“କାଶୀ ଘାଟରେ ଗଙ୍ଗା-ପୁଷ୍କରଲୁ ଉତ୍ସବ ଗଙ୍ଗା ଏବଂ ଗୋଦାବରୀର ମିଳନ ପରି”
“ତେଲୁଗୁ ରାଜ୍ୟ କାଶୀଙ୍କୁ ଅନେକ ମହାନ ସାଧୁ, ଆଚାର୍ଯ୍ୟ ଏବଂ ସାଧୁଙ୍କୁ ଦେଇଛନ୍ତି”
“ତେଲୁଗୁ ଲୋକମାନେ କାଶୀଙ୍କୁ ସେମାନଙ୍କ ଆତ୍ମା ସହିତ ଯୋଡ଼ି ରଖିଛନ୍ତି ସେହିପରି କାଶୀ ସେମାନଙ୍କୁ ଗ୍ରହଣ କରିଛି ଓ ବୁଝିଛି’’
“ଗଙ୍ଗା ଜିରେ ବୁଡ଼ ପକାଇବା ଦ୍ବାରା ଆପଣଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ”
“ଆମର ପୂର୍ବପୁରୁଷମାନେ ବିଭିନ୍ନ କେନ୍ଦ୍ରରେ ଭାରତର ଚେତନା ପ୍ରତିଷ୍ଠା କରିଥିଲେ ଯାହା ଏକତ୍ର ଭାବରେ ଭାରତ ମାତଙ୍କୁ ସମ୍ପୂର୍ଣ୍ଣ କରିଥାଏ”
ଭାରତର ସମ୍ପୂର୍ଣ୍ଣତା ଏବଂ ପୂର୍ଣ୍ଣ ସମ୍ଭାବନା ସେତେବେଳେ ହୃଦୟଙ୍ଗମ ହୋଇପାରିବ ଯେତେବେଳେ ଆମେ ଦେଶର ବିବିଧତାକୁ ଗ୍ରହଣ କରିବୁ”

ନମସ୍କାର! ଆପଣ ସମସ୍ତଙ୍କୁ ଗଙ୍ଗା- ପୁଷ୍କରାଲୁ ଉତ୍ସବର ହାର୍ଦ୍ଦିକ ଶୁଭକାମନା । ଆପଣମାନେ ସମସ୍ତେ କାଶୀକୁ ଆସିଛନ୍ତ, ଏଥିପାଇଁ ଏହି ଯାତ୍ରାରେ ଆପଣମାନେ ବ୍ୟକ୍ତିଗତ ଭାବରେ ମଧ୍ୟ ହେଉଛନ୍ତି ମୋର ଅତିଥି, ଆଉ ଆମର ଏଠାରେ ଯେପରି କୁହାଯାଏ ଯେ ଅତିଥିମାନେ ହେଉଛନ୍ତି ଦେବତାଙ୍କ ଭଳି । ଅନେକ ଗୁଡିଏ ଦାୟିତ୍ୱ କାରଣରୁ ଯଦିଓ ମୁଁ  ଆପଣମାନଙ୍କର ସ୍ୱାଗତ ପାଇଁ ସେଠାରେ ଉପସ୍ଥିତ ହୋଇ ପାରିଲି ନାହିଁ, କିନ୍ତୁ ମୋ ମନକୁ ଆପଣମାନଙ୍କ ଗହଣରେ ରହିବା ଭଳି ଅନୁଭବ ହେଉଛି । ମୁଁ ଏହି ଆୟୋଜନ ପାଇଁ କାଶୀ-ତେଲୁଗୁ ସମିତି ଏବଂ ସଂସଦରେ ମୋର ସାଥୀ ଜିବିଏଲ ନରସିହ୍ମା ରାଓ ମହାଶୟଙ୍କୁ ଶୁଭେଚ୍ଛା ଜଣାଉଛି । କାଶୀ ଘାଟରେ ଏହି ଗଙ୍ଗା- ପୁଷ୍କରାଲୁ ଉତ୍ସବ ହେଉଛି, ଗଙ୍ଗା ଏବଂ ଗୋଦାବରୀର ସଙ୍ଗମ ଭଳି । ଏହା ହେଉଛି ଭାରତର ପ୍ରାଚୀନ ସଭ୍ୟତା, ସଂସ୍କୃତି ଏବଂ ପରମ୍ପରାଗୁଡିକର ସଙ୍ଗମର ଉତ୍ସବ । ଆପଣମାନଙ୍କର ସ୍ମରଣ ଥିବ, କିଛି ମାସ ପୂର୍ବେ ଏହି କାଶୀର ମାଟିରେ କାଶୀ- ତାମିଲ ସଙ୍ଗମମର ମଧ୍ୟ ଆୟେଜନ ହୋଇଥିଲା । ଏବେ କିଛି ଦିନ ପୂର୍ବେ ହିଁ ମୋତେ ସୌରାଷ୍ଟ୍ର- ତାମିଲ ସଙ୍ଗମମରେ ସାମିଲ ହେବାର ସୌଭାଗ୍ୟ ମିଳିଛି । ସେତେବେଳେ ମୁଁ କହିଥିଲି, ସ୍ୱାଧୀନତାର ଏହି ଅମୃତକାଳରେ ଦେଶର ବିବିଧତା ଗୁଡିକୁ, ବିବିଧଧାରା ଗୁଡିକର ଏହା  ହେଉଛି ସଙ୍ଗମକାଳ । ବିବିଧତା ଗୁଡିକର ଏହି ସଙ୍ଗମ ଦ୍ୱାରା ରାଷ୍ଟ୍ରୀୟତାର ଅମୃତ ବାହାରୁଛି, ଯାହା ଭାରତକୁ ଅନନ୍ତ ଭବିଷ୍ୟତ ପର୍ଯ୍ୟନ୍ତ ଉର୍ଜ୍ଜାବାନ କରି ରଖିବ ।

ସାଥୀଗଣ,

କାଶୀ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ କାଶୀ ଏବଂ କାଶୀବାସୀଙ୍କର ତେଲୁଗୁ ଲୋକମାନଙ୍କ ସହିତ କେତେ ନିବିଡ ସଂପର୍କ ଅଛି । ଯେତେବେଳେ କୌଣସି ତେଲୁଗୁ ବ୍ୟକ୍ତି କାଶୀ ଆସିଥାନ୍ତି, ଅନେକ କାଶୀବାସୀଙ୍କୁ ଲାଗିଥାଏ ଯେ ତାଙ୍କ ପରିବାର କୌଣସି ସଦସ୍ୟ ଆସି ଯାଇଛନ୍ତି । କାଶୀର ଲୋକ ପିଢୀ ପରେ ପିଢୀ ଆପଣ ସମସ୍ତଙ୍କର ସ୍ୱାଗତ କରି ଆସୁଛନ୍ତି । କାଶୀ ହେଉଛି ଯେତେ ପ୍ରାଚୀନ, ତା’ର ସଂପର୍କ ମଧ୍ୟ ହେଉଛି ସେତେ ପ୍ରାଚୀନ । କାଶୀ ହେଉଛି ଯେତେ ପବିତ୍ର, ସେତିକି ହିଁ ପବିତ୍ର ହେଉଛି ତେଲୁଗୁ ଲୋକମାନଙ୍କର କାଶୀ ଉପରେ ରହିଥିବା ଆସ୍ଥା । ଆଜି ମଧ୍ୟ, ଯେତେ ତୀର୍ଥଯାତ୍ରୀ କାଶୀକୁ ଆସୁଛନ୍ତି, ସେଥିମଧ୍ୟରୁ ଏକ ବହୁତ ବଡ଼ ସଂଖ୍ୟା, କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ଲୋକ ହୋଇ ଥାଆନ୍ତି । ତେଲୁଗୁ ରାଜ୍ୟଗୁଡ଼ିକ କାଶୀକୁ କେତେ ମହାନ ସନ୍ଥ ଦେଇଛନ୍ତି, କେତେ ଆଚାର୍ଯ୍ୟ ଏବଂ ମନିଷୀ ଦେଇଛନ୍ତି । କାଶୀର ଲୋକମାନେ ଏବଂ ତୀର୍ଥଯାତ୍ରୀ ଯେତେବେଳେ ବାବା ବିଶ୍ୱନାଥଙ୍କ ଦର୍ଶନ କରିବାକୁ ଯାଇ ଥାଆନ୍ତି, ସେତେବେଳେ ତେଲଙ୍ଗ ସ୍ୱାମୀଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କ ଆଶ୍ରମକୁ ମଧ୍ୟ ଯାଇ ଥାଆନ୍ତି । ସ୍ୱାମୀ ରାମକୃଷ୍ଣ ପରମହଂସ ତେଲଙ୍ଗ ସ୍ୱାମୀଙ୍କୁ ସାକ୍ଷାତ କାଶୀର ଜୀବନ୍ତ ଶୀବ ବୋଲି କହୁଥିଲେ। ଆପଣମାନେ ମଧ୍ୟ ଜାଣିଛନ୍ତି ଯେ ତେଲଙ୍ଗ ସ୍ୱାମୀଙ୍କ ଜନ୍ମ ବିଜୟନଗରମ୍ ରେ ହୋଇଥିଲା । ଜିଦ୍ଦୁ କୃଷ୍ଣମୂର୍ତିଙ୍କ ଭଳି କେତେ ହିଁ ମହାନ ଆତ୍ମାମାନ ରହିଛନ୍ତି, ଯେଉଁମାନଙ୍କୁ ଆଜି ମଧ୍ୟ କାଶୀରେ ସ୍ମରଣ କରାଯାଇ ଥାଏ ।

ଭାଇ ଓ ଭଉଣୀମାନେ,

ଯେଭଳି କାଶୀ ତେଲୁଗୁ ଲୋକମାନଙ୍କୁ ଆପଣାଇଛି, ଆତ୍ମାରେ ବିରାଜମାନ କରାଇଛି, ସେହିଭଳି ତେଲୁଗୁ ଲୋକମାନେ ମଧ୍ୟ କାଶୀକୁ ନିଜ ଆତ୍ମା ସହିତ ଯୋଡ଼ି ରଖିଛନ୍ତି । ଏପରିକି ପବିତ୍ର ତୀର୍ଥ ବେମୁଲା- ୱାଡ଼ାକୁ ମଧ୍ୟ ଦକ୍ଷିଣ କାଶୀ ବୋଲି ସମ୍ବୋଧନ କରୁଛନ୍ତି । ଆନ୍ଧ୍ର ଏବଂ ତେଲଙ୍ଗାନାର ମନ୍ଦିରଗୁଡ଼ିକରେ ଯେଉଁ କଳା ସୂତ୍ର ହାତରେ ବନ୍ଧା ଯାଇଥାଏ,  ତାକୁ ଆଜି ମଧ୍ୟ କାଶୀ ଦାରମ୍ କହନ୍ତି । ସେହିଭଳି, ଶ୍ରୀନାଥ ମହାକବିଙ୍କ କାଶୀ ଖଣ୍ଡୁମ୍ ଗ୍ରନ୍ଥ ହେଉ, ଏନୁଗୁଲ ବୀରସ୍ୱାମୟାଙ୍କ କାଶୀ ଯାତ୍ରା ଚରିତ୍ର ହେଉ, ଅବା ପୁଣି ଲୋକପ୍ରିୟ କାଶୀ ମଞ୍ଜିଲୀ କଥଲୁ ହେଉ, କାଶୀ ଏବଂ କାଶୀର ମହିମା ତେଲୁଗୁ ଭାଷା ଏବଂ ତେଲୁଗୁ ସାହିତ୍ୟରେ ମଧ୍ୟ ସେତିକି ଗଭୀରତାର ସହିତ ହୃଦୟରେ ବସି ରହିଛି । ଯଦି କୌଣସି ବାହାର ବ୍ୟକ୍ତି ଏସବୁ ଦେଖିବେ, ତେବେ, ସେମାନଙ୍କ ପାଇଁ ବିଶ୍ୱାସ କରିବା ମଧ୍ୟ କଠିନ ହେବ ଯେ କୌଣସି ସହର ଏତେ ଦୂରରେ ହୋଇ ମଧ୍ୟ ହୃଦୟର କିପରି ଏତେ ନିକଟରେ ହୋଇପାରେ ! କିନ୍ତୁ, ଏହା ହେଉଛି ଭାରତର ସେହି ପରମ୍ପରା, ଯାହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସେହି ବିଶ୍ୱାସକୁ ଶତାବ୍ଦୀ ଶତାବ୍ଦୀ ଧରି ଜୀବନ୍ତ ରଖିଛି ।

ସାଥୀଗଣ,

କାଶୀ ହେଉଛି ମୁକ୍ତି ଏବଂ ମୋକ୍ଷର ନଗରୀ । ଗୋଟିଏ ସମୟ ଥିଲା, ଯେତେବେଳେ ତେଲୁଗୁ ଲୋକ ହଜାର- ହଜାର କିଲୋମିଟର ଚାଲି କାଶୀ ଆସୁଥିଲେ । ନିଜର ଯାତ୍ରା ସମୟରେ ସମସ୍ତ ପ୍ରକାରର କଷ୍ଟ ଉଠାଉଥିଲେ । ଆଧୁନିକ ସମୟରେ ଏବେ ସେହି ପରିସ୍ଥିତିଗୁଡ଼ିକ ଦ୍ରୁତ ଗତିରେ ବଦଳୁଛି । ଆଜି ଗୋଟିଏ ପଟେ ବିଶ୍ୱନାଥ ଧାମର ଦିବ୍ୟ ବୈଭବ ରହିଛି, ତେବେ ଅନ୍ୟ ପଟେ ଗଙ୍ଗାର ଘାଟଗୁଡ଼ିକର ଭବ୍ୟତା ମଧ୍ୟ ରହିଛି । ଆଜି ଗୋଟିଏ ପଟେ କାଶୀର ଗଳି କନ୍ଦିମାନ ରହିଛି, ତେବେ ଅନ୍ୟ ପଟେ ନୂତନ ସଡ଼କ ଏବଂ ରାଜପଥର ନେଟୱର୍କ ମଧ୍ୟ ରହିଛି । ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାରୁ ଯେଉଁ ଲୋକ ପୂର୍ବରୁ ମଧ୍ୟ କାଶୀ ଆସି ସାରିଛନ୍ତି, ସେମାନେ ଏବେ କାଶୀରେ ହେଉଥିବା ଏହି ପରିବର୍ତନକୁ ଅନୁଭବ କରି ପାରୁଥିବେ । ଗୋଟିଏ ସମୟ ଥିଲା, ଯେତେବେଳେ ବିମାନବନ୍ଦରରୁ ଦଶାସ୍ୱମେଧ ଘାଟ ପର୍ଯ୍ୟନ୍ତ ପହଂଚିବା ପାଇଁ ଘଂଟା ଘଂଟା ସମୟ ଲାଗି ଯାଉଥିଲା । ଆଜି ନୂତନ ରାଜପଥ ନିର୍ମାଣ ହେବା ଦ୍ୱାରା ଏବେ ଲୋକମାନଙ୍କର ବହୁତ ସମୟ ସଂଚୟ ହେଉଛି । ଗୋଟିଏ ସମୟ ଥିଲା, ଯେତେବେଳେ କାଶୀର ସଡ଼କରେ ବିଜୁଳିର ତାରଗୁଡ଼ିକ ଭର୍ତି ହୋଇ ରହିଥିଲା । ଏବେ କାଶୀରେ ଅଧିକାଂଶ ସ୍ଥାନରେ ବିଜୁଳି ତାରଗୁଡ଼ିକୁ ଭୂତଳ ଦେଇ ନିଆଯାଇ ପାରିଛି । ଆଜି କାଶୀର ଅନେକ କୁଣ୍ଡ ହେଉ, ମନ୍ଦିର ପର୍ଯ୍ୟନ୍ତ ଯିବା ଆସିବାର ରାସ୍ତା ହେଉ, କାଶୀର ସାଂସ୍କୃତିକ ସ୍ଥଳ ହେଉ, ସବୁର କାୟାକଳ୍ପ କରାଯାଉଛି । ଏବେ ତ ଗଙ୍ଗା ଜୀରେ ସିଏନଜି ବାଲା ନୌକା ମଧ୍ୟ ଚାଲିବାରେ ଲାଗିଛି । ଆଉ ସେହିଦିନ ଦୂର ନୁହେଁ, ଯେତେବେଳେ ବନାରସ ଯାତାୟାତ କରୁଥିବା ଲୋକଙ୍କୁ ରୋପ- ୱେର ସୁବିଧା ମଧ୍ୟ ମିଳିଯିବ । ସେ ସ୍ୱଚ୍ଛତାର ଅଭିଯାନ ହେଉ, କାଶୀର ଘାଟଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ହେଉ, ବନାରସର ଲୋକମାନେ, ସେଠାକାର ଯୁବକମାନେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରି ଦେଇଛନ୍ତି । କାଶୀବାସୀମାନେ ଏହାକୁ ନିଜ ପରିଶ୍ରମ ଦ୍ୱାରା କରିଛନ୍ତି, ବହୁତ ପରିଶ୍ରମ କରି କରିଛନ୍ତି । ଏଥିପାଇଁ ମୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାଶୀବାସୀଙ୍କର ଯେତେ ମଧ୍ୟ ଗୁଣଗାନ କରିବି, ଯେତେ ଗୌରବଗାନ କରିବି, ତାହା କମ୍ ହେବ ।

ଆଉ ସାଥୀଗଣ,

ମୁଁ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ କହିବି ଯେ ମୋର କାଶୀର ଲୋକ, ଆପଣମାନଙ୍କର ସେବାରେ, ଆପଣମାନଙ୍କର ସ୍ୱାଗତରେ କୌଣସି ଅଭାବ କରି ନ ଥିବେ । କାରଣ ମୋତେ ମୋର କାଶୀବାସୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ବାବାଙ୍କ ଆଶୀର୍ବାଦ, କାଳଭୈରବ ଏବଂ ମାଆ ଅନ୍ନପୂର୍ଣ୍ଣାଙ୍କ ଦର୍ଶନ ହେଉଛି ନିଜକୁ ନିଜ ମଧ୍ୟରେ ବହୁତ ଅଦ୍ଭୂତ । ଗଙ୍ଗାରେ ବୁଡ଼, ଆପଣମାନଙ୍କର ଆତ୍ମାକୁ ପ୍ରସନ୍ନ କରି ଦେବ । ଏହି ସବୁ ସହିତ ହିଁ ଆପଣମାନଙ୍କ ପାଇଁ ଏହି ଗ୍ରୀଷ୍ମ ଋତୁରେ କାଶୀର ଲସୀ ଏବଂ ଥଣ୍ଡାଇ ମଧ୍ୟ ରହିଛି । ବନାରସର ଚାଟ, ଲିଟ୍ଟୀ-ଚୋଖା, ଆଉ ବନାରସୀ ପାନ, ଏହାର ସ୍ୱାଦ ଆପଣଙ୍କର ଯାତ୍ରାକୁ ଆହୁରି ମଧ୍ୟ ସ୍ମରଣୀୟ କରି ଦେବ । ଆଉ ମୁଁ ଆପଣମାନଙ୍କ ନିକଟରେ ଏକ ଅନୁରୋଧ ରଖିବି । ଯେପରି ଆପଣଙ୍କର ଏଟିକୋପପ୍ପାକାର କାଠର ଖେଳଣା ହେଉଛି ପ୍ରସିଦ୍ଧ, ସେହିପରି ବନାରସ ମଧ୍ୟ କାଠ ଖେଳଣା ପାଇଁ ହେଉଛି ପ୍ରସିଦ୍ଧ। ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାରୁ ଆସିଥିବା ଆମର ସାଥୀ, ନିଜ ସାଙ୍ଗରେ କାଠର ବନାରସୀ ଖେଳଣା, ବନାରସୀ ଶାଢ଼ୀ, ବନାରସୀ ମିଠେଇ, ଏଭଳି ବହୁତ କିଛି ଜିନିଷ ନେଇ ଯାଇ ପାରିବେ । ଦେଖିବେ, ଏହା ଆପଣମାନଙ୍କ ଆନନ୍ଦକୁ ଆହୁରି ଅନେକ ଗୁଣ ବଢ଼ାଇ ଦେବ ।

ସାଥୀଗଣ,

ଆମର ପୂର୍ବ ପୁରୁଷମାନେ ଭାରତର ଚେତନାକୁ ଭିନ୍ନ- ଭିନ୍ନ କେନ୍ଦ୍ରରେ ସ୍ଥାପିତ କରିଥିଲେ, ଯାହାକୁ ସାକ୍ଷାତ କରି ଭାରତ ମାତାର ସ୍ୱରୂପ ସମ୍ପୂର୍ଣ୍ଣ ହୋଇ ଯାଉଥିଲା । କାଶୀରେ ଯଦି ବାବା ବିଶ୍ୱନାଥ ଅଛନ୍ତି, ତେବେ ଆନ୍ଧ୍ରରେ ମଲ୍ଲିକାର୍ଜୁନ ଅଛନ୍ତି ଏବଂ ତେଲଙ୍ଗାନାରେ ଭଗବାନ ରାଜ- ରାଜେଶ୍ୱର ଅଛନ୍ତି । କାଶୀରେ ଯଦି ବିଶାଳାକ୍ଷୀ ଶକ୍ତିପୀଠ ଅଛି, ତେବେ ଆନ୍ଧ୍ରରେ ମା ଭ୍ରମରାମ୍ବା ଅଛନ୍ତି, ତେଲଙ୍ଗାନାରେ ରାଜ- ରାଜେଶ୍ୱରୀ ଅଛନ୍ତି । ଏହି ସମସ୍ତ ପବିତ୍ର ସ୍ଥାନ ଭାରତର ସାଂସ୍କୃତିକ ପରିଚୟର ହେଉଛି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ଆମକୁ ଦେଶର ଏହି ବିବିଧତାକୁ ଏହି ସମଗ୍ରତାର ସହିତ ଦେଖିବାର ଅଛି । ତେବେ ଯାଇ ଆମେ ନିଜର ପୂର୍ଣ୍ଣତାକୁ ଜାଣି ପାରିବା, ତେବେ ଯାଇ ଆମେ ନିଜ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଜାଗ୍ରତ କରି ପାରିବା । ମୋର ବିଶ୍ୱାସ ଯେ, ଗଙ୍ଗା- ପୁଷ୍କରାଲୁ ଭଳି ଉତ୍ସବ ରାଷ୍ଟ୍ର ସେବାର ଏହି ସଂକଳ୍ପକୁ ସେହିଭଳି ହିଁ ଆଗକୁ ବଢ଼ାଇ ଚାଲିବ । ଏହି କାମନା ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ- ବହୁତ ଶୁଭକାମନା ଜଣାଉଛି । ଆପଣମାନଙ୍କର ଏହି ଯାତ୍ରା ଫଳପ୍ରଦ ହେଉ, ସୁବିଧାପୂର୍ଣ୍ଣ ହେଉ ଏବଂ କାଶୀର ନୂଆ- ନୂଆ ସ୍ମୃତି ଆପଣମାନଙ୍କ ମନ ମନ୍ଦିରକୁ ଦିବ୍ୟତାର ଭାବନାରେ ଭରି ଦେଉ । ମୁଁ ଏହି ପ୍ରାର୍ଥନା ବାବାଙ୍କ ଚରଣରେ କରୁଛି । ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.