍ସରେ ବିଜ୍ଞାନ ଓ ଇଞ୍ଜିନିୟରିଂ ଉପରେ ପାଠ ପଢିପାରିବେ ।
ବନ୍ଧୁଗଣ,   
ଯୁବ ଗବେଷକଙ୍କ ଲାଗି କେନ୍ଦ୍ରର ପିଏମ ରିସର୍ଚ୍ଚ ଫେଲୋସିପ ଭଲ କାମ ଦେଉଛି । ଏହି ଫେଲୋସିପ ଅଧୀନରେ ଦିଆଯାଉଥିବା ଅର୍ଥ ରାଶି ଯୁବ ପିଢିର କାମରେ ଆସିପାରୁଛି । ଆସନ୍ତା ପାଞ୍ଚ ବର୍ଷ ଭିତରେ ଦଶ ହଜାର ନୂଆ ଫେଲୋସିପ ଦେଇ ଦେଶର ଆର ଆଣ୍ଡ ଡିକୁ ମଜଭୂତ ଆମେ କରିବୁ ।
ବନ୍ଧୁଗଣ,
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରୂପାନ୍ତରିତ ଶକ୍ତିକୁ ଆମେ ବୁଝିବା ଦରକାର । ରିଟେଲରୁ ଲଜିଷ୍ଟିକ୍ସ, କଷ୍ଟମର ସେବାରୁ ଶିଶୁଙ୍କ ଘର କାମ ଯାଏ କୃତ୍ରିମ ବୁଦ୍ଧମତା ବା ଏଆଇ ସବୁଠି ଏବେ କାମ କରୁଛି । ସମାଜର ପ୍ରତିଟି କ୍ଷେତ୍ରରେ ଏଆଇ ଶକ୍ତିର ଉପଯୋଗ ଦରକାର । ଭାରତର ଏଆଇ ମିଶନ ଲାଗି ୧୦ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି ।
 

ବନ୍ଧୁଗଣ,
ମୂଲ୍ୟବୋଧ ଯୁକ୍ତ ଏଆଇ ବ୍ୟବହାର ଉପରେ ଆମେ ଫୋକସ କରୁଛୁ । ଏ ଦିଗରେ ଆମେ ଏଆଇ ଗଭର୍ଣ୍ଣାନ୍ସ ଫ୍ରେମୱାର୍କ ଲାଗୁ କରିବାକୁ ଯାଉଛୁ । ଆସନ୍ତା ବର୍ଷ ଫେବୃଆରୀରେ ଆମେ ଯେବେ ଗ୍ଲୋବାଲ ଏଆଇ ସମ୍ମେଳନ କରିବାକୁ ଯିବୁ ସେବେ ମୂଲ୍ୟବୋଧ ଯୁକ୍ତ ଏଆଇ କାମ କରିବ ବୋଲି ଆଶା ।
ବନ୍ଧୁଗଣ,
ଉଦୀୟମାନ କ୍ଷେତ୍ରଗୁଡିକରେ ଦ୍ୱିଗୁଣା ଊର୍ଜ୍ଜା ନେଇ ଆମେ କାମ କରିବା ଉଚିତ । ବିକଶିତ ଭାରତ ନିର୍ମାଣ ଲାଗି ଏହା ଦରକାର । ମୁଁ କିଛି କଥା ଆପଣମାନଙ୍କ ସହ କଥା ହେବାକୁ ଚାହେଁ । ଖାଦ୍ୟ ସୁରକ୍ଷା ଅପେକ୍ଷା ପୋଷଣ ସୁରକ୍ଷାକୁ ଆମେ ଗୁରୁତ୍ୱ ଦେବା କଥା । ଜୈବିକ ଉପାୟରେ ପ୍ରସ୍ତୁତ ହୋଇଥିବା ଶସ୍ୟ ଉପରେ ଆମେ ଗୁରୁତ୍ୱ ଦେବା କଥା । ଫଳରେ ଏହା ଅପପୁଷ୍ଟିକୁ ପ୍ରତିହତ କରିପାରିବ । କମ ମୂଲ୍ୟଯୁକ୍ତ ଜୈବିକ ସାର ପ୍ରୟୋଗ କରି ରାସାୟନିକ ସାର ପ୍ରୟୋଗକୁ କମାଇ ଆମେ ମାଟିର ସୁରକ୍ଷା ଲାଗି ପ୍ରଯତ୍ନ କରିବା ଦରକାର । ରୋଗ ଚିହ୍ନଟ କ୍ଷେତ୍ରରେ ବି ଆମେ ଅଗ୍ରଗତି କରିପାରିବା । ସ୍ୱଚ୍ଛ ଶକ୍ତି ଆବିଷ୍କାର କ୍ଷେତ୍ରରେ ବି ଆମେ ଆଗେଇପାରିବା । ପ୍ରତିଟି କ୍ଷେତ୍ରରେ ଆମେ ଆତ୍ମନିର୍ଭରଶୀଳତାକୁ ଆପେଣଇବା ଉଚିତ ।
 

ବନ୍ଧୁଗଣ,
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରୂପାନ୍ତରିତ ଶକ୍ତିକୁ ଆମେ ବୁଝିବା ଦରକାର । ରିଟେଲରୁ ଲଜିଷ୍ଟିକ୍ସ, କଷ୍ଟମର ସେବାରୁ ଶିଶୁଙ୍କ ଘର କାମ ଯାଏ କୃତ୍ରିମ ବୁଦ୍ଧମତା ବା ଏଆଇ ସବୁଠି ଏବେ କାମ କରୁଛି । ସମାଜର ପ୍ରତିଟି କ୍ଷେତ୍ରରେ ଏଆଇ ଶକ୍ତିର ଉପଯୋଗ ଦରକାର । ଭାରତର ଏଆଇ ମିଶନ ଲାଗି ୧୦ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି ।
 

ବନ୍ଧୁଗଣ,
ମୂଲ୍ୟବୋଧ ଯୁକ୍ତ ଏଆଇ ବ୍ୟବହାର ଉପରେ ଆମେ ଫୋକସ କରୁଛୁ । ଏ ଦିଗରେ ଆମେ ଏଆଇ ଗଭର୍ଣ୍ଣାନ୍ସ ଫ୍ରେମୱାର୍କ ଲାଗୁ କରିବାକୁ ଯାଉଛୁ । ଆସନ୍ତା ବର୍ଷ ଫେବୃଆରୀରେ ଆମେ ଯେବେ ଗ୍ଲୋବାଲ ଏଆଇ ସମ୍ମେଳନ କରିବାକୁ ଯିବୁ ସେବେ ମୂଲ୍ୟବୋଧ ଯୁକ୍ତ ଏଆଇ କାମ କରିବ ବୋଲି ଆଶା ।
ବନ୍ଧୁଗଣ,
ଉଦୀୟମାନ କ୍ଷେତ୍ରଗୁଡିକରେ ଦ୍ୱିଗୁଣା ଊର୍ଜ୍ଜା ନେଇ ଆମେ କାମ କରିବା ଉଚିତ । ବିକଶିତ ଭାରତ ନିର୍ମାଣ ଲାଗି ଏହା ଦରକାର । ମୁଁ କିଛି କଥା ଆପଣମାନଙ୍କ ସହ କଥା ହେବାକୁ ଚାହେଁ । ଖାଦ୍ୟ ସୁରକ୍ଷା ଅପେକ୍ଷା ପୋଷଣ ସୁରକ୍ଷାକୁ ଆମେ ଗୁରୁତ୍ୱ ଦେବା କଥା । ଜୈବିକ ଉପାୟରେ ପ୍ରସ୍ତୁତ ହୋଇଥିବା ଶସ୍ୟ ଉପରେ ଆମେ ଗୁରୁତ୍ୱ ଦେବା କଥା । ଫଳରେ ଏହା ଅପପୁଷ୍ଟିକୁ ପ୍ରତିହତ କରିପାରିବ । କମ ମୂଲ୍ୟଯୁକ୍ତ ଜୈବିକ ସାର ପ୍ରୟୋଗ କରି ରାସାୟନିକ ସାର ପ୍ରୟୋଗକୁ କମାଇ ଆମେ ମାଟିର ସୁରକ୍ଷା ଲାଗି ପ୍ରଯତ୍ନ କରିବା ଦରକାର । ରୋଗ ଚିହ୍ନଟ କ୍ଷେତ୍ରରେ ବି ଆମେ ଅଗ୍ରଗତି କରିପାରିବା । ସ୍ୱଚ୍ଛ ଶକ୍ତି ଆବିଷ୍କାର କ୍ଷେତ୍ରରେ ବି ଆମେ ଆଗେଇପାରିବା । ପ୍ରତିଟି କ୍ଷେତ୍ରରେ ଆମେ ଆତ୍ମନିର୍ଭରଶୀଳତାକୁ ଆପେଣଇବା ଉଚିତ ।
ବନ୍ଧୁଗଣ,
ମୋର ପୂର୍ଣ୍ଣମାତ୍ରାରେ ବିଶ୍ୱାସ ଯେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହ ସମ୍ପୃକ୍ତ ପ୍ରତିଟି ମଣିଷ ଏନେଇ କିଛି କରିବେ ଓ ନୂଆ ବାଟ ଖୋଜି ପାଇବେ । ଆପଣମାନଙ୍କର ଯଦି ଆଇଡିଆ ରହିଛି ତେବେ ମୁଁ ଆପଣଙ୍କ ସହ ରହିଛି । ବୈଜ୍ଞାନିକମାନଙ୍କୁ ରିସର୍ଚ୍ଚ ଫଣ୍ଡିଂ ଦେବା ସହ ସୁଯୋଗ ଦେବା ପାଇଁ ଆମ ସରକାର ପୂର୍ଣ୍ଣମାତ୍ରାରେ ପ୍ରତିଶ୍ରୁତିବଦ୍ଧ । ଏହି ସମ୍ମେଳନୀରେ ଏକ କଂକ୍ରିଟ ରୋଡମ୍ୟାପ ପ୍ରସ୍ତୁତ ହେବା ଉଚିତ । ମୋର ବିଶ୍ୱାସ ଯେ, ଭାରତର ଏହି ଜୟଯାତ୍ରା ଖୁବ ଆଗକୁ ଯିବ । ଆଉଥରେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ । ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A partnership forged in India’s industrial south

Media Coverage

A partnership forged in India’s industrial south
NM on the go

Nm on the go

Always be the first to hear from the PM. Get the App Now!
...
PM to participate in Centenary Celebrations of Shri Ram College of Commerce on 5th September
September 04, 2026

Prime Minister Shri Narendra Modi will participate in centenary celebrations of Shri Ram College of Commerce (SRCC) on 5th September at 7 PM. Prime Minister will also address the gathering on the occasion.

Shri Ram College of Commerce, University of Delhi, is one of India’s premier institutions of higher education and a distinguished centre of learning in the fields of Commerce, Economics and Management. Established in 1926 by eminent industrialist and philanthropist Sir Shri Ram, the College has, over the course of a century, nurtured generations of scholars, professionals, administrators, entrepreneurs, policymakers and nation-builders.

The Centenary Celebrations coincide with Teachers’ Day, making the occasion particularly significant as the nation honours the contribution of teachers and educators in shaping generations and strengthening the foundations of society.