“ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ନିମନ୍ତେ ବଜେଟ୍‌ରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା”
“ଜନସଂଖ୍ୟାରେ ଯୁବ ଓ ମେଧାବୀଙ୍କ ଉପସ୍ଥିତି, ଗଣତାନ୍ତ୍ରିକ ବ୍ୟବସ୍ଥା, ପ୍ରାକୃତିକ ସମ୍ପଦ ଆମକୁ ‘ମେକ୍ ଇନ୍ ଇଣ୍ଡିଆ” ପଥରେ ଆଗେଇ ନେବ”
“ଜାତୀୟ ସୁରକ୍ଷା ପ୍ରିଜିମରେ ଦେଖିଲେ ଆତ୍ମନିର୍ଭର ଭାରତ ଖୁବ୍ ଗୁରୁ୍‌ତ୍ୱପୂର୍ଣ୍ଣ”
“ବିଶ୍ୱ ଭାରତକୁ ଏକ ନିର୍ମାଣର ଶକ୍ତିକେନ୍ଦ୍ର ଭାବେ ଦେଖୁଛି”
“ନିଜ କମ୍ପାନୀ ଦେଶପାଇଁ ଯେଉଁ ସାମଗ୍ରୀ ନିର୍ମାଣ କରି ଗର୍ବିତ ତାହା ମଧ୍ୟ ଭାରତୀୟ ଗ୍ରାହକଙ୍କୁ ଗର୍ବିତ କରୁ”
“ତୁମକୁ ବୈଶ୍ୱିକମାନ ରକ୍ଷା କରିବାକୁ ହେବ ଓ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାକୁ ପଡିବ”

ନମସ୍କାର!

ଏହି ବଜେଟରେ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ନେଇ ଯେଉଁ ନିଷ୍ପତି ସବୁ ନିଆଯାଇଛି, ସେସବୁ ଆମର ଶିଳ୍ପ ଏବଂ ଅର୍ଥନୀତି, ଦୁଇଟି ଯାକ ପାଇଁ ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଆଜିକାର ଏକବିଂଶ ଶତାବ୍ଦୀର ହେଉଛି ଭାରତର ଆବଶ୍ୟକତା ମଧ୍ୟ, ଆଉ ଏହା ଆମକୁ ବିଶ୍ୱରେ ନିଜର ସାମର୍ଥ୍ୟ ଦେଖାଇବାର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ଯଦି କୌଣସି ଦେଶରୁ କଂଚାମାଲ୍ ବାହାରକୁ ଯାଏ ଆଉ ସେ ସେଥିରୁ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଆମଦାନୀ କରନ୍ତି, ଏହି ପରିସ୍ଥିତି କୌଣସି ମଧ୍ୟ ଦେଶ ପାଇଁ କ୍ଷତିର ସଉଦା ହେବ। ଅନ୍ୟ ପକ୍ଷରେ, ଭାରତ ଭଳି ବିଶାଳ ଦେଶ, କେବଳ ଏକ ବଜାର ଭଳି ହୋଇ ରହିଯାଏ, ତେବେ ଭାରତ କେବେ ହେଲେ ମଧ୍ୟ ପ୍ରଗତି କରି ପାରିବ ନାହିଁ, ନା ଆମର ଯୁବପିଢ଼ୀଙ୍କୁ ସୁଯୋଗ ପ୍ରଦାନ କରି ପାରିବ। ଏହି ବୈଶ୍ୱିକ ମହାମାରୀ ସମୟରେ ଆମ୍ଭେମାନେ ଦେଖୁଛୁ, ଯେ କେଉଁଭଳି ଭାବେ ବିଶ୍ୱରେ ଯୋଗାଣ- ଶୃଙ୍ଖଳ ଧ୍ୱସ୍ତ-ବିଧ୍ୱସ୍ତ ହୋଇଛି। ଆଉ ଏହି ସବୁ ଦିନମାନଙ୍କରେ ତ ଆମକୁ ବିଶେଷ ଭାବେ ଦେଖା ଯାଉଛି ଯେ ଯୋଗାଣ-ଶୃଙ୍ଖଳର ବିଷୟ କିଭଳି ଭାବେ ସମଗ୍ର ଦୁନିଆର ଅର୍ଥନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଯେତେବେଳେ ଆମ୍ଭେମାନେ ଏହିସବୁ ନକରାତ୍ମକ କଥାଗୁଡ଼ିକୁ ନିଜ ସାମ୍ନାରେ ଦେଖୁଛେ, ତେବେ ଟିକେ ଏହାର ଅନ୍ୟାନ୍ୟ ଦିଗଗୁଡ଼ିକୁ ଦେଖିବା, ଏହାର ପ୍ରକାଶରେ ମଧ୍ୟ ଆମକୁ ଲାଗିବ ଯେ ଏତେ ବଡ଼ ସଙ୍କଟ ଯେତେବେଳେ ଆମ ସମ୍ମୁଖରେ ରହିଥାଏ, ଆଉ କେବେ ହେଲେ ମଧ୍ୟ ପରିସ୍ଥିତି ପରିବର୍ତନ ହୋଇପାରେ, ତେବେ ମେକ୍ ଇନ୍ ଇଣ୍ଡିଆର ଆବଶ୍ୟକତା, ପୂର୍ବାପେକ୍ଷା ଅଧିକ ହୋଇଯାଏ। ଅନ୍ୟ ପକ୍ଷରେ ଯଦି ଆମେ ଦେଖିବା, କ’ଣ କୌଣସି ଏଭଳି ସକରାତ୍ମକ କଥା ଅଛି ଯାହା ଆମକୁ ମେକ୍ ଇନ୍ ଇଣ୍ଡିଆ ପାଇଁ ପ୍ରେରିତ କରିଥାଏ। ଆମେ ସୁଯୋଗ ଖୋଜି ପାରୁଛନ୍ତି କି? ଆପଣ ଦେଖନ୍ତୁ, ଯେଉଁ ଦେଶରେ ଏତେ ବ୍ୟାପକ ମାତ୍ରାରେ ଯୁବ ପିଢ଼ୀ ରହିଥିବେ, ଯୁବକ ରହିଥିବେ, ଯେଉଁ ଦେଶର ଲୋକମାନଙ୍କର ଦକ୍ଷତା ସମ୍ପର୍କିତ ବିଷୟକୁ ନେଇ କୌଣସି ପ୍ରଶ୍ନଚିହ୍ନ ନ ଥିବ, ଆବଶ୍ୟକତା ଅନୁସାରେ ଦକ୍ଷ ମାନବ ସମ୍ବଳ ବିକଶିତ କରିବା, ଜନସାଂଖିକ ବିଭାଜନ ଆଉ ଆଜି ବିଶ୍ୱ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଡ଼କୁ ଖୁବ୍ ଆଗ୍ରହ ଏବଂ ଆଶା ପୂର୍ଣ୍ଣ ଦୃଷ୍ଟିର ସହିତ ଦେଖୁଛି। ଅର୍ଥାତ ନିଜକୁ ନିଜ ମଧ୍ୟରେ ଏହା ଏଭଳି ପରିପୂର୍ଣ୍ଣ ଯେ, ଏକ ଏଭଳି କଥା ଆମ ପାଖରେ ଅଛି, ଯାହାକୁ ନେଇ ଆମେ ଏକ ବଡ଼ ସ୍ୱପ୍ନ ଦେଖି ପାରିବା। ଏହା ସହିତ ଆମେ ହେଉଛେ ଅମାପ ଖଣିଜ ସଂପଦରେ ଧନୀ। ଆମେ ଏହାର ଭରପୁର ବ୍ୟବହାର ମେକ୍ ଇନ୍ ଇଣ୍ଡିଆ ପାଇଁ କରିବା ଆବଶ୍ୟକ।

 

ବନ୍ଧୁଗଣ,

ଆଜି ବିଶ୍ୱ ଭାରତକୁ ବିନିର୍ମାଣ ଶକ୍ତି କେନ୍ଦ୍ର ଭାବେ ଦେଖୁଛି। ଆମର ବିନିର୍ମାଣ କ୍ଷେତ୍ର ହେଉଛି ଆମ ଜିଡିପିର 15 ପ୍ରତିଶତ, କିନ୍ତୁ ମେକ୍ ଇନ୍ ଇଣ୍ଡିଆର ସମ୍ମୁଖରେ ଅପାର ସମ୍ଭାବନା ରହିଛି। ଆମକୁ ଭାରତର ଏକ ବିକାଶମୁଖୀ ବିନିର୍ମାଣ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରିବା ଆବଶ୍ୟକ। ସେ କେନ୍ଦ୍ର ସରକାରଙ୍କର ହେଉ, ରାଜ୍ୟ ସରକାରଙ୍କର ହେଉ, ସ୍ଥାନୀୟ ରାଜ୍ୟ ସରକାରଙ୍କର ନିୟମ ହେଉ, ଘରୋଇ ଭାଗିଦାରୀରେ ହେଉ, କର୍ପୋରେଟ ସଂସ୍ଥାର ହେଉ, ଆମ ସମସ୍ତେ ଦେଶ ପାଇଁ ମିଳିମିଶି କିଭଳି କାର୍ଯ୍ୟ କରି ପାରିବା। ଦେଶରେ ଆଜି ଯେଉଁମାନଙ୍କର ଆବଶ୍ୟକତା ଅଛି, ଯେଉଁମାନଙ୍କର ଆବଶ୍ୟକତା ବୃଦ୍ଧି ପାଉଛି ସେଥିରେ ଆମେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବାର ଅଛି। ଏବେ ଦୁଇଟି କଥା ହେଉଛି, ଗୋଟିଏ ରପ୍ତାନୀକୁ ଧ୍ୟାନରେ ରଖି ଚିନ୍ତା କରିବା, ଅନ୍ୟଟି ହେଉଛି ଭାରତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚିନ୍ତା କରିବା। ଚାଲନ୍ତୁ, ଧରି ନେବା, ଆମେ ବିଶ୍ୱରେ ପ୍ରତିଦ୍ୱନ୍ଦୀ ହୋଇ ପାରୁ ନାହେଁ, କିନ୍ତୁ ଭାରତର ଆବଶ୍ୟକତା ଗୁଡ଼ିକୁ ଚାହିଁ ଆମେ ସେଭଳି ଗୁଣାତ୍ମକ ଉପକରଣ ଦେବା, ଫଳରେ ଭାରତର ଲୋକଙ୍କୁ ବାହାର ଜିନିଷକୁ ଦେଖିବାକୁ ପଡ଼ିବ ନାହିଁ। ଏହା ତ ଆମେ କରି ପାରିବା। ଦ୍ୱିତୀୟ କଥାଟି ହେଉଛି ଥରେ ମୁଁ ଲାଲକିଲ୍ଲାରୁ କହିଥିଲି ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ। ଅର୍ଥାତ ତ୍ରୁଟି ଶୂନ୍ୟ, ପ୍ରଭାବ ଶୂନ୍ୟ, ଆମର ଉତ୍ପାଦ ତିଳେମାତ୍ର ତ୍ରୁଟିପୂର୍ଣ୍ଣ ନ ହେବା ଆବଶ୍ୟକ, ପ୍ରନ୍ଦ୍ୱନ୍ଦିତାମୂଳକ ବିଶ୍ୱରେ ଗୁଣବତା ହିଁ ତିଷ୍ଠି ରହିଥାଏ। ଆଉ ଅନ୍ୟଟି ହେଉଛି ପରିବେଶ ସଚେତନତା ଅନୁକୂଳ ହେବା ଉଚିତ। ତେଣୁ ତ୍ରୁଟି ଶୂନ୍ୟ ପ୍ରଭାବ ପରିବେଶ ଉପରେ ଶୂନ୍ୟ ପ୍ରଭାବ ପକାଇଥାଏ, ଏହି ଦୁଇଟି ହେଉଛି ଏଭଳି ମନ୍ତ୍ର ଯାହାକୁ ଆମ ପାଇଁ ବିଶ୍ୱରେ ଗୁଣାତ୍ମକ ଭାବେ ଏବଂ ବିଶ୍ୱତାପନ ସମ୍ମୁଖରେ ଆହ୍ୱାନ ସହିତ ମୁକାବିଲା କରିବା ପାଇଁ ପଥ ନିର୍ଦ୍ଧାରଣ କରିଥାଏ। ସେହିଭଳି ଆଜି ଯେଉଁଭଳି ଭାବେ ଟେକ୍ନୋଲୋଜି ପରିବର୍ତିତ ହେଉଛି, ଯେଭଳି ଭାବେ ବିଶ୍ୱ ଯୋଗାଯୋଗରେ ଅସାଧାରଣ ଭାବେ ବିପ୍ଳବ ଆସିଛି। ଏବେ ଯେପରି ସେମି-କଂଡକ୍ଟର, ସେମି-କଂଡକ୍ଟର କ୍ଷେତ୍ରରେ ଏବେ ଆମ ପାଇଁ ଆତ୍ମନିର୍ଭରଶୀଳ ହେବା ବ୍ୟତୀତ କୌଣସି ପଥ ନାହିଁ। ମୁଁ ସ୍ୱୀକାର କରୁଛି ଯେ ମେକ୍ ଇନ୍ ଇଣ୍ଡିଆ ପାଇଁ ଏକ ନୂତନ କ୍ଷେତ୍ର, ଏକ ନୂତନ ସମ୍ଭାବନା ନେଇକରି ଆସିଛି। ଆମକୁ ଏହା ସମଗ୍ର ବିଶ୍ୱକୁ ଦେଖାଇବାକୁ ହେବ। ଏହା ସହିତ ଆମର ଆବଶ୍ୟକତା ମଧ୍ୟ ରହିଛି। ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଚିନ୍ତା କରିବା, ତେବେ ଏହା ଉପରେ ଆମର ଆହୁରି ଅଧିକ ଧ୍ୟାନ ରହିବା ଆବଶ୍ୟକ। ଆମେ ଦେଖୁଛେ ଯେ କିଭଳି ଇଭି, ଇଲେକ୍ଟ୍ରିକ୍ ଭେହିକିଲ ବା ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କ ଆକର୍ଷଣ ମଧ୍ୟ ବୃଦ୍ଧି ପାଉଛି, ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ମଧ୍ୟ ପ୍ରସ୍ତୁତ ହେଉଛି ଆଉ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଛି। କ’ଣ ଭାରତ ଏଥିରେ ଅଭିନବତା ଆଣି ପାରିବ ନାହିଁ? ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଉତ୍ପାଦନ କରି ପାରିବ ନାହିଁ? କ’ଣ ଭାରତର ଉତ୍ପାଦନକାରୀମାନେ ଏଥିରେ ନିଜର ନେତୃତ୍ୱ ନେଇ ପାରିବେ ନାହିଁ? ମୁଁ ବୁଝିପାରୁଛି ଯେ ମେକ୍ ଇନ୍ ଇଣ୍ଡିଆର ଭାବନା ସହିତ ଆମକୁ ଆଗକୁ ବଢ଼ିବା ଆବଶ୍ୟକ। କିଛି ବିଶେଷ ଧରଣର ଇସ୍ପାତ ପାଇଁ ଭାରତ ଆମଦାନୀ ଉପରେ ନିର୍ଭର କରୁଛି, ଆମର ଲୁହା ଏବେ ବିଦେଶକୁ ଯାଉଛି ଆଉ ଆମେ ସେହି ଦେଶରୁ ଏକ ଗୁଣାତ୍ମକ ଇସ୍ପାତ ପୁଣି ଆମଦାନୀ କରିବା, ଏବେ ଏହି ସ୍ଥିତି କି ପ୍ରକାରର ପରିସ୍ଥିତି ସୃଷ୍ଟି କରିଛି ଭାଇ, ଆମେ ସେହି ଲୁହାପଥରରୁ ସେହି ଧରଣର ଇସ୍ପାତ ପ୍ରସ୍ତୁତ କରି ପାରିବା ନାହିଁ ଯାହା ଆମ ଦେଶର ଆବଶ୍ୟତା ରହିଛି। ମୁଁ ଭାବୁଛି ଯେ ଏହା ହେଉଛି ଆମର କର୍ତବ୍ୟ ଏବଂ ମୁଁ ଉଦ୍ୟୋଗ ଜଗତର ଲୋକମାନଙ୍କୁ ଅନୁରୋଧ କରିବି ଯେ ଆସନ୍ତୁ ଏହି କଂଚାମାଲ ଲୁହାପଥରକୁ ବାହାରେ ବିକ୍ରିକରି ଆମେ ଦେଶକୁ କ’ଣ ଦେବା?

ସାଥୀଗଣ,

ଭାରତୀୟ ବିନିର୍ମାଣକାରୀମାନଙ୍କୁ ଏହା ଦେଖିବା ଆବଶ୍ୟକ ଯେ ଦେଶର ନିର୍ଭରତା ବାହାର ଦେଶ ଉପରେ କମ୍ ରୁ ଅତି କମ୍ ହେଉ। ଏଥିପାଇଁ ଏହି କ୍ଷେତ୍ରରେ ମଧ୍ୟ ମେକ୍ ଇନ୍ ଇଣ୍ଡିଆ ହେଉଛି ଆଜି ସମୟର ଆବଶ୍ୟକତା। ଆଉ ଏକ କ୍ଷେତ୍ର ହେଉଛି ଡାକ୍ତରୀ ଉପକରଣର। ବହୁତ ଗୁଡ଼ିଏ ଜରୁରୀ ଡାକ୍ତରୀ ଉପକରଣ ଆମେ ବାହାରୁ ମଗାଉଛୁ। କ’ଣ ଏବେ ଆମେ ଡାକ୍ତରୀ ଉପକରଣ ପ୍ରସ୍ତୁତ କରି ପାରିବା ନାହିଁ? ମୁଁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ, ଏହା କୌଣସି ଏତେ କଠିନ କାର୍ଯ୍ୟ ନୁହେଁ। ଆମର ଲୋକମାନଙ୍କ ମଧ୍ୟରେ ଏତେ ସାମର୍ଥ୍ୟ ଅଛି, ସେମାନେ କରି ପାରିବେ। ଆମେ ତାହା ଉପରେ ଅଧିକ ଗୁରୁତ୍ୱ ଦେଇ ପାରିବା କି? ଆମକୁ ଏହା ବୁଝିବାକୁ ହେବ ଯେ କୌଣସି ଜିନିଷ ବଜାରରେ ଉପଲବ୍ଧ ହେବା, ଅର୍ଥାତ ଆମେ ସନ୍ତୁଷ୍ଟ ହୋଇ ଯାଉଛେ ଯେ ଭାଇ ଲୋକମାନଙ୍କର ଆବଶ୍ୟକତା ଅନୁସାରେ ହିଁ ହେଉଛି। ବଜାରରେ ଜିନିଷ ମିଳୁଛି, କିନ୍ତୁ ସେଗୁଡ଼ିକ ହେଉଛି ବାହାରୁ ଆସିଥିବା ଜିନିଷ। ଆଉ ମେଡ଼୍ ଇନ୍ ଇଣ୍ଡିଆ ଉତ୍ପାଦ ଭାବେ ଯେତେବେଳେ ଏହା ଉପଲବ୍ଧ ହେବ ଏବଂ ସେମାନେ ଯେତେବେଳେ ଏହାକୁ ଦେଖିବେ ସେମାନଙ୍କର ମନରେ ଏହି ଭାବନା ଆସିବା ଦରକାର ଯେ ଭାଇ ବାହାର ଲୋକଙ୍କ ଜିନିଷ ଠାରୁ ଆମ ଜିନିଷ ତ ବହୁତ ଭଲ, ଆମେ ଏହାକୁ ନେବା। ଏଭଳି ସ୍ଥିତି ଆମକୁ ସୃଷ୍ଟି କରିବା ଆବଶ୍ୟକ, ଆଉ ଏହି ପ୍ରଭେଦ ଦୃଷ୍ଟିଗୋଚର ହେବା ଦରକାର। ଏବେ ଦେଖନ୍ତୁ ଆମର ଏଠାରେ ଏତେଗୁଡ଼ିଏ ପର୍ବପର୍ବାଣୀ ରହିଛି। ହୋଲି ଅଛି, ଗଶେଷ ଉତ୍ସବ ଅଛି, ଦୀପାବଳି ଅଛି, ଏଥିପାଇଁ ଅନେକଗୁଡ଼ିଏ ଜିନିଷର ଏହି ଉତ୍ସବ ସମୟରେ ବ୍ୟାପକ ସ୍ତରରେ ଏକ ବଡ଼ ବଜାର ସୃଷ୍ଟି ହୋଇଥାଏ, ବ୍ୟାପକ ସ୍ତରରେ ଆବଶ୍ୟକତା ପଡ଼ିଥାଏ ଆଉ ତାହା ଛୋଟ-ଛୋଟ ଲୋକମାନଙ୍କୁ ଦୈନନ୍ଦିନ ରୋଜଗାରର ସୁଯୋଗ ଦେଇଥାଏ, କିନ୍ତୁ ଆଜି ସେଠାରେ ମଧ୍ୟ ବିଦେଶୀ ଜିନିଷ ନିଜ ପାଇଁ ସ୍ଥାନ ସୃଷ୍ଟି କରି ନେଇଛି। ପୂର୍ବରୁ ଏହି ସମସ୍ତ ଜିନିଷର ଚାହିଦା ଆମର ସ୍ଥାନୀୟ ଉତ୍ପାଦକମାନେ ପୂରଣ କରୁଥିଲେ ଆଉ ବହୁତ ଭଲ ଢ଼ଂଗରେ କରୁଥିଲେ। ଏବେ ପରିବର୍ତିତ ସମୟରେ ସେମାନଙ୍କ ଜିନିଷକୁ ବଦଳାଇବାର ଅଛି। ପୂରୁଣା ଧାରାରେ ଆମେ ରହି ପାରିବା ନାହିଁ । ଆଉ ମୁଁ ଚାହୁଁଛି ଯେ ସେଥିରେ ଆପଣମାନଙ୍କୁ ନେତୃତ୍ୱ ନେବା ଆବଶ୍ୟକ ଆଉ ଯେତେବେଳେ ମୁଁ ବହୁତ ଥର ଭୋକାଲ ଫର୍ ଲୋକାଲ ପାଇଁ କହୁଛି ସେତେବେଳେ ମୁଁ ଦେଖୁଛି କିଛି ଲୋକଙ୍କୁ ଲାଗୁଛି ଯେ ଦୀପାବଳିର ଦୀପ ଏହା କିଣିବା ଅର୍ଥ ଭୋକାଲ ଫର୍ ଲୋକାଲ ହୋଇଗଲା। ନାହିଁ ଭାଇ, ଏହା ମୁଁ ଦୀୱାଲିର ଦୀପ ପାଇଁ କହୁନାହିଁ। ଏଭଳି ବହୁତ କିଛି ଜିନିଷ ଅଛି, ଟିକେ ଦୃଷ୍ଟି ପକାଇ ନିଅନ୍ତୁ। ମୁଁ ଥରେ ଗୋଟିଏ ଛୋଟ ବିଷୟରେ କହିଥିଲି, ଆପଣମାନେ ମଧ୍ୟ ଯେଉଁମାନେ ମୋ କର୍ମଶାଳାରେ ଅଛନ୍ତି ନା, ଗୋଟିଏ- ଗୋଟିଏ କାମ କରନ୍ତୁ, ଆପଣ ନିଜର  ପିଲାମାନଙ୍କ ସହିତ ବସନ୍ତୁ। ନିଜ ଘରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେଉଁ ଜିନିଷର ବ୍ୟବହାର କରୁଛନ୍ତି, ସେଥିମଧ୍ୟରୁ କେତେ ଜିନିଷ ଅଛି ଆପଣ ଭାରତୀୟ ଜିନିଷ ଉପଯୋଗ କରୁ ନାହାଁନ୍ତି ଆଉ ଅନିର୍ବାଜ୍ୟ କାରଣବଶତଃ ବିଦେଶୀ ଜିନିଷକୁ ନେବାକୁ ହିଁ  ପଡ଼ୁଛି, ତାକୁ ଅଲଗା କରନ୍ତୁ। ଆଉ ପୁଣି ଦେଖନ୍ତୁ, ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯେ କି ଆମେ କ’ଣ କରୁଛେ। ଆଉ ଏଥିପାଇଁ ଯେଉଁ ଉତ୍ପାଦନକାରୀ ଅଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଆଗକୁ ଆଣିବାକୁ ଚାହୁଁଛି।

ସାଥୀଗଣ,

ଆଉ ଏକ ବିଷୟ ହେଉଛି ଭାରତରେ ପ୍ରସ୍ତୁତ ହେଉଥିବା ଉତ୍ପାଦର ବ୍ରାଣ୍ଡିଂ କରିବା। ଏବେ ମୁଁ ତ ଦେଖୁଛି, ଆମର କମ୍ପାନୀଗୁଡ଼ିକ ନିଜ ଉତ୍ପାଦର ବହୁତ ଗୁଡ଼ିଏ ବିଜ୍ଞାପନ ଦେଉଛନ୍ତି, କୌଣସି ଏକ ବିଜ୍ଞାପନରେ ଚାପଗ୍ରସ୍ତ ହୋଇ ଭୋକାଲ ଫର୍ ଲୋକାଲ କଥା କହୁ ନାହାଁନ୍ତି। ମେକ୍ ଇନ୍ ଇଣ୍ଡିଆ କଥା କହୁ ନାହାଁନ୍ତି। ଆପଣ ନିଜର ବିଜ୍ଞାପନ କରୁଛନ୍ତି, ଏହା ସହିତ ଏହାକୁ ମଧ୍ୟ କୁହନ୍ତୁ ନା, ଆପଣଙ୍କର କ’ଣ ଅସୁବିଧା ହେଉଛି? ଆପଣଙ୍କ ଜିନିଷ ବିକ୍ରି ହେବାର ଅଛି ଆଉ ଏହାକୁ ଦେଶରେ ଆଜି ମଧ୍ୟ ଦେଶ ପ୍ରତି ଭାବନା ରଖୁଥିବା ଏକ ବହୁତ ବଡ଼ ସମୁଦାୟ ଅଛନ୍ତି, ଯେଉଁମାନେ ଏହି ବିଷୟରେ ସଚେତନତାର ସହିତ ଚେଷ୍ଟା କରିଥାଆନ୍ତି। କିନ୍ତୁ ଆପଣ ତାହାକୁ ଉତ୍ସାହିତ କରିବା ପାଇଁ ଏକ ବ୍ୟବସାୟିକ ରଣନୀତି ସହିତ କରିବା ଉଚିତ। ଆପଣ ନିଜ କମ୍ପାନୀର ଯେଉଁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି, ତାକୁ ନେଇ ଆପଣ ନିଜେ ମଧ୍ୟ ଗର୍ବ କରନ୍ତୁ ଆଉ ଲୋକମାନଙ୍କୁ ମଧ୍ୟ ଗର୍ବ କରିବା ଲାଗି ପ୍ରେରଣା ଦିଅନ୍ତୁ। ଆପଣଙ୍କ ପରିଶ୍ରମ କୌଣସି ପ୍ରକାରରେ ବେକାର ନୁହେଁ, ଆପଣଙ୍କ ଜିନିଷ ହେଉଛି ବହୁତ ଭଲ। ଆମର ଲୋକମାନଙ୍କର ଶ୍ୱେଦର ବାସ୍ନା ଏଥିରେ ଅଛି, ସେମାନଙ୍କୁ ଭାବାତ୍ମକ ରୂପରେ ଯୋଡ଼ନ୍ତୁ ଆଉ ମୁଁ ଚାହୁଁଛି ଆପଣମାନଙ୍କ ପାଇଁ ଏକ ଏକ ସାଧାରଣ ବ୍ରାଣ୍ଡିଂ ବିଷୟରେ ଚିନ୍ତା କରାଯାଇ ପାରେ। ସରକାର ଏବଂ ଘରୋଇ ଗୋଷ୍ଠୀ ମିଳିମିଶି ଆମେ ଏକ ଭଲ ଜିନିଷ ବିକଶିତ କରି ପାରିବା।

ସାଥୀଗଣ,

ଆମର ଘରୋଇ କ୍ଷେତ୍ରକୁ ନିଜର ଉତ୍ପାଦ ପାଇଁ କେନ୍ଦ୍ର ମଧ୍ୟ ଖୋଜିବାର ଅଛି। ଆମକୁ ଆର ଆଣ୍ଡ ଡି ଉପରେ ନିଜର ନିବେଶ ବୃଦ୍ଧି କରିବାର ଅଛି ଏବଂ ଉତ୍ପାଦ ବିଭାଗକୁ ବିକେନ୍ଦ୍ରୀକରଣ କରିବା ପାଇଁ ଆଧୁନିକତା ଉପରେ ମଧ୍ୟ ଯୋର୍ ଦେବାକୁ ହେବ। ଏବେ ଯେଭଳି ଏହା ଆପଣମାନଙ୍କୁ ଜଣାଥିବ ଯେ ବର୍ଷ 2023କୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ବାଜରା (ମାଣ୍ଡିଆ) ବର୍ଷ ଭାବେ ପାଳନ କରାଯିବ। ଏବେ ସ୍ୱାଭାବିକ ଯେ ମାଣ୍ଡିଆ ପ୍ରତି ଲୋକଙ୍କର ଆକର୍ଷଣ ବୃଦ୍ଧି ପାଇବ। କ’ଣ ଭାରତର ମାଣ୍ଡିଆ ବିଶ୍ୱର ଡାଇନିଂ ଟେବୁଲରେ ଅଳ୍ପ ବହୁତ ପହଂଚୁ, ଏହି ସ୍ୱପ୍ନ ହିନ୍ଦୁସ୍ତାନୀଙ୍କର ହେବା ଉଚିତ ନୁହେଁ? ଆମର କ୍ଷୁଦ୍ର ଚାଷୀମାନେ ଆମକୁ କେତେ ଆଶୀର୍ବାଦ ଦେବେ। ଆଉ ସେମାନଙ୍କ ପାଇଁ ସେହି ଦେଶର ଯେଉଁ ସ୍ୱାଦ ଅଛି, ସେହିପରି ଆମର ମାଣ୍ଡିଆକୁ ଦେଖିବା, କିଭଳି ଭାବେ ଆମର ମାଣ୍ଡିଆ ସେଠାରେ ପହଂଚିବ, ଏହି କାର୍ଯ୍ୟ ଆମେ କରି ପାରିବା ଆଉ ମୁଁ ଭାବୁଛି ଯେ ଆମେ ଏହା କରିବା ଉଚିତ। ଆପଣ ନିଶ୍ଚିତ ଏଥିରେ ସଫଳ ହୋଇ ପାରିବେ। ବିଶ୍ୱର ବଜାରକୁ ଅନୁଧ୍ୟାନ କରି, ଅଧିକରୁ ଅଧିକ ଉତ୍ପାଦନ ଏବଂ ପ୍ୟାକେଜିଂ ପାଇଁ ଆମକୁ ନିଜର ମିଲଗୁଡ଼ିକ ମଧ୍ୟ ଏବେଠାରୁ ହିଁ ପ୍ରସ୍ତୁତ କରିବା ଉଚିତ। ଖଣିଜ, କୋଇଲା, ପ୍ରତିରକ୍ଷା ଏହା ଏଭଳି କ୍ଷେତ୍ର ସବୁ ବିକଶିତ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି। କ’ଣ ଆମେ ଏବେଠାରୁ ଏହି କ୍ଷେତ୍ରଦ୍ୱାରା ହେଉଥିବା ରପ୍ତାନୀ ପାଇଁ କୌଣସି ରଣନୀତି କରି ପାରିବା? ଆପଣମାନଙ୍କୁ ମଧ୍ୟ ବିଶ୍ୱସ୍ତରୀୟ ମାନ ବଜାୟ ରଖିବାକୁ ହେବ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା ମଧ୍ୟ କରିବାକୁ ପଡ଼ିବ।

ସାଥୀଗଣ,

ଚଳିତ ବଜେଟରେ ଋଣ ଯୋଗାଣ ଏବଂ ବୈଷୟିକ ଜ୍ଞାନର ଆଧୁନିକୀକରଣ ମାଧ୍ୟରେ ଏମଏସଏମଇକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସରକାର ଏମଏସଏମଇ ପାଇଁ 6 ହଜାର କୋଟି ଟଙ୍କାର ଆରଏଏମପି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛନ୍ତି। ବଜେଟରେ ଭାରୀ ଉଦ୍ୟୋଗ ଏବଂ ଏମଏସଏମଇ ପାଇଁ, କୃଷକଙ୍କ ପାଇଁ, ନୂତନ ରେଳବାଇ ଲଜିଷ୍ଟିକ୍ ଉତ୍ପାଦ ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଡାକ ଏବଂ ରେଳ ନେଟୱର୍କର ସମନ୍ୱୟ ଦ୍ୱାରା ଲଘୁ ଉଦ୍ୟୋଗୀ ଏବଂ ଦୂର-ଦୂରାନ୍ତରେ ଯୋଗାଯୋଗ ଜନିତ ସମସ୍ୟାର ସମାଧାନ ହେବ। ଆମେ ଏହି କ୍ଷେତ୍ରରେ ମଧ୍ୟ ଅଭିନବ ଉତ୍ପାଦ ବିକଶିତ କରିବାର ଅଛି ଏବଂ ଏଥିରେ ମଧ୍ୟ ଆପଣମାନଙ୍କର ସକ୍ରିୟ ଯୋଗଦାନ ଆବଶ୍ୟକ ହେବ। ଆଂଚଳିକ ବିନିର୍ମାଣ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ ଡିଭାଇନ୍ ଯୋଜନା ମଧ୍ୟ ହେଉଛି ବଜେଟର ଏକ ଅଂଶ ଯାହା ବିଶେଷ ଭାବେ ଉତର-ପୂର୍ବାଂଚଳ ପାଇଁ ରହିଛି। କିନ୍ତୁ ଏହି କଳ୍ପନାକୁ ଆମେ ଦେଶର ଭିନ୍ନ-ଭିନ୍ନ ଅଂଚଳରେ, ଭିନ୍ନ- ଭିନ୍ନ ଭାବେ ଏହାର ମଧ୍ୟ ଏକ ମଡେଲ ବିକଶିତ କରି ପାରିବା। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଆଇନରେ ସଂସ୍କାର ଦ୍ୱାରା ଆମର ରପ୍ତାନୀକୁ ବହୁତ ପ୍ରୋତ୍ସାହନ ମିଳିବ, ଆଉ ମେକ୍ ଇନ୍ ଇଣ୍ଡିଆର ଶକ୍ତି ବୃଦ୍ଧି ପାଇବ। ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଆମକୁ ନିଜର ବର୍ତମାନର ଏସଇଜେଡ଼୍ କାର୍ଯ୍ୟ ପ୍ରଣାଳୀରେ କିଭଳି ଭାବେ ପରିବର୍ତନ କରି ପାରିବା, ଏହି ଦିଗରେ ମଧ୍ୟ ଆପଣଙ୍କର ପ୍ରସ୍ତାବ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।

ବନ୍ଧୁଗଣ,

ଉଦ୍ୟୋଗକୁ ସାଙ୍ଗରେ ନେଇ ଗୋଟିଏ ପରେ ଗୋଟିଏ କ୍ରମାଗତ ଭାବେ ଯେଉଁସବୁ ସଂସ୍କାର ହୋଇଛି, ତାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ଉଦାହରଣ ସ୍ୱରୂପ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ବ୍ୟାପକ ସ୍ତରରେ ପିଏଲଆଇକୁ ଧରି ନିଅନ୍ତୁ, ଡିସେମ୍ବର 2021 ପର୍ଯ୍ୟନ୍ତ ଏହାର ଲକ୍ଷ୍ୟ ବିଭାଗ ଅନୁସାରେ ଆମେ 1 ଲକ୍ଷ କୋଟି ଟଙ୍କାର ଉତ୍ପାଦନକୁ ମଧ୍ୟ ଅତିକ୍ରମ କରି ସାରିଛେ। ଆମର ଅନେକ ପିଏଲଆଇ ଯୋଜନା ସମ୍ପ୍ରତି କାର୍ଯ୍ୟାନ୍ୱୟନର ବହୁତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି। ଆପଣଙ୍କର ପରାମର୍ଶ ଏହାର କାର୍ଯ୍ୟନ୍ୱୟନକୁ ଆହୁରି ଗତି ପ୍ରଦାନ କରିବ।

ସାଥୀଗଣ,

ଭାରତର ବିନିର୍ମାଣର ଯାତ୍ରାରେ ଅଭିଯୋଗର ବୋଝ ବହୁତ ବଡ଼ ପ୍ରତିବନ୍ଧକ ହୋଇ ରହିଛି। ବିଗତ ବର୍ଷ ହିଁ ଆମେ 25 ହଜାରରୁ ଅଧିକ ଅଭିଯୋଗକୁ ଶେଷ କରିଛୁ, ଲାଇସେନ୍ସର ସ୍ୱୟଂ ନବୀକରଣର ବ୍ୟବସ୍ଥା ଆରମ୍ଭ କରିଛୁ। ସେହିଭଳି ଡିଜିଟାଇଜେସନ ଦ୍ୱାରା ମଧ୍ୟ ଆଜି ନିୟନ୍ତ୍ରିତ କାର୍ଯ୍ୟଖସଡ଼ାରେ ଗତି ଏବଂ ପାରଦର୍ଶିତା ଆସୁଛି। କମ୍ପାନୀ ପ୍ରତିଷ୍ଠା କରିବା ପାଇଁ କମନ୍ ସ୍ପାଇସ୍ ଫର୍ମଠାରୁ ନେଇ ଜାତୀୟ ଏକକ ବାତାୟାନ ବ୍ୟବସ୍ଥା ପର୍ଯ୍ୟନ୍ତ, ଏବେ ପ୍ରତ୍ୟେକ ଷ୍ଟାର୍ଟ-ଅପ୍ ଉପରେ ଆମର ବିକାଶ ଅନୁକୂଳ ଅଭିବ୍ୟକ୍ତିକୁ ଅନୁଭବ କରିହେଉଛିି।

ବନ୍ଧୁଗଣ,

ଆମକୁ ଆପଣମାନଙ୍କର ଅଧିକରୁ ଅଧିକ ସହଯୋଗ ଆବଶ୍ୟକ, ନବସୃଜନ ଆବଶ୍ୟକ ଏବଂ ଗବେଷଣା ଆଧାରିତ ଭବିଷ୍ୟତ ଆଭିମୁଖ୍ୟ ଦରକାର। ମୋର ସଂମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆମର ଏହି ୱେବିନାରରେ ଯାହା ମନ୍ଥନ ହେବ, ତାହା ମେକ୍ ଇନ୍ ଇଣ୍ଡିଆର ମିଶନକୁ ଆହୁରି ଅଧିକ ଦୃଢତା ପ୍ରଦାନ କରିବ। ମୁଁ ଆପଣ ସମସ୍ତଙ୍କ ସମ୍ମୁଖରେ ଏହି ଅନୁରୋଧ ରଖିବି। ଦେଖନ୍ତୁ ଏହି ୱେବିନାର ଗୋଟିଏ ଗଣତନ୍ତ୍ରର ହେଉଛି ସେହି ରୂପ, ଯାହା ବୋଧହୁଏ ବହୁତ କମ୍ ଲୋକଙ୍କ ଧ୍ୟାନ ସେହି ଦିଗକୁ ଯାଇଛି। ଜନ ପ୍ରତିନିଧି ବଜେଟର ଚର୍ଚ୍ଚା କରନ୍ତୁ ଆଉ ବଜେଟକୁ ଆଗକୁ ବଢ଼ାନ୍ତୁ। ସରକାରୀ ବାବୁ ଏବଂ ରାଜନୈତିକ ନେତୃତ୍ୱ ବଜେଟର ଆଧାରରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ। ପ୍ରଥମ ଥର ପାଇଁ ବଜେଟ ପ୍ରସ୍ତୁତ କରିବା ପରେ 1 ଅପ୍ରେଲରୁ ଦୁଇ ମାସର ସମୟ ମିଳୁଛି, ସେଥିରେ ବଜେଟର ପ୍ରତ୍ୟେକ ବ୍ୟବସ୍ଥାର ଚର୍ଚ୍ଚା ହିତଧାରକଙ୍କ ସହିତ ମୁଁ କରିପାରୁଛି। ଆପଣମାନଙ୍କ ଠାରୁ ମୁଁ ପରାମର୍ଶ ନେଉଛି, ଆପଣମାନଙ୍କର ଭାଗିଦାରୀ ଚାହୁଁଛି ଆଉ ମୁଁ ଚାହୁଁଛି ଯେ କାର୍ଯ୍ୟାନ୍ୱୟନ କରିବା ସମୟରେ ପୂର୍ଣ୍ଣଛେଦ, କମା, ଏପଟ ସେପଟ ହୋଇ ଯାଇଥାଏ ଯାହା ଫାଇଲଗୁଡ଼ିକୁ 6-6 ମାସ ପର୍ଯ୍ୟନ୍ତ ବୁଲାଇଥାଏ। ମୁଁ ସେହି ସମୟକୁ ବଂଚାଇବାକୁ ଚାହୁଁଛି। ଆପଣମାନଙ୍କୁ ଜଣାଅଛି କାରଣ ଆପଣ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଆପଣମାନଙ୍କୁ ଜଣାଅଛି ଯେ ବଜେଟ ଅଛି। କିଛି ବଜେଟ ଆଧାରରେ ଏଭଳି କରିବା ତେବେ ଏତେ ଲାଭ ହେବ, ଏଭଳି କରିବା ତେବେ ସେତିକି ଲାଭ ହେବ। ଆପଣ ଉତମ ବାସ୍ତବବାଦୀ ପରିବର୍ତିତ ପ୍ରସ୍ତାବ ଦେଇ ପାରିବେ। ଆଜି ଆମେ ବଜେଟ କିପରି ହେଉ, ଏହାର ଚର୍ଚ୍ଚା କରୁ ନାହେଁ, ଆଜି ଆମେ ବଜେଟକୁ କିପରି ଲାଗୁ କରିବା, ଏହାର ଚର୍ଚ୍ଚା କରୁଛେ। ଅଧିକରୁ ଅଧିକ ସରଳତା ହେଉ, ଅଧିକରୁ ଅଧିକ ପରିଣାମ ମିଳୁ, ଅଧିକରୁ ଅଧିକ ପ୍ରଭାବଶାଳୀ ହେଉ, ଏହି ଲକ୍ଷ୍ୟକୁ ନେଇ ଆମର ଏହି ଚର୍ଚ୍ଚା କେନ୍ଦ୍ରିତ ହୋଇ ରହିବ। ସରକାରଙ୍କ ତରଫରୁ ଆମେ ଆପଣମାନଙ୍କୁ ଜ୍ଞାନ ଦେବାପାଇଁ ଏହି ୱେବିନାର କରି ନାହୁଁ। ଏହି ୱେବିନାର ଆପଣମାନଙ୍କ ଠାରୁ ଶିଖିବା ପାଇଁ କରାଯାଇଛି, ଆପଣମାନଙ୍କ ଠାରୁ ବୁଝିବା ପାଇଁ ହୋଇଛି ଆେଉ ଏଥିପାଇଁ ସରକାରଙ୍କର ସମ୍ପୂର୍ଣ୍ଣ ବ୍ୟବସ୍ଥା ଆପଣମାନଙ୍କୁ ଶୁଣିବାକୁ ବସିଛନ୍ତି ଆଉ ସେହି ଆଧାରରେ ଆମେ 1 ଅପ୍ରେଲରୁ ଆମର ବଜେଟକୁ କିଭଳି ଭଲଭାବେ ଲାଗୁ କରି ପାରିବା, ଏହା ଆମକୁ ଚିନ୍ତା କରିବାର ଅଛି। ମୁଁ କିଛି ଉଦ୍ୟୋଗ ଜଗତର ଲୋକଙ୍କୁ ଅନୁରୋଧ କରିବି, ଆପଣମାନେ କେଉଁ ଆହ୍ୱାନକୁ ନେଇ ପାରିବେ, ଯାହାଦ୍ୱାରା ଆମ ଦେଶରୁ ଅମୁକ ଜିନିଷ ଆମଦାନୀ ହେଉଛି। ମୁଁ ଏକବର୍ଷ ମଧ୍ୟରେ ଏଭଳି ସ୍ଥିତି ସୃଷ୍ଟି କରିବି ଯେ ଏହି ଦେଶକୁ ଅମୁକ ଜିନିଷକୁ କେବେ ମଧ୍ୟ ଆମଦାନୀ କରିବାକୁ ପଡ଼ିବ ନାହିଁ। ଦେଶର 100 ସାମଗ୍ରୀ ଆମଦାନୀ ହେଉଛି ତେବେ ମୁଁ ଦୁଇ ସାମଗ୍ରୀ କମ୍ କରିବାର କାର୍ଯ୍ୟ କରିବି। କିଏ କହିବ ତିନୋଟି ସାମଗ୍ରୀ ମୁଁ କରି ଦେବି। ଏହିଭଳି ଭାବେ ସମ୍ପୂର୍ଣ୍ଣ ଭାରତର ମେକ୍ ଇନ୍ ଇଣ୍ଡିଆକୁ ମୁଁ କରି ପାରିବି। ଆମର ସ୍ୱପ୍ନ ହେବା ଉଚିତ। ମୁଁ ଜଣେ କୃଷକଙ୍କୁ ଜାଣିଛି, ସେହି କୃଷକ ସ୍ଥିରକଲେ ଯେ ପଂଚ ତାରକା ହୋଟେଲକୁ ଯେଉଁ ପରିବା ଆସୁଛି। ସେ ସ୍ଥିର କଲେ ଯେ ସେ ସେହିସବୁ ପରିବାକୁ ପଂଚ ତାରକା ହୋଟେଲରେ ଯେଉଁ ଛୋଟ ଟମାଟୋ ଦରକାର, ଛୋଟ ପିଆଜ ଦରକାର, ଛୋଟ ମକା ଦରକାର, କହିଲେ ମୁଁ ଏହା ଉତ୍ପାଦନ କରିବି। କିନ୍ତୁ ଏହା ମୋ ଦେଶରେ ପ୍ରସ୍ତୁତ ହେଉ। ମୁଁ ଏହା ଦେଖିଲି ଯେ ସେ ଅଧିକ ଲେଖାପଢ଼ା ଜାଣିଥିବା କୃଷକ ନଥିଲେ, ସେ ପରିଶ୍ରମ କଲେ, ସେ ଲୋକଙ୍କ ସହାୟତା ନେଲେ ଆଉ ସେ ସେହି ଜିନିଷ ଦେଲେ ଯାହା ହିନ୍ଦୁସ୍ତାନର ପଂଚ ତାରକା ହୋଟେଲ ଗୁଡ଼ିକ ତାଙ୍କଠାରୁ ନେବା ଆରମ୍ଭ କଲେ। ତାଙ୍କୁ ମଧ୍ୟ କିଛି ଟଙ୍କା ଲାଭ ହେଲା, ଦେଶକୁ ମଧ୍ୟ ଲାଭ ହେଲା। ତେବେ ଏହି କାର୍ଯ୍ୟ ମୋର ଉଦ୍ୟୋଗ ଜଗତର ଲୋକ କରି ପାରିବେ ନାହିଁ କି? ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଏହା ଆପଣମାନଙ୍କର, ଆଉ ହେଉଛି ଦେଶର ଆପଣମାନଙ୍କ ଉପରେ ଅଧିକାର। ଆଉ ଏଥିପାଇଁ ମୁଁ କହୁଛି ଯେ ଭାରତକୁ ସୁଦୃଢ଼ କରିବା ପାଇଁ ଆପଣମାନଙ୍କ ଉଦ୍ୟୋଗ ସୁଦୃଢ଼ ହେଉ, ଏହା ଆମେ ଚାହୁଁଛୁ। ଆପଣଙ୍କର ଉତ୍ପାଦ ସାରା ବିଶ୍ୱରେ ସୁନାମ ଅର୍ଜନ କରୁ, ଏହା ଆମେ ଚାହୁଁଛୁ। ଆଉ ଏଥିପାଇଁ ଆମେ ମିଳିମିଶି ସ୍ଥିର କରିବା, ମିଳିମିଶି ଆଗକୁ ବଢ଼ିବା। ଏଥିଲାଗି ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରିଛି। ଆପଣମାନେ ସମୟ ଦେଇଛନ୍ତି, ସାରାଦିନ ଏହି ସମୟ ଅଧିକ ଫଳପ୍ରଦ ହେଉ, ମୁଁ ଏହା ଆଶା କରିବି। ମୋର ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା!

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares glimpses of his interaction with students from multiple locations in the second episode of Pariksha Pe Charcha 2026
February 10, 2026

The Prime Minister, Shri Narendra Modi shared glimpses from his interaction with students in 9th edition of Pariksha Pe Charcha (PPC) 2026. The Prime Minister had an informal interaction with Exam Warriors from Coimbatore, Chhattisgarh, Gujarat and Assam during the second episode of PPC 2026. Welcoming students to the special edition of ‘Pariksha Pe Charcha’, Shri Modi noted that this time the programme was held across different parts of the country.


Shri Modi posted on X :

"Interacting with students during #ParikshaPeCharcha26 in Coimbatore, Tamil Nadu was a phenomenal experience. From Startups and AI to self-discipline and dreams of building a Viksit Bharat, the curiosity and clarity of today’s young minds are outstanding."

"During #ParikshaPeCharcha26, conversations with students from Chhattisgarh revealed a generation that is curious, thoughtful and aware. From balancing studies and sports to caring for the environment and developing leadership qualities, their questions reflected clarity of thought."

"#ParikshaPeCharcha26 in Gujarat went beyond just exam preparation. Their questions reflected a deep desire to learn and grow with confidence. Students spoke freely about managing pressure in critical situations, the important role of teachers and more. They even showcased wonderful Warli, Pithora and Lippan art."

"From managing stress and comparisons to building self-confidence and healthy routines, #ParikshaPeCharcha26 with students in Assam covered it all. It reflected their aspirations to do well in exams, grow while at the same time staying connected to their roots and culture."