ବଙ୍ଗଳା ପାଇଁ ଟାଗୋର ନିଜକୁ ଗର୍ବିତ ମନେ କରୁଥିଲେ, ସେ ଭାରତର ବିବିଧତା ସକାଶେ ମଧ୍ୟ ଅନୁରୂପ ଭାବେ ଗର୍ବିତ ମନେ କରୁଥିଲେ: ପ୍ରଧାନମନ୍ତ୍ରୀ
ପ୍ରଥମେ ରାଷ୍ଟ୍ର ଭାବନା ହିଁ ସବୁ ସମସ୍ୟାର ସମାଧାନ ପନ୍ଥା: ପ୍ରଧାନମନ୍ତ୍ରୀ
ଇଙ୍ଗଳା ହିଁ ଏକ ଭାରତ- ଶ୍ରେଷ୍ଠ ଭାରତର ପ୍ରେରଣାର ଉତ୍ସ: ପ୍ରଧାନମନ୍ତ୍ରୀ
ରାଷ୍ଟ୍ରୀୟ ଶିକ୍ଷା ନୀତି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ମୁଖ୍ୟ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ ମ​‌ହୋଦୟ, ବିଶ୍ୱ ଭାରତୀର କୁଳପତି ପ୍ରଫେସର ବିଦ୍ୟୁତ ଚକ୍ରବର୍ତ୍ତୀ ମହାଶୟ, ଶିକ୍ଷକଗଣ, କର୍ମଚାରୀଗଣ ଏବଂ ମୋର ଉର୍ଜାବାନ ଯୁବ ସାଥୀଗଣ !

ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ମାଆ ଭାରତୀଙ୍କୁ ଯେଉଁ ଅଦ୍ଭୁତ ଐତିହ୍ୟର ସମର୍ପି ଦେଇ ଯାଇଛନ୍ତି, ତାହ‌ାର ଏକ ଅଂଶ ପାଲଟିବା, ଆପଣ ସମସ୍ତ ସାଥୀଙ୍କ ସହ ସାମିଲ ହେବା ମଧ୍ୟ ମୋ ପାଇଁ ପ୍ରେରଣା ଦାୟକ, ଆନନ୍ଦଦାୟକ ମଧ୍ୟ ଆଉ ଏକ ନୂତନ ଶକ୍ତି ଜାଗ୍ରତ କରିବା ଭଳି । ଭଲ ହୋଇଥାନ୍ତା ଯଦି ମୁଁ ନିଜେ ସେହି ପବିତ୍ର ମାଟିକୁ ଯାଇ ଆପଣଙ୍କ ଗହଣରେ ଉପସ୍ଥିତ ଥାଆନ୍ତି। କିନ୍ତୁ କେଉଁ ପ୍ରକାରର ନୂତନ ନିୟମରେ ବଞ୍ଚିବାକୁ ପଡୁଛି ଆଉ ସେଥିପାଇଁ ମୁଁ ଆଜି ନିଜେ ସେଠାକୁ ନ ଯାଇ, ଦୂରରୁ ହିଁ, ମୁଁ ଆପଣ ସମସ୍ତଙ୍କୁ ପ୍ରଣାମ କରୁଛି, ସେହି ପବିତ୍ର ମାଟିକୁ ପ୍ରଣାମ କରୁଛି । ଏଥର କିଛି ସମୟ ବ୍ୟବଧାନରେ ମୋତେ ଦ୍ୱିତୀୟ ଥର ପାଇଁ ଏହି ସୁଯୋଗ ମିଳିଛି । ଆପଣଙ୍କ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣ ସମସ୍ତ ଯୁବ ସାଥୀମାନଙ୍କୁ, ପିତା-ମାତା ଏବଂ ଗୁରୁଜନମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଅନେକ ଅନେକ ଶୁଭକାମନା ଜଣାଉଛି।

ସାଥୀଗଣ,

ଆଜି ହେଉଛି ଆଉ ଏକ ବହୁତ ହିଁ ପବିତ୍ର ଅବସର, ବହୁତ ବଡ଼ ପ୍ରେରଣାର ଦିନ। ଆଜି ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଜୟନ୍ତୀ। ମୁଁ ସମସ୍ତ ଦେଶବାସୀଙ୍କୁ, ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ବହୁତ-ବହୁତ ଶୁଭକାମନା ଜଣାଉଛି । ଗୁରୁଦେବ ରବିନ୍ଦ୍ର ନାଥ ଟାଗୋର ମହାଶୟ ମଧ୍ୟ ଶିବଜୀ-ଉତ୍ସବ ନାମରେ ବୀର ଶିବାଜୀଙ୍କ ଉପରେ ଏକ କବିତା ଲେଖିଥିଲେ । ସେ ଲେଖିଥିଲେ-

 

କୌନ ଦୂର ଶତାବ୍ଦେର

କୌନ୍- ଏକ ଅଖ୍ୟାତ ଦିବସେ

ନାହି ଜାନି ଆଜି, ନାହି ଜାନି ଆଜି

ମରାଠାର କୌନ୍ ଶୋଏଲ ଅରଣ୍ୟେର

ଅନ୍ଧକାରେ ବସେ,

ହେ ରାଜା ଶିବାଜୀ,

ତବ ଭାଲ ଉଦ୍ଭାସିୟା ଏ ଭାବନା ତଡିତପ୍ରଭାବତ୍

ଏସେଛିଲ ନାମି-

‘ଏକଧର୍ମ ରାଜ୍ୟପାଶେ ଖଣ୍ଡ

ଛିନ୍ନ ବିକ୍ଷିପ୍ତ ଭାରତ

ବନ୍ଧେ ଦିବ ଆମି।’

ଅର୍ଥାତ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ ମଧ୍ୟ , ଗୋଟିଏ ନାମହୀନ ଦିନ, ମୁଁ ଆଜି ସେହି ଦିନକୁ ଜାଣେ ନାହିଁ କୌଣସି ଏକ ପର୍ବତର ଉଚ୍ଚ ଶିଖରରୁ, କୌଣସି ଏକ ଘଞ୍ଚ ଜଙ୍ଗଲରେ, ହେ ରାଜା ଶିବାଜୀ, କ’ଣ ଏହି ବିଚାର ଆପଣଙ୍କୁ ଏକ ବିଜୁଳିର ଆଲୋକ ପରି ଆସିଥିଲା ? କ’ଣ ଏହି ବିଚାର ଆସିଥିଲା ଯେ ଛିନ୍ନ ଭିନ୍ନ ଏହି ଦେଶର ଧରଣୀକୁ ଗୋଟିଏ ସୂତ୍ରରେ ଗୁନ୍ଥିବାର ଅଛି? କ’ଣ ମୋତେ ମୋତେ ଏଥିପାଇଁ ନିଜକୁ ସମର୍ପିତ କରିବାର ଅଛି ? ଏହି ପଙକ୍ତି ଗୁଡିକ (ଧାଡିଗୁଡିକ)ରେ, ଛତ୍ରପତି ବୀର ଶିବାଜୀଙ୍କଠାରୁ ପ୍ରେରଣା ପାଇ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ଆହ୍ୱାନ ଦେଇଥିଲେ। ଦେଶର ଏକତାକୁ ସୁଦୃଢ କରିବା ଭଳି ଏହି ଭାବନାକୁ ଆମେ କେବେବି ଭୁଲିବା ଉଚିତ୍ ନୁହେଁ। ପ୍ରତି କ୍ଷଣ, ଜୀବନର ପ୍ରତିଟି ପାଦରେ ଦେଶର ଏକତା ଏବଂ ଅଖଣ୍ଡତାର ଏହି ମନ୍ତ୍ରକୁ ଆମକୁ ମଧ୍ୟ ମନେ ରଖିବାକୁ ହେବ, ଆମକୁ ମଧ୍ୟ ବଞ୍ଚିବାକୁ ପଡିବ। ଏହା ହିଁ ହେଉଛି ଆମମାନଙ୍କୁ ଟାଗୋରଙ୍କ ବାର୍ତ୍ତା।

ସାଥୀଗଣ,

ଆପଣ କେବଳ ଏକ ବିଶ୍ୱବିଦ୍ୟାଳୟର ଅଂଶ ନୁହଁନ୍ତି, ବରଂ ଏକ ଜୀବନ୍ତ ପରମ୍ପରାର ବାହକ ମଧ୍ୟ। ଯଦି ଗୁରୁଦେବ ବିଶ୍ୱ ଭାରତୀଙ୍କୁ କେବଳ ଏକ ବିଶ୍ୱବିଦ୍ୟାଳୟ ଭାବରେ ଦେଖିବାକୁ ଚାହିଁ ଥାଆନ୍ତେ, ତେବେ ସେ ଏହାକୁ ଗ୍ଲୋବାଲ ବିଶ୍ବ ବିଦ୍ୟାଳୟ (ଗ୍ଲୋବାଲ ୟୁନିଭରସିଟି) ଅବା ଅନ୍ୟ କୌଣସି ନାମ ମଧ୍ୟ ଦେଇପରି ଥାଆନ୍ତେ। କିନ୍ତୁ ସେ ଏହାର ନାମ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ରଖିଲେ। ସେ କହିଥିଲେ- ‘'ବିଶ୍ୱ-ଭାରତୀ ଅନ୍ୟମାନଙ୍କୁ ତାଙ୍କର ଶ୍ରେଷ୍ଠ ସଂସ୍କୃତିର ଆତିଥ୍ୟ ପ୍ରଦାନ କରିବା ଏବଂ ଅନ୍ୟମାନଙ୍କଠାରୁ ସେମାନଙ୍କର ଶ୍ରେଷ୍ଠତ୍ୱ ଗ୍ରହଣ କରିବାର ଭାରତର ଅଧିକାରକୁ ସ୍ୱୀକାର କରିଛି।'

ଗୁରୁଦେବ ବିଶ୍ୱ ଭାରତୀରୁ ଆଶା କରିଥିଲେ ଯେ ଯିଏ ଏଠାକୁ ବଢିବାକୁ ଅବା ଶିଖିବାକୁ ଆସିବ ସେ ସମଗ୍ର ବିଶ୍ୱକୁ ଭାରତ ଏବଂ ଭାରତୀୟତାର ଦୃଷ୍ଟିରେ ଦେଖିବ । ଗୁରୁଦେବଙ୍କ ଏହି ମଡେଲ୍ ବ୍ରହ୍ମ, ତ୍ୟାଗ ଏବଂ ଆନନ୍ଦର ମୂଲ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଏଥିପାଇଁ ସେ ବିଶ୍ୱ-ଭାରତୀକୁ ଶିକ୍ଷାର ଏକ ଏଭଳି ସ୍ଥାନ ଭାବରେ ପରିଣତ କଲେ, ଯାହା ଭାରତର ସମୃଦ୍ଧ ପରମ୍ପରା ଓ ଐତିହ୍ୟକୁ ଗ୍ରହଣ କରିବ, ତାହା ଉପରେ ଅନୁସନ୍ଧାନ କରିବ ଏବଂ ଗରିବରୁ ଗରିବର ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବ । ଏହି ସଂସ୍କାର ପୂର୍ବରୁ ଏଠାରୁ ଶିକ୍ଷା ଶେଷ କରି ବାହାରିଥିବା ଛାତ୍ରମାନଙ୍କ ଠାରେ ଦେଖେ ଏବଂ ଏହା ମଧ୍ୟ ଆପଣଙ୍କଠାରୁ ଦେଶ ଆଶା କରୁଛି।

 

ସାଥୀଗଣ,

ଗୁରୁଦେବ ଟାଗୋରଙ୍କ ପାଇଁ ବିଶ୍ୱ ଭାରତୀ, କେବଳ ଜ୍ଞାନ ପ୍ରଦାନ କରୁଥିବା, ଜ୍ଞାନର ବିତରଣ କରୁଥିବା ଏକ ସଂସ୍ଥା ନ ଥିଲା । ଏହା ହେଉଛି ଏକ ପ୍ରୟାସ, ଭାରତୀୟ ସଂସ୍କୃତିର ସର୍ବୋଚ୍ଚ ଲକ୍ଷ୍ୟରେ ପହଞ୍ଚିବା ପାଇଁ, ଏହାକୁ ଯାହାକୁ ଆମେ କହୁଛୁ- ସ୍ବୟଂକୁ ପ୍ରାପ୍ତ କରିବା । ଯେତେବେଳେ ଆପଣମାନେ ଆପଣମାନଙ୍କ କ୍ୟାମ୍ପସରେ ବୁଧବାର 'ଉପାସାନା' ପାଇଁ ଏକାଠି ହୁଅନ୍ତି, ତେବେ ନିଜ ସହିତ ହିଁ ସାକ୍ଷାତକାର କରିଥାନ୍ତି। ଯେତେବେଳେ ଆପଣମାନେ ଗୁରୁଦେବଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମାରୋହରେ ଏକାଠି ହୁଅନ୍ତି, ସେତେବେଳେ ନିଜ ସହ ସାକ୍ଷାତକାର କରିବାର ସୁଯୋଗ ପ୍ରାପ୍ତ ହୋଇଥାଏ। ଯେତେବେଳେ ଗୁରୁଦେବ କୁହିଥାନ୍ତି-

‘ଆଲୋ ଅମାର

ଆଲୋ ଓଗୋ

ଆଲୋ ଭୁବନ ଭାରା’

ଏହା ହେଉଛି ସେହି ଆଲୋକ ପାଇଁ ଏକ ଆହ୍ବାନ ଯାହା ଆମ ଚେତନାକୁ ଜାଗ୍ରତ କରିଥାଏ। ଗୁରୁଦେବ ଟାଗୋର ବିଶ୍ବାସ କରୁଥିଲେ, ବିବିଧତା ଗୁଡିକ ରହିବ, ବିଚାରଧାରା ଗୁଡିକ ରହିବ, ଏସବୁ ସହିତ ଆମକୁ ନିଜକୁ ଖୋଜିବାକୁ ପଡିବ। ସେ ବଙ୍ଗଳା ପାଇଁ କହୁଥିଲେ-

ବାଙ୍ଗଲାର ମାଟି,

ବାଙ୍ଗଲାର ଜୋଲ,

ବାଙ୍ଗଲାର ବାୟୁ, ବାଙ୍ଗଲାର ଫୋଲ,

ପୁଣ୍ୟୋ ହୋକ,

ପୁଣ୍ୟୋ ହୋକ,

ପୁଣ୍ୟୋ ହୋକ,

ହେ ଭଗବାନ…

କିନ୍ତୁ ଏଥି ସହିତ ସେ ଭାରତର ବିବିଧତାକୁ ମଧ୍ୟ ବଡ଼ ଭାବର ସେତିକି ଗୌରବାନ୍ୱିତ କରୁଥିଲେ। ସେ କହୁଥିଲେ-

ହେ ମୋର ଚିତ୍ତୋ ପୁଣ୍ୟୋ ତୀର୍ଥେ ଜାଗୋ ରେ ଧୀରେ,

ଇ ଭାରୋତେର ମହାମାନବେର ସାଗୋରୋ-ତୀରେ

ହେଥାୟ ଦାରାଏ ଦୁ ବାହୁ ବାରାଏ ନମୋ

ନରୋଦେ-ବୋତାରେ,

ଆଉ ଏହା ଗୁରୁଦେବଙ୍କର ହିଁ ବିଶାଳ ଦୃଷ୍ଟିକୋଣ ଥିଲା ଯେ, ଶାନ୍ତି ନିକେତନର ମୁକ୍ତ ଆକାଶର ତଳେ ସେ ବିଶ୍ବମାନବକୁ ଦେଖୁଥିଲେ।

ଏଶୋ କର୍ମୀ, ଏଶୋ ଜ୍ଞାନୀ,

ଏ ଶୋ ଜନକଲ୍ୟାଣୀ, ଏଶୋ ତପଶରାଜୋ ହେ!

ଏଶୋ ହି ଧିଶକ୍ତି ସଂପଦ ମୁକ୍ତାବୋନ୍ଧୋ ଶୋମାଜ ହେ!

ହେ ଶ୍ରମିକ ସାଥୀଗଣ, ହେ ଜ୍ଞାନୀ ସାଥୀଗଣ, ହେ ସାମାଜସେବୀ ଗଣ, ହେ ସାଧୁସନ୍ଥମାନେ, ସମାଜର ସମସ୍ତ ସଚେତନ ସାଥୀଗଣ, ଆସନ୍ତୁ ଏହି ସମାଜର ମୁକ୍ତି ପାଇଁ ମିଳିମିଶି ପ୍ରୟାସ କରିବା। ଆପଣଙ୍କ କ୍ୟାମ୍ପସରୁ ପ୍ରାପ୍ତି ପାଇଁ କିଛି ସମୟ ମଧ୍ୟ ଅତିବାହିତ କରିବାର ଏକ ​​ସୌଭାଗ୍ୟର ବିଷୟ ଯେ ସେ ଗୁରୁଦେବଙ୍କ ଏହି ଦର୍ଶନ ତଥା ଦୃଷ୍ଟିଭଙ୍ଗୀ ମିଳିଥାଏ।

ସଥୀଗଣ,

ବିଶ୍ୱ ଭାରତୀ ନିଜକୁ ନିଜ ମଧ୍ୟରେ ଜ୍ଞାନର ଏକ ମୁକ୍ତ ମହାସାଗର, ଯାହାର ମୂଳଦୁଆ ଅନୁଭବ ଆଧାରିତ ଶିକ୍ଷା ପାଇଁ ରଖାଯାଇଥିଲା । ଜ୍ଞାନର, ସୃଜନଶୀଳତାର କୌଣସି ସୀମା ନାହିଁ, ଏହି ଚିନ୍ତାଧାରା ସହିତ ଗୁରୁଦେବ ଏହି ମହାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ। ଆପଣମାନଙ୍କୁ ମଧ୍ୟ ଏହା ସର୍ବଦା ମନେରଖିବା ଉଚିତ୍ ଯେ ଜ୍ଞାନ, ଚିନ୍ତାଧାରା ଏବଂ କୌଶଳ ସ୍ଥାୟୀ ନୁହେଁ, ପଥର ପରି ନୁହେଁ, ସ୍ଥିର ନୁହେଁ, ହେଉଛି ଜୀବନ୍ତ। ଏହା ଏକ ଚାଲୁଥିବା ପ୍ରକ୍ରିୟା ଏବଂ ସର୍ବଦା ପାଠ୍ୟକ୍ରମ ସଂଶୋଧନର ସମ୍ଭାବନା ରହିବ, କିନ୍ତୁ ଉଭୟ ଜ୍ଞାନ ଏବଂ ଶକ୍ତି ଉଭୟ ଦାୟିତ୍ବବୋଧ ସହିତ ଆସିଥାଏ।

କ୍ଷମତାରେ ଥିବାବେଳେ ଯେପରି ସଂଯମ ଏବଂ ସମ୍ବେଦନଶୀଳ ରହିବା ଆବଶ୍ୟକ, ସେହିପରି ପ୍ରତ୍ୟେକ ବିଦ୍ବାନଙ୍କୁ, ପ୍ରତ୍ୟେକ ଜ୍ଞାନୀଙ୍କୁ ମଧ୍ୟ ଏଥିପାଇଁ ଦାୟୀତ୍ବବୋଧ ରହିବାକୁ ପଡିଥାଏ, କିନ୍ତୁ ଯେଉଁମାନଙ୍କ ପାଖରେ ଏହି ଶକ୍ତି ନାହିଁ। ଆପଣଙ୍କ ଜ୍ଞାନ କେବଳ ଆପଣଙ୍କର ନୁହେଁ, ଏହା ସମାଜର, ଦେଶର ତଥା ଭବିଷ୍ୟତ ପିଢୀ ପାଇଁ ମଧ୍ୟ ହେଉଛି ଐତିହ୍ୟ । ଆପଣଙ୍କର ଜ୍ଞାନ, ଆପଣଙ୍କର କୌଶଳ ମଧ୍ୟ ଏକ ସମାଜକୁ ଏକ ରାଷ୍ଟ୍ରକୁ ମଧ୍ୟ ଗୌରବାନ୍ବିତ କରିପାରେ ଏବଂ ତାହା ସମାଜକୁ ଅପବାଦ ଏବଂ ବିନାଶର ଅନ୍ଧକାର ଭିତରକୁ ଠେଲି ଦେଇପାରେ। ଇତିହାସ ଏବଂ ବର୍ତ୍ତମାନ ଏଭଳି ଅନେକ ଉଦାହରଣ ରହିଛି।

ଆପଣ ଦେଖନ୍ତୁ, ଯେଉଁମାନେ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ଯେଉଁମାନେ ଦୁନିଆରେ ହିଂସା ସୃଷ୍ଟି କରୁଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ, ଉଚ୍ଚ ଶିକ୍ଷାପ୍ରାପ୍ତ, ଉଚ୍ଚ ଦକ୍ଷତା ସଂମ୍ପର୍ଣ୍ଣ ବ୍ୟକ୍ତି ଅଛନ୍ତି । ଅନ୍ୟପକ୍ଷରେ, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଭଳି ବୈଶ୍ବିକ ମହାମାରୀରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ଦିନରାତି ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଡାକ୍ତରଖାନା, ଲ୍ୟାବରେ ଲାଗି ରହୁଛନ୍ତି, ଗବେଷଣାଗାରରେ ଲାଗି ରହୁଛନ୍ତି।

ଏହା କେବଳ ଏକ ବିଚାରଧାରା ବା ଆଦର୍ଶର ପ୍ରଶ୍ନ ନୁହେଁ, ଏହା ମାନସିକତାର ବିଷୟ। ଆପଣ କ’ଣ କରୁଛନ୍ତି, ଏହା ସେହି କଥା ଉପରେ ନିର୍ଭର କରିଥାଏ ଯେ, ଆପଣଙ୍କର ମାନସିକତା ସକରାତ୍ମକ କି ନକାରାତ୍ମକ। ସୁଯୋଗ ଉଭୟଙ୍କ ପାଇଁ, ପଥ ଉଭୟ ପାଇଁ ଉନ୍ମୁକ୍ତ ଅଛି। ଆପଣ ସମସ୍ୟାର ଅଂଶ କିମ୍ବା ସମାଧାନର ଅଂଶ ହେବାକୁ ଚାହୁଁଛନ୍ତି, ତାହାର ନିଷ୍ପତ୍ତି ନେବା ଆମ ହାତରେ ଅଛି । ଯଦି ଆମେ ସେହି ଶକ୍ତି, ସେହି ସାମର୍ଥ୍ୟ, ସେହି ବୁଦ୍ଧି, ସେହି ବୈଭବକୁ ସତକାର୍ଯ୍ୟରେ ଲଗାଇବା ତେବେ ଗୋଟିଏ ପରିରାମ ପାଇବା, ଯଦି ଖରାପ କାର୍ଯ୍ୟ ପାଇଁ ଲଗାଇବା ତେବେ ଅନ୍ୟ ପ୍ରକାରର ପରିଣାମ ପାଇବା। ଯଦି ଆମେ କେବଳ ଆମର ନିଜ ହିତକୁ ଦେଖିବା ତେବେ ଆମେ ସବୁବେଳେ ଚାରିଆଡେ ଅସୁବିଧା ଓ ସମସ୍ୟାମାନ ଦେଖିବା, ଅସନ୍ତୋଷ ଦେଖିବା, ଆକ୍ରୋଶ ଦୃଷ୍ଟି ଗୋଚର ହେବ।

କିନ୍ତୁ ଯଦି ଆପଣ ନିଜଠାରୁ ଊର୍ଦ୍ଧ୍ବକୁ ଉଠି, ନିଜ ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠି, ଦେଶ ପ୍ରଥମର ଅଭିବ୍ୟକ୍ତି ସହିତ ଆଗକୁ ବଢିବେ ତେବେ ଆପଣଙ୍କୁ ପ୍ରତ୍ୟେକ ସମସ୍ୟା ମଧ୍ୟରେ ସମାଧାନ ଖୋଜିବା ପାଇଁ ଇଚ୍ଛା ହେବ, ସମାଧାନ ଦୃଷ୍ଟିଗୋଚର ହେବ। ଖରାପ ଶକ୍ତି ମଧ୍ୟରେ ଆପଣଙ୍କୁ ଭଲ ଖୋଜିବା ପାଇଁ, ସେଥିରେ ଭଲ କରିବା ପାଇଁ ପରିବର୍ତନ କରିବାକୁ ଇଚ୍ଛା ହେବ ଏବଂ ଆପଣ ମଧ୍ୟ ସ୍ଥିତି ବଦଳାଇପାରିବେ, ଆପଣ ସ୍ୱୟଂ ମଧ୍ୟ ନିଜକୁ ନିଜ ଭିତରେ ଏକ ସମାଧାନ ହୋଇ ବାହାରିବେ।

ଯଦି ଆପଣଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିବ ଏବଂ ମା’ ଭାରତୀଙ୍କ ପ୍ରତି ନିଷ୍ଠା ଥିବ, ତେବେ ଆପଣଙ୍କର ପ୍ରତ୍ୟେକ ନିର୍ଣ୍ଣୟ, ଆପଣଙ୍କର ପ୍ରତ୍ୟେକ ଆଚରଣ, ଆପଣଙ୍କର ପ୍ରତ୍ୟେକ କୃତି କୌଣସି ନା କୌଣସି ସମସ୍ୟାର ସମାଧାନ ଆଡକୁ ବଢିବ। ସଫଳତା ଏବଂ ଅସଫଳତା ଆମର ବର୍ତମାନ ଏବଂ ଭବିଷ୍ୟତ ସ୍ଥିର କରି ନ ଥାଏ। ହୋଇପାରେ କୌଣସି ନିଷ୍ପତି ପରେ ଆପଣ ଯେପରି ଚିନ୍ତା କରିଥିବେ ସେହିପରି ପରିଣାମ ମିଳି ନ ପାରେ, କିନ୍ତୁ ଆପଣ ନିଷ୍ପତି ନେବାରେ ଭୟ କରିବା ଉଚିତ ନୁହେଁ। ଜଣେ ଯୁବକ ଭାବେ, ଜଣେ ମନୁଷ୍ୟ ଭାବେ, ଯେତେବେଳେ କେବେ ମଧ୍ୟ ଆମେ ନିଷ୍ପତି ନେବା ପାଇଁ ଡରିବାକୁ ବା ଭୟ କରିବାକୁ ଲାଗିବେ ତେବେ ଏହା ଆମ ପାଇଁ ସବୁଠାରୁ ବଡ଼ ସଂକଟ ହୋଇଯିବ। ଯଦି ନିର୍ଣ୍ଣୟ ନେବାର ଉତ୍ସାହ ଚାଲିଗଲା ତେବେ ଧରି ନିଅନ୍ତୁ ଯେ, ଆପଣଙ୍କର ଯୁବାବସ୍ଥା ଚାଲିଯାଇଛି। ଆପଣ ଯୁବକ ହୋଇ ନାହାନ୍ତି।

ଯେ ପର୍ଯ୍ୟନ୍ତ ଭାରତର ଯୁବକମାନଙ୍କ ମଧ୍ୟରେ ନୂଆ କିଛି କରିବାର, ଆହ୍ୱାନକୁ ସାମ୍ନା କରି ଆଗକୁ ଅଗ୍ରସର ହେବାର ଉତ୍ସାହ ରହିବ, ଅତି କମ୍‍ରେ ସେ ପର୍ଯ୍ୟନ୍ତ ମୋତେ ଦେଶର ଭବିଷ୍ୟତ ପାଇଁ ଚିନ୍ତା ନାହିଁ। ଆଉ ଦେଶର ଯେଉଁ ଯୁବକମାନେ ଅଛନ୍ତି, 130 କୋଟି ଜନସଂଖ୍ୟାରେ ବହୁ ସଂଖ୍ୟାରେ ଯୁବ ଶକ୍ତି ଅଛନ୍ତି ସେତେବେଳେ ଆମର ଭରସା ଆହୁରି ସୁଦୃଢ ହୋଇ ଯାଇଥାଏ, ମୋର ବିଶ୍ୱାସ ଆହୁରି ସୁଦୃଢ ହୋଇଯାଇଥାଏ। ଆଉ ଏଥିପାଇଁ ଆପଣମାନଙ୍କୁ ଯେଉଁ ସହାୟତା ଆବଶ୍ୟକ, ଯେଉଁ ବାତାବରଣ ଦରକାର, ସେଥିପାଇଁ ମୁଁ ନିଜେ ମଧ୍ୟ ଏବଂ ସରକାର ମଧ୍ୟ...ଏତିକି ନୁହେଁ, 130 କୋଟିର ସଂକଳ୍ପରେ ଭରପୁର, ସ୍ୱପ୍ନକୁ ନେଇ ବଞ୍ଚୁଥିବା ଦେଶ ମଧ୍ୟ ଆପଣଙ୍କୁ ସମର୍ଥନ ପାଇଁ ଠିଆ ହୋଇଛି।

ସାଥୀଗଣ,

ବିଶ୍ୱ ଭାରତୀର 100 ବର୍ଷର ଐତିହାସିକ ଅବସରରେ ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି, ସେହି ସମୟରେ ଭାରତର ଆତ୍ମସମ୍ମାନ ଏବଂ ଆତ୍ମନିର୍ଭରତା ପାଇଁ ଆପଣ ସମସ୍ତ ଯୁବକମାନଙ୍କର ଯୋଗଦାନ ବିଷୟରେ କହିଥିଲି। ଏଠାରୁ ଯିବା ପରେ, ଜୀବନର ଆଗାମୀ ସୋପାନରେ ଆପଣ ସମସ୍ତ ଯୁବକମାନଙ୍କୁ ଅନେକ ପ୍ରକାରର ଅନୁଭବ ମିଳିବ।

ସାଥୀଗଣ,

ଆଜି ଯେପରି ଛତ୍ରପତି ଶିବାଜୀ ମହାରାଜଙ୍କର ଜୟନ୍ତୀକୁ ନେଇ ଆମେ ଗର୍ବ ଅନୁଭବ କରୁଛେ, ସେହିପରି ଆଜି ମୋତେ ଧରମପାଲ ମହାଶୟଙ୍କ କଥା ମନେ ପଡୁଛି। ଆଜି ମଧ୍ୟ ହେଉଛି ମହାନ ଗାନ୍ଧିବାଦୀ ଧରମପାଲ ମହାଶୟଙ୍କର ଜୟନ୍ତୀ। ତାଙ୍କର ରଚନା ଗୁଡିକ ମଧ୍ୟରେ ରହିଛି ‘ ଦ ବିଉଟିଫୁଲ ଟ୍ରି- ଇଣ୍ଡିଜେନସ୍‍ ଇଣ୍ଡିଆନ ଏଜୁକେସନ ଇନ ଦ ଏଇଟିଂଥ ସେଂହଚୁରୀ।’

ଆଜି ଆପଣମାନଙ୍କ ସହିତ କଥା ହେବା ସମୟରେ ମୁଁ ଏହି ପବିତ୍ର ଧାମରେ ଆପଣମାନଙ୍କ ସହିତ କଥା ହେଉଛି ତେବେ ମୋର ଇଚ୍ଛା ହେଉଛି ସେହି ବିଷୟରେ ନିଶ୍ଚୟ ଆଲୋଚନା କରିବି। ଆଉ ବଙ୍ଗଳାର ମାଟି, ଉର୍ଜାବାନ ଧରଣୀରେ ଯେତେବେଳେ କଥା କହୁଛି, ସେତେବେଳେ ସ୍ୱଭାବିକ ଭାବେ ମୋର ଇଚ୍ଛା ହେଉଛି ଯେ ମୁଁ ନିଶ୍ଚୟ ଧରମପାଲ ମହାଶୟଙ୍କ ସେହି ବିଷୟକୁ ଆପଣମାନଙ୍କ ସାମ୍ନାରେ ରଖିବି। ଏହି ପୁସ୍ତକରେ ଧରମପାଲ ମହାଶୟ ଥୋମାସ ମୁନରୋଙ୍କ ଦ୍ୱାରା କରାଯାଇଥିବା ରାଷ୍ଟ୍ରୀୟ ଶିକ୍ଷା ସର୍ଭେର ବିବରଣୀ ଦେଇଛନ୍ତି।

1820 ରେ ହୋଇଥିବା ଏହି ଶିକ୍ଷା ସର୍ଭେରେ ଏଭଳି ଅନେକ କଥା ରହିଛି, ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ ଏବଂ ଗୌରବରେ ମଧ୍ୟ ଭରି ଦେଇଥାଏ। ସେହି ସର୍ଭେରେ ଭାରତର ସାକ୍ଷରତା ହାର ବହୁତ ଅଧିକ ଥିବା ଲେଖା ଯାଇଥିôଲା। ସର୍ଭେରେ ଏହା ମଧ୍ୟ ଲେଖାଯାଇଥିଲା ଯେ କିପରି ପ୍ରତ୍ୟେକ ଗାଁରେ ଗୋଟିଏରୁ ଅଧିକ ଗୁରୁକୂଳ ଥିଲା। ଆଉ ଗାଁରେ ଯେଉଁ ମନ୍ଦିର ଥିଲା, ତାହା କେବଳ ପୂଜାପାଠକୁ ପ୍ରୋତ୍ସାହନ ଦେବା ଭଳି, ଶିକ୍ଷାକୁ ପ୍ରୋତ୍ସାହନ ଦେବାଭଳି ଅତ୍ୟନ୍ତ ପବିତ୍ର କାର୍ଯ୍ୟ ସହିତ ମଧ୍ୟ ଗାଁର ମନ୍ଦିର ସାମିଲ ହୋଇ ରହୁଥିଲା। ତାହା ମଧ୍ୟ ଗୁରୁକୂର ପରମ୍ପରାଗୁଡିକୁ ଆଗକୁ ବଢାଇବାରେ, ଶକ୍ତି ଦେବାର ପ୍ରୟାସ କରୁଥିଲା। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ରାଜ୍ୟରେ ସେତେବେଳେ ମହାବିଦ୍ୟାଳୟକୁ ବହୁତ ଗର୍ବର ସହିତ ଦେଖାଯାଉଥିଲା ଯେ କେତେ ବଡ଼ ତାଙ୍କ ନେଟୱାର୍କ ଥିଲା। ଉଚ୍ଚ ଶିକ୍ଷାର ସଂସ୍ଥାନ ମଧ୍ୟ ବହୁତ ଅଧିକ ମାତ୍ରାରେ ଥିଲା।

ଭାରତରେ ବ୍ରିଟିଶ ଶିକ୍ଷା ବ୍ୟବସ୍ଥାକୁ ଲଦି ଦିଆଯିବା ପୂର୍ବରୁ, ଥୋମାସ ମୁନରୋ ଭାରତୀୟ ଶିକ୍ଷା ପଦ୍ଧତୀ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଶକ୍ତିକୁ ଅନୁଭବ କରିଥିଲେ, ଦେଖିଥିଲେ। ସେ ଦେଖିଥିଲେ ଯେ ଆମର ଶିକ୍ଷା ବ୍ୟବସ୍ଥା ହେଉଛି କେତେ ଜୀବନ୍ତ, ଏହା ହେଉଛି 200 ବର୍ଷ ପୂର୍ବର କଥା। ଏହି ପୁସ୍ତକରେ ୱଲିୟମ ଆଡମଙ୍କ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି, ସେମାନେ ଏହା ଜାଣିବାକୁ ପାଇଥିଲେ ଯେ 1830ରେ ବଙ୍ଗଳା ଏବଂ ବିହାରରେ ଏକ ଲକ୍ଷରୁ ଅଧିକ ଗ୍ରାମ୍ୟ ବିଦ୍ୟାଳୟ ଥିଲା,ଗ୍ରାମୀଣ ବିଦ୍ୟାଳୟ ଥିଲା।

ସାଥୀଗଣ,

ଏହି କଥା ମୁଁ ଆପଣମାନଙ୍କୁ ଏଥିପାଇଁ ବିସ୍ତୃତ ଭାବେ କହୁଛି କାରଣ ଆମକୁ ଏହା ଜାଣିବାର ଆବଶ୍ୟକ ଯେ, ଆମର ଶିକ୍ଷା ବ୍ୟବସ୍ଥା କ’ଣ ଥିଲା, କେତେ ଗୌରବପୂର୍ଣ୍ଣ ଥିଲା, କିପରି ଏହା ପ୍ରତ୍ୟେକ ମଣିଷଙ୍କ ପାଖରେ ପହଞ୍ଚୁଥିଲା। ଆଉ ପରେ ଇଂରେଜମାନଙ୍କ ସମୟରେ ଏବଂ ତାହା ପର ସମୟରେ ଆମେ କେଉଁଠାରେ ପହଞ୍ଚି ଗଲେ, କିପରି କ’ଣ ହୋଇଗଲା।

ଗୁରୁଦେବ ବିଶ୍ୱଭାରତୀରେ ଯେଉଁ ବ୍ୟବସ୍ଥା ବିକଶିତ କଲେ, ଯେଉଁ ପଦ୍ଧତି ବିକଶିତ କଲେ, ତାହା ଭାରତର ଶିକ୍ଷା ବ୍ୟବସ୍ଥାକୁ ପରାଧୀନତାର ଜଂଜିରରୁ ମୁକ୍ତ କରି, ଭାରତକୁ ଆଧୁନିକ କରିବାର ଏକ ମାଧ୍ୟମ ଥିଲା। ଆଜି ଯେତେବେଳ ଭାରତରେ ଯେଉଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି, ତାହା ମଧ୍ୟ ପୁରାତନ ଜଂଜିରରୁ ଭାଙ୍ଗିବା ସହିତ ହିଁ, ବିଦ୍ୟାର୍ଥୀମାନଙ୍କୁ ନିଜର ସାମର୍ଥ୍ୟ ଦେଖାଇବାର ସଂମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ଏହି ଶିକ୍ଷା ନୀତି ଆପଣମାନଙ୍କୁ ଭିନ୍ନ ଭିନ୍ନ ବିଷୟକୁ ପଢିବାର ସ୍ୱାଧୀନତା ଦେଇଛି। ଏହି ଶିକ୍ଷା ନୀତି, ଆପଣମାନଙ୍କୁ ନିଜ ଭାଷାରେ ପଢିବାର ବିକଳ୍ପ ଦେଇଛି। ଏହି ଶିକ୍ଷା ନୀତି ଉଦ୍ୟୋଗୀ, ସ୍ୱରୋଜଗାରକୁ ମଧ୍ୟ ପ୍ରୋତ୍ସାହନ ଦେଇଛି।

ଏହି ଶିକ୍ଷା ନୀତି ଗବେଷଣାକୁ, ନବସୃଜନକୁ ଶକ୍ତି ଦେଇଛି, ପ୍ରୋତ୍ସାହନ ଦେଇଛି। ଆତ୍ମନିର୍ଭର ଭାରତର ନିର୍ମାଣରେ ଏହି ଶିକ୍ଷା ନୀତି ମଧ୍ୟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। ଦେଶରେ ଏକ ସୁଦୃଢ ଗବେଷଣା ଏବଂ ନବସୃଜନ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ମଧ୍ୟ ସରକାର କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ହିଁ ସରକାର ଦେଶ ଏବଂ ବିଦେଶର ଲକ୍ଷ ଲକ୍ଷ ଜର୍ଣ୍ଣାଲ ବା ପତ୍ରପତ୍ରିକାକୁ ମାଗଣାରେ ନିଜର ଗବେଷକ ଓ ବିଦ୍ୱାନ ବ୍ୟକ୍ତିଙ୍କୁ ଯୋଗାଇଦେବାକୁ ନିଷ୍ପତି ନେଇଛନ୍ତି। ଚଳିତ ବର୍ଷର ବଜେଟରେ ମଧ୍ୟ ଗବେଷଣା ପାଇଁ ଜାତୀୟ ଗବେଷଣା ଫାଉଣ୍ଡେସନ ମାଧ୍ୟମରେ ଆଗାମୀ 5 ବର୍ଷରେ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରସ୍ତାବ ରଖା ଯାଇଛି।

ସାଥୀଗଣ,

ଭାରତର ଆତ୍ମନିର୍ଭରତା, ଦେଶର ଝିଅମାନଙ୍କର ଆତ୍ମବିଶ୍ୱାସ ବିନା ସମ୍ଭବ ନୁହେଁ। ନୂତନ ଶିକ୍ଷାନୀତିରେ ପ୍ରଥମଥର ପାଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଏହି ନୀତିରେ ଷଷ୍ଠ ଶ୍ରେଣୀରୁ ହିଁ କାଠକାମ ଠାରୁ ନେଇ କୋଡିଂ ପର୍ଯ୍ୟନ୍ତ ଏଭଳି ଅନେକ ଦକ୍ଷତା ଆଧାରିତ ଯୋଜନାକୁ ଏଥିରେ ସାମିଲ କରାଯାଇଛି, ଯେଉଁ କୌଶଳରୁ ଝିଅମାନଙ୍କୁ ଦୂରେଇ ରଖା ଯାଉଥିଲା। ଶିକ୍ଷାନୀତି ପ୍ରସ୍ତୁତ କରିବା ସମୟରେ, ଝିଅମାନଙ୍କ ମଧ୍ୟରେ ଡ୍ରପ ଆଉଟ୍‍ ବା ଅଧାରୁ ପାଠ ଛାଡିବା ହାର ଅଧିକ ହେଉଥିବା କାରଣକୁ ଗମ୍ଭୀରତାର ସହିତ ଅଧ୍ୟୟନ କରାଯାଇଛି। ଏଥିପାଇଁ ପାଠପଢାରେ ନିରନ୍ତରତା, ଡିଗ୍ରୀ ପାଠ୍ୟକ୍ରମରେ ପ୍ରବେଶ ଏବଂ ପ୍ରସ୍ଥାନକୁ ଇଚ୍ଛାଧୀନ ଏବଂ ପ୍ରତ୍ୟେକ ବର୍ଷର କ୍ରେଡିଟ ମିଳୁ, ଏହାର ଏକ ନୂଆ ପ୍ରକାରର ବ୍ୟବସ୍ଥା କରାଯାଇଛି।

ସାଥୀଗଣ,

ବଙ୍ଗଳା ଅତୀତରେ ଭାରତର ସମୃଦ୍ଧ ଜ୍ଞାନ- ବିଜ୍ଞାନକୁ ଆଗକୁ ନେବାରେ ଦେଶର ନେତୃତ୍ୱ ନେଇଥିଲା ଏବଂ ଏହା ହେଉଛି ଗୌରବପୂର୍ଣ୍ଣ କଥା। ବଙ୍ଗଳା, ଏକ ଭାରତ-ଶ୍ରେଷ୍ଠ ଭାରତର ପ୍ରେରଣା ସ୍ଥଳୀ ମଧ୍ୟ ରହିଛି ଆଉ କର୍ମସ୍ଥଳୀ ମଧ୍ୟ ରହିଛି। ଶତାବ୍ଦୀ ସମାରୋହରେ ଆଲୋଚନା ସମୟରେ ମୁଁ ଏ ସଂପର୍କରେ ବିସ୍ତୃତ ଭାବେ ନିଜର ମତ ରଖିଥିଲି। ଆଜି ଯେତେବେଳ ଭାରତ ଏକବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତ ପ୍ରତିଷ୍ଠା ଦିଗକୁ ଅଗ୍ରସର ହେଉଛି ସେତେବେଳେ ମଧ୍ୟ ଆପଣମାନଙ୍କ ଉପରେ ଦୃଷ୍ଟି ରହିଛି, ଆପଣମାନଙ୍କ ଭଳି ଯୁବକମାନଙ୍କ ଉପରେ ରହିଛି, ବଙ୍ଗଳାର ଜ୍ଞାନ ସଂପଦ ଉପରେ ରହିଛି, ବଙ୍ଗଳାର ଉର୍ଜାବାନ ନାଗରିକମାନଙ୍କ ଉପରେ ରହିଛି। ଭାରତର ଜ୍ଞାନ ଏବଂ ପରିଚୟକୁ ବିଶ୍ୱର କୋଣ-ଅନୁକୋଣରେ ପହଞ୍ଚାଇବାରେ ବିଶ୍ୱଭାରତୀର ବଡ଼ ଭୂମିକା ରହିଛି।

ଚଳିତ ବର୍ଷ ଆମେ ନିଜ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିବାକୁ ଯାଉଛେ। ବିଶ୍ୱଭାରତୀର ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ତରଫରୁ ଦେଶକୁ ସବୁଠାରୁ ବଡ଼ ଉପହାର ହେବ ଯେ ଭାରତର ଛବିକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ଆମେ ସବୁ ମିଳିମିଶି ଏବଂ ବିଶେଷ କରି ମୋର ଯୁବ ସାଥୀମାନେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବେ। ଭାରତରେ ଯାହା ଅଛି, ଯେଉଁ ମାନବିକତା, ଯେଉଁ ଆତ୍ମୀୟତା, ଯେଉଁ ବିଶ୍ୱ କଲ୍ୟାଣର ଭାବନା ଆମ ରକ୍ତର ଶିରା ପ୍ରଶିରାରେ ରହିଛି, ତାହାର ଅନୁଭବ ଅନ୍ୟ ଦେଶକୁ କରିବା ପାଇଁ, ସମଗ୍ର ମାନବ ଜାତିକୁ କରିବା ପାଇଁ ବିଶ୍ୱଭାରତୀକୁ ଦେଶର ଶିକ୍ଷା ସଂସ୍ଥାନକୁ ନେବା ଉଚିତ।

ମୋର ଅନୁରୋଧ, ଆଗାମୀ 25 ବର୍ଷରେ ବିଶ୍ୱଭାରତୀର ବିଦ୍ୟାର୍ଥୀ ମିଳିମିଶି ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବେ। ଯେତେବେଳେ ସ୍ୱାଧୀନତାର 100 ବର୍ଷ ହେବ, ବର୍ଷ 2047ରେ ଯେତେବେଳେ ଭାରତ ନିଜ ସ୍ୱାଧୀନତାର 100 ବର୍ଷର ସମାରୋହ ପାଳନ କରିବ, ସେତେବେଳ ବିଶ୍ୱଭାରତୀର ସବୁଠାରୁ ବଡ଼ 25 ଲକ୍ଷ୍ୟ କ’ଣ ହେବ, ଏହା ଏହି ଭିଜନ ଡକ୍ୟୁମେଣ୍ଟରେ ରଖାଯାଇ ପାରିବ। ଆପଣ ନିଜର ଗୁରୁଜନଙ୍କ ସହିତ ଚିନ୍ତନ-ମନନ କରନ୍ତୁ, କିନ୍ତୁ କିଛି ନା କିଛି ଲକ୍ଷ୍ୟ ନିଶ୍ଚୟ ସ୍ଥିର କରନ୍ତୁ।

ଆପଣ ନିଜ ନିଜ କ୍ଷେତ୍ରର ଅନେକ ଗାଁ ଗୁଡିକୁ ପୋଷ୍ୟ ଗାଁ ଭାବେ ଆପଣେଇଛନ୍ତି। କ’ଣ ଏହାର ଶୁଭାରମ୍ଭ, ପ୍ରତ୍ୟେକ ଗାଁକୁ ଆତ୍ମନିର୍ଭର କରିବା ପାଇଁ ହୋଇପାରେ? ପୂଜ୍ୟ ବାପୁ ଗ୍ରାମସ୍ୱରାଜ କଥା କହୁଥିଲେ। ମୋର ଯୁବସାଥୀଗଣ ଗାଁର ଲୋକ, ସେଠାକାର ଶିଳ୍ପୀକାର, ସେଠାକାର କୃଷକ, ସେମାନଙ୍କୁ ଆପଣ ଆତ୍ମନିର୍ଭର କରିବେ, ସେମାନଙ୍କର ଉତ୍ପାଦକୁ ବିଶ୍ୱର ବଡ଼-ବଡ଼ ବଜାରରେ ପହଞ୍ଚାଇବାର ଶୃଙ୍ଖଳ ହୁଅନ୍ତୁ।

ବିଶ୍ୱଭାରତୀ ହେଉଛି, ବୋଲପୁର ଜିଲ୍ଲାର ମୂଳ ଆଧାର। ଏଠାକାର ଆର୍ଥିକ- ଭୌତିକ, ସାଂସ୍କୃତିକ ସମସ୍ତ କାର୍ଯ୍ୟକଳାପରେ ବିଶ୍ୱଭାରତୀ ତିଷ୍ଠି ରହିଛି, ଏକ ଜୀବନ୍ତ ଶାଖା ପାଲଟିଛି। ଏଠାକାର ଲୋକଙ୍କୁ, ସମାଜକୁ ସଶକ୍ତ କରିବା ସହିତ, ଆପଣମାନଙ୍କୁ ନିଜର ବୃହତ ଦାୟୀତ୍ୱ ମଧ୍ୟ ତୁଲାଇବାକୁ ପଡ଼ିବ।

ଆପଣ ନିଜର ପ୍ରତ୍ୟେକ ପ୍ରୟାସରେ ସଫଳ ହୁଅନ୍ତୁ, ନିଜ ସଂକଳ୍ପକୁ ସିଦ୍ଧିରେ ପରିବର୍ତନ କରନ୍ତୁ। ଯେଉଁ ଉଦ୍ଦେଶ୍ୟକୁ ନେଇକରି ବିଶ୍ୱଭାରତୀରେ ପାଦ ଥାପିଥିଲେ ଏବଂ ଯେଉଁ ସଂସ୍କାର ଏବଂ ଜ୍ଞାନର ସଂପତିକୁ ନେଇ ଆଜି ଆପଣ ବିଶ୍ୱଭାରତୀରୁ ବିଶ୍ୱର ଦ୍ୱାର ଦେଶରେ ପାଦ ଦେବାକୁ ଯାଉଛନ୍ତି, ସେତେବେଳେ ବିଶ୍ୱ ଆପଣଙ୍କଠାରୁ ବହୁତ କିଛି ଚାହୁଁଛି, ବହୁତ କିଛି ଆଶା ରଖିଛି। ଆଉ ଏହି ମାଟି ଆପଣଙ୍କୁ ପାଳନ ପୋଷଣ କରିଛି, ଆପଣଙ୍କୁ ସମ୍ଭାଳିଛି। ଆଉ ବିଶ୍ୱର ଆଶା ପୂରଣ କରିବାର ଯୋଗ୍ୟ କରିଛି, ମାନବ ସମାଜର ଆଶାକୁ ପୂରଣ କରିବାର ଯୋଗ୍ୟ କରିଛି। ଆପଣ ଆତ୍ମବିଶ୍ୱାସରେ ଭରି ରହିଛନ୍ତି, ଆପଣ ସଂକଳ୍ପ ଗୁଡିକ ପ୍ରତି ପ୍ରତିବଦ୍ଧ ହୋଇଛନ୍ତି, ସଂସ୍କାରରେ ପୁଲକିତ ହୋଇଥିବା ଆପଣଙ୍କର ଯୌବନ ଅଛି। ଏହା ଆଗାମୀ ପିଢୀମାନଙ୍କ କାର୍ଯ୍ୟରେ ଆସିବ, ଦେଶର କାର୍ଯ୍ୟରେ ଆସିବ। ଏକବିଂଶ ଶତାବ୍ଦୀରେ ଭାରତ ନିଜର ଉଚିତ ସ୍ଥାନ ପ୍ରାପ୍ତ କରୁ, ଏଥିପାଇଁ ଆପଣଙ୍କ ସାମର୍ଥ୍ୟ ବହୁତ ବଡ଼ ଶକ୍ତି ଭାବେ ବିକଶିତ ହେବ, ଏହା ସଂମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଆପଣମାନଙ୍କ ମଧ୍ୟରୁ ଆପଣଙ୍କ ସହଯାତ୍ରୀ ହେବା ସହ ମୁଁ ଆଜି ଏହି ଗୌରବପୂର୍ଣ୍ଣ କ୍ଷଣରେ ନିଜକୁ ନିଜେ ଧନବାନ ଭାବୁଛି। ଆଉ ଆମେ ସମସ୍ତେ ମିଳିମିଶି ଏହି ଗୁରୁଦେବ ଟାଗୋର ଯେଉଁ ପବିତ୍ର ମାଟିରେ ଆମ ମାନଙ୍କୁ ଶିକ୍ଷିତ କରିଛନ୍ତି, ସଂସ୍କାରିତ କରିଛନ୍ତି, ଆମେ ସମସ୍ତେ ମିଳିମିଶି ଆଗକୁ ବଢିବା, ଏହା ହେଉଛି ମୋର ଆପଣମାନଙ୍କୁ ଶୁଭକାମନା।

ମୋ ତରଫରୁ ଅନେକ-ଅନେକ ଶୁଭକାମନା। ଆପଣଙ୍କ ମାତା-ପିତାଙ୍କୁ ମୋର ପ୍ରଣାମ, ଆପଣଙ୍କୁ ଗୁରୁଜନଙ୍କୁ ପ୍ରଣାମ।

ମୋ ତରଫରୁ ବହୁତ-ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Shrimp industry gets a fresh lease of life after cut in US tariffs

Media Coverage

Shrimp industry gets a fresh lease of life after cut in US tariffs
NM on the go

Nm on the go

Always be the first to hear from the PM. Get the App Now!
...
Official Visit of Hon’ble Prime Minister Shri Narendra Modi to Kuala Lumpur, Malaysia (February 07 - 08, 2026)
February 04, 2026

Prime Minister of India, Shri Narendra Modi will pay an Official Visit to Malaysia from 07-08 February 2026, at the invitation of the Prime Minister of Malaysia, H.E. Dato’ Seri Anwar Ibrahim.

This would be the third visit of Prime Minister to Malaysia, and the first after the elevation of the India-Malaysia bilateral relationship to a ‘Comprehensive Strategic Partnership’, in August 2024.

During the visit, Prime Minister will hold bilateral discussions with Prime Minister Anwar Ibrahim. Prime Minister will also interact with members of the Indian community, as well as industry and business representatives. The 10th India-Malaysia CEO Forum is also scheduled to be held coinciding with the visit of Prime Minister.

India and Malaysia share long-standing bonds of friendship, based on historical, civilisational and cultural connections. The relationship is further strengthened by the presence of a 2.9 million strong Indian diaspora in Malaysia, the third largest in the world.

The India-Malaysia relationship is multi-faceted and growing. The forthcoming visit of Prime Minister serves as an opportunity for both leaders to review the entire gamut of bilateral cooperation, ranging from trade and investment, defence, security and maritime cooperation, to digital and financial technology, energy, healthcare, education, culture, tourism, people-to-people ties; as well as to set the path for future engagement for mutual benefit.