“କେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ କେଉଁ ପରିସ୍ଥିତିରେ ସର୍ଦ୍ଦାର ପଟେଲଙ୍କ ଉଦ୍ୟମରେ ମନ୍ଦିରର ନବୀକରଣ ହୋଇଥିଲା, ଉଭୟ ଏକ ବଡ ବାର୍ତ୍ତା ଦେଇଛି”
“ଆଜି ପର୍ଯ୍ୟଟନ କେନ୍ଦ୍ରର ବିକାଶ କେବଳ ସରକାରୀ ଯୋଜନାର ଏକ ଅଂଶ ନୁହେଁ, ବରଂ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଅଭିଯାନ । ଦେଶର ଐତିହ୍ୟ ସ୍ଥଳ ଏବଂ ଆମର ସାଂସ୍କୃତିକ ଐତିହ୍ୟର ବିକାଶ ଏହାର ଏକ ବଡ଼ ଉଦାହରଣ”
ଦେଶ ପର୍ଯ୍ୟଟନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖୁଛି । ପରିଷ୍କାର ପରିଚ୍ଛନ୍ନତା, ସୁବିଧା, ସମୟ ଏବଂ ଚିନ୍ତାଧାରା ଆଦି ପର୍ଯ୍ୟଟନ ଯୋଜନାରେ ଯାଉଛି
“ଆମର ଚିନ୍ତାଧାରା ଅଭିନବ ଏବଂ ଆଧୁନିକ ହେବା ଆବଶ୍ୟକ । କିନ୍ତୁ ସେହି ସମୟରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଆମର ପ୍ରାଚୀନ ଐତିହ୍ୟ ପାଇଁ ଆମେ କେତେ ଗର୍ବିତ”

ଜୟ ସୋମନାଥ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ପ୍ରଦେଶ ଭାଜପା ଅଧ୍ୟକ୍ଷ ଏବଂ ସଂସଦରେ ମୋର ସାଥୀ ଶ୍ରୀ ସି ଆର ପାଟିଲ୍ ମହାଶୟ, ଗୁଜରାଟ ସରକାରରେ ମନ୍ତ୍ରୀ ପୂର୍ଣ୍ଣେସ ମୋଦୀ, ଅରବିନ୍ଦ ରୟାନୀ, ଦେବାଭାଇ ମାଲମ, ଜୁନାଗଡ଼ର ସାଂସଦ ରାଜେଶ ଚୁଡ଼ାସମା, ସୋମନାଥ ମନ୍ଦିର ଟ୍ରଷ୍ଟର ଅନ୍ୟ ସଦସ୍ୟଗଣ, ଅନ୍ୟ ମହାନୁଭବ, ଦେବୀ ଓ ସଜ୍ଜନମଣ୍ଡଳୀ !

ଭଗବାନ ସୋମନାଥଙ୍କ ପୂଜାରେ ଆମର ଶାସ୍ତ୍ରରେ କୁହାଯାଇଛି –

ଭକ୍ତି ପ୍ରଦାନାୟ କୃପା ଅବତୀର୍ଣ୍ଣମ, ତମ୍ ସୋମନାଥମ୍ ଶରଣମ୍ ପ୍ରପଦ୍ୟେ ।।

ଅର୍ଥାତ୍ ଭଗବାନ ସୋମନାଥଙ୍କ କୃପା ମିଳିଥାଏ, କୃପାର ଭଣ୍ଡାର ଖୋଲି ଯାଇଥାଏ। ଗତ କିଛି ସମୟ ଧରି ଯେଉଁଭଳି ଏଠାରେ ଗୋଟିଏ ପରେ ଗୋଟିଏ ବିକାଶ କାର୍ଯ୍ୟ ହେଉଛି, ଏହା ସୋମନାଥ ଦେବଙ୍କ କୃପା ବଳରେ ହିଁ ହୋଇ ପାରୁଛି। ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ଭାବୁଛି ଯେ ସୋମନାଥ ଟ୍ରଷ୍ଟ ସହିତ ଜଡ଼ିତ ହେବା ପରେ ଏତେ ସବୁ ଉନ୍ନତିମୂଳକ କାର୍ଯ୍ୟକୁ ମୁଁ ଦେଖିପାରୁଛି। କିଛି ମାସ ପୂର୍ବେ ଏଠାରେ ଏକ୍‌ଜିବିସନ ଗ୍ୟାଲେରୀ ଏବଂ ପ୍ରୋମେନେଡ୍ ସମେତ ଅନେକ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କରାଯାଇଥିଲା। ପାର୍ବତୀ ମନ୍ଦିରର ଶିଳାନ୍ୟାସ ମଧ୍ୟ କରାଯାଇଥିଲା। ଏବଂ ଆଜି ସୋମନାଥ ସର୍କିଟ ହାଉସର ଲୋକାର୍ପଣ ମଧ୍ୟ କରାଯାଉଛି। ମୁଁ ଏହି ଗୁରୁତ୍ବପୂର୍ଣ୍ଣ ଅବସରରେ ଗୁଜରାଟ ସରକାରଙ୍କୁ, ସୋମନାଥ ମନ୍ଦିର ଟ୍ରଷ୍ଟଙ୍କୁ ଏବଂ ଆପଣ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଏଠାରେ ସର୍କିଟ୍ ହାଉସର ଅଭାବ ରହିଥିଲା। ଯେତେବେଳେ ଏଠାରେ ସର୍କିଟ୍ ହାଉସ ନଥିଲା, ସେତେବେଳେ ବାହାରୁ ଆସୁଥିବା ଲୋକମାନଙ୍କର ରହିବାର ବ୍ୟବସ୍ଥା କରିବା ପାଇଁ ମନ୍ଦିର ଟ୍ରଷ୍ଟ ଉପରେ ବହୁତ ଚାପ ପଡ଼ୁଥିଲା। ଏବେ ଏହି ସର୍କିଟ୍ ହାଉସ ହେବା ପରେ, ଏକ ସ୍ବତନ୍ତ୍ର ବ୍ୟବସ୍ଥା ହେବା ପରେ, ଯାହାକି ମନ୍ଦିରର ଖୁବ ନିକଟରେ ରହିଛି ଏବଂ ଏହାଦ୍ବାରା ମନ୍ଦିର ଉପରେ ଯେଉଁ ଚାପ ରହୁଥିଲା ତାହା ମଧ୍ୟ କମ୍ ହୋଇଯିବ। ଏବେ ସେମାନେ ନିଜର ମନ୍ଦିର କାମରେ ଅଧିକ ଧ୍ୟାନ ଦେଇପାରିବେ। ମୋତେ କୁହାଯାଇଛି ଯେ ଯେ ଏହି ଭବନକୁ ଏପରି ଭାବରେ କରାଯାଇଛି ଯେପରି ଏଠାରେ ରହୁଥିବା ବ୍ୟକ୍ତିମାନଙ୍କୁ ସି ଭ୍ୟୁ ମଧ୍ୟ ମିଳିପାରିବ। ଅର୍ଥାତ୍ ଲୋକମାନେ ଯେତେବେଳେ ଏଠାରେ ଶାନ୍ତିରେ ନିଜର କକ୍ଷରେ ବସିବେ, ସେତେବେଳେ ସେମାନଙ୍କୁ ସମୁଦ୍ରରର ତରଙ୍ଗ ମଧ୍ୟ ଦେଖାଯିବ ଏବଂ ସୋମନାଥଙ୍କ ଶିଖର ମଧ୍ୟ ଦେଖାଯିବ ! ସମୁଦ୍ର ଲହରୀରେ, ସୋମନାଥ ଶିଖରରେ, ତାହାକୁ ସମୟକୁ ଅତିକ୍ରମ କରି ଗୌରବାନ୍ବିତ ଭାବରେ ଛିଡ଼ା ହୋଇଥିବା ଭାରତର ଚେତନା ମଧ୍ୟ ଦେଖାଯିବ। ଏହି ବହୁଥିବା ସୁବିଧା କାରଣରୁ ଭବିଷ୍ୟତରେ ଦୀବ୍ ହେଉ, ଗିର ହେଉ, ଦ୍ବାରକା ହେଉ, ବେଦ ଦ୍ବାରକା ହେଉ, ଏହି ସମଗ୍ର କ୍ଷେତ୍ରରେ ଯେଉଁ ଯାତ୍ରୀ ଆସିବେ, ସୋମନାଥକୁ ଏକ ପ୍ରକାର ଭାବରେ ଏହାକୁ ସମ୍ପୂର୍ଣ୍ଣ ଟୁରିଜିମ୍ ସେକ୍ଟରର ଏକ ସେଣ୍ଟର ପଏଣ୍ଟ ହୋଇଯିବ। ଏକ ବହୁତ ବଡ଼ ମହତ୍ତ୍ବପୂର୍ଣ୍ଣ ଶକ୍ତି କେନ୍ଦ୍ର ହୋଇଯିବ।

ବନ୍ଧୁଗଣ,

ଯେତେବେଳେ ଆମେ ଆମର ସଭ୍ୟତାର ଆହ୍ବାନପୂର୍ଣ୍ଣ ଯାତ୍ରାରେ ନଜର ପକାଇବା, ସେତେବେଳେ ଆମେ ଜାଣିପାରିବା ଯେ ଭାରତ ଶହ ଶହ ବର୍ଷର ପରାଧୀନତାରେ କେଉଁ ପରିସ୍ଥିତି ଦେଇ ଗତି କରିଛି। ଯେଉଁ ପରିସ୍ଥିତିରେ ସୋମନାଥ ମନ୍ଦିରକୁ ନଷ୍ଟ କରାଯାଇଥିଲା, ଏବଂ ଯେଉଁ ପରିସ୍ଥିତିରେ ସରଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରଚେଷ୍ଟାରେ ମନ୍ଦିରର ପୁନଃଉଦ୍ଧାର ହୋଇଛି ତାହା ଆମ ପାଇଁ ଏକ ବଡ଼ ବାର୍ତ୍ତା ଅଟେ। ଆଜି ସ୍ବାଧୀନତାର ଅମୃତ ମହୋତ୍ସବରେ ଆମେ ଦେଶର ଅତୀତରୁ ଯାହା ଶିଖିବାକୁ ଚାହୁଁଛୁ, ସୋମନାଥଙ୍କ ପରି ଆସ୍ଥା ଏବଂ ସଂସ୍କୃତି ସ୍ଥଳ, ତାହାର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଅଟେ।

ବନ୍ଧୁଗଣ,

ଅଲଗା ଅଲଗା ରାଜ୍ୟରୁ, ଦେଶ ଓ ଦୁନିଆଁର ଭିନ୍ନ ଭିନ୍ନ କୋଣରୁ, ସୋମନାଥ ମନ୍ଦିରରେ ଦର୍ଶନ କରିବା ପାଇଁ ପ୍ରତି ବର୍ଷ ପ୍ରାୟ ଏକ କୋଟି ଭକ୍ତ ଆସିଥାନ୍ତି। ଏହି ଭକ୍ତମାନେ ଯେତେବେଳେ ଏଠାରୁ ଫେରିଥାନ୍ତି, ସେତେବେଳେ ସେମାନଙ୍କ ସହିତ ଅନେକ ଅନୁଭବ, ଅନେକ ନୂଆ ବିଚାର, ଏକ ନୂଆ ଚିନ୍ତାଧାରା ନେଇ ଯାଇଥାନ୍ତି। ଏଥିପାଇଁ ଏକ ଯାତ୍ରା ଯେତେ ଗୁରୁତ୍ବପୂର୍ଣ୍ଣ ଅଟେ ତାହା ଠାରୁ ଗୁରୁତ୍ବପୂର୍ଣ୍ଣ ତାହାର ଅନୁଭବ ଅଟେ। ତୀର୍ଥ ଯାତ୍ରା ସମୟରେ ଆମେ ଚାହିଁଥାଉ ଯେ ଆମର ମନ ଭଗବାନଙ୍କ ଠାରେ ହିଁ ରହୁ, ଯାତ୍ରା ସମ୍ବନ୍ଧିତ ଅନ୍ୟ କିଛି ସମସ୍ୟା ସୃଷ୍ଟି ନହେଉ ବା ଅସୁବିଧା ନହେଉ। ସରକାର ଏବଂ ସଂସ୍ଥାର ପ୍ରୟାସ କିପରି ଅନେକ ତୀର୍ଥକୁ ଉନ୍ନତି କରିଛି ସୋମନାଥ ମନ୍ଦିର ଏହାର ଏକ ଜୀବନ୍ତ ଉଦାହରଣ ଅଟେ। ଆଜି ଏଠାକୁ ଆସୁଥିବା ଭକ୍ତଙ୍କ ପାଇଁ ରହିବା ପାଇଁ ଉନ୍ନତ ବ୍ୟବସ୍ଥା ରହିଛି। ସଡ଼କ ଓ ଟ୍ରାନସପୋର୍ଟ ସୁବିଧାରେ ବୃଦ୍ଧି ହେଉଛି। ଏଠାରେ ଉନ୍ନତ ପ୍ରୋମେନାଡ୍ ବିକଶିତ କରାଯାଇଛି, ପାର୍କିଂ ସୁବିଧା କରାଯାଇଛି, ଟୁରିଷ୍ଟ ଫାସିଲିଟେସନ ସେଣ୍ଟର କରାଯାଇଛି, ପରିଷ୍କାର ପରିଚ୍ଛନ୍ନତା ପାଇଁ ୱେଷ୍ଟ ମ୍ୟାନେଜମେଣ୍ଟର ଆଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏକ ଆକର୍ଷଣୀୟ ପିଲିଗ୍ରିମ ପ୍ଲାଜା ଏବଂ କମ୍ପଲେକ୍ସର ପ୍ରସ୍ତାବ ମଧ୍ୟ ଏହାର ଅନ୍ତିମ ପର୍ଯ୍ୟାୟରେ ରହିଛି। ଆମେ ଜାଣିଛୁ ଏବେ ଆମର ପୂର୍ଣ୍ଣେସ ଭାଇ ଏହା ବିଷୟରେ ସୂଚନା ମଧ୍ୟ ଦେଉଥିଲେ। ମା ଅମ୍ବାଜଙ୍କ ମନ୍ଦିରରେ ମଧୟ ଏହି ପ୍ରକାରର ବିକାଶ ଓ ଯାତ୍ରୀ ସୁବିଧାର ନିର୍ମାଣ ପାଇଁ ବିଚାର ଜାରି ରହିଛି। ଦ୍ବାରିକାଧୀଶ ମନ୍ଦିର, ରୁକ୍ମଣୀ ମନ୍ଦିର ଏବଂ ଗୋମତୀଘାଟ ସମେତ ଏହିପରି ଅନେକ ବିକାଶ କାର୍ଯ୍ୟକୁ ଆମେ ସମାପ୍ତ କରିସାରିଛୁ। ଏହା ଯାତ୍ରୀମାନଙ୍କୁ ସୁବିଧା ମଧ୍ୟ ପ୍ରଦାନ କରୁଛି ଏବଂ ଗୁଜରାଟର ସାଂସ୍କୃତିକ ପରିଚୟ ମଧ୍ୟ ମଜବୁତ କରୁଛି।

ମୁଁ ଏହି ଉପଲବ୍ଧି ମଧ୍ୟରେ ଗୁଜରାଟର ସମସ୍ତ ଧାର୍ମିକ ଏବଂ ସାମାଜିକ ସଙ୍ଗଠନକୁ ମଧ୍ୟ ଏହି ଅବସରରେ ନିଶ୍ଚିତ ଭାବରେ ସାଧୁବାଦ ଦେଉଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଆପଣଙ୍କ ଦ୍ବାରା ବ୍ୟକ୍ତିଗତ ସ୍ତରରେ ଯେଉଁ ପ୍ରକାର ବିକାଶ ଓ ସେବାର କାମ କରାଯାଉଛି, ସେସବୁ ମୋ ଦୃଷ୍ଟିରେ ସଭିଙ୍କ ପ୍ରୟାସ ଭାବନାର ଏକ ଉତ୍ତମ ଉଦାହରଣ ଅଟେ। ସୋମନାଥ ମନ୍ଦିର ଟ୍ରଷ୍ଟ କରୋନାର ଜଟିଳ ପରିସ୍ଥିତି ମଧ୍ୟରେ ଯେଉଁଭଳି ଭାବରେ ଯାତ୍ରୀଙ୍କର ଯତ୍ନ ନେଇଛି, ସମାଜର ଦାୟୀତ୍ବ ଗ୍ରହଣ କରିଛି, ସେଥିରେ ଜୀବ ହିଁ ଶିବର ଆମର ବିଚାରର ଦର୍ଶନ ରହିଛି।

ବନ୍ଧୁଗଣ,

ଆମେ ଦୁନିଆଁର ଅନେକ ଦେଶ ବିଷୟରେ ଶୁଣୁଛୁ ଯେ ତାଙ୍କର ଅର୍ଥ ବ୍ୟବସ୍ଥାରେ ପର୍ଯ୍ୟଟନର ଯୋଗଦାନ କେତେ ଅଧିକ ରହିଛି, ଏହାକୁ ବହୁତ ପ୍ରମୁଖତା ସହିତ ଦର୍ଶା ଯାଇଥାଏ। ଆମର ଏଠାରେ ତ ପ୍ରତି ରାଜ୍ୟରେ, ପ୍ରତି କ୍ଷେତ୍ରରେ, ଦୁନିଆଁର ଗୋଟିଏ ଗୋଟିଏ ଦେଶରେ ଯେତିକି ଶକ୍ତି ରହିଛି ତାହାର ଆମର ଗୋଟିଏ ଗୋଟିଏ ରାଜ୍ୟରେ ରହିଛି। ଏହିପରି ଅନେକ ସମ୍ଭାବନା ରହିଛି। ଆପଣ ଯେକୌଣସି ରାଜ୍ୟର ନାମ ନିଅନ୍ତୁ, ସର୍ବ ପ୍ରଥମେ ମନରେ କଣ ଆସିଥାଏ? ଗୁଜରାଟର ନାମ ନେଲେ ସୋମନାଥ, ଦ୍ବାରିକା, ଷ୍ଟାଚ୍ୟୁ ଅଫ୍ ୟୁନିଟି, ଧୋଲାବିରା, କଛର ରଣ, ଏହିପରି ଅଦ୍‌ଭୁତ ସ୍ଥାନ ମନରେ ଆସିଥାଏ। ୟୁପିର ନାମ ନେଲେ ଅଯୋଧ୍ୟା, ମଥୁରା, କାଶୀ, ପ୍ରୟାଗ, କୁଶୀନଗର, ବିନ୍ଧ୍ୟାଞ୍ଚଳ ପରି ଅନେକ ନାମ ଆମର ମାନସ ପଟ୍ଟରେ ଆସି ଯାଇଥାଏ। ଉତ୍ତରାଖଣ୍ଡ ତ ଦେବଭୂମି ଅଟେ। ବଦ୍ରିନାଥ, କେଦାରନାଥ ସେଠାରେ ହିଁ ଅଛନ୍ତି। ହିମାଚଳ ପ୍ରଦେଶ କଥା କହିବା ତ, ମା ଜ୍ବାଲାଦେବୀ ସେଠାରେ ରହିଛନ୍ତି, ମା ନୟନାଦେବୀ ମଧ୍ୟ ସେଠାରେ ରହିଛନ୍ତି, ସମ୍ପୂର୍ଣ୍ଣ ପୂର୍ବୋତ୍ତର ଦୈବୀ ଓ ପ୍ରାକୃତିକ ଆଭାରେ ପରିପୂର୍ଣ୍ଣ ଅଟେ। ଏହିପରି ରାମେଶ୍ବରମ ଯିବା ପାଇଁ ତାମିଲନାଡ଼ୁ, ପୁରୀ ଯିବା ପାଇଁ ଓଡ଼ିଶା, ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଆନ୍ଧ୍ର ପ୍ରଦେଶ, ସିଦ୍ଧିବିନାୟକଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ର, ସବରୀମାଳା ପାଇଁ କେରଳର ନାମ ଜଣାଶୁଣା ଅଟେ। ଆପଣ ଯେକୌଣସି ରାଜ୍ୟର ନାମ ନେବେ, ତୀର୍ଥାଟନ ଓ ପର୍ଯ୍ୟଟନ ସହିତ ଅନେକ ସ୍ଥାନ ଆମର ମନକୁ ଆସିଯିବ। ଏହି ସ୍ଥାନ ଆମର ରାଷ୍ଟ୍ରୀୟ ଏକତାର, ଏକ ଭାରତ, ଶ୍ରେଷ୍ଠ ଭାରତ ର ଭାବନାର ପ୍ରତିନିଧିତ୍ବ କରିଥାଏ। ଏହି ସ୍ଥାନକୁ ଯାତ୍ରା, ଜାତୀୟ ଏକତାକୁ ବଢ଼ାଇ ଥାଏ। ଆଜି ଦେଶ ଏହି ସ୍ଥାନ ଗୁଡ଼ିକୁ ସମୃଦ୍ଧିର ଏକ ମଜବୁତ ସ୍ରୋତ ଭାବରେ ମଧ୍ୟ ଦେଖୁଛି। ଏହାର ବିକାଶ ଦ୍ବାରା ଆମେ ଏକ ବଡ଼ କ୍ଷେତ୍ରର ବିକାଶକୁ ଗତି ଦେଇ ପାରିବା।

ବନ୍ଧୁଗଣ,

ଗତ 7 ବର୍ଷରେ ଦେଶ ପର୍ଯ୍ୟଟନର ସମ୍ଭାବନାକୁ ସାକାର କରିବା ପାଇଁ କ୍ରମାଗତ ଭାବରେ କାମ କରୁଛି। ପର୍ଯ୍ୟଟନ କେନ୍ଦ୍ରର ଏହି ବିକାଶ ଆଜି କେବଳ ସରକାରୀ ଯୋଜନାର ଅଂଶ ହୋଇ ରହି ନାହିଁ, ବରଂ ଜନସହଭାଗୀତାର ଏକ ଅଭିଯାନ ଅଟେ। ଦେଶର ହେରିଟେଜ୍ ସାଇଟ୍‌ସ, ଆମର ସାଂସ୍କୃତିକ ସ୍ଥାନ ଗୁଡ଼ିକର ବିକାଶ ଏହାର ଏକ ବଡ଼ ଉଦାହରଣ ଅଟେ। ପୂର୍ବରୁ ଯେଉଁ ହେରିଟେଜ୍ ସାଇଟ୍‌ସ ଉପେକ୍ଷିତ ହୋଇ ରହିଥିଲା, ସେଗୁଡ଼ିକୁ ଆଜି ସମସ୍ତଙ୍କ ପ୍ରୟାସରେ ବିକଶିତ କରାଯାଉଛି। ପ୍ରାଇଭେଟ ସେକ୍ଟର ମଧ୍ୟ ଏଥିରେ ସହଯାଗ ପାଇଁ ଆଗକୁ ଆସିଛନ୍ତି। ଅତୁଲ୍ୟ ଭାରତ ଏବଂ ଦେଖୋ ଅପନା ଦେଶ ଅଭିଯାନ ଆଜି ଦେଶର ଗୌରବକୁ ଦୁନିଆଁ ସମ୍ମୁଖରେ ରଖିଛି ଓ ପର୍ଯ୍ୟଟନର ବିକାଶ କରୁଛି।

ସ୍ବଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ଦେଶରେ 15 ଥିମ୍ ବେସଡ୍‌ ଟୁରିଷ୍ଟ ସର୍କିଟ୍‌ସ ମଧ୍ୟ ବିକଶିତ କରାଯାଉଛି। ଏହି ସର୍କିଟ୍ ନା କେବଳ ଦେଶର ଭିନ୍ନ ଭିନ୍ନ ଅଂଶକୁ ପରସ୍ପର ସହିତ ସଂଯୁକ୍ତ କରୁଛନ୍ତି, ବରଂ ପର୍ଯ୍ୟଟନକୁ ନୂତନ ପରିଚୟ ପ୍ରଦାନ କରି ସୁଗମ ମଧ୍ୟ କରୁଛି। ରାମାୟଣ ସର୍କିଟ୍ ମାଧ୍ୟମରେ ଆପଣ ଭଗବାନ ରାମଙ୍କ ସହିତ ଜଡ଼ିତ ଯେତେ ସ୍ଥାନ ରହିଛି, ଭଗବାନ ରାମଙ୍କ ସହିତ ଯେଉଁ ଯେଉଁ ବିଷୟର ଉଲ୍ଲେଖ କରାଯାଇଥାଏ, ସେହି ସବୁ ସ୍ଥାନକୁ ଗୋଟିଏ ପରେ ଗୋଟିଏ ଦର୍ଶନ କରିପାରିବେ। ଏଥିପାଇଁ ରେଳ ଦ୍ବାରା ବିଶେଷ ରେଳ ମଧ୍ୟ ଆରମ୍ଭ କରାଯାଇଛି, ଏବଂ ମୋତେ ଜଣାଯାଇଛି ଏହା ବହୁତ ଲୋକପ୍ରିୟ ହୋଇପାରିଛି।

ଏକ ସ୍ପେଶାଲ ଟ୍ରେନ କାଲି ଠାରୁ ଦିବ୍ୟ କାଶୀ ଯାତ୍ରା ପାଇଁ ଦିଲ୍ଲୀ ଠାରୁ ଆରମ୍ଭ ହେବାକୁ ଯାଉଛି। ବୁଦ୍ଧ ସର୍କିଟ୍ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭଗବାନ ବୁଦ୍ଧଙ୍କ ସମସ୍ତ ସ୍ଥାନରେ ପହଞ୍ଚିବା ସୁଗମ କରିପାରିଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମକୁ ମଧ୍ୟ ସହଜ କରାଯାଇଛି ଯାହାର ଲାଭ ମଧ୍ୟ ଦେଶକୁ ମିଳିବ। ଏବେ କୋଭିଡ୍ କାରଣରୁ କିଛି ସମସ୍ୟା ନିଶ୍ଚିତ ଭାବରେ ସୃଷ୍ଟି ହୋଇଛି କିନ୍ତୁ ମୋର ବିଶ୍ବାସ ରହିଛି, ସଂକ୍ରମଣ କମ୍ ହେବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ପୁଣି ଥରେ ଦ୍ରୁତ ଭାବରେ ବୃଦ୍ଧି ହେବ। ସରକାର ଯେଉଁ ଟିକାକରଣ ଅଭିଯାନ ଚଲାଇଛନ୍ତି, ସେଥିରେ ମଧ୍ୟ ଏହି ବିଷୟର ବିଶେଷ ଧ୍ୟାନ ରଖାଯାଇଛି ଯେ ଆମର ଟୁରିଷ୍ଟ ଷ୍ଟେସନରେ ପ୍ରାଥମିକତା ଆଧାରରେ ସଭିଙ୍କୁ ଟିକା ଦିଆଯିବ। ଗୋଆ, ଉତ୍ତରାଖଣ୍ଡ, ପରି ରାଜ୍ୟରେ ତ ଆମେ ଦ୍ରୁତ ଗତିରେ କାମ କରିଛୁ।

ବନ୍ଧୁଗଣ,

ଆଜି ଦେଶର ପର୍ଯ୍ୟଟନର ସମଗ୍ର ଭାବରେ, ହୋଲିଷ୍ଟିକ ୱେ ଭାବରେ ଦେଖା ଯାଉଛି। ଆଜିର ସମୟରେ ପର୍ଯ୍ୟଟନ ବଢ଼ାଇବା ପାଇଁ ଚାରିଟି ବିଷୟ ଆବଶ୍ୟକ। ପ୍ରଥମେ ସ୍ବଚ୍ଛତା – ପ୍ରଥମେ ଆମର ପର୍ଯ୍ୟଟନ ସ୍ଥଳ, ପବିତ୍ର ତୀର୍ଥସ୍ଥଳ ମଧ୍ୟ ଅସ୍ବଚ୍ଛ ରହୁଥିଲା। ଆଜି ସ୍ବଚ୍ଛ ଭାରତ ଅଭିଯାନ ହେତୁ ଏହି ଚିତ୍ର ବଦଳି ଯାଇଛି। ସ୍ବଚ୍ଛତା ବୃଦ୍ଧି ହେବା ସହିତ, ପର୍ଯ୍ୟଟନରେ ମଧ୍ୟ ବୃଦ୍ଧି ପାଉଥିବା ଦେଖା ଯାଉଛି। ପର୍ଯ୍ୟଟନ ବଢ଼ାଇବା ପାଇଁ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସୁବିଧା। କିନ୍ତୁ ସୁବିଧାର ସୀମା ମଧ୍ୟରେ କେବଳ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ। ପରିବହନ, ଇଣ୍ଟରନେଟ ସହିତ ସୂଚନାର ସୁବିଧା, ମେଡିକାଲ୍ ବ୍ୟବସ୍ଥାର ସୁବିଧା ମଧ୍ୟ ରହିଥିବା ଆବଶ୍ୟକ। ଏବଂ ଏହି ଦିଗରେ ଦେଶରେ ସବୁ ଦିଗରେ କାମ ହେଉଛି।

ବନ୍ଧୁଗଣ,

ପର୍ଯ୍ୟଟନକୁ ବୃଦ୍ଧି କରିବାର ତୃତୀୟ ମହତ୍ତ୍ବପୂର୍ଣ୍ଣ ଦିଗ ହେଉଛି ସମୟ। ଆଜିକାଲି ଟ୍ବେଣ୍ଟି-ଟ୍ବେଣ୍ଟିର ସମୟ ଚାଲିଛି। ଲୋକମାନେ କମରୁ କମ୍ ସମୟରେ ଅଧିକରୁ ଅଧିକ ସ୍ଥାନ କଭର କରିବାକୁ ଚାହୁଁଛନ୍ତି। ଆଜି ଦେଶରେ ଯେଉଁ ହାଇୱେ, ଏକ୍ସପ୍ରେସୱେ ତିଆରି ହେଉଛି, ଆଧୁନିକ ଟ୍ରେନ ଗୁଡ଼ିକ ଚାଲୁଛି, ନୂଆ ଏୟାରପୋର୍ଟ ସବୁ ଆରମ୍ଭ ହେଉଛି, ସେଥିରେ ଏହାକୁ ବହୁତ ସହାୟତା ମିଳୁଛି। ଉଡ଼ାନ ଯୋଜନା କାରଣରୁ ବିମାନ ଭଡ଼ା ବହୁତ କମ୍ ହୋଇଛି। ଅର୍ଥାତ ଯାତ୍ରାର ସମୟ ଯେତେ ହ୍ରାସ ହେଉଛି ଖର୍ଚ୍ଚ ମଧ୍ୟ କମ୍ ହେଉଛି, ସେହଭଳି ପର୍ଯ୍ୟଟନର ମଧ୍ୟ ବୃଦ୍ଧି ହେଉଛି। ଯଦି ଆମେ ଗୁଜରାଟର ଉଦାହରଣ ନେବା, ତେବେ ଏଠାରେ ବନାସକାଣ୍ଠାରେ ଅମ୍ବାଜୀଙ୍କ ଦର୍ଶନ ପାଇଁ ପାୱାଗଡ଼ରେ କାଲିକା ମାତାଙ୍କ ଦର୍ଶନ ପାଇଁ, ଗିରନାରରେ ଏବେ ରୋପ-ୱେ ମଧ୍ୟ ହୋଇ ଯାଇଛି, ସତପୁଡ଼ାରେ ସମୁଦାୟ ଚାରିଟି ରୋପୱେ କାମ କରୁଛି। ଏହି ରୋପୱେ ଆରମ୍ଭ ହେବା ପରେ ପର୍ଯ୍ୟଟକଙ୍କ ସୁବିଧାରେ ବୃଦ୍ଧି ହୋଇଛି ଏବଂ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଦେଖା ଯାଇଛି। ବର୍ତ୍ତମାନ କରୋନା କାରଣରୁ ବହୁତ କିଛି କାମ ଅଟକି ରହିଛି, କିନ୍ତୁ ଆମେ ଦେଖିଛୁ ଯେ ଯେତେବେଳେ ସ୍କୁଲ କଲେଜର ଯେଉଁ ବିଦ୍ୟାର୍ଥୀ ଏଜୁକେସନ ଟୁରରେ ଯାଇଥାନ୍ତି, ତାଙ୍କୁ ମଧ୍ୟ ଐତିହାସିକ ସ୍ଥାନ ବହୁତ କିଛି ଶିଖାଇଥାନ୍ତି। ଯେତେବେଳେ ସାରା ଦେଶରେ ଏପରି ସ୍ଥାନରେ ସୁବିଧା ବୃଦ୍ଧି ହେଉଛି, ସେତେବେଳେ ଛାତ୍ରମାନଙ୍କୁ ମଧ୍ୟ ଶିଖିବା, ବୁଝିବା ସହଜ ହେବ ଏବଂ ତାଙ୍କର ଦେଶ ସହିତ ଆତ୍ମୀୟତା ମଧ୍ୟ ବୃଦ୍ଧି ପାଇବ।

ବନ୍ଧୁଗଣ,

ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଚତୁର୍ଥ ଓ ମହତ୍ତ୍ବପୂର୍ଣ୍ଣ ବିଷୟଟି ହେଉଛି – ଆମର ଚିନ୍ତାଧାରା। ଆମର ଚିନ୍ତାଧାରା ଇନୋଭେଟିଭ୍ ଓ ଆଧୁନିକ ହେବା ଆବଶ୍ୟକ। କିନ୍ତୁ ଏହା ସହିତ ଆମକୁ ଆମର ପ୍ରାଚୀନ ସ୍ଥାନ ଉପରେ କେତେ ଗର୍ବ ରହିଛି ତାହା ଅଧିକ ଗୁରୁତ୍ବପୂର୍ଣ୍ଣ। ଆମ ନିକଟରେ ଏହି ଗୌରବ ଭାବନା ରହିଛି ତେଣୁ ଆମେ ଭାରତରୁ ଚୋରି ହୋଇଥିବା ଅନେକ ମୂର୍ତ୍ତି, ପୁରୁଣା ଧରୋହରକୁ ସାରା ଦୁନିଆଁରୁ ଫେରାଇ ଆଣୁଛୁ। ଆମ ପାଇଁ ଆମର ପୂର୍ବପୁରୁଷ ବହୁତ କିଛି ଛାଡ଼ି ଯାଇଛନ୍ତି। କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଆମର ଧାର୍ମିକ ସାଂସ୍କୃତିକ ପରିଚୟ ଉପରେ କଥା ହେବା ପାଇଁ ସଙ୍କୋଚ କରାଯାଉଥିଲା। ସ୍ବାଧୀନତା ପରେ କିଛି ନିର୍ଦ୍ଦିଷ୍ଟ ପରିବାରର ହିଁ ନବ ନିର୍ମାଣ ହୋଇଛି। କିନ୍ତୁ ଆଜି ଦେଶ ଏହି ସଂକିର୍ଣ୍ଣ ଚିନ୍ତାଧାରାକୁ ପଛରେ ଛାଡ଼ି ନୂଆ ଗୌରବ ସ୍ଥଳର ନିର୍ମାଣ କରୁଛନ୍ତି , ସେଗୁଡ଼ିକୁ ଭବ୍ୟତା ପ୍ରଦାନ କରୁଛନ୍ତି। ଆମର ସରକାର ଦିଲ୍ଲୀରେ ବାବା ସାହେବ ମେମୋରିଆଲର ନିର୍ମାଣ କରିଛନ୍ତି। ଆମ ସରକାର ହିଁ ରାମେଶ୍ବରମରେ ଏପିଜେ ଅବଦୁଲ କଲାମ ସ୍ମାରକ ନିର୍ମାଣ କରିଛନ୍ତି। ଏହିପରି, ନେତାଜୀ ସୁବାଶଚନ୍ଦ୍ର ବୋସ ଏବଂ ଶ୍ୟାମଜୀ କୃଷ୍ଣ ବର୍ମା ମହାପୁରୁଷଙ୍କ ସହିତ ସମ୍ବନ୍ଧିତ ସ୍ଥାନକୁ ଭବ୍ୟତା ପ୍ରଦାନ କରାଯାଇଛି। ଆମର ଆଦିବାସୀ ସମାଜର ଗୌରବମୟ ଇତିହାସକୁ ସମ୍ମୁଖକୁ ଆଣିବା ପାଇଁ ସାରା ଦେଶରେ ଆଦିବାସୀ ମ୍ୟୁଜିୟମ ମଧ୍ୟ ପ୍ରସ୍ତୁତ କରାଯାଉଛି। ଆଜି କେୱଡିଆ ଠାରେ ପ୍ରସ୍ତୁତ ଷ୍ଟାଚ୍ୟୁ ଅଫ୍ ୟୁନିଟି ସମଗ୍ର ଦେଶର ଗୌରବ ଅଟେ। କରୋନା ସମୟ ଆରମ୍ଭ ହେବା ପୂର୍ବରୁ ବହୁତ କମ୍ ସମୟରେ 45 ଲକ୍ଷରୁ ଅଧିକ ଲୋକ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖି ସାରିଥିଲେ। କରୋନା ସମୟ ସତ୍ତ୍ବେ ଏବେ ପର୍ଯ୍ୟନ୍ତ 75 ଲକ୍ଷରୁ ଅଧିକ ଲୋକ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବାକୁ ଆସିଛନ୍ତି। ଆମର ନବ ନିର୍ମିତ ସ୍ଥଳର ଏହା ହେଉଛି ସାମର୍ଥ୍ୟ ଓ ଆକର୍ଷଣ। ଆଗାମୀ ସମୟରେ ଏହି ପ୍ରଚେଷ୍ଟା ପର୍ଯ୍ୟଟନ ସହିତ ଆମର ପରିଚୟକୁ ମଧ୍ୟ ଏକ ନୂତନ ସଫଳତା ପ୍ରଦାନ କରିବ।

ଏବଂ ବନ୍ଧୁଗଣ,

ଯେତେବେଳେ ମୁଁ ଭୋକାଲ୍ ଫର ଲୋକାଲ୍ ବିଷୟରେ କହୁଛି, ସେତେବେଳେ କିଛି ଲୋକଙ୍କୁ ଲାଗିଲା ଯେ ମୋଦିଙ୍କର ଭୋକାଲ୍ ଫର ଲୋକାଲ୍ ଅର୍ଥ ହେଉଛି ଦୀପାବଳି ସମୟରେ ଦୀପ କେଉଁଠାରୁ କିଣିବେ। ଏହାକୁ ଏତେ ସୀମିତ ସ୍ତରରେ ଚିନ୍ତା କରନ୍ତୁ ନାହିଁ। ଯେତେବେଳେ ମୁଁ ଭୋକାଲ୍ ଫର ଲୋକାଲ୍ କହୁଛି ସେତେବେଳେ ଏହା ମଧ୍ୟରେ ଟୁରିଜିମ୍ ମଧ୍ୟ ଆସୁଛି। ମୋର ସର୍ବଦା ଆଗ୍ରହ ରହିଛି ଯେ ଯଦି ପରିବାରରେ ପିଲାମାନେ ବିଦେଶ ଯିବାକୁ ଚାହୁଁଛନ୍ତି, ଦୁବାଇ, ସିଙ୍ଗାପୁର ଯିବାକୁ ଚାହୁଁଛନ୍ତି, କିନ୍ତୁ ବିଦେଶ ଯିବାକୁ ଯୋଜନା କରିବା ପୂର୍ବରୁ ପ୍ରଥମେ ଭାରତର 15-20 ଟି ପ୍ରସିଦ୍ଧ ସ୍ଥାନ ଦେଖିବା ପାଇଁ ପରିବାରରେ ନିଷ୍ପତ୍ତି ନିଅନ୍ତୁ। ପ୍ରଥମେ ଭାରତକୁ ଦେଖିବା, ଏହପାରେ ଦୁନିଆଁର ଆଉ କୌଣସି ସ୍ଥାନକୁ ଯିବା।

ବନ୍ଧୁଗଣ,

ଆମକୁ ଆମ ଜୀବନର ପ୍ରତି କ୍ଷେତ୍ରରେ ଭୋକାଲ୍ ଫର ଲୋକାଲକୁ ଆପଣାଇବାକୁ ହେବ। ଦେଶକୁ ସମୃଦ୍ଧ କରିବାକୁ ହେବ, ଦେଶର ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ, ଏହି ରାସ୍ତାରେ ଆଗକୁ ବଢ଼ିବାକୁ ହେବ। ଆଜି ଆଜାଦିର ଅମୃତ ମହୋତ୍ସବରେ ଆମେ ଏପରି ଏକ ଭାରତ ପାଇଁ ସଙ୍କଳ୍ପ ନେଉଛୁ ଯାହାକି ଆଧୁନିକ ହେବା ସହିତ ନିଜ ପରମ୍ପରାକୁ ଧରି ରଖିଥିବ। ଆମର ତୀର୍ଥ ସ୍ଥାନ, ଆମର ପର୍ଯ୍ୟଟନ ସ୍ଥଳ ଏହି ନୂଆ ଭାରତରେ ରଙ୍ଗ ଭରିବାର କାମ କରିବେ। ଏହା ଆମର ଗର୍ବ ଓ ବିକାଶ ଉଭୟର ପ୍ରତୀକ ହେବେ। ମୋର ପୁରା ବିଶ୍ବାସ ରହିଛି, ସୋମନାଥ ଦେବଙ୍କ ଆଶୀର୍ବାଦରୁ ଦେଶର ବିକାଶର ଏହି ଯାତ୍ରା ଏହିପରି ଅନବରତ ଜାରି ରହିବ।

ପୁଣି ଥରେ ଏହି ନୂଆ ସର୍କିଟ୍ ହାଉସ ପାଇଁ ଆପଣ ସଭିଙ୍କୁ ଅଭିନନ୍ଦନ ଜଣାଉଛି।

ବହୁତ ବହୁତ ଧନ୍ୟବାଦ।

ଜୟ ସୋମନାଥ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Chandrayaan to GenomeIndia: How 12 years of scientific transformation powered journey towards Viksit Bharat

Media Coverage

From Chandrayaan to GenomeIndia: How 12 years of scientific transformation powered journey towards Viksit Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights Government’s efforts to enhance Ease of Living for the middle class
June 15, 2026

The Prime Minister, Shri Narendra Modi has highlighted the government’s efforts to enhance Ease of Living for the middle classs and said that it is the privilege of the Government to work towards fulfilling the aspirations of the middle class. He noted that the middle class has contributed to nation-building in countless ways.

Shri Modi further said that over the last decade, governance has increasingly focused on improving the quality of life of ordinary citizens. Shri Modi added that the Government’s efforts are aimed at ensuring easier access to opportunities, better infrastructure, improved public services, affordable healthcare, quality education, cleaner cities and reduced burdens in everyday life.

In a series of X post, the Prime Minister said;

“A Government for the middle class…

It is the NDA Government’s privilege to be working towards fulfilling the aspirations of our middle class. They have contributed to nation-building in countless ways.

Over the last decade, governance has increasingly focused on improving the quality of life of ordinary citizens. Our efforts are about easier access to opportunities, better infrastructure, improved public services, affordable healthcare, quality education, cleaner cities and reduced burdens in everyday life.

#12YearsOfSakshamMiddleClass”

“A glimpse of how ‘Ease of Living’ is being enhanced for the middle class.

#12YearsOfSakshamMiddleClass”