National Education Policy will give a new direction to 21st century India: PM Modi
Energetic youth are the engines of development of a country; Their development should begin from their childhood. NEP-2020 lays a lot of emphasis on this: PM
It is necessary to develop a greater learning spirit, scientific and logical thinking, mathematical thinking and scientific temperament among youngsters: PM

ନମସ୍କାର!

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଶ୍ରୀ ସଞ୍ଜୟ ଧୋତ୍ରେ, ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଥିବା ସମିତିର ଅଧ୍ୟକ୍ଷ ଡ. କସ୍ତୁରୀ ରଙ୍ଗନ, ତାଙ୍କ ଦଳର ସମ୍ମାନିତ ସଦସ୍ୟଗଣ, ଏହି ବିଶେଷ ସମ୍ମିଳନୀରେ  ଅଂଶଗ୍ରହଣ କରିଥିବା ସମସ୍ତ ରାଜ୍ୟର ବିଦ୍ଵାନ, ପ୍ରଧାନ ଆଚାର୍ଯ୍ୟ, ଶିକ୍ଷକଗଣ, ଭାଇ ଓ ଭଉଣୀମାନେ ଆଜି ଆମେ ସମସ୍ତେ ଏପରି ଏକ କ୍ଷଣର ଅଂଶବିଶେଷ ପାଲଟିଛୁ ଯାହା ଆମ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ମୂଳଦୁଆ ପକାଇବ। ଏହା ଏପରି ଏକ ମୁହୂର୍ତ୍ତ ଯେଉଁଥିରେ ନୂଆ ଯୁଗ ନିର୍ମାଣ ପାଇଁ ବୀଜ ବପନ ହୋଇଛି । ଜାତୀୟ ଶିକ୍ଷା ନୀତି, ଏକବିଂଶ ଶତାବ୍ଦୀର ଭାରତକୁ ନୂଆ ଦିଗ ପ୍ରଦାନ କରିବ।

ସାଥୀଗଣ, ବିଗତ ତିନି ଦଶନ୍ଧିରେ ବିଶ୍ଵର ପ୍ରତ୍ୟେକ କ୍ଷେତ୍ର ବଦଳିଯାଇଛି। ପ୍ରତ୍ୟେକ ବ୍ୟବସ୍ଥା ବଦଳିଯାଇଛି । ଏହି ତିନି ଦଶନ୍ଧି ମଧ୍ୟରେ ଆମ ଜୀବନରେ ବଦଳି ନଥିବା ପକ୍ଷ ମିଳିବା ବିରଳ। କିନ୍ତୁ ସେ ମାର୍ଗ, ଯାହା ଉପରେ ଚାଲି ସମାଜ ଭବିଷ୍ୟତ ଦିଗରେ ବଢ଼ିଥାଏ, ଆମର ଶିକ୍ଷା ବ୍ୟବସ୍ଥା ଏବେ ମଧ୍ୟ ପୁରୁଣା ଢାଞ୍ଚାରେ ଚାଲି ଆସୁଥିଲା । ପୁରୁଣା ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ସେତିକି ଆବଶ୍ୟକ ହୋଇପଡ଼ିଥିଲା ଯେତିକି ଆବଶ୍ୟକତା ଖରାପ କଳାପଟାକୁ ବଦଳାଇବାକୁ ହୋଇଥାଏ । ପ୍ରତ୍ୟେକ ବିଦ୍ୟାଳୟରେ ପିନ-ଅପ ବୋର୍ଡ ରହିଥାଏ, ସେଥିରେ ଆପଣମାନେ ଜରୁରି କାଗଜ, ବିଦ୍ୟାଳୟର ଜରୁରି ଆଦେଶ, ପିଲାମାନେ ତିଆରି କରିଥିବା ପେଣ୍ଟିଂ ଲଗାଇଥାନ୍ତି । କିନ୍ତୁ କିଛି ଦିନ ପରେ ଏହା ପୂରଣ ହୋଇଯାଇଥାଏ । ସେହି ପିନ-ଅପ ବୋର୍ଡରେ ନୂଆ ଶ୍ରେଣୀର ନୂଆ ପିଲାମାନେ ନୂଆ ପେଣ୍ଟିଂ ଲଗାଇବା ପାଇଁ ଆପଣଙ୍କୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ ।

ନୂଆ ଜାତୀୟ ଶିକ୍ଷା ନୀତି ମଧ୍ୟ ନୂଆ ଭାରତର, ନୂଆ ଆଶାର, ନୂଆ ଆବଶ୍ୟକତା ପୂରଣର ଏକ ସଶକ୍ତ ମାଧ୍ୟମ ଅଟେ । ଏହା ପଛରେ ବିଗତ ଚାରି-ପାଞ୍ଚ ବର୍ଷର କଠିନ ପରିଶ୍ରମ ରହିଛି, ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ବିଦ୍ୟା, ପ୍ରତ୍ୟେକ ଭାଷାର ଲୋକମାନେ ଏହା ଉପରେ ଦିନ ରାତି କାମ କରିଛନ୍ତି । କିନ୍ତୁ ଏହି କାମ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ । ବରଂ ଏବେ ଅସଲ କାମ ଆରମ୍ଭ ହୋଇଛି । ଏବେ ଆମକୁ ଜାତୀୟ ଶିକ୍ଷା ନୀତି ପ୍ରଭାବୀ ଢଙ୍ଗରେ ଲାଗୁ କରିବାକୁ ହେବ। ଆମେ ସମସ୍ତେ ମିଶି ଏହି କାମ କରିବା । ମୁଁ ଜାଣିଛି, ଜାତୀୟ ଶିକ୍ଷା ନୀତି ଘୋଷଣା ହେବା ପରେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । କ’ଣ ଏହି ଶିକ୍ଷା ନୀତି? ଏହା ଭିନ୍ନ କିଭଳି? ଏହା ମାଧ୍ୟମରେ ସ୍କୁଲ ଓ କଲେଜର ବ୍ୟବସ୍ଥାରେ କିପରି ପରିବର୍ତ୍ତନ ଆସିବ? ଏହି ଶିକ୍ଷା ନୀତିରେ ଶିକ୍ଷକମାନଙ୍କ ପାଇଁ କ’ଣ ରହିଛି? ଜଣେ ଛାତ୍ରଙ୍କ ପାଇଁ କ’ଣ ରହିଛି? ସବୁଠୁ ଗୁରୁତ୍ବପୂର୍ଣ୍ଣ ଏହାକୁ ସଫଳତା ପୂର୍ବକ ଲାଗୁ କରିବା ଲାଗି କ’ଣ କରିବାକୁ ହେବ, କିପରି କରିବାକୁ ହେବ? ଏହି ପ୍ରଶ୍ନ ଉଠିବା ସ୍ବଭାବିକ, ଏବଂ ଜରୁରି ମଧ୍ୟ । ତେଣୁ ଆମେ ସମସ୍ତେ ଏହି କାର୍ଯ୍ୟକ୍ରମରେ ଏକତ୍ର ହୋଇଛୁ । ଆଲୋଚନା କରି ଆମେ ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିପାରିବ । ମୁଁ ସୂଚନା ପାଇଛି ଯେ ଗତକାଲି ମଧ୍ୟ ଆପଣମାନେ ଦିନସାରା ଏହି ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି ବିଚାରବିମର୍ଶ, ଚର୍ଚ୍ଚା କରିଛନ୍ତି ।

ଶିକ୍ଷକମାନେ ନିଜ ହିସାବରେ ପାଠପଢ଼ା ବିଷୟବସ୍ତୁ ପ୍ରସ୍ତୁତ କରନ୍ତୁ, ପିଲମାନେ ନିଜର ଖେଳନା ସଂଗ୍ରହାଳୟ ପ୍ରସ୍ତୁତ କରନ୍ତୁ, ଅଭିଭାବକମାନଙ୍କୁ ଯୋଡ଼ିବା ଲାଗି ସ୍କୁଲରେ କମ୍ୟୁନିଟି ଲାଇବ୍ରେରୀ ପ୍ରତିଷ୍ଠା କରାଯାଉ, ଫଟୋ ସହିତ ବହୁଭାଷୀ ଶବ୍ଦକୋଷ ରହୁ, ବିଦ୍ୟାଳୟରେ କିଚେନ ଗାର୍ଡନେ ରହୁ, ଏପରି ଅନେକ ବିଷୟରେ ଆଲୋଚନା ହୋଇଛି, ନୂଆ ବିଚାର ବ୍ୟକ୍ତ କରାଯାଇଛି । ମୁଁ ଆନନ୍ଦିତ ଯେ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାର ଏହି ଅଭିଯାନରେ ଆମର ଅଧ୍ୟକ୍ଷ ଓ ଶିକ୍ଷକମାନେ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି ।

ଏବେ କିଛିଦିନ ପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବା ବିଷୟରେ ସାରା ଦେଶର ଶିକ୍ଷକମାନଙ୍କୁ Mygov ପୋର୍ଟାଲରେ ନିଜର ମତାମତ ଦେବାକୁ ପରାମର୍ଶ ଦେଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ 15 ଲକ୍ଷରୁ ଅଧିକ ପରାମର୍ଶ ମିଳିଛି । ଏହି ପରାମର୍ଶ ଜାତୀୟ ଶିକ୍ଷା ନୀତିକୁ ଆହୁରି ଅଧିକ ପ୍ରଭାବୀ ଢଙ୍ଗରେ ଲାଗୁ କରିବାରେ ସହାୟତା କରିବ । ଏ ବିଷୟରେ ଆହୁରି ଅଧିକ ସଚେତନତା ସୃଷ୍ଟି କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନେକ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

ସାଥୀଗଣ, ଯେକୌଣସି ଦେଶର ବିକାଶକୁ ଗତି ପ୍ରଦାନ କରିବାରେ ଯୁବ ପିଢ଼ି ଏବଂ ଯୁବ ଉତ୍ସାହର ବଡ଼ ଭୂମିକା ରହିଥାଏ । କିନ୍ତୁ ସେହି ଯୁବ ପିଢ଼ିର ନିର୍ମାଣ ପିଲାଦିନରୁ ହିଁ ଆରମ୍ଭ ହୋଇଯାଇଥାଏ । ଯେପରି ପିଲାଦିନ ହେବ, ଭବିଷ୍ୟତର ଜୀବନ ମଧ୍ୟ ଯଥେଷ୍ଟ ଭାବେ ତା’ ଉପରେ ନିର୍ଭର କରିବ । ପିଲାମାନଙ୍କର ଶିକ୍ଷା, ସେମାନଙ୍କୁ ମିଳୁଥିବା ବାତାବରଣ, ଭବିଷ୍ୟତରେ ସେମାନେ କିପରି ବ୍ୟକ୍ତି ହେବେ ତାହା ନିର୍ଦ୍ଧାରଣ କରିଥାଏ। ସେଥିପାଇଁ ଜାତୀୟ ଶିକ୍ଷା ନୀତିରେ ପିଲାମାନଙ୍କର ଶିକ୍ଷଶ ଉପରେ ଖୁବ ଅଧିକ ଗୁରୁତ୍ବ ଦିଆଯାଇଛି । ପ୍ରାକ-ବିଦ୍ୟାଳୟ ସ୍ତରରେ ପିଲାମାନେ ପ୍ରଥମ ଥର ଲାଗି ମାତା-ପିତାଙ୍କ ଯତ୍ନ ଓ ଘରର ଆରାମ ଠାରୁ ବାହାରକୁ ବାହାରିବା ଆରମ୍ଭ କରିଥାନ୍ତି । ସେମାନେ ପ୍ରଥମ ଥର ଆତ୍ମୀୟଙ୍କ ଠାରୁ ଦୂରରେ ରହିଥାନ୍ତି । ଏହା ସେହି ପର୍ଯ୍ୟାୟ ଯେତେବେଳେ ପିଲାମାନେ ନିଜର ଭାବନା, ନିଜର ଦକ୍ଷତାକୁ ଅଧିକ ଉନ୍ନତ ଢଙ୍ଗରେ ବୁଝିବା ଆରମ୍ଭ କରିଥାନ୍ତି । ସେଥିପାଇଁ ଏପରି ସ୍କୁଲ, ଏପରି ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି ଯେଉଁମାନେ ପିଲାମାନଙ୍କୁ ମଜାଳିଆ ଶିକ୍ଷାଦାନ, ଚଞ୍ଚଳତାପୂର୍ଣ୍ଣ ଶିକ୍ଷାଦାନ, ଅଭ୍ୟାସ ଆଧାରିତ ଶିକ୍ଷାଦାନ ଏବଂ ଉଦ୍ଭାବନ ଆଧାରିତ ଶିକ୍ଷାଦାନର ପରିବେଶ ଦେଇପାରିବେ ।

ମୁଁ ଜାଣିଛି ଯେ ଆପଣମାନେ ଚିନ୍ତା କରୁଥିବେ ଯେ କରୋନା ସମୟରେ, ଏସବୁ କିପରି ହେବ? ଏ କଥା ଆଲୋଚନା ଠାରୁ ଆଭିମୁଖ୍ୟ ଉପରେ ଅଧିକ ନିର୍ଭରଶୀଳ । ଅନ୍ୟପକ୍ଷରେ କରୋନା କାରଣରୁ ସୃଷ୍ଟି ହୋଇଥିବା ଏପରି ପରିସ୍ଥିତି ସବୁଦିନ ଏମିତି ରହିବ ନାହିଁ। ପିଲାମାନେ ଯେମିତି ଶ୍ରେଣୀଗୃହରେ ଆଗକୁ ବଢ଼ିବେ, ସେମାନଙ୍କ ମଧ୍ୟରେ  ଶିଖିବାର ଭାବନା ଅଧିକ ବିକଶିତ ହେବ । ସେମାନଙ୍କର ମନ, ମସ୍ତିଷ୍କ ବୈଜ୍ଞାନିକ ଓ ତାର୍କିକ ଢଙ୍ଗରେ ଚିନ୍ତା କରିବା ଆରମ୍ଭ କରିବ, ସେମାନଙ୍କ ଠାରେ ଗାଣିତ୍ୟିକ ଚିନ୍ତାଧାରା ଓ ବୈଜ୍ଞାନିକ ମନୋଭାବ ବିକଶିତ ହେବ, ଏସବୁ ଅତି ଆବଶ୍ୟକ । ଗାଣିତ୍ୟିକ ଚିନ୍ତାଧାରାର ଅର୍ଥ ନୁହେଁ ଯେ ପିଲାମାନେ କେବଳ ଗାଣିତ୍ୟିକ ସମସ୍ୟାର ସମାଧାନ କରିବେ ନାହିଁ, ବରଂ ଏହା ଚିନ୍ତାଧାରାର ଏକ ପଦ୍ଧତି । ଏହି ପଦ୍ଧତି ଆମକୁ ସେମାନଙ୍କୁ ଶିଖାଇବାକୁ ହେବ । ଏହା ପ୍ରତ୍ୟେକ ବିଷୟକୁ, ଜୀବନର ବିଭିନ୍ନ ଦିଗକୁ ଗାଣିତ୍ୟିକ ଏବଂ ତାର୍କିକ ଢଙ୍ଗରେ ବୁଝିବା ଲାଗି ଦୃଷ୍ଟିକୋଣ ପ୍ରଦାନ କରିବ, ଯାହାଫଳରେ ସେମାନଙ୍କର ମସ୍ତିଷ୍କ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିପାରିବ । ଏହି ଦୃଷ୍ଟିକୋଣ, ମନ ଓ ମସ୍ତିଷ୍କର ଏହି ବିକାଶ ଜରୁରି ଅଟେ। ସେଥିପାଇଁ ଜାତୀୟ ଶିକ୍ଷା ନୀତିରେ ଏହାର ପ୍ରକ୍ରିୟା-ପଦ୍ଧତି ଉପରେ ଖୁବ ଅଧିକ ଦୃଷ୍ଟି ଦିଆଯାଇଛି । ଆପଣମାନଙ୍କ ମଧ୍ୟରୁ ଅନେକ, କେତେଜଣ ପ୍ରିନ୍ସିପାଲ, ଚିନ୍ତା କରୁଥିବେ ଯେ ଆମେମାନେ ତ’ ପୂର୍ବରୁ ଆମ ସ୍କୁଲରେ ଏପରି କରୁଛୁ । କିନ୍ତୁ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ଏସବୁ ହୋଇନଥାଏ । ଏକ ସମାନ ଭାବ ଆଣିବା ମଧ୍ୟ ଜରୁରି । ଏହା ମଧ୍ୟ ଏକ ବଡ଼ କାରଣ ଯେଉଁଥିପାଇଁ ମୁଁ ଆଜି ଆପଣମାନଙ୍କ ସହିତ ଏତେ ବିସ୍ତୃତ ଭାବେ ଆଲୋଚନା କରୁଛି ।

ବନ୍ଧୁଗଣ, ଜାତୀୟ ଶିକ୍ଷା ନୀତିରେ ପୁରୁଣା 10+2 ସ୍ଥାନରେ 5+3+3+4 ବ୍ୟବସ୍ଥା ଅଧିକ ଭାବିଚିନ୍ତି ସାମିଲ କରାଯାଇଛି । ଏଥିରେ ପ୍ରାକ ଶୈଶବାବସ୍ଥା ଯତ୍ନ ଏବଂ ଶିକ୍ଷାକୁ ଏକ ଆଧାର ଭାବେ, ଭିତ୍ତିଭୂମି ଭାବେ ସାମିଲ କରାଯାଇଛି । ଆଜି ଆମେ ଦେଖିଲେ, ପ୍ରାକ ବିଦ୍ୟାଳୟର କୌତୁକ ଶିକ୍ଷା ଘରୋଇ ବିଦ୍ୟାଳୟ ପର୍ଯ୍ୟନ୍ତ ସୀମିତ ରହିଛି ।  ଏହା ଏବେ ଗାଁରେ ମଧ୍ୟ ପହଞ୍ଚିବ, ଗରିବଙ୍କ ଘର ପାଖରେ ପହଞ୍ଚିବ, ଧନୀଗରିବ, ଗାଁ ସହର, ପ୍ରତ୍ୟେକଙ୍କୁ, ସବୁ ସ୍ଥାନରେ ଏପରି ଶିକ୍ଷା ମିଳିବ । ମୌଳିକ ଶିକ୍ଷା ଉପରେ ଧ୍ୟାନ ଦିଆଯିବା ହେଉଛି ଏହି ନୀତିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନର ବିକାଶକୁ ଏକ ଜାତୀୟ ମିଶନ ରୂପରେ ନିଆଯିବ । ପ୍ରାରମ୍ଭିକ ଭାଷା ଜ୍ଞାନ, ସଂଖ୍ୟା ଜ୍ଞାନ, ପିଲାମାନଙ୍କ ମଧ୍ୟରେ ସାଧାରଣ ଅକ୍ଷର ପଢ଼ିବା ଏବଂ ବୁଝିବାର କ୍ଷମତା ବିକାଶ, ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ପିଲାମାନେ ଆଗକୁ ଯାଇ ପଢ଼ିବା ଓ ଶିଖିବା, ସେଥିପାଇଁ ଜରୁରି ହେଉଛି ସେମାନେ ପାଠପଢ଼ା ଶିଖିବା ଜାଣିବା ଆବଶ୍ୟକ । ପାଠପଢ଼ା ଶିଖିବା ଠାରୁ ଶିଖିବା ପାଇଁ ପଢ଼ିବା ଲାଗି ପର୍ଯ୍ୟନ୍ତ ଏହି ବିକାଶ ଯାତ୍ରା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମାଧ୍ୟମରେ ପୂରଣ କରାଯିବ ।

ସାଥୀଗଣ, ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଯେଉଁ ପିଲା ତୃତୀୟ ଶ୍ରେଣୀ ପାସ କରୁଛି, ସେ ଗୋଟିଏ ମିନିଟରେ 30ରୁ 35ଟି ଶବ୍ଦ ଖୁବ ସହଜରେ ପଢ଼ିପାରିବ। ଏହାକୁ ଆପଣମାନେ ମୌଖିକ ପଠନ ଦକ୍ଷତା କହିଥାନ୍ତି । ଯେଉଁ ପିଲାମାନଙ୍କୁ ଆମେ ଏହି ସ୍ତର ପର୍ଯ୍ୟନ୍ତ ନେଇପାରିବା, ତା’କୁ ଗଢ଼ିପାରିବା, ଶିଖାଇ ପାରିବା, ଭବିଷ୍ୟତରେ ସେହି ପିଲା ପାଇଁ ବାକି ବିଷୟଗୁଡ଼ିକୁ ପଢ଼ିବା ଏବଂ ବୁଝିବା ସହଜ ହୋଇଯିବ । ମୁଁ ଏଥିପାଇଁ ଆପଣମାନଙ୍କୁ ପରାମର୍ଶ ଦେଉଛି । ଛୋଟ ଛୋଟ ପିଲାମାନଙ୍କ ସହିତ 25-30 ବନ୍ଧୁ ଶ୍ରେଣୀରେ ଥାଆନ୍ତି । ଆପଣମାନେ ସେମାନଙ୍କୁ କେତେଜଣ ପିଲାଙ୍କ ନାମ ଉଚ୍ଚାରଣ କରିବାକୁ କୁହନ୍ତୁ । ସେମାନଙ୍କୁ କୁହନ୍ତୁ ଛିଡ଼ା ହୋଇ ଖୁବ ଦ୍ରୁତ ବେଗରେ ନାମଗୁଡ଼ିକ ଉଚ୍ଚାରଣ କରିବା ଲାଗି କୁହନ୍ତୁ । ଆପଣମାନେ ଦେଖିବେ ଅନେକ ପ୍ରକାରର ପ୍ରତିଭା ବିକଶିତ ହେବା ଆରମ୍ଭ ହୋଇଯିବ ଏବଂ ସେମାନଙ୍କର ଆତ୍ମବିଶ୍ବାସର ସ୍ତର ମଧ୍ୟ ବୃଦ୍ଧି ପାଇବ । ପରେ ଲିଖିତ ଭାବେ ସାଙ୍ଗ ମାନଙ୍କ ନାମ ଦେଇ ସେମାନଙ୍କୁ ଫଟୋ ଦେଖାଇ ଲେଖିବା ପାଇଁ କହିପାରିବେ। ନିଜ ବନ୍ଧୁମାନଙ୍କୁ ଚିହ୍ନି ଶିଖିବା ଏହି ଶିକ୍ଷାଦାନର ପ୍ରକ୍ରିୟା । ଏହା ଫଳରେ ପରବର୍ତ୍ତୀ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପରେ ବୋଝ ହ୍ରାସ ପାଇବ, ଆପଣମାନେ ଶିକ୍ଷକଙ୍କ ଉପରେ ମଧ୍ୟ ବୋଝ ହ୍ରାସ ପାଇବ ।

ଏଥିସହିତ ମୌଳିକ ଗଣିତ ଯେପରିକି, ଗଣନ, ମିଶାଣ, ଫେଡ଼ାଣ, ଗୁଣନ, ହରଣ ଏସବୁ ପିଲାମାନେ ଭଲ ଭାବେ ବୁଝିପାରିବେ । ବହି ଏବଂ ଶ୍ରେଣୀର ପରିଧିରୁ ବାହାରକୁ ଯାଇ ବାସ୍ତବିକ ଦୁନିଆ, ଆମ ଜୀବନ ସହିତ, ଆଖପାଖର ପରିବେଶ ସହିତ ପାଠପଢ଼ା ଯୋଡ଼ି ହୋଇପାରିଲେ ଯାଇ ଏସବୁ ସମ୍ଭବ ହୋଇପାରିବ । ଆଖପାଖର ବାସ୍ତବ ଦୁନିଆରୁ ପିଲାମାନେ କିପରି ଶିଖିପାରିବେ, ତା’ର ଏକ ଉଦାହରଣ ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କ ଏକ କାହାଣୀରେ ଦେଖିବାକୁ ମିଳିଥାଏ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ମାତ୍ର ଆଠ ବର୍ଷର ହୋଇଥିଲେ, ସେତେବେଳକୁ ସେ ଇଂରାଜୀ ପଢ଼ିବା ଶିଖିନଥିଲେ । ଥରେ ସେ ନିଜ ପିତାଙ୍କ ସହିତ କୋଲକାତା ଯାଉଥିଲେ, ବାଟରେ ରାସ୍ତାକଡ଼ରେ ଇଂରାଜୀରେ ଲିଖିତ ମାଇଲଷ୍ଟୋନ ଦେଖିବାକୁ ମିଳିଲା । ସେ ପିତାଙ୍କୁ ପଚାରିଲେ, ଏଥିରେ କ’ଣ ଲେଖା ହୋଇଛି? ପିତା ତାଙ୍କୁ କହିଲେ ଯେ ଏଥିରେ କୋଲକାତା କେତେ ଦୂର ଅଛି, ତାହା ଜଣାଇବା ଲାଗି ଇଂରାଜୀରେ ସଂଖ୍ୟା ଲେଖା ହୋଇଛି। ଏହି ଉତ୍ତର ଶୁଣି ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଶିଶୁ ମନରେ ଜିଜ୍ଞାସା ଆହୁରି ବଢ଼ିଲା । ସେ ପଚାରି ଚାଲିଲେ ଏବଂ ତାଙ୍କ ପିତା ମାଇଲ ଖୁଣ୍ଟ ପଥରେ ଲେଖାଥିବା ସଂଖ୍ୟା ଗଣି ଚାଲିଲେ । କଲିକତାରେ ପହଞ୍ଚିବା ବେଳକୁ ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ସମ୍ପୂର୍ଣ୍ଣ ଇଂରାଜୀରେ ସଂଖ୍ୟା ଗଣନ ଜାଣିସାରିଥିଲେ। 1,2,3,4…7,8,9,10 ଏହା ହିଁ ଜିଜ୍ଞାସାର ଅଧ୍ୟୟନ, ଜିଜ୍ଞାସାରୁ ଶିଖିବାର ଶକ୍ତି!

ସାଥୀଗଣ, ଯେତେବେଳେ ଶିକ୍ଷାକୁ ଆଖପାଖର ପରିବେଶ ସହିତ ଯୋଡ଼ି ଦିଆଯାଇଥାଏ ତ’ ତାର ପ୍ରଭାବ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଜୀବନ ଉପରେ ପଡ଼ିଥାଏ, ସମ୍ପୂର୍ଣ୍ଣ ସମାଜ ଉପରେ ମଧ୍ୟ ପଡ଼ିଥାଏ। ଜାପାନର ଉଦାହରଣ ନିଅନ୍ତୁ, ସେଠାରେ ଶିନରିନ ୟୋକୁ ପ୍ରଚଳନ ରହିଛି। ଶିନରିନର ଅର୍ଥ ଜଙ୍ଗଲ ଏବଂ ୟୋକୁର ଅର୍ଥ ଗାଧୋଇବା। ଅର୍ଥାତ ଜଙ୍ଗଲରେ ଗାଧୋଇବା। ସେଠାରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲରେ, କିମ୍ବା ଯେଉଁଠି ଅଧିକ ଗଛଲତା ରହିଛି, ସେପରି ସ୍ଥାନକୁ ନିଆଯାଇଥାଏ ସେଠାରେ ପିଲାମାନେ ପ୍ରକୃତିକୁ ସ୍ବାଭାବିକ ଭାବେ ଅନୁଭବ କରିଥାନ୍ତି। ଗଛ-ଲତା ଫୁଲକୁ ଦେଖିବା, ଶୁଣିବା, ଶୁଙ୍ଘିବା, ଅନୁଭବ କରିବାର ଅନୁଭୂତି ମିଳିଥାଏ। ଏହା ଫଳରେ ପିଲାମାନେ ପ୍ରକୃତି ଓ ପର୍ଯ୍ୟାବରଣ ସହିତ ଯୋଡ଼ି ହୋଇ ରହିଥାନ୍ତି। ଏହାଦ୍ଵାରା ସେମାନଙ୍କର ସାମଗ୍ରୀକ ବିକାଶକୁ ପ୍ରୋତ୍ସାହନ ମଧ୍ୟ ମିଳିଥାଏ। ପିଲାମାନେ ଏହାକୁ ଉପଭୋଗ ମଧ୍ୟ କରିଥାନ୍ତି ଏବଂ ଅନେକ କଥା ଶିଖି ମଧ୍ୟ ଯାଇଥାନ୍ତି। ମୋର ମନେ ପଡ଼ୁଛି, ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆମେ ସବୁ ସ୍କୁଲଗୁଡ଼ିକୁ ସୂଚନା ଦେଇଥିଲୁ… ଆମେ ପିଲାମାନଙ୍କୁ କହିଥିଲୁ ଯେ ସେମାନଙ୍କ ଗାଁରେ ସବୁଠୁ ପୁରୁଣା ଗଛ ସେମାନେ ଖୋଜନ୍ତୁ। ପିଲାମାନେ ସବୁ ସ୍ଥାନକୁ ଗଲେ, ଗାଁ ପାଖରେ ସବୁ ଗଛ ଦେଖିଲେ, ଶିକ୍ଷକମାନଙ୍କୁ ପଚାରିଲେ। ଏହାପରେ ପିଲାମାନେ ସ୍କୁଲକୁ ଆସି ସେମାନେ ଠାବ କରିଥିବା ଗଛର ମହାତ୍ମ୍ୟ ସମ୍ପର୍କରେ ଗୀତ ଲେଖିଲେ, ପ୍ରବନ୍ଧ ଲେଖି… ବକ୍ତବ୍ୟ ଦେଲେ।

କିନ୍ତୁ ଏହି ପ୍ରକ୍ରିୟାରେ ସେମାନଙ୍କୁ ଅନେକ ଗଛ ଦେଖିବାକୁ ପଡ଼ିଲା, ସବୁଠୁ ଅଧିକ ବୟସ୍କ ଗଛ ଖୋଜିବାକୁ ପଡ଼ିଲା। ଅନେକ କଥା ସେମାନେ ଶିଖିବାକୁ ଲାଗିଲେ ଏବଂ ମୁଁ କହିପାରିବି ଯେ ଏହି ପ୍ରୟୋଗ ଖୁବ ସଫଳ ହେଲା। ଗୋଟିଏ ପଟେ ପିଲାମାନଙ୍କୁ ପରିବେଶର ସୂଚନା ମିଳିଲା, ଏଥିସହିତ ସେମାନଙ୍କୁ ଗାଁ ବିଷୟରେ ମଧ୍ୟ ଅନେକ କଥା ଜାଣିବାର ସୁଯୋଗ ମିଳିଲା। ଆମକୁ ଏପରି ସହଜ ଏବଂ ନୂଆ ନୂଆ ପଦ୍ଧତିକୁ ବଢ଼ାଇବାକୁ ହେବ। ଆମର ଏହି ପ୍ରୟୋଗ, ନୂଆ ପିଢ଼ିର ଶିକ୍ଷାର ମୂଳମନ୍ତ୍ର ହେବା ଉଚିତ Engage (ସମ୍ପୃକ୍ତି), Explore (ଆବିଷ୍କାର), Experience(ଅନୁଭୂତି), Express(ଅଭିବ୍ୟକ୍ତି) ଏବଂ Excel (ଉତ୍କର୍ଷ)। ଛାତ୍ରଛାତ୍ରୀ ନିଜ ରୁଚି ଅନୁଯାୟୀ ଗତିବିଧି, ଘଟଣା, ପ୍ରକଳ୍ପରେ ସମ୍ପୃକ୍ତ ରହିବା ଉଚିତ। ସେମାନଙ୍କୁ ନିଜ ହିସାବରେ ଆବିଷ୍କାର କରିବାର ସୁଯୋଗ ମିଳିବା ଉଚିତ। ଏହା ସେମାନଙ୍କର ବ୍ୟକ୍ତିଗତ ଅନୁଭୂତି ହୋଇପାରେ କିମ୍ବା ସାମଗ୍ରିକ। ଏହାପରେ ପିଲାମାନେ ନିଜକୁ ସୃଜନଶୀଳ ଢଙ୍ଗରେ ବ୍ୟକ୍ତ କରିପାରିବା ଉଚିତ। ଏସବୁକୁ ମିଶାଇ ପିଲାମାନଙ୍କ ପାଇଁ ଉତ୍କର୍ଷ ହାସଲ କରିବାର ରାସ୍ତା ପ୍ରଶସ୍ତ ହୋଇଥାଏ। ଆମେ ପିଲାମାନଙ୍କୁ ପାହାଡ଼, ଐତିହାସିକ ସ୍ଥାନ, କ୍ଷେତସୁରକ୍ଷିତ ଉତ୍ପାଦନ ୟୁନିଟକୁ ନେଇପାରିବା।

ଏବେ ଦେଖନ୍ତୁ, ଆପଣମାନେ କ୍ଲାସରୁମରେ ରେଳ ଇଞ୍ଜିନ ବିଷୟରେ କେବଳ ପଢ଼ାଇ ଦେଲେ ହେବ ନାହିଁ। ଆପଣମାନେ ପିଲାମାନଙ୍କୁ ଗାଁ ନିକଟରେ ଥିବା ରେଳ ଷ୍ଟେସନକୁ ନେଇଗଲେ, ସେଠାରେ ରେଳ ଇଞ୍ଜିନ ଦେଖାଇଲେ ପିଲାମାନେ ଆପେ ଆପେ ଶିଖିଯିବେ। ସେହିପରି ବସ ଷ୍ଟେସନକୁ ନେଲେ, ବସ କିପରି ଚାଲିଥାଏ ତାହା ସେମାନେ ଜାଣିପାରିବେ। ମୁଁ ଜାଣିଛି ଯେ ଅନେକ ପ୍ରିନ୍ସିପାଲ ଓ ଶିକ୍ଷକ ଏପରି ସେମାନଙ୍କ ସ୍କୁଲରେ କରିଥାନ୍ତି। ଅନେକ ଶିକ୍ଷକ ପାଠପଢ଼ାରେ ବେଶ ସୃଜନଶୀଳ ହୋଇଥାନ୍ତି ଏବଂ ସେମାନେ ବେଶ ସମର୍ପିତ ଭାବେ ଶିକ୍ଷାଦାନ କରିଥାନ୍ତି। କିନ୍ତୁ ସବୁ ସ୍ଥାନରେ ଏପରି ହୋଇନଥାଏ। ଏହି କାରଣରୁ ଅନେକ ଛାତ୍ର ବ୍ୟବହାରିକ ଜ୍ଞାନରୁ ବଞ୍ଚିତ ରହିଥାନ୍ତି। ଆମେ ଏସବୁ ଭଲ କଥାକୁ ଯେତେ ଅଧିକ ପ୍ରଚାର କରିବା ଆମର ସାଥୀ ଶିକ୍ଷକମାନଙ୍କୁ ଶିଖିବାର ଅଧିକ ସୁଯୋଗ ମିଳିବ। ଶିକ୍ଷକମାନଙ୍କ ଅଭିଜ୍ଞତା ଯେତେ ଅଧିକ ପ୍ରସାରିତ ହେବ ପିଲାମାନଙ୍କୁ ଲାଭ ମିଳିବ।

ବନ୍ଧୁଗଣ, ଆମ ଦେଶରେ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ବିଶେଷତ୍ଵ ରହିଛି, ଯେକୌଣସି ପାରମ୍ପରିକ କଳା, କାରିଗରି, ଉତ୍ପାଦର ପ୍ରସିଦ୍ଧି ପ୍ରତ୍ୟେକ ସ୍ଥାନରେ ରହିଛି। ଉଦାହରଣ ସ୍ଵରୂପ ବିହାର ଭାଗଲପୁର ଶାଢ଼ି, ସେଠାକାର ସିଲ୍କ ସାରା ଦେଶରେ ପ୍ରସିଦ୍ଧି। ଯଦି ପିଲାମାନେ ସେସବୁ ଶାଢ଼ି ବୁଣା ବିଷୟରେ ଶିକ୍ଷା ଲାଭ କରିବାକୁ ଚାହାନ୍ତି, ତା’ହେଲେ ସେମାନଙ୍କୁ ସେହି ସ୍ଥାନକୁ ନେଇଯିବା ଉଚିତ। ଶ୍ରେଣୀଗୃହରୁ ସେମାନଙ୍କୁ ଶିଖାଇ ନେଇ ଶାଢ଼ି ବୁଣୁଥିବା ଲୋକଙ୍କୁ ହିଁ ପ୍ରଶ୍ନ ପଚାରି ନିଜର ଜିଜ୍ଞାସାର ସମାଧାନ କରିବାର ସୁଯୋଗ ଛାତ୍ରଛାତ୍ରୀଙ୍କୁ ଦିଆଗଲେ ପ୍ରକୃତ ଶିକ୍ଷା ସେମାନଙ୍କୁ ମିଳିପାରିବ। ଏହାଫଳରେ ପିଲାମାନେ ନିର୍ଦ୍ଦିଷ୍ଟ ପ୍ରଶ୍ନ ଯେପରିକି-ସୂତା କେଉଁଠୁ ଆସେ, ସେଥିରେ ରଙ୍ଗ କିପରି ଦିଆଯାଏ, ଶାଢ଼ି କିଭଳି ଚମକି ଥାଏ ଏସବୁ ନିଜ ଇଚ୍ଛାରେ ପଚାରି ଅନେକ କଥା ଶିଖିପାରିବେ।

ଏପରି କୁଶଳୀ ଲୋକମାନଙ୍କୁ ମଧ୍ୟ ବିଦ୍ୟାଳୟକୁ ନିମନ୍ତ୍ରଣ କରିବା ଉଚିତ। ସେଠାରେ ସେମାନଙ୍କ ପ୍ରଦର୍ଶନୀ, କର୍ମଶାଳା ଆୟୋଜନ କରାଯାଇପାରିବ। ଧରାଯାଉ ଗାଁରେ ମାଟିପାତ୍ର ତିଆରି କରୁଥିବା ଲୋକଙ୍କ ପାଖକୁ ପିଲାମାନଙ୍କୁ ନେଇଗଲେ ସେମାନେ ନିଜେ ପ୍ରଶ୍ନ ପଚାରି ସବୁକିଛି ଶିଖିପାରିବେ। ଛାତ୍ରଛାତ୍ରୀଙ୍କ ଜିଜ୍ଞାସା ମଧ୍ୟ ବଢ଼ିବ ଏବଂ ସୂଚନା, ଶିଖିବାର ଆଗ୍ରହ ମଧ୍ୟ ବଢ଼ିବ। ଏପରି କେତେକ ପେସା ରହିଛି ଯାହା ପାଇଁ ଗଭୀର କୌଶଳର ଆବଶ୍ୟକତା ରହିଛି, କିନ୍ତୁ ଆମେ ସେଗୁଡ଼ିକୁ ଗୁରୁତ୍ବ ଦେଇନଥାଉ, ଅନେକ ଥର ଛୋଟ ବୋଲି ଭାବିଥାଉ। ଯଦି ଛାତ୍ରଛାତ୍ରୀ ଏଗୁଡ଼ିକୁ ଦେଖିବେ ତ’ ଏକପ୍ରକାର ଭାବନାତ୍ମକ ସଂଯୋଗ ସୃଷ୍ଟି ହେବ। ସେମାନେ କୌଶଳକୁ ବୁଜିପାରିବେ ଏବଂ ତା’କୁ ସମ୍ମାନ କରିପାରିବେ।

ହୋଇପାରେ ଏମାନଙ୍କ ମଧ୍ୟରୁ କିଛି ପିଲା ଏପରି ଉଦ୍ୟୋଗ ସହିତ ଯୋଡ଼ି ହୁଅନ୍ତୁ, ସେମାନେ ବଡ଼ ମାଲିକ ହୁଅନ୍ତୁ, ବଡ଼ ଉଦ୍ୟୋଗପତି ହୁଅନ୍ତୁ। ପିଲାମାନଙ୍କର ସମ୍ବେଦଶୀଳତା ଜାଗ୍ରତ କରିବାର ଆବଶ୍ୟକତା ରହିଛି। ପିଲାମାନେ ଅଟୋ ରିକ୍ସାରେ ସ୍କୁଲ ଆସିଥାନ୍ତି। ପିଲାମାନଙ୍କୁ କେବେ ପଚରାଯାଇଛି ଯେ ସେମାନଙ୍କୁ ସବୁଦିନ ସ୍କୁଲ ଆଣୁଥିବା ଓ ଘରେ ଛାଡ଼ୁଥିବା ଅଟୋ ରିକ୍ସା ଚଳାଉଥିବା ବ୍ୟକ୍ତିର ନାମ କ’ଣ.. ତାଙ୍କ ଘର କେଉଁଠି… ସେ କେବେ ଜନ୍ମଦିନ ପାଳନ କରିଛନ୍ତି… କେବେ ତାଙ୍କ ଘରକୁ ଯାଇଛନ୍ତି କି… କେବେ ତାଙ୍କ ମାତା ପିତାଙ୍କୁ ଭେଟିଛନ୍ତି କି..। ଏବେ ପିଲାମାନଙ୍କୁ କୁହନ୍ତୁ ଯେ ଅଟୋ ରିକ୍ସାର ଡ୍ରାଇଭରଙ୍କୁ ସେ 10ଟି ପ୍ରଶ୍ନ ପଚାରିବ। ଏହାପରେ ସେ ଶ୍ରେଣୀ ଗୃହକୁ ଆସି ମୋ ରିକ୍ସାବାଲା ବିଷୟରେ, ସେ କେଉଁ ଗ୍ରାମର ବାସିନ୍ଦା ସେ ବିଷୟରେ କହିବ। ଏହାପରେ ରିକ୍ସାବାଲାଙ୍କ ପ୍ରତି ପିଲାଟିର ସମବେଦନା ପ୍ରକଟ ହେବ। ନଚେତ ପିଲାମାନଙ୍କୁ ଲାଗିବ ଯେ ମୋ ବାପା ଟଙ୍କା ଦେଉଥିବାରୁ ରିକ୍ସାବାଲା ମୋତେ ନେବା ଆଣିବା କରୁଛି। ଏପରି ଭାବନା ରହିଲେ ସେ ଜାଣିପାରିନଥାଏ ଯେ ଅଟୋ-ରିକ୍ସା ବାଲା ମୋ ଜୀବନ ଗଢ଼ିବାରେ ସହଯୋଗ କରୁଛି। ପିଲାଟିର ଜୀବନ ଗଠନରେ ରିକ୍ସାବାଲାର ଭୂମିକା ସମ୍ପର୍କରେ ଜାଣିବା ପରେ ତା’ ମନରେ ସମବେଦନା ସୃଷ୍ଟି ହେବ।

ସେହିପରି ଅନ୍ୟ କୌଣସି ପେସା ଚୟନ କଲେ, ଇଞ୍ଜିନିୟର ହେଲେ ମଧ୍ୟ ସେ ନିଜ ପେସାକୁ ଉନ୍ନତ କରିବା ଲାଗି ନବୋନ୍ମେଷ ଉପରେ ଗୁରୁତ୍ବାରୋପ କରିବ। ସେହିପରି, ଡାକ୍ତରଖାନା, ଫାୟର ଷ୍ଟେସନ, ଫାୟାର ଷ୍ଟେସନ କିମ୍ବା ପୁଣି ଅନ୍ୟ କୌରସି ସ୍ଥାନକୁ ଗସ୍ତ ମଧ୍ୟ ଶିକ୍ଷାର ଅଂଶବିଶେଷ ହୋଇପାରିବ। ପିଲାମାନଙ୍କୁ ନେଇଯିବା ଉଚିତ… ସେମାନଙ୍କୁ ଜଣାଇବା ଉଚିତ ଯେ କେତେ ପ୍ରକାରର ଡାକ୍ତର ଥାଆନ୍ତି। ଦାନ୍ତ ଡାକ୍ତର କିଏ… ଆଖି ଡାକ୍ତରଖାନା କିପରି ହୋଇଥାଏ। ସେଠାରେ ଆଖି ପରୀକ୍ଷା କରିବାର ଯନ୍ତ୍ରାଂଶ ଦେଖିଲେ ପିଲାର ମନରେ ଜିଜ୍ଞାସା ଉତ୍ପନ୍ନ ହେବ, ସେ ଶିଖିପାରିବ।

ବନ୍ଧୁଗଣ, ଜାତୀୟ ଶିକ୍ଷଶ ନୀତି ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହାଦ୍ବାରା ପାଠ୍ୟଖସଡ଼ାକୁ କମ କରାଯିବ ଏବଂ ମୌଳିକ ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରିତ କରାଯାଇପାରିବ। ଶିକ୍ଷାଦାନକୁ ସମନ୍ୱିତ, ଆନ୍ତଃବିଷୟକ, ମଜାଳିଆ ଏବଂ ସମ୍ପୂର୍ଣ୍ଣ ଅଭିଜ୍ଞତାସମ୍ପନ୍ନ କରିବା ଲାଗି ଏକ ଜାତୀୟ ପାଠ୍ୟଖସଡ଼ା ଫ୍ରେମୱାର୍କ ବିକଶିତ କରାଯିବ। 2022ରେ ଆମେ ସ୍ବାଧୀନତାର 75 ବର୍ଷ ପୂରଣ କରିବା ସମୟରେ ଆମର ଛାତ୍ରଛାତ୍ରୀ ଏହି ନୂଆ କରିକୂଲମ ସହିତ ନୂତନ ଭବିଷ୍ୟତ ଦିଗରେ ଆଗକୁ ପାଦ ବଢ଼ାଇବେ। ଏହା ମଧ୍ୟ ଫରୱାର୍ଡ ଲୁକିଂ, ଫ୍ୟୁଚର ରେଡି ଏବଂ ସାଇଣ୍ଟିଫିକ କରିକୁଲମ ହେବ। ଏଥିପାଇଁ ସମସ୍ତଙ୍କ ପରାମର୍ଶ ନିଆଯିବ ଏବଂ ସମସ୍ତଙ୍କର ସୁପାରିସ ଏବଂ ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ ଏଥିରେ ସମାହିତ କରାଯିବ।

ବନ୍ଧୁଗଣ, ଭବିଷ୍ୟତର ଦୁନିଆ, ଆଜିର ଦୁନିଆ ଠାରୁ ଯଥେଷ୍ଟ ଭିନ୍ନ ହେବ। ଆମେ ଏହାର ଆବଶ୍ୟକତାକୁ ଏବେ ଠାରୁ ଦେଖିପାରିବା। ଏପରି ସ୍ଥିତିରେ ଆମକୁ ଆମ ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର କୌଶଳ ସହିତ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି। ଏହି ଏକବିଂଶ ଶତାବ୍ଦୀର କୌଶଳ କ’ଣ? ଏହା ହେବ- ଗଭୀର ଚିନ୍ତାଧାରା (Critical Thinking) – ସୃଜନଶୀଳତା (Creativity) –ସହଭାଗୀତା (Collaboration) –ଅନୁସନ୍ଧିତ୍ସା (Curiosity) ଏବଂ ଯୋଗାଯୋଗ (Communication)। ଆମର ଛାତ୍ରଛାତ୍ରୀ ସ୍ଥାୟୀ ଭବିଷ୍ୟତ, ସ୍ଥାୟୀ ବିଜ୍ଞାନକୁ ବୁଝନ୍ତି,  ସେ ଦିଗରେ ଚିନ୍ତା କରନ୍ତୁ, ଏସବୁ ବର୍ତ୍ତମାନ ସମୟର ଚାହିଦା, ଏହା ଅତ୍ୟନ୍ତ ଜରୁରି। ସେଥିପାଇଁ, ଛାତ୍ରଛାତ୍ରୀ ଆରମ୍ଭରୁ ହିଁ କୋଡିଂ ଶିଖିବେ, ଆର୍ଟିଫିସିଆଇ ଇଣ୍ଟେଲିଜେନ୍ସକୁ ବୁଝିବେ, ଇଣ୍ଟରନେଟ ଅଫ ଥିଙ୍ଗସ, କ୍ଲାଉଡ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଏବଂ ରୋବୋଟିକ୍ସ ସହ ଯୋଡ଼ିହେବେ, ଏସବୁ ପ୍ରତି ଆମକୁ ଧ୍ୟାନ ଦେବାକୁ ହେବ।

ସାଥୀଗଣ, ପୂର୍ବରୁ ଆମର ଶିକ୍ଷା ନୀତି, ଆମର ଛାତ୍ରଛାତ୍ରୀଙ୍କୁ ବାନ୍ଧି ଦେଇଥିଲା। ଉଦାହରଣ ସ୍ବରୂପ ବିଜ୍ଞାନ ପଢ଼ୁଥିବା ବିଦ୍ୟାର୍ଥୀ କଳା ଓ ବାଣିଜ୍ୟ ବିଷୟ ଜାଣିପାରୁନଥିଲା। କଳା-ବାଣିଜ୍ୟ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ଲୋକଙ୍କର ଧାରଣା ଥିଲା ଯେ ସେମାନେ ଇତିହାସ, ଭୂଗୋଳ, ଆକଉଣ୍ଟସ ଏଥିପାଇଁ ପଢ଼ୁଛନ୍ତି କାରଣ ସେମାନେ ବିଜ୍ଞାନ ପଢ଼ିପାରିବେ ନାହିଁ। କିନ୍ତୁ ବାସ୍ତବ ଦୁନିଆରେ, ଆମମାନଙ୍କ ଜୀବନରେ କେବଳ ଗୋଟିଏ କ୍ଷେତ୍ରରେ ସୂଚନା ରହିଲେ ସବୁ କାମ ହୋଇପାରିଥାଏ କି? ବାସ୍ତବରେ ସବୁ ବିଷୟ ପରସ୍ପର ସହିତ ଯୋଡ଼ି ହୋଇ ରହିଛି। ପ୍ରତ୍ୟେକ ଶିକ୍ଷା ଆନ୍ତଃସଂଯୁକ୍ତ। ଛାତ୍ରଛାତ୍ରୀ ଗୋଟିଏ ବିଷୟ ଚୟନ କଲେ, ପରି ସେମାନଙ୍କୁ ଲାଗିଥାଏ ଯେ ସେମାନେ ଅନ୍ୟ ବିଷୟରେ ଆହୁରି ଭଲ କରିପାରିଥାନ୍ତେ। କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା, ପରିବର୍ତ୍ତନ, ନୂଆ ସମ୍ଭାବନା ସହିତ ଯୋଡ଼ି ହେବା ଲାଗି ସୁଯୋଗ ପ୍ରଦାନ କରିନଥାଏ। ବହୁତ ପିଲା ଅଧାରୁ ପାଠ ଛାଡ଼ିବା ଏହାର ସବୁଠୁ ବଡ଼ କାରଣ। ସେଥିପାଇଁ ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ଯେକୌଣସି ବିଷୟ ଚୟନ କରିବାର ସ୍ଵାଧୀନତା ପ୍ରଦାନ କରିବ। ମୁଁ ଏହାକୁ ବହୁତ ବଡ଼ ସୁଧାର ଭାବେ ଦେଖୁଛି। ଏବେ ଆମର ଯୁବକମାନଙ୍କୁ ବିଜ୍ଞାନ, ମାନବବିଜ୍ଞାନ କିମ୍ବା ବାଣିଜ୍ୟରେ କୌଣସି ଗୋଟିଏ ବ୍ରାକେଟର ଫିଟ ହେବାକୁ ପଡ଼ିବ ନାହିଁ। ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ, ସେମାନଙ୍କ ପ୍ରତିଭାକୁ ଏବେ ସମ୍ପୂର୍ଣ୍ଣ ସୁଯୋଗ ମିଳିବ।

ବନ୍ଧୁଗଣ, ଜାତୀୟ ଶିକ୍ଷା ନୀତି ଗୋଟିଏ ପଟେ ବହୁତ ବଡ଼ ସମସ୍ୟାକୁ ସମାଧାନ କରିବ। ଏଠାରେ ବଡ଼ ବଡ଼ ଅଭିଜ୍ଞ ଏବଂ ଜାଣିବାଶୁଣିବା ଲୋକମାନେ ଉପସ୍ଥିତ ଅଛନ୍ତି, ଆପଣମାନେ ଅନୁଭବ କରିଥିବେ ଯେ ଆମ ଦେଶରେ ପାଠପଢ଼ା ଆଧାରିତ ଶିକ୍ଷାବ୍ୟବସ୍ଥା ପରିବର୍ତ୍ତେ ମାର୍କ ଓ ମାର୍କ ସିଟ ଆଧାରିତ ଶିକ୍ଷାଦାନର ବ୍ୟବସ୍ଥାର ବିଶେଷ ପ୍ରଭାବ ରହିଛି। ପିଲାମାନେ ଖେଳିବା ସମୟରେ, ପରିବାର ସହ ଆଲୋଚନା କରିବା ସମୟରେ, ବାହାରେ ଆପଣମାନଙ୍କ ସହିତ ବୁଲିବା ସମୟରେ ପାଠପଢ଼ିପାରିବେ। କିନ୍ତୁ ଅଧିକାଂଶ ସମୟରେ ବାପା-ମା’ ପିଲାମାନଙ୍କୁ କ’ଣ ଶିଖିଲ ବୋଲି ନପଚାରି କେତେ ମାର୍କ ରଖିଲ ବୋଲି ପଚାରିଥାନ୍ତି। ଗୋଟିଏ ଟେଷ୍ଟ, ଗୋଟିଏ ମାର୍କସିଟ ପିଲାମାନଙ୍କ ଶିଖିବାର, ସେମାନଙ୍କର ମାନସିକ ବିକାଶର ପାରାମିଟର ହୋଇପାରିବ କି? ଆଜିର ବାସ୍ତବତା ହେଉଛି ମାର୍କସିଟ, ମାନସିକ ପେସରସିଟ ହୋଇଯାଇଛି ଏବଂ ପରିବାର ପ୍ରେଷ୍ଟିଜସିଟ ହୋଇଯାଇଛି। ପାଠପଢ଼ାରୁ ମିଳୁଥିବା ଏହି ଚାପକୁ, ମାନସିକ ଚାପରୁ ଆମ ପିଲାମାନଙ୍କୁ ବାହାର କରିବା ଜାତୀୟ ଶିକ୍ଷା ନୀତିର ଏକ ମୂଖ୍ୟ ଉଦ୍ଦେଶ୍ୟ ଅଟେ।

ପରୀକ୍ଷା ଏପରି ହେବା ଉଚିତ ଯେ ଛାତ୍ରଛାତ୍ରୀଙ୍କ ଉପରେ ଅକାରଣ ଚାପ ଯେପରି ନପଡ଼ିବ। କେବଳ ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କରାଯିବା ଅନୁଚିତ, ବରଂ ଆତ୍ମସମୀକ୍ଷା, ପ୍ରତ୍ୟେକ ଦିଗ ପ୍ରତି ସମୀକ୍ଷା କରିବ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦିଗର ମୂଲ୍ୟାଙ୍କନ କରାଯିବା ଉଚିତ। ସେଥିପାଇଁ ଜାତୀୟ ଶିକ୍ଷା ନୀତିରେ ମାର୍କସିଟ ସ୍ଥାନରେ ସାମଗ୍ରିକ ରିପୋର୍ଟ କାର୍ଡ ଉପରେ ଜୋର ଦିଆଯାଇଛି। ହୋଲିଷ୍ଟିକ ରିପୋର୍ଟ କାର୍ଡ ଛାତ୍ରଛାତ୍ରୀଙ୍କ ଅଭିନବ ସମ୍ଭାବନା, ଯୋଗ୍ୟତା, ଆଭିମୁଖ୍ୟ, ପ୍ରତିଭା, ଦକ୍ଷତା, କୌଶଳ ଓ ସମ୍ଭାବନାର ବିବରଣୀ ସିଟ ହେବ। ମୂଲ୍ୟାଙ୍କନ ପ୍ରଣାଳୀରେ ସମ୍ପୂର୍ଣ୍ଣ ସୁଧାର ନିମନ୍ତେ ଏକ ନୂଆ ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର “ପରଖ”ର ପ୍ରତିଷ୍ଠା କରାଯିବ।

ବନ୍ଧୁଗଣ, ଜାତୀୟ ଶିକ୍ଷା ନୀତି ଆସିବା ଫଳରେ ଏହି ଚର୍ଚ୍ଚା ମଧ୍ୟ ହେଉଛି ଯେ ପିଲାମାନଙ୍କୁ କେଉଁ ଭାଷାରେ ପାଠ ପଢ଼ାଯିବ? ଏଥିରେ କିଛି ପରିବର୍ତ୍ତନ ଆସିଛି କି? ଏଠାରେ ଆମକୁ ଏକ ବୈଜ୍ଞାନିକ କଥା ବୁଝିବାର ଆବଶ୍ୟକତା ରହିଛି ଯେ ଭାଷା ଶିକ୍ଷାର ମାଧ୍ୟମ ଅଟେ, କେବଳ ଭାଷା ହିଁ ଶିକ୍ଷା ନୁହେଁ। ପୁସ୍ତକ ପାଠରେ ଫସିଥିବା କିଛି ଲୋକ ଏହି ଫରକ ଭୁଲିଯାଇଥାନ୍ତି। ସେଥିପାଇଁ ଯେଉଁ ଭାଷାରେ ପିଲାଟିଏ ଭଲ ଭାବେ ଶିଖିପାରିବ, ସେହି ଭାଷା ହିଁ ପାଠପଢ଼ାର ଭାଷା ହେବା ଉଚିତ। ଏହା ଦେଖିବା ଜରୁରି ଯେ ଆମେ ପିଲାମାନଙ୍କୁ ଯାହା ପଢ଼ାଉଛୁ ତାହା ସେମାନେ ବୁଝିପାରୁଛନ୍ତି କି? ବୁଝିପାରୁଛନ୍ତି ଯଦି କେତେ ସହଜରେ ବୁଝୁଛନ୍ତି? ପାଠପଢ଼ା ଠାରୁ ଅଧିକ ଭାଷା ବୁଝିବାରେ ପିଲାମାନଙ୍କୁ ପରିଶ୍ରମ କରିବାକୁ ପଡ଼ୁନାହିଁ ତ? ଏ ସବୁ ବିଷୟକୁ ଦେଖି ଅଧିକାଂଶ ଦେଶରେ ମଧ୍ୟ ପ୍ରାରମ୍ଭିକ ଶିକ୍ଷା ମାତୃଭାଷାରେ ଦିଆଯାଉଛି।

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣିଥିବେ ଯେ 2018ରେ ପ୍ରୋଗ୍ରାମ ଫର ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟସ ଆସେସମେଣ୍ଟ-ପିସାର ଯେଉଁ ଶୀର୍ଷ ରାଙ୍କିଂ ବିଶିଷ୍ଟ ଦେଶ ଥିଲେ, ଯେପରିକି ଇସ୍ତୋନିଆ, ଆର୍ୟାଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ପୋଲାଣ୍ଡ ଏସବୁ ଦେଶରେ ପ୍ରାରମ୍ଭିକ ଶିକ୍ଷା ମାତୃଭାଷାରେ ଦିଆଯାଇଥାଏ। ଏହା ସ୍ବାଭବିକ ଯେ ଯେଉଁ ଭାଷା ଶୁଣି ପିଲାମାନେ ବଡ଼ ହୋଇଥାନ୍ତି, ଘରେ ଯେଉଁ ଭାଷା କୁହାଯାଇଥାଏ ସେହି ଭାଷାରେ ପିଲାମାନେ ଖୁବ କ୍ଷୀପ୍ର ଗତିରେ ଶିଖିପାରିଥାନ୍ତି। ଅନ୍ୟ ଭାଷା ଶୁଣିଲେ ପିଲାମାନେ ପ୍ରଥମ ତା’କୁ ଅନୁବାଦ କରନ୍ତି ତା’ପରେ ଯାଇ ବୁଝିଥାନ୍ତି। ଶିଶୁ ମନରେ ଏହା ବଡ଼ ଦ୍ଵନ୍ଦ୍ଵ ସୃଷ୍ଟି କରିଥାଏ। ଏହା ଅଧିକ ଚାପ ବଢ଼ାଇଥାଏ। ଏହାର ଆଉ ଏକ ଦିଗ ମଧ୍ୟ ରହିଛି। ଆମ ଦେଶରେ, ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ, ଅନ୍ୟ ଭାଷାରେ ପାଠପଢ଼ା ହେଲେ ଅଧିକାଂଶ ଅଭିଭାବକ ପିଲାର ପାଠପଢ଼ା ସହିତ ଯୋଡ଼ି ହୋଇପାରିନଥାନ୍ତି। ଏପରି ସ୍ଥିତିରେ ପିଲାମାନଙ୍କ ପାଇଁ ପାଠପଢ଼ା ଏକ ସହଜ ପ୍ରକ୍ରିୟା ହୋଇ ରହିଯାଇନଥାଏ, ବରଂ ପାଠପଢ଼ା ବିଦ୍ୟାଳୟର ଏକ ଡ୍ୟୁଟି ପାଲଟିଯାଇଥାଏ। ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇଥାଏ।

ସେଥିପାଇଁ ଯେପର୍ଯ୍ୟନ୍ତ ସମ୍ଭବ, ଅତିକମରେ ଗ୍ରେଡ ଫାଇଭ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ମାଧ୍ୟମ ମାତୃଭାଷା, ସ୍ଥାନୀୟ ଭାଷା ରଖିବା କଥା ଜାତୀୟ ଶିକ୍ଷା ନୀତିରେ କୁହାଯାଇଛି। ମୁଁ ଦେଖିପାରୁଛି ଯେ କିଛି ଲୋକ ଏହାକୁ ନେଇ ଭ୍ରମରେ ମଧ୍ୟ ରହିଛନ୍ତି। ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା ଶିଖିବା, ଶିଖାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଇଂରାଜୀ ସହିତ ଅନ୍ୟ ବିଦେଶୀ ଭାଷା ପିଲାମାନେ ଶିଖିଲେ ତାହା ଭବିଷ୍ୟତରେ ସେମାନଙ୍କ ପାଇଁ ଭଲ ହେବ। କିନ୍ତୁ ଏଥିସହିତ ଭାରତୀୟ ଭାଷାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ, ଯାହାଫଳରେ ଆମର ଯୁବ ରାଷ୍ଟ୍ର ଭିନ୍ନ ଭିନ୍ନ ରାଜ୍ୟର ଭାଷା, ସେଠାକାର ସଂସ୍କୃତି ସହିତ ପରିଚିତ ହୋଇପାରିବ, ପ୍ରତ୍ୟେକ କ୍ଷେତ୍ରର ସମ୍ପର୍କ ପରସ୍ପର ସହ ସୁଦୃଢ଼ ହୋଇପାରିବ।

ବନ୍ଧୁଗଣ, ଜାତୀୟ ଶିକ୍ଷା ନୀତିର ଏହି ଯାତ୍ରାରେ ପଥପ୍ରଦର୍ଶକ ହେଉଛନ୍ତି ଆପଣମାନେ ସମସ୍ତେ, ଦେଶର ଶିକ୍ଷକମାନେ। ନୂଆ ଢଙ୍ଗରେ ଶିଖିବା ହେଉଛି, ‘ପରଖ’ ଜରିଆରେ ପରୀକ୍ଷା ହେଉ, ଛାତ୍ରଛାତ୍ରୀଙ୍କୁ ଏହି ନୂଆ ଯାତ୍ରାରେ ଶିକ୍ଷକମାନେ ହିଁ ନେଇଯିବେ। କାରଣ ବିମାନ ଯେତେ ଆଧୁନିକ ହୋଇଥିଲେ ମଧ୍ୟ ପାଇଲଟ ହିଁ ତା’କୁ ଉଡ଼ାଇଥାନ୍ତି। ତେଣୁ ଶିକ୍ଷକମାନଙ୍କୁ ପୁରୁଣା ପାଠ ଭୁଲି ନୂଆ ପାଠ ଶିଖିବାକୁ ପଡ଼ିବ। 2022ରେ ଯେତେବେଳେ ସ୍ଵାଧୀନତାର 75 ବର୍ଷ ପୂରଣ ହେବ, ଭାରତର ପ୍ରତ୍ୟେକ ଛାତ୍ରଛାତ୍ରୀ, ଜାତୀୟ ଶିକ୍ଷା ନୀତି ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ଦିଶାନିର୍ଦ୍ଦେଶ ଅନୁଯାୟୀ ପଢ଼ିବ, ଏହା ଆମ ସମସ୍ତଙ୍କର ସାମୁହିକ ଉତ୍ତରଦାୟିତ୍ବ। ମୁଁ ସମସ୍ତ ଶିକ୍ଷକ, ପ୍ରଶାସକ, ସ୍ଵେଚ୍ଛାସେବୀ ସଂଗଠନ ଏବଂ ଅଭିଭାବକମାନଙ୍କୁ ଆହ୍ବାନ କରୁଛି ଯେ ସେମାନେ ଏହି ଜାତୀୟ ମିଶନରେ ନିଜର ସହଯୋଗ ଦିଅନ୍ତୁ। ମୋର ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି ଯେ ଆପଣମାନେ ସମସ୍ତେ ଶିକ୍ଷକମାନଙ୍କ ସହଯୋଗରେ, ଦେଶର ଜାତୀୟ ଶିକ୍ଷା ନୀତିକୁ ସଫଳତା ପୂର୍ବକ ଲାଗୁ କରାଯାଇପାରିବ।

ମୁଁ ମୋ କଥା ଶେଷ କରିବା ପୂର୍ବରୁ ଶିକ୍ଷକମାନଙ୍କ ଜରିଆରେ ଗୋଟିଏ କଥା ପାଇଁ ଅନୁରୋଧ କରିବାକୁ ଚାହୁଁଛି ଯେ କରୋନା ସମୟରେ ଆପଣମାନଙ୍କ ପକ୍ଷରୁ କେତେକ ମର୍ଯ୍ୟାଦାର ପାଳନ କରିବାକୁ ହେବ। ଫେସ ମାସ୍କ ପିନ୍ଧିବା, ପରିବାର ବୟସ୍କମାନଙ୍କ ଯତ୍ନ ନେବା, ଦୁଇ ଗଜ ଦୂରତା ରକ୍ଷା କରିବା, ସ୍ଵଚ୍ଛତା କଥା ହେଉ, ଏସବୁ ଲଢ଼େଇ ଲଢ଼ିବାର ନେତୃତ୍ଵ ମଧ୍ୟ ଆମ ସମସ୍ତଙ୍କୁ ନେବାକୁ ହେବ। ଶିକ୍ଷକମାନେ ଅତି ସହଜରେ ଏହା ଏହା କରିପାରିବେ, ଘରେ ଘରେ ଏକଥା ଖୁବ ସହଜରେ ପହଞ୍ଚାଇପାରିବେ। ଶିକ୍ଷକ କୌଣସି କଥା କହିଲେ ଛାତ୍ରଛାତ୍ରୀ ବିଶ୍ବାସ କରି ନେଇଥାନ୍ତି। ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ବୋଲି କହିଲେ, ପିଲାମାନେ ହୁଏତ ଚାରିଟି ପ୍ରଶ୍ନ ପଚାରିପାରନ୍ତି। କିନ୍ତୁ ମୁଁ ବିଶ୍ଵାସର ସହିତ କହିପାରେ ଯେ ଶିକ୍ଷକଙ୍କ କଥାକୁ ପିଲାମାନେ ଖୁବ ସହଜରେ ଗ୍ରହଣ କରିନେବେ। ପିଲାମାନଙ୍କ ମନରେ ଶିକ୍ଷକମାନଙ୍କ ପାଇଁ ଏହି ଶ୍ରଦ୍ଧା ଓ ବିଶ୍ଵାସ ରହିଛି।  ଏହା ଆପଣମାନଙ୍କର ସବୁଠୁ ବଡ଼ ପୁଞ୍ଜି ଓ ଶକ୍ତି। ଏହି କ୍ଷେତ୍ରରେ ରହିଥିବା ଅନେକ ପିଢ଼ି ତପସ୍ୟା ବଳରେ ବଂଶାନୁକ୍ରମିକ ଭାବେ ଏହାକୁ ପ୍ରଦାନ କରିଛନ୍ତି। ତେଣୁ ଆପଣମାନଙ୍କର ଦାୟିତ୍ଵ ମଧ୍ୟ ବଢ଼ିଯାଇଛି।

ମୋର ବିଶ୍ଵାସ ରହିଛି ଯେ ମୋ ଦେଶର ଶିକ୍ଷକଗଣ ଭାରତର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏହାକୁ ମିଶନ ରୂପରେ ଗ୍ରହଣ କରି ସମ୍ପୂର୍ଣ୍ଣ ମନ ଲଗାଇ କାମ କରିବ। ଦେଶର ପ୍ରତ୍ୟେକ ଛାତ୍ରଛାତ୍ରୀ ଆପଣଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା, ଆପଣଙ୍କ ଆଦର୍ଶକୁ ପାଳନ କରିବା, ଆପଣଙ୍କ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଲାଗି ପ୍ରସ୍ତୁତ ରହିଥାଏ। ମୁଁ ଭାବୁଛି ମା’-ବାପା, ଶିକ୍ଷକ, ଶିକ୍ଷକ ସଂସ୍ଥା, ସରକାରୀ ବ୍ୟବସ୍ଥା, ଆମ ସମସ୍ତଙ୍କୁ ମିଶି କାମ କରିବାକୁ ହେବ। ଏହି ଜ୍ଞାନର ଯଜ୍ଞ, ଶିକ୍ଷାର ପର୍ବକୁ 5 ସେପ୍ଟେମ୍ବର ପରଠାରୁ ଆଗେଇ ନେବା ଲାଗି ଭିନ୍ନ ଭିନ୍ନ କ୍ଷେତ୍ରରେ ଲୋକମାନେ କାମ କରୁଛନ୍ତି। ଏହି ପ୍ରୟାସ ଭଲ ପରିଣାମ ପ୍ରଦାନ କରିବ। ସମୟ ପୂର୍ବରୁ ଫଳାଫଳ ପ୍ରଦାନ କରିବ ଏବଂ ସାମୁହିକ କର୍ତ୍ତବ୍ୟ ଭାବର କାରଣ ହେବ।

ଏହି ବିଶ୍ଵାସର ସହିତ ମୁଁ ପୁଣିଥରେ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ବ୍ୟକ୍ତ କରୁଛି। ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି। ସବୁବେଳେ ମୁଁ ଶିକ୍ଷକମାନଙ୍କୁ ପ୍ରଣାମ କରି ଆସିଛି। ଆଜି ଭର୍ଚୁଆଲ ମାଧ୍ୟମରେ ଆପଣମାନଙ୍କୁ ପ୍ରଣାମ କରି ମୁଁ ନିଜ ବକ୍ତବ୍ୟ ଶେଷ କରୁଛି।

ବହୁତ ବହୁତ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves a Road Construction project in Uttar Pradesh worth Rs.7145.14 crore
July 01, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the construction of 117.7 km Kanpur–Kabrai Access-Controlled Greenfield Highway, a four-lane access-controlled corridor with structures designed for future six-laning, forming a key segment of the Bhopal–Kanpur Economic Corridor under the National Highways (O) Programme. With an estimated total capital cost of Rs.7145.14 crore, the project will be implemented by the National Highways Authority of India (NHAI) on BOT (Toll) mode, together with the operation and maintenance of the existing Kanpur-Kabrai section of NH-34.

The project will provide seamless, high-speed connectivity between Kanpur and Kabrai, while strengthening onward connectivity to Sagar, Bhopal and other parts of Madhya Pradesh, thereby creating a modern access controlled economic corridor linking the industrial and commercial centres of Uttar Pradesh with mineral-rich, manufacturing and agricultural regions of Madhya Pradesh thereby improving.

Designed for operating speeds of 80–100 kmph, the corridor will reduce travel time between Kanpur and Kabrai from 3.5 hours to 1.5 hours (58%), while improving road safety, reducing vehicle operating costs and facilitating efficient movement of passenger and freight traffic. The project will also provide strategic connectivity with NH-34, NH-35, the Bundelkhand Expressway, Kanpur Ring Road, and State Highways SH-46, SH-91, SH-10B and SH-42, thereby strengthening integration with the regional highway network. The corridor further strengthen connectivity to the Kabrai mining belt, improving the movement of minerals, industrial goods, construction materials and agricultural produce, thereby enhancing logistics efficiency, supply chain resilience and regional economic development.

Aligned with the PM GatiShakti National Master Plan, the project will improve connectivity to 16 Economic Nodes, including the Unnao, Banther, Pankhi, Rania, Jainpur, Rooma, Chakeri, Sumerpur and Bhuragarh Industrial Areas, Trans Ganga Integrated Township, Growth Centre Jaipur, Kanpur Nagar Node and Bengal Chemicals & Pharmaceuticals Ltd. It will also strengthen connectivity to 9 Social Nodes, namely Fatehpur, Mahoba, Kanpur Zoological Park, Buddha Park, J.K. Temple & Garden, Radha Krishna Temple, Siddheshwar Mahadev Temple, Gopeshwar Mandir and Mahoba Tourist Place, and 10 Logistics Nodes, including Kanpur, Ghatampur, Hamirpur, Mahoba, Kabrai, Bharwa Sumerpur and Banda Railway Stations, together with Kanpur, Chakeri and Khajuraho Airports.

Overall, improve logistics competitiveness, industrial development and economic growth across Bundelkhand and adjoining regions of Uttar Pradesh and Madhya Pradesh, while advancing the objectives of PM GatiShakti.

The project is expected to generate approximately 11,188 direct and 13,985 indirect person-days of employment per lane per km during construction and is projected to carry an Annual Average Daily Traffic (AADT) of about 18,069 Passenger Car Units (PCUs) by FY 2028, underscoring its long-term economic, logistics and transport significance. The proposed project will thus generate close to 1.2 Crore person-days of direct employment and indirect employment.

Map of Corridor: