ଚଳିତ ବର୍ଷର କେନ୍ଦ୍ର ବଜେଟ୍ ଏକ ସୁଦୃଢ଼ ଶ୍ରମଶକ୍ତି ଏବଂ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ପାଇଁ ପଥ ପରିଷ୍କାର କରିଛି : ପ୍ରଧାନମନ୍ତ୍ରୀ
ନିବେଶ କ୍ଷେତ୍ରରେ ଭିତ୍ତିଭୂମି ଏବଂ ଶିଳ୍ପ ଭଳି ଆମେ ଜନସାଧାରଣ, ଅର୍ଥବ୍ୟବସ୍ଥା ଏବଂ ନବସୃଜନକୁ ସମାନ ପ୍ରାଥମିକତା ଦେଇଛୁ : ପ୍ରଧାନମନ୍ତ୍ରୀ
ଲୋକମାନଙ୍କ ମଧ୍ୟରେ ନିବେଶର ପରିକଳ୍ପନା ତିନୋଟି ସ୍ତମ୍ଭ ଉପରେ ଆଧାରିତ-ଶିକ୍ଷା, ଦକ୍ଷତା ଏବଂ ସ୍ୱାସ୍ଥ୍ୟସେବା! : ପ୍ରଧାନମନ୍ତ୍ରୀ
ଆଜି ଆମେ ଅନେକ ଦଶନ୍ଧି ପରେ ଭାରତର ଶିକ୍ଷା ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଦେଖୁଛୁ : ପ୍ରଧାନମନ୍ତ୍ରୀ
ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଲିମେଡିସିନ୍ ସୁବିଧାର ସମ୍ପ୍ରସାରଣ କରାଯାଉଛି : ପ୍ରଧାନମନ୍ତ୍ରୀ
ଡେ-କେୟାର କର୍କଟ କେନ୍ଦ୍ର ଏବଂ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ମାଧ୍ୟମରେ ଆମେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଶେଷ ପର୍ଯ୍ୟନ୍ତ ନେବାକୁ ଚାହୁଁଛୁ : ପ୍ରଧାନମନ୍ତ୍ରୀ
ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବଜେଟରେ ଅନେକ ନିଷ୍ପତ୍ତି ନିଆଯାଇଛି : ପ୍ରଧାନମନ୍ତ୍ରୀ
ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ସାରା ଦେଶରେ ୫୦ ଟି ସ୍ଥାନର ବିକାଶ କରାଯିବ : ପ୍ରଧାନମନ୍ତ୍ରୀ
ଏହି ସ୍ଥାନରେ ହୋଟେଲଗୁଡ଼ିକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରିବା ଦ୍ୱାରା ପର୍ଯ୍ୟଟନର ସହଜତା ବୃଦ୍ଧି ପାଇବ ଏବଂ ସ୍ଥାନୀୟ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ : ପ୍ରଧାନମନ୍ତ୍ରୀ

ନମସ୍କାର!

 ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ୱେବିନାରରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ । ଲୋକ, ଅର୍ଥନୀତି ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ହେଉଛି ଏକ ବିଷୟବସ୍ତୁ ଯାହା ଏକ ବିକଶିତ ଭାରତର ରୋଡମ୍ୟାପ୍ କୁ ନିର୍ଦ୍ଧାରଣ କରେ | ଚଳିତ ବର୍ଷବଜେଟରେ ଏହାର ପ୍ରଭାବ ବହୁତ ବଡ ଧରଣର ଦେଖିବାକୁ ମିଳିବ । ତେଣୁ ଏହି ବଜେଟ୍ ଭାରତର ଭବିଷ୍ୟତ ପାଇଁ ବ୍ଲୁ ପ୍ରିଣ୍ଟ ଭାବେ ଉଭା ହୋଇଛି। ଭିତ୍ତିଭୂମି ଏବଂ ଶିଳ୍ପରେ ପୁଞ୍ଜିନିବେଶକୁ ଆମେ ଯେତିକି ପ୍ରାଥମିକତା ଦେଇଛୁ, ସେତିକି ଲୋକ, ଅର୍ଥନୀତି ଓ ଉଦ୍ଭାବନକୁ ମଧ୍ୟ ପ୍ରାଥମିକତା ଦେଇଛୁ। ଆପଣ ସମସ୍ତେ ଜାଣନ୍ତି ଯେ ଦକ୍ଷତା ବୃଦ୍ଧି ଏବଂ ପ୍ରତିଭା ବିକାଶ ଦେଶର ପ୍ରଗତିର ଭିତ୍ତିପ୍ରସ୍ତର ଭାବରେ କାର୍ଯ୍ୟ କରେ । ତେଣୁ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଆମକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏଥିପାଇଁ ସମସ୍ତ ହିତାଧିକାରୀ ଆଗେଇ ଆସିବା ଦରକାର। କାରଣ ଦେଶର ଅର୍ଥନୈତିକ ସଫଳତା ପାଇଁ ଏହା ଜରୁରୀ । ଏଥିସହିତ ଏହା ହିଁ ପ୍ରତ୍ୟେକ ସଂଗଠନର ସଫଳତାର ଆଧାର ମଧ୍ୟ।

 

ବନ୍ଧୁଗଣ,

 

ଶିକ୍ଷା, ଦକ୍ଷତା ଓ ସ୍ୱାସ୍ଥ୍ୟସେବା ଭଳି ତିନୋଟି ସ୍ତମ୍ଭ ଉପରେ ଲୋକଙ୍କ ପୁଞ୍ଜିନିବେଶର ଦୃଷ୍ଟିକୋଣ ରହିଛି। ଅନେକ ଦଶନ୍ଧି ପରେ ଭାରତର ଶିକ୍ଷା ବ୍ୟବସ୍ଥାରେ କିପରି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆସୁଛି ତାହା ଆଜି ଆପଣ ଦେଖୁଛନ୍ତି । ଜାତୀୟ ଶିକ୍ଷା ନୀତି, ଆଇଆଇଟିର ସମ୍ପ୍ରସାରଣ, ଶିକ୍ଷା ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ଏକୀକରଣ, ଏଆଇର ସମ୍ପୂର୍ଣ୍ଣ ସମ୍ଭାବ୍ୟ ବ୍ୟବହାର, ପାଠ୍ୟପୁସ୍ତକର ଡିଜିଟାଇଜେସନ୍ ଏବଂ ୨୨ଟି ଭାରତୀୟ ଭାଷାରେ ଶିକ୍ଷଣ ସାମଗ୍ରୀ ଯୋଗାଇବା ଭଳି ପ୍ରମୁଖ ପଦକ୍ଷେପ ଗୁଡ଼ିକ ମିଶନ ମୋଡରେ ଜାରି ରହିଛି। ଏହି କାରଣରୁ ଆଜି ଭାରତର ଶିକ୍ଷା ବ୍ୟବସ୍ଥା ଏକବିଂଶ ଶତାବ୍ଦୀର ବିଶ୍ୱର ଆବଶ୍ୟକତା ଓ ମାନଦଣ୍ଡ ସହ ମେଳ ଖାଉଛି ।

ବନ୍ଧୁଗଣ,

 

ସରକାର ୨୦୧୪ ମସିହାରୁ ୩ କୋଟିରୁ  ଅଧିକ ଯୁବକଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଆମେ ୧୦ ଆଇଟିଆଇ ଅନୁଷ୍ଠାନର ଉନ୍ନତିକରଣ ଏବଂ ୫ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛୁ । ଯୁବବର୍ଗଙ୍କ ପ୍ରଶିକ୍ଷଣ ଯେପରି ଆମ ଶିଳ୍ପର ଆବଶ୍ୟକତାକୁ ପୂରଣ କରେ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ । ଆମେ ବିଶ୍ୱ ସ୍ତରୀୟ ବିଶେଷଜ୍ଞଙ୍କ ସହାୟତା ନେଇ ଏହାକୁ ସୁନିଶ୍ଚିତ କରୁଛୁ ଯାହା ଦ୍ୱାରା ଆମର ଯୁବବର୍ଗ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଏହି ସବୁ ପ୍ରୟାସରେ ସବୁଠାରୁ ବଡ଼ ଭୂମିକା ଆମ ର ଶିଳ୍ପ ଏବଂ ଶିକ୍ଷାବିତ୍ ମାନେ ଗ୍ରହଣ କରନ୍ତି । ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରସ୍ପରର ଆବଶ୍ୟକତାକୁ ବୁଝିବା ଏବଂ ପୂରଣ କରିବା ଉଚିତ୍ । ଦ୍ରୁତ ଗତିରେ ପରିବର୍ତ୍ତିତ ଦୁନିଆ ସହିତ ତାଳମେଳ ରକ୍ଷା କରିବା, ପ୍ରଦର୍ଶନ ହାସଲ କରିବା ଏବଂ ବ୍ୟବହାରିକ ଶିକ୍ଷା ପାଇଁ ପ୍ଲାଟଫର୍ମ ରଖିବାପାଇଁ ଯୁବକମାନଙ୍କୁ ସୁଯୋଗ ଦିଆଯିବା ଉଚିତ୍ । ଏଥିପାଇଁ ସମସ୍ତ ଅଂଶୀଦାରଏକାଠି ହେବା ଦରକାର। ଯୁବକମାନଙ୍କୁ ନୂତନ ସୁଯୋଗ ଏବଂ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା ପାଇଁ ଆମେ ପିଏମ-ଇଣ୍ଟର୍ଣ୍ଣସିପ୍ ଯୋଜନା ଆରମ୍ଭ କରିଛୁ । ଏହି ଯୋଜନାରେ ଆମେ ସବୁ ସ୍ତରରେ ଉଦ୍ୟୋଗଗୁଡ଼ିକର ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଆବଶ୍ୟକ ।

 

ବନ୍ଧୁଗଣ,

 

ଚଳିତ ବଜେଟରେ ଆମେ ୧୦ ହଜାର ଅତିରିକ୍ତ ମେଡିକାଲ ସିଟ୍ ଘୋଷଣା କରିଛୁ। ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ ଲାଇନରେ ୭୫ ହଜାର, seventy five thousand ସିଟ୍ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ଅଞ୍ଚଳରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଟେଲି ମେଡିସିନ ସୁବିଧାର ସମ୍ପ୍ରସାରଣ କରାଯାଉଛି । ଡେ କେୟାର କ୍ୟାନସର ସେଣ୍ଟର ଏବଂ ଡିଜିଟାଲ ହେଲଥ କେୟାର ଭିତ୍ତିଭୂମି ଜରିଆରେ ଆମେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଶେଷ ମାଇଲ୍ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛୁ। ଆପଣ କଳ୍ପନା କରିପାରିବେ ଯେ ଏହା ଲୋକଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିବ । ଏହାଦ୍ୱାରା ଯୁବପିଢ଼ିଙ୍କ ପାଇଁ ଅନେକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେମାନଙ୍କୁ ମାଟିରୁ ଓହ୍ଲାଇବା ପାଇଁ ଯଥାସମ୍ଭବ ଶୀଘ୍ର କାମ କରିବାକୁ ପଡ଼ିବ। ତା'ହେଲେ ହିଁ ଆମେ ବଜେଟ୍ ଘୋଷଣାର ଲାଭ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇପାରିବୁ।

 

ବନ୍ଧୁଗଣ,

 

ବିଗତ ୧୦ ବର୍ଷ ମଧ୍ୟରେ ଅର୍ଥନୀତିରେ ପୁଞ୍ଜିନିବେଶକୁ ଆମେ ଭବିଷ୍ୟତମାନସିକତା ସହ ଦେଖିଛୁ। ଆପଣ ଜାଣନ୍ତି, ୨୦୪୭ ସୁଦ୍ଧା ଭାରତର ସହରାଞ୍ଚଳ ଜନସଂଖ୍ୟା ପ୍ରାୟ ୯୦କୋଟିରେ ପହଞ୍ଚିବ। ଏତେ ସଂଖ୍ୟକ ଜନସଂଖ୍ୟା ପାଇଁ ଯୋଜନାବଦ୍ଧ ସହରୀକରଣ ର ଆବଶ୍ୟକତା ରହିଛି । ଏଥିପାଇଁ ଆମେ ୧ ଲକ୍ଷ କୋଟି ର ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଗଠନ ଆରମ୍ଭ କରିଛୁ । ଏହା ଦ୍ୱାରା ପ୍ରଶାସନ, ଭିତ୍ତିଭୂମି ଏବଂ ଆର୍ଥିକ ସ୍ଥିରତା ଉପରେ ଗୁରୁତ୍ୱ ଦିଆଯିବ ଏବଂ ଘରୋଇ ପୁଞ୍ଜିନିବେଶ ମଧ୍ୟ ବୃଦ୍ଧି ପାଇବ । ଆମ ସହରଗୁଡ଼ିକ ସ୍ଥାୟୀ ସହରୀ ଗତିଶୀଳତା, ଡିଜିଟାଲ ଏକୀକରଣ ଏବଂ ଜଳବାୟୁ ସ୍ଥିରତା ଯୋଜନା ପାଇଁ ଜଣାଶୁଣା ହେବ । ଆମର ଘରୋଇ କ୍ଷେତ୍ର, ବିଶେଷକରି ରିଅଲ୍ ଇଷ୍ଟେଟ୍ ଏବଂ ଶିଳ୍ପ ଯୋଜନାବଦ୍ଧ ସହରୀକରଣ ଉପରେ ଧ୍ୟାନ ଦେବା ଉଚିତ ଏବଂ ଏହାକୁ ଆଗକୁ ନେବା ଉଚିତ୍ । ଅମୃତ ୨.୦ ଓ ଜଳ ଜୀବନ ମିଶନ ଭଳି ଅଭିଯାନକୁ ଆଗକୁ ନେବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ,

ଆଜି ଆମେ ଅର୍ଥନୀତିରେ ପୁଞ୍ଜିନିବେଶ ବିଷୟରେ କହିବା ବେଳେ ପର୍ଯ୍ୟଟନର ସମ୍ଭାବନା ଉପରେ ବିଶେଷ ଧ୍ୟାନ ଦେବା ର ଆବଶ୍ୟକତା ରହିଛି । ପର୍ଯ୍ୟଟନ କ୍ଷେତ୍ର ଆମ ଜିଡିପିରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ଦେବାର ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ରୋଜଗାର ଦେବାର କ୍ଷମତା ରହିଛି। ତେଣୁ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଚଳିତ ବଜେଟରେ ଅନେକ ନିଷ୍ପତ୍ତି ନିଆଯାଇଛି। ସମଗ୍ର ଦେଶରେ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ୫୦ଟି ଗନ୍ତବ୍ୟସ୍ଥଳର ବିକାଶ କରାଯିବ । ଏହି ଗନ୍ତବ୍ୟସ୍ଥଳଗୁଡ଼ିକରେ ହୋଟେଲଗୁଡ଼ିକୁ ଭିତ୍ତିଭୂମିମାନ୍ୟତା ପ୍ରଦାନ କରିବା ଦ୍ୱାରା ପର୍ଯ୍ୟଟନର ସହଜତା ବୃଦ୍ଧି ପାଇବ ଏବଂ ସ୍ଥାନୀୟ ନିଯୁକ୍ତିକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ହୋମ-ଷ୍ଟେ ପାଇଁ ମୁଦ୍ରା ଯୋଜନାର ପରିସର କୁ ମଧ୍ୟ ସମ୍ପ୍ରସାରଣ କରାଯାଇଛି । 'ହିଲ୍ ଇନ୍ ଇଣ୍ଡିଆ' ଏବଂ 'ଲ୍ୟାଣ୍ଡ୍ ଅଫ୍ ଦି ବୁଦ୍ଧ' ଅଭିଯାନ ଜରିଆରେ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଛି। ଭାରତକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଓ କଲ୍ୟାଣ କେନ୍ଦ୍ର ରେ ପରିଣତ କରିବା ପାଇଁ ପ୍ରୟାସ କରାଯାଉଛି ।

 

ବନ୍ଧୁଗଣ,

 

ଆମେ ଯେତେବେଳେ ପର୍ଯ୍ୟଟନ ବିଷୟରେ କହିବା, କେବଳ ହୋଟେଲ ଶିଳ୍ପ ଏବଂ ପରିବହନ କ୍ଷେତ୍ର ରେ ନୁହେଁ ବରଂ ପର୍ଯ୍ୟଟନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନୂତନ ସୁଯୋଗ ରହିଛି । ତେଣୁ ମୁଁ କହିବି ଯେ ଆମର ସ୍ୱାସ୍ଥ୍ୟ କ୍ଷେତ୍ରର ଅଂଶୀଦାରମାନେ ସ୍ୱାସ୍ଥ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନିବେଶ କରିବା ଉଚିତ, ଏହି ସୁଯୋଗର ଫାଇଦା ଉଠାଇବା ଉଚିତ୍ । ଆମେ ଯୋଗ ଏବଂ ସୁସ୍ଥତା ପର୍ଯ୍ୟଟନର ସମ୍ପୂର୍ଣ୍ଣ ସମ୍ଭାବନାକୁ ମଧ୍ୟ ଉପଯୋଗ କରିବା ଉଚିତ୍ | ଶିକ୍ଷା ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଆମର ଅନେକ ସୁଯୋଗ ରହିଛି। ମୁଁ ଚାହୁଁଛି ଏ ଦିଗରେ ବିସ୍ତୃତ ଆଲୋଚନା କରି ଏକ ଦୃଢ଼ ରୋଡ୍ ମ୍ୟାପ୍ ନେଇ ଆଗକୁ ବଢ଼ିବାକୁ ।

ବନ୍ଧୁଗଣ,

 

ଉଦ୍ଭାବନ କ୍ଷେତ୍ରରେ ହୋଇଥିବା ନିବେଶ ଦ୍ୱାରା ଦେଶର ଭବିଷ୍ୟତ ନିର୍ଦ୍ଧାରଣ ହୋଇଥାଏ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭାରତର ଅର୍ଥନୀତି ପାଇଁ ଅନେକ ଲକ୍ଷ କୋଟି ଟଙ୍କାର ଅଭିବୃଦ୍ଧି ପ୍ରଦାନ କରିପାରିବ। ତେଣୁ ଏ ଦିଗରେ ଆମକୁ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ପଡ଼ିବ। ଚଳିତ ବଜେଟରେ ଏଆଇ ଭିତ୍ତିକ ଶିକ୍ଷା ଓ ଗବେଷଣା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଆଇ ଦକ୍ଷତା ବିକାଶ ପାଇଁ ଭାରତ ଏକ ଜାତୀୟ ବୃହତ ଭାଷା ମଡେଲ ମଧ୍ୟ ସ୍ଥାପନ କରିବ । ଏ ଦିଗରେ ଆମର ଘରୋଇ କ୍ଷେତ୍ରକୁ ମଧ୍ୟ ବିଶ୍ୱଠାରୁ ଗୋଟିଏ ପାଦ ଆଗକୁ ରହିବାର ଆବଶ୍ୟକତା ରହିଛି। ଏକ ବିଶ୍ୱସନୀୟ, ସୁରକ୍ଷିତ ଏବଂ ଗଣତାନ୍ତ୍ରିକ ଦେଶ ଯାହା ଏଆଇରେ ଅର୍ଥନୈତିକ ସମାଧାନ ପ୍ରଦାନ କରିପାରିବ ତାହାକୁ ବିଶ୍ୱ ଅପେକ୍ଷା କରିଛି । ବର୍ତ୍ତମାନ ଆପଣ ଏହି କ୍ଷେତ୍ରରେ ଯେତେ ଅଧିକ ନିବେଶ କରିବେ, ଭବିଷ୍ୟତରେ ଆପଣଙ୍କୁ ଅଧିକ ଲାଭ ମିଳିବ ।

ବନ୍ଧୁଗଣ,

 

ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ । ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ବଜେଟରେ ଅନେକ ପଦକ୍ଷେପ ନେଇଛନ୍ତି। ଗବେଷଣା ଓ ଉଦ୍ଭାବନ ବୃଦ୍ଧି ପାଇଁ ୧ ଲକ୍ଷ କୋଟି ଟଙ୍କାର କର୍ପସ ପାଣ୍ଠି ପାରିତ କରାଯାଇଛି। ଏହାଦ୍ଵାରା ଡିପ୍ ଟେକ୍ ଫଣ୍ଡ ଅଫ  ଫଣ୍ଡ୍ ସହ ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ। ଆଇଆଇଟି ଓ ଆଇଆଇଏସସିରେ ୧୦ ହଜାର ରିସର୍ଚ୍ଚ ଫେଲୋସିପ୍ ର ବ୍ୟବସ୍ଥା କରାଯାଇଛି। ଏହା ଗବେଷଣାକୁ ପ୍ରୋତ୍ସାହିତ କରିବା ସହ ପ୍ରତିଭାବାନ ଯୁବକମାନଙ୍କ ପାଇଁ ସୁଯୋଗ ପ୍ରଦାନ କରିବ। ନ୍ୟାସନାଲ ଜିଓ ସ୍ପେସିଆଲ ମିଶନ ଓ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଜରିଆରେ ଇନୋଭେସନକୁ ତ୍ୱରାନ୍ୱିତ କରାଯିବ । ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଭାରତକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ହେଲେ ସବୁ ସ୍ତରରେ ମିଳିମିଶି କାମ କରିବାକୁ ପଡ଼ିବ।

ବନ୍ଧୁଗଣ,

ଜ୍ଞାନ ଭାରତ ମିଶନ ଏବଂ ମୁଁ ଆଶା କରୁଛି, ଆପଣମାନେ ସମସ୍ତେ ଏ ଦିଗରେ ଆଗେଇ ଆସନ୍ତୁ, ଜ୍ଞାନ ଭାରତ ମିଶନ ମାଧ୍ୟମରେ ଭାରତର ସମୃଦ୍ଧ ପାଣ୍ଡୁଲିପି ଐତିହ୍ୟକୁ ସଂରକ୍ଷିତ ରଖିବା ର ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମିଶନ ଜରିଆରେ ୧ କୋଟିରୁ ଅଧିକ ପାଣ୍ଡୁଲିପିକୁ ଡିଜିଟାଲ ଆକାରରେ ପରିଣତ କରାଯିବ । ଏହାପରେ ଏକ ଜାତୀୟ ଡିଜିଟାଲ ଭଣ୍ଡାର ସୃଷ୍ଟି କରାଯିବ, ଯାହା ଦ୍ୱାରା ଭାରତର ଐତିହାସିକ ଏବଂ ପାରମ୍ପରିକ ଜ୍ଞାନ ଓ ଜ୍ଞାନ ବିଷୟରେ ସାରା ବିଶ୍ୱର ପଣ୍ଡିତ ଓ ଗବେଷକମାନେ ଜାଣିପାରିବେ । ଭାରତର ଉଦ୍ଭିଦ ଜେନେଟିକ୍ ସମ୍ପଦର ସଂରକ୍ଷଣ ପାଇଁ ସରକାର ଏକ ଜାତୀୟ ଜିନ୍ ବ୍ୟାଙ୍କ ପ୍ରତିଷ୍ଠା କରୁଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ଜେନେଟିକ୍ ସମ୍ବଳ ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ହେଉଛି ଆମର ପଦକ୍ଷେପର ଲକ୍ଷ୍ୟ । ଆମକୁ ଏଭଳି ପ୍ରୟାସର ପରିସରକୁ ବିସ୍ତାର କରିବାର ଆବଶ୍ୟକତା ରହିଛି । ଆମର ବିଭିନ୍ନ ଅନୁଷ୍ଠାନ ଏବଂ କ୍ଷେତ୍ର ଏହି ପ୍ରୟାସରେ ଅଂଶୀଦାର ହେବା ଉଚିତ୍ |



 

ବନ୍ଧୁଗଣ,

 

ଫେବ୍ରୁଆରି ମାସରେ ଭାରତର ଅର୍ଥନୀତି କୁ ନେଇ ଆଇଏମଏଫର ଚମତ୍କାର ମନ୍ତବ୍ୟ ଆମ ସାମ୍ନାରେ ରହିଛି । ଏହି ରିପୋର୍ଟ ଅନୁଯାୟୀ, ୨୦୧୫ରୁ ୨୦୨୫ ମଧ୍ୟରେ... ୨୦୧୫ରୁ ୨୦୨୫ ମଧ୍ୟରେ ଏହି ୧୦ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ୬୬ ପ୍ରତିଶତ ଅର୍ଥାତ୍ sixty six percent ଅଭିବୃଦ୍ଧି ରେକର୍ଡ କରିଛି। ଭାରତ ଏବେ ୩.୮ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ଏହି ଅଭିବୃଦ୍ଧି ଅନେକ ପ୍ରମୁଖ ଅର୍ଥନୀତି ତୁଳନାରେ ଅଧିକ। ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ଆମକୁ ସଠିକ୍ ଦିଗରେ ଆଗକୁ ବଢ଼ିବା, ସଠିକ୍ ପୁଞ୍ଜିନିବେଶ କରିବା ଏବଂ ଏହି ଉପାୟରେ ଆମ ର ଅର୍ଥନୀତିକୁ ବିସ୍ତାର କରିବା ର ଆବଶ୍ୟକତା ରହିଛି । ବଜେଟ୍ ଘୋଷଣାର କାର୍ଯ୍ୟକାରିତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଆପଣଙ୍କ ସମସ୍ତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି । ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଗତ କିଛି ବର୍ଷ ଧରି ଆମେ କେବଳ ବଜେଟ୍ ଘୋଷଣା କରିବାର ପରମ୍ପରାକୁ ଭାଙ୍ଗିଛୁ, ଆପଣ ଆପଣଙ୍କ ଭୂମିକା ତୁଲାଇଛନ୍ତି, ଆମେ ଆମର କାମ କରୁଛୁ । ବଜେଟ୍ ପ୍ରସ୍ତୁତ ହେବା ପୂର୍ବରୁ ଆମେ ଆପଣଙ୍କ ସହିତ ବସିଥାଉ ଏବଂ ବଜେଟ୍ ପ୍ରସ୍ତୁତ ହେବା ପରେ ଘୋଷଣା ପରେ ଆମେ ମଧ୍ୟ ଆପଣଙ୍କ ସହ ବସିଥାଉ।

ସମ୍ଭବତଃ ଜନସାଧାରଣଙ୍କ ଅଂଶଗ୍ରହଣର ଏହି ମଡେଲ ଅତ୍ୟନ୍ତ ବିରଳ । ଏବଂ ମୁଁ ଖୁସି ଯେ କ୍ରମାଗତ ଭାବରେ, ପ୍ରତିବର୍ଷ, ବିଚାରବିମର୍ଶର ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଛି, ଲୋକମାନେ ଉତ୍ସାହର ସହ ଯୋଗ ଦେଉଛନ୍ତି, ଏବଂ ସମସ୍ତେ ଅନୁଭବ କରନ୍ତି ଯେ ବଜେଟ୍ ପରେ କାର୍ଯ୍ୟକାରୀ କରିବାରେ ଉପଯୋଗୀ ଆଲୋଚନା ଅପେକ୍ଷା ବଜେଟ୍ ପୂର୍ବରୁ ଆମର ଆଲୋଚନା ଅଧିକ ଗୁରୁତ୍ୱପୂର୍ଣ୍ଣ | ମୋର ବିଶ୍ୱାସ ଯେ ଆମର ସ୍ୱପ୍ନ, ୧.୪ ବିଲିୟନ ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ଆମର ସାମୂହିକ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."