PM lays the foundation stone of the Coaching terminal for sub-urban traffic at Naganahalli Railway Station in Mysuru
‘Centre of Excellence for persons with communication disorders’ at the AIISH Mysuru also dedicated to Nation
“Karnataka is a perfect example of how we can realize the resolutions of the 21st century by enriching our ancient culture”
“‘Double-Engine’ Government is working with full energy to connect common people with a life of basic amenities and dignity”
“In the last 8 years, the government has empowered social justice through effective last-mile delivery”
“We are ensuring dignity and opportunity for Divyang people and working to enable Divyang human resource to be a key partner of nation’s progress”

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚାନ୍ଦ ଗେହେଲଟ୍ ଜୀ; ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଜୀ, ମୋର କ୍ୟାବିନେଟ ସହକର୍ମୀ ପ୍ରହ୍ଲାଦ ଯୋଶୀ ଜୀ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହୀଶୂରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

କର୍ଣ୍ଣାଟକ ହେଉଛି ସେହି ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ଯେଉଁଠାରେ ଦେଶର ଆର୍ଥିକ ଏବଂ ଆଧ୍ୟାତ୍ମିକ ସମୃଦ୍ଧତା ଏକ ସମୟରେ ଦେଖାଯାଏ । ଆମର ପ୍ରାଚୀନ ସଂସ୍କୃତିକୁ ସମୃଦ୍ଧ କରିବାବେଳେ ଆମେ ଏକବିଂଶ ଶତାବ୍ଦୀର ସଂକଳ୍ପଗୁଡିକ କିପରି ପୂରଣ କରିପାରିବା ଏହାର କର୍ଣ୍ଣାଟକ ହେଉଛି ଏକ ପ୍ରକୃଷ୍ଟ ଉଦାହରଣ; ଏବଂ ମହୀଶୂରରେ, ଇତିହାସ, ଏତିହ୍ୟ ଏବଂ ଆଧୁନିକତାର ଏହି ମିଶ୍ରଣ ସବୁଠାରେ ଦୃଶ୍ୟମାନ ହୁଏ । ତେଣୁ ଅନ୍ତର୍ଜାତୀୟ ଯୋଗ ଦିବସରେ ଆମର ଐତିହ୍ୟକୁ ପାଳନ କରିବା ଏବଂ କୋଟି କୋଟି ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ସହିତ ଯୋଡିବା ପାଇଁ ମହୀଶୂରକୁ ଏଥର ମନୋନୀତ କରାଯାଇଛି । ଆସନ୍ତାକାଲି, ବିଶ୍ୱର ଅସଂଖ୍ୟ ଲୋକ ମହୀଶୂରର ଏହି ଐତିହାସିକ ଭୂମି ସହିତ ଯୋଡି ହେବେ ଏବଂ ଯୋଗ କରିବେ ।

ଭାଇ ଓ ଭଉଣୀମାନେ,

ଏହି ଭୂମି ନାଲୱାଡି କ୍ରିଷ୍ଣା ୱାଡିୟର୍‌, ସାର୍ ଏମ୍ ବିଶେଶ୍ୱରାୟା ଜୀ ଏବଂ ରାଷ୍ଟ୍ରକବି କୁଭେମ୍ପୁଙ୍କ ପରି ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦେଶକୁ ଦେଇଛି । ଏହିପରି ବ୍ୟକ୍ତିତ୍ୱମାନେ ଭାରତର ଐତିହ୍ୟ ଏବଂ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଏହି ମହାନ ବ୍ୟକ୍ତିତ୍ୱମାନେ ଆମକୁ ସାଧାରଣ ମଣିଷର ଜୀବନକୁ ସୁବିଧା ଏବଂ ସମ୍ମାନ ସହିତ ଯୋଡ଼ିବାର ମାର୍ଗ ଶିଖାଇଛନ୍ତି ଏବଂ ଦେଖାଇଛନ୍ତି । ଡବଲ୍ ଇଞ୍ଜିନ୍ ସରକାର କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଶକ୍ତି ସହିତ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି । ଆଜି ଆମେ ଏଠାରେ ମହୀଶୂରରେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ\' ମନ୍ତ୍ରର ସାକ୍ଷୀ ରହିଛୁ । କିଛି ସମୟ ପୂର୍ବରୁ, ମୁଁ ଲୋକଙ୍କ କଲ୍ୟାଣ ପାଇଁ ଅନେକ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ କଥା ହେଲି ଏବଂ ସେଥିପାଇଁ ମୁଁ ମଞ୍ଚକୁ ଆସିବାରେ ବିଳମ୍ବ କଲି; କାରଣ ସେମାନଙ୍କର କହିବାକୁ ବହୁତ କିଛି ଥିଲା ଏବଂ ମୁଁ ମଧ୍ୟ ସେମାନଙ୍କ କଥା ଶୁଣି ଉପଭୋଗ କଲି । ତେଣୁ, ମୁଁ ସେମାନଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରୁଥିଲି  ଏବଂ ସେମାନେ ବହୁତ କଥା ସେୟାର କରିଛନ୍ତି । କିନ୍ତୁ ଯେଉଁ ଲୋକମାନେ ସେମାନଙ୍କ କଥା କହିପାରୁ ନାହାନ୍ତି ଆମେ ସେହି ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛୁ । ଆଜି ଏକ କେନ୍ଦ୍ର ଆରମ୍ଭ କରାଯାଇଛି ଯାହାକି ସେମାନଙ୍କ ଚିକିତ୍ସା ପାଇଁ ଉତ୍ତମ ଗବେଷଣାକୁ ଉତ୍ସାହିତ କରିଥାଏ । ଆହୁରି ମଧ୍ୟ, ମହୀଶୂର କୋଚିଂ କମ୍ପେ୍ଲକ୍ସ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହିତ, ମହୀଶୂର ରେଳ ଷ୍ଟେସନକୁ ଆଧୁନିକୀକରଣ କରାଯିବ ଏବଂ ଏଠାରେ ରେଳ ସଂଯୋଗକୁ ମଜବୁତ କରାଯିବ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଏହି ବର୍ଷ ସ୍ୱାଧୀନତାର ୭୫ ତମ ବର୍ଷ । ଗତ ୭ ଦଶନ୍ଧି ମଧ୍ୟରେ କର୍ଣ୍ଣାଟକ ଅନେକ ସରକାରଙ୍କୁ ଦେଖିଛି । ଦେଶରେ ମଧ୍ୟ ବିଭିନ୍ନ ସରକାର ଗଠନ କରାଯାଇଥିଲା । ପ୍ରତ୍ୟେକ ସରକାର ଗ୍ରାମବାସୀ, ଗରିବ, ଦଲିତ, ବଞ୍ଚିତ, ପଛୁଆ ବର୍ଗ, ମହିଳା ଏବଂ କୃଷକଙ୍କ କଲ୍ୟାଣ ବିଷୟରେ ଅନେକ କଥା ହେବା ସହିତ ସେମାନଙ୍କ ପାଇଁ କିଛି ଯୋଜନା ପ୍ରସ୍ତୁତି କରିଥିଲେ । କିନ୍ତୁ ସେମାନଙ୍କର କାର୍ଯ୍ୟ ସୀମିତ ଥିଲା; ସେମାନଙ୍କର ପ୍ରଭାବ ସୀମିତ ଥିଲା; ସେମାନଙ୍କର ଲାଭ ମଧ୍ୟ ଏକ ଛୋଟ ଅଞ୍ଚଳରେ ସୀମିତ ଥିଲା । ୨୦୧୪ ରେ, ଯେତେବେଳେ ଆପଣ ଆମକୁ କେନ୍ଦ୍ରରେ ସେବା କରିବାର ସୁଯୋଗ ଦେଇଥିଲେ, ଆମେ ପୁରୁଣା ବ୍ୟବସ୍ଥା ଏବଂ ପଦ୍ଧତିକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛୁ । ସରକାରୀ ସୁବିଧା ଏବଂ ସରକାରୀ ଯୋଜନାଗୁଡିକ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ମିଶନ୍ ମୋଡ୍ ଉପରେ କାର୍ଯ୍ୟ ଆରମ୍ଭ କରିଥିଲୁ । ସେମାନଙ୍କୁ ଏହି ଲାଭ ମିଳିବା ଆବଶ୍ୟକ ଯାହା ସେମାନେ ପାଇବାକୁ ଯୋଗ୍ୟ ।

ଭାଇ ଓ ଭଉଣୀମାନେ,

ଗତ ୮ ବର୍ଷ ମଧ୍ୟରେ, ଆମେ ଗରିବଙ୍କ କଲ୍ୟାଣ ପାଇଁ ଯୋଜନାଗୁଡିକୁ ବ୍ୟାପକ ଭାବରେ ବିସ୍ତାର କରିଛୁ । ପୂର୍ବରୁ, ସେମାନେ କେବଳ ଗୋଟିଏ ରାଜ୍ୟରେ ସୀମିତ ଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ' ସମଗ୍ର ଦେଶରେ ଉପଲବ୍ଧ କରାଯାଇଛି । ଗତ ଦୁଇ ବର୍ଷ ଧରି କର୍ଣ୍ଣାଟକର ୪.୫ କୋଟିରୁ ଅଧିକ ଗରିବ ଲୋକ ମାଗଣା ରାସନର ସୁବିଧା ପାଇଛନ୍ତି । ଯଦି କର୍ଣ୍ଣାଟକର ଜଣେ ବ୍ୟକ୍ତି କାମ  ପାଇଁ ଅନ୍ୟ  ରାଜ୍ୟକୁ  ଯାଆନ୍ତି, ତା'ହେଲେ ସେଠାରେ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ' ଅଧୀନରେ ସେହି ସୁବିଧା ପାଇ ପାରିବେ ।

ସେହିଭଳି ଆୟୁଷ୍ମାନ ଭାରତ ଯୋଜନାର ଲାଭ ସାରା ଦେଶରେ ଉପଲବ୍ଧ ହେଉଛି । ଏହି ଯୋଜନା ସାହାଯ୍ୟରେ କର୍ଣ୍ଣାଟକର ୨୯ ଲକ୍ଷ ଗରିବ ରୋଗୀ ଏପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଛନ୍ତି । ଫଳସ୍ୱରୂପ, ଗରିବ ଲୋକ ୪୦୦୦ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

ମୁଁ ନୀତୀଶ ନାମକ ଜଣେ ଯୁବକଙ୍କୁ ଭେଟିଥିଲି । ଦୁର୍ଘଟଣା ହେତୁ ତାଙ୍କର ପୁରା ଚେହେରା ବିକୃତ ହୋଇଯାଇଥିଲା ।  ଆୟୁଷ୍ମାନ କାର୍ଡ ଯୋଗୁଁ ସେ ଏକ ନୂଆ ଜୀବନ ପାଇଲେ । ସେ ବହୁତ ଖୁସି ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିଲେ କାରଣ ତାଙ୍କ ଚେହେରା ପୂର୍ବ ଅବସ୍ଥାକୁ ଫେରି ଆସିଥିଲା । ତାଙ୍କ କଥା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ, କାରଣ ସରକାରଙ୍କ ଠାରୁ ମିଳୁଥିବା ପ୍ରତ୍ୟେକ ପଇସାର ବ୍ୟବହାର ଗରୀବଙ୍କ ଜୀବନରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିପାରେ ଏବଂ ନୂତନ ନିଷ୍ପତ୍ତି ନେବାରେ ସକ୍ଷମ ହେବା ପାଇଁ ନୂତନ ଶକ୍ତି ଯୋଗାଇପାରେ ।

ବନ୍ଧୁଗଣ,

ଯଦି ଆମେ ସେମାନଙ୍କୁ ସିଧାସଳଖ ଟଙ୍କା ଦେଇଥାନ୍ତୁ ତେବେ ସେମାନେ ହୁଏତ ଚିକିତ୍ସା କରିନଥାନ୍ତେ । ଯଦି ଏହି ଯୋଜନାର ହିତାଧିକାରୀମାନେ ଅନ୍ୟ କୌଣସି ରାଜ୍ୟରେ ରୁହନ୍ତି, ତା'ହେଲେ ସେମାନେ ସେଠାରେ ମଧ୍ୟ ସମ୍ପୂର୍ଣ୍ଣ ଲାଭ ପାଇଥାନ୍ତି ।

ବନ୍ଧୁଗଣ,

ଗତ ୮ ବର୍ଷ ମଧ୍ୟରେ ଆମ ସରକାର କରିଥିବା ଯୋଜନାରେ ଆବେଗକୁ ପ୍ରାଥମିକତା ଦିଆଯାଇଥିଲା ଯେ ଏହା ସମାଜର ସମସ୍ତ ବିଭାଗରେ, ସମାଜର ସମସ୍ତ କ୍ଷେତ୍ରରେ ପହଞ୍ଚିବା ଉଚିତ ଏବଂ ଦେଶର ପ୍ରତ୍ୟେକ କୋଣକୁ ସ୍ପର୍ଶ କରିବା ଉଚିତ । ଗୋଟିଏ ପଟେ ଆମେ ଷ୍ଟାର୍ଟ ଅପ୍ ନୀତି ଅଧୀନରେ ଯୁବକମାନଙ୍କୁ ଅନେକ ପ୍ରୋତ୍ସାହନ ଦେଉଥିବାବେଳେ ଅନ୍ୟ ପଟେ ପିଏମ କିଷାନ ସମ୍ମାନ ନିଧିଙ୍କ ଟଙ୍କା ମଧ୍ୟ କ୍ରମାଗତ ଭାବରେ ଚାଷୀଙ୍କ ନିକଟରେ ପହଞ୍ଚାଉଛୁ । ପ୍ରଧାନମନ୍ତ୍ରୀ କିଷାନ ନିଧିଙ୍କ ଅଧୀନରେ କର୍ଣ୍ଣାଟକର ୫୬ ଲକ୍ଷରୁ ଅଧିକ କ୍ଷୁଦ୍ର ଚାଷୀ ସେମାନଙ୍କ ଆକାଉଣ୍ଟରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ପାଇଛନ୍ତି ।

ଗୋଟିଏ ପଟେ ଦେଶରେ ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଏକ ପିଏଲଆଇ ଯୋଜନା ଥିବାବେଳେ ଅନ୍ୟ ପଟେ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଏସ୍‍ଭିଏନିଧି ଯୋଜନା ଏବଂ କିଷାନ କ୍ରେଡିଟ କାର୍ଡ ଅଭିଯାନ, କ୍ଷୁଦ୍ର ଉଦ୍ୟୋଗୀ, କ୍ଷୁଦ୍ର କୃଷକ, ପଶୁପାଳନ କରୁଥିବା କୃଷକ ଏବଂ ରାସ୍ତାପାଶ୍ୱର୍ ବିକ୍ରେତାମାନଙ୍କୁ ବ୍ୟାଙ୍କରୁ ସହଜ ଋଣ ଦିଆଯାଉଛି ।

ଆପଣ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ମୁଦ୍ରା ଯୋଜନା ଅଧୀନରେ କର୍ଣ୍ଣାଟକର ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଋଣ ଦିଆଯାଇଛି । ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏହି ଯୋଜନାରେ ଘର, ଗେଷ୍ଟ ହାଉସ୍ ଏବଂ ଅନ୍ୟାନ୍ୟ ସେବା ଯୋଗାଉଥିବା ଲୋକଙ୍କ ପାଇଁ ବହୁତ ସାହାଯ୍ୟ କରିଛି । କର୍ଣ୍ଣାଟକର ୧.୫ ଲକ୍ଷରୁ ଅଧିକ ରାସ୍ତାପାଶ୍ୱର୍ ବିକ୍ରେତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଏସଭିଏନିଧି ଯୋଜନା ସାହାଯ୍ୟ କରିଛି ।

ଭାଇ ଓ ଭଉଣୀମାନେ,

ବିଗତ ୮ ବର୍ଷ ମଧ୍ୟରେ, ଆମେ ଏକ ପ୍ରଭାବଶାଳୀ ଶେଷ ସୀମା ପର୍ଯ୍ୟନ୍ତ ସେବା ଯୋଗାଇ ସାମାଜିକ ନ୍ୟାୟକୁ ସଶକ୍ତ କରିଛୁ । ଆଜି, ଗରିବମାନେ ନିଶ୍ଚିତ ଅଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ଏହି ଯୋଜନାଗୁଡିକର ଲାଭ ମଧ୍ୟ ପାଇବେ, ଯାହାର ଲାଭ ସେମାନଙ୍କ ପଡ଼ୋଶୀଙ୍କୁ ମିଳି ସାରିଛି ।  ତାଙ୍କର ପାଳି ଆସିବ । ଦେଶର ସାଧାରଣ ପରିବାରରେ ଭେଦଭାବ ଏବଂ ବାଧା ବିନା ଶତପ୍ରତିଶତ ଲାଭ ପାଇବା ଉପରେ ଏକ ବୃଢ ବିଶ୍ୱାସ ବିକଶିତ ହୋଇଛି । ଯେତେବେଳେ କର୍ଣ୍ଣାଟକର ୩.୭୫ ଲକ୍ଷ ଗରିବ ପରିବାର ପକ୍କା ଘର ପାଆନ୍ତି, ତାହା ଏହି ବିଶ୍ୱାସ ଦୃଢ କରିଛି । ଯେତେବେଳେ କର୍ଣ୍ଣାଟକର ୫୦ ଲକ୍ଷରୁ ଅଧିକ ପରିବାର ପ୍ରଥମ ଥର ପାଇଁ ପାଇପ୍ ଜଳ ଯୋଗାଣ ପାଆନ୍ତି, ତାହା ଏହି ବିଶ୍ୱାସକୁ ଆହୁରି ଦୃଢ କରେ । ଯେତେବେଳେ ଗରିବମାନେ ମୌଳିକ ସୁବିଧାଗୁଡ଼ିକର ଚିନ୍ତାରୁ ମୁକ୍ତ ହୁଅନ୍ତି, ସେତେବେଳେ ସେ ଅଧିକ ଉତ୍ସାହର ସହିତ ଦେଶର ବିକାଶରେ ଜଡିତ ହୁଅନ୍ତି ।

ଭାଇ ଓ ଭଉଣୀମାନେ,

‘ଆଜାଦୀ କା ଅମୃତକାଳ' ସମୟରେ ଭାରତର ବିକାଶରେ ସମସ୍ତଙ୍କ ଅଂଶଗ୍ରହଣ ନିଶ୍ଚିତ କରିବାକୁ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଆମର ‘ଦିବ୍ୟାଙ୍ଗ' ବନ୍ଧୁମାନଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।  ଅନ୍ୟମାନଙ୍କ ଉପରେ ଆମର ଭିନ୍ନକ୍ଷମ ସାଥୀମାନଙ୍କର ର୍ନିଭରଶୀଳତାକୁ କମ୍ କରିବାକୁ ଆମ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ତେଣୁ ଆମର ମୁଦ୍ରାରେ, ‘ଦିବ୍ୟାଙ୍ଗ'ର ସୁବିଧା ପାଇଁ ନୂତନ ବୈଶିଷ୍ଟ୍ୟଗୁଡିକ ଯୋଡା ଯାଇଛି । ଭିନ୍ନକ୍ଷମଙ୍କ ଶିକ୍ଷା ସହ ଜଡିତ ପାଠ୍ୟକ୍ରମ ସମଗ୍ର ଦେଶରେ ସମୃଦ୍ଧ ହେଉଛି । ସର୍ବସାଧାରଣ ସ୍ଥାନ, ବସ୍‌, ରେଳବାଇ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ‘ଦିବ୍ୟାଙ୍ଗ-ଅନୁକୂଳ' କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ “ଦିବ୍ୟାଙ୍ଗଜନଙ୍କ'ର ସମସ୍ୟାକୁ ହ୍ରାସ କରିବା ପାଇଁ ସାଧାରଣ ସାଙ୍କେତିକ ଭାଷା ମଧ୍ୟ ବିକଶିତ ହୋଇଛି । ଦେଶର କୋଟି କୋଟି “ଦିବ୍ୟାଙ୍ଗଜନ”ଙ୍କୁ ମଧ୍ୟ ଆବଶ୍ୟକୀୟ ଯନ୍ତ୍ରପାତି ମାଗଣାରେ ଦିଆଯାଉଛି ।

ଆଜି ମଧ୍ୟ ବେଙ୍ଗାଲୁରର ଆଧୁନିକ ସାର୍ ଏମ ବିଶେଶ୍ୱରାୟା ରେଳ ଷ୍ଟେସନର ଉଦଘାଟନ ହୋଇଥିବା ବେଳେ ବ୍ରେଲି ମାନଚିତ୍ର ଏବଂ ସ୍ୱତନ୍ତ୍ର ସାଙ୍କେିତକ ଏବଂ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ମେଟ୍ରୋରେ ଏକ ରେମ୍ପ ସୁବିଧା ରହିଛି । ମହୀଶୂରରେ ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ୍ ହିଅରିଙ୍ଗ୍ ଏକ ଉତ୍ତମ ସେବା ଯୋଗାଉଛି । ଦେଶର ଏକ ‘ଦିବ୍ୟାଙ୍ଗ' ମାନବ ସମ୍ବଳକୁ ଏକ ଶକ୍ତିଶାଳୀ ଭାରତ ଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ହେବାରେ ସାହାଯ୍ୟ କରିବାକୁ ଏହି ଅନୁଷ୍ଠାନ ପାଇଁ ଆଜି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରାଯାଇଛି ।

ଯେଉଁମାନେ କହିପାରିବେ ନାହିଁ ସେମାନଙ୍କ ପାଇଁ, ଏହି କେନ୍ଦ୍ର ସେମାନଙ୍କ ସମସ୍ୟାର ଉନ୍ନତ ଚିକିତ୍ସା ସମ୍ବନ୍ଧୀୟ ଗବେଷଣାକୁ ଉତ୍ସାହିତ କରିବ, ସେମାନଙ୍କ ଜୀବନର ଉନ୍ନତି ଏବଂ ସଶକ୍ତିକରଣ ପାଇଁ ସମାଧାନ ପ୍ରଦାନ କରିବ । ଏବଂ ଆଜି ମୁଁ ଷ୍ଟାର୍ଟ ଅପ୍ ଦୁନିଆର ଯୁବକମାନଙ୍କୁ ଏକ ବିଶେଷ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣଙ୍କର ଧାରଣା ଏବଂ ଅଭିନବ ଚିନ୍ତକ ଥିବାରୁ ଆପଣଙ୍କର ଷ୍ଟାର୍ଟ ଅପ୍ ମଧ୍ୟ ମୋର ‘ଦିବ୍ୟାଙ୍ଗ' ଭାଇ ଓ ଭଉଣୀମାନଙ୍କ ପାଇଁ ବହୁତ କିଛି କରିପାରିବ । ତୁମର ଷ୍ଟାର୍ଟ ଅପ୍ ଏହିପରି ଅନେକ ଜିନିଷର ବିକାଶ କରିପାରିବ ଯାହା ମୋ ‘ଦିବ୍ୟାଙ୍ଗ' ଭାଇ ଏବଂ ଭଉଣୀମାନଙ୍କୁ ଜୀବନରେ ଏକ ନୂତନ ଶକ୍ତି ଭରି ଦେଇପାରେ । ଏବଂ ମୁଁ ବିଶ୍ୱାସ କରେ ଯେ ଷ୍ଟାର୍ଟ ଅପ୍ ଜଗତର ଯୁବକମାନେ ମୋର ‘ଦିବ୍ୟାଙ୍ଗ ଭାଇମାନଙ୍କ ପାଇଁ କାର୍ଯ୍ୟ କରିବେ ଏବଂ ଏକତ୍ର ଆମେ ସେମାନଙ୍କ ପାଇଁ କିଛି ଭଲ କରିବୁ ।

ଭାଇ ଓ ଭଉଣୀମାନେ,

ଜୀବନ ଏବଂ ବ୍ୟବସାୟକୁ ସହଜ କରିବାରେ ଆଧୁନିକ ଭିତ୍ତିଭୂମି ସବୁଠାରୁ ବଡ ଭୂମିକା ଗ୍ରହଣ କରିଥାଏ । କର୍ଣ୍ଣାଟକର ଡବଲ୍ ଇଞ୍ଜିନ୍ ସରକାର ଏହି ଦିଗରେ ଏକ ବିରାଟ ଉପାୟରେ କାର୍ଯ୍ୟ କରୁଛନ୍ତି । ଗତ ୮ ବର୍ଷ ମଧ୍ୟରେ କର୍ଣ୍ଣାଟକରେ ୫୦୦୦ କିଲୋମିଟର ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ପ୍ରାୟ ୭୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆଜି ବାଙ୍ଗାଲୋରରେ ୭୦୦୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଜାତୀୟ ରାଜପଥ ଦେଇ କର୍ଣ୍ଣାଟକରେ ହଜାର ହଜାର ନିଯୁକ୍ତି ସୁଯୋଗ ଏବଂ ଯୋଗାଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ପ୍ରାୟ ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ମୁଁ ଖୁସି ଯେ କର୍ଣ୍ଣାଟକର ଡବଲ୍ ଇଞ୍ଜିନ୍ ସରକାର ହେତୁ ଏହି ପ୍ରକଳ୍ପଗୁଡ଼ିକ ଭୂମିରୁ ଉଠି ଦ୍ରୁତ ଗତିରେ ସମାପ୍ତ ହେଉଛି ।

ବନ୍ଧୁଗଣ,

ରେଳ ସଂଯୋଗ ଗତ ୮ ବର୍ଷ ମଧ୍ୟରେ କର୍ଣ୍ଣାଟକକୁ ଅଧିକ ଲାଭ ଦେଇଛି ।  ମହୀଶୂର ରେଳ ଷ୍ଟେସନ ଏବଂ ନାଗେନାହାଲୀ ଷ୍ଟେସନର ଆଧୁନିକୀକରଣ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟ ଏଠାରେ ଥିବା କୃଷକ ଏବଂ ଯୁବକମାନଙ୍କ ଜୀବନକୁ ସହଜ କରିବ । ନାଗେନାହାଲ୍ଲୀରେ ମଧ୍ୟ ଏକ କୋଚିଂ ଟର୍ମିନାଲ ଏବଂ ଉପ ସହରାଞ୍ଚଳ ଟ୍ରାଫିକ୍ ପାଇଁ ମେମୁ ଟ୍ରେନ୍ ସେଡ୍ ଭାବରେ ବିକଶିତ ହେଉଛି । ଏହା ମହୀଶୂର ୟାର୍ଡରେ ବର୍ତ୍ତମାନର ଭିଡକୁ ହ୍ରାସ କରିବ । ମେମୁ ଟ୍ରେନ୍ ଚାଲିବା ସହିତ, କେନ୍ଦ୍ରୀୟ ବାଙ୍ଗାଲୋର, ମାଣ୍ଡ୍ୟା ଏବଂ ଅନ୍ୟାନ୍ୟ ଆଖପାଖ ଅଞ୍ଚଳରୁ ଦୈନିକ ମହୀଶୂର ସହରକୁ ଯାଉଥିବା ଯାତ୍ରୀମାନେ ବହୁତ ଲାଭବାନ ହେବେ । ଏହା ସହିତ, ମହୀଶୂରର ପର୍ଯ୍ୟଟନ ମଧ୍ୟ ଶକ୍ତିଶାଳୀ ଭାବେ ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନ ସହିତ ଜଡିତ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ବନ୍ଧୁଗଣ,

କର୍ଣ୍ଣାଟକର ବିକାଶ ପାଇଁ ଏବଂ ଏଠାରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଡବଲ୍ ଇଞ୍ଜିନ୍ ସରକାର କିପରି କାର୍ଯ୍ୟ କରୁଛନ୍ତି ତାହାର ଆଉ ଏକ ଉଦାହରଣ ମୁଁ ଦେବାକୁ ଚାହୁଁଛି । ୨୦୧୪ ପୂର୍ବରୁ, କେନ୍ଦ୍ରରେ ଥିବା ସରକାର, ରେଳ ବଜେଟରେ ପ୍ରତିବର୍ଷ କର୍ଣ୍ଣାଟକ ପାଇଁ ହାରାହାରି ୮୦୦ କୋଟି ଟଙ୍କା ଯୋଗାଇ ଦେଉଥିଲେ । ଏହାକୁ ମନେ ରଖିବାକୁ ମୁଁ କର୍ଣ୍ଣାଟକର ଗଣମାଧ୍ୟମ ବନ୍ଧୁମାନଙ୍କୁ ଅନୁରୋଧ କରିବି । ପୂର୍ବ ସରକାର ପ୍ରତିବର୍ଷ ହାରାହାରି ୮୦୦ କୋଟି ଟଙ୍କା ବ୍ୟବସ୍ଥା କରୁଥିଲେ । କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ପ୍ରାୟ ୭୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ତାହା ହେଉଛି, ୬ ଗୁଣରୁ ଅଧିକ ସିଧାସଳଖ ବୃଦ୍ଧି । କର୍ଣ୍ଣାଟକ ପାଇଁ ରେଳପଥ ସକାଶେ ୩୪,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ରେଳ ଲାଇନଗୁଡିକର ବିଦ୍ୟୁତିକରଣ କ୍ଷେତ୍ରରେ ମଧ୍ୟ ଆମ ସରକାର କିପରି କାର୍ଯ୍ୟ କରିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୋତେ ଏକ ପରିସଂଖ୍ୟାନିକ ଚିତ୍ର ଦେବାକୁ ଦିଅ । ଏହାକୁ ଧ୍ୟାନ ଦିଅ । ୨୦୧୪ ପୂର୍ବରୁ ଦଶ ବର୍ଷ ମଧ୍ୟରେ, ଅର୍ଥାତ୍‍ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ, କର୍ଣ୍ଣାଟକରେ କେବଳ ୧୬ କିଲୋମିଟର ରେଳ ଲାଇନ ବିଦ୍ୟୁତକରଣ କରାଯାଇଥିଲା । କିନ୍ତୁ ଆମ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କର୍ଣ୍ଣାଟକରେ ପ୍ରାୟ ୧୬୦୦ କିଲୋମିଟର ରେଳ ଲାଇନ ବିଦ୍ୟୁତକରଣ କରାଯାଇଛି; ୧୦ ବର୍ଷରେ ୧୬ କିଲୋମିଟର ଏବଂ ଏହି ୮ ବର୍ଷରେ ୧୬୦୦ କିଲୋମିଟର! ଏହା ହେଉଛି ଡବଲ୍ ଇଞ୍ଜିନ୍‌ର କାର୍ଯ୍ୟ ଗତି ।

ଭାଇ ଓ ଭଉଣୀମାନେ,

କର୍ଣ୍ଣାଟକର ସାମଗ୍ରିକ ବିକାଶର ଏହି ଗତି ଏହିପରି ରହିବା ଉଚିତ । ଡବଲ୍ ଇଞ୍ଜିନ୍ ସରକାର ଆପଣଙ୍କର ଏହିପରି ସେବା କରିବାକୁ ଜାରି ରଖନ୍ତୁ । ଏହି ନିଷ୍ଠା ସହିତ ଆମେ ଆପଣଙ୍କର ସେବା କରିବାକୁ ସର୍ବଦା ପ୍ରସ୍ତୁତ ଏବଂ ତୁମର ଆଶୀର୍ବାଦ ଆମର ସର୍ବଶ୍ରେଷ୍ଠ ଶକ୍ତି । ଆମକୁ ଅ।ଶୀର୍ବାଦ  ଦେବା  ପାଇଁ  ତୁମେ ଏତେ ସଂଖ୍ୟାରେ ଆସିଛ । ତୁମର ଆଶୀର୍ବାଦ ଆମକୁ ଅଧିକ ସେବା କରିବା ପାଇଁ ଅପାର ଶକ୍ତି ପ୍ରଦାନ କରେ ।

ଏହି ବିଭିନ୍ନ ଯୋଜନା ପାଇଁ ମୁଁ ପୁଣି ଥରେ ତୁମ ସମସ୍ତଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି । ଆଜି କର୍ଣ୍ଣାଟକ ମୋତେ ବେଙ୍ଗାଲୁରୁ ଏବଂ ମହୀଶୂରରେ ସ୍ୱାଗତ କରିଥିବାରୁ ମୁଁ ଆପଣଙ୍କ ନିକଟରେ ଗଭୀର କୃତଜ୍ଞ । ଏବଂ ଆସନ୍ତାକାଲି ଯେତେବେଳେ ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରିବ, ଯେତେବେଳେ ଜଗତ ଯୋଗ ସହିତ ସଂଯୁକ୍ତ ହେବ, ସେତେବେଳେ ସମଗ୍ର ବିଶ୍ୱର ଆଖି ମଧ୍ୟ ମହୀଶୂର ଉପରେ ରହିବ । ତୁମକୁ ମୋର ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ! ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”