Lauds Kashi and Uttar Pradesh for their efforts in fight against the pandemic
Kashi is becoming a big medical hub of Purvanchal: PM
Cleanliness and beauty of Maa Ganga and Kashi is an aspiration and priority: PM
Work is on for schemes worth 8000 crore in the region: PM
Uttar Pradesh is fast emerging as the leading investment destination of the country:PM
Rule of law and focus on development is ensuring that people of UP are getting benefits of the schemes: PM
Reminds people of UP to remain vigilant against the virus

ଭାରତମାତା କୀ ଜୟ, ଭାରତମାତା କୀ ଜୟ, ଭାରତମାତା କୀ ଜୟ। ହର ହର ମହାଦେବ!

ଦୀର୍ଘ ସମୟ ପରେ ଆପଣ ସମସ୍ତ ଲୋକମାନଙ୍କ ସହ ସିଧା ସଳଖ ସାକ୍ଷାତ କରିବାର ସୁଯୋଗ ମିଳିଛି। କାଶୀର ସମସ୍ତ ଲୋକଙ୍କୁ ପ୍ରଣାମ! ଆମ ସମସ୍ତ ଲୋକଙ୍କ ଦୁଃଖ ହରଣ କରୁଥିବା ବାବା ଭୋଳାନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ଚରଣରେ ମୁଁ ମୁଣ୍ଡ ନୂଆଁଇ ପ୍ରଣାମ କରୁଛି!

ୟୁପିର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ୟୁପିର ଯଶସ୍ୱୀ ଏବଂ କର୍ମଠ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ୟୁପି ସରକାରର ମନ୍ତ୍ରୀଗଣ, ବିଧାୟକଗଣ ଏବଂ ବନାରସର ମୋର ଭାଇ ଓ ଭଉଣୀମାନେ,

ଆଜି କାଶୀର ବିକାଶ ସହିତ ଜଡ଼ିତ 15 ଶହ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ମୋତେ ମିଳିଛି। ବନାରସର ବିକାଶ ପାଇଁ ଯାହା କିଛି ମଧ୍ୟ ହେଉଛି, ତାହା ସବୁକିଛି ମହାଦେବଙ୍କ ଆଶୀର୍ବାଦ ଏବଂ ବନାରସର ଜନତାଙ୍କ ପ୍ରୟାସ ଦ୍ୱାରା ହିଁ ହୋଇ ପାରୁଛି। କଠିନ ସମୟରେ ମଧ୍ୟ କାଶୀ ଏହା ଦେଖାଇ ଦେଇଛି ଯେ ସେ ଅଟକି ଯାଇ ନାହିଁ, ସେ ଥକି ଯାଇ ନାହିଁ।

ଭାଇ ଓ ଭଉଣୀମାନେ,

ବିଗତ କିଛି ମାସ ଆମ ସମସ୍ତଙ୍କ ପାଇଁ, ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ବହୁତ କଷ୍ଟକର ଥିଲା। କରୋନା ଭୂତାଣୁର ପରିବର୍ତିତ ଏବଂ ଭୟଙ୍କର ରୂପ ସମ୍ପୂର୍ଣ୍ଣ ଶକ୍ତିର ସହିତ ଆକ୍ରମଣ କଲା। କିନ୍ତୁ କାଶୀ ସହିତ, ସମ୍ପୂର୍ଣ୍ଣ ୟୁପି ସାମର୍ଥ୍ୟର ସହିତ ଏତେ ବଡ଼ ସଙ୍କଟର ମୁକାବିଲା କଲା। ଦେଶର ସବୁଠାରୁ ବଡ଼ ପ୍ରଦେଶ, ଯାହାର ଜନସଂଖ୍ୟା ବିଶ୍ୱର ବଡ଼-ବଡ଼ 12 ଟି ଦେଶଠାରୁ ମଧ୍ୟ ଅଧିକ, ସେଠାରେ କରୋନାର ଦ୍ୱିତୀୟ ଲହରକୁ ଯେଉଁଭଳି ଭାବରେ ୟୁପି ନିୟନ୍ତ୍ରଣ କଲା, ଦ୍ୱିତୀୟ ଲହର ସମୟରେ ୟୁପି ଯେଉଁଭଳି ଭାବେ କରୋନା ସଂକ୍ରମଣର ବ୍ୟାପକତାକୁ ରୋକିଲା, ତାହା ହେଉଛି ଅଭୂତପୂର୍ବ। ନଚେତ ୟୁପିର ଲୋକ ସେହି ସମୟକୁ ମଧ୍ୟ ଦେଖିଛନ୍ତି ଯେତେବେଳେ ମସ୍ତିଷ୍କ ଜ୍ୱର, ଇନସେଫାଲାଇଟିସ୍‍ ଭଳି ରୋଗର ସାମ୍ନା କରିବାରେ ଏଠାରେ କେତେ ସମସ୍ୟା ଆସୁଥିଲା।

ପୂର୍ବ ସମୟ ତୁଳନାରେ, ସ୍ୱାସ୍ଥ୍ୟ ସୁବିଧାର ଅଭାବ ଏବଂ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଛୋଟ-ଛୋଟ ସଙ୍କଟ ମଧ୍ୟ ୟୁପିରେ ବିକଟାଳ ହୋଇ ଯାଉଥିଲା। ଆଉ ଏହା ହେଉଛି 100 ବର୍ଷରେ ସାରା ଦୁନିଆକୁ ଆସିଥିବା ସବୁଠାରୁ ଭୟଙ୍କର ବିପର୍ଯ୍ୟୟ, ହେଉଛି ସବୁଠାରୁ ଭୟଙ୍କର ମହାମାରୀ। ଏଥିପାଇଁ କରୋନାର ମୁକାବିଲାରେ ଉତର ପ୍ରଦେଶର ପ୍ରୟାସ ହେଉଛି ଉଲ୍ଲେଖନୀୟ। ମୁଁ କାଶୀର ନିଜ ସାଥୀମାନଙ୍କର, ଏଠାକାର ଶାସନ, ପ୍ରଶାସନ ଠାରୁ ନେଇକରି କରୋନା ଯୋଦ୍ଧାମାନଙ୍କର ସମ୍ପୂର୍ଣ୍ଣ ଟିମ୍‍ କୁ କୃତଜ୍ଞତା ଜଣାଉଛି। ଆପଣମାନେ ଦିନ-ରାତି ଏକାଠି ହୋଇ ଯେଉଁଭଳି ଭାବେ କାଶୀରେ ବ୍ୟବସ୍ଥାମାନ ପ୍ରସ୍ତୁତ କଲେ, ତାହା ହେଉଛି ବହୁତ ବଡ଼ ସେବା।

ମୋର ମନେଅଛି ଯେ ରାତି ଅଧରେ ମଧ୍ୟ ଯେତେବେଳେ ଏଠାକାର ବ୍ୟବସ୍ଥା ସହିତ ଜଡ଼ିତ ଲୋକଙ୍କୁ ଫୋନ କରୁଥିଲି, ତେବେ ସେମାନେ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ଥିଲେ। କଠିନ ସମୟ ଥିଲା, କିନ୍ତୁ ଆପଣମାନେ ନିଜସ୍ୱ ପ୍ରୟାସରେ କୌଣସି ଅଭାବ ରଖି ନଥିଲେ। ଆପଣ ସମସ୍ତଙ୍କର ଏଭଳି କାର୍ଯ୍ୟର ପରିଣାମ ହେଉଛି ଯେ ଆଜି ୟୁପିରେ ସ୍ଥିତି ପୁଣି ନିୟନ୍ତ୍ରିତ ହେବାରେ ଲାଗିଛି।

ଆଜି ୟୁପି, ହେଉଛି ସବୁଠାରୁ ଅଧିକ କରୋନା ପରୀକ୍ଷଣ କରୁଥିବା ରାଜ୍ୟ। ଆଜି ୟୁପି ସାରା ଦେଶରେ ସବୁଠାରୁ ଅଧିକ ଟିକାକରଣ କରୁଥିବା ରାଜ୍ୟ। ସମସ୍ତଙ୍କୁ ନିଃଶୁଳ୍କ-ଟିକାଦାନ ଟିକାକରଣ ଅଭିଯାନ ମାଧ୍ୟମରେ ଗରିବ, ମଧ୍ୟମବର୍ଗ, କୃଷକ-ଯୁବକ, ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ମାଗଣା ଟିକା ଦିଆଯାଉଛି।

ଭାଇ ଓ ଭଉଣୀମାନେ,

ପରିଷ୍କାର-ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଯେଉଁ ଭିତିଭୂମି ୟୁପିରେ ଯାହା ପ୍ରସ୍ତୁତ ହେଉଛି ତାହା ଭବିଷ୍ୟତରେ ମଧ୍ୟ କରୋନା ସହିତ ଲଢ଼େଇ କରିବାରେ ବହୁତ ସାହାଯ୍ୟ କରିବ। ଆଜି ୟୁପିରେ ଗାଁର ସ୍ୱାସ୍ଥ୍ୟକେନ୍ଦ୍ର ହେଉ, ମେଡିକାଲ କଲେଜ ହେଉ, ଏମ୍ସ ହେଉ, ମେଡିକାଲ ଭିତିଭୂମିରେ ଅଭୂତପୂର୍ବ ସୁଧାର ହେଉଛି। 4 ବର୍ଷ ପୂର୍ବ ପର୍ଯ୍ୟନ୍ତ ଯେଉଁଠି ୟୁପିରେ ମାତ୍ର ଡଜନ ଭଳି ମେଡିକାଲ କଲେଜ ରହିଥିଲା, ସେଗୁଡ଼ିକର ସଂଖ୍ୟା ଏବେ ପ୍ରାୟ 4 ଗୁଣା ହୋଇ ଯାଇଛି। ବହୁତ ଗୁଡ଼ିଏ ମେଡିକାଲ କଲେଜର ନିର୍ମାଣ ନିଜ ନିଜର ଭିନ୍ନ-ଭିନ୍ନ ଅବସ୍ଥାରେ ରହିଛି। ଏବେ ୟୁପିରେ ପ୍ରାୟ ସାଢ଼େ 5 ଶହ ଅକ୍ସିଜେନ ପ୍ଲାଂଟ୍ସ ନିର୍ମାଣ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। ଆଜି ବନରସରେ ହିଁ 14 ଟି ଅକ୍ସିଜେନ ପ୍ଲାଂଟ୍ସର ମଧ୍ୟ ଲୋକାର୍ପଣ କରାଗଲା। ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ପିଲାମାନଙ୍କ ପାଇଁ ବିଶେଷ ଅକ୍ସିଜେନ ଏବଂ ଆଇସିୟୁ ଭଳି ସୁବିଧାଗୁଡ଼ିକୁ ନିର୍ମାଣ କରିବାର ଯେଉଁ ଗୁରୁଦାୟିତ୍ୱ ୟୁପି ସରକାର ଉଠାଇଛନ୍ତି, ତାହା ହେଉଛି ପ୍ରକୃତରେ ପ୍ରଶଂସନୀୟ। କରୋନା ସହିତ ଜଡ଼ିତ ନୂତନ ସ୍ୱାସ୍ଥ୍ୟ ସୁବିଧା ସବୁର ନିର୍ମାଣ ପାଇଁ ଏଇ ନିକଟରେ କେନ୍ଦ୍ର ସରକାର 23 ହଜାର କୋଟି ଟଙ୍କାର ବିଶେଷ ପ୍ୟାକେଜର ଘୋଷଣା କରିଛନ୍ତି। ଏହାର ମଧ୍ୟ ବହୁତ ବଡ଼ ଲାଭ ୟୁପିକୁ ହେବାକୁ ଯାଉଛି।

ସାଥୀଗଣ,

କାଶୀ ନଗରୀ ଆଜି ପୂର୍ବାଞ୍ଚଳର ବହୁତ ବଡ଼ ମେଡିକାଲ ହବ୍‍ ହେବାକୁ ଯାଉଛି। ଯେଉଁ ରୋଗଗୁଡ଼ିକର ଚିକିତ୍ସା କରିବା ପାଇଁ କେବେ ଦିଲ୍ଲୀ ଆଉ ମୁମ୍ବଇ ଯିବାକୁ ପଡ଼ୁଥିଲା, ସେଗୁଡ଼ିକର ଚିକିତ୍ସା ଆଜି କାଶୀରେ ମଧ୍ୟ ଉପଲବ୍ଧ ହୋଇ ପାରିଛି। ଏଠାରେ ମେଡିକାଲ ଭିତିଭୂମିରେ ଆଜି ଆଉ କିଛି ଶୃଙ୍ଖଳ ଯୋଡ଼ି ହୋଇଛି। ଆଜି ମହିଳା ଏବଂ ପିଲାମାନଙ୍କର ଚିକିତ୍ସା ସହିତ ଜଡ଼ିତ ନୂତନ ହସ୍ପାତାଳ କାଶୀରେ ମିଳି ପାରୁଛି। ଏଥିମଧ୍ୟରୁ 100 ଶଯ୍ୟାର କ୍ଷମତା ବିଏଚୟୁରେ ଆଉ 50 ଶଯ୍ୟା ଜିଲ୍ଲା ହସ୍ପାତାଳରେ ଯୋଡି ହୋଇଛି। ଏହି ଦୁଇଟି ପ୍ରକଳ୍ପର ଶିଳାନ୍ୟାସର ସୌଭାଗ୍ୟ ମୋତେ ମିଳିଥିଲା, ଏବେ ଆଜି ଏହାର ଲୋକାର୍ପଣ ମଧ୍ୟ ହେଉଛି। ବିଏଚୟୁରେ ଏ ଯେଉଁ ନୂତନ ସୁବିଧା ନିର୍ମାଣ ହୋଇଛି, କିଛି ସମୟ ପରେ ମୁଁ ତାହାକୁ ଦେଖିବା ପାଇଁ ମଧ୍ୟ ଯିବାକୁ ବାହାରିଛି। ସାଥୀଗଣ, ଆଜି ବିଏଚୟୁରେ ଆଞ୍ଚଳିକ ନେତ୍ର ସଂସ୍ଥାନର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ସଂସ୍ଥାନରେ ଲୋକମାନଙ୍କର ଆଖି ସହିତ ଜଡ଼ିତ ରୋଗର ଆଧୁନିକ ଚିକିତ୍ସା ସୁବିଧା ମିଳି ପାରିବ।

ଭାଇ ଓ ଭଉଣୀମାନେ,

ବିଗତ ସାତ ବର୍ଷ ମଧ୍ୟରେ କାଶୀ, ନିଜର ମୌଳିକ ପରିଚୟକୁ ଅକ୍ଷୁର୍ଣ୍ଣ ରଖି ମଧ୍ୟ ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ସମଗ୍ର ଅଞ୍ଚଳରେ, ସେ ହୁଏତ ଜାତୀୟ ରାଜପଥ ନିର୍ମାଣର କାର୍ଯ୍ୟ ହେଉ, ଫ୍ଲାଇ ଓଭର ହେଉ ଅବା ରେଲୱେ ଓଭର ବ୍ରିଜ ହେଉ ଅବା ତାରର ଜଞ୍ଜାଳ ଦୂର କରିବା ପାଇଁ ପୁରୁଣା କାଶୀରେ ଭୂତଳ ଓୟାରିଂ ବ୍ୟବସ୍ଥା ହେଉ, ପାନୀୟ ଜଳ ଏବଂ ସ୍ୱରେଜ ସମସ୍ୟାର ସ୍ଥାୟୀ ସମାଧାନ ହେଉ, ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ବିକାଶ କାର୍ଯ୍ୟ ହେଉ, ସବୁ କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ ହୋଇଛି। ଏହି ସମୟରେ ମଧ୍ୟ ଏହି କ୍ଷେତ୍ରରେ ପ୍ରାୟ 8 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି। ନୂତନ ପ୍ରକଳ୍ପ, ନୂତନ ସଂସ୍ଥାନ କାଶୀର ବିକାଶ ଗାଥାକୁ ଆହୁରି ଜୀବନ୍ତ କରୁଛି।

ସାଥୀଗଣ,

କାଶୀରେ, ମାଆ ଗଙ୍ଗାଙ୍କ, ସ୍ୱଚ୍ଛତା ଏବଂ ସୁନ୍ଦରତା ପାଇଁ, ଆମ ସମସ୍ତଙ୍କର ଆକାଂକ୍ଷା ମଧ୍ୟ ରହିଛି ଆଉ ପ୍ରାଥମିକତା ମଧ୍ୟ ରହିଛି। ଏଥିପାଇଁ ସଡ଼କ ହେଉ, ସ୍ୱରେଜ ପରିଚାଳନା ହେଉ, ପାର୍କ ଏବଂ ଘାଟଗୁଡ଼ିକର ସୌନ୍ଦର୍ଯ୍ୟକରଣ ହେଉ, ଏଭଳି ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହେଉଛି। ପଞ୍ଚକୋଶୀ ମାର୍ଗର ପ୍ରଶସ୍ତୀକରଣ ଶେଷ ହେବା ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ସୁବିଧା ହେବ ଏବଂ ଏହି ମାର୍ଗରେ ପଡ଼ୁଥିବା ଡଜନ-ଡଜନ ଗାଁର ଜୀବନ ମଧ୍ୟ ସହଜ ପାଲଟିବ। ବାରଣାସୀ-ଗାଜୀପୁର ମାର୍ଗରେ ଯେଉଁ ସେତୁ ଅଛି, ତାହା ଖୋଲିବା ଦ୍ୱାରା ବାରଣାସୀ ବ୍ୟତୀତ ପ୍ରୟାଗରାଜ, ଗାଜୀପୁର, ବଲିୟା, ଗୋରଖପୁର ଏବଂ ବିହାର ଯିବା-ଆସିବା କରୁଥିବା ଲୋକମାନଙ୍କୁ ମଧ୍ୟ ଖୁବ ସହଜ ହେବ। ଗୋଁଦୌଲିୟାରେ ବହୁସ୍ତରୀୟ ଦୁଇ ଚିକିଆ ଯାନ ପାର୍କିଂ ସୁବିଧା ହେବା ଦ୍ୱାରା କେତେ ଭିଡ଼ କମିଯିବ, ଏହା ବନାରସର ଲୋକଙ୍କୁ ଭଲଭାବେ ଜଣାଅଛି। ସେହିପରି ଲହରତାରାରୁ ଘାଟ ଫ୍ଲାଇ ଓଭରର ତଳେ ମଧ୍ୟ ପାର୍କିଂରୁ ନେଇ ଅନ୍ୟାନ୍ୟ ଜନ ସୁବିଧା ଗୁଡ଼ିକର ନିର୍ମାଣ ବହୁତ ଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବ। ବନାରସର, ୟୁପିର କୌଣସି ମଧ୍ୟ ବାହନକୁ କୌଣସି ମଧ୍ୟ ପରିବାରକୁ ଶୁଦ୍ଧ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼ୁ, ଏଥିପାଇଁ ‘ହର୍‍ ଘର୍‍ ଜଳ ଅଭିଯାନ’ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି।

ସାଥୀଗଣ,

ଉନ୍ନତ ସୁବିଧା, ଉନ୍ନତ ଯୋଗାଯୋଗ, ସୁନ୍ଦର ହେଉଥିବା ଗଳିଗୁଡିକ ଆଉ ଘାଟ, ଏହା ହେଉଛି ଚିର ପୁରାତନ କାଶୀର ନୂତନ ଅଭିବ୍ୟକ୍ତି। ସହରର 700 ରୁ ଅଧିକ ସ୍ଥାନମାନଙ୍କରେ ଅତ୍ୟାଧୁନିକ ସର୍ଭିଲାନ୍ସ କ୍ୟାମେରା ଲଗାଇବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି। ସହରର ବିଭିନ୍ନ ସ୍ଥାନମାନଙ୍କରେ ଲାଗୁଥିବା ବଡ଼-ବଡ଼ ଏଲଇଡି, ଏହା ଆଗାମୀ ଦିନରେ କାଶୀକୁ ବହୁତ ସହାୟତା କରିବ। କାଶୀର ଇତିହାସ, ବାସ୍ତୁ, ଶିଳ୍ପ, କଳା, ଏଭଳି ପ୍ରତ୍ୟେକ ସୂଚନାକୁ ଆକର୍ଷକ ଢଙ୍ଗରେ ପ୍ରସ୍ତୁତ କରିବା ଭଳି ଏହି ସୁବିଧା ଗୁଡିକ ଶ୍ରଦ୍ଧାଳୁଙ୍କର ବହୁତ କାର୍ଯ୍ୟରେ ଆସିବ। ବଡ଼ ବଡ଼ ସ୍କ୍ରିନ ମାଧ୍ୟମରେ ଗଙ୍ଗାଜୀଙ୍କ ଘାଟରେ ଏବଂ କାଶୀ ବିଶ୍ୱନାଥ ମନ୍ଦିରରେ ହେଉଥିବା ଆଳତିର ପ୍ରସାରଣ ସଂମ୍ପୁର୍ଣ୍ଣ ସହରରେ ସମ୍ଭବ ହୋଇ ପାରିବ।

ଭାଇ ଓ ଭଉଣୀମାନେ,

ଆଜିଠାରୁ ଯେଉଁ ରୋ-ରୋ ସେବା ଏବଂ କ୍ରୁଜ ବୋଟର ସଞ୍ଚାଳନ ଆରମ୍ଭ ହୋଇଛି, ଏହାଦ୍ୱାରା କାଶୀର ପର୍ଯ୍ୟଟନ କ୍ଷେତ୍ର ଆହୁରି ପ୍ରସ୍ଫୁଟିତ ହେବ। କେବଳ ଏତିକି ନୁହେଁ ମାଆ ଗଙ୍ଗାଙ୍କ ସେବା ସହିତ ଜଡ଼ିତ ଆମର ନାବିକ ସାଥୀମାନଙ୍କୁ ମଧ୍ୟ ଉନ୍ନତ ସୁବିଧାମାନ ଦିଆଯାଉଛି। ଡିଜେଲ ଡଙ୍ଗାକୁ ସିଏନଜିରେ ପରିବର୍ତନ କରାଯାଉଛି। ଏହାଦ୍ୱାରା ସେମାନଙ୍କର ଖର୍ଚ୍ଚ ମଧ୍ୟ କମ୍‍ ହେବ, ପର୍ଯ୍ୟାବରଣକୁ ମଧ୍ୟ ଲାଭ ମିଳିବ ଏବଂ ପର୍ଯ୍ୟଟକ ମଧ୍ୟ ଆକର୍ଷିତ ହେବେ। ଏହାର କିଛି ସମୟ ପରେ ମୁଁ ରୁଦ୍ରାକ୍ଷ ଭାବେ ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ରକୁ ମଧ୍ୟ କାଶୀବାସୀଙ୍କୁ ସମର୍ପିତ କରିବାକୁ ଯାଉଛି। କାଶୀରୁ ବିଶ୍ୱ ସ୍ତରୀୟ ସାହିତ୍ୟକାର, ସଙ୍ଗୀତକାର ଏବଂ ଅନ୍ୟ କଳାଗୁଡ଼ିକର କଳାକାର ମାନେ ବିଶ୍ୱ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ କାଶୀରେ ହିଁ ସେମାନଙ୍କ କଳାକୁ ପ୍ରଦର୍ଶନ ପାଇଁ କୌଣସି ବିଶ୍ୱସ୍ତରୀୟ ସୁବିଧା ନ ଥିଲା। ଆଜି ମୁଁ ଖୁସି ଯେ କାଶୀର କଳାକାର– ଶିଳ୍ପୀମାନଙ୍କୁ ନିଜର ବିଦ୍ୟା ଦେଖାଇବା ପାଇଁ ନିଜ କଳାକୁ ଦେଖାଇବା ପାଇଁ ଏକ ଆଧୁନିକ ମଞ୍ଚ ମିଳିୁଛି।

ସାଥୀଗଣ,

କାଶୀର ପୁରାତନ ବୈଭବର ସମୃଦ୍ଧି, ଜ୍ଞାନର ଗଙ୍ଗା ସହିତ ମଧ୍ୟ ଯୋଡ଼ି ହୋଇ ରହିଛି। ଏଭଳି ଭାବରେ କାଶୀକୁ ଆଧୁନିକ ଜ୍ଞାନ ଏବଂ ବିଜ୍ଞାନର କେନ୍ଦ୍ର ରୂପେ ମଧ୍ୟ ନିରନ୍ତର ବିକାଶ ଜରୁରୀ। ଯୋଗୀ ମହାଶୟଙ୍କ ସରକାର ଆସିବା ପରେ ଏହି ଦିଗରେ ଯେଉଁ ପ୍ରୟାସ ହେଉଥିଲା, ସେଥିରେ ଆହୁରି ଦ୍ରୁତ ଗତି ଆସିଛି। ଆଜି ମଧ୍ୟ ମଡେଲ ସ୍କୁଲ, ଆଇଟିଆଇ, ପଲିଟେକ୍ନିକ୍‍, ଏଭଳି ଅନେକ ସଂସ୍ଥାନ ଏବଂ ନୂତନ ସୁବିଧାମାନ କାଶୀକୁ ମିଳିଛି। ଆଜି ସିପେଟ୍‍ ର ଦକ୍ଷତା ବିକାଶ ଓ ବୈଷୟିକ ସହାୟତା କେନ୍ଦ୍ରର ଯେଉଁ ଆଧାରଶୀଳା ରଖାଯାଇଛି, ଏହା କେବଳ କାଶୀ ନୁହେଁ, ବରଂ ପୂର୍ବାଞ୍ଚଳର ଔଦ୍ୟୋଗିକ ବିକାଶକୁ ମଧ୍ୟ ଉର୍ଜ୍ଜା ଦେବ। ଏଭଳି ସଂସ୍ଥାନ ଆତ୍ମନିର୍ଭର ଭାରତର ନିର୍ମାଣ ପାଇଁ କୁଶଳ ଯୁବକମାନଙ୍କୁ ପ୍ରଶିକ୍ଷଣରେ କାଶୀର ଭୂମିକାକୁ ସୁଦୃଢ଼ କରିବ। ମୁଁ ବନାରସର ଯୁବକମାନଙ୍କୁ, ବିଦ୍ୟାର୍ଥୀମାନଙ୍କୁ ସିପେଟ୍‍ ସେଂଟର ପାଇଁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି।

ଭାଇ ଓ ଭଉଣୀମାନେ,

ଆଜି ବିଶ୍ୱର ଅନେକ ବଡ଼-ବଡ଼ ନିବେଶକ ଆତ୍ମନିର୍ଭର ଭାରତର ମହାଯଜ୍ଞ ସହିତ ଯୋଡ଼ି ହୋଇଛନ୍ତି। ଏଥିରେ ମଧ୍ୟ ଉତରପ୍ରଦେଶ ଦେଶର ଅଗ୍ରଣୀ ନିବେଶକ କେନ୍ଦ୍ର ଭାବେ ବିକଶିତ ହେଉଛି। କିଛି ବର୍ଷ ପୂର୍ବେ ଯେଉଁ ୟୁପିରେ ବ୍ୟବସାୟ କାରବାର କରିବା କଷ୍ଟକର ହୋଇ ପଡ଼ିଥିଲା, ଆଜି ମେକ୍‍ ଇନ୍‍ ଇଣ୍ଡିଆ ପାଇଁ ୟୁପି ଏକ ପସନ୍ଦ ଯୋଗ୍ୟ ସ୍ଥାନ ପାଲଟିବାକୁ ଯାଉଛି।

ଏହାର ଏକ ବଡ଼ କାରଣ ହେଉଛି ୟୁପିରେ ଯୋଗୀ ମହାଶୟଙ୍କ ସରକାର ଦ୍ୱାରା ଭିତିଭୂମି ଉପରେ ଦୃଷ୍ଟି ଦିଆଯାଉଛି। ସଡ଼କ, ରେଳ ଏବଂ ବିମାନ ଯୋଗାଯୋଗରେ ଆସିଥିବା ଗୁରୁତ୍ୱପୂର୍ଣ୍ଣ ସୁଧାର ଯୋଗୁଁ ଏଠାକାର ଜୀବନ ତ ସହଜ ହେଉଛି ଅନ୍ୟ ପକ୍ଷରେ ବ୍ୟବସାୟ କରିବାରେ ମଧ୍ୟ ଅଧିକ ସୁବିଧା ହେଉଛି। ୟୁପିର କୋଣ-ଅନୁକୋଣରେ ପ୍ରଶସ୍ତ ଏବଂ ଆଧୁନିକ ସଡ଼କ, ଏକ୍ସପ୍ରେସ- ୱେ ସହିତ ଯୋଡ଼ିବାର କାର୍ଯ୍ୟ ଏଠାରେ ଦ୍ରୁତ ଗତିରେ ଚାଲୁଛି। ପ୍ରତିରକ୍ଷା କରିଡର ହେଉ, ପୂର୍ବାଞ୍ଚଳ ଏକ୍ସପ୍ରେସ- ୱେ ହେଉ ଅବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ- ୱେ ଗୋରଖପୁର ଲିଙ୍କ୍‍ ଏକ୍ସପ୍ରେସ ହେଉ ଅବା ଗଙ୍ଗା ଏକ୍ସପ୍ରେସ୍‍–ୱେ, ଏହା ଏହି ଦଶକରେ ଉତରପ୍ରଦେଶର ବିକାଶକୁ ନୂତନ ଶୀଖର ଦେବାକୁ ଯାଉଛି। ଏହା ଉପରେ କେବଳ ଗାଡ଼ିଗୁଡ଼ିକ ଚାଲିବ ନାହିଁ ବରଂ ଏହାର ଆଖପାଖରେ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବାଭଳି ନୂତନ ଔଦ୍ୟୋଗିକ କ୍ଲଷ୍ଟର ମଧ୍ୟ ପ୍ରସ୍ତୁତ ହେବ।

ଭାଇ ଓ ଭଉଣୀ ମାନେ,

ଆତ୍ମନିର୍ଭର ଭାରତରେ ଆମର ଚାଷବାସ ସହିତ ଜଡ଼ିତ ଭିତିଭୂମି ଏବଂ କୃଷି ଆଧାରିତ ଉଦ୍ୟୋଗଗୁଡ଼ିକୁ ମଧ୍ୟ ବଡ଼ ଭୂମିକା ତୁଲାଇବାକୁ ପଡ଼ିବ। ନିକଟରେ କେନ୍ଦ୍ର ସରକାର କୃଷି ଭିତିଭୂମି ସଶକ୍ତୀକରଣକୁ ନେଇ ବଡ଼ ନିଷ୍ପତି ନେଇଛନ୍ତି। ଦେଶରେ ଆଧୁନିକ କୃଷି ଭିତିଭୂମି ପାଇଁ ଯେଉଁ 1 ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି ହୋଇଛି, ତାହାର ଲାଭ ଏବେ ଆମର କୃଷି ମଣ୍ଡିଗୁଡ଼ିକୁ ମଧ୍ୟ ମିଳିବ। ଏହା ଦେଶର କୃଷି ମଣ୍ଡିଗୁଡ଼ିକର ନେଟୱର୍କକୁ ଆଧୁନିକ ଏବଂ ସୁବିଧା ସମ୍ପନ୍ନ କରିବା କ୍ଷେତ୍ରରେ ବହୁତ ବଡ଼ ପଦକ୍ଷେପ ହେବ। ସରକାରୀ କ୍ରୟ ସହିତ ଜଡ଼ିତ ବ୍ୟବସ୍ଥାକୁ ଉନ୍ନତ କରିବା ଏବଂ କୃଷକମାନଙ୍କୁ ଅଧିକ ବିକଳ୍ପ ଦେବା, ଏହା ହେଉଛି ସରକାରଙ୍କର ପ୍ରାଥମିକତା। ଚଳିତ ଥର ଧାନ ଏବଂ ଗହମର ରେକର୍ଡ ସରକାରୀ କ୍ରୟ ହେଉଛି ଏହାର ପରିଣାମ।

ସାଥୀଗଣ,

କୃଷି ସହିତ ଜଡ଼ିତ ଭିତିଭୂମିକୁ ନେଇ ମଧ୍ୟ ୟୁପିରେ ନିରନ୍ତର କାର୍ଯ୍ୟ ଚାଲୁ ରହିଛି। ବାରଣାସୀ ହେଉ, ପୂର୍ବାଞ୍ଚଳ ହେଉ, ଏଠାରେ ଶୀଘ୍ର ନଷ୍ଟ ହୋଇ ଯାଉଥିବା ଉତ୍ପାଦର କାର୍ଗୋ ସେଂଟର, ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଭଳି ଅନେକ ଆଧୁନିକ ବ୍ୟବସ୍ଥାମାନ ଆଜି କୃଷକମାନଙ୍କର କାର୍ଯ୍ୟରେ ଆସୁଛି। ଏହିଭଳି ହିଁ ଅନେକ ପ୍ରୟାସର କାରଣରୁ ଆମର ଲଙ୍ଗଡ଼ା ଏବଂ ଦଶହରୀ ଆମ୍ବ ଆଜି ୟୁରୋପରୁ ନେଇ ଉପସାଗରୀୟ ଦେଶରେ ନିଜର ମିଠାପଣିଆ ଭରି ଦେଉଛି। ଆଜି ଯେଉଁ ଆମ୍ବ ଏବଂ ପନିପରିବାର ସମନ୍ୱିତ ପ୍ୟାକ ହାଉସର ଶିଳାନ୍ୟାସ କରାଯାଇଛି, ତାହା ଏହି କ୍ଷେତ୍ରକୁ ଏଗ୍ରୋ ଏକ୍ସପର୍ଟ ହବ୍‍ ବା କୃଷି ରପ୍ତାନୀ କେନ୍ଦ୍ର ରୂପେ ବିକଶିତ ହେବାରେ ସାହାଯ୍ୟ କରିବ। ଏହାଦ୍ୱାରା ବିଶେଷ କରି ଛୋଟ କୃଷକ, ଯେଉଁ ଫଳ ପନିପରିବା ଉତ୍ପାଦନ କରିବେ, ସେମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳି ପାରିବ।

ସାଥୀଗଣ,

କାଶୀ ଏବଂ ସମଗ୍ର ୟୁପିର ବିକାଶ ପାଇଁ ଏତେ ସବୁ କାର୍ଯ୍ୟଗୁଡ଼ିକର ଚର୍ଚ୍ଚା ମୁଁ ଏତେ ବେଳରୁ ହିଁ କରୁଛି, କିନ୍ତୁ ଏହି ତାଲିକା ଏତେ ଦୀର୍ଘ ଯେ ଏତେ ଶୀଘ୍ର ଶେଷ ହେବ ନାହିଁ। ଯେତେବେଳେ ସମୟର ଅଭାବ ହୋଇଥାଏ, ସେତେବେଳେ ମୋତେ ମଧ୍ୟ ଅନେକ ଥର ଚିନ୍ତା କରିବାକୁ ପଡ଼ିଥାଏ ଯେ ୟୁପିର କେଉଁ କେଉଁ କାର୍ଯ୍ୟର ଚର୍ଚ୍ଚା କରିବି ଆଉ କେଉଁ କାର୍ଯ୍ୟର ଚର୍ଚ୍ଚା କରିବାକୁ ଛାଡିଦେବି। ଏହାସବୁ ହେଉଛି ଯୋଗୀ ମହାଶୟଙ୍କ ନେତୃତ୍ୱ ଏବଂ ୟୁପି ସରକାରଙ୍କ କର୍ତବ୍ୟନିଷ୍ଠାର ଚମତ୍କାରିତା।

ଭାଇ ଓ ଭଉଣୀମାନେ,

ଏପରି ନୁହେଁ ଯେ 2017 ପୂର୍ବରୁ ୟୁପି ପାଇଁ ଯୋଜନାମାନ ଆସି ନ ଥିଲା, ଅର୍ଥ ପଠାଯାଉ ନ ଥିଲା। ଯେତେବେଳେ ମଧ୍ୟ 2014ରେ ଆମକୁ ସେବା କରିବାର ସୁଯୋଗ ମିଳିଲା। ସେତେବେଳେ ମଧ୍ୟ ଦିଲ୍ଲୀରୁ ଏତେ ଦ୍ରୁତ ପ୍ରୟାସ ହେଉଥିଲା। କିନ୍ତୁ ସେତେବେଳେ ଲକ୍ଷ୍ନୌରେ ସେଥିରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଥିଲା। ଆଜି ଯୋଗୀ ମହାଶୟ ସ୍ୱୟଂ କଠିନ ପରିଶ୍ରମ କରୁଛନ୍ତି। କାଶୀର ଲୋକ ତ ଦେଖୁଛନ୍ତି ଯେ କିପରି ଯୋଗୀ ମହାଶୟ କ୍ରମାଗତ ଭାବେ ଏଠାକୁ ଆସୁଛନ୍ତି, ଗୋଟିଏ ଗୋଟିଏ ବିକାଶ ଯୋଜନାର ସମୀକ୍ଷା କରୁଛନ୍ତି, ନିଜେ ଶକ୍ତି ଲଗାଇ କାର୍ଯ୍ୟକୁ ଗତି ଦେଉଛନ୍ତି। ଏହିଭଳି ପରିଶ୍ରମ ସେ ସମ୍ପୂର୍ଣ୍ଣ ପ୍ରଦେଶ ପାଇଁ କରୁଛନ୍ତି। ପ୍ରତ୍ୟେକ ଜିଲ୍ଲାକୁ ଯାଉଛନ୍ତି, ପ୍ରତ୍ୟେକ କାମ ସହିତ ନିଜେ ଲାଗି ପଡ଼ିଛନ୍ତି। ସେହି କାରଣରୁ ହିଁ ୟୁପିରେ ପରିବର୍ତନର ଏହି ପ୍ରୟାସ ଆଜି ଏକ ଆଧୁନିକ ୟୁପି ଗଠନ କରିବାରେ ଦ୍ରୁତ ଗତିରେ ଆଗକୁ ବଢ଼଼ୁଛନ୍ତି।

ଆଜି ସମ୍ପୂର୍ଣ୍ଣ ୟୁପିରେ ଆଇନର ଶାସନ ଚାଲୁଛି। ମାଫିଆରାଜ ଏବଂ ଆତଙ୍କବାଦ, ଯାହା କେବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା, ତାହାକୁ ଏବେ ଆଇନର ପଞ୍ଝା ଜାବୁଡ଼ି ଧରିଛି। ଭଉଣୀ– ଝିଅମାନଙ୍କର ସୁରକ୍ଷାକୁ ନେଇ ମାଆ– ବାପା ସର୍ବଦା ଯେଉଁଭଳି ଭାବେ ଭୟ ଓ ଆଶଙ୍କା ମଧ୍ୟରେ ଜୀଉଁଥିଲେ, ସେହି ସ୍ଥିତି ବଦଳି ଯାଇଛି। ଆଜି ଭଉଣୀ– ଝିଅମାନଙ୍କ ଉପରକୁ ଆଖି ଉଠାଉଥିବା ଅପରାଧୀମାନଙ୍କୁ ଜଣାଅଛି ଯେ ସେମାନେ ଆଇନରୁ ଊର୍ଦ୍ଧ୍ବରେ ବଞ୍ଚିି ପାରିବେ ନାହିଁ। ଆଉ ଏକ ବଡ଼ କଥା ହେଉଛି, ୟୁପିରେ ସରକାର ଆଜି ଭ୍ରଷ୍ଟାଚାର ଏବଂ ଦାଦା- ପୁତୁରାବାଦରୁ ବିକାଶବାଦ ଆଡ଼କୁ ଚାଲୁଛି। ଏଥିପାଇଁ ଆଜି ୟୁପିର ଜନତାଙ୍କ ଯୋଜନାଗୁଡ଼ିକର ଲାଭ ସିଧାସଳଖ ଜନତାଙ୍କୁ ମିଳୁଛି। ଏଥିପାଇଁ, ଆଜି ସମଗ୍ର ୟୁପିରେ ନୂଆ -ନୂଆ ଉଦ୍ୟୋଗ ପାଇଁ ନିବେଶ ହେଉଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି।

ସାଥୀଗଣ,

ବିକାଶ ଏବଂ ପ୍ରଗତିର ଏହି ଯାତ୍ରାରେ ୟୁପିର ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ରହିଛି, ଏଥିରେ ଜନ-ଜନଙ୍କ ଭାଗିଦାରୀ ରହିଛି। ଆପଣଙ୍କ ଯୋଗଦାନ, ଆପଣଙ୍କର ଏହି ଆଶୀର୍ବାଦ ୟୁପିକୁ ବିକାଶର ନୂତନ ଶୀଖରକୁ ନେଇଯିବ। ଏକ ବହୁତ ବଡ଼ ଦାୟିତ୍ୱ ଆପଣଙ୍କ ପାଇଁ ଏହା ମଧ୍ୟ ରହିଛି ଆପଣମାନେ କରୋନାକୁ ପୁଣିଥରେ ବ୍ୟାପୀବାକୁ ଦେବେ ନାହିଁ।

କାରଣ, କରୋନା ସଂକ୍ରମଣର ହାର ଯଦିଓ କିଛିଟା କମି ଯାଇଛି, କିନ୍ତୁ ବେପରୁଆ ହେଲେ ଏହା ପ୍ରଚଣ୍ଡ ଲହରରେ ବଦଳି ଯାଇ ପାରିବ। ବିଶ୍ୱର ଅନେକ ଦେଶରେ ଏହି ଅନୁଭବ ଆଜି ଆମ ସାମ୍ନାରେ ଅଛି। ଏଥିପାଇଁ ଆମକୁ ସମସ୍ତ ନିୟମ– କାୟଦା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ସମସ୍ତଙ୍କୁ ଟିକା- ମାଗଣା ଟିକା ଏହି ଅଭିଯାନ ସହିତ ଆମକୁ ଯୋଡ଼ି ହେବାକୁ ପଡ଼ିବ। ନିଶ୍ଚିତ ଭାବେ ଟିକା ନେବାକୁ ହେବ। ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ଥାଉ। ଏହି କାମନା ସହିତ ଆପଣ ସମସ୍ତଙ୍କୁ ବହୁତ– ବହୁତ ଧନ୍ୟବାଦ!

ହର– ହର ମହାଦେବ!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Amrit Bharat Station Scheme: Railways upgrades 10 stations at Rs 424 crore

Media Coverage

Amrit Bharat Station Scheme: Railways upgrades 10 stations at Rs 424 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”