ଗ୍ଲୋବାଲ ସାଉଥର ଅନେକ ଦେଶ ସମେତ 100 ରୁ ଅଧିକ ଦେଶକୁ ଭାରତ ପ୍ରାୟ 300 ନିୟୁତ ଡୋଜ କୋଭିଡ୍-19 ଟିକା ପଠାଇଛି
ଭାରତର ପାରମ୍ପରିକ ଜ୍ଞାନ ଅନୁସାରେ ରୋଗର ଅନୁପସ୍ଥିତି ଭଲ ସ୍ୱାସ୍ଥ୍ୟ ସହିତ ସମାନ ନୁହେଁ
“ଭାରତର ପ୍ରାଚୀନ ଶାସ୍ତ୍ରଗୁଡ଼ିକ ଆମକୁ ବିଶ୍ୱକୁ ଗୋଟିଏ ପରିବାର ଭାବରେ ଦେଖିବା ପାଇଁ ଶିକ୍ଷା ଦିଏ”
“ଶେଷ ମାଇଲରେ ସ୍ୱାସ୍ଥ୍ୟ ପହଞ୍ଚାଇବା ପାଇଁ ଭାରତର ପ୍ରୟାସ”
ଭାରତର ବିବିଧତାର ମାପକାଠି ସହିତ କାର୍ଯ୍ୟ କରୁଥିବା ପଦ୍ଧତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ହୋଇପାରେ ବୋଲି ସେ କହିଛନ୍ତି

ମହାମାନ୍ୟବୃନ୍ଦ, ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ପ୍ରତିନିଧିଗଣ, ନମସ୍କାର!

ଜେନେଭାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ୭୬ତମ ଅଧିବେଶନରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ବିଶ୍ୱକୁ ୭୫ ବର୍ଷ ଧରି ସେବା ଯୋଗାଇ ଦେବାର ଐତିହାସିକ ମାଇଲ ସ୍ତମ୍ଭ ସ୍ଥାପନ କରିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମୁଁ ଅଭିନନ୍ଦନ ଜଣାଉଛି । ମୋର ଦୃଢ ବିଶ୍ୱାସ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ପ୍ରସ୍ତୁତ କରିବ, ଯେତେବେଳେ ଏହା ସେବା ପ୍ରଦାନ କରିବାର ୧୦୦ ବର୍ଷ ପୂରଣ କରିବ । 

ବନ୍ଧୁଗଣ,

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମକୁ ଅଧିକ ସହଯୋଗର ଆବଶ୍ୟକତା ରହିଛି ଏକଥା କୋଭିଡ ୧୯ ମହାମାରୀ ଆମକୁ ଶିଖାଇଥିଲା । ଏହି ମହାମାରୀ ବିଶ୍ୱ ସ୍ୱାସ୍ଥ୍ୟ ଭିତିଭୂମୀରେ ଅନେକ ତୃଟିକୁ ଉଜାଗର କରିଥିଲା । ବିଶ୍ୱସ୍ତରୀୟ ବ୍ୟବସ୍ଥାଗୁଡିକରେ ଅଦମ୍ୟତାର ନିର୍ମାଣ ଏକ ସାମୁହିକ ପ୍ରୟାସ ଆବଶ୍ୟକ କରେ । 

ବନ୍ଧୁଗଣ,

ଏହି ମହାମାରୀ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଶ୍ୱିକ ସମାନତାର ପ୍ରୋତ୍ସାହନର ଆବଶ୍ୟକତା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିଥିଲା । ଏକ ସଙ୍କଟ ସମୟରେ, ଭାରତ ଅନ୍ତର୍ଜାତୀୟ ସହଯୋଗ ପ୍ରତି ଏହାର ପ୍ରତିଶୃତିବଦ୍ଧତାର ପରିପ୍ରକାଶ କରିଥିଲା । ଆମେ ୧୦୦ରୁ ଅଧିକ ଦେଶକୁ ପ୍ରାୟ ୩୦୦ ମିଲିଅନ ଡୋଜ ପଠାଇଥିଲୁ । ଏହି ସବୁ ଦେଶ ମଧ୍ୟରେ ଅଧିକାଂଶ ଦକ୍ଷିଣ ବିଶ୍ୱର । ଆଗାମୀ ବର୍ଷମାନଙ୍କରେ ସମ୍ବଳ ପ୍ରତି ସମାନ ପହଂଚକୁ ସମର୍ଥନ କରିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହେବ ବୋଲି ମୋର ଦୃଢ ବିଶ୍ୱାସ ।

ବନ୍ଧୁଗଣ,

ଭାରତର ପାରମ୍ପରିକ ବୁଦ୍ଧିମତା କୁହେ ଯେ, ଅସୁସ୍ଥତାର ଅନୁପସ୍ଥିତି ଉତମ ସ୍ୱାସ୍ଥ୍ୟର ସମାନ ନୁହେଁ । ଆମକୁ କେବଳ ଅସୁସ୍ଥତାରୁ ମୁକ୍ତ ହେବାକୁ ପଡିବ ନାହିଁ, ବରଂ ନିରାମୟତା ଆଡକୁ ମଧ୍ୟ ଆଉ ଏକ ପାଦ ଆଗେଇବାକୁ ପଡିବ । ଯୋଗ, ଆୟୁର୍ବେଦ ଏବଂ ଧ୍ୟାନ ଭଳି ପାରମ୍ପରିକ ପଦ୍ଧତିଗୁଡିକ ଶାରିରୀକ, ମାନସିକ ଓ ସାମାଜିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ କରିପାରିବ । ମୁଁ ଖୁସି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ପାରମ୍ପରିକ ଔଷଧ ପାଇଁ ପ୍ରଥମ ବିଶ୍ୱସ୍ତରୀୟ କେନ୍ଦ୍ର ଭାରତରେ ପ୍ରତିଷ୍ଠା କରାଯାଇଛି । ମୁଁ ଆହୁରି ମଧ୍ୟ ଆନନ୍ଦିତ ଯେ, ଆନ୍ତର୍ଜାତୀୟ ମିଲେଟ ବର୍ଷ ଜରିଆରେ ବିଶ୍ୱ ମିଲେଟର ଗୁରୁତ୍ୱ ଉପଲବଧି କରୁଛି ।

ବନ୍ଧୁଗଣ,

ଭାରତର ପୁରାତନ ଗ୍ରନ୍ଥଗୁଡିକ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରିବା ପାଇଁ ଆମକୁ ଶିକ୍ଷା ଦିଏ – ବସୁଧୈବ କୁଟୁମ୍ବକମ୍ । ଚଳିତ ବର୍ଷ ଆମର ଜି- ୨୦ ଅଧ୍ୟକ୍ଷତା କାଳରେ ଆମେ “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ” ବିଷୟବସ୍ତୁ ସହିତ କାର୍ଯ୍ୟ କରୁଛୁ । ଉତମ ସ୍ୱାସ୍ଥ୍ୟ ପାଇଁ ଆମର ଲକ୍ଷ୍ୟ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” । ଯେତେବେଳେ ଆମର ସମ୍ପୁର୍ଣ୍ଣ ପରିବେଷ୍ଟନୀ ତନ୍ତ୍ର ସୁସ୍ଥ ରହିବ ସେତେବେଳେ ହିଁ ଆମେ ସୁସ୍ଥ ରହିପାରିବା । ତେଣୁ, ଆମର ଲକ୍ଷ୍ୟ କେବଳ ମାନବ ସମାଜ ମଧ୍ୟରେ ସିମୀତ ନୁହେଁ । ଏହା ପ୍ରାଣୀ, ଉଦ୍ଭିଦ ଏବଂ ପରିବେଶ ସମେତ ସମ୍ପୁର୍ଣ୍ଣ ପରିବେଷ୍ଟନୀ ତନ୍ତ୍ର ପର୍ଯ୍ୟନ୍ତ ବିସ୍ତାରିତ ।

ବନ୍ଧୁଗଣ,

ଗତ ଅଳ୍ପ କିଛି ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବାର ଉପଲବଧତା, ପହଂଚ ଏବଂ ସହଜଲବ୍‌ଧତା ଉପରେ କାର୍ଯ୍ୟ କରି ଆସୁଛି । ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ହେଉ କିମ୍ବା ସ୍ୱାସ୍ଥ୍ୟ ଭିତିଭୂମୀର ବ୍ୟାପକ ବିସ୍ତାର ହେଉ ଅବା ଲକ୍ଷ ଲକ୍ଷ ପରିବାରକୁ ପାନୀୟ ଜଳ ଏବଂ ପରିମଳ ସୁବିଧା ପ୍ରଦାନ ଅଭିଯାନ ହେଉ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପହଂଚାଇବା ହେଉଛି ଆମର ଅଧିକାଂଶ ପ୍ରୟାସର ଉଦ୍ଦେଶ୍ୟ । ଏକ ଆଭିମୁଖ୍ୟ ଯାହା ଭାରତର ବିପୁଳ ବିବିଧତା ମଧ୍ୟରେ କାର୍ଯ୍ୟ କରୁଛି, ତାହା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଢାଂଚା ହୋଇପାରିବ । ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶ ଗୁଡିକରେ ଏହି ଧରଣର ପ୍ରୟାସ ପାଇଁ ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସମର୍ଥନ କରିବା ସକାଶେ ଆଗ୍ରହୀ ।

ବନ୍ଧୁଗଣ,

ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଅଭିଯାନକୁ ଆଗେଇ ନେବା ପାଇଁ ୭୫ ବର୍ଷ ଧରି ପ୍ରୟାସ ସକାଶେ ମୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଧନ୍ୟବାଦ ଜଣାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ବୈଶ୍ୱିକ ପ୍ରତିଷ୍ଠାନଗୁଡିକର ଭୂମିକା ଅତୀତରେ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏକ ଆହ୍ୱାନପୂର୍ଣ୍ଣ ଭବିଷ୍ୟତରେ ମଧ୍ୟ ଏହା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିବ । ଏକ ଅଧିକ ସୁସ୍ଥ ବିଶ୍ୱ ନିର୍ମାଣରେ ପ୍ରତିଟି ପ୍ରୟାସକୁ ସହାୟତା ପ୍ରଦାନ ପାଇଁ ଭାରତ ପ୍ରତିଶୃତିବଦ୍ଧ । ଧନ୍ୟବାଦ । ଅଶେଷ ଅଶେଷ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Portraits of PVC recipients replace British officers at Rashtrapati Bhavan

Media Coverage

Portraits of PVC recipients replace British officers at Rashtrapati Bhavan
NM on the go

Nm on the go

Always be the first to hear from the PM. Get the App Now!
...
Prime Minister conferred with the Order of Oman
December 18, 2025

His Majesty Sultan of Oman Haitham bin Tarik conferred upon Prime Minister Shri Narendra Modi the ‘Order of Oman’ award for his exceptional contribution to India-Oman ties and his visionary leadership.

Prime Minister dedicated the honour to the age-old friendship between the two countries and called it a tribute to the warmth and affection between the 1.4 billion people of India and the people of Oman.

The conferment of the honour during the Prime Minister’s visit to Oman, coinciding with the completion of 70 years of diplomatic relations between the two countries, imparted special significance to the occasion and to the Strategic Partnership.

Instituted in 1970 by His Majesty Sultan Qaboos bin Said, the Order of Oman has been bestowed upon select global leaders in recognition of their contribution to public life and bilateral relations.