କ୍ରୀଡ଼ାରେ ପରାଜୟ ନାହିଁ, କେବଳ ଜିତିବା କିମ୍ବା ଶିଖିବା ଅଛି
ଆପଣ ମାନଙ୍କର ସଫଳତା ସମଗ୍ର ଦେଶକୁ ପ୍ରେରଣା ଦେବା ସହ ନାଗରିକ ମାନଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିଛି
ଆଜିକାଲି ସମୟରେ କ୍ରୀଡ଼ାକୁ ମଧ୍ୟ ବୃତ୍ତି ଭାବେ ଗ୍ରହଣ କରାଯାଉଛି
ଜଣେ ଦିବ୍ୟାଙ୍ଗଙ୍କର କ୍ରୀଡ଼ାରେ ବିଜୟ କେବଳ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣାର ବିଷୟ ନୁହେଁ , ବରଂ ଏହା ଜୀବନରେ ପ୍ରେରଣାର ବିଷୟ
ପୂର୍ବରୁ 'ସରକାରଙ୍କ ପାଇଁ କ୍ରୀଡାବିତ୍‌' ଆଭିମୁଖ୍ୟ ଥିଲା, ଏବେ ଏହା 'କ୍ରୀଡାବିତ୍‌ଙ୍କ ପାଇଁ ସରକାର' ହୋଇଯାଇଛି
"ଆଜି ସରକାରଙ୍କ ଆଭିମୁଖ୍ୟ କ୍ରୀଡାବିତ୍ - କେନ୍ଦ୍ରିତ"
ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଆପଣଙ୍କ ଅଂଶଗ୍ରହଣ ମାନବ ସ୍ୱପ୍ନର ବିଜୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଭାରତର ଏସୀୟ ପାରା ଗେମ୍ସ ଦଳ ସହ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଛନ୍ତି । ଏସୀୟ ପାରା ଗେମ୍ସ ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସାଥୀଗଣ,

ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରିବାର ସୁଯୋଗକୁ ମୁଁ ଖୋଜି ଚାଲିଥାଏ ଆଉ ଅପେକ୍ଷା ମଧ୍ୟ କରିଥାଏ, କେତେବେଳେ ଦେଖା କରିବି, କେତେବେଳେ ଆପଣଙ୍କର ଅନୁଭବର କଥା ଶୁଣିବି, ଆଉ ମୁଁ ଦେଖିଛି ଯେ ପ୍ରତ୍ୟେକ ଥର ଆପଣ ନୂତନ ଉନ୍ମାଦନା ସହିତ ଆସନ୍ତି, ନୂତନ ଉତ୍ସାହର ସହିତ ଆସନ୍ତି । ଆଉ ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରୋତ୍ସାହନ ହୋଇ ଯାଇଥାଏ । ତେବେ ସର୍ବପ୍ରଥମେ ତ’ ମୁଁ ଆପଣ ସସସ୍ତଙ୍କ ଗହଣକୁ ଗୋଟିଏ ହିଁ କାର୍ଯ୍ୟ ପାଇଁ ଆସିଛି, ଆଉ ତାହା ହେଉଛି ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଇବା ପାଇଁ । ଆପଣମାନେ ଭାରତ ବାହାରେ ଥିଲେ, ଚୀନରେ ଖେଳୁଥିଲେ, କିନ୍ତୁ ବୋଧହୁଏ ଆପଣମାନଙ୍କୁ ଜଣା ନ ଥିବ, ମୁଁ ମଧ୍ୟ ଆପଣମାନଙ୍କ ସହିତ ଥିଲି । ମୁଁ ପ୍ରତ୍ୟେକ କ୍ଷଣରେ ଆପଣମାନଙ୍କର ପ୍ରତ୍ୟେକ ଗତିବିଧିକୁ, ଆପଣମାନଙ୍କର ପ୍ରୟାସକୁ, ଆପଣମାନଙ୍କର ଦୃଢ଼ ଇଚ୍ଛାଶକ୍ତିକୁ, ମୁଁ ଏଠାରେ ବସି, ବସିକରି ତାହାକୁ ହିଁ ମର୍ମେ ମର୍ମେ ଅନୁଭବ କରୁଥିଲି । ଆପଣ ସମସ୍ତେ ଯେଉଁଭଳି ଭାବେ ଦେଶର ସୁନାମ ବୃଦ୍ଧି କରିଛନ୍ତି, ତାହା ବାସ୍ତବରେ ହେଉଛି ବହୁତ ଅଦ୍ଭୂତପୂର୍ବ । ଆଉ ଏଥିପାଇଁ ଆପଣମାନଙ୍କୁ, ଆପଣମାନଙ୍କର ପ୍ରଶିକ୍ଷକଙ୍କୁ, ଆପଣମାନଙ୍କର ପରିବାରର ଲୋକମାନଙ୍କୁ ଯେତେ ଶୁଭେଚ୍ଛା ଜଣାଇଲେ ମଧ୍ୟ, ତାହା କମ୍ ହେବ । ଆଉ ମୁଁ ଏହି ଐତିହାସିକ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଦେଶବାସୀଙ୍କ ତରଫରୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

 

ସାଥୀଗଣ,

ଆପଣ ସମସ୍ତେ ବେଶ୍ ଭଲ ଭାବେ ଜାଣନ୍ତି ଯେ କ୍ରୀଡ଼ା, ସର୍ବଦା ଅତ୍ୟଧିକ ପ୍ରତିଦ୍ୱନ୍ଦିତା ମୂଳକ ହୋଇଥାଏ । ଆପଣ ପ୍ରତ୍ୟେକ ଖେଳରେ ଜଣେ ଅନ୍ୟ ଜଣଙ୍କର ମୁକାବିଲା କରି ଥାଆନ୍ତି, ଜଣେ ଅନ୍ୟ ଜଣଙ୍କୁ କଡ଼ା ଟକ୍କର ଦେଇ ଥାଆନ୍ତି । କିନ୍ତୁ ମୁଁ ଜାଣିଛି ଯେ, ଗୋଟିଏ ମୁକାବିଲା ନିଜ ଭିତରେ ମଧ୍ୟ ଚାଲିଥାଏ । ଆପଣ ପ୍ରତ୍ୟେକ ଦିନ ନିଜ ସହିତ ମଧ୍ୟ ନିଜେ ପ୍ରତିଦ୍ୱ୍ୱନ୍ଦିତା କରୁ ଥାଆନ୍ତି । ଆପଣମାନଙ୍କୁ ନିଜ ସହିତ ଲଢ଼ିବାକୁ ପଡ଼ିଥାଏ, ସଂଘର୍ଷ କରିବାକୁ ପଡ଼ିଥାଏ, ଆଉ ନିଜକୁ ମଧ୍ୟ ବାରମ୍ବାର ବୁଝାଇବାକୁ ପଡ଼ିଥାଏ । କେବେ- କେବେ ଆପଣମାନେ ଦେଖିଥିବେ ଆପଣମାନଙ୍କର ମନ ଚାହିଁଥାଏ ଯେ କାଲି ସକାଳେ ଉଠିବାର ନାହିଁ, କିନ୍ତୁ କେଜାଣି କାହିଁକି ପୁଣି କୌଣସି ଉର୍ଜ୍ଜା ଅଛି, ଏକଦମ୍ ଉଠାଇ ଦେଇଥାଏ ଆଉ ଦୌଡ଼ାଇ ଦେଇଥାଏ । ଯଦି ଆପଣମାନଙ୍କୁ ତାଲିମ ନେବାର ଇଚ୍ଛା ମଧ୍ୟ ହୋଇ ନ ଥାଏ, ପୁଣି ମଧ୍ୟ କରିବାକୁ ପଡ଼ିଥାଏ, ଆଉ ସମସ୍ତେ ତାଲିମ୍ କେନ୍ଦ୍ରରୁ ଘରକୁ ଚାଲି ଯାଇ ଥାଆନ୍ତୁ, କିନ୍ତୁ କେବେ- କେବେ ଆପଣମାନଙ୍କୁ କିଛି ଘଂଟା ଅତିରିକ୍ତ ଝାଲ ବୁହାଇବାକୁ ପଡ଼ିଥାଏ, ଆଉ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଆଉ ଯେପରି କୁହନ୍ତି, ସୁନା ଯେତେ ଗରମ ହୋଇଥାଏ ସେତିକି ହିଁ ତା’ର ଉଜ୍ଜ୍ୱଳତା ପ୍ରକାଶିତ ହୋଇଥାଏ । ଆଉ ସେହିଭଳି ଭାବେ ଆପଣ ସମସ୍ତେ ଉତପ୍ତ ହୋଇ ଉତୀର୍ଣ୍ଣ ହୋଇ ଆସିଛନ୍ତି । ଏଠାରେ ଯେଉଁ ଲୋକ ଏହି କ୍ରୀଡ଼ା ପାଇଁ ମନୋନୀତ ହୋଇଥିଲେ, କେହି ସେଠାରେ ଜିତିକରି ଆସିଛନ୍ତି, କେହି ସେଠାରୁ ଶିଖିକରି ଆସିଛନ୍ତି, ଆପଣମାନଙ୍କ ମଧ୍ୟରୁ କେହି ମଧ୍ୟ ସେଠାରୁ ହାରିକରି ଆସି ନାହାଁନ୍ତି । ଆଉ ମୋର ତ’ ଅତି ସାଧାରଣ ସଜ୍ଞା ହେଉଛି । ଖେଳରେ ଦୁଇଟି କଥା ହିଁ ହୋଇଥାଏ । ହୁଏତ ଜିତିବା ନଚେତ ଶିଖିବା, ହାରିବା ହରାଇବା ଆଦୌ ହିଁ ନ ଥାଏ । ଏବେ ମୁଁ ଯେତେବେଳେ ଆପଣମାନଙ୍କ ସହିତ କଥା ହେଉଥିଲି, ସେତେବେଳେ କିଛି ଜଣ କହୁଥିଲେ ଯେ ଏଥର ଟିକେ ଅଭାବ ରହିଗଲା, ମୁଁ ଆସନ୍ତା ଥରକୁ ଆହୁରି ଲମ୍ଫ ପ୍ରଦାନ କରିବି । ଅର୍ଥାତ ସେ ଶିଖିକରି ଆସିଛି, ନୂଆ ବିଶ୍ୱାସ ନେଇକରି ଆସିଛନ୍ତି, ବହୁତ ଖେଳାଳୀ ଯେଉଁମାନେ ଚଳିତ ଥର ଯାଇଥିବେ, କିଛି ଲୋକ ପ୍ରଥମ ଥର ପାଇଁ ଯାଇଥିବେ । କିନ୍ତୁ 140 କୋଟି ଦେଶବାସୀଙ୍କ ମଧ୍ୟରୁ ଆପଣମାନେ ମନୋନୀତ ହେବା, ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛି ଏକ ବିଜୟ ।

ଆପଣମାନେ ଏତେ ସମସ୍ତ ଆହ୍ୱାନର ମୁକାବିଲା କରି ଆହୁରି ସୁଦୃଢ଼ ହୋଇ ଯାଇଛନ୍ତି । ଆଉ ଏହା ଆପଣମାନଙ୍କର ଏହି ଗ୍ରୁପର ଫଳାଫଳରେ, କେବଳ ପରିସଂଖ୍ୟାନର ହିସାବ ନୁହେଁ ଆଜ୍ଞା। ପ୍ରତ୍ୟେକ ଦେଶବାସୀ ଗୋଟିଏ ଗର୍ବ ଅନୁଭବ କରୁଛନ୍ତି । ଏକ ନୂତନ ବିଶ୍ୱାସ ଦେଶ ମଧ୍ୟରେ ଭରି ଯାଇଛି । ଆପଣ ସମସ୍ତେ ନା କେବଳ ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି ଏପରି ନୁହେଁ, କିନ୍ତୁ କିଛି କ୍ଷେତ୍ରରେ ମଧ୍ୟ ଆପଣମାନେ ସେହି ରେକର୍ଡକୁ ଧରାଶାୟୀ କରି ଦେଇଛନ୍ତି, କିଛି ଲୋକ ଚିନ୍ତା କରିବେ ଯେ ଏବେ ତ’ ଦୁଇ- ତିନିଟି ଖେଳରେ ସେଠାରେ ପହଂଚି ପାରିବେ ନାହିଁ । ଏଭଳି ସ୍ଥିତି ଆପଣମାନେ ସୃଷ୍ଟି କରି ଦେଇଛନ୍ତି । ଆଉ ଆପଣମାନେ 111 ପଦକ ନେଇ ଫେରିଛନ୍ତି.... 111 । ଏହା କୌଣସି ଛୋଟ ସଂଖ୍ୟା ନୁହେଁ । ମୋର ସ୍ମରଣ ଅଛି, ମୁଁ ଯେତେବେଳେ ରାଜନୀତି କ୍ଷେତ୍ରରେ ନୂଆ ଥିଲି । ପାର୍ଟିର ସଂଗଠନର କାର୍ଯ୍ୟ କରୁଥିଲି । ଆଉ ଲୋକସଭା ନିର୍ବାଚନରେ ଆମେ 12ଟି ଆସନରେ ଲଢ଼ିଲୁ ଆଉ ଗୁଜରାଟରେ 12ରୁ 12ଟି ଆସନ ଜିତିଗଲୁ । ତେବେ ଆମେ ତ’ ଏମିତି ହିଁ ଚାଲି ଜିତି ଯାଇଥିଲୁ ଦିଲ୍ଲୀ ଆସିଲୁ, ମୋ ପାଇଁ ଆଶ୍ଚର୍ଯ୍ୟର କଥା ଥିଲା । ସେ ସମୟରେ ଆମର ନେତା ଅଟଳ ବିହାରୀ ବାଜପେୟୀ ମହାଶୟ, ସେ ମୋତେ କୋଳାଗ୍ରତ କରି କହିଲେ ତୁମକୁ ଜଣାଅଛି 12 ହେଉଛି କ’ଣ ? 12 ରୁ 12 ଜିତିବାର ଅର୍ଥ କ’ଣ ହୋଇଥାଏ, ତୁମକୁ ଜଣାଅଛି ? କହିଲେ କେବେ ସମଗ୍ର ଦେଶରୁ ଆମେ 12 ସଂଖ୍ୟକ ଆସି ନ ଥିଲେ, ତୁମେ ଗୋଟିଏ ରାଜ୍ୟରୁ ଏକା ଥରକରେ 12 ଟି ନେଇ କରି ଆସିଛ । ଆଉ 12 ଆସନରେ ଜିତିବା ପରେ ମଧ୍ୟ ଯେ ପର୍ଯ୍ୟନ୍ତ ଅଟଳ ମହାଶୟ ମୋତେ କହିଲେ ନାହିଁ, ମୋର ସେହି ଦିଗ ପ୍ରତି ଧ୍ୟାନ ଯାଇ ନ ଥିଲା । ଏହି 111 କେବଳ 111 ନୁହେଁ । ହେଉଛି 140 କୋଟିର ସ୍ୱପ୍ନ । 2014ରେ ଏସୀୟ ପାରା କ୍ରୀଡ଼ାରେ ଭାରତ ଯେତେ ପଦକ ଜିତିଥିଲା, ଏହା ହେଉଛି ତାହାର 3 ଗୁଣରୁ ମଧ୍ୟ ଅଧିକ । 2014 ଅପେକ୍ଷା ଆମେ ଚଳିତ ଥର, ଆମକୁ ପ୍ରାୟ 10 ଗୁଣ ଅଧିକ ସ୍ୱର୍ଣ୍ଣ ପଦକ ମିଳିଛି।  2014 ରେ ଆମେ ଆମର ମୋଟାମୋଟି ପ୍ରଦର୍ଶନରେ 15ତମ ସ୍ଥାନରେ ଥିଲେ, କିନ୍ତୁ ଆପଣମାନେ ସମସ୍ତେ ଚଳିତ ଥର ଦେଶକୁ ଶ୍ରେଷ୍ଠ 5ମ ସ୍ଥାନକୁ ନେଇ ଆସିଛନ୍ତି । ଦେଶ ବିଗତ 9 ବର୍ଷରେ ଅର୍ଥ ବ୍ୟବସ୍ଥାରେ ବିଶ୍ୱର 10ମ ସ୍ଥାନରୁ 5ମ ସ୍ଥାନରେ ପହଂଚିଲା । ଆଉ ଆଜି ଆପଣମାନେ ମଧ୍ୟ ଦେଶକୁ 10ରୁ 5ମ ସ୍ଥାନରେ ପହଂଚାଇ ଦେଇଛନ୍ତି । ଏହା ହେଉଛି ଆପଣମାନଙ୍କ. ସମସ୍ତଙ୍କର ପରିଶ୍ରମର ପରିଣାମ ଆଉ ଏଥିପାଇଁ ଆପଣ ସମସ୍ତେ ହେଉଛନ୍ତି ଶୁଭେଚ୍ଛାର ପାତ୍ର ।

 

ସାଥୀଗଣ,

ବିଗତ କିଛି ମାସ ଭାରତର କ୍ରୀଡ଼ାଗୁଡ଼ିକ ପାଇଁ ବହୁତ ହିଁ ଅଦ୍ଭୂତ ରହି ଆସିଛି । ଆଉ ସେଥିରେ ଆପଣମାନଙ୍କର ସଫଳତା, ଏହା ହେଉଛି ସୁନାରେ ଆହୁରି ଉଜ୍ଜ୍ୱଳତା ଆଣି ଦେବା ଭଳି । ଅଗଷ୍ଟ ମାସରେ ଆମକୁ ବୁଦାପୋଷ୍ଟର ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ପଦକ ମିଳିଲା । ଭାରତର ପୁରୁଷ ବ୍ୟାଡମିଂଟନ ଡବଲ୍ସର ଟିମ୍ ଏସୀୟ କ୍ରୀଡାରେ ନିଜର ପ୍ରଥମ ସ୍ୱର୍ଣ୍ଣ ଜିତିଲା । ଭାରତର ପ୍ରଥମ ମହିଳା ଡବଲ୍ସ ଯୋଡି ଏସୀୟ କ୍ରୀଡାରେ ଟେବଲ ଟେନିସର ପଦକ ଜିତିଲା । ଭାରତୀୟ ପୁରୁଷ ବ୍ୟାଡମିଂଟନ ଦଳ 2022ରେ ଥୋମାସ କପ୍ ଜିତିକରି ଇତିହାସ ସୃଷ୍ଟି କଲେ । ଆମର ଏଥିଲେଟ୍ସ ଏସୀୟ କ୍ରୀଡାରେ ଇତିହାସର ସବୁଠାରୁ ଉନ୍ନତତମ ପ୍ରଦର୍ଶନ କରି, 28 ସ୍ୱର୍ଣ୍ଣ ପଦକ ସହିତ ମୋଟ 107 ପଦକ ଜିତିଲେ । ଏବେ ଆପଣମାନେ ଏସୀୟ ପାରା କ୍ରୀଡାରେ ଏ ପର୍ଯ୍ୟନ୍ତର ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ।

ସାଥୀଗଣ,

ଆପଣମାନଙ୍କର ଏହି ପ୍ରଦର୍ଶନକୁ ଦେଖି ସାରା ଦେଶ ଉତ୍ସାହିତ ଅନୁଭବ କରୁଛି । ଆଉ ମୁଁ କହିବି ସାଥୀଗଣ ଅନ୍ୟ କ୍ରୀଡ଼ାରେ ଯେତେବେଳେ ଜଣେ ଖେଳାଳୀ ପଦକ ନେଇ ଆସନ୍ତି । ସେତେବେଳେ କ୍ରୀଡ଼ା ଦୁନିଆ, ଅନ୍ୟ ଖେଳାଳୀ, ନୂତନ ଖେଳାଳୀ, ଏ ସମସ୍ତଙ୍କ ପାଇଁ ବଡ଼ ପ୍ରେରଣା ହୋଇଥାଏ, ଉତ୍ସାହର କାରଣ ହୋଇଥାଏ । କିନ୍ତୁ ଯେତେବେଳେ ଜଣେ ଦିବ୍ୟାଙ୍ଗ ବିଜୟୀ ହୋଇ ଆସିଥାଏ ନା, ସେତେବେଳେ କେବଳ କ୍ରୀଡା ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେ ପ୍ରେରଣା ପାଲଟି ଯାଇଥାନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ସେ ଏକ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଲଟି ଯାଇଥାନ୍ତି । ନିରାଶାର ଗର୍ତରେ ବୁଡି ରହିଥିବା କୌଣସି ମଧ୍ୟ ବ୍ୟକ୍ତି ଆପଣଙ୍କ ସଫଳତାକୁ ଦେଖି ଠିଆ ହୋଇଯାଇଥାଏ ଯେ, ଈଶ୍ୱର ତ’ ମୋତେ ସବୁକିଛ ଦେଇଛନ୍ତି, ହାତ- ଗୋଡ, ମସ୍ତିଷ୍କ, ଆଖି, ସବୁକିଛି ଦେଇଛନ୍ତି, ଆଉ ସିଏ ଏହି କିଛି ଅଭାବ ସତ୍ୱେ ମଧ୍ୟ ଚମତ୍କାର କରୁଛି, ଆଉ ମୁଁ ଶୋଇ ପଡିଛି, ସେ ଠିିଆ ହୋଇ ପଡିଥାଏ । ଆପଣମାନଙ୍କର ସଫଳତା ତା’ ପାଇଁ ବହୁତ ବଡ଼ ପ୍ରେରଣା ପାଲଟି ଯାଇଥାଏ । ଆଉ ଏଥିପାଇଁ ଆପଣ ଯେତେବେଳେ ସଫଳ ହୋଇଥାନ୍ତି, ଆପଣଙ୍କୁ କେହି ଯେତେବେଳେ ଖେଳୁଥିବା ଦେଖିଥାଏ, ସେତେବେଳେ ତାହା କେବଳ ଖେଳ ପଡିଆ ପର୍ଯ୍ୟନ୍ତ ଅବା କ୍ରୀଡା ଜଗତ ମଧ୍ୟରେ ସୀମିତ ରହି ନ ଥାଏ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାର କାରଣ ପାଲଟି ଯାଇଥାଏ ଏବଂ ଆପଣମାନେ ସେହି କାର୍ଯ୍ୟ କରୁଛନ୍ତି ବନ୍ଧୁଗଣ ।

 

ସାଥୀଗଣ,

ଏହି କ୍ରୀଡା ସଂସ୍କୃତି ଏବଂ କ୍ରୀଡା ସମାଜ ଭାବେ ଭାରତର ପ୍ରଗତି ଉଭୟକୁ ଆମେ ଦିନକୁ ଦିନ ଦେଖି ପାରୁଛୁ । ଆଉ ଏକ କାରଣ ହେଉଛି, ଯାହା ଦ୍ୱାରା  ଭାରତରେ ଆଗକୁ ବଢିବାର ଏକ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି । ଏବେ ଆମେ 2030ରେ ଯୁବ ଅଲମ୍ପିକ ଏବଂ 2036ରେ ଅଲିମ୍ପିକ କ୍ରୀଡାର ଆୟୋଜନ କରିବାର ପ୍ରୟାସ କରୁଛୁ ।

ସାଥୀଗଣ,

ଆପଣମାନେ ଜାଣିଛନ୍ତି, କ୍ରୀଡାରେ କୌଣସି ସର୍ଟକଟ ନ ଥାଏ । କ୍ରୀଡାବୀତର ଭାଗରେ  ତାହାର ପରିଶ୍ରମ, ଯଦି ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାର ଅଛି ତାହା ଆଉ କେହି କରି ପାରିବେ ନାହିଁ, ଆପଣଙ୍କୁ ହିଁ କରିବାକୁ ପଡିଥାଏ । କ୍ରୀଡା ଜଗତରେ ସମସ୍ତ ପରିଶ୍ରମ ତାକୁ ନିଜକୁ ହିଁ କରିବାକୁ ପଡିଥାଏ । କୌଣସି ପ୍ରକ୍ସି ହୋଇ ନ ଥାଏ, ନିଜକୁ ହିଁ କରିବାକୁ ପଡିଥାଏ । ଖେଳାଳୀମାନଙ୍କୁ ଖେଳର ସମସ୍ତ ଚାପକୁ ନିଜକୁ ହିଁ ସମ୍ଭାଳିବାକୁ ପଡିଥାଏ । ନିଜର ଧୈର୍ଯ୍ୟ, ନିଜର ପରିଶ୍ରମ ହିଁ ସବୁଠାରୁ ଅଧିକ କାର୍ଯ୍ୟରେ ଆସିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ସାମର୍ଥ୍ୟ ଦ୍ୱାରା ବହୁତ କିଛି କରି ପାରିଥାଏ । ଯେତେବେଳେ ତାକୁ କାହାର ସହଯୋଗ ମିଳି ଯାଏ, ସେତେବେଳେ ତାହାର ଶକ୍ତି ଅନେକ ଗୁଣ ବଢି ଯାଇଥାଏ । ପରିବାର, ସମାଜ, ସଂସ୍ଥାଗୁଡିକ ଏବଂ ଅନ୍ୟ ସହାୟକ ଅନୁକୂଳ ବ୍ୟବସ୍ଥା ଖେଳାଳୀ ମାନଙ୍କୁ ଆହୁରି ନୂତନ ଶିଖରରେ ପହଂଚିବାର ସାହସ ଦେଇଥାଏ । ଏହା ସବୁ ଏକାଠି ହୋଇ ଆମର ଖେଳାଳୀମାନଙ୍କୁ ଯେତେ ଅଧିକ ସହାୟତା କରିବେ, ତାହା ସୋମାନଙ୍କ ପାଇଁ ସେତେ ଭଲ ହେବ । ଆପଣ ପରିବାରକୁ ଧରି ନିଅନ୍ତୁ, ଆମ ଘରର ଲୋକମାନେ ନିଜ ପିଲାଙ୍କୁ କ୍ରୀଡା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଯେଉଁ ସହାୟତା ଦେଉଛନ୍ତି । ଯେତେବେଳେ ଆପଣମାନଙ୍କଠାରୁ ଅନ୍ୟ ଲୋକ ବୋଧହୁଏ ଟିକେ ସୁଯୋଗ ମିଳିଥିବ, ଘରୁ ଟିକେ ପ୍ରୋତ୍ସାହନ ମିଳୁଥିବ, କିନ୍ତୁ ଏହା ପୂର୍ବରୁ ଯେଉଁ ଲୋକମାନେ ନାହିଁ ତୁମକୁ ଆଘାତ ଲାଗିଯିବ, ତୁମକୁ ଏହା ହୋଇଯିବ, ପୁଣି କିଏ ଦେଖିବ,  ତୁମକୁ ସେଠାରେ କିଏ ସମ୍ଭାଳିବ, ଯିବାର ନାହିଁ ଘରେ ରୁହ, ବହୁତ କିଛି ମଧ୍ୟ ଦେଇ ଆସିଛନ୍ତି । ଆଜି ମୁଁ ଦେଖୁଛି, ପ୍ରତ୍ୟେକ ପରିବାର ପିଲାମାନଙ୍କୁ ଏହି କ୍ଷେତ୍ରରେ ଆଗକୁ ଯିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏହି ନୂତନ ସଂସ୍କୃତି ଦେଶରେ ବିକଶିତ ହେବା ହେଉଛି ବହୁତ ବଡ଼ କଥା । ସମାଜର କଥା କହିବା ତେବେ ଲୋକମାନଙ୍କ ମଧ୍ୟରେ ପଡ଼ ପରିବର୍ତନ ହୋଇଛି । ଆପଣମାନେ ମଧ୍ୟ ଦେଖିଥିବେ, ପୁର୍ବରୁ ଖେଳକୁଦରେ ଅଛ ତେବେ ଭଲ ପଢୁ ନ ଥିବ, ଆପଣ ଯାଇ କହିବେ ମୁଁ ପଦକ ନେଇ କରି ଆସିଛି, ଆଛା କ’ଣ ଏହା କରୁଛ, କ’ଣ ପଢାପଢି କରୁ ନାହଁ, କିପରି ଖାଇବ ? କିପରି ରୋଜଗାର କରିବ ? ଏହା ପଚାରୁଥିଲେ, ଏବେ ଆଛା ତୁମେ ନେଇ ଆସିଲ, ଆଣ ଟିକେ ମୁଁ ଛୁଇଁ ଦିଏ, ମୁଁ ଟିକେ ଛୁଇଁ କରି ଦେଖେ । ଏହି ପରିବର୍ତନ ଆସିଛି ।

ସାଥୀଗଣ,

ସେହି ସମୟରେ ଯଦି କେହି ଖେଳାଖେଳି କରୁଥିଲା, ତେବେ ତାକୁ ପ୍ରତିଷ୍ଠିତ ବୋଲି ବିବେଚନା କରାଯାଉ ନ ଥିଲା । ତାକୁ ପଚରା ଯାଉଥିଲା ସମାଜରେ ପ୍ରତିଷ୍ଠିତ ହେବା ପାଇଁ କ’ଣ କରିବ ? ଏହା ପଚରା ଯାଉଥିଲା, କିନ୍ତୁ ଏବେ କ୍ରୀଡାକୁ ମଧ୍ୟ ଏକ ବୃତି ଭାବେ ସମାଜ ସ୍ୱୀକାର କରୁଛି ।

ସାଥୀଗଣ,

ଯଦି ମୁଁ ସରକାରଙ୍କ କଥା କହିବି ତେବେ ପୂର୍ବରୁ ଏଭଳି କୁହା ଯାଉଥିଲା ଯେ, ଖେଳାଳୀମାନେ ହେଉଛନ୍ତି ସରକାରଙ୍କ ପାଇଁ । କିନ୍ତୁ ଏବେ କୁହାଯାଉଛି ଯେ, ସରକାର ମୋଟାମୋଟି ସମ୍ପୂର୍ଣ୍ଣ ଭାବେ ଖେଳାଳୀମାନଙ୍କ ପାଇଁ ଅଛନ୍ତି । ଯେତେବେଳେ ସରକାର ଏବଂ ନୀତି ନିର୍ଦ୍ଧାରଣକାରୀମାନେ ତଣମୂଳ ସହିତ ଯୋଡି ହୋଇ ଯାଇଥାନ୍ତି, ଯେବେ ସରକାର ଖେଳାଳୀମାନଙ୍କ ହିତ ପ୍ରତି ସମ୍ବେଦନଶୀଳ ହୋଇଯାଇଥାନ୍ତି, ଯେତେବେଳେ ସରକାର କ୍ରୀଡାବୀତ ମାନଙ୍କ ସଂଘର୍ଷ, ସେମାନଙ୍କର ସ୍ୱପ୍ନକୁ ବୁଝି ଥାଆନ୍ତି, ସେତେବେଳେ ଏହାର ସିଧା ସଳଖ ପ୍ରଭାବ ସରକାରଙ୍କର ନୀତି ଗୁଡିକରେ ଦେଖିବାକୁ ମିଳିଥାଏ । ଅଭିବ୍ୟକ୍ତିରେ ମଧ୍ୟ ଦେଖିବାକୁ ମିଳିଥାଏ । ଚିନ୍ତାଧାରାରେ ମଧ୍ୟ ଦେଖିବାକୁ ମିଳିଥାଏ । ଦେଶରେ ମଧ୍ୟ ପୂର୍ବରୁ ଭଲ ଖେଳାଳୀ ଥିଲେ, କିନ୍ତୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ଭଳି ନୀତି ନ ଥିଲା । ନା ଭଲ ପ୍ରଶିକ୍ଷଣ ବ୍ୟବସ୍ଥା, ନା ଆଧୁନିକ ଭିତିଭୂମି ଏବଂ ନା ହିଁ ଜରୁରୀ ଆର୍ଥିକ ସହାୟତା, ତେବେ ପୁଣି ଆମର ଖେଳାଳୀମାନେ କିଭଳି ନିଜର ଧ୍ୱଜା ଉଡାଇ ଥାଆନ୍ତେ । ବିଗତ 9 ବର୍ଷରେ ଦେଶ ସେହି ପୁରୁଣା ବ୍ୟବସ୍ଥାରୁ ବାହାରି ଆସିଛି । ଆଜି ଦେଶରେ ଏଭଳି ଅନେକ ଖେଳାଳୀ ଅଛନ୍ତି, ଯେଉଁମାନଙ୍କ ଉପରେ ଚାର- ଚାରି ପାଂଚ- ପାଂଚ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସରକାରଙ୍କ ଅଭିବ୍ୟକ୍ତି ଏବେ କ୍ରୀଡା କେନ୍ଦ୍ରୀକ ହୋଇଯାଇଛି । ସରକାର ଏବେ କ୍ରୀଡାବୀତଙ୍କ ସମ୍ମୁଖକୁ ଆସୁଥିବା ପ୍ରତିବନ୍ଧକକୁ ଦୂର କରୁଛନ୍ତି, ସୁଯୋଗ ସୃଷ୍ଟି କରୁଛନ୍ତି । କୁହାଯାଉଛି ଦକ୍ଷତା + ପ୍ଲାଟପର୍ମ ଅବା ମଂଚ = ପ୍ରଦର୍ଶନ । ଯେତେବେଳେ ଉପଯୁକ୍ତ ମଂଚରେ ଦକ୍ଷତା ମିଳିଯାଏ ସେତେବେଳେ ପ୍ରଦର୍ଶନ ଆହୁରି ଉନ୍ନତ ହୋଇଯାଇଥାଏ । ‘ଖେଲୋ ଇଣ୍ଡଆ’ ଭଳି ଯୋଜନାମାନ ଖେଳାଳୀମାନଙ୍କ ପାଇଁ ଏଭଳି ମଂଚ ପାଲଟିଛି, ଯାହାଦ୍ୱାରା ଆମର କ୍ରୀଡାବୀତମାନଙ୍କୁ ତୃଣମୂଳ ସ୍ତରରୁ ଖୋଜିବା ଏବଂ ସହାୟତା କରିବାର ପଥ ଉନ୍ମୁକ୍ତ ହୋଇଛି । ଆପଣମାନଙ୍କ ମଧ୍ୟରୁ ଅନେକ ଏହା ଜାଣିଥିବେ କିଭଳି ଟପ୍ସ(TOPs) ପଦକ୍ଷେପ ଆମର କ୍ରୀଡାବୀତମାନଙ୍କୁ ସେମାନଙ୍କର ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ସହାୟତା କରୁଛି । ପାରା କ୍ରୀଡାବୀତମାନଙ୍କୁ ସହାୟତା କରିବା ପାଇଁ ଗ୍ୱାଲିୟରରେ ଭିନ୍ନକ୍ଷମ କ୍ରୀଡା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। ଆଉ ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକ ଗୁଜରାଟ ସହିତ ପରିଚିତ ଥିବେ, ସେମାନଙ୍କୁ ଜଣାଥିବ ଯେ ଏହି ପାରା କ୍ରୀଡା ଜଗତକୁ ପ୍ରବେଶ କରିବା ପାଇଁ ସର୍ବ ପ୍ରଥମେ ଗୁଜରାଟରୁ ହିଁ ଶୁଭାରମ୍ଭ ହୋଇଥିଲା । ଆଉ ଧୀରେ ଧୀରେ ଏହି ସମ୍ପୂର୍ଣ୍ଣ ସଂସ୍କୃତି ବିକଶିତ ହୋଇଗଲା । ଆଜି ମଧ୍ୟ ଗାନ୍ଧୀନଗରର ସେହି ପ୍ରତିଷ୍ଠାନ,  ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଥିବେ ଯେଉଁମାନେ ହୁଏତ ସେଠାକୁ ପ୍ରଶିକ୍ଷଣ ପାଇଁ ଯାଉଥିବେ, ଟ୍ରେନିଂ ନେଉଥିବେ । କହିବାର ତାତ୍ପର୍ଯ୍ୟ ହେଉଛି ସମସ୍ତ ପ୍ରତିଷ୍ଠାନ ଯେତେବେଳେ ସମ୍ପୁର୍ଣ୍ଣ ସ୍ୱରୂପକୁ ଆସି ଯାଇଥାଏ ସେତେବେଳେ ତାହାର ସାମର୍ଥ୍ୟ ଜଣାପଡି ନ ଥାଏ । କିନ୍ତୁ ଯେତେବେଳେ ସେଠାରେ ନିରନ୍ତର ସାଧନା ହୋଇଥାଏ ସେତେବେଳେ ଦେଶ ସାମର୍ଥ୍ୟର ଅନୁଭୂତି କରିବାରେ ଲାଗିଥାଏ । ମୋର ବିଶ୍ୱାସ ଯେ, ଏହି ସମସ୍ତ ସୁବିଧା ଯୋଗୁ ଆପଣମାନଙ୍କ ଭଳି ଅନେକ ବିଜେତା ଦେଶକୁ ମିଳି ପାରିବେ, ମୋର ସମ୍ପୂୂର୍ଣ୍ଣ ଭରସା ଅଛି ।

 

ସାଥୀଗଣ,

300ରୁ ଅଧିକ ଆପଣମାନଙ୍କର ଗ୍ରୁପରେ, ମୁଁ ପ୍ରଥମରୁ ହିଁ କହିଛି କେହି ହାରି ନାହାନ୍ତି । ଆଉ ମୋର ଯେଉଁ ମନ୍ତ୍ର ହେଉଛି, ମୁଁ ପୁଣି ଥରେ କହୁଛି କିଛି ଜିତି କରି ଆସି ଥାଆନ୍ତି, କିଛି ଶିଖିକରି ଆସି ଥାଆନ୍ତି । ଆପଣମାନେ ପଦକଠାରୁ ଅଧିକ ନିଜକୁ ଏବଂ ନିଜର ପରମ୍ପରାକୁ ଦେଖନ୍ତୁ, କାରଣ ତାହା ହେଉଛି ସବୁଠାରୁ ବଡ଼ କଥା । ଆପଣମାନେ ଯେଉଁ କଠିନ ପରିସ୍ଥିତିର ସାମ୍ନା କଲେ ଏବଂ ଯେଭଳି ଭାବେ ସେଥିରୁ ବାହାରିବା ପାଇଁ ନିଜର ଶକ୍ତିର ପରିଚୟ ଦେଲେ, ତାହା ହେଉଛି ଏହି ଦେଶ ପାଇଁ ଆପଣମାନଙ୍କର ସର୍ବୋଚ୍ଚ ଯୋଗଦାନ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଛୋଟ ସହରମାନଙ୍କରୁ, ସାଧାରଣ ପୃଷ୍ଠଭୂମି ଏବଂ କଷ୍ଟକର ପରିସ୍ଥିତିର ସାମ୍ନାର କରି ସେଥିରୁ ବାହାରି ଆସିଛନ୍ତି । ଅନେକ ଳୋକ ଜନ୍ମରୁ ଶାରୀରିକ ସମସ୍ୟାର ସାମ୍ନା କରିଛନ୍ତି, ଅନେକ ଲୋକ ଦୂର ଦୂରାନ୍ତ ଗାଁରେ ରହୁଛନ୍ତି, ଯେଉଁମାନଙ୍କ ସହିତ ଏଭଳି ଦୁର୍ଘଟଣା ହୋଇଛି ଯାହା ସେମାନଙ୍କ ସମ୍ପୂର୍ଣ୍ଣ ଜୀବନକୁ ବଦଳାଇ ଦେଲା, କିନ୍ତୁ ଆପଣମାନେ ପୁଣି ଅତୁଟ ଅଛନ୍ତି । ଆପଣଙ୍କର ସଫଳତା ସାମାଜିକ ଗଣମାଧ୍ୟମରେ ଦେଖନ୍ତୁ, ବୋଧହୁଏ ସଂପ୍ରତି କୌଣସି ଖେଳକୁ ଏତେ ଅଧିକ ପ୍ରସିଦ୍ଧି ମିଳି ନାହିଁ, ଯେତେ ଆପଣମାନଙ୍କୁ ମିଳିଛି । ଯେ କେହି, କ୍ରୀଡାକୁ କେହି ବୁଝି ନ ଥାଉ, ସେ ମଧ୍ୟ ଦେଖୁଛି । ଆରେ ଏହି ପିଲା କିଛି କରୁଛି, ତାହାର ଶରୀରରେ ସମସ୍ୟା ଅଛି, ତଥାପି ମଧ୍ୟ ସେ ଏତେ ବଡ଼ କିଛି କରୁଛି, ଲୋକ ଦେଖୁଛନ୍ତି, ସେମାନଙ୍କ ଘରର ପିଲାମାନଙ୍କୁ ଦେଖାଉଛନ୍ତି, ଦେଖ ଏହି ପିଲାମାନେ କିଭଳି କରୁଛନ୍ତି । ଗାଁର ପୁଅ- ଝିଅମାନେ, ଛେଟ ସହରର ଲୋକମାନେ ଆପଣମାନଙ୍କ ଜୀବନର କଥା ଆଜି ସ୍କୁଲ କଲେଜ, ଘରେ, ଖେଳ ପଡିଆରେ, ପ୍ରତ୍ୟେକ ସ୍ଥାନରେ ଚର୍ଚ୍ଚା ହେଉଛି । ଆପଣମାନଙ୍କର ସଂଘର୍ଷ ଏବଂ ଏହି ସଫଳତା, ସେମାନଙ୍କ ମନରେ ଏକ ନୂତନ ସ୍ୱପ୍ନ ବୁଣୁଛି । ଆଜି ସେ ଯେଭଳି ପରିସ୍ଥିତି ହେଉ, କିନ୍ତୁ ସେହି ବହୁତ ବଡ଼ ଚିନ୍ତାଧାରା, ବହୁତ ବଡ଼ ପ୍ରେରଣା ମିଳୁଛି । ସେମାନଙ୍କ ମଧ୍ୟରେ ବଡ଼ ହେବା ପାଇଁ ଲାଳସା ଜାଗ୍ରତ ହେଉଛି । ପ୍ରତ୍ୟେକ ଟୁର୍ଣ୍ଣାମେଂଟରେ ଆପଣମାନଙ୍କର ସହଭାଗୀତା, ହେଉଛି ମାନବୀୟ ସ୍ୱପ୍ନର ବିଜୟ । ଆଉ ଏହା ହେଉଛି ଆପଣମାନଙ୍କର ସବୁଠାରୁ ବଡ଼ ପରମ୍ପରା ।

ଆଉ ଏହି କାରଣରୁ ମୋର ଏଇ ବିଶ୍ୱାସ ଅଛି ଯେ, ଆପଣ ଏଭଳି ପରିଶ୍ରମ କରିବେ ଏବଂ ଦେଶର ଗୌରବ ବଢାଇ ଚାଲିବେ । ଆମ ସରକାର ଆପଣମାନଙ୍କ ସହିତ ଅଛନ୍ତି, ଦେଶ ଆପଣମାନଙ୍କ ସହିତ ଅଛି । ଆଉ ସାଥୀଗଣ, ସଂକଳ୍ପର ବହୁତ ସାମର୍ଥ୍ୟ ହୋଇଥାଏ । ଯଦି ଆପଣ ରୁଗ୍‌ଣ ଚିନ୍ତାଧାରା ସହିତ ଚାଲୁଥାଆନ୍ତି ନା, ଆପଣ ନା ବିଶ୍ୱକୁ ଚଲାଇପାରିବେ, ନା ହିଁ କିଛି ସିଦ୍ଧି ପ୍ରାପ୍ତ କରିଥାନ୍ତି । ଆପଣମାନେ ବହୁତ ଲୋକଙ୍କୁ ଦେଖିଥିବେ, ଆପଣ କୁହନ୍ତୁ ଯେ ଭାଇ ଟିକେ ଏଠାରୁ ରୋହତକ ଯାଇ ଆସ, ତେବେ 50 ଥର ଚିନ୍ତା କରୁଥିବେ ବସ୍ ମିଳିବ କି ମିଳିବ ନାହିଁ, ଟ୍ରେନ ମିଳିବ କି ମିଳିବ ନାହିଁ, କିପରି ଯିବି, କ’ଣ  କରିବି । ଆଉ କିଛି ଲୋକ, ଆଛା ରୋହତକ ଯିବାର ଅଛି, ମୁଁ ସନ୍ଧ୍ୟା ସମୟରେ ଯାଇ କରି ଚାଲି ଆସିବି । ଚିନ୍ତା କରନ୍ତୁ ନାହିଁ, ସେ ସାହସ ଦେଇଥାଏ । ଚିନ୍ତା କରିବାର ଶକ୍ତି ଥାଏ । ଆଉ ଆପଣମାନେ ଦେଖିଥିବେ ଶହେ ଅତିକ୍ରମ କରିବା, ଏପରି ହୋଇ ନ ଥାଏ ଅଜ୍ଞା । ଏକ ଦୀର୍ଘ ଚିନ୍ତାଧାରା ମଧ୍ୟ ଥାଏ, ସମ୍ପୂର୍ଣ୍ଣ ପରିଶ୍ରମର ମଧ୍ୟ ରେକର୍ଡ ହୋଇଥାଏ ଆଉ ଆତ୍ମବିଶ୍ୱାସ ଭରା ସଂକଳ୍ପ ସହିତ ବାହାରି ପଡିଥାନ୍ତି, ଏଥର ଶହେ ଅତିକ୍ରମ କରିବା, ଆଉ ପୁଣି 101 ଉପରେ ଅଟକି ନ ଥାନ୍ତି, 111 କରି ଆସି ଥାଆନ୍ତି । ଆଜି ଯେତେବେଳେ ମୁଁ କହୁଛି, ଏହା ହେଉଛି ପାରା ଟ୍ରାକର ରେକର୍ଡ ଆଉ ଏଥିପାଇଁ ମୁଁ କହୁଛି ଯେ, ଆମେ ହିଁ ହେଉଛୁ ଯେଉଁମାନେ ଦଶ ନମ୍ବର ଅର୍ଥ ବ୍ୟବସ୍ଥାରୁ ପାଂଚ ନମ୍ବରରେ ପହଂଚିଛୁ ଆଉ ଦୃଢ ନିଶ୍ଚୟ ଭାବେ କହୁଛୁ ଚଳିତ ଦଶକରେ ତୃତୀୟ ସ୍ଥାନରେ ପହଂଚି କରି ରହିବୁ। ଏହି ଆଧାରରେ ମୁଁ କହୁଛି 2047ରେ ଏହି ଦେଶ ବିକଶିତ ଭାରତ ହୋଇ ରହିବ । ଯଦି ମୋର ଦିବ୍ୟାଙ୍ଗ ଜନ ସ୍ୱପ୍ନ ପୂରଣ କରି ପାରୁଛନ୍ତି, ତେବେ 140 କୋଟିର ଶକ୍ତି ଗୋଟିଏ ମଧ୍ୟ ସ୍ୱପ୍ନକୁ ଅଧୁରା ରହିବାକୁ ଦେବ ନାହିଁ, ଏହା ହେଉଛି ମୋର ବିଶ୍ୱାସ ।

 

ସାଥୀଗଣ, 

ମୁଁ ଆପଣମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ବହୁତ- ବହୁତ ଶୁଭକାମନା ଦେଉଛି, କିନ୍ତୁ ଆମକୁ ଏଠାରେ ଅଟକିବାର ନାହିଁ, ଆହୁରି ନୂତନ ସଂକଳ୍ପ, ଆହୁରି ନୂତନ ଆତ୍ମବିଶ୍ୱାସ, ପ୍ରତ୍ୟେକ ସକାଳ ନୂଆ ସକାଳ ତେବେ ଯାଇ ଲକ୍ଷ୍ୟ ନିଜ ପାଖକୁ ଆସିଥାଏ ବନ୍ଧୁଗଣ ।

ବହୁତ- ବହୁତ ଧନ୍ୟବାଦ, ବହୁତ- ବହୁତ ଶୁଭକାମନା ।                              

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.