ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ସେମାନଙ୍କର ସାମର୍ଥ୍ୟକୁ ଉଜାଗର କରୁଛି, ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ
ଆଜି ଭାରତର ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ସବୁ କ୍ଷେତ୍ରରେ ସଫଳ: ପ୍ରଧାନମନ୍ତ୍ରୀ
ନୂଆ ଭାରତ ଗଠନ ପାଇଁ ଦେଶ ଅନେକ ଦଶନ୍ଧି ଧରି ଆଧୁନିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରୁଥିଲା, ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ଏବେ ସେହି ଦିଗରେ ଆଗେଇଛି: ପ୍ରଧାନମନ୍ତ୍ରୀ
ଆଜି ଆମ ସରକାରଙ୍କ ନୀତି ଓ ନିଷ୍ପତ୍ତି ଯୋଗୁଁ ଗ୍ରାମୀଣ ଭାରତରେ ମଧ୍ୟ ରୋଜଗାର ଓ ସ୍ୱରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି, କୃଷି କ୍ଷେତ୍ରରେ ବହୁ ସଂଖ୍ୟକ ଯୁବକଯୁବତୀଙ୍କୁ ରୋଜଗାର ମିଳିଛି, ସେମାନେ ନିଜ ପସନ୍ଦର କାମ କରିବାର ସୁଯୋଗ ପାଇଛନ୍ତି : ପ୍ରଧାନମନ୍ତ୍ରୀ

ନମସ୍କାର!

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀଗଣ, ଦେଶର କୋଣ ଅନୁକୋଣରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ଯୁବ ସହଯୋଗୀମାନେ,

ଗତକାଲି ବିଳମ୍ବିତ ରାତିରେ ମୁଁ କୁଏତରୁ ଫେରିଥିଲି। ସେଠାରେ ମୁଁ ଭାରତର ଯୁବକ ଏବଂ ବୃତ୍ତିଜୀବୀମାନଙ୍କୁ ଭେଟିଲି, ଅନେକ କଥା ବାର୍ତ୍ତା ହୋଇଥିଲା । ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ମୋର ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ଏକ ବହୁତ ଖୁସିର କଥା। ଆଜି ଦେଶର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି। ଆପଣଙ୍କର ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି । ୨୦୨୪ର ଏହି ଅତିବାହିତ ବର୍ଷ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ନୂଆ ଖୁସି ଦେବାକୁ ଯାଉଛି । ମୁଁ ସମସ୍ତ ଯୁବକମାନଙ୍କୁ  ଏବଂ ଆପଣଙ୍କ ପରିବାରକୁ ମୋର  ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

 

ସାଥୀମାନେ

ଭାରତର ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ଉପଯୋଗ କରିବା ଆମ ସରକାରଙ୍କ ର ସବୁଠାରୁ ବଡ ପ୍ରାଥମିକତା । ନିଯୁକ୍ତି ମେଳା ମାଧ୍ୟମରେ ଆମେ ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ । ଗତ ୧୦ ବର୍ଷ ହେଲା ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ଅନୁଷ୍ଠାନରେ ସରକାରୀ ଚାକିରି ଦେବା ପାଇଁ ଅଭିଯାନ ଚାଲିଛି। ଆଜି ବି ୭୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ଗତ ଦେଢ଼ ବର୍ଷ ମଧ୍ୟରେ ଆମ ସରକାର ପ୍ରାୟ ୧୦ ଲକ୍ଷ ଯୁବକଙ୍କୁ ସ୍ଥାୟୀ ସରକାରୀ ଚାକିରି ଦେଇଛନ୍ତି। ଏହା ନିଜେ ଏକ ବଡ଼ ରେକର୍ଡ। ପୂର୍ବ ସରକାରଙ୍କ ସମୟରେ ଯୁବକମାନଙ୍କୁ ଏଭଳି ମିଶନ ମୋଡରେ ଭାରତ ସରକାରରେ ସ୍ଥାୟୀ ଚାକିରି ମିଳିନାହିଁ । କିନ୍ତୁ ଆଜି ଦେଶରେ କେବଳ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ମିଳୁନାହିଁ ବରଂ ସମ୍ପୂର୍ଣ୍ଣ ସଚ୍ଚୋଟତା ଓ ସ୍ୱଚ୍ଛତାର ସହ ଏହି ଚାକିରି ଦିଆଯାଉଛି । ମୁଁ ଖୁସି ଯେ ଏହି ସ୍ୱଚ୍ଛ ପରମ୍ପରାରୁ ଆସିଥିବା ଯୁବକମାନେ ମଧ୍ୟ ପୂର୍ଣ୍ଣ ନିଷ୍ଠା ଓ ସଚ୍ଚୋଟତାର ସହ ଦେଶ ସେବାରେ ନିୟୋଜିତ ହୋଇଛନ୍ତି ।

ସାଥୀମାନେ

ଯେ କୌଣସି ଦେଶର ବିକାଶ ସେଠାକାର ଯୁବକମାନଙ୍କ ର ଶ୍ରମ, ସାମର୍ଥ୍ୟ ଏବଂ ନେତୃତ୍ୱ ଯୋଗୁଁ ହୋଇଥାଏ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଭାରତ ସଂକଳ୍ପ ନେଇଛୁ। ଆମର ଏହି ସଂକଳ୍ପ ଉପରେ ବିଶ୍ୱାସ ଅଛି, ଆମେ ଏହି ଲକ୍ଷ୍ୟ ହାସଲ କରିବାକୁ ବିଶ୍ଵାସ ରଖିଛୁ । ସେଥିପାଇଁ ଭାରତର ପ୍ରତିଭାବାନ ଯୁବକମାନେ ଭାରତର ପ୍ରତ୍ୟେକ ନୀତି, ପ୍ରତ୍ୟେକ ନିଷ୍ପତ୍ତିର କେନ୍ଦ୍ରରେ ରହିଛନ୍ତି। ଯଦି ଆପଣ ଗତ ଦଶନ୍ଧିର ନୀତି, ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଅଭିଯାନ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆର ନୀତି ଉପରେ ଦୃଷ୍ଟି ପକାନ୍ତୁ, ତେବେ ଯୁବପିଢ଼ିଙ୍କୁ କେନ୍ଦ୍ରରେ ରଖି ଏଭଳି ପ୍ରତ୍ୟେକ ଯୋଜନା ପ୍ରସ୍ତୁତ କରାଯାଇଛି। ଭାରତ ନିଜର ମହାକାଶ କ୍ଷେତ୍ରରେ ନୀତି ବଦଳାଇଲା, ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନକୁ ପ୍ରୋତ୍ସାହିତ କଲା ଏବଂ ଏହାର ସବୁଠାରୁ ବଡ ଲାଭ ହେଲା ଭାରତର ଯୁବପିଢ଼ି ମାନଙ୍କୁ ହେଲା । ଆଜି ଭାରତର ଯୁବପିଢ଼ି ନୂଆ ଆତ୍ମବିଶ୍ଵାସରେ ଭରପୂର। ସବୁ ସେମାନେ କ୍ଷେତ୍ରରେ ସେ ନିଜର ଦକ୍ଷତା ପତିପାଦନ କରିପାରୁଛନ୍ତି । ଆଜି ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛୁ । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ ରେ ପରିଣତ ହୋଇଛି । ଆଜି କାଲି ଯେତେବେଳେ ଜଣେ ଯୁବକ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ସ୍ଥିର କରନ୍ତି, ସେତେବେଳେ ତାଙ୍କୁ ସହଯୋଗ କରିବା ପାଇଁ ଏକ ପୁରା ଇକୋସିଷ୍ଟମ ମିଳିଥାଏ । ଆଜି ଯେତେବେଳେ ଜଣେ ଯୁବକ କ୍ରୀଡ଼ାରେ କ୍ୟାରିୟର ଗଢ଼ିବାକୁ ଯୋଜନା କରୁଛନ୍ତି,  ସେତେବେଳେ ସେମାନେ କେବେ ବିଫଳ ହେବେ ନାହିଁ ବୋଲି ବିଶ୍ୱାସ ରଖିଛନ୍ତି । ଆଜି ପ୍ରଶିକ୍ଷଣଠାରୁ ଆରମ୍ଭ କରି କ୍ରୀଡ଼ାରେ, ଟୁର୍ଣ୍ଣାମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ଯୁବପିଢ଼ିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ଆଜି ଆମେ ଅନେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦେଖୁଛୁ । ଆଜି ଭାରତ ମୋବାଇଲ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ପାଲଟିଛି । ଆଜି ଅକ୍ଷୟ ଶକ୍ତିଠାରୁ ଆରମ୍ଭ କରି ଜୈବିକ କୃଷି, ମହାକାଶ କ୍ଷେତ୍ରରୁ ପ୍ରତିରକ୍ଷା କ୍ଷେତ୍ର, ପର୍ଯ୍ୟଟନଠାରୁ ଆରମ୍ଭ କରି ସୁସ୍ଥତା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶ ନୂଆ ଶିକାରକୁ ଛୁଇଁଛି, ନୂଆ ସୁଯୋଗ ସୃଷ୍ଟି ହେଉଛି।

ସାଥୀମାନେ

ଆମକୁବ ଦେଶକୁ ଆଗକୁ ନେବା ପାଇଁ ଆମକୁ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ର ଆବଶ୍ୟକତା ରହିଛି । ଏହି ଦାୟିତ୍ୱ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ରହିଛି। ସେଥିପାଇଁ ଦଶନ୍ଧି ଧରି ଦେଶ ଏକ ନୂତନ ଭାରତ ଗଠନ ପାଇଁ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅନୁଭବ କରୁଥିଲା । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ଏବେ ସେହି ଦିଗରେ ଅଗ୍ରସର ହୋଇଛି। କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ଉପରେ ବୋଝ ପାଲଟିଥିବା ଶିକ୍ଷା ବ୍ୟବସ୍ଥା ଏବେ ସେମାନଙ୍କୁ ନୂଆ ବିକଳ୍ପ ଦେଉଛି। ଅଟଳ ଟିଙ୍କରିଂ ଲ୍ୟାବ୍ ଏବଂ ଆଧୁନିକ ପିଏମ୍-ଶ୍ରୀ’ ସ୍କୁଲ ମାଧ୍ୟମରେ ପିଲାବେଳୁ ଅଭିନବ ମାନସିକତା ସୃଷ୍ଟି କରାଯାଉଛି। ପୂର୍ବରୁ ଭାଷା ଗ୍ରାମୀଣ ଯୁବକ, ଦଳିତ, ପଛୁଆ ଓ ଆଦିବାସୀ ସମାଜର ଯୁବକମାନଙ୍କ ପାଇଁ ଏକ ବଡ଼ ପାଚେରି ପାଲଟିଥିଲା। ମାତୃଭାଷାରେ ପାଠପଢ଼ା ଓ ପରୀକ୍ଷା ପାଇଁ ନୀତି ପ୍ରସ୍ତୁତ କରିଥିଲୁ। ଆଜି ଆମ ସରକାର ଯୁବବର୍ଗଙ୍କୁ ୧୩ଟି ଭାଷାରେ ନିଯୁକ୍ତି ପରୀକ୍ଷା ଦେବାର ବିକଳ୍ପ ଦେଉଛନ୍ତି। ସୀମାନ୍ତ ଜିଲ୍ଲାର ଯୁବକମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଆମେ ସେମାନଙ୍କ କୋଟା ବୃଦ୍ଧି କରିଛୁ। ଆଜି ସୀମାନ୍ତ ଅଞ୍ଚଳର ଯୁବକମାନଙ୍କୁ ସ୍ଥାୟୀ ସରକାରୀ ଚାକିରି ଦେବା ପାଇଁ ସ୍ୱତନ୍ତ୍ର ନିଯୁକ୍ତି ରାଲି କରାଯାଉଛି । ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ରେ ୫୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ମିଳିଛି। ମୁଁ ଏହି ସମସ୍ତ ଯୁବକମାନଙ୍କୁ ବିଶେଷ ଭାବରେ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ

ଆଜି ଚୌଧୁରୀ ଚରଣ ସିଂହଜୀଙ୍କ ଜୟନ୍ତୀ । ଆମ ସରକାରଙ୍କ ସୌଭାଗ୍ୟ ଯେ ଚୌଧୁରୀ ସାହେବଙ୍କୁ ଚଳିତ ବର୍ଷ ଭାରତ ରତ୍ନରେ ସମ୍ମାନିତ କରିବାର ସୁଯୋଗ ମିଳିଛି। ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଏହି ଦିନକୁ ଆମେ କୃଷକ ଦିବସ ଭାବେ ପାଳନ କରିଥାଉ। ଏହି ଅବସରରେ ମୁଁ ଦେଶର ସମସ୍ତ କୃଷକମାନଙ୍କୁ ଓ ଅନ୍ନଦାତାମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ

ଚୌଧୁରୀ ସାହେବ କହୁଥିଲେ, ଭାରତର ଗ୍ରାମାଞ୍ଚଳର ଉନ୍ନତି ହେଲେ ହିଁ ଭାରତର ପ୍ରଗତି ହେବ। ଆଜି ଆମ ସରକାରଙ୍କ ନୀତି ଓ ନିଷ୍ପତି ଯୋଗୁଁ ଗ୍ରାମୀଣ ଭାରତରେ ମଧ୍ୟ ରୋଜଗାର ଓ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେଉଛି । କୃଷି କ୍ଷେତ୍ରରେ ବହୁ ସଂଖ୍ୟକ ଯୁବକଙ୍କୁ ରୋଜଗାର ମିଳିଛି, ସେମାନେ ନିଜ ମନର କାମ କରିବାର ସୁଯୋଗ ପାଇଛନ୍ତି। ଯେତେବେଳେ ସରକାର ଗୋବର୍ଦ୍ଧନ ଯୋଜନାରେ ଦେଶରେ ଶହ ଶହ ଗୋବରଗାସ ପ୍ଲାଣ୍ଟ ନିର୍ମାଣ କରିଥିଲେ, ସେତେବେଳେ ଏହା କେବଳ ବିଜୁଳି ଉତ୍ପାଦନ କରୁନଥିଲା ବରଂ ହଜାର ହଜାର ଯୁବକଙ୍କୁ ରୋଜଗାର ମଧ୍ୟ ଦେଇଥିଲା । ଦେଶର ଶହ ଶହ କୃଷି ବଜାରକୁ ଇ-ନାମ ଯୋଜନା ସହ ଯୋଡ଼ିବା କାର୍ଯ୍ୟ ସରକାର ଆରମ୍ଭ କରିଥିବା ବେଳେ ଯୁବବର୍ଗଙ୍କ ପାଇଁ ଅନେକ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। ଯେତେବେଳେ ସରକାର ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲୁ, ଏହା କେବଳ କୃଷକମାନଙ୍କୁ ସାହାଯ୍ୟ କରି ନ ଥିଲା ବରଂ ଚିନି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା । ଯେତେବେଳେ ଆମେ ପ୍ରାୟ ୯,ହଜାର କୃଷକ ଉତ୍ପାଦକ ସଂଗଠନ ଏବଂ ଏଫପିଓ ଗଠନ କରିଥିଲୁ, ଏହା କୃଷକମାନଙ୍କୁ ଏକ ନୂତନ ବଜାର ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ଏବଂ ଗ୍ରାମୀଣ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ସୃଷ୍ଟି କରିଥିଲା । ଖାଦ୍ୟ ସଂରକ୍ଷଣ ପାଇଁ ହଜାର ହଜାର ଗୋଦାମ ନିର୍ମାଣ ପାଇଁ ସରକାର ଆଜି ବିଶ୍ୱର ସର୍ବବୃହତ ଯୋଜନା ଚଳାଇଛନ୍ତି। ଏହି ଗୋଦାମ ନିର୍ମାଣ ହେଲେ ବହୁ ସଂଖ୍ୟକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। କିଛି ଦିନ ତଳେ ସରକାର ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି। ଦେଶର ପ୍ରତ୍ୟେକ ନାଗରିକଙ୍କୁ ବୀମା ସୁରକ୍ଷା ସହ ଯୋଡ଼ିବା ସରକାରଙ୍କ ଲକ୍ଷ୍ୟ। ଏହା ଦ୍ୱାରା ବହୁ ସଂଖ୍ୟକ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଡ୍ରୋନ୍ ଦିଦି ଅଭିଯାନ ହେଉ, ଲଖପତି ଦିଦି ଅଭିଯାନ ହେଉ, ବ୍ୟାଙ୍କ ସଖୀ ଯୋଜନା ହେଉ, ଏ ସମସ୍ତ ପ୍ରୟାସ ହେଉ, ଏସବୁ ଅଭିଯାନ ଆମ କୃଷି କ୍ଷେତ୍ରରେ, ଗ୍ରାମାଞ୍ଚଳରେ ଅସଂଖ୍ୟ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।

 

ସାଥୀମାନେ

ଆଜି ଏଠାରେ ହଜାର ହଜାର ଝିଅଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦିଆଯାଇଛି। ଆପଣଙ୍କ ସଫଳତା ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମର ପ୍ରୟାସ । ଗର୍ଭବତୀ ମହିଳାଙ୍କୁ ୨୬ ସପ୍ତାହ ଛୁଟି ଦେବା ର ନିଷ୍ପତ୍ତି ଲକ୍ଷ ଲକ୍ଷ ଝିଅଙ୍କ କ୍ୟାରିୟର ବଞ୍ଚାଇଛି, ସେମାନଙ୍କ ସ୍ୱପ୍ନକୁ ଭାଙ୍ଗିବାରୁ ରୋକିଛି । ମହିଳାଙ୍କୁ ଆଗକୁ ବଢିବାରେ ବାଧା ଦେଉଥିବା ସବୁ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଆମ ସରକାର ଚେଷ୍ଟା କରିଛନ୍ତି । ସ୍ୱାଧୀନତା ପରେ ବର୍ଷ ବର୍ଷ ଧରି ପୃଥକ ଶୌଚାଳୟ ଅଭାବରୁ ଅନେକ ଛାତ୍ରୀ ସ୍କୁଲ ଛାଡି ଦେଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଆମେ ଏହି ସମସ୍ୟାର ସମାଧାନ କରିଛୁ । ସୁକନ୍ୟା ସମୃଦ୍ଧି ଯୋଜନାରେ ଝିଅମାନଙ୍କ ପାଠପଢ଼ାରେ ଯେପରି କୌଣସି ଆର୍ଥିକ ସମସ୍ୟା ନ ହୁଏ ତାହା ସୁନିଶ୍ଚିତ ହୋଇଥିଲା। ଆମ ସରକାର ୩୦ କୋଟି ମହିଳାଙ୍କର ଜନଧନ ଆକାଉଣ୍ଟ ଖୋଲିଥିଲେ, ଯେଉଁକାରଣରୁ ସେମାନେ ସରକାରୀ ଯୋଜନାର ସିଧାସଳଖ ଲାଭ ପାଇବା ଆରମ୍ଭ କରିଥିଲେ । ମୁଦ୍ରା ଯୋଜନା ଦ୍ୱାରା ମହିଳାମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ମିଳିବା ଆରମ୍ଭ ହୋଇଥିଲା । ମହିଳାମାନେ ପୂରା ଘର ଚଳାଉଥିଲେ, କିନ୍ତୁ ସମ୍ପତ୍ତି ସେମାନଙ୍କ ନାଁରେ ନଥିଲା। ଆଜି ପିଏମ୍ ଆବାସ ଯୋଜନାରେ ମିଳୁଥିବା ଅଧିକାଂଶ ଘର ମହିଳାଙ୍କ ନାମରେ ରହିଛି। ପୋଷଣ ଅଭିଯାନ, ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ ମହିଳାମାନେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପାଉଛନ୍ତି । ଆମ ସରକାରରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ମାଧ୍ୟମରେ ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ସଂରକ୍ଷଣ ମିଳିଛି। ଆଜି ଆମ ସମାଜ, ଆମ ଦେଶ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ସାଥୀମାନେ

ନିଯୁକ୍ତି ପତ୍ର ପାଇଥିବା ଯୁବ ବନ୍ଧୁମାନେ ଆଜି ଏକ ନୂଆ ପ୍ରକାର ସରକାରୀ ବ୍ୟବସ୍ଥାର ଅଂଶ ହେବାକୁ ଯାଉଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ସରକାରୀ କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟର ପୁରୁଣା ଚିତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଆଜି ସରକାରୀ କର୍ମଚାରୀମାନେ ଅଧିକ ଦକ୍ଷତା ଓ ଉତ୍ପାଦକତା ଦେଖାଉଛନ୍ତି। ଏହି ସଫଳତା ସରକାରୀ କର୍ମଚାରୀମାନେ ନିଜ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ହାସଲ କରିଛନ୍ତି। ଆପଣ ମଧ୍ୟ ଏହି ସ୍ତରରେ ପହଞ୍ଚିଛନ୍ତି କାରଣ ଆପଣଙ୍କର ଶିଖିବାର ଇଚ୍ଛା ଅଛି, ଆଗକୁ ବଢ଼ିବାର ଉତ୍ସୁକତା ଅଛି । ଭବିଷ୍ୟତ ଜୀବନରେ ମଧ୍ୟ ଆପଣ ଏହି ପଦ୍ଧତି ବଜାୟ ରଖିବା ଉଚିତ୍ । ଆଇଜିଓଟି କର୍ମଯୋଗୀ ଆପଣଙ୍କୁ ଶିଖିବାରେ ବହୁତ ସାହାଯ୍ୟ କରିବ । ଆଇଜିଓଟିରେ ଆପଣଙ୍କ ପାଇଁ 1600 ରୁ ଅଧିକ ବିଭିନ୍ନ ପ୍ରକାରର ପାଠ୍ୟକ୍ରମ ଉପଲବ୍ଧ ଅଛି । ଏହା ଜରିଆରେ ଆପଣ ଖୁବ୍ କମ୍ ସମୟ ମଧ୍ୟରେ, ପ୍ରଭାବଶାଳୀ ଢଙ୍ଗରେ ବିଭିନ୍ନ ବିଷୟର ପାଠ୍ୟକ୍ରମ ଶେଷ କରିପାରିବେ। ଆପଣ ଯୁବକ ଅଟନ୍ତି, ଆପଣମାନେ ଦେଶର ଶକ୍ତି । ଆଉ ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆମ ଯୁବପିଢ଼ି ହାସଲ କରିପାରିବେ ନାହିଁ। ନୂଆ ଶକ୍ତି ସହ ନୂଆ ଆରମ୍ଭ କରିବାକୁ ହେବ। ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ଯୁବକଙ୍କୁ ଅଭିନନ୍ଦନ ଜଣାଉଛି। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ  ବହୁତ ବହୁତ  ଶୁଭକାମନା ।

ଅନେକ ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Amrit Bharat Station Scheme: Railways upgrades 10 stations at Rs 424 crore

Media Coverage

Amrit Bharat Station Scheme: Railways upgrades 10 stations at Rs 424 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”