ବ୍ରହ୍ମପୁତ୍ର ନଦୀ ଉପରେ ପାଲାଶବରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ଏକ ସେତୁ ଏବଂ ଶିବସାଗର ସ୍ଥିତ ରଙ୍ଗ ଘରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ନାମରୂପରେ ୫୦୦ ଟିପିଡି ମିଥାନୋଲ କାରଖାନାର ଉଦଘାଟନ କରିଛନ୍ତି
ଦେଶ ଉଦ୍ଦେଶ୍ୟରେ ପାଞ୍ଚଟି ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି
୧୦,୦୦୦ ରୁ ଅଧିକ କଳାକାରଙ୍କୁ ନେଇ ମେଗା ବିହୁ ନୃତ୍ୟ ଦେଖିଛନ୍ତି “ଏହା କଳ୍ପନା ବାହାରେ, ଏହା ଅଦ୍ଭୁତପୂର୍ବ ଅଟେ । ଏହା ହେଉଛି ଆସାମ”
“ଆସାମ ଶେଷରେ ଏ-ୱାନ ରାଜ୍ୟ ହେବାକୁ ଯାଉଛି”
“ପ୍ରତ୍ୟେକ ଭାରତୀୟଙ୍କ ଚେତନା ଦେଶର ମାଟି ଏବଂ ପରମ୍ପରାରୁ ର୍ନିମିତ ଏବଂ ଏହା ବିକଶିତ ଭାରତର ମୂଳଦୁଆ ଅଟେ”
“ରଙ୍ଗୋଲି ବିହୁ ଆସାମର ଲୋକଙ୍କ ପାଇଁ ମନ ଓ ହୃଦୟର ପର୍ବ”
“ବିକଶିତ ଭାରତ ଆମର ସବୁଠାରୁ ବଡ଼ ସ୍ୱପ୍ନ”
“ଆଜିର ସଂଯୋଗୀକରଣ ହେଉଛି ଏକ ଚର୍ତୁମୁଖୀ ମହାଯଜ୍ଞ, ବାସ୍ତବ ସଂଯୋଗ, ଡିଜିଟାଲ ସଂଯୋଗ, ସାମାଜିକ ସଂଯୋଗ ଏବଂ ସାଂସ୍କୃତିକ ସଂଯୋଗ”
“ଉତ୍ତର-ପୂର୍ବରେ ଅବିଶ୍ୱାସର ବାତାବରଣ ଦୂର ହୋଇଯାଇଛି”
ଦଶ ହଜାରରୁ ଅଧିକ ବିହୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ ରଙ୍ଗୀନ ବିହୁ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ଦେଖିଛନ୍ତି ।

ମୋଏ ଓହମବାଖିକ, ରଙ୍ଗୋଲି ବିହୁର, ହୋବେଚ୍ଛା ଜନାଇଶୁ, ଏଇ ହୋଭା ମୋହର୍ଟତ, ଆପୋନା-ଲୁକଲୋଇ, ଆଣ୍ଟୋରିକ ଅଭିନନ୍ଦନ, ଜ୍ଞାପନ କରିସୁ ।

ସାଥୀମାନେ,

ଆଜିର ଏହି ଦୃଶ୍ୟ, ଟିଭିରେ ଦେଖାଯିବାକୁ ଅଛି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କେବେ ମଧ୍ୟ ମୁଁ ଜୀବନରେ ଭୁଲିପାରିବି ନାହିଁ । ଏହା ଅବିସ୍ମରଣୀୟ ଅଟେ, ଅଦ୍ଭୁତ ଅଟେ, ଅଦ୍ଭୁତପୂର୍ବ ଅଟେ, ଏହା ଆସାମ । ଆକାଶରେ ଗୁଞ୍ଜରିତ ହେଉଥିବା ଢୋଲ, ପେପା ଅରୁ ଗାଙ୍ଗୋନା ଏହାର ସ୍ୱର ଆଜି ସମଗ୍ର ଭାରତବର୍ଷ ଶୁଣୁଛି । ଆସାମର ହଜାର ହଜାର କଳାକାର ଏହି ପରିଶ୍ରମ, କଠିନ ପରିଶ୍ରମ, ଏହି ତାଳମେଳ ଆଜି ଦେଶ ଏବଂ ଦୁନିଆ ବଡ଼ ଗର୍ବର ସହିତ ଦେଖୁଛନ୍ତି । ପ୍ରଥମତଃ ଏହି ଅବସର ଏତେ ବଡ଼ ଅଟେ, ଉତ୍ସବ ଏତେ ବଡ଼ ଅଟେ, ଦ୍ୱିତୀୟରେ ଆପଣଙ୍କର ଉତ୍ସାହ ଏବଂ ଆପଣଙ୍କର ଉଦ୍ଦୀପନା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ଏଠାକୁ ଆସିଥିଲି, ସେତେବେଳେ ମୁଁ କହିଥିଲି ଯେ ସେ ଦିନ ଆଉ ଦୂର ନାହିଁ । ଯେତେବେଳେ ଲୋକମାନେ ‘ଏ’ରେ ଆସାମ କହିବେ । ଆଜି ସତରେ ଆସାମ, ଏ-ୱାନ ପ୍ରଦେଶ ହୋଇପାରିଛି । ମୁଁ ଆସାମର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବିହୁର ବହୁତ ବହୁତ ଶୁଭକାମନା ଜଣାଉଛି ।

 

ସାଥୀମାନେ,

ବର୍ତ୍ତମାନ ପଞ୍ଜାବ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ବୈଶାଖୀ ମଧ୍ୟ ପାଳନ କରାଯାଏ । ବଙ୍ଗଳା ଭଉଣୀ-ଭାଇମାନେ ପୋଇଲା ବୈଶାଖ ପାଳନ କରୁଛନ୍ତି, କେରଳରେ ବିଚ୍ଛୁ ପର୍ବ ପାଳନ କରାଯିବା । ଅନେକ ରାଜ୍ୟରେ ନୂତନ ବର୍ଷ ଆରମ୍ଭର ସମୟ ଅଟେ । ଆମେ ଯେଉଁ ଉତ୍ସବ ପାଳନ କରୁଛୁ, ତାହା ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାର ପ୍ରତିଫଳନ । ଏହି ଉତ୍ସବ, ସମସ୍ତଙ୍କ ପ୍ରୟାସରେ ବିକଶିତ ଭାରତର ଆମର ସଂକଳ୍ପକୁ ପୂରଣ କରିବାକୁ ପ୍ରେରଣା ଯୋଗାଉଛି ।

ସାଥୀମାନେ,

ଆଜି ଏହି ଭାବନା ଦ୍ୱାରା ଆସାମର, ଉତ୍ତର ପୂର୍ବର ବିକାଶ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଏଠାରେ ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଆଜି ଆସାମକୁ, ଉତ୍ତର ପୂର୍ବକୁ, ଏମ୍ସ ଗୌହାଟୀକୁ ଆହୁରି ତିନୋଟି ମେଡିକାଲ କଲେଜର ଉପହାର ମିଳିଛି । ଆଜି ଉତ୍ତର ପୂର୍ବର ରେଳ ସଂଯୋଗୀକରଣ ସହିତ ଜଡ଼ିତ, ତା’ ସହିତ ଜଡ଼ିତ ଥିବା ଅନେକ ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ ହୋଇଛି । ଆଜି ବ୍ରହ୍ମପୁୂତ୍ରରେ ସଂଯୋଗ ବୃଦ୍ଧି ପାଇଁ ଆଉ ଏକ ସେତୁ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ମିଥାନଲ କାରଖାନା ନିର୍ମାଣ ସହିତ ଆସାମ ବର୍ତ୍ତମାନ ପଡ଼ୋଶୀ ଦେଶକୁ ମଧ୍ୟ ମିଥାନଲ ରପ୍ତାନୀ କରିବାରେ ସକ୍ଷମ ହେବ । ଆସାମର କଳା-ସଂସ୍କୃତି, ପରମ୍ପରାର ପ୍ରତୀକ ରଙ୍ଗ ଘରର ପୁନଃ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଆଜି ଆରମ୍ଭ ହୋଇଛି । ଏହି ସଂସ୍କୃତି ଆହୁରି ଦ୍ରୁତ ବିକାଶର ଯେଉଁ ଏହି ଉତ୍ସବ ଆମେ ସମସ୍ତେ ପାଳନ କରୁଛନ୍ତି, ସେଥିପାଇଁ ମଧ୍ୟ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ଭାଇ ଏବଂ ଭଉଣୀମାନେ,

ବର୍ତ୍ତମାନ ଅଳ୍ପ ସମୟ ମଧ୍ୟରେ ଯେଉଁ ସାଂସ୍କୃତିକ ଛଠାର ଦର୍ଶନ ସମଗ୍ର ଦେଶ କରିବାକୁ ଯାଉଛି, ଏବଂ ମୁଁ ବର୍ତ୍ତମାନ ଯେତେବେଳେ ଆପଣଙ୍କ ମଧ୍ୟକୁ ଆସିଯାଇଛି ସେତେବେଳେ ମୋତେ ତାହାର ସ୍ୱାଦ ମଧ୍ୟ ଆସୁଛି ଯେ ଏହା କ’ଣ ରଙ୍ଗରେ ଆପଣମାନେ ରଙ୍ଗାୟିତ କରିଛନ୍ତି । ଏହା ସମସ୍ତଙ୍କ ପ୍ରୟାସର ଉତ୍ତମ ଉଦାହରଣ ଅଟେ । ଆପଣ ସମସ୍ତେ ଆସମୀୟମାନେ ଆପଣଙ୍କ ସଂସ୍କୃତିକୁ ଅତି ଯତ୍ନର ସହିତ ସଜାଡ଼ିଝନ୍ତି, ସଂରକ୍ଷଣ କରି ରଖିଛନ୍ତି ଏବଂ ଏଥିପାଇଁ ଆପଣ ସମସ୍ତଙ୍କୁ ଯେତେ ଅଭିନନ୍ଦନ ଜଣାଇବି ତାହା କମ ହେବ, ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏହି ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ସହକର୍ମୀଙ୍କୁ ପ୍ରଶଂସା କରିବା ପାଇଁ ମୋର ଶବ୍ଦଗୁଡ଼ିକ କମ୍ ହେବ । ଆମର ଏହି ପର୍ବ କେବଳ ସାଂସ୍କୃତିକ ଉତ୍ସବ ନୁହେଁ ବରଂ ସମସ୍ତଙ୍କୁ ସଂଯୋଗ କରିବା, ଏବଂ ଏକତ୍ର କରି ଆଗକୁ ବଢ଼ିବାର ପ୍ରେରଣା ମଧ୍ୟ ଦେଇଥାଏ । ଏହା ହେଉଛି ରଙ୍ଗୋଲି ବିହୁ ବୋହାଗ ବିହୁର ଶାଶ୍ୱତ ଭାବନା । ଏହି ଆସାମବାସୀ ମାନଙ୍କ ପାଇଁ ହୃଦୟରୁ ଏବଂ ଅନ୍ତରର ପର୍ବ ଅଟେ । ଏହା ପ୍ରତ୍ୟେକ ପ୍ରକାରର ବ୍ୟବଧାନକୁ ଦୂର କରେ। ପ୍ରତ୍ୟେକ ପାର୍ଥକ୍ୟକୁ ଲିଭାଇ ଦେଇଥାଏ । ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟର ସର୍ବୋତ୍ତମ ପ୍ରତୀକ ଅଟେ । ସେଥିପାଇଁ ବିହୁକୁ କେବଳ ଆକ୍ଷରିକ ଅର୍ଥରେ କେହି ବୁଝିପାରିବେ ନାହିଁ । ବରଂ ଏହାକୁ ବୁଝିବା ପାଇଁ ଭାବନାର ହୃଦୟଙ୍ଗମ ରହିବା ଆବଶ୍ୟକ । ଏହି ଭାବ, ଭଉଣୀ-ଝିଅମାନଙ୍କ ଚୁଟିରେ ସଜାଯାଇଥିବା ‘କୋପଫୁଲ’ରୁ ହୋଇଥାଏ । ମେଗା ସିଲ୍କ, ମେଖେଲା, ସଂଦାର ଅରୁ ରୋଙ୍ଗା ରିହାରୁ ମିଳିଥାଏ । ଏହି ଅନୁଭବ, ଆଜି ଘରେ ଘରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ଖାଦ୍ୟ ‘ଏଖୋ ଏକ ବିଡ-ଖାକ’ ଏହାଦ୍ୱାରା ମଧ୍ୟ ହୋଇଥାଏ ।

 

ସାଥୀମାନେ,

ଭାରତର ବିଶେଷତ୍ୱ ହେଉଛି, ଆମର ସଂସ୍କୃତି, ଆମର ପରମ୍ପରା ହଜାର ହଜାର ବର୍ଷ ଧରି ପ୍ରତ୍ୟେକ ଭାରତୀୟଙ୍କୁ ସଂଯୋଗ କରି ଆସୁଛି । ଆମେ ଏକତ୍ରିତ ହୋଇ, ଦାସତ୍ୱର ଦୀର୍ଘ ସମୟର ପ୍ରତ୍ୟେକ ଆକ୍ରମଣକୁ ସହ୍ୟ କରିଥିଲୁ । ମିଳିତ ଭାବେ ଆମେ ଆମର ସଂସ୍କୃତି ଏବଂ ସଭ୍ୟତା ଉପରେ କଠୋର ଆକ୍ରମଣର ସମ୍ମୁଖୀନ ହୋଇଛୁ । ସରକାର ବଦଳିଲେ, ଶାସକମାନେ ଆସିଲେ, କିନ୍ତୁ ଭାରତ ଅଜର ଅମର ରହିଲା, ଅଟଳ ରହିଲା । ଆମ ଭାରତୀୟମାନଙ୍କର ମନ ଆମ ମାଟିରେ ତିଆରି, ଆମ ସଂସ୍କୃତିରେ ନିର୍ମିତ । ଆଜି ମଧ୍ୟ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଦୃଢ଼ ମୂଳଦୁଆ ମଧ୍ୟ ଅଟେ ।

ସାଥୀମାନେ,

ଏହି ସମୟରେ ଆସାମର ପ୍ରସିଦ୍ଧ ସାହିତ୍ୟିକ ତଥା ଚଳଚ୍ଚିତ୍ର ନିର୍ମାତା ଜ୍ୟୋଟୀ ପ୍ରୋହାଦ ଅଗ୍ରୱାଲ ଜୀଙ୍କ ଦ୍ୱାରା ଲିଖିତ ଏକ ପ୍ରସିଦ୍ଧ ଗୀତ ମୋର ମନେ ପଡୁଛି । ଏହି ଗୀତଟି ହେଉଛି- ବିଶ୍ୱା ବିଜୋଇ ନୌ ଯବାନ, ଏହି ଗୀତର ଆହୁରି ଏକ ବିଶେଷତା ଅଛି । ଯେତେବେଳେ ଭାରତରତ୍ନ ଭୂପେନ ହଜାରିକା ଜି ଏହି ଗୀତଟିକୁ ବହୁତ କମ୍ ବୟସରେ ଗାଇଥିଲେ । ଆଜି ମଧ୍ୟ ଏହି ଗୀତ ଦେଶର ଯୁବକମାନଙ୍କ ପାଇଁ, ଆସାମର ଯୁବକମାନଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛି । ମୁଁ ଏହି ଗୀତର କିଛି ପଂକ୍ତିଗୁଡ଼ିକୁ ପଢ଼ିବି, କିନ୍ତୁ ପ୍ରଥମେ ମୁଁ ଆପଣମାନଙ୍କ ଠାରୁ ଗୋଟିଏ କଥା ଜାଣିବାକୁ ଚାହୁଁଛି । ମୋର ଉଚ୍ଚାରଣ ଭୁଲ ପାଇଁ ଆପଣମାନେ ମୋତେ କ୍ଷମା କରିବେ କି? ନିଶ୍ଚିତ କରିବେ । ମୁଁ ଯଦି ଭୁଲ କରେ ତେବେ ଆପଣମାନେ ନାରାଜ ହେବେ ନାହିଁ ନା? ବାସ୍ତବରେ, ଆସାମର ଲୋକମାନଙ୍କର ବହୁତ ବଡ଼ ହୃଦୟ ଅଛି ।

ସାଥୀମାନେ,

ଏହି ଗୀତଟି ହେଉଛି, “ବିଶ୍ୱା ବିଜୋଇ ନୌ ଯବାନ, ବିଶ୍ୱା ବିଜୋଇ ନୌ ଯବାନ, ହୋକ୍ତି ହାଲି ଭାରୋଟର, ଉଲ୍ଲାଇ ଆହା- ଉଲ୍ଲାଇ ଆହା!!!! ହୋଣ୍ଟାନ ଟୁମି ବିପ୍ଲୋବିର, ହୋମୁଖ ହୋମ ହୋମୁଖୋଟ, ମୁକ୍ଟି ଜୋଜାରୁ ହୁସିଆର, ମୁଟିଉ ବିଜୟୋ କରିବୋ ଲାଗିବୋ ସାଧୀନତା ଖୁଲି ଦୁଆର”!!!!

 

ସାଥୀମାନେ,

ଆସାମର ସମସ୍ତ ଲୋକ ଏହାର ଅର୍ଥକୁ ଭଲ ଭାବରେ ବୁଝିଥାନ୍ତି । କିନ୍ତୁ ସାରା ଦେଶରେ ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଦେଖୁଛନ୍ତି, ସେମାନଙ୍କୁ ଏହାର ଅର୍ଥ ମଧ୍ୟ କହିବା ଆବଶ୍ୟକ ଯେ, ଆସାମର ଶିରା ପ୍ରସିରାରେ, ଆସାମର ହୃଦୟରେ, ଆସାମର ଯୁବପିଢ଼ିଙ୍କ ମସ୍ତିଷ୍କରେ କ’ଣ ରହିଛି । ଏହି ଗୀତରେ ଭାରତର ଯୁବକମାନଙ୍କୁ ଆହ୍ୱାନ କରାଯାଇଛି । ବିଶ୍ୱ ବିଜୟୀ ଭାରତର ଯୁବକମାନେ, ଭାରତ ମା’ର ଡାକକୁ ଶୁଣନ୍ତୁ । ଏହି ଗୀତ ଯୁବଗୋଷ୍ଠୀଙ୍କୁ ଆହ୍ୱାନ କରୁଛି ଯେ ପରିବର୍ତ୍ତନର ବାହକ ହୁଅନ୍ତୁ । ଏହି ଗୀତ ଭରସା ଦେଉଛି ଯେ ଆମେ ମୃତୁ୍ୟକୁ ଜୟ କରିପାରିବା ଏବଂ ସ୍ୱାଧୀନତାର ଦ୍ୱାର ଖୋଲିବା ।

ସାଥୀମାନେ,

ଏହି ଗୀତ ସେତେବେଳେ ଲେଖାଯାଇଥିଲା, ଯେତେବେଳେ ସ୍ୱାଧୀନତା ହିଁ ସବୁଠାରୁ ବଡ଼ ସ୍ୱପ୍ନ ଥିଲା । ଭାରତ ଆଜି ମୁକ୍ତ ଏବଂ ଆଜି ବିକଶିତ ଭାରତର ନିର୍ମାଣ, ଆମ ସମସ୍ତଙ୍କର ସବୁଠାରୁ ବଡ଼ ସ୍ୱପ୍ନ ଅଟେ । ଆମକୁ ଦେଶ ପାଇଁ ବଞ୍ଚôବାର ସୌଭାଗ୍ୟ ମିଳିଛି । ମୁଁ ଦେଶର ଯୁବକମାନଙ୍କୁ, ଆସାମର ଯୁବକମାନଙ୍କୁ ଆହ୍ୱାନ କରିବି- ମୋର ଭାରତର ଯୁବକ ଆପଣମାନଙ୍କ ମଧ୍ୟରେ ବିଶ୍ୱ ବିଜୟ କରିବାର ସାମର୍ଥ୍ୟ ରହିଛି । ଆପଣ ଆଗକୁ ବଢ଼ନ୍ତୁ, ଦ୍ରୁତ ଗତିରେ ବିକାଶର ଆଭିମୁଖ୍ୟକୁ ସମ୍ଭାଳନ୍ତୁ, ବିକଶିତ ଭାରତର ଦୂଆର ଖୋଲନ୍ତୁ ।

ସାଥୀମାନେ,

ଅନେକ ଲୋକମାନେ ପଚାରନ୍ତି ଯେ ମୁଁ କିପରି ଏତେ ବଡ଼ ବକ୍ଷ ଲକ୍ଷ୍ୟ ସ୍ଥିର କରିପାରୁଛି, କାହା ଭରସାରେ ବିକଶିତ ଭାରତର କଥା କହୁଛି । ଉତ୍ତର ବହୁତ ସରଳ ଅଟେ, ମୋର ଭାରତରୁ ବାହାରୁଥିବା ସ୍ୱର କହୁଛି ଯେ ମୋର ଭରସା, ଆପଣମାନଙ୍କ ଉପରେ ରହିଛି, ମୋର ବିଶ୍ୱାସ ଦେଶର ଯୁବଗୋଷ୍ଠୀମାନଙ୍କ ଉପରେ ରହିଛି, ମୋର ବିଶ୍ୱାସ ୧୪ଠ କୋଟି ଦେଶବାସୀମାନଙ୍କ ଉପରେ ରହିଛି । ଆମ ସରକାରଙ୍କ ପ୍ରୟାସ ଏହି କି ଯେ ଆପଣଙ୍କ ରାସ୍ତାରେ ଆସୁଥିବା ପ୍ରତ୍ୟେକଟି ପ୍ରତିବନ୍ଧକକୁ ଯଥାଶୀଘ୍ର ହଟାଇବାର ପ୍ରୟାସ କରାଯାଉଛି । ସମସ୍ତ ଆନ୍ତରିକତାର ସହିତ ଆପଣଙ୍କ ପାଇଁ କଠିନ ପରିଶ୍ରମ କରିବାକୁ ଆମେ କୌଣସି ପଥ ଛାଡ଼ି ନାହୁଁ । ଆଜି ଏଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି, ଏହା ମଧ୍ୟ ଏହାର ଏକ ଉଦାହରଣ ଅଟେ ।

ଭାଇ ଓ ଭଉଣୀମାନେ,

ଦଶନ୍ଧି ଧରି ଆମ ଦେଶରେ ସଂଯୋଗୀକରଣର ଏକ ସୀମିତ ସୀମା ମଧ୍ୟରେ ଦେଖା ଯାଉଥିଲା । ଜଣେ ବ୍ୟକ୍ତି କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚି ପାରୁଛି ତାହାକୁ ଏକାମାତ୍ର ସଂଯୋଗ ଭାବରେ ବିବେଚନା କରାଯାଉଥିଲା । ଆପଣ ଆସାମ ଏବଂ ଉତ୍ତର ପୂର୍ବର ଲୋକମାନେ ଏଥିରେ ମଧ୍ୟ ଭାରତର ସ୍ଥିତି କ’ଣ ଥିଲା? ଗତ ୯ ବର୍ଷରେ ଆମେ ସଂଯୋଗ ପଦ୍ଧତିକୁ ନେଇ ପରିବର୍ତ୍ତନ କରିଛୁ । ଆଜି ଆମ ପାଇଁ କନେକ୍ଟିଭିଟି, ଏକା ସହିତ ଚାରି ଦିଗରୁ ଏକା ସହିତ କାର୍ଯ୍ୟ କରୁଥିବା ମହାଯଜ୍ଞ ଅଟେ । ଆଜି ଯେଉଁ କନେକ୍ଟିଭିଟି ଉପରେ ଦେଶ କାର୍ଯ୍ୟ କରୁଛି, ତାହାର ଚାରୋଟି ବିସ୍ତାର ରହିଛି- ଫିଜିକାଲ କନେକ୍ଟିଭିଟି, ଡିଜିଟାଲ ସଂଯୋଗ, ସାମାଜିକ ସଂଯୋଗ ଏବଂ ସାଂସ୍କୃତିକ ସଂଯୋଗ ।

ସାଥୀମାନେ,

ଆଜି ଏଠାରେ ଏତେ ବଡ଼ ଭବ୍ୟ ଆୟୋଜନ ହୋଇଛି ଏବଂ ଏଥିପାଇଁ ପ୍ରଥମେ ମୁଁ ସାଂସ୍କୃତିକ କନେକ୍ଟିଭିଟିର କଥା କହିବି । ବିଗତ ବର୍ଷ ଗୁଡ଼ିକରେ ଭାରତରେ ସାଂସ୍କୃତି ସଂଯୋଗକୁ ନେଇ ଅଭୁତପୂର୍ବ କାର୍ଯ୍ୟ ହୋଇଛି । ନ ହେଲେ କେହି କଳ୍ପନା କରିପାରିବେ ନାହିଁ ଯେ ଆସାମର ମହାନ ଯୋଦ୍ଧା ଲାସିତ ବୋରଫୁକନଙ୍କ ୪୦୦ତମ ଜୟନ୍ତୀରେ ଦିଲ୍ଲୀରେ ଏତେ ବିଶାଳ କାର୍ଯ୍ୟକ୍ରମ ହେବ । ଏଠାରେ ଆସାମରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ, ଏବଂ ମୋତେ ସେମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମଧ୍ୟ ମିଳିଥିଲା ।

ସାଥୀମାନେ,

ବୀର ଲାସିତ ବୋରଫୁକନ ହୁଅନ୍ତୁ କିମ୍ବା ପୁଣି ରାଣୀ ଗାଇଦିଲନିୟୁ ହୁଅନ୍ତୁ, ସେ କାଶୀ-ତାମିଲ ସଙ୍ଗମ ହେଉ କିମ୍ବା ସୌରାଷ୍ଟ୍ର-ତାମିଲ ସଙ୍ଗମ ହେଉ, ସେ କେଦାରନାଥ ହେଉ କିମ୍ବା କାମାକ୍ଷା,  ସେ ଦୋସା ହେଉ କିମ୍ବା ପୁଣି ଡୋଇ ସିରା ହେଉ, ଆଜି ଭାରତରେ ପ୍ରତ୍ୟେକ ବିଚାର, ପ୍ରତ୍ୟେକ ସଂସ୍କୃତିର ଜଣେ ଅନ୍ୟଜଣଙ୍କ ସହିତ ସଂଯୋଗ ବଢ଼ାଉଛି। ହିମନ୍ତ ଜୀ ବର୍ତ୍ତମାନ ଗୁଜରାଟରେ ମାଧବପୁର ମେଳା ହୋଇ ମଧ୍ୟ ଆସିଛନ୍ତି, କୃଷ୍ଣ-ରୁକ୍ମିଣୀଙ୍କର ଏହି ବନ୍ଧନ ମଧ୍ୟ ପଶ୍ଚିମ ଭାରତକୁ ଉତ୍ତର ପୂର୍ବ ସହିତ ଯୋଡୁଛି । କେବଳ ଏତିକି ନୁହେଁ, ମେଗା ସିଲ୍କ, ତେଚପୁର ଲେସୁ, ଜୋହା ରାଇସ, ବୋକା ସାଉଲ, କାଜୀ ମେମୁ ଭଳି ଅନେକ ଉତ୍ପାଦଗୁଡ଼ିକ ପରେ ଆମର ଗାମୋସାରେ ମଧ୍ୟ ଜିଆଇ ଟ୍ୟାଗ ମିଳିଛି । ଏହା ମଧ୍ୟ ଆସାମର କଳା, ଆମର ଭଉଣୀମାନଙ୍କର ଶ୍ରମ-ଉଦ୍ୟମକୁ ଅନ୍ୟ ଦେଶ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରୟାସ ଅଟେ ।

 

ଭାଇ ଏବଂ ଭଉଣୀମାନେ,

ଆଜି ପର୍ଯ୍ୟଟନ ମାଧ୍ୟମରେ ଦେଶରେ ବିଭିନ୍ନ ସାସ୍କୃତିକ ସଂଳାପ ମଧ୍ୟ ଚାଲିଛି । ପର୍ଯ୍ୟଟକମାନେ ଯେଉଁଠାକୁ ଯାଆନ୍ତି, ସେଠାରେ କେବଳ ପଇସା ହିଁ ଖର୍ଚ୍ଚ କରନ୍ତି ନାହିଁ, ବରଂ ସେହି ସ୍ଥାନର ସଂସ୍କୃତିକୁ ସେମାନଙ୍କ ସ୍ମୃତିରେ ମଧ୍ୟ ନେଇଥାନ୍ତି। କିନ୍ତୁ ଉତ୍ତର ପୂର୍ବରେ ଶାରିରୀକ ସଂଯୋଗର ଅନୁକୂଳ ସ୍ଥିତିରେ ଯେଉଁ ଅଭାବ ରହିଛି, ସେଥିରେ ଭିନ୍ନ ଭିନ୍ନ ସଂସ୍କୃତିରେ ସଂଯୋଗ କେମିତି ହୋଇପାରିବ? ସେଥିପାଇଁ ଆମର ଗୁରୁତ୍ୱ, ରେଳ-ରୋଡ ଏବଂ ବାୟୁ ସଂଯୋଗର କନେକ୍ଟିଭିଟି ଉପରେ ମଧ୍ୟ ରହିଛି । ଗତ ୯ ବର୍ଷରେ ଆମେ ସେହି ଲୋକମାନଙ୍କ ପାଇଁ ଦ୍ରୁତ ଗତିରେ ସଂଯୋଗକୁ ବିସ୍ତାର କରିଛୁ । ଯେଉଁମାନେ ଦୀର୍ଘ ସମୟ ଧରି ବିଚ୍ଛିନ୍ନ ହୋଇ ରହିଥିଲେ, ଆଜି ଉତ୍ତର ପୂର୍ବର ଅଧିକାଂଶ ଗ୍ରାମ ମଧ୍ୟ ସବୁ ପାଣିପାଗ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛି । ଗତ ୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାଣିଜି୍ୟକ ବିମାନ ଅବତରଣ କରିବା ପାଇଁ ଉତ୍ତର-ପୂର୍ବରେ ଅନେକ ବିମାନବନ୍ଦର ନିର୍ମାଣ କରାଯାଇଛି । ଗତ ୯ ବର୍ଷ ମଧ୍ୟରେ ବ୍ରଡଗେଜ ଟ୍ରେନ ମଣିପୁର ଏବଂ ତ୍ରିପୁରାରେ ପହଂଚିଛି । ପୂର୍ବାପେକ୍ଷା, ଉତ୍ତର-ପୂର୍ବରେ ପ୍ରାୟ ୧ଠ ଗୁଣା ଦ୍ରୁତ ଗତିରେ ରେଳ ଲାଇନର ଦେହାରୀକରଣ କରାଯାଉଛି । ଆଜି ଏଠାରେ ରେଲୱେର ୫ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି, ଏକା ସହିତ ୫ଟି ପ୍ରକଳ୍ପ ଉତ୍ତର-ପୂର୍ବରେ । ଏହା ଉପରେ ୬ ହଜାର କୋଟି ଟଙ୍କାର ଅଧିକ ନିବେଶ କରାଯାଇଛି । ଏହା ଆସାମ ସହିତ ଉତ୍ତର-ପୂର୍ବର ବହୁତ ବଡ଼ ଅଂଶର ବିକାଶର ଗତିକୁ ଆଗେଇ ନେବ । ଆସାମର ଏକ ବଡ଼ ଅଂଶରେ ପ୍ରଥମ ଥର ରେଳ ପହଂଚିଛି । ରେଳ ଲାଇନର ଦୋହରୀକରଣ ଦ୍ୱାରା ଆସାମ ସହିତ ମଣିପୁର, ମିଜୋରାମ, ତ୍ରିପୁରା ଏବଂ ନାଗାଲାଣ୍ଡ ପର୍ଯ୍ୟନ୍ତ ସଂଯୋଗ କରିବାରେ ସହଜ ହେବ । ଏହା ଦ୍ୱାରା ମାଲଗାଡ଼ିଗୁଡ଼ିକ ମଧ୍ୟ ବର୍ତ୍ତମାନ ଅନେକ ନୂତନ ସ୍ଥାନକୁ ପହଂଚିପାରିବ । ଏହାଦ୍ୱାରା ବିଶ୍ୱାସ ଏବଂ ପର୍ଯ୍ୟଟନର ଅନେକ ସ୍ଥଳ ପର୍ଯ୍ୟନ୍ତ ଯିବାଆସିବା ଆହୁରି ମଧ୍ୟ ସହଜ ହୋଇଯିବ ।

ଭାଇ ଏବଂ ଭଉଣୀମାନେ,

ମୋର ଆଜି ମଧ୍ୟ ମନେ ଅଛି, ଯେତେବେଳେ ମୁଁ ୨୦୧୮ ମସିହାରେ ବୋଗିବିଲ ବ୍ରିଜର ଲୋକାର୍ପଣ କରିବାକୁ ଆସିଥିଲି । ଢୋଲା-ସଦିୟା-ଭୂପେନ ହଜାରିକା ସେତୁର ଲୋକାର୍ପଣ ମଧ୍ୟ ସୌଭାଗ୍ୟ ମୋତେ ମିଳିଥିଲା । ଆମେ କେବଳ ଦଶନ୍ଧିରୁ ଅଧୁରା ରହିଥିବା ପ୍ରକଳ୍ପଗୁଡ଼ିକୁ ପୂରଣ କରୁନାହୁଁ ବରଂ ନୂତନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଦ୍ରୁତ ଗତିରେ ଆଗେଇ ନେବାରେ କାର୍ଯ୍ୟ କରୁଛୁ । ବ୍ରହ୍ମପୁତ୍ର ଉପରେ ଯେଉଁ ସେତୁମାନଙ୍କର ନେଟୱର୍କ ଗତ ୯ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଛି ତାହାର ସମ୍ପୂର୍ଣ୍ଣ ଲାଭ ଆଜି ଆସାମକୁ ମିଳୁଛି । ଆଜି ମଧ୍ୟ ଯେଉଁ ସେତୁ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି, ଏହାଦ୍ୱାରା ଖାଲକୁସୀର ସିଲ୍କ ଉଦ୍ୟୋଗକୁ ବହୁତ ଶକ୍ତି ମିଳିବାକୁ ଯାଉଛି ।

ସାଥୀମାନେ,

ଗତ ୯ ବର୍ଷରେ ଆମର ଡବଲ ଇଞ୍ଜିନର ସରକାର ଯେଉଁଭଳି ଭାବରେ ସାମାଜିକ କନେକ୍ଟିଭିଟି ଉପରେ କାର୍ଯ୍ୟ କରିଛନ୍ତି, ଏହା କୋଟି କୋଟି ଲୋକଙ୍କ ଜୀବନକୁ ସହଜ କରିଛି । ସ୍ୱଛ ଭାରତ ମିଶନ ଯୋଗୁ ଆଜି ଲକ୍ଷ ଲକ୍ଷ ଗ୍ରାମ ଖୋଲା ଶୌଚରୁ ମୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ଘର ପାଇଛନ୍ତି। ସୌଭାଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକଙ୍କୁ ଆଲୋକ ମିଳିପାରିଛି । ଉଜ୍ୱଳା ଯୋଜନା ଦ୍ୱାରା କୋଟି କୋଟି ମା-ଭଉଣୀମାନଙ୍କୁ ଧୂଆଁରୁ ମୁକ୍ତି ମିଳିପାରିଛି । ଜଳ ଜୀବନ ମିଶନ କାରଣରୁ କୋଟି କୋଟି ଘରେ ନଳରୁ ଜଳ ପହଂଚିପାରିଛି । ଡିଜିଟାଲ ଇଣ୍ଡିଆ ଏବଂ ଶସ୍ତା ଡାଟା ଦେଶର କୋଟି କୋଟି ଲୋକମାନଙ୍କୁ ସେମାନଙ୍କ ମୋବାଇଲରେ ସେମାନଙ୍କୁ ସୁବିଧା ଆଣି ସେମାନଙ୍କ ହାତରେ ପରଶି ରଖିଦେଉଛି । ଏହି ସମସ୍ତ ଘର, ଏହି ସମସ୍ତ ପରିବାର, ଆକାଂକ୍ଷୀ ଭାରତର ପ୍ରତିନିଧିତ୍ୱ କରୁଛି । ଏହା ହିଁ ଭାରତର ଏହି ଶକ୍ତି ଅଟେ, ଯାହା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ ।

ଭାଇ ଏବଂ ଭଉଣୀମାନେ,

ବିକାଶ ପାଇଁ ବିଶ୍ୱାସର ସୂତ୍ର ମଜବୁତ ହେବା ସେତିକି ଜରୁରୀ ଅଟେ, ଆମ ସରକାରଙ୍କ ପ୍ରୟାସ ଯୋଗୁ ଆଜି ଉତ୍ତର ପୂର୍ବର ସବୁ ସ୍ଥାନରେ ସ୍ଥାୟୀ ଶାନ୍ତି ଆସିପାରିଛି । ସେମାନଙ୍କ ଯୁବକମାନେ ହିଂସାର ରାସ୍ତା ଛାଡ଼ି, ବିକାଶର ରାସ୍ତାରେ ଚାଲିବା ଆରମ୍ଭ କରି ଦେଇଛନ୍ତି । ଉତ୍ତର-ପୂର୍ବରେ ଅବିଶ୍ୱାସର ପରିବେଶ ଦୂର ହୋଇଯାଉଛି, ନିଜ ଭିତରେ ଦୂରତା ହ୍ରାସ ପାଉଛି । ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତର ନିର୍ମାଣ ପାଇଁ ଆମକୁ ଏହି ପରିବେଶକୁ ଆହୁରି ବଢ଼ାଇବାକୁ ହେବ, ଦୂର ପର୍ଯ୍ୟନ୍ତ ନେଇଯିବାକୁ ହେବ । ଆମକୁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଭାବନା ଦ୍ୱାରା ହିଁ ଏକତ୍ରିତ ହୋଇ ଆଗକୁ ବଢ଼ିବାକୁ ହେବ । ଏହି କାମନା ସହିତ ଆଜି ଏହି ପବିତ୍ର ପର୍ବ ଅବସରରେ ଦେଶବାସୀଙ୍କୁ, ଆସାମବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତଙ୍କ ପାଇଁ ନବବର୍ଷ ମଙ୍ଗଳମୟ ହେଉ ଏବଂ ବର୍ତ୍ତମାନ ସମଗ୍ର ଦେଶ ଆପଣ ଯେଉଁ କେତେ ଦିନରୁ ପରିଶ୍ରମ କରିଛନ୍ତି, ହଜାର ହଜାର ଲୋକଙ୍କର ଏକ ସହିତ ବିହୁ ନୃତ୍ୟର ଏହି ଅବସର ଆସାମକୁ ବିଶ୍ୱ ଦୃଷ୍ଟିରେ ନୂତନ ଶିଖରକୁ ନେଇଯିବ । ମୁଁ ମଧ୍ୟ ଆଗାମୀ କାର୍ଯ୍ୟକ୍ରମରେ ଦେଖିବା ପାଇଁ ବହୁତ ଉତ୍ସୁକ ରହିଛି, ମୁଁ ମଧ୍ୟ ଆନନ୍ଦ ନେବି, ଦେଶବାସୀ ମଧ୍ୟ ଟିଭିରେ ଏହାର ଆନନ୍ଦ ନେବେ ଏବଂ ମୋତେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ବର୍ତ୍ତମାନ ଯେଉଁ ସୋସିଆଲ ମିଡିଆ ଉପରେ ଚର୍ଚ୍ଚାରେ ଆସିଯିବେ ।

ମୋ ସହିତ କୁହନ୍ତୁ- ଭାରତ ମାତା କି ଜୟ । ଶବ୍ଦ ଦୂର-ଦୂର ପର୍ଯ୍ୟନ୍ତ ଯିବା ଦରକାର । ଭାରତ ମାତା କି ଜୟ । ଭାରତ ମାତା କି ଜୟ । ଭାରତ ମାତା କି ଜୟ ।

ବଂଦେ-ମାତରମ । ବଂଦେ-ମାତରମ । ବଂଦେ-ମାତରମ ।

ବଂଦେ-ମାତରମ । ବଂଦେ-ମାତରମ । ବଂଦେ-ମାତରମ ।

ବଂଦେ-ମାତରମ । ବଂଦେ-ମାତରମ । ବଂଦେ-ମାତରମ ।

ବଂଦେ-ମାତରମ ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why India is a promising investment destination for Japanese companies

Media Coverage

Why India is a promising investment destination for Japanese companies
NM on the go

Nm on the go

Always be the first to hear from the PM. Get the App Now!
...
Rozgar Mela reflects our Government’s commitment to empowering the Yuva Shakti with new opportunities: PM Modi
May 23, 2026
India’s youth are playing a vital role in accelerating the journey towards a Viksit Bharat: PM
Rozgar Mela reflects our Government’s commitment to empowering the Yuva Shakti with new opportunities: PM
The world is excited by India’s youth and technological progress and today the global community wants to partner in India’s development journey: PM
Sectors like clean energy, critical minerals, green hydrogen, and sustainable manufacturing are advancing rapidly and partnerships in these areas are creating new opportunities: PM Modi
Every Indian is moving forward with the resolve of building a Viksit Bharat by 2047: PM Modi at Rozgar Mela
Today, Rapid transformation is clearly visible even in rural areas; Enhanced connectivity has opened new avenues for farmers, small traders, and students: PM
Viksit Bharat will be built by the efforts of such youth who view their work as a means of national service: PM Modi

साथियों,

आज देशभर के हजारों युवाओं के लिए बहुत ही महत्वपूर्ण दिवस है। आज 51 हजार से ज्यादा युवाओं को सरकारी नौकरी का नियुक्ति पत्र मिला है। आज आप सभी देश की विकास यात्रा में अहम भागीदार बन रहे हैं, जिम्मेदार भागीदार बन रहे हैं। रेलवे, बैंकिंग, डिफेंस, हेल्थ, एजूकेशन और दूसरे कई क्षेत्रों में आप सभी नई जिम्मेदारियां संभालने जा रहे हैं। आने वाले वर्षों में विकसित भारत के संकल्प को सिद्ध करने में आप सभी महत्वपूर्ण भूमिका निभाने वाले हैं।

साथियों,

यहां तक पहुंचने के लिए आप सभी ने लंबी तैयारी और कड़ा परिश्रम जरूर किया होगा। इस उपलब्धि के लिए मैं आपको भी और आपके परिवारजनों को भी बहुत-बहुत बधाई देता हूं। आपको यहां तक पहुंचाने में आपके माता-पिता और परिवार का योगदान कम नहीं होता है। लेकिन इतना भी नहीं है, कि जैसे परिवार का योगदान होता है, समाज का भी बहुत बड़ा योगदान होता है, हमें यहां पहुंचाने के लिए। हम सिर्फ अपने कारण नहीं पहुंचते, सिर्फ अपने परिवार के कारण नहीं पहुंचते। इस विशाल देश के 140 करोड़ के नागरिकों के योगदान का भी बहुत बड़ा महत्व होता है। और इसलिए हमारा दायित्व खुद के प्रति, खुद के परिवार के प्रति, वैसे ही संपूर्ण समाज के प्रति भी रहता है। और मुझे विश्वास है कि इन सभी कामों के लिए आप अपने आप को और अधिक योग्य बनाएंगे। मैं आपको बहुत शुभकामनाएं देता हूं।

साथियों,

आप सबको पता है अभी दो दिन पहले ही मैं 5 देशों की यात्रा करके लौटा हूं। कहने को तो ये सिर्फ पांच देशों की यात्रा थी, लेकिन इस दौरान मेरी दर्जनों देशों की बड़ी-बड़ी कंपनियों के लीडर्स से बातें हुईं, विस्तार से चर्चा हुई, मुलाकात हुई, और हर जगह मैंने एक बात समान रूप से महसूस की है। दुनिया, भारत के युवाओं और भारत की टेक्नोलोजिक्ल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग-अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साक्षात मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले। इस यात्रा के दौरान, अब जैसे नीदरलैंड्स की मैं बात करूं, तो नीदरलैंड्स के साथ सेमीकंडक्टर्स, वॉटर, एग्रीकल्चर और एडवांस्ड मैन्युफैक्चरिंग पर चर्चा हुई - स्वीडन के साथ आर्टिफ़िशियल (एआई) और डिजिटल इनोवेशन, उस पर सहयोग की बहुत सारी बातें हुई, - नॉर्वे के साथ ग्रीन टेक्नॉलॉजी और मेरिटाइम कोऑपरेशन की बात आगे बढ़ी है, UAE के साथ स्ट्रैटेजिक एनर्जी और टेक्नॉलॉजी पार्टनरशिप्स पर महत्वपूर्ण समझौते हुए, इटली के साथ डिफेंस, क्रिटिकल मिनरल्स, science & technology ऐसे अत्यंत महत्वपूर्ण क्षेत्रों में पार्टनरशिप्स पर एग्रीमेंट हुए।

साथियों,

इन सारे एग्रीमेंट्स का सीधा लाभ भारत के युवाओं को मिलने वाला है। और आपने देखा होगा, ये सारे विषय एक उज्जवल समर्थ भारत के भविष्य की गारंटी लेकर के आते हैं। क्योंकि हर नया निवेश, हर टेक्नॉलॉजी पार्टनरशिप, हर इंडस्ट्रियल कोलैबोरेशन, भारत के युवाओं के लिए नई अपॉरचुनिटीज तो लेकर के आता ही है, लेकिन अनगिनत नए अवसर तैयार करता है।

मेरे नौजवान साथियों,

हमें याद रखना है, ये वो सेक्टर्स हैं जिनमें आने वाला इंवेस्टमेंट और पार्टनरशिप, आने वाले 3-4 दशक की ग्लोबल ग्रोथ को ये शेप करने वाली इंडस्ट्रीज तैयार करेंगी। और निश्चित तौर पर भारत के युवाओँ की इसमें बहुत बड़ी भूमिका होगी।

साथियों,

भारत किस तरह दुनिया का एक भरोसेमंद सप्लाई चेन पार्टनर बन रहा है, इसका मैं आपको एक उदाहरण देता हूं। जैसे नीदरलैंड्स की सेमीकंडक्टर कंपनी, आपमें से बहुत लोग इस नाम से परिचित होंगे ASML, ASMLके साथ भारत की टाटा कंपनी का एग्रीमेंट है। भारत, दुनिया के कुछ ही देशों में से एक है जिसके साथ इस कंपनी ने समझौता किया है। ASML-टाटा इलेक्ट्रॉनिक्स के बीच ये अकेला समझौता ही भारत में रोजगार के अनगिनत नए मौके बनाएगा, और भारत को एक नेक्स्ट जनरेशन टेक्नोलॉजी में प्रवेश द्वार खोल देगा। ऐसे ही स्वीडन के साथ टेक्नॉलॉजी और AI पार्टनरशिप्स, UAE के साथ सुपरकंप्यूटिंग कोऑपरेशन, भारत की टेक्नॉलॉजी क्षमता को बहुत मजबूत करने वाले हैं। इन एग्रीमेंट्स से युवाओं के लिए नए अवसर तो होंगे ही होंगे।

साथियों,

आज क्लीन एनर्जी, क्रिटिकल मिनरल्स, ग्रीन हाइड्रोजन और सस्टेनेबल मैन्युफैक्चरिंग से जुड़े सेक्टर्स भी बहुत तेजी से ग्रो कर रहे हैं, आगे बढ़ रहे हैं। इनसे जुड़ी पार्टनरशिप एक नई इकोनॉमी के, new opportunities के दरवाजे खोल रही हैं। स्वीडन, नॉर्वे और इटली जैसे देशों के साथ, ग्रीन ट्रांजिशन और सस्टेनेबल टेक्नॉलॉजी में भी सहयोग बढ़ रहा है। ये भारत को क्लीन मैन्युफैक्चरिंग से जुड़ी फ्यूचर इंडस्ट्रीज में मजबूत करेगा। इसके अलावा भारत ने पोर्ट्स, शिपिंग और मेरिटाइम इंफ्रास्ट्रक्चर से जुड़े एग्रीमेंट्स पर तेजी से काम किया है। UAE और नॉर्वे के साथ पार्टनरशिप से भारत का शिपबिल्डिंग इकोसिस्टम मजबूत होगा। और आप तो जानते हैं शिपबिल्डिंग यानी, स्किल मेनपावर की बहुत जरूरत पड़ती है। यानी भारत के इंजीनियर्स, टेक्नीशियन्स और स्किल्ड वर्कर्स के लिए इतनी मांग बढ़ने वाली है, जिसकी आप कल्पना नहीं कर सकते हैं, इतने अवसर तैयार होंगे।

साथियों,

हर नई पार्टनरशिप के साथ हम भारतीय स्टार्टअप्स, रिसर्चर्स और यंग प्रोफेशनल्स के लिए दुनिया से जुड़ने के नए रास्ते बना रहे हैं। इससे भारतीय युवाओं को एडवांस्ड एक्सपर्टीज, ग्लोबल मार्केट्स और ग्रोथ के नए मौके भी मिलेंगे। आज दुनिया उन देशों का सम्मान करती है, जो इनोवेट करते हैं, जो बिल्ड करते हैं, और जो बड़े स्तर पर डिलीवरी कर सकते हैं। भारत आज इन तीनों दिशाओं में तेजी से आगे बढ़ रहा है, और इस परिवर्तन की सबसे बड़ी ताकत आप सब मेरे नौजवान साथी हैं, भारत का युवा है, और मैं दुनिया में जहां भी जाता हूं, मैं काफी समय चर्चा में भारत की युवाशक्ति की चर्चा करता हूं।

साथियों,

आज हर भारतीय, एक बड़े संकल्प के साथ आगे बढ़ रहा है। ये संकल्प, 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग-अलग सेक्टर्स में निवेश कर रहा है। और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं। जैसे, आज भारत में सेमीकंडक्टर मैन्यूफैक्चरिंग की पूरी सप्लाई चेन तैयार की जा रही है। आने वाले समय में भारत की 10 बड़ी सेमीकंडक्टर यूनिट्स, दुनिया में अपना परचम लहराएंगी। इनमें बड़ी संख्या में भारत के नौजवानों का सामर्थ्य होगा, भारत के नौजवानों की बुद्धि प्रतिभा होगी, भारत के नौजवानों का कमिटमेंट होगा और स्वाभाविक है रोजगार तो है ही है। भारत आज शिप-बिल्डिंग से लेकर शिप रिपेयरिंग और ओवरहॉलिंग का भी इकोसिस्टम विकसित कर रहा है। इसके लिए करीब 75 हजार करोड़ रुपए, Seventy Five Thousand Crore Rupees का निवेश किया जा रहा है। इसी तरह भारत में ही हम पूरा MRO इकोसिस्टम, यानी मेंटेनेंस, ओवरहॉल और रिपेयर फेसिलिटीज तैयार कर रहे हैं। इससे देश के एविएशन सेक्टर को बहुत मदद मिलने वाली है, और भारत के युवाओं के लिए रोजगार का नया सेक्टर तो खुलना ही खुलना है।

साथियों,

भारत आज एक बड़ा इलेक्ट्रॉनिक्स मैन्युफेक्चरर है। और हम इलेक्ट्रॉनिक्स से जुड़ी कंप्लीट वैल्यू चेन, भारत में ही बना रहे हैं। इसके लिए जो PLI स्कीम चल रही है, उससे देश में रिकॉर्ड इलेक्ट्रॉनिक्स प्रॉडक्शन हो रहा है, और युवाओं को लाखों की संख्या में Jobs भी मिल रही हैं।

साथियों,

ऐसे अनेकों अभियानों पर भारत का पब्लिक और प्राइवेट सेक्टर मिलकर बहुत बड़ा निवेश कर रहा है। ये निवेश देश के युवाओं को देश में ही- Jobs दे रहा है, उनके सपने पूरे कर रहा है। एक सरकारी कर्मचारी होने के नाते, जोकि आज नियुक्ति पत्र के भरने के बाद आपकी पहचान बनने वाली है, कि आप एक सरकारी कर्मचारी हैं। तो उस नाते आपको भी हमेशा ये ध्यान रखना है कि Ease of Doing Business देश की कितनी बड़ी प्राथमिकता है।

साथियों,

भारत की ग्रोथ स्टोरी और इंप्लॉयमेंट जनरेशन, इसमें ये मानी हुई बात है, आप भी जानते हैं। इंफ्रास्ट्रक्चर, इसकी बहुत बड़ी भूमिका होती है। जब गांव, छोटे शहर और दूर-दराज के इलाके विकास से जुड़ते हैं, तभी देश की प्रगति का लाभ ज्यादा लोगों तक पहुंचता है। पिछले 12 वर्षों में रेलवे, हाईवे, एयरपोर्ट, लॉजिस्टिक्स, पोर्ट्स, डिजिटल इंफ्रास्ट्रक्चर पर कल्पनाभर का तेज गति से विस्तार हुआ है, विकास हुआ है, हर स्तर पर काम हुआ है। आज आप अपने क्षेत्र में, किसी की भी दिशा में 100 किलोमीटर अगर जाएंगे, तो भारत सरकार द्वारा कोई न कोई काम चलता हुआ नजर आएगा आपको। आज गांवों में भी बदलाव तेजी से दिखाई दे रहा है। कनेक्टिविटी बढ़ने से किसानों, छोटे व्यापारियों, विद्यार्थियों के लिए नए रास्ते खुले हैं। आज करोड़ों परिवारों को पक्का घर मिला है। यानी दुनिया के कई देश हैं, जिनके पास टोटल घर होते हैं, उससे अनेक गुणा घर हम नए बनाते हैं। इतना ही नहीं, जो मेरा स्वच्छता का अभियान है, उसको तो मैं कभी भी भूलने नहीं देता हूं लोगों को, और न ही मैं भी भूलता हूं, उसमें शौचालय की बहुत बड़ी महत्वपूर्ण भूमिका है, हम उस पर भी बल दे रहे हैं। करोड़ों घरों तक आज बिजली पहुंची है। रूफटॉप सोलर एनर्जी, कितने नए-नए वेंडर्स मैदान में आए हैं। अब देखिए जल जीवन मिशन से, नल से जल पहुंचाना, मैं अभी देख रहा था, कि मैं चाहता था कि शहरों में पीएनजी के कनेक्शन बढ़ें, तो मुझे पलम्बर नहीं मिल रहे थे, कमी पड़ रही थी, क्योंकि जल जीवन के मिशन में कई सारी बड़ी संख्या में पलम्बर वहां लगे हुए थे। अब इधर मुझे एनर्जी के लिए बड़े शहरों में पीएनजी के कनेक्शन तेजी से बढ़ाने थे, तो आप कल्पना कर सकते हैं कि कभी-कभी लोगों की जरूरत पड़े तो लोग कम पड़ जाते हैं।

साथियों,

इन बदलावों का असर सिर्फ सामान्य नागरिकों की सुविधाओं तक सीमित नहीं रहता। गांव तक सड़क पहुंची, तो मार्केट तक आना-जाना आसान हुआ। बिजली की सुविधा बेहतर हुई, तो छोटे उद्योग-धंधे आगे बढ़ने लगे। गांव में भी एग्रीकल्चर में वेल्यु एडिशन होने लगा। पहले अगर वो लाल मिर्ची बेचते थे, अब बिजली आई तो लाल मिर्ची का पाउडर बनाते हैं, पाउडर बनाकर के पैकेट बनाते हैं, पैकेट बनाकर के बेचते हैं। तो गांव में भी छोटे -छोटे-छोटे-छोटे उद्योग इसके कारण बढ़ते जाते हैं। डिजिटल कनेक्टिविटी बढ़ी, तो गांव के लोग भी पूरे विश्व के साथ जुड़ रहे हैं, आधुनिकता से जुड़ रहे हैं। शहर और गांव का फर्क मिटता चला जा रहा है। और इससे अर्थव्यवस्था की गति तेज हुई है। और इन सबका पॉजिटिव प्रभाव देश के नौजवानों के उज्जवल भविष्य की गारंटी बन जाता है। रोजगार तो निर्माण होते ही होते हैं, लेकिन राष्ट्र भी एक नए स्वाभिमान के साथ आगे बढ़ जाता है, लाखों लोगों को नए मौके भी मिल जाते हैं।

साथियों,

आज भारत के युवा के पास जिस तरह से आगे बढ़ने के, अपने सपने पूरा करने के मौके हैं, ऐसा अवसर पहले नहीं मिला है, मैं किसी का दोष नहीं कर रहा हूं, लेकिन ये हकीकत है कि आज बहुत तेज गति से सब हो रहा है, विशाल फलक पर हो रहा है, विविधताओं से भरा हो रहा है। आज मैन्युफैक्चरिंग, टेक्नॉलॉजी, स्टार्टअप, डिजिटल सर्विसेज, रेलवे, डिफेंस, इतना ही नहीं स्पेस, ऐसे अनेक क्षेत्रों में अनगिनत अवसर हमारा इंतजार कर रहे हैं। हमारा प्रयास है कि ज्यादा से ज्यादा युवा नए अवसरों का लाभ उठा सकें, और देश के युवाओं को अपनी प्रतिभा दिखाने का पूरा मौका मिले। इसलिए, स्किल डेवलपमेंट, industry-linked education और फ्यूचर टेक्नॉलजी पर लगातार जोर दिया जा रहा है। ITIs को modern बनाया जा रहा है। National Skill Training Institutes को मजबूत किया जा रहा है। PM SETU जैसे अभियान इसी दिशा में काम कर रहे हैं।

साथियों,

पिछले कुछ वर्षों में देश में self-employment और entreprenurship की एक नई संस्कृति विकसित हुई है। भारत दुनिया का तीसरा सबसे बड़ा स्टार्टअप इकोसिस्टम है। देश में 2 लाख 30 हजार से ज्यादा , ये आंकड़ा याद रखिये, 2 लाख 30 हजार से ज्यादा recognised startups हैं। और उसमें भी दो चार-दो चार नौजवान भी जुड़े हुए होते हैं। अहम बात ये है कि ये बदलाव सिर्फ बड़े शहरों तक सीमित नहीं है और मुझे इसका सबसे ज्यादा आनंद है। आजकल तो टियर-2 और टियर-3 शहरों के युवा भी, बहुत बड़ी संख्या में स्टार्टअप और इनोवेशन की दुनिया में अपनी ताकत दिखा रहे हैं, उनके सामर्थ्य की note लेनी पड़ रही है। ये परिवर्तन अब देश की अर्थव्यवस्था का महत्वपूर्ण हिस्सा है। इस बदलाव में हमारी नारीशक्ति की भूमिका भी लगातार बढ़ रही है। आज बड़ी संख्या में women-led start-ups, ये जब सुनते हैं ना मन गर्व से भर जाता है, मैं तो दुनिया के लोगों को बताता हूं कि हमारे यहां स्टार्टअप में महिलाओं की बहुत बड़ी भूमिका बढ़ रही है, बहुत बड़ी मात्रा में महिलाएं आगे आ रही हैं। मुद्रा योजना के तहत करोड़ों महिलाओं को फाइनेंशियल सपोर्ट मिला है। पीएम स्वनिधि जैसी योजनाओं ने भी लाखों महिलाओं को आत्मनिर्भर बनने का अवसर दिया है। आज गांवों में, छोटे शहरों में, पहले से ज्यादा महिलाएं अपने दम पर नए काम शुरू कर रही हैं।

साथियों,

नीतियों और निर्णयों के इस अभियान के बीच, आपको एक और बात याद रखनी है। किसी भी व्यवस्था की असली ताकत उसके लोग होते हैं। जनता जनार्दन की शक्ति होती है, जन शक्ति होती है और जनशक्ति ही तो राष्ट्रशक्ति बनती है। आप सभी जिस व्यवस्था का हिस्सा बनने जा रहे हैं, उसका सीधा संबंध करोड़ों-करोड़ों देशवासियों के जीवन से है, करोड़ों-करोड़ों देशवासियों की आशा-आकांक्षाओं से है। सरकारी नौकरी लोगों के जीवन को आसान बनाने का माध्यम ही होती है। आप जिस भी विभाग में काम करेंगे, वहां आपके व्यवहार, संवेदनशीलता और काम करने के तरीके का बहुत महत्व होगा। देश ने आप पर भरोसा किया है। अब ये जिम्मेदारी आपकी है कि आप अपने काम से, अपने आचरण से, अपनी वाणी से, अपने व्यवहार से, उस भरोसे को और मजबूती देंगे। देशवासियों के हृदय में एक नया विश्वास भर जाएगा, आपको मिलते ही वो नई आशा के साथ आगे बढ़ेगा, इसलिए हर युवा कर्मयोगी अपने काम को जिम्मेदारी की तरह देखे। और मेरे लिए तो आप बहुत कुछ हैं। पहले जमाने में जब हम सुनते थे ना – सहस्त्रबाहु बाले फलाने, सहस्त्रबाहु बाले ढिकने। आज सरकार के बाहु आप ही हैं, सरकार का सामर्थ्य आप ही हैं, जो पहले से सरकार में हैं वो भी हैं, जो नए आ रहे हैं वो भी हैं। आज भारत के लोगों की आकांक्षाएं बहुत बढ़ रही हैं, और मैं इसे विकास की पोजिटिव साइन मानता हूं। हमें अपने देश के लोगों की Aspirations को समझना भी है और उसके हिसाब से उतनी ही तेज गति से काम भी करना है। ऐसे में पब्लिक सर्विस में आने वाले युवाओं की भूमिका बहुत महत्वपूर्ण हो गई है। आपको लगातार सीखते रहना होगा। खुद को नई टेक्नॉलजी, नए सिस्टम और नई जरूरतों के हिसाब से तैयार करना होगा। इसमें आपको iGOT कर्मयोगी प्लेटफॉर्म से बहुत मदद मिलेगी। कर्मयोगी प्रारंभ जैसे मॉड्यूल से आपको अपनी जिम्मेदारियां समझने में बहुत सहूलियत होगी। मेरा आपसे आग्रह है कि इसका ज्यादा से ज्यादा लाभ उठाएं।

साथियों,

आज भारत का युवा दुनिया के हर क्षेत्र में अपनी पहचान बना रहा है। यही स्पिरिट, यही ऊर्जा public service में भी दिखाई देनी चाहिए। विकसित भारत ऐसे ही युवाओं के प्रयास से बनेगा, जो अपने काम को देशसेवा का माध्यम मानते हैं, जनसेवा का माध्यम मानते हैं, और हमारे यहां तो कहा गया है – जनसेवा ही प्रभुसेवा। मुझे पूरा विश्वास है, आज नियुक्ति पत्र पाने वाले हमारे युवा साथी, भारत की विकास यात्रा को नई गति देंगे। आपके काम, आपके फैसलों से विकसित भारत के संकल्प की सिद्धि होगी, और आपको वो मंत्र कभी भूलना नहीं है, हमारा मंत्र है – नागरिक देवो भव। नागरिक देवो भव। नागरिक का कल्याण ही हमारा कर्तव्य है। मैं एक बार फिर आज नियुक्ति पत्र पाने वाले सभी युवाओं को आगे के जीवन के लिए, देशसेवा के इस अवसर को निभाने के लिए, अनेक-अनेक शुभकामनाएं देता हूं। आप सबको बहुत-बहुत धन्यवाद।