Ro-Pax service will decrease transportation costs and aid ease of doing business: PM Modi
Connectivity boost given by the ferry service will impact everyone starting from traders to students: PM Modi
Name of Ministry of Shipping will be changed to Ministry of Ports, Shipping and Waterways: PM Modi

କୌଣସି ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ବ୍ୟବସାୟ ସୁଗମତା ମଧ୍ୟ ବଢ଼ିଥାଏ ଏବଂ ଏହା ସହିତ ସହାବସ୍ଥାନ ସୁଗମତା ମଧ୍ୟ କିପରି ବଢିଥାଏ, ଏହା ହେଉଛି ତାହାର ଉତ୍ତମ ଉଦାହରଣ । ଏବେ ମୋତେ ଯେଉଁ ଚାରି-ପାଞ୍ଚ ଭାଇ ଭଉଣୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଲା, ଆଉ ସେ ନିଜର ଅନୁଭବକୁ ଯେଉଁଭଳି ଭାବରେ ପ୍ରକାଶ କରୁଥିଲେ, ସେ ତୀର୍ଥ ଯାତ୍ରାର କଳ୍ପନା ହେଉ, ଯାନବାହାନକୁ କମରୁ ଅତି କମ୍ କ୍ଷତି ପହଂଚୁଥିବା ବିଷୟରେ ଚର୍ଚ୍ଚା ହେଉ, ସେ ସମୟ ବଂଚାଇବା ବିଷୟରେ ଚର୍ଚ୍ଚା ହେଉ, ଚାଷବାସରୁ ଯେଉଁ ଉତ୍ପାଦନ ହେଉଛି ସେ ବିଷୟରେ ହେଉ, ଫସଲ ନଷ୍ଟକୁ କିପରି ବଂଚାଯାଇ ପାରିବ ସେ ସମ୍ପର୍କରେ ହେଉ, ତାଜା ଫଳ, ପନିପରିବା, ସୁରତ ଭଳି ବଜାର ପର୍ଯ୍ୟନ୍ତ ପହଂଚାଇବାରେ ଏତେ ଭଲ ଉପାୟରେ ସମସ୍ତ ସାଥୀମାନେ ଏକ ପ୍ରକାରରେ ଏହାର ଯେତେ ଉପାୟ ଅଛି, ତାହାକୁ ଆମ ସାମ୍ନାରେ ପ୍ରସ୍ତୁତ କଲେ ଏବଂ ଏହା ଯୋଗୁଁ ବ୍ୟବସାୟରେ ଯେଉଁ ସୁବିଧା ବୃଦ୍ଧି ପାଇବ, ବହୁମାତ୍ରାରେ ବେଗ ବଢ଼ିଯିବ, ମୁଁ ବୁଝିପାରୁଛି ଏହା ହେଉଛି ବହୁତ ବଡ଼ ଖୁସିର ବାତାବରଣ । ବ୍ୟବସାୟୀ, କାରବାର କରୁଥିବା ଲୋକ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, କୃଷକ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ, ପ୍ରତ୍ୟେକଙ୍କୁ ଏହି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଲାଭ ମିଳିବାକୁ ଯାଉଛି । ଯେତେବେଳେ ନିଜ ମଧ୍ୟରେ ଥିବା ଦୂରତା ହ୍ରାସ ପାଇଥାଏ, ସେତେବେଳେ ମନକୁ ମଧ୍ୟ ବହୁତ ସନ୍ତୋଷ ମିଳିଥାଏ ।

ଆଜି ଏକ ପ୍ରକାରରେ ଗୁଜରାଟର ଲୋକମାନଙ୍କୁ ଦୀପାବଳି ପର୍ବର ଏହା ବହୁତ ବଡ଼ ଉପହାର ଭାବେ ମଧ୍ୟ ମିଳୁଛି । ଖୁସିର ଏହି ଅବସରରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ସରକାରରେ ମୋର ମନ୍ତ୍ରୀମଣ୍ଡଳର ସହଯୋଗୀ, ଭାଇ ମନସୁଖ ମାଣ୍ଡଭିୟ ମହାଶୟ, ଭାରତୀୟ ଜନତା ପାର୍ଟି ଗୁଜରାଟ ପ୍ରଦେଶର ଅଧ୍ୟକ୍ଷ ତଥା ସଂସଦରେ ମୋର ସହଯୋଗୀ ସି.ଆର. ପାଟିଲ ମହାଶୟ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ଭିନ୍ନ ଭିନ୍ନ ସ୍ଥାନରେ ବିଶାଳ ସଂଖ୍ୟାରେ ଏକାଠି ହୋଇଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆଜି ଘୋଘା ଏବଂ ହାଜିରା ମଧ୍ୟରେ ରୋ-ପ୍ୟାକ୍ସ ସେବା ଆରମ୍ଭ ହେବା ଦ୍ୱାରା ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ, ଉଭୟ ଅଂଚଳର ଲୋକମାନଙ୍କର ବର୍ଷ-ବର୍ଷ ଧରି ଥିବା ସ୍ୱପ୍ନ ପୂରଣ ହୋଇଛି, ବର୍ଷ-ବର୍ଷ ଧରି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ହାଜିରାରେ ଆଜି ଏକ ନୂତନ ଟର୍ମିନାଲର ମଧ୍ୟ ଲୋକାର୍ପଣ କରାଯାଇଛି । ଭାୱନଗର ଏବଂ ସୁରଟ ମଧ୍ୟରେ ସ୍ଥାପିତ ହୋଇଥିବା ଏହି ନୂତନ ସାମୁଦ୍ରିକ ଯୋଗାଯୋଗ ପାଇଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ-ଅନେକ ଶୁଭକାମନା!!

ସାଥୀଗଣ,

ଏହି ସେବା ଦ୍ୱାରା ଘୋଘା ଏବଂ ହାଜିରା ମଧ୍ୟରେ ଏବେ ଯେଉଁ ସଡ଼କପଥର ଦୂରତା ତିନି ଶହ ପଞ୍ଚସ୍ତରୀ କିଲୋମିଟରର ଅଛି, ତାହା ସମୁଦ୍ରପଥରେ କେବଳ 90 କିଲୋମିଟର ହୋଇଯିବ । ଅର୍ଥାତ ଯେଉଁ ଦୂରତାକୁ ଅତିକ୍ରମ କରିବାରେ 10ରୁ 12 ଘଣ୍ଟାର ସମୟ ଲାଗୁଥିଲା, ଏବେ ସେହି ଯାତ୍ରା କେବଳ 3-4 ଘଣ୍ଟା ଲାଗିବ । ଏହା ସମୟକୁ ବଂଚାଇବା ସହିତ, ଆପଣଙ୍କର ଖର୍ଚ୍ଚ ମଧ୍ୟ କମ୍ ହେବ । ଏହା ବ୍ୟତୀତ ସଡ଼କରେ ଯେଉଁ ଟ୍ରାଫିକ ତାହା ମଧ୍ୟ କମ୍ ହେବ, ଏହା ପ୍ରଦୂଷଣ ହ୍ରାସ କରିବାରେ ମଧ୍ୟ ସହାୟତା କରିବ । ଯାହା ଏବେ ଏଠାରେ କୁହାଗଲା, ବର୍ଷକ ମଧ୍ୟରେ ଏହି ପରିସଂଖ୍ୟାନ ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ବଡ଼ ସଂଖ୍ୟା, ବର୍ଷକ ମଧ୍ୟରେ ପ୍ରାୟ 80 ହଜାର ଯାତ୍ରୀ ଅର୍ଥାତ 80 ହଜାର ଯାତ୍ରୀଙ୍କ ଗାଡ଼ି, କାର ପ୍ରାୟ 30 ହଜାର ଟ୍ରକ୍ ଏହି ନୂତନ ସେବାର ଲାଭ ନେଇ ପାରିବେ । ଚିନ୍ତା କରନ୍ତୁ କେତେ ଅଧିକ ପେଟ୍ରୋଲ-ଡିଜେଲର ମଧ୍ୟ ସଂଚୟ ହେବ ।

ସାଥୀଗଣ,

ସବୁଠାରୁ ବଡ଼ କଥା ଏହା ହେଉଛି ଯେ ଗୁଜରାଟରେ ଏକ ବଡ଼ ବ୍ୟବସାୟିକ କେନ୍ଦ୍ର ସହିତ, ସୌରାଷ୍ଟ୍ରର ଏହି ଯୋଗାଯୋଗ ବ୍ୟବସ୍ଥା ଏହି ଅଂଚଳର ଜୀବନକୁ ପରିବର୍ତ୍ତିତ କରିବାକୁ ଯାଉଛି । ଏବେ ସୌରାଷ୍ଟ୍ରର କୃଷକମାନଙ୍କୁ ଏବଂ ପଶୁପାଳକଙ୍କ, ଫଳ, ପନିପରିବା ଏବଂ ଦୁଗ୍ଧ ସୁରଟ ପହଂଚାଇବାରେ ଅଧିକ ସହଜ ହେବ । ସଡ଼କ ପଥରେ ପୂର୍ବରୁ ଫଳ, ପନିପରିବା ଏବଂ ଦୁଗ୍ଧ ଭଳି ସାମଗ୍ରୀ ଏତେ ଦୀର୍ଘ ସମୟ ହେବା କାରଣ ଏବଂ ଟ୍ରକ୍ ମଧ୍ୟରେ ଉଠା-ପକା ଜାରି ରହିଥାଏ ତେବେ ବହୁତ କିଛି ନଷ୍ଟ ମଧ୍ୟ ହୋଇଥାଏ ବିଶେଷ କରି ଫଳ, ପନିପରିବା ବହୁତ ନଷ୍ଟ ହୋଇଥାଏ, ଏବେ ଏହା ସବୁ ବନ୍ଦ ହୋଇଯିବ । ଏବେ ସମୁଦ୍ର ପଥରେ ପଶୁପାଳକ ଏବଂ କୃଷକମାନଙ୍କ ଉତ୍ପାଦ ଆହୁରି ଦ୍ରୁତ ଗତିରେ ଅଧିକ ସୁରକ୍ଷିତ ପ୍ରଣାଳୀରେ ବଜାର ପର୍ଯ୍ୟନ୍ତ ପହଂଚି ପାରିବ । ଏହିଭଳି ଭାବେ ସୁରଟରେ ବ୍ୟବସାୟ-କାରବାର କରୁଥିବା ବନ୍ଧୁମାନଙ୍କୁ ଏବଂ ଶ୍ରମିକ ବନ୍ଧୁମାନଙ୍କ ପାଇଁ ମଧ୍ୟ ଯାତାୟାତ ଏବଂ ପରିବହନ ବହୁତ ସହଜ ଏବଂ ଶସ୍ତା ହୋଇଯିବ ।

ସାଥୀଗଣ,

ଗୁଜରାଟରେ ରୋ-ପ୍ୟାକ୍ସ ଫେରି ସେବା ଏଭଳି ସୁବିଧାଗୁଡ଼ିକର ବିକାଶ କରିବାରେ ବହୁତ ଲୋକଙ୍କର ଶ୍ରମ ଲାଗିଛି, ଏହା ଏପରି ସହଜରେ ହୋଇ ନାହିଁ । ଏହାକୁ କରିବା ପଥରେ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି, ଅନେକ ଆହ୍ୱାନ ଆସିଛି । ଏହି ପ୍ରକଳ୍ପ ସହିତ ମୁଁ ବହୁତ ପୂର୍ବରୁ ଯୋଡ଼ି ହୋଇଛି ଏବଂ ଏହାଦ୍ୱାରା ମୋତେ ସେହିସବୁ ସମସ୍ୟା ସମ୍ପର୍କରେ ବହୁତ ତଥ୍ୟ ମିଳିଛି, କିଭଳି ଓ କିପରି ସମସ୍ୟାରୁ ସମାଧାନ ବାହାର କରିବାକୁ ପଡ଼ୁଥିଲା, କେବେ କେବେ ଏପରି ଲାଗୁଥିଲା ଯେ କରି ପାରିବୁ କି କରି ପାରିବୁ ନାହିଁ, କାରଣ ଆମପାଇଁ ଏହା ନୂଆ ଅନୁଭବ ଥିଲା । ଗୁଜରାଟରେ ମୁଁ ଅନ୍ୟ ସମସ୍ତ କଥାକୁ ଦେଖିଛି । ଏଥି ନିମନ୍ତେ, ଏହା ପାଇଁ ଯେଉଁ ପରିଶ୍ରମ କରିଛନ୍ତି, ସେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ପାତ୍ର । ସେ ସମସ୍ତ ଇଂଜିନିୟରମାନଙ୍କୁ, ଶ୍ରମିକମାନଙ୍କୁ ମୁଁ ଆଜି ବିଶେଷ ଭାବେ କୃତଜ୍ଞତା ବ୍ୟକ୍ତ କରୁଛି, ଯେଉଁ ସାହସର ସହିତ ଲାଗି ରହିଲେ ଆଉ ଆଜି ଏହି ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି । ଆଜି ସେହି ପରିଶ୍ରମ, ସେହି ସାହସ, ଲକ୍ଷ-ଲକ୍ଷ ଗୁଜରାଟୀଙ୍କ ପାଇଁ ନୂତନ ସୁବିଧା ନେଇକରି ଆସିଛି, ନୂତନ ସୁଯୋଗ ନେଇକରି ଆସିଛି ।

ସାଥୀଗଣ,

ଗୁଜରାଟ ପାଖରେ ସାମୁଦ୍ରିକ ବ୍ୟବସାୟ-କାରବାରର ସମୃଦ୍ଧ ପରମ୍ପରା ରହିଛି । ଏବେ ମନସୁଖ ଭାଇ ଶହଶହ-ହଜାର ହଜାର ବର୍ଷର ଇତିହାସ ଓ ପରମ୍ପରା ସମ୍ପର୍କରେ କହୁଥିଲେ କିଭଳି-କିପରି ଆମେ ସାମୁଦ୍ରିକ ବ୍ୟବସାୟ ସହିତ ଯୋଡ଼ି ହୋଇଥିଲେ । ଗୁଜରାଟ ଯେଉଁଭଳି ଭାବେ ବିଗତ ଦୁଇ ଦଶକରେ ନିଜର ସାମୁଦ୍ରିକ ସାମର୍ଥ୍ୟକୁ ବୁଝିପାରି ବନ୍ଦର ଆଧାରିତ ବିକାଶକୁ ପ୍ରାଥମିକତା ଦେଇଛି, ତାହା ପ୍ରତ୍ୟେକ ଗୁଜରାଟୀଙ୍କ ପାଇଁ ହେଉଛି ଗର୍ବର ବିଷୟ । ଏହି ସମୟ ମଧ୍ୟରେ ଗୁଜରାଟର ଉପକୂଳ ଅଂଚଳରେ ଭିତ୍ତିଭୂମି ଏବଂ ବିକାଶର ଅନ୍ୟାନ୍ୟ ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ରାଜ୍ୟରେ ଜାହାଜ ନିର୍ମାଣ ନୀତି ପ୍ରସ୍ତୁତ କରିବା ହେଉ, ଜାହାଜ ନିର୍ମାଣ ପାର୍କ ପ୍ରତିଷ୍ଠା କରିବା ହେଉ ଅବା ସ୍ୱତନ୍ତ୍ର ଧରଣର ଟର୍ମିନାଲର ନିର୍ମାଣ, ପ୍ରତ୍ୟେକ ଭିତ୍ତିଭୂମିକୁ ଅଗ୍ରାଧିକାର ଦିଆଯାଇଛି । ଯେପରି ଦହେଜରେ କଠିନ କାର୍ଗୋ, ରାସାୟନିକ ଏବଂ ଏଲଏନଜି ଟର୍ମିନାଲ ଏବଂ ମୁନ୍ଦ୍ରାରେ କୋଇଲା ଟର୍ମିନାଲ । ଏହା ସହିତ ହିଁ ଲଜିଷ୍ଟିକ୍ ପରିବହନ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ଏବଂ ସ୍ଥଳପଥରେ ଯୋଗାଯୋଗ ପ୍ରକଳ୍ପକୁ ମଧ୍ୟ ଆମେ ସଂପୂର୍ଣ୍ଣ ଭାବେ ପ୍ରୋତ୍ସାହନ ଦେଇଛୁ । ଏହିପରି ହିଁ ପ୍ରୟାସ ଦ୍ୱାରା ଗୁଜରାଟରେ ବନ୍ଦର କ୍ଷେତ୍ରକୁ ନୂତନ ଦିଗ ମିଳିଛି ।

ସାଥୀଗଣ,

କେବଳ ବନ୍ଦରରେ ବ୍ୟବହାରିକ ଭିତ୍ତିଭୂମିର କେବଳ ନିର୍ମାଣ ହିଁ ନୁହେଁ, ବରଂ ସେହି ବନ୍ଦରର ଆଖପାଖରେ ରହୁଥିବା ବନ୍ଧୁମାନଙ୍କର ଜୀବନ ମଧ୍ୟ ସହଜ ହେଉ, ସେହି ଦିଗରେ ମଧ୍ୟ କାର୍ଯ୍ୟ କରାଯାଇଛି । ଉପକୂଳ ଅଂଚଳର ସଂପୂର୍ଣ୍ଣ ଇକୋ-ସିଷ୍ଟମ ମଧ୍ୟ ଆଧୁନିକ ହେଉ, ତାହା ଉପରେ ମଧ୍ୟ ଆମେ ନିଜର ଧ୍ୟାନ କେନ୍ଦ୍ରିତ କରିଛୁ । ସେ ସାଗରଖେଡୁ ଭଳି ଆମର ମିଶନ ମୋଡ ଯୋଜନା ହେଉ, ଅବା ପୁଣି ବନ୍ଦର ଉଦ୍ୟୋଗରେ ସ୍ଥାନୀୟ ଯୁବକମାନଙ୍କର ଦକ୍ଷତା ବିକାଶ କରି ସେମାନଙ୍କୁ ରୋଜଗାର ଦେବା ହେଉ, ଗୁଜରାଟରେ ବନ୍ଦର ଆଧାରିତ ବିକାଶର ପରିସର ବହୁତ ବୃଦ୍ଧି ପାଉଛି । ସରକାର ଉପକୂଳ ଅଂଚଳରେ ପ୍ରତ୍ୟେକ ପ୍ରକାରର ମୌଳିକ ସୁବିଧାଗୁଡ଼ିକର ବିକାଶକୁ ସୁନିଶ୍ଚିତ କରିଛନ୍ତି ।

ସାଥୀଗଣ,

ଏହିଭଳି ହିଁ ପ୍ରୟାସ ଗୁଡିକର ପରିଣାମ ହେଉଛି ଯେ, ଆଜି ଗୁଜରାଟ ଏକ ପ୍ରକାରରେ ଭାରତର ସାମୁଦ୍ରିକ ଦ୍ୱାର ଭାବେ ସ୍ଥାପିତ ହୋଇଛି । ପ୍ରବେଶ ପଥ ପାଲଟୁଛି, ବିକାଶର ପ୍ରବେଶ ପଥ, ବିଗତ ଦୁଇ ଦଶକରେ ପାରମ୍ପରିକ ବନ୍ଦର ପରିଚାଳନାରୁ ବାହାରି ଏକିକୃତ ବ୍ୟାପକ ପରିଚାଳନାର ଅନନ୍ୟ ମଡେଲ ଗୁଜରାଟରେ ଲାଗୁ କରାଯାଇଛି । ଏହି ମଡେଲ ଆଜି ଏକ ମାନଦଣ୍ଡ ଭାବେ ବିକଶିତ ହୋଇଛି । ଆଜି ମୁନ୍ଦ୍ରା ଭାରତର ସବୁଠାରୁ ବଡ଼ ବହୁମୁଖୀ ବନ୍ଦର ଏବଂ ସିକ୍କା  ହେଉଛି ସବୁଠାରୁ ବଡ଼ ବନ୍ଦି ବନ୍ଦର । ଏହି ପ୍ରୟାସ ଗୁଡିକର ପରିଣାମ ହେଉଛି ଯେ ଗୁଜରାଟର ବନ୍ଦରଗୁଡିକ, ଦେଶର ପ୍ରମୁଖ ସାମୁଦ୍ରିକ କେନ୍ଦ୍ର ଭାବେ ବିକଶିତ ହେଉଛି । ବିଗତ ବର୍ଷ ଦେଶର ମୋଟ ସାମୁଦ୍ରିକ ବ୍ୟାପାରରେ 40 ପ୍ରତିଶତରୁ ଅଧିକ ଭାଗିଦାରୀ, ଗୁଜରାଟର ବନ୍ଦର ଗୁଡିକର ରହିଛି, ଏହା ବୋଧହୁଏ ଗୁଜରାଟର ଲୋକମାନଙ୍କୁ ମୁଁ ଆଜି ପ୍ରଥମଥର କହୁଛି ।

ସାଥୀଗଣ,

ଆଜି ଗୁଜରାଟରେ, ସାମୁଦ୍ରିକ କାରବାରରେ, ତାହା ସହିତ ଜଡିତ ଭିତ୍ତିଭୂମିକୁ ଏବଂ ଦକ୍ଷତା ବିକାଶ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଯେପରି ଗୁଜରାଟର ନୌବାଣିଜ୍ୟ ସଂସ୍କୃତି, ଗୁଜରାଟ ନୌବାଣିଜ୍ୟ ବିଶ୍ୱବିଦ୍ୟାଳୟ ମାରିଟାଇମ୍ ୟୁନିଭରସିଟି, ଭାୱନଗରରେ ବିଶ୍ୱର ପ୍ରଥମ ସିଏନଜି ଟର୍ମିନାଲ, ଏଭଳି ଅନେକ ସୁବିଧାଗୁଡିକ ଗୁଜରାଟରେ ପ୍ରସ୍ତୁତ ହେଉଛି । ଗିଫ୍ଟ ସିଟିରେ ନିର୍ମାଣ ହେଉଥିବା ଗୁଜରାଟ ନୌବାଣିଜ୍ୟ ପୁଞ୍ଜ, ବନ୍ଦରରୁ ନେଇ ସମୁଦ୍ର ଆଧାରିତ ପଣ୍ୟ ସମସ୍ୟାକୁ ସମାଧାନ କରିବାର ଏକ ସମର୍ପିତ ନେଟୱାର୍କ ହେବ । ଏହି ପୁଞ୍ଜ ଏକ ପ୍ରକାରରେ ସରକାର ଉଦ୍ୟୋଗ ଏବଂ ଶିକ୍ଷଣ ସଂସ୍ଥାନଗୁଡିକ ମଧ୍ୟରେ ସହଯୋଗକୁ ଶକ୍ତି ଦେବ । ଏହାଦ୍ୱାରା ଏହି କ୍ଷେତ୍ରରେ ମୂଲ୍ୟଯୁକ୍ତ କରିବାରେ ମଧ୍ୟ ବହୁତ ବଡ଼ ସହାୟତା ମିଳିବ ।

ସାଥୀଗଣ,

ବିଗତ ବର୍ଷ ଗୁଡିକରେ, ଦହେଜରେ ଭାରତର ପ୍ରଥମ ରାସାୟନିକ ଟର୍ମିନାଲ ନିର୍ମାଣ ହେଲା, ପ୍ରଥମ ଏଲଏନଜି ଟର୍ମିନାଲ ନିର୍ମାଣ ହେଲା । ଏବେ ଭାୱନଗର ବନ୍ଦରରେ ବିଶ୍ୱର ପ୍ରଥମ ସିଏନଜି ଟର୍ମିନାଲ ସ୍ଥାପିତ ହେବାକୁ ଯାଉଛି । ସିଏନଜି ଟର୍ମିନାଲ ବ୍ୟତୀତ ଭାୱନଗର ବନ୍ଦରରେ ରୋ-ରୋ ଟର୍ମିନାଲ, ତରଳ କାର୍ଗୋ ଟର୍ମିନାଲ ଏବଂ କଂଟେନର ଟର୍ମିନାଲ ଭଳି ସୁବିଧାଗୁଡ଼ିକ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ନୂତନ ଟର୍ମିନାଲଗୁଡ଼ିକୁ ଯୋଡ଼ିବାରେ ଭାୱନଗର ବନ୍ଦରର କ୍ଷମତା କେତେ ଅଧିକ ଗୁଣ ବଢ଼ିଯିବ ।

ସାଥୀଗଣ,

ସରକାରଙ୍କର ପ୍ରୟାସ, ଘୋଘା-ଦହେଜ ମଧ୍ୟରେ ଫେରି ସେବାକୁ ମଧ୍ୟ ପୁଣି ଶୀଘ୍ର ଆରମ୍ଭ କରିବାର ଯୋଜନା ରହିଛି । ଏହି ପ୍ରକଳ୍ପ ସାମ୍ନାରେ ପ୍ରକୃତି ସହିତ ଜଡ଼ିତ ଅନେକ ଆହ୍ୱାନ ଆଗକୁ ଆସି ଠିଆ ହୋଇଛି । ତାକୁ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଦୂର କରିବାର ପ୍ରୟାସ କରାଯାଉଛି । ମୋର ବିଶ୍ୱାସ ରହିଛି ଯେ, ଘୋଘା ଏବଂ ଦହେଜର ଲୋକ ଶୀଘ୍ର ହିଁ ଏହି ସୁବିଧାର ଲାଭ ପୁଣି ନେଇ ପାରିବେ ।

ସାଥୀଗଣ,

ସାମୁଦ୍ରିକ ବ୍ୟାପାର – କାରବାର ପାଇଁ ବିଶେଷଜ୍ଞମାନେ ପ୍ରସ୍ତୁତ ହୁଅନ୍ତୁ, ଏକ ପ୍ରଶିକ୍ଷିତ ମାନବ ସମ୍ବଳ ପ୍ରସ୍ତୁତ ହୁଅନ୍ତୁ, ଏଥିପାଇଁ ଗୁଜରାଟରେ ନୌବାଣିଜ୍ୟ ବିଶ୍ୱବିଦ୍ୟାଳୟ ବହୁତ ବଡ଼ କେନ୍ଦ୍ର ପାଲଟିଛି । ଏହି କ୍ଷେତ୍ର ସହିତ ଜଡ଼ିତ ଆବଶ୍ୟକତାଗୁଡ଼ିକ ପାଇଁ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ଏହା ହେଉଛି ଦେଶର ପ୍ରଥମ ସଂସ୍ଥାନ । ଆଜି ଏଠାରେ ସାମୁଦ୍ରିକ ଆଇନ ଏବଂ ଅନ୍ତରାଷ୍ଟ୍ରୀୟ ବ୍ୟବସାୟ ଆଇନର ଶିକ୍ଷାଠାରୁ ନେଇ ନୌବାଣିଜ୍ୟ ପରିଚାଳନା, ଜାହାଜ, ଲଜିଷ୍ଟିକ୍ ପରିବହନ ମଧ୍ୟ ସେଥିରେ ସାମିଲ ଅଛି, ଏମବିଏ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ ହେଉଛି । ବିଶ୍ୱବିଦ୍ୟାଳୟ ବ୍ୟତୀତ ଲୋଥଲରେ ଯାହା ସମ୍ପର୍କରେ ଏବେ ମନସୁଖ ଭାଇ ଟିକେ ଉଲ୍ଲେଖ କରିଥିଲେ, ଲୋଥଲରେ ଦେଶର ସାମୁଦ୍ରିକ ପରମ୍ପରାକୁ ଆଧାର କରି ପ୍ରଥମ ଜାତୀୟ ସଂଗ୍ରହାଳୟ ନିର୍ମାଣ ଦିଗରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ,

ଆଜିର ରୋ-ପ୍ୟାକ୍ସ ଫେରି ସେବା ହେଉ, ଅବା ପୁଣି କିଛି ଦିନ ପୂର୍ବେ ଆରମ୍ଭ ହୋଇଥିବା ସି-ପ୍ଲେନ ଭଳି ସୁବିଧା, ଏହାଦ୍ୱାରା ଜଳ ସମ୍ପଦ ଆଧାରିତ ଅର୍ଥନୀତିକୁ ବହୁତ ଗତି ମିଳୁଛି ଏବଂ ଆପଣ ଦେଖନ୍ତୁ ଜଳ, ସ୍ଥଳ, ଆକାଶ ତିନୋଟିରେ ଏବେ ଏହି ସମୟ ମଧ୍ୟରେ ଗୁଜରାଟ ବହୁତ ବଡ଼ ଲମ୍ଫ ପ୍ରଦାନ କରିଛି । କିଛି ଦିନ ପୂର୍ବେ ମୋତେ ସୁଯୋଗ ମିଳିଲା ଗିରନାରରେ ରୋପ୍-ୱେର ଲୋକାର୍ପଣ କରିବାର, ତାହା ପର୍ଯ୍ୟଟନକୁ ମଧ୍ୟ ଶକ୍ତି ଦେବ, ଯାତ୍ରୀମାନଙ୍କର ସୁବିଧା ବଢ଼ାଇବ ଏବଂ ଆକାଶରେ ଯାତ୍ରା କରିବାର ଏକ ନୂତନ ପଥ ଦେବ । ଏହା ପରେ ମୋତେ ସି-ପ୍ଲେନର ସୁଯୋଗ ମିଳିଲା, ଏକ ପ୍ରକାରରେ ଜଳରେ ଉଡ଼ିବା, ଅନ୍ୟ ପକ୍ଷରେ ପାଣିରେ ଓହ୍ଲାଇବା ଏବଂ ଆଜି ସମୁଦ୍ର ପଥରେ ପାଣି ମଧ୍ୟରେ ରହିବା ଅର୍ଥାତ ଏକ ସଙ୍ଗେ କେତେ ପ୍ରକାରର ଗତି ବଢ଼ିବାକୁ ଯାଉଛି, ଏହା ଆପଣମାନେ ଭଲ ଭାବେ ଅନୁମାନ କରି ପାରୁଥିବେ ।

ସାଥୀଗଣ,

ଯେତେବେଳେ ସମୁଦ୍ରର କଥା ଆସିଥାଏ, ପାଣିର କଥା ଆସିଥାଏ, ତେବେ ଏହାର ସମ୍ପ୍ରସାରଣ, ମତ୍ସ୍ୟ ସହିତ ଜଡ଼ିତ ବ୍ୟବସାୟ, କାରବାର ଠାରୁ ନେଇ ସାମୁଦ୍ରିକ ଘାସ ଚାଷଠାରୁ ନେଇ ଜଳପଥ ପରିବହନ ଏବଂ ପର୍ଯ୍ୟଟନ ପର୍ଯ୍ୟନ୍ତ ହେଉ । ବିଗତ ବର୍ଷମାନଙ୍କରେ ଦେଶରେ ନୀଳ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ମଧ୍ୟ ଗମ୍ଭୀର ପ୍ରୟାସ କରାଯାଇଛି । ପ୍ରଥମେ ସାମୁଦ୍ରିକ ଅର୍ଥନୀତିର କଥା ହେଉଥିଲେ ଆଉ ଆଜି ଆମେ ନୀଳ ଅର୍ଥନୀତିର କଥା ମଧ୍ୟ କହୁଛୁ ।

ସାଥୀଗଣ,

ସମୁଦ୍ର ତଟର ସଂପୂର୍ଣ୍ଣ ଇକୋ-ସିଷ୍ଟମ ଏବଂ ମତ୍ସ୍ୟଜୀବୀ ସାଥୀମାନଙ୍କ ସହାୟତା ପାଇଁ ମଧ୍ୟ ବିଗତ ବର୍ଷମାନଙ୍କରେ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ସେ ଆଧୁନିକ ଟ୍ରଲର୍ସ ପାଇଁ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ହେଉ, ଅବା ପୁଣି ପାଣିପାଗ ଏବଂ ସାମୁଦ୍ରିକ ପଥର ସଠିକ ସୂଚନା ଦେବା ଭଳି ନ୍ୟାଭିଗେସନ୍ ସିଷ୍ଟମ ହେଉ, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଏବଂ ସମୃଦ୍ଧି, ଏହା ହେଉଛି ଆମର ପ୍ରାଥମିକତା । ନିକଟରେ ମତ୍ସ୍ୟ ଚାଷ ସହିତ ଜଡ଼ିତ ବ୍ୟବସାୟକୁ ପ୍ରୋତ୍ସାହନ ଦେବାପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦା ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏହା ଅଧୀନରେ ଆଗାମୀ ବର୍ଷମାନଙ୍କରେ ମତ୍ସ୍ୟଚାଷ ସହିତ ଜଡ଼ିତ ଭିତ୍ତିଭୂମି କ୍ଷେତ୍ରରେ 20 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାର ବହୁତ ବଡ଼ ଲାଭ ଗୁଜରାଟର ଲକ୍ଷ-ଲକ୍ଷ ମତ୍ସ୍ୟଜୀବୀ ପରିବାରଙ୍କୁ ମିଳିବ, ଦେଶର ନୀଳ ଅର୍ଥନୀତିକୁ ମିଳିବ ।

ସାଥୀଗଣ,

ଆଜି ସମଗ୍ର ଦେଶରେ ସାମୁଦ୍ରିକ ସୀମାରେ ବନ୍ଦରର ଦକ୍ଷତାକୁ ମଧ୍ୟ ବୃଦ୍ଧି କରାଯାଉଛି ଏବଂ ନୂତନ ବନ୍ଦରର ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଦେଶ ପାଖରେ ପ୍ରାୟ 21 ହଜାର କିଲୋମିଟରର ଯେଉଁ ଜଳମାର୍ଗ ରହିଛି, ତାହା ଦେଶର ବିକାଶରେ ଅଧିକରୁ ଅଧିକ କିପରି କାର୍ଯ୍ୟରେ ଆସିବ, ଏଥିପାଇଁ ପ୍ରୟାସ କରାଯାଉଛି । ସାଗରମାଳା ପ୍ରକଳ୍ପ ଅଧୀନରେ ଆଜି ସାରା ଦେଶରେ 500ରୁ ଅଧିକ ପ୍ରକଳ୍ପ ଉପରେ କାର୍ଯ୍ୟ ଜାରି ରହିଛି । ଲକ୍ଷ-ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି ।

ସାଥୀଗଣ,

ସାମୁଦ୍ରିକ ଜଳମାର୍ଗ ହେଉ, ଅବା ପୁଣି ନଦୀ ଜଳମାର୍ଗ, ଭାରତ ପାଖରେ ସଂସାଧନ ମଧ୍ୟ ରହିଛି ଏବଂ ବିଶେଷଜ୍ଞମାନଙ୍କର ମଧ୍ୟ କୌଣସି ଅଭାବ ନାହିଁ । ଏହା ମଧ୍ୟ ସ୍ଥିର ଯେ ଜଳମାର୍ଗରେ ହେଉଥିବା ପରିବହନ ସଡ଼କ ଏବଂ ରେଳପଥ ଠାରୁ ହେଉଛି ଅନେକ ଗୁଣ ଶସ୍ତା ଏବଂ ପର୍ଯ୍ୟାବରଣକୁ ମଧ୍ୟ କମ୍ କ୍ଷତି ହୋଇଥାଏ । ପୁଣି ମଧ୍ୟ ଏହି ଦିଗରେ ଏକ ବୌଦ୍ଧିକ ଅଭିବ୍ୟକ୍ତି ସହିତ 2014 ପରେ ହିଁ କାର୍ଯ୍ୟ ହୋଇ ପାରିଲା । ଏହି ନଦୀଗୁଡ଼ିକ, ଏହି ସମୁଦ୍ର, ଏହା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆସିନାହିଁ, ଏହାସବୁ ଥିଲା, କିନ୍ତୁ ସେହି ଦୃଷ୍ଟିଭଙ୍ଗୀ ନଥିଲା ଯାହା 2014 ପରେ ଆଜି ଦେଶ ଅନୁଭବ କରୁଛି । ଆଜି ସାରା ଦେଶର ନଦୀଗୁଡ଼ିକରେ ଯେଉଁ ଅନ୍ତର୍ଦ୍ଦେଶୀୟ ଜଳପଥ ଉପରେ କାର୍ଯ୍ୟ ଚାଲୁ ରହିଛି, ତାହାଦ୍ୱାରା ଅନେକ ଜଳବନ୍ଦୀ ଅବା ଦ୍ୱୀପାଞ୍ଚଳ ରାଜ୍ୟକୁ ସମୁଦ୍ର ସହିତ ଯୋଡ଼ା ଯାଉଛି । ଆଜି ବଙ୍ଗୋପସାଗରରେ, ଭାରତ ମହାସାଗରରେ ନିଜର କ୍ଷମତାଗୁଡ଼ିକୁ ଆମେ ଅଦ୍ଭୁତପୂର୍ବ ଭାବେ ବିକଶିତ କରୁଛୁ । ଦେଶର ସାମୁଦ୍ରିକ ଅଂଶ ଆତ୍ମନିର୍ଭର ଭାରତର ଏକ ପ୍ରମୁଖ ଅଂଶ ଭାବେ ବିକଶିତ ହେଉ, ଏଥିପାଇଁ ନିରନ୍ତର କାର୍ଯ୍ୟ ଚାଲୁ ରହିଛି । ସରକାରଙ୍କ ଏହି ପ୍ରୟାସକୁ ଗତି ଦେବାପାଇଁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଉଛି । ଏବେ ଜାହାଜ ମନ୍ତ୍ରଣାଳୟର ନାମ ମଧ୍ୟ ପରିବର୍ତ୍ତନ କରାଯାଉଛି । ଏବେ ଏହି ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନାମରେ ପରିଚିତ ହେବ, ଏହାର ସମ୍ପ୍ରସାରଣ କରାଯାଉଛି । ବିକଶିତ ଅର୍ଥବ୍ୟବସ୍ଥାଗୁଡ଼ିକରେ ଅଧିକାଂଶ ସ୍ଥାନରେ ଜାହାଜ ମନ୍ତ୍ରଣାଳୟ ହିଁ ବନ୍ଦର ଏବଂ ଜଳପଥର ମଧ୍ୟ ଦାୟିତ୍ୱ ତୁଲାଇଥାଏ । ଭାରତରେ ଜାହାଜ ମନ୍ତ୍ରଣାଳୟ ବନ୍ଦର ଏବଂ ଜଳପଥ ସହିତ ଜଡ଼ିତ ଅନେକ କାର୍ଯ୍ୟ କରି ଆସୁଛି । ଏବେ ନାମରେ ଅଧିକ ସ୍ପଷ୍ଟତା ଆସିବା ଦ୍ୱାରା କାମରେ ମଧ୍ୟ ଅଧିକ ସ୍ପଷ୍ଟତା ଆସିଯିବ ।

ସାଥୀଗଣ,

ଆତ୍ମନିର୍ଭର ଭାରତରେ ନୀଳ ଅର୍ଥନୀତିର ଅଂଶୀଦାରକୁ ସୁଦୃଢ଼ କରିବା ପାଇଁ ସମୁଦ୍ର ସହିତ ଜଡ଼ିତ ଲଜିଷ୍ଟିକ୍କୁ ସୁଦୃଢ଼ କରିବାର ବହୁତ ଆବଶ୍ୟକତା ରହିଛି । ଏହା ଏଥିପାଇଁ ଆବଶ୍ୟକ କାରଣ ଆମର ଅର୍ଥବ୍ୟବସ୍ଥା ଉପରେ ଲଜିଷ୍ଟିକ୍ ବାବଦରେ ହେଉଥିବା ଖର୍ଚ୍ଚର ଅଧିକ ପ୍ରଭାବ ରହିଥାଏ । ଅର୍ଥାତ ସାମଗ୍ରୀକୁ ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ନେଇ ଯିବାରେ ଅନ୍ୟ ଦେଶଗୁଡ଼ିକର ତୁଳନାରେ ଆମ ଦେଶରେ ଆଜି ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ । ଜଳପଥରେ ପରିବହନ ଦ୍ୱାରା ଲଜିଷ୍ଟିକ ପରିବହନ ବାବଦୀୟ ଖର୍ଚ୍ଚ ବହୁତ କମ୍ କରାଯାଇ ପାରିବ । ଏଥିପାଇଁ ଆମର ଦୃଷ୍ଟି ଏକ ଏଭଳି ଇକୋ-ସିଷ୍ଟମ କରିବା ଉପରେ ରହିଛି, ଯେଉଁଠାରେ ଲଜିଷ୍ଟିକକୁ କମ୍ ଖର୍ଚ୍ଚରେ ପହଂଚାଇବା ସୁନିଶ୍ଚିତ ହୋଇ ପାରିବ । ଆଜି ଏକ ଉନ୍ନତ ଭିତ୍ତିଭୂମି ସହିତ ଉନ୍ନତ ସାମୁଦ୍ରିକ ଲଜିଷ୍ଟିକ୍ ପରିବହନ ପାଇଁ ଏକକ ବାତାୟନ ବ୍ୟବସ୍ଥା ଉପରେ ମଧ୍ୟ ଆମେ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ୁଛେ, ଏହାର ପ୍ରସ୍ତୁତି ଚାଲୁ ରହିଛି ।

ସାଥୀଗଣ,

ଲଜିଷ୍ଟିକ୍ କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଏବେ ଦେଶ ବହୁମୁଖୀ ସଂଯୋଗ ବ୍ୟବସ୍ଥା ଦିଗରେ ବହୁତ ବୌଦ୍ଧିକ ଆଭିମୁଖ୍ୟ ସହିତ ହିଁ ଏବଂ ଦୀର୍ଘକାଳୀନ ଚିନ୍ତାଧାରା ସହିତ ଆଗକୁ ବଢ଼ୁଛି । ଏହା ଚେଷ୍ଟା କରାଯାଉଛି କି ସଡ଼କ, ରେଳ, ଆକାଶ ଏବଂ ଜାହାଜ ଭଳି ଭିତ୍ତିଭୂମିର ପରସ୍ପର ମଧ୍ୟରେ ଯୋଗାଯୋଗ ମଧ୍ୟ ଉନ୍ନତ ଧରଣର ହେଉ ଏବଂ ଏହାଦ୍ୱାରା ଯେଉଁ ଶୀଥିଳତା ଆସି ଯାଇଥାଏ, ତାକୁ ମଧ୍ୟ ଦୂର କରାଯାଇ ପାରିବ । ଦେଶରେ ବହୁମୁଖୀ ଲଜିଷ୍ଟିକ୍ ପାର୍କର ମଧ୍ୟ ନିର୍ମାଣ କରାଯାଉଛି ଆଉ ଦେଶ ଭିତରେ ହିଁ ନୁହେଁ, ବରଂ ନିଜ ପଡୋଶୀ ଦେଶ ସହିତ ମଧ୍ୟ ବହୁମୁଖୀ ସଂଯୋଗର ବିକାଶ ପାଇଁ ମିଳିମିଶି କାର୍ଯ୍ୟ ହେଉଛି । ମୋର ବିଶ୍ୱାସ ରହିଛି ଯେ ଏହି ସମସ୍ତ ପ୍ରୟାସ ଦ୍ୱାରା ଆମେ ନିଜର ଲଜିଷ୍ଟିକ୍ ଖର୍ଚ୍ଚକୁ ମଧ୍ୟ ବହୁତ କମ୍ କରାଇ ପାରିବାରେ ସଫଳ ହୋଇ ପାରିବା । ଲଜିଷ୍ଟିକ୍ ର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ହେଉ, ଯେଉଁ ପ୍ରଯତ୍ନ କରାଯାଉଛି, ଏହି ପ୍ରୟାସ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ନୂତନ ଗତି ମିଳିବ ।

ସାଥୀଗଣ,

ଉତ୍ସବର ଏହି ସମୟରେ ଅଧିକ କିଣାକିଣି ମଧ୍ୟ ହେଉଛି । ଏହି କିଣାକିଣି ସମୟରେ, ଟିକେ ସୁରଟର ଲୋକମାନଙ୍କୁ ଅନୁରୋଧ କରିବି କାରଣ ସେମାନଙ୍କର ବିଶ୍ୱର ବିଭିନ୍ନ ସ୍ଥାନକୁ ଯିବା-ଆସିବା କରିବାର ବଡ଼ କାର୍ଯ୍ୟସୂଚୀ ରହିଥାଏ । ମୁଁ ଏହି କିଣାକିଣି ସମୟରେ ଭୋକାଲ ଫର୍ ଲୋକାଲ୍, ଏହି ଭୋକାଲ ଫର୍ ଲୋକାଲର ମନ୍ତ୍ର ଭୁଲିବାର ନୁହେଁ । ଭୋକାଲ ଫର୍ ଲୋକାଲ୍ ଏବଂ ମୁଁ ଦେଖିଛି ଯେ ଲୋକମାନଙ୍କୁ ଲାଗୁଛି କି ଦୀପ କିଣି ନେବାର ଅର୍ଥ ହେଉଛି ଆମେ ଆତ୍ମନିର୍ଭର ହୋଇଗଲେ, ଆଜ୍ଞା ନୁହେଁ, ପ୍ରତ୍ୟେକ ଜିନିଷରେ ଧ୍ୟାନ ଦେବାର ଅଛି ନଚେତ୍ ଏହି ଦିନମାନଙ୍କରେ କେବଳ ଦୀପକୁ ହିଁ, ଆରେ ଭାଇ ଆମେ ଭାରତର ଦୀପ ନେବା, ଏହା ହେଉଛି ଭଲ କଥା, କିନ୍ତୁ ଯଦି ଆପଣ ନିଜେ ଦେଖିବେ, ନିଜ ଶରୀରରେ, ନିଜ ଘରେ, ଏତେ ଜିନିଷ ବାହାରର ଥିବ, ଯାହା ଆମ ଦେଶର ଲୋକ ନିର୍ମାଣ କରିଥାଆନ୍ତି, ଆମର ଛୋଟ-ଛୋଟ ଲୋକମାନେ ତିଆରି କରିଥାଆନ୍ତି, ଆମେ କାହିଁକି ସେମାନଙ୍କୁ ସୁଯୋଗ ନ ଦେବା । ଦେଶକୁ ଆଗକୁ ନେବାର ଅଛି ନା ବନ୍ଧୁଗଣ, ତେବେ ସେଥିପାଇଁ ଆମର ଏହି ଛୋଟ-ଛୋଟ ଲୋକଙ୍କୁ, ଛୋଟ-ଛୋଟ ବ୍ୟବସାୟୀଙ୍କୁ, ଛୋଟ-ଛୋଟ କାରିଗରଙ୍କୁ, ଛୋଟ-ଛୋଟ କଳାକାରଙ୍କୁ, ଗାଁର ଆମର ଭଉଣୀମାନଙ୍କୁ, ଏମାନେ ଯେଉଁ ଜିନିଷ ତିଆରି କରନ୍ତି, ଅନେକ ପ୍ରକାରର ଜିନିଷ ତିଆରି କରନ୍ତି । ଥରେ ନେଇକରି ଦେଖନ୍ତୁ ତେବେ ସଠିକ୍ ଏବଂ ଗର୍ବର ସହିତ ବିଶ୍ୱକୁ କହିବେ, ଏହା ଆମ ଗାଁର ଲୋକମାନେ ତିଆରି କରିଛନ୍ତି, ଆମ ଜିଲ୍ଲାର ଲୋକ ତିଆରି କରିଛନ୍ତି, ଆମ ଦେଶର ଲୋକ ତିଆରି କରିଛନ୍ତି । ଦେଖନ୍ତୁ, ଆପଣଙ୍କ ଛାତି ମଧ୍ୟ ଗର୍ବରେ ଚଉଡ଼ା ହୋଇଯିବ । ଦୀପାବଳି ପାଳନ କରିବାର ମଜା ଆହୁରି ଅଧିକ ହୋଇଯିବ, ଏଥିପାଇଁ ଭୋକାଲ ଫର୍ ଲୋକାଲ୍, କୌଣସି ବୁଝାମଣା କରିବା ନାହିଁ ।

ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛି, ସେ ପର୍ଯ୍ୟନ୍ତ ଏହି ମନ୍ତ୍ର ଆମ ଜୀବନର ମନ୍ତ୍ର ଭାବେ ମାନିନେବା, ଆମ ପରିବାରର ହୋଇଯାଉ, ଆମ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏହି ଭାବ ସୃଷ୍ଟି ହେଉ, ଏହା ଉପରେ ଆମକୁ ଗୁରୁତ୍ୱ ଦେବା ଉଚିତ ଏବଂ ଏଥିପାଇଁ ଏହି ଦୀପାବଳି, ଏହି ଦୀୱାଲି ଭୋକାଲ ଫର୍ ଲୋକାଲର ଏକ ନୂତନ ମୋଡ଼ ପାଲଟିଯାଉ, ମୁଁ ମୋର ଗୁଜରାଟର ଭାଇ ଓ ଭଉଣୀମାନଙ୍କୁ ଟିକେ ଅଧିକାରର ସହିତ ମଧ୍ୟ ଦାବୀ କରୁଛି ଆଉ ମୋତେ ଜଣାଅଛି ଯେ ଆପଣମାନେ କେବେ ନିରାଶ କରିବେ ନାହିଁ, ଏବେ ନନ୍ଦଲାଲ ମହାଶୟ କହୁଥିଲେ ନା, ଆପଣ ବହୁତ ପୂର୍ବରୁ ମୋତେ କହିଥିଲେ, ମୁଁ ଏହାକୁ ଲାଗୁ କଲି, ଦେଖନ୍ତୁ ମୋତେ କେତେ ଆତ୍ମସନ୍ତୋଷ ମିଳିଛି ଯେ କେବେ ନନ୍ଦଲାଲ ମହାଶୟଙ୍କୁ ଗୋଟିଏ କଥା କହିଥିଲି, ଯାହା ସେ ଶୁଣିଥିବେ, ସେ ଆଜି ତାହାକୁ ଲାଗୁ କରିଦେଲେ । ଆପଣ ସମସ୍ତେ ମଧ୍ୟ ମୋ ପାଇଁ ତ ହେଉଛନ୍ତି କୌଣସି ଜଣେ ନନ୍ଦଲାଲ, ଆସନ୍ତୁ, ପରିଶ୍ରମ କରିବା, ମୋ ଦେଶର ଗରିବଙ୍କ ପାଇଁ କିଛି କରିବା । ଦୀପାବଳି ପାଳନ କରିବା, ସେମାନଙ୍କ ଘରେ ମଧ୍ୟ ଦୀପାବଳି ପାଳନ ହେଉ । ଦୀପ ଜଳାଇବା, ଗରିବଙ୍କ ଘରେ ମଧ୍ୟ ଦୀପ ଜଳୁ, ଭୋକାଲ ଫର୍ ଲୋକାଲ୍ର ମନ୍ତ୍ରକୁ ଆଗକୁ ବଢ଼ାଇବା । ମୋର ବିଶ୍ୱାସ ରହିଛି ଯେ କରୋନାର ଏହି ସମୟରେ ଆପଣ ସମସ୍ତେ ମଧ୍ୟ ସଂପୂର୍ଣ୍ଣ ସତର୍କତାର ସହିତ ଉତ୍ସବ ପାଳନ କରିବେ କାରଣ ଆପଣଙ୍କ ରକ୍ଷା ତାହା ମଧ୍ୟ ହେଉଛି ଦେଶର ହିଁ ରକ୍ଷା । ମୋର ପ୍ରିୟ ଭାଇ-ଭଉଣୀମାନେ, ସାରା  ଦେଶର ସମସ୍ତ ଭାଇ-ଭଉଣୀମାନଙ୍କୁ ମୁଁ ଆଗାମୀ ଧନତେରସ ହେଉ, ଦୀପାବଳି ହେଉ, ଗୁଜରାଟ ପାଇଁ ନୂଆ ବର୍ଷ ଆସିବ, ସମସ୍ତ କଥା ପାଇଁ, ସମସ୍ତ ଉତ୍ସବ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି ।

ବହୁତ-ବହୁତ ଧନ୍ୟବାଦ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Film Awards 2026 To Move Out Of Delhi For First Time In 72 Years, Gujarat To Host Ceremony

Media Coverage

National Film Awards 2026 To Move Out Of Delhi For First Time In 72 Years, Gujarat To Host Ceremony
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Dr. Bhupen Hazarika on his 100th birth anniversary
September 08, 2026

The Prime Minister, Shri Narendra Modi, paid tribute to legendary Dr. Bhupen Hazarika on his 100th birth anniversary.

The Prime Minister said that Dr. Bhupen Hazarika’s voice carried the soul of Assam and the spirit of the Northeast to the entire nation. He noted that through his music, Dr. Hazarika beautifully gave expression to the thoughts and spirit of countless people and brought people closer.

Shri Modi warmly recalled attending the beginning of Dr. Hazarika’s birth centenary celebrations in Guwahati last year.

The Prime Minister said that Bhupen Da’s life and work will continue to inspire generations.

The Prime Minister wrote on X;

“On his 100th birth anniversary, remembering the legendary Dr. Bhupen Hazarika Ji.

His voice carried the soul of Assam and the spirit of the Northeast to the entire nation.

Through his music he beautifully gave expression to the thoughts and spirit of countless people. His songs brought people closer.

I warmly recall attending the start of his birth centenary celebrations in Guwahati last year. Bhupen Da’s life and work will continue to inspire generations.”