“Big and bold decisions have been taken in this Vidhan Sabha building”
“This Assembly is an example of how equal participation and equal rights are pursued in democracy to social life”
“The concept of democracy in India is as ancient as this nation and as our culture”
“Bihar always remained steadfast in its commitment for protecting democracy and democratic values”
“The more prosperous Bihar gets, the more powerful India's democracy will be. The stronger Bihar becomes, the more capable India will be”
“Rising above the distinction of party-politics, our voice should be united for the country”
“The democratic maturity of our country is displayed by our conduct”
“The country is constantly working on new resolutions while taking forward the democratic discourse”
“Next 25 years are the years of walking on the path of duty for the country”
“The more we work for our duties, the stronger our rights will get. Our loyalty to duty is the guarantee of our rights”

ନମସ୍କାର!

ଏହି ଐତିହାସିକ କାର୍ଯ୍ୟକ୍ରମରେ ଆମ ମଧ୍ୟରେ ଉପସ୍ଥିତ ବିହାରର ରାଜ୍ୟପାଳ ଶ୍ରୀ ଫଗୁ ଚୌହାନ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ବିଧାନସଭା ବାଚସ୍ପତି ଶ୍ରୀ ବିଜୟ ସିହ୍ନା ଜୀ, ବିହାର ବିଧାନସଭା ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଅବଧେଶ ନାରାୟଣ ସିଂହ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଣୁ ଦେବୀ ଜୀ, ତାରକିଶୋର ପ୍ରସାଦ ଜୀ, ବିରୋଧୀ ଦଳ ନେତା ଶ୍ରୀ ତେଜସ୍ୱୀ ଯାଦବ ଜୀ, ସମସ୍ତ ମନ୍ତ୍ରୀଗଣ, ବିଧାୟକଗଣ, ଅନ୍ୟ ମହାନୁଭବ, ମହିଳା ଓ ଭଦ୍ର ଲୋକମାନେ,

ଆପଣ ସମସ୍ତଙ୍କୁ, ବିହାର ବାସିନ୍ଦାମାନଙ୍କୁ, ବିହାର ବିଧାନସଭା ଭବନର ଶତାବ୍ଦୀ ବର୍ଷ ଉପଲକ୍ଷେ ବହୁତ ବହୁତ ଶୁଭକାମନା । ବିହାରର ଏହି ସ୍ୱଭାବ ହେଉଛି ଯେ ଯିଏ ବିହାରକୁ ଭଲ ପାଉଥିବ, ବିହାର ତାଙ୍କୁ ସେହି ଭଲପାଇବାକୁ ବହୁଗୁଣରେ ଦେଇଥାଏ । ଆଜି ମୋତେ ବିଧାନସଭା ପରିସରରେ ଆଗାମୀ ଦିନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ମିଳିଛି । ମୁଁ ଏହି ଭଲପାଇବା ପାଇଁ ବିହାରର ପ୍ରତ୍ୟେକ ଜନତାଙ୍କୁ ହୃଦୟରୁ ପ୍ରଣାମ କରୁଛି । ମୁଖ୍ୟମନ୍ତ୍ରୀଙ୍କର, ବାଚସ୍ପତି ମହୋଦୟଙ୍କର ମଧ୍ୟ ହୃଦୟରୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ସାଥୀମାନେ,

ମୋତେ କିଛି ସମୟ ପୂର୍ବରୁ ଶତାବ୍ଦୀ ସ୍ମୃତିସ୍ତମ୍ଭର ଲୋକାର୍ପଣ କରିବାର ଅବସର ମଧ୍ୟ ମିଳିଛି । ଏହି ସ୍ତମ୍ଭ ବିହାରର ଗୌରବଶାଳୀ ଅତୀତର ପ୍ରତୀକ ହେବ, ତାହାସହ ବିହାରର କୋଟି କୋଟି ଆକାଂକ୍ଷାକୁ ମଧ୍ୟ ପ୍ରେରଣା ଦେବ । ବର୍ତ୍ତମାନ କିଛି ସମୟ ପୂର୍ବରୁ ବିହାର ବିଧାନସଭା ମିଉଜିୟମ ଏବଂ ବିଧାନସଭା ଅତିଥି ଭବନର ଶିଳାନ୍ୟାସ ମଧ୍ୟ ହୋଇଛି । ମୁଁ ଏହି ବିକାଶ କାର୍ଯ୍ୟ ପାଇଁ ନୀତୀଶ କୁମାର ଜୀ ଏବଂ ବିଜୟ ସିହ୍ନା ଜୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ମୋତେ ବିଧାନସଭା ପରିସରର ଶତାବ୍ଦୀ ପାର୍କରେ କଳ୍ପତରୁର ରୋପଣର ମଧ୍ୟ ଖୁସିର ଅନୁଭବ ମିଳିଲା । କଳ୍ପତରୁ ସମ୍ପର୍କରେ ମାନ୍ୟତା ହେଉଛି ଯେ ଆମର ଆଶା ଏବଂ ଆକାଂକ୍ଷାଗୁଡ଼ିକୁ ପୂରଣ କରିବାର ଏହା ହେଉଛି ସେହି ବୃକ୍ଷ, ଲୋକତନ୍ତ୍ରରେ ଏହି ଭୂମିକା ସଂସଦୀୟ ସଂସ୍ଥାମାନଙ୍କର ହୋଇଥାଏ । ମୁଁ ଆଶା କରୁଛି, ବିହାର ବିଧାନସଭା ନିଜର ଏହି ଭୂମିକାକୁ ଏହି ନିରନ୍ତରତାର ସହ ନିର୍ବାହ କରିବ, ବିହାର ଏବଂ ଦେଶର ବିକାଶରେ ନିଜର ଅମୂଲ୍ୟ ଯୋଗଦାନ ଦେଉଥିବ ।

ସାଥୀମାନେ,

ବିହାର ବିଧାନସଭାର ନିଜସ୍ୱ ଏକ ଇତିହାସ ରହିଛି ଏବଂ ଏଠାରେ ବିଧାନସଭା ଭବନରେ ବହୁତ ବଡ଼ ବଡ଼ ଏବଂ ସାହାସିକ ନିର୍ଣ୍ଣୟ ନିଆଯାଇଛି । ସ୍ୱାଧୀନତା ପୂର୍ବରୁ ଏହି ବିଧାନସଭାରୁ ରାଜ୍ୟପାଳ ସତ୍ୟେନ୍ଦ୍ର ପ୍ରସନ୍ନ ସିହ୍ନା ଜୀ ସ୍ୱଦେଶୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ, ସ୍ୱଦେଶୀ ଚରଖାକୁ ଆପଣାଇବାକୁ ଅପିଲ କରିଥିଲେ । ସ୍ୱାଧୀନତା ପରେ ଏହି ବିଧାନସଭାରେ ଜମିଦାରୀ ଉନ୍ମୋଳନ ଅଧିନିୟମ ପାରିତ ହୋଇଥିଲା । ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ନୀତୀଶ ଜୀଙ୍କ ସରକାର ବିହାର ପଞ୍ଚାୟତିରାଜ ଭଳି ଅଧିନିୟମକୁ ପାରିତ କରିଥିଲେ । ଏହି ଅଧିନିୟମ ମାଧ୍ୟମରେ ବିହାର ଏଭଳି ପ୍ରଥମ ରାଜ୍ୟ ହେଲା ଯିଏ ପଞ୍ଚାୟତିରାଜରେ ମହିଳମାନଙ୍କୁ ୫ଠ ପ୍ରତିଶତ ଆରକ୍ଷଣ ଦେଇଥିଲା । ଲୋକତନ୍ତ୍ରରୁ ନେଇ ସାମାଜିକ ଜୀବନ ପର୍ଯ୍ୟନ୍ତ । ସମାନ ଭାଗିଦାରୀ ଏବଂ ସମାନ ଅଧିକାର ପାଇଁ କାମ କରାଯାଇପାରିବ, ଏହି ବିଧାନସଭା ଏହାର ଏକ ଉଦାହରଣ ଅଟେ । ଆଜି ଯେତେବେଳେ ଆପଣମାନଙ୍କୁ ଏଇ ପରିସରରେ, ବିଧାନସଭା ଭବନ ସମ୍ପର୍କରେ କଥା କହୁଛି, ସେତେବେଳେ ଏହା ମଧ୍ୟ ଚିନ୍ତା କରୁଛି ଯେ ଗତ ୧ଠଠ ବର୍ଷରେ ଏହି ଭବନ । ଏହି ପରିସର କେତେ ମହାନ ବ୍ୟକ୍ତିତ୍ୱଙ୍କର ଶବ୍ଦର ସାକ୍ଷୀ ରହିଥିବ । ମୁଁ ଯଦି ନାଁ ନେବାକୁ ଯିବି ତେବେ ପ୍ରାୟତଃ ସମୟ କମ ପଡ଼ିଯିବ, କିନ୍ତୁ ଏହି ବିଶାଳ ଭବନ ଇତିହାସର ରଚୟିତାମାନଙ୍କୁ ମଧ୍ୟ ଦେଖିଛି ଏବଂ ନିଜେ ମଧ୍ୟ ଇତିହାସର ନିର୍ମାଣ କରିଛି । କୁହନ୍ତି ଯେ ବାଣୀର ଶକ୍ତି କେବେ ମଧ୍ୟ ଶେଷ ହୋଇ ନ ଥାଏ । ଏହି ଐତିହାସିକ ଭବନରେ କୁହାଯାଇଥିବା କଥା, ବିହାରର ଉତଥାନ ସହିତ ଜଡ଼ିତ ସଂକଳ୍ପ, ଏକ ଶକ୍ତି ହୋଇ ଆଜି ମଧ୍ୟ ବିଦ୍ୟମାନ । ଆଜି ମଧ୍ୟ ସେଇ ବାଣୀ, ସେଇ ଶବ୍ଦ ଗୁଞ୍ଜରିତ ହେଉଛି ।

ସାଥୀମାନେ,

ବିହାର ବିଧାନସଭା ଭବନର ଏହି ଶତାବ୍ଦୀ ଉତ୍ସବ ଏକ ଏଭଳି ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ବିଧାନସଭା ଭବନର ୧ଠଠ ବର୍ଷ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ, ଏହା କେବଳ ସମୟର ଏକ ସଂଯୋଗ ନୁହେଁ, ଏହି ସଂଯୋଗ ଭାଗିଦାରୀର ଅତୀତ ମଧ୍ୟ ଅଟେ, ଏବଂ ସାର୍ଥକ ବାର୍ତ୍ତା ମଧ୍ୟ ଅଟେ । ଗୋଟିଏ ପଟେ ବିହାରରେ ଚମ୍ପାରଣ ସତ୍ୟାଗ୍ରହ ଭଳି ଆଂଦୋଳନ ହୋଇଥିଲା । ତେବେ ସେଠାରେ ଏହି ଧରିତ୍ରୀ ଭାରତକୁ ଲୋକତନ୍ତ୍ରର ସଂସ୍କାର ଏବଂ ଆଦର୍ଶରେ ଚାଲିବାକୁ ପଥ ମଧ୍ୟ ଦେଖାଇଥିଲା । ଦଶନ୍ଧିରୁ ଆମକୁ ଏହା କହିବାକୁ ଚେଷ୍ଟା କରାଯାଉଥିଲା ଯେ ଭାରତକୁ ଲୋକତନ୍ତ୍ର ବିଦେଶୀ ହୁକୁମତ ଏବଂ ବିଦେଶୀ ଚିନ୍ତାଧାରା କାରଣରୁ ମିଳିଛି ଏବଂ ଆମର ଲୋକମାନେ ମଧ୍ୟ ବେଳେବେଳେ ଏହି କଥା କହିଥାଆନ୍ତି । କିନ୍ତୁ, କେହି ମଧ୍ୟ ବ୍ୟକ୍ତି ଯେତେବେଳେ ଏହା କହିଥାଏ ସେତେବେଳେ ବିହାରର ଇତିହାସ ଏବଂ ବିହାରର ଐତିହ୍ୟ ଉପରେ ପରଦା ପକାଇବାକୁ ଚେଷ୍ଟା କରିଥାଏ । ଯେତେବେଳେ ଦୁନିଆର ବଡ଼ ଭୂଭାଗ ସଭ୍ୟତା ଏବଂ ସଂସ୍କୃତିର ଏବଂ ନିଜସ୍ୱ ପ୍ରଥମ ପଦକ୍ଷେପ ନିଆଯାଉଥିଲା, ସେତେବେଳେ ବୈଶାଳୀରେ ପରିଷ୍କୃତ ଲୋକତନ୍ତ୍ରର ସଂଚାଳନ ହେଉଥିଲା । ଯେତେବେଳେ ଦୁନିଆର ଅନ୍ୟ କ୍ଷେତ୍ରରେ ଜନତାନ୍ତ୍ରିକ ଅଧିକାର ବିଷୟରେ ବୁଝିବା, ବିକଶିତ ହେବା ଆରମ୍ଭ ହୋଇଥିଲା, ସେତେବେଳେ ଲଚ୍ଛୱୀ ଏବଂ ୱଜ୍ଜୀସଂଘ ଭଳି ଗଣରାଜ୍ୟ ନିଜ ଶିଖରରେ ଥିଲେ ।

ସାଥୀମାନେ,

ଭାରତରେ ଲୋକତନ୍ତ୍ରର ଅବଧାରଣା ସେତିକି ପ୍ରାଚୀନ ଅଟେ ଯେତିକି ପ୍ରାଚୀନ ଏହି ରାଷ୍ଟ୍ର ଅଟେ, ଯେତିକି ପ୍ରାଚୀନ ଆମର ସଂସ୍କୃତି ଅଟେ । ହଜାର ବର୍ଷ ପୂର୍ବେ ଆମର ବେଦରେ କୁହାଯାଇଛି- ତ୍ୱାଂ ବିଶୋ ବୃଣତାଂ ରାଜ୍ୟାୟ ତ୍ୱାଂ- ମିମାଃ ପ୍ରଦିଶଃ ପଂଚ ଦେବୀଃ । ଅର୍ଥାତ, ରାଜାଙ୍କୁ ସମସ୍ତ ପ୍ରଜା ମିଳିମିଶି ନିଜେ ଚୟନ କରନ୍ତୁ, ଏବଂ ବିଦ୍ୱାନଙ୍କୁ ସମିତିମାନ ତାହାକୁ ନିର୍ବାଚନ କରନ୍ତୁ । ଏହି ବେଦରେ କୁହାଯାଇଛି, ହଜାର ବର୍ଷ ପୂର୍ବରୁ ଗ୍ରନ୍ଥରେ କୁହାଯାଇଛି । ଆଜି ମଧ୍ୟ ଆମର ସମ୍ବିଧାନରେ ସାଂସଦ- ବିଧାୟକମାନଙ୍କର ଚୟନ; ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କର ଚୟନ, ଏହି ଲୋକତାନ୍ତ୍ରିକ ମୂଲ୍ୟ ଉପରେ ନିହିତ ହୋଇଛି । ଗୋଟିଏ ବିଚାରରେ ଆମର ଏଠାରେ ଲୋକତନ୍ତ୍ର ଏଥିପାଇଁ ହଜାର ବର୍ଷରୁ ଜୀବିତ ଅଛି କାରଣ ଭାରତ ଲୋକତନ୍ତ୍ରକୁ ସମତା ଏବଂ ସମାନତାର ମାଧ୍ୟମ ମାନିଥାଏ । ଭାରତ ସହ ଅସ୍ତିତ୍ୱ ଏବଂ ସୌହାର୍ଦ୍ଦ୍ୟର ବିଚାରରେ ଭରସା କରିଥାଏ । ଆମେ ସତ୍ ଉପରେ ଭରସା କରିଥାଉ, ସହକାର ଉପରେ ଭରସା କରିଥାଉ, ସାମଞ୍ଜସ୍ୟ ଉପରେ ଭରସା କରିଥାଉ ଏବଂ ସମାଜର ସଂଗତି ଶକ୍ତି ଉପରେ ଭରସା କରିଥାଉ । ଏଥିପାଇଁ, ଆମର ବେଦରେ ଆମକୁ ଏହି ମନ୍ତ୍ର ମଧ୍ୟ ଦିଆଯାଇଛି- ସଂ ଗଚ୍ଛଧ୍ୱଂ ସଂ ବଦଧ୍ୱଂ, ସଂ ୱ ମନାଂସି ଜାନତମ୍ । ଅର୍ଥାତ, ଆମେ ମିଳିମିଶି ଚାଲିବା, ମିଳିମିଶି କହିବା, ଜଣେ ଅନ୍ୟ ଜଣଙ୍କର ମନକୁ, ଜଣେ ଅନ୍ୟ ଜଣଙ୍କର ବିଚାରକୁ ଜାଣିବା ଏବଂ ବୁଝିବା । ଏହି ବେଦ ମନ୍ତ୍ରରେ ଆଗକୁ କୁହାଯାଇଛି- ସମାନୋ ମନ୍ତ୍ରଃ ସମିତିଃ ସମାନି । ସମାନଂ ମନଃ ସହ ଚିନ୍ତମୋକ୍ଷାଂ । ଅର୍ଥାତ, ଆମେ ମିଳିମିଶି ସମାନ ବିଚାର କରିବା, ଆମର ସମିତିମାନ, ଆମର ସଭାଗୁଡ଼ିକ ଏବଂ ସଦନ କଲ୍ୟାଣ ଭାବନା ପାଇଁ ସମାନ ବିଚାର କରୁଥିବା ଲୋକ ଥିବେ ଏବଂ ଆମର ହୃଦୟ ମଧ୍ୟ ସମାନ ଥିବ । ହୃଦୟରୁ ଲୋକତନ୍ତ୍ରକୁ ସ୍ୱୀକାର କରିବାର ଏପରି ବିରାଟ ଭାବନା ଗୋଟିଏ ରାଷ୍ଟ୍ର ଉପରେ ଭାରତ ହିଁ ପ୍ରସ୍ତୁତ କରିପାରିଛି । ଏଥିପାଇଁ, ଯେତେବେଳେ ମଧ୍ୟ ଦୁନିଆରେ ଅଲଗା ଅଲଗା ଦେଶକୁ ଯାଇଥାଏ, ବଡ଼ ବିଶ୍ୱ ମଞ୍ଚ ଉପରେ ଛିଡ଼ା ହୋଇଥାଏ, ସେତେବେଳେ ମୁଁ ବହୁତ ଗର୍ବର ସହିତ କହିଥାଏ । କାରଣ ଆମର କାମରେ କୌଣସି ନା କୌଣସି କାରଣ ଯୋଗୁ ଗୋଟିଏ ଶବ୍ଦ ଭରି ଦିଆଯାଇଛି । ଆମର ମନର ରଚନାକୁ ଗୋଟିଏ ଜାଗାରେ ସ୍ଥଗିତ କରିଦିଆଯାଇଛି । ଆମକୁ ବାରମ୍ବାର ଶୁଣାଯାଉଛି ଯେ ଆମେ ବିଶ୍ୱର ସବୁଠାରୁ ବଡ଼ ଲୋକତନ୍ତ୍ର ଅଟୁ ଏବଂ ଆମେ ମଧ୍ୟ ଏହାକୁ ସ୍ୱୀକାର କରିନେଇଛୁ ବାରମ୍ବାର ଶୁଣିବା କାରଣରୁ । ମୁଁ ଆଜି ମଧ୍ୟ ବିଶ୍ୱର ମଞ୍ଚ ଉପରକୁ ଯେତେବେଳେ ମଧ୍ୟ ଯାଇଥାଏ ବଡ଼ ଗର୍ବର ସହିତ କହିଥାଏ ଯେ ବିଶ୍ୱରେ ଲୋକତନ୍ତ୍ରର ଜନନୀ ଏହି ଭାରତ ଅଟେ । ଭାରତ ମଦର୍ ଅଫ୍ ଡେମୋକ୍ରେସି ଅଟେ ଏବଂ ଆମେ ମଧ୍ୟ ଏବଂ ବିହାରବାସୀମାନେ ବିଶେଷ ଭାବରେ ବିଶ୍ୱରେ ଡିଣ୍ଡିମ ବଜାଇବା ଆବଶ୍ୟକ ଯେ ଆମେମାନେ ଗଣତନ୍ତ୍ରର ଜନନୀ ଏବଂ ବିହାରର ଗୌରବଶାଳୀ ଐତିହ୍ୟ, ପାଲିରେ ଥିବା ଐତିହାସିକ ଦସ୍ତାବିଜ ମଧ୍ୟ ଏହାର ଜୀବନ୍ତ ପ୍ରମାଣ ଅଟେ । ବିହାରର ଏହି ବେହଭବକୁ କେହି ଶେଷ କରିପାରିବେ ନାହିଁ, କେହି ଲୁଚେଇ ପାରିବେ ନାହିଁ । ଏହି ଐତିହାସିକ ଭବନ ବିହାରର ଏହି ଲୋକତାନ୍ତ୍ରିକ ଐତିହ୍ୟକୁ ୧ଠଠ ବର୍ଷ ପର୍ଯ୍ୟନ୍ତ ମଜବୁତ କରିଛି । ମୁଁ ବୁଝିପାରୁଛି ଯେ ଆଜି ଏହି ଐତିହ୍ୟ ମଧ୍ୟ ଆମ ସମସ୍ତଙ୍କର ନମସ୍କାରର ହକଦାର ଅଟେ ।

ସାଥୀମାନେ,

ଏହି ଭବନର ଇତିହାସରୁ ବିହାରର ସେହି ଚେତନା ଯୋଡ଼ି ହୋଇଛି ଯିଏ ଦାସତ୍ୱର ଅବଧିରେ ମଧ୍ୟ ନିଜର ଜନତାନ୍ତ୍ରିକ ମୂଲ୍ୟକୁ ସମାପ୍ତ ହେବାକୁ ଦେବନାହିଁ । ଏହାର ନିର୍ମାଣ ସହିତ ଏବଂ ଏହାପରେ ଯେଉଁ ଘଟଣାକ୍ରମ ଯୋଡ଼ି ହୋଇଛି, ତାହାକୁ ଆମକୁ ବାରମ୍ବାର ସ୍ମରଣ କରିବା ଦରକାର, କୌଣସି ଭାବରେ ଶ୍ରୀକୃଷ୍ଣ ସିଂହ ଜୀ, ଶ୍ରୀ ବାବୁ ଇଂରେଜମାନଙ୍କ ସମ୍ମୁଖରେ ସର୍ତ୍ତ ରଖିଥିଲେ ଯେ ସେ ସରକାର ସେତେବେଳେ କରିବେ ଯେତେବେଳେ ବ୍ରିଟିଶ୍ ହୁକୁମତ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ଦଖଲ କରିବେ ନାହିଁ । ଯେପରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତର ସହମତି ବିନା ଦେଶକୁ ନୁଅାଁଇବା ବିରୁଦ୍ଧରେ ଶ୍ରୀ ବାବୁ ଜୀ ସରକାର ଇସ୍ତଫା ଦେଇ ଦେଇଥିଲେ ଏବଂ ବିହାରର ପ୍ରତ୍ୟେକ ବ୍ୟକ୍ତି ଏହି କଥା ପାଇଁ ଗର୍ବ କରିପାରିବେ । ଏହି ଘଟଣାକ୍ରମ ସବୁବେଳେ ଏହି ସନେ୍ଦଶର ସଂଚାର କରିଥିଲା ଯେ ବିହାର, ଲୋକତନ୍ତ୍ରର ବିରୋଧରେ କେବେ କିଛି ସ୍ୱୀକାର କରିପାରିବ ନାହିଁ । ଏବଂ ଭାଇ ଏବଂ ଭଉଣୀମାନେ, ଆମେ ସମସ୍ତେ ଦେଖିଛନ୍ତି ଯେ କେମିତି ସ୍ୱାଧୀନତା ପରେ ମଧ୍ୟ ବିହାର ନିଜର ଲୋକତାନ୍ତ୍ରିକ ନିଷ୍ଠାକୁ ନେଇ ସେତିକି ସ୍ୱାଭିମାନ, ସେତିକି ହିଁ ପ୍ରତିବଦ୍ଧ ରହିଛି । ବିହାର ସ୍ୱାଧୀନ ଭାରତକୁ ଡାକ୍ତର ରାଜେନ୍ଦ୍ର ପ୍ରସାଦଙ୍କ ରୂପରେ ପ୍ରଥମ ରାଷ୍ଟ୍ରପତି ଦେଇଛି । ଲୋକନାୟକ ଜୟପ୍ରକାଶ, କର୍ପୁରୀ ଠାକୁର ଏବଂ ବାବୁ ଜଗଜ୍ଜୀବନ ରାମ, ଅନେକ ବୀର ଯେଭଳି ନେତୃତ୍ୱ ଏହି ପୃଥିବୀରେ ହୋଇଥିଲେ । ଯେତେବେଳେ ଦେଶର ସମ୍ବିଧାନକୁ ଦଳିଚକଟିବାକୁ ପ୍ରୟାସ କରାଗଲା, ସେତେବେଳେ ମଧ୍ୟ ତାହା ବିରୋଧରେ ବିହାର ସବୁଠାରୁ ଆଗରେ ଆସି ବିରୋଧର ବିଗୁଲ ବଜାଇଥିଲା। ସଙ୍କଟ ସମୟରେ ବିହାର ଦେଖିଛି ଯେ ଭାରତରେ ଲୋକତନ୍ତ୍ରକୁ ଉଠିବାକୁ ନ ଦେବାକୁ କରିଥିବା ଚେଷ୍ଟା କେବେ ମଧ୍ୟ ସଫଳ ହୋଇପାରିବ ନାହିଁ ଏବଂ ଏଥିପାଇଁ, ମୁଁ ମାନୁଛି ଯେ ବିହାର ଯେତିକି ସମୃଦ୍ଧ ହେବ, ଭାରତର ଲୋକତାନ୍ତ୍ରିକ ଶକ୍ତି ମଧ୍ୟ ସେତିକି ମଜବୁତ ହେବ । ବିହାର ଜନତା ସଶକ୍ତ ହେବ, ଭାରତ ମଧ୍ୟ ସେତିକି ହିଁ ସାମର୍ଥ୍ୟବାନ ହେବ ।

ସାଥୀମାନେ,

ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ବିହାର ବିଧାନସଭାର ୧ଠଠ ବର୍ଷର ଏହି ଐତିହାସିକ ଅବସର ଆମ ସମସ୍ତଙ୍କ ପାଇଁ, ପ୍ରତ୍ୟେକ ଜନ ପ୍ରତିନିଧିଙ୍କ ପାଇଁ ଆତ୍ମବିବେଚନା ଏବଂ ଆତ୍ମନିରୀକ୍ଷଣର ମଧ୍ୟ ସଂଦେଶ ନେଇ ଆସିଛି । ଆମେ ଆମର ଲୋକତନ୍ତ୍ରକୁ ଯେତିକି ମଜବୁତ କରିବା, ସେତିକି ମଜବୁତ ଆମର ସ୍ୱାଧୀନତାକୁ ମିଳିବ, ଆମର ଅଧିକାରକୁ ମିଳିବ । ଆଜି ଏକବିଂଶ ଶତାବ୍ଦୀରେ ବିଶ୍ୱ ଆଜି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ନୂତନ ଆବଶ୍ୟକତା ଅନୁସାରେ ଭାରତର ଲୋକମାନଙ୍କର, ଆମର ଯୁବଗୋଷ୍ଠୀଙ୍କର ଆଶା ଅପେକ୍ଷା ମାନ ବୃଦ୍ଧି ପାଇବାରେ ଲାଗିଛି । ଆମର ଲୋକତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକୁ ଏହା ହିସାବରେ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ । ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ଏକ ନୂଆ ଭାରତର ସଂକଳ୍ପ ସହିତ ଆଗକୁ ବଢୁଛୁ, ସେତେବେଳେ ସେହି ସଂକଳ୍ପକୁ ଆଗକୁ ବମାଇବାରୀ ଦାୟିତ୍ୱ ଆମର ସଂସଦ ଏବଂ ବିଧାନସଭାଗୁଡ଼ିକ ଉପରେ ମଧ୍ୟ ଅଛି । ଏଥିପାଇଁ ଆମକୁ ସତ୍ୟତାର ସହ ଏବଂ ନିଷ୍ଠାରେ ଦିନରାତି ପରିଶ୍ରମ କରିବାର ଆବଶ୍ୟକତା ଅଛି । ଦେଶର ସାଂସଦ ଭାବରେ, ରାଜ୍ୟର ବିଧାୟକ ଭାବରେ ଆମର ଏହା ମଧ୍ୟ ଦାୟିତ୍ୱ ମଧ୍ୟ ରହିଛି ଯେ ଆମେ ଲୋକତନ୍ତ୍ର ଭାବରେ ଆମର ଏହା ମଧ୍ୟ ଦାୟିତ୍ୱ ଅଛି ଯେ ଆମେ ଲୋକତନ୍ତ୍ର ସାମ୍ନାକୁ ଆସୁଥିବା ପ୍ରତ୍ୟେକ ଆହ୍ୱାନକୁ ଏକତ୍ରିତ ହୋଇ ହରାଇବା । ପକ୍ଷ ବିପକ୍ଷର ଭେଦଭାବକୁ ଊଦ୍ଧ୍ୱର୍କୁ ଉଠି ଦେଶ ପାଇଁ, ଦେଶ ହିତ ପାଇଁ ଆମର ସ୍ୱର ଏକତ୍ରିତ ହେବା ଦରକାର । ଜନତାଙ୍କ ସହିତ ଜଡ଼ିତ ବିଷୟ ଉପରେ ସଦନ ସକାରାତ୍ମକ ସମ୍ବାଦର କେନ୍ଦ୍ର ହେଉ, ସକାରାତ୍ମକ କାର୍ଯ୍ୟ ପାଇଁ ଆମର ସ୍ୱର ସେତିକି ବୁଲନ୍ଦ କରିବା, ଏହି ଦିଗରେ ମଧ୍ୟ ଆମକୁ ନିରନ୍ତର ଆଗକୁ ବଢ଼ିବାକୁ ହେବ । ଆମର ଆଚରଣ ଦ୍ୱାରା ହିଁ ଆମର ଦେଶର ଲୋକତାନ୍ତ୍ରିକ ପରିପକ୍ୱତା ପ୍ରଦର୍ଶିତ ହୋଇଥାଏ । ଏବଂ ଏଥିପାଇଁ, ବିଶ୍ୱର ସବୁଠାରୁ ବଡ଼ ଲୋକତନ୍ତ୍ର ସହିତ ଆମକୁ ବିଶ୍ୱର ସବୁଠାରୁ ପରିପକ୍ୱ ଲୋକତନ୍ତ୍ର ଭାବରେ ମଧ୍ୟ ନିଜକୁ ଆଗକୁ ବଢ଼ାଇବାକୁ ହେବ ।

ସାଥୀମାନେ,

ମୋତେ ଖୁସି ଲାଗୁଛି ଯେ ଆଜି ଦେଶ ଏହି ଦିଗରେ ସକାରାତ୍ମକ ପରିବର୍ତ୍ତନ ଦେଖୁଛି । ମୁଁ ଯଦି ସଂସଦର କଥା କହିବି, ତେବେ ଗତ କିଛି ବର୍ଷରେ ସଂସଦରେ ସାଂସଦମାନଙ୍କର ଉପସ୍ଥିତି ଏବଂ ସଂସଦର ଉତ୍ପାଦକତାରେ ରେକର୍ଡ ବୃଦ୍ଧି ହୋଇଛି ଏବଂ ବିଜୟ ଜୀ ମଧ୍ୟ ବିଧାନସଭାରେ ସ୍ପଷ୍ଟ କରିଛନ୍ତି । ସକାରାତ୍ମକତା ଗତିଶୀଳତା ବ୍ୟାପକ ଭାବରେ ବିଷୟଗୁଡ଼ିକର ଚର୍ଚ୍ଚା, ନିଣ୍ଣୟ, ତାହାର ପୁରା ସ୍ପଷ୍ଟ କରିଛନ୍ତି ।

ସାଥୀମାନେ,

ସେହିପରି ସଂସଦରେ ମଧ୍ୟ, ଗତ ବଜେଟ ଅଧିବେଶନରେ ମଧ୍ୟ ଲୋକସଭାର ଉତ୍ପାଦକତା ୧୨୯ ପ୍ରତିଶତ ଥିଲା । ରାଜ୍ୟସଭାରେ ମଧ୍ୟ ୯୯ ପ୍ରତିଶତ ଉତ୍ପାଦକତା ପଞ୍ଜୀକରଣ କରାଗଲା । ଅର୍ଥାତ, ଦେଶ କ୍ରମାଗତ ଭାବେ ନୂତନ ସଂକଳ୍ପ ଉପରେ କାର୍ଯ୍ୟ କରୁଛି, ଲୋକତାନ୍ତ୍ରିକ ବିମର୍ଶକୁ ଆଗକୁ ବଢ଼ାଉଛି ଏବଂ ଆମେ ସମସ୍ତେ ଜାଣିଛୁ ଯେ ଯେତେବେଳେ ଲୋକମାନେ ଏହା ଦେଖିଥାନ୍ତି ଯେ ସେମାନେ ଯାହାଙ୍କୁ ନିର୍ବାଚିତ କରି ପଠାଇଛନ୍ତି, ସେ ପରିଶ୍ରମ କରୁଛନ୍ତି, ସଦନରେ ତାଙ୍କ କଥା ଗମ୍ଭୀରତାର ସହ ରଖୁଛନ୍ତି, ତେବେ ସେମାନଙ୍କର ମଧ୍ୟ ଲୋକତନ୍ତ୍ର ଉପରେ ବିଶ୍ୱାସ ଆହୁରି ବଢ଼ିଯାଇଥାଏ । ଏହି ବିଶ୍ୱାସ ବଢ଼ିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ ଅଟେ ।

ସାଥୀମାନେ,

ସମୟ ସହିତ ଆମକୁ  ନୂଆ ବିଚାରର ମଧ୍ୟ ଆବଶ୍ୟକତା ପଡ଼ିଥାଏ । ନୂତନ ଚିନ୍ତନର ମଧ୍ୟ ଆବଶ୍ୟକତା ହୋଇଥାଏ। ଏଥିପାଇଁ, ଯେମିତି ଭାବରେ ଲୋକମାନେ ବଦଳିଥାନ୍ତି, ଲୋକତନ୍ତ୍ରକୁ ମଧ୍ୟ ନୂତନ ଅଧିକତମ ସୀମା ଯୋଡ଼ିବାକୁ ପଡ଼ିଥାଏ । ଏହି ପରିବର୍ତ୍ତନ ପାଇଁ ଆମକୁ କେବଳ ନୂଆ ନୀତିର କେବଳ ଆବଶ୍ୟକତା ପଡ଼ି ନଥାଏ ବରଂ ପୁରୁଣା ନୀତିଗୁଡ଼ିକ ଏବଂ ପୁରୁଣା ଆଇନ ମଧ୍ୟ ସମୟ ଅନୁସାରେ ପରିବର୍ତ୍ତନ ହୋଇଥାଏ । ଗତ ବର୍ଷଗୁଡ଼ିକରେ ସଂସଦ ଏଭଳି ପାଖାପାଖି ୧୫ ଶହ ଆଇନକୁ ଶେଷ କରିଛନ୍ତି । ଏହି ଆଇନରୁ ସାମାନ୍ୟ ଜନସାଧାରଣଙ୍କୁ ଯେଉଁ ଅସୁବିଧା ହେଉଥିଲା, ଦେଶର ପ୍ରଗତିରେ ଯେଉଁ ବାଧା ଉପୁଜୁଥିଲା, ତାହାର ସମାଧାନ ହେଲା, ଏବଂ ଏକ ନୂଆ ବିଶ୍ୱାସ ମଧ୍ୟ ଜନ୍ମ ନେଲା । ରାଜ୍ୟସ୍ତରରେ ମଧ୍ୟ ଏଭଳି ଅନେକ ପୁରୁଣା ଆଇନ ଅଛି ଯାହା ବର୍ଷ ବର୍ଷ ଧରି ଚାଲିଆସୁଛି, ଆମକୁ ମିଳିମିଶି ଏହି ଦିଗରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ସାଥୀମାନେ,

ବିଶ୍ୱ ପାଇଁ ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ଅଟେ । ଆମେ କ୍ରମାଗତ ଭାବେ ଏହା ଶୁଣିଆସୁଛୁ, କେତେକ ଲୋକଙ୍କ ମୁହଁରୁ ଶୁଣୁଛୁ, ଦୁନିଆର ଲୋକମାନେ କହୁଛନ୍ତି କିନ୍ତୁ ଯଦି ମୁଁ ଭାରତର କଥା କହିବି ତେବେ ମୁଁ ଏହା କହିବି ଯେ ଭାରତ ପାଇଁ ଏହି ଶତାବ୍ଦୀ କର୍ତ୍ତବ୍ୟର ଶତାବ୍ଦୀ ଅଟେ । ଆମକୁ ଏହି ଶତାବ୍ଦୀରେ, ଆଗାମୀ ୨୫ ବର୍ଷରେ ନୂତନ ଭାରତର ସ୍ୱର୍ଣ୍ଣିମ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚôବାକୁ ହେବ । ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ଆମେ ଆମର କର୍ତ୍ତବ୍ୟକୁ ହିଁ ନେଇଯିବା । ଏଥିପାଇଁ ଏହି ୨୫ ବର୍ଷ ଦେଶ ପାଇଁ କର୍ତ୍ତବ୍ୟ ପଥରେ ଚାଲିବାର ବର୍ଷ ଅଟେ । ଏହି ୨୫ ବର୍ଷ କର୍ତ୍ତବ୍ୟ ଭାବନାରେ ସ୍ୱୟଂକୁ ଆମ ସମାଜ ପାଇଁ, ଆମ ଦେଶ ପାଇଁ କର୍ତ୍ତବ୍ୟର କସୋଟି ଉପରେ ବସିବାକୁ ହେବ । ଆମକୁ କର୍ତ୍ତବ୍ୟର ପରାକାଷ୍ଠାକୁ ପାର କରିବାକୁ ହେବ । ଆଜି ଭାରତ ବୈଶ୍ୱିକ ପଟଳରେ ଯେଉଁ କୀର୍ତ୍ତି ସ୍ଥାପନ କରୁଛି, ଆଜି ଭାରତ ଯେଉଁ ଦ୍ରୁତ ଗତିରେ ବୈଶ୍ୱିକ ଶକ୍ତି ହୋଇ ଉଦୟମାନ ହୋଇଛି, ତାହା ପଛରେ କୋଟି କୋଟି ଭାରତବାସୀଙ୍କର କର୍ତ୍ତବ୍ୟ, ନିଷ୍ଠା ଏବଂ କର୍ତ୍ତବ୍ୟର ଭାବନା ରହିଛି । ଲୋକତନ୍ତ୍ରରେ, ଆମର ସଦନ, ଜନତାଙ୍କର ଭାବନାର ପ୍ରତିନିଧିତ୍ୱ କରିଥାଉ । ଏଥିପାଇଁ ଦେଶବାସୀଙ୍କର କର୍ତ୍ତବ୍ୟ ନିଷ୍ଠା ଆମର ସଦନରେ ଏବଂ ଜନପ୍ରତିନିଧିଙ୍କର ଆଚରଣରେ ମଧ୍ୟ ଝଲସିବା ଦରକାର । ଆମେ ସଦନରେ ଯେଉଁଭଳି ଆଚରଣ କରିବା, କର୍ତ୍ତବ୍ୟ ଭାବେ ଉପରେ ସଦନ ମଧ୍ୟରେ ଯେତିକି ଜୋର ଦେବା, ଦେଶବାସୀଙ୍କୁ ମଧ୍ୟ ସେତିକି ଶକ୍ତି ଏବଂ ପ୍ରେରଣା ମିଳିବ । ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା, ଆମେ ଆମର କର୍ତ୍ତବ୍ୟକୁ ନିଜର ଅଧିକାରରୁ ଅଲଗା ମାନିବା ଉଚିତ ନୁହେଁ । ଆମେ ନିଜର କର୍ତ୍ତବ୍ୟ ପାଇଁ ଯେତେ ପରିଶ୍ରମ କରିବା, ଆମର ଅଧିକାରକୁ ମଧ୍ୟ ସେତିକି ଅଧିକ ଶକ୍ତି ମିଳିବ । ଆମର କର୍ତ୍ତବ୍ୟ ନିଷ୍ଠା ହିଁ ଆମର ଅଧିକାରର ଗ୍ୟାରେଣ୍ଟି ଅଟେ । ଏଥିପାଇଁ, ଆମେ ସମସ୍ତ ଜନପ୍ରତିନିଧିମାନଙ୍କୁ କର୍ତ୍ତବ୍ୟ ପାଳନର ମଧ୍ୟ ସଂକଳ୍ପକୁ ପୁନରାବୃତ୍ତି କରିବା । ଏହି ସଂକଳ୍ପ ହିଁ ଆମର ଏବଂ ଆମ ସମାଜର ସଫଳତାର ମାର୍ଗଦର୍ଶନ କରିବ । ଆଜି ଯେତେବେଳେ ଆମେ ଦେଶର ଅମୃତ ସଂକଳ୍ପକୁ ନେଇ ଆଗକୁ ବଢୁଛୁ, ସେତେବେଳେ ଆମେ ଆମର କର୍ତ୍ତବ୍ୟରେ, ଆମର ଶ୍ରମରେ, ଆମର ପରିଶ୍ରମରେ କୌଣସି ଅବହେଳା କରିବା ନାହିଁ । ଏକ ରାଷ୍ଟ୍ର ଭାବରେ ଆମର ଏକତା ଆମର ପ୍ରାଥମିକତା ହେବା ଦରକାର ।, ଗରିବରୁ ଅତି ଗରିବ ବ୍ୟକ୍ତିଙ୍କର ମଧ୍ୟ ଜୀବନ କିପରି ସହଜ ହେବ, ଦଳିତ, ପୀଡ଼ିତ, ଶୋଷିତ, ବଂଚିତ, ଆଦିବାସୀ ପ୍ରତ୍ୟେକଙ୍କୁ ପ୍ରତିଟି ଆବଶ୍ୟକତା ଅନୁଯାୟୀ ସୁବିଧା ମଳିବ, ଏହା ଆମ ସମସ୍ତଙ୍କର ସଂକଳ୍ପ ହେବା ଆବଶ୍ୟକ । ଆଜି ସମସ୍ତଙ୍କୁ ଘର, ସମସ୍ତଙ୍କୁ ପାଣି, ସମସ୍ତଙ୍କୁ ବିଜୁଳି, ସମସ୍ତଙ୍କୁ ଚିକିତ୍ସା, ଯେଭଳି ଯେଉଁ ଲକ୍ଷ୍ୟକୁ ନେଇ ଦେଶ କାର୍ଯ୍ୟ କରୁଛି, ତାହା ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଅଟେ । ବିହାର ଭଳି ସାମର୍ଥ୍ୟବାନ ଏବଂ ଶକ୍ତିବାନ ରାଜ୍ୟରେ ଗରିବ, ଦଳିତ, ପଛୁଆବର୍ଗ, ଆଦିବାସୀ ଏବଂ ମହିଳାଙ୍କର ଉତଥାନ, ବିହାରକୁ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ାଉଛି ଏବଂ ବଢ଼ାଇବ । ଏବଂ ବିହାର ଯେତେବେଳେ ଆଗକୁ ବଢ଼ିବ, ସେତେବେଳେ ମଧ୍ୟ ନିଜର ସ୍ୱର୍ଣ୍ଣିମ ଅତୀତକୁ ଦୋହରାଇବା ସହ ବିକାଶ ଏବଂ ସଫଳତାର ନୂତନ ଶିଖରକୁ ଛୁଇଁବ । ଏହି କାମନା ସହିତ, ଏହି ମହତ୍ତ୍ୱପୂର୍ଣ୍ଣ ଐତିହାସିକ ଅବସରରେ ଆପଣ ସମସ୍ତେ ମୋତେ ନିମନ୍ତ୍ରଣ କରିଥିଲେ, ଏହି ଐତିହାସିକ କ୍ଷଣର ସାକ୍ଷୀ ହେବାର ସୁଯୋଗ ଦେଲେ, ଏଥିପାଇଁ ମୁଁ ରାଜ୍ୟ ସରକାରଙ୍କର, ବାଚସ୍ପତି ମହୋଦୟଙ୍କର ଏବଂ ସମସ୍ତ ଏଠିକାର ବରିଷ୍ଠ ବ୍ୟକ୍ତି ବିଶେଷଙ୍କର ହୃଦୟରୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି । ଅନେକ ଅନେକ ଶୁଭକାମନା ସହିତ ଏହି ଶହେ ବର୍ଷର ଯାତ୍ରା ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ନୂତନ ଶକ୍ତିର କେନ୍ଦ୍ର ହେବ ଏହି ଏକ ଅପେକ୍ଷା ସହିତ ବହୁତ ବହୁତ ଧନ୍ୟବାନ! ବହୁତ ବହୁତ ଶୁଭକାମନା!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”