“ଦେଶର ସୁରକ୍ଷା ପ୍ରଶ୍ନ ଆସିଲେ ରାଜସ୍ଥାନରୁ ଯୁବବର୍ଗ ଅନ୍ୟମାନଙ୍କ ତୁଳନାରେ ସବୁବେଳେ ଆଗରେ ଥାଆନ୍ତି”
“ଜୟପୁର ମହାଖେଳର ସଫଳ ସଂଗଠନ ଭାରତର ଉଦ୍ୟମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ”
“ଅମୃତ କାଳରେ ଦେଶ ଏକ ନୂତନ ସଂଜ୍ଞା ବାହାର କରିବାକୁ ଉଦ୍ୟମ କରିବା ସହ ନୂତନ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରୁଛି”
“୨୦୧୪ ପରଠାରୁ ଦେଶର କ୍ରୀଡା ବଜେଟ୍ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି”
“କ୍ରୀଡା ବିଶ୍ୱ ବିଦ୍ୟାଳୟମାନ ଦେଶରେ ସ୍ଥାପିତ ହୋଇଛି ଓ ଖେଳ ମହାକୁମ୍ଭ ଭଳି ବଡ ବଡ କାର୍ଯ୍ୟକ୍ରମ ବୃତ୍ତିଗତ ଢଙ୍ଗରେ ଆୟୋଜିତ ହେଉଛି”
“ଅର୍ଥାଭାବ ଯୋଗୁଁ କୌଣସି ଯୁବକ-ଯୁବତୀ ଯେପରି ପଛରେ ନ ପଡନ୍ତି ତାହା ଉପରେ ଆମ ସରକାରର ଧ୍ୟାନ କେନ୍ଦ୍ରୀତ ହୋଇଛି”
“ତୁମେ ସୁପରହିଟ୍ ହେଲେ ଯାଇ ଫିଟ୍ ହେବ”
“ରାଜସ୍ଥାନର ଶ୍ରୀଅନ୍ନ-ବାଜରା ଓ ଶ୍ରୀ ଅନ୍ନ ଯଅ ମଧ୍ୟ ହିଁ ଏହି ସ୍ଥାନର ପରିଚୟ”
“ବହୁମୁଖୀ ମେଧା ଓ ବିବିଧ ଗତିଯୁକ୍ତ ସାମର୍ଥ୍ୟ ଯୋଗୁଁ ଆଜିର ଯୁବଗୋଷ୍ଠୀ କେବଳ ଗୋଟିଏ କ୍ଷେତ୍ରରେ ନିଜକୁ ଆବଦ୍ଧ କରି ରଖୁନାହିଁ”
“କ୍ରୀଡା କେବଳ ଏକ କଳା ବା ସାହିତ୍ୟ ନୁହେଁ ଏହା ଏକ ଶିଳ୍ପ”
“ପୂର୍ଣ୍ଣ ପ୍ରାଣ ଉଦ୍ୟମ ଦ୍ୱାରା ସଫଳତା ସୁନିଶ୍ଚିତ ହୋଇଥାଏ”
“ଆପଣମାନଙ୍କ ମଧ୍ୟରୁ ହିଁ ଦେଶର ସ୍ୱର୍ଣ୍ଣ ଓ ରୌପ୍ୟପଦକ ବିଜେତା ବାହାରିବେ”
ଜୟପୁର ଗ୍ରାମୀଣ ଲୋକସଭା ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ମହାଖେଳ ୨୦୧୭ ମସିହାରୁ ଆୟୋଜନ କରି ଆସୁଛନ୍ତି ।

ଜୟପୁର ଗ୍ରାମାଞ୍ଚଳର ଏବଂ ଆମର ସହଯୋଗୀ ଭାଇ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ, ସମସ୍ତ ଖେଳାଳି, କୋଚଗଣ ଏବଂ ମୋର ଯୁବ ସାଥୀମାନେ ।

ସର୍ବପ୍ରଥମେ ଜୟପୁର ମହାଖେଳରେ ମେଡାଲ ଜିତିଥିବା, ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିବା ପ୍ରତ୍ୟକ ଖେଳାଳି, ପ୍ରଶିକ୍ଷକ ଏବଂ ତାଙ୍କର ପରିଜନମାନଙ୍କୁ ବହୁତ ବହୁତ ଶୁଭେଚ୍ଛା, ଆପଣ ସମସ୍ତେ ଜୟପୁରର ଖେଳ ପଡ଼ିଆରେ କେବଳ ଖେଳିବାକୁ ଓହ୍ଲାଇନାହାନ୍ତି, ଆପଣ ଜିତିବାକୁ ମଧ୍ୟ ଓହ୍ଲାଇଛନ୍ତି । ଏବଂ ଯେଉଁଠାରେ ଶିଖିବାକୁ ମିଳିଥାଏ, ସେଠାରେ ଜିତିବା ନିଜେ ନିଜେ ସୁନିଶ୍ଚିତ ହୋଇ ଯାଇଥାଏ । ଖେଳ ପଡ଼ିଆରେ କୌଣସି ମଧ୍ୟ ଖେଳାଳି, କାଲି ହାତରେ ଫେରି ନ ଥାଏ ।

ସାଥୀମାନେ,

ବର୍ତ୍ତମାନ ଆମେ ସମସ୍ତେ କବାଡ଼ିର ଖେଳାଳିମାନଙ୍କୁ ଅତି ସୁନ୍ଦର ଖେଳ ମଧ୍ୟ ଦେଖିଲେ, ମୁଁ ଦେଖୁଥିଲି, ଆଜିର ଏହି ସମାପନ ସମାରୋହରେ ଏମିତି ଅନେକ ଅଛନ୍ତି ଯେଉଁମାନେ ଖେଳ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ନାମକୁ ଉଜ୍ଜ୍ୱଳ କରିଛନ୍ତି । ଏସିଆନ ଗେମ୍ସର ମେଡାଲିଷ୍ଟ ରାମ ସିଂହ ଦେଖାଯାଉଛନ୍ତି, ଧ୍ୟାନଚାନ୍ଦ ଖେଳ ରତ୍ନରେ ସମ୍ମାନିତ ପାରା ଆଥାଲେଟ ଭାଇ ଦେବେନ୍ଦ୍ର ଝାଞ୍ଜାଡିୟା ଦେଖାଯାଉଛନ୍ତି, ଅର୍ଜୁନ ଆୱାର୍ଡ ପାଇଥିବା ସାକ୍ଷୀ କୁମାରୀ ଏବଂ ଅନ୍ୟ ବରିଷ୍ଠ ଖେଳାଳିମାନେ ମଧ୍ୟ ଅଛନ୍ତି । ଏଠାକୁ ଆସିଥିବା ଖେଳାଳିମାନଙ୍କର ଉତ୍ସାହ ବଢ଼ାଇବା ସହ ମୋତେ ବହୁତ ପ୍ରସନ୍ନତା ଅନୁଭବ ହେଉଛି ।

ସାଥୀମାନେ,

ଆଜି ଦେଶରେ ଖେଳ ପ୍ରତିଯୋଗିତାମାନ ଏବଂ ଖେଳ ମହାକୁମ୍ଭର ଯେଉଁ କ୍ରମ ଆରମ୍ଭ ହୋଇଛି, ତାହା ଏକ ବଡ଼ ପରିବର୍ତ୍ତନର ପ୍ରତିବିମ୍ବ ଅଟେ । ରାଜସ୍ଥାନର ମାଟିରେ ଆମର ଯୁବଗୋଷ୍ଠୀଙ୍କ ଯୋଶ ଏବଂ ସାମର୍ଥ୍ୟ ପାଇଁ ହିଁ ଆଜି ପରିଚିତ । ଇତିହାସ ସାକ୍ଷୀ ରହିଛି, ଏହି ବୀର ଭୂମିର ସନ୍ତାନମାନେ ରଣଭୂମିକୁ ମଧ୍ୟ ନିଜର ଶକ୍ତି ସହିତ ଖେଳର ପଡ଼ିଆ କରି ଦେଇଛନ୍ତି, ଏଥିପାଇଁ, ଆତୀତରୁ ନେଇ ଆଜି ପର୍ଯ୍ୟନ୍ତ । ଯେତେବେଳେ ମଧ୍ୟ ଦେଶର ରକ୍ଷାର କଥା ଆସିଥାଏ ସେତେବେଳେ ରାଜସ୍ଥାନର ଯୁବଗୋଷ୍ଠୀ କେତେବେଳେ କେଉଁଠି କାହା ପଛରେ ନ’ଥାନ୍ତି । ଏଠିକାର ଯୁବଗୋଷ୍ଠୀଙ୍କ ଏହି ଶାରୀରିକ ଏବଂ ମାନସିକ ସାମର୍ଥ୍ୟକୁ ବିକଶିତ କରିବା ପାଇଁ ରାଜସ୍ଥାନୀ ଖେଳ ପରମ୍ପରାର ବଡ଼ ଯୋଗଦାନ ରହିଛି । ଶହ ଶହ ବର୍ଷରୁ ସଂକ୍ରାନ୍ତିରେ ଆୟୋଜିତ ହେଉଥିବା ଖେଳ ‘ଦଣ୍ଡା’, ‘ଦଣ୍ଡା’ ହେଉ, କିମ୍ବା ପିଲାବେଳର ସ୍ମୃତି ସହିତ ଜଡ଼ିତ ତୋଲିୟା, ରୁମାଲ ଝାପଟା, ଭଳି ପରମ୍ପରାଗତ ଖେଳ ହେଉ, ଏହା ରାଜସ୍ଥାନର ପ୍ରତ୍ୟକଙ୍କ ଭିତରେ ଭରି ରହିଛି । ସେଥିପାଇଁ, ଏହି ରାଜ୍ୟ ଦେଶକୁ ଅନେକ ଖେଳ ପ୍ରତିଭାଧାରୀଙ୍କୁ ଦେଇଛି, ଅନେକ ପଦକ ନେଇ ତ୍ରିରଙ୍ଗାର ମାନ ବଢ଼ାଇଛି ଏବଂ ଆପଣ ଜୟପୁର ବାସୀମାନେ ଆପଣଙ୍କ ସାଂସଦ ମଧ୍ୟ ଅଲିମ୍ପିକ ପଦକ ବିଜେତା ଚୟନ କରିଛନ୍ତି । ମୋତେ ଲାଗୁଛି ଯେ, ରାଜ୍ୟବର୍ଦ୍ଧନ ସିଂହ ରାଠୋଡ ଜୀ ତାଙ୍କୁ ଦେଶ ଯାହା ଦେଇଛି, ତାହକୁ ସେ ‘ସାଂସଦ ଖେଳ ସ୍ପର୍ଦ୍ଧା’ ମାଧ୍ୟମରେ ନୂତନ ପିଢ଼ିକୁ ଫେରାଇବାକୁ କାର୍ଯ୍ୟ କରୁଛନ୍ତି । ଆମକୁ ଏହି ପ୍ରୟାସଗୁଡ଼ିକୁ ଆହୁରି ବିସ୍ତାର ଦେବାକୁ ହେବ, ଯାହାକି ଏହାର ପ୍ରଭାବ ଆହୁରି ମଧ୍ୟ ବ୍ୟାପକ ହେବ । ‘ଜୟପୁର ମହାଖେଳ’ର ସଫଳ ଆୟୋଜନ ଆମର ଏମିତି ହିଁ ପ୍ରୟାସର ଆଗାମୀ କଡ଼ି ଅଟେ । ଚଳିତ ବର୍ଷ ୬ଠଠରୁ ଅଧିକ ଟିମଗୁଡ଼ିକରେ, ସାଢ଼େ ଛଅ ହଜାର ଯୁବଗୋଷ୍ଠୀଙ୍କର ଏଥିରେ ଅଂଶଗ୍ରହଣ କରିବା, ଏହାର ସଫଳତାର ପ୍ରତିବିମ୍ବ ଅଟେ । ମୋତେ କୁହାଯାଇଛି ଯେ ଏହି ଆୟୋଜନରେ ଝିଅମାନେ ମଧ୍ୟ ଶହେ ଦେଢ଼ ଶହରୁ ଅଧିକ ଟିମରେ ଅଂଶଗ୍ରହଣ କରିଛନ୍ତି । ଝିଅମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଏହି ଭାଗିଦାରୀ, ଏକ ସୁଖଦ ବାର୍ତ୍ତା ଦେଉଛି ।

ସାଥୀମାନେ,

ସ୍ୱାଧୀନତାର ଏହି ଅମୃତ କାଳରେ, ଦେଶ ନୂଆ ନୂଆ ପରିଭାଷାମାନ ସୃଷ୍ଟି କରୁଛି, ନୂତନ ବ୍ୟବସ୍ଥାଗୁଡ଼ିକର ନିର୍ମାଣ କରୁଛି । ଦେଶରେ ଆଜି ପ୍ରଥମ ଥର ଖେଳରେ ମଧ୍ୟ ସରକାରୀ ଦୃଷ୍ଟିକୋଣରେ ନୁହେଁ, ବରଂ ଖେଳାଳିମାନଙ୍କ ଦୂରଦୃଷ୍ଟି ଦେଖାଯାଉଛି । ମୁଁ ଜାଣିଛି, ଯୁବ ଭାରତର ଯୁବ ପିଢ଼ିମାନଙ୍କ ପାଇଁ, ଅସମ୍ଭବ କିଛି ନୁହେଁ । ଯୁବଗୋଷ୍ଠୀଙ୍କୁ ଯେତେବେଳେ ସାମର୍ଥ୍ୟ, ସ୍ୱାଭିମାନ, ସ୍ୱାବଲମ୍ବ, ସୁବିଧା ଏବଂ ସଂସାଧନର ଶକ୍ତି ମିଳିଥାଏ, ସେତେବେଳେ ପ୍ରତ୍ୟକ ଲକ୍ଷ ସହଜ ହୋଇ ଯାଇଥାଏ । ଦେଶର ଏହି ଦୃଷ୍ଟିକୋଣର ଝଲକ ଚଳିତ ବଜେଟରେ ଖେଳ ବିଭାଗକୁ ପାଖାପାଖି ୨୫ଠଠ କୋଟି ଟଙ୍କାର ବଜେଟ ମିଳିଛି । ଯାହାକି ୨୦୧୪ ପୂର୍ବରୁ ଖେଳ ବିଭାଗକୁ ବଜେଟ ଆଠଶ, ସାଢ଼େ ଆଠଶ କୋଟଇ ଟଙ୍କାର ପାଖାପାଖି ରହୁଥିଲା ଅର୍ଥାତ ୨୦୧୪ ହିସାବରେ ଦେଶର ଖେଳ ବିଭାଗର ବଜେଟରେ ପ୍ରାୟ ତିନିଗୁଣ ବୃଦ୍ଧି ଘଟିଛି । ଚଳିତ ଥର, ଏକୁଟିଆ ‘ଖେଲୋ ଇଣ୍ଡିଆ’ ଅଭିଯାନ ପାଇଁ ଏକ ହଜାର କୋଟି ଟଙ୍କାରୁ ଅଧିକ ବଜେଟ ଦିଆଯାଉଛି । ଏହି ପଇସା ଖେଳ ସହିତ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ସମାଧାନ ଏବଂ ସୁବିଧାଗୁଡ଼ିକର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିବ ।

ସାଥୀମାନେ,

ପୂର୍ବେ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଖେଳ ଯେଉଁ ଉତ୍ସାହ ରହିଥିଲା, ପ୍ରତିଭା ମଧ୍ୟ ଥିଲା । କିନ୍ତୁ ପ୍ରାୟତଃ ସଂସାଧନ ଏବଂ ସରକାରୀ ସହଯୋଗର ଅଭାବ ପ୍ରତ୍ୟକ ଥର ଆସି ଯାଉଥିଲା । ବର୍ତ୍ତମାନ ଆମର ଖେଳାଳିମାନଙ୍କର ଏହି ଆହ୍ୱାନର ସମାଧାନ କରାଯାଉଛି । ମୁଁ ଆପଣମାନଙ୍କୁ ଏହି ଜୟପୁର ମହାଖେଳର ହିଁ ଉଦାହରଣ ଦେବି । ଜୟପୁରରେ ଆୟୋଜନ ଗତ ୫-୬ ବର୍ଷରୁ ଚାଲି ଆସୁଛି । ଏମିତି ହିଁ ଦେଶ କୋଣ ଅନୁକୋଣରେ ଖେଳ ମହାକୁମ୍ଭର ଆୟୋଜନ କରାଯାଉଛି । ଏହି ଶହ ଶହ ଖେଳ ମହାକୁମ୍ଭରେ ହଜାର ହଜାର ଯୁବକ, ହଜାର ହଜାର ପ୍ରତିଭାବାନ ଖେଳାଳି ଭିନ୍ନ ଭିନ୍ନ ଖେଳରେ ଅଂଶଗ୍ରହଣ କରୁଛନ୍ତି । ସାଂସଦ ଖେଳ ମହାକୁମ୍ଭ କାରଣରୁ ଦେଶର ହଜାର ହଜାର ନୂତନ ପ୍ରତିଭାବମାନେ ବାହାରକୁ ସାମ୍ନାକୁ ଆସୁଛନ୍ତି ।

ଚଳିତ ଥର ନାସନାଲ ସ୍ପୋର୍ଟ୍ସ ୟୁନିଭର୍ସିଟିକୁ ମଧ୍ୟ ଅଧିକ ଭାବରେ ବଜେଟ ପ୍ରଦାନ କରାଯାଇଛି । ଆମର ପ୍ରୟାସ ରହିଛି ଯେ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଏବଂ ସ୍ପୋର୍ଟ୍ସ ଟେକ୍ନୋଲୋଜି ସହିତ ଜଡ଼ିତ ପ୍ରତ୍ୟକ ଶିକ୍ଷାକୁ ଶିଖିବାର ପରିବେଶ ସୃଷ୍ଟି କରାଯାଉ । ଯେଉଁଥିରେ ଯୁବଗୋଷ୍ଠୀଙ୍କୁ ଏହି କ୍ଷେତ୍ରରେ କ୍ୟାରିଅର ତିଆରି କରିବାରେ ସୁଯୋଗ ମିଳିବ ।

ସାଥୀମାନେ,

ପଇସା ଅଭାବରୁ କୌଣସି ଯୁବକ ପଛରେ ରହି ନ’ଯାଉ, ଏହା ଉପରେ ମଧ୍ୟ ଆମ ସରକାରଙ୍କର ଧ୍ୟାନ ରହିଛି । ଉତ୍ତମ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ କେନ୍ଦ୍ର ସରକାର ବର୍ତ୍ତମାନ ବର୍ଷକୁ ୫ ଲକ୍ଷ ଟଙ୍କାର ସାହାଯ୍ୟ କରୁଛନ୍ତି । ପ୍ରମୁଖ ଖେଳ ପୁରସ୍କାର ମଧ୍ୟରେ ଦିଆଯାଉଥିବା ଟଙ୍କା ମଧ୍ୟ ତିନିଗୁଣ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଲିମ୍ପିକ ଭଳି ବଡ଼ ବୈଶ୍ୱିକ ପ୍ରତିଯୋଗିତାମାନଙ୍କରେ ମଧ୍ୟ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ଶକ୍ତିର ସହିତ ନିଜର ଖେଳାଳିମାନଙ୍କ ସହିତ ଠିଆ ହେଉଛନ୍ତି, ଭଲ ଭଲ ଉନ୍ନତମାନର ଯୋଜନା ମାଧ୍ୟମରେ ବର୍ଷ ପୂର୍ବରୁ ଖେଳାଳିମାନଙ୍କୁ ଅଲିମ୍ପିକ ପାଇଁ ପ୍ରସ୍ତୁତ କରୁଥିଲେ ।

ଖେଳରେ ଆଗକୁ ବଢ଼ିବା ପାଇଁ କୌଣସି ମଧ୍ୟ ଖେଳାଳି ପାଇଁ ସବୁଠାରୁ ଜରୁରୀ ଅଟେ ଯେ- ନିଜର ଫିଟନେସକୁ ବଜାୟ ରଖିବା, ଆପଣ ଫିଟ ରହିବେ, ସେତେବେଳେ ସୁପରହିଟ ହେବେ ଏବଂ ଫିଟନେସ ସେତିକି ଖେଳ ପଡ଼ିଆରେ ଜରୁରୀ ହୋଇଥାଏ, ସେତିକି ଜୀବନର ଜିଇଁବାରେ ମଧ୍ୟ ଜରୁରୀ ହୋଇଥାଏ । ସେଥିପାଇଁ, ଆଜି ଖେଲୋ ଇଣ୍ଡିଆ ସହିତ ଦେଶ ପାଇଁ ଫିଟ ଇଣ୍ଡିଆ ମଧ୍ୟ ଏକ ବଡ଼ ମିଶନ ଅଟେ । ଆମର ଫିଟନେସରେ ବହୁତ ବଡ଼ ଭୂମିକା ଆମର ଖାଦ୍ୟପେୟର, ଆମର ପୋଷଣରେ ମଧ୍ୟ ହୋଇଥାଏ । ଏଥିପାଇଁ, ମୁଁ ଆପଣ ସମସ୍ତଙ୍କୁ ଗୋଟିଏ ଏମିତି ଅଭିଯାନର ଚର୍ଚ୍ଚା ମଧ୍ୟ କରିବାକୁ ଚାହିଁବି, ଯାହାର ଶୁଭାରମ୍ଭ ଭାରତ କରିଛି, କିନ୍ତୁ ବର୍ତ୍ତମାନ ଏହା ଏକ ବୈଶ୍ୱିକ ଆହ୍ୱାନ ହୋଇଯାଇଛି, ଆପଣ ଶୁଣିଥିବେ, ଭାରତର ପ୍ରସ୍ତାବ ପୁରା ୟୁନାଇଟେଡ ନେସନ୍ସ ୟୁଏନ ବର୍ଷ ୨୦୨୩କୁ ଇଣ୍ଟରନାସନାଲ ମିଲେଟ ବର୍ଷ ଅର୍ଥାତ, ମୋଟା ଶସ୍ୟର ଏକ ବହୁତ ସମୃଦ୍ଧ ପରମ୍ପରାର ଘର ଅଟେ । ଏବଂ ବର୍ତ୍ତମାନ ଦେଶବ୍ୟାପି ତାହାର ପରିଚୟ ସୃଷ୍ଟି ହେଉ ସେଥିପାଇଁ ଏହି ମୋଟା ଶସ୍ୟକୁ ଶ୍ରୀ ଅନ୍ନ ଏହି ନାମରେ ଲୋକମାନେ ଜାଣନ୍ତୁ ଏହା ବହୁତ ଆବଶ୍ୟକ ଅଟେ । ଚଳିତ ଥର ବଜେଟରେ ମଧ୍ୟ ଏହି କଥାର ଉଲ୍ଲେଖ କରାଯାଉଛି । ଏହା ସୁପର ଫୁଟ ଅଟେ, ଏହା ଶ୍ରୀ ଅନ୍ନ ଅଟେ ଏବଂ ସେଥିପାଇଁ ରାଜସ୍ଥାନର ଶ୍ରୀ ଅନ୍ନ- ବାଜରା, ଶ୍ରୀ ଅନ୍ନ- ଜ୍ୱାରା ଏମିତି ଅନେକ ମୋଟା ଶସ୍ୟ ଏହି ଶ୍ରୀ ଅନ୍ନ ନାମ ସହିତ ବର୍ତ୍ତମାନ ଯୋଡ଼ି ହୋଇଯାଇଛି, ତାହାର ପରିଚୟ ଅଟେ ଏବଂ ଏହା କିଏ ଜାଣିନାହିଁ ଯିଏ ରାଜସ୍ଥାନକୁ ଜାଣିଛି । ଏହା ଆମର ରାଜସ୍ଥାନର ବାଜରାର ଖୀଚଡ଼ା ଏବଂ ଚୁରମାର କ’ଣ କେହି ଭୁଲିପାରିବେ? ମୋର ଆପଣ ସମସ୍ତ ଯୁବଗୋଷ୍ଠୀଙ୍କୁ ବିଶେଷ ଅନୁରୋଧ ରହିବ, ଆପଣ ସମସ୍ତଙ୍କ ଖାଦ୍ୟରେ ଶ୍ରୀଅନ୍ନ, ଶ୍ରୀ ଅନ୍ନ ଅର୍ଥାତ ମୋଟା ଶସ୍ୟକୁ ସାମିଲ କରନ୍ତୁ । ଏତିକି ନୁହେଁ ସ୍କୁଲ, କଲେଜ ଯୁବପିଢ଼ିମାନେ ନିଜେ ହିଁ ତାହାର ବ୍ରାଣ୍ଡ ଆମ୍ବାସାଡାର ହୋଇ ଲାଗିପଡ଼ନ୍ତୁ ।

ସାଥୀମାନେ,

ଆଜିର ଯୁବଗୋଷ୍ଠୀ କେବଳ ଗୋଟିଏ କ୍ଷେତ୍ରରେ ସଙ୍କୁଚିତ ହୋଇ ରହିବା କଥା ନୁହେଁ, ସେମାନେ ବହୁ ପ୍ରତିଭାବାନ ମଧ୍ୟ ଅଟନ୍ତି ଏବଂ ବହୁ ଲୋକପ୍ରିୟ ମଧ୍ୟ ଅଟନ୍ତି । ଦେଶ ମଧ୍ୟ ସେଥିପାଇଁ ଯୁବଗୋଷ୍ଠୀଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଗୋଟିଏ ପଟେ ଯୁବଗୋଷ୍ଠୀଙ୍କ ପାଇଁ ଆଧୁନିକ ଖେଳର ଭିତ୍ତିଭୂମି ନିର୍ମାଣ କରୁଛନ୍ତି, ତା’ସହିତ ପିଲାମାନଙ୍କ ପାଇଁ ଏବଂ ଯୁବଗୋଷ୍ଠୀଙ୍କ ପାଇଁ ନାସନାଲ ଡିଜିଟାଲ ଲାଇବ୍ରେରୀର ମଧ୍ୟ ପ୍ରସ୍ତାବ ଏହି ବଜେଟରେ କରାଯାଇଛି । ସଂସ୍କୃତି ଭଳି ଭାଷାମାନ ପ୍ରତ୍ୟକ ବିଷୟର ବହି ସହରରୁ ଗ୍ରାମ ପର୍ଯ୍ୟନ୍ତ, ପ୍ରତ୍ୟକ ସ୍ତରରେ ଡିଜିଟାଲ ଉପଲବ୍ଧ ହେବ । ଏହା ଆପଣ ସମସ୍ତଙ୍କୁ ପାଠକୀୟ ଅଭିଜ୍ଞତାକୁ ନୂତନ ସିଢ଼ି ଦେବ ଏବଂ ସଂସାଧନ ଆପଣଙ୍କ କମ୍ପୁଟର ଏବଂ ମୋବାଇଲରେ ଉପଲବ୍ଧ କରିପାରିବେ ।

ସାଥୀମାନେ,

ଖେଳ କେବଳ ଏକ ବିଦ୍ୟା ନୁହେଁ, ଖେଳ ଏକ ବହୁତ ବଡ଼ ଶିଳ୍ପ ମଧ୍ୟ ଅଟେ । ଖେଳ ସହିତ ଜଡ଼ିତ ଜିନିଷଗୁଡ଼କି ଏବଂ ସଂସାଧନ ତିଆରି କରିବା ଦ୍ୱାରା ବହୁ ସଂଖ୍ୟାରେ ଲୋକମାନଙ୍କର ରୋଜଗାର ମଧ୍ୟ ମିଳିଥାଏ । ଏହି କାମ ଅଧିକ ଭାବରେ ଆମର ଦେଶରେ ଲଘୁ ଉଦ୍ୟୋଗ ଏମଏସଏମଇ କରିଥାଏ । ଚଳିତ ଥର ବଜେଟରେ ଖେଳ କ୍ଷେତ୍ର ସହ ଜଡ଼ିତ ଏମଏସଏମଇକୁ ସଶକ୍ତ କରିବା ପାଇଁ ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ ଘୋଷଣାମାନ କରାଯାଇଛି । ମୁଁ ଆପଣଙ୍କୁ ଆଉ ଗୋଟିଏ ଯୋଜନା ସମ୍ପର୍କରେ କହିବାକୁ ଚାହୁଁଛି । ଏହି ଯୋଜନା ହେଉଛି- ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ ବିକାଶ ଯୋଜନା, ଏମିତି ଲୋକ ଯେଉଁମାନେ ନିଜ ହାତରେ କୌଶଳରେ, ହାତ ଦ୍ୱାରା ଚଲାଉଥିବା ଅନେକ ସାଧନ ମାଧ୍ୟମରେ ସ୍ୱରୋଜଗାର କରୁଛନ୍ତି, ସୃଷ୍ଟି କରୁଛନ୍ତି, ନିର୍ମାଣ କରୁଛନ୍ତି, ସେମାନଙ୍କୁ ଏହି ଯୋଜନା ବହୁତ ସାହାଯ୍ୟ କରିବ । ସେମାନଙ୍କୁ ଆର୍ଥିକ ସହଯୋଗ ଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ନୂତନ ବଜାର ତିଆରି କରିବା ପର୍ଯ୍ୟନ୍ତ, ପ୍ରତ୍ୟକ ପ୍ରକାରର ସାହାଯ୍ୟ ପିଏମ ବିଶ୍ୱକର୍ମା ଯୋଜନା ଦ୍ୱାରା ଦିଆଯିବ । ଆମର ଯୁବଗୋଷ୍ଠୀମାନଙ୍କ ପାଇଁ ମଧ୍ୟ ରୋଜଗାରର, ସ୍ୱରୋଜଗାରର ବଡ଼ ବଡ଼ ସୁଯୋଗ ସୃଷ୍ଟି କରିବ ।

ସାଥୀମାନେ,

ଯେଉଁଠାରେ ସମ୍ପୂର୍ଣ୍ଣ ମନର ସହିତ ପ୍ରୟାସ କରାଯାଇଥାଏ, ସେଠାରେ ପରିମାଣ ମଧ୍ୟ ସୁନିଶ୍ଚିତ ହୋଇଥାଏ । ଦେଶ ପ୍ରୟାସ କରିଛି, ପରିଣାମ ଆମେ ଟୋକିଓ ଅଲିମ୍ପିକ୍ସରେ ଦେଖିଛୁ, କମନୱେଲଥ ଖେଳରେ ଦେଖିଛୁ । ଜୟପୁର ମହାକାଳରେ ମଧ୍ୟ ଆପଣ ସମସ୍ତଙ୍କ ପ୍ରୟାସ ଭବିଷ୍ୟତରେ ଏମିତି ହିଁ ଉତ୍ତମ ପରିଣାମ ଦେବ । ଆପଣଙ୍କ ଠାରୁ ଦେଶ ପାଇଁ ଆଗାମୀ ସ୍ୱର୍ଣ୍ଣ ଏବଂ ସିଲଭର ମେଡାଲିଷ୍ଟ ବାହାରିବାକୁ ଯାଉଛନ୍ତି । ଆପଣ ଯଦି ପ୍ରତିଜ୍ଞା କରିବେ, ତେବେ ଅଲିମ୍ପିକ୍ସ ମୋତେ ତ୍ରିରଙ୍ଗାର ମାନ ବଢ଼ାଇବି । ଆପଣ ଯେଉଁ କ୍ଷେତ୍ରକୁ ଯିବେ, ସେଠାରେ ଦେଶର ନାମ ଉଜ୍ଜ୍ୱଳ କରିବେ । ମୋତେ ବିଶ୍ୱାସ ଅଛି ଯେ, ଆମର ଯୁବଗୋଷ୍ଠୀ ଦେଶର ସଫଳତାକୁ ବହୁତ ଆଗକୁ ନେଇଯିବେ । ଏହି ଭାବନା ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ବହୁତ ବହୁତ ଶୁଭକାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”