Awaas Yojana does not just provide homes to the rural poor but also gives them confidence: PM Modi
Now the houses under the PM Awaas Yojana have water, LPG and electricity connections when they are handed over to the beneficiaries: PM
We need to strengthen the poor to end poverty: PM Modi

ଏବେ ମୁଁ କିଛି ହିତାଧିକାରୀଙ୍କ ସହ ଆଲୋଚନା କରୁଥିଲି, ଯେଉଁମାନଙ୍କୁ ଆଜି ସେମାନଙ୍କର  ନିଜର ପକ୍କା ଘର ମିଳିଛି, ସେମାନଙ୍କର ସ୍ୱପ୍ନର ଘର ମିଳିଛି, ସେମାନଙ୍କ ପିଲାମାନଙ୍କର ଭବିଷ୍ୟତର ବିଶ୍ୱାସ ମିଳିଛି । ଏବେ ମଧ୍ୟପ୍ରଦେଶରୁ ଏକ ଲକ୍ଷ 75 ହଜାର ପରିବାର, ଯେଉଁମାନେ ଆଜି ନିଜ ଘରେ ପ୍ରବେଶ କରୁଛନ୍ତି, ଯେଉଁମାନଙ୍କର ଗୃହ ପ୍ରବେଶ ହେଉଛି, ସେମାନଙ୍କୁ ମଧ୍ୟ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଶୁଭକାମନା ଜଣାଉଛି। ଏହି ସମସ୍ତ ବନ୍ଧୁମାନେ କୌଣସି ନା କୌଣସି ଟେକ୍ନୋଲୋଜି ମାଧ୍ୟମରେ, ସମ୍ପୂର୍ଣ୍ଣ ମଧ୍ୟ ପ୍ରଦେଶରୁ ଏହି କାର୍ଯ୍ୟକ୍ରମ ସହିତ ସାମିଲ ହୋଇଛନ୍ତି। ଆଜି ଆପଣ ଦେଶର 125 କୋଟି ପରିବାରରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କୁ ବିଗତ 6 ବର୍ଷ ମଧ୍ୟରେ ନିଜର  ନିଜର ଘର ମିଳିଛି, ଯେଉଁମାନେ ବର୍ତ୍ତମାନ ଭଡା ଘରେ ନୁହେଁ, ବସ୍ତିରେ ନୁହେଁ, କଚ୍ଚା ଘରେ ନୁହେଁ, ନିଜ ଘରେ ରହୁଛନ୍ତି, ପକ୍କା ଘରେ ରହୁଛନ୍ତି।

 ସାଥୀଗଣ, ଏଥର ଆପଣ ସମସ୍ତଙ୍କର ଦିୱାଲୀ, ଆପଣ ସମସ୍ତଙ୍କର ଉତ୍ସବର ଖୁସି  ନିଶ୍ଚୟ ଆହୁରି କିଛି ଭିନ୍ନ ହୋଇଯିବ। କରୋନା ସମୟ ହୋଇ ନ ଥିଲେ, ଆଜି ଆପଣମାନଙ୍କ  ଜୀବନର ଏତେ ବଡ଼ ଖୁସିରେ ସାମିଲ ହେବା ପାଇଁ, ଆପଣଙ୍କ ଘରର ଏହି ସଦସ୍ୟ, ଆପଣଙ୍କର ପ୍ରଧାନ ସେବକ, ନିଶ୍ଚିତ ଭାବେ ଆପଣଙ୍କ ଗହଣରେ ଥାଆନ୍ତା । ଆଉ ଆପଣଙ୍କର ଏହି ଆନନ୍ଦ ଉତ୍ସବରେ ଅଂଶଗ୍ରହଣ କରିଥାନ୍ତି କିନ୍ତୁ କରୋନାର ଯେଉଁ ପରିସ୍ଥିତି ଅଛି, ସେହି କାରଣୁ  ମୋତେ ଆଜି ଦୂରରୁ ଆପଣ ସମସ୍ତଙ୍କ ଦର୍ଶନର ସୁଯୋଗ ମିଳିଛି। କିନ୍ତୁ ବର୍ତ୍ତମାନ ପାଇଁ ଏହା ହିଁ ଠିକ୍ !!!

ଆଜିର ଏହି ସମାରୋହରେ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହୋଦୟା, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମହୋଦୟ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ନରେନ୍ଦ୍ର ସିଂହ ତୋମର ମହାଶୟ, ମୋର ସାଥୀ ଜ୍ୟୋତିରାଦିତ୍ୟ ମହାଶୟ, ମଧ୍ୟପ୍ରଦେଶର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକ ଗଣ, ଗ୍ରାମପଞ୍ଚାୟତର ପ୍ରତିନିଧିଗଣ ଏବଂ ମଧ୍ୟପ୍ରଦେଶର ଗାଁ ଗାଁରୁ ସାମିଲ ହୋଇଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନେ !

ଆଜି ମଧ୍ୟପ୍ରଦେଶରେ ସାମୂହିକ ଗୃହ ପ୍ରବେଶର ଏହି ସମାରୋହ ଏକ ଲକ୍ଷ 75 ହଜାର ଗରିବ ପରିବାର ପାଇଁ ସେମାନଙ୍କ ଜୀବନରେ କେବଳ ଏକ ସ୍ମରଣୀୟ ମୁହୂର୍ତ୍ତ ନୁହେଁ, ବରଂ ଦେଶର ପ୍ରତ୍ୟେକ ବାସହୀନଙ୍କୁ ସେମାନଙ୍କ ପକ୍କା ଘର ଦେବା ପାଇଁ ମଧ୍ୟ ଏକ ବଡ ପଦକ୍ଷେପ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟପ୍ରଦେଶ ସମେତ ଦେଶର ସମସ୍ତ ବାସହୀନଙ୍କୁ ବିଶ୍ୱାସ ପ୍ରଦାନ କରିବା ଭଳି ଏକ ମୁହୂର୍ତ୍ତ। ଯେଉଁମାନଙ୍କର ଏପର୍ଯ୍ୟନ୍ତ ଘର ନାହିଁ, ଦିନେ ନା  ଦିନେ ସେମାନଙ୍କର ମଧ୍ୟ ଘର ନିର୍ମାଣ ହେବ, ସେମାନଙ୍କର ସ୍ୱପ୍ନ ମଧ୍ୟ ପୂରଣ ହେବ।

ସାଥୀଗଣ, ଆଜିର ଏହି ଦିନ କୋଟି କୋଟି ଦେଶବାସୀଙ୍କର ସେହି ବିଶ୍ୱାସକୁ ଆହୁରି ସୁଦୃଢ କରୁଛି, ଯେ ସଠିକ୍ ଉଦ୍ଦେଶ୍ୟ ନେଇ ପ୍ରସ୍ତୁତ ସରକାରୀ ଯୋଜନାଗୁଡିକ ସାକାର ମଧ୍ୟ ହୋଇଥାଏ ଏବଂ  ଏହାର ହିତାଧିକାରୀଙ୍କ ନିକଟରେ ପହଞ୍ଚିଥାଏ। ଯେଉଁ ବନ୍ଧୁମାନଙ୍କୁ ଆଜି ନିଜର ଘର ମିଳିଛି, ଯେଉଁମାନଙ୍କ ସହିତ ମୁଁ  କଥାବାର୍ତ୍ତା କରିଛି ଏବଂ ମୁଁ ଯେଉଁମାନଙ୍କୁ ପରଦାରେ ଦେଖି ପାରୁଛି, ସେମାନଙ୍କ ଭିତରେ ସନ୍ତୋଷ, ସେମାନଙ୍କର ଆତ୍ମବିଶ୍ଵାସକୁ ମୁଁ ଅନୁଭବ କରିପାରୁଛି। ମୁଁ ଆପଣ ସମସ୍ତ ବନ୍ଧୁମାନଙ୍କୁ କହିବି ଯେ ଏହି ଘରଗୁଡ଼ିକ ଆପଣମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ହୋଉଛି ନୂତନ ଆଧାର। ଏଠାରୁ ଆପଣ ନିଜ ଜୀବନର ଏକ ନୂତନ ଶୁଭାରମ୍ଭ କରନ୍ତୁ। ନିଜ ପିଲାମାନଙ୍କୁ, ନିଜ ପରିବାରକୁ, ଏବେ ଆପଣ ନୂତନ ଶିଖରକୁ ନେଇକରି ଯାଆନ୍ତୁ। ଏବେ ଆପଣ ଆଗକୁ ବଢିବେ, ତେବେ ଦେଶ ମଧ୍ୟ ଆଗକୁ ବଢିବ।

ସାଥୀଗଣ, କରୋନା କାଳରେ ଯାବତୀୟ ସମସ୍ୟା ଥିବା ସତ୍ୱେ ମଧ୍ୟ ସାରା ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ 18 ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଛି। ସେଥିମଧ୍ୟରୁ 1 ଲକ୍ଷ 75 ହଜାର ଘର କେବଳ ମଧ୍ୟ ପ୍ରଦେଶରେ ହିଁ ସଂପୂର୍ଣ୍ଣ କରାଯାଇଛି। ଏହି ସମୟ ମଧ୍ୟରେ ଯେଉଁ ଗତିରେ କାର୍ଯ୍ୟ ହୋଇଛି, ତାହା ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛି ଏକ ରେକର୍ଡ । ସାଧାରଣ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଗୃହ ନିର୍ମାଣ କରିବାରେ ହାରାହାରି ଶହେ ପଚିଶ ଦିନ ସମୟ ଲାଗିଥାଏ। କିନ୍ତୁ ଏବେ ମୁଁ ଯାହା ଜଣାଇବାକୁ ଚାହୁଁଛି, ତାହା ହେଉଛି ଦେଶ ପାଇଁ, ଆମର ଗଣମାଧ୍ୟମର ସାଥୀମାନଙ୍କ ପାଇଁ ମଧ୍ୟ ହେଉଛି ଏହା ଏକ ବହୁତ ସକରାତ୍ମକ ଖବର । କରୋନାର ଏହି ସମୟ କାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ନିର୍ମାଣ କରିବାରେ 125 ଦିନ ନୁହେଁ କେବଳ 45 ରୁ 60 ଦିନରେ ନିର୍ମାଣ ହୋଇ ପସ୍ତୁତ କରି ଦିଆଯାଇଛି । ବିପଦକୁ ସୁଯୋଗରେ ପରିବର୍ତନ କରିବାର ଏହା ହେଉଛି ଏକ ଉତ୍ତମ ଉଦାହରଣ। ଆପଣମାନେ ଚିନ୍ତା କରୁଥିବେ କି ଏହା କିପରି ସମ୍ଭବ ହୋଇ ପାରିଲା ? ପୂର୍ବରୁ 125 ଦିନ ଆଉ ଏବେ 40 ରୁ 60 ଦିନ ମଧ୍ୟରେ ଏହା କିପରି ହେଲା ?

ସାଥୀଗଣ, ଏହି ଦ୍ରୁତ ଗତିରେ କାର୍ଯ୍ୟ ହାସଲ ଦିଗରେ ବହୁତ ବଡ଼ ଯୋଗଦାନ ରହିଲା ସହରରୁ ଫେରିଥିବା ଆମର ଶ୍ରମିକ ଭାଇମାନଙ୍କର । ସେମାନଙ୍କ ପାଖରେ କଳାକୌଶଳ ମଧ୍ୟ ରହିଥିଲା, ଇଚ୍ଛାଶକ୍ତି ମଧ୍ୟ ଥିଲା ଆଉ ତାହା, ଏହା ସହିତ ଯୋଡ଼ି ହୋଇଗଲା ଆଉ ସେହି କାରଣରୁ ଏହି ପରିଣାମ ମିଳିପାରିଛି । ଆମର ଏହି ବନ୍ଧୁମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ସଂପୂର୍ଣ୍ଣ ଲାଭ ଉଠାଇ ନିଜର ପରିବାରଙ୍କୁ ସମ୍ଭାଳିଲେ ଆଉ ଏହା ସହିତ ନିଜର ଗରିବ ଭାଇ ଭଉଣୀମାନଙ୍କ ପାଇଁ ଆବାସ ନିର୍ମାଣ କରିଦେଲେ । ମୋତେ ଆତ୍ମସନ୍ତୋଷ ଅନୁଭବ ହେଉଛି କି ପିଏମ୍ ଗରିବ କଲ୍ୟାଣ ଅଭିଯାନ ଦ୍ୱାରା ମଧ୍ୟପ୍ରଦେଶ ସହିତ ଦେଶର ଅନେକଗୁଡ଼ିଏ ରାଜ୍ୟରେ ପ୍ରାୟ 23 ହଜାର କୋଟି ଟଙ୍କାର କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ ଗାଁ-ଗାଁରେ ଗରିବମାନଙ୍କ ପାଇଁ ଗୃହ ନିର୍ମାଣ କରାଯାଉଛି, ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର କାର୍ଯ୍ୟ ହେଉ, ଅଙ୍ଗନୱାଡ଼ି ଏବଂ ପଞ୍ଚାୟତର ଭବନ ନିର୍ମାଣ ହେଉ, ପଶୁମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ ହେଉ, ପୋଖରୀ ଏବଂ କୂପ ଖନନ ହେଉ, ଗ୍ରାମୀଣ ସଡ଼କ ନିର୍ମାଣ କାର୍ଯ୍ୟ ହେଉ, ଗାଁର ବିକାଶ ସହିତ ଜଡ଼ିତ ଏପରି ଅନେକ କାର୍ଯ୍ୟ ଦ୍ରୁତ ଗତିରେ କରାଯାଇଛି । ଏହାଦ୍ୱାରା ଦୁଇଟି ଲାଭ ହୋଇଛି । ଗୋଟିଏ ହେଉଛି ସହରରୁ ଗାଁକୁ ଫେରିଥିବା ଲକ୍ଷ-ଲକ୍ଷ ଶ୍ରମିକ ସାଥୀମାନଙ୍କୁ ରୋଜଗାର ଉପଲବ୍ଧ ହୋଇଛି । ଆଉ ଅନ୍ୟଟି-ଯେଉଁମାନେ ଇଟା, ସିମେଣ୍ଟ, ବାଲି ଏବଂ ନିର୍ମାଣ ସହିତ ଜଡ଼ିତ ଅନ୍ୟାନ୍ୟ ଜିନିଷର ବ୍ୟବସାୟ-କାରବାର କରୁଛନ୍ତି, ସେମାନଙ୍କର ମଧ୍ୟ ବିକ୍ରି ହୋଇଛି । ଗୋଟିଏ ପ୍ରକାରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଏହି କଷ୍ଟକର ସମୟରେ ଗାଁର ଅର୍ଥବ୍ୟବସ୍ଥାର ମଧ୍ୟ ବହୁତ ବଡ଼ ସାହାରା ହୋଇ ବାହାରିଲା । ଏଭଳି ବହୁତ ବଡ଼ ଶକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ହେଉଥିବା କାର୍ଯ୍ୟରୁ ମିଳୁଛି।

ସାଥୀଗଣ, ବହୁଥର ଲୋକମାନେ ମୋତେ ପଚାରନ୍ତି ଯେ ଆଚ୍ଛା, ଘର ତ ଆଗରୁ ମଧ୍ୟ ଦେଶରେ ନିର୍ମାଣ କରାଯାଉଥିଲା, ସରକାରଙ୍କ ଯୋଜନା ଅନୁସାରେ ନିର୍ମାଣ କରାଯାଉଥିଲା, ପୁଣି ଆପଣ କ’ଣ ଆଉ ପରିବର୍ତ୍ତନ କଲେ? ଏହା ଠିକ୍‍ ଯେ ଗରିବମାନଙ୍କ ପାଇଁ ଘର ତିଆରି କରିବା ଲାଗି ଦେଶରେ ଦଶକ-ଦଶକ ପୂର୍ବରୁ ଯୋଜନାମାନ ଚାଲି ଆସୁଛି । ସ୍ୱାଧୀନତା ପରର ପ୍ରଥମ ଦଶବର୍ଷରେ ହିଁ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା। ପୁଣି ପ୍ରତି 10-15 ବର୍ଷରେ ଏହି ପ୍ରକାରର ଯୋଜନାରେ କିଛି ନୂଆ ଯୋଡ଼ି ହୋଇ ଚାଲିଲା, ନାମ ବଦଳି ଚାଲିଲା । କିନ୍ତୁ କୋଟି-କୋଟି ଗରିବଙ୍କୁ ଘର ଦେବାର ଯେଉଁ ଲକ୍ଷ୍ୟ ରହିଥିଲା, ଯାହା ଏକ ଗରିମାପୂର୍ଣ୍ଣ ଜୀବନ ଦେବାର ଲକ୍ଷ୍ୟ ଥିଲା, ତାହା କେବେ ପୂର୍ଣ୍ଣ ହିଁ ହୋଇ ପାରିଲା ନାହିଁ । କାରଣ ଏହା ଥିଲା କି ପୂର୍ବରୁ ଯେଉଁସବୁ ଯୋଜନା କରାଯାଇଥିଲା, ସେଗୁଡ଼ିକରେ ସରକାର ଉଚ୍ଚରେ ଥିଲେ, ସରକାରଙ୍କର ଦଖଲ ବହୁ ଅଧିକ ମାତ୍ରାରେ ଥିଲା । ସେହିସବୁ ଯୋଜନାରେ ଘର ସହିତ ଜଡ଼ିତ ପ୍ରତ୍ୟେକ ପ୍ରକାରର ନିଷ୍ପତି ସରକାର କରୁଥିଲେ, ତାହା ମଧ୍ୟ ଦିଲ୍ଲୀରୁ ହେଉଥିଲା । ଯାହାଙ୍କୁ ଘରେ ରହିବାକୁ ପଡ଼ୁଥିଲା, ସେମାନଙ୍କୁ କିଛି ପଚରା ହିଁ ଯାଉ ନଥିଲା। ଏବେ ଯେପରି ସହର ଗୁଡ଼ିକର ଢ଼ାଞ୍ଚାରେ ଆଦିବାସୀ ଅଞ୍ଚଳରେ ହିଁ କଲୋନୀ ବ୍ୟବସ୍ଥା କରି ଛାଡି ଦେବାର ଚେଷ୍ଟା ହେଉଥିଲା, ସହରଗୁଡ଼ିକ ଭଳି ଘର ନିର୍ମାଣ କରିବାର ଚେଷ୍ଟା କରାଯାଉଥିଲା । ଯେତେବେଳେ କି ଆମ ଆଦିବାସୀ ଭାଇ ଭଉଣୀଙ୍କର ଚାଲି-ଚଳଣୀ ସହରର ଚାଲି-ଚଳଣୀଠାରୁ ସଂପୂର୍ଣ୍ଣ ଭାବେ ଭିନ୍ନ ହୋଇଥାଏ। ସେମାନଙ୍କର ଆବଶ୍ୟକତା ଭିନ୍ନ ହୋଇଥାଏ । ଏଥିପାଇଁ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଘରେ ସେମାନଙ୍କୁ ନିଜର ପଣିଆ ମିଳୁ ନଥିଲା । କେବଳ ଏତିକି ହିଁ ନୁହେଁ, ପୂର୍ବର ଯୋଜନାଗୁଡ଼ିକରେ ପାରଦର୍ଶିତାର ଖୁବ ଅଭାବ ପରିଲକ୍ଷିତ ହେଉଥିଲା, ବିଭିନ୍ନ ପ୍ରକାରର ଗୋଳମାଳ ମଧ୍ୟ ରହୁଥିଲା। ମୁଁ ସେଗୁଡ଼ିକୁ ବିସ୍ତାର ଭାବେ କହିବାକୁ ଚାହୁଁନାହିଁ । ତେଣୁ ସେହି ଘରଗୁଡ଼ିକର ଗୁଣାତ୍ମକ ମାନ ମଧ୍ୟ ବହୁତ ଖରାପ ଥିଲା। ଏହାଛଡ଼ା ବିଜୁଳି, ପାଣି ଭଳି ମୌଳିକ ଆବଶ୍ୟକତାଗୁଡ଼ିକ ପାଇଁ ହିତାଧିକାରୀଙ୍କୁ ପୁଣି ସରକାରୀ ଅଫିସର ଘେରା ଲଗାଇବାକୁ ପଡ଼ୁଥିଲା। ଏସବୁର ପରିଣାମ ଏହା ହେଉଥିଲା କି ସେହିସବୁ ଯୋଜନା ମାଧ୍ୟମରେ ଯେଉଁସବୁ ଘର ମଧ୍ୟ ତିଆରି ହେଉଥିଲା, ସେଗୁଡ଼ିକୁ ଲୋକମାନେ ଶୀଘ୍ର ଯାଉ ନଥିଲେ, ସେଗୁଡ଼ିକରେ ଗୃହପ୍ରବେଶ ମଧ୍ୟ ହୋଇ ପାରୁ ନଥିଲା।

ସାଥୀଗଣ, 2014ରୁ ଆମେ ଯେତେବେଳଠାରୁ କାର୍ଯ୍ୟଭାର ଗ୍ରହଣ କଲୁ ଏହି ପୁରୁଣା ଅନୁଭବଗୁଡ଼ିକୁ ଅଧ୍ୟୟନ କରି, ପ୍ରଥମେ ପୁରୁଣା ଯୋଜନା ଗୁଡ଼ିକରେ ସଂସ୍କାର ଅଣାଗଲା ଆଉ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୂପରେ ସଂପୂର୍ଣ୍ଣ ଭାବେ ନୂତନ ଚିନ୍ତାଧାରାର ସହିତ ଯୋଜନା ଲାଗୁ କରାଗଲା। ଏଥିରେ ହିତାଧିକାରୀ ଚୟନ ଠାରୁ ଆରମ୍ଭ କରି ଗୃହପ୍ରବେଶ ପର୍ଯ୍ୟନ୍ତ ପାରଦର୍ଶିତାକୁ ପ୍ରାଥମିକତା ଦିଆଗଲ। ପୂର୍ବରୁ ଗରିବ ଲୋକ ସରକାରଙ୍କ ପଛରେ ଦୌଡ଼ୁଥିଲା, ସୁପାରିଶ କରିବା ପାଇଁ ଲୋକ ଖୋଜୁଥିଲା, ଆଜି ଆମର ଯୋଜନା ହେଉଛି ଏହିପରି ଯେ, ଏବେ ସରକାର ଲୋକଙ୍କ ପାଖକୁ ଯାଉଛନ୍ତି। ଖୋଜିବାକୁ ପଡ଼ିଥାଏ ଆଉ ସୁବିଧା ପ୍ରଦାନ କରିବାକୁ ହୋଇଥାଏ। ଏବେ କାହାର ଇଚ୍ଛା ମୁତାବକ ତାଲିକାରେ କାହାର ନାମ ଯୋଡ଼ିବା ବା କାଟିବା କାର୍ଯ୍ୟଟି ହୋଇ ପାରିବ ନାହିଁ। ଚୟନରୁ ନେଇ ନିର୍ମାଣ ପର୍ଯ୍ୟନ୍ତ ବୈଜ୍ଞାନିକ ଏବଂ ପାରଦର୍ଶୀ ଶୈଳୀକୁ ଆପଣା ଯାଉଛି। କେବଳ ଏତିକି ନୁହେଁ, କଞ୍ଚାମାଲରୁ ନେଇ ନିର୍ମାଣ ପର୍ଯ୍ୟନ୍ତ, ସ୍ଥାନୀୟ ସ୍ତରରେ ଉପଲବ୍ଧ ହେଉଥିବା ଏବଂ ଉପଯୋଗ କରାଯାଉଥିବା ଜିନିଷଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି। ଘରର ଡିଜାଇନ ମଧ୍ୟ ସ୍ଥାନୀୟ ଆବଶ୍ୟକତା ଏବଂ ନିର୍ମାଣ ଶୈଳୀ ମୁତାବକ ହିଁ ପ୍ରସ୍ତୁତ ଏବଂ ସ୍ୱୀକାର କରାଯାଉଛି। ଏବେ ସଂପୂର୍ଣ୍ଣ ପାରଦର୍ଶିତାର ସହିତ, ଗୃହ ନିର୍ମାଣର ପ୍ରତ୍ୟେକ ସ୍ତରକୁ ପୂର୍ଣ୍ଣମାତ୍ରାରେ ତଦାରଖ କରିବା ସହିତ ହିତାଧିକାରୀ ନିଜେ ନିଜର ଘର ନିର୍ମାଣ କରିଥାଏ। ଯେମିତି-ଯେମିତି ଘର ତିଆରି ହୋଇ ଚାଲେ, ସେତିକି ବେଳେ ହିଁ କ୍ରମାଗତ ଭାବେ ଘରର କିସ୍ତି ମଧ୍ୟ ତାଙ୍କ ଖାତାରେ ଜମା ହୋଇ ଚାଲେ। ଏବେ ଯଦି କିଏ କୌଣସି ବେଇମାନୀ ବା ଠକାମୀ କରିବାକୁ ଚେଷ୍ଟା କରିବ ତେବେ ତାହାକୁ ଧରିବା ପାଇଁ ଅନେକଗୁଡ଼ିଏ ଉପାୟ ମଧ୍ୟ କରାଯାଇଛି।

ସାଥୀଗଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ବହୁତ ବଡ଼ ବିଶେଷତ୍ଵ ହେଉଛି, ତାହାର ଇନ୍ଦ୍ରଧନୁଷୀ ସ୍ୱରୂପ। ଯେପରି ଇନ୍ଦ୍ରଧନୁରେ ଭିନ୍ନ-ଭିନ୍ନ ରଙ୍ଗ ରହିଥାଏ, ସେମିତି ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଥିବା ଘରଗୁଡ଼ିକର ମଧ୍ୟ ନିଜସ୍ୱ ରଙ୍ଗ ରହିଛି। ଏବେ ଗରିବଙ୍କୁ କେବଳ ମାତ୍ର ଘର ହିଁ ମିଳୁ ନାହିଁ, ବରଂ ଘର ସହିତ ଶୌଚାଳୟ ମଧ୍ୟ ମିଳୁଛି, ଉଜ୍ଜ୍ୱଳାର ଗ୍ୟାସ ସଂଯୋଗ ମଧ୍ୟ ମିଳୁଛି, ସୌଭାଗ୍ୟ ଯୋଜନାର ବିଜୁଳି ସଂଯୋଗ, ଉଜାଲାର ଏଲଇଡି ବଲ୍‍ବ, ପାଣିର ସଂଯୋଗ, ସବୁକିଛି ଘର ସହିତ ହିଁ ମିଳୁଅଛି। ଅର୍ଥାତ ପିଏମ୍‍ ଆବାସ ଯୋଜନା ଆଧାରରେ ହିଁ ଅନେକଗୁଡ଼ିଏ ଯୋଜନାର ଲାଭ ହିତାଧିକାରୀଙ୍କୁ ସିଧା ସଳଖ ମିଳି ପାରୁଛି। ମୁଁ ଶିବରାଜ ମହାଶୟଙ୍କ ସରକାରଙ୍କୁ ପୁଣିଥରେ ଶୁଭେଚ୍ଛା ଜଣାଇବି କି ସେ ଏହାକୁ ସଂମ୍ପ୍ରସାରିତ କରି ପିଏମ୍‍ ଆବାସ ଯୋଜନା ସହିତ ଅନ୍ୟ 27ଟି ଯୋଜନାକୁ ଯୋଡ଼ିଛନ୍ତି।

ସାଥୀଗଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନିର୍ମାଣ କରାଯାଇଥିବା ଶୌଚାଳୟ ହେଉ, ଏହାଦ୍ୱାରା ଗରିବଙ୍କୁ ହିଁ ସୁବିଧା ମିଳିଥାଏ, ବରଂ ଏହା ରୋଜଗାର ଏବଂ ସଶକ୍ତୀକରଣର ମଧ୍ୟ ଏହା ହେଉଛି ଏକ ବଡ଼ ମାଧ୍ୟମ। ବିଶେଷ ଭାବେ ଆମର ଗ୍ରାମୀଣ ଭଉଣୀମାନଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ମଧ୍ୟ ଏହିସବୁ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ପିଏମ୍‍ ଆବାସ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଥିବା ଘରଗୁଡ଼ିକର ପଞ୍ଜିକରଣ ଅଧିକାଂଶ ହୁଏତ କେବଳ ମହିଳାମାନଙ୍କ ନାମରେ କରାଯାଉଛି କିମ୍ବା ମିଶିକରି । ସେଠାରେ ଆଜି ଗାଁରେ ବିପୁଳ ମାତ୍ରାରେ ରାଣୀମିସ୍ତ୍ରୀ ଅବା ମହିଳା ରାଜମିସ୍ତ୍ରୀଙ୍କ ପାଇଁ କାମ କରିବାର ନୂତନ ସୁଯୋଗ ସୃଷ୍ଟି ହୋଇଛି। କେବଳ ମଧ୍ୟପ୍ରଦେଶରେ ହିଁ, 50 ହଜାରରୁ ଅଧିକ ରାଜମିସ୍ତ୍ରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି ଆଉ ଏଥିରେ 9 ହଜାର ରାଣୀମିସ୍ତ୍ରୀ ଅଛନ୍ତି। ଏହା ଫଳରେ ଆମର ଭଉଣୀମାନଙ୍କର ଆୟ ଏବଂ ଆତ୍ମବିଶ୍ୱାସ, ଦୁଇଟି ଯାକରେ ବୃଦ୍ଧି ହୋଇଛି।

ସାଥୀଗଣ, ଯେତେବେଳେ ଗରିବଙ୍କ, ଗାଁର ଆୟ ଏବଂ ଆତ୍ମବିଶ୍ୱାସ ବଢ଼ିଥାଏ, ତେବେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାର ଆମର ସଂକଳ୍ପ ମଧ୍ୟ ସୁଦୃଢ଼ ହୋଇଥାଏ। ଏହି ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଗାଁରେ ପ୍ରତ୍ୟେକ ପ୍ରକାରର ଆଧୁନିକ ଭିତ୍ତିଭୂମି ବିକଶିତ କରାଯାଉଛି । 2019 ପୂର୍ବରୁ 5 ବର୍ଷ ଶୌଚାଳୟ, ଗ୍ୟାସ, ବିଜୁଳି, ସଡ଼କ ଭଳି ମୌଳିକ ସୁବିଧାଗୁଡ଼ିକୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବାର କାର୍ଯ୍ୟ କରାଗଲା, ଏବେ ଏହିସବୁ ମୌଳିକ ସୁବିଧାଗୁଡ଼ିକ ସହିତ ଆଧୁନିକ ସୁବିଧା ସବୁ ଦ୍ୱାରା ମଧ୍ୟ ଗାଁକୁ ସୁଦୃଢ଼ କରାଯାଉଛି । ଏହି 15 ଅଗଷ୍ଟରେ ଲାଲକିଲ୍ଲାରୁ ମୁଁ କହିଥିଲି ଯେ ଆଗାମୀ 1 ହଜାର ଦିନରେ ଦେଶର ପ୍ରାୟ 6ଲକ୍ଷରୁ ମଧ୍ୟ ଅଧିକ ଗାଁରେ ଅପ୍ଟିକାଲ ଫାଇବର ବିଛାଇବାର କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବ। ପ୍ରଥମେ ଦେଶରେ ଅଢ଼େଇ ଲକ୍ଷ ପଞ୍ଚାୟତକୁ ଫାଇବର ଅପ୍ଟିକାଲ ପହଞ୍ଚାଇବାର ଲକ୍ଷ୍ୟ ରଖା ଯାଇଥିଲା, ଏବେ ଏହାକୁ ପଞ୍ଚାୟତରୁ ଆଗକୁ ବଢ଼ାଇ ଗାଁ-ଗାଁ ପର୍ଯ୍ୟନ୍ତ ପହଞ୍ଚାଇବାର ସଂକଳ୍ପ ନିଆଯାଇଛି।

ଏହି କରୋନା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ଏହି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। କେବଳ କେତୋଟି ସପ୍ତାହରେ ହିଁ ଦେଶର 116ଟି ଜିଲ୍ଲାରେ 5 ହଜାର କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଇ ଦିଆ ଯାଇସାରିଛି । ଯାହାଦ୍ୱାରା ସାଢ଼େ 12 ଶହରୁ ଅଧିକ ଗ୍ରାମ ପଞ୍ଚାୟତରେ ପ୍ରାୟ 15 ହଜାର ୱାଇ-ଫାଇ ହଟ୍‍ ସ୍ପଟ୍‍ ଏବଂ ପ୍ରାୟ 19 ହଜାର ଅପ୍ଟିକାଲ ଫାଇବର ସଂଯୋଗ ଦିଆଯାଇଛି। ଏଠାରେ ମଧ୍ୟପ୍ରଦେଶର ମଧ୍ୟ କିଛି ଚିହ୍ନଟ ହୋଇଥିବା ଜିଲ୍ଲାମାନଙ୍କରେ 13 ଶହ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଇ ଦିଆ ଯାଇସାରିଛି। ଆଉ ମୁଁ ପୁଣି ମନେ ପକାଇ ଦେବାକୁ ଚାହିଁବି, ଏହି ସମସ୍ତ କାର୍ଯ୍ୟ କରୋନା କାଳ ସମୟରେ ହିଁ ହୋଇଛି, ଏହି ସଙ୍କଟ ସମୟ ଭିତରେ ହିଁ ହୋଇଛି। ଯେମିତି ହିଁ ପ୍ରତ୍ୟେକଟି ଗାଁରେ ଅପ୍ଟିକାଲ ଫାଇବର ପହଞ୍ଚିବ ତେବେ ଏହା ଫଳରେ ନେଟୱର୍କର ସମସ୍ୟା ମଧ୍ୟ କମ୍‍ ହୋଇଯିବ। ଯେତେବେଳେ ଗାଁରେ ମଧ୍ୟ ପ୍ରତିଟି ସ୍ଥାନରେ ଉନ୍ନତ ଏବଂ ଦ୍ରୁତ ଇଣ୍ଟରନେଟ ଆସିବ, ପ୍ରତ୍ୟେକଟି ସ୍ଥାନରେ ୱାଇ-ଫାଇ ହଟ୍‍ ସ୍ପଟ୍‍ ନିର୍ମାଣ ହେବ, ତେବେ ଗାଁର ପିଲାମାନଙ୍କର ପାଠପଢ଼ାରେ ଏବଂ ଯୁବକମାନଙ୍କୁ ରୋଜଗାରର ଉନ୍ନତ ସୁଯୋଗ ମିଳି ପାରିବ । ଅର୍ଥାତ ଏବେ ଗାଁ ୱାଇ-ଫାଇର ହଟ୍‍ ସ୍ପଟ୍‍ରେ ହିଁ ଯୋଡ଼ି ହେବନାହିଁ, ବରଂ ଆଧୁନିକ କାର୍ଯ୍ୟକଳାପର, ବ୍ୟବସାୟ-କାରବାରର ମଧ୍ୟ ହଟ୍‍ ସ୍ପଟ୍‍ ହେବ।

ସାଥୀଗଣ, ଆଜି ସରକାରଙ୍କର ପ୍ରତ୍ୟେକଟି ସେବା, ପ୍ରତ୍ୟେକଟି ସୁବିଧା ଅନଲାଇନ୍‍ ହୋଇଯାଇଛି ଫଳରେ ଲାଭ ମଧ୍ୟ ଦ୍ରୁତ ଗତିରେ ମିଳି ପାରିବ, ଦୁର୍ନୀତି ମଧ୍ୟ ନ ହେଉ ଆଉ ଗାଁର ଲୋକମାନଙ୍କୁ ଛୋଟ-ଛୋଟ କାମ ପାଇଁ ମଧ୍ୟ ସହରକୁ ଦଉଡ଼ିବାକୁ ନ ପଡ଼ୁ। ମୋର ବିଶ୍ୱାସ ରହିଛି କି ଗାଁ-ଗାଁକୁ ଅପ୍ଟିକାଲ ଫାଇବର ପହଞ୍ଚାଇବା ଦ୍ୱାରା ଏହିସବୁ ସେବା ଏବଂ ସୁବିଧାସବୁରେ ମଧ୍ୟ ଗତି ଆସିବ । ଏବେ ଆପଣ ଯେତେବେଳେ ନିଜର ନୂଆ ଘରେ ରହିବେ ତ ଡିଜିଟାଲ ଭାରତ ଅଭିଯାନ, ଆପଣଙ୍କ ଜୀବନକୁ ଆହୁରି ସହଜ କରିଦେବ । ଗାଁ ଏବଂ ଗରିବଙ୍କୁ ସଶକ୍ତ କରିବାର ଏହି ଅଭିଯାନ ଏବେ ଆହୁରି ଦ୍ରୁତ ହେବ, ଏହି ବିଶ୍ୱାସର ସହିତ ଆପଣ ସମସ୍ତ ସାଥୀଙ୍କୁ ନିଜର ନିଜସ୍ୱ ପକ୍କା ଘର ପାଇଁ ପୁଣିଥରେ ଅନନ୍ତ ଶୁଭକାମନା। କିନ୍ତୁ ମନେ ରଖନ୍ତୁ, ଆଉ ଏହି କଥା ମୁଁ ବାରମ୍ବାର କହୁଛି, ନିଶ୍ଚୟ ମନେ ରଖିବେ, ମୋର ବିଶ୍ୱାସ ରହିଛି ଆପଣ ମନେ ରଖିବେ। କେବଳ ଏତିକି ହିଁ ନୁହେଁ ମୋ କଥାକୁ ମାନିବେ ମଧ୍ୟ, ଦେଖନ୍ତୁ ଯେ ପର୍ଯ୍ୟନ୍ତ ଔଷଧ ଆସିନାହିଁ, ସେ ପର୍ଯ୍ୟନ୍ତ ଢ଼ିଲା ଦେବେ ନାହିଁ ମନେ ରଖନ୍ତୁ। ଦୁଇ ଗଜର ଦୂରତା, ମାସ୍କ ହେଉଛି ଜରୁରୀ, ଏହି ମନ୍ତ୍ରକୁ ଭୁଲିବେ ନାହିଁ। ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହୁ !

ଏହି କାମନା ସହିତ ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ ! ଆଉ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Data centre boom brightens engineering job prospects—100,000 new jobs likely

Media Coverage

Data centre boom brightens engineering job prospects—100,000 new jobs likely
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the power of courage and willpower to overcome challenges
March 17, 2026

Prime Minister Shri Narendra Modi shared a Sanskrit Subhashitam today, highlighting the significance of self-confidence and inner strength in conquering life's most difficult obstacles.

The Prime Minister remarked that for an individual filled with courage and resolve, nothing in life is impossible. Shri Modi affirmed that we can overcome the most difficult challenges on the strength of willpower and self-confidence.

The Prime Minister wrote on X;

"जो व्यक्ति साहस और संकल्प से भरा हो, उसके लिए जीवन में कुछ भी असंभव नहीं। आत्मविश्वास और इच्छाशक्ति के बल पर हम कठिन से कठिन चुनौतियों को पार कर सकते हैं।

एकोऽपि सिंहः साहस्रं यूथं मथ्नाति दन्तिनाम् ।
तस्मात् सिंहमिवोदारमात्मानं वीक्ष्य सम्पतेत्॥"

Just as one lion has the power to defeat a thousand elephants, in the same way a person should engage in noble actions fearlessly, with courage, confidence, and inner strength like a lion.