ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜଉନପୁର ନୂତନ ମେଡିକାଲ କଲେଜ ପାଇଛନ୍ତି
“ଉତ୍ତରପ୍ରଦେଶର ଡବଲ୍ ଇଞ୍ଜିନ୍ ସରକାର ଅନେକ କର୍ମ ଯୋଗୀଙ୍କ ଦଶନ୍ଧିର ପରିଶ୍ରମର ଫଳାଫଳ”
“ମାଧବ ପ୍ରସାଦ ତ୍ରିପାଠୀଙ୍କ ନାମ ମେଡିକାଲ କଲେଜରୁ ବାହାରୁଥିବା ଯୁବ ଡାକ୍ତରମାନଙ୍କୁ ଜନସାଧାରଣଙ୍କ ସେବା ପାଇଁ ପ୍ରେରଣା ଯୋଗାଇବ”
“ମେନିଞ୍ଜାଇଟିସ୍ ପାଇଁ ପୂର୍ବରୁ ବଦନାମ ଥିବା ଉତ୍ତରପ୍ରଦେଶର ପୁର୍ବାଞ୍ଚଳ ଏବେ ପୂର୍ବ ଭାରତକୁ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଆଲୋକ ଦେଖାଇବ”
“ଯେତେବେଳେ ସରକାର ସମ୍ବେଦନଶୀଳ ହୁଅନ୍ତି, ସେତେବେଳେ ଗରିବ ଲୋକମାନଙ୍କର ଯନ୍ତ୍ରଣା ବୁଝିବା ପାଇଁ ମନରେ ଦୟା ଦେଖାଯାଏ, ପରେ ଏଭଳି ସଫଳତା ମିଳିଥାଏ”
“ରାଜ୍ୟରେ ଏତେ ସଂଖ୍ୟକ ମେଡିକାଲ କଲେଜର ଉତ୍ସର୍ଗୀକୃତ ଅତ୍ୟନ୍ତ ଅଭୂତପୂର୍ବ । ଏହା ପୂର୍ବରୁ କେବେ ଘଟି ନଥିଲା ଏବଂ ବର୍ତ୍ତମାନ ଏହା କାହିଁକି ଘଟୁଛି, କେବଳ ଗୋଟିଏ କାରଣ ଅଛି – ରାଜନୈତିକ ଇଚ୍ଛାଶକ୍ତି ଏବଂ ରାଜନୈତିକ ଅଗ୍ରାଧିକାର”
“୨୦୧୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ସରକାରୀ ମେଡିକାଲ କଲେଜଗୁଡ଼ିକରେ କେବଳ ୧୯୦୦ ଡାକ୍ତରୀ ସିଟ୍ ରହିଥିଲା । ଡବଲ୍ ଇଞ୍ଜିନ୍ ସରକାର ଗତ ଚାରି ବର୍ଷ ମଧ୍ୟରେ ୧୯୦୦ ରୁ ଅଧିକ ସିଟ୍ ଯୋଡିଛନ୍ତି”

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ମହାତ୍ମା ବୁଦ୍ଧ କୟ,ପାୱନ ଧରତୀ ସିଦ୍ଧାର୍ଥନଗର ମା, ହମ ଆପ ସଭୟ କା ପ୍ରଣାମ କରିତ ହୟ । ମହାତ୍ମା ବୁଦ୍ଧ ଜଉନେ ଧରତୀ ପର, ଆପନ, ପହିଲେ କୟ ଜୀବନ ବିତାଇନ, ୱହୈ ଧରତୀ ସୟ ଆଜ ପ୍ରଦେଶ କୟ ନୌ ମେଡିକଲ କାଲେଜନ କୟ ଉଦଘାଓନ ହୟ । ସ୍ୱସ୍ଥ ଔ ନିରୋଗ ଭାରତ କୟ ସପନା ପୂରା କରେ ବଦେ, ଈ ୟକ ବଡ଼ା କଦମ ହୟ । ଆପ ସବକେ ବଧାଈ।

ଉତ୍ତର ପ୍ରଦେଶର ରାଜ୍ୟାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ୟୁପିର ଯଶସ୍ୱୀ ଏବଂ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ମଞ୍ଚ ଉପରେ ବିରାଜମାନ ୟୁପି ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଅନ୍ୟ ଯେଉଁ ସ୍ଥାନମାନଙ୍କରେ ମେଡିକାଲ କଲେଜ ସ୍ଥାପିତ ହୋଇଛି, ସେଠାରେ ଉପସ୍ଥିତ ୟୁପି ସରକାରଙ୍କ ମନ୍ତ୍ରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଂସଦଗଣ, ବିଧାୟକ, ଅନ୍ୟ ଜନପ୍ରତିନିଧି, ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆଜିକାର ଦିନଟି ପୂର୍ବାଞ୍ଚଳ ପାଇଁ, ସମଗ୍ର ଉତ୍ତର ପ୍ରଦେଶ ପାଇଁ ଆରୋଗ୍ୟର ଡବଲ ଡୋଜ ନେଇକରି ଆସିଛି, ଆପଣମାନଙ୍କ ପାଇଁ ଗୋଟିଏ ଉପହାର ନେଇକରି ଆସିଛି । ଏଠାରେ ସିଦ୍ଧାର୍ଥନଗରରେ ୟୁପିର 9ଟି ମେଡିକାଲ କଲେଜର ଲୋକାର୍ପଣ ହେଉଛି । ଏହା ପରେ ପୂର୍ବାଞ୍ଚଳରୁ ହିଁ ସମଗ୍ର ଦେଶ ପାଇଁ ବହୁତ ଜରୁରୀ ଏଭଳି ମେଡିକାଲ ଭିତିଭୂମିର ବହୁତ ବଡ଼ ଯୋଜନା ଆରମ୍ଭ ହେବାକୁ ଯାଉଛି । ଆଉ ସେହି ବଡ଼ କାର୍ଯ୍ୟ ପାଇଁ ମୁଁ ଏଠାରୁ ଆପଣମାନଙ୍କର ଆଶୀର୍ବାଦ ନେବା ପରେ, ଏହି ପବିତ୍ର ଧରଣୀର ଆଶୀର୍ବାଦ ନେବା ପରେ, ଆପଣଙ୍କ ସହିତ ବାର୍ତାଳାପ ପରେ କାଶୀ ଯିବି ଆଉ କାଶୀରୁ ସେହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବି।

ସାଥୀଗଣ,

ଆଜି କେନ୍ଦ୍ରରେ ଯେଉଁ ସରକାର ରହିଛି, ଏଠାରେ ୟୁପିରେ ଯେଉଁ ସରକାର ଅଛି, ତାହା ହେଉଛି ଅନେକ କର୍ମଯୋଗୀଙ୍କର ଦଶକ-ଦଶକ ଧରି ତପସ୍ୟାର ଫଳ । ସିଦ୍ଧାର୍ଥନଗର ମଧ୍ୟ ସ୍ୱର୍ଗୀୟ ମାଧବ ପ୍ରସାଦ ତ୍ରିପାଠୀ ମହାଶୟଙ୍କ ରୂପେ ଏଭଳି ଜଣେ ଜନ ପ୍ରତିନିଧିଙ୍କୁ ଦେଶକୁ ଦେଇଛି, ଯ।ହାଙ୍କର ଅକ୍ଳାନ୍ତ ପରିଶ୍ରମ ଆଜି ରାଷ୍ଟ୍ର ନିମନ୍ତେ କାର୍ଯ୍ୟରେ ଆସୁଛି । ମାଧବ ବାବୁ ରାଜନୀତିରେ କର୍ମଯୋଗର ସ୍ଥାପନାପ।ଇଁ ସମ୍ପୂର୍ଣ୍ଣ ଜୀବନ ସମର୍ପିତ କରି ଦେଇଥିଲେ। ୟୁପି ଭାଜପାର ପ୍ରଥମ ଅଧ୍ୟକ୍ଷ ଭାବେ, କେନ୍ଦ୍ରରେ ମନ୍ତ୍ରୀ ରୂପେ, ସେ ବିଶେଷ ଭାବେ ପୂର୍ବାଞ୍ଚଳର ବିକାଶ ପାଇଁ ଚିନ୍ତା କଲେ । ତେଣୁ ସିଦ୍ଧାର୍ଥ ନଗରର ନୂତନ ମେଡିକାଲ କଲେଜର ନାମ ମାଧବ ବାବୁଙ୍କ ନାମ ଅନୁସାରେ ରଖିବା ତାଙ୍କର ସେବାଭାବ ପ୍ରତି ହେବ ପ୍ରକୃତ କାର୍ଯ୍ୟାଞ୍ଜଳୀ । ଆଉ ଏଥିପାଇଁ ମୁଁ ଯୋଗୀ ମହାଶୟଙ୍କୁ ଏବଂ ତାଙ୍କର ସମଗ୍ର ସରକାରକୁ ଶୁଭେଚ୍ଛା ଜଣାଉଛି । ମାଧବ ବାବୁଙ୍କ ନାମ ଏଠାରୁ ହିଁ ବାହାରୁ ଥିବା ଯୁବ ଡାକ୍ତରମାନଙ୍କୁ ଜନସେବା ପାଇଁ ନିରନ୍ତର ପ୍ରେରଣା ମଧ୍ୟ ପ୍ରଦାନ କରିବ।

ଭାଇ ଓ ଭଉଣୀମାନେ,

ୟୁପି ଏବଂ ପୂର୍ବାଞ୍ଚଳରେ ଆସ୍ଥା, ଆଧ୍ୟାତ୍ମ ଓ ସାମାଜିକ ଜୀବନ ସହିତ ଜଡ଼ିତ ବହୁତ ବିସ୍ତୃତ ପରମ୍ପରା ରହିଛି । ଏହି ପରମ୍ପରାକୁ ସ୍ୱସ୍ଥ, ସକ୍ଷମ, ଆଉ ସମୃଦ୍ଧ ଉତ୍ତର ପ୍ରଦେଶର ଭବିଷ୍ୟତ ସହିତ ଯୋଡ଼ା ଯାଉଛି । ଆଜି ଯେଉଁ 9ଟି ଜିଲ୍ଲାରେ ମେଡିକାଲ କଲେଜର ଲୋକାର୍ପଣ କରାଯାଇଛି, ସେଗୁଡ଼ିକରେ ଏହା ମଧ୍ୟ ଦେଖିବାକୁ ମିଳୁଛି । ସିଦ୍ଧାର୍ଥନଗରରେ ମାଧବ ପ୍ରସାଦ ତ୍ରିପାଠୀ ମେଡିକାଲ କଲେଜ, ଦେବରିୟାରେ ମହର୍ଷି ଦେବରହା ବାବା ମେଡିକାଲ କଲେଜ, ଗାଜିୁରରେ ମହର୍ଷି ବିଶ୍ୱାମିତ୍ର ମେଡିକାଲ କଲେଜ, ମିର୍ଜାପୁରରେ ମାଆ ବିନ୍ଧ୍ୟ-ବାସିନୀ ମେଡିକାଲ କଲେଜ, ପ୍ରତାପଗଡ଼ରେ ଡାକ୍ତର ସୋନେଲାଲ ପଟେଲ ମେଡିକାଲ କଲେଜ, ଏଠାରେ ବୀରାଙ୍ଗନା ଅବନ୍ତୀ ବାଈ ଲୋଧୀ ମେଡିକାଲ କଲେଜ, ଜୈନୁରରେ ଉମାନାଥ ସିଂହ ମେଡିକାଲ କଲେଜ, ଆଉ ହରଦୋଈର ମେଡିକାଲ କଲେଜ । ଏଭଳି କେତେ ନୂଆ ମେଡିକାଲ କଲେଜ, ଏହି ସମସ୍ତ ମେଡିକାଲ କଲେଜ ଏବେ ପୂର୍ବାଞ୍ଚଳର କୋଟି-କୋଟି ଜନଙ୍କ ସେବା କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି 9ଟି ମେଡିକାଲ କଲେଜର ନିର୍ମାଣ ଦ୍ୱାରା, ପ୍ରାୟ ଅଢ଼େଇ ହଜାର ନୂତନ ଶଯ୍ୟା​‌ ପ୍ରସ୍ତୁତ ହୋଇଛି, 5 ହଜାରରୁ ଅଧିକ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହୋଇଛି । ଏହା ସହିତ ହିଁ ପ୍ରତ୍ୟେକ ବର୍ଷ ଶହ-ଶହ ଯୁବକମାନଙ୍କ ପାଇଁ ଡାକ୍ତରୀ ପାଠପଢ଼ାର ନୂତନ ପଥ ଉନ୍ମୁକ୍ତ କରିଛି।

ସାଥୀଗଣ,

ଯେଉଁ ପୂର୍ବାଞ୍ଚଳକୁ ପୂର୍ବର ସରକାରମାନେ, ରୋଗ ସହିତ ଲଢ଼ିବା ପାଇଁ ଛାଡି ଦେଇଥିଲେ, ତାହା ଏବେ ପୂର୍ବ-ଭାରତର ମେଡିକାଲ କେନ୍ଦ୍ର ହେବ, ଏବେ ଦେଶକୁ ରୋଗରୁ ରକ୍ଷା କରିବା ଭଳି ଅନେକ ଡାକ୍ତର ଏହି ମାଟି ଦେଶକୁ ଡାକ୍ତର ପ୍ରଦାନ କରିବାକୁ ଯାଉଛି।  ଯେଉଁ ପୂର୍ବାଞ୍ଚଳର ଛବି ବିଗତ ସରକାରମାନେ ଖରାପ କରି ଦେଇଥିଲେ, ଯେଉଁ ପୂର୍ବାଞ୍ଚଳକୁ ମସ୍ତିଷ୍କ ଜ୍ୱର ଯୋଗୁଁ ହୋଇଥିବା ଦୁଃଖଦ ମୃତ୍ୟୁ ପାଇଁ ବଦନାମ କରି ଦିଆ ଯାଇଥିଲା, ସେହି ପୂର୍ବାଞ୍ଚଳ, ସେହି ଉତ୍ତର ପ୍ରଦେଶ, ପୂର୍ବ ଭାରତକୁ ସ୍ୱାସ୍ଥ୍ୟର ନୂତନ ଉଜ୍ଜ୍ୱଳତା ଦେବାକୁ ଯାଉଛି।

ସାଥୀଗଣ,

ୟୁପିର ଭାଇ-ଭଉଣୀ ଭୁଲି ପାରିବେ ନାହିଁ ଯେ କିଭଳି ଯୋଗୀ ମହାଶୟ ସଂସଦରେ ୟୁପିର ବିପର୍ଯ୍ୟସ୍ତ ମେଡିକାଲ ବ୍ୟବସ୍ଥାର ବ୍ୟଥା ଗାନ କରିଥିଲେ । ଯୋଗୀ ମହାଶୟ ସେତେବେଳେ ମୁଖ୍ୟମନ୍ତ୍ରୀ ନଥିଲେ, ସେ ଜଣେ ସାଂସଦ ଥିଲେ ଆଉ ବହୁତ କମ୍ ବୟସରେ ହିଁ ସାଂସଦ ହୋଇଥିଲେ । ଆଉ ଆଜି ଏବେ ୟୁପିର ଲୋକମାନେ ଏହା ମଧ୍ୟ ଦେଖୁଛନ୍ତି ଯେ ଯେତେବେଳେ ଯୋଗୀ ମହାଶୟଙ୍କୁ ଜନତା- ଜନାର୍ଦ୍ଦନ ସେବା କରିବାର ସୁୋଗ ଦେଲେ ତେବେ କିଭଳି ସେ ମସ୍ତିଷ୍କ ଜ୍ୱର ବୃଦ୍ଧି ହେବାରୁ ରୋକି ଦେଲେ, ଏହି ଅଂଚଳର ହଜାର- ହଜାର ପିଲାମାନଙ୍କର ଜୀବନ ରକ୍ଷା କରିଦେଲେ । ସରକାର ସେତେବେଳେ ସମ୍ବେଦନଶୀଳ ହୋଇ ଥାଆନ୍ତି, ଗରିବଙ୍କ ଦୁଃଖ ବୁଝିବା ପାଇଁ ମନରେ କରୁଣାର ଭାବ ରହିଥାଏ, ତେବେ ଏହିଭଳି ଭାବେ କାର୍ଯ୍ୟ ହୋଇଥାଏ।

ଭାଇ ଓ ଭଉଣୀମାନେ,

ଆମ ଦେଶରେ ସ୍ୱାଧୀନତା ପୂର୍ବରୁ ଆଉ ତାହାର ପରେ ମଧ୍ୟ ମୌଳିକ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକୁ କେବେ ହେଲେ ପ୍ରାଥମିକତା ଦିଆ ଯାଇନାହିଁ । ଭଲ ଚିକିତ୍ସା ଦରକାର ତେବେ ବଡ଼ ସହରକୁ ଯିବାକୁ ପଡ଼ିବ, ଭଲ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ପଡ଼ିବ, ତେବେ ବଡ଼ ସହରକୁ ଯିବାକୁ ପଡ଼ିବ, ରାତି-ଅସମୟରେ କାହାର ଦେହ ଖରାପ ହୋଇଗଲା, ତେବେ ଗାଡ଼ିର ବ୍ୟବସ୍ଥା କର ଆଉ ନେଇ ଦୌଡ଼ ସହର ଆଡ଼କୁ । ଆମର ଗାଁ-ଗଣ୍ଡାର ଏହା ହିଁ ସତ୍ୟତା ରହି ଆସିଛି । ଗାଁରେ, ଛୋଟ- ଛୋଟ ଅଞ୍ଚଳରେ, ଜିଲ୍ଲା ମୁଖ୍ୟାଳୟ ବର୍ଯ୍ୟନ୍ତ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଖୁବ କଷ୍ଟରେ ମିଳୁଥିଲା । ଏହି କଷ୍ଟକୁ ମୁଁ ମଧ୍ୟ ଭୋଗିଛି, ଅନୁଭବ କରିଛି । ଦେଶର ଗରିବ- ଦଳିତ-ଶୋଷିତ- ବଞ୍ଚିତ, ଦେଶର କୃଷକ, ଗାଁର ଲୋକ, ଛୋଟ- ଛୋଟ ପିଲାମାନଙ୍କୁ ଛାତିରେ ଚାପି ଧରି ଏଠାକୁ- ସେଠାକୁ ଦୌଡ଼ୁଥିବା ମାଆମାନେ, ଆମର ବୟୋବୃଦ୍ଧ, ଯେତେବେଳେ ସ୍ୱାସ୍ଥ୍ୟର ମୌଳିକ ସୁବିଧା ପାଇଁ ସରକାରଙ୍କ ଆଡ଼କୁ ଚାହୁଁଥିଲେ, ତେବେ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଥିଲା । ଏହି ନିରାଶାକୁ ମୋର ଗରିବ ଭାଇ- ଭଉଣୀମାନେ ନିଜର ଭାଗ୍ୟ ବୋଲି ମାନି ନେଇଥିଲେ । ଯେତେବେଳେ 2014ରେ ଆପଣମାନେ ମୋତେ ଦେଶର ସେବା କରିବାର ଅବସର ପ୍ରଦାନ କଲେ, ସେତେବେଳେ ପୂର୍ବର ସ୍ଥିତିକୁ ବଦଳାଇବା ପାଇଁ ଆମ ସରକାର ଦିନ-ରାତି ଏକ କରି ଦେଇଥିଲେ । ଜନମାନସର କଷ୍ଟକୁ ବୁଝି, ସାଧାରଣ ଜନତାଙ୍କର ଅସୁବିଧାକୁ ବୁଝି, ତାଙ୍କର ଦୁଃଖ-କଷ୍ଟକୁ  ବାଣ୍ଟିବାରେ ଆମେ ସହଭାଗୀ ହେଲୁ । ଆମେ ଦେଶର ସ୍ୱାସ୍ଥ୍ୟ ସୁବିଧା ସବୁକୁ ସୁଧାରିବା ପାଇଁ, ଆଧୁନିକତା ଆଣିବା ପାଇଁ ଗୋଟିଏ ମହାଯଞ୍ଜ ଆରମ୍ଭ କଲୁ, ଅନେକ ସବୁ ଯେଜନା ଆରମ୍ଭ କଲୁ । କିନ୍ତୁ ସଦା ସର୍ବଦା ପାଇଁ ମୋତେ ଏହି କଥାର ଦୁଃଖ ରହିବ ଯେ ପୂର୍ବରୁ ଏଠାରେ ଯେଉଁ ସରକାର ଥିଲେ, ସେମାନେ ଆମକୁ ସହାୟତା ପ୍ରଦାନ କଲେ ନାହିଁ। ବିକାଶର କାର୍ଯ୍ୟରେ ସେମାନେ ରାଜନୀତିକୁ ନେଇ ଆସିଲେ, କେନ୍ଦ୍ରର ଯୋଜନା ଗୁଡ଼ିକୁ ଏଠାରେ ୟୁପିରେ ଆଗକୁ ବଢ଼ାଇବାକୁ ଦିଆଗଲା ନାହିଁ।

ସାଥୀଗଣ,

ଏଠାରେ ଭିନ୍ନ-ଭିନ୍ନ ଆୟୁ ବର୍ଗର ଭଉଣୀ-ଭାଇ ବସିଛନ୍ତି । କ’ଣ କେବେ କାହାର ମନେ ଅଛି ଆଉ ବି ଯାହାର ମନେ ଅଛି, ତେବେ ମୋତେ କହିବେ କି କାହାର ମନେ ଅଛି କି ? ଯେ ଉତ୍ତର ପ୍ରଦେଶର ଇତିହାସରେ କେବେ ହେଲେ ମଧ୍ୟ ଏକ ସଙ୍ଗେ ଏତେ ମେଡିକାଲ କଲେଜର ଲୋକାର୍ପଣ ହୋଇଥିବ ? ହୋଇଛି କି କେବେ ? ହୋଇ ନାହିଁ ନା । ପୂର୍ବେ ଏପରି ହେଉ ନଥିଲା କାହିଁକି ଆଉ ଏବେ ଏଭଳି ହେଉଛି କାହିଁକି, ଏହାର କାରଣ ହେଉଛି ଗୋଟିଏ- ରାଜନୈତିକ ଇଚ୍ଛାଶକ୍ତି ଏବଂ ରାଜନୈତିକ ପ୍ରାଥମିକତା । ଯେଉଁମାନେ ପୂର୍ବରୁ ଥିଲେ ସେମାନଙ୍କର ପ୍ରାଥମିକତା ଥିଲା- ନିଜ ପାଇଁ ଅର୍ଥ ରୋଜଗାର କରିବା, ଆଉ ନିଜ ପରିବାରର ଗନ୍ତାଘର ଭର୍ତି କରିବା ଥିଲା । ଆମର ପ୍ରାଥମିକତା- ଗରିବଙ୍କ ପଇସା ସଞ୍ଚୟ କରିବା, ଗରିବଙ୍କ ପରିବାରକୁ ମୌଳିକ ସୁବିଧା ପ୍ରଦାନ କରିବା।

ସାଥୀଗଣ,

ରୋଗ ଧନୀ ଗରିବ କିଛି ଦେଖେନାହିଁ । ତା’ପାଇଁ ସବୁକିଛି ସମାନ ହୋଇଥାଏ । ଆଉ ଏଥିପାଇଁ ଏହି ସୁବିଧାଗୁଡ଼ିକର ଲାଭ ଯେତେ ପରିମାଣରେ ମଧ୍ୟ ଗରିବଙ୍କୁ ହୋଇଥାଏ, ସେତିକି ହିଁ ଲାଭ ମଧ୍ୟମବର୍ଗର ପରିବାରଙ୍କୁ ମଧ୍ୟ ହୋଇଥାଏ।

ସାଥୀଗଣ,

7 ବର୍ଷ ପୂର୍ବେ ଦିଲ୍ଲୀରେ ଯେଉଁ ସରକାର ଥିଲେ ଆଉ 4 ବର୍ଷ ପୂର୍ବେ ଏଠାରେ ୟୁପିରେ ଯେଉଁ ସରକାର ଥିଲେ, ସେମାନେ ପୂର୍ବାଞ୍ଚଳରେ କ’ଣ କରୁଥିଲେ ? ଯେଉଁମାନେ ପୂର୍ବ ସରକାରରେ ଥିଲେ, ଯେଉଁମାନେ ଭୋଟ ପାଇଁ କେଉଁଠାରେ ଡିସ୍ପେନସରୀ କରି ନଥିଲେ, କେଉଁଠାରେ ଛୋଟ- ଛୋଟ ହାସ୍ପାତାଳ ପାଇଁ ଘୋଷଣା କରି ବସି ଯାଉଥିଲେ । ଲୋକମାନେ ମଧ୍ୟ ଆଶା କରି ବସି ରହୁଥିଲେ । କିନ୍ତୁ ବର୍ଷ- ବର୍ଷ ହୁଏତ ଘର ହେଉ ନଥିଲା, ଘର ହୋଇ ଯାଇଥିବ ତେବେ ମେସିନ ରହୁ ନଥିଲା, ଦୁଇଟି ଯାକ ହୋଇଗଲେ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ରହୁ ନ ଥିଲେ । ଏହା ବ୍ୟତୀତ ଗରିବଙ୍କର ହଜାର- ହଜାର କୋଟି ଟଙ୍କା ଲୁଟୁଥିବା ଭ୍ରଷ୍ଟାଚାରର ଚକ୍ର ଚବିଶ ଘଣ୍ଟା ଚାଲୁ ରହୁଥିଲା । ଔଷଧରେ ଭ୍ରଷ୍ଟାଚାର, ଆମ୍ବୁଲାନ୍ସରେ ଭ୍ରଷ୍ଟାଚାର, ନିଯୁକ୍ତିରେ ଭ୍ରଷ୍ଟାଚାର, ବଦଳି- ନିଯୁକ୍ତିରେ ଭ୍ରଷ୍ଟାଚାର ! ଏହି ସମ୍ପୂର୍ଣ୍ଣ ଖେଳରେ ୟୁପିରେ କିଛି ପରିବାରବାଦୀଙ୍କର ବହୁତ କିଛି ଲାଭ ହେଲା, ଭ୍ରଷ୍ଟାଚାରର ସାଇକେଲ ତ ବହୁତ ଚାଲିଲା, କିନ୍ତୁ ପୂର୍ବାଞ୍ଚଳ ଏବଂ ୟୁପିର ସାଧାରଣ ପରିବାର ପେଶି ହୋଇ ଚାଲିଲା।

ବାସ୍ତବରେ କୁହାଯାଇଥାଏ- ‘ଜାକେ ପାଂୱ ନ ଫଟୀ ବିୱାଇ, ୱୋ କ୍ୟା ଜାନେ ପୀର ପରାଇ’

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଡବଲ ଇଂଜିନର ସରକାର ପ୍ରତ୍ୟେକ ଗରିବଙ୍କ ପର୍ପ୍ୟନ୍ତ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ସବୁକୁ ପହଞ୍ଚାଇବା ପାଇଁ ବହୁତ ସଚ୍ଚୋଟତାର ସହିତ ପ୍ରୟାସ କରିଛନ୍ତି, ନିରନ୍ତର କାର୍ଯ୍ୟ କରୁଛନ୍ତି । ଆମେ ଦେଶରେ ନୂତନ ସ୍ୱାସ୍ଥ୍ୟ ନୀତି ଲାଗୁ କଲୁ ଫଳରେ ଗରିବଙ୍କୁ ଶସ୍ତାରେ ଚିକିତ୍ସା ମିଳି ପାରିବ ଆଉ ତାଙ୍କୁ ରୋଗ କବଳରୁ ରକ୍ଷା କରାଯାଇ ପାରିବ। ଏଠାରେ ୟୁପିରେ 90 ଲକ୍ଷ ରୋଗୀଙ୍କୁ ଆୟୂଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା ମିଳିଛି । ଏହି ଗରିବଙ୍କ ଆୟୂଷ୍ମାନ ଭାରତ କାରଣରୁ ପ୍ରାୟ ଏକ ହଜାର କୋଟି ଟଙ୍କା ଚିକିତ୍ସାରେ ଖର୍ଚ୍ଚ ନ ହେବା କାରଣରୁ ସଞ୍ଚୟ ହୋଇ ପାରିଛି । ଆଜି ହଜାର-ହଜାର ଜନଔଷଧି କେନ୍ଦ୍ରରେ ଖୁବ ଶସ୍ତାରେ ଔଷଧ ମିଳି ପାରୁଛି। କର୍କଟ ରୋଗର ଚିକିତ୍ସା, ଡାଇଲିସିସ ଏବଂ ହାର୍ଟ ସର୍ଜରୀ ପର୍ଯ୍ୟନ୍ତ ବହୁତ ଶସ୍ତା ହୋଇଛି, ଶୌଚାଳୟ ଭଳି ସୁବିଧା ଦ୍ୱାରା ଅନେକ ରୋଗ ହ୍ରାସ ପାଇଛି । କେବଳ ଏତିକି ନୁହେଁ, ସାରା ଦେଶରେ ଉନ୍ନତ ହାସ୍ପାତାଳ କିପରି ନିର୍ମାଣ ହୋଇ ପାରିବ ଆଉ ସେହି ହାସ୍ପାତାଳରେ ଉନ୍ନତ ଡାକ୍ତର ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ କିଭଳି ଉପଲବ୍ଧ ହେବେ, ଏଥିପାଇଁ ବହୁତ ବଡ଼ ଏବଂ ଦୂରଦୃଷ୍ଟିର ସହିତ କାର୍ଯ୍ୟ କରାଯାଉଛି । ଏବେ ହାସ୍ପାତାଳର, ମେଡିକାଲ କଲେଜର ଭୂମି ପୂଜନ ମଧ୍ୟ ହେଉଛି ଆଉ ସେଗୁଡ଼ିକର ଲୋର୍କାଣ ଉପପୁକ୍ତ ସମୟରେ ମଧ୍ୟ ହେଉଛି । ଯୋଗୀ ମହାଶୟଙ୍କ ସରକାର ପୂର୍ବରୁ ଯେଉଁ ସରକାର ଥିଲେ, ସେ ନିଜର କାର୍ଯ୍ୟକାଳରେ ୟୁପିରେ କେବଳ 6ଟି ମେଡିକାଲ କଲେଜ ନିର୍ମାଣ କରିଥିଲେ। ଯେଗୀ ମହାଶୟଙ୍କ କାର୍ଯ୍ୟକାଳରେ 16ଟି ମେଡିକାଲ ଆରମ୍ଭ ହୋଇ ସାରିଛି, ଆଉ 30ଟି ମେଡିକାଲ କଲେଜ ପ।ଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ରାୟବରେଲୀ ଏବଂ ଗୋରଖପୁରରେ ନିର୍ମିତ ହେଉଥିବା  ଏମ୍ସ ହେଉଛି ୟୁପି ପାଇଁ ଏକ ପ୍ରକାର ବୋନସ ସଦୃଶ।

ଭାଇ ଓ ଭଉଣୀମାନେ,

ମେଡିକାଲ କଲେଜ କେବଳ ଉନ୍ନତ ଚିକିତ୍ସା ପ୍ରଦାନ କରି ନଥାନ୍ତି, ବରଂ ନୂତନ ଡାକ୍ତର, ନୂତନ ପାରା ମେଡିକାଲ୍ସର ମଧ୍ୟ ନିର୍ମାଣ କରିଥାଆନ୍ତି । ଯେତେବେଳେ ମେଡିକାଲ କଲେଜ ନିର୍ମାଣ ହୋଇଥାଏ, ତେବେ ସେଠାରେ ବିଶେଷ ପ୍ରକାରର ପରୀକ୍ଷାଗାର ପ୍ରଶିକ୍ଷଣ କେନ୍ଦ୍ର, ନର୍ସିଂ ୟୁନିଟ, ମେଡିକାଲ ୟୁନିଟ ଏବଂ ରୋଜଗାରର ଅନେକ ନୂତନ ସାଧନ ନିର୍ମିତ ହୋଇଥାଏ । ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପୂର୍ବ ଦଶକରେ ଦେଶରେ ଡାକ୍ତରଙ୍କ ଅଭାବକୁ ପୂରଣ କରିବା ପାଇଁ ରାଷ୍ଟ୍ରବ୍ୟାପୀ ରଣନୀତି ଉପରେ କାର୍ଯ୍ୟ ହୋଇ ନାହିଁ । ଅନେକ ଦଶକ ପୂର୍ବରୁ ମେଡିକାଲ କଲେଜ ଏବଂ ମେଡିକାଲ ଶିକ୍ଷାର ଦେଖାଶୁଣା ପାଇଁ ଯେଉଁ ନୀତି ନିୟମ କରଯାଇଥିଲା, ଯେଉଁ ସଂସ୍ଥା ସବୁ ନିର୍ମାଣ କରାଯାଇଥିଲା, ସେସବୁ ପୁରୁଣା ପଦ୍ଧତିରେ ହିଁ ଚାଲୁଥିଲା । ଏହା ନୂତନ ମେଡିକାଲ କଲେଜର ନିର୍ମାଣରେ ବାଧା ମଧ୍ୟ ସୃଷ୍ଟି କରୁଥିଲା।

ବିଗତ 7 ବର୍ଷରେ, ଗୋଟିଏ ପରେ ଗୋଟିଏ, ଏହିପରି ପ୍ରତ୍ୟେକ ପୁରୁଣା ବ୍ୟବସ୍ଥାକୁ ବଦଳାଯାଉଛି, ଯାହା ଡାକ୍ତରୀ ଶିକ୍ଷା ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏହାର ପରିଣାମ ମେଡିକାଲ ସିଟ୍ ସଂଖ୍ୟାରେ ମଧ୍ୟ ପ୍ରତିଫଳିତ ହେଉଛି । 2014 ପୂର୍ବରୁ ଆମ ଦେଶରେ ମେଡିକାଲ ସିଟ୍ ସଂଖ୍ୟା 90 ହଜାରରୁ କମ୍ ଥିଲା । ଗତ 7 ବର୍ଷ ମଧ୍ୟରେ ଦେଶରେ 60 ହଜାର ନୂତନ ମେଡିକାଲ ସିଟ୍ ବୃଦ୍ଧି କରାଯାଇଛି । ଏଠାରେ ମଧ୍ୟ ଉତ୍ତର ପ୍ରଦେଶରେ, 2017 ପର୍ଯ୍ୟନ୍ତ ସରକାରୀ ମେଡିକାଲ କଲେଜଗୁଡ଼ିକରେ କେବଳ 1900 ମେଡିକାଲ ସିଟ୍ ଥିଲା। ଡବଲ୍ ଇଞ୍ଜିନ୍ ସରକାରଙ୍କ ଅମଳରେ ଗତ ଚାରି ବର୍ଷ ମଧ୍ୟରେ ସେଥିରେ 1900ରୁ ଅଧିକ ସିଟ୍ ବୃଦ୍ଧି କରାଯାଇଛି।

ସାଥୀଗଣ,

ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି, ମେଡିକାଲ ସିଟ୍ ସଂଖ୍ୟା ବୃଦ୍ଧି କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅଧିକରୁ ଅଧିକ ଯୁବକ, ଏଠାରେ ଡାକ୍ତର ହୋଇପାରିବେ । ଗରୀବ ମା’ର ପୁଅ ଓ ଝିଅ ମଧ୍ୟ ଡାକ୍ତର ହେବା ଏବେ ଆହୁରି ସହଜ ହେବ । ସରକାରଙ୍କ ନିରନ୍ତର ପ୍ରୟାସର ପରିଣାମ ହେଉଛି ଯେ ସ୍ବାଧୀନତା ପରେ, 70 ବର୍ଷରେ ଯେତେ ସଂଖ୍ୟକ ଡାକ୍ତର ପାଠ ପଢି ବାହାରିଥିଲେ, ଆଗାମୀ 10-12 ବର୍ଷ ମଧ୍ୟରେ ତାହାଠାରୁ ଅଧିକ ସଂଖ୍ୟାରେ ଡାକ୍ତର ପ୍ରସ୍ତୁତ ହୋଇ ବାହାରିବେ।

ସାଥୀଗଣ,

ଯୁବକମାନଙ୍କୁ ସାରାଦେଶରେ ଭିନ୍ନ- ଭିନ୍ନ ପ୍ରବେଶିକା ପରୀକ୍ଷାର ଚିନ୍ତାରୁ ମୁକ୍ତ କରିବା ପାଇଁ ଗୋଟିଏ ଦେଶ, ଗୋଟିଏ ପରୀକ୍ଷା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ବାରା ମଧ୍ୟ ଖର୍ଚ୍ଚ ସଞ୍ଚୟ ହୋଇଛି ଏବଂ ସମସ୍ୟାକୁ ମଧ୍ୟ ହ୍ରାସ କରାଯାଇ ପାରିଛି । ଡାକ୍ତରୀ ଶିକ୍ଷା ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଉପଲବ୍ଧ ହେଉ, ଏଥିପାଇଁ ଘରୋଇ କଲେଜ ଗୁଡ଼ିକର ଦେୟ (ଫି’) ନିୟନ୍ତ୍ରଣ କରିବା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ଥାନୀୟ ଭାଷାରେ ଡାକ୍ତରୀ ଶିକ୍ଷାର ନ ହେବାରୁ ବହୁତ ସମସ୍ୟା ମଧ୍ୟ ଦେଖାଦେଇଥିଲା । ଏବେ ହିନ୍ଦୀ ସମେତ ଅନେକ ଭାରତୀୟ ଭାଷାରେ ଉନ୍ନତ ମାନର ଡାକ୍ତରୀ ଶିକ୍ଷାର ବିକଳ୍ପ ଦିଆଯାଇଛି । ଯେତେବେଳେ ଯୁବକମାନେ ନିଜ ମାତୃଭାଷାରେ ଶିକ୍ଷାଲାଭ କରନ୍ତି, ସେତେବେଳେ ସେମାନେ ସେମାନଙ୍କର କାର୍ଯ୍ୟ ଉପରେ ଏକ ଭଲ ଆଭିମୁଖ୍ୟ ଗ୍ରହଣ କରିନ୍ତି ।

ସାଥୀଗଣ,

ୟୁପି ଏହାର ସ୍ୱାସ୍ଥ୍ୟ ସୁବିଧାକୁ ଦ୍ରୁତ ଗତିରେ ସୁଧାରି ପାରିବ, ୟୁପିର ଲୋକମାନେ ଏହି କରୋନା କାଳରେ ମଧ୍ୟ ଏହା ପ୍ରମାଣିତ କରି ଦେଖାଇଛନ୍ତି । ଚାରି ଦିନ ପୂର୍ବେ ଦେଶ 100 କୋଟି ଡୋଜ୍ ଟିକାଦାନର ବଡ ଲକ୍ଷ୍ୟ ହାସଲ କରିଛି । ଆଉ ଏଥିରେ ୟୁପିର ମଧ୍ୟ ଏକ ବଡ଼ ଯୋଗଦାନ ରହିଛି। ମୁଁ  ୟୁପିର ସମସ୍ତ ଜନତା, କରୋନା ଯୋଦ୍ଧା, ସରକାର, ପ୍ରଶାସନ ଏବଂ ଏହା ସହ ଜଡିତ ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଉଛି । ଆଜି ଦେଶ ପାଖରେ 100 କୋଟି ଡୋଜ ଟିକାର ସୁରକ୍ଷା କବଚ ରହିଛି । ଏହା ସତ୍ତ୍ବେ ୟୁପି କରୋନାରୁ ସୁରକ୍ଷା ପାଇଁ ପ୍ରସ୍ତୁତିରେ ଲାଗି ରହିଛି।  ୟୁପିର ପ୍ରତ୍ୟେକ ଜିଲ୍ଲାରେ କରୋନା ସହିତ ମୁକାବିଲା କରିବା ପାଇଁ ଗୋଟିଏ ଶିଶୁ ଯତ୍ନ ୟୁନିଟ୍ ପ୍ରସ୍ତୁତ ହୋଇଛି ଅବା ଦ୍ରୁତ ଗତିରେ ପ୍ରସ୍ତୁତ ହେଉଛି। କୋଭିଡ ନମୂନା ପରୀକ୍ଷା କରିବାକୁ ଆଜି ୟୁପିରେ 60 ରୁ ଅଧିକ ପରୀକ୍ଷାଗାର ଅଛି । 500 ରୁ ଅଧିକ ନୂତନ ଅମ୍ଳଜାନ କାରଖାନା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି।

ସାଥୀଗଣ,

ଏହା ହିଁ ହେଉଛି ସମସ୍ତଙ୍କର ସହଯୋଗ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ (ସବକା ସାଥ୍, ସବକା​‌​‌ ବିକାଶ୍, ସବକା ବିଶ୍ୱାସ୍ ଓ ସବକା ପ୍ରୟାସ୍) ତାହାର ପଥ । ଯେତେବେଳେ ସମସ୍ତେ ସୁସ୍ଥ ରୁହିବେ, ଯେତେବେଳେ ସମସ୍ତଙ୍କୁ ସୁଯୋଗ ମିଳିବ, ସେତେବେଳେ ଯାଇ ସମସ୍ତଙ୍କର ପ୍ରୟାସ ଦେଶର କାର୍ଯ୍ୟରେ ଆସିବ । ଚଳିତ ଥର ଦିପାବଳୀ ଏବଂ ଛଟ୍ ପର୍ବ ପୂର୍ବାଞ୍ଚଳରେ ଆରୋଗ୍ୟର ଏକ ନୂତନ ବିଶ୍ୱାସ ନେଇ କରି ଆଣିଛି । ଏହି ବିଶ୍ୱାସ ଦ୍ରୁତ ବିକାଶର ଆଧାର ହେଉ, ଏହି କାମନା ସହିତ, ନୂତନ ମେଡିକାଲ କଲେଜ ପାଇଁ ସମଗ୍ର ୟୁପିକୁ ପୁଣି ଥରେ ବହୁତ ବହୁତ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଉଛି, ଆପଣମାନେ ମଧ୍ୟ ଏତେ ବଡ଼ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିଲେ, ଏଥିପାଇଁ ମୁଁ ବିଶେଷ ଭାବେ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି, ବହୁତ ବହୁତ  ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"