କୋଭିଡ-19 ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ନିମନ୍ତେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍‌ ପ୍ଲାଟଫର୍ମ ଉପଲବ୍ଧ କରାଇବାର ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ
ପାଖାପାଖି 200 ନିୟୁତ ବ୍ୟବହାରକାରୀଙ୍କୁ ନେଇ ‘ଆରୋଗ୍ୟ ସେତୁ’ ଆପ୍ ଡେଭଲପର୍ସଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିବା ଏକ ପ୍ୟାକେଜ୍ : ପ୍ରଧାନମନ୍ତ୍ରୀ
100 ବର୍ଷରେ ଥରେ ଆସୁଥିବା ଏପରି ଏକ ମହାମାରୀର ଅନ୍ୟ କୌଣସି ଉଦାହରଣ ନାହିଁ, ଯେକୌଣସି ରାଷ୍ଟ୍ର, ଯେତେ ଶକ୍ତିଶାଳୀ ହେଉ ପଛେ ଏକାକୀ ଏପରି ବିପଦର ମୁକାବିଲା କରିପାରିବ ନାହିଁ : ପ୍ରଧାନମନ୍ତ୍ରୀ
ଆମକୁ ସାଥୀ ହୋଇ କାମ କରିବାକୁ ହେବ ଏବଂ ସାଥୀ ହୋଇ ଆଗକୁ ବଢ଼ିବାକୁ ହେବ : ପ୍ରଧାନମନ୍ତ୍ରୀ
ଭାରତ ନିଜ ଟିକାକରଣ ରଣନୀତି ଯୋଜନା ପ୍ରସ୍ତୁତ କରିବା ସମୟରେ ଡିଜିଟାଲ ଦୃଷ୍ଟିକୋଣ ଆପଣାଇଛି : ପ୍ରଧାନମନ୍ତ୍ରୀ
ସୁରକ୍ଷିତ ଏବଂ ବିଶ୍ୱସନୀୟ ପ୍ରମାଣ ଲୋକମାନଙ୍କୁ କେତେବେଳେ, କେଉଁଠି ଏବଂ କାହା ଦ୍ୱାରା ଟିକା ଦିଆଯାଇଛି ତାହା ଜାଣିବାରେ ସହାୟକ ହୋଇଥାଏ : ପ୍ରଧାନମନ୍ତ୍ରୀ
ଡିଜିଟାଲ ଦୃଷ୍ଟିକୋଣ ଟିକାକରଣର ଉପଯୋଗ ଜାଣିବା ଏବଂ ଟିକା ଅପଚୟକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ: ପ୍ରଧାନମନ୍ତ୍ରୀ
କୋୱିନ୍‌ ପ୍ଲାଟଫର୍ମକୁ ସମସ୍ତ ଦେଶଗୁଡ଼ିକ ପାଇଁ ଉପଲବ୍ଧ ହେଉଥିବା ଏକ ମୁକ୍ତ ସମ୍ବଳ ଭାବେ ପ୍ରସ୍ତୁତ କରାଯାଉଛି : ପ୍ରଧାନମନ୍ତ୍ରୀ

ନମସ୍କାର,

ଏହି କୋୱିନ ଗ୍ଲୋବାଲ କନ୍‌କ୍ଲେଭରେ ବିଶ୍ୱର ଅନେକ ଦେଶରୁ ବିଶେଷଜ୍ଞମାନେ ଭାଗ ନେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ପ୍ରାରମ୍ଭରେ ମୁଁ ଏହି ମହାମାରୀରେ ପ୍ରାଣ ହରାଇଥିବା ସବୁଦେଶର ଲୋକଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛି । ଏକଶହ ବର୍ଷ ମଧ୍ୟରେ ଏହି ମହାମାରୀର କୌଣସି ତୁଳନା ନାହିଁ । ଅନୁଭୂ୍‌ତି କହୁଛି ଯେ, କୌଣସି ଦେଶ, ସେ ଯେତେ ଶକ୍ତିଶାଳୀ ହେଉନା କାହିଁକି ଏଭଳି ମହାମାରୀର ମୁକାବିଲା ଏକା କରିପାରିବ ନାହିଁ । କରୋନା ମହାମାରୀର ସବୁଠୁ ବଡ ଶିକ୍ଷା ହେଲା, ସମଗ୍ର ମାନବଜାତି ଓ ମାନବିକ କାରଣ ପାଇଁ ଆମକୁ ମିଳିତଭାବେ କାମକରି ଆଗେଇବାକୁ ହେବ । ଆମକୁ ପରସ୍ପରଠାରୁ ଶିଖିବା ସହିତ ମହାମାରୀ ମୁକାବିଲାର ସଫଳତା ସମ୍ପର୍କରେ ଅନ୍ୟକୁ ତଥ୍ୟ ପ୍ରଦାନ କରିବାକୁ ପଡିବ । ଏହି ମହାମାରୀ ସଂକ୍ରମଣ ଆରମ୍ଭ କାଳରୁ ଭାରତ ଏହାର ମୁକାବିଲା ସଂକ୍ରାନ୍ତ ସବୁ ଅଭିଜ୍ଞତା, ସଫଳତା, ଉତ୍ତମନୀତି ଓ ସମ୍ବଳ ଆଦିକୁ ବିଶ୍ୱ ସମୁଦାୟ ସହିତ ବାଣ୍ଟିବାକୁ ଅଙ୍ଗୀକୃତ । ଆମର ସକଳ ବାଧାବିଘ୍ନ ଓ ଅସୁବିଧା ସତ୍ୱେ ଆମେ ଆମର ଅଭିଜ୍ଞତା ଓ ସମ୍ବଳ ବିଶ୍ୱ ସମୁଦାୟ ସହିତ ପାରୁ ପର୍ଯ୍ୟନ୍ତ ଭାଗ  କରିଛୁ । ଆମେ ମଧ୍ୟ ଏହି ଲଢେଇରେ ବିଶ୍ୱର ବିଭିନ୍ନ ଦେଶର ଶ୍ରେଷ୍ଠ ରଣନୀତି ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଶିଖିବାକୁ ଆଗ୍ରହୀ ।

ବନ୍ଧୁଗଣ,

କରୋନା ଲଢେଇରେ ଟେକ୍ନୋଲୋଜି ଆମର ପ୍ରଧାନ ଆୟୁଧ ସାଜିଛି । ସୌଭାଗ୍ୟବଶତଃ ସଫ୍ଟଓୟାର ଏକ କ୍ଷେତ୍ର, ଯେଉଁଠି ଆମର ବିଶେଷକିଛି  ଅଭାବ ନାହିଁ । ସେଥିପାଇଁ ଆମ କୋଭିଡ୍ ଟ୍ରେସିଂ ଓ ଟ୍ରାକିଙ୍ଗ ଆପ୍  ବୈଷୟିକ ଦୃଷ୍ଟିରୁ ସମର୍ଥ ହେବା ମାତ୍ରେ ଆମେ ଏହାକୁ ସମସ୍ତଙ୍କ ପାଇଁ ମୁକ୍ତ (ଓପନ ସୋର୍ସ)କରୁଛୁ । ପ୍ରାୟ ୨୦୦ନିୟୁତ ୟୁଜର୍ସଙ୍କ ସହିତ ଆରୋଗ୍ୟ ସେତୁ ଆପ୍ ଡେଭଲପର୍ସଙ୍କ ପାଇଁ ଏକ ସହଜଲବ୍ଧ ପ୍ୟାକେଜରେ ପରିଣତ ହୋଇପାରିଛି । ଏହା ଭାରତରେ ବ୍ୟବହୃତ ହେବା ସହିତ ବିଶ୍ୱବ୍ୟାପୀ ବେଗ ଓ ପ୍ରସାର କ୍ଷେତ୍ରରେ ମଧ୍ୟ ସହଜଲବ୍ଧ ହୋଇଛି । ଆପଣ ଏହାର ଦକ୍ଷତା ମାପିପାରିବେ ।

ବନ୍ଧୁଗଣ,

            ଏହି ମହାମାରୀରୁ ସଫଳତାର ସହ ଉଦ୍ଧାର ପାଇବା ନିମନ୍ତେ ଟିକା ହିଁ ମାନବସମାଜ ପାଇଁ ଶ୍ରେଷ୍ଠ ଆଶା ପାଲଟିଛି । ଆରମ୍ଭରୁ ଆମେ ଭାରତରେ ଯେତେବେଳେ ଟିକାକରଣ ଯୋଜନା ପ୍ରସ୍ତୁତ କଲୁ ସେତେବଳେ ଡିଜିଟାଲ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଥିଲୁ । ସାମ୍ପ୍ରତିକ ବୈଶ୍ୱିକ ଦୁନିଆରେ ମହାମାରୀ ପରବର୍ତ୍ତଅୀ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ହେଲେ ଏହି ଡିଜିଟାଲ ଆଭିମୁଖ୍ୟକୁ ଗୁରୁତ୍ୱ ଦେବାକୁ ପଡିବ । ସର୍ବୋପରି ଲୋକମାନଙ୍କୁ ପ୍ରମାଣିତ କରିବାକୁ ହେବ ଯେ ସେମାନେ କୋଭିଡ ଟିକା ନେଇଛନ୍ତି । ସେଥିପାଇଁ ସେମାନେ ଯେଉଁ ପ୍ରମାଣ ଦେବେ ତାହା, ନିରାପଦ, ସୁରକ୍ଷିତ ଓ ବିଶ୍ୱାସଯୋଗ୍ୟ ହେବା ଉଚିତ । ସେମାନେ କେବେ, କେଉଁଠି ଏବଂ କାହାଦ୍ୱାରା ଟିକା ନେଇଛନ୍ତି ତାହାର ରେକର୍ଡ ବା ପ୍ରମାଣ ମଧ୍ୟ ଉପସ୍ଥାପନା କରିବାକୁ ପଡିବ । ପ୍ରତ୍ୟେକ ଡୋଜ ଟିକା ମୂଲ୍ୟବାନ ହୋଇଥିବାରୁ ସରକାର, ଏହାର ଅପଚୟ ଓ ନଷ୍ଟକୁ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଡିଜିଟାଲ ବ୍ୟବସ୍ଥା ବିନା ଏହା ସମ୍ଭବ ହୋଇନ ଥାନ୍ତା ।

ବନ୍ଧୁଗଣ,

ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱକୁ ଗୋଟିଏ କୁଟୁମ୍ବ ରୂପେ ବିବେଚିତ କରେ । ଏହି ମହାମାରୀ କାଳରେ ଅନେକ ଲୋକ ଏହି ଦର୍ଶନର ଯଥାର୍ଥତା ଓ ସତ୍ୟତାକୁ ଉପଲବ୍ଧି କରିଛନ୍ତି । ସେଥିପାଇଁ କୋଭିଡ ଟିକାଦାନ ପାଇଁ ଆମ ଟେକ୍ନୋଲୋଜି ପ୍ଲାଟଫର୍ମ-ଯାହାକୁ ଆମେ କୋୱିନ କହୁଛୁ, ତାହାକୁ ଓପନ ସୋର୍ସ ବା ମୁକ୍ତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି । ଖୁବ୍ ଶୀଘ୍ର, ଏହା ସବୁ ଦେଶ ପାଇଁ ଉପଲବ୍ଧ ହେବ । ଆଜିର କନ୍‌କ୍ଲେଭ ଏହି ପ୍ଲାଟଫର୍ମକୁ ଆପଣଙ୍କ ସହିତ ପରିଚିତ କରାଇବାର ପ୍ରଥମ ପଦକ୍ଷେପ । ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତ ୩୫କୋଟି ଡୋଜ ଟିକା ପ୍ରଦାନ  କରିସାରିଲାଣି । ଅଳ୍ପ ଦିନ ପୂର୍ବରୁ ଗୋଟିଏ ଦିନରେ ଆମେ ୯୦ଲକ୍ଷ ଲୋକଙ୍କୁ ଟିକା ଦେବାର ସଫଳ ହୋଇଥିଲୁ । ସେହି ଲୋକମାନେ ନିଜର ପରିଚୟ ଆଦି ପ୍ରମାଣ କରିବାକୁ ସାଙ୍ଗରେ କୌଣସି କାଗଜ ନେବାର ଆବଶ୍ୟକତା ପଡି ନ ଥିଲା ।

ସମସ୍ତ ତଥ୍ୟ ଡିଜିଟାଲ ଫର୍ମାଟ୍‌ରେ ଉପଲବ୍ଧ ଥିଲା । ସବୁଠୁ ଭଲ କଥା ହେଲା, ଏହି ସଫ୍ଟଓୟାର ଯେକୌଣସି ଦେଶରେ ସ୍ଥାନୀୟ ଆବଶ୍ୟକତା ଅନୁସାରେ କଷ୍ଟୋମାଇଜ ହେବାର ଦକ୍ଷତା ରଖିଛି । ଆଜିର ଏହି ବୈଠକରେ ଆପଣମାନେ କୋୱିନର ବୈଷୟିକ ଦିଗ ଉପରେ ଅଧିକ ଜାଣିବାକୁ ପାଇବେ । ମୁଁ ନିଶ୍ଚିତ ଆପଣ ଏହାକୁ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ । ମୁଁ ଆଉ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରାଇବାକୁ ଚାହୁଁନାହିଁ । ଆଜିର ଏହି ସଫଳ ଆଲୋଚନା ପାଇଁ ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ବକ୍ତବ୍ୟ ସାଙ୍ଗ କରିବାକୁ ଚାହୁଁଛି ।

‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ’ ନୀତିରେ କାର୍ଯ୍ୟକରି ମାନବ ସମାଜ ନିଶ୍ଚତ ଭାବେ ଏହି ମହାମାରୀକୁ ଅତିକ୍ରମ କରିପାରିବ ।

 ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”