ମହାମହିମ ରାଷ୍ଟ୍ରପତି ଟିନୁବୁ

ନାଇଜେରିଆର ଜାତୀୟ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର’ରେ ସମ୍ମାନିତ ହୋଇଥିବାରୁ ମୁଁ ଆପଣଙ୍କର, ନାଇଜେରିଆ ସରକାର ଏବଂ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଏହି ସମ୍ମାନକୁ ମୁଁ ବି ନମ୍ରତା ଓ ଆଦର ପୂର୍ବକ ସହ ଗ୍ରହଣ କରୁଛି। ମୁଁ ଏହି ସମ୍ମାନ ୧୪୦ କୋଟି ଭାରତୀୟଏବଂ ଭାରତ ଓ ନାଇଜେରିଆର ଗଭୀର ବନ୍ଧୁତାକୁ ସମର୍ପିତ କରୁଛି । ଏହି ସମ୍ମାନ ଆମକୁ ଭାରତ ଓ ନାଇଜେରିଆ ମଧ୍ୟରେ ରଣନୈତିକ ଭାଗୀଦାରୀକୁ ନୂତନ ଶିଖରକୁ ନେବା ପାଇଁ ପ୍ରେରଣା ଯୋଗାଇବ ।
ସାଥିମାନେ,

ଭାରତ ଓ ନାଇଜେରିଆ ମଧ୍ୟରେ ସମ୍ପର୍କ ପାରସ୍ପରିକ ସହଯୋଗ, ସଦ୍ଭାବ ଏବଂ ପାରସ୍ପରିକ ସମ୍ମାନ ଉପରେ ଆଧାରିତ । ଦୁଇଟି ଜୀବନ୍ତ ଗଣତନ୍ତ୍ର ଏବଂ ଗତିଶୀଳ ଅର୍ଥନୀତି ଭାବରେ ଆମେ ଉଭୟ ଦେଶର ଲୋକଙ୍କ ହିତ ପାଇଁ ଏକାଠି କାମ କରୁଛୁ । ଉଭୟ ଦେଶର ସାମାଜିକ ଓ ସାଂସ୍କୃତିକ ବିବିଧତା ହେଉଛି ଆମର ପରିଚୟ, ଆମର ଶକ୍ତି । ନାଇଜେରିଆର 'ନବୀକରଣ ଆଶା ଏଜେଣ୍ଡା' ଏବଂ ବିକଶିତ ଭାରତ ୨୦୪୭ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଗତବର୍ଷ ରାଷ୍ଟ୍ରପତି ଟିନୁବୁଙ୍କ ଭାରତ ଗସ୍ତ ଆମ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା। ଆଜି ଆମେ ଆମର ସହଯୋଗକୁ ଆହୁରି ସୁଦୃଢ଼ ଓ ବ୍ୟାପକ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛୁ। ଅର୍ଥନୀତି, ଶକ୍ତି, କୃଷି, ନିରାପତ୍ତା, ଫିନଟେକ୍, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ସମ୍ଭାବନା ଚିହ୍ନଟ ହୋଇଛି। ଏକ ଘନିଷ୍ଠ ଏବଂ ବିଶ୍ୱସ୍ତ ସହଯୋଗୀ ଭାବରେ ନାଇଜେରିଆର ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ ଏବଂ କ୍ଷମତା ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ନାଇଜେରିଆରେ ଥିବା ୬୦,୦୦୦ରୁ ଅଧିକ ଭାରତୀୟ ସମ୍ପ୍ରଦାୟ ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଅଟନ୍ତି । ସେମାନଙ୍କର ଯତ୍ନ ନେଇଥିବାରୁ ମୁଁ ରାଷ୍ଟ୍ରପତି ଟିନୁବୁକୁ ଏବଂ ତାଙ୍କ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

 

ସାଥିମାନେ,
ଆଫ୍ରିକାରେ ନାଇଜେରିଆର ଏକ ବିରାଟ ଏବଂ ସକାରାତ୍ମକ ଭୂମିକା ରହିଛି । ଏବଂ ଆଫ୍ରିକା ସହ ଅତି ଘନିଷ୍ଠ ସହଯୋଗ ଭାରତ ପାଇଁ ଏକ ଉଚ୍ଚ ପ୍ରାଥମିକତା ହୋଇଛି । ଆମର ସମସ୍ତ ପ୍ରୟାସରେ ଆମେ ନାଇଜେରିଆ ଭଳି ଏକ ବନ୍ଧୁ ରାଷ୍ଟ୍ର ସହିତ କାନ୍ଧରେ କାନ୍ଧ ମିଳାଇ ଆଗକୁ ଚାଲିଛୁ ।

 

ଯେମିତି ଆଫ୍ରିକାରେ କୁହାଯାଇଥାଏ: ବନ୍ଧୁ ହେଉଛି ଏମିତି ଜଣେ ବ୍ୟକ୍ତି ଯାହାଙ୍କ ସହିତ ଆପଣ ବାଟ ବାଣ୍ଟିଥାନ୍ତି । ଭାରତ ଏବଂ ନାଇଜେରିଆ ମଧ୍ୟ ଆମ ଦୁଇ ଦେଶ ଏବଂ ସମଗ୍ର ଆଫ୍ରିକା ମହାଦେଶର ଲୋକଙ୍କ ସମୃଦ୍ଧି ପାଇଁ ଏକାଠି କାମ କରିବେ ।

ଆମେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବୁ ଏବଂ ଗ୍ଲୋବାଲ ସାଉଥର ସ୍ୱାର୍ଥ ଏବଂ ପ୍ରାଥମିକତାକୁ ଗୁରୁତ୍ୱ ଦେବୁ ।

 

ମହାମହିମ,

ପୁଣି ଥରେ ୧୪୦ କୋଟି ଭାରତୀୟଙ୍କ ତରଫରୁ, ମୁଁ ଏହି ସମ୍ମାନ ପାଇଁ, କୃତଜ୍ଞତା ଜ୍ଞାପନ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's defence production more than double in five years, hits record Rs 1.78 lakh crore

Media Coverage

India's defence production more than double in five years, hits record Rs 1.78 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the virtues of truth, service, learning and action
June 18, 2026

The Prime Minister, Shri Narendra Modi said that wealth follows truthfulness, fame follows selfless service, knowledge follows constant practice and wisdom follows action. He noted that these values play a vital role in shaping individual character and contributing to collective progress.

The Prime Minister shared a Sanskrit Subhashitam-

“सत्यानुसारिणी लक्ष्मीः कीर्तिस्त्यागानुसारिणी।

अभ्याससारिणी विद्या बुद्धिः कर्मानुसारिणी।।”

The Prime Minister wrote on X;