“କାର୍ଯ୍ୟ ଓ କୁଶଳତା ଜରିଆରେ ସିବିଆଇ ଦେଶର ସାଧାରଣ ନାଗରିକମାନଙ୍କ ମଧ୍ୟରେ ଆସ୍ଥାଭାଜନ ହୋଇପାରିଛି” “ବୃତ୍ତିଗତ ଓ ଦକ୍ଷତାଯୁକ୍ତ ଅନୁଷ୍ଠାନ ବିନା ବିକଶିତ ଭାରତ ସମ୍ଭବ ନୁହେଁ”
“ଦେଶକୁ ଦୁର୍ନୀତିମୁକ୍ତ କରିବା ହେଉଛି ସିବିଆଇର ମୁଖ୍ୟ ଦାୟିତ୍ୱ”
“ଦୁର୍ନୀତି ଏକ ସାଧାରଣ ଅପରାଧ ନୁହେଁ, ଏହା ଗରୀବର ହକ୍ ଛଡ଼ାଇ ନେଇଥାଏ, ଏହା ଅଧିକ ଅପରାଧକୁ ପ୍ରଶ୍ରୟ ଦେଇଥାଏ, ନ୍ୟାୟ ଓ ଗଣତନ୍ତ୍ରର ରାସ୍ତାରେ ଦୁର୍ନୀତି ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ”
“ଜେଏଏମ ଟ୍ରିନିଟି ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ସୁବିଧା ସୁନିଶ୍ଚିତ କରୁଛି”
“ଜେଏଏମ ଟ୍ରିନିଟି ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ସୁବିଧା ସୁନିଶ୍ଚିତ କରୁଛି”
“ଆଜି ଦେଶରେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ନାହିଁ”

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ୍ ଡୋଭାଲ୍ ଜୀ, କ୍ୟାବିନେଟ ସଚିବ, ବ୍ୟୁରୋର ନିର୍ଦେଶକ, ଅନ୍ୟାନ୍ୟ ଅଧିକାରୀଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆପଣ ସମସ୍ତଙ୍କୁ ସିବିଆଇର ୬ଠ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀର ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ।

ଦେଶର ପ୍ରିମିୟମ ଅନୁସନ୍ଧାନ ଏଜେନ୍ସି ଭାବରେ ନିଜର ୬ଠ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରିଛି । ଏହି ୬ ଦଶକ ନିଶ୍ଚିତ ଭାବରେ ଅନେକ ଉପଲବ୍ଧିମାନ ହାସଲ କରିଛି। ଆଜି ଏଠାରେ ସିବିଆଇ ପ୍ରସଙ୍ଗ ସହିତ ଜଡ଼ିତ ସୁପ୍ରିମ କୋର୍ଟର ଦସ୍ତାବିଜର ସଂଗ୍ରହ ମଧ୍ୟ ଜାରି କରାଯାଇଛି । ଏହା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ବର୍ଷ ବର୍ଷର ଯାତ୍ରାକୁ ଦର୍ଶାଉଛି ।

କିଛି ସହରରେ ସିବିଆଇର ନୂତନ କାର୍ଯ୍ୟାଳୟ ହେଉ, ଟ୍ୱିଟର ହାଣ୍ଡେଲ ହେଉ, ଅନ୍ୟାନ୍ୟ ବ୍ୟବସ୍ଥା, ଯାହାର ଆଜି ଶୁଭାରମ୍ଭ କରାଯାଇଛି, ତାହା ନିଶ୍ଚିତ ଭାବରେ ସିବିଆଇକୁ ଆହୁରି ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସିବିଆଇ ନିଜସ୍ୱ କାର୍ଯ୍ୟ ଦ୍ୱାରା, ଦକ୍ଷତା ଦ୍ୱାରା ସାଧାରଣ ଜନତାଙ୍କୁ ଏକ ଆତ୍ମ ବିଶ୍ୱାସ ଦେଇଛି । ଆଜି ବି ଯେତେବେଳେ କେହି ଅନୁଭବ କରନ୍ତି ଯେ କିପରି ଭାବରେ କୌଣସି ମାମଲା ଅସାଧ୍ୟ ହୋଇଥାଏ, ସେତେବେଳେ ସ୍ୱର ଉଠାଯାଏ ଯେ ମାମଲା ସିବିଆଇକୁ ଦିଆଯିବା ଆବଶ୍ୟକ । ଯାହାକି ପଞ୍ଚାୟତ ସ୍ତରରେ ମଧ୍ୟ କୌଣସି ମାମଲା ଆସିଥାଏ, ସେତେବେଳେ ଲୋକମାନେ କହିଥାନ୍ତି- ଆରେ ଭାଇ, ଏହାକୁ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ । ନ୍ୟାୟ ଏବଂ ସମାଧାନର ଏକ ବ୍ରାଣ୍ଡ ଭାବରେ ମୁଁ ସିବିଆଇ ପ୍ରତ୍ୟେକଙ୍କ ମୁହଁରେ ରହିଛି ।

 

ସାଧାରଣ ଲୋକଙ୍କ ଏପରି ବିଶ୍ୱାସ ଜିତିବା କୌଣସି ସାଧାରଣ ସାଧ୍ୟ ନୁହେଁ ଏବଂ ସେଥିପାଇଁ ଗତ ୬ଠ ବର୍ଷ ଭିତରେ ଯେଉଁମାନେ ଯୋଗଦାନ ଦେଇଛନ୍ତି, ଏହି ସଂଗଠନରେ ରହି ସମସ୍ତ ଅଧିକାରୀ, ସମସ୍ତ କର୍ମଚାରୀମାନେ ଅନେକ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି । ବର୍ତ୍ତମାନ ଏଠାରେ ଥିବା ଅନେକ ସାଥୀଙ୍କୁ ଉକ୍ରୃଷ୍ଟ ସେବା ପାଇଁ ପୋଲିସ ପଦକରେ ମଧ୍ୟ ସମ୍ମାନିତ କରାଯାଇଛି । ଯେଉଁମାନଙ୍କୁ ସମ୍ମାନିତ କରିବାର ମୋତେ ଅବସର ମିଳିଛି, ଯେଉଁମାନଙ୍କୁ ସମ୍ମାନ ପ୍ରାପ୍ତ ହୋଇଛି, ସେମାନଙ୍କୁ, ସେମାନଙ୍କ ପରିବାରବର୍ଗଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା ।

ସାଥୀମାନେ,

ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅତୀତର ସଫଳତା ସହିତ, ଆଗାମୀ ଭବିଷ୍ୟତରେ, ଭବିଷ୍ୟତର ଆହ୍ୱାନ ଉପରେ ପର୍ଯ୍ୟାଲୋଚନା ମଧ୍ୟ ସେତିକି ହିଁ ଆବଶ୍ୟକ ରହିଛି । ଆପଣ ଏହି ଯେଉଁ ଚିନ୍ତନ ଶିବିର କରିଛନ୍ତି, ଏହାର ଉଦେଶ୍ୟ ମଧ୍ୟ ନିଜକୁ ଅପଗ୍ରେଡ ରଖିବା, ନିଜକୁ ଅପଡେଟ କରିବା ଏବଂ ଏଥିରେ ପୁରୁଣା ଅନୁଭୂତିରୁ ଶିକ୍ଷା ଲାଭ କରିବା ସହ, ଭବିଷ୍ୟତ ପାଇଁ ଉପାୟ ଖୋଜିବା ଏବଂ ନିଷ୍ପତ୍ତି ନେବା । ଏହା ମଧ୍ୟ ଏମିତି ଏକ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ଦେଶ ଅମୃତ କାଳର ଯାତ୍ରାର ଆରମ୍ଭ କରିଛି । କୋଟି କୋଟି ଭାରତୀୟ ଆଗାମୀ ୨୫ ବର୍ଷରେ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି। ଏବଂ ବିକଶିତ ଭାରତର ନିର୍ମାଣ, ବୃତ୍ତିଗତ ଏବଂ ଦକ୍ଷ ଅନୁଷ୍ଠାନ ବିନା ଏହା କେବେ ସମ୍ଭବ ହୋଇପାରିବ ନାହିଁ । ଏବଂ ଏଥିପାଇଁ ସିବିଆଇ ଉପରେ ବହୁତ ବଡ଼ ଦାୟିତ୍ୱ ରହିଛି ।

ସାଥୀମାନେ,

ବିଗତ ୬ ଦଶନ୍ଧି ମଧ୍ୟରେ ସିବିଆଇ ଏକ ବହୁମୁଖୀ ଏବଂ ବହୁ-ଅନୁଶାସନିକ ଅନୁସନ୍ଧାନକାରୀ ସଂସ୍ଥା ଭାବେ ନିଜ ପାଇଁ ଏକ ପରିଚୟ ତିଆରି କରିଛି । ଆଜି ସିବିଆଇର ପରିସର ବହୁତ ବଡ଼ ହୋଇଯାଇଛି । ବ୍ୟାଙ୍କ ଠକେଇ ଠାରୁ ଆରମ୍ଭ କରି ବନ୍ୟଜନ୍ତୁ ସହିତ ଜଡ଼ିତ ଅପରାଧ, ଅର୍ଥାତ ଏଠାରୁ ସେଠାକୁ, ମହାନଗର ଠାରୁ ଜଙ୍ଗଲ ପର୍ଯ୍ୟନ୍ତ, ବର୍ତ୍ତମାନ ସିବିଆଇକୁ ଚଳାଇବାକୁ ପଡୁଛି । ସଂଗଠିତ ଅପରାଧ ଠାରୁ ଆରମ୍ଭ କରି, ସାଇବର ଅପରାଧ ପର୍ଯ୍ୟନ୍ତ ମାମଲାରେ, ସିବିଆଇ ଅନୁସନ୍ଧାନ କରୁଛି ।

କିନ୍ତୁ ମୁଖ୍ୟତଃ ସିବିଆଇର ଦାୟିତ୍ୱ ହେଉଛି ଦେଶକୁ ଦୁର୍ନୀତିରୁ ମୁକ୍ତ କରିବା । ଦୁର୍ନୀତି, କୌଣସି ସାମାନ୍ୟ ଅପରାଧ ନୁହେଁ । ଦୁର୍ନୀତି ଗରିବ ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚôତ କରିଥାଏ, ଦୁର୍ନୀତି ଅନେକ ଅପରାଧର ଆରମ୍ଭ କରିଥାଏ, ଅପରାଧକୁ ଜନ୍ମ ଦେଇଥାଏ । ଦୁର୍ନୀତି, ଲୋକତନ୍ତ୍ର ଏବଂ ନ୍ୟାୟ ମାର୍ଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଅଟେ। ବିଶେଷ ଭାବରେ ଯେତେବେଳେ ସରକାରୀ ଯନ୍ତ୍ରରେ ଦୁର୍ନୀତି ବିସ୍ତାର ହୋଇଥାଏ, ଏହା ଗଣତନ୍ତ୍ରକୁ ବୃଦ୍ଧି କରିବାକୁ ଦିଏ ନାହିଁ । ଯେଉଁଠାରେ ଦୁର୍ନୀତି ଅଛି, ସେଠାରେ ସବୁଠାରୁ ପ୍ରଥମେ ଯୁବକମାନଙ୍କ ସ୍ୱପ୍ନକୁ ବଳି ପଡ଼ି ଯାଇଥାଏ, ଯୁବକମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିପାରି ନ ଥାଏ । ସେଠାରେ କେବଳ ଏକ ନିର୍ଦ୍ଦିଷ୍ଟ ଇକୋ ସିଷ୍ଟମ ବୃଦ୍ଧି ପାଇଥାଏ । ଦୁର୍ନୀତି ହେଉଛି ପ୍ରତିଭାର ସବୁଠାରୁ ବଡ଼ ଶତ୍ରୁ ଏବଂ ଏଠାରୁ ହିଁ ଆତ୍ମୀୟତା, ପରିବାରବାଦ ବୃଦ୍ଧି ପାଇଥାଏ ଏବଂ ଏହାର ଆଭିମୁଖ୍ୟକୁ ଦୃଢ଼ କରି ଚାଲିଥାଏ । ଯେତେବେଳେ ଆତ୍ମୀୟତା ଏବଂ ପରିବାରବାଦ ବଢ଼ିଥାଏ, ସେତେବେଳେ ସମାଜ ଏବଂ ଜାତିର ସାମର୍ଥ୍ୟ ମଧ୍ୟ କମି ଯାଇଥାଏ । ଏବଂ ଯେତେବେଳେ ରାଷ୍ଟ୍ରର ସାମର୍ଥ୍ୟ କମ ହୋଇଥାଏ, ସେତେବେଳେ ବିକାଶ ଅବଶ୍ୟ ନିଶ୍ଚିତ ଭାବରେ ପ୍ରଭାବିତ ହୋଇଥାଏ । ଦୁର୍ଭାଗ୍ୟବଶତଃ, ଦାସତ୍ୱ ଯୁଗରୁ, ଦୁର୍ନୀତିର ଏକ ଉତ୍ତରାଧିକାରୀ ପାଇଛୁ । କିନ୍ତୁ ଦୁଃଖର ବିଷୟ ଏହା ହେଉଛି ଯେ ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ପରମ୍ପରାକୁ ହଟାଇବା ପରିବର୍ତ୍ତେ କିଛି ଲୋକ ଏହାକୁ କୌଣସି ରୂପରେ ସଶକ୍ତ କରିବାକୁ ଲାଗିଲେ ।

 

ସାଥୀମାନେ,

ଆପଣ ମନେ ପକାନ୍ତୁ, ୧ଠ ବର୍ଷ ପୂର୍ବରୁ, ଯେତେବେଳେ ଆପଣ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିଲେ, ସେତେବେଳେ ଦେଶର ସ୍ଥିତି କ’ଣ ଥିଲା? ତକ୍ରାଳୀନ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠୁଥିଲା । ଦୁର୍ନୀତିର ପ୍ରତ୍ୟେକ କ୍ଷେତ୍ରରେ, ପୂର୍ବ ମାମଲା ଅପେକ୍ଷା, ବଡ଼ ହେବାକୁ ଏକ ପ୍ରତିଯୋଗିତା ହୋଇଥିଲା, ତୁମେ ଏତିକି କରିଛ, ମୁଁ ଏତିକି କରି କିଛି ଦେଖାଇବି । ଆଜି ଦେଶର ଅର୍ଥନୀତିର ଆକାର ପାଇଁ ଲକ୍ଷ କୋଟି ଅର୍ଥାତ ଟ୍ରିଲିଅନ ଡଲାର ବିଷୟରେ ଆଲୋଚନା ହେଉଛି; କିନ୍ତୁ ତା’ ପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ସ୍କାମ ଆକାର ପାଇଁ ପ୍ରସିଦ୍ଧ ହୋଇଥିଲା । ଏତେ ବଡ଼ ବଡ଼ ଦୁର୍ନୀତି ହେଲା, କିନ୍ତୁ ଅଭିଯୁକ୍ତମାନେ ନିଶ୍ଚିନ୍ତ ଥିଲେ । ସେମାନେ ଜାଣିଥିଲେ ଯେ ସେତେବେଳର ସିଷ୍ଟମ ସେମାନଙ୍କ ସହିତ ରହିଛି । ଏବଂ ଏହାର ପ୍ରଭାବ କ’ଣ ଥିଲା? ଦେଶର ବ୍ୟବସ୍ଥା ଉପରେ ଭରସା ଭାଙ୍ଗି ଯାଉଥିଲା । ସମଗ୍ର ଦେଶରେ ଦୁର୍ନୀତି ବିରୋଧରେ କ୍ରୋଧ କ୍ରମାଗତ ଭାବରେ ବୃଦ୍ଧି ପାଉଥିଲା । ଏହି କାରଣରୁ ସମଗ୍ର ଇକୋ ସିଷ୍ଟମ ବିଚ୍ଛିନ୍ନ ହେବାକୁ ଲାଗିଲା, ଲୋକମାନେ ନିଷ୍ପତ୍ତି ନେବାକୁ ଏଡ଼ାଇବାକୁ ଲାଗିଲେ, ନୀତି ପକ୍ଷାଘାତର ଏକ ପରିବେଶ ସୃଷ୍ଟି ହେଲା । ଏହା ଦେଶର ବିକାଶକୁ ଅଟକାଇ ଦେଇଛି । ଦେଶକୁ ନିବେଶକମାନେ ଆସିବାକୁ ଭୟଭୀତ ହେବାକୁ ଲାଗିଲେ । ସେହି ଦୁର୍ନୀତିର ସମୟ ଭାରତ ପାଇଁ ଅନେକ କ୍ଷତି କରିଥିଲା।

ସାଥୀମାନେ,

୨୦୧୪ ବର୍ଷ ପରେ ଆମର ପ୍ରଥମ ଦାୟିତ୍ୱ ହେଉଛି, ବ୍ୟବସ୍ଥାରେ ବିଶ୍ୱାସକୁ ପୁନଃ ସ୍ଥାପନ କରିବା ଏବଂ ସେଥିପାଇଁ ଆମେ କଳାଧନକୁ ନେଇ, ବେନାମୀ ସମ୍ପତ୍ତିକୁ ନେଇ, ମିଶନ ମୋଡରେ ଆମେ କାର୍ଯ୍ୟ ଆରମ୍ଭ କରିଛୁ । ଆମେ ଭ୍ରଷ୍ଟାଚାରୀମାନଙ୍କ ସହିତ, ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା କାରଣ ଉପରେ ପ୍ରହାର କରିବା ଆରମ୍ଭ କରିଛୁ । ଆପଣ ମନେ ପକାନ୍ତୁ ସରକାରୀ ଟେଣ୍ଡର ପ୍ରକ୍ରିୟା, ସରକାରୀ ଚୁକ୍ତିନାମା, ଏଗୁଡ଼ିକ ସବୁଠୁ ବଡ଼ ପ୍ରସାର ପରିସର ମଧ୍ୟରେ ଥିଲା । ଆମେ ସେଗୁଡ଼ିକରେ ସ୍ୱଚ୍ଛତାକୁ ଉତ୍ସାହିତ କରିଥିଲୁ, ଆଜି ଯେତେବେଳେ ଆମେ ୨ଜି ଏବଂ ୫ଜି ସ୍ପେକ୍ଟ୍ରମ ଆବଣ୍ଟନକୁ ତୁଳନା କରୁଛୁ, ସେତେବେଳେ ପାର୍ଥକ୍ୟ ସ୍ପଷ୍ଟ ଦେଖାଯାଉଛି । ଆପଣ ମଧ୍ୟ ଜାଣିସାରିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ବିଭାଗରେ କ୍ରୟ ପାଇଁ ବର୍ତ୍ତମାନ ଜିଇଏମ ପୋର୍ଟାଲ ଅର୍ଥାତ ସରକାରୀ ଇ-ବଜାର ବ୍ୟବସ୍ଥା କରାଯାଇଛି । ଆଜି ପ୍ରତ୍ୟେକ ବିଭାଗ ସ୍ୱଚ୍ଛତା ସହିତ ଏହି ଡିଜିଟାଲ ପ୍ଲାଟଫର୍ମରେ ଅଧିକରୁ ଅଧିକ କ୍ରୟ କରୁଛନ୍ତି ।

ସାଥୀମାନେ,

ଆଜି ଆମେ ଇଣ୍ଟରନେଟ ବ୍ୟାଙ୍କିଙ୍ଗର କଥା କହୁଛୁ, ୟୁପିଆଇ ସହିତ ରେକର୍ଡ ମାତ୍ରାରେ କାରବାର ବିଷୟରେ ଆଲୋଚନା କରୁଛୁ । କିନ୍ତୁ ଆମେ ୨୦୧୪ ପୂର୍ବରୁ ଫୋନ ବ୍ୟାଙ୍କିଙ୍ଗର ଯୁଗ ମଧ୍ୟ ଦେଖିଛୁ । ଏହା ସେହି ସମୟ ଥିଲା, ଯେତେବେଳେ ଦିଲ୍ଲୀରେ ପ୍ରଭାବଶାଳୀ ରାଜନୈତିକ ଦଳ ସହିତ ଜଡ଼ିତ ଲୋକମାନେ ନିଜ ଫୋନରେ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଉଥିଲେ । ଏହା ଆମ ଅର୍ଥନୀତିର ମେରୁଦଣ୍ଡ, ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନଷ୍ଟ କରିଦେଲା । ବର୍ଷ ବର୍ଷ ଧରି ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅସୁବିଧାରୁ ମୁକ୍ତ କରିବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଫୋନ ବ୍ୟାଙ୍କଙ୍ଗର ସେହି ଯୁଗରେ କିଛି ଲୋକ ଦେଶର ବ୍ୟାଙ୍କରୁ ୨୨ ହଜାର କୋଟି ଟଙ୍କା ଲୁଟି ନେଇ ବିଦେଶକୁ ପଳାଇଥିଲେ । ଆମେ ପଳାତକ ଅର୍ଥନୈତିକ ଅପରାଧୀ ଆଇନ ପ୍ରଣୟନ କରିଛୁ । ଏପର୍ଯ୍ୟନ୍ତ ବିଦେଶକୁ ପଳାୟନ କରିଥିବା ଏହି ଅର୍ଥନୈତିକ ଅପରାଧୀ ମାନଙ୍କ ଠାରୁ ୨ଠ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି ।

 

ସାଥୀମାନେ,

ଦୁର୍ନୀତିଗ୍ରସ୍ତମାନେ ଦେଶର ରାଜକୋଷକୁ ଲୁଟିବା ପାଇଁ ଆଉ ଏକ ଉପାୟ ପ୍ରସ୍ତୁତ କରିଥିଲେ, ଯାହା ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିଲା । ଏହିପରି ଥିଲା, ସରାକାରୀ ଯୋଜନା ହିତାଧିକାରୀ ମାନଙ୍କ ଠାରୁ ଲୁଟ୍ କରିବା । ପୂର୍ବ ସରକାର ଗୁଡ଼ିକରେ ଗରୀବ ହିତାଧିକାରୀଙ୍କୁ ପଠାଯାଉଥିବା ସହାୟତା, ତାହାକୁ ମଝିରେ ଲୁଟ୍ କରାଯାଉଥିଲା । ରାସନ ହେଉ, ଘର ହେଉ, ଛାତ୍ରବୃତ୍ତି, ପେନସନ ହେଉ, ଏମିତି ଅନେକ ସରକାରୀ ଯୋଜନାରେ ପ୍ରକୃତ ଲାଭାର୍ଥୀ ନିଜେ ପ୍ରତାରଣାର ଶିକାର ହେଉଥିବାର ଅନୁଭବ କରୁଥିଲେ । ଏବଂ ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଯେ- ଗୋଟିଏ ଟଙ୍କା ଯାଇଥାଏ, ୧୫ ପଇସା ପହଂଚିଥାଏ । ୮୫ ପଇସାର ଚୋରି ହୋଇ ଯାଉଥିଲା । ଗତ ଦିନମାନଙ୍କରେ ମୁଁ ଭାବୁଥିଲି ଯେ ଆମେ ଡିବିଟି ମାଧ୍ୟମରେ ଲୋକଙ୍କ ପାଇଁ ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା ଆଣିଛୁ, ଯଦି ଏହା ଅନୁଯାୟୀ ଦେଖାଯାଏ, ତେବେ ୨୭ ଲକ୍ଷ କୋଟି ମଧ୍ୟରୁ ପ୍ରାୟ ୧୬ ଲକ୍ଷ କୋଟି ଅନ୍ୟ କୌଣସି ସ୍ଥାନକୁ ଚାଲି ଯାଇଥାନ୍ତା । ଆଜି ଜନଧନ, ଆଧାର, ମୋବାଇଲର ଟ୍ରିନିଟି ସହିତ ପ୍ରତ୍ୟେକ ହିତାଧିକାରୀ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ପାଇଛନ୍ତି । ଏହି ବ୍ୟବସ୍ଥା ମାଧ୍ୟମରେ ୮ କୋଟିରୁ ଅଧିକ ନକଲି ହିତାଧିକାରୀ ଏହି ବ୍ୟବସ୍ଥାରୁ ଦୂରେଇ ଯାଇଛନ୍ତି । ଯେଉଁଠାରେ ଝିଅ ଜନ୍ମ ହୋଇନାହିଁ, ସେଠାରେ ବିଧବା ହୋଇଯାଉଥିଲା ଏବଂ ବିଧବା ପେନସନ ଚାଲୁଥିଲା । ଡିବିଟି ଯୋଗୁ ଦେଶର ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଭୁଲ୍ ହାତରୁ ରକ୍ଷା ପାଇଯାଇଛି ।

ସାଥୀମାନେ,

ଏକ ସମୟ ଥିଲା ଯେତେବେଳେ ସରକାରୀ ଚାକିରିରେ ସାକ୍ଷାତକାରରେ ପାସ କରିବାରେ ମଧ୍ୟ ଭଲ ଭାବରେ ଦୁର୍ନୀତି ହେଉଥିଲା । ଆମେ କେନ୍ଦ୍ରୀୟ ନିଯୁକ୍ତିର ଗ୍ରୁପ-ସି ଏବଂ ଡି’ ନିଯୁକ୍ତି ସହିତ ସାକ୍ଷାତକାର ବ୍ୟବସ୍ଥାକୁ ସମାପ୍ତ କଲୁ । ଏକ ସମୟରେ ୟୁରିଆର ମଧ୍ୟ ଅପମିଶ୍ରଣ ହେଉଥିଲା । ଆମେ ୟୁରିଆରେ ନିମ ପ୍ରଲେପ କରି ଏହାକୁ ମଧ୍ୟ ନିୟନ୍ତ୍ରଣ କଲୁ । ପ୍ରତିରକ୍ଷା କାରବାରରେ ମଧ୍ୟ ସ୍କାମ ସାଧାରଣ ଥିଲା । ଗତ ୯ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପ୍ରତିରକ୍ଷା କାରବାର କରାଯାଇଛି । ବର୍ତ୍ତମାନ ଆମେ ଭାରତରେ ନିଜସ୍ୱ ଆବଶ୍ୟକତା ଅନୁଯାୟୀ ପ୍ରତିରକ୍ଷା ସାମଗ୍ରୀ ତିଆରି କରିବା ଉପରେ ଗୁରୁତ୍ୱ ଦେଉଛୁ ।

ସାଥୀମାନେ,

ଦୁର୍ନୀତି ବିରୁଦ୍ଧରେ ଲଢ଼େଇକୁ ନେଇ ଏମିତି ଅନେକ ପଦକ୍ଷେପ ଆପଣ ମଧ୍ୟ କହିପାରିବେ, ମୁଁ ମଧ୍ୟ ଗଣନା କରିପାରିବି । କିନ୍ତୁ ଅତୀତର ପ୍ରତ୍ୟେକ ଅଧ୍ୟାୟରୁ ଆମକୁ କିଛି ନା କିଛି ଶିଖିବାର ଆବଶ୍ୟକତା ରହିଛି । ଦୁର୍ଭାଗ୍ୟବଶତଃ, ଦୁର୍ନୀତି ସହିତ ଜଡ଼ିତ ମାମଲା ବର୍ଷ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଏହିଭଳି ମାମଲା ମଧ୍ୟ ଆସିଛି, ଯେଉଁଥିରେ ଏଫଆଇଆରର ପଂଜିକରଣ ୧ଠ ବର୍ଷ ପରେ ମଧ୍ୟ, ଦଣ୍ଡ ବିଭାଗ ଉପରେ ଆଲୋଚନା ଜାରି ରହିଛି । ଆଜି ମଧ୍ୟ ଯେଉଁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ବହୁ ବର୍ଷ ପୁରୁଣା ଅଟେ ।

ଅନୁସନ୍ଧାନରେ ବିଳମ୍ବ ଦୁଇଟି ଉପାୟରେ ସମସ୍ୟା ସୃଷ୍ଟି କରିଥାଏ । ଗୋଟିଏ ପଟେ, ଦୁର୍ନୀତିଗ୍ରସ୍ତଙ୍କୁ ବିଳମ୍ବରେ ଦଣ୍ଡିତ କରାଯାଉଥିବା ବେଳେ ଅନ୍ୟପଟେ ନିରୀହମାନେ ଯନ୍ତ୍ରଣା ଭୋଗୁଛନ୍ତି । ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ କିପରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଏବଂ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ବାଟ ଖୋଲିବୁ । ଆମକୁ ସର୍ବୋତ୍ତମ ଅନ୍ତର୍ଜାତୀୟ ଅଭ୍ୟାସ ଅଧ୍ୟୟନ କରିବାକୁ ପଡ଼ିବ । ଅନୁସନ୍ଧାନକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେବାକୁ ପଡ଼ିବ ।

ଏବଂ ସାଥୀମାନେ, ଆପଣଙ୍କ ମଧ୍ୟରେ, ମୁଁ ପୁଣି ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଆଜି ଦେଶରେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ । ଆପଣଙ୍କୁ କୌଣସି ସ୍ଥାନରେ ମଧ୍ୟ ଦ୍ୱିଧାବୋଧ, ରହିଯିବାର ଆବଶ୍ୟକତା ପଡ଼ିବ ନାହିଁ ।

ମୁଁ ଜାଣିଛି ଯେ ଯେଉଁମାନଙ୍କ ବିରୁଦ୍ଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ସେମାନେ ବହୁ ଶକ୍ତିଶାଳୀ ଲୋକ ଅଟନ୍ତି । ବର୍ଷ ବର୍ଷ ଧରି ସେମାନେ ସରକାରଙ୍କର ବ୍ୟବସ୍ଥାର ଏକ ଅଂଶ ହୋଇ ଆସୁଛନ୍ତି । ଏହା ସମ୍ଭବ ଯେ ଆଜି ବି ସେମାନେ କେତେକ ରାଜ୍ୟରେ ସରକାରଙ୍କର ଅଂଶ ହୋଇ ରହିଛନ୍ତି । ବର୍ଷ ବର୍ଷ ଧରି ସେମାନେ ମଧ୍ୟ ଏକ ଇକୋ ସିଷ୍ଟମ ସୃଷ୍ଟି କରିଛନ୍ତି । ଏହି ଇକୋ ସିଷ୍ଟମ ପ୍ରାୟତଃ ସେମାନଙ୍କ କଳା କାରନାମାକୁ ଘୋଡ଼ାଇବା ପାଇଁ, ଆପଣଙ୍କ ପରି ସଂଗଠନର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ସକ୍ରିୟ ହୋଇ ଯାଇଥାଏ । ଏଜେନ୍ସି ଉପରେ ଆକ୍ରମଣ କରିଥାଏ ।

 

ଏହି ଲୋକମାନେ ଆପଣଙ୍କ ଧ୍ୟାନକୁ ବିଭ୍ରାନ୍ତ କରିବେ, କିନ୍ତୁ ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ, କୌଣସି ମଧ୍ୟ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ । ଆମର ପ୍ରୟାସରେ କୌଣସି ଅଳସୁଆମୀ ହେବା ଉଚିତ ନୁହେଁ । ଏହା ହେଉଛି ଦେଶର ଇଚ୍ଛା, ଦେଶବାସୀଙ୍କ ଇଚ୍ଛା । ଏବଂ ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ଆପଣଙ୍କ ସହିତ ଅଛି, ଆଇନ ମଧ୍ୟ ଆପଣଙ୍କ ସହିତ ଅଛି, ଦେଶର ସମ୍ବିଧାନ ମଧ୍ୟ ଆପଣଙ୍କ ସହିତ ଅଛି ।

ସାଥୀମାନେ,

ଉତ୍ତମ ଫଳାଫଳ ପାଇଁ ବିଭିନ୍ନ ଏଜେନ୍ସି ମଧ୍ୟରେ ସିଲୋଜକୁ ହଟାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେବଳ ପାରସ୍ପରିକ ବିଶ୍ୱାସର ପରିବେଶରେ ମିଳିତ ଏବଂ ବହୁବିଧ ଅନୁସନ୍ଧାନ ସମ୍ଭବ ହେବ । ବର୍ତ୍ତମାନ ଦେଶର ଭୌଗଳିକ ସୀମା ବାହାରେ ମଧ୍ୟ ଅର୍ଥର, ଲୋକମାନଙ୍କର, ଦ୍ରବ୍ୟ ଏବଂ ସେବା ଗୁଡ଼ିକର ବୃହତ୍ତ ଗତିବିଧି ଅଛି । ଭାରତର ଅର୍ଥନୈତିକ ଶକ୍ତି ବୃଦ୍ଧି ପାଉଥିବାରୁ ଯେଉଁମାନେ ବାଧା ସୃଷ୍ଟି କରୁଛନ୍ତି ସେମାନେ ମଧ୍ୟ ଆଗକୁ ବଢୁଛନ୍ତି ।

ଭାରତର ସାମାଜିକ କାର୍ଯ୍ୟଶୈଳୀ ଉପରେ ଆମର ଏକତା ଏବଂ ଭାଇଚାରା, ଆମର ଆର୍ଥିକ ସ୍ୱାର୍ଥ, ଆମର ଅନୁଷ୍ଠାନ ଉପରେ ନିତି-ପ୍ରତିଦିନ ପ୍ରହାର ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ନିଶ୍ଚିତ ଭାବେ ଦୁର୍ନୀତି ପାଇଁ ଟଙ୍କା ଖର୍ଚ୍ଚ କରିଥାଏ। ତେଣୁ ଆମକୁ ମଧ୍ୟ ଅପରାଧ ଏବଂ ଦୁର୍ନୀତିର ବହୁ ରାଷ୍ଟ୍ରୀୟ ପ୍ରସ୍ତୁତିକୁ ବୁଝିବାକୁ ଏବଂ ଅଧ୍ୟୟନ କରିବାକୁ ପଡ଼ିବ । ଏହାର ମୂଳ କାରଣ ନିକଟରେ ପହଂଚିବାକୁ ପଡ଼ିବ । ଆଜି ଆମେ ପ୍ରାୟତଃ ଦେଖୁଛୁ ଯେ ଆଧୁନିକ ପ୍ରଯୁକ୍ତିବିଦ୍ୟା ହେତୁ ଅପରାଧ ଦେଶବ୍ୟାପୀ ହୋଇଯାଉଛି । କିନ୍ତୁ ଏହି ଟେକ୍ନୋଲୋଜୀ, ଏହି ଉଦ୍ଭାବନ ମଧ୍ୟ ସମାଧାନ ପ୍ରଦାନ କରିପାରିବ । ଅନୁସନ୍ଧାନରେ ଫରେନସିକ ବିଜ୍ଞାନର ବ୍ୟବହାରକୁ ଆମକୁ ଆହୁରି ଅଧିକ ବିସ୍ତାର କରିବକୁ ପଡ଼ିବ ।

ସାଥୀମାନେ,

ସାଇବର ଅପରାଧ ପରି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଅଭିନବ ଉପାୟ ଖୋଜିବାକୁ ହେବ । ଆମେ ଟେକ, ସକ୍ଷମ, ଉଦ୍ୟୋଗୀ ଏବଂ ଯୁବକମାନଙ୍କୁ ଆମ ସହିତ ଯୋଡ଼ି ପାରିବା । ଆପଣଙ୍କ ସଂସ୍ଥାରେହିଁ ଅନେକ ଟେକ୍ନୋ-ଜ୍ଞାନୀ ଯୁବକ ରହିବେ, ଯାହାର ଉତ୍ତମ ବ୍ୟବହାର କରାଯାଇ ପାରିବ ।

ସାଥୀମାନେ,

ମୋତେ କୁହାଯାଇଛି ଯେ, ସିବିଆଇ ଏପରି ୭୫ଟି ପ୍ରଥାର ସଂକଳନ କରିଛି, ଯାହା ରଦ୍ଦ ହୋଇପାରିବ । ଆମକୁ ଏକ ସମୟ ସୀମା ମଧ୍ୟରେ ଆମେ ଏହା ଉପରେ କାର୍ଯ୍ୟ କରିବା ଉଚିତ । ବର୍ଷ ବର୍ଷ ଧରି, ସିବିଆଇ ନିଜକୁ ବିକଶିତ କରିଛି । ଏହି ପ୍ରକ୍ରିୟା ବନ୍ଦ ନ କରି, କ୍ଳାନ୍ତ ନ ହୋଇ, ଏହିପରି ଜାରି ରଖିବା ଉଚିତ ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ଚିନ୍ତନ ଶିବିର ଏକ ନୂତନ ଆତ୍ମବିଶ୍ୱାସକୁ ଜନ୍ମ ଦେବ, ଏହି ଚିନ୍ତନ ଶିବିର ନୂତନ ଆକାରରେ ପହଂଚିବା ପାଇଁ ଉପାୟ ସୃଷ୍ଟି କରିବ, ଏହି ଚିନ୍ତନ ଶିବିର ଗୁରୁତ୍ୱପୂର୍ଣ୍ଣ ଏବଂ କଠିନ ସମସ୍ୟାର ସମାଧାନ ଦିଗରେ ଆଧୁନିକତା ଆଣିବ ଏବଂ ଆମେ ଅଧିକ ପ୍ରଭାବଶାଳୀ ହେବା, ଅଧିକ ପରିଣାମକାରୀ ହେବା ଏବଂ ସାଧାରଣ ନାଗରିକମାନଙ୍କର ନା ଖରାପ କରିବାକୁ ଚାହିଁବା, ନା ଖରାପ କାମ କରିବାକୁ ପସନ୍ଦ କରିବା । ଯାହାର ହୃଦୟରେ ସତ୍ୟ ଜୀବନ୍ତ ସେହି ବ୍ୟକ୍ତିଙ୍କ ବିଶ୍ୱାସ ସହିତ ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ ଏବଂ ସେହି ସଂଖ୍ୟା କୋଟି କୋଟି ଜନତାଙ୍କର ଅଟେ, କୋଟି କୋଟି ଲୋକଙ୍କର ଅଟେ । ଏତେ ମହାନ ଶକ୍ତି ଆମ ସହିତ ଛିଡ଼ା ହୋଇଛି । ଆମର ବିଶ୍ୱାସରେ କୌଣସି ଅଭାବର ସମ୍ଭାବନା ରହିବ ନାହିଁ ସାଥୀମାନେ ।

ଏହି ହୀରକ ମହୋତ୍ସବର ମହତ୍ତ୍ୱପୂର୍ଣ୍ଣ ଅବସରରେ ମୁଁ ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା ଜଣାଉଛି । ଆପଣ ଆପଣଙ୍କ ପାଇଁ ୧୫ ବର୍ଷରେ କ’ଣ କରିବେ ଏବଂ ଆପଣଙ୍କ ମାଧ୍ୟମରେ ୨୦୪୭ ପର୍ଯ୍ୟନ୍ତ କ’ଣ ହାସଲ କରିବେ, ଏହି ଦୁଇଟି ଲକ୍ଷ୍ୟ ସ୍ଥିର କରି ଆଗକୁ ବଢ଼ିବା ଉଚିତ । ୧୫ ବର୍ଷର କାରଣ ଏଥିପାଇଁ ଯେ ଯେତେବେଳେ ଆପଣ ୭୫ ବର୍ଷ ହେବ ସେତେବେଳେ ଆପଣ କେତେ ଶକ୍ତିବାନ, ସମର୍ପିତ, ସଂକଳ୍ପବଦ୍ଧ ହେବେ, ଏବଂ ଯେତେବେଳେ ଦେଶ ୨୦୪୭ରେ ଏହାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଏହି ଦେଶର ଆଶା-ଅପେକ୍ଷା ଅନୁଯାୟୀ ଆପଣ କେଉଁ ଶୀର୍ଷକୁ ପହଂଚି ଯାଇଥିବେ, ସେହି ଦିନ ଦେଶ ଦେଖିବାକୁ ଚାହୁଁଛି ।

ମୋର ଆପଣଙ୍କୁ ବହୁତ ବହୁତ ଶୁଭକାମନା ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"