ଭାରତରତ୍ନ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
“ଭାରତରେ ପୂର୍ବରୁ ଏଭଳି ନିଷ୍ପତ୍ତି ଗ୍ରହଣକାରୀ କୌଣସି ସରକାର ନଥିଲା;ମହାକାଶ ଓ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଏହାର ଏକ ଉଦାହରଣ”
“ମହାକାଶ କ୍ଷେତ୍ର ସଂସ୍କାର ନୀତିରେ ସରକାରଙ୍କ ଦୃଷ୍ଟିକୋଣ ଚାରିଟି ସ୍ତମ୍ଭ ଉପରେ ଆଧାରିତ”
“ଦେଶର ୧୩୦ କୋଟି ନାଗରିକଙ୍କ ପ୍ରଗତି ପାଇଁ ମହାକାଶ କ୍ଷେତ୍ର ଏକ ପ୍ରମୁଖ ମାଧ୍ୟମ । ସାଧାରଣ ଲୋକଙ୍କୁ ଉତ୍ତମ ସଂଯୋଗ ସୁବିଧା ପ୍ରଦାନ ଓ ମ୍ୟାପିଂ ଏବଂ ଇମେଜିଂ ସୁଯୋଗ ଯୋଗାଣ ଏହାର ଲକ୍ଷ୍ୟ”
“ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଏକ କଳ୍ପନା ନୁହେଁ, ଏହା ବରଂ ଏକ ସୁଚିନ୍ତିତ, ସୁପରିକଳ୍ପିତ, ଯୋଜନାବଦ୍ଧ ଓ ସମନ୍ୱିତ ଅର୍ଥନୀତିକ ରଣନୀତି”
“ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପର୍କରେ ସରକାର ଏକ ସ୍ପଷ୍ଟନୀତି ପ୍ରସ୍ତୁତି କରି ଆଗକୁ ବଢୁଛନ୍ତି;ଯେଉଁଠି ସରକାରଙ୍କ ଉପସ୍ଥିତି ଦରକାର ନାହିଁ ସେସବୁ କ୍ଷେତ୍ରର ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ମୁକ୍ତ କରାଯାଉଛି । ଏୟାର ଇଣ୍ଡିଆର ଘରୋଇକରଣ ସଂକ୍ରାନ୍ତ ନିଷ୍ପତି ଆମ ଅଙ୍ଗୀକାର ଓ ନିଷ୍ଠାକୁ ପ୍ରତିପାଦନ କରୁଛି”
“ଏକ ସୁଦୃଢ ଷ୍ଟାର୍ଟଅପ୍ ପରିବେଶ ବିକଶିତ କରିବା ପାଇଁ ଏକ ‘ପ୍ଲାଟଫର୍ମ’ ଆଭିମୁଖ୍ୟ ବିଶେଷ ଜରୁରୀ । ପ୍ଲାଟଫର୍ମ ସିଷ୍ଟମ ଏକ ପନ୍ଥା, ଯେଉଁଠି ସରକାର ଓପନ ଆକ୍‌ସେସ୍ ପବ୍ଲ
“ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପର୍କରେ ସରକାର ଏକ ସ୍ପଷ୍ଟନୀତି ପ୍ରସ୍ତୁତି କରି ଆଗକୁ ବଢୁଛନ୍ତି;ଯେଉଁଠି ସରକାରଙ୍କ ଉପସ୍ଥିତି ଦରକାର ନାହିଁ ସେସବୁ କ୍ଷେତ୍ରର ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ମୁକ୍ତ କରାଯାଉଛି । ଏୟାର ଇଣ୍ଡିଆର ଘରୋଇକରଣ ସଂକ୍ରାନ୍ତ ନିଷ୍ପତି ଆମ ଅଙ୍ଗୀକାର ଓ ନିଷ୍ଠାକୁ ପ୍ରତିପାଦନ କରୁଛି”

ଆପଣଙ୍କ ଯୋଜନା, ଆପଣଙ୍କର ଭିଜନକୁ ଶୁଣି, ଆପଣ ସମସ୍ତଙ୍କର ଉତ୍ସାହ ଦେଖି, ମୋର ଉତ୍ସାହ ମଧ୍ୟ ଆହୁରି ବଢ଼ିଯାଇଛି ।

ଦେଶର ଦୁଇ ମହାନ ସୁପୁତ୍ର, ଭାରତ ରତ୍ନ ଶ୍ରୀ ଜୟପ୍ରକାଶ ନାରାୟଣ ଜୀ ଏବଂ ଭାରତ ରତ୍ନ ଶ୍ରୀ ନାନାଜି ଦେଶମୁଖଙ୍କର ଆଜି ଜନ୍ମ ଜୟନ୍ତୀ ମଧ୍ୟ ଅଛି । ସ୍ୱାଧୀନତା ପରେ ଭାରତକୁ ମାର୍ଗ ଦେଖାଇବାରେ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ବହୁତ ବଡ଼ ଭୂମିକା ରହିଛି । ସମସ୍ତଙ୍କୁ ସାଥୀରେ ନେଇ, ସମସ୍ତଙ୍କ ପ୍ରୟାସ ଦ୍ୱାରା, ଦେଶରେ କିପରି ବଡ଼-ବଡ଼ ପରିବର୍ତ୍ତନ ଆସିଥାଏ, ଏମାନଙ୍କର ଜୀବନ ଦର୍ଶନ ଆମକୁ ଆଜି ମଧ୍ୟ ଏହାର ପ୍ରେରଣା ଦେଇଥାଏ । ମୁଁ ଜୟପ୍ରକାଶ ନାରାୟଣ ଜୀ ଏବଂ ନାନାଜୀ ଦେଶମୁଖ ଜୀଙ୍କୁ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଭାରତ ଆଜି ଯେମିତି ଦୃଷ୍ଟିଭଙ୍ଗୀ ସହିତ ଆଗକୁ ବଢୁଛି । ଯେଉଁ ସୁଧାର ଆଣୁଛି, ତାହାର ଆଧାର ହେଉଛି ଭାରତର ସାମର୍ଥ୍ୟ ଉପରେ ଥିବା ଅତୁଟ ବିଶ୍ୱାସ । ଭାରତର ସାମର୍ଥ୍ୟ ଦୁନିଆର କୌଣସି ଦେଶଠାରୁ ଟିକେ ମଧ୍ୟ କମ ନୁହେଁ । ଏହି ସାମର୍ଥ୍ୟର ଆଗକୁ ଆସୁଥିବା ପ୍ରତ୍ୟେକଟି ପ୍ରତିରୋଧକୁ ଦୂର କରିବା ଆମ ସରକରାଙ୍କର ଦାୟୀତ୍ୱ ଅଟେ ଏବଂ ଏଥିପାଇଁ ସରକାର କୌଣସି ପ୍ରକାରର ପ୍ରୟାସ ଛାଡ଼ିନାହାନ୍ତି । ଆଜି ଯେତିକି ନିର୍ଣ୍ଣାୟକ ସରକାର ଅଛି, ଏହା ପୂର୍ବରୁ କେବେ ନଥିଲେ । ସ୍ପେଶ ସେକ୍ଟର ଏବଂ ସ୍ପେଶ ଟେକକୁ ନେଇ ଆଜି ଭାରତରେ ଯେଉଁ ସୁଧାର ହେଉଛି, ତାହା ଏହାର ଏକ ଅଂଶବିଶେଷ ଅଟେ । ମୁଁ ଇଣ୍ଡିଆନ ସ୍ପେଶ ଆସୋସିଏସନ - ଇସ୍ପାର ଗଠନ ପାଇଁ ଆପଣ ସମସ୍ତଙ୍କୁ ପୁଣିଥରେ ଶୁଭେଚ୍ଛା ଜଣାଉଛି, ଶୁଭକାମନା ମଧ୍ୟ ଦେଉଛି ।

ସାଥୀମାନେ,

ଯେତେବେଳେ ଆମେ ମହାକାଶ ସଂସ୍କାରର କଥା ହେଉଛୁ, ସେତେବେଳେ ଆମର ଦୃଷ୍ଟିଭଙ୍ଗୀ ୪ଟି ସ୍ତମ୍ଭ ଉପରେ ଆଧାରିତ ହୋଇଥାଏ । ପ୍ରଥମ, ଘରୋଇ କ୍ଷେତ୍ରରେ ନବୋନ୍ମେଷ ଉପରେ ସ୍ୱାଧୀନତା । ଦ୍ୱିତୀୟ, ସରକାରଙ୍କର ସହଯୋଗାତ୍ମକ ଭୂମିକା । ତୃତୀୟ, ଭବିଷ୍ୟତ ପାଇଁ ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ କରିବା ଏବଂ ଚତୁର୍ଥ, ମହାକାଶ କ୍ଷେତ୍ରକୁ ମାନବୀୟ ପ୍ରଗତିର ଏକ ସଂଶୋଧନ ଭାବରେ ଦେଖିବା । ଏହି ଚାରୋଟି ସ୍ତମ୍ଭର ଭିତ୍ତି ନିଜେ ନିଜ ଭିତରେ ଅସାଧାରଣ ସମ୍ଭାବନାର ଦ୍ୱାର ଖୋଲି ଦେଇଥାଏ ।

ସାଥୀମାନେ,

ଆପଣ ଏକଥାକୁ ମଧ୍ୟ ସ୍ୱୀକାର କରିବେ ଯେ ମହାକାଶ କ୍ଷେତ୍ରରେ ଅର୍ଥ ହିଁ ହେଉଥିଲା ସରକାର! କିନ୍ତୁ ଆମେ ପ୍ରଥମେ ଏହି ମନୋଭାବକୁ ପରିବର୍ତ୍ତନ କଲୁ ଏବଂ ପୁଣି ମହାକାଶ କ୍ଷେତ୍ରରେ ନବୋନ୍ମେଷ ପାଇଁ ସରକାର, ଷ୍ଟାର୍ଟ ଅପ, ଜଣେ ଆଉ ଜଣକୁ ସହଯୋଗ କରିବା ଏବଂ ମହାକାଶର ମନ୍ତ୍ର ଦେଲା । ଏହି ନୂତନ ଚିନ୍ତାଧାରା, ନୂତନ ମନ୍ତ୍ର ଏଥିପାଇଁ ଜରୁରୀ ଅଟେ କାରଣ ଭାରତ ପାଇଁ ଏବେ ଏହି ଲିନିୟର ନବୋନ୍ମେଷର ସମୟ ନୁହେଁ । ଏହି ସମୟ ଅଧିକରୁ ଅଧିକ ଦୃଢ଼ ନବୋନ୍ମେଷର ଅଟେ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସରକାର ପରିଚାଳନା କରିବା ବ୍ୟକ୍ତି ନୁହେଁ, ସାମର୍ଥ୍ୟ ଦେବାର ଭୂମିକା ତୁଲାଇବେ । ଏଥିପାଇଁ, ଆଜି ପ୍ରତିରକ୍ଷା ଠାରୁ ନେଇ ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ସରକାର ନିଜର ବିଶେଷ ଜ୍ଞାନକୁ ବାଣ୍ଟୁଛନ୍ତି । ଘରୋଇ କ୍ଷେତ୍ର ପାଇଁ ଲଞ୍ଚ ପ୍ୟାଡ ଉପଲବ୍ଧ କରାଉଛି । ଆଜି ଇସ୍ରୋ ଅଧୀନରେ ଥିବା ବିଭିନ୍ନ ସୁବିଧାଗୁଡ଼ିକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରାଯାଉଛି । ଏବେ ଏହା ସୁନିଶ୍ଚିତ କରାଯିବ ଯେ ଯେଉଁ ଟେକ୍ନୋଲୋଜୀ ପରିପକ୍ୱ ହୋଇଛି ତାହା ଦ୍ୱାରା ଘରୋଇ କ୍ଷେତ୍ରରେ ମଧ୍ୟ ହସ୍ତାନ୍ତର କରାଯିବ । ଆମର ଯେଉଁ ଯୁବ ନବୋନ୍ମେଷୀ ଅଛନ୍ତି ସେମାନେ ଉପକରଣ କିଣିବାରେ ସମୟ ଏବଂ ଶକ୍ତି ଯେପରି ଖର୍ଚ୍ଚ କରିବାକୁ ନପଡ଼େ, ଏଥିପାଇଁ ସରକାର ସ୍ପେଶ ଏସେଟ ଏବଂ ସର୍ଭିସେସ ପାଇଁ ଏଗ୍ରିଗେଟୋ ଭୂମିକା ଗ୍ରହଣ କରିବେ ।

ସାଥୀମାନେ,

ଘରୋଇ କ୍ଷେତ୍ରର ଯୋଗଦାନକୁ ସହଜ କରିବା ପାଇଁ ଦେଶ ଇନ-ସ୍ପେଶର ସ୍ଥାପନା ମଧ୍ୟ କରିଛନ୍ତି । ଇନ-ସ୍ପେଶ, ମହାକାଶ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ମାମଲାରେ ଏକ ସିଙ୍ଗଲ ୱିଣ୍ଡୋ, ଇଣ୍ଡିପେଣ୍ଡେଣ୍ଟ ଏଜେନ୍ସି ଭାବରେ କାର୍ଯ୍ୟ କରିବ, ଏହା ଦ୍ୱାରା ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ।

ସାଥୀମାନେ,

ଆମର ଘରୋଇ କ୍ଷେତ୍ର, ୧୩ଠ କୋଟି ଦେଶବାସୀଙ୍କର ପ୍ରଗତିର ଏକ ବଡ଼ ମାଧ୍ୟମ ଅଟେ । ଆମ ପାଇଁ ସ୍ପେଶ ସେକ୍ଟର ଅର୍ଥାତ ଜନସାଧାରଣଙ୍କ ପାଇଁ ଉନ୍ନତ ମ୍ୟାପିଂ, ଆକୃତି, ଅନୁକରଣ ଏବଂ କନେକ୍ଟିଭିଟିର ସୁବିଧା! ଆମ ପାଇଁ ସ୍ପେଶ ସେକ୍ଟର ଅର୍ଥାତ, ଉଦ୍ୟୋଗୀଙ୍କ ପାଇଁ ମାଲ ପରିବହନ ଠାରୁ ଆରମ୍ଭ କରି ଡେଲିଭରୀ ପର୍ଯ୍ୟନ୍ତ ଅଧିକ ଗତି! ସ୍ପେଶ ସେକ୍ଟର ଅର୍ଥାତ ଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କ ପାଇଁ ଭଲ ପୂର୍ବାନୁମାନ । ଭଲ ସୁରକ୍ଷା ଏବଂ ଆମଦାନୀ! ଆମ ପାଇଁ ସ୍ପେଶ ସେକ୍ଟରର ଅର୍ଥ, ପର୍ଯ୍ୟାବରଣର ତଦାରଖ, ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଠିକ ଭବିଷ୍ୟବାଣୀ, ହଜାର ହଜାର - ଲକ୍ଷ ଲକ୍ଷ ଲୋକମାନଙ୍କର ଜୀବନର ରକ୍ଷା! ଦେଶର ଏହି ଲକ୍ଷ୍ୟ ଏବେ ଇଣ୍ଡିଆନ ସ୍ପେଶ ଆସୋସିଏସନର ମଧ୍ୟ ପାତ୍ର ହୋଇସାରିଛି ।

ସାଥୀମାନେ,

ଆଜି ଦେଶ ଏକା ସହିତ ଏକ ବ୍ୟାପକ ସୁଧାର ଦେଖୁଛି, କାରଣ ଆଜି ଦେଶର ଭିଜନ ସ୍ପଷ୍ଟ ରହିଛି । ଏହି ଭିଜନ ହେଉଛି ଆତ୍ମନିର୍ଭର ଭାରତର ଭିଜନ । ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଏକ ଭିଜନ ନୁହେଁ, ବରଂ ଏକ ସୁଚିନ୍ତିତ, ସୁପ୍ରାୟୋଜିତ ଏବଂ ସମନ୍ୱିତ ଅର୍ଥନୈତିକ ରଣନୀତି ମଧ୍ୟ ଅଟେ । ଏଭଳି ଏକ ରଣନୀତି ଯାହା ଭାରତର ଉଦ୍ୟମୀମାନଙ୍କୁ, ଭାରତର ଯୁବଗୋଷ୍ଠୀମାନଙ୍କର ଦକ୍ଷତାକୁ ବୃଦ୍ଧି କରି, ଭାରତକୁ ବୈଶ୍ୱିକ ବିନିର୍ମାଣ ଶକ୍ତିକେନ୍ଦ୍ର ତିଆରି କରିବ । ଏମିତି ଏକ ରଣନୀତି ଯାହା ଭାରତର ଟେକ୍ନୋଲୋଜିକାଲ ବିଶେଷତାକୁ ଆଧାର କରି ଭାରତକୁ ନବୋନ୍ମେଷର ବୈଶ୍ୱିକ କେନ୍ଦ୍ରରେ ପରିଣତ କରିବ । ଏକ ଏମିତି ରଣନୀତି, ଯାହା ବୈଶ୍ୱିକ ବିକାଶରେ ବଡ଼ ଭୂମିକା ନିର୍ବାହ କରିବ, ଭାରତର ମାନବସମ୍ବଳ ଏବଂ ଟ୍ୟାଲେଣ୍ଟର ପ୍ରତିଷ୍ଠା, ବିଶ୍ୱସ୍ତରରେ ବୃଦ୍ଧି କରିବ । ଏବଂ ଏଥିପାଇଁ ଭାରତ ଆଜି ନିଜେ ଏଠାରେ ଯେଉଁ ନିୟନ୍ତ୍ରକ ପରିବେଶ ସୃଷ୍ଟି କରୁଛି, ସେଥିରେ ଏହି କଥା ବହୁ ଭାବରେ ଧ୍ୟାନ ଦେଉଛି ଯେ, ଦେଶର ହିତ ଏବଂ ଭାଗୀଦାରଙ୍କ ହାତ, ଦୁଇଟିକୁ ପ୍ରାଥମିକତା ଦିଆଯାଉଛି। ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଭାରତ ପ୍ରତିରକ୍ଷା, କୋଇଲା ଏବଂ ଖଣି ଭଳି କ୍ଷେତ୍ରକୁ ପ୍ରଥମେ ଉନ୍ମୁକ୍ତ କରିଛି । ଘରୋଇ କ୍ଷେତ୍ର ଉଦ୍ୟୋଗକୁ ନେଇ ସରକାର ଏକ ସ୍ପଷ୍ଟ ନୀତି ସହିତ ଆଗକୁ ବଢୁଛନ୍ତି, ଏବଂ ଯେଉଁଠି ସରକାରଙ୍କ ଆବଶ୍ୟକତା ନାହିଁ, ଏହିଭଳି ବହୁତ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଖୋଲି ଦିଆଯାଉଛି । ବର୍ତ୍ତମାନ ଏୟାର ଇଣ୍ଡିଆ ସହ ଯୋଡ଼ି ହୋଇଥିବା ଯେଉଁ ନିଷ୍ପତ୍ତି ନିଆଗଲା, ସେଥିରେ ଆମର ପ୍ରତିବଦ୍ଧତା ଏବଂ ଗମ୍ଭୀରତାକୁ ଦର୍ଶାଉଛି ।

ସାଥୀମାନେ,

ବିଗତ ବର୍ଷରେ ଆମର ଫୋକସ ହେଉଛି ନୂଆ ଟେକ୍ନୋଲୋଜୀ ସହିତ ଜଡ଼ିତ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ସହିତ ତାହାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା । ଗତ ୭ ବର୍ଷ ମଧ୍ୟରେ ସ୍ପେଶ ଟେକ୍ନୋଲୋଜିକୁ ଆମେ ଲାଷ୍ଟ ମାଇଲ ଡେଲିଭରୀ ଏବଂ ସ୍ୱଚ୍ଛ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ତିଆରି କରିଛି । ଗରିବମାନଙ୍କର ଘର, ସଡ଼କ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପରେ ଜିଓ ଟ୍ୟାଗିଂର ଉପଯୋଗ ହେଉ । ସାଟେଲାଇଟ ଇମେଜରୀର ବିକାଶ କାର୍ଯ୍ୟରେ ମନିଟରିଂ ହେଉ, ଫସଲ ବୀମା ଯୋଜନା ଅନ୍ତର୍ଗତ ଶୀଘ୍ର କ୍ଷତିପୂରଣ କରିବାକୁ ହେଉ, ନାଭିକ ପ୍ରକ୍ରିୟାରେ କୋଟି କୋଟି ମତ୍ସ୍ୟଜୀବୀଙ୍କୁ ସାହାଯ୍ୟ ମିଳୁ, ପ୍ରାକୃତିକ ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ସହ ଯୋଡ଼ି ହୋଇଥିବା ଯୋଜନା ହେଉ, ପ୍ରତ୍ୟେକ ସ୍ତରରେ ସ୍ପେଶ ଟେକ୍ନୋଲୋଜୀ, ପ୍ରଶାସନକୁ ସକ୍ରିୟ ଏବଂ ସ୍ୱଚ୍ଛ କରିବାରେ ସାହାଯ୍ୟ କରୁଛି ।

ସାଥୀମାନେ,

ଟୋକ୍ନୋଲୋଜୀ ଯେତେବେଳେ ସମସ୍ତଙ୍କ ପାଖରେ ରହିଥାଏ, ସେତେବେଳେ କେମିତି ପରିବର୍ତ୍ତନ ହୋଇପାରିବ ଏହାର ଆଉ ଏକ ଉଦାହରଣ ଡିଜିଟାଲ ଟେକ୍ନୋଲୋଜୀ ଅଟେ । ଆଜି ଯଦି ଭାରତ ଦୁନିଆର ଶୀର୍ଷ ଡିଜିଟାଲ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇପାରିଛି ତେବେ ଏହା ପଛରେ ବଡ଼ କାରଣ ହେଉଛି ଯେ, ଆମେ ଡାଟାର ଶକ୍ତିକୁ ଗରିବରୁ ଗରିବ ଲୋକଙ୍କ ପାଇଁ ମଧ୍ୟ ସହଜଲବ୍ଧ କରାଇଛୁ । ଏଥିପାଇଁ ଆଜି ଯେତେବେଳେ ଆମେ କଟିଂ ଏଜ ଟେକ୍ନୋଲୋଜୀ ପାଇଁ ସ୍ପେଶକୁ ଆବିଷ୍କାର କରୁଛୁ, ସେତେବେଳେ ଆମକୁ ସେହି ଲୋକମାନଙ୍କୁ ମନେ ରଖିବାକୁ ହେବ, ଯିଏ ଅନ୍ତିମ ପର୍ଯ୍ୟାୟରେ ଛିଡ଼ା ହୋଇଛନ୍ତି । ଆମକୁ ମନେ ରଖିବାକୁ ହେବ ଯେ ଭବିଷ୍ୟତର ଟେକ୍ନୋଲୋଜୀ ସହ ଆମକୁ ଦୂର-ଦୂରାନ୍ତର ଗାଁରେ ଥିବା ଗରିବରୁ ଅତି ଗରିବମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟ, ଚିକିତ୍ସା, ଭଲ ଭର୍ଚୁଆଲ ଶିକ୍ଷା, ପ୍ରାକୃତିକ ବିପର୍ଯ୍ୟୟରୁ ଭଲ ଏବଂ ପ୍ରଭାବୀ ସୁରକ୍ଷା, ଏମିତି ଅନେକ ସମାଧାନ ଦେଶର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ କୋଣ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯିବ । ଆଉ ଆମେ ସମସ୍ତେ ଜାଣିଛୁ ଯେ ଏଥିରେ ସ୍ପେଶ ଟେକ୍ନୋଲୋଜୀର ବହୁତ ଯୋଗଦାନ ରହିପାରିବ ।

ସାଥୀମାନେ,

ଭାରତ ଦୁନିଆର ସେହି ବଛା ବଛା ଦେଶ ମଧ୍ୟରୁ ଗୋଟିଏ, ଯାହା ପାଖରେ ମହାକାଶରେ ଅପର୍ଯ୍ୟାପ୍ତ ଏଣ୍ଡ ଟୁ ଏଣ୍ଡ କ୍ଷମତା ରହିଛି । ଆମେ ସ୍ପେଶ ଟେକ୍ନୋଲୋଜୀର ସମସ୍ତ ଦିଗଗୁଡ଼ିକ ଯେପରି ସାଟେଲାଇଟ, ଲଞ୍ଚ ଭେଇକେଲ୍ସ, ଆପ୍ଲିକେସନସ ଠାରୁ ଆରମ୍ଭ କରି ଇଣ୍ଟର - ପ୍ଲାନେଟୋରୀ ମିଶନରେ କୃତିତ୍ୱ ହାସଲ କରିଛୁ । ଆମେ ନିଜର କାର୍ଯ୍ୟ ଦକ୍ଷତାକୁ ନିଜ ବ୍ରାଣ୍ଡର ମୁଖ୍ୟ ଅଂଶ ଭାବେ ତିଆରି କରିଛୁ । ଆଜି ଯେତେବେଳେ ଇନଫରମେସନ ଏଜରୁ ଆମେ ସ୍ପେଶ ଏଜ ଆଡକୁ ବଢୁଛୁ ସେତେବେଳେ ଏହି ଦକ୍ଷତାର ବ୍ରାଣ୍ଡ ଭାଲୁ୍ୟକୁ ଆମକୁ ସଶକ୍ତ କରିବାକୁ ହେବ । ମହାକାଶ ଆବିଷ୍କାରର ପ୍ରକ୍ରିୟା ହେଉ କିମ୍ବା ସ୍ପେଶ ଟେକ୍ନୋଲୋଜୀର ଆପ୍ଲିକେସନ, ଦକ୍ଷତା ଏବଂ ସହଜଲବ୍ଧତାକୁ ଆମେ ନିରନ୍ତର ଆଗକୁ ବଢ଼ାଇବାକୁ ହେବ । ନିଜ ବଳରେ ଯେତେବେଳେ ଆମେ ଆଗକୁ ବଢ଼ିବା ସେତେବେଳେ ଗ୍ଲୋବାଲ ସ୍ପେଶ ସେକ୍ଟରରେ ଆମର ଭାଗିଦାରୀକୁ ବଢ଼ାଇବା ନିଶ୍ଚିତ ହେବ । ଏବେ ଆମକୁ ସ୍ପେଶ କମ୍ପୋନେନ୍ସର ବିତରଣ କରିବା କାର୍ଯ୍ୟରୁ ଆଗକୁ ବଢ଼ି ଏଣ୍ଡ ଟୁ ଏଣ୍ଡ - ସିଷ୍ଟମର ସପ୍ଲାଇଚେନର ଅଂଶ ହେବାକୁ ହେବ । ଏହା ଆପଣ ସମସ୍ତଙ୍କର ସମସ୍ତ ଅଂଶୀଦାରଙ୍କ ସହଯୋଗରେ ହିଁ ସମ୍ଭବ ହେବ । ଏକ ଅଂଶୀଦାର ଭାବରେ ସରକାର ପ୍ରତ୍ୟେକ ପର୍ଯ୍ୟାୟରେ ଉଦ୍ୟୋଗକୁ ଯୁବ ନବୋନ୍ମେଷୀମାନଙ୍କୁ ଷ୍ଟାର୍ଟ ଅପମାନଙ୍କୁ ସହଯୋଗ କରୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।

ସାଥୀମାନେ,

ଷ୍ଟାର୍ଟ ଅପର ଏକ ସଶକ୍ତ ପରିବେଶ ବିକାଶ କରିବା ପାଇଁ ପ୍ଲାଟଫର୍ମ ଆପ୍ରୋଚ ଅତ୍ୟନ୍ତ ଜରୁରୀ ଅଟେ । ଏଭଳି ଆପ୍ରୋଚ ଯେଉଁଥିରେ ଏକ ଓପନ ଆକ୍ସେସ ପବ୍ଲିକ କଣ୍ଟ୍ରୋଲଡ ପ୍ଲାଟଫର୍ମ ସରକାର ତିଆରି କରନ୍ତି ଏବଂ ତାହାକୁ ଉଦ୍ୟୋଗମାନଙ୍କ ପାଇଁ ଉପଲବ୍ଧ କରାନ୍ତି । ସେହି ମୌଳିକ ପ୍ଲାଟଫର୍ମ ମାଧ୍ୟମରେ ଉଦ୍ୟମୀମାନେ ନୂତନ ସମ୍ଭାବନା ସୃଷ୍ଟି କରନ୍ତି । ଡିଜିଟାଲ ନେଣ-ଦେଣ ପାଇଁ ସରକାର ପ୍ରଥମେ ୟୁପିଆଇ ପ୍ଲାଟଫର୍ମ ତିଆରି କଲେ । ଆଜି ଏହି ପ୍ଲାଟଫର୍ମ ମାଧ୍ୟମରେ ଫିନଟେକ ଷ୍ଟାର୍ଟଅପ ଗୁଡ଼ିକର ନେଟୱାର୍କ ସଶକ୍ତ ହେଉଛି । ମହାକାଶ କ୍ଷେତ୍ରରେ ମଧ୍ୟ ଏହିଭଳି ଏକ ପ୍ଲାଟଫର୍ମ ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହିତ କରାଯାଉଛି । ଇସ୍ରୋର ସମସ୍ତ ସୁବିଧାଗୁଡ଼ିକ ପାଇଁ ସୁଗମତା ହେଉ, ଇନସ୍ପେଶ ହେଉ, ନିଉ ସ୍ପେଶ ଇଣ୍ଡିଆ ଲିମିଟେଡ ହେଉ, ଏଭଳି ପ୍ରତ୍ୟେକ ପ୍ଲାଟଫର୍ମରୁ ଷ୍ଟାର୍ଟଅପ ଏବଂ ଘରୋଇ କ୍ଷେତ୍ରକୁ ବହୁତ ସହଯୋଗ ମିଳୁଛି । ଜିଓ- ସ୍ପାର୍ଟିଆଲ ମ୍ୟାପିଂ କ୍ଷେତ୍ର ସହିତ ଜଡ଼ିତ ନିୟମ କାନୁନଗୁଡ଼ିକୁ ମଧ୍ୟ ସରଳ କରାଯାଇଛି । ଯଦ୍ୱାରା ଷ୍ଟାର୍ଟଅପ ଏବଂ ଘରୋଇ ଉଦ୍ୟୋଗୀମାନେ ନୂତନ ସମ୍ଭାବନା ଖୋଜି ପାଇବେ । ଡ୍ରୋନ ନେଇ ମଧ୍ୟ ଏହିଭଳି ଏକ ପ୍ଲାଟଫର୍ମ ବିକଶିତ କରାଯାଉଛି । ଯଦ୍ୱାରା ଅଲଗା ଅଲଗା କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜୀର ଉପଯୋଗ ହୋଇପାରିବ ।

ସାଥୀମାନେ,

ଆଜି ୧୧ ଅକ୍ଟୋବର ଦିନ, କନ୍ୟା ଶିଶୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳିତ ହୋଇଥାଏ । ଆମ ମଧ୍ୟରୁ କିଏ ଭୁଲିପାରିବ । ଭାରତର ମାର୍ସ ମିଶନର ସେହି ଚିତ୍ର, ଯେତେବେଳେ ଭାରତର ମହିଳା ବୈଜ୍ଞାନିକ, ଏହି ମିଶନର ସଫଳତାର ଉତ୍ସବ ମନାଉଥିଲେ । ମୋତେ ବିଶ୍ୱାସ ଅଛି, ସ୍ପେଶ ସେକ୍ଟରରେ ହେଉଥିବା ସୁଧାର ଏହି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ଆହୁରି ଅଧିକ ବଢ଼ାଇବ ।

ସାଥୀମାନେ,

ଆଜି ଏଠାରେ, ଆପଣ ସମସ୍ତ ସାଥୀମାନେ ଅନ୍ୟ କଥାକୁ ନେଇ ମଧ୍ୟ ନିଜ ମତାମତ ଦେଇଛନ୍ତି । ଆପଣଙ୍କର ଇନପୁଟ ଏବଂ ମତାମତ ଏମିତି ସମୟରେ ଆସିଛି, ଯେତେବେଳେ ସ୍ପେଶ କମ ପଲିସୀ ଏବଂ ରିମୋର୍ଟ ସେନ୍ସିଂ ପଲିସୀକୁ ଅନ୍ତିମ ରୂପ ଦିଆଯାଉଛି । ମୋତେ ବିଶ୍ୱାସ ଅଛି ଯେ ସମସ୍ତ ସହଭାଗୀଙ୍କର ସକ୍ରିୟ ଯୋଗଦାନରେ ଦେଶକୁ ଏକ ଉନ୍ନତ ନୀତି ଖୁବଶୀଘ୍ର ମିଳିବ ।

ସାଥୀମାନେ,

ଆଜି ଆମେ ଯେଉଁ ନିଷ୍ପତ୍ତି ନେବା, ଯେଉଁ ନୀତିଗତ ସୁଧାର ଆଣିବା, ତାହାର ପ୍ରଭାବ ଭବିଷ୍ୟତ ପିଢ଼ି ଉପରେ ପଡ଼ିବ, ଆସିବାକୁ ଥିବା ୨୫ ବର୍ଷ ଉପରେ ପଡ଼ିବ । ଆମେ ଦେଖିଛୁ ଯେ ବିଂଶ ଶତାବ୍ଦୀରେ ସ୍ପେଶ ଏବଂ ସ୍ପେଶ ଉପରେ ଶାସନ କରିବାର ପ୍ରବୃତି ଦେଶକୁ କେମିତି ଭାବରେ ବିଭାଜିତ କରିଛି । ଏବେ ଏକବିଂଶ ଶତାବ୍ଦୀରେ ସ୍ପେଶ, ଦୁନିଆକୁ ଯୋଡ଼ିବାରେ, ଏକତ୍ରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁ, ଏହା ଭାରତକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଯେତେବେଳେ ଭାରତ ନିଜ ସ୍ୱାଧୀନତାର ୧ଠଠ ବର୍ଷ ପାଳନ କରିବ, ସେତେବେଳେ ଭାରତ ଯେଉଁ ଶୀର୍ଷରେ ପହଞ୍ଚôଥିବ, ସେଥିରେ ଆପଣ ସମସ୍ତଙ୍କର, ଆମ ସମସ୍ତଙ୍କର ଯୋଗଦାନ ମହତ୍ୱପୂର୍ଣ୍ଣ ରହିବ । ଏହି ଭାବନା, ଏହି ଦାୟିତ୍ୱ-ବୋଧ- ସେନ୍ସ ଅଫ ରେସ୍ପନସିବିଲିଟି ସହିତ ଆମକୁ ଆଗକୁ ବଢ଼ିବାକୁ ହେବ । ସମସ୍ତଙ୍କର ପ୍ରୟାସ ଦ୍ୱାରା ହିଁ ଜନହିତ ଏବଂ ରାଷ୍ଟ୍ର ହିତରେ କଟିଂ ଏଜ ଟେକ୍ନୋଲୋଜୀ ପାଇଁ ଅନ୍ତରୀକ୍ଷର ଅସୀମ ସମ୍ଭାବନାକୁ ଆମେ ନୂତନ ଉଚ୍ଚତା ପର୍ଯ୍ୟନ୍ତ ନେଇଯିବୁ, ଏହି ବିଶ୍ୱାସ ସହିତ ଆପଣମାନଙ୍କୁ ବହୁତ ଶୁଭକାମନା ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
May 05, 2026

Prime Minister Narendra Modi will share 'Mann Ki Baat' on Sunday, May 31st. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.