ନମସ୍କାର !!

ଗୁଲମର୍ଗର ବନଭୂମିରେ ଯଦିଓ ଏବେ ମଧ୍ୟ ଥଣ୍ଡା ପବନ ବହୁଛି, କିନ୍ତୁ ଆପଣଙ୍କର ଉତ୍ସାହ, ଆପଣଙ୍କ ଶକ୍ତିକୁ ପ୍ରତ୍ୟେକ ହିନ୍ଦୁସ୍ତାନୀ ମଧ୍ୟ ଅନୁଭବ କରି ପାରୁଥିବେ ଏବଂ ଦେଖି ପାରୁଥିବେ। ଆଜିଠାରୁ ଖୋଲୋ ଇଣ୍ଡିଆ - ଶୀତକାଳୀନ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେଉଛି। ଏହି ଆନ୍ତର୍ଜାତୀୟ ଶୀତକାଳୀନ କ୍ରୀଡାରେ ଭାରତର ପ୍ରଭାବଶାଳୀ ଉପସ୍ଥିତି ସହିତ ଜମ୍ମୁ-କଶ୍ମୀରକୁ ଏହାର ଏକ ପ୍ରମୁଖ କେନ୍ଦ୍ର କରିବା ଦିଗରେ ଏହା ମଧ୍ୟ ହେଉଛି ଏକ ବହୁତ ବଡ଼ ପଦକ୍ଷେପ। ମୁଁ ଜମ୍ମୁ-କଶ୍ମୀରକୁ ଏବଂ ସାରା ଦେଶରୁ ଆସିଥିବା ସମସ୍ତ ଖେଳାଳୀମାନଙ୍କୁ ବହୁତ-ବହୁତ ଶୁଭକମନା ଜଣାଉଛି ।

ଦେଶର ଭିନ୍ନ-ଭିନ୍ନ ଭାଗରୁ ଆସିଥିବା ସମସ୍ତ ଖେଳାଳୀ, ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ମଧ୍ୟ ସୁଦୃଢ଼ କରୁଛନ୍ତି । ମୋତେ ଅବଗତ କରାଯାଇଛି ଯେ ଚଳିତ ଥର ଶୀତକାଳୀନ କ୍ରୀଡାରେ ଭାଗ ନେଉଥିବା ରାଜ୍ୟ ଏବଂ କେନ୍ଦ୍ରଶାଶିତ ଅଞ୍ଚଳଗୁଡ଼ିକର ସଂଖ୍ୟା ଦୁଇ ଗୁଣରୁ ମଧ୍ୟ ଅଧିକ ହୋଇଯାଇଛି। ଏହି ଶୀତକାଳୀନ କ୍ରୀଡା ପ୍ରତି ସାରା ଦେଶରୁ ବୃଦ୍ଧି ପାଉଥିବା ସଂଖ୍ୟା, ବୃଦ୍ଧି ପାଉଥିବା ଉତ୍ସାହକୁ ପ୍ରଦର୍ଶିତ କରୁଛି । ଗତଥର ଜମ୍ମୁ-କଶ୍ମୀରର ଟିମ୍‍ ଏତେ ଉନ୍ନତ ପ୍ରଦର୍ଶନ କରିଥିଲା । ମୋର ବିଶ୍ୱାସ ଯେ ଚଳିତ ଥର ଅନ୍ୟାନ୍ୟ ଦଳ ତରଫରୁ ଜମ୍ମୁ-କଶ୍ମୀରର ପ୍ରତିଭାବାନ ଟିମକୁ ଆହୁରି ଅଧିକ ଆହ୍ୱାନ ମଧ୍ୟ ମିଳିବ ଆଉ ସାରା ଦେଶରୁ ଆସିଥିବା ଖେଳାଳୀ, ଜମ୍ମୁ-କଶ୍ମୀରର ଖେଳାଳୀମାନଙ୍କର, ସେମାନଙ୍କର କୌଶଳକୁ, ସେମାନଙ୍କର ସାମର୍ଥ୍ୟକୁ ଦେଖିବେ ଏବଂ ସେଥିରୁ ମଧ୍ୟ ଶିଖିବେ । ମୋର ମଧ୍ୟ ବିଶ୍ୱାସ ଅଛି ଯେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଅନୁଭବ ଅଲମ୍ପିକ୍ସର ପୋଡିୟମରେ ଭାରତର ଗୌରବକୁ ବଢ଼ାଇବାରେ ବହୁତ କାର୍ଯ୍ୟରେ ଆସିବ ।

ସାଥୀଗଣ,

ଗୁଲମର୍ଗରେ ହେଉଥିବା ଏହି କ୍ରୀଡା ଦର୍ଶାଉଛି ଯେ ଜମ୍ମୁ-କଶ୍ମୀର, ଶାନ୍ତି ଏବଂ ବିକାଶର ନୂତନ ଶୀଖର ଛୁଇଁବା ପାଇଁ କେତେ ତତ୍ପର ଅଛି। ଏହି ଶୀତକାଳୀନ କ୍ରୀଡା ଜମ୍ମୁ-କଶ୍ମୀରରେ ଏକ ନୂତନ କ୍ରୀଡା ଇକୋସିଷ୍ଟମ ବିକଶିତ କରିବାରେ ସହାୟ ହେବ। ଜମ୍ମୁ ଏବଂ ଶ୍ରୀନଗରରେ 2ଟି ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର ଏବଂ 20 ଜିଲ୍ଲା ଖେଲୋ ଇଣ୍ଡିଆ କେନ୍ଦ୍ରରେ, ଯୁବ ଖେଳାଳୀମାନଙ୍କ ପାଇଁ ବହୁତ ବଡ଼ ସୁବିଧା ସୁଯୋଗ ରହିଛି। ଏଭଳି କେନ୍ଦ୍ର ସାରା ଦେଶର ପ୍ରତ୍ୟେକ ଜିଲାରେ ଖୋଲାଯାଉଛି। କେବଳ ଏତିକି ନୁହେଁ, ଏହି ଆୟୋଜନରେ ଜମ୍ମୁ-କଶ୍ମୀରର ପର୍ଯ୍ୟଟନକୁ ମଧ୍ୟ ନୂଆ ଶକ୍ତି, ନୂତନ ଉତ୍ସାହ ମିଳିବାକୁ ଯାଉଛି। ଆଉ ଆମେ ଏହା ମଧ୍ୟ ଦେଖୁଛୁ ଯେ କରୋନା କାରଣରୁ ଯେଉଁ ସମସ୍ୟା ଆସିଥିଲା, ତାହା ମଧ୍ୟ ଧୀରେ-ଧୀରେ ପଛରେ ରହିଯାଉଛି।

ସାଥୀଗଣ,

କ୍ରୀଡା କେବଳ ଏକ ଅଭ୍ୟାସ ଅବା ସମୟ ଅତିବାହିତ କରିବାର କାର୍ଯ୍ୟ ନୁହେଁ, କ୍ରୀଡାରେ ଆମେ ଦଳଗତ ଉତ୍ସାହ ଦେଖିଥାଉ, ପରାଜିତ ହେଲେ ସେଥିରେ ନୂଆ ରାସ୍ତା ଖୋଜିଥାଉ, ବିଜୟକୁ ଦୋହରାଇବା ଶିଖିଥାଉ, ସଂକଳ୍ପିତ ହୋଇଥାଉ। କ୍ରୀଡ଼ା ପ୍ରତ୍ୟେକଟି ବ୍ୟକ୍ତିର ଜୀବନକୁ ଗଢ଼ିଥାଏ, ତାଙ୍କର ଜୀବନ ଶୈଳୀକୁ ଗଢ଼ିଥାଏ। କ୍ରୀଡ଼ା ଆତ୍ମବିଶ୍ୱାସ ବଢ଼ାଇଥାଏ, ଯାହା ଆତ୍ମନିର୍ଭରତା ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ।

ସାଥୀଗଣ,

ବିଶ୍ୱର କୌଣସି ଦେଶ କେବଳ ଆର୍ଥିକ ଏବଂ ସାମରିକ ଶକ୍ତି ଦ୍ୱାରା ହିଁ ବଡ଼ ହୋଇ ଯାଇ ନଥାଏ, ଏପରି ନୁହେଁ। ଏଥିପାଇଁ ଆହୁରି ଅନେକ ଦିଗ ମଧ୍ୟ ଅଛି। ଜଣେ ବୈଜ୍ଞାନିକ ନିଜର ଛୋଟ ନବସୃଜନ ଦ୍ୱାରା ସମଗ୍ର ଦୁନିଆରେ ନିଜ ଦେଶର ନାମକୁ ଗୌରବାନ୍ୱିତ କରିଥାଆନ୍ତି। ଏଭଳି ଅନେକ କ୍ଷେତ୍ର ଅଛି କିନ୍ତୁ ବହୁତ ସଂଗଠିତ ଭାବରେ, ଢ଼ାଞ୍ଚାଗତ ଭାବେ ଆଜି କ୍ରୀଡ଼ା ଏକ ଏଭଳି କ୍ଷେତ୍ର ପାଲଟି ଯାଇଛି ଯାହା ଆଜି ବିଶ୍ୱରେ ଦେଶର ଛବିକୁ ମଧ୍ୟ, ଦେଶର ଶକ୍ତିର ମଧ୍ୟ ପରିଚୟ କରାଉଛି। ବିଶ୍ୱର ଅନେକ ଛୋଟ-ଛୋଟ ଦେଶ, କ୍ରୀଡ଼ା ଯୋଗୁଁ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି, ସେହି କ୍ରୀଡ଼ାରେ ନିଜର ବିଜୟ ଦ୍ୱାରା, ସମଗ୍ର ବିଶ୍ୱରେ ପ୍ରେରଣା ଏବଂ ଶକ୍ତି ଭରି ଦେଇଥାଆନ୍ତି । ଆଉ ଏଥିପାଇଁ, କ୍ରୀଡ଼ାକୁ କେବଳ ବିଜୟ-ପରାଜୟର ପ୍ରତିଯୋଗିତା କୁହାଯାଇ ପାରିବ ନାହିଁ । କ୍ରୀଡ଼ା, କେବଳ ପଦକ ଏବଂ ପ୍ରଦର୍ଶନ ଯାଏ ସୀମିତ, ଏପରି ନୁହେଁ। କ୍ରୀଡ଼ାର ଏକ ବୈଶ୍ୱିକ ରୂପ ରହିଛି। କ୍ରିକେଟ କ୍ଷେତ୍ରରେ ଆମେ ଭାରତରେ ଏହି କଥାକୁ ଅନୁଭବ କରୁଛେ କିନ୍ତୁ ଏହା ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ା କ୍ଷେତ୍ରରେ ଲାଗୁ ହେଉଛି। ଏହି ଦୃଷ୍ଟିକୋଣ ସହିତ ବିଗତ ବର୍ଷରୁ ଦେଶର କ୍ରୀଡ଼ା ବ୍ୟବସ୍ଥାରେ ସଂସ୍କାର କରାଯାଉଛି।

ଖେଲୋ ଇଣ୍ଡିଆ ଅଭିଯାନ ଠାରୁ ନେଇ ଅଲମ୍ପିକ ପୋଡିୟମ ସ୍କିମ ପର୍ଯ୍ୟନ୍ତ, ଏକ ବୌଦ୍ଧିକ ଅଭିବ୍ୟକ୍ତି ସହିତ ଆମେ ଆଗକୁ ବଢୁଛୁ। ତୃଣମୂଳ ସ୍ତରରୁ ପ୍ରତିଭାକୁ ଚିହ୍ନି ତାକୁ ସବୁଠାରୁ ବଡ଼ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସରକାର କ୍ରୀଡା ପେସାଦାରଙ୍କ ହାତକୁ ମଧ୍ୟ ମଜବୁତ କରୁଛନ୍ତି। ପ୍ରତିଭା ଚିହ୍ନଟଠାରୁ ଆରମ୍ଭ କରି ଦଳ ଚୟନ ପର୍ଯ୍ୟନ୍ତ, ପାରଦର୍ଶୀତା ହେଉଛି ସରକାରଙ୍କର ପ୍ରାଥମିକତା। ଯେଉଁ ଖେଳାଳୀମାନେ ସାରା ଜୀବନ ଦେଶର ମାନ-ସମ୍ମାନ ବଢାଇଛନ୍ତି, ସେମାନଙ୍କର ମଧ୍ୟ ମାନ-ସମ୍ମାନ ବଢୁ, ସେମାନଙ୍କର ଅନୁଭବର ଲାଭ ନୂତନ ଖେଳାଳୀମାନଙ୍କୁ ମିଳୁ, ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି।

ସାଥୀଗଣ,

ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ମଧ୍ୟ କ୍ରୀଡାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଥମେ କ୍ରୀଡାକୁ କେବଳ ଅତିରିକ୍ତ ପାଠ୍ୟକ୍ରମ ଭାବେ ଗଣାଯାଉଥିଲା, ଏବେ କ୍ରୀଡା ପାଠ୍ୟକ୍ରମର ଅଂଶ ପାଲଟି ଯାଇଛି। କ୍ରୀଡାର ଗ୍ରେଡ ମଧ୍ୟ ପିଲାଙ୍କ ଶିକ୍ଷାରେ ଗଣାଯିବ। ଏହି କ୍ରୀଡା ପାଇଁ, ଆମର ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ହେଉଛି ବହୁତ ବଡ଼ ସଂସ୍କାର। ସାଥୀଗଣ, ଦେଶରେ ଆଜି କ୍ରୀଡାର ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କ୍ରୀଡା ବିଶ୍ୱ ବିଦ୍ୟାଳୟ ଖୋଲା ଯାଉଛି। ଏବେ ଏହି ଦିଗରେ ଚିନ୍ତା କରିବାର ସମୟ ଆସିଛି ଯେ, କ୍ରୀଡା ବିଜ୍ଞାନ ଏବଂ କ୍ରୀଡା ପରିଚାଳନାକୁ ଆମେ ସ୍କୁଲ ସ୍ତର ପର୍ଯ୍ୟନ୍ତ କିପରି ନେଇଯିବା। ଏହା ଆମର ଯୁବକମାନଙ୍କ ପାଇଁ ଉନ୍ନତ କ୍ୟାରିୟରର ସୁଯୋଗ ଦେବ, କ୍ରୀଡା ଅର୍ଥନୀତିରେ ମଧ୍ୟ ଭାରତର ଭାଗିଦାରୀକୁ ବୃଦ୍ଧି କରିବ।

ମୋର ଯୁବ ସାଥୀଗଣ,

ଯେତେବେଳେ ଆପଣମାନେ ଖେଲୋ ଇଣ୍ଡିଆ କ୍ରୀଡାରେ ନିଜର ପ୍ରତିଭା ଦେଖାଇବେ, ସେତେବେଳେ ଏହା ମଧ୍ୟ ସ୍ମରଣ ରଖିବେ ଯେ ଆପଣ କେବଳ ଏକ କ୍ରୀଡାର ଅଂଶ ନୁହନ୍ତି, ବରଂ ଆପଣ ମଧ୍ୟ ହେଉଛନ୍ତି ଆତ୍ମନିର୍ଭର ଭାରତର ବ୍ରାଣ୍ଡ ଆମ୍ବସଡର । ଆପଣ ମୈଦାନରେ ଯେଉଁ ଚମତ୍କାର କରୁଛନ୍ତି, ତାହାଦ୍ୱାରା ବିଶ୍ୱରେ ଭାରତକୁ ପରିଚୟ ମିଳିଥାଏ। ଏଥିପାଇଁ ଯେତେବେଳେ ମଧ୍ୟ ଆପଣ ମୈଦାନକୁ ଓହ୍ଲାଇବେ, ସେତେବେଳେ ଭାରତ ଭୁମିକୁ ନିଜ ମନ ଏବଂ ଆତ୍ମାରେ ସବୁବେଳେ ରଖିବେ । ତାହା ଦ୍ୱାରା ଆପଣଙ୍କର ଖେଳ ହିଁ ନୁହେଁ, ବରଂ ଆପଣଙ୍କର ବ୍ୟକ୍ତିତ୍ୱ ମଧ୍ୟ ବିକଶିତ ହେବ। ଯେତେବେଳେ ମଧ୍ୟ ଆପଣ କ୍ରୀଡା ମୈଦାନକୁ ଓହ୍ଲାଇଥାନ୍ତି, ବିଶ୍ୱାସ କରନ୍ତୁ ଆପଣ ଏକା ନ ଥାନ୍ତି, 130 କୋଟି ଭାରତୀୟ ଆପଣଙ୍କ ସହିତ ଥାଆନ୍ତି ।

ପୁଣି ଥରେ ଏହି କ୍ରୀଡା ମହୋତ୍ସବକୁ, ଏହି ଖୁସିର ବାତାବରଣକୁ ଆପଣ ମଧ୍ୟ ଉପଭୋଗ କରନ୍ତୁ ଏବଂ ପ୍ରଦର୍ଶନ ମଧ୍ୟ କରନ୍ତୁ । ମୋ ତରଫରୁ ପୁଣି ଥରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା। ମୁଁ ମାନନୀୟ ମନୋଜ ସିହ୍ନା ମହାଶୟ, କିରଣ ରିଜିଜୁ ମହାଶୟ, ଅନ୍ୟ ସମସ୍ତ ଆୟୋଜ ଜଣାଉଛି ।

ଧନ୍ୟବାଦ !!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Skyroot to launch first private orbital mission Vikram-1, PM Modi calls it 'historic frontier' for India's space journey

Media Coverage

Skyroot to launch first private orbital mission Vikram-1, PM Modi calls it 'historic frontier' for India's space journey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win