“ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଏକ ଭାରତ ଶ୍ରେଷ୍ଠ ଭାରତର ଏକ ବିରାଟ ମାଧ୍ୟମ ପାଲଟିଛି ”
“ଗତ ୯ ବର୍ଷ ମଧ୍ୟରେ ଭାରତରେ କ୍ରୀଡାର ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି, କ୍ରୀଡା ମାଧ୍ୟମରେ ସମାଜର ସଶକ୍ତିକରଣର ଯୁଗ ”
“କ୍ରୀଡାକୁ ଏବେ ଏକ ଆକର୍ଷଣୀୟ ବୃତି ଭାବେ ବିଚାର କରାଯାଉଛି ଏବଂ ଖେଲୋ ଇଣ୍ଡିଆ ଅଭିଯାନ ସେଥିରେ ଏକ ବୃହତ ଭୂମିକା ଗ୍ରହଣ କରିଛି ”
“ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ ”
“ଖେଲୋ ଇଣ୍ଡିଆ ଭାରତର ପାରମ୍ପରିକ କ୍ରୀଡାର ହୃତ ଗୌରବକୁ ମଧ୍ୟ ଫେରାଇ ଆଣିଛି ”
ଭାରତର ପ୍ରଗତୀ ଆପଣମାନଙ୍କ ପ୍ରତିଭା, ଆପଣମାନଙ୍କ ପ୍ରଗତୀ ଉପରେ ନିର୍ଭର କରେ । ଆପଣମାନେ ଭବିଷ୍ୟତର ଚାମ୍ପିଅନ
“କ୍ରୀଡା ଆମକୁ ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଉଠି ସାମୁହିକ ସଫଳତା ଆଡକୁ ଆଗେଇବା ପାଇଁ ପ୍ରେରଣା ଦେଇଥାଏ ”

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଜୀ, ମୋର କ୍ୟାବିନେଟର ସହଯୋଗୀ ନିଶିଥ ପ୍ରମାଣିକ ଜୀ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ୍ ପାଠକ ଜୀ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ ଭାଗ ନେଉଥିବା ସମସ୍ତ ଖେଳାଳିମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା । ଆଜି ୟୁପି ସମଗ୍ର ଦେଶରେ ଯୁବ ଖେଳାଳି ପ୍ରତିଭାମାନଙ୍କର ସଙ୍ଗମ ହୋଇଯାଇଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳରେ ଭାଗ ନେଇଥିବା ୪,ଠଠଠ ଖେଳାଳିମାନଙ୍କ ମଧ୍ୟରେ ଅଧିକାଂଶ ବିଭିନ୍ନ ରାଜ୍ୟରୁ ଏବଂ ଅଞ୍ଚଳରୁ ଆସିଛନ୍ତି । ମୁଁ ଉତ୍ତର ପ୍ରଦେଶର ସାଂସଦ ଅଟେ । ମୁଁ ଉତ୍ତର ପ୍ରଦେଶରେ ଜନତାଙ୍କର ପ୍ରତିନିଧି ଅଟେ ଏବଂ ସେଥିପାଇଁ, ୟୁପିରୁ ସଂସଦ ସଦସ୍ୟ ହୋଇଥିବା କାରଣରୁ, ମୁଁ ସେହି ସମସ୍ତ ଖେଳାଳିମାନଙ୍କୁ ବିଶେଷ ସ୍ୱାଗତ ଜଣାଉଛି, ଯେଉଁମାନେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳରେ ଭାଗ ନେବା ପାଇଁ ୟୁପି ଆସିଛନ୍ତି ।

ଏହି ଖେଳର ସମାପନ ସମାରୋହ କାଶୀରେ ହେବ । କାଶୀର ସାଂସଦ ହୋଇଥିବା କାରଣରୁ ମୁଁ ମଧ୍ୟ ଏହାକୁ ନେଇ ବହୁତ ଉତ୍ସାହିତ ଅଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳର ତୃତୀୟ ସଂସ୍କରଣ ସେ ନିଜେ ହିଁ ବହୁତ ଖାସ୍ ଅଟେ କାରଣ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଦେଶର ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଟିମ୍ ଭାବନା ବିକଶିତ କରିବା ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ମଜବୁତ କରିବାର ଏକ ବଡ଼ ମାଧ୍ୟମ ହୋଇଯାଇଛି । ଏହି ଖେଳ ମଧ୍ୟରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଅଞ୍ଚଳରୁ ପରିଚିତ କରାଯିବ । ୟୁପିର ଭିନ୍ନ ଭିନ୍ନ ସହରର ଯୁବକମାନଙ୍କ ମଧ୍ୟରେ ଏକ ସଂଯୋଗ ମଧ୍ୟ ରହିବ ଯେଉଁଠାରେ ମ୍ୟାଚ୍ ହେବ । ମୋର ବିଶ୍ୱାସ ଅଛି ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଖେଳରେ ଭାଗ ନେବାକୁ ଆସନ୍ତୁ । ଯୁବ ଖେଳାଳି ଏମିତି ଏକ ଅନୁଭୂତି ନେଇ ଫେରିବେ, ତାହାକୁ ସେମାନେ ଜୀବନ ସାରା ସଜେଇ କରି ସାଇତି ରଖିବେ । ମୁଁ ଆପଣ ସମସ୍ତଙ୍କୁ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭକାମନା ଜଣାଉଛି ।

ସାଥୀମାନେ,

ଗତ ନଅ ବର୍ଷରେ ଭାରତରେ ଖେଳର ଏକ ନୂତନ ଯୁଗର ଶୁଭାରମ୍ଭ ହୋଇଛି । ଏହି ନୂତନ ଯୁଗ କେବଳ ଭାରତକୁ ବିଶ୍ୱରେ ଏକ ପ୍ରମୁଖ କ୍ରୀଡ଼ା ଶକ୍ତି ତିଆରି କରିବା ସମ୍ପର୍କରେ ନୁହେଁ, ବରଂ ଏହା କ୍ରୀଡ଼ା ମାଧ୍ୟମରେ ସମାଜର ସଶକ୍ତୀକରଣର ମଧ୍ୟ ଏକ ନୂଆ ଯୁଗ ଅଟେ । ଏକ ସମୟ ଥିଲା ଯେତେବେଳେ ଆମ ଦେଶରେ ଖେଳ ପ୍ରତି ଉଦାସୀନତାର ମନୋଭାବ ଥିଲା । ବହୁତ କମ୍ ଲୋକ ଚିନ୍ତା କରିଥିଲେ ଯେ କ୍ରୀଡ଼ା ମଧ୍ୟ କ୍ୟାରିଅର ହୋଇପାରିବ । ଏହାର କାରଣ ଏହା ଥିଲା ଯେ ଖେଳକୁ ସରକାରଙ୍କ ଠାରୁ ଯେଉଁ ସମର୍ଥନ ଏବଂ ସହଯୋଗ ମିଳିବା କଥା ତାହା ମିଳୁ ନ ଥିଲା । କ୍ରୀଡ଼ାର ପରମ୍ପରାଗତ ଶୈଳୀ ଉପରେ କେହି ଧ୍ୟାନ ଦେଲେ ନାହିଁ ଏବଂ ଖେଳାଳିମାନଙ୍କର ଆବଶ୍ୟକତା ଉପରେ ମଧ୍ୟ କାହାର ଧ୍ୟାନ ରଖାଗଲା ନାହିଁ । ସେଥିପାଇଁ ଗରିବ ଏବଂ ମଧ୍ୟମ ବର୍ଗର ପିଲାମାନଙ୍କ ପାଇଁ ଏବଂ ଗାଁର ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଖେଳକୁଦରେ ଆଗକୁ ବଢ଼ିବା ବହୁତ କଷ୍ଟକର ଥିଲା। ସମାଜରେ ଏହି ଭାବନା ମଧ୍ୟ ବଢୁଥିଲା ଯେ ଖେଳ ଖାଲି ସମୟ ବିତାଇବା ବ୍ୟତୀତ ଅନ୍ୟ କିଛି ନୁହେଁ । ଅଧିକାଂଶ ମାତା-ପିତା ଏହା ମଧ୍ୟ ମାନୁଥିଲେ ଯେ ପିଲାମାନଙ୍କୁ ସେହି ବୃତ୍ତିରେ ସାମିଲ ହେବା ଆବଶ୍ୟକ ଯାହା ସେମାନଙ୍କ ଜୀବନକୁ ‘ସେଟଲ’ କରିବ । ବେଳେବେଳେ ମୋତେ ଲାଗିଥାଏ ଯେ ଏହି ମାନସିକତା କାରଣରୁ ଦେଶ କେତେ ମହାନ ଖେଳାଳିଙ୍କୁ ହଜେଇ ଦେଇଥିବ । କିନ୍ତୁ ଆଜି ମୋତେ ଖୁସି ଲାଗୁଛି ଯେ ଖେଳ ପ୍ରତି ମାତା-ପିତା ଏବଂ ସମାଜର ଦୃଷ୍ଟିକୋଣରେ ବଡ଼ ପରିବର୍ତ୍ତନ ଆସିଛି । ଖେଳକୁ ଜୀବନରେ ଆଗକୁ ବଢ଼ାଇବା ପାଇଁ ଏକ ଆକର୍ଷଣୀୟ ଭାବରେ ଦେଖାଯାଉଛି ଏବଂ ଖେଲୋ ଇଣ୍ଡିଆ ଅଭିଯାନ ଏହି ସମ୍ପର୍କରେ ଗୋଟିଏ ବଡ଼ ଭୂମିକା ନିର୍ବାହ କରୁଛି।

ସାଥୀମାନେ,

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ହୋଇଥିବା ଦୁର୍ନୀତି ପୂର୍ବ ସରକାରଙ୍କ ଖେଳ ପ୍ରତି ଥିବା ଅଣଦେଖା ମନୋଭାବର ଜୀବନ୍ତ ଉଦାହରଣ ଅଟେ । କ୍ରୀଡ଼ା ପ୍ରତିଯୋଗିତା, ଯାହା ବିଶ୍ୱରେ ଭାରତର ପ୍ରତିଷ୍ଠା ସ୍ଥାପନ କରିବା କାର୍ଯ୍ୟରେ ଆସିପାରିଥାନ୍ତା, ଭ୍ରଷ୍ଟାଚାରର ପଙ୍କ ଭିତରେ ବୁଡ଼ିଗଲେ । ପୂର୍ବେ ଆମର ଗାଁରେ ରହୁଥିବା ପିଲମାନଙ୍କୁ ଖେଳିବାକୁ ଦେବା ପାଇଁ ଗୋଟିଏ ଯୋଜନା ଥିଲା । ଏହାକୁ ‘ପଞ୍ଚାୟତ ଯୁବ କ୍ରୀଡ଼ା ଏବଂ ଖେଳ ଅଭିଯାନ’ ନାମ ଦିଆଗଲା । ପରେ ତାହାର ନାମ ପରିବର୍ତ୍ତନ କରି ‘ରାଜୀବ ଗାନ୍ଧୀ ଖେଳ ଅଭିଯାନ’ କରି ଦିଆଗଲା । ଏହି ଅଭିଯାନରେ ମଧ୍ୟ କେବଳ ନାମ ବଦଳିବାରେ ହିଁ ଫୋକସ କରାଯାଉଥିଲା ଏବଂ ଦେଶରେ କ୍ରୀଡ଼ା ଭିତ୍ତିଭୂମି ଉନ୍ନତି କରିବା ଉପରେ ଅଧିକ ଜୋର୍ ଦିଆଯାଇ ନ ଥିଲା ।

ପୂର୍ବେ ଗାଁ ହେଉ କିମ୍ବା ସହର ପ୍ରତ୍ୟେକ ଖେଳାଳିଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ଥିଲା ଯେ ତାଙ୍କ କ୍ରୀଡ଼ା ଅଭ୍ୟାସ ପାଇଁ ନିଜ ଘରୁ ବହୁ ଦୂରକୁ ଯିବାକୁ ପଡୁଥିଲା । ଖେଳାଳିମାନଙ୍କୁ ଏଥିପାଇଁ ବହୁ ସମୟ ଅତିବାହିତ କରିବାକୁ ପଡୁଥିଲା । ଅନେକ ଥର ସେମାନଙ୍କୁ ଅନ୍ୟ ସହରରେ ରହିବାକୁ ପଡୁଥିଲା । ଅନେକ ଯୁବକ ଏହି ସମସ୍ୟା କାରଣରୁ ନିଜର ଉତ୍ସାହକୁ ଛାଡ଼ିବାକୁ ବାଧ୍ୟ ହେବାକୁ ପଡିଲା । ଆଜି ଆମ ସରକାର ଖେଳାଳିମାନଙ୍କର ଦଶନ୍ଧି ପୁରୁଣା ଆହ୍ୱାନର ଧ୍ୟାନ ମଧ୍ୟ ରଖୁଛନ୍ତି । ସହରୀ କ୍ରୀଡ଼ା ଭିତ୍ତିଭୂମି ଯୋଜନାରେ ପୂର୍ବ ସରକାର ୬ ବର୍ଷରେ ମାତ୍ର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଯେତେବେଳେ କି ଆମ ସରକାର ଖେଲୋ ଇଣ୍ଡିଆ ଅଭିଯାନ ଅଧିନରେ ଖେଳର ପାରମ୍ପରିକ ଶୈଳୀ ପାଇଁ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବଢୁଥିବା ଖେଳର ପାରମ୍ପରିକ ଢାଞ୍ଚା କାରଣରୁବର୍ତ୍ତମାନ ଅଧିକ ଖେଳାଳିମାନଙ୍କ ପାଇଁ ଖେଳ ସହିତ ଯୋଡ଼ି ହେବା ସୁବିଧା ହୋଇଗଲା । ମୁଁ ସନ୍ତୁଷ୍ଟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଖେଳରେ ୩୦ ହଜାରରୁ ଅଧିକ ଆଥଲେଟ ଅଂଶଗ୍ରହଣ କରିଛନ୍ତି । ଏହା ମହତ୍ତ୍ୱପୂର୍ଣ୍ଣ ଯେ ୧୫୦୦ ଖେଲୋ ଇଣ୍ଡିଆ ଆଥଲେଟଙ୍କୁ ଦେଖାଯାଇଛି ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ସେମାନଙ୍କୁ ଆଧୁନିକ କ୍ରୀଡ଼ା ଏକାଡେମୀରେ ମଧ୍ୟ ଶ୍ରେଷ୍ଠ ଶ୍ରେଣୀର ତାଲିମ୍ ଦିଆଯାଉଛି । ଚଳିତବର୍ଷର କେନ୍ଦ୍ରୀୟ କ୍ରୀଡ଼ା ବଜେଟ୍ ମଧ୍ୟ ନଅ ବର୍ଷ ତୁଳନାରେ ତିନି ଗୁଣା ବୃଦ୍ଧି କରାଯାଇଛି ।

ଆଜି ଗାଁ ନିକଟରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମିର ମଧ୍ୟ ବିକାଶ କରାଯାଉଛି । ଦେଶର ଦୂରଦୂରାନ୍ତରେ ମଧ୍ୟ ବର୍ତ୍ତମାନ ପଡ଼ିଆ, ଆଧୁନିକ ଷ୍ଟାଡିୟମ ଏବଂ ଆଧୁନିକ ପ୍ରଶିକ୍ଷଣ ସୁବିଧାମାନ କରାଯାଉଛି । ୟୁପିରେ ମଧ୍ୟ କ୍ରୀଡ଼ା ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଲକ୍ଷ୍ନୌରେ ପୂର୍ବରୁ ଥିବା ସୁବିଧାଗୁଡ଼ିକୁ ବିସ୍ତାର କରାଯାଇଛି । ଆଜି ବାରଣାସୀର ସିଗରା ଷ୍ଟାଡିୟମ ଆଧୁନିକ ଅବତାରରେ ସମ୍ମୁଖକୁ ଆସୁଛି । ପ୍ରାୟ ୪୦୦ କୋଟି ଟଙ୍କା ଖର୍ଛ୍ଚ କରି ଯୁବକମାନଙ୍କ ପାଇଁ ଏଠାରେ ଆଧୁନିକ ସୁବିଧା ନିର୍ମାଣ କରାଯାଉଛି । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଲାଲପୁରରେ ସିନ୍ଥେଟିକ୍ ହକି ଗ୍ରାଉଣ୍ଡ, ଗୋରଖପୁରର ବୀରବାହାଦୂର ସିଂ ସ୍ପୋର୍ଟ୍ସ କଲେଜର ବହୁମୁଖୀ ହଲ, ମେରଠରେ ସିନ୍ଥେଟିକ୍ ହକି ଗ୍ରାଉଣ୍ଡ ଏବଂ ସହାରନପୁରରେ ସିନ୍ଥେଟିକ ଟ୍ରାକ୍ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ନିକଟ ଭବିଷ୍ୟତରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଏହିଭଳି ସୁବିଧାମାନ ଆହୁରି ବିସ୍ତାର କରାଯିବ।

ସାଥୀମାନେ,

ଆମେ ଏହି କଥା ଉପରେ ମଧ୍ୟ ବିଶେଷ ଭାବରେ ଜୋର ଦେଉଛୁ ଯେ ଖେଳାଳିମାନେ ଅଧିକରୁ ଅଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଆନ୍ତୁ । ଜଣେ ଖେଳାଳି ଯେତେ ଅଧିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥାନ୍ତି, ସେ ସେତିକି ଲାଭ ପାଇଥାନ୍ତି, ସେମାନଙ୍କ ପ୍ରତିଭାରେ ନିଖାର ଆସିଥାଏ । ସେମାନେ ନିଜର ସ୍ତର ମଧ୍ୟ ଅନୁଭବ କରିପାରିଥାନ୍ତି ଏବଂ ସୁଧାର ଆଣିବାକୁ ଚେଷ୍ଟା କରିଥାନ୍ତି । ଆମର ତ୍ରୁଟି କ’ଣ, ଭୁଲ୍ କ’ଣ, ଆହ୍ୱାନ କ’ଣ? କିଛି ବର୍ଷ ପୂର୍ବେ ଖେଲୋ ଇଣ୍ଡିଆ ସ୍କୁଲ୍ ଗେମ୍ସ ଆରମ୍ଭ ହେବାର ଏହା ମଧ୍ୟ ଏକ ପ୍ରମୁଖ କାରଣ ଥିଲା । ଆଜି ଏହାର ବିସ୍ତାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ ଗେମ୍ସ ଏବଂ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ ପର୍ଯ୍ୟନ୍ତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅଧିନରେ ଦେଶର ହଜାର ହଜାର ଖେଳାଳି ପ୍ରତିଯୋଗିତା କରୁଛନ୍ତି ଏବଂ ସେମାନଙ୍କ ପ୍ରତିଭାର ଶକ୍ତିରେ ଆଗକୁ ବଢୁଛନ୍ତି । ଏବଂ ମୁଁ ଖୁସି ଯେ ଭାରତୀୟ ଜନତା ପାର୍ଟିର ଅନେକ ସାଂସଦ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଆୟୋଜନ କରିଥାନ୍ତି । ପ୍ରତ୍ୟେକ ସଂସଦ ନିର୍ବାଚନମଣ୍ଡଳୀରେ ହଜାର ହଜାର ଯୁବକ, ପୁଅ, ଝିଅମାନେ ଖେଳରେ ଅଂଶଗ୍ରହଣ କରିଥାନ୍ତି । ଆଜି ଦେଶ ଏହାର ସୁଖଦ ଫଳାଫଳ ମଧ୍ୟ ପାଇଛି । ଗତ କିଛି ବର୍ଷରେ, ଆମର ଖେଳାଳିମାନେ ଅନେକ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଉକ୍ରୃଷ୍ଟ ପ୍ରର୍ଶନ କରିଛନ୍ତି । ଏହା ଦର୍ଶାଉଛି ଯେ ଆଜି ଭାରତର ଆମର ଯୁବ ଖେଳାଳିମାନଙ୍କ ନିକଟରେ ଆତ୍ମବିଶ୍ୱାସ କେତେ ଶୀର୍ଷରେ ରହିଛି ।

ସାଥୀମାନେ,

ସରକାର ପ୍ରତ୍ୟେକ ପଦକ୍ଷେପରେ ଖେଳାଳିଙ୍କ ସହିତ ଛିଡ଼ା ହୋଇଛନ୍ତି, ସେ କ୍ରୀଡ଼ା ସହ ଜଡ଼ିତ କୌଶଳ ହେଉ କିମ୍ବା ସେମାନଙ୍କୁ ଶ୍ରେଷ୍ଠ ଖେଳାଳି କରିବା ପାଇଁ ଅନ୍ୟ ବିଷୟ ହେଉ, ଆମର ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଏକ ବିଷୟ ଭାବରେ ଶିକ୍ଷା ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି । କ୍ରୀଡ଼ା ବର୍ତ୍ତମାନ ପାଠ୍ୟକ୍ରମର ଏକ ଅଂଶ ହେବାକୁ ଯାଉଛି । ଦେଶର ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଗଠନ ଏଥିରେ ଅଧିକ ସାହାଯ୍ୟ କରିବ । ବର୍ତ୍ତମାନ ରାଜ୍ୟଗୁଡ଼ିକରେ କ୍ରୀଡ଼ା କ୍ଷେତ୍ରରେ ବିଶେଷ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ଉତ୍ତର ପ୍ରଦେଶ ଏଥିରେ ପ୍ରଶଂସନୀୟ କାର୍ଯ୍ୟ କରୁଛି । ମେରଠର ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଉଦାହରଣ ଆମ ସାମ୍ନାରେ ଅଛି । ଏହା ବ୍ୟତୀତ ଆଜି ସାରା ଦେଶରେ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ପ୍ରାୟ ଦୁଇ ଡର୍ଜନ ରାଷ୍ଟ୍ରୀୟ ଉକ୍ରୃଷ୍ଟତା କେନ୍ଦ୍ର ମଧ୍ୟ ଖୋଲାଯାଇଛି । ପ୍ରଦର୍ଶନରେ ସୁଧାର ଆଣିବା ପାଇଁ କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷଣ ଏବଂ କ୍ରୀଡ଼ା ବିଜ୍ଞାନ ସହାୟତା ପ୍ରଦାନ କରାଯାଉଛି । ଖେଲୋ ଇଣ୍ଡିଆ ମଧ୍ୟ ଭାରତର ପାରମ୍ପରିକ କ୍ରୀଡ଼ାର ପ୍ରତିଷ୍ଠା ଫେରାଇ ଆଣିଛି । ଆମ ସରକାର ବିଭିନ୍ନ ଧାରାକୁ ଯେମିତି ଗତକା, ମଲ୍ଲଖମ୍ବ, ଥଙ୍ଗ-ଟା, କଲରିପୟଟ୍ଟୁ ଏବଂ ଯୋଗାସନକୁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରୁଛନ୍ତି ।

ସାଥୀମାନେ,

ଖେଲୋ ଇଣ୍ଡିଆର କାର୍ଯ୍ୟକ୍ରମର ଆଉ ଏକ ଉତ୍ସାହଜନକ ଫଳାଫଳ ହେଉଛି ଆମର ଝିଅମାନଙ୍କର ଅଂଶଗ୍ରହଣ । ଦେଶରେ ଅନେକ ସହରର ଖେଲୋ ଇଣ୍ଡିଆ ମହିଳା ଲିଗ୍ ଆୟୋଜିତ ହେଉଐଛି । ମୋତେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦେଶର ପ୍ରାୟ ୨୩,୦୦୦ ମହିଳା ଆଥଲେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସରେ ମଧ୍ୟ ବହୁ ସଂଖ୍ୟକ ଆଥଲେଟ୍ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ମୁଁ ବିଶେଷ ଭାବରେ ଏହି ଖେଳରେ ଭାଗ ନେଇଥିବା ଝିଅମାନଙ୍କୁ ଶୁଭକାମନା ଜଣାଉଛି ।

ସାଥୀମାନେ,

ଆପଣ ସମସ୍ତ ଯୁବକମାନେ ଏକ ସମୟରେ କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରିଛନ୍ତି ଯାହା ନିଶ୍ଚିତ ଭାବରେ ଭାରତର ଅବଧି ଅଟେ । ଭାରତର ପ୍ରଗତି ଆପଣଙ୍କ ପ୍ରତିଭା ଏବଂ ପ୍ରଗତିରେ ନିହିତ ଅଛି । ଆପଣ ଭବିଷ୍ୟତର ଚାମ୍ପିଅନ ଅଟନ୍ତି । ତ୍ରିରଙ୍ଗାର ଗୌରବକୁ ବୃଦ୍ଧି କରିବା ଆପଣଙ୍କର ଦାୟିତ୍ୱ ଅଟେ। ସେଥିପାଇଁ ଆମକୁ କିଛି ବିନ୍ଦୁଗୁଡ଼ିକୁ ମନେ ରଖିôବାକୁ ହେବ । ଆମେ ପ୍ରାୟତଃ ଖେଳ ଭାବନା, ଟିମର ଭାବନା ସମ୍ପର୍କରେ କଥାବାର୍ତ୍ତା କରିଥାଉ । ପ୍ରକୃତରେ କ’ଣ ଅଟେ ସେହି ଖେଳୁଆଡ଼ ମନୋଭାବ? ଏହା କ’ଣ କେବଳ ହାରିବା ଜିତିବା ସ୍ୱୀକାର କରିବା ପର୍ଯ୍ୟନ୍ତ ସୀମିତ ଅଟେ? ଏହା କ’ଣ କେବଳ ଟିମ୍ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ ଅଟେ? ଖେଳ ଭାବନାର ଅର୍ଥ ଏହାଠାରୁ ବହୁ ଅଧିକ ବ୍ୟାପକ । ନିହିତ ସ୍ୱାର୍ଥରୁ ଊଦ୍ଧ୍ୱର୍କୁ ଯାଇ ଖେଳ ସାମୂହିକ ସଫଳତାର ପ୍ରେରଣା ଦେଇଥାଏ। ଖେଳ ଆଗକୁ ମର୍ଯ୍ୟାଦା ଏବଂ ନିୟମ ପାଳନ କରିବାକୁ ଶିକ୍ଷା ଦେଇଥାଏ । କାର୍ଯ୍ୟ କ୍ଷେତ୍ରରେ ପ୍ରାୟତଃ ପରିସ୍ଥିତିମାନ ଆପଣଙ୍କ ବିରୁଦ୍ଧରେ ହୋଇପାରେ । ହୁଏତ ଅନେକ ଥର ନିଷ୍ପତ୍ତି ଆପଣଙ୍କ ବିରୁଦ୍ଧରେ ଯାଇଥାଏ । କିନ୍ତୁ ଖେଳାଳି ନିଜର ଧୈର୍ଯ୍ୟ ହରାଇ ନ ଥାଏ ଏବଂ ସେ ସବୁବେଳେ ନିୟମ ପ୍ରତି ପ୍ରତିବଦ୍ଧ ରହିଥାଏ । ଜଣେ ଖେଳାଳିଙ୍କ ବିଶେଷତା ଏହା ହୋଇଥାଏ ଯେ ସେ କେମିତି ନିୟମର ସୀମା ମଧ୍ୟରେ ରହିବ, ଧୈର୍ଯ୍ୟର ସହିତ କେମିତି ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୂର କରାଯାଇ ପାରିବ ତାହା ହେଉଛି ଜଣେ ଖେଳାଳିଙ୍କ ପରିଚୟ । ଜଣେ ବିଜେତା ଜଣେ ମହାନ ଖେଳାଳି ସେତେବେଳେ ହୋଇଯାଏ ଯେତେବେଳେ ସମାଜ ତାଙ୍କ ଆଚରଣରୁ ପ୍ରେରଣା ନେଇଥାଏ। ସେଥିପାଇଁ ଆପଣ ସମସ୍ତେ ମୋର ଯୁବବନ୍ଧୁମାନେ ଖେଳିବା ସମୟରେ ଏଇ କଥାଗୁଡ଼ିକ ଉପରେ ଧ୍ୟାନ ରଖିବା ଉଚିତ । ମୋର ବିଶ୍ୱାସ ଅଛି ଯେ ଆପଣ ବିଶ୍ୱବିଦ୍ୟାଳୟରେ ଏହି ଖେଳରେ ଖେଳିବେ ଏବଂ ଖେଳିବେ ମଧ୍ୟ । ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା! ବହୁତ ଖେଳନ୍ତୁ, ଆଗକୁ ବହୁତ ବଢ଼ନ୍ତୁ! ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the spirit of selfless service and compassion
May 06, 2026

The Prime Minister, Shri Narendra Modi, said that work done with a selfless spirit is the truest form of humanity. He noted that such actions not only bring inner happiness but also contribute to the welfare of society.

The Prime Minister shared a Sanskrit Subhashitam-

“अद्रोहः सर्वभूतेषु कर्मणा मनसा गिरा।
अनुग्रहश्च दानं च शीलमेतत्प्रशस्यते॥”

The Subhashitam conveys that to hold no hatred towards any living being-in thought, word, or deed, to act with compassion towards all, and to give generously-this is regarded as the highest form of conduct.

The Prime Minister wrote on X;

“निस्वार्थ भाव से किया गया कर्म ही सच्ची मानवता है। इससे आत्मिक खुशी तो मिलती ही है, समाज का भी कल्याण होता है।

अद्रोहः सर्वभूतेषु कर्मणा मनसा गिरा।

अनुग्रहश्च दानं च शीलमेतत्प्रशस्यते॥”