PM inaugurates and lays the foundation stone of multiple development projects worth Rs 3050 crores
“The double engine government is sincerely carrying forward the glorious tradition of rapid and inclusive development in Gujarat”
“The government has laid the utmost emphasis on the welfare of the poor and on providing basic facilities to the poor”
“Every poor, every tribal living in howsoever inaccessible area is entitled to clean water”
“We treat being in government as an opportunity to serve”
“We are committed that the problems faced by the older generation are not faced by our new generation”

ଭାରତମାତା କୀ- ଜୟ, ଭାରତମାତା କୀ- ଜୟ, ଭାରତମାତା କୀ- ଜୟ, ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମିଷ୍ଟଭାଷୀ ଏବଂ ସଫଳ ଶ୍ରୀ ଭୂପେନ୍ଦ୍ର ପଟେଲ, ସଂସଦରେ ମୋର ବରିଷ୍ଠ ସହଯୋଗୀ ଓ ନବସାରୀର ସାଂସଦ ଏବଂ ଆପଣମାନେ ଗତ ନିର୍ବାଚନରେ ହିନ୍ଦୁସ୍ଥାନରେ ଯାହାଙ୍କୁ ସର୍ବାଧିକ ଭୋଟ ଦେଇ ବିଜୟୀ କରାଇଥିଲେ ଓ ନବସାରୀର ନାମକୁ ଗୌରବାନ୍ୱିତ କରିଥିଲେ, ଆପଣ ସମସ୍ତଙ୍କର ପ୍ରତିନିଧି ଶୀ ସି.ଆର ପାଟିଲ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭଉଣୀ ଦର୍ଶନା ମହୋଦୟା, ଭାରତ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ ଏବଂ ବହୁତ ସଂଖ୍ୟାରେ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ!

ଆଜି ଗୁଜରାଟ ଗୌରବ ଅଭିଯାନରେ ମୁଁ ଗୋଟିଏ କଥା ପାଇଁ ବିଶେଷ ଗୌରବ ଅନୁଭବ କରୁଛି । ମୁଁ ଏତେ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। କିନ୍ତୁ କେବେ ମଧ୍ୟ ଆଦିବାସୀ ଅଂଚଳରେ ଏତେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବା ମୋ ଭାଗ୍ୟରେ ଜୁଟି ନ ଥିଲା। ଆଜି ମୁଁ ଏହି କଥା ପାଇଁ ଗର୍ବ କରୁଛି ଯେ ଗୁଜରାଟ ଛାଡ଼ିବା ପରେ ଯେଉଁ- ଯେଉଁ ଲୋକମାନେ ଗୁଜରାଟକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ତୁଲାଇଲେ, ଆଉ ଆଜି ଭୂପେନ୍ଦ୍ର ଭାଇ ଏବଂ ସି.ଆରଙ୍କ ଯୋଡ଼ି ଯେଉଁ ଉତ୍ସାହ ଉଦ୍ଦୀପନା ସହିତ ନୂତନ ବିଶ୍ୱାସ ଜାଗ୍ରତ କରୁଛନ୍ତି। ତାହାର ପରିଣାମ ହେଉଛି ଯେ ଆଜି ମୋ ସାମ୍ନାରେ ପାଂଚ ଲକ୍ଷରୁ ଅଧିକ ଲୋକ ଏତେ ବଡ଼ ବିଶାଳ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ମୁଁ ଏହି କଥା ପାଇଁ ଗର୍ବ କରୁଛି ଯେ ମୁଁ ମୋ ସମୟ ମଧ୍ୟରେ କରି ପାରି ନ ଥିଲି। ତାହା ଆଜି ମୋର ସାଥୀ କରି ପାରିଛନ୍ତି, ଆଉ ଆପଣମାନଙ୍କ ଭଲ ପାଇବା ବଢ଼ି ଚାଲିଛି। ଆଉ ଏଥିପାଇଁ ସର୍ବୋପରି ମୋତେ ଗର୍ବ ଅନୁଭବ ହେଉଛି। ନବସାରୀର ଏହି ପବିତ୍ର ଭୂମିରେ ମୁଁ ଉନାଈ ମାତାଙ୍କ ମନ୍ଦିରରେ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି! ଆଦିବାସୀ ସାମର୍ଥ୍ୟ ଏବଂ ସଂକଳ୍ପର ଏହି ଭୂମିରେ ଗୁଜରାଟ ଗୌରବ ଅଭିଯାନର ଅଂଶ ଭାବେ ଏହି ଆୟୋଜନ ମଧ୍ୟ ହେଉଛି ମୋ ପାଇଁ ଅତ୍ୟନ୍ତ ଗୌରବପୂର୍ଣ୍ଣ କଥା। ଗୁଜରାଟର ଗୌରବ, ବିଗତ 2 ଦଶକରେ ଯେଉଁ ଦ୍ରୁତ ଗତିରେ ବିକାଶ ହୋଇଛି, ସମସ୍ତଙ୍କର ବିକାଶ ହୋଇଛି ଆଉ ଏହି ବିକାଶରେ ନୂତନ ଆକାଂକ୍ଷା ସୃଷ୍ଟି ହୋଇଛି । ଏହି ଗୌରବଶାଳୀ ପରମ୍ପରାକୁ ଡବଲ ଇଂଜିନ ସରକାର ସଚ୍ଚୋଟତାର ସହିତ ଆଗକୁ ବଢ଼ାଇ ଚାଲିଛନ୍ତି। ଆଜି ମୋତେ 3 ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ ଏବଂ ଭୂମିପୂଜନ କରିବାର ସୁଯୋଗ ମିଳିଛି। ମୁଁ ଭୂପେନ୍ଦ୍ର ଭାଇଙ୍କ, ରାଜ୍ୟ ସରକାରଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ଯେ ଏଭଳି ଏକ ପବିତ୍ର କାର୍ଯ୍ୟରେ ସାମିଲ ହେବା ପାଇଁ ମୋତେ ନିମନ୍ତ୍ରଣ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ନବସାରୀ, ତାପୀ, ସୁରଟ, ବଲସାଡ଼ ସହିତ ଦକ୍ଷିଣ ଗୁଜରାଟର କୋଟି- କୋଟି ସାଥୀଙ୍କ ଜୀବନକୁ ସହଜ କରିବ। ବିଜୁଳି, ପାଣି, ସଡ଼କ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପ୍ରତ୍ୟେକ ପ୍ରକାରର ଯୋଗାଯୋଗ, ଏଥିପାଇଁ ଏହିସବୁ ପ୍ରକଳ୍ପ ଆହୁରି ମଧ୍ୟ ବିଶେଷ ଭାବେ ଆମର ଆଦିବାସୀ କ୍ଷେତ୍ରରେ ହେଉ, ତେବେ ତ ଏହି ସୁବିଧା ରୋଜଗାରର ନୂତନ ସୁଯୋଗ ଯୋଡ଼ିଦେବ। ଏହି ସମସ୍ତ ବିକାଶମୂଳକ ଯୋଜନାଗୁଡ଼ିକ ପାଇଁ ମୁଁ ଆଜି ଏହି କ୍ଷେତ୍ରର ମୋର ସମସ୍ତ ଭାଇ ଭଉଣୀମାନଙ୍କୁ ଏବଂ ସମସ୍ତ ଗୁଜରାଟକୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି!

ଭାଇ ଓ ଭଉଣୀମାନେ,

8 ବର୍ଷ ପୂର୍ବେ ଆପଣମାନେ ଅନେକ- ଅନେକ ଆଶୀର୍ବାଦ ଦେଇ ବହୁତଗୁଡ଼ିଏ ଆଶା ଭରସା ସହିତ ମୋତେ ରାଷ୍ଟ୍ରସେବାରେ ମୋର ଭୂମିକାକୁ ସମ୍ପ୍ରସାରିତ କରିବା ପାଇଁ ଆପଣମାନେ ମୋତେ ଦିଲ୍ଲୀ ପଠାଇଥିଲେ। ବିଗତ 8 ବର୍ଷରେ ଆମେ ବିକାଶର ସ୍ୱପ୍ନ ଏବଂ ଆକାଂକ୍ଷାର କୋଟି- କୋଟି ନୂତନ ଲୋକ ସେମାନଙ୍କୁ ନୂଆ- ନୂଆ କ୍ଷେତ୍ର ସହିତ ସାମିଲ କରିବା ସଫଳତା ପ୍ରାପ୍ତ କରିଛୁ। ଆମର ଗରିବ, ଆମର ଦଳିତ, ବଂଚିତ, ପଛୁଆବର୍ଗ, ଆଦିବାସୀ, ମହିଳାମାନେ ସମସ୍ତେ ନିଜ ସାରା ଜୀବନ ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ହିଁ ବିତାଇ ଦେଉଥିଲେ, ଏଭଳି ସମୟ ଥିଲା। ସ୍ୱାଧୀନତାର ଏହି ଦୀର୍ଘ ସମୟ ପର୍ଯ୍ୟନ୍ତ ଯେଉଁମାନେ ଅଧିକ ସମୟ ସରକାର ଚଳାଇଲେ, ସେମାନେ ବିକାଶକୁ ନିଜର ପ୍ରାଥମିକତା କଲେ ନାହିଁ। ଯେଉଁ କ୍ଷେତ୍ର, ଯେଉଁ ବର୍ଗକୁ ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେମାନେ ସେଠାରେ ବିକାଶ କଲେ ହିଁ ନାହିଁ କାରଣ, ଏହି କାର୍ଯ୍ୟ କରିବା ପାଇଁ ଟିକେ ଅଧିକ ପରିଶ୍ରମ ହୋଇଥାଏ। ପକ୍କା ସଡ଼କ ଠାରୁ ଯେଉଁମାନେ ସବୁଠାରୁ ଅଧିକ ବଂଚିତ ଥିଲେ, ସେହି ଗାଁଗୁଡ଼ିକ ହେଉଛି ଆମର ଆଦିବାସୀ ଅଂଚଳର। ଯେଉଁ ଗରିବପରିବାରଙ୍କୁ ବର୍ଷରେ ପକ୍କା ଘର ମିଳିଲା, ବିଜୁଳି ମିଳିଲା, ଶୌଚାଳୟ ମିଳିଲା ଆଉ ଗ୍ୟାସ ସଂଯୋଗ ମିଳିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ମୋର ଆଦିବାସୀ ଭାଇ- ଭଉଣୀ, ମୋର ଦଳିତ ଭାଇ- ଭଉଣୀ, ମୋର ପଛୁଆବର୍ଗର ପରିବାରର ଲୋକ ଥିଲେ। ବିଶୁଦ୍ଧ ପାଣି ପିଇବାରୁ ବଂଚିତ ସବୁଠାରୁ ଅଧିକ ଆମର ଗାଁ ଲୋକ ଥିଲେ, ଆମର ଗରିବମାନେ ଥିଲେ, ଆମର ଆଦିବାସୀ ଭାଇ- ଭଉଣୀ ଥିଲେ। ଟିକାକରଣର ଅଭିଯାନ ଚାଲୁଥିଲା, ତେବେ ସେଗୁଡ଼ିକ ଗାଁ, ଗରିବ ଏବଂ ଆଦିବାସୀ ଅଂଚଳ ପର୍ଯ୍ୟନ୍ତ ପହଂଚିବାରେ ବର୍ଷ- ବର୍ଷ ଧରି ସମୟ ଲାଗି ଯାଉଥିଲା। ଯଦିଓ ସହରରେ ପହଂଚି ଯାଉଥିଲା, ଟିଭି ଏବଂ ସମ୍ବାଦପତ୍ରରେ ଜୟ- ଜୟକାର ମଧ୍ୟ ହୋଇ ଯାଉଥିଲା। କିନ୍ତୁ ଦୂର- ଦୂରାନ୍ତ ଜଙ୍ଗଲ ରହି ଯାଉଥିଲା। ମୋତେ ଟିକେ ମୋର ଗୁଜରାଟର ଭାଇ- ଭଉଣୀମାନେ କୁହନ୍ତୁ ଆପଣଙ୍କର ଟିକାକରଣ ହୋଇ ଯାଇଛି? ଟିକାକରଣ ହୋଇ ଯାଇଛି, ହାତ ଉପରକୁ ଟେକନ୍ତୁ, ସମସ୍ତଙ୍କୁ ମାଗଣାରେ ଦିଆଯାଇଛି ନା ନାହିଁ? ଅର୍ଥ ଦେବାକୁ ପଡ଼ିଛି କି? ଦୂର- ଦୂରାନ୍ତ ଜଙ୍ଗଲର ଚିନ୍ତା ଏହା ଆମ ସମସ୍ତଙ୍କର ସଂସ୍କାରରେ ରହିଛି।

ସାଥୀଗଣ,

ବ୍ୟାଙ୍କିଙ୍ଗ ସେବାର ଅଭାବ ମଧ୍ୟ ଗାଁ ଏବଂ ଆଦିବାସୀ ଅଂଚଳରେ ସବୁଠାରୁ ଅଧିକ ଥିଲା। ବିଗତ 8 ବର୍ଷ ମଧ୍ୟରେ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ ମନ୍ତ୍ରରେ ଚାଲି ଆମ ସରାକାର ଗରିବଙ୍କୁ ମୌଳିକ ସୁବିଧା- ସୁଯୋଗମାନ ଦେବା ଉପରେ, ଗରିବଙ୍କ କଲ୍ୟାଣ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ସାଥୀଗଣ,

ଗରିବଙ୍କୁ ସଶକ୍ତ କରିବା ପାଇଁ ଏବେ ଆମ ସରକାର ଶତ-ପ୍ରତିଶତ ସଶକ୍ତୀକରଣ ଅଭିଯାନ ଆରମ୍ଭ କରିଛନ୍ତି। କୌଣସି ମଧ୍ୟ ଗରିବ, କୌଣସି ମଧ୍ୟ ଆଦିବାସୀ କୌଣସି ଯୋଜନାର ଲାଭରୁ ବଂଚିତ ହେବେ ନାହିଁ, ଯେଉଁ ଯୋଜନା ସେମାନଙ୍କ ପାଇଁ କରାଯାଇଥିଲା, ତାହାର ଲାଭ ସେମାନଙ୍କୁ ନିଶ୍ଚୟ ମିଳୁ, ଏବେ ଏହି ଦିଗରେ ଆମ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି।

ସାଥୀଗଣ,

ଏଠାରେ ସଭାମଂଚକୁ ଆସିବା ପୂର୍ବରୁ ଆଉ ମୋତେ ଏଠାକୁ ଆସିବାରେ ଟିକେ ବିଳମ୍ବ ମଧ୍ୟ ହେଲା କାରଣ କିଛି ସମୟ ପୂର୍ବରୁ ଏଭଳି ଆମ ଅଂଚଳର ଆଦିବାସୀ ଭାଇ- ଭଉଣୀଙ୍କ ସହିତ ସେମାନଙ୍କ ସୁଖ- ଦୁଃଖର କଥା ଶୁଣୁଥିଲି। ସେମାନଙ୍କୁ ବିଭିନ୍ନ ବିଷୟରେ ପଚାରୁଥିଲି। ସରକାରଙ୍କ ଯୋଜନାର ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କୁ ସେଥିରୁ କ’ଣ ଲାଭ ମିଳିଛି, ସେ ସମ୍ପର୍କରେ ବୁଝିବା ପାଇଁ ପ୍ରୟାସ କରୁଥିଲି। ଯେତେବେଳେ ଜନତା- ଜନାର୍ଦ୍ଦନଙ୍କ ସହିତ ଏଭଳି ସମ୍ପର୍କ ସୃଷ୍ଟି ହୋଇଥାଏ, ସେତେବେଳେ ବିକାଶ ପାଇଁ ସମର୍ଥନ ସେତିକି ବଢ଼ି ଯାଇଥାଏ । ଗୁଜରାଟର ଡବଲ ଇଂଜିନ ସରକାର, ଶତ-ପ୍ରତିଶତ ସଶକ୍ତୀକରଣର ଅଭିଯାନରେ ସମ୍ପୂର୍ଣ୍ଣ ଶକ୍ତିର ସହିତ ସାମିଲ ହୋଇଛନ୍ତି। ମୁଁ ଭୂପେନ୍ଦ୍ର ଭାଇ, ସି ଆର ପାଟିଲ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ଆଜି ଯେତେବେଳେ ବହୁତ ଦୀର୍ଘ ସମୟ ପରେ ଚିଖଲି ଆସିଛି, ସେତେବେଳେ ସ୍ୱାଭାବିକ ଭାବେ ସମସ୍ତ ସ୍ମୃତି ସତେଜ ହୋଇ ଯାଉଛି। ଦୀର୍ଘ କେତେ ବର୍ଷ ହେବ ମୋର ଆପଣମାନଙ୍କ ସହିତ ସମ୍ପର୍କ। ଆଉ ଯେଉଁଭଳି ଭାବେ ସେହି ଦିନମାନଙ୍କରେ ଆମ ପାଖରେ କୌଣସି ଯାତାୟାତର ସାଧନ ନଥିଲା। ଏଠାକୁ ଆସିଲେ, ବସରୁ ଓହ୍ଲାଇ କାନ୍ଧରେ ବ୍ୟାଗ ଝୁଲାଇ ଆସିଛନ୍ତି, ଆଉ ଏଠାରେ ଅନେକ ପରିବାର, ଅନେକ ଗାଁ, ମୋର ମନେ ପଡ଼ୁନାହିଁ, ମୁଁ ଏତେ ବର୍ଷ ପର୍ଯ୍ୟନ୍ତ ଆପଣମାନଙ୍କ ଗହଣରେ ରହିଲି, ଆଉ କେବେ ମଧ୍ୟ ମୋତେ ଭୋକରେ ରହିବାର ପରିସ୍ଥିତି ଆସିଥିବ। ଏହି ଭଲ ପାଇବା, ଏହି ଆଶୀର୍ବାଦ, ଏହା ହେଉଛି ମୋର ଶକ୍ତି। ଆଦିବାସୀ ଭାଇମାନଙ୍କ ଗହଣରେ କାମ କରିବାର ସୁଯୋଗ ମିଳିଲା। ସେମାନଙ୍କଠାରୁ ଅଧିକ କିଛି ଶିଖିବାର ମୋତେ ସୁଯୋଗ ମିଳିଲା । ଶୁଦ୍ଧତା, ସ୍ୱଚ୍ଛତା, ଅନୁଶାସନ, ଆମେ ଡାଂଗ ଜିଲ୍ଲାକୁ ଯାଉଥିଲୁ, ଅବା ଆଦିବାସୀଙ୍କ ପାଇଁ ଯୋଜନାଗୁଡ଼ିକର ସମ୍ପ୍ରସାରିତ ହେଉଥିବା ଅଂଚଳକୁ ଯାଉଥିଲୁ, ସକାଳ ହେଉ, ସନ୍ଧ୍ୟା ହେଉ, କିମ୍ବା ରାତି ହେବାର ପ୍ରସ୍ତୁତି ହେଉ। ସମସ୍ତେ ଗୋଟିଏ ଲାଇନରେ ହିଁ ଚାଲୁଥିଲେ। ଜଣେ-ଅନ୍ୟ ଜଣଙ୍କ ପଛରେ ଚାଲୁଥିଲେ। ଆଉ ଖାଲି ଏମିତି ନୁହେଁ, ସମସ୍ତେ ବେଶ୍ ବୁଝି ବିଚାରି ନିଜ ଜୀବନ ଧାରା ସଂରଚନା କରୁଥିଲେ। ଆଜି ଆଦିବାସୀ ସମାଜ ଏକ ସାମୁଦାୟିକ ଜୀବନ, ଆଦର୍ଶକୁ ଆତ୍ମସାତ୍ କରିବା ଭଳି, ପର୍ଯ୍ୟାବରଣର ରକ୍ଷା କରିବା ଭଳି ଏଭଳି ସମାଜ ଏଠାରେ ଅଛନ୍ତି । ଏଠାରେ ସମସ୍ତେ କହିଲେ ଯେ, ଆଜିର ଏହି 3 ହଜାର କୋଟିର ଯୋଜନା, ମୋର ମନେଅଛି କି ଗୋଟିଏ ସମୟ ଥିଲା। ଗୁଜରାଟରେ ଅତୀତରେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ଏହି ଅଂଚଳର, ଆଦିବାସୀ ଅଂଚଳରେ ନିଜ ଗାଁରେ ପାଣିର ଟାଙ୍କି ମଧ୍ୟ ନ ଥିଲା। ହ୍ୟାଣ୍ଡ ପମ୍ପ ଲଗାଇଲେ, ତାହା ମଧ୍ୟ ବାର ମାସ ଯାକ ଶୁଖିଲା ପଡ଼ୁଥିଲା। ତାହାର ୱାସର ମଧ୍ୟ ଫାଟି ଯାଉଥିଲା, ଏହା ସମସ୍ତଙ୍କୁ ଜଣାଅଛି। ଗୁଜରାଟର ଦାୟିତ୍ୱ ନେଲି, ଆଉ ସେମାନଙ୍କ ଗାଁରେ ଟାଙ୍କି ପ୍ରସ୍ତୁତ କଲି। ଏଭଳି ଏକ ସମୟ ଥିଲା ଯେ, ଗୁଜରାଟରେ ଗୁଜରାଟର ଜଣେ ମୁଖ୍ୟମନ୍ତ୍ରୀ ଜାମନଗରରେ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ। ସେହି ପାଣି ଟାଙ୍କିର ଉଦଘାଟନ କରିଥିଲେ। ଆଉ ଗୁଜାରାଟର ସମ୍ବଦପତ୍ରର ପ୍ରଥମ ପୃଷ୍ଠାରେ ବଡ଼- ବଡ଼ ଚିତ୍ର ଛପା ହୋଇଥିଲା, ଯେ ମୁଖ୍ୟମନ୍ତ୍ରୀ ପାଣି ଟାଙ୍କିର ଉଦଘାଟନ କଲେ। ଏଭଳି ଦିନ ଗୁଜରାଟ ଦେଖିଛି। ଆଜି ମୋତେ ଗର୍ବ ଅନୁଭବ ହେଉଛି ଯେ, ଆଦିବାସୀମାନଙ୍କର ବିକାଶ ପାଇଁ 3 ହଜାର କୋଟି ଟଙ୍କା କାର୍ଯ୍ୟର ଉଦଘାଟନ କରୁଛି । ଆଉ ଆପଣମାନେ ଏଠାରେ କୌଣସି ମଧ୍ୟ କାର୍ଯ୍ୟ କରନ୍ତୁ, ତେବେ କେତେ ଲୋକ କହିବାକୁ ଆରମ୍ଭ କରି ଦିଅନ୍ତି, ଯେ ନିର୍ବାଚନ ଆସୁଛି ତେଣୁ କାମ ହେଉଛି, ନିର୍ବାଚନ ଆସୁଛି ତେଣୁ କାମ ହେଉଛି। ଆମ କାର୍ଯ୍ୟକାଳ ମଧ୍ୟରେ ଏଭଳି କୌଣସି ଗୋଟିଏ ସପ୍ତାହ ଖୋଜି ଆଣନ୍ତୁ, ଏହା ହେଉଛି ମୋର ଆହ୍ୱାନ। ମୋତେ ସରକାର ଚଲାଇବାରେ ପ୍ରାୟ 22- 23 ବର୍ଷ ହୋଇ ଗଲାଣି । ଏଭଳି କୌଣସି ଗୋଟିଏ ସପ୍ତାହ ଖୋଜି ଆଣନ୍ତୁ, ଯେ ଯେଉଁ ସପ୍ତାହ ମଧ୍ୟରେ ବିକାଶର କୌଣସି କାର୍ଯ୍ୟ ହୋଇ ନଥିବ। ଏଭଳି ଗୋଟିଏ ହେଲେ ମଧ୍ୟ ସପ୍ତାହ ମିଳିବ ନାହିଁ। କିନ୍ତୁ ଦୋଷତ୍ରୁଟି ବାହାର କରିବା ପାଇଁ କେତେ ଲୋକ ଅଛନ୍ତି ସେମାନଙ୍କୁ ଲାଗୁଛି ଯେ ନିର୍ବାଚନ ଆସୁଛି ତେଣୁ କାମ ହେଉଛି। ଏଥିପାଇଁ ମୋତେ ଏହା କହିବାକୁ ପଡ଼ୁଛି ଯେ, 2018ରେ ଏହି ବିସ୍ତୃତ ଅଂଚଳକୁ ପାଣି ଦେବା ପାଇଁ ଏତେ ବଡ଼ ଯୋଜନା ନେଇକରି ଯେତେବେଳେ ମୁଁ ଏଠାକୁ ଆସିଛି, ସେତେବେଳେ ଏଠାରେ କେତେ ଲୋକ କହିଲେ ଯେ, କିଛି ଦିନ ପରେ 2019ରେ ନିର୍ବାଚନ ଆସିବାକୁ ଯାଉଛି । ତେଣୁ ମୋଦୀ ସାହାବ ଏଠାକୁ ଆସି ଆମ୍ବ- ତେନ୍ତୁଳି ଦେଖାଉଛନ୍ତି । ଆଜି ମୋତେ ଗର୍ବ ଅନୁଭବ ହେଉଛି ଯେ, ସେହି ଲୋକମାନେ ଭୁଲ ପ୍ରମାଣିତ ହେଲେ। ଆଉ ଆଜି ପାଣି ପହଂଚାଇ ଦେଲୁ। କେତେ ଲୋକଙ୍କ ତଂଟିରେ ଏହା ଯାଉ ନ ଥିଲା, ଭାଇ ତଳକୁ ପଡ଼ୁଥିବା ପାଣିକୁ ମୁଣ୍ଡ ଉପରେ ରଖିବାର କଥା। ସି.ଆର. ପାଟିଲ ମଧ୍ୟ କଲେ, ଭୂପେନ୍ଦ୍ର ଭାଇ ମଧ୍ୟ କଲେ। ତିନି- ଚାରି ଫୁଟର ଢାଲୁ ହୋଇଥାଏ, ଏହା ତ 200 ମାଇଲର ଉଚ୍ଚ ପହାଡ ଚଢିବାର ଅଛି । ଆଉ ତଳୁ ନଳରେ ପାଣି ପାହାଡ ଉପରକୁ ନେବାର ଅଛି। ଆଉ ତାହା ମଧ୍ୟ ଯାହା ନିର୍ବାଚନ ଜିତିବା ପାଇଁ କରିବାକୁ ହେଉ, ତେଣୁ କେହି ୨୦୦-୩୦୦ ଭୋଟ ପାଇଁ ଏତେ ପରିଶ୍ରମ କରିବ। ତେବେ ସେ ଅନ୍ୟ କିଛି କାର୍ଯ୍ୟ ପାଇଁ କରିବ । ଆମେ ନିର୍ବାଚନ ଜିତିବା ପାଇଁ ନୁହେଁ, ଆମେ ତ ଦେଶର ଲୋକମାନଙ୍କ ପାଇଁ କିଛି ଭଲ କରିବା ଲାଗି ବାହାରିଛୁ। ନିର୍ବାଚନରେ ତ ଲୋକ ଆମକୁ ଜିତାଇଥାନ୍ତି। ଲୋକଙ୍କ ଆଶୀର୍ବାଦରେ ଆମେ ବସିଥାଉ । ଏର- ଏଷ୍ଟେଲ ପ୍ରକଳ୍ପ ଇଞ୍ଜିନିୟରିଂ ଯୁଗରେ, ସୁରେନ୍ଦ୍ର ନଗର ଜିଲ୍ଲାରେ ଢ଼ାଙ୍କିର କାର୍ଯ୍ୟ ଆଉ ମୁଁ ତ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ଏବଂ କଲେଜର ବୈଷୟିକ ବିଦ୍ୟାର୍ଥିମାନଙ୍କୁ କହିବି । ଆମେ ଯେଭଳି ଭାବେ ଢ଼ାଙ୍କିକୁ ନର୍ମଦା ନଦୀର ପାଣି ନେଇଛୁ, ସେହିଭଳି ଭାବେ ଆମେ ଯେଉଁଠାକୁ ଯେଭଳି ଭାବେ ପାଣି ନେଇଛୁ, ଏହାକୁ ଇଞ୍ଜିନିୟରିଂ କଲେଜର ବିଦ୍ୟାର୍ଥିମାନେ ପାଠ୍ୟକ୍ରମରେ ନେଇ ଅଭ୍ୟାସ କରିବା ଆବଶ୍ୟକ। ପ୍ରଫେସରମାନେ ଏ ଦିଗକୁ ଆଗେଇ ଆସିବା ଉଚିତ, କିଭଳି ଭାବରେ ପହାଡରେ ଏତେ ଉଚ୍ଚ- ନିଚ୍ଚ, ଉଚ୍ଚ- ନିଚ୍ଚ ଆଉ ହିସାବ- କିତାବ, ଏତେ ଉପରକୁ ଯିବେ ପୁଣି ପାଣିର ଏତେ ଚାପ(ପ୍ରେସର) ଆସିବ। ପୁଣି ସେଠାରେ ପମ୍ପ ଲଗାଇବା ତେବେ ପାଣି ଏତେ ଉପରକୁ ଯିବ। ଏହା ଏକ ବହୁତ ବଡ଼ କାର୍ଯ୍ୟ ହୋଇଛି। ଆଉ ଆପଣମାନେ ଏଠି, ମୁଁ ଏଠାରେ ଧରମପୁରର ଅନେକ ଆଦିବାସୀ ଅଂଚଳରେ ରହିଛି। ସାପୁତାରାରେ ରହିଛି। ସଦାସର୍ବଦା ଅନୁଭବ କରିଛ, ବହୁତ ବର୍ଷା ହୋଇଛି, କିନ୍ତୁ ଆମ ଭାଗ୍ୟରେ ପାଣି ନ ଥିଲା, ପାଣି ବହି ଯାଉଥିଲା। ଆମେ ପ୍ରଥମ ଥର ପାଇଁ ନିଷ୍ପତି ନେଲୁ ଯେ, ଆମର ଜଙ୍ଗଲରେ ଉଚ୍ଚ ପାହାଡଗୁଡିକରେ ରହୁଥିବା, ଦୂର- ଦୂରାନ୍ତ ଅଂଚଳରେ ରହୁଥିବା ଆମର ଆଦିବାସୀ ଭାଇମାନେ ହୁଅନ୍ତୁ, ଜଙ୍ଗଲର ବିସ୍ତୃତ ଅଂଚଳରେ ରହୁଥିବା ଆମର ଅନ୍ୟ ସମାଜର ଭାଇମାନେ ହୁଅନ୍ତୁ। ସେମାନଙ୍କୁ ପାଣି ପାଇବାର ଅଧିକାର ଅଛି। ବିଶୁଦ୍ଧ ପିଇବା ପାଣି ପାଇବାର ଅଧିକାର ଅଛି। ଆଉ ସେମାନଙ୍କ ପାଇଁ ଆମେ ଏତେ ବଡ଼ ଅଭିଯାନ ଚଲାଇଲୁ। ଏହା ନିର୍ବାଚନ ପାଇଁ ଅଭିଯାନ ନୁହେଁ। ଆମେ କହୁଥିଲୁ ଯେ, ଯାହାର ଆମେ ଶିଳାନ୍ୟାସ କରୁଥିଲୁ, ଆମେ ହିଁ ତାହାର ଲୋକାର୍ପଣ କରୁ। ଆଉ ଆଜି ମୋର ସୌଭାଗ୍ୟ ଯେ, ଏହି କାର୍ଯ୍ୟ ମଧ୍ୟ ମୋ ଭାଗ୍ୟକୁ ଜଟୁଛି। ଏହା ହେଉଛି ପ୍ରତିବଦ୍ଧତା, ଲୋକମାନଙ୍କ ପାଇଁ ଜୀଇଁବା, ଲୋକମାନଙ୍କ ପାଇଁ ଜଳିବା, ରାଜନୈତିକ ଉତଥାନ- ପତନ ମଧ୍ୟରେ ସମୟ ନଷ୍ଟ କରିବାବାଲା ଲୋକ ଆମେ ନୁହେଁ । ଆମେ କ୍ଷମତାରେ ରହିବାକୁ କେବଳ, କେବଳ ମାତ୍ର ସେବା କରିବାର ସୁଯୋଗ ବୋଲି ଭାବୁଛୁ। ଜନତା ଜନାର୍ଦ୍ଦନଙ୍କ ମଙ୍ଗଳ କରିବାକୁ ଭାବୁଥାଉ। କୋଭିଡ଼ ମହାମାରୀ ସମଗ୍ର ବିଶ୍ୱରେ ଆସିଲା। କିନ୍ତୁ ଏତେ ସବୁ ଟିକାକରଣର ଡୋଜ୍ ପ୍ରଦାନ କରିବାବାଲା ଏକମାତ୍ର ଦେଶ ଥିବ ତ ତାହା ହେଉଛି ହିନ୍ଦୁସ୍ତାନ। 200 କୋଟି ଡୋଜ୍ । ଆଜି ସାଣ୍ଡଲପୋର, ଖେରଗାମ, ରୁମଲା, ମାଣ୍ଡୱି। ପାଣି ଆସୁଛି ତ କେତେ ବଡ଼ ଶକ୍ତି ଆସିଯାଉଛି ଭାଇମାନେ, ଆଉ ଆଜି କେତେ ସବୁ ଶିଳାନ୍ୟାସର କାର୍ଯ୍ୟ ହୋଇଛି। 11 ଲକ୍ଷରୁ ଅଧିକ ଲୋକମାନଙ୍କୁ ଅନେକଗୁଡ଼ିଏ ଅସୁବିଧାରୁ ମୁକ୍ତି ମିଳିପାରୁ ଏଭଳି କାର୍ଯ୍ୟ ଆଜି କରାଯାଇଛି। ଆମର ଜେସିଙ୍ଗାପୁରା ହେଉ, କିମ୍ବା ନାରଣପୁରା ହେଉ, କିମ୍ବା ସୋନଗଢ଼ ହେଉ, ଏହି ଜଳ ଯୋଗାଣର ଯୋଜନାମାନ, ତାହାର ଯେଉଁ ଉପଯୋଗ ତାହାର ଯେଉଁ ଭୂମିପୂଜନ ହୋଇଛି ଏଥିପାଇଁ କାହିଁକି ନା, ଏହାର ସଂପ୍ରସାରଣ ମଧ୍ୟ 14 ଲକ୍ଷରୁ ଅଧିକ ଲୋକମାନଙ୍କର ଜୀବନକୁ ପାଣିଦାର କରିବ। ବନ୍ଧୁଗଣ, ଜଳ ଜୀବନ ମିଶନ ଅନ୍ତର୍ଗତ ଆପଣ ଏଠାରେ ଗୁଜରାଟରେ ଆପଣଙ୍କର ତ ମନେଥିବ, ଯେଉଁ ଲୋକମାନେ 20 ବର୍ଷ ବୟସର ହୋଇଥିବେ ସେମାନଙ୍କୁ ଅଧିକ କିଛି ଜଣା ନ ଥିବ, 25 ବର୍ଷ ବୟସର ହୋଇଥିବେ ସେମାନଙ୍କୁ ମଧ୍ୟ ଅଧିକ କିଛି ଜଣା ନ ଥିବ। ସେମାନଙ୍କ ଠାରୁ ଯେଉଁମାନେ ବଡ଼ ଥିବେ ସେମାନଙ୍କୁ ଜଣାଥିବ ।

ସେମାନେ ସମସ୍ତେ କିଭଳି ଦିନ ଅତିବାହିତ କରୁଥିଲେ। ନିଜର ବାପା- ଦାଦାମାନେ କିଭଳି ଦିନ ଅତିବାହିତ କରୁଥିଲେ। କିନ୍ତୁ ନିଜର ବାପା- ଦାଦାମାନଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇ ବଂଚିବାକୁ ପଡ଼ିଥିଲା, ମୁଁ ମୋର ନୂତନ ପିଢ଼ୀଙ୍କୁ ଏଭଳି କୌଣସି ସମସ୍ୟାରେ ବଂଚିବାକୁ ଦେବି ନାହିଁ। ସେମାନଙ୍କୁ ସୁଖର ଜୀବନ ମିଳୁ, ପ୍ରଗତିଭରା ଜୀବନ ମିଳୁ। ଆପଣଙ୍କ ବିଗତ ଦିନରେ ପାଣି ପାଇଁ ଦାବୀ ଉଠିଲା ତେବେ ଅଧିକରୁ ଅଧିକ କ’ଣ କରିବେ, ବିଧାୟକ ଆସି ହ୍ୟାଣ୍ଡପମ୍ପ ଲଗାଇ ଦେବେ ଆଉ ତାହାର ଉଦଘାଟନ କରିଦେବେ। ଆଉ ଛଅ ମାସ ମଧ୍ୟରେ ସେହି ହ୍ୟାଣ୍ଡପମ୍ପରୁ ପବନ ତ ଆସିବ କିନ୍ତୁ ପାଣି ଆସିବ ନାହିଁ, ଏହିଭଳି ହିଁ ହେଉଛି ନା? ଚଳାଇ, ଚଳାଇ ଥକିଯିବେ କିନ୍ତୁ ପାଣି ଆସିବ ନାହିଁ। ଆଜି ଆମେ ପାଇପ ଯୋଗେ ଜଳ ପ୍ରଦାନ କରୁଛୁ। ମୋର ମନେ ଅଛି, ସମଗ୍ର ଉମରଗାମ ଠାରୁ ଅମ୍ବାଜୀ ପର୍ଯ୍ୟନ୍ତ ଏତେ ବଡ଼ ହେଉଛି ଆମର ଆଦିବାସୀ ବହୁଳ ଅଂଚଳ, ଆଉ ଏଥିରେ ଉଚ୍ଚବର୍ଗର ସମାଜ ମଧ୍ୟ ରହିଲେ, ଓବିସି ସମାଜ ମଧ୍ୟ ରହିଲେ, ଆଦିବାସୀ ସମାଜ ମଧ୍ୟ ରହିଲେ। ଆଉ ଏଠାରେ ମଧ୍ୟ ତେଜସ୍ୱୀ ପିଲା ଜନ୍ମ ହେଉ, ଆଉ ଏଠାରେ ମଧ୍ୟ ଓଜସ୍ୱୀ ପୁତ୍ର- ପୁତ୍ରୀମାନେ ଜନ୍ମ ହୁଅନ୍ତୁ, କିନ୍ତୁ ଗୋଟିଏ ହେଲେ ମଧ୍ୟ ବିଜ୍ଞାନର ସ୍କୁଲ ନ ଥିଲା ଭାଇମାନେ। ଆଉ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ସ୍କୁଲ ନ ଥିବ। ଆଉ ଡାକ୍ତରୀ ଏବଂ ଇଂଜିନିୟରିଂ କଲେଜ ପାଇଁ ଭାଷଣ ଦେବେ, ତେବେ ତାହା ଦ୍ୱାରା କ’ଣ ଭଲ ହେବ ଭାଇ? ମୋର ମନେଅଛି, 2001 ରେ ଆସିବା ପରେ ମୁଁ ପ୍ରଥମ କାର୍ଯ୍ୟ କଲି। ଏଠାରେ ବିଜ୍ଞାନର ସ୍କୁଲ ପ୍ରତିଷ୍ଠା କଲି। ତେବେ ମୋର ଆଦିବାସୀ ପିଲାମାନେ ଇଂଜିନିୟର ହେବେ, ଡାକ୍ତର ହେବେ। ଆଉ ଆଜି ମୁଁ ଗର୍ବିତ ଯେ, ବିଜ୍ଞାନ ସ୍କୁଲରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ, ଆଜି ଡାକ୍ତରୀ ଏବଂ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରାଯାଉଛି। ଆଜି ଆଦିବାସୀ ଅଂଚଳରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଗୋବିନ୍ଦଗୁରୁଙ୍କ ନାମରେ ବିଶ୍ୱବିଦ୍ୟାଳୟ, ବିର୍ସା ମୁଣ୍ଡାଙ୍କ ନାମରେ ବିଶ୍ୱବିଦ୍ୟାଳୟ, ଆଦିବାସୀ ଅଂଚଳରେ ବିଶ୍ୱବିଦ୍ୟାଳୟ। ଭାଇମାନେ, ପ୍ରଗତି କରିବାର ଅଛି, ବିକାଶ କରିବାର ଅଛି ତେବେ ଦୂର- ସୁଦୂର ଜଙ୍ଗଲକୁ ମଧ୍ୟ ଯିବାକୁ ପଡ଼ିଥାଏ। ଆଉ ଏହି କାର୍ଯ୍ୟ ଆମେ ହାତକୁ ନେଇଛୁ। ଲକ୍ଷ- ଲକ୍ଷ ଲୋକଙ୍କର ଜୀବନକୁ ପରିବର୍ତନ କରିବାର ଆୟୋଜନ ହେଉଛି ଆମର। ସଡ଼କ ହେଉ, ଘର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଂଚାଇବାର କଥା ହେଉ। ଆଜି ନବସାରୀ ଏବଂ ଡାଙ୍ଗ ଜିଲ୍ଲାକୁ ଏହାର ସବୁଠାରୁ ଅଧିକ ଲାଭ ମିଳି ପାରୁଛି। ମୁଁ ଡାଙ୍ଗ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଶୁଭେଚ୍ଛା ଦେବି, ଆଉ ଦକ୍ଷିଣ ଗୁଜରାଟକୁ ମଧ୍ୟ ଶୁଭେଚ୍ଛା ଜଣାଇବି। ଡାଙ୍ଗ ଜିଲ୍ଲା ଜୈବିକ କୃଷି ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ପ୍ରାକୃତିକ କୃଷିରେ ଡାଙ୍ଗ ଜିଲ୍ଲା ଯେଉଁ ଅଦ୍ଭୁତ କାର୍ଯ୍ୟ କରିଛି, ସେଥିପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛି। ଆଜି ନବସାରୀରେ 500 କୋଟି ଟଙ୍କାରୁ ମଧ୍ୟ ଅଧିକ ମୂଲ୍ୟର ହାସ୍ପାତାଳ ଏବଂ ମେଡିକାଲ କଲେଜ, 10 ଲକ୍ଷରୁ ଅଧିକ ଲୋକଙ୍କୁ ଏହାର ଲାଭ ମିଳିବାକୁ ଯାଉଛି। ଆଦିବାସୀ ଭାଇ- ଭଉଣୀମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ, ଆଦିବାସୀ ପିଲାମାନଙ୍କୁ ଏବେ ଡାକ୍ତର କରିବାକୁ ହେଉ, ଓବିସି ମାତା- ପିତାଙ୍କର ପୁତ୍ରକୁ, ପଛୁଆ ବର୍ଗର ମାତା- ପିତାଙ୍କର ପୁତ୍ରକୁ ଡାକ୍ତର କରିବାକୁ ହେଉ, ହଡପତି ସମାଜର ପୁତ୍ରକୁ ଡାକ୍ତର କରିବାକୁ ହେଉ, ତେବେ ତାହାଙ୍କୁ ଇଂରାଜୀ ପଢ଼ିବାର ଆବଶ୍ୟକତା ନାହିଁ। ତାହାର ମାତୃଭାଷାରେ ହିଁ ପାଠ ପଢ଼ାଇ ଆମେ ଡାକ୍ତର କରିବୁ। ଭାଇମାନେ ଯେତେବେଳେ ମୁଁ ଗୁଜରାଟରେ ଥିଲି , ସେତେବେଳେ ଆମେ ବନବନ୍ଧୁ ଯୋଜନା ଆରମ୍ଭ କରିଥିଲୁ। ଆଜି ବନବନ୍ଧୁ କଲ୍ୟାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଆମର ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଚାଲୁ ରହିଛି। ଆଉ 14 ହଜାର କୋଟି ଟଙ୍କା, ଭାଇମାନେ ବିକାଶ କିଭଳି ଆଗକୁ ପହଂଚିପାରେ ତାହାର ଏହା ହେଉଛି ଉଦାହରଣ। ଏହି କାର୍ଯ୍ୟ ଭୂପେନ୍ଦ୍ର ଭାଇଙ୍କ ସରକାରଙ୍କ ନେତୃତ୍ୱରେ ହେଉଛି। ଭାଇମାନେ- ଭଉଣୀମାନେ ଏଭଳି ଅନେକ କ୍ଷେତ୍ର ରହିଛି। ଆମର ଆଦିବାସୀ ଛୋଟ- ଛୋଟ, ଭାଇମାନେ- ଭଉଣୀମାନେ, ମୋର ମନେଅଛି ଆମେ ଏଠାରେ ୱାଡ଼ି ପ୍ରକଳ୍ପ ଆରମ୍ଭ କରିଥିଲୁ। ବଲସାଡ଼ ନିକଟରେ। ଏହି ୱାଡ଼ି ପ୍ରକଳ୍ପକୁ ଦେଖିବା ପାଇଁ, ଆମର ଅବଦୁଲ କାଲାମ ଜୀ ଭାରତର ରାଷ୍ଟ୍ରପତି ଥିଲେ। ସେ ନିଜର ଜନ୍ମଦିନ ପାଳନ କରି ନ ଥିଲେ, ଆଉ ଏଠାକୁ ଆସି ୱାଡ଼ି ଅଂଚଳରେରେ ସଂମ୍ପୂର୍ଣ୍ଣ୍ ଗୋଟିଏ ଦିନ ବିତାଇଥିଲେ। ଆଉ ୱାଡ଼ି ପ୍ରକଳ୍ପ ହେଉଛି କ’ଣ ? ତାହାକୁ ଅନୁଧ୍ୟାନ କରି ମୋତେ ଆସି କହିଥିଲେ ଯେ, ମୋଦିଜୀ ଆପଣ ପ୍ରକୃତରେ ଗାଁର ଲୋକମାନଙ୍କର ଜୀବନରେ ପରିବର୍ତନ କରିବାର ମୌଳିକ କାର୍ଯ୍ୟଟି କରୁଛନ୍ତି। ଆଉ ୱାଡ଼ି ପ୍ରକଳ୍ପ ମୋର ଆଦିବାସୀମାନଙ୍କର ଅଧା ଏକର ଜମି, ପାହାଡିଆ - ଆବଡା ଖାବଡା ଜମି ହେଉ, ପୂରାପୂରି ଛୋଟ ଜମି ହେଉ, କିଛି କଅଁଳୁ ନ ଥାଉ, ଆମର ସମସ୍ତ ଆଦିବାସୀ ଭଉଣୀମାନେ ପରିଶ୍ରମ କରୁ ଥାଆନ୍ତୁ। ଆଉ ଆମର ଆଦିବାସୀ ଭାଇ ସନ୍ଧ୍ୟାରେ ଟିକେ ମଉଜରେ ଥିବେ, ଆଉ ପୁଣି ମଧ୍ୟ ୱାଡ଼ି ମାଧ୍ୟମରେ ଆଜି କାଜୁ ଚାଷ କରୁଛନ୍ତି ମୋର ଆଦିବାସୀମାନେ। ଏହି କାର୍ଯ୍ୟ ଏହିଠାରେ ହୋଇଛି। ଭାଇମାନେ- ଭଉଣୀମାନେ, ବିକାଶ ସର୍ବାଙ୍ଗୀ ହେଉ, ବିକାଶ ସର୍ବସ୍ପର୍ଶୀ ହେଉ, ବିକାଶ ସର୍ବବ୍ୟାପୀ ହେଉ, ବିକାଶ ସମସ୍ତ କ୍ଷେତ୍ରକୁ ଛୁଇଁଲାବାଲା ହେଉ। ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ। ଆଉ ଏଭଳି ଅନେକ କାର୍ଯ୍ୟ ଆଜି ଗୁଜରାଟର ଧରଣୀରେ ହେଉଛି। ତେବେ ପୁଣି ଆଉ ଥରେ ଆପଣମାନେ ସମସ୍ତେ ଏତେ ବିପୁଳ ସଂଖ୍ୟାରେ ଆସି ଆଶୀର୍ବାଦ ଦେଲେ, ଏହି ଦୃଶ୍ୟ, ଭାଇମାନେ ଆପଣମାନଙ୍କ ପାଇଁ କାର୍ଯ୍ୟ କରିବା ଲାଗି ମୋତେ ଶକ୍ତି ପ୍ରଦାନ କରିଥାଏ। ଏହା ହେଉଛି ମାତା- ଭଉଣୀମାନଙ୍କର ଆଶୀର୍ବାଦ, ଆପଣମାନଙ୍କ ପାଇଁ ଦୌଡ଼ିବାକୁ ଶକ୍ତି ପ୍ରଦାନ କରିଥାଏ। ଆଉ ଏହି ଶକ୍ତି ଯୋଗୁଁ ହିଁ ଆମେ ଗୁଜରାଟକୁ ଆହୁରି ମଧ୍ୟ ଆଗକୁ ନେଇଯିବାକୁ ହେବ। ଆଉ ଥରେ ପୁଣି ଆପଣ ସମସ୍ତଙ୍କର ଆଶୀର୍ବାଦ ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ। ବିପୁଳ ସଂଖ୍ୟାରେ ଆସି ଆଶୀର୍ବାଦ ପ୍ରଦାନ କଲେ, ସେଥିପାଇଁ ଧନ୍ୟବାଦ। ମୁଁ ରାଜ୍ୟ ସରକାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଯେ, ଏଭଳି ପ୍ରଗତିମୂଳକ କାର୍ଯ୍ୟ, ସମୟବଦ୍ଧ କାର୍ଯ୍ୟ ଆଉ ସମାଜର ଶେଷ ସ୍ତରରେ ରହୁଥିବା ଲୋକମାନଙ୍କ ପାଖରେ ପହଂଚିବାର କାର୍ଯ୍ୟ ତାଙ୍କ ଦ୍ୱାରା ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା। ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ।   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Remains World's Most Popular Leader With 68% Approval Rating: Survey

Media Coverage

PM Modi Remains World's Most Popular Leader With 68% Approval Rating: Survey
NM on the go

Nm on the go

Always be the first to hear from the PM. Get the App Now!
...
PM to visit Uttar Pradesh on 28th March
March 26, 2026
PM to inaugurate Phase I of Noida International Airport developed with an investment of around ₹11,200 crore
Noida International Airport planned as a Multi-Modal Transport Hub with seamless integration across road, rail, metro, and regional transit systems
Airport also incorporates a Multi-Modal Cargo Hub, designed to handle over 2.5 lakh metric tonnes annually, expandable to around 18 lakh metric tonnes
Airport to initially have a passenger handling capacity of 12 million passengers per annum (MPPA), with scalability up to 70 MPPA

Prime Minister Shri Narendra Modi will visit Uttar Pradesh on 28 March 2026. At around 11:30 AM, he will undertake a walkthrough of the Terminal Building of Noida International Airport at Jewar, Gautam Buddha Nagar. Thereafter, at around 12 noon, Prime Minister will inaugurate Phase I of Noida International Airport and address a public gathering on the occasion.

The inauguration of Noida International Airport marks a significant milestone in India’s journey towards becoming a global aviation hub. The airport, envisioned as a major international gateway for the National Capital Region (NCR), represents a major step in strengthening the country’s airport infrastructure and enhancing regional and international connectivity. Noida International Airport has been developed as the second international airport for the Delhi NCR region, complementing Indira Gandhi International Airport. Together, the two airports will function as an integrated aviation system, easing congestion, expanding passenger capacity, and positioning Delhi NCR among leading global aviation hubs.

Noida International Airport is among the largest greenfield airport projects in India. Phase I of Noida International Airport has been developed at a total investment of around ₹11,200 crore under a Public–Private Partnership (PPP) model. The airport will initially have a passenger handling capacity of 12 million passengers per annum (MPPA), with scalability up to 70 MPPA upon full development. It features a 3,900-meter runway capable of handling wide-body aircraft, along with modern navigation systems including Instrument Landing System (ILS) and advanced airfield lighting to support efficient, all-weather, round-the-clock operations.

The airport also incorporates a robust cargo ecosystem, including a Multi-Modal Cargo Hub, featuring an Integrated Cargo Terminal and logistics zones. The cargo facility is designed to handle over 2.5 lakh metric tonnes annually, expandable to around 18 lakh metric tonnes, and includes a dedicated 40-acre Maintenance, Repair, and Overhaul (MRO) facility.

Designed as a sustainable and future-ready infrastructure project, Noida International Airport aims to operate as a net-zero emissions facility, integrating energy-efficient systems and environmentally responsible practices. Its architectural design draws inspiration from Indian heritage, incorporating elements reminiscent of traditional ghats and havelis, thereby blending cultural aesthetics with modern infrastructure.

Strategically located along the Yamuna Expressway, Noida International Airport is planned as a multi-modal transport hub with seamless integration across road, rail, metro, and regional transit systems, ensuring efficient connectivity for passengers and cargo.