ପ୍ରଧାନମନ୍ତ୍ରୀ ପୁଣେ ଗସ୍ତ କରିବା ସହିତ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ପୁଣେ ମହାନଗର ନିଗମ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି
ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଆର କେ ଲକ୍ଷ୍ମଣ ଆର୍ଟ ଗ୍ୟାଲେରୀ-ସଂଗ୍ରହାଳୟର ଉଦଘାଟନ କରିଛନ୍ତି
“ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଯାହା ଆମ ସମସ୍ତଙ୍କ ହୃଦୟରେ ବାସ କରିଥାଏ ତାହା ଯୁବ ପୀଢିଙ୍କ ମଧ୍ୟରେ ଦେଶପ୍ରେମର ଆବେଗକୁ ଜାଗ୍ରତ କରିବ”
“ପୁଣେ ଶିକ୍ଷା, ଅନୁସନ୍ଧାନ ଏବଂ ବିକାଶ, ଆଇଟି ଏବଂ ଅଟୋମୋବାଇଲ କ୍ଷେତ୍ରରେ ନିଜର ପରିଚୟକୁ ଲଗାତାର ଭାବେ ଦୃଢ କରି ରଖିଛି । ଏଭଳି ପରିସ୍ଥିତିରେ ପୁଣେବାସୀଙ୍କ ଆଧୁନିକ ସୁବିଧା ଆବଶ୍ୟକ ହେଉଛି ଏବଂ ପୁଣେବାସୀଙ୍କ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର କାର୍ଯ୍ୟ କରୁଛନ୍ତି”
“ଏହି ମେଟ୍ରୋ ପୁଣେରେ ଗତିଶୀଳତାକୁ ସହଜ କରିବ, ପ୍ରଦୂଷଣ ଏବଂ ଭିଡରୁ ମୁକ୍ତି ଦେବ, ପୁଣେବାସୀଙ୍କ ଜୀବନର ସହଜତା ବଢାଇବ”
“ଆଜିର ଦ୍ରୁତ ଗତିରେ ଆଗକୁ ବଢୁଥିବା ଭାରତରେ ଆମକୁ ଗତି ଏବଂ ଗୁଣବତ୍ତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ସେଥିପାଇଁ ଆମ ସରକାର ପିଏମ୍‍-ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ।”
“ସହରୀ ଯୋଜନାରେ ଆଧୁନିକତା ସହିତ ପୁଣେର ପ୍ରାଚୀନ ପରମ୍ପରା ଏବଂ ମହାରାଷ୍ଟ୍ରର ଗୌରବକୁ ସମାନ ସ୍ଥାନ ଦିଆଯାଉଛି ବୋଲି ସେ କହିଛନ୍ତି ।”

ଛତ୍ରପତି ଶିବାଜୀ ମହାରାଜ, ମାହାତ୍ମା ଜ୍ୟୋତିବା ଫୁଲେ, ସାବିତ୍ରୀ ବାଇ ଫୁଲେ, ମହର୍ଷି କାର୍ବେ ଯାନଚାଶ ଆଶା, ଅନେକ ପ୍ରତିଭାଶାଳୀ ସାହିତ୍ୟିକ କଳାକାର, ସମାଜସେବୀ,  ୟାଂଚ୍ୟା ବାସ୍ତବ୍ୟାନେ ପବିତ୍ର ଝାଲେଲ୍ୟା ପୁଣ୍ୟନଗରୀତିଳ ମାଝା ବନ୍ଧୁ – ଭଗିନୀ ଗଣ, ନମସ୍କାର!

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହାରାଷ୍ଟ୍ରର ଗଭର୍ଣ୍ଣର ଶ୍ରୀ ଭଗତ ସିଂହ କୋଶୟାରୀ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବନ୍ଧୁ ରାମଦାସ ଅଠାୱାଲେ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଜୀ, ମହାରାଷ୍ଟ୍ର ସରକାରର ଅନ୍ୟ ମନ୍ତ୍ରୀଗଣ, ପୂର୍ବ ମୁଖ୍ରମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍ ଜୀ, ସଂସଦରେ ମୋର ବନ୍ଧୁ ପ୍ରକାଶ ଜାବଡେକର ଜୀ, ଅନ୍ୟ ସାଂସଦଗଣ, ବିଧାୟକଗଣ, ପୁନେର ମେୟର ମୁରଲୀଧର ମାଓଲ ଜୀ, ପିମ୍ପରୀ ଚିଂଚୱାଡର ମେୟର ଶ୍ରୀମତୀ ମାଇ ଧୋରେ ଜୀ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ,

ଏହି ସମୟରେ ଦେଶ ସ୍ୱାଧୀନତାର ୭୫ ବର୍ଷ ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଭାରତର ସ୍ୱାଧୀନତାରେ ପୁନେର ଐତିହାସିକ ଯୋଗଦାନ ରହି ଆସିଛି । ଲୋକମାନ୍ୟ ତିଳକ, ଚାପେକର ବନ୍ଧୁ, ଗୋପାଳ ଗଣେଷ ଅଗରକର, ସେନାପତି ବାପଟ, ଗୋପାଳ କୃଷ୍ଣ ଦେଶମୁଖ, ଆର୍‌. ଜି. ଭଣ୍ଡାରକର, ମହାଦେବ ଗୋବିନ୍ଦ ରାଣାଡେ ଜୀ ଙ୍କ ଭଳି ଏହି ମାଟିର ସମସ୍ତ ସ୍ୱତନ୍ତ୍ରତା ସେନା ମାନଙ୍କୁ  ମୁଁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି ।

ଆଜି ମଧ୍ୟ ମହାରାଷ୍ଟ୍ରର ବିକାଶ ନିମନ୍ତେ ସମର୍ପିତ ରାମଭାଉ ହାଲଗୀ ଜୀ ଙ୍କର ପୂଣ୍ୟ ତିଥି ଅଟେ । ମୁଁ ଆଜି ବାବା ସାହେବ ପୁରନ୍ଦର ଜୀ ଙ୍କୁ ମଧ୍ୟ ଆଦରପୂର୍ବକ ମନେ ପକାଉଛି । କିଛି ସମୟ ପୂର୍ବରୁ ମୋତେ ଛତ୍ରପତି ଶିବାଜୀ ମହାରାଜଙ୍କର ଭବ୍ୟ ପ୍ରତିମାକୁ ଲୋକାର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଆମ ସମସ୍ତଙ୍କ ହୃଦୟରେ ସଦା – ସର୍ବଦା ରହିଥିବା ଛତ୍ରପତି ଶିବାଜୀ ମହାରାଜ ଜୀ ଙ୍କର ଏହି ପ୍ରତିମା, ଯୁବା ପୀଢ଼ୀ ମଧ୍ୟରେ, ଭବିଷ୍ୟତର ପୀଢ଼ୀ ଗୁଡିକ ମଧ୍ୟରେ ଦେଶଭକ୍ତିର ପ୍ରେରଣା ଜାଗ୍ରତ କରିବ । 

ଅ।।ଜି ପୁନେର ବିକାଶ ସହିତ ଯୋଡି ହୋଇ ରହିଥିବା ଅନ୍ୟ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ମଧ୍ୟ ହୋଇଛି । ଏହା ମୋର ସୌଭାଗ୍ୟ ଯେ, ପୁନେ ମେଟ୍ରୋର ଶିଳାନ୍ୟାସ ନିମନ୍ତେ ଆପଣମାନେ ମୋତେ ନିମନ୍ତ୍ରିତ କରିଥିଲେ ଏବଂ ଏବେ ଲୋକାର୍ପଣ କରିବା ନିମନ୍ତେ ମଧ୍ୟ ଆପଣ ମୋତେ ଅବସର ପ୍ରଦାନ କରିଛନ୍ତି । ପୂର୍ବରୁ ଶିଳାନ୍ୟାସ ହେଲେ କାହାକୁ କିଛି ଜଣା ପଡୁନଥିଲା ଯେ କେତେବେଳେ ଏହା ଉଦ୍‌ଘାଟନ ହେବ ।

ବନ୍ଧୁଗଣ,

ଏହି ଘଟଣା ଏଥି ପାଇଁ ମହତ୍ୱପୂର୍ଣ୍ଣ ଯେ, ଏଥିରେ ଏହି ବାର୍ତା ମଧ୍ୟ ରହିଛି ଯେ, ସମୟ ମଧ୍ୟରେ ଯୋଜନା ଗୁଡିକୁ ସମ୍ପୂର୍ଣ୍ଣ କରା ଯାଇପାରିବ । ଆଜି ମୂଳା –ମୁଠା ନଦୀକୁ ପ୍ରଦୂଷଣରୁ ମୁକ୍ତ କରିବା ନିମନ୍ତେ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଉପରେ କାମ ଆରମ୍ଭ ହେଉଛି । ଆଜି ପୁନେକୁ ମଧ୍ୟ ଇ- ବସ୍ ମିଳୁଛି, ବାନେରରେ ଇ – ବସ୍ ଡିପୋର ଉଦ୍‌ଘାଟନ ହୋଇଛି । ଏବଂ ଏସବୁ ସହିତ, ଏବଂ ମୁଁ ଉଷା ଜୀ ଙ୍କୁ ଅଭିନନ୍ଦନ ଦେଉଛି ଯେ, ଆଜି ଅନେକ ବିବିଧତାପୂର୍ଣ୍ଣ ଜୀବନରେ ଏକ ସୁନ୍ଦର ଉପହାର ଆର୍‌. କେ. ଲକ୍ଷ୍ମଣ ଜୀଙ୍କୁ ସମର୍ପିତ ଏକ ଉନ୍ନତ ଆର୍ଟ ଗ୍ୟାଲେରୀ  ମ୍ୟୁଜିୟମ୍ ମଧ୍ୟ ପୁନେକୁ ମିଳୁଛି । ମୁଁ ଉଷା ଜୀ ଙ୍କୁ, ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ଅଭିନନ୍ଦନ ଜଣାଉଛି, କାରଣ ମୁଁ ଲଗାତାର ଭାବେ ତାଙ୍କ ସହିତ ସମ୍ପର୍କରେ ରହି ଆସିଛି । ତାଙ୍କର ଉତ୍ସାହ, ମନରେ ଏକାଗ୍ରତା ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଦିନ ରାତି ଲାଗି ପଡିବା ଯୋଗୁଁ ହୃଦୟରୁ ତାଙ୍କର ସମ୍ପୂର୍ଣ୍ଣ ପରିବାର, ଉଷା ଜୀ ଙ୍କୁ ଅଭିନନ୍ଦନ କରୁଛି । ଏହି ସମସ୍ତ ସେବା କାର୍ଯ୍ୟ ଗୁଡିକ ନିମନ୍ତେ ମୁଁ ଆଜି ପୁନେର ଅଧିବାସୀଙ୍କୁ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି ଏବଂ ଏହା ସହିତ ଆମର ଦୁଇ ମେୟରଙ୍କୁ, ତାଙ୍କର ଦଳକୁ, ଯେଉଁଁ ମାନେ ଦ୍ରୁତ ଗତିରେ ବିକାଶର ଅନେକ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି । 

ଭାଇ ଏବଂ ଭଉଣୀମାନେ,

ପୁନେ ନିଜର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ରାଷ୍ଟ୍ରଭକ୍ତିର ଚେତନା ନିମନ୍ତେ ବେଶ୍ ଜଣାଶୁଣା । ଏବଂ ଏହା ସହିତ ପୁନେ ଶିକ୍ଷା, ଗବେଷଣା ଏବଂ ବିକାଶ, ସୂଚନା ପ୍ରଯୁକ୍ତି ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ନିରନ୍ତର ଭାବେ ମଜଭୁତ କରିଛି । ଏମିତି ଦେଖିବାକୁ ଗଲେ, ପୁନେର ଲୋକ ମାନଙ୍କର ଆବଶ୍ୟକତା ଅଟେ ଏବଂ ଆମ ସରକାର ପୁନେବାସୀଙ୍କର ଏହି ଆବଶ୍ୟକତାକୁ ଧ୍ୟାନରେ ରଖି ଅନେକ ଦିଗରୁ କାର୍ଯ୍ୟ କରୁଛି । ଏବେ କିଛି ସମୟ ପୂର୍ବରୁ ମୁଁ ଗରବାର ଠାରୁ ଆନନ୍ଦନଗର ପର୍ଯ୍ୟନ୍ତ ପୁନେ ମେଟ୍ରୋରେ ଯାତ୍ରା କରିଛି । ଏହି ମେଟ୍ରୋ ପୁନେ ସହରରେ ଯାତାୟତକୁ ସହଜ କରିବ, ପ୍ରଦୂଷଣ ଏବଂ ଟ୍ରାଫିକ୍ ଜାମ୍‌ରୁ ମୁକ୍ତି ଦେବ, ପୁନେର ଲୋକ ମାନଙ୍କର ଜୀବନର ଶୈଳୀକୁ ଉନ୍ନତ କରିବ ।  ୫-୬ ବର୍ଷ ତଳେ ଆମ ଦେବେନ୍ଦ୍ର ଜୀ ଯେତେବେଳେ ଏଠାକାର ମୁଖ୍ୟମନ୍ତ୍ରୀ ଥିଲେ, ଏହି ପ୍ରକଳ୍ପକୁ ନେଇ ଲଗାତାର ଦିଲ୍ଲୀ ଆସୁଥିଲେ, ବହୁତ ଆଶା ଏବଂ ଉତ୍ସାହ ସହିତ ସେ ଏହି ପ୍ରକଳ୍ପ ପଛରେ ଲାଗି ରହିଥିଲେ । ମୁଁ ତାଙ୍କ ଚେଷ୍ଟାକୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

କରୋନା ମହାମାରୀ ଚାଲିଥିବା ସମୟ ମଧ୍ୟରେ ଏହି ବିଭାଗ ଆଜି ସେବା ନିମନ୍ତେ ପ୍ରସ୍ତୁତ ହୋଇଛି । ପୁନେ ମେଟ୍ରୋର ସଂଚାଳନ ନିମନ୍ତେ ସୌର ଶକ୍ତିର ମଧ୍ୟ ବ୍ୟାପକ ଉପଯୋଗ ହେବାରେ ଲାଗିଛି । ଏଥିରେ ପ୍ରତି ବର୍ଷ ପାଖାପାଖି ୨୫ ହଜାର ଟନ୍ କାର୍ବନ ଡାଇଅକ୍ସାଇଡ଼୍ (ଅଙ୍ଗାରକାମ୍ଳ) ନିର୍ଗମନ ବନ୍ଦ ହେବ । ମୁଁ ଏହି ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିବା ସମସ୍ତ ଲୋକମାନଙ୍କୁ, ବିଶେଷ ଭାବରେ ସମସ୍ତ ଶ୍ରମିକ ମାନଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି । ଆପଣ ମାନଙ୍କର ଏହି ଯୋଗଦାନ, ପୁନେର ପ୍ରଫେସନାଲ୍ (ବୃତିଧାରୀ), ଏଠାକାର ଛାତ୍ରଛାତ୍ରୀ, ଏଠାର ସାଧାରଣ ଲୋକମାନଙ୍କୁ ବହୁତ ସାହାଯ୍ୟ କରିବ ।

ବନ୍ଧୁଗଣ,

ଆମ ଦେଶରେ କେଉଁ ଭଳି ଦ୍ରୁତ ଗତିରେ ସହରୀକରଣ ହେବାରେ ଲାଗିଛି, ଏହା ସହିତ ଆପଣ ସମସ୍ତେ ଭଲ ଭାବରେ ପରିଚିତ ଅଟନ୍ତି । ଏହା ବିଶ୍ୱାସ କରାଯାଏ  ଯେ  ୨୦୩୦ ସୁଦ୍ଧା ଆମର ସହରର ଜନସଂଖ୍ୟା ୬୦ କୋଟି ଅତିକ୍ରମ କରିଯିବ । ସହରର ବୃଦ୍ଧି ପାଉଥିବା ଜନସଂଖ୍ୟା, ନିଜ ସହିତ ଅନେକ ଅବସର ନେଇ ଆସିଥାଏ, ଏହା ସହିତ ଅନେକ ଆହ୍ୱାନ ମଧ୍ୟ ଆଣିଥାଏ । ସହର ଗୁଡିକରେ ଏକ ନିଶ୍ଚିତ ସୀମାରେ ଫ୍ଲ୍ଲାଇଓଭର ତିଆରି ହୋଇ ପାରିବ, ଜନସଂଖ୍ୟା ଯଦି ବଢ଼ି ଚାଲିବ, ତେବେ କେତେ ଫ୍ଲାଇଓଭର ତିଆରି କରିବା? କେଉଁଠି – କେଉଁଠି ତିଆରି କରିବା? କେତେ ସଡକକୁ ଚଉଡା କରିବା? କେଉଁଠି କେଉଁଠି କରିବା? ଏସବୁ ଭିତରେ ଗୋଟିଏ ହିଁ ବିକଳ୍ପ ରହିଛି – ଗଣ ପରିବହନ (ମାସ୍ ଟ୍ରାନ୍ସପୋର୍ଟେସନ୍‌) । ଗଣ ପରିବହନ ବ୍ୟବସ୍ଥା ଗୁଡିକର ଅଧିକରୁ ଅଧିକ ନିର୍ମାଣ । ଏଥିପାଇଁ ଆଜି ଆମ ସରକାର ଗଣ ପରିବହନର ସାଧନ ଏବଂ ବିଶେଷକରି ମେଟ୍ରୋ ସଂଯୋଗୀକରଣ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।

୨୦୧୪ ପର୍ଯ୍ୟନ୍ତ ଦେଶର କେବଳ ଦିଲ୍ଲୀ – ଏନ୍‌ସିଆର୍‌ରେ ମେଟ୍ରୋର ବ୍ୟାପକ ବିସ୍ତାର ହୋଇଥିଲା । ବାକି କାଁ – ଭାଁ ସହରରେ ମେଟ୍ରୋ ପହଂଚିବା ଆରମ୍ଭ ହୋଇଥିଲା । ଆଜି ଦେଶର ଦୁଇ ଡର୍ଜନରୁ ଅଧିକ ସହର ଗୁଡିକରେ ମେଟ୍ରୋ କାର୍ଯ୍ୟକ୍ଷମ ହୋଇ ସାରିଛି କିମ୍ବା ବହୁତ ଶୀଘ୍ର ଚାଲୁ ହେବାକୁ ଯାଉଛି । ଏଥିରେ ମଧ୍ୟ ମହାରାଷ୍ଟ୍ରର ଭାଗୀଦାରୀ ରହିଛି । ମୁମ୍ବାଇ ହେଉ, ପୁନେ - ପିମ୍ପରୀ ଚିଂଚଡ ହେଉ, ଥାନେ ହେଉ, ନାଗପୁର ହେଉ, ଆଜି ମହାରାଷ୍ଟ୍ରରେ ମେଟ୍ରୋ ନେଟୱର୍କର ବହୁତ ଦ୍ରୁତ ଗତିରେ ବିସ୍ତାର ହେବାରେ ଲାଗିଛି ।

ଆଜିର ଏହି ଅବସରରେ ପୁନେ ଏବଂ ଯେଉଁ ସବୁ ସହରରେ ମେଟ୍ରୋ ଚାଲୁଛି ସେହି ସମସ୍ତ ସହରର ଲୋକ ମାନଙ୍କ ନିକଟରେ ମୋର ଏହି ନିବେଦନ । ମୁଁ ପ୍ରଭୁତ୍ୱ ନାଗରିକତ୍ୱ ଉପରେ ବିଶେଷ ନିବେଦନ କରିବି, ସମାଜରେ ବଡ ଲୋକ ମାନେ ଯାହା କହି ଯାଇଛନ୍ତି, ତାହା ଉପରେ ମୁଁ ବିଶେଷ ଆଗ୍ରହ କରିବି, ଯେ ଆମେ କେତେ ବି ବଡ ହୋଇଗଲେ ମଧ୍ୟ, ମେଟ୍ରୋରେ ଯାତ୍ରା କରିବାର ଅଭ୍ୟାସ ଆମ ସମସ୍ତଙ୍କୁ କରିବାକୁ ପଡିବ । ଆପଣ ଯେତେ ଅଧିକ ପରିମାଣରେ ମେଟ୍ରୋରେ ଯାତ୍ରା କରିବେ , ସେତେ ଅଧିକ ପରିମାଣରେ ସହରକୁ ସାହାଯ୍ୟ କରିବେ ।

ଭାଇ ଏବଂ ଭଉଣୀ  ମାନେ,

ଏକ ବିଂଶ ଶତାବ୍ଦୀର ଭାରତରେ ଆମକୁ ନିଜ ସହର ଗୁଡିକୁ ମଧ୍ୟ ଆଧୁନିକ କରିବାକୁ ହେବ ଏବଂ ଏଥିରେ ନୂତନ ପ୍ରକାରର ସୁବିଧା ସଂଯୋଗ କରିବାକୁ ପଡିବ । ଭବିଷ୍ୟତ ଭାରତର ସହରକୁ ଧ୍ୟାନରେ ରଖି ଆମ ସରକାର ଅନେକ ପ୍ରକଳ୍ପ ଉପରେ ଏକା ସହିତ କାମ କରୁଛି । ଆମ ସରକାରର ଏହା ଚେଷ୍ଟା ରହିଛି ଯେ, ସମସ୍ତ ସହରରେ ଅଧିକରୁ ଅଧିକ ସବୁଜ ପରିବହନ (ଗ୍ରୀନ୍ ଟ୍ରାନ୍ସପୋର୍ଟେସନ) ବ୍ୟବସ୍ଥା ରହୁ, ବିଦ୍ୟୁତ୍ ଚାଳିତ ବସ୍ ରହୁ, ବିଦ୍ୟୁତ୍ ଚାଳିତ କାର ରହୁ, ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ରହୁ, ସମସ୍ତ ସହରରେ ସ୍ମାର୍ଟ ଯାତାୟତ ବ୍ୟବସ୍ଥା ହେଉ, ଲୋକମାନେ ଯାତାୟତ ନିମନ୍ତେ ଗୋଟିଏ କାର୍ଡ ବ୍ୟବହାର କରନ୍ତୁ । ସମସ୍ତ ସହରରେ ସୁବିଧା ଗୁଡିକୁ ସ୍ମାର୍ଟ କରୁଥିବା ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଇଂଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଂଟ୍ରୋଲ୍ ସେଂଟର ) ରହୁ, ସମସ୍ତ ସହରରେ ସର୍କୁଲାର ଅର୍ଥନୀତିକୁ ସୁଦୃଢ଼ କରୁଥିବା ଆଧୁନିକ ଆବର୍ଜନା ପରିଚାଳନା ବ୍ୟବସ୍ଥା ହେଉ, ସମସ୍ତ ସହରକୁ ୱାଟର ପ୍ଳସ୍ କରି ପାରୁଥିବା ପର୍ଯ୍ୟାପ୍ତ ଆଧୁନିକ ସିୱେଜ୍ ଟ୍ରିଟ୍‌ମେଂଟ ପ୍ଲାଂଟ ହେଉ, ଜଳ ସ୍ରୋତର ସଂରକ୍ଷଣର ଉନ୍ନତ ବ୍ୟବସ୍ଥା ହେଉ, ସମସ୍ତ ସହରରେ ଆବର୍ଜନାରୁ ସମ୍ପଦ ସୃଷ୍ଟି କରୁଥିବା ଗୋବର୍ଦ୍ଧନ ଗ୍ୟାସ୍ ପ୍ଲାଂଟ୍ ହେଉ, ବାୟୋଗ୍ୟାସ୍ ପ୍ଲାଂଟ୍ ହେଉ, ସମସ୍ତ ସହର ଶକ୍ତି ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଉ, ସମସ୍ତ ସହରର ଷ୍ଟ୍ରିଟ୍ ଲାଇଟ୍ ସ୍ମାର୍ଟ ଏଲ୍‌ଇଡି ବଲ୍‌ବରେ ଚକ୍‌ମକ୍ ହେଉ, ଏହି ଲକ୍ଷ୍ୟକୁ ନେଇ ଆମେ ଆଗକୁ ବଢ଼ୁଛୁ ।

ସହରରେ ପାନୀୟ ଜଳ ଏବଂ ଡ୍ରେନେଜ୍‌ର ସ୍ଥିତିକୁ ସୁଧାରିବା ନିମନ୍ତେ ଆମେ ଅମୃତ ମିଶନକୁ ନେଇ ଅନେକ ପଦକ୍ଷେପ  ନେଇ ଆଗକୁ ଯାଉଛୁ । ଆମେ ଆର୍‌ଇଆର୍‌ଏ ଭଳି ନିୟମ ତିଆରି କରିଛୁ, ଫଳରେ ମଧ୍ୟମ ବର୍ଗର ପରିବାର, ଯେଉଁ ମାନେ ପୂର୍ବରୁ ଏହି କାନୁନ୍‌ର ଅଭାବରେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ, ଟଙ୍କା ଦେଉଥିଲେ, ବର୍ଷ ବର୍ଷ ବିତି ଯାଉଥିଲା, କିନ୍ତୁ ସେମାନଙ୍କୁ ବାସଗୃହ ମିଳୁନଥିଲା ସେମାନେ ଲାଭାନ୍ୱିତ ହେବେ । ଆଗରୁ ଯେଉଁ ସମସ୍ତ ସମସ୍ୟାର ସମାଧାନ କାଗଜ ପତ୍ରରେ ପ୍ରସ୍ତୁତ ହେଉଥିଲା, ବାସଗୃହ ମିଳୁ ନଥିଲା, ବହୁତ ପ୍ରକାରର ଅବ୍ୟବସ୍ଥା ହେଉଥିଲା । ଏକ ପ୍ରକାରରେ ଦେଖିବାକୁ ଗଲେ, ଆମର ମଧ୍ୟମ ବର୍ଗର ପରିବାର, ଯେଉଁମାନେ ନିଜ ଜୀବନର ବହୁତ ବଡ ପୁଞ୍ଜିକୁ ଉପଯୋଗ କରି ଘର ନିର୍ମାଣ କରିବାକୁ ଚାହିଁଥାନ୍ତି, ସେ ଘର ତିଆରି ହେବା ପୂର୍ବରୁ ତା’ ସହିତ ଠକାମୀ ହେଉଥିବା ଅନୁଭବ କରୁଥିଲା । ଏହି ମଧ୍ୟମ ବର୍ଗର ଲୋକ ମାନଙ୍କୁ, ଘର ନିର୍ମାଣ କରିବାର ଇଚ୍ଛା କରୁଥିବା ଲୋକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆର୍‌ଇଆର୍‌ଏ ଆଇନ୍ ବହୁତ ବଡ କାମ କରୁଛି । ଆମେ ସହର ଗୁଡିକରେ ବିକାଶର ସୁସ୍ଥ ପ୍ରତିଯୋଗୀତାକୁ ବିକଶିତ କରୁଛୁ, ଫଳରେ ସ୍ୱଚ୍ଛତା ଉପରେ ସ୍ଥାନୀୟ ସଂସ୍ଥାର ସମ୍ପୂର୍ଣ୍ଣ ଧ୍ୟାନ ରହୁ । ସହରାଂଚଳ ଯୋଜନା ସହିତ ଯୋଡି ହୋଇ ରହିଥିବା ଏହି ବିଷୟ ଗୁଡିକ ଉପରେ ଏହି ବର୍ଷର ବଜେଟ୍‌ରେ ମଧ୍ୟ ଧ୍ୟାନ ଦିଆ ଯାଇଛି ।

ଭାଇ ଏବଂ ଭଉଣୀ ମାନେ,

ପୁନେର ପରିଚିତି ସବୁଜ ଇନ୍ଧନ (ଗ୍ରୀନ୍ ଫୁଏଲ୍‌) କେନ୍ଦ୍ର ରୂପରେ ମଧ୍ୟ ସଶକ୍ତ ହେବାରେ ଲାଗିଛି । ପ୍ରଦୂଷଣ ସମସ୍ୟାରୁ ମୁକ୍ତି, ଅଶୋଧିତ ତେଲ ନିମନ୍ତେ ବିଦେଶ ଉପରେ କମ୍ ନିର୍ଭରଶୀଳ ହେବା ଏବଂ କୃଷକ ମାନଙ୍କର ଆୟ ବୃଦ୍ଧି କରିବା ନିମନ୍ତେ ଆମେ ଇଥାନଲ୍ ଏବଂ ବାୟୋ ଫୁଏଲ୍ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ । ପୁନେରେ ବହୁତ ପରିମାଣର ଇଥାନଲ୍ ବ୍ଲେଣ୍ଡିଂ ସହିତ ଯୋଡି ହୋଇ ରହିଥିବା ସୁବିଧା ସ୍ଥାପିତ କରାଯାଇଛି । ଏହା ଯୋଗୁଁ ନିକଟସ୍ଥ ଆଖୁ ଚାଷୀମାନଙ୍କୁ ବହୁତ ଲାଭ ମିଳିବାର ଅଛି । ପୁନେକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ପାଇଁ ମଧ୍ୟ ଆଜି ମହାନଗରପାଳିକା ଅନେକ କାର୍ଯ୍ୟ ଆରମ୍ଭ କରିଛି । ବାରମ୍ବାର ଆସୁଥିବା ବଢ଼ି ଏବଂ ପ୍ରଦୂଷଣରୁ ପୁନେକୁ ମୁକ୍ତି ଦେବାରେ ଏହି ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ବହୁତ ଉପଯୋଗୀ ହେବ । ମୂଳା – ମୁଠା ନଦୀର ପରିଷ୍କରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ ମଧ୍ୟ ପୁନେ ନଗରପାଳିକାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ନଦୀ ଗୁଡିକ ଯେତେବେଳେ ଜୀବନ୍ତ ହେବେ ସହରର ଲୋକ ମାନଙ୍କୁ ମଧ୍ୟ ଶାନ୍ତି ମିଳିବ, ସେମାନଙ୍କୁ ମଧ୍ୟ ନୂତନ ଶକ୍ତି ପ୍ରାପ୍ତ ହେବ ।

ଏବଂ ମୁଁ ସହରର ଅଧିବାସୀଙ୍କୁ ନିବେଦନ କରିବି ଯେ, ବର୍ଷରେ ଥରେ ଏକ ତିଥି ସ୍ଥିର କରି ନିୟମିତ ନଦୀ ଉତ୍ସବ ପାଳନ କରିବା ଉଚିତ୍ । ନଦୀ ପ୍ରତି ଶ୍ରଦ୍ଧା, ନଦୀର ମହତ୍ୱ, ପର୍ଯ୍ୟାବରଣ ଦୃଷ୍ଟିରୁ ପ୍ରଶିକ୍ଷଣ, ସମ୍ପୂର୍ଣ୍ଣ ସହରରେ ନଦୀ ଉତ୍ସବର ବାତାବରଣ ତିଆରି ହେବା ଉଚିତ୍‌, ତାହେଲେ ଯାଇ ଆମେ ନଦୀ ଗୁଡିକର ମହତ୍ୱ ବୁଝି ପାରିବା ।

ବନ୍ଧୁଗଣ,

କୌଣସି ବି ଦେଶର ଆଧୁନିକ ଭିତିଭୂମିର ବିକାଶ ନିମନ୍ତେ ଯେଉଁ କଥା ସବୁଠାରୁ ଜରୁରୀ ଅଟେ, ତାହା ହେଉଛି ଦ୍ରୁତ ଗତି ଏବଂ ସ୍କେଲ୍‌/ ସ୍ତର । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଆମର ଏଠାରେ ଏମିତି ବ୍ୟବସ୍ଥା ରହିଛି, ଯାହା ଫଳରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ନିମନ୍ତେ ବହୁତ ବିଳମ୍ଭ ହୋଇ ଯାଉଛି । ଏହି ଭଳି ଅଳସୁଆ ପ୍ରବୃତି ଦେଶର ବିକାଶକୁ ମଧ୍ୟ ପ୍ରଭାବିତ କରି ଆସୁଛି । ଆଜିର ଦ୍ରୁତ ଗତିକୁ ଆଗକୁ ବଢ଼େଇବା ନିମନ୍ତେ ଭାରତରେ ଆମକୁ ଦ୍ରୁତ ଗତି ଏବଂ ସ୍କେଲ୍‌/ ସ୍ତର ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ । ଏଥିପାଇଁ ଆମ ସରକାର ପିଏମ୍ – ଗତିଶକ୍ତି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଆମେ ଦେଖିଛେ ଯେ, ପ୍ରାୟତଃ ପ୍ରକଳ୍ପ ଗୁଡିକରେ ବିଳମ୍ବର ବିଭିନ୍ନ କାରଣ ମଧ୍ୟ ଥାଏ, ଭିନ୍ନ ଭିନ୍ନ ବିଭାଗରେ, ଭିନ୍ନ ଭିନ୍ନ ମନ୍ତ୍ରଣାଳୟରେ, ଭିନ୍ନ ଭିନ୍ନ ସରକାର ମଧ୍ୟରେ ତାଳମେଳର ଅଭାବ । ଏହି କାରଣରୁ ଯେତେବେଳେ ଅନେକ ବର୍ଷ ପରେ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥାଏ, ସେତେବେଳେ ତାହା ପୁରୁଣା ହୋଇ ଯାଇଥାଏ, ତାହାର ପ୍ରାସଙ୍ଗିକତା ମଧ୍ୟ ଶେଷ ହୋଇ ଯାଇଥାଏ ।

ପିଏମ୍ ଗତିଶକ୍ତି ନ୍ୟାସନାଲ୍ ମାଷ୍ଟର ପ୍ଲାନ୍‌, ଏହି ସମସ୍ତ ବିରୋଧାଭାଷକୁ ଦୂର କରିବା ନିମନ୍ତେ କାର୍ଯ୍ୟ କରିବ । ଯେତେବେଳେ ଏକ ସମନ୍ୱିତ ଗୁରୁତ୍ୱର ସହିତ କାର୍ଯ୍ୟ ହେବ, ସମସ୍ତ ଅଂଶଧାରକଙ୍କ ନିକଟରେ ପର୍ଯ୍ୟାପ୍ତ ସୂଚନା ରହିବ, ତେବେ ଆମ ପ୍ରକଳ୍ପ ଗୁଡିକ ମଧ୍ୟ ସମୟରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ବୃଦ୍ଧି ପାଇବ । ଏହା ଫଳରେ ଲୋକ ମାନଙ୍କର ସମସ୍ୟା ମଧ୍ୟ କମ୍ ହେବ, ଦେଶର ଅର୍ଥ ମଧ୍ୟ ବଂଚିଯିବ ଏବଂ ଲୋକ ମାନଙ୍କୁ ବହୁତ ଶୀଘ୍ର ସୁବିଧା ଉପଲବ୍ଧ ହେବ ।

ଭାଇ ଏବଂ ଭଉଣୀ ମାନେ,

ମୁଁ ଏହି କଥାକୁ ନେଇ ଖୁସି ଯେ, ଆଧୁନିକତା ସହିତ ପୁନେର ପୌରାଣିକତାକୁ, ମହାରାଷ୍ଟ୍ରର ଗୌରବକୁ ମଧ୍ୟ ସହରାଂଚଳ ଯୋଜନାରେ ସମାନ ଗୁରୁତ୍ୱ ଦିଆ ଯାଉଛି । ଏହି ଭୂମି ସନ୍ଥ ଜ୍ଞାନେଶ୍ୱର ଏବଂ ସନ୍ଥ ତୁକାରାମଙ୍କ ଭଳି ପ୍ରେରକ ସନ୍ଥ ମାନଙ୍କର ସ୍ଥାନ ଅଟେ । କିଛି ମାସ ପୂର୍ବରୁ ଶ୍ରୀସନ୍ଥ ଜ୍ଞାନେଶ୍ୱର ମହାରାଜ ପାଲଖୀ ମାର୍ଗ ଏବଂ ସନ୍ଥ ତୁକାରାମ ମହାରା ପାଲଖୀ ମାର୍ଗର ଶିଳାନ୍ୟାସ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି । ନିଜର ଇତିହାସ ଉପରେ ଗର୍ବ କରି ଆଧୁନିକତାର ଏହି ବିକାଶ ଯାତ୍ରା ଏମିତି ସର୍ବଦା ଚାଲିଥାଉ, ଏହି କାମନା ସହିତ ପୁନେର ସମସ୍ତ ନାଗରିକ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”